Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ନିହିମିୟାଙ୍କର ପୁସ୍ତକ 4-6

ସ‌ନ୍‌ବଲ୍ଲଟ୍ ଏବଂ ଟୋବିୟ

ସ‌ନ୍‌ବଲ୍ଲଟ୍ ଯେତେବେଳେ ଶୁଣିଲା ଯେ ପ୍ରାଚୀର ଗଢ଼ା ହୋଇଚି, ସେ ଅତିଶୟ କୋପିତ ହୋଇ ଯିହୁଦୀୟଙ୍କୁ ପରିହାସ କଲା। ସେ ଆପଣା ଭାତୃଗଣ ଓ ଶମରୀୟ ସୈନ୍ୟଦଳ ସାକ୍ଷାତରେ ଏହି କଥା କହିଲା, “ଏହି ଦୁର୍ବଳ ଯିହୁଦୀମାନେ କ’ଣ କରୁଛନ୍ତି? ସେମାନେ କ’ଣ ଗଡ଼ ବନ୍ଦ କରି ରହିବେ? ସେମାନେ କାହିଁକି ବଳିଦାନ କରିବେ? ସେମାନେ କ’ଣ ଦିନକରେ ସମାପ୍ତ କରିବେ? ସେମାନେ କ’ଣ ପୋଡ଼ା ପ୍ରାଚୀରର ଗଦାରୁ ବ୍ୟବହାର୍ଯ୍ୟ ପଥର ବାଛି ପାରିବେ?”

ଏହି ସମୟରେ ଅମ୍ମୋନୀୟ ଟୋବିୟ ତାହା ପାଖରେ ଥିଲା, ଆଉ ସେ କହିଲା, “ସେମାନେ ଯାହା ଗଢ଼ୁଛନ୍ତି, ବିଲୁଆ ଚଢ଼ିଗଲେ ସେ ସେମାନଙ୍କ ପଥର ପ୍ରାଚେରୀ ଭାଙ୍ଗି ପକାଇବ।”

ମୁଁ ପ୍ରାର୍ଥନା କଲି, “ହେ ଆମ୍ଭର ପରମେଶ୍ୱର, ଆମ୍ଭର ପ୍ରାର୍ଥନା ଗ୍ରହଣ କର, ସେହି ଲୋକମାନେ ଆମ୍ଭକୁ ଘୃଣା କରୁଛନ୍ତି। ସେମାନଙ୍କର ପରିହାସ ସେମାନଙ୍କ ପାଖକୁ ଫେରାଇ ଦିଅ। ସେମାନଙ୍କୁ ବିଦେଶରେ ବନ୍ଦୀକରି ସେମାନଙ୍କର ଧନ ଲୁଣ୍ଠିତ କରାଗଲା। ସେମାନଙ୍କ ଅଧର୍ମ ଆଚ୍ଛାଦନ କର ନାହିଁ ଓ ତୁମ୍ଭ ଦୃଷ୍ଟିରେ ସେମାନଙ୍କ ପାପ ମାର୍ଜ୍ଜିତ ନ ହେଉ। କାରଣ ନିର୍ମାଣକାରୀମାନଙ୍କୁ ସେମାନେ ଅପମାନିତ କରିଅଛନ୍ତି।”

ଆମ୍ଭେ ଯିରୁଶାଲମର ପ୍ରାଚୀର ଗଠନ କଲୁ। ଆମ୍ଭେ ନଗରର ଚତୁର୍ପାର୍ଶ୍ୱରେ ପ୍ରାଚୀର ଗଠନ କଲୁ। କିନ୍ତୁ ତହିଁର ଉଚ୍ଚତାରୁ ଅର୍ଦ୍ଧ ପର୍ଯ୍ୟନ୍ତ ସମୁଦାୟ ପ୍ରାଚୀର ଏକତ୍ର ସଂଯୁକ୍ତ କରାଗଲା। ଯେହେତୁ କର୍ମ କରିବାକୁ ଲୋକମାନଙ୍କ ମନ ଥିଲା।

ମାତ୍ର ଯିରୁଶାଲମର ପ୍ରାଚୀରର ମରାମତି କାର୍ଯ୍ୟ ଅଗ୍ରସର ହେଉଅଛି ଓ ଗର୍ତ୍ତଗୁଡ଼ିକ ଭର୍ତ୍ତି ହେବା ପାଇଁ ଯାଉଅଛି, ଏହା ଶୁଣି ସ‌ନ୍‌ବଲ୍ଲଟ୍ ଓ ଟୋବିୟ, ପୁଣି ଆରବୀୟମାନେ ଓ ଅମ୍ମୋନୀୟମାନେ ଓ ଅ‌‌‌‌ସ୍‌‌‌‌ଦୋଦୀୟମାନେ ଅତିଶୟ ରାଗି ଗଲେ। ଆଉ ସମସ୍ତେ ଯିରୁଶାଲମକୁ ଯାଇ ତହିଁ ବିରୁଦ୍ଧରେ ଯୁଦ୍ଧ କରିବାକୁ ଓ ତହିଁ ମଧ୍ୟରେ ଗଣ୍ତଗୋଳ ଉତ୍ପନ୍ନ କରିବାକୁ ଏକତ୍ର ଚକ୍ରାନ୍ତ କଲେ। ମାତ୍ର ଆମ୍ଭେମାନେ ସେମାନଙ୍କ ସକାଶୁ ଆପଣାମାନଙ୍କ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲୁ ଓ ଦିବାରାତ୍ରି ସେମାନଙ୍କ ବିରୁଦ୍ଧରେ ପ୍ରହରୀ ରଖିଲୁ।

10 ସେତେବେଳେ ଯିହୁଦା କହିଲା, ଭାରବାହକମାନଙ୍କର ବଳ କ୍ଷୀଣ ହୋଇଅଛି, “ଆଉ ସେଠାରେ ଏତେ ଧ୍ୱଂସାବଶେଷ ଅଛି, ଯେ ଆମ୍ଭେମାନେ ପ୍ରାଚୀର ମରାମତି କରିବାକୁ ସମର୍ଥ ନାହୁଁ। 11 ପୁଣି ଆମ୍ଭମାନଙ୍କ ବିଷକ୍ଷମାନେ କହିଲେ, ‘ଆମ୍ଭେମାନେ ସେମାନଙ୍କ ମଧ୍ୟରେ ଉପସ୍ଥିତ ହୋଇ ସେମାନଙ୍କୁ ବଧ ଓ ସେମାନଙ୍କ କାର୍ଯ୍ୟ ବନ୍ଦ କରିବା ପର୍ଯ୍ୟନ୍ତ ସେମାନେ ଜାଣିବେ ନାହିଁ ଅବା ଦେଖିବେ ନାହିଁ।’”

12 ଆଉ ସେମାନଙ୍କ ନିକଟରେ ବାସ କରୁଥିବା ଯିହୁଦୀମାନେ ଆସି ଆମ୍ଭମାନଙ୍କୁ ଦଶଥର କହିଲେ, “ଗ୍ଭରିଆଡ଼େ ସେମାନେ ଆମ୍ଭର ବିରୋଧୀ ହେବେ।”

13 ଏଣୁ ମୁଁ ପ୍ରାଚୀର ପଛଆଡ଼େ ନୀଚସ୍ଥ ମେଲା ସ୍ଥାନରେ ଲୋକମାନଙ୍କୁ ସେମାନଙ୍କ ପରିବାର ଅନୁସାରେ ସେମାନଙ୍କୁ ‌‌ଖ‌ଡ଼୍‌ଗ ଓ ବର୍ଚ୍ଛା ଓ ଧନୁ ସହିତ ନିଯୁକ୍ତ କଲି। 14 ଯେତେବେଳେ ମୁଁ ଏ ପରିସ୍ଥିତି ଦେଖିଲି, ମୁଁ ଉଠିଲି ଏବଂ କୁଳୀନମାନଙ୍କୁ, ଅଧ୍ୟକ୍ଷମାନଙ୍କୁ ଓ ଅନ୍ୟ ଲୋକମାନଙ୍କୁ କହିଲି, “ତୁମ୍ଭେମାନେ ସେମାନଙ୍କୁ ଭୟ କର ନାହିଁ। ସଦାପ୍ରଭୁଙ୍କୁ ସ୍ମରଣ କର। ସଦାପ୍ରଭୁ ମହାନ ଓ ଭୟଙ୍କର ଅଟନ୍ତି। ଆଉ ତୁମ୍ଭେମାନେ ଆପଣା ଆପଣା ଭାତୃଗଣ, ପୁତ୍ର ଓ କନ୍ୟାଗଣ ଆପଣା ଆପଣା ସ୍ତ୍ରୀଗଣ ଆପଣା ଗୃହ ନିମନ୍ତେ ଯୁଦ୍ଧ କର।”

15 ଏହା ପରେ ଆମ୍ଭମାନଙ୍କ ଶତ୍ରୁଗଣର ମନ୍ତ୍ରଣା ଆମ୍ଭମାନଙ୍କୁ ଜଣା ଯାଇଅଛି ଓ ପରମେଶ୍ୱର ତାହା ବିଫଳ କରିଅଛନ୍ତି। ଏହା ସେମାନେ ଶୁଣିବାରୁ ଆମ୍ଭେମାନେ ପ୍ରତ୍ୟେକ ପ୍ରାଚୀରରେ ନିଜ ନିଜ କାର୍ଯ୍ୟକୁ ଫେରିଗଲୁ। 16 ଆଉ ସେହି ଦିନଠାରୁ ଆମ୍ଭ ଦାସଗଣର ଅର୍ଦ୍ଧେକ କର୍ମ କଲେ ଓ ସେମାନଙ୍କର ଅର୍ଦ୍ଧେକ ବର୍ଚ୍ଛା, ଢାଲ, ଧନୁ, ସାଞ୍ଚୁଆ ଧରି ରହିଲେ। ପୁଣି ଅଧିକାରୀମାନେ ଯିହୁଦାର ସମସ୍ତ ପରିବରର ପଛରେ ରହିଲେ। 17 ଯେଉଁମାନେ ପ୍ରାଚୀର ଗଢ଼ିଲେ ଓ ଯେଉଁମାନେ ଭାର ବୋହିଲେ, ପ୍ରତ୍ୟେକ ଜଣ ଏକ ହସ୍ତରେ କର୍ମ କଲେ ଓ ଅନ୍ୟ ହସ୍ତରେ ଅସ୍ତ୍ର ଧରିଲେ। 18 ଆଉ ଗାନ୍ଥକମାନଙ୍କର ପ୍ରତ୍ୟେକ ଆପଣା ଆପଣା କଟି ଦେଶରେ ‌‌ଖ‌ଡ଼୍‌ଗ ବାନ୍ଧିଲେ। ପୁଣି ତୂରୀ ବଜାଇବା ଲୋକ ଆମ୍ଭ ନିକଟରେ ରହିଲା। 19 ଏହା ପରେ ଆମ୍ଭେ କୁଳୀନମାନଙ୍କୁ ଓ ଅଧ୍ୟକ୍ଷମାନଙ୍କୁ ଓ ଅନ୍ୟାନ୍ୟ ଲୋକଙ୍କୁ କହିଲୁ, “କାର୍ଯ୍ୟକାରୀ ଓ ବିସ୍ତୀର୍ଣ୍ଣ ପୁଣି ଆମ୍ଭେମାନେ ପ୍ରାଚୀର ଉପରେ ପୃଥକ ହୋଇ ଜଣେ ଜଣକଠାରୁ ଦୂରରେ ଅଛୁ। 20 ଏଣୁ ଯେକୌଣସି ସ୍ଥାନରେ ତୂରୀର ଶବ୍ଦ ଶୁଣିବ, ସେ ସ୍ଥାନରୁ ଆମ୍ଭମାନଙ୍କ ନିକଟକୁ ଆସିବ। ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କ ପକ୍ଷରେ ଯୁଦ୍ଧ କରିବେ।”

21 ଏହିରୂପେ ଆମ୍ଭେମାନେ ସେହି କାର୍ଯ୍ୟରେ ପରିଶ୍ରମ କଲୁ। ପୁଣି ଅରୁଣୋଦୟ ସମୟଠାରୁ ତାହା ଦେଖିବା ସମୟ ପର୍ଯ୍ୟନ୍ତ ସେମାନଙ୍କର ଅର୍ଦ୍ଧେକ ଲୋକ ବର୍ଚ୍ଛା ଧରିଲେ।

22 ସେହି ସମୟରେ ଆମ୍ଭେ ଲୋକମାନଙ୍କୁ ଆହୁରି କହିଲୁ, “ପ୍ରତ୍ୟେକ ଲୋକ ରାତ୍ରିକାଳରେ ଆପଣା ଆପଣା ଦାସ ସହିତ ଯିରୁଶାଲମ ଭିତରେ ରୁହନ୍ତୁ। ତହିଁରେ ସେମାନେ ରାତ୍ରିରେ ଆମ୍ଭମାନଙ୍କର ପ୍ରହରୀ ହୋଇ ପାରିବେ ଓ ଦିବସରେ କର୍ମ କରି ପାରିବେ।” 23 ଏହିପରି ମୁଁ କି ମୋର ଭାଇମାନେ କି ମୋର ଦାସମାନେ କିଅବା ମୋ’ ପଶ୍ଚା‍ଦ୍‍ବର୍ତ୍ତୀ ପ୍ରହରୀମାନେ କେହି ଆପଣା ଦେହରୁ ବସ୍ତ୍ର କାଢ଼ିଲୁ ନାହିଁ। ପ୍ରତ୍ୟେକ ଲୋକର ତା’ ପାଖରେ ସର୍ବଦା ଅସ୍ତ୍ର ରଖିଲେ।

ନିହିମିୟା ଗରିବଲୋକମାନଙ୍କୁ ସାହାଯ୍ୟ କଲେ

ଅନେକ ଲୋକେ ଯିହୁଦୀୟ ଭାଇମାନଙ୍କ ବିରୁଦ୍ଧରେ ଅଭିଯୋଗ କଲେ। ସେମାନଙ୍କ ମଧ୍ୟରୁ କେତେକ କହିଲେ, “ଆମ୍ଭମାନଙ୍କର ଅନେକ ପୁତ୍ର ଓ କନ୍ୟା ଅଛନ୍ତି, ଆସ ବଞ୍ଚିବା ପାଇଁ ଶସ୍ୟ କିଣିବା।”

ଅନ୍ୟ ଲୋକେ କହିଲେ, “ଏହା ଦୁର୍ଭିକ୍ଷ ସମୟ, ଆମ୍ଭଙ୍କୁ ଖାଦ୍ୟ ଦିଅ ଏବଂ ଆମ୍ଭମାନଙ୍କର ଜମି, ଦ୍ରାକ୍ଷାକ୍ଷେତ୍ର, ଗୃହ ଇତ୍ୟାଦି ବନ୍ଧକଭାବେ ଏକାଥରେ ନେଇଯାଅ।”

ଆହୁରି ଅନ୍ୟ ଲୋକେମାନେ କହିଲେ, “ଆମ୍ଭେମାନେ ରାଜକର ପାଇଁ ଆମ୍ଭମାନଙ୍କର ଶସ୍ୟକ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ବନ୍ଧକ ରଖି ମୁଦ୍ରାଋଣ କରିଛୁ। ଧନୀଲୋକମାନଙ୍କୁ ଦେଖ! ଆମ୍ଭେମାନେ ଠିକ୍ ତାଙ୍କରି ପରି ଅଟୁ। ଆମ୍ଭମାନଙ୍କର ପୁତ୍ରମାନେ ଠିକ୍ ତାଙ୍କରି ପୁତ୍ରମାନଙ୍କପରି ଅଟନ୍ତି। କିନ୍ତୁ ଆମ୍ଭେମାନେ ଆପଣା ପୁତ୍ର ଓ କନ୍ୟାଗଣଙ୍କୁ ଦାସ ହେବା ପାଇଁ ବିକ୍ରି କରିବୁ। ଆମ୍ଭମାନଙ୍କ ମଧ୍ୟରୁ ଅନେକ ତାଙ୍କର କନ୍ୟାଗଣଙ୍କୁ ଦାସୀ ଭାବରେ ବିକ୍ରୟ କରି ସାରିଲେଣି। ଏପରି ଆଉ କିଛି ନାହିଁ ଯାହା ଆମ୍ଭେ ନ କରି ପାରିବା। ଆମ୍ଭେମାନେ ଆମ୍ଭ କ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ହରାଇ ସାରିଲୁଣି, ଯାହାକି ବର୍ତ୍ତମାନ ଅନ୍ୟ ଲୋକମାନଙ୍କ ଅଧିକାରରେ ଅଛି।”

ଯେତେବେଳେ ମୁଁ ସେମାନଙ୍କର ଏହି ଅଭିଯୋଗ ସବୁ ଶୁଣିଲି, ମୁଁ ଅତ୍ୟନ୍ତ କୃଦ୍ଧ ହେଲି। ମୁଁ ଏ ବିଷୟରେ ଚିନ୍ତା କଲି, ତା'ପରେ ମୁଁ କୁଳିନମାନଙ୍କ ଓ ଅଧିକାରୀମାନଙ୍କ ବିରୁଦ୍ଧରେ ଏକ ନ୍ୟାୟିକ ବାଦାନୁବାଦ କଲି। ମୁଁ ସେମାନଙ୍କୁ କହିଲି, “ତୁମ୍ଭେମାନେ ତୁମ୍ଭ ଭାଇମାନଙ୍କଠାରୁ ସୁଧ ନେଉଛ, ତୁମ୍ଭର ସେଇଟା ବନ୍ଦ କରିବା ଉଚିତ୍।” ଏହା ପରେ ମୁଁ ଏକ ମହାସଭା ଡାକିବି। ଏବଂ ମୁଁ ସେହି ଲୋକମାନଙ୍କୁ କହିଲି, “ଆମ୍ଭର ଯିହୁଦୀୟ ଭାଇମାନେ ଅନ୍ୟ ଦେଶୀୟ ଲୋକଙ୍କ ନିକଟରେ ବିକା ଯାଇଥିଲେ, ଆମ୍ଭେମାନେ ସେମାନଙ୍କୁ ଆପଣା ସାଧ୍ୟ ଅନୁସାରେ ମୁକ୍ତ କରିଅଛୁ। ଏବେ ତୁମ୍ଭେମାନେ ତୁମ୍ଭମାନଙ୍କର ଭାଇମାନଙ୍କୁ ପୁଣି ଥରେ ବିକ୍ରୀ କରୁଛ।”

ଏଥିରେ ସେମାନେ ନୀରବ ରହିଲେ। ସେମାନେ କିଛି ଉତ୍ତର ଦେଇପାରିଲେ ନାହିଁ। ମୁଁ ତାଙ୍କୁ ଆହୁରି ମଧ୍ୟ କହିଲି, “ତୁମ୍ଭେମାନେ କିଛି ଭଲ କରୁ ନାହଁ। ତୁମ୍ଭେ ଏହା ଜାଣ ତୁମ୍ଭର ପରମେଶ୍ୱରଙ୍କୁ ଭୟ ଓ ସମ୍ମାନ କରିବା ଉଚିତ୍। ତୁମ୍ଭେମାନେ ଆମ୍ଭମାନଙ୍କର ଶତ୍ରୁଗଣଙ୍କୁ ଆମ୍ଭମାନଙ୍କୁ ପରିହାସ କରିବାର ସୁଯୋଗ ଦେବା ଉଚିତ୍ ନୁହେଁ। 10 ମୁଁ, ମୋର ଆତ୍ମୀୟଗଣ ଏବଂ ମୋର ଦାସମାନେ ଅନ୍ୟମାନଙ୍କୁ ଟଙ୍କା ଏବଂ ଶସ୍ୟର ଉଧାର ଦେଉଅଛୁ। କିନ୍ତୁ ଆସ ସେମାନଙ୍କଠାରୁ ସୁଧ ଆଦାୟ କରିବା ନାହିଁ। 11 ତୁମ୍ଭେମାନେ ଆଜି ନିଶ୍ଚିତ ସେମାନଙ୍କର ଜମି, ଦ୍ରାକ୍ଷାକ୍ଷେତ୍ର, ଜୀତକ୍ଷେତ୍ର ଏବଂ ଗୃହ ଫେରାଇ ଦେବ। ଏହାକୁ ବର୍ତ୍ତମାନ ଫେରାଇ ଦିଅ ଏବଂ ତୁମ୍ଭେମାନେ ସେମାନଙ୍କର ମୁଦ୍ରା, ଶସ୍ୟ, ଦ୍ରାକ୍ଷାରସ ଏବଂ ଜୀତତୈଳ ଯାହା ତୁମ୍ଭେମାନେ ସେମାନଙ୍କଠାରୁ ସୁଧ ହିସାବରେ ନେଇଥିଲ।”

12 ଏହା ପରେ ଧନୀଲୋକମାନେ ଓ ଅଧ୍ୟକ୍ଷମାନେ ତାଙ୍କୁ କହିଲେ, “ଆମ୍ଭେମାନେ ଏସବୁ ଫେରାଇ ଦେବୁ, ସେମାନଙ୍କୁ କିଛି ମାଗିବୁ ନାହିଁ। ଆପଣ ଯେପରି କହୁଛନ୍ତି ଆମ୍ଭେ ସେହିପରି କରିବୁ।”

ଏହା ପରେ ମୁଁ ଯାଜକମାନଙ୍କୁ ଡାକି ଏହି ପ୍ରତିଜ୍ଞା ଅନୁସାରେ ସେମାନେ ଯେପରି କର୍ମ କରିବେ, ଏଥିପାଇଁ ସେମାନଙ୍କୁ ଶପଥ କରାଇଲି। 13 ମୁଁ ମୋର ବସ୍ତ୍ରର ଭାଙ୍ଗକୁ ଝାଡ଼ିଲି ଏବଂ କହିଲି, “ଯେଉଁ ଲୋକ ଏହି ପ୍ରତିଜ୍ଞା ପାଳନ କରିବ ନାହିଁ, ପରମେଶ୍ୱର ତା'ର ଗୃହ ଓ ପରିଶ୍ରମର ଫଳରୁ ତାହାକୁ ଏପରି ଝାଡ଼ି ଦିଅନ୍ତୁ। ସେ ଏହିପରି କମ୍ପିତ ହେଉ ଓ ଶୂନ୍ୟ ହେଉ।”

ତା'ପରେ ସବୁ ଲୋକ ଏକତ୍ରିତ ହେଲେ ଏବଂ କହିଲେ “ଆମେନ୍” ଓ ସଦାପ୍ରଭୁଙ୍କର ପ୍ରଶଂସା କଲେ। ଏହା ପରେ ଲୋକମାନେ ଏହି ପ୍ରତିଜ୍ଞା ଅନୁସାରେ କର୍ମ କଲେ।

14 ମୁଁ ଯିହୁଦା ଦେଶରେ ସେମାନଙ୍କର ଅଧ୍ୟକ୍ଷ ପଦରେ ନିଯୁକ୍ତି ଥିବା ସମୟାବଧି ଅର୍ଥାତ୍ ଅର୍ତ୍ତକ୍ଷସ୍ତ ରାଜାର ଅଧିକାରର କୋଡ଼ିଏ ବର୍ଷଠାରୁ ବତିଶ୍ ବର୍ଷପର୍ଯ୍ୟନ୍ତ ସେହି ବାରବର୍ଷ ମୁଁ କିମ୍ବା ମୋର ଭାତୃଗଣ ଦେଶାଧ୍ୟକ୍ଷର ବୃତ୍ତି ଭୋଗ କଲୁ ନାହିଁ। 15 ମାତ୍ର ମୋର ପୂର୍ବାବର୍ତ୍ତୀ ଦେଶାଧ୍ୟକ୍ଷମାନଙ୍କ ବ୍ୟୟଭାର ଲୋକମାନଙ୍କୁ ବହିବାକୁ ପଡ଼ିଲା। ଆଉ ସେମାନେ ଗ୍ଭଳିଶ୍ ଶେକଲ ରୌପ୍ୟ ମୁଦ୍ରା ଲୋକମାନଙ୍କଠାରୁ ଖାଦ୍ୟ ଓ ଦ୍ରାକ୍ଷାରସ ନେଲେ, କେବଳ ତାହା ନୁହେଁ, ସେମାନଙ୍କ ଦାସମାନେ ଲୋକମାନଙ୍କ ଉପରେ କର୍ତ୍ତୃତ୍ୱ କଲେ। ମାତ୍ର ପରମେଶ୍ୱରଙ୍କ ପ୍ରତି ଭୟ ସକାଶୁ ମୁଁ ସେପରି କଲି ନାହିଁ। 16 ମୁଁ ଯିରୁଶାଲମର ପ୍ରାଚୀର କାର୍ଯ୍ୟରେ ନିଜକୁ ନିୟୋଜିତ କଲି। ମୁଁ କୌଣସି ଭୂମି କିଣିଲି ନାହିଁ ଏବଂ ମୋର ଦାସ ସମସ୍ତେ ସେଠାରେ କାର୍ଯ୍ୟରେ ବ୍ୟସ୍ତ ରହିଲେ।

17 ତଥାପି ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ଅନ୍ୟ ଦେଶୀୟମାନଙ୍କ ମଧ୍ୟରୁ ଆମ୍ଭମାନଙ୍କ ନିକଟକୁ ଆସନ୍ତା ଲୋକମାନଙ୍କ ଛଡ଼ା ଯିହୁଦୀ ଓ ଅଧ୍ୟକ୍ଷ 150 ଲୋକ ମୋ’ ଭୋଜନ ଆସନରେ ବସିଲେ। 18 ସେ ସମୟରେ ପ୍ରତିଦିନ ଏକ ବଳଦ ଓ ଛଅଟି ବଛା ମେଷ ରୋଷେଇ କରାଗଲା। ମୋ’ ପାଇଁ କେତେକ ପକ୍ଷୀପାକ କରାଗଲା ଓ ଦଶ ଦିନରେ ଥରେ ସବୁ ପ୍ରକାର ଦ୍ରାକ୍ଷାରସ ଆୟୋଜନ କରାଗଲା। ତଥାପି ମୁଁ ଏହିସବୁ ଲାଗି ଦେଶାଧ୍ୟକ୍ଷର ବୃତ୍ତି ମାଗିଲି ନାହିଁ। ଲୋକମାନଙ୍କ ଉପରେ ଭାର ଗୁରୁତର ହୋଇଥିଲା। 19 ହେ ପରମେଶ୍ୱର, ମୁଁ ଏହି ଲୋକମାନଙ୍କ ନିମନ୍ତେ ଯେଉଁ ଉତ୍ତମ କାର୍ଯ୍ୟ କରିଅଛି, ମୋର ତାହା ସବୁ ସ୍ମରଣ କର।

ଘୋର ସମସ୍ୟା

ଏହା ପରେ ସ‌ନ୍‌ବଲ୍ଲଟ୍, ଟୋବିୟ, ଆରବୀୟ ଗେଶମ ଓ ଆମ୍ଭମାନଙ୍କ ଶତ୍ରୁମାନେ ଶୁଣିଲେ ଯେ, ମୁଁ ପ୍ରାଚୀର ନିର୍ମାଣ କରି ସାରିଛି। ପ୍ରାଚୀରରେ ଆଉ ଗର୍ତ୍ତ ନ ଥିଲା, ମାତ୍ର କବାଟସବୁ ଫାଟକରେ ଲାଗି ନାହିଁ। ସେତେବେଳେ ସ‌ନ୍‌ବଲ୍ଲଟ୍ ଓ ଗେଶମ ମୋ’ ନିକଟକୁ ଲୋକ ପଠାଇ କହିଲେ, “ଆସ ଆମ୍ଭେମାନେ ଓନୋ ପଦାସ୍ଥିତ କୌଣସି ଏକ ଗ୍ରାମରେ ସାକ୍ଷାତ କରିବା।” ମାତ୍ର ସେମାନେ ମୋର ହିଂସା କରିବାକୁ ବିଗ୍ଭର କରିଥିଲେ।

ଏଥିରେ ମୁଁ ସେମାନଙ୍କ ନିକଟକୁ ଦୂତଗଣ ପଠାଇ କହିଲି, “ମୁଁ ଏକ ଗୁରୁତ୍ୱପୂର୍ଣ୍ଣ କର୍ମ କରୁଅଛି। ଏଥିପାଇଁ ମୁଁ ଆସି ପାରିବି ନାହିଁ। ତୁମ୍ଭ ପାଖକୁ ଆସିବାକୁ ଓ ସାକ୍ଷାତ କରିବାକୁ ମୁଁ ସେହି କାର୍ଯ୍ୟ ବନ୍ଦ କରି ପାରିବି ନାହିଁ।”

ସେମାନେ ସେହି ସମବାର୍ତ୍ତା ମୋ’ ପାଖକୁ ଗ୍ଭରି ଥର ପଠାଇଲେ। ମୁଁ ସେମାନଙ୍କୁ ସେହି ପ୍ରକାର ଉତ୍ତର ଦେଲି। ଏହା ପରେ ସ‌ନ୍‌ବଲ୍ଲଟ୍ ଆପଣା ଦାସ ହାତରେ ଖଣ୍ଡେ ଚିଠିଦେଇ ପଞ୍ଚମ ଥର ସେହି ସମବାର୍ତ୍ତା ପଠାଇଲା। ସେଥିରେ ଏହିପରି ଲେଖା ଯାଇଥିଲା,

“ଗୋଷ୍ଠୀୟମାନଙ୍କ ମଧ୍ୟରେ ଏହି ଜନରବ ହୋଇଅଛି। ମଧ୍ୟ ଗଶୁମୁ ଏହା କହୁଅଛି ଯେ ତୁମ୍ଭେ ଓ ଯିହୁଦୀୟମାନେ ରାଜଦ୍ରୋହ କରିବାକୁ ବିଗ୍ଭର କରୁଅଛ। ତେଣୁ ତୁମ୍ଭେ ପ୍ରାଚୀର ନିର୍ମାଣ କରୁଅଛ। ଏହି ଜନରବ ଅନୁସାରେ ତୁମ୍ଭେ ସେମାନଙ୍କର ରାଜା ହେବାକୁ ଇଚ୍ଛା କରୁଅଛ। ‘ଯିହୁଦାରେ ଏକ ରାଜା ଅଛନ୍ତି!’ ବୋଲି ଆପଣା ବିଷୟ ଯିରୁଶାଲମରେ ଘୋଷଣା କରିବା ପାଇଁ ତୁମ୍ଭେ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ନିଯୁକ୍ତି କରିଅଛ।

“ଏହି ଜନରବ ରାଜାଙ୍କ ନିକଟରେ ଉପସ୍ଥିତ ହେବ। ଏଣୁ ଏବେ ଆସ ଆମ୍ଭେମାନେ ଏକତ୍ର ମନ୍ତ୍ରଣା କରିବା।”

ତେଣୁ ମୁଁ ତାହା ନିକଟକୁ କହି ପଠାଇଲି, “ତୁମ୍ଭେ ଯାହା କରୁଅଛ, ସେପରି କୌଣସି କାର୍ଯ୍ୟ କରାଯାଉ ନାହିଁ, ତୁମ୍ଭେ କେବଳ ଆପଣା ମନରୁ ତାହା ସବୁ କଳ୍ପନା କରୁଅଛ।”

ଏହି ଚିନ୍ତାକରି ସେମାନେ ଆମ୍ଭକୁ ଭୟଭୀତ କଲେ, ସେମାନଙ୍କ ହସ୍ତ ଦୁର୍ବଳ ହେବ ଓ “ପ୍ରାଚୀର କାର୍ଯ୍ୟ ଶେଷ ହେବ ନାହିଁ।”

ତେଣୁ ମୁଁ ପ୍ରାର୍ଥନା କରି କହିଲି, “ହେ ମୋର ପରମେଶ୍ୱର, ମୋତେ ସବଳ କର।”

10 ଦିନେ ମୁଁ ମହେଟବେଲର ପୁତ୍ର ଦଲାୟ, ଦଲାୟର ପୁତ୍ର ଶମୟିୟ ନିକଟକୁ ଗଲି। ମାତ୍ର ତାକୁ ତା'ର ଗୃହରେ ବନ୍ଦ କରାଯାଇ ଥିଲା। ମୁଁ ତାହା ଗୃହକୁ ଗଲି ସେ କହିଲା, “ଆସ ଆମ୍ଭେମାନେ ପରମେଶ୍ୱରଙ୍କ ମନ୍ଦିର ଭିତରେ ସାକ୍ଷାତ କରିବା ଓ ମନ୍ଦିରର ଦ୍ୱାରସବୁ ବନ୍ଦ କରିବା। କାରଣ ସେମାନେ ତୁମ୍ଭକୁ ବଧ କରିବାକୁ ଆସିବେ। ରାତ୍ରିରେ ସେମାନେ ତୁମ୍ଭକୁ ବଧ କରିବାକୁ ଆସିବେ।”

11 କିନ୍ତୁ ମୁଁ ଶମୟିୟଙ୍କୁ କହିଲି, “ମୋ’ ପରି ଲୋକ କ’ଣ ଦୌଡ଼ି ପଳାଇବ? ମୋ’ ପରି ଲୋକ ପ୍ରାଣ ବଞ୍ଚାଇବା ପାଇଁ ମନ୍ଦିର ଭିତରକୁ ଯିବା ଉଚିତ୍ କି? ତେଣୁ ମୁଁ ପବିତ୍ର ମନ୍ଦିର ଭିତରକୁ ଯିବି ନାହିଁ।”

12 ମାତ୍ର ମୁଁ ଜାଣିଲି ଶମୟିୟଙ୍କୁ ପରମେଶ୍ୱର ପଠାଇ ନ ଥିଲେ। ତଥାପି ସେ ମୋ’ ପ୍ରତିକୂଳରେ ଏହି ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲା। କାରଣ ଟୋବିୟ ଓ ସ‌ନ୍‌ବଲ୍ଲଟ୍ ତାହାକୁ ବେତନ ଦେଇଥିଲେ। 13 ଏହି ଉଦ୍ଦେଶ୍ୟ ପାଇଁ ତାକୁ ଭଡ଼ାରେ ଅଣା ଯାଇଥିଲା, ଯାହା ଫଳରେ ମୁଁ ଭୟରେ ଏହା କରି ପାପ କରିବି ଏବଂ ତା'ପରେ ସେମାନେ ମୋର ନାମକୁ ଦୁର୍ନାମ ଓ ପରିହାସ କରିବା ପାଇଁ କାରଣ ପାଇବେ।

14 ହେ ପରମେଶ୍ୱର, ଟୋବିୟ ଓ ସ‌ନ୍‌ବଲ୍ଲ‌‌‌ଟ୍‌‌ ଯାହା କରିଛନ୍ତି ମନେ ପକାଅ, ନାରୀ ଭବିଷ୍ୟ‌ଦ୍‌ବକ୍ତା ନୋୟଦିୟା ସହିତ ଅନ୍ୟ ଯାଜକମାନେ ମୋତେ ଭୟଭୀତ କରିବା ପାଇଁ ଚେଷ୍ଟା କରିଥିଲେ।

ପ୍ରାଚୀର ସମ୍ପୂର୍ଣ୍ଣ ହେଲା

15 ତେଣୁ 52 ଦିନ ମଧ୍ୟରେ ଇଲୂଲ୍ ମାସର ପଞ୍ଚବିଂଶ ଦିନରେ ପ୍ରାଚୀର ସମାପ୍ତ ହେଲା। 16 ପୁଣି ଆମ୍ଭମାନଙ୍କର ଶତ୍ରୁ ସମସ୍ତେ ଓ ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ଅନ୍ୟ ଦେଶୀୟ ସମସ୍ତେ ଏହା ଶୁଣି ଭୟ କଲେ ଓ ସେମାନଙ୍କର ବିଶ୍ୱାସ ହରାଇଲେ। କାରଣ ଏହି କର୍ମ ଯେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସାହାଯ୍ୟରେ ହେଲା, ଏହା ସେମାନେ ବୁଝିଲେ।

17 ଆହୁରି ସେହି ସମୟରେ ଯିହୁଦାର କୁଳିନମାନେ ଟୋବିୟ ନିକଟକୁ ଅନେକ ପତ୍ର ପଠାଇଲେ ଓ ଟୋବିୟର ନାନା ପତ୍ର ସେମାନଙ୍କ ନିକଟକୁ ଆସିଲା। 18 କାରଣ ସେ ଆରାଃର ପୁତ୍ର ଶଖନିୟର ଜ୍ୱାଇଁ ହେବାରୁ ଓ ତାହାର ପୁତ୍ର ଯିହୋହାନନ୍ ବେରିଖିୟର ପୁତ୍ର ମଶୁଲ୍ଲମର କନ୍ୟାକୁ ବିବାହ କରିଥିବାରୁ ଯିହୁଦାର ଅନେକ ଲୋକ ତା’ ନିକଟରେ ଶପଥ କରିଥିଲେ। 19 ସେମାନେ ମୋତେ ତା'ର ଉତ୍ତମ କାର୍ଯ୍ୟ ବିଷୟରେ କହିଲେ ଓ ମୋ’ କଥା ତାଙ୍କୁ ସବୁ ଜଣାଇଲେ। ଆଉ ମୋତେ ଭୟଗ୍ରସ୍ତ କରିବା ପାଇଁ ଟୋବିୟ ନାନାପତ୍ର ପଠାଇଲା।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center