Beginning
ମର୍ଦ୍ଦଖୟକୁ ସମ୍ମାନ କରାଗଲା
6 ସେହି ରାତ୍ରିରେ ରାଜା ଶୋଇ ପାରିଲେ ନାହିଁ। ଏଣୁ ସେ କଚେରୀ ବୃତ୍ତାନ୍ତ ପୁସ୍ତକ ଆଣିବାକୁ ଆଜ୍ଞା କଲେ, ଏବଂ ତାହା ରାଜାଙ୍କ ସମ୍ମୁଖରେ ପାଠ କରାଗଲା। 2 ତହିଁରେ ଏହି ଲିଖିତ କଥା ଦେଖାଗଲା, ରାଜାଙ୍କର ନପୁଂସକ ବିଗ୍ଥନ୍ ଓ ତେରଶ୍ ନାମରେ ଦୁଇଜଣ ଦ୍ୱାରପାଳ ଅକ୍ଷଶ୍ୱେରଶ ରାଜାଙ୍କୁ ବଧ କରିବାକୁ ଚେଷ୍ଟା କରିଥିବାରୁ ମର୍ଦ୍ଦଖୟ ତହିଁର ସମ୍ବାଦ ଦେଇଥିଲା।
3 ଏଣୁ ରାଜା ପଗ୍ଭରିଲେ, “ଏଥିପାଇଁ ମର୍ଦ୍ଦଖୟକୁ କି ପ୍ରକାର ସମ୍ମାନ ଓ ଉଚ୍ଚପଦ ଦିଆ ଯାଇଅଛି?”
ରାଜାଙ୍କର ସେବାକାରୀ ଦାସମାନେ କହିଲେ, “ତାହା ପାଇଁ କିଛି କରାଯାଇ ନାହିଁ।”
4 ତେଣୁ ରାଜା ପଗ୍ଭରିଲେ, “ପ୍ରାଙ୍ଗଣରେ କିଏ ଅଛି?” ଏହି ସମୟରେ ହାମନ୍ ନିଜର ପ୍ରସ୍ତୁତ ଫାଶି କାଠରେ ମର୍ଦ୍ଦଖୟକୁ ଫାଶି ଦେବା ପାଇଁ ରାଜାଙ୍କୁ କହିବା ନିମନ୍ତେ ରାଜଗୃହର ଦ୍ୱାର ପ୍ରାଙ୍ଗଣକୁ ଆସିଲା। 5 ତେଣୁ ରାଜାଙ୍କର ଦାସମାନେ ତାଙ୍କୁ କହିଲେ, “ଦେଖନ୍ତୁ, ହାମନ୍ ପ୍ରାଙ୍ଗଣରେ ଛିଡ଼ା ହୋଇଅଛି।”
ତେଣୁ ରାଜା କହିଲେ, “ସେ ଭିତରକୁ ଆସୁ।”
6 ତହିଁରେ ହାମନ୍ ଭିତରକୁ ଆସିବାରୁ ରାଜା ତାହାକୁ କହିଲା, “ରାଜା ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହା ପ୍ରତି କ’ଣ କରାଯିବ?”
ହାମନ୍ ମନେ ମନେ ଭାବିଲା, “ରାଜା ମୋ’ ବିନା ଆଉ କାହାକୁ ସମ୍ମାନ କରିବାକୁ ଅଧିକ ତୁଷ୍ଟ ହେବେ?”
7 ଏଣୁ ହାମନ୍ ରାଜାଙ୍କୁ ଉତ୍ତର ଦେଲା, “ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, 8 ତାହା ପାଇଁ ମହାରାଜାଙ୍କ ପରିଧେୟ ରାଜକୀୟ ବସନ ଏବଂ ଅଶ୍ୱ ଯେଉଁଥିରେ ରାଜା ଆରୋହଣ କରନ୍ତି ତାହା ଅଣାଯାଉ ଏବଂ ତାଙ୍କର ମସ୍ତକରେ ରାଜମୁକୁଟ ପିନ୍ଧା ଯାଉ। 9 ଆଉ ସେହି ବସନ ଓ ଅଶ୍ୱ ମହାରାଜାଙ୍କର ଏକ ପ୍ରଧାନ ଅଧିପତିର ହସ୍ତରେ ଦିଆଯାଉ। ପୁଣି ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହାକୁ ସେମାନେ ସେହି ରାଜ ବସନ ପିନ୍ଧାନ୍ତୁ ଓ ସେହି ଅଶ୍ୱରେ ଆରୋହଣ କରାଇ ନଗର ଦାଣ୍ଡରେ ତାହାର ଆଗେ ଆଗେ ଏହା ଘୋଷଣା କରାନ୍ତୁ। ‘ମହାରାଜ ଯାହାର ସମ୍ମାନରେ ତୁଷ୍ଟ ହୁଅନ୍ତି, ତାହା ପ୍ରତି ଏହିପରି କରାଯାଏ।’”
10 ଏଥିରେ ରାଜା ହାମନ୍କୁ କହିଲା, “ତୁମ୍ଭେ ଏହା ଶୀଘ୍ର କର,” ଯେପରି କହିଲ। “ସେପରି ବସନ ଓ ସେହି ଅଶ୍ୱ ଘେନି ରାଜଦ୍ୱାରରେ ଉପବିଷ୍ଟ ଯିହୁଦୀୟ ମର୍ଦ୍ଦଖୟ ପ୍ରତି କର, ସେଥିରୁ କିଛି ଊଣା କର ନାହିଁ, ଯାହା ତୁମ୍ଭେ କହିଲ।”
11 ତେଣୁ ହାମନ୍ ସେହି ବସନ ଓ ଅଶ୍ୱନେଇ ମର୍ଦ୍ଦଖୟକୁ ବସ୍ତ୍ରାନ୍ୱିତ କଲା ଓ ଅଶ୍ୱାରୋହଣ କରାଇ ନଗର ଦାଣ୍ଡରେ ବୁଲାଇଲା। “ପୁଣି ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହା ପ୍ରତି ଏହିପରି କରାଯାଏ।” ଏହିକଥା ତାହାର ଆଗେ ଆଗେ ଘୋଷଣା କଲା।
12 ଏହା ପରେ ମର୍ଦ୍ଦଖୟ ପୁନର୍ବାର ରାଜଦ୍ୱାରକୁ ଆସିଲା। ମାତ୍ର ହାମନ୍ ଶୋକାକୁଳ ହୋଇ ଓ ମସ୍ତକ ଢାଙ୍କି ଆପଣା ଗୃହକୁ ଶୀଘ୍ର ଗଲା। 13 ପୁଣି ହାମନ୍ ଆପଣା ପ୍ରତି ଘଟିତ ଏହି ସମସ୍ତ କଥା ନିଜର ଭାର୍ଯ୍ୟା ସେରଶକୁ ଓ ଆପଣାର ସମସ୍ତ ମିତ୍ରଙ୍କୁ କହିଲା। ତହିଁରେ ତାହାର ଜ୍ଞାନୀ ଲୋକମାନେ ଓ ତାହାର ସ୍ତ୍ରୀ ସେରଶ ତାହାକୁ କହିଲେ, “ଯାହା ସାକ୍ଷାତରେ ତୁମ୍ଭର ଏହି ପତନର ଆରମ୍ଭ ହୋଇଅଛି, ସେ ମର୍ଦ୍ଦଖୟ ଯେବେ ଯିହୁଦୀ ବଂଶୀୟ ଲୋକ ହୁଏ, ତେବେ ତୁମ୍ଭେ ତାହାକୁ ଜୟକରି ପାରିବ ନାହିଁ। ମାତ୍ର ତାହାର ସାକ୍ଷାତରେ ନିଶ୍ଚିତ ପତିତ ହେବ।”
14 ସେମାନେ ତାହା ସହିତ ଏହିପରି କଥାବାର୍ତ୍ତା କରୁ କରୁ ରାଜ-ନପୁଂସକମାନେ ଆସି ଏଷ୍ଟରର ପ୍ରସ୍ତୁତ ଭୋଜିକୁ ହାମନ୍କୁ ନେବା ପାଇଁ ଚଞ୍ଚଳ ହେଲେ।
ହାମନଙ୍କୁ ଫାଶି ଦିଆଗଲା
7 ତେଣୁ ଏଷ୍ଟର ରାଣୀ ସହିତ ରାଜା ଓ ହାମନ୍ ଦ୍ରାକ୍ଷାରସ ପାନ କରିବାକୁ ଗଲେ। 2 ସେହି ଦ୍ୱିତୀୟ ଦିନ ରାଜା ଦ୍ରାକ୍ଷାରସ ପାନକରିବା ବେଳେ ଏଷ୍ଟରକୁ ପୁନର୍ବାର କହିଲେ, “ରାଣୀ ଏଷ୍ଟର! ତୁମ୍ଭର ନିବେଦନ କ’ଣ? ତାହା ତୁମ୍ଭକୁ ଦିଆଯିବ। ତୁମ୍ଭର ଇଚ୍ଛା କ’ଣ? ତହା ମୋର ଅର୍ଦ୍ଧେକ ରାଜ୍ୟ ହେଲେ ହେଁ ମୁଁ ତାହା ତୁମ୍ଭକୁ ଦେବି।”
3 ଏହା ପରେ ରାଣୀ ଏଷ୍ଟର କହିଲେ, “ହେ ମହାରାଜ, ମୁଁ ଯଦି ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ଆଉ ଯେବେ ମହାରାଜ ସନ୍ତୁଷ୍ଟ ହୋଇଛନ୍ତି, ତେବେ ମୋହର ନିବେଦନ ଅନୁସାରେ ମୋ’ ପ୍ରାଣ ଓ ମୋର ପ୍ରାର୍ଥନାନୁସାରେ ମୋ’ ଲୋକମାନଙ୍କୁ ମୋତେ ଦିଆଯାଉ। 4 କାରଣ ମୁଁ ଓ ମୋହର ଲୋକମାନେ ସଂହାରିତ, ହତ ଓ ବିନଷ୍ଟ ହେବା ନିମନ୍ତେ ବୀକ୍ରି ହୋଇଅଛୁ। ଯଦି ଆମ୍ଭେ ମାତ୍ର କ୍ରୀତଦାସ ରୂପେ ବିକ୍ରୀ ହୋଇଥାଆନ୍ତୁ ମୁଁ ନୀରବ ହୋଇ ରହିଥା’ନ୍ତି। ଯଦି ଏହା ରାଜାଙ୍କୁ ବିବ୍ରତ କଲାପରି ଆମ୍ଭର ଅସୁବିଧା ହୋଇ ନ ଥା’ନ୍ତା।”
5 ଏଥିରେ ଅକ୍ଷଶ୍ୱେରଶ ରାଜା ଏଷ୍ଟର ରାଣୀକି କହିଲା, “ଯେ ଏପର୍ଯ୍ୟନ୍ତ କର୍ମ କରିବାକୁ ମନରେ ସାହସ ବାନ୍ଧିଅଛି। ସେ କିଏ ଓ ସେ କେଉଁଠାରେ ଅଛି?”
6 ଏଷ୍ଟର କହିଲା, “ଏହି ଦୁଷ୍ଟ ହାମନ୍ ଜଣେ ବିପକ୍ଷ ଓ ଶତ୍ରୁ।”
ତହିଁରେ ରାଜା ଓ ରାଣୀ ସାକ୍ଷାତରେ ହାମନ୍ ଭୀତ ହେଲା। 7 ଆଉ ରାଜା କ୍ରୋଧରେ ଦ୍ରାକ୍ଷାରସ ପାନ ଶାଳାରୁ ଉଠି ରାଜଗୃହର ଉଦ୍ୟାନକୁ ଗଲା। ତହିଁରେ ରାଜାଦ୍ୱାରା ଆପଣାର ଅମଙ୍ଗଳ ନିଶ୍ଚିତ ହୋଇଅଛି, ଏହା ଜାଣି ହାମନ୍ ଏଷ୍ଟର ରାଣୀ ନିକଟରେ ଆପଣା ପ୍ରାଣଭିକ୍ଷା ମାଗିଲା। 8 ତେବେ ରାଜା ରାଜଗୃହର ଉଦ୍ୟାନରୁ ଦ୍ରାକ୍ଷାରସର ପାନଶାଳାକୁ ଲେଉଟି ଆସିଲା, ସେତେବେଳେ ଏଷ୍ଟର ଯେଉଁ ଆସନରେ ବସିଥିଲା ହାମନ୍ ତହିଁ ଉପରେ ବସି ପଡ଼ିଲା। ତେଣୁ ରାଜା କହିଲା, “ଏ କ’ଣ ଗୃହ ମଧ୍ୟରେ ମୋ’ ସାକ୍ଷାତରେ ରାଣୀକୁ ବଳାତ୍କାର କରିବ?”
ଏହିକଥା ରାଜା ମୁଖରୁ ବାହାରିବା ମାତ୍ରେ ଲୋକମାନେ ହାମନ୍ର ମୁଖ ଢାଙ୍କି ପକାଇଲେ। 9 ଏହା ପରେ ରାଜାର ସାକ୍ଷାତରେ ଉପସ୍ଥିତ ହର୍ବୋଣା ନାମକ ଏକ ନପୁଂସକ ରାଜାକୁ କହିଲା, “ଦେଖନ୍ତୁ, ମହାରାଜାଙ୍କ ପକ୍ଷରେ ହିତଜନକ ସମ୍ବାଦଦାୟୀ ମର୍ଦ୍ଦଖୟ ନିମନ୍ତେ ହାମନ୍ ପଗ୍ଭଶ୍ ହାତ ଉଚ୍ଚ ଫାଶିକାଠ ପ୍ରସ୍ତୁତ କରିଅଛି। ତାହା ହାମାନ୍ର ଗୃହରେ ସ୍ଥାପିତ ହୋଇଅଛି।”
ରାଜା କହିଲେ, “ତହିଁ ଉପରେ ଏହାକୁ ଫାଶି ଦିଅ।”
10 ଏଥିରେ ହାମନ୍, ମର୍ଦ୍ଦଖୟ ନିମନ୍ତେ ଯେଉଁ ଫାଶିକାଠ ପ୍ରସ୍ତୁତ କରିଥିଲା, ତହିଁ ଉପରେ ସେମାନେ ହାମନ୍କୁ ଫାଶି ଦେଲେ। ତହିଁରେ ରାଜାଙ୍କର କ୍ରୋଧ ଶାନ୍ତ ହେଲା।
ଯିହୁଦୀମାନଙ୍କୁ ସାହାଯ୍ୟ କରିବା ପାଇଁ ରାଜା ଆଦେଶ ଦେଲେ
8 ସେହି ଦିନ ଅକ୍ଷଶ୍ୱେରଶ ରାଜା ଏଷ୍ଟର ରାଣୀକୁ ଯିହୁଦୀୟ ଲୋକମାନଙ୍କର ଶତ୍ରୁ ହାମନ୍ର ଗୃହ ଆଦି ଦେଲା। ଆଉ ମର୍ଦ୍ଦଖୟ ରାଜାଙ୍କ ସାକ୍ଷାତରେ ଉପସ୍ଥିତ ହେଲା କାରଣ ମର୍ଦ୍ଦଖୟ ସହିତ କି ସମ୍ପର୍କ ତାହା ଜଣାଇ ଦେଇଥିଲା। 2 ଏଥିରେ ରାଜା ହାମନ୍ଠାରୁ ଯେଉଁ ଅଙ୍ଗୁରୀୟ ନେଇଥିଲା, ତାହା କାଢ଼ି ମର୍ଦ୍ଦଖୟକୁ ଦେଲା ଏବଂ ଏଷ୍ଟର ହାମନ୍ର ଗୃହ ଉପରେ ମର୍ଦ୍ଦଖୟକୁ ନିଯୁକ୍ତ କଲା।
3 ଏଷ୍ଟର ରାଜା ନିକଟରେ ପୁନର୍ବାର ନିବେଦନ କଲା, ପୁଣି ଯିହୁଦୀୟମାନଙ୍କ ପ୍ରତିକୂଳରେ ଅଗାଗୀୟ ହାମନ୍ର କୃତ ଅମଙ୍ଗଳ ଓ ତା'ର କଳ୍ପିତ କଳ୍ପନା ନିବାରାଣାର୍ଥେ ତାହାର ଚରଣରେ ପଡ଼ି ରୋଦନ କରି ପ୍ରାର୍ଥନା କଲା।
4 ତହିଁରେ ରାଜା ଏଷ୍ଟର ଆଡ଼େ ସୁବର୍ଣ୍ଣ ଦଣ୍ତ ବିସ୍ତାର କରନ୍ତେ ଏଷ୍ଟର ଉଠି ରାଜାଙ୍କ ଛାମୁରେ ଠିଆ ହେଲା। 5 ଏବଂ କହିଲା, ଯେବେ ମହାରାଜ ସନ୍ତୁଷ୍ଟ ହୁଅନ୍ତି ଯେବେ ରାଜାଙ୍କ ଦୃଷ୍ଟିରେ ମୁଁ ଅନୁଗ୍ରହ ପାଇଅଛି, “ଦୟାକରି ମୋ’ ପାଇଁ ଏହା କରନ୍ତୁ। ଆଉ ଯଦି ଏହା ରାଜାଙ୍କୁ ସନ୍ତୁଷ୍ଟ କରେ, ତେବେ ମହାରାଜାଙ୍କର ସମୁଦାୟ ପ୍ରଦେଶସ୍ଥ ଯିହୁଦୀୟମାନଙ୍କୁ ବିନାଶ କରିବା ପାଇଁ ଅଗାଗୀୟ ହମ୍ମାଦାଥାର ପୁତ୍ର ହାମନ୍ ଯେ ସକଳ ପତ୍ର ଲେଖିବାକୁ ପରାମର୍ଶ ଦେଇଥିଲା, ତାହା ପ୍ରତ୍ୟାହୃତ କରାଯାଉ। 6 ଯେହେତୁ ମୋ’ ଲୋକଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟିବ ତାହା ଦେଖି ମୁଁ କିପରି ସହିପାରିବି? ପୁଣି ଆପଣା କୁଟୁମ୍ବମାନଙ୍କ ବିନାଶ ଦେଖି କିପରି ସହିପାରିବି?”
7 ଏଥିରେ ଅକ୍ଷଶ୍ୱେରଶ ରାଜା ଏଷ୍ଟର ରାଣୀକୁ ଓ ଯିହୁଦୀୟ ମର୍ଦ୍ଦଖୟକୁ କହିଲା, “ଦେଖ, ମୁଁ ଏଷ୍ଟରକୁ ହାମନ୍ର ଗୃହ ଦେଲି, ଲୋକମାନେ ହାମାନଙ୍କୁ ଫାଶିକାଠରେ ଫାଶି ଦେଇଛନ୍ତି। କାରଣ ସେ ଯିହୁଦୀୟମାନଙ୍କ ଉପରେ ହସ୍ତକ୍ଷେପ କରିଥିଲା। 8 ତୁମ୍ଭେମାନେ ଯିହୁଦୀୟମାନଙ୍କ ସମନ୍ଧରେ ନିଜ ନିଜ ଇଚ୍ଛାନୁସାରେ ରାଜାଙ୍କ ନାମରେ ରାଜାଜ୍ଞା ଲେଖ ଓ ତାହା ରାଜାଙ୍କ ଅଙ୍ଗୁରୀୟରେ ମୋହରାଙ୍କିତ କର। କାରଣ ରାଜାଙ୍କର ନାମରେ ଲିଖିତ ଓ ରାଜାଙ୍କର ଅଙ୍ଗୁରୀୟରେ ମୋହରାଙ୍କିତ ପତ୍ର କେହି ଅନ୍ୟଥା କରି ପାରିବେ ନାହିଁ।”
9 ତେଣୁ ତୃତୀୟ ମାସର ଅର୍ଥାତ୍ ସୀବନ ମାସର ତେଇଶ୍ ଦିନରେ ରାଜାର ଲେଖକମାନେ ଆହୁତ ହୁଅନ୍ତେ ମର୍ଦ୍ଦଖୟର ଆଜ୍ଞା ଅନୁସାରେ ସମସ୍ତ ଯିହୁଦୀୟମାନଙ୍କ ନିକଟକୁ ଓ ହିନ୍ଦୁସ୍ଥାନଠାରୁ କୁଶଦେଶ ପର୍ଯ୍ୟନ୍ତ 127 ପ୍ରଦେଶର ଅନ୍ତର୍ଗତ ପ୍ରତ୍ୟେକ ପ୍ରଦେଶର ଅକ୍ଷାରାନୁସାରେ କ୍ଷିତିପାଳ ଓ ଶାସନକର୍ତ୍ତା ଓ ପ୍ରଦେଶାଧିପତିମାନଙ୍କ ନିକଟକୁ। ପୁଣି ପ୍ରତ୍ୟେକ ଗୋଷ୍ଠୀକି ସେମାନଙ୍କ ଭାଷାନୁସାରେ, ଆଉ ଯିହୁଦୀୟ ଲୋକମାନଙ୍କ ନିକଟକୁ ସେମାନଙ୍କ ଅକ୍ଷର ଓ ଭାଷାନୁସାରେ ପତ୍ର ଲେଖାଗଲା। 10 ସେ ରାଜା ଅକ୍ଷଶ୍ୱେରଶ ନାମରେ ଲେଖି ଓ ରାଜାଙ୍କ ଅଙ୍ଗୁରୀୟରେ ମୋହରାଙ୍କିତ କରି ଅଶ୍ୱଶାଳା-ଜାତ ରାଜକୀୟ ଅଶ୍ୱବାହାରୂଢ଼ ଦ୍ରୁତଗାମୀ ଦୂତଗଣ ହସ୍ତରେ ପତ୍ର ପଠାଇଲା।
11 ରାଜାଙ୍କର ଚିଠିରେ ଲିଖିତ ବିଷୟ ବସ୍ତୁ ଏହି: ପ୍ରତ୍ୟେକ ନଗରରେ ଯିହୁଦୀୟମାନେ ସେମାନଙ୍କର ନିରାପଦ ପାଇଁ ଏକତ୍ରିତ ହେବେ। ସେମାନେ ଧ୍ୱଂସ କରି ପାରିବେ, ତଳିତଳାନ୍ତ କରି ପାରିବେ, ହତ୍ୟା କରି ପାରିବେ, ଯେଉଁମାନେ ସେମାନଙ୍କର ସ୍ତ୍ରୀ ଓ ପିଲାଙ୍କ ପ୍ରତି ଆକ୍ରମଣ କରିବେ, ସେମାନେ ଯେଉଁ ଗୋଷ୍ଠୀୟ ହୋଇଥା’ନ୍ତୁ ନା କାହିଁକି। ଏବଂ ଯିହୁଦୀୟମାନଙ୍କର ଅଧିକାର ଅଛି ସେମାନେ ସେମାନଙ୍କର ଶତ୍ରୁମାନଙ୍କର ସମସ୍ତ ଧନସମ୍ପତ୍ତି ନଷ୍ଟ କରି ପାରିବେ।
12 ସେଦିନ ଥିଲା ଅକ୍ଷଶ୍ୱେରଶ ରାଜାଙ୍କର ତ୍ରୟୋଦଶ ଦିନ ଦ୍ୱାଦଶ ମାସର ଅଦାର ମାସରେ। ଯିହୁଦୀୟମାନଙ୍କୁ ସବୁ ପ୍ରଦେଶରେ ପ୍ରଗ୍ଭର କରିବା ପାଇଁ, ରାଜା ଅନୁମତି ଦେଇଥିଲେ। 13 ସେହି ଚିଠିର ଏକ ନକଲ ରାଜାଙ୍କର ଏକ ଆଜ୍ଞାପତ୍ର ଗ୍ଭରି ଆଡ଼କୁ ପଠା ଯାଇଥିଲା। ଏହା ଏକ ବ୍ୟବସ୍ଥା ଥିଲା, ଏହି ନିର୍ଦ୍ଦେଶ ସବୁ ପ୍ରଦେଶରେ ନିୟମରେ ପରିଣତ କରାଗଲା। ସେହି ରାଜ୍ୟରେ ବାସ କରୁଥିବା ସବୁଜାତୀୟ ଲୋକଙ୍କ ପାଇଁ ତାହା ପ୍ରଗ୍ଭରିତ ହେଲା। ସେ ଏପରି କରିଥିଲେ କାରଣ ଯିହୁଦୀୟମାନେ ସେହି ଦିନ ପାଇଁ ପ୍ରସ୍ତୁତ ହୋଇଥିଲେ। ଯିହୁଦୀୟମାନଙ୍କୁ ସୁଯୋଗ ଦିଆ ଯାଇଥିଲା ସେମାନଙ୍କର ଶତ୍ରୁମାନଙ୍କଠାରୁ ପ୍ରତିଶୋଧ ନେବା ପାଇଁ। 14 ତହିଁରେ ଦ୍ରୁତଗାମୀ ରାଜକୀୟ ଅଶ୍ୱାରୁଢ଼ ଦୂତମାନେ ରାଜାଙ୍କ ଆଜ୍ଞାରେ ଶୀଘ୍ର ଗ୍ଭଲିଗଲେ, ଏବଂ ଏହା ଶୂଶନ୍ ରାଜଧାନୀରେ ସେହି ଆଜ୍ଞା ପ୍ରକାଶିତ ହେଲା।
15 ଏହା ପରେ ମର୍ଦ୍ଦଖୟ ନୀଳ ଓ ଶୁକ୍ଳବର୍ଣ୍ଣ ରାଜକୀୟ ବସ୍ତ୍ର ପିନ୍ଧି ମସ୍ତକରେ ସୁବର୍ଣ୍ଣମୟ ବୃହତ ମୁକୁଟ ଦେଇ ସରୁ ଓ ଏକ ସୁକ୍ଷ୍ମ ନାଇଲନ୍ ଓଢ଼ଣୀ ଓ ବାଇଗଣୀ ରଙ୍ଗର ବସ୍ତ୍ର ପିନ୍ଧି ରାଜାଙ୍କ ଛାମୁରୁ ବାହାରି ଗଲା ତହିଁରେ ଶୂଶନ୍ ରାଜଧାନୀ ଆନନ୍ଦ ଓ ହର୍ଷନାଦରେ ପରିପୂର୍ଣ୍ଣ ହେଲା। 16 ଆଉ ଯିହୁଦୀୟମାନଙ୍କର ଦୀପ୍ତି, ଆନନ୍ଦ, ହର୍ଷ ଓ ସମ୍ଭ୍ରମର ଉଦୟ ହେଲା।
17 ଏବଂ ପ୍ରତି ପ୍ରଦେଶରେ ଓ ପ୍ରତି ନଗରରେ, ଯେକୌଣସି ସ୍ଥାନରେ ରାଜାଜ୍ଞା ଓ ନିୟମ ପତ୍ର ଉପସ୍ଥିତ ହେଲା, ସେହି ସ୍ଥାନରେ ଯିହୁଦୀୟମାନଙ୍କର ଆନନ୍ଦ ଓ ଆମୋଦ, ଭୋଜି ଓ ମଙ୍ଗଳର ଦିନ ହେଲା। ପୁଣି ଦେଶର ଅନେକ ଲୋକ ଯିହୁଦୀୟ ମତାବଲମ୍ବୀ ହେଲେ, ଯେହେତୁ ସେମାନେ ଯିହୁଦୀୟମାନଙ୍କ ସକାଶେ ଭୟ କଲେ।
ଯିହୁଦୀମାନଙ୍କର ଜୟ
9 ଅଦର ନାମକ ଦ୍ୱାଦଶ ମାସରେ ତ୍ରୟୋଦଶ ଦିନରେ ରାଜା ଆଜ୍ଞା ଓ ନିୟମର ସିଧି ସମୟ ନିକଟତର ହେଲା। ଅର୍ଥାତ୍ ଯେଉଁ ଦିନ ଯିହୁଦୀୟମାନଙ୍କ ଶତ୍ରୁଗଣ ସେମାନଙ୍କ ଉପରେ କର୍ତ୍ତୃତ୍ୱ କରିବାକୁ ଅପେକ୍ଷା କରିଥିଲେ। ସେହି ଦିନ ଏପରି ବିପରୀତ ଘଟଣା ହେଲା, ଯେ ଯିହୁଦୀୟମାନେ ନିଜର ଘୃଣାକାରୀମାନଙ୍କ ଉପରେ କର୍ତ୍ତୃତ୍ୱ କଲେ। 2 ସେହି ସମୟରେ, ରାଜା ଅକ୍ଷଶ୍ୱେରଶଙ୍କର ରାଜ୍ୟର ସମସ୍ତ ନଗରରେ ଯିହୁଦୀୟମାନେ ସେମାନଙ୍କୁ କ୍ଷତି କରିବା ପାଇଁ ଚେଷ୍ଟା କରୁଥିବା ଲୋକମାନଙ୍କ ବିରୁଦ୍ଧରେ ପ୍ରତିବାଦ କରିବାକୁ ଏକତ୍ରିତ ହେଲେ। ପୁଣି ସେମାନଙ୍କ ସମ୍ମୁଖରେ କେହି ଠିଆ ହୋଇପାରିଲେ ନାହିଁ, କାରଣ ସମୁଦାୟ ଲୋକେ ସେମାନଙ୍କୁ ଭୟ କରୁଥିଲେ। 3 ପ୍ରଦେଶ ଅଧିପତି ଓ କ୍ଷିତିପାଳ, ଶାସନକର୍ତ୍ତା ଓ ରାଜକର୍ମଗ୍ଭରୀମାନେ ଯିହୁଦୀୟମାନଙ୍କୁ ସାହାଯ୍ୟ କଲେ। କାରଣ ସେମାନେ ମର୍ଦ୍ଦଖୟକୁ ଭୟ କରୁଥିଲେ। 4 କାରଣ ମର୍ଦ୍ଦଖୟ ରାଜଗୃହ ମଧ୍ୟରେ ଶକ୍ତିଶାଳୀ ଥିଲା ଓ ତାହାର ଯଶ ସର୍ବପ୍ରଦେଶରେ ପ୍ରଗ୍ଭରିତ ହେଲା ଏବଂ ମର୍ଦ୍ଦଖୟ ଲଗାତର ଭାବରେ ଅଧିକରୁ ଅଧିକ ଶକ୍ତିଶାଳୀ ହେଉଥିଲା।
5 ଯିହୁଦୀୟମାନେ ସେମାନଙ୍କର ସମସ୍ତ ଶତ୍ରୁଙ୍କୁ ଖଣ୍ଡାରେ ହାଣି ବିନାଶ କଲେ। ସେମାନେ ସେମାନଙ୍କର ଘୃଣାକାରୀଗଣ ପ୍ରତି ମନ ଇଚ୍ଛା ବ୍ୟବହାର କଲେ। 6 ଏହିପରି ଯିହୁଦୀୟମାନେ ଶୂଶନ୍ ରାଜଧାନୀରେ 500 ଲୋକଙ୍କୁ ବଧ ଓ ବିନାଶ କଲେ। 7 ପୁଣି ପର୍ଶନ୍ଦାଥ ଓ ଦଲ୍ଫୋନ୍ ଓ ଅସ୍ପାଥଙ୍କୁ ଯିହୁଦୀୟମାନେ ହତ୍ୟା କଲେ। 8 ପୋରାଥ, ଅଦଲୀୟ, ଓ ଅରିଦାଥ। 9 ପର୍ମସ୍ତ ଓ ଅରୀଷୟ, ଅରୀଦୟ ଓ ବୟିଷାଥ। 10 ଯିହୁଦୀୟମାନଙ୍କର ଶତ୍ରୁ ହମ୍ମଦାଥାର ପୁତ୍ର ହାମନ୍ର ଏହି ଦଶ ପୁତ୍ରଙ୍କୁ ସେମାନେ ବଧ କଲେ। ମାତ୍ର ଲୁଟ କରିବାକୁ ସେମାନେ ଇଚ୍ଛା କଲେ ନାହିଁ।
11 ସେହି ଦିନ କେତେଜଣ ଲୋକଙ୍କୁ ରାଜଧାନୀ ଶୂଶନ୍ରେ ହତ୍ୟା କରାଯାଇଥିଲା, ଏହା ରାଜାଙ୍କୁ କୁହାଗଲା। 12 ତେଣୁ ରାଜା ରାଣୀ ଏଷ୍ଟରଙ୍କୁ କହିଲେ, “ଯିହୁଦୀୟମାନେ 500 ଲୋକଙ୍କୁ ଶୂଶନ୍ରେ ହତ୍ୟା କରିଛନ୍ତି, ସେମାନଙ୍କ ମଧ୍ୟରେ ହାମନ୍ର ଦଶପୁତ୍ର ଅନ୍ତର୍ଭୁକ୍ତ। ସେମାନେ ଅନ୍ୟ ପ୍ରଦେଶରେ ଯାହା କରିଛନ୍ତି ଟିକେ ଚିନ୍ତା କର! ବର୍ତ୍ତମାନ ମୋତେ କ’ଣ କରିବାକୁ ହେବ ବୋଲି ତୁମ୍ଭେମାନେ ଗ୍ଭହୁଁଛ? ମୋତେ କୁହ ଏବଂ ମୁଁ ତାହା କରିବି।”
13 ଏଷ୍ଟର କହିଲେ, “ଯଦି ଏହା ରାଜାଙ୍କୁ ଉତ୍ତମ ବୋଲି ଜଣା ପଡ଼ୁଛି, ତେବେ ଆଜି ପରି କାଲି ମଧ୍ୟ ଶୂଶନ୍ରେ ହେଉ। ଏବଂ ହାମନ୍ର ଦଶପୁତ୍ରଙ୍କୁ ଫାଶିକାଠରେ ଟଙ୍ଗାଯା’ନ୍ତୁ।”
14 ତା'ପରେ ରାଜା କହିଲେ, “ସେହିପରି ହେଉ!” ଏବଂ ଶୂଶନ୍ରେ ଏହି ଆଦେଶ ଦିଆଗଲା। ଏବଂ ସେମାନେ ହାମନ୍ର ଦଶପୁତ୍ରଙ୍କୁ ଫାଶିକାଠରେ ଟଙ୍ଗାଇ ଦେଲେ। 15 ଯିହୁଦୀୟମାନେ ଚତୁର୍ଦ୍ଦଶ ଦିନରେ ମଧ୍ୟ ସେଠାରେ ଏକତ୍ରିତ ହେଲେ। ଅଦର ମାସରେ ସେମାନେ ଶୂଶନ୍ରେ 300 ଲୋକଙ୍କୁ ହତ୍ୟା କଲେ। କିନ୍ତୁ ସେମାନେ ସେମାନଙ୍କର ଦ୍ରବ୍ୟ ଲୁଣ୍ଠନ କଲେ ନାହିଁ।
16 ସେହି ସମୟରେ, ଅନ୍ୟ ପ୍ରଦେଶରେ ବାସ କରୁଥିବା ଯିହୁଦୀମାନେ ନିଜକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଏକତ୍ରିତ ହେଲେ। ଏହିପରି ଭାବରେ ସେମାନେ ସେମାନଙ୍କର ଶତ୍ରୁମାନଙ୍କୁ ଜୟ କରି ପାରିଲେ। ଯିହୁଦୀୟମାନେ ସେମାନଙ୍କର 75,000 ଶତ୍ରୁମାନଙ୍କୁ ହତ୍ୟା କଲେ। କିନ୍ତୁ ଯିହୁଦୀୟମାନେ ସେମାନଙ୍କର ଧନ ଲୁଣ୍ଠନ କଲେ ନାହିଁ। 17 ଏହି ସମସ୍ତ ଅଦର ମାସର ତ୍ରୟୋଦଶ ଦିନରେ ହେଲା ପୁଣି ସେହି ମାସର ଚତୁର୍ଦ୍ଦଶ ଦିନରେ ସେମାନେ ବିଶ୍ରାମ କରି ତାହା ଭୋଜନପାନ ଓ ଆନନ୍ଦ କରିବାର ଦିନ କଲେ।
ପୂରୀମ୍ର ପର୍ବ
18 ମାତ୍ର ଶୂଶନ୍ରେ ବାସ କରୁଥିବା ଯିହୁଦୀୟମାନେ ସେହି ମାସର ତ୍ରୟୋଦଶ ଓ ଚତୁର୍ଦ୍ଦଶ ଦିନରେ ଏକତ୍ରିତ ହେଲେ। ସେହି ମାସର ପଞ୍ଚଦଶ ଦିନରେ ବିଶ୍ରାମ କରି ତାହା ଭୋଜନପାନର ଓ ଆନନ୍ଦର ଦିନ କଲେ। 19 ଏଥିନିମନ୍ତେ ଗ୍ରାମର ଏବଂ ପ୍ରଦେଶ ଘେରି ରହିଥିବା ନଗର ନିବାସୀ ଯିହୁଦୀୟମାନେ ଅଦର ମାସର ଚତୁର୍ଦ୍ଦଶ ଦିନକୁ ଆନନ୍ଦ, ଭୋଜନପାନର ଦିବସ ଭାବେ ପାଳନ କରନ୍ତି, ଯେଉଁଥିରେ ସେମାନେ ଜଣେ ଅନ୍ୟଜଣକୁ ଉପହାର ପଠାନ୍ତି।
20 ଏହା ପରେ ମର୍ଦ୍ଦଖୟ ଏହିସବୁ ବିଷୟ ଲେଖିଲା ଓ ଅକ୍ଷଶ୍ୱେରଶ ରାଜାର ନିକଟସ୍ଥ ଓ ଦୂରସ୍ଥ ସକଳ ପ୍ରଦେଶରେ ଥିବା ସମସ୍ତ ଯିହୁଦୀମାନଙ୍କ ନିକଟକୁ ପଠାଇଲା। 21 ଆଉ ଯେଉଁ ଦୁଇ ଦିନ ଯିହୁଦୀମାନେ ଆପଣାମାନଙ୍କ ଶତ୍ରୁଗଣଠାରୁ ବିଶ୍ରାମ ପାଇଲେ, ଯେଉଁ ମାସରେ ସେମାନଙ୍କର ଦୁଃଖ ସୁଖରେ ଓ ଶୋକ ମଙ୍ଗଳ ଦିନରେ ପରିଣତ ହେଲା। 22 ସେ ଆଦେଶ ଦେଲେ ଯେ, ସେମାନେ ସେହି ଦିନଗୁଡ଼ିକ ପାଳନ କରିବେ, ଯେତେବେଳେ ସେମାନେ ଶତ୍ରୁମାନଙ୍କଠାରୁ ଆଶ୍ୱସ୍ତ ପାଇଲେ ଏବଂ ସେମାନଙ୍କର ଦୁଃଖ ଏବଂ ଶୋକ, ଆନନ୍ଦ ଓ ଉତ୍ସବରେ ବଦଳି ଗଲା, ଯେହେତୁ ଭୋଜିର ଦିନ, ଆନନ୍ଦର ଦିନରେ ଜଣେ ଅନ୍ୟ ଜଣ ପାଖକୁ ଉପହାର ପଠାଇବେ ଏବଂ ପ୍ରତ୍ୟେକ ବର୍ଷ ଗରିବ ଲୋକମାନଙ୍କ ପାଖକୁ ଉପହାର ପଠାଇବେ।
23 ତହିଁରେ ଯିହୁଦୀମାନେ ଯେପରି ଆରମ୍ଭ କରିଥିଲେ ଓ ମର୍ଦ୍ଦଖୟ ଯେପରି ଲେଖିଥିଲେ, ସେମାନେ ଠିକ୍ ସେହିପରି କରିବାକୁ ରାଜି ହେଲେ।
24 କାରଣ ସମୁଦାୟ ଯିହୁଦୀୟ ଲୋକର ଶତ୍ରୁ ଅଗାମୀୟ ହମ୍ମଦାଥାର ପୁତ୍ର ହାମନ୍ ସେମାନଙ୍କୁ ବିନାଶ କରିବାର ସଂକଳ୍ପ କରି ସେମାନଙ୍କୁ ଲୁପ୍ତ ଓ ବିନାଶ କରିବା ପାଇଁ “ପୂର” ଅର୍ଥାତ୍ “ଗୁଲିବାଣ୍ଟ” ଦ୍ୱାରା ସେମାନେ ନିଷ୍ପତ୍ତି କରିଥିଲେ। 25 ହାମନ୍ ଏପରି କରିଥିଲେ କିନ୍ତୁ ଏଷ୍ଟର ରାଜାଙ୍କ ନିକଟରେ ଜଣାଇଲେ। ତେଣୁ ସେ ଆଉ ନୂତନ ନିର୍ଦ୍ଦେଶ ପଠାଇଲେ। ସେହି ନିର୍ଦ୍ଦେଶ ଯେ କେବଳ ହାମନ୍ର ଯୋଜନାକୁ ପଣ୍ତ କଲା ତାହା ନୁହେଁ। ସେହି ନିର୍ଦ୍ଦେଶ ହାମନ୍ ଓ ତା'ର ପରିବାରରେ ଅନିଷ୍ଟ କରାଇଲା ତେଣୁ ହାମନ୍ ଓ ତା'ର ପୁତ୍ରଗଣ ଫାଶୀଖୁଣ୍ଟରେ ଝୁଲାଗଲେ।
26-27 ସେହି ସମୟରେ “ପୂର” ନାମ ଅନୁସାରେ ସେହି ଦୁଇ ନିୟମ ନାମ “ପୂରୀମ୍” ହେଲା ଏବଂ ସେହି ଚିଠିର ସମସ୍ତ କଥା ଯୋଗୁଁ ଓ ସେ ବିଷୟରେ ସେମାନେ ଯାହା ଦେଖିଥିଲେ, ସେମାନଙ୍କ ପ୍ରତି ତାହା ଘଟିଥିଲା, ତହିଁ ସକାଶୁ ଯିହୁଦୀୟମାନେ ଆପଣାମାନଙ୍କର ଓ ନିଜ ନିଜ ବଂଶର ଯିହୁଦୀ ମତାବଲମ୍ବୀ ଗଣର କର୍ତ୍ତବ୍ୟ ବୋଲି ଏହା ସ୍ଥିର କଲେ। ସେହି ସମ୍ପର୍କୀୟ ଲିଖିତ ଆଜ୍ଞା ଓ ନିରୂପିତ ସମୟାନୁସାରେ ସେମାନେ ବର୍ଷକୁ ବର୍ଷ ଏହି ଦୁଇ ଦିନ ପାଳନ କରିବେ ଓ କୌଣସି ମତେ ତାହା ଲୋପ କରିବେ ନାହିଁ। 28 ସମସ୍ତ ପୁରୁଷ ପରମ୍ପରାରେ, ପ୍ରତ୍ୟେକ ବଂଶରେ ଓ ପ୍ରତ୍ୟେକ ପ୍ରଦେଶରେ ଓ ପ୍ରତ୍ୟେକ ନଗରରେ ସେହି ଦୁଇ ଦିନ ସ୍ମରଣ ଓ ପାଳନ କରାଯିବ। ପୁଣି ଏହି ପୂରୀମ୍ ଦିନ ଯିହୁଦୀୟମାନଙ୍କ ମଧ୍ୟରୁ ଲୋପ ପାଇବ ନାହିଁ ଓ ସେମାନଙ୍କ ବଂଶଧରମାନଙ୍କ ମଧ୍ୟରୁ ସେହି ଦୁଇ ଦିନ ସ୍ମରଣ ଲୁପ୍ତ ହେବ ନାହିଁ।
29 ତା'ପରେ, ଅବୀହେଲିୟର କନ୍ୟା ରାଣୀ ଏଷ୍ଟର ଓ ଯିହୁଦୀୟ ମର୍ଦ୍ଦଖୟ ପୂରୀମ୍ ଦିନ ବିଷୟରେ ସୁନିଶ୍ଚିତ କରିବା ପାଇଁ ସେମାନଙ୍କର ସମ୍ପୂର୍ଣ୍ଣ ଅଧିକାର ସହିତ ଦ୍ୱିତୀୟ ପତ୍ର ଲେଖିଲେ। 30 ତେଣୁ ସେ ରାଜା ଅକ୍ଷଶ୍ୱେରଶଙ୍କର 127ଟି ରାଜ୍ୟର ସମସ୍ତ ଯିହୁଦୀମାନଙ୍କୁ ଶାନ୍ତିର ଓ ସତ୍ୟର ବାର୍ତ୍ତାସବୁ ପଠାଇଲେ। 31 ପୂରୀମ୍ ପାଳନ କରିବା ପାଇଁ ଏହି ତାରିଖ ଗୁଡ଼ିକ ଏହିପତ୍ର ସୁନିଶ୍ଚିତ କଲା, ଏବଂ ଯିହୁଦୀ ମର୍ଦ୍ଦଖୟ ଏବଂ ରାଣୀ ଏଷ୍ଟର ଆଦେଶ କରିଥିଲେ। ସେମାନଙ୍କର ଉପବାସ ଓ ସାହାଯ୍ୟ ପ୍ରାର୍ଥନାର ଦିନଗୁଡ଼ିକ ଉତ୍ସବ ଦ୍ୱାରା ସ୍ମୃତିରକ୍ଷା କରିବା ନିମନ୍ତେ ସେମାନେ ଏହି ପର୍ବଦିନଗୁଡ଼ିକ ସେମାନଙ୍କ ନିଜ ପାଇଁ ଓ ସେମାନଙ୍କର ଭବିଷ୍ୟଦ୍ ବଂଶଧରମାନଙ୍କ ପାଇଁ ପ୍ରତିଷ୍ଠା କଲେ। 32 ଏହିପରି ଏଷ୍ଟରର ଆଜ୍ଞାଦ୍ୱାରା “ପୂରୀମ୍” ଦିନରେ ବିଧି ସ୍ଥିରିକୃତ ହେଲା ଓ ତାହା ପୁସ୍ତକରେ ଲେଖାଗଲା।
ମର୍ଦ୍ଦଖୟଙ୍କ ସମ୍ମାନ
10 ସେହି ଅକ୍ଷଶ୍ୱେରଶ ରାଜା ଦେଶ ଓ ସମୁଦ୍ରସ୍ଥ ଉପଦ୍ୱୀପରେ କରଧାର୍ଯ୍ୟ କଲେ। 2 ତାହାର ପରାକ୍ରମ ଓ ପ୍ରଭାବରେ ସବୁକଥା ଆଉ ରାଜା ମର୍ଦ୍ଦଖୟକୁ ଯେଉଁ ମହତ୍ତ୍ୱ ଦେଇ ଉଚ୍ଚ ପଦରେ ନିଯୁକ୍ତ କଲା। ତହିଁର ସମ୍ପୂର୍ଣ୍ଣ ବିବରଣ କି ମାଦିୟ ଓ ପାରସ୍ୟ ଦେଶର ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ନାହିଁ। 3 ଯିହୁଦୀୟ ମର୍ଦ୍ଦଖୟ ଅକ୍ଷଶ୍ୱେରଶ ରାଜାର ଦ୍ୱିତୀୟ ସେନାପତି ହୋଇ ଯିହୁଦୀୟ ଲୋକମାନଙ୍କ ମଧ୍ୟରେ ମହାନ ଓ ଆପଣା ଭାତୃ ସମୂହ ମଧ୍ୟରେ ପ୍ରିୟପାତ୍ର ଏବଂ ନିଜ ଲୋକମାନଙ୍କର ମଙ୍ଗଳାନ୍ୱେଷୀ, ସମସ୍ତ ବଂଶ ପ୍ରତି ଶାନ୍ତି ଆଣିଥିଲା।
2010 by World Bible Translation Center