Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଆୟୁବ ପୁସ୍ତକ 24-28

24 “କାହିଁକି ସର୍ବଶକ୍ତିମାନଙ୍କଠାରୁ ସମୟ ଲୁଚି ରହେନି?
    କିନ୍ତୁ ଯେଉଁମାନେ ତାଙ୍କୁ ଜାଣନ୍ତି, କେତେବେଳେ ସେ ପଦକ୍ଷେପ ନେବେ ତାହା ଜାଣନ୍ତି।”

“କେହି କେହି ନିଜର ଜମିର ସୀମାକୁ ଘୁଞ୍ଚାଇ ପଡ଼ୋଶୀର ଜମି ମାରି ଦେବାକୁ ଚେଷ୍ଟା କରନ୍ତି।
    କେହି ଅନ୍ୟର ମେଷପଲ ହରଣ କରି ଅନ୍ୟ ଚରାଭୂମିକୁ ନେଇ ଯାଆନ୍ତି।
ସେମାନେ ଅନାଥମାନଙ୍କ ଗଧକୁ ଗ୍ଭେରାଇ ନିଅନ୍ତି।
    କେହି ବିଧବାର ଗାଈ ନେଇ ବନ୍ଧକ ରୂପେ ରଖନ୍ତି ଯେପର୍ଯ୍ୟନ୍ତ ସେ ତା'ର ପ୍ରାପ୍ୟ ପରିଶୋଧ ନ କରିଛି।
ସେମାନେ ଗରିବ ଲୋକର ଗୃହରୁ ତଡ଼ିଦେଇ ଏଣେତେଣେ ବୁଲିବାକୁ ଛାଡ଼ିଦିଅନ୍ତି।
    ଏହି ଗରିବମାନେ ସେମାନଙ୍କ କୋପରୁ ରକ୍ଷା ପାଇବାକୁ ଲୁଚି ବୁଲନ୍ତି।

“ଗରିବ ଲୋକମାନେ ବଣୁଆ ଗଧଭଳି ମରୁଭୂମିରେ ଖାଦ୍ୟ ଅନ୍ୱେଷଣରେ ଉଚ୍ଚସ୍ଥଳ ଘୁରି ବୁଲନ୍ତି।
    ସେମାନେ ପ୍ରାତଃକାଳରୁ ଉଠି ଖାଦ୍ୟ ଅନ୍ୱେଷଣରେ ବୁଲନ୍ତି।
    ସେମାନେ ନିଜ ପିଲାମାନଙ୍କ ଖାଦ୍ୟ ପାଇଁ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ପରିଶ୍ରମ କରନ୍ତି।
ଗରିବ ଲୋକମାନେ ବହୁତ ବିଳମ୍ବିତ ରାତ୍ରିଯାଏ ଫସଲ ଅମଳ କରନ୍ତି।
    ସେମନେ ନିଶ୍ଚୟ ଧନୀ ଲୋକମାନଙ୍କ ପାଇଁ ତାଙ୍କ ଅଙ୍ଗୁର କ୍ଷେତ୍ରରେ ଅଙ୍ଗୁର ସଂଗ୍ରହ କରନ୍ତି।
ଗରିବ ଲୋକେ ବିନା ବସ୍ତ୍ରରେ ସାରା ରାତି ଶୟନ କରନ୍ତି।
    ଶୀତରୁ ରକ୍ଷା ପାଇବା ପାଇଁ ସେମାନଙ୍କ ନିକଟରେ ଘୋଡ଼ାଇବା ବସ୍ତ୍ର ନ ଥାଏ।
ସେମାନେ ପାହାଡ଼ ପର୍ବତରେ ବର୍ଷାରେ ଭିଜନ୍ତି।
    ଥଣ୍ଡାରୁ ରକ୍ଷା ପାଇବାକୁ ସେମାନଙ୍କ ପାଖରେ କିଛି ନ ଥାଏ।
    ତେଣୁ ସେମାନେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ବଡ଼ ପଥର ପାଖରେ ଶରଣ ନିଅନ୍ତି।
ଦୁଷ୍ଟ ଲୋକେ ମା’ କୋଳରୁ ସ୍ତନ୍ୟପାନ କରୁଥିବା ସନ୍ତାନକୁ ଛଡ଼ାଇ ନିଅନ୍ତି।
    ସେମାନେ ଗରିବ ଲୋକର ପିଲାକୁ କରଜର ବନ୍ଧକ ସ୍ୱରୂପ ରଖନ୍ତି।
10 ଗରିବ ଲୋକର ବସ୍ତ୍ର ନ ଥିବାରୁ ସେମାନେ ଉଲଗ୍ନ ହୋଇ କାମ କରନ୍ତି।
    ସେମାନେ ଧାନ ବିଡ଼ା ବୁହନ୍ତି, ତଥାପି ସେମାନେ କ୍ଷୁଧାର୍ତ୍ତ ହୋଇ ଯାଆନ୍ତି।
11 ଗରିବ ଲୋକେ ତେଲ ଉତ୍ପନ୍ନ କରନ୍ତି।
    ସେମାନେ ଅଙ୍ଗୁର କ୍ଷେତ୍ରରେ ଅଙ୍ଗୁର ରସ ନେଇ ମଦ୍ୟ ପ୍ରସ୍ତୁତରେ ସାହାଯ୍ୟ କରନ୍ତି, ଅଥଚ ନିଜେ ପାନ କରିବାକୁ କିଛି ପାଆନ୍ତି ନାହିଁ।
12 ସହରରେ ମରୁଥିବା ମନୁଷ୍ୟମାନଙ୍କ କାନ୍ଦଣା ତୁମ୍ଭେ ନିଶ୍ଚୟ ଶୁଣିପାରୁଥିବ।
    ସେହି ଦୁଃଖୀ ମନୁଷ୍ୟମାନଙ୍କର ସାହାଯ୍ୟ ପାଇଁ ଆର୍ତ୍ତ ଚିତ୍କାର, ପରମେଶ୍ୱର କାନରେ ଶୁଣି ପାରନ୍ତି ନାହିଁ।

13 “କେତେକ ଲୋକ ଆଲୁଅ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରନ୍ତି।
    ସେମାନେ ଜାଣିପାରନ୍ତି ନାହିଁ ପରମେଶ୍ୱର କ’ଣ ଗ୍ଭହାନ୍ତି?
    ପରମେଶ୍ୱର ଗ୍ଭହୁଁଥିବା ରାସ୍ତାରେ ସେମାନେ ଗ୍ଭଲନ୍ତି ନାହିଁ।
14 ହତ୍ୟାକାରୀ ସକାଳୁ ଉଠି ଗରିବ ଅସହାୟ ଲୋକକୁ ହତ୍ୟା କରେ
    ଏବଂ ରାତିରେ ସେ ଗ୍ଭେର ପାଲଟିଯାଏ।
15 ଯେଉଁ ମନୁଷ୍ୟ ବ୍ୟଭିଗ୍ଭର କରେ ରାତି ହେବାକୁ ଅପେକ୍ଷା କରେ।
    ସେ ଭାବେ, ‘କେହି ତାକୁ ଦେଖି ପାରିବେ ନାହିଁ।’
    ତଥାପି ସେ ତା'ର ମୁଖକୁ ଘୋଡ଼ାଇଥାଏ।
16 ରାତି ହେଲେ ଦୁଷ୍ଟ ଲୋକ ଅନ୍ଧକାରରେ ଅନ୍ୟ ଲୋକର ଘର ଭାଙ୍ଗି ପଶେ
    କିନ୍ତୁ ଦିନ ବେଳେ ନିଜ ଘରେ କବାଟ କିଳି ଦେଇ ରହିଥାଏ, ଏବଂ ଆଲୁଅଠାରୁ ଦୂରରେ ରୁହେ।
17 ଦୁଷ୍ଟଲୋକ ପାଇଁ ଘନ ଅନ୍ଧକାର ରାତି ହିଁ ସକାଳ ସଦୃଶ।
    ସେମାନେ ଅନ୍ଧକାରରେ ଭୟାନକତାରେ ଅଭ୍ୟସ୍ତ।

18 “ବନ୍ୟା ଜଳରେ ବସ୍ତ୍ର ଭାସିଗଲା ପରି ଦୁଷ୍ଟଲୋକ ଭାସିଯାଏ।
    ଯେଉଁ ଜମିର ସେ ମାଲିକ ଥାଏ ତାହା ଶେଷରେ ତା’ ପାଇଁ ଅଭିଶାପରେ ପରିଣତ ହୁଏ।
    ତେଣୁ ସେମାନେ ନିଜ କ୍ଷେତରୁ ମଧ୍ୟ ଅଙ୍ଗୁରସଂଗ୍ରହ କରି ପାରନ୍ତି ନାହିଁ।
19 ଯେପରି ଗରମ, ଶୁଖିଲା ପାଗ ଶୀତ ଦିନର ବରଫରୁ ଆସୁଥିବା ପାଣି ନେଇଯାଏ।
    ଠିକ୍ ସେହିଭଳି ସେ ପାପୀମାନେ କବରକୁ ବୁହା ହେବେ।
20 ଏପରିକି ଦୁଷ୍ଟ ବ୍ୟକ୍ତି ମଲାପରେ ତା'ର ଗର୍ଭଧାରିଣୀ ମା’ ତାକୁ ପାଶୋରିବ।
    ତା'ର ସୁଗଠିତ ହୃଦୟ ସହିତ ଶରୀର କୀଟମାନଙ୍କ ସୁସ୍ୱାଦୁ ଖାଦ୍ୟ ହେବ।
ଲୋକେ ତାକୁ ମନେ ରଖିବେ ନାହିଁ।
    ସେହି ଦୁଷ୍ଟ ଲୋକଟି ପଗ୍ଭ ବାଡ଼ିପରି ଭାଙ୍ଗି ପଡ଼ିବ।
21 ଦୁଷ୍ଟଲୋକ ବନ୍ଧ୍ୟା ନାରୀକୁ ଆଘାତ କରେ।
    ଏବଂ ସେ ବିଧବା ନାରୀମାନଙ୍କୁ ସାହାଯ୍ୟ କରିବାକୁ ମନା କରେ।
22 ଦୁଷ୍ଟ ଲୋକମାନେ ତାଙ୍କ ଶକ୍ତି ବ୍ୟବହାର କରନ୍ତି, ଶକ୍ତିଶାଳୀ ଲୋକମାନଙ୍କୁ ଧ୍ୱଂସ କରିବାକୁ।
    ଯଦିଓ ଦୁଷ୍ଟ ଲୋକ ହୁଏତ ଶକ୍ତିଶାଳୀ ସେମାନେ ତାଙ୍କ ନିଜ ଜୀବନ ବିଷୟରେ ନିଶ୍ଚୟତା ନାହିଁ।
23 ଦୁଷ୍ଟଲୋକ ଅଳ୍ପ ସମୟ ପାଇଁ ନିଜକୁ ନିର୍ଭର ଓ ନିରାପଦ ମଣେ।
    ସେମାନେ ଶକ୍ତିଶାଳୀ ହେବାକୁ ଚେଷ୍ଟା କରନ୍ତି।
24 ଦୁଷ୍ଟ ଲୋକ କମ୍ ସମୟରେ ସଫଳତା ହାସଲ କଲେବି ଶେଷରେ ସେମାନେ ଚିରଦିନ ଲାଗି ବିଦାୟ ନେବେ।
    ସେମାନେ ଶେଷରେ ଶସ୍ୟ କଣାଭଳି କଟା ହେବେ ଠିକ୍ ଅନ୍ୟମାନଙ୍କ ପରି।’

25 “ମୁଁ ଶପଥ କରି କହିପାରେ ଏସବୁ ସତ୍ୟ ଅଟେ।
    କିଏ ପ୍ରମାଣ କରିବ ଯେ ମୁଁ ମିଥ୍ୟା କହୁଛି?
    କିଏ ଦେଖାଇ ଦେଇ ପାରିବ ମୁଁ ଭୁଲ୍ କରୁଛି ବୋଲି?”

ବି‌‌ଲ୍‌‌ଦଦ୍ ଆୟୁବକୁ ଉତ୍ତର ଦେଲା

25 ଏହା ପରେ ଶୂହୀୟ ବି‌‌ଲ୍‌‌ଦଦ୍ ଉତ୍ତର କରି କହିଲା,

“ପରମେଶ୍ୱର ରାଜ୍ୟ କରନ୍ତି।
    ସେ ଲୋକଙ୍କୁ ଭୟାଳୁ କରନ୍ତି ଓ ତାକୁ ସମ୍ମାନ କରନ୍ତି।
    ସେ ସ୍ୱର୍ଗ ରାଜ୍ୟରେ ଶାନ୍ତି ସ୍ଥାପନ କରନ୍ତି।
କେହି ତାଙ୍କର ତାରାଗଣର ସଂଖ୍ୟା ଗଣନା କରି ପାରିବେ ନାହିଁ।
    ସେ ସମସ୍ତଙ୍କୁ ସମାନ ଭାବରେ ସୂର୍ଯ୍ୟକିରଣ ପ୍ରଦାନ କରନ୍ତି।
ପରମେଶ୍ୱରଙ୍କ ସହିତ ବିବାଦ କରି, କେହି ମନୁଷ୍ୟ କିପରି ଭଲ ହୋଇ ପାରିବ?
    କିମ୍ବା ସ୍ତ୍ରୀଲୋକ ପାଖରୁ ଜନ୍ମ ହୋଇ ଜଣେ ମନୁଷ୍ୟ କିପରି ନିରୀହ ହୋଇ ପାରିବ।
ପରମେଶ୍ୱରଙ୍କ ଦୃଷ୍ଟିରେ ଚନ୍ଦ୍ର ମଧ୍ୟ ପବିତ୍ର ଓ ଦୀପ୍ତିମାନ ନୁହେଁ।
    ଏପରିକି ନକ୍ଷତ୍ର ସମୂହ ମଧ୍ୟ ନିର୍ମଳ ନୁହନ୍ତି।
ଲୋକମାନେ ବହୁତ କମ୍ ନିର୍ମଳ।
    ଲୋକମାନେ କୀଟାଣୁ ପରି ମୂଲ୍ୟହୀନ ଜୀବାଣୁ।”

ଆୟୁବ ବି‌‌ଲ୍‌‌ଦ‌‌ଦ୍‌‌କୁ ଉତ୍ତର ଦେଲା

26 ତା'ପରେ ଆୟୁବ ଉତ୍ତର କରି କହିଲା,

“କେମିତି ତୁମ୍ଭେ ଜଣକୁ ସାହାଯ୍ୟ କରିଛ, ଯାହାର ଶକ୍ତି ନାହିଁ!
    ତୁମ୍ଭେ କେମିତି ଜଣକୁ ସାହାଯ୍ୟ କଲ ଯାହାର ବାହୁରେ ନିଜକୁ ରକ୍ଷା କରିବା ପାଇଁ ସାମର୍ଥ୍ୟ ନାହିଁ!
ତୁମ୍ଭେ ମୋ’ ଭଳି ଅଜ୍ଞାନୀକୁ ପରାମର୍ଶ ଦେଇଛ
    ତୁମ୍ଭେ ଏହା ଦ୍ୱାରା ପ୍ରମାଣ କରିଛ, ତୁମ୍ଭେ କେତେ ଜ୍ଞାନୀ।
କିଏ ତୁମ୍ଭକୁ ଏସବୁ କଥା କହିବାକୁ ପ୍ରେରଣା ଦେଲା?
    କାହାର ଆତ୍ମା ତୁମ୍ଭ ଦ୍ୱାରା କହିଲା?

“ପ୍ରେତଗଣ ପାତାଳରେ ଥିବା
    ଜଳରେ କମ୍ପି ଉଠନ୍ତି।
କିନ୍ତୁ ପରମେଶ୍ୱର ସେହି ମୃତ ଲୋକକୁ ପରିଷ୍କାର ଭାବରେ ଦେଖି ପାରନ୍ତି।
    ମୃତ୍ୟୁ ପରମେଶ୍ୱରଙ୍କ ପାଖରୁ ଲୁଚିରହି ପାରିବ ନାହିଁ।
ପରମେଶ୍ୱର ଉତ୍ତର ଆକାଶ ବିସ୍ତାର କରନ୍ତି,
    ଶୂନ୍ୟ ସ୍ଥାନରେ ପରମେଶ୍ୱର ପୃଥିବୀକୁ ଶୂନ୍ୟରେ ଟଙ୍ଗାଇ ରଖନ୍ତି।
ତଥାପି ପରମେଶ୍ୱର ସେହି ବହୁତ ଭାରୀ ଓଜନ ଦ୍ୱାରା ମେଘକୁ ଭାଙ୍ଗି ଖୋଲନ୍ତି ନାହିଁ।
    ଘନବାଦଲକୁ ଜଳକଣା ଯୁକ୍ତ କରନ୍ତି।
    କିନ୍ତୁ ପରମେଶ୍ୱର ଏତେ ଭାରୀ ହେଲେବି ମେଘ ଖଣ୍ଡ ଖଣ୍ଡ ହୋଇ ଖୋଲିଯାଏ ନାହିଁ।
ପରମେଶ୍ୱର ପୂର୍ଣ୍ଣମୀ ଚନ୍ଦ୍ରର ମୁଖକୁ ଘୋଡ଼ାଇ ଦିଅନ୍ତି।
    ସେ ତାହାକୁ ବାଦଲ ଦ୍ୱାରା ଆଚ୍ଛାଦିତ କରି ଲୁଗ୍ଭଇ ପକାନ୍ତି।
10 ପରମେଶ୍ୱର ସମୁଦ୍ରରେ ଆକାଶ ଓ ପୃଥିବୀ ମଧ୍ୟରେ ଦି‌ଗ୍‌ବଳୟ ସୃଷ୍ଟି କରନ୍ତି।
    ଯେଉଁଠାରେ ଆଲୋକ ଓ ଅନ୍ଧକାର ପରସ୍ପର ସହିତ ମିଳିତ ହୁଅନ୍ତି।
11 ଯେଉଁ ଭିତ୍ତିମୂଳଗୁଡ଼ିକ ଉପରେ ଆକାଶ ମଣ୍ଡଳ ଅବସ୍ଥିତ
    ପରମେଶ୍ୱର ତାକୁ ଧମକ ଦେଲେ ଉଭୟ କମ୍ପି ଉଠେ।
12 ପରମେଶ୍ୱର ନିଜ ଶକ୍ତି ବଳରେ ସମୁଦ୍ରକୁ ଶାନ୍ତ କରନ୍ତି।
    ତାଙ୍କ ଜ୍ଞାନ ବଳରେ ସମୁଦ୍ର ରାକ୍ଷସ ରାହାବ କ୍ଷତାକ୍ତ ହୁଅନ୍ତି।
13 ପରମେଶ୍ୱରଙ୍କ ଶ୍ୱାସ ଦ୍ୱାରା ଆକାଶ ନିର୍ମଳ ଶୋଭାପାଏ।
    ପରମେଶ୍ୱରଙ୍କ ହସ୍ତଦ୍ୱାରା ପଳାଇଯିବା ସମୁଦ୍ର ସାପ ବନ୍ଦୀ ହୁଏ।
14 ଏହି କେତେକ ଆଶ୍ଚର୍ଯ୍ୟ ବିଷୟ ପରମେଶ୍ୱର କରନ୍ତି।
    ତାଙ୍କ ବିଷୟରେ ଆମ୍ଭେ କେବଳ ଗୋଟିଏ ମୃଦୁ ଶବ୍ଦ ଶୁଣୁ।
    ସମ୍ଭବତଃ କିଏ ତାଙ୍କର ବଜ୍ରନାଦର ଶକ୍ତି ବୁଝିପାରିବ।”

27 ତା'ପରେ ଆୟୁବ ତା'ର କାହାଣୀ ବର୍ଣ୍ଣନା କରି କହିଲା,

“ପ୍ରକୃତରେ ପରମେଶ୍ୱର ଜୀବିତ ଏବଂ ଯେତେ ସତ୍ୟ ଭାବରେ ସେ ଅଛନ୍ତି,
    ସେ ସତରେ ମୋ’ ପ୍ରତି ଅନ୍ୟାୟ କରିଛନ୍ତି।
ପରମେଶ୍ୱର, ସର୍ବଶକ୍ତିମାନ ମୋ’ ଜୀବନ ତିକ୍ତ କରିଛନ୍ତି।
    ଯେପର୍ଯ୍ୟନ୍ତ ମୋ’ ଶରୀରରେ ପ୍ରାଣ ଅଛି
    ଏବଂ ଯେପର୍ଯ୍ୟନ୍ତ ପରମେଶ୍ୱର ପ୍ରଦତ୍ତ ନିଶ୍ୱାସ ବାୟୁ ମୋ’ ନାକରୁ ନିର୍ଗତ ହେଉଛି।
ଏହା ପରେ ମୋ’ ଓଠରୁ ଖରାପ ବିଷୟ ବାହାରିବ ନାହିଁ।
    ମୋର ଜିହ୍ୱା ମିଥ୍ୟାକଥା କହିବ ନାହିଁ।
ମୁଁ କେବେ ମାନିବି ନାହିଁ ତୁମ୍ଭେ ସତ୍ୟ।
    ମୁଁ ମଲା ପର୍ଯ୍ୟନ୍ତ କହିଯିବି ଯେ, ମୁଁ ନିରପରାଧ ଅଟେ।
ମୁଁ ମୋର ଧାର୍ମିକତାକୁ ଦୃଢ଼ ଭାବରେ ଧରିବି।
    ମୁଁ କେବେ ଠିକ୍ ବାଟକୁ ପରିତ୍ୟାଗ କରିବି ନାହିଁ।
    ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ମୋର ବିବେକ ମୋତେ ନିନ୍ଦା କରିବ ନାହିଁ।
ଲୋକେ ମୋ’ ବିରୁଦ୍ଧରେ ଛିଡ଼ା ହେବେ।
    ମୁଁ ଆଶା କରୁଛି ମୋର ଶତ୍ରୁମାନେ ଦୁଷ୍ଟ ଲୋକଙ୍କ ଭଳି ଦଣ୍ଡ ପାଇଥିବେ।
ପରମେଶ୍ୱରଙ୍କଠାରେ ଆସ୍ଥା ବିହୀନ ବ୍ୟକ୍ତି ମୃତ୍ୟୁ ସମୟରେ କ’ଣ ଆଶା କରିବ?
    ଯେତେବେଳେ ପରମେଶ୍ୱର ତା'ର ପ୍ରାଣ ନିଅନ୍ତି,
    ସେହି ଲୋକର କୌଣସି ଆଶା ନ ଥାଏ।
ପରମେଶ୍ୱର କ’ଣ ତା'ର ସାହାଯ୍ୟର ଡାକ ଶୁଣିବେ,
    ଯେତେବେଳେ ତା’ ପ୍ରତି ଅସୁବିଧା ଆସିବ?
10 ସେହି ଲୋକ କ’ଣ ସର୍ବଶକ୍ତିମାନଙ୍କୁ ଗୁହାରି କରି ଆନନ୍ଦ ଅନୁଭବ କରିବ?
    ସେ ସବୁ ସମୟରେ ପରମେଶ୍ୱରଙ୍କୁ ଡାକିବା ଉଚିତ୍ ଥିଲା।

11 “ମୁଁ ତୁମ୍ଭକୁ ପରମେଶ୍ୱରଙ୍କ ଶକ୍ତି ସମ୍ପର୍କରେ ଶିକ୍ଷା ଦେବି।
    ମୁଁ ପରମେଶ୍ୱରଙ୍କ କୌଣସି ଯୋଜନା ତୁମ୍ଭଠାରେ ଲୁଗ୍ଭଇବି ନାହିଁ।
12 ତୁମ୍ଭେ ନିଜ ଆଖିରେ ପରମେଶ୍ୱରଙ୍କ ଶକ୍ତି ଦେଖିଛ।
    ତେଣୁ କାହିଁକି ତୁମ୍ଭେ ସେହି ବାଜେ କଥା କହୁଛ?

13 “ତେଣୁ ଏହା ହିଁ ପରମେଶ୍ୱରଙ୍କ ଇଚ୍ଛା ଦୁଷ୍ଟଲୋକଙ୍କ ପାଇଁ,
    ଏହା ହିଁ ସର୍ବଶକ୍ତିମାନ ପରମେଶ୍ୱରଙ୍କ ଇଚ୍ଛା ନିଷ୍ଠୁର ଲୋକମାନଙ୍କ ପ୍ରତି।
14 ଜଣେ ଦୁଷ୍ଟ ଲୋକର ବହୁତ ସନ୍ତାନ ଥାଇ ପାରନ୍ତି।
    ତା'ର ସମସ୍ତ ସନ୍ତାନ ଯୁଦ୍ଧରେ ମୃତ୍ୟୁବରଣ କରିବେ।
    ଦୁଷ୍ଟ ଲୋକର ପିଲାମାନେ ଖାଇବାକୁ ଯଥେଷ୍ଟ ପାଇବେ ନାହିଁ।
15 ତା'ର ସମସ୍ତ ପିଲାମାନେ ମରିବେ
    ଏବଂ ତା'ର ବିଧବାମାନେ ଦୁଃଖ କରିବେ ନାହିଁ।
16 ଜଣେ ଦୁଷ୍ଟ ଲୋକ ହୁଏତ ବହୁତ ରୂପା ପାଇବ, ତାହା ତା’ ପ୍ରତି ମଇଳା ପରି।
    ତା'ର ହୁଏତ ଏତେ ଲୁଗା ଥିବ, ଯାହା ତା’ ପ୍ରତି ମାଟିଗଦା ପରି।
17 କିନ୍ତୁ ଜଣେ ଧାର୍ମିକ ଲୋକ ତା'ର ପୋଷାକ ପିନ୍ଧିବାକୁ ପାଇବ।
    ନିରୀହ ଲୋକ ତା'ର ରୂପାସବୁ ପାଇବ।
18 ଜଣେ ଦୁଷ୍ଟ ଲୋକର ଗୃହ ତିଆରି କଲେ ବି ଏହା ବେଶୀଦିନ ତିଷ୍ଠିବ ନାହିଁ।
    ଏହା ବୁଢ଼ିଆଣୀ ଜାଲଭଳି ହେବ କିମ୍ବା ପ୍ରହରୀର ତମ୍ବୁଭଳି ହେବ।
19 ଦୁଷ୍ଟ ବ୍ୟକ୍ତି ଶୋଇବାକୁ ଗଲାବେଳେ ତା’ ପାଖରେ ଅମାପ ଧନ ଥିବ
    କିନ୍ତୁ ସକାଳୁ ସେ ଆଖି ଖୋଲିବା ମାତ୍ରେ ତା'ର ଧନ ଆଉ ନ ଥିବ।
20 ଆତଙ୍କ ତା’ ବିରୁଦ୍ଧରେ ହଠାତ୍ ବନ୍ୟା ପରି ଆସିବ।
    ଏବଂ ବାତ୍ୟା ରାତିରେ ଆସି ତାକୁ ଉଡ଼ାଇ ନେଇଯିବ।
21 ପୂର୍ବ ଦିଗର ପବନ ତାକୁ ଉଡ଼ାଇ ନେବ।
    ସେ ଚିରଦିନ ପାଇଁ ବିଦାୟ ନେବ, ଝଡ଼ ତାକୁ ତା'ର ଘରୁ ଉଡ଼ାଇ ନେବ।
22 ଦୁଷ୍ଟ ବ୍ୟକ୍ତି ସେହି ଝଡ଼ରୁ ରକ୍ଷା ପାଇବାକୁ ସକଳ ପ୍ରକାର ଚେଷ୍ଟା କରିବ।
    କିନ୍ତୁ ସେହି ଝଡ଼ ତାକୁ ନିର୍ଦ୍ଦୟ ଭାବରେ ଆଘାତ କରିବ।
23 ଲୋକେ ତାକୁ ଦେଖି ତାଳି ମାରିବେ।
    ଯେତେବେଳେ ସେ ନିଜ ଘରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବ, ଲୋକେ ହୁଇସିଲ ମାରି ଦେଖୁଥିବେ।”

ଜ୍ଞାନର ମହତ୍ତ୍ୱ

28 “ଏପରି ଖଣିସବୁ ଅଛି ଯେଉଁଠାରେ ରୂପା ମିଳେ।
    ଏପରି ସ୍ଥାନସବୁ ଅଛି, ଯେଉଁଠାରେ ସୁନାକୁ ତରଳାଇ ଶୁଦ୍ଧ କରାଯାଏ।
ଲୋକେ ଲୁହା ପାଇଁ ଭୂମି ଖୋଳନ୍ତି,
    ଓ ପଥର ତରଳାଇ ତମ୍ବା ବାହାର କରାଯାଏ।
ଶ୍ରମିକମାନେ ହାତରେ ଆଲୁଅ ଧରି ଖଣି ଭିତରକୁ ଯାଆନ୍ତି।
    ସେ ଗୁମ୍ଫା ଭିତରେ ସେମାନେ ପଥର ସବୁ ଅନ୍ଧକାରରେ ସନ୍ଧାନ କରନ୍ତି।
ଶ୍ରମିକମାନେ ଭୂମିରେ ଗଭୀରଗାତ ଖୋଳି ଖଣିଜ ଦ୍ରବ୍ୟର ପଶ୍ଚା‌‌‌ଦ୍‌‌‌ବର୍ତ୍ତୀ ହୁଅନ୍ତି।
    ସେମାନେ ଖଣିର ନିମ୍ନ ଦେଶକୁ ବହୁତ ତଳକୁ ଯାଆନ୍ତି, ଯାହା ଲୋକମାନଙ୍କ ବାସ କରୁଥିବା ସ୍ଥାନଠାରୁ ବହୁତ ଦୂର।
ଯେଉଁଠାକୁ ଆଗରୁ କେହି କେବେ ଯାଇ ନ ଥିଲେ।
    ସେମାନେ ଦଉଡ଼ି ଦ୍ୱାରା ଝୁଲି ଭୂମିର ବହୁ ତଳକୁ ଯାଆନ୍ତି, ଅନ୍ୟ ଲୋକମାନଙ୍କଠାରୁ ମଧ୍ୟ ବହୁତ ଦୂର।
ଖାଦ୍ୟ ଶସ୍ୟ ଭୂମିର ଉପରେ ହୁଏ
    କିନ୍ତୁ ତଳେ ଏହା ସମ୍ପୂର୍ଣ୍ଣ ଅଲଗା।
    ସତେ ଯେପରିକି ସବୁକିଛି ଅଗ୍ନିଦ୍ୱାରା ତରଳି ଯାଏ।
ଭୂମିର ନିମ୍ନ ଭାଗରେ ଇନ୍ଦ୍ରନୀଳମଣୀ
    ଏବଂ ଶୁଦ୍ଧ ସୁବର୍ଣ୍ଣର ରେଣୁ ସେଠାରେ ଥାଏ।
ବଣୁଆ ପକ୍ଷୀ ମାଟିତଳେ ଥିବା ରାସ୍ତା ବିଷୟରେ କିଛି ଜାଣନ୍ତି ନାହିଁ।
    କୌଣସି ଉତ୍କ୍ରୋଶପକ୍ଷୀ ମଧ୍ୟ ସେଭଳି ଅନ୍ଧାର ବାଟ ଦେଖି ନ ଥାଏ।
ବଣୁଆ ଜନ୍ତୁମାନେ ମଧ୍ୟ ସେଭଳି ବାଟରେ ଯାଇ ନ ଥିବେ।
    ସିଂହମାନେ ମଧ୍ୟ ସେ ବାଟରେ ଯାଇ ନ ଥିବେ।
ଶ୍ରମିକମାନେ ସବୁଠାରୁ ଟାଣ ପଥରକୁ ଖୋଳନ୍ତି।
    ସେହି ଶ୍ରମିକମାନେ ପର୍ବତକୁ ଖୋଳନ୍ତି ଏବଂ ତାକୁ ଖାଲିକରି ଦିଅନ୍ତି।
10 ଶ୍ରମିକମାନେ ପଥର କାଟି ସୁଡ଼ଙ୍ଗ ତିଆରି କରନ୍ତି।
    ସେମାନେ ପଥର ତଳେ ଥିବା ରତ୍ନ ଭଣ୍ଡାରର ସନ୍ଧାନ କରନ୍ତି।
11 ଶ୍ରମିକମାନେ ବନ୍ଧ ତିଆରି କରନ୍ତି ପାଣିର ଗତି ବନ୍ଦ କରିବା ପାଇଁ।
    ସେମାନେ ଲୁଚିବା ବସ୍ତୁକୁ ଆଲୁଅକୁ ଆଣନ୍ତି।

12 “କିନ୍ତୁ କେଉଁଠି ଜଣେ ଲୋକ ଜ୍ଞାନ ପାଇବ?
    ଜ୍ଞାତ ହେବା ପାଇଁ କେଉଁଠାକୁ ଆମ୍ଭେ ଯିବା?
13 ଆମ୍ଭେ ଜାଣୁନା ଜ୍ଞାନର ମୂଲ୍ୟ କେତେ।
    ପୃଥିବୀର ଲୋକେ ଖଣି ଖୋଳି ଜ୍ଞାନର ଭଣ୍ଡାର ପାଇ ପାରିବେ ନାହିଁ।
14 ମହାସାଗର କହେ, ‘ଜ୍ଞାନ ମୋ’ ପାଖରେ ନାହିଁ।’
    ସମୁଦ୍ର କହେ, ‘ତାହା ମୋ’ ପାଖରେ ନାହିଁ।’
15 ତୁମ୍ଭେ ଜ୍ଞାନକୁ ଶୁଦ୍ଧ ସୁବର୍ଣ୍ଣର ବିନିମୟରେ କିଣି ପାରିବ ନାହିଁ।
    ଜ୍ଞାନକୁ କିଣିବା ପାଇଁ ପୃଥିବୀରେ ଏତେ ରୂପା ମହଜୁଦ ନାହିଁ।
16 ତୁମ୍ଭେ ଜ୍ଞାନକୁ ଓଫୀରର ସୁନା, ବହୁମୂଲ୍ୟ, ଗୋମେଦକ
    ଓ ନୀଳକାନ୍ତ ମଣି ବଦଳରେ କିଣି ପାରିବ ନାହିଁ।
17 ଜ୍ଞାନ ସୁନା ଓ ମୂଲ୍ୟବାନ ପଥରଠାରୁ ଅଧିମ ମୂଲ୍ୟବାନ।
    ମୂଲ୍ୟବାନ ସ୍ୱଚ୍ଛ ଉଜ୍ଜ୍ୱଳ ସୁନା ମଧ୍ୟ ଜ୍ଞାନକୁ କିଣି ପାରିବ ନାହିଁ।
18 ଜ୍ଞାନ ମୁକ୍ତାଠାରୁ ଓ ନୀଳମଣି ପଥରଠାରୁ ଅଧିକ ମୂଲ୍ୟବାନ,
    ଜ୍ଞାନ ମଧ୍ୟ ମୋତିଠାରୁ ମୂଲ୍ୟବାନ।
19 କୂଶ ଦେଶରୁ ମିଳୁଥିବା ହଳଦିଆ ପୋଖରାଜ ମଣି ମଧ୍ୟ ଜ୍ଞାନଭଳି ମୂଲ୍ୟବାନ ନୁହେଁ।
    ତୁମ୍ଭେ ଖାଣ୍ଟି ସୁନା ବଦଳରେ ଜ୍ଞାନ କିଣି ପାରିବ ନାହିଁ।

20 “ତେବେ ଜ୍ଞାନ କେଉଁଠାରୁ ଆସେ?
    ବୁଝିବାର ସ୍ଥାନ କାହିଁ?
21 ଜ୍ଞାନ ଏ ପୃଥିବୀର ସମସ୍ତ ପ୍ରାଣୀଙ୍କଠାରୁ ଲୁଗ୍ଭଯାଇଛି।
    ଏପରିକି ଆକାଶରେ ଉଡ଼ୁଥିବା ପକ୍ଷୀମାନେ ମଧ୍ୟ ଜ୍ଞାନକୁ ଦେଖି ପାରିବେ ନାହିଁ।
22 ବିନାଶ ଓ ମୃତ୍ୟୁ ମଧ୍ୟ କହନ୍ତି,
    ‘ଆମ୍ଭେମାନେ ଜ୍ଞାନକୁ କେଉଁଠାରେ ପାଇ ନାହୁଁ;
    କେବଳ ଆମ୍ଭେମାନେ ତା’ ବିଷୟରେ ଜନରବ ଶୁଣିଅଛୁ।’

23 “କେବଳ ପରମେଶ୍ୱର ଜ୍ଞାନକୁ ପାଇବାର ପଥ ଜାଣିଛନ୍ତି।
    କେବଳ ପରମେଶ୍ୱର ଜାଣନ୍ତି ଜ୍ଞାନ କେଉଁଠାରେ ଅଛି।
24 ପରମେଶ୍ୱର ପୃଥିବୀର ଶେଷ ପର୍ଯ୍ୟନ୍ତ ଦେଖି ପାରନ୍ତି।
    ସେ ଆକାଶର ନିମ୍ନରେ ଥିବା ସବୁକିଛି ଦେଖି ପାରନ୍ତି।
25 ପରମେଶ୍ୱର ତାଙ୍କର ଶକ୍ତିକୁ ପବନକୁ ଦେଇଛନ୍ତି।
    ସେ ସ୍ଥିର କରନ୍ତି କେତେ ବଡ଼ ସମୁଦ୍ର ହୋଇ ପାରିବ।
26 ପରମେଶ୍ୱର ସ୍ଥିର କରନ୍ତି କେଉଁଠାରୁ ବର୍ଷା ପଠେଇବେ
    ଏବଂ କେଉଁଠାକୁ ଘଡ଼ଘଡ଼ି ଘୂର୍ଣ୍ଣିବାତ୍ୟା ଯିବ।
27 ସେହି ସମୟରେ ପରମେଶ୍ୱର ଜ୍ଞାନକୁ ଦେଖିଲେ ଏହାକୁ ଘୋଷଣା କଲେ।
    ପରମେଶ୍ୱର ଜ୍ଞାନ ସ୍ଥାପନ କଲେ ଏବଂ ଏହାକୁ ପରୀକ୍ଷା କଲେ।
28 ପରମେଶ୍ୱର ଲୋକମାନଙ୍କୁ କହିଲେ,
    ‘ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କର, ତାହା ହିଁ ଜ୍ଞାନ ଅଟେ।
    ମନ୍ଦକାର୍ଯ୍ୟ କର ନାହିଁ, ତାହା ହିଁ ବୁଝିବା ଶକ୍ତି ଅଟେ।’”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center