Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଆୟୁବ ପୁସ୍ତକ 1-4

ଉତ୍ତମ ବ୍ୟକ୍ତି ଆୟୁବ

ଊଷ୍ ଦେଶରେ ଆୟୁବ ନାମରେ ଜଣେ ବ୍ୟକ୍ତି ବାସ କରୁଥିଲା। ଆୟୁବ ଜଣେ ଉତ୍ତମ ଓ ଧାର୍ମିକ ବ୍ୟକ୍ତି ଥିଲା। ଆୟୁବ ପରମେଶ୍ୱରଙ୍କ ଉପାସନା କରିବା ବ୍ୟତୀତ ଅନ୍ୟ ସମସ୍ତ ପ୍ରକାର ମନ୍ଦକାର୍ଯ୍ୟରୁ ବିରତ ରହୁଥିଲା। ଆୟୁବର ସାତୋଟି ପୁତ୍ର ଓ ତିନୋଟି ଝିଅ ଥିଲେ। ଆୟୁବ 7,000 ମେଣ୍ଢା, 3,000 ଓଟ, 1,000 ଷଣ୍ଢ ଏବଂ 500 ମାଇ ଗଧର ମାଲିକ ଥିଲା। ତା'ର ଅନେକ ଗୁଡ଼ିଏ ଭୃତ୍ୟ ଥିଲେ। ଆୟୁବ ପୂର୍ବାଞ୍ଚଳ ଦେଶମାନଙ୍କ ମଧ୍ୟରେ ସବୁଠାରୁ ବେଶୀ ଧନୀ ଥିଲା।

ଆୟୁବର ପୁଅମାନେ ପାଳି ପାଳି କରି ସେମାନଙ୍କ ଘରେ ଭୋଜି ପ୍ରସ୍ତୁତ କଲେ ଏବଂ ସେମାନଙ୍କ ତିନି ଭଉଣୀଙ୍କୁ ଏହି ଭୋଜିରେ ଯୋଗଦେବାକୁ ନିମନ୍ତ୍ରଣ କଲେ। ଆୟୁବ ଉତ୍ସବ ପରଦିନ ପ୍ରାତଃକାଳରୁ ଶଯ୍ୟା ତ୍ୟାଗ କରି ତା'ର ପ୍ରତ୍ୟେକ ପୁଅର ମଙ୍ଗଳ ପାଇଁ ପରମେଶ୍ୱରଙ୍କ ନିକଟରେ ହୋମବଳି ଅର୍ପଣ କରୁଥିଲା। ସେ ଭାବୁଥିଲା, “ମୋ’ ପିଲାମାନେ ହୁଏତ ହୃଦୟରେ ପାପ କରି ପରମେଶ୍ୱରଙ୍କୁ ଶାପ ଦେଇଥାଇ ପାରନ୍ତି।” ଆୟୁବ ପ୍ରତ୍ୟେକ ଥର ଏପରି କଲା।

ସଦାପ୍ରଭୁଙ୍କ ସହିତ ସାକ୍ଷାତ ଲାଗି ସ୍ୱର୍ଗଦୂତମାନଙ୍କ ପାଇଁ ସେହି ଦିନଟି ଉପସ୍ଥିତ ହେଲା। ସେହି ସ୍ୱର୍ଗଦୂତମାନଙ୍କ ସହିତ ଶୟତାନ ମଧ୍ୟ ସେଠାରେ ଉପସ୍ଥିତ ହେଲା। ସଦାପ୍ରଭୁ ଶୟତାନକୁ ପଗ୍ଭରିଲେ, “ତୁମ୍ଭେ କେଉଁଠାରୁ ଆସିଲ?”

ଶୟତାନ ସଦାପ୍ରଭୁଙ୍କୁ ଉତ୍ତର ଦେଲା, “ମୁଁ ପୃଥିବୀର ଏଣେତେଣେ ବିଚରଣ କରୁଥିଲି।”

ତା'ପରେ ସଦାପ୍ରଭୁ ଶୟତାନକୁ ପଗ୍ଭରିଲେ, “ତୁମ୍ଭେ ମୋର ସେବକ ଆୟୁବକୁ ଦେଖିଛ କି? ଆୟୁବ ଭଳି ଜଣେ ବ୍ୟକ୍ତି ଏ ପୃଥିବୀରେ କେହି ନାହିଁ। ଆୟୁବ ଜଣେ ଉତ୍ତମ ଓ ଧାର୍ମିକ ବ୍ୟକ୍ତି ଅଟେ। ସେ ପରମେଶ୍ୱରଙ୍କୁ ଉପାସନା କରେ ଏବଂ ମନ୍ଦକାର୍ଯ୍ୟ କରିବାକୁ ପ୍ରତ୍ୟାଖାନ କରେ।”

ଶୟତାନ ଉତ୍ତର ଦେଲା, “ନିଶ୍ଚୟ! କିନ୍ତୁ ଆୟୁବର ପରମେଶ୍ୱରଙ୍କୁ ଉପାସନା କରିବାର ଯଥେଷ୍ଟ କାରଣ ରହିଛି। 10 ଆପଣ ସବୁବେଳେ ଆୟୁବକୁ ସୁରକ୍ଷା ପ୍ରଦାନ କରନ୍ତି। ତା'ର ପରିବାରକୁ, ତା'ର ଯାହାକିଛି ନିଜର, ସବୁକୁ ଆପଣ ସୁରକ୍ଷା ଦିଅନ୍ତି। ସେ ଯେଉଁ କାର୍ଯ୍ୟ କରେ ସବୁଥିରେ ଆପଣ ତାକୁ କୃତକାର୍ଯ୍ୟ କରାନ୍ତି। ହଁ, ଆପଣ ତାକୁ ଆଶୀର୍ବାଦ ପ୍ରଦାନ କରନ୍ତି, ସେଥିପାଇଁ ସବୁଥିରେ ସେ ଏତେ ଧନୀ ଯେ, ତା'ର ମେଷପଲ ଓ ଗୋପଲ ସାରାଦେଶରେ ଥିଲେ। 11 ମୁଁ ପ୍ରତିଜ୍ଞା କରି କହିପାରେ ଆପଣ ତା'ର ସର୍ବସ୍ୱ ନଷ୍ଟ କରି ଦିଅନ୍ତୁ, ଆପଣ ଦେଖିବେ ସେ କିପରି ଆପଣଙ୍କୁ ଆପଣଙ୍କ ସମ୍ମୁଖରେ ଅଭିଶାପ ଦେବ।”

12 ତା'ପରେ ସଦାପ୍ରଭୁ ଶୟତାନକୁ କହିଲେ, “ଠିକ୍ ଅଛି, ତା'ର ଯାହାସବୁ ଅଛି, ସେଗୁଡ଼ିକ ସହିତ ତୁମ୍ଭେ ଯେପରି ଗ୍ଭହଁ କର, କିନ୍ତୁ ସେହି ବ୍ୟକ୍ତିକୁ ସ୍ପର୍ଶ କର ନାହିଁ।”

ତା'ପରେ ଶୟତାନ ସଦାପ୍ରଭୁଙ୍କ ଉପସ୍ଥିତିରୁ ଗ୍ଭଲିଗଲା।

ଆୟୁବ ସର୍ବସ୍ୱ ହରାଇଲା

13 ଗୋଟିଏ ଦିନ ଭୋଜି ମଧ୍ୟରେ, ଆୟୁବର ପୁଅ ଓ ଝିଅମାନେ ବଡ଼ ଭାଇର ଘରେ ଏକତ୍ର ଖାଇବା ସହିତ ଦ୍ରାକ୍ଷାରସ ପାନ କରୁଥିଲେ। 14 ଏହି ସମୟରେ ଜଣେ ସମ୍ବାଦବାହକ ଆୟୁବକୁ ଖବର ଦେଲା, “ବଳଦମାନେ ଜମିରେ ହଳ କରୁଥିବା ବେଳେ, ଗଧଗୁଡ଼ିକ ସେମାନଙ୍କ ନିକଟରେ ଚରୁଥିଲେ। 15 ଶିବାୟୀୟମାନେ ଆକ୍ରମଣ କଲେ ଏବଂ ଆମ୍ଭଠାରୁ ସମସ୍ତ ପଶୁମାନଙ୍କୁ ନେଇଗଲେ। ସେମାନେ ତୁମ୍ଭର ଦାସମାନଙ୍କୁ ମଧ୍ୟ ‌‌ଖ‌ଡ଼୍‌ଗରେ ହତ୍ୟା କଲେ। ମୁଁ ହେଉଛି କେବଳ ଏକମାତ୍ର ଯିଏ ରକ୍ଷା ପାଇଛି ତୁମ୍ଭକୁ ଏ ବିଷୟରେ କହିବାକୁ।”

16 ସେ କଥା କହୁଥିବା ବେଳେ, ଆଉ ଜଣେ ବାର୍ତ୍ତାବହ ଆସିଲା ଏବଂ କହିଲା, “ଆକାଶରୁ ବିଜୁଳି ପଡ଼ି ତୁମ୍ଭର ମେଣ୍ଢା ଓ ଛେଳି ଓ ତୁମ୍ଭର ଦାସମାନଙ୍କୁ ପୋଡ଼ି ଦେଲା। ମୁଁ କେବଳ ଏକମାତ୍ର ଯିଏ ରକ୍ଷା ପାଇଛି ତୁମ୍ଭକୁ ଏହି ବିଷୟରେ କହିବା ପାଇଁ।”

17 ସେ କଥା କହୁଥିବା ବେଳେ, ଆଉ ଜଣେ ବାର୍ତ୍ତାବହ ଆସିଲା ଏବଂ କହିଲା, “କ‌‌ଲ୍‌‌ଦୀୟମାନେ ତିନି ଦଳ ସୈନିକଙ୍କୁ ପଠାଇଛନ୍ତି ଏବଂ ଆକ୍ରମଣ କରିଛନ୍ତି ଏବଂ ଓଟମାନଙ୍କୁ ନେଇ ଗଲେ ଓ ସମସ୍ତ ଭୃତ୍ୟମାନଙ୍କୁ ‌‌ଖ‌ଡ଼୍‌ଗରେ ହତ୍ୟା କଲେ। ମୁଁ କେବଳ ଏକମାତ୍ର ଯିଏ ଏ ବିଷୟରେ ଆପଣଙ୍କୁ କହିବା ପାଇଁ ରକ୍ଷା ପାଇଅଛି।”

18 ସେ କଥା କହୁଥିବା ବେଳେ, ଅନ୍ୟ ଜଣେ ବାର୍ତ୍ତାବହ ଆସି କହିଲା, “ଆପଣଙ୍କ ପୁଅ-ଝିଅମାନେ ଯେତେବେଳେ ବଡ଼ ଭାଇର ଘରେ ଦ୍ରାକ୍ଷାରସ ପାନ ଓ ଖାଇବାରେ ବ୍ୟସ୍ତଥିଲେ; 19 ସେହି ସମୟରେ ଏକ ଝଡ଼ ମରୁଭୂମି ଆଡ଼ୁ ଆସିଲା ଏବଂ ତାଙ୍କର ଘରକୁ ଭାଙ୍ଗି ଦେଲା। ଏବଂ ଆପଣଙ୍କ ପୁଅ ଝିଅମାନଙ୍କ ଉପରେ ପଡ଼ି ସମସ୍ତଙ୍କୁ ମାରି ଦେଲା। ମୁଁ କେବଳ ଏକମାତ୍ର ଯିଏ ଆପଣଙ୍କୁ ଏହା କହିବାକୁ ରକ୍ଷା ପାଇଛି।”

20 ଆୟୁବ ଯେତେବେଳେ ଏସବୁ ଶୁଣିଲା ସେ ନିଜର ପୋଷାକପତ୍ର ଚିରି ଦେଲା ଏବଂ ଦୁଃଖ ଓ ଗ୍ଳାନିରେ ଲଣ୍ଡା ହୋଇପଡ଼ିଲା। ତା'ପରେ ଆୟୁବ ଭୂମିରେ ବସି ପଡ଼ି ପରମେଶ୍ୱରଙ୍କୁ ଉପାସନା କରିବାକୁ ଲାଗିଲା। 21 ସେ ପ୍ରାର୍ଥନା କରି କହିଲା,

“ମୁଁ ଯେତେବେଳେ ଏହି ପୃଥିବୀରେ ଜନ୍ମ ଲାଭ କଲି
    ସେତେବେଳେ ମୁଁ ଲଙ୍ଗଳା ଥିଲି ଓ ମୋ’ ପାଖରେ କିଛି ନ ଥିଲା।
ଠିକ୍ ସେହିପରି ମୁଁ ଯେତେବେଳେ ମୃତ୍ୟୁବରଣ କରିବି
    ଓ ଏ ପୃଥିବୀକୁ ତ୍ୟାଗ କରିବି ସେତେବେଳେ ମଧ୍ୟ ଲଙ୍ଗଳା ଓ ଖାଲି ହାତରେ ଯିବି।
ସଦାପ୍ରଭୁ ସବୁକିଛି ଦିଅନ୍ତି
    ଏବଂ ସବୁକିଛି ନେଇ ଯାଆନ୍ତି।
ତେଣୁ ସଦାପ୍ରଭୁଙ୍କ ନାମ ହିଁ ପ୍ରଶଂସା ଯୋଗ୍ୟ।”

22 ଏତେ ସବୁ ଘଟିଲା ପରେ ଆୟୁବ ପାପ କଲା ନାହିଁ ଏବଂ ପରମେଶ୍ୱର କିଛି ଭୁଲ୍ କରିଛନ୍ତି ବୋଲି ସେ କହିଲା ନାହିଁ।

ଶୟତାନ ଆୟୁବକୁ ଚିନ୍ତାରେ ପକାଇଲା

ଅନ୍ୟ ଦିନ ସ୍ୱର୍ଗଦୂତଗଣ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କୁ ଉପସ୍ଥିତ କରିବା ପାଇଁ ଆସିଲେ ଏବଂ ଶୟତାନ ମଧ୍ୟ ସଦାପ୍ରଭୁଙ୍କ ସମ୍ମୁଖରେ ନିଜକୁ ଉପସ୍ଥିତ କରିବାକୁ ଆସିଲା। ସଦାପ୍ରଭୁ ଶୟତାନକୁ ପଗ୍ଭରିଲେ, “ତୁମ୍ଭେ ଏତେଦିନ ଧରି କେଉଁଠାରେ ଥିଲ?”

ଶୟତାନ ସଦାପ୍ରଭୁଙ୍କୁ ଉତ୍ତର ଦେଲା, “ମୁଁ ପୃଥିବୀର ଗ୍ଭରିଆଡ଼େ ବିଚରଣ କରୁଥିଲି।”

ତା'ପରେ ସଦାପ୍ରଭୁ ଶୟତାନକୁ ପଗ୍ଭରିଲେ, “ତୁମ୍ଭେ ଆମ୍ଭ ସେବକ ଆୟୁବକୁ ଦେଖିଛ କି? ଆୟୁବ ଭଳି ଜଣେ ବ୍ୟକ୍ତି ଏ ପୃଥିବୀରେ କେହି ନାହାନ୍ତି। ଆୟୁବ ଜଣେ ଉତ୍ତମ ଓ ଧାର୍ମିକ ବ୍ୟକ୍ତି। ସେ ପରମେଶ୍ୱରଙ୍କୁ କେବଳ ଉପାସନା କରେ ଓ ମନ୍ଦକାର୍ଯ୍ୟ କରିବାକୁ ବାରଣ କରେ। ସେ ଏବେ ମଧ୍ୟ ନିର୍ଦ୍ଦୋଷ, ଯଦିଓ ତୁମ୍ଭେ ବିନା କାରଣରେ ତା'ର ସମସ୍ତ ବସ୍ତୁକୁ ନଷ୍ଟ କରିବା ପାଇଁ ମୋତେ ପ୍ରବର୍ତ୍ତାଇଥିଲ।”

ଶୟତାନ ଉତ୍ତର ଦେଲା, “ଚର୍ମ ଚର୍ମ ପାଇଁ! ଜଣେ ମନୁଷ୍ୟ ନିଜ ଜୀବନ ରକ୍ଷା କରିବା ପାଇଁ ସବୁକିଛି ଦେଇ ଦେବ। ଯଦି ଆପଣ ତା'ର ଶରୀରକୁ କିଛି କରନ୍ତି, ସେ ନିଶ୍ଚୟ ଆପଣଙ୍କୁ ଆପଣଙ୍କ ସମ୍ମୁଖରେ ଅଭିଶାପ ଦେବ।”

ଏହା ପରେ ସଦାପ୍ରଭୁ ଶୟତାନକୁ କହିଲେ, “ଠିକ୍ ଅଛି, ଏବେ ମୁଁ ଆୟୁବକୁ ତୁମ୍ଭ ଅଧିକାର ଭିତରକୁ ପ୍ରଦାନ କରୁଛି। ଗୋଟିଏ ସର୍ତ୍ତରେ, ଯେ ତୁମ୍ଭେ ତା'ର ଜୀବନକୁ ଛାଡ଼ିଦେବ।”

ତା'ପରେ ଶୟତାନ ସଦାପ୍ରଭୁଙ୍କଠାରୁ ବିଦାୟ ନେଇ ଗ୍ଭଲିଗଲା। ସେ ଆୟୁବକୁ ଯନ୍ତ୍ରଣାଦାୟକ କ୍ଷତ ଦେଲା। ଏହି କ୍ଷତଗୁଡ଼ିକ ସମଗ୍ର ଶରୀରରେ ମୁଣ୍ଡଠାରୁ ପାଦ ପର୍ଯ୍ୟନ୍ତ ଥିଲା। ସେଥିପାଇଁ ଆୟୁବ ଅଳିଆଗଦା ପାଖରେ ବସିଲା। ସେ ଖଣ୍ଡିଏ ଭଙ୍ଗା ପାତ୍ରରେ ନିଜର କ୍ଷତ ହୋଇଥିବା ସ୍ଥାନକୁ କୁଣ୍ଡାଇବାକୁ ଲାଗିଲା। ଏହି ସମୟରେ ଆୟୁବର ସ୍ତ୍ରୀ ଆୟୁବ ନିକଟକୁ ଆସି ତା'ର ଦୂରାବସ୍ଥା ଦେଖି କହିଲା, “ଏବେ କି ତୁମ୍ଭେ ପରମେଶ୍ୱରଙ୍କ ବିଶ୍ୱସ୍ତ ବୋଲି ଭାବୁଛ? ତୁମ୍ଭେ କାହିଁକି ପରମେଶ୍ୱରଙ୍କୁ ଅଭିଶାପ ଦେଇ ମୃତ୍ୟୁବରଣ କରୁ ନାହଁ!”

10 ଆୟୁବ ତା'ର ପତ୍ନୀକୁ ଉତ୍ତର ଦେଲା, “ତୁମ୍ଭେ ଜଣେ ମୂର୍ଖ ସ୍ତ୍ରୀ ଭଳି କଥା କହୁଛ। ପରମେଶ୍ୱର ଆମ୍ଭକୁ ସବୁକିଛି ଭଲ ଜିନିଷ ଦେଇଛନ୍ତି, ଆମ୍ଭେ ତାକୁ ଗ୍ରହଣ କରିଅଛୁ। ସେହିଭଳି ଆମ୍ଭେ ମଧ୍ୟ ସେ ଦେଉଥିବା କଷ୍ଟକୁ ଗ୍ରହଣ କରିବା ଉଚିତ୍।” ଯଦିଓ ଏହାସବୁ ଘଟିଲା ଆୟୁବ ତା’ ଓଷ୍ଠରେ ପାପ କଲା ନାହିଁ।

ଆୟୁବର ତିନିବନ୍ଧୁ ତା’ ନିକଟକୁ ଦେଖା କରିବାକୁ ଆସିଲେ

11 ଆୟୁବର ତିନି ଜଣ ବନ୍ଧୁ ଥିଲେ। ସେମାନେ ହେଲେ ତୈମନୀୟ ଇଲୀଫସ୍, ଶୂହୀୟ ବି‌‌ଲ୍‌‌ଦଦ୍ ଓ ନାମାଥୀୟ ସୋଫର। ଏହି ତିନି ବନ୍ଧୁ ଆୟୁବ ଉପରେ ପଡ଼ିଥିବା ସମସ୍ତ ବିପଦ କଥା ଶୁଣିଲେ। ସେହି ତିନି ବନ୍ଧୁ ନିଜର ଘର ଛାଡ଼ିଲେ ଏବଂ ଏକତ୍ରିତ ହେଲେ। ସେମାନେ ତା'ର ଦୁଃଖ ସମୟରେ ଆୟୁବକୁ ସାନ୍ତ୍ୱନା ତଥା ସମବେଦନା ଜଣାଇବାକୁ ମନସ୍ଥ କଲେ। 12 କିନ୍ତୁ ଯେତେବେଳେ ସେହି ତିନି ବନ୍ଧୁ ଦୂରରୁ ଆୟୁବକୁ ଦେଖିଲେ, ସେମାନେ ତାକୁ ଚିହ୍ନି ପାରି ଉଚ୍ଚ ସ୍ୱରରେ କ୍ରନ୍ଦନ କରିବାକୁ ଲାଗିଲେ। ଆଉ ସେମାନେ ଆପଣା ବସ୍ତ୍ର ଚିରି ସ୍ୱର୍ଗ ଆଡ଼କୁ ଗ୍ଭହିଁ ଆପଣା ମୁଣ୍ଡ ଉପରେ ଧୂଳି ଫିଙ୍ଗିଲେ। 13 ତା'ପରେ ସେହି ତିନି ବନ୍ଧୁ ଆୟୁବ ସହିତ ସାତ ଦିନ ଓ ସାତ ରାତି ଭୂମିରେ ବସିଲେ। ସେମାନଙ୍କ ପାଟିରୁ ପଦଟିଏ କଥା ବାହାରୁ ନ ଥିଲା। ସେମାନେ ଆୟୁବକୁ କଥାପଦେ କହିଲେ ନାହିଁ, କାରଣ ସେମାନେ ଦେଖିଲେ ଯେ, ସେ କେତେ ଯନ୍ତ୍ରଣା ଭୋଗୁଛି।

ଆୟୁବ ନିଜର ଜନ୍ମଦିନକୁ ଅଭିଶାପ ଦେଲେ

ଏହା ପରେ ଆୟୁବ ନିଜର ପାଟି ଖୋଲିଲା ଏବଂ ତା'ର ଜନ୍ମଦିନକୁ ଅଭିଶାପ ଦେଲା। ସେ କହିଲା,

“ମୁଁ ଗ୍ଭହୁଁଛି ଯେଉଁ ଦିନ ମୁଁ ଜନ୍ମଲାଭ କଲି, ସେଭଳି ଦିନ ସବୁଦିନ ପାଇଁ ଲୋପ ପାଇଯାଉ।
    ମୁଁ ଗ୍ଭହୁଁଛି ଯେଉଁ ରାତ୍ରିରେ ସେମାନେ କହିଲେ, ‘ଏହା ଏକ ବାଳକ!’ କେବେ ହୋଇ ନ ଥା’ନ୍ତା।
ମୁଁ ଗ୍ଭହେଁ ସେହି ଦିନଟି ଅନ୍ଧାର ରହି ଥା’ନ୍ତା
    ଏବଂ ମୁଁ ଗ୍ଭହେଁ ପରମେଶ୍ୱର ସେହି ଦିନଟିକୁ ଭୁଲି ଯାଆନ୍ତୁ।
    ମୁଁ ଗ୍ଭହେଁ ଯେ ସେଦିନ ଦିପ୍ତୀ ପ୍ରକାଶିତ ହୋଇ ନ ଥା’ନ୍ତା।
ମୁଁ ଗ୍ଭହେଁ ସେହି ଦିନଟି ମୃତ୍ୟୁ ଭଳି ଅନ୍ଧକାର ହୋଇ ରହନ୍ତା।
    ମୁଁ ଗ୍ଭହେଁ ବାଦଲ ତାକୁ ଲୁଗ୍ଭଇ ଦିଅନ୍ତା।
    ମୁଁ ଗ୍ଭହେଁ ଯେଉଁ ଦିନ ମୁଁ ଜନ୍ମ ଲାଭ କଲି କଳାବାଦଲ ସେହି ଦିନର ଆଲୋକକୁ ଭୟଭୀତ କରାଇଦେଉ।
ସେହି ରାତ୍ରିଟିକୁ ଘନ ଅନ୍ଧକାର ଘୋଡ଼ାଇଦେଉ,
    ସେହି ରାତ୍ରିଟି କ୍ୟାଲେଣ୍ଡରରୁ ଲିଭିଯାଉ।
    ସେହି ରାତ୍ରିଟିକୁ କୌଣସି ମାସରେ ସ୍ଥାନ ଦିଆ ନ ଯାଉ।
ସେହି ରାତ୍ରିରେ କୌଣସି ଉତ୍ପାଦନ ନ ହେଉ।
    ସେହି ରାତିରେ କୌଣସି ଶୁଭ ଖବର ଶୁଣା ନ ଯାଉ।
କେତେକ ଯାଦୁକର ସବୁବେଳେ ଲିବିୟାଥନକୁ ଆବାହନ କରି ଜଗାନ୍ତି।
    ସେହିମାନେ ସେହି ଦିନକୁ ଅଭିଶାପ ଦିଅନ୍ତୁ,
    ଯେଉଁ ଦିନ ମୁଁ ଜନ୍ମିଲି।
ସେହି ଦିନର ପ୍ରାତଃକାଳୀନ ନକ୍ଷତ୍ର କାଳିମାମୟ ହୋଇ ଅନ୍ଧକାରରେ ଲୁଚି ଯାଉ।
    ରାତ୍ରିଟି ପ୍ରଭାତର ପ୍ରତୀକ୍ଷାରେ ରହୁ
    ଏବଂ ସୂର୍ଯ୍ୟର ପ୍ରଥମ କିରଣ ନ ଦେଖୁ।
10 କାରଣ ସେହି ରାତ୍ରିଟି ମୋର ଜନ୍ମ ମୁହୂର୍ତ୍ତକୁ ଅଟକାଇ ପାରିଲା ନାହିଁ।
    ସେହି ରାତ୍ରିଟି ମୋତେ ଏଭଳି ଦୁଃଖ ଦେଖିବାରୁ ବଞ୍ଚିତ କରି ପାରିଲା ନାହିଁ।
11 ମୁଁ ଜନ୍ମ ସମୟରେ କାହିଁକି ନ ମଲି?
    ମୁଁ କାହିଁକି ନ ମରି ବଞ୍ଚିଛି?
12 କାହିଁକି ମୋର ମା’ ତା'ର ଆଣ୍ଠୁରେ ମୋତେ ବସାଇ ରଖିଲା?
    ମୋର ମା କାହିଁକି ମୋତେ ତା'ର ଛାତିରୁ ସ୍ତନ୍ୟପାନ କରାଇଲା?
13 ମୁଁ ଯଦି ଜନ୍ମ ହେଲା ବେଳେ ମରିଯାଇଥା’ନ୍ତି,
    ବର୍ତ୍ତମାନ ଶାନ୍ତିରେ ଥା’ନ୍ତି।
ମୁଁ ଇଚ୍ଛାକରେ ମୁଁ ଶୋଇ ରହିଥା’ନ୍ତି ଏବଂ ବିଶ୍ରାମ ପାଇଥା’ନ୍ତି।
14     ରାଜାମାନଙ୍କ ସହିତ ଜ୍ଞାନୀଲୋକ, ଯେଉଁମାନେ ଅତୀତରେ ଏହି ପୃଥିବୀରେ ଥିଲେ
    ଏବଂ ନିଜ ପାଇଁ ପ୍ରାସାଦ ନିର୍ମାଣ କରିଥିଲେ ବର୍ତ୍ତମାନ ଧ୍ୱଂସାବସ୍ଥାରେ ଅଛନ୍ତି।
15 ମୋତେ ଯଦି ସେହି ଶାସକମାନଙ୍କ ସହିତ କବର ଦିଆଯାଇଥା’ନ୍ତା,
    ଯେଉଁମାନେ ସେମାନଙ୍କର ଘରଗୁଡ଼ିକ ସୁନା ଓ ରୂପାରେ ଭରିଥିଲେ।
16 ମୁଁ ଯେତେବେଳେ ଶିଶୁ ବା ପିଲାଥିଲି
    କାହିଁକି ନ ମରି ଭୂମିରେ କବର ନ ନେଲି?
ମୁଁ ଇଚ୍ଛା କରେ ମୁଁ ଏଭଳି ଏକ ଶିଶୁ
    ଯିଏ କି ପ୍ରଥମ କିରଣ ଦେଖିବାର ନ ଥିଲା।
17 ଦୁଷ୍ଟଲୋକମାନେ କବର ମଧ୍ୟରେ କାହାକୁ ଅସୁବିଧାରେ ପକାନ୍ତି ନାହିଁ,
    ଏବଂ ଲୋକେ କ୍ଳାନ୍ତ ହେଲେ କବରରେ ବିଶ୍ରାମ ନିଅନ୍ତି।
18 ଏପରିକି ବନ୍ଦୀମାନେ ମଧ୍ୟ କବରରେ ଶାନ୍ତି ପାଆନ୍ତି,
    କାରଣ ସେଠାରେ ଜଗୁଆଳିର ଶବ୍ଦ ଶୁଣାଯାଏ ନାହିଁ।
19 ସବୁ ପ୍ରକାରର ଲୋକେ ଯଥା ଦରକାରୀ ଲୋକ ଓ ଅଦରକାରୀ ଲୋକ,
    ଏପରିକି କ୍ରୀତଦାସମାନେ ମଧ୍ୟ ସେମାନଙ୍କ ମୁନିବଙ୍କଠାରୁ କବରରେ ମୁକ୍ତି ପାଆନ୍ତି।

20 “କାହିଁକି ଜଣେ ପୀଡ଼ିତ ବ୍ୟକ୍ତି ବଞ୍ଚିରହିବା ଉଚିତ୍?
    କାହିଁକି ଜଣେ ବ୍ୟକ୍ତିକୁ ଜୀବନ ଦେବା ଯାହାର ଆତ୍ମା ତିକ୍ତ?
21 ସେହି ବ୍ୟକ୍ତି ମରିବାକୁ ଗ୍ଭହୁଁଛି ଅଥଚ ମୃତ୍ୟୁ ତା’ ନିକଟକୁ ଆସୁ ନାହିଁ।
    ସେହି ଲୋକଟି ଗୁପ୍ତଧନ ସନ୍ଧାନଠାରୁ ଅଧିକ ମୃତ୍ୟୁକୁ ଖୋଜି ବୁଲୁଛି।
22 ସେହି ଲୋକମାନେ ସେମାନଙ୍କର କବର ପାଇ ଖୁସୀ ହେବେ,
    ସେମାନେ ତାଙ୍କର ସମାଧି ପାଇ ଉଲ୍ଲସିତ ହେବେ।
23 କିନ୍ତୁ ପରମେଶ୍ୱର ସେମାନଙ୍କର ଭବିଷ୍ୟତକୁ ଗୋପନ ରଖନ୍ତି
    ଏବଂ ସେହିମାନଙ୍କୁ ରକ୍ଷା କରିବା ନିମନ୍ତେ ଏକ ପ୍ରାଚୀର ନିର୍ମାଣ କରନ୍ତି।
24 ଏପରିକି ମୁଁ ଖାଦ୍ୟ ଖାଇବା ପୂର୍ବରେ, ମୁଁ ଦୁଃଖରେ ବିଳାପ କଲି
    ଏବଂ ମୋର ଲୋତକ ପାଣିପରି ବହିଗଲା।
25 କାରଣ ମୁଁ ଯେଉଁ ବିଷୟରେ ଭୟ କରୁଥିଲି ତାହା ହିଁ ମୋ’ ପ୍ରତି ଘଟିଲା
    ଏବଂ ଯେଉଁ ବିଷୟରେ ଅତି ଆଶଙ୍କା କରୁଥିଲି ତାହା ମୋ’ ନିକଟରେ ଉପସ୍ଥିତ ହେଲା।
26 ମୁଁ ସ୍ଥିର କରିପାରୁ ନ ଥିଲି।
    ମୁଁ ନୀରବ ରହୁ ନ ଥିଲି, ମୋର ବିଶ୍ରାମ ନ ଥିଲା, ମୁଁ କେବଳ ବିବ୍ରତ ହେଉଥିଲି।”

ଇଲୀଫସ୍ କହିଲା

ତୈମନୀୟ ଇଲୀଫସ୍ ଉତ୍ତର ଦେଲେ,

‘ମୁଁ ନିଶ୍ଚୟ କିଛି କହିବି,
    ଏହା ଦ୍ୱାରା ତୁମ୍ଭେ ଦୁଃଖିତ ହେବ କି?
ଆୟୁବ ତୁମ୍ଭେ ବହୁତ ଲୋକଙ୍କୁ ଶିକ୍ଷା ଦେଇଛ।
    କେତେ ଦୁର୍ବଳ ଲୋକକୁ ତୁମ୍ଭେ ବଳବାନ କରିଛ।
ତୁମ୍ଭର ବାକ୍ୟ ଲୋକଙ୍କୁ ଛିଡ଼ା ହେବାକୁ ଶକ୍ତି ଦେଇଛି।
    ତୁମ୍ଭେ ସେହିମାନଙ୍କୁ ବଳବାନ କରିଛ, ଯେଉଁମାନେ ଦିନେ ନିଜ ଗୋଡ଼ରେ ଛିଡ଼ା ହୋଇ ପାରୁ ନ ଥିଲେ।
କିନ୍ତୁ ବର୍ତ୍ତମାନ ତୁମ୍ଭ ନିକଟକୁ ବିପଦ ଆସିଛି
    ଓ ତୁମ୍ଭେ ହତାଶ ହୋଇଛ,
ବିପଦ ତୁମ୍ଭକୁ ଆଘାତ କରିଛି
    ଓ ତୁମ୍ଭେ ବିବ୍ରତ ହେଉଛ।
ତୁମ୍ଭେ ପରମେଶ୍ୱରଙ୍କୁ ଉପାସନା କର।
    ତୁମ୍ଭେ ତାଙ୍କୁ ବିଶ୍ୱାସ କର।
ତୁମ୍ଭେ ଜଣେ ଉତ୍ତମ ବ୍ୟକ୍ତି।
    ତାହା ହିଁ ତୁମ୍ଭର ଆଶାର ସ୍ରୋତ ହେଉ।
ଆୟୁବ ଥରେ ଭାବି ଦେଖିଲ, କେହି ନିରପରାଧ ବ୍ୟକ୍ତି କେବେ ଧ୍ୱଂସ ହୋଇଛନ୍ତି!
    ଉତ୍ତମ ବ୍ୟକ୍ତିମାନଙ୍କର ବିନାଶ ଘଟେ ନାହିଁ।
ମୁଁ ଦେଖିଛି କେତେକ ବ୍ୟକ୍ତି ଅନ୍ୟକୁ ବିପଦରେ ପକାନ୍ତି ଏବଂ ସେମାନଙ୍କ ଜୀବନକୁ ଦୁଃର୍ବିସହ କରି ଦିଅନ୍ତି।
    କିନ୍ତୁ ଶେଷରେ ସେମାନେ ହିଁ ଦଣ୍ଡ ପାଆନ୍ତି।
ପରମେଶ୍ୱରଙ୍କ ଦଣ୍ଡରେ ସେମାନେ ମୃତ୍ୟୁବରଣ କରନ୍ତି।
    ପରମେଶ୍ୱରଙ୍କ କ୍ରୋଧରେ ସେମାନେ ଧ୍ୱଂସ ହୁଅନ୍ତି।
10 ଦୁଷ୍ଟଲୋକ ସିଂହ ଭଳି ଗର୍ଜନ କରି ଶୀଘ୍ର ବଢ଼ିଯା’ନ୍ତି।
    କିନ୍ତୁ ପରମେଶ୍ୱର ସେମାନଙ୍କୁ ନୀରବ କରାଇ ଦିଅନ୍ତି ଓ ସେମାନଙ୍କର ଦାନ୍ତକୁ ଭାଙ୍ଗି ଦିଅନ୍ତି।
11 ହଁ, ସେହି ଦୁଷ୍ଟଲୋକ ଗୁଡ଼ାକ ସିଂହ ଭଳି, ଯେଉଁମାନେ ପ୍ରାଣୀମାନଙ୍କୁ ମାରିବାକୁ ପାଆନ୍ତି ନାହିଁ।
    ସେମାନେ ଶେଷରେ ମୃତ୍ୟୁବରଣ କରନ୍ତି ଓ ସେମାନଙ୍କର ପିଲାମାନେ ଗ୍ଭରିଆଡ଼େ ଘୂରି ବୁଲନ୍ତି।

12 ଗୁପ୍ତରେ ମୋ’ ନିକଟକୁ ଗୋଟିଏ ଖବର ଆସିଲା।
    ମୋର କାନ ସେହି ବିଷୟରେ କିଛି ଗୁଣୁଗୁଣୁ ଶବ୍ଦ ଶୁଣିଲା।
13 ରାତ୍ରିର ଗୋଟିଏ ଖରାପ ସ୍ୱପ୍ନ ଭଳି
    ଏହା ମୋର ନିଦ୍ରାକୁ ନଷ୍ଟ କରି ଦେଲା।
14 ମୁଁ ଭୟଭୀତ ହେଲି
    ଓ ମୋର ହାତସବୁ ଥରିଲା।
15 ଏହି ସମୟରେ ଗୋଟାଏ ଆତ୍ମା ମୋର ମୁହଁ ସମ୍ମୁଖରେ ଗ୍ଭଲିଗଲା
    ଏବଂ ମୋର ରୋମ ଟାଙ୍କୁରି ଉଠିଲା।
16 ସେହି ଆତ୍ମା ମୋର ସମ୍ମୁଖରେ ଥିଲା
    କିନ୍ତୁ ମୁଁ ତାକୁ ଦେଖି ପାରୁ ନ ଥିଲି।
ତା'ର ମୂର୍ତ୍ତି ମୋ’ ଚକ୍ଷୁ ସମ୍ମୁଖରେ ଥିଲା
    ଏବଂ ଗ୍ଭରିଆଡ଼େ ନିଶବ୍ଦ ଥିଲା।
    ତା'ପରେ ମୁଁ ଏକ ଧୀର ସ୍ୱର ଶୁଣିବାକୁ ପାଇଲି।
17 ଜଣେ ମନୁଷ୍ୟ କ’ଣ ପରମେଶ୍ୱରଙ୍କଠାରୁ ଅଧିକ ଧାର୍ମିକ ହୋଇ ପାରିବ?
    ନିଜ ସୃଷ୍ଟିକର୍ତ୍ତାଠାରୁ ମନୁଷ୍ୟ କ’ଣ ଅଧିକ ପବିତ୍ର ହୋଇ ପାରିବ?
18 ଦେଖ, ପରମେଶ୍ୱର ତାଙ୍କ ସ୍ୱର୍ଗୀୟ ସେବକଗଣଙ୍କୁ ମଧ୍ୟ ବିଶ୍ୱାସ କରି ପାରନ୍ତି ନାହିଁ।
    ପରମେଶ୍ୱର ତାଙ୍କ ଦୂତଗଣଙ୍କଠାରେ ମଧ୍ୟ ଭୁଲ୍ ପାଆନ୍ତି।
19 ନିଶ୍ଚିତ ରୂପେ ମନୁଷ୍ୟମାନେ ଅଧିକ ଖରାପ।
    ସେମାନେ ମାଟି ଘରେ ବାସ କରନ୍ତି।
    ସେମାନଙ୍କର ପ୍ରାରମ୍ଭ ଧୂଳିରୁ, ସେମାନେ ଦଳିତ ହୋଇ ପକ୍ଷଯୁକ୍ତ ପୋକ ମରିବାଠାରୁ ଅଧିକ ସହଜରେ ମରିଯା’ନ୍ତି।
20 ଲୋକମାନେ ପ୍ରାତଃକାଳଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ମରନ୍ତି, ଏବଂ ତାହା କେହି ଖାତିରି କରନ୍ତି ନାହିଁ।
    ସେମାନେ ମରନ୍ତି ଏବଂ ଚିରକାଳ ପାଇଁ ଗ୍ଭଲିଯା’ନ୍ତି।
21 ସେମାନଙ୍କର ତମ୍ବୁର ରସିସବୁ ଛିଣ୍ଡିଯାଏ,
    ସେମାନେ ଜ୍ଞାନଭ୍ରଷ୍ଟ ହୋଇ ମୃତ୍ୟୁବରଣ କରନ୍ତି।’

Odia Holy Bible: Easy-to-Read Version (ERV-OR)

2010 by World Bible Translation Center