Beginning
ଆୟୁବ ଉତ୍ତର ଦେଲା
21 ତା'ପରେ ଆୟୁବ ଉତ୍ତର ଦେଲା,
2 “ମୁଁ ଯାହା କହୁଛି ମନଦେଇ ଶୁଣ।
ତାହା ତୁମ୍ଭମାନଙ୍କର ମୋ’ ପ୍ରତି ସାନ୍ତ୍ୱନା ହେଉ।
3 ମୁଁ କହିଲା ବେଳେ ଧୈର୍ଯ୍ୟ ଧରି ଶୁଣ।
ମୁଁ କହିସାରିଲା ପରେ ତୁମ୍ଭେ ମୋ’ କଥାକୁ ବ୍ୟଙ୍ଗ କରିପାର।
4 “ମୁଁ ଲୋକମାନଙ୍କ ବିରୁଦ୍ଧରେ ଅଭିଯୋଗ କରୁ ନାହିଁ।
ଏହାର ମଧ୍ୟ ଏକ ନିର୍ଦ୍ଦିଷ୍ଟ କାରଣ ଅଛି କାହିଁକି ମୁଁ ଧୈର୍ଯ୍ୟ ଧରିପାରୁ ନାହିଁ।
5 ତୁମ୍ଭେ ମୋତେ ଦେଖ ଓ ସ୍ତମ୍ଭିତ ହୁଅ।
ତୁମ୍ଭ ମୁହଁରେ ତୁମ୍ଭେ ହାତ ଦେଇ ମୋତେ ଚକିତ ହୋଇ ଗ୍ଭହଁ।
6 ମୁଁ ଯେତେବେଳେ ଚିନ୍ତା କରେ ମୋ’ ପ୍ରତି କ’ଣ ସବୁ ଘଟିଗଲା।
ଭୟରେ ମୋର ସର୍ବାଙ୍ଗ ଥରଥର କମ୍ପି ଉଠେ।
7 କାହିଁକି ଦୁଷ୍ଟ ଲୋକ ବେଶୀଦିନ ବଞ୍ଚନ୍ତି?
କାହିଁକି ସେମାନେ ବଢ଼ନ୍ତି ଏବଂ ସଫଳତା ଅର୍ଜ୍ଜନ୍ତି?
8 ଦୁଷ୍ଟ ଦେଖନ୍ତି ତାଙ୍କର ପିଲାମାନେ ତାଙ୍କ ସହିତ ବଢ଼ନ୍ତି,
ସେମାନେ ବଞ୍ଚନ୍ତି ତାଙ୍କ ନାତି-ନାତୁଣୀ ଦେଖିବା ପାଇଁ।
9 ସେମାନଙ୍କ ଘର ସବୁ ନିରାପଦ ଥାଏ।
ସେମାନେ କାହାରିକି ଭୟ କରନ୍ତି ନାହିଁ।
ପରମେଶ୍ୱର ମଧ୍ୟ ସେମାନଙ୍କୁ ଶାସ୍ତି ଦେବାକୁ ବାଡ଼ିଟିଏ ବ୍ୟବହାର କରନ୍ତି ନାହିଁ।
10 ସେମାନଙ୍କ ଷଣ୍ଢ ସଙ୍ଗମ କରି ନିଷ୍ଫଳ ହୁଏ ନାହିଁ।
ସେମାନଙ୍କ ଗାଈସବୁ ବାଛୁରି ପ୍ରସବ କରେ।
ବାଛୁରି ସବୁ ଜନ୍ମ ହେଲା ବେଳେ ମରନ୍ତି ନାହିଁ।
11 ଦୁଷ୍ଟ ଲୋକମାନେ ସେମାନଙ୍କ ପିଲାମାନଙ୍କୁ ମେଣ୍ଢା ପରି ବାହାରକୁ ଖୋଜିବକୁ ପଠାନ୍ତି।
ସେହି ପିଲାମାନେ ଗ୍ଭରିଆଡ଼େ ନୃତ୍ୟ କରନ୍ତି।
12 ସେମାନେ ତବଲା ଓ ବୀଣା ବଜାଇ ନୃତ୍ୟ ଗୀତରେ ମାତନ୍ତି।
13 ଦୁଷ୍ଟ ବ୍ୟକ୍ତି ସାରାଜୀବନ ସୌଭାଗ୍ୟରେ ଦିନ କାଟନ୍ତି।
ତା'ପରେ ସେମାନେ ମୃତ୍ୟୁ ମୁଖରେ ପଡ଼ନ୍ତି।
କୌଣସି ଯନ୍ତ୍ରଣା ଭୋଗ ନ କରି ସେମାନେ କବରକୁ ଯାଆନ୍ତି।
14 କିନ୍ତୁ ଦୁଷ୍ଟ ଲୋକମାନେ ପରମେଶ୍ୱରଙ୍କୁ କହିଲେ, ‘ଆମ୍ଭକୁ ଏକା ଛାଡ଼ିଦିଅ।
ତୁମ୍ଭେ ଯାହା କରିବାକୁ ଗ୍ଭହୁଁଛ ଆମ୍ଭେ ତାହା ଖାତିରି କରୁ ନାହୁଁ।’
15 ଦୁଷ୍ଟ ଲୋକମାନେ କହନ୍ତି, ‘ସର୍ବଶକ୍ତିମାନ ପରମେଶ୍ୱର କିଏ ଯେ,
ଆମ୍ଭେ ତାଙ୍କର ସେବା କରିବୁ!
ତାଙ୍କ ନିକଟରେ ପ୍ରାର୍ଥନା କଲେ ଆମ୍ଭେ କି ଲାଭ ପାଇବା?’
16 “ଏହା ସତ୍ୟ ଦୁଷ୍ଟ ଲୋକମାନଙ୍କର ସୌଭାଗ୍ୟ ସେମାନଙ୍କ ହାତରେ ନାହିଁ।
ମୁଁ ସେମାନଙ୍କ ଉପଦେଶ ଗ୍ରହଣ କରି ପାରିବି ନାହିଁ।
17 ପରମେଶ୍ୱର କେତେ ଦୁଷ୍ଟଲୋକଙ୍କ ଜୀବନଦୀପ ଲିଭାଇ ଦିଅନ୍ତି?
ଦୁଷ୍ଟ ଲୋକେ କେତେଥର ବିପଦରେ ପଡ଼ନ୍ତି?
କେତେ ଥର ସେମାନେ ପରମେଶ୍ୱରଙ୍କ କ୍ରୋଧର ଶିକାର ହୋଇ ଦଣ୍ଡ ପାଆନ୍ତି?
18 ପବନ କୁଟା ଖଣ୍ଡକୁ ଉଡ଼ାଇ ନେଲାପରି ପରମେଶ୍ୱର କେତେ ଥର ସେମାନଙ୍କୁ ଉଡ଼ାଇ ନିଅନ୍ତି?
ବତାଶରେ କେତେ ଥର ସେମାନେ ତୁଷପରି ଉଡ଼ି ଯାଆନ୍ତି?
19 କିନ୍ତୁ ତୁମ୍ଭେ କୁହ, ‘ପରମେଶ୍ୱର ତା'ର ପିତାର ପାପଗୁଡ଼ିକ ପାଇଁ ତା'ର ପୁତ୍ରକୁ ଶାସ୍ତି ଦିଅନ୍ତି।’
ନା, ସେ ନିଜେ ଦୁଷ୍ଟ ଲୋକକୁ ହିଁ ଶାସ୍ତି ପ୍ରଦାନ କରନ୍ତୁ।
ତା'ହେଲେ ଯାଇ ଦୁଷ୍ଟ ଲୋକ ଜାଣିବ ଯେ, ସେ ତା'ର ପାପଗୁଡ଼ିକ ପାଇଁ ଦୁଃଖ ଭୋଗ କରୁଛି।
20 ସେହି ପାପୀ ନିଜେ ନିଜର ବିନାଶ ଦେଖୁ।
ସେ ସର୍ବଶକ୍ତିମାନ ପରମେଶ୍ୱରଙ୍କ କ୍ରୋଧର ଶିକାର ହେଉ।
21 ଯେତେବେଳେ ତାକୁ ଦିଆ ଯାଇଥିବା ସମୟ ଶେଷ ହୁଏ ଓ ସେତେବେଳେ ସେ ମରିଯାଏ।
ସେ ତା'ର ପଛରେ ଛାଡ଼ି ଯାଇଥିବା ପରିବାର ବିଷୟରେ କାହିଁକି ଭାବିବ?
22 “କେହି ପରମେଶ୍ୱରଙ୍କୁ ଜ୍ଞାନ ବିଷୟରେ ଶିକ୍ଷା ଦେଇ ପାରିବ କି?
ପରମେଶ୍ୱର ମଧ୍ୟ ଅତି ଉଚ୍ଚ ସ୍ଥାନରେ ବାସ କରୁଥିବା ଲୋକମାନଙ୍କ କଥା ବିଗ୍ଭର କରନ୍ତି।
23 କେହି ହୁଏତ ସମ୍ପୂର୍ଣ୍ଣ ଜୀବନ ସହିତ ସୌଭାଗ୍ୟ ଲାଭକରି ମୃତ୍ୟୁବରଣ କରେ।
ସେ ଏକ ନିରାପଦରେ ଓ ଆରାମଦାୟକ ଜୀବନଯାପନ କରେ।
24 ତା'ର ଶରୀର ସମ୍ପୂର୍ଣ୍ଣ ଖାଦ୍ୟ ଗ୍ରହଣ କରିଥାଏ।
ତା'ର ହାଡ଼ ଶକ୍ତ ହୋଇଥାଏ।
25 କିନ୍ତୁ ଅନ୍ୟ ଜଣେ ବ୍ୟକ୍ତି କଟୁ ଆତ୍ମା ସହିତ କଠିନ ଜୀବନ ପରେ ମରେ,
ସେ କେତେବେଳେ ମଙ୍ଗଳର ସ୍ୱାଦ ପାଇପାରେ ନାହିଁ।
26 ଶେଷରେ ସେହି ଦୁଇ ଜଣ କବରରେ ବିଶ୍ରାମ ନିଅନ୍ତି।
କୀଟ ସେହି ଦୁଇ ଜଣଙ୍କୁ ଖାଇଯାଏ।
27 “କିନ୍ତୁ ମୁଁ ଜାଣେ ତୁମ୍ଭେ କ’ଣ ଚିନ୍ତା କରୁଛ,
ଏବଂ ଏ କଥା ଜାଣେ ତୁମ୍ଭେ ମୋତେ ଆଘାତ ଦେବାକୁ ଗ୍ଭହୁଁଛ।
28 ତୁମ୍ଭେ ମୋତେ କହିପାର, ‘ଜଣେ ଭଲ ଲୋକର ଗୃହକୁ ମୋତେ ଦେଖାଅ।
ମୋତେ ମନ୍ଦ ଲୋକ ଯେଉଁଠାରେ ବାସ କରନ୍ତି ଦେଖାଅ।’
29 “ନିଶ୍ଚୟ ତୁମ୍ଭେ ପଥିକମାନଙ୍କ ସହିତ କଥା ହୋଇଛ।
ନିଶ୍ଚୟ ସେମାନଙ୍କ କାହାଣୀକୁ ସ୍ୱୀକାର କରିବ।
30 ବିପଦ ଆସିଲେ ବି ଦୁଷ୍ଟ ଲୋକମାନେ ରକ୍ଷାପାଇ ଯାଆନ୍ତି।
ପରମେଶ୍ୱର ରାଗ କଲେ ବି ସେମାନେ ବର୍ତ୍ତି ଯାଆନ୍ତି।
31 କେହି ଦୁଷ୍ଟ ଲୋକକୁ ତା'ର ମୁହଁ ଉପରେ ସମାଲୋଚନା କରନ୍ତି ନାହିଁ।
ସେ ଯାହା ଅନ୍ୟାୟ କଲେ ବି, କେହି ତା'ର ଅନ୍ୟାୟ କାର୍ଯ୍ୟ ପାଇଁ ତାକୁ ଦଣ୍ଡ ଦିଅନ୍ତି ନାହିଁ।
32 ତଥାପି ଦୁଷ୍ଟ ବ୍ୟକ୍ତି କବରକୁ ବୁହାଯିବ
ଓ ତାକୁ ପ୍ରହରୀ ଜଗିବେ।
33 ଉପତ୍ୟକାର ମାଟି ମଧ୍ୟ ଦୁଷ୍ଟ ଲୋକଙ୍କ ପାଇଁ ସ୍ୱାଦିଷ୍ଟ ହେବ।
ହଜାର ହଜାର ଲୋକ ତା'ର ଶବ ଶୋଭାଯାତ୍ରାରେ ଅଂଶଗ୍ରହଣ କରିବେ।
34 “ତେଣୁ ତୁମ୍ଭେ ମୋତେ ତୁମ୍ଭର ବୃଥା କଥାରେ ସାନ୍ତ୍ୱନା ଦେଇ ପାରିବ ନାହିଁ।
ତୁମ୍ଭର ସମସ୍ତ ଉତ୍ତରଗୁଡ଼ିକ ଭୁଲ୍ ଅଟେ।”
ଇଲୀଫସ୍ ଉତ୍ତର ଦେଲା
22 ତୈମନୀୟ ଇଲୀଫସ୍ ଉତ୍ତର ଦେଇ କହିଲା,
2 “ପରମେଶ୍ୱର କ’ଣ ଆମ୍ଭର ସାହାଯ୍ୟ ଆବଶ୍ୟକ କରନ୍ତି?
ନା, ଏପରିକି ଜଣେ ଅତି ଜ୍ଞାନୀ ମଧ୍ୟ ପରମେଶ୍ୱରଙ୍କ ପ୍ରତି ଦରକାରୀ ନୁହେଁ।
3 ତୁମ୍ଭେ ଯେ ଜଣେ ଧାର୍ମିକ ଅଟ ଏହା କ’ଣ ପରମେଶ୍ୱରଙ୍କ ସୁଖର କାରଣ ଅଟେ?
ତା'ଦ୍ୱାରା ସର୍ବଶକ୍ତିମାନ ପରମେଶ୍ୱର କ’ଣ କିଛି ଲାଭ ପାଆନ୍ତି ଯଦି ତୁମ୍ଭେ ତାଙ୍କୁ ଅନୁସରଣ କର?
4 ଏହା କ’ଣ ତାଙ୍କ ପ୍ରତି ଭୟ କାରଣରୁ ପରମେଶ୍ୱର ତୁମ୍ଭ ବିରୁଦ୍ଧରେ ଅଭିଯୋଗ କଲେ କି?
ଏହା କ’ଣ ସେ କାରଣ ଯେ ତୁମ୍ଭେ ତାଙ୍କୁ ଉପାସନା କର?
5 ନା, ଏହାର କାରଣ ତୁମ୍ଭେ ଅତ୍ୟଧିକ ପାପ କରିଛ।
ତୁମ୍ଭେ କେବେ ନିବୃତ୍ତ ରହି ନାହଁ।
6 ହୋଇପାରେ ତୁମ୍ଭେ ତୁମ୍ଭର ଭାଇକୁ କିଛି ଟଙ୍କା କରଜ ଦେଇଥିଲ ଏବଂ ତାକୁ ବାଧ୍ୟ କରିଥିଲ ତୁମ୍ଭକୁ କିଛି ବନ୍ଧକ ଦେବାକୁ ପ୍ରମାଣ ସ୍ୱରୂପ ଯାହା ଫଳରେ ସେ ତୁମ୍ଭକୁ ଫେରସ୍ତ କରିବ।
ହୋଇପାରେ ତୁମ୍ଭ ଗରିବ ଲୋକଟିର କପଡ଼ା ମଧ୍ୟ ନେଇଛ ବନ୍ଧକ ସ୍ୱରୂପ କରଜ ଦେଇ।
ହୋଇପାରେ ତୁମ୍ଭେ ଏହା ବିନାକାରଣରେ କରିଅଛ।
7 ହୋଇପାରେ ତୁମ୍ଭେ ଜଳ ଓ ଖାଦ୍ୟ
ତୃଷାର୍ତ୍ତ ଓ ଭୋକିଲା ଲୋକକୁ ଦେଇ ନାହଁ।
8 ଆୟୁବ, ତୁମ୍ଭର ବହୁତ ଗ୍ଭଷ ଜମି ଥିଲା
ଏବଂ ଲୋକମାନେ ତୁମ୍ଭକୁ ସମ୍ବୋଧନ କରୁଥିଲେ।
9 ଏହାବି ହୋଇପାରେ ତୁମ୍ଭେ ବିଧବାମାନଙ୍କୁ କିଛି ନ ଦେଇ ପଠାଇ ଦେଇଛ।
ଆୟୁବ, ତୁମ୍ଭେ ଅନାଥମାନଙ୍କୁ ଠକିଛ।
10 ବୋଧହୁଏ ସେଥିପାଇଁ ତୁମ୍ଭ ଗ୍ଭରି କଡ଼ରେ ଫାନ୍ଦ ବସାଯାଇଛି
ଓ ହଠାତ୍ ବିପଦ ପଡ଼ିବାରୁ ତୁମ୍ଭେ ଭୟଭୀତ ହୋଇ ପଡ଼ିଛ।
11 ଏହି କାରଣ ପାଇଁ ଏତେ ଅନ୍ଧକାର ଘଟିଛି ଯେ, ତୁମ୍ଭେ କିଛି ଦେଖି ପାରୁ ନାହଁ,
କାହିଁକି ତୁମ୍ଭେ ପ୍ରବଳ ବନ୍ୟାଜଳରେ ଢାଙ୍କି ହୋଇଛ।
12 “ପରମେଶ୍ୱରଙ୍କ ନିବାସସ୍ଥାନ ସ୍ୱର୍ଗର ସବୁଠୁ ଊର୍ଦ୍ଧ୍ୱରେ ନୁହଁ କି?
ଦେଖ ନକ୍ଷତ୍ରଗଣ ମଧ୍ୟ କେତେ ଉଚ୍ଚରେ ଅଛନ୍ତି।
13 ଆୟୁବ ତୁମ୍ଭେ ହୁଏତ କହିପାର, ‘ପରମେଶ୍ୱର କ’ଣ ଜାଣନ୍ତି?
ପରମେଶ୍ୱର କ’ଣ ସେହି ଘନ ଅନ୍ଧକାର ବାଦଲ ମଧ୍ୟରୁ ଆମ୍ଭକୁ ଦେଖି ବିଗ୍ଭର କରନ୍ତି?
14 ଘନ ବାଦଲ ପରମେଶ୍ୱରଙ୍କୁ ଆମ୍ଭଠାରୁ ଲୁଗ୍ଭଇ ରଖେ, ତେଣୁ ସେ ଆମ୍ଭକୁ ଦେଖି ପାରନ୍ତି ନାହିଁ।
ସେ ଆକାଶ ସୀମାର ଉପରେ ଗ୍ଭଲି ପାରନ୍ତି।’
15 “ଆୟୁବ, ତୁମ୍ଭେ ସେହି ପୁରୁଣା ବାଟରେ ଗ୍ଭଲୁଛ,
ଯେଉଁ ପଥରେ ଦୁଷ୍ଟ ଲୋକେ ପୂର୍ବ କାଳରେ ଯାଉଥିଲେ।
16 ସେହି ଦୁଷ୍ଟମାନେ ଧ୍ୱଂସ ପାଇ ସାରିଛନ୍ତି।
ସେମାନଙ୍କର ମୃତ୍ୟୁ ସମୟ ଆସିବା ପୂର୍ବରୁ।
ସେମାନେ ବନ୍ୟାରେ ଭାସି ଯାଇଛନ୍ତି।
17 ସେହି ଲୋକମାନେ ପରମେଶ୍ୱରଙ୍କୁ କହିଥିଲେ, ‘ଆମ୍ଭକୁ ଏକା ଛାଡ଼ିଦିଅ!
ପରମେଶ୍ୱର ସର୍ବଶକ୍ତିମାନ ଆମ୍ଭକୁ କିଛି କରି ପାରନ୍ତି ନାହିଁ।’
18 ଯଦ୍ୟପି ପରମେଶ୍ୱର ସେମାନଙ୍କ ଗୃହରେ ଉତ୍ତମ ଦ୍ରବ୍ୟ ପୂର୍ଣ୍ଣ କରିଥିଲେ।
ମୁଁ ସେହି ଦୁଷ୍ଟ ଲୋକଙ୍କ ଉପଦେଶ ମାନିବି ନାହିଁ।
19 ଧାର୍ମିକ ଲୋକେ ସେମାନଙ୍କ ଧ୍ୱଂସ ଦେଖିବାକୁ ଗ୍ଭହାନ୍ତି।
ଏବେ ସେହି ଧାର୍ମିକ ଲୋକମାନେ ଆନନ୍ଦିତ ହେବେ।
ନିରୀହ ଲୋକ ଦୁଷ୍ଟ ଲୋକଙ୍କ ବିଷୟରେ ହାସ୍ୟ କରିବେ।
20 ‘ସତରେ ଆମ୍ଭ ଶତ୍ରୁମାନେ ଧ୍ୱଂସ ହୋଇଛନ୍ତି।
ଅଗ୍ନି ସେମାନଙ୍କ ସମ୍ପତ୍ତିକୁ ଜାଳି ଦେଇଛି।’
21 “ବର୍ତ୍ତମାନ ଆୟୁବ, ତୁମ୍ଭେ ପରମେଶ୍ୱରଙ୍କ ନିକଟରେ ନିଜକୁ ସମର୍ପି ଦିଅ, ତାଙ୍କ ସହିତ ଶାନ୍ତିରେ ବାସ କର।
ଏହା କଲେ ତୁମ୍ଭେ ଅନେକ ଭଲ ବସ୍ତୁ ପାଇବ।
22 ତାହାଙ୍କ ଶିକ୍ଷା ଗ୍ରହଣ କର।
ସେ ଯାହା କହୁଛନ୍ତି ତା’ ପ୍ରତି ଧ୍ୟାନ ଦିଅ।
23 ତୁମ୍ଭେ ପରମେଶ୍ୱରଙ୍କ ନିକଟକୁ ଫେରି ଆସ।
ସର୍ବଶକ୍ତିମାନ ପରମେଶ୍ୱର ତୁମ୍ଭକୁ ପୁନଃସ୍ଥାପନ କରିବେ।
କିନ୍ତୁ ତୁମ୍ଭେ ତୁମ୍ଭର ଘରୁ ଦୁଷ୍ଟତା ଦୂର କର।
24 ତୁମ୍ଭେ ତୁମ୍ଭର ସୁବର୍ଣ୍ଣକୁ ଧୂଳି ମାଟି ଛଡ଼ା କିଛି ନୁହେଁ ବୋଲି ଭାବ।
ତୁମ୍ଭର ମୂଲ୍ୟବାନ ସୁନାକୁ ନଦୀର ପଥର ଖଣ୍ଡ ସଦୃଶ ବିଗ୍ଭର କର।
25 ତୁମ୍ଭର ସୁବର୍ଣ୍ଣ ସେହି ସର୍ବଶକ୍ତିମାନ ପରମେଶ୍ୱର ଅଟନ୍ତି।
ସେ ତୁମ୍ଭର ମୂଲ୍ୟବାନ ରୂପା ସଦୃଶ ଅଟନ୍ତି।
26 ତା'ପରେ ତୁମ୍ଭେ ସର୍ବଶକ୍ତିମାନ ପରମେଶ୍ୱରଙ୍କୁ ଉପଭୋଗ କର।
ସେମାନେ ତା'ପରେ ପରମେଶ୍ୱରଙ୍କୁ ଅନାଇବେ।
27 ତା'ପରେ ତୁମ୍ଭେ ତାଙ୍କୁ ପ୍ରାର୍ଥନା କରିବ ଏବଂ ସେ ତୁମ୍ଭର ଡାକ ଶୁଣିବେ।
ଯାହାସବୁ ପ୍ରତିଜ୍ଞା ତାଙ୍କଠାରେ କରିଛ, ତାହା ତୁମ୍ଭେ ରଖିବାକୁ ସକ୍ଷମ ହେବ।
28 ଯଦି ତୁମ୍ଭେ କିଛି କରିବାକୁ ସ୍ଥିର କରିଛ, ନିଶ୍ଚୟ ତାହା ସଫଳ ହେବ।
ତା'ହେଲେ ପ୍ରକୃତରେ ତୁମ୍ଭର ଭବିଷ୍ୟତ ଉଜ୍ଜ୍ୱଳ ହେବ।
29 ପରମେଶ୍ୱର ଗର୍ବୀ ଲୋକକୁ ଲଜ୍ଜିତ କରାନ୍ତି।
କିନ୍ତୁ ନମ୍ର ଲୋକକୁ ସାହାଯ୍ୟ କରନ୍ତି।
30 ଯିଏ ନିରୀହ ନୁହେଁ ତାକୁ ମଧ୍ୟ ସେ ଉଦ୍ଧାର କରନ୍ତି।
ଏହିପରି ଜଣେ ଲୋକ ଉଦ୍ଧାର ହେବ କାରଣ ତୁମ୍ଭର ହସ୍ତ ଶୁଦ୍ଧ ଅଟେ।”
ଆୟୁବର ଉତ୍ତର
23 ତା'ପରେ ଆୟୁବ ଉତ୍ତର ଦେଲା,
2 “ମୁଁ ଆଜି ବି ଅଭିଯୋଗ କରୁଛି
କାରଣ ମୁଁ ଆଜିବି କଷ୍ଟ ପାଉଛି।
3 ମୁଁ ଇଚ୍ଛା କରେ ମୁଁ ଜାଣିଥା’ନ୍ତି ପରମେଶ୍ୱର କେଉଁଠି ମିଳିବେ
ଏବଂ ମୁଁ ଜାଣେ ତାଙ୍କ ନିକଟକୁ କିପରି ଯାଇ ହେବ।
4 ମୁଁ ମୋର କଥା ତାଙ୍କ ଆଗରେ ବର୍ଣ୍ଣନା କରିବି।
ମୁଁ ଯେ ନିର୍ଦ୍ଦୋଷ ଏ କଥା ତାଙ୍କ ଆଗରେ ଯୁକ୍ତି ବଳରେ ଉପସ୍ଥାପନା କରିବି।
5 ମୁଁ ଜାଣିବାକୁ ଗ୍ଭହେଁ ପରମେଶ୍ୱର ମୋ’ ଯୁକ୍ତିର କିପରି ଉତ୍ତର ଦେବେ।
ପରମେଶ୍ୱରଙ୍କ ଉତ୍ତରକୁ ମୁଁ ବୁଝିବାକୁ ଗ୍ଭହେଁ।
6 ପରମେଶ୍ୱର କ’ଣ ତାଙ୍କର ଶକ୍ତି ମୋ’ ବିରୁଦ୍ଧରେ ପ୍ରୟୋଗ କରିବେ?
ନା, ସେ ମୋ’ କଥା ଶୁଣିବେ।
7 ମୁଁ ଜଣେ ସଚ୍ଚୋଟ ଲୋକ।
ପରମେଶ୍ୱର ନିଶ୍ଚିତ ମୋ’ କାହାଣୀ କହିବାକୁ ମୋତେ ଦେବେ।
ତା'ପରେ ମୋର ବିଗ୍ଭରକର୍ତ୍ତା ମୋତେ ମୁକ୍ତି କରିଦେବ।
8 “କିନ୍ତୁ ମୁଁ ଯଦି ପୂର୍ବକୁ ଯାଏ ପରମେଶ୍ୱର ସେଠାରେ ନାହାନ୍ତି।
ମୁଁ ପଶ୍ଚିମକୁ ଯାଏ ସେଠାରେ ପରମେଶ୍ୱରଙ୍କୁ ଦେଖି ପାରେ ନାହିଁ।
9 ଯେତେବେଳେ ପରମେଶ୍ୱର ଉତ୍ତରରେ କାମ କରୁଛନ୍ତି, ମୁଁ ଯଦି ସେଠାରେ ତାଙ୍କୁ ଦେଖି ପାରୁ ନାହିଁ।
ପରମେଶ୍ୱର ଯଦି ଦକ୍ଷିଣକୁ ଯାଆନ୍ତି ମୁଁ ତଥାପି ତାଙ୍କୁ ଦେଖେ ନାହିଁ।
10 ପରମେଶ୍ୱର ମୋତେ ଜାଣନ୍ତି।
ସେ ମୋତେ ପରୀକ୍ଷା କରୁଛନ୍ତି, ଶେଷରେ ସେ ଦେଖିବେ ମୁଁ ସୁନାପରି ଖାଣ୍ଟି।
11 ମୁଁ ସର୍ବଦା ପରମେଶ୍ୱରଙ୍କ ପଥରେ ଗ୍ଭଲିଛି।
ମୁଁ କେବେ ତାଙ୍କୁ ଅନୁସରଣ କରିବା ବନ୍ଦ କରି ନାହିଁ।
12 ମୁଁ ସବୁବେଳେ ପରମେଶ୍ୱରଙ୍କ ଆଦେଶ ମାନିଛି।
ମୁଁ ପରମେଶ୍ୱରଙ୍କ ମୁଖରୁ ନିସୃତ ବାଣୀକୁ ମୋର ପ୍ରିୟ ଖାଦ୍ୟଠାରୁ ଅଧିକ ଭଲ ପାଇଛି।
13 “କିନ୍ତୁ ପରମେଶ୍ୱର କେବେହେଲେ ବଦଳନ୍ତି ନାହିଁ।
କେହି ପରମେଶ୍ୱରଙ୍କ ବିରୁଦ୍ଧରେ ଛିଡ଼ା ହୋଇ ପାରିବ ନାହିଁ।
ପରମେଶ୍ୱର ଯାହା ଇଚ୍ଛା କରନ୍ତି ତାହା ସେ କରନ୍ତି।
14 ପରମେଶ୍ୱର ମୋ’ ପ୍ରତି ଯାହା କରିବାକୁ ଗ୍ଭହାନ୍ତି ତାହା ସେ ନିଶ୍ଚୟ କରିବେ।
ତାଙ୍କର ମଧ୍ୟ ମୋ’ ପ୍ରତି ଅନେକ କିଛି କରିବାକୁ ଯୋଜନା ଥିବ।
15 ସେଥିପାଇଁ ମୁଁ ପରମେଶ୍ୱରଙ୍କୁ ଭୟ କରେ।
ମୁଁ ଏ କଥା ବୁଝିପାରେ।
ତେଣୁ ମୁଁ ପରମେଶ୍ୱରଙ୍କୁ ଭୟ କରେ।
16 ପରମେଶ୍ୱର ମୋର ହୃଦୟକୁ ଦୁର୍ବଳ କରିଛନ୍ତି।
ମୁଁ ସାହସ ହରାଇ ଦେଉଛି।
ସର୍ବଶକ୍ତିମାନ ପରମେଶ୍ୱର ମୋତେ ଭୟଭୀତ କରୁଛନ୍ତି।
17 ମୋ’ ଉପରେ ଘଟିଯାଇଥିବା ବିପଦସବୁ କଳାବାଦଲ ସଦୃଶ ଯାହାକି ମୋ’ ମୁଖ ମଣ୍ଡଳକୁ ଆଚ୍ଛାଦିତ କରିଛି।
କିନ୍ତୁ ସେହି କଳା ଅନ୍ଧକାର ମୋତେ ଚୁପ୍ କରି ରଖିପାରବ ନାହିଁ।
2010 by World Bible Translation Center