Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଏଷ୍ଟର ବିବରଣ 1-5

ରାଣୀ ବଷ୍ଟୀ ରାଜାଙ୍କୁ ଅମାନ୍ୟ କଲେ

ଅକ୍ଷଶ୍ୱେରଶ ରାଜାଙ୍କ ସମୟରେ ଏପରି ଘଟିଥିଲା ଯେ ସେ ହିନ୍ଦୁସ୍ଥାନରୁ କୁଶଦେଶ ପର୍ଯ୍ୟନ୍ତ 127 ପ୍ରଦେଶ ଉପରେ ରାଜତ୍ୱ କଲେ। ଏହି ଅକ୍ଷଶ୍ୱେରଶ ରାଜା ଶୂଶନ୍ ରାଜଧାନୀରେ ନିଜର ରାଜ ସିଂହାସନରେ ଉପବିଷ୍ଟ ହେବାପରେ,

ଆପଣା ଅଧିକାରର ତୃତୀୟ ବର୍ଷରେ ଆପଣାର ସବୁ ଅଧିପତି ଓ ଦାସମାନଙ୍କ ପାଇଁ ଭୋଜି ପ୍ରସ୍ତୁତ କଲେ। ତହିଁରେ ପାରସ୍ୟ ଓ ମାଦିୟା ଦେଶର ବିକ୍ରମି ଲୋକମାନେ ଏବଂ କୁଳୀନ ଓ ପ୍ରଦେଶାଧିପତିମାନେ ତାଙ୍କର ସାକ୍ଷାତରେ ଉପସ୍ଥିତ ହେଲେ। ସେ ଆପଣା ପ୍ରତାପାନ୍ୱିତ ରାଜ୍ୟର ଧନ ଓ ଆପଣା ମହତ୍ତ୍ୱର ଶୋଭାର ଉତ୍କୃଷ୍ଟତା ଅନେକ ଦିନ, ଅର୍ଥାତ୍ 180 ଦିନ ପର୍ଯ୍ୟନ୍ତ ପ୍ରଦର୍ଶନ କଲା। ତେଣୁ ଏସବୁ ଦିନ ପରେ ରାଜା ସମସ୍ତ ଲୋକମାନଙ୍କୁ ଏକ ଭୋଜି ଦେଲେ, ମାନ୍ୟଗଣ୍ୟ ଓ ସାଧାରଣ ଲୋକ ଯେଉଁମାନେ ରାଜଧାନୀ ଶୂଶ‌ନ୍‌ରେ ଉପସ୍ଥିତ ଥିଲେ। ରାଜପୁରୀସ୍ଥ ଉଦ୍ୟାନରେ ସାତ ଦିନ ପର୍ଯ୍ୟନ୍ତ ଭୋଜି ଗ୍ଭଲିଲା। ସେଠାରେ ଧଳା ଓ ନୀଳ କାର୍ପାସ ପରଦା ଥିଲା। ସେହି ପରଦାଗୁଡ଼ିକ ନାଇଲ‌ନ୍‌ରେ ତିଆରି ରଜ୍ଜୁ ଓ ବାଇଗଣ ରଙ୍ଗର ରୌପ୍ୟମୟ କଡ଼ାରେ ମାର୍ବଲ ସ୍ତମ୍ଭରେ ବନ୍ଧା ଥିଲା ଏବଂ ଚଟାଣ ଉପରେ ମଧ୍ୟ ଯାହାକି ବିଭିନ୍ନ ପ୍ରକାର ରଙ୍ଗିନ୍ ସ୍ପଟିକ, ଶାମୁକା, ମୁକ୍ତା ଓ ମାର୍ବଲ ପଥରରେ ନିର୍ମିତ ହୋଇଥିଲା। ସେଠାରେ ସୁବର୍ଣ୍ଣର ଓ ରୂପାର ଆସନ ଥିଲା। ସେମାନେ ନାନାପ୍ରକାର ସୁବର୍ଣ୍ଣପାତ୍ରରେ ପାନଦ୍ରବ୍ୟ ଓ ରାଜାର ବଦାନ୍ୟତାନୁସାରେ ପ୍ରଚୁର ରାଜକୀୟ ଦ୍ରାକ୍ଷାରସ ଦେଲେ। ଦ୍ରାକ୍ଷାରସ ନିୟମ ଅନୁସାରେ ଥିଲା। କାହାରିକୁ ମଧ୍ୟ କରାଗଲା ନାହିଁ।

ବଷ୍ଟୀ ରାଣୀ ଅକ୍ଷଶ୍ୱେରଶର ରାଜଗୃହରେ ସ୍ତ୍ରୀମାନଙ୍କ ପାଇଁ ଭୋଜି ପ୍ରସ୍ତୁତ କଲା।

10 ସପ୍ତମ ଦିନରେ ଯେତେବେଳେ ରାଜା ଦ୍ରାକ୍ଷାରସ ଯୋଗୁଁ ଅତ୍ୟଧିକ ମାତାଲ ହେଲେ, ସେ ମହୂମନ୍, ବିସ୍ଥା, ହର୍ବୋଣା, ବି‌ଗ୍‌ଥା, ଅବଗଥ, ସେଥର ଓ କର୍କସଙ୍କୁ ଆଦେଶ ଦେଲେ। ଏହି ସାତ ଜଣ ନପୁଂସକ ଯେଉଁମାନେ ରାଜା ଅକ୍ଷଶ୍ୱେରଶଙ୍କ ସେବା କଲେ। 11 ଲୋକମାନଙ୍କୁ ଓ ରାଜପୁତ୍ରମାନଙ୍କୁ ତାଙ୍କର ସୌନ୍ଦର୍ଯ୍ୟ ଦେଖାଇବା ପାଇଁ, ରାଣୀ ବଷ୍ଟୀଙ୍କୁ ରାଜମୁକୁଟ ପିନ୍ଧାଇ ରାଜାଙ୍କ ଆଗକୁ ଆଣ। ଯେହେତୁ ସେ ପରମ ସୁନ୍ଦରୀ ଥିଲା।

12 ମାତ୍ର ବଷ୍ଟୀରାଣୀ ନପୁଂସକମାନଙ୍କ ଦ୍ୱାରା ରାଜାର କଥିତ ଆଜ୍ଞାରେ ଆସିବାକୁ ରାଜି ହେଲା ନାହିଁ। ଏଣୁ ରାଜା ଅତିଶୟ କ୍ରୋଧ କଲେ ଓ ତାହାର ଅନ୍ତକରଣରେ କ୍ରୋଧାଗ୍ନି ପ୍ରଜ୍ୱଳିତ ହେଲା। 13 ଏହା ପରେ ରାଜା ଜ୍ଞାନୀଲୋକମାନଙ୍କୁ ପଗ୍ଭରିଲେ, ଯେଉଁମାନେ ରାଜକୀୟ ବିଧି ଜାଣିଥିଲେ। କାରଣ ବିଗ୍ଭରକଗଣଙ୍କୁ ଓ ଆଇନଜ୍ଞମାନଙ୍କୁ ଏପରି ପଗ୍ଭରିବାର ରାଜାଙ୍କର ପ୍ରଥା ଥିଲା। 14 ଏହି ସମୟରେ କର୍ଶନା, ଶେଥର, ଅ‌‌‌‌‌ଦ୍‌‌‌‌‌ମାଥା, ‌ତର୍ଶୀଶ, ମେରସ୍, ମେର୍ସନା ଓ ମମୁଖନ୍ ରାଜାର ନିକଟବର୍ତ୍ତୀ ଥିଲେ। ଏହି ସାତ ଜଣ ପାରସ୍ୟ ଓ ମାଦିୟା ଦେଶର ଅଧିପତି, ଯେଉଁମାନେ ରାଜାଙ୍କର ନିକଟତମ ଓ ରାଜ୍ୟକୁ ଶାସନ କରୁଥିଲେ। 15 ରାଜା ସେମାନଙ୍କୁ ପଗ୍ଭରିଲେ, “ରାଣୀଙ୍କୁ ଆଇନ୍ ଅନୁଯାୟୀ କ’ଣ କରାଯିବା ଉଚିତ୍? ଯେହେତୁ ସେ ରାଜା ଆଦେଶ ଅବଜ୍ଞା କରିଛନ୍ତି, ଯାହାକି ନପୁଂସକମାନଙ୍କ ଦ୍ୱାରା ଦିଆଯାଇଥିଲା।”

16 ଏଥିରେ ରାଜାଙ୍କର ଓ ଅଧିପତିଗଣର ସାକ୍ଷାତରେ ମମୁଖନ ଉତ୍ତର ଦେଇ କହିଲେ, “ବଷ୍ଟୀରାଣୀ କେବଳ ମହାରାଜାଙ୍କ ପ୍ରତି ନୁହେଁ, ମାତ୍ର ଅକ୍ଷଶ୍ୱେରଶ ରାଜାର ଅଧୀନସ୍ଥ ପ୍ରଦେଶର ସମସ୍ତ ଅଧିପତି ଓ ସମସ୍ତ ଲୋକଙ୍କ ପ୍ରତି ଭୁଲ୍ କର୍ମ କରୁଛନ୍ତି। 17 କାରଣ ରାଣୀର ଏହି କର୍ମର କଥା ସକଳ ସ୍ତ୍ରୀଲୋକଙ୍କ ମଧ୍ୟରେ ବ୍ୟାପିଯିବ। ‘ଏହା କହି ସ୍ତ୍ରୀମାନେ ସେମାନଙ୍କର ସ୍ୱାମୀମାନଙ୍କୁ ଅବମାନନା କରିବେ।’ ଆଉ ଅକ୍ଷଶ୍ୱେରଶ ରାଜା ବଷ୍ଟୀରାଣୀକି ଆପଣା ନିକଟକୁ ଆଣିବାକୁ ଆଜ୍ଞା ଦେଲେ, ମାତ୍ର ସେ ଆସିଲା ନାହିଁ।

18 “ପାରସ୍ୟ ଓ ମାଦିୟାର ଉଚ୍ଚକୁଳୀନା ସ୍ତ୍ରୀଗଣ ରାଣୀର ଏହି କର୍ମର ସମାଗ୍ଭର ଆଜି ଶୁଣି ଅଛନ୍ତି, ସେମାନେ ରାଜାର ସମସ୍ତ ଅଧିପତିଙ୍କୁ ଏହିପରି କରିବେ। ତହିଁରୁ ଅତିଶୟ ନିନ୍ଦା ଓ କ୍ରୋଧ ଉତ୍ପନ୍ନ ହେବ।

19 “ଏଥିପାଇଁ ଯଦି ମହାରାଜା ସନ୍ତୁଷ୍ଟ ହୁଅନ୍ତି, ତେବେ ବଷ୍ଟୀ ଅକ୍ଷଶ୍ୱେରଶ ରାଜା ନିକଟକୁ ଆଉ ନ ଆସିବାକୁ ରାଜାଜ୍ଞା ଶ୍ରୀଛାମୁରୁ ପ୍ରକାଶିତ ହେଉ। ଏବଂ ଏହା ପାରସିକ ଓ ମାଦୀୟ ବ୍ୟବସ୍ଥା ମଧ୍ୟରେ ଲିଖିତ ହେଉ, ଯାହା ପରିବର୍ତ୍ତନ କରାଯାଇ ପାରିବ ନାହିଁ। ପୁଣି ମହାରାଜା ତାଙ୍କର ରାଣୀପଦ ତାହାଠାରୁ ଉତ୍ତମା ଏକ ସ୍ତ୍ରୀକୁ ଦିଅନ୍ତୁ। 20 ଆହୁରି ରାଜ୍ୟ ବୃହତ୍, ଏଣୁ ରାଜ୍ୟର ସବୁସ୍ଥାନରେ ଏହି ରାଜାଜ୍ଞା ପ୍ରକାଶିତ ହେଲା। ସ୍ୱାମୀ ସାମାଜିକ କ୍ଷେତ୍ରରେ କ୍ଷୁଦ୍ର ହେଉ କି ମହାନ ହେଉ, ସମସ୍ତ ସ୍ତ୍ରୀମାନେ ନିଜ ନିଜ ସ୍ୱାମୀମାନଙ୍କୁ ସମ୍ମାନ କରିବେ।”

21 ଏହି କଥାରେ ରାଜା ଓ ଅଧିପତିଗଣ ସନ୍ତୁଷ୍ଟ ହେବାରୁ ରାଜା ମମୁଖନର ପରାମର୍ଶାନୁସାରେ କର୍ମକଲା। 22 ତେଣୁ ସେ ପ୍ରତ୍ୟେକ ପ୍ରଦେଶରେ ଅକ୍ଷାରାନୁସାରେ ଓ ପ୍ରତ୍ୟେକ ଗୋଷ୍ଠୀର ଭାଷାନୁସାରେ ରାଜାର ଅଧୀନ ପ୍ରତ୍ୟେକ ପ୍ରଦେଶକୁ ଏହିରୂପେ ପତ୍ର ପଠାଇଲା, “ପ୍ରତ୍ୟେକ ପୁରୁଷ ନିଜ ନିଜ ଗୃହରେ କର୍ତ୍ତୃତ୍ୱ କରୁ ଓ ସ୍ୱଗୋଷ୍ଠୀୟ ଭାଷାନୁସାରେ ତାହା ପ୍ରଗ୍ଭର କରୁ।”

ଏଷ୍ଟର ରାଣୀ ତିଆରିହେଲେ

ଏହିସବୁ ଘଟଣା ପରେ ଅକ୍ଷଶ୍ୱେରଶ ରାଜାର କ୍ରୋଧ ଶାନ୍ତ ହୁଅନ୍ତେ ସେ ବଷ୍ଟୀକି ଓ ତାହାର କାର୍ଯ୍ୟ ଓ ତାହା ପ୍ରତିକୂଳରେ ପ୍ରଦତ୍ତ ଆଜ୍ଞା ସ୍ମରଣ କଲା। ତେଣୁ ରାଜାର ସେବାକାରୀ ଭୃତ୍ୟମାନେ ତାହାକୁ କହିଲେ, “ମହାରାଜାଙ୍କ ପାଇଁ ସୁନ୍ଦରୀ ଯୁବତୀ କନ୍ୟାଗଣର ଅନ୍ୱେଷଣ କରାଯାଉ। ଆଉ ମହାରାଜା ଆପଣା ରାଜ୍ୟର ସମସ୍ତ ପ୍ରଦେଶରେ କର୍ମଗ୍ଭରୀଗଣ ନିଯୁକ୍ତି କରନ୍ତୁ। ସେମାନେ ସେହିସବୁ ସୁନ୍ଦରୀ କନ୍ୟାଗଣକୁ ଶୂଶନ୍ ରାଜଧାନୀରେ ଏକତ୍ର କରି ଅନ୍ତଃପୁରରେ ସ୍ତ୍ରୀମାନଙ୍କ ରକ୍ଷକ ରାଜନପୁଂସକ ହେଗୟର ହସ୍ତରେ ସମର୍ପଣ କରନ୍ତୁ। ପୁଣି ସେମାନଙ୍କ ଅଙ୍ଗରାଗାର୍ଥକ ଦ୍ରବ୍ୟ ସେମାନଙ୍କୁ ଦତ୍ତ ହେଉ। ଏହା ପରେ ଯେଉଁ କନ୍ୟା ମହାରାଜାଙ୍କର ତୁଷ୍ଟୀକାରୀଣୀ ହେବ, ସେ ବଷ୍ଟୀ ବଦଳେ ରାଣୀ ହେବ।” ଏହି କଥାରେ ରାଜା ସନ୍ତୋଷ ହେବାରୁ ସେ ଏପରି କଲା।

ସେହି ସମୟରେ ମର୍ଦ୍ଦଖୟ ନାମରେ ଜଣେ ଯିହୁଦୀୟ ଲୋକ ଶୂଶନ୍ ରାଜଧାନୀରେ ଥିଲା, ସେ ବିନ୍ୟାମୀନ ବଂଶୀୟ ଯାୟୀରର ପୁତ୍ର, ଶିମିୟିର ପୌତ୍ର, କୀ‌ଶ୍‌ର ପ୍ରପୌତ୍ର। ଯେଉଁ ଲୋକମାନେ ଯିହୁଦାର ରାଜା ଯିକନିୟ ସହିତ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଦ୍ୱାରା ନିର୍ବାସିତ ହୋଇଥିଲେ। ସେମାନଙ୍କ ସହିତ କୀଶ୍ ଯିରୁଶାଲମଠାରୁ ନିର୍ବାସିତ ହୋଇଥିଲା। ମର୍ଦ୍ଦଖୟ ଆପଣା ମାମୁଁ କନ୍ୟା ହଦସାକୁ ଅର୍ଥାତ୍ ଏଷ୍ଟରକୁ ପ୍ରତିପାଳନ କଲା, କାରଣ ତାହାର ପିତା କି ମାତା ନ ଥିଲେ। ସେ ପରମସୁନ୍ଦରୀ ଓ ସ୍ନେହମୟୀ ଥିଲା। ତାହାର ପିତାମାତା ମଲାପରେ ମର୍ଦ୍ଦଖୟ ତାହାକୁ ନିଜର କନ୍ୟାରୂପେ ଗ୍ରହଣ କରିଥିଲା।

ଯେତେବେଳେ ରାଜାର ସେହି ବାକ୍ୟ ଓ ଆଜ୍ଞା ପ୍ରଗ୍ଭରିତ ହେଲା, ଶୂଶନ୍ ରାଜଧାନୀରେ ହେଗୟ ନିକଟରେ ଅନେକ କନ୍ୟା ସଂଗୃହୀତ ହେବା ବେଳେ ଏଷ୍ଟରକୁ ରାଜପୁରିକି ସ୍ତ୍ରୀ ରକ୍ଷକ ହେଗୟ ନିକଟକୁ ନିଆଗଲା। ଏଥିରେ ଏହି ଯୁବତୀ ହେଗୟର ତୁଷ୍ଟିଜନକ ହୋଇ ତାହାଠାରୁ ଅନୁଗ୍ରହ ପାଇଲା। ଏଣୁ ସେ ଶୀଘ୍ର ତାକୁ ରାଜଗୃହରୁ ମନୋନୀତ ସାତ ଜଣ ଦାସୀଙ୍କ ସହିତ ସମସ୍ତ ଅଂଶ ପ୍ରସାଧନ ଏବଂ ତା'ର ଭାଗ ଖାଦ୍ୟ ଦିଆଗଲା। ଆଉ ସେ ତାକୁ ତାହାର ଦାସୀଗଣ ସହିତ ଅନ୍ତଃପୁରର ସର୍ବୋତ୍ତମ ସ୍ଥାନରେ ବାସ କରାଇଲା। 10 ମାତ୍ର ଏଷ୍ଟର ଆପଣା ବଂଶ କି କୁଟୁମ୍ବର ପରିଚୟ କାହାକୁ ଦେଲା ନାହିଁ, କାରଣ ମର୍ଦ୍ଦଖୟ ତାହା ନ ଜଣାଇବାକୁ ଆଜ୍ଞା କରିଥିଲା। 11 ଏହା ପରେ, ଏଷ୍ଟର କିପରି ଅଛି ଓ ସେ କ’ଣ କରୁଛି, ଏହା ଜାଣିବା ପାଇଁ ମର୍ଦ୍ଦଖୟ ପ୍ରତିଦିନ ନ୍ୟାୟାଳୟରେ ପ୍ରାଙ୍ଗଣ ସମ୍ମୁଖରେ ଯାତାୟାତ କଲା।

12 ଦ୍ୱାଦଶ ମାସ ଶେଷରେ, ରାଜା ଅକ୍ଷଶ୍ୱରଶ ନିକଟକୁ ଏକ କୁଆଁରୀ କନ୍ୟାର ଉପସ୍ଥିତ ହେବାର ସମୟ ଆସିଲା। କାରଣ ସେମାନଙ୍କର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଛଅ ମାସ ଗନ୍ଧରସର ତୈଳ ଓ ଛଅ ମାସ ସୁଗନ୍ଧି ଓ ସ୍ତ୍ରୀଲୋକଙ୍କ ଅଙ୍ଗରାଗାର୍ଥକ ଦ୍ରବ୍ୟ ସେବନ କରିବାକୁ ହେଲା। 13 ପୁଣି ରାଜାଙ୍କ ନିକଟକୁ ଯିବାକୁ ହେଲେ, ପ୍ରତ୍ୟେକ ଯୁବତୀ ନିମନ୍ତେ ଏହିପରି ନିୟମ ଥିଲା। ସେ ଯେକୌଣସି ଦ୍ରବ୍ୟ ମାଗିଲେ, ଅନ୍ତଃପୁରରୁ ରାଜଗୃହକୁ ଯିବା ସମୟରେ ସାଙ୍ଗରେ ନେବା ନିମନ୍ତେ ତାହାକୁ ଦିଆଗଲା। 14 ରାଜାଙ୍କର ନପୁଂସକ ଶା‌‌‌‌ଶ୍‌‌ଗସର ତତ୍ତ୍ୱାବଧାନରେ ଜଣେ କନ୍ୟା ସନ୍ଧ୍ୟା ସମୟରେ ଦ୍ୱିତୀୟ ହରେମଙ୍କ ନିକଟକୁ ଯିବ ଓ ସକାଳରେ ଫେରି ଆସିବ। ଶା‌‌‌‌ଶ୍‌‌ଗସ ରାଜାଙ୍କର ତତ୍ତ୍ୱାବଧାରକ ଥିଲା।

15 ଏହା ପରେ, ରାଜାଙ୍କ ନିକଟକୁ ଯିବା ପାଇଁ ଏଷ୍ଟରର ପାଳି ପଡ଼ିଲା। ଏଷ୍ଟର ମର୍ଦ୍ଦଖୟଙ୍କ ପାଳିତ କନ୍ୟା ଥିଲା। ସେ ମର୍ଦ୍ଦଖୟର କକା ଅବିହୟିଲର କନ୍ୟା ଥିଲା। ହେଗୟ ରାଜାଙ୍କର ନପୁଂସକ ଓ ସ୍ତ୍ରୀଲୋକମାନଙ୍କର ତତ୍ତ୍ୱାବଧାରକ, ଯାହା କହିଥିଲେ, ତାହା ଛଡ଼ା ଏଷ୍ଟର ଆଉ କିଛି ମାଗିଲା ନାହିଁ। ସମସ୍ତେ ଯେଉଁମାନେ ହେଗୟକୁ ଦେଖିଲେ, ତା’ ପ୍ରତି ଅନୁକମ୍ପା କଲେ। 16 ରାଜାର ଅଧିକାରର ସପ୍ତମ ବର୍ଷର ଦଶମ ମାସରେ ଅର୍ଥାତ୍ ଟେବେ‌ତ୍‌ ମାସରେ, ଏଷ୍ଟରକୁ ରାଜଗୃହରେ ଅକ୍ଷଶ୍ୱେରଶ ରାଜା ନିକଟକୁ ନିଆଗଲା।

17 ତହିଁରେ ରାଜା ଅନ୍ୟସକଳ ସ୍ତ୍ରୀଠାରୁ ଏଷ୍ଟରକୁ ଅଧିକ ପ୍ରେମ କଲା ଏବଂ ଅନ୍ୟ ସମସ୍ତ ଯୁବତୀଠାରୁ ସେ ରାଜାର ଦୃଷ୍ଟିରେ ଅନୁଗ୍ରହ ଓ ଦୟା ପାଇଲା। ଏଣୁ ସେ ତାହାର ମସ୍ତକରେ ରାଜ ମୁକୁଟ ଦେଇ ବଷ୍ଟୀ ବଦଳରେ ତାହାକୁ ରାଣୀ କଲା। 18 ଏହା ପରେ ରାଜା ଓ ଆପଣା ସମସ୍ତ ଅଧିପତି ଓ ଦାସମାନଙ୍କ ପାଇଁ ଏଷ୍ଟର ଭୋଜି ବୋଲି ମହା ଭୋଜି ପ୍ରସ୍ତୁତ କଲା ଓ ସବୁ ପ୍ରଦେଶରେ ଛୁଟି କଲା ଓ ରାଜାର ବଦାନ୍ୟତାନୁସାରେ ଦାନ କଲା।

ମର୍ଦ୍ଦଖୟ ଏକ ମନ୍ଦ ଯୋଜନା ବିଷୟରେ ଜାଣିଲେ

19 କନ୍ୟାମାନେ ଦ୍ୱିତୀୟ ଥର ସଂଗୃହୀତା ହେବା ସମୟରେ ମର୍ଦ୍ଦଖୟ ରାଜ ଦ୍ୱାରରେ ବସିଲା। 20 ଏଷ୍ଟର ମର୍ଦ୍ଦଖୟର ଆଜ୍ଞାନୁସାରେ ଆପଣା ବଂଶ ଓ କୁଟୁମ୍ବର ପରିଚୟ କାହାକୁ ହିଁ ଦେଲା ନାହିଁ। କାରଣ ଏଷ୍ଟର ମର୍ଦ୍ଦଖୟ ନିକଟରେ ପ୍ରତିପାଳିତା ହେବା ସମୟରେ ଯେପରି କରୁଥିଲା ସେତେବେଳେ ହିଁ ସେପରି ତାହାର ଆଜ୍ଞା ପାଳନ କଲା।

21 ସେହି ସମୟରେ, ମର୍ଦ୍ଦଖୟ ରାଜଦ୍ୱାରରେ ବସିବା ବେଳେ ଦ୍ୱାରପାଳମାନଙ୍କ ମଧ୍ୟରେ ବି‌ଗ୍‌ଥନ୍ ଓ ତେରଶ୍ ନାମକ ରାଜାଙ୍କର ଦୁଇ ଜଣ ନପୁଂସକ କ୍ରୋଧିତ ହୋଇ ଅକ୍ଷଶ୍ୱେରଶ ରାଜାକୁ ବଧ କରିବାକୁ ଷଡ଼ଯନ୍ତ୍ର କଲେ। 22 ମାତ୍ର ମର୍ଦ୍ଦଖୟ ଏହା ଜାଣି ଏଷ୍ଟର ରାଣୀକୁ ଜଣାଇଲା। ପୁଣି ଏଷ୍ଟର ମର୍ଦ୍ଦଖୟ ନାମ ଦେଇ ରାଜାକୁ ତାହା ଜଣାଇଲା। 23 ତହିଁରେ ଅନୁସନ୍ଧାନ ଦ୍ୱାରା ସେହି କଥା ପ୍ରମାଣ ହେବାରୁ ସେହି ଦୁଇଜଣ ବୃକ୍ଷରେ ଫାଶି ପାଇଲେ। ଆଉ ସେହି କଥା ରାଜାର ସାକ୍ଷାତରେ କଚେରୀର ନକଲ ଖାତାରେ ଲେଖାଗଲା।

ଯିହୁଦୀମାନଙ୍କୁ ଧ୍ୱଂସ କରିବା ପାଇଁ ହାମ‌ନ୍‌ର ଯୋଜନା ଥିଲା

ଏହିସବୁ ଘଟଣା ପରେ ଅକ୍ଷଶ୍ୱେରଶ ରାଜା ଅଗାଗୀୟ ହମ୍ମଦାଥାର ପୁତ୍ର ହାମ‌ନ୍‌କୁ ଉନ୍ନତ କରି ଉଚ୍ଚ ପଦାନ୍ୱିତ କଲା। ଆଉ ତାହାର ସଙ୍ଗେ ସମସ୍ତ ଅଧିପତିର ଆସନ ଅପେକ୍ଷା ତାକୁ ଶ୍ରେଷ୍ଠ ଆସନ ଦେଲା। ତହିଁରେ ରାଜାର ଯେତେ ଦାସ ରାଜଦ୍ୱାରରେ ଥିଲେ, ସେ ସମସ୍ତେ ନତ ହୋଇ ହାମ‌ନ୍‌କୁ ପ୍ରଣାମ କଲେ। କାରଣ ରାଜା ତାହା ବିଷୟରେ ସେହିପରି ଆଜ୍ଞା ଦେଇଥିଲେ। ମାତ୍ର ମର୍ଦ୍ଦଖୟ ନତ ହେଲା ନାହିଁ କି ତାହାକୁ ପ୍ରଣାମ କଲା ନାହିଁ। ଏଣୁ ରାଜଦ୍ୱାର-ବର୍ତ୍ତୀ ରାଜାର ଦାସଗଣ ମର୍ଦ୍ଦଖୟକୁ କହିଲେ, “ତୁମ୍ଭେ କାହିଁକି ରାଜାଜ୍ଞା ଲଙ୍ଘନ କରୁଅଛ?”

ଏହିପରି ସେମାନେ ପ୍ରତ୍ୟେକ ଦିନ କହିଲେ। ତଥାପି ସେ ସେମାନଙ୍କର କଥା ଶୁଣିଲା ନାହିଁ। ଏଣୁ ଏହି ମର୍ଦ୍ଦଖୟର କଥା ରହିବ କି ନାହିଁ, ଏହା ଜାଣିବା ଇଚ୍ଛାରେ ସେମାନେ ହାମ‌ନ୍‌କୁ ତାହା ଜଣାଇଲେ। କାରଣ ମର୍ଦ୍ଦଖୟ ଯେକି ଯିହୁଦୀୟ ଲୋକ, ଏହା ସେ ସେମାନଙ୍କୁ କହିଥିଲା। ଯେତେବେଳେ ହାମନ୍ ଦେଖିଲା ମର୍ଦ୍ଦଖୟ ନତ ହେଲା ନାହିଁ, କି ତାହାକୁ ପ୍ରଣାମ କଲା ନାହିଁ। ସେତେବେଳେ ସେ ଅତି କ୍ରୋଧାନ୍ନିତ ହେଲା। ମାତ୍ର ସେ କେବଳ ମର୍ଦ୍ଦଖୟ ଉପରେ ହସ୍ତକ୍ଷେପ କରିବାକୁ ଲଘୁ ମଣିଲା। କାରଣ ସେମାନେ ତାହାକୁ ମର୍ଦ୍ଦଖୟର ବଂଶୀୟ ଲୋକଙ୍କ କଥା ଜଣାଇଲେ। ତେଣୁ ହାମନ୍ ଅକ୍ଷଶ୍ୱେରଶର ସମୁଦାୟ ରାଜ୍ୟରେ ସମସ୍ତ ଯିହୁଦୀୟଙ୍କୁ ଅର୍ଥାତ୍ ମର୍ଦ୍ଦଖୟର ଲୋକଙ୍କୁ ବିନାଶ କରିବାକୁ ଚେଷ୍ଟା କଲା।

ରାଜା ଅକ୍ଷଶ୍ୱେରଶ ଦ୍ୱାଦଶ ବର୍ଷର ପ୍ରଥମ ମାସଟି, ଯାହାକି “ନୀଷନ୍” ବୋଲି ପରିଚିତ, ସେମାନେ ଆଖିବୁଜି ଦ୍ୱାଦଶ ମାସକୁ ମନୋନୀତ କଲେ, ଏହା ଅଦର ଯିହୁଦୀମାନଙ୍କୁ ଧ୍ୱଂସ କରିବା ବୋଲି ଜଣାଯାଏ। ଏହା ପରେ ହାମନ୍ ଅକ୍ଷଶ୍ୱେରଶ ରାଜାକୁ କହିଲା, “ଆପଣଙ୍କ ରାଜ୍ୟର ସମସ୍ତ ପ୍ରଦେଶସ୍ଥ ଲୋକଙ୍କ ମଧ୍ୟରେ ଛିନ୍ନଭିନ୍ନ ଓ ପୃଥକ କୃତ ଏକ ଦେଶୀୟ ଲୋକ ଅଛନ୍ତି। ଅନ୍ୟ ସକଳ ଲୋକଙ୍କର ବ୍ୟବସ୍ଥାଠାରୁ ସେମାନଙ୍କ ବ୍ୟବସ୍ଥା ଭିନ୍ନ ସେମାନେ ମଧ୍ୟ ମହାରାଜାଙ୍କ ବ୍ୟବସ୍ଥା ମାନନ୍ତି ନାହିଁ। ଏଣୁ ସେମାନଙ୍କ ବ୍ୟବହାର ସହ୍ୟ କରିବା ମହାରାଜାଙ୍କର ଉଚିତ୍ ନୁହେଁ।

“ମହାରାଜ ସନ୍ତୁଷ୍ଟ ହେଲେ ସେମାନଙ୍କୁ ବିନାଶ କରିବା ପାଇଁ ପତ୍ର ଲେଖାଯାଉ। ତହିଁରେ ମୁଁ ରାଜକାର୍ଯ୍ୟରେ ନିଯୁକ୍ତ ଲୋକଙ୍କ ହସ୍ତରେ ରାଜଭଣ୍ତାରକୁ ଆଣିବା ପାଇଁ ଦଶହଜାର ତାଳନ୍ତ ରୂପା ଦେବି।”

10 ଏଥିରେ ରାଜା ଆପଣା ହସ୍ତରୁ ଅଙ୍ଗୁରୀୟ କାଢ଼ି ଯିହୁଦୀୟମାନଙ୍କର ବୈରି ଅଗାଗୀୟ ହମ୍ମଦାଥାର ପୁତ୍ର ହାମ‌ନ୍‌କୁ ଦେଲା। 11 ପୁଣି ରାଜା ହାମ‌ନ୍‌କୁ କହିଲା, “ସେହି ରୂପା ଓ ସେହି ଦେଶୀୟ ଲୋକ ତୁମ୍ଭକୁ ଦିଆଗଲା। ସେମାନଙ୍କ ପ୍ରତି ଯାହା ତୁମ୍ଭର ଇଚ୍ଛା, ତାହା କର।”

12 ଏଣୁ ପ୍ରଥମ ମାସର ତ୍ରୟୋଦଶ ଦିନରେ ରାଜାର ଲେଖକମାନେ ଆହୁତ ହୁଅନ୍ତେ, ହାମ‌ନ୍‌ର ସମସ୍ତ ଆଜ୍ଞାନୁସାରେ ପ୍ରତ୍ୟେକ ପ୍ରଦେଶସ୍ଥ ରାଜ ପ୍ରତିନିଧିଗଣ ଓ ଅଧିପତିଗଣ ଓ ପ୍ରତ୍ୟେକ ଦେଶୀୟ ଲୋକଙ୍କ ଭାଷାନୁସାରେ ପତ୍ର ଲିଖିତ ହେଲା। ତାହା ଅକ୍ଷଶ୍ୱେରଶ ରାଜାର ନାମରେ ଲିଖିତ ଓ ରାଜାର ଅଙ୍ଗୁରୀୟରେ ମୁଦ୍ରାଙ୍କିତ ହେଲା।

13 ସମସ୍ତ ଯିହୁଦୀୟ ଆବାଳ, ବୃଦ୍ଧବନିତାଙ୍କୁ ବଧ କରିବା ପାଇଁ, ତଣ୍ଟି କାଟିବା ପାଇଁ, ଧ୍ୱଂସ କରିବା ପାଇଁ ଏବଂ ସେମାନଙ୍କର ଦ୍ରବ୍ୟଗୁଡ଼ିକ ଲୁଣ୍ଠନ କରିବା ପାଇଁ ଲୋକମାନଙ୍କୁ ଅନୁମତି ପ୍ରଦାନ କରି, ରାଜା ସମସ୍ତ ପ୍ରଦେଶକୁ ପତ୍ରବାହକମାନଙ୍କ ଦ୍ୱାରା ପତ୍ର ପଠାଇଲେ। ଏହା ମାତ୍ର ଗୋଟିଏ ଦିନରେ କରାଯିବାର ଥିଲା, ତାହା ଦ୍ୱାଦଶ ମାସର ତ୍ରୟୋଦଶ ଦିନ ଯାହା ଅଦର ମାସ କୁହାଯାଏ।

14 ପୁଣି ସେହି ଦିନ ନିମନ୍ତେ ସମସ୍ତ ଲୋକ ଯେମିତି ପ୍ରସ୍ତୁତ ହୁଅନ୍ତି ଏଥିପାଇଁ ପ୍ରତ୍ୟେକ ପ୍ରଦେଶରେ ଆଜ୍ଞା ପ୍ରଗ୍ଭର କରିବାକୁ ଓ ଯାବତୀୟ ଲୋକଙ୍କୁ ଜଣାଇବାକୁ ସେହି ଲିଖନର ପ୍ରତିଲିପି ଦିଆଗଲା। 15 ଆଉ ଧାବକଗଣ ରାଜାଜ୍ଞା ପାଇ ଶୀଘ୍ର ବାହାରି ଗଲେ, ପୁଣି ସେହି ଆଜ୍ଞା ଶୂଶନ୍ ରାଜଧାନୀରେ ପ୍ରକାଶିତ ହେଲା, ତହୁଁ ରାଜା ଓ ହାମନ୍ ପାନ କରିବାକୁ ବସିଲେ, ମାତ୍ର ଶୂଶନ୍ ନଗର ଉ‌‌‌‌‌ଦ୍‌‌‌‌‌ବିଗ୍ନ ହେଲା।

ମର୍ଦ୍ଦଖୟ ଏଷ୍ଟରଙ୍କୁ ସାହାଯ୍ୟ କରିବାକୁ ଗୁହାରି କଲେ

ମର୍ଦ୍ଦଖୟ ଏସବୁ ବିଷୟ ଜାଣିବାପରେ ନିଜର ବସ୍ତ୍ରକୁ ଚିରି ପକାଇଲା ଓ ଚଟ ବସ୍ତ୍ର ପିନ୍ଧି ମୁଣ୍ତରେ ଭସ୍ମ ଲେପନ କଲା। ସେ ନଗର ମଧ୍ୟକୁ ଗଲା ଓ ଉଚ୍ଚ ସ୍ୱରରେ ରୋଦନ କଲା। ସେ ରାଜଦ୍ୱାର ସମ୍ମୁଖ ପର୍ଯ୍ୟନ୍ତ ଆସିଲା। ମାତ୍ର ଶୋକ ବସ୍ତ୍ର ପିନ୍ଧି କେହି ରାଜଦ୍ୱାରରେ ପ୍ରବେଶ କରି ପାରିଲା ନାହିଁ। ପ୍ରତ୍ୟେକ ପ୍ରଦେଶର ଯେଉଁ ଯେଉଁ ସ୍ଥାନକୁ ଏହି ରାଜା ଆଜ୍ଞା ଓ ନିୟମ ପତ୍ର ଗଲା, ସେହିସବୁ ସ୍ଥାନର ଯିହୁଦୀୟମାନଙ୍କ ମଧ୍ୟରେ ମହାଶୋକ ଓ ଉପବାସ ଓ କ୍ରନ୍ଦନ ଓ ବିଳାପ ହେଲା। ପୁଣି ଅନେକେ ଅଖା ଓ ଭସ୍ମରେ ଶୟନ କଲେ।

ଏଷ୍ଟରର ଦାସୀଗଣ ଓ ନପୁଂସକମାନେ ଆସି ମର୍ଦ୍ଦଖୟ ବିଷୟରେ ତାଙ୍କୁ ଜଣାଇଲେ। ତେଣୁ ରାଣୀ ଅତିଶୟ ବିଚଳିତ ହୋଇଗଲେ। ପୁଣି ମର୍ଦ୍ଦଖୟଠାରୁ ଅଖା କାଢ଼ି ତାହାକୁ ପିନ୍ଧାଇବା ପାଇଁ ବସ୍ତ୍ର ପଠାଇଲା। ମାତ୍ର ସେ ତାହା ଗ୍ରହଣ କଲା ନାହିଁ। ଏଥିପାଇଁ ରାଜାଙ୍କ ଦ୍ୱାରା ଏଷ୍ଟରର ସେବାରେ ନିଯୁକ୍ତ ହଥକ୍ ନାମେ ରାଜ ନପୁଂସକକୁ ଏଷ୍ଟର ଡାକି କ’ଣ ହେଲା ଓ କିପରି ହେଲା ତାହା ଜାଣିବା ପାଇଁ ମର୍ଦ୍ଦଖୟ ନିକଟକୁ ଯିବା ପାଇଁ ତାକୁ ଆଜ୍ଞା ଦେଲା। ତା'ପରେ ହଥକ୍ ରାଜଦ୍ୱାର ସମ୍ମୁଖସ୍ଥ ନଗରର ଛକ ସ୍ଥାନରେ ମର୍ଦ୍ଦଖୟ ନିକଟକୁ ଗଲା। ଏବଂ ମର୍ଦ୍ଦଖୟ ନିଜ ପ୍ରତି ଯାହା ଯାହା ଘଟିଥିଲା ଓ ଯିହୁଦୀୟମାନଙ୍କୁ ବିନାଶ କରିବା ନିମନ୍ତେ ହାମନ୍ ରାଜଭଣ୍ତାରରେ ଠିକ୍ ଯେତେ ମୁଦ୍ରା ଦେବାକୁ ପ୍ରତିଜ୍ଞା କରିଥିଲା, ସେସବୁ ତାକୁ କହିଲା। ଆହୁରି ମଧ୍ୟ ସେମାନଙ୍କ ବିନାଶାର୍ଥେ ଯେଉଁ ଆଜ୍ଞାପତ୍ର ଶୂଶ‌ନ୍‌ରେ ଦେଇଥିଲା, ତହିଁର ଏକ କପି ଏଷ୍ଟରକୁ ଦେଖାଇ ଜ୍ଞାତ କରାଇବାକୁ ଦେଲା। ଆଉ ଏଷ୍ଟର ଯେପରି ଆପଣା ଲୋକମାନଙ୍କ ପାଇଁ ରାଜାଙ୍କ ଛାମୁରେ ପ୍ରବେଶ କରି ତାହାଙ୍କ ନିକଟରେ ନିବେଦନ ଓ ଅନୁରୋଧ କରିବ ଏପରି ଆଦେଶ କରିବାକୁ କହିଲା।

ତେଣୁ ହଥକ୍ ଆସି ମର୍ଦ୍ଦଖୟର କଥା ଏଷ୍ଟରକୁ ଜଣାଇଲା।

10 ଏହା ପରେ ଏଷ୍ଟର ହଥକକୁ ଏହିକଥା କହି ମର୍ଦ୍ଦଖୟ ନିକଟକୁ ଯିବା ପାଇଁ ଆଜ୍ଞା କଲା। 11 “ବିନା ରାଜା ଡାକରାରେ ପୁରୁଷ ଓ ସ୍ତ୍ରୀ ଯେକେହି ଭିତର ପ୍ରାଙ୍ଗଣକୁ ରାଜାଙ୍କ ନିକଟକୁ ଯାଏ ତାହାର ପ୍ରାଣଦଣ୍ତ ଦେବାର ଏକମାତ୍ର ବ୍ୟବସ୍ଥା ଅଛି। କେବଳ ଯାହା ପ୍ରତି ରାଜା ସ୍ୱର୍ଣ୍ଣମୟ ରାଜଦଣ୍ତ ବଢ଼ାନ୍ତି, ସେହି ବଞ୍ଚେ। ଏହା ରାଜାଙ୍କର ସବୁଦାସ ଓ ରାଜାଙ୍କର ସବୁ ପ୍ରଦେଶସ୍ଥ ଲୋକ ଜାଣନ୍ତି। ମାତ୍ର ଗତ ତିରିଶ୍ ଦିନ ହେଲା ମୁଁ ରାଜାଙ୍କ ନିକଟକୁ ଯିବା ପାଇଁ ଡାକରା ପାଇ ନାହିଁ।”

12-13 ସେମାନେ ଏଷ୍ଟରର ଏହିକଥା ମର୍ଦ୍ଦଖୟକୁ କହିଲେ। ତେଣୁ ମର୍ଦ୍ଦଖୟ ଏଷ୍ଟରକୁ, ଏହି ପ୍ରତ୍ୟୁତ୍ତର ଦେବାକୁ ସେମାନଙ୍କୁ କହିଲା, “ସବୁ ଯିହୁଦୀୟମାନଙ୍କ ମଧ୍ୟରୁ କେବଳ ତୁମ୍ଭେ ରାଜ ଗୃହରେ ଥିବାରୁ ସେ ରକ୍ଷା ପାଇବ, ଏହା ଭାବ ନାହିଁ। 14 ଯଦି ତୁମ୍ଭେ ଏହି ସମୟରେ ନୀରବ ହୋଇ ରୁହ, ତେବେ ଅନ୍ୟ ଏକ ସ୍ଥାନରୁ ଯିହୁଦୀୟମାନଙ୍କ ନିମନ୍ତେ ଉପଶମ ଓ ପରିତ୍ରାଣ ଆସିବ। କିନ୍ତୁ ତୁମ୍ଭେ ଏବଂ ତୁମ୍ଭର ପରିବାର ବିନାଶ ହେବ, କିଏ ଜାଣେ ତୁମ୍ଭେ ଏପରି ସମୟର ତୁମ୍ଭର ରାଜକୀୟ ସ୍ଥାନ ପାଇପାର?”

15-16 ଏହା ପରେ ଏଷ୍ଟର ମର୍ଦ୍ଦଖୟ ନିକଟକୁ ଉତ୍ତର ପଠାଇଲା, “ତୁମ୍ଭେ ଯାଇ ଶୂଶ‌ନ୍‌ରେ ଉପସ୍ଥିତ ସମସ୍ତ ଯିହୁଦୀମାନଙ୍କୁ ଏକତ୍ର କରି ମୋ’ ଲାଗି ଉପବାସ କର। ପୁଣି ତିନି ଦିନ ଯାଏ, ଦିନରେ କି ରାତ୍ରିରେ କିଛି ଖାଅ ନାହିଁ ଓ କିଛି ପାନ କର ନାହିଁ। ମୁଁ ଓ ମୋର ଦାସୀଗଣ ସେହିପରି ଉପବାସ କରିବୁ, ତହୁଁ ବ୍ୟବସ୍ଥାନୁଯାୟୀ ନୋହିଲେ ହେଁ ମୁଁ ରାଜାଙ୍କ ନିକଟକୁ ଯିବି, ସେଥିରେ ମଲେ ପଛେ ମରିବି।”

17 ତେଣୁ ମର୍ଦ୍ଦଖୟ ଗଲେ, ସେ ଏଷ୍ଟରଙ୍କ କହିବା ଅନୁଯାୟୀ କାର୍ଯ୍ୟ କଲେ।

ଏଷ୍ଟର ରାଜାଙ୍କୁ କହିଲେ

ତୃତୀୟ ଦିନ ଏଷ୍ଟର ରାଜକୀୟ ବସ୍ତ୍ର ପିନ୍ଧି ରାଜଗୃହର ଭିତର ପ୍ରାଙ୍ଗଣରେ ରାଜଗୃହ ସମ୍ମୁଖରେ ଛିଡ଼ା ହେଲା। ସେହି ସମୟରେ ରାଜା ରାଜଗୃହରେ ଗୃହଦ୍ୱାର ସମ୍ମୁଖରେ ରାଜ ସିଂହାସନ ଉପରେ ଉପବିଷ୍ଟ ଥିଲେ। ତା'ପରେ ରାଜା, ରାଣୀ ଏଷ୍ଟର ପ୍ରାଙ୍ଗଣରେ ଠିଆ ହେବାର ଦେଖିଲେ। ଏବଂ ରାଜା ତାକୁ ଦେଖି ଖୁସୀ ହେଲେ, ତେଣୁ ସେ ତାଙ୍କ ହାତରେ ଥିବା ସୁବର୍ଣ୍ଣର ରାଜଦଣ୍ତ ରାଣୀ ଏଷ୍ଟର ଆଡ଼କୁ ବଢ଼ାଇଲେ। ତେଣୁ ଏଷ୍ଟର ନିକଟକୁ ଆସିଲେ ଏବଂ ଆସି ରାଜଦଣ୍ତର ଅଗ୍ର ଭାଗ ଛୁଇଁଲେ।

ରାଜା ତାଙ୍କୁ ପଗ୍ଭରିଲେ, “ରାଣୀ ଏଷ୍ଟର, ମୁଁ ତୁମ୍ଭ ପାଇଁ କ’ଣ କରିପାରେ? ତୁମ୍ଭର କ’ଣ ପ୍ରାର୍ଥନା ଅଛି? ମୋର ଅର୍ଦ୍ଧେକ ରାଜ୍ୟ ପର୍ଯ୍ୟନ୍ତ ହେଲେ ହେଁ ତାହା ତୁମ୍ଭକୁ ଦିଆଯିବ।”

ଏଷ୍ଟର କହିଲା, “ଯେବେ ମହାରାଜାଙ୍କ ଦୃଷ୍ଟିରେ ଭଲ ଦିଶେ, ତେବେ ମୁଁ ଆପଣାଙ୍କ ପାଇଁ ଯେଉଁ ଭୋଜି ପ୍ରସ୍ତୁତ କରିଅଛି, ମହାରାଜ ଓ ହାମନ୍ ଆଜି ସେହି ଭୋଜିକୁ ଆଗମନ କରନ୍ତୁ।”

ଏହା ପରେ ରାଜା କହିଲେ, “ହାମ‌ନ୍‌କୁ ଶୀଘ୍ର ଆଣ, ତାହାହେଲେ ଏଷ୍ଟର ଯାହା କହିଛନ୍ତି ଆମ୍ଭେ ତାହା କରି ପାରିବୁ।”

ଏହା ପରେ ରାଜା ଓ ହାମନ୍ ଏଷ୍ଟରର ପ୍ରସ୍ତୁତ ନୈଶ ଭୋଜିକୁ ଆସିଲେ। ଏଥିରେ ରାଜା ଭୋଜିରେ ଦ୍ରାକ୍ଷାରସ ପାନକରିବା ବେଳେ ଏଷ୍ଟରକୁ କହିଲା, “ତୁମ୍ଭର କ’ଣ ନିବେଦନ ଅଛି? ତାହା ତୁମ୍ଭକୁ ଦିଆଯିବ। ତୁମ୍ଭର ପ୍ରାର୍ଥନା କ’ଣ? ମୋ’ ଅର୍ଦ୍ଧେକ ରାଜ୍ୟ ପର୍ଯ୍ୟନ୍ତ ହେଲେ ହେଁ ତାହା ଦିଆଯିବ।”

ତହିଁରେ ଏଷ୍ଟର କହିଲା, “ମୋର ନିବେଦନ ଓ ପ୍ରାର୍ଥନା ଏହି କି, ମୁଁ ଯେବେ ମୋର ଇଚ୍ଛା ପୂରଣ କରିବା ପାଇଁ ମହାରାଜାଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ଏବଂ ଏହା ଯେବେ ରାଜାଙ୍କୁ ଆନନ୍ଦ କରୁଥାଏ, ରାଜା ଓ ହାମନ୍ ଆସନ୍ତାକାଲି ରାତ୍ରି ଭୋଜନକୁ ଆସନ୍ତୁ ଯାହା ମୁଁ ପ୍ରସ୍ତୁତ କରିବି। ସେହି ସମୟରେ ମୁଁ ରାଜାଙ୍କର ପ୍ରଶ୍ନର ଉତ୍ତର ଦେବି।”

ହାମନ୍ ମର୍ଦ୍ଦଖୟଙ୍କ ଉପରେ କ୍ରୋଧ କଲେ

ସେଦିନ ହାମନ୍ ଆନନ୍ଦିତ ହୋଇ ଗ୍ଭଲିଗଲା। ମାତ୍ର ହାମନ୍, ରାଜଦ୍ୱାରରେ ନିଜ ସମ୍ମୁଖରେ ମର୍ଦ୍ଦଖୟଙ୍କୁ ଉଠି ଠିଆ ନ ହେବାର କି ପ୍ରଣାମ ନ କରିବାର ଦେଖି ସେ ମର୍ଦ୍ଦଖୟ ବିରୁଦ୍ଧରେ କ୍ରୋଧରେ ପରିପୂର୍ଣ୍ଣ ହେଲା। 10 ତଥାପି ହାମନ୍ ନିଜର କ୍ରୋଧକୁ ନିୟନ୍ତ୍ରଣ କଲା ଏବଂ ଗୃହକୁ ଗଲା। ତା'ପରେ ଆପଣା ମିତ୍ରଗଣକୁ ଓ ଆପଣା ଭାର୍ଯ୍ୟା ସେରଶକୁ ଡକାଇ ଆଣିଲା। 11 ଆଉ ହାମନ୍ ଆପଣା ଧନ ଓ ଐଶ୍ୱର୍ଯ୍ୟର କଥା ଓ ବହୁ ସନ୍ତାନମାନଙ୍କ କଥା ଓ ରାଜା କିରୂପେ ତାହାର ପଦ ବୃଦ୍ଧି କରିଛନ୍ତି, ତାଙ୍କୁ ଆପଣା ଅଧିପତିମାନଙ୍କ ଓ ଦାସମାନଙ୍କ ଉପରେ ଆସନ ଦେଇଛନ୍ତି। ଏହିସବୁ ବିଷୟ ସେମାନଙ୍କୁ ଶୁଣାଇଲା। 12 ହାମନ୍ ଆହୁରି କହିଲା, “ଏଷ୍ଟର ରାଣୀ ଆପଣା ପ୍ରସ୍ତୁତ ଭୋଜିକୁ ମୋ’ ଛଡ଼ା ଆଉ କାହାକୁ ରାଜାଙ୍କ ସଙ୍ଗେ ଯିବାକୁ ଦେଇ ନାହାନ୍ତି। ପୁଣି କାଲିକି ମୁଁ ରାଜାଙ୍କ ସଙ୍ଗେ ତାଙ୍କ ଦ୍ୱାରା ନିମନ୍ତ୍ରିତ ହୋଇଅଛି। 13 କିନ୍ତୁ ମୁଁ ପ୍ରତ୍ୟେକଥର ଯିହୁଦୀ ମର୍ଦ୍ଦଖୟକୁ ରାଜାଙ୍କ ଫାଟକରେ ବସିବାର ଦେଖେ, ଏହାସବୁ ମୋର କିଛି ଭଲ କରେ ନାହିଁ।”

14 ତେଣୁ ତାହାର ସ୍ତ୍ରୀ ସେରଶ୍ ଓ ତା'ର ସମସ୍ତ ମିତ୍ରଗଣ ତାକୁ କହିଲେ, “ପଗ୍ଭଶ୍ ହାତ ଉଚ୍ଚ ଏକ ଫାଶିକାଠ ପ୍ରସ୍ତୁତ କରାଯାଉ। ପୁଣି ମର୍ଦ୍ଦଖୟକୁ ତହିଁରେ ଫାଶି ଦେବା ପାଇଁ କାଲି ସକାଳେ ରାଜାଙ୍କୁ କୁହ। ତହିଁ ପରେ ତୁଷ୍ଟ ହୋଇ ରାଜା ସହିତ ଭୋଜିକୁ ଯାଅ।”

ଏହା ହାମ‌ନ୍‌କୁ ଏକ ଭଲ ବୁଦ୍ଧି ପରି ଜଣାଗଲା, ତେଣୁ ସେ ଫାଶି କାଠ ପ୍ରସ୍ତୁତ କଲା।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center