Beginning
35 ଇଲୀହୂ କଥା କହି ଗ୍ଭଲିଲା: ସେ କହିଲା,
2 “ଆୟୁବ, ତୁମ୍ଭେ କ’ଣ ଭାବୁଛ ଯେ ଏହା କହିବା ନ୍ୟାୟ?
‘ମୁଁ ଠିକ୍ ମୋର ମକଦ୍ଦମାରେ ପରମେଶ୍ୱରଙ୍କ ବିରୁଦ୍ଧରେ।’
3 ଏବଂ ଆୟୁବ ତୁମ୍ଭେ ପରମେଶ୍ୱରଙ୍କୁ ପଗ୍ଭର,
‘ଯଦି ଜଣେ ତାଙ୍କୁ ଖୁସୀ କରିବାକୁ ଚେଷ୍ଟା କରେ, ସେ କ’ଣ ଲାଭ ପାଇବ?
ମୁଁ ଯଦି ପାପ ନ କରେ, ତା'ହେଲେ ମୋର କି ଉପକାର ସାଧିତ ହେବ?’
4 “ଆୟୁବ, ମୁଁ ତୁମ୍ଭକୁ ଓ ତୁମ୍ଭର ସହିତ ଥିବା ବନ୍ଧୁମାନଙ୍କୁ ଉତ୍ତର ଦେବାକୁ ଗ୍ଭହେଁ।
5 ଆୟୁବ, ଆକାଶକୁ ଦେଖ।
ମେଘମାଳାକୁ ଲକ୍ଷ୍ୟ କର, ସେ ସବୁ ତୁମ୍ଭଠାରୁ ବହୁ ଊର୍ଦ୍ଧ୍ୱରେ ଅବସ୍ଥିତ।
6 ଆୟୁବ, ତୁମ୍ଭେ ଯଦି ପାପ କର, ତାହା ପରମେଶ୍ୱରଙ୍କୁ ଆଘାତ କରେ ନାହିଁ।
ଯଦି ତୁମ୍ଭେ ଅନେକ ପାପର ଅଧିକାରୀ ହୁଅ, ତେବେ ସେଥିରେ ପରମେଶ୍ୱରଙ୍କର କିଛି ହୁଏ ନାହିଁ।
7 ଏବଂ ଆୟୁବ ତୁମ୍ଭେ ଯଦି ବହୁତ ଭଲ ଏହା ପରମେଶ୍ୱରଙ୍କୁ ସାହାଯ୍ୟ କରେ ନାହିଁ।
ପରମେଶ୍ୱର ତୁମ୍ଭଠାରୁ କିଛି ପାଆନ୍ତି ନାହିଁ।
8 ଆୟୁବ, ତୁମ୍ଭେ କରୁଥିବା ଭଲ ଓ ମନ୍ଦକାର୍ଯ୍ୟସବୁ ତୁମଭଳି ଲୋକମାନଙ୍କୁ ଆକ୍ରାନ୍ତ କରେ।
ସେ ସବୁ ପରମେଶ୍ୱରଙ୍କ ସାହାଯ୍ୟ ବା କ୍ଷତି କରେ ନାହିଁ।
9 “ଦୁଷ୍ଟ ଲୋକମାନେ ଯେତେବେଳେ ଆଘାତ ପାଆନ୍ତି, ସେମାନେ ସାହାଯ୍ୟ ପାଇଁ ଚିତ୍କାର କରନ୍ତି।
ସେମାନେ ଶକ୍ତିମାନ ଲୋକଙ୍କ ପାଖକୁ ଯାଆନ୍ତି ଓ ସେମାନଙ୍କର ସାହାଯ୍ୟ ପ୍ରାର୍ଥନା କରନ୍ତି।
10 କିନ୍ତୁ ସେହି ମନ୍ଦ ଲୋକମାନେ ପରମେଶ୍ୱରଙ୍କ ସାହାଯ୍ୟ କାମନା କରନ୍ତି ନାହିଁ।
ସେମାନେ କହିବେ ନାହିଁ, ‘କେଉଁଠି ସେହି ପରମେଶ୍ୱର ଅଛନ୍ତି, ଯିଏ ମୋତେ ତିଆରି କରିଛନ୍ତି?
ଲୋକମାନେ ଯେତେବେଳେ ନିରାଶ ହୁଅନ୍ତି, ପରମେଶ୍ୱର ସେତେବେଳେ ତାଙ୍କୁ ସାହାଯ୍ୟ କରନ୍ତି।
11 ପରମେଶ୍ୱର ଆମ୍ଭକୁ ପଶୁପକ୍ଷୀଙ୍କଠାରୁ ଅଧିକ ଜ୍ଞାନୀ କରନ୍ତି,
ସେ କାହାନ୍ତି?’
12 “କିମ୍ବା ଯଦି ସେହି ମନ୍ଦ ଲୋକମାନେ ପରମେଶ୍ୱରଙ୍କ ସାହାଯ୍ୟ କାମନା କରନ୍ତି, ତେବେ ପରମେଶ୍ୱର ସେମାନଙ୍କୁ ଉତ୍ତର ଦେବେ ନାହିଁ।
କାରଣ ସେହି ଲୋକମାନେ ଅତ୍ୟଧିକ ଗର୍ବୀ।
ସେମାନେ ତଥାପି ଭାବନ୍ତି ସେମାନଙ୍କ ଗୁରୁତ୍ୱ ଅତ୍ୟଧିକ।
13 ଏହା ସତ୍ୟ, ସେମାନଙ୍କର ମୂଲ୍ୟହୀନ ମାଗୁଣୀକୁ ପରମେଶ୍ୱର ଶୁଣିବେ ନାହିଁ।
ସର୍ବଶକ୍ତିମାନ ପରମେଶ୍ୱର ସେମାନଙ୍କ ପ୍ରତି ମନୋଯୋଗ କରିବେ ନାହିଁ।
14 ଏପରି କମ୍ ଭାବରେ ତୁମ୍ଭେ ଯେତେବେଳେ କୁହ ତୁମ୍ଭେ ତାଙ୍କୁ ପାଇପାରିବ ନାହିଁ,
ସେ ତୁମ୍ଭ କଥା ଶୁଣିବେ ନାହିଁ।
ତୁମ୍ଭର ମାମଲା ତାଙ୍କଠାରେ ପଡ଼ିଛି
ଏବଂ ତୁମ୍ଭେ ନିଶ୍ଚିତ ତାଙ୍କ ପାଇଁ ଅପେକ୍ଷା କରିବ।
15 “ଆୟୁବ ଭାବେ ପରମେଶ୍ୱର ମନ୍ଦ ଲୋକଙ୍କୁ ଶାସ୍ତି ଦିଅନ୍ତି ନାହିଁ।
ସେ ଚିନ୍ତା କରେ ପରମେଶ୍ୱର ପାପପ୍ରତି ମନୋଯୋଗ କରନ୍ତି ନାହିଁ।
16 ତେଣୁ ଆୟୁବ, ତାହାର ମୂଲ୍ୟହୀନ କଥା ଜାରି ରଖେ।
ଏହା ଅତି ସହଜରେ ଜଣାଯାଏ ଯେ, ଆୟୁବ ଜାଣେ ନାହିଁ ସେ କ’ଣ କହୁଛି।”
36 ଇଲୀହୂ ତା'ର କଥା ଜାରି ରଖି କହିଲା। ସେ କହିଲା
2 “ମୋ’ ସହିତ ଟିକେ ସାମାନ୍ୟ ଅଧିକ ସମୟ ଧୈର୍ଯ୍ୟ ଧର।
ଯାହା ଫଳରେ ମୁଁ ମୋର ଯୁକ୍ତି ତୁମ୍ଭକୁ ଦେଇ ପାରିବି।
ତଥାପି ପରମେଶ୍ୱରଙ୍କ ତରଫରୁ ମୋତେ ବହୁତ କିଛି କହିବାର ଅଛି।
3 ମୋର ଜ୍ଞାନ ମୁଁ ସମସ୍ତଙ୍କ ମଧ୍ୟରେ ବାଣ୍ଟି ଦେବି।
ପରମେଶ୍ୱର ମୋତେ ସୃଷ୍ଟି କରିଛନ୍ତି ଓ ମୁଁ ପ୍ରମାଣ କରି ଦେବି ଯେ ପରମେଶ୍ୱର ନ୍ୟାୟନିଷ୍ଠ।
4 ଆୟୁବ, ମୁଁ ସତ କହୁଛି
ମୁଁ ଜାଣେ ମୁଁ କେଉଁ ବିଷୟରେ କଥାବାର୍ତ୍ତା କରୁଛି।
5 “ପରମେଶ୍ୱର ଅତି ଶକ୍ତିଶାଳୀ କିନ୍ତୁ ସେ ଲୋକମାନଙ୍କୁ ଘୃଣା କରନ୍ତି ନାହିଁ।
ପରମେଶ୍ୱର ଅତ୍ୟନ୍ତ ଶକ୍ତିଶାଳୀ, ସେ ମଧ୍ୟ ଅତି ଜ୍ଞାନୀ।
6 ଦୁଷ୍ଟ ଲୋକଙ୍କୁ ବଞ୍ଚିବା ପାଇଁ ପରମେଶ୍ୱର ଅନୁମତି ନେବେ ନାହିଁ।
ପରମେଶ୍ୱର ଦରିଦ୍ର ଲୋକମାନଙ୍କ ପ୍ରତି ସଦା ନ୍ୟାୟଶୀଳ।
7 ପରମେଶ୍ୱର ସତ୍ ଲୋକମାନଙ୍କୁ ଦେଖାଗ୍ଭହାଁ କେବେ ବନ୍ଦ କରନ୍ତି ନାହିଁ।
ସେ ସେମାନଙ୍କୁ ରାଜାମାନଙ୍କ ପରି ଚିରଦିନ ସିଂହାସନରେ ବସାନ୍ତି ଏବଂ ସେ ସେମାନଙ୍କର ଉତ୍ଥାପନ କରନ୍ତି।
8 ତେଣୁ ଯଦି ଲୋକମାନେ ଦଣ୍ଡ ପାଆନ୍ତି,
ସେମାନେ ରସି ଓ ଜଞ୍ଜିରରେ ବନ୍ଧା ହୁଅନ୍ତି।
9 ଏବଂ ପରମେଶ୍ୱର ସେମାନଙ୍କୁ କହିବେ କ’ଣ ସେମାନେ ଭୁଲ୍ କରିଛନ୍ତି।
ପରମେଶ୍ୱର ତାଙ୍କୁ କହିବେ, ସେ ପାପ କରିଛି, ପରମେଶ୍ୱର ତାଙ୍କୁ କହିବେ ସେମାନେ ଗର୍ବୀ।
10 ପରମେଶ୍ୱର ତାଙ୍କ ଚେତାବନୀ ଶୁଣିବାକୁ ସେମାନଙ୍କୁ ବାଧ୍ୟ କରିବେ।
ସେ ତାଙ୍କୁ ପାପ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବେ।
11 ଯଦି ସେହି ଲୋକମାନେ ପରମେଶ୍ୱରଙ୍କ କଥା ଶୁଣନ୍ତି ଓ ତାଙ୍କୁ ମାନନ୍ତି, ତା'ହେଲେ ପରମେଶ୍ୱର ତାଙ୍କୁ ସଫଳ କରାଇବେ
ଏବଂ ସେମାନେ ସୁଖ ଶାନ୍ତିରେ ଜୀବନ କଟାଇବେ।
12 ଯଦି ସେହି ଲୋକମାନେ ପରମେଶ୍ୱରଙ୍କ ଆଦେଶ ମାନିବାକୁ ମନା କରନ୍ତି, ତା'ହେଲେ ସେମାନେ ଧ୍ୱଂସ ହେବେ।
ସେମାନେ ମୂର୍ଖଙ୍କ ଭଳି ମରିବେ।
13 “ନାସ୍ତିକ ଲୋକମାନେ କ୍ରୋଧକୁ ସେମାନଙ୍କ ନିଜ ପାଇଁ ସାଇତି ରଖନ୍ତି।
ଯେତେବେଳେ ପରମେଶ୍ୱର ତାକୁ ଦଣ୍ଡ ଦିଅନ୍ତି, ସେତେବେଳେ ସେମାନେ ପରମେଶ୍ୱରଙ୍କୁ ସାହାଯ୍ୟ ପାଇଁ କ୍ରନ୍ଦନର ରୋଳ ଉଠାଇବାକୁ ମନା କରନ୍ତି।
14 ସେହି ଲୋକମାନେ ମରିବେ, ଯେତେବେଳେ ସେମାନେ ଅଦ୍ୟପି ଯୁବା,
ମନ୍ଦିରର ପୁରୁଷ ବେଶ୍ୟାପରି।
15 କିନ୍ତୁ ପରମେଶ୍ୱର ଦୁଃଖୀ ଲୋକମାନଙ୍କୁ ସେମାନଙ୍କର ଦୁଃଖରୁ ଉଦ୍ଧାର କରନ୍ତି।
ପରମେଶ୍ୱର ଏହି ଦୁଃଖ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଇ ଦିଅନ୍ତି, ତାଙ୍କ କଥା ଶୁଣିବା ପାଇଁ।
16 “ପରମେଶ୍ୱର ତୁମ୍ଭକୁ କଷ୍ଟରୁ ବାହାର କରିବା ପାଇଁ ଗ୍ଭହାନ୍ତି
ଏବଂ ତା’ ବଦଳରେ ଏକ କଷ୍ଟବିହୀନ ଜୀବନ ଦେବା ପାଇଁ ଗ୍ଭହାନ୍ତି।
ପରମେଶ୍ୱର ଗ୍ଭହାନ୍ତି ତୁମ୍ଭ ମେଜରେ ପ୍ରଚୁର ଖାଦ୍ୟ ରହୁ।
17 କିନ୍ତୁ ବର୍ତ୍ତମାନ ଆୟୁବ, ତୁମ୍ଭେ ବିଗ୍ଭରରେ ଦୋଷୀ ସାବ୍ୟସ୍ତ ହେଲ।
ତେଣୁ ତୁମ୍ଭେ ଜଣେ ମନ୍ଦ ବ୍ୟକ୍ତି ଭଳି ଶାସ୍ତି ପାଇଲ।
18 ତୁମ୍ଭର କ୍ରୋଧ ତୁମ୍ଭକୁ ବଦଳାଇ ନଦେଉ, ଯାହା ଫଳରେ ତୁମ୍ଭେ ପରମେଶ୍ୱରଙ୍କୁ ପରିହାସ କରିବ।
ଏବଂ ଗୁରୁତର କ୍ଷତିପୂରଣ ତୁମ୍ଭକୁ ଦୂରକୁ ନେଇ ନ ଯାଉ।
19 ତୁମ୍ଭର ଟଙ୍କା ପଇସା ତୁମ୍ଭକୁ ବର୍ତ୍ତମାନ ସାହାଯ୍ୟ କରିପାରେ ନାହିଁ,
କି ଶକ୍ତିଶାଳୀ ଲୋକ ମଧ୍ୟ ତୁମ୍ଭକୁ ସାହାଯ୍ୟ କରିପାରେ ନାହିଁ।
20 ରାତି ଆସୁ ବୋଲି ଇଚ୍ଛା କର ନାହିଁ।
ଲୋକେ ରାତିରେ ମିଳାଇ ଯିବାକୁ ଚେଷ୍ଟା କରନ୍ତି।
ସେମାନେ ଭାବନ୍ତି ସେମାନେ ପରମେଶ୍ୱରଙ୍କଠାରୁ ଲୁଚିକି ରହିପାରିବେ।
21 ଆୟୁବ, ତୁମ୍ଭେ ବହୁତ କଷ୍ଟ ସହିଲଣି।
ତଥାପି ମନ୍ଦ ବିଷୟ ପସନ୍ଦ କର ନାହିଁ।
ସାବଧାନ, ଭୁଲ୍ କାମ କର ନାହିଁ।
22 “ଦେଖ, ପରମେଶ୍ୱରଙ୍କ ଶକ୍ତି ତାଙ୍କୁ ମହାନ କରିଛି।
ପରମେଶ୍ୱର ହେଉଛନ୍ତି ସବୁଠାରୁ ବଡ଼ ଶିକ୍ଷକ।
23 କେହି ପରମେଶ୍ୱରଙ୍କୁ କ’ଣ କାର୍ଯ୍ୟ କରିବେ କହିପାରିବ ନାହିଁ।
କେହି ତାଙ୍କୁ କହିପାରିବ ନାହିଁ, ‘ହେ ପରମେଶ୍ୱର, ତୁମ୍ଭେ ଭୁଲ୍ କରିଛ।’
24 ମନେରଖ, ପରମେଶ୍ୱରଙ୍କ କାର୍ଯ୍ୟ ପାଇଁ ତାଙ୍କୁ ପ୍ରଶଂସା କର।
ବହୁତ ଲୋକେ ପରମେଶ୍ୱରଙ୍କୁ ପ୍ରଶଂସା କରି ଅନେକ ଗୀତ ଲେଖିଛନ୍ତି।
25 ପ୍ରତ୍ୟେକ ଲୋକ ପରମେଶ୍ୱର କ’ଣ କରିଛନ୍ତି ଦେଖି ପାରିବେ।
ଦୂର ଦେଶର ଲୋକମାନେ ସେହିସବୁ କଥା ଦେଖି ପାରିବେ।
26 ହଁ, ପରମେଶ୍ୱର ମହାନ ଅଟନ୍ତି।
ଆମ୍ଭେ କିନ୍ତୁ ତାଙ୍କର ମହାନତାକୁ ବୁଝିପାରୁ ନାହୁଁ।
ଏହା ଜାଣିବା ଅସମ୍ଭବ ପରମେଶ୍ୱର କେତେ ବର୍ଷରୁ ଅଛନ୍ତି।
27 “ପରମେଶ୍ୱର ଭୂମିରୁ ଜଳ ନିଅନ୍ତି
ଓ ତାକୁ କୁହୁଡ଼ି ଓ ବର୍ଷାରେ ପରିଣତ କରନ୍ତି।
28 ତେଣୁ ବାଦଲ ଖଣ୍ଡ ଜଳ ବୃଷ୍ଟି କରନ୍ତି।
ତା’ ଫଳରେ ବର୍ଷାଜଳ ଅନେକ ଲୋକଙ୍କ ଉପରେ ପଡ଼େ।
29 କେହି ବୁଝିପାରିବେ ନାହିଁ ଯେ, ପରମେଶ୍ୱର ମେଘକୁ ବାହାରେ ବିସ୍ତାର କରନ୍ତି
କି ଆକାଶରେ ଘଡ଼ଘଡ଼ି କିପରି ମାରେ।
30 ଦେଖ, ପରମେଶ୍ୱର କେମିତି ପୃଥିବୀ ଉପରେ ବିଜୁଳିର ଆଲୋକ ବିସ୍ତାର କରନ୍ତି
ଓ ସମୁଦ୍ରର ଗଭୀରତମ ପ୍ରଦେଶକୁ ମଧ୍ୟ ଆଚ୍ଛାଦିତ କରି ଦିଅନ୍ତି।
31 ପରମେଶ୍ୱର ସେମାନଙ୍କୁ ବ୍ୟବହାର କରନ୍ତି ଦେଶମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ
ଓ ପ୍ରଚୁର ଖାଦ୍ୟ ସେମାନଙ୍କୁ ଦେବା ପାଇଁ।
32 ପରମେଶ୍ୱର ନିଜ ହାତରେ ବିଜୁଳି ଆଚ୍ଛାଦନ କରି
ସେ ନିଜେ ଗ୍ଭହୁଁଥିବା ଜାଗାମାନଙ୍କୁ ମାରନ୍ତି।
33 ଘଡ଼ଘଡ଼ି ସୂଚନା ଦିଏ ଯେ ଝଡ଼ ଆସୁଛି।
ଏପରିକି ପଶୁପଲ ମଧ୍ୟ ଆଗାମୀ ଝଡ଼ ବତାସ ଆସିବା ଜାଣି ପାରନ୍ତି।
37 “ବିଜୁଳି ଓ ଘଡ଼ଘଡ଼ି ମୋତେ ଭୟଭୀତ କରେ।
ଛାତି ଭିତରର ହୃତପିଣ୍ଡ ଭୟରେ କମ୍ପି ଉଠେ।
2 ସମସ୍ତେ ଶୁଣ! ପରମେଶ୍ୱରଙ୍କ ସ୍ୱର ଘଡ଼ଘଡ଼ି ଭଳି ଶୁଣାଯାଏ।
ସେହି ଘଡ଼ଘଡ଼ିର ଶବ୍ଦକୁ ଶୁଣ, ଯାହା ପରମେଶ୍ୱରଙ୍କ ପାଟିରୁ ବାହାରେ।
3 ପରମେଶ୍ୱର ତାଙ୍କର ବିଜୁଳିକୁ ମାରନ୍ତି, ଯାହା ସମଗ୍ର ଆକାଶକୁ କମ୍ପିତ କରେ।
ଏହା ସମଗ୍ର ପୃଥିବୀକୁ ମଧ୍ୟ ଝଲସାଇ ଦିଏ।
4 ତା'ପରେ ବିଜୁଳି ମାରିବା ପରେ ପରମେଶ୍ୱରଙ୍କ ବଜ୍ର ଗମ୍ଭିର କଣ୍ଠସ୍ୱର ଶୁଣାଯାଏ,
ପରମେଶ୍ୱର ତାଙ୍କର ଚମତ୍କାର ସ୍ୱରରେ ଘଡ଼ଘଡ଼ି କରନ୍ତି।
ବିଜୁଳି ମାରିଲା ବେଳେ ପରମେଶ୍ୱରଙ୍କ ସ୍ୱର ଘଡ଼ଘଡ଼ି ମାରେ।
5 ପରମେଶ୍ୱରଙ୍କ ଘଡ଼ଘଡ଼ି କଣ୍ଠସ୍ୱର ଅଦ୍ଭୂତ ଧରଣର
ସେ ଅନେକ ମହାନ କାର୍ଯ୍ୟ କରନ୍ତି, ଯାହାକୁ ଆମ୍ଭେ ବୁଝିପାରିବା ନାହିଁ।
6 ପରମେଶ୍ୱର ବରଫକୁ କହନ୍ତି:
‘ପୃଥିବୀ ଉପରେ ପଡ଼।’
ଏବଂ ପରମେଶ୍ୱର ବର୍ଷାକୁ କହନ୍ତି
‘ପୃଥିବୀରେ ଢାଳି ହୁଅ।’
7 ପରମେଶ୍ୱର ତାହା କରନ୍ତି, ଯଦ୍ଦ୍ୱାରା ସମସ୍ତ ଲୋକ ଜାଣି ପାରିବେ ପରମେଶ୍ୱର ତିଆରି କରିଛନ୍ତି ଏବଂ ସମସ୍ତେ ଜାଣିବେ ସେ କ’ଣ କରି ପାରନ୍ତି।
ଏହା ତାଙ୍କର ପ୍ରମାଣ ଅଟେ।
8 ପଶୁମାନେ ସେମାନଙ୍କ ଆଶ୍ରୟସ୍ଥଳକୁ ଦୌଡ଼ି ପଳାନ୍ତି ଓ ସେଠାରେ ରୁହନ୍ତି।
9 ଦକ୍ଷିଣ ଦିଗରୁ ବତାସ ମାଡ଼ି ଆସେ।
ଥଣ୍ଡା ପବନ ଉତ୍ତର ଦିଗରୁ ମାଡ଼ି ଆସେ।
10 ପରମେଶ୍ୱରଙ୍କ ନିଶ୍ୱାସରେ ବରଫ ସୃଷ୍ଟି ହୁଏ
ଓ ସମୁଦ୍ର ଜମାଟ ବାନ୍ଧି ଯାଏ।
11 ପରମେଶ୍ୱର ବାଦଲକୁ ଜଳରେ ପୂର୍ଣ୍ଣ କରନ୍ତି
ଓ ସେହି ମେଘରେ ବିଜୁଳି ସୃଷ୍ଟି କରିଛନ୍ତି।
12 ପରମେଶ୍ୱର ମେଘକୁ ଆଦେଶ ଦିଅନ୍ତି ସମଗ୍ର ପୃଥିବୀରେ ଭ୍ରମଣ କରିବା ପାଇଁ।
ମେଘମାଳା ସେ ଯାହା ଆଜ୍ଞା କରନ୍ତି ତାହା କରନ୍ତି।
13 ଏହା ହୁଏତ ଲୋକଙ୍କୁ ଦଣ୍ଡ ଦେବା ପାଇଁ ଅବା ଦେଶର ଉନ୍ନତି କରାଇବା ପାଇଁ
ଅବା ପ୍ରେମ ଦେଖାଇବା ପାଇଁ ସେ ଏହା କରନ୍ତି।
14 “ଆୟୁବ, ଗୋଟିଏ ମୁହୂର୍ତ୍ତ ପାଇଁ ବନ୍ଦକର,
ଓ ଥରେ ଭାବିଲ ଯେଉଁ ଅଲୌକିକ କାର୍ଯ୍ୟସବୁ ପରମେଶ୍ୱର କରନ୍ତି।
15 ଆୟୁବ, ତୁମ୍ଭେ ଜାଣ କି ପରମେଶ୍ୱର କିପରି ବାଦଲକୁ ନିୟନ୍ତ୍ରଣ କରନ୍ତି?
ତୁମ୍ଭେ ଜାଣ କି ପରମେଶ୍ୱର ତାଙ୍କର ବିଜୁଳି ଚମକାନ୍ତି?
16 ତୁମ୍ଭେ ଜାଣ କି ମେଘ ଖଣ୍ଡସବୁ ଆକାଶରେ କିପରି ଓହଳି ରୁହନ୍ତି?
ସେହି ଅଲୌକିକ କାର୍ଯ୍ୟର ମେଘ ତ କେବଳ ଗୋଟିଏ ଉଦାହରଣ ଓ ପରମେଶ୍ୱର ମଧ୍ୟ ସେସବୁ ଜାଣନ୍ତି।
17 କିନ୍ତୁ ଆୟୁବ, ତୁମ୍ଭେ ଏସବୁ ଜାଣ ନାହିଁ।
ତୁମ୍ଭେ କେବଳ ଏତିକି ଜାଣ ଯେ ଦକ୍ଷିଣ ଦିଗରୁ ଯେତେବେଳେ ପବନ ପ୍ରବାହିତ ହୁଏ, ତୁମ୍ଭର ପୋଷାକ ପତ୍ର ଗରମ ହୋଇ ଯାଏ।
ଏବଂ ଦେଶ ନୀରବ ହୋଇଯାଏ।
18 ଆୟୁବ, ତୁମ୍ଭେ କ’ଣ ଆକାଶ ମଣ୍ଡଳ ବିସ୍ତାର କରିବା ପାଇଁ ପରମେଶ୍ୱରଙ୍କୁ ସାହାଯ୍ୟ କରି ପାରିବ
ଏବଂ ମାର୍ଜିତ ପିତ୍ତଳ ପରି ଚକ୍ଚକ୍ କରି ପାରିବ?
19 “ଆୟୁବ, ଆମ୍ଭକୁ ଟିକେ କୁହ ଆମ୍ଭେ ପରମେଶ୍ୱରଙ୍କୁ କ’ଣ କହିବା।
ଆମ୍ଭକୁ କ’ଣ କହିବାକୁ ହେବ, ଭାବିପାରୁ ନାହୁଁ।
କାରଣ ଆମ୍ଭେ ଅଜ୍ଞାନ ଅନ୍ଧକାରରେ ବୁଡ଼ି ରହିଛୁ।
20 ମୁଁ ପରମେଶ୍ୱରଙ୍କୁ କହିବି ନାହିଁ ଯେ ମୁଁ ତାଙ୍କ ସହିତ କଥା ହେବାକୁ ଗ୍ଭହେଁ।
ଏହା ଧ୍ୱଂସକୁ ଡାକି ଆଣିବା ସହିତ ସମାନ ହେବ।
21 କେହି ସୂର୍ଯ୍ୟଙ୍କୁ ଗ୍ଭହିଁ ପାରିବେ ନାହିଁ।
ଏହାର ଉଜ୍ଜ୍ୱଳ କିରଣ ଆକାଶରେ ଝଲମଲ କରେ, ଯେତେବେଳେ ବାଦଲ ସବୁ ବାୟୁଦ୍ୱାରା ଅପସରିଯାଏ।
22 ପରମେଶ୍ୱର ମଧ୍ୟ ଠିକ୍ ସେହିପରି, ତାଙ୍କର ସୁବର୍ଣ୍ଣମୟ ମହିମା ପବିତ୍ର ପର୍ବତ ମଧ୍ୟରୁ ଚିକ୍ଚିକ୍ କରେ।
ତାଙ୍କ ଚତୁର୍ଦ୍ଦିଗରେ ଉଜ୍ଜ୍ୱଳ କିରଣ ବିଚ୍ଛୁରିତ ହୋଇଥାଏ।
23 ସର୍ବଶକ୍ତିମାନ ପରମେଶ୍ୱର ମହାନ ଅଟନ୍ତି।
ଆମ୍ଭେ ପରମେଶ୍ୱରଙ୍କୁ ବୁଝିପାରିବା ନାହିଁ।
ସେ ପରମ ଶକ୍ତିଶାଳୀ କିନ୍ତୁ ସେ ଆମ୍ଭମାନଙ୍କ ପାଇଁ ବିଗ୍ଭରବନ୍ତ ଓ ଧାର୍ମିକ।
ସେ ଆମ୍ଭମାନଙ୍କୁ ଆଘାତ ଦେବାକୁ ଗ୍ଭହାନ୍ତି ନାହିଁ।
24 ସେଥିପାଇଁ ଲୋକେ ତାଙ୍କୁ ସମ୍ମାନ କରନ୍ତି।
କିନ୍ତୁ ସେ ଗର୍ବୀ ତଥା ଯେଉଁମାନେ ନିଜକୁ ଜ୍ଞାନୀ ଭାବନ୍ତି ତାଙ୍କୁ ସମ୍ମାନ କରନ୍ତି ନାହିଁ।”
2010 by World Bible Translation Center