Beginning
ଆୟୁବ ତା'ର କାହାଣୀ କହି ଗ୍ଭଲିଲା
29 ଆୟୁବ ତା'ର କାହାଣୀ ଗ୍ଭଲୁ ରଖିଲା,
2 “ମୁଁ ଇଚ୍ଛାକରେ, କିଛିମାସ ପୂର୍ବରୁ ମୋର ଜୀବନ ଯେପରି ଥିଲା ସେହିପରି ରହନ୍ତା।
ପରମେଶ୍ୱର ମୋ’ ଉପରେ ଦୃଷ୍ଟି ରଖିଲେ, ମୋର ଯତ୍ନ ନେଉଥିଲେ।
3 ଯେତେବେଳେ ପରମେଶ୍ୱର ମୋ’ ମୁଣ୍ଡ ଉପରେ ଉଜ୍ଜ୍ୱଳ ଆଲୋକ ପକାଉଥିଲେ,
ତାଙ୍କ ଆଲୋକ ବଳରେ ମୁଁ ଅନ୍ଧକାରରେ ଗ୍ଭଲିବାକୁ ସକ୍ଷମ ହୋଇଥିଲି।
4 ମୁଁ ସେହି ଦିନଗୁଡ଼ିକ ନିମନ୍ତେ ଇଚ୍ଛାକରେ ଯେତେବେଳେ ମୋର ସାଫଲ୍ୟ ଥିଲା
ଏବଂ ଯେତେବେଳେ ପରମେଶ୍ୱରଙ୍କର ବନ୍ଧୁତା ମୋର ଗୃହକୁ ଆଶୀର୍ବାଦ କଲେ।
5 ଆହା, ଯେଉଁ ସମୟରେ ସର୍ବଶକ୍ତିମାନ ପରମେଶ୍ୱର ମୋ’ ସହିତ ଥିଲେ
ମୋର ପିଲାମାନେ ମୋ’ ଗ୍ଭରି ପାଖରେ ଥିଲେ ସେହି ସମୟକୁ ମୁଁ ଗ୍ଭହେଁ।
6 ଜୀବନ ଅତି ସୁଖକର ଥିଲା।
ମୁଁ ମୋର ପାଦକୁ ଦୁଗ୍ଧ ଲହୁଣୀରେ ଧୌତ କରୁଥିଲି।
ମୋ’ ନିକଟରେ ଅନେକ ତୈଳ ନଦୀ ପ୍ରବାହିତ ହେଉଥିଲା।
7 “ସେହିସବୁ ଦିନଗୁଡ଼ିକରେ ମୁଁ ନଗରର ଛକ ଜାଗାକୁ ଯାଉଥିଲି।
ନଗରର ବଡ଼ମାନଙ୍କ ସହିତ ବସୁଥିଲି, ଯେଉଁ ସ୍ଥାନରେ ଲୋକମାନେ ବସି ସଭା କରୁଥିଲେ।
8 ସବୁ ଲୋକମାନେ ମୋତେ ସମ୍ମାନ କରୁଥିଲେ, ସାନ ସାନ ପିଲାମାନେ ମୋ’ ଆସିବା ଦେଖି ମୋ’ ବାଟରୁ ଆଡ଼େଇ ହୋଇ ଯାଉଥିଲେ।
ବଡ଼ଲୋକ ସମ୍ମାନ ସ୍ୱରୂପ ଛିଡ଼ା ହୋଇ ପଡ଼ୁଥିଲେ।
9 ମୋତେ ଦେଖି ନେତାମାନେ ଚୂପ୍ ହୋଇ ଯାଉଥିଲେ
ଏବଂ ତାଙ୍କ ମୁଖରେ ହାତ ଦେଉଥିଲେ।
10 ଏପରିକି ଗଣ୍ୟମାନ୍ୟ ବ୍ୟକ୍ତି ମଧ୍ୟ ତାଙ୍କର କଥା କହିଲା ବେଳେ ଆସ୍ତେ କଥା ହେଉଥିଲେ,
ଏହା ଦେଖାଯାଉଥିଲା ଯେପରି ତାଙ୍କର ଜିଭ ପାଟିରେ ଅଟକି ଯାଉଥିଲା।
11 ମୁଁ ଯାହା କହୁଥିଲି ସେମାନେ ତାହା ମନ ଦେଇ ଶୁଣୁଥିଲେ ଏବଂ ଏହା ପରେ ମୋ’ ବିଷୟରେ ଭଲ କଥା ହେଉଥିଲେ।
ମୁଁ ଯାହା କରୁଥିଲି, ଲୋକେ ତାକୁ ଦେଖୁଥିଲେ ଓ ପ୍ରଶଂସା କରୁଥିଲେ।
12 କାରଣ ଯେତେବେଳେ କୌଣସି ଗରିବ ଲୋକଟିଏ ସାହାଯ୍ୟ ପାଇଁ ଡାକୁଥିଲା ମୁଁ ତାକୁ ସାହାଯ୍ୟ କରୁଥିଲି।
ମୁଁ ମଧ୍ୟ ସେହି ପିଲାମାନଙ୍କୁ ସାହାଯ୍ୟ କରୁଥିଲି।
ଯାହାଙ୍କର ପିତାମାତା ନ ଥିଲେ ଏବଂ ସେମାନଙ୍କର ଯତ୍ନ ନେବାକୁ କେହି ନ ଥିଲେ।
13 ଯେଉଁ ମଣିଷ ମରି ଯାଉଥିଲା ସେ ମୋତେ ଆଶୀର୍ବାଦ କଲା।
ମୁଁ ସେହି ବିଧବାମାନଙ୍କୁ କିଛି ଖାଇବା ନିମନ୍ତେ ଦେଲି।
14 ଧାର୍ମିକତା ମୋର ବସ୍ତ୍ର ନ୍ୟାୟ ମୋର ଗ୍ଭେଗା
ଓ ମୋର ପଗଡ଼ି ଥିଲା।
15 ମୁଁ ଅନ୍ଧ ଲୋକର ଚକ୍ଷୁ ସଦୃଶ ଥିଲି।
ସେମାନେ ଯେଉଁ ଆଡ଼କୁ ଯିବାକୁ ଇଚ୍ଛା କରୁଥିଲେ ସେହି ପଥରେ ଯିବାକୁ ମୁଁ ସାହାଯ୍ୟ କରୁଥିଲି।
ଛୋଟା ଲୋକର ମୁଁ ପାଦ ସଦୃଶ ଥିଲି।
ସେମାନେ ଯେଉଁ ସ୍ଥାନକୁ ଯିବାକୁ ଇଚ୍ଛା କରୁଥିଲେ ମୁଁ ତାଙ୍କୁ ବୋହି ନେଉଥିଲି।
16 ମୁଁ ଗରିବ ଲୋକର ପିତା ସଦୃଶ ଥିଲି।
ମୁଁ ନ ଜାଣିଥିବା ଲୋକକୁ ମଧ୍ୟ ସାହାଯ୍ୟ କରୁଥିଲି।
ସେମାନଙ୍କୁ ଅଦାଲତରେ ତର୍କରେ ଜିତାଇ ଦେଉଥିଲି।
17 ଦୁଷ୍ଟ ଲୋକର କ୍ଷମତାର ଅପବ୍ୟବହାରରୁ
ନିରୀହ ଲୋକଙ୍କୁ ଉଦ୍ଧାର କରୁଥିଲି।
18 “ମୁଁ ଭାବୁଥିଲି, ମୁଁ ମୋ’ ଗୃହରେ ମୃତ୍ୟୁବରଣ କରିବି,
କିନ୍ତୁ ମୋର ଦିନଗୁଡ଼ିକ ସମୁଦ୍ରର ବାଲିକଣା ପରି ହେବ।
19 ମୁଁ ସବୁଦିନ ସ୍ୱାସ୍ଥ୍ୟବାନ କାର୍ଯ୍ୟକ୍ଷମ ଥିବି।
ଗୋଟିଏ ସବଳ ବୃକ୍ଷଭଳି ଯାହାର ଚେର ମାଟିତଳେ ଜଳକୁ ସ୍ପର୍ଶ କରି ଅନେକ ଡାଳ ଶାଖା ପ୍ରଶାଖା ମେଲି କାକରରେ ଭିଜି ଯାଇଥିବ।
20 ମୋ’ ପାଇଁ ପ୍ରତ୍ୟେକ ଦିନ ଗୋଟିଏ ନୂଆ ଦିନ ହୋଇଥିବ,
ଯାହା ମୋର ଗୌରବରେ ପୂର୍ଣ୍ଣ ହେବା ସହିତ ବହୁତ ନୂଆ ସମ୍ଭାବନାକୁ ମଧ୍ୟ ସାକାର କରୁଥିବ।
21 “ଅତୀତରେ ଲୋକେ ମୋ’ କଥାକୁ ନୀରବରେ ଶୁଣୁଥିଲେ।
ଯେତେବେଳେ ସେମାନେ ମୋ’ ପାଖକୁ କୌଣସି ଉପଦେଶ ପାଇଁ ଆସୁଥିଲେ।
22 ମୁଁ ମୋର ବକ୍ତବ୍ୟ ସମାପ୍ତି କଲାପରେ ଲୋକମାନେ ସମସ୍ତ ବିଷୟରେ ଶୁଣି ପାରିଲେ, ପରେ ସେମାନଙ୍କର ଆଉ କିଛି କହିବାକୁ ନ ଥାଏ।
ମୋର ସମସ୍ତ କଥା ସେମାନଙ୍କ କାନକୁ ମୃଦୁ ଭାବରେ ପ୍ରବେଶ କରୁଥିଲା।
23 ଲୋକେ ବର୍ଷାକୁ ଅପେକ୍ଷା କଲାପରି ମୋ’ କଥା ଶୁଣିବାକୁ ଅପେକ୍ଷା କରୁଥିଲେ।
ଲୋକେ ମୋର କଥାକୁ ବସନ୍ତଋତୁର ବର୍ଷାଭଳି ପାନ କରୁଥିଲେ।
24 ମୁଁ ସେହି ଲୋକମାନଙ୍କ ସହିତ ହସିଲି ଏବଂ ସେମାନେ ତାହା ବିଶ୍ୱାସ କରି ପାରିଲେ ନାହିଁ।
ମୋର ହସ ଦ୍ୱାରା ସେମାନେ ଅଧିକ ଖୁସୀ ଅନୁଭବ କଲେ।
25 ମୁଁ ସେମାନଙ୍କର ନେତା ଥିଲେ ବି ସେମାନଙ୍କ ସଙ୍ଗରେ ମିଳିମିଶି ରହିବାକୁ ପସନ୍ଦ କରୁଥିଲି।
ମୁଁ ସୈନ୍ୟମାନଙ୍କ ମଧ୍ୟରେ ଜଣେ ରାଜା ଥିଲି।
ଯେଉଁମାନେ ଦୁଃଖରେ ଥିଲେ ସେମାନଙ୍କୁ ସାନ୍ତ୍ୱନା ପ୍ରଦାନ କରୁଥିଲି।
30 “କିନ୍ତୁ ବର୍ତ୍ତମାନ ଯେଉଁମାନେ ମୋ'ଠାରୁ ବୟସରେ ସାନ ସେମାନେ ମଧ୍ୟ ମୋତେ ପରିହାସ କରୁଛନ୍ତି।
ଆଉ ସେମାନଙ୍କ ପିତାଗଣ ଏଭଳି ଅଯୋଗ୍ୟ ଯେ ମୁଁ ସେମାନଙ୍କୁ ମୋ’ ମେଣ୍ଢା ପଲ ଜଗୁଥିବା କୁକୁରମାନଙ୍କ ସହିତ ରଖାଇବି ନାହିଁ।
2 ସେହି ଯୁବକମାନଙ୍କର ପିତାଗଣ ଏତେ ଦୁର୍ବଳ ଯେ ସେମାନେ ମୋତେ ସାହାଯ୍ୟ କରି ପାରିବେ ନାହିଁ।
ସେମାନେ ଆଦି ବୃଦ୍ଧ କ୍ଳାନ୍ତ, ସେମାନଙ୍କ ମାଂସପେଶୀରେ ଶକ୍ତି ସାମର୍ଥ ଆଉ ନାହିଁ।
3 ସେମାନେ ମଲା ମଣିଷ ଭଳି।
ସେମାନେ ଖାଦ୍ୟ ବିନା ଅନାହାରରେ ସଢ଼ୁଛନ୍ତି।
ବାଧ୍ୟ ହୋଇ ମରୁଭୂମିର ଶୁଖିଲା ଧୂଳିରେ ପେଟ ପୁରାଉଛନ୍ତି।
4 ସେମାନେ ମରୁଭୂମିରେ ଥିବା ଲୁଣିଆ ବୁଦାକୁ ଟାଣି ଆଣନ୍ତି
ଓ ରୋତମ ବୃକ୍ଷର ଚେର ଖାଇ ବଞ୍ଚନ୍ତି।
5 ସେମାନେ ବାଧ୍ୟ ହୋଇ ଅନ୍ୟମାନଙ୍କଠାରୁ ପଳାୟନ କରନ୍ତି।
ଗ୍ଭେରକୁ ଦେଖିଲା ପରି, ଲୋକମାନେ ସେମାନଙ୍କ ଉପରେ ପାଟି କରନ୍ତି।
6 ଶୁଖିଲା ନଦୀ ଶଯ୍ୟା, ପାହାଡ଼ ଗୁମ୍ଫା
ଓ ମାଟିରେ ଥିବା ଗାତରେ ସେମାନେ ରହିବାକୁ ବାଧ୍ୟ।
7 ସେମାନେ ବୁଦାରେ ରହି ଗଧପରି ବୋବାନ୍ତି
ଓ କଣ୍ଟାବୁଦା ତଳେ ରୁଣ୍ଡ ହୁଅନ୍ତି।
8 ସେମାନେ ଦଳେ ଅଯୋଗ୍ୟ ନାମହୀନ ଲୋକ।
ଯିଏ କି ବାଧ୍ୟ ହୋଇ ଦେଶ ଛାଡ଼ିଥିଲେ।
9 “ବର୍ତ୍ତମାନ ସେହି ଲୋକମାନଙ୍କର ପୁଅମାନେ ମୋତେ ନେଇ ପରିହାସ ସୂଚକ ଗୀତ ବୋଲନ୍ତି
ଏବଂ ମୋ’ ନାଁ ଏକ ଅପଶବ୍ଦରେ ପରିଣତ ହୋଇଛି।
10 ସେହି ଯୁବକମାନେ ମୋତେ ଘୃଣା କରନ୍ତି।
ମୋ'ଠାରୁ ଦୂରେଇ ଛିଡ଼ା ହୁଅନ୍ତି ଏବଂ ସେମାନେ ଭାବନ୍ତି ମୋ'ଠାରୁ ବହୁତ ଭଲ ଏପରିକି ସେମାନେ ମୋ’ ମୁହଁରେ ଛେପ ପକାନ୍ତି।
11 ପରମେଶ୍ୱର ମୋ’ ଧନୁରୁ ବାଣ କାଢ଼ି ନେଇଛନ୍ତି ଏବଂ ମୋତେ ଦୁର୍ବଳ କରି ଦେଇଛନ୍ତି।
ସେହି ଯୁବକମାନେ ସମସ୍ତ ପ୍ରକାର ଆକ୍ଷେପ କରନ୍ତି, ଯେତେବେଳେ ମୋତେ ଦେଖନ୍ତି।
12 ସେମାନେ ମୋର ଡାହାଣ ପଟରୁ ଆକ୍ରମଣ କରନ୍ତି।
ସେମାନେ ମୋର ପାଦକୁ ମୋ'ଠାରୁ ଠେଲି ଦିଅନ୍ତି
ଯାହା ମୁଁ ଗୋଟିଏ ଆକ୍ରାନ୍ତ ହୋଇଥିବା ସହର ମୋ’ ପାଚେରୀ ବିରୁଦ୍ଧରେ ସେମାନେ ମାଟିର ମଞ୍ଚ ନିର୍ମାଣ କରନ୍ତି।
13 ସେମାନେ ମୋର ରାସ୍ତାକୁ ଜଗନ୍ତି।
ମୁଁ ଯାହା ଫଳରେ ପଳାୟନ କରିପାରେ ନାହିଁ।
ମୋତେ ଧ୍ୱଂସ କରିବାରେ ସେମାନେ ସଫଳ ହୁଅନ୍ତି।
ସେମାନେ କାହାରି ସାହାଯ୍ୟ ଆବଶ୍ୟକ କରନ୍ତି ନାହିଁ।
14 ସେମାନେ ପାଚେରୀରେ ଏକ ସିନ୍ଧି କରନ୍ତି ଓ ଜୋର ଜବରଦସ୍ତ ସେହି ମଧ୍ୟଦେଇ ପ୍ରବେଶ କରନ୍ତି।
ଝଡ଼ର ତାଣ୍ଡବ ଲୀଳାରେ ସେମାନେ ସହଜରେ ଗତି କରନ୍ତି।
15 ମୁଁ ଭୟରେ ଥରୁଅଛି।
ବାୟୁ ଜିନିଷସବୁକୁ ଉଡ଼ାଇ ନେଲାଭଳି ସେମାନେ ମୋର ସମ୍ମାନକୁ ଉଡ଼େଇ ନେଉଛନ୍ତି।
ମେଘଭଳି ମୋର ନିରାପତ୍ତା ହଜିଯାଉଛି।
16 “ବର୍ତ୍ତମାନ ମୋର ଜୀବନ ପ୍ରାୟ ଶେଷ ହୋଇଗଲାଣି ଏବଂ ଶୀଘ୍ର ମୁଁ ମରିଯିବି।
ଯନ୍ତ୍ରଣାର ଦିନଗୁଡ଼ିକ ମୋତେ ମାଡ଼ି ବସିଲାଣି।
17 ମୋର ଦେହର ସମସ୍ତ ହାଡ଼ ରାତିରେ ଯନ୍ତ୍ରଣା ଦିଏ।
ମୋର କଷ୍ଟ କେବେ ମୋତେ ଚୋବେଇବା ବନ୍ଦ କରେ ନାହିଁ।
18 ଅତ୍ୟଧିକ ଶକ୍ତିରେ ମୋର ଲୁଗା ମୋଡ଼ିମାଡ଼ି ହୋଇ ଆକାର ବିହୀନ ହୋଇଯାଇଛି,
ମୋର ଲୁଗାର ଗଳାବନ୍ଧା ମୋର ଶ୍ୱାସରୋଧ କରୁଛି।
19 ପରମେଶ୍ୱର ମୋତେ କାଦୁଅରେ ଫିଙ୍ଗି ଦେଲେ
ଓ ମୁଁ ମଇଳା ଓ ପାଉଁଶ ଭଳି ହୋଇଗଲି।
20 “ପରମେଶ୍ୱର ତୁମ୍ଭର ସାହାଯ୍ୟ ପାଇଁ ମୁଁ ଚିତ୍କାର କରେ, କିନ୍ତୁ ତୁମ୍ଭେ ଉତ୍ତର ଦିଅ ନାହିଁ।
ଓ ପ୍ରାର୍ଥନା କରେ କିନ୍ତୁ ତୁମ୍ଭେ କୌଣସି ଦୃଷ୍ଟି ଦିଅ ନାହିଁ।
21 ହେ ପରମେଶ୍ୱର, ତୁମ୍ଭେ ଜୋର ପବନ ଦ୍ୱାରା ମୋତେ ଉଡ଼ାଇ ଦିଅ।
ତୁମ୍ଭେ ମୋତେ ଝଡ଼ ଗ୍ଭରିଆଡ଼େ ଫିଙ୍ଗିଦିଅ।
22 ପରମେଶ୍ୱର ବତାଶରେ ଉଡ଼ିଯିବାକୁ ମୋତେ ଅନୁମତି ଦିଅ।
ତୁମ୍ଭେ ଝଡ଼ରେ ମୋତେ ଫିଙ୍ଗିଦିଅ।
23 ମୁଁ ଜାଣେ ତୁମ୍ଭେ ମୃତ୍ୟୁ ଆଡ଼କୁ କଢ଼ାଇ ଦେବ।
ପ୍ରତ୍ୟେକ ଜୀବିତ ବ୍ୟକ୍ତି ନିଶ୍ଚୟ ମରିବେ।
24 “କିନ୍ତୁ ନିଶ୍ଚୟ କେହି ଜଣକୁ ଆଘାତ କରିବନି ଯିଏ ବିନଷ୍ଟ ହୋଇ ଯାଇଛି
ଏବଂ ସାହାଯ୍ୟ ପାଇଁ କାନ୍ଦୁଛି।
25 ହେ ପରମେଶ୍ୱର, ତୁମ୍ଭେ ଜାଣ ଅସହାୟ ଲୋକଙ୍କ ପାଇଁ ମୁଁ କାନ୍ଦିଛି।
ଦୀନ ଦୁଃଖୀଙ୍କ ପାଇଁ ମୋର ହୃଦୟ ଦୁଃଖରେ ଭାଙ୍ଗି ପଡ଼ିଛି।
26 କିନ୍ତୁ ମୁଁ ଯେତେବେଳେ ଭଲ ଜିନିଷ ଗ୍ଭହେଁ, ତା’ ବଦଳରେ ଖରାପ ଜିନିଷ ପାଏ।
ମୁଁ ଯେତେବେଳେ ଆଲୋକର ସନ୍ଧାନ କରେ ସେତେବେଳେ ଅନ୍ଧକାର ମାଡ଼ି ଆସେ।
27 ମୋର ଅନ୍ତନାଳୀ ଆଲୋଡ଼ିତ ହେଉଛି।
ଯନ୍ତ୍ରଣାର ଶେଷ ନାହିଁ ଏବଂ ବର୍ତ୍ତମାନ ମାତ୍ର ଯନ୍ତ୍ରଣା ଆରମ୍ଭ ହୋଇଛି।
28 ଶୋକ କରି ମୁଁ ଗ୍ଭରିଆଡ଼େ ବୁଲେ, କିନ୍ତୁ ସାନ୍ତ୍ୱନା ପାଏ ନାହିଁ।
ମୁଁ ପ୍ରାର୍ଥନା ସଭାରେ ଛିଡ଼ା ହୁଏ ଓ ସାହାଯ୍ୟ ପାଇଁ ଆର୍ତ୍ତନାଦ କରେ।
29 ବଣର କୁକୁର ଓ ମରୁଭୂମିର
ଓଟପକ୍ଷୀ ଭଳି ମୁଁ ଏକୁଟିଆ।
30 ମୋ’ ଦେହର ଚମଡ଼ା ପୋଡ଼ି ଯାଇ ଛିଣ୍ଡି ପଡ଼ୁଛି।
ଜ୍ୱରରେ ମୋର ଦେହରେ ଭୀଷଣ ତାତି।
31 ବିଷାଦର ଗୀତ ଗାଇବା ପାଇଁ ମୋର ବୀଣା ବନ୍ଧା ହୋଇଛି।
କରୁଣ କ୍ରନ୍ଦନ କଲାଭଳି ମୋର ବଂଶୀ ଶବ୍ଦ ସୃଷ୍ଟି କରୁଛି।
31 “ମୁଁ ମୋର ଚକ୍ଷୁ ସଙ୍ଗେ ଏପରି ଏକ ଚୁକ୍ତି କରିଛି ଯେ
ମୁଁ କୌଣସି ଝିଅକୁ ଏପରି ଭାବରେ ଦେଖିବି ନାହିଁ, ଯଦ୍ଦ୍ୱାରା କି ମୁଁ ତାକୁ ଗ୍ଭହିଁବି।
2 ସର୍ବଶକ୍ତିମାନ ପରମେଶ୍ୱର ଲୋକଙ୍କ ପ୍ରତି କ’ଣ କରନ୍ତି?
ପରମେଶ୍ୱର ତାଙ୍କ ବାସସ୍ଥଳ ସ୍ୱର୍ଗରୁ କିପରି ଲୋକମାନଙ୍କୁ ବେତନ ଦିଅନ୍ତି।
3 ପରମେଶ୍ୱର ଦୁଷ୍ଟ ଲୋକଙ୍କ ପ୍ରତି ବିପଦ ଓ ଦୁର୍ଗତି ସୃଷ୍ଟି କରନ୍ତି।
ଯେଉଁ ଲୋକମାନେ ଭଲ କାମ ନ କରନ୍ତି ସେମାନଙ୍କ ପ୍ରତି ପରମେଶ୍ୱର ବିପତ୍ତି ସୃଷ୍ଟି କରନ୍ତି।
4 ମୁଁ ଯାହାକରେ ବା ପଦକ୍ଷେପ ଗ୍ରହଣ କରେ,
ପରମେଶ୍ୱର ସେ ସବୁ ଜାଣନ୍ତି ଓ ଦେଖନ୍ତି।
5 “ମୁଁ କେବେ ମିଥ୍ୟା କହି ନାହିଁ
କି ଲୋକଙ୍କୁ ଠକି ନାହିଁ।
6 ଯଦି ପରମେଶ୍ୱର ଯଥାର୍ଥ ମାନଦଣ୍ଡ ବ୍ୟବହାର କରନ୍ତି,
ତେବେ ସେ ଜାଣି ପାରିବେ ମୁଁ ନିରପରାଧୀ।
7 ମୁଁ ଯଦି ଠିକ୍ ବାଟରୁ ଆଡ଼େଇ ଯାଏ, ଯଦି ମୋର ଆଖି ହୃଦୟକୁ ଦୁଷ୍ଟତା ଆଡ଼କୁ ଟାଣି ନିଏ,
ଯଦି ମୋର ହାତ ପାପରେ ମଳିନ ହୁଏ।
ତେବେ ପରମେଶ୍ୱର ଜାଣିବେ।
8 ତେବେ ଅନ୍ୟ ଲୋକ ସେହି ଶସ୍ୟ ଖାଇଲେ ତାହା ଠିକ୍ ହେବ,
ମୁଁ ତାହା ଲଗାଇଲି ଏବଂ ବଢ଼ିଥିବା ଗଛକୁ ମୁଁ ଉପାଡ଼ି ଦେଲି।
9 “ଯଦି ମୁଁ ପର ସ୍ତ୍ରୀକୁ କାମନା କରିଥାଏ
ବା ପଡ଼ୋଶୀ ସ୍ତ୍ରୀ ସହ ପାପ କାର୍ଯ୍ୟ କରିବା ପାଇଁ ତା'ର ଦ୍ୱାର ଦେଶରେ ଅପେକ୍ଷା କରିଥାଏ,
10 ତେବେ ମୋର ସ୍ତ୍ରୀ ପରପୁରୁଷର ଖାଦ୍ୟ ରାନ୍ଧିପାରେ,
ଅନ୍ୟ ଜଣେ ପୁରୁଷ ତାକୁ ଶଯ୍ୟା ସଙ୍ଗିନୀ କରିବ।
11 କାରଣ ଯୌନାଗ୍ଭର ପାପ ନିନ୍ଦନୀୟ।
ଏହି ପାପୀ ନିଶ୍ଚିତ ଦଣ୍ଡ ପାଇବା ଉଚିତ୍।
12 ଯୌନାଗ୍ଭର ପାପ ହେଉଛି ଏଭଳି ଏକ ଅଗ୍ନି ସବୁକିଛିକୁ ଧ୍ୱଂସ କଲା ପର୍ଯ୍ୟନ୍ତ ଜଳୁଥାଏ।
ଏହା ମୋର କରିଥିବା ସମସ୍ତ କାର୍ଯ୍ୟକୁ ନଷ୍ଟ କରିଦେଇ ପାରେ।
13 “ମୁଁ ଯଦି ମୋର କ୍ରୀତଦାସଙ୍କ ପ୍ରତି ନ୍ୟାୟ କରିବାକୁ ମନା କରିଥାଏ।
ସେତେବେଳେ ମୋ’ ବିରୁଦ୍ଧରେ ସେମାନଙ୍କର ଅଭିଯୋଗ ଥାଏ।
14 ତେବେ ପରମେଶ୍ୱରଙ୍କର ସମ୍ମୁଖୀନ ହେଲା ବେଳେ ମୁଁ କ’ଣ କରିବି?
ମୁଁ ଯାହା କରିଛି ତା'ର ବ୍ୟାଖ୍ୟା କରିବାକୁ ପରମେଶ୍ୱର ଯଦି କହନ୍ତି ତେବେ ମୁଁ କି ଉତ୍ତର ଦେବି?
15 ପରମେଶ୍ୱର ମୋର ମା’ର ଶରୀର ଭିତରେ ମୋତେ ସୃଷ୍ଟି କରିଛନ୍ତି।
ସେ ମଧ୍ୟ ମୋର ଦାସମାନଙ୍କୁ ସୃଷ୍ଟି କରିଛନ୍ତି।
ପରମେଶ୍ୱର ଆମ୍ଭକୁ ମା’ର ଗର୍ଭ ଭିତରେ ଗଢ଼ିଛନ୍ତି।
16 “ମୁଁ କେବେ ଗରିବ ଲୋକକୁ ସାହାଯ୍ୟ କରିବାକୁ ମନା କରି ନାହିଁ।
ବିଧବାମାନଙ୍କୁ ସେମାନଙ୍କ ଦରକାର ମୁତାବକ ଦେଇଛି।
17 ମୁଁ କେବେ ଖାଦ୍ୟରେ କୃପଣ ନୁହେଁ।
ମୁଁ ସବୁବେଳେ ଅନାଥ ବାଳକମାନଙ୍କୁ ଖାଦ୍ୟ ପ୍ରଦାନ କରେ।
18 ଅନାଥ ପିଲାମାନଙ୍କର ସାରା ଜୀବନ ମୁଁ ପିତାଭଳି କାମ କରିଛି।
ସାରା ଜୀବନ ବିଧବାମାନଙ୍କ ଯତ୍ନ ନେଇଛି।
19 ଯେତେବେଳେ ବସ୍ତ୍ର ଅଭାବରେ କଷ୍ଟ ପାଉଥିବା ଲୋକମାନଙ୍କୁ,
ପୋଷାକ ନ ଥିବା ଦରିଦ୍ରମାନଙ୍କୁ ମୁଁ ଯେତେବେଳେ ଦେଖିଛି,
20 ମୁଁ ସବୁବେଳେ ସେମାନଙ୍କୁ ବସ୍ତ୍ର ଦେଇଛି
ଓ ମୋ’ ନିଜ ମେଣ୍ଢାର ପଶମ ଦେଇ ସେମାନଙ୍କୁ ଉଷ୍ଣତା ଦେଇଛି
ଏବଂ ସେମାନେ ମଧ୍ୟ ହୃଦୟଭଳି ମୋତେ ଆଶୀର୍ବାଦ କରିଛନ୍ତି।
21 ଅନାଥ ବାଳକକୁ ମୁଁ କେବେ ହାତ ଉଠାଏ ନାହିଁ
ବରଂ ମୋର ଫାଟକ ପାଖରେ ସାହାଯ୍ୟ କାମନା କରି ଛିଡ଼ା ହୋଇ ଥିବାର ମୁଁ ତାକୁ ଦେଖେ।
22 ମୁଁ ଯଦି କେବେ ତାହା କରିଥାଏ, ତେବେ ମୋର ବାହୁ ଖଞ୍ଜାରୁ ଭାଙ୍ଗିଯାଉ
ଓ ତାହା କାନ୍ଧ ଉପରୁ ପଡ଼ିଯାଉ।
23 କିନ୍ତୁ ସେହିସବୁ କଦର୍ଯ୍ୟ କାମ ଭିତରୁ କୌଣସି ମୁଁ କେବେ କରି ନାହିଁ।
ପରମେଶ୍ୱରଙ୍କ ଦଣ୍ଡକୁ ମୁଁ ସବୁବେଳେ ଭୟ କରେ।
ତାଙ୍କର ମହିମା ମୋତେ ଭୟଭୀତ କରେ।
24 “ମୋର ସମ୍ପତ୍ତିକୁ ମୁଁ କେବେ ବିଶ୍ୱାସ କରେ ନାହିଁ।
ପରମେଶ୍ୱରଙ୍କ ସାହାଯ୍ୟକୁ ବିଶ୍ୱାସ କରେ।
ଖାଣ୍ଟି ସୁନାକୁ ମୁଁ କେବେ କହେ ନାହିଁ, ‘ତୁ ମୋର ଆଶା।’
25 ମୁଁ ଧନୀ ଥିଲି।
କିନ୍ତୁ ତାହା ମୋତେ ଗର୍ବି କରି ନାହିଁ।
ମୁଁ ବହୁତ ଟଙ୍କା ରୋଜଗାର କରିଛି
କିନ୍ତୁ ତାହା ମୋତେ ଖୁସୀ କରିପାରି ନାହିଁ।
26 ଦୀପ୍ତିମାନ ସୂର୍ଯ୍ୟ କି ସ୍ମରଣୀୟ ଚନ୍ଦ୍ରକୁ
ମୁଁ କେବେ ଉପାସନା କରି ନାହିଁ।
27 ସୂର୍ଯ୍ୟ ଏବଂ ଚନ୍ଦ୍ରକୁ ଉପାସନା କଲାଭଳି
ମୋର ନିର୍ବୋଧତା ନାହିଁ।
28 ଏହା ଏକ ପାପ ଯାହା ଦଣ୍ଡ ପାଇବା ଯୋଗ୍ୟ।
ଯଦି ମୁଁ ସେହି ବସ୍ତୁକୁ ପୂଜା କରିଥାଏ, ସର୍ବଶକ୍ତିମାନ ପରମେଶ୍ୱରଙ୍କ ପ୍ରତି ମୁଁ ଅବିଶ୍ୱସ୍ତ ହୋଇଥା’ନ୍ତି।
29 “ମୋର ଶତ୍ରୁମାନେ ଯେତେବେଳେ ଧ୍ୱଂସ ହୋଇ ଯାଆନ୍ତି,
ସେତେବେଳେ ମୁଁ ଖୁସୀ ହୁଏ ନାହିଁ।
ସେମାନଙ୍କ ବିପଦ ସମୟରେ
ମୁଁ କେବେ ହସେ ନାହିଁ।
30 ମୋର ଶତ୍ରୁମାନଙ୍କୁ ଅଭିଶାପ ଦେଇ ଓ ସେମାନଙ୍କ ମୃତ୍ୟୁ କାମନାରେ
ମୋର ମୁଖକୁ ପାପଯୁକ୍ତ ହେବାକୁ ଦେଇ ନାହିଁ।
31 ଅଚିହ୍ନା ଲୋକଙ୍କୁ ମୁଁ ଯେ ସବୁବେଳେ ଆହାର ଦେଇ ଆସିଛି
ତାହା ମୋ’ ଗୃହର ସମସ୍ତ ଲୋକ ଜାଣନ୍ତି।
32 ମୋ’ ଗୃହ ମଧ୍ୟକୁ ଅଜଣା ଲୋକଙ୍କୁ ସବୁବେଳେ ଆମନ୍ତ୍ରଣ କରି ଆଣିଛି,
ଯେଭଳି କି ରାତିରେ ରାସ୍ତାରେ ଶୋଇବାକୁ ପଡ଼ିବ ନାହିଁ।
33 ଅନ୍ୟ ଲୋକମାନେ ସେମାନଙ୍କର ପାପକୁ ଗୁପ୍ତ ରଖିବାକୁ ଗ୍ଭହାନ୍ତି।
ମୁଁ କେବେ ମୋର ଦୋଷକୁ ଲୁଗ୍ଭଏ ନାହିଁ।
34 ଅନ୍ୟ ଲୋକମାନେ କ’ଣ କହିବେ ତାହାକୁ ମୁଁ କେବେ ଭୟ କରି ନାହିଁ।
ସେହି ଭୟ ମୋତେ କେବେ ନୀରବ କରାଇ ନାହିଁ।
ବାହାରକୁ ଯିବା ପାଇଁ ମୋତେ କେବେ ପ୍ରତିରୋଧ କରି ନାହିଁ।
ଅନ୍ୟ ଲୋକର ଘୃଣାକୁ ମୁଁ କେବେ ଭୟ କରି ନାହିଁ।
35 “ମୁଁ କାମନା କରେ ମୋ’ କଥା ଜଣେ କେହି ଶୁଣ।
ମୋ’ ପକ୍ଷର କଥା କହିବାକୁ ମୋତେ ଦିଆଯାଉ।
ମୁଁ ଗ୍ଭହେଁ ସର୍ବଶକ୍ତିମାନ ପରମେଶ୍ୱର ମୋତେ ଉତ୍ତର ଦିଅନ୍ତୁ।
ମୁଁ କ’ଣ ଭୁଲ୍ କରିଛି ବୋଲି ସେ ଭାବନ୍ତି।
ମୁଁ ଗ୍ଭହେଁ ସେ ତାହା ଲେଖି ଦିଅନ୍ତୁ।
36 ସେହି ଚିହ୍ନକୁ ମୁଁ ଗଳାର ମାଳି କରି ପିନ୍ଧିବି।
ତାହାକୁ ମୋ’ ମୁଣ୍ଡ ଉପରେ ମୁକୁଟ ଭଳି ଥୋଇବି।
37 ଯଦି ପରମେଶ୍ୱର ତାହା କରନ୍ତି, ତେବେ ମୁଁ ଯାହା କରିଛି ସବୁକିଛି ବୁଝାଇ ଦେବି।
ଜଣେ ନେତାଭଳି ମୋର ମୁଣ୍ଡ ଟେକି ମୁଁ ପରମେଶ୍ୱରଙ୍କ ପାଖକୁ ଆସିବି।
38 “ମୋର ଜମି ମୁଁ କାହାଠାରୁ ଗ୍ଭେରି କରି ନାହିଁ।
ଏହା ଗ୍ଭେରି କରିଥିବା କଥା କେହି ମୋତେ ଦୋଷ ଦେଇ ପାରିବେ ନାହିଁ।
39 ଜମିରୁ ପାଉଥିବା ଖାଦ୍ୟ ପାଇଁ ମୁଁ କୃଷକମାନଙ୍କୁ ସବୁବେଳେ ସେମାନଙ୍କ ପ୍ରାପ୍ୟ ଦେଇଛି।
ଜମିର ଯିଏ ମାଲିକ, ତାହାଠାରୁ ଜମି ଛଡ଼ାଇ ନେବାକୁ ମୁଁ କେବେ ଚେଷ୍ଟା କରି ନାହିଁ।
40 ଯଦି ମୁଁ କେବେ ବି ସେହିସବୁ ଭୁଲ୍ କାମ କରିଥାଏ,
ତେବେ ମୋ’ ଜମିରେ ଗହମ ଓ ଯଅ ବଦଳରେ କଣ୍ଟା ଓ ବାଳୁଙ୍ଗା ଉଠୁ।”
ଏବଂ ତା'ପରେ ଆୟୁବର କଥା ସମାପ୍ତ ହେଲା।
2010 by World Bible Translation Center