Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଏଜ୍ରା 1-3

କୋରସ୍ ବନ୍ଦୀମାନଙ୍କୁ ଫେରିବାରେ ସାହାଯ୍ୟ କରନ୍ତି।

ପ୍ରଥମ ବର୍ଷରେ କୋରସ୍ ପାରସ୍ୟର ରାଜା ଥିଲେ। ସଦାପ୍ରଭୁ ତାଙ୍କୁ ଏକ ଘୋଷଣା ପତ୍ର ଲେଖିବା ପାଇଁ ଉତ୍ସାହିତ କରିଥିଲେ ଓ ଉକ୍ତ ଘୋଷଣାନାମାକୁ ତାଙ୍କ ରାଜ୍ୟର ଗ୍ଭରିଆଡ଼େ ପଢ଼ି ଶୁଣାଇ ଥିଲେ। ଯିରିମିୟଙ୍କ ଦ୍ୱାରା କୁହାଯାଇଥିବା ସଦାପ୍ରଭୁଙ୍କର ବାକ୍ୟ ପୂରଣ କରିବାକୁ ଏହା ହୋଇଥିଲା। ସେହି ଘୋଷଣାନାମାଟି ଏହିପରି ଥିଲା।

“ପାରସ୍ୟର ରାଜା କୋରସ୍ ଏହିପରି କହିଛନ୍ତି:

ସଦାପ୍ରଭୁ, ସ୍ୱର୍ଗର ପରମେଶ୍ୱର, ପୃଥିବୀର ସମସ୍ତ ରାଜ୍ୟ ମୋତେ ପ୍ରଦାନ କରିଛନ୍ତି। ଏବଂ ସଦାପ୍ରଭୁ ମୋତେ ଯିହୁଦା ରାଜ୍ୟର ଯିରୁଶାଲମଠାରେ ତାହାଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରିବା ପାଇଁ ନିରୂପଣ କରିଛନ୍ତି। ତାଙ୍କ ସମସ୍ତ ଲୋକମାନଙ୍କ ମଧ୍ୟରୁ ତୁମ୍ଭମାନଙ୍କ ଭିତରୁ ଯେକେହି ହୁଅନା, ତାର ପରମେଶ୍ୱର ତା’ ସହିତ ରୁହନ୍ତୁ। ଯିହୁଦାସ୍ଥିତ ଯିରୁଶାଲମ ପର୍ଯ୍ୟନ୍ତ ତାକୁ ଯିବାକୁ ଦିଅ ଏବଂ ତାକୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ମନ୍ଦିର ନିର୍ମାଣ କରିବାକୁ ଦିଅ। ସେ ହିଁ ପରମେଶ୍ୱର ଯିଏ କି ଯିରୁଶାଲମରେ ଅଛନ୍ତି। ଆଉ ଯେକୌଣସି ଲୋକ ଅନ୍ୟଠାରେ ବାସ କରୁଛନ୍ତି, ସେହି ସ୍ଥାନର ଲୋକମାନେ ଯିରୁଶାଲମସ୍ଥ ପରମେଶ୍ୱରଙ୍କ ମନ୍ଦିର ନିମନ୍ତେ ସ୍ୱଇଚ୍ଛାରେ ଦତ୍ତ ନୈବେଦ୍ୟ ଛଡ଼ା ରୂପା, ସୁନା, ନାନାଦ୍ରବ୍ୟ ଓ ପଶୁ ଦିଅନ୍ତି।”

ଯିହୁଦା ଏବଂ ବିନ୍ୟାମୀନ ପରିବାରବର୍ଗର ମୁଖିଆମାନେ, ଯାଜକଗଣ ଓ ଲେବୀୟମାନେ ଯିରୁଶାଲମକୁ ଯିବା ପାଇଁ ପ୍ରସ୍ତୁତ ହେଲେ। ସେମାନେ ସେଠାକୁ ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିବା ପାଇଁ ଗଲେ। ପରମେଶ୍ୱର ଯେଉଁମାନଙ୍କ ମନରେ ପ୍ରବୃତ୍ତ ଦେଇଥିଲେ, ସେମାନଙ୍କ ସହିତ ପ୍ରତ୍ୟେକ ଲୋକ ଯିବା ପାଇଁ ପ୍ରସ୍ତୁତ ହେଲେ। ସେମାନଙ୍କର ପଡ଼ୋଶୀମାନେ ସେମାନଙ୍କୁ ରୂପା, ସୁନା, ପଶୁ ଏବଂ ଅନ୍ୟାନ୍ୟ ବହୁମୂଲ୍ୟ ଦ୍ରବ୍ୟ ସ୍ୱେଚ୍ଛାଦତ୍ତ ନୈବେଦ୍ୟ ସହିତ ଦେଲେ। ଆଉ ନବୂଖ‌ଦ୍‌ନିତ୍ସର ସଦାପ୍ରଭୁଙ୍କ ମନ୍ଦିରର ଯେ ସକଳ ପାତ୍ର ଯିରୁଶାଲମରୁ ଆଣି ଆପଣା ମିଥ୍ୟା ଦେବତାଗଣଙ୍କ ମନ୍ଦିରରେ ରଖିଥିଲା, କୋରସ୍ ରାଜା ତାହା ସବୁ ବାହାର କରି ଆଣିଲା। ପାରସ୍ୟର ରାଜା କୋରସ୍ କୋଷାଧ୍ୟକ୍ଷ ମିତ୍ରଦାତକୁ ସେମାନଙ୍କୁ ଦେଲେ ଏବଂ ସେ ସେମାନଙ୍କୁ ଯିହୁଦାର ରାଜପୁତ୍ର ଶେଶବସରଙ୍କର ଉପସ୍ଥିତିରେ ଗଣିଲେ।

ମିତ୍ରଦାତର ସଦାପ୍ରଭୁଙ୍କର ମନ୍ଦିରରୁ ଯେଉଁସବୁ ବସ୍ତୁ ଆଣିଥିଲା, ସେହି ଦ୍ରବ୍ୟଗୁଡ଼ିକର ସଂଖ୍ୟା ଏହିପରି ଥିଲା: ସୁନାଥାଳୀ 30, ରୂପାଥାଳୀ 1,000, ଛୁରୀ 29, 10 ସ୍ୱର୍ଣ୍ଣମୟ ପାନପତ୍ର 30, ରୌପ୍ୟମୟ ପାତ୍ର ମଧ୍ୟମ ପାନ ପାତ୍ର 410 ଏବଂ ଅନ୍ୟାନ୍ୟ ପାତ୍ର 1,000।

11 ଏହି ସମସ୍ତ ମିଶି 5,400 ସ୍ୱର୍ଣ୍ଣ ଓ ରୌପ୍ୟମୟ ପାତ୍ର ଥିଲା। ବନ୍ଦୀଲୋକମାନଙ୍କୁ ବାବିଲରୁ ଯିରୁଶାଲମକୁ ଅଣାଯିବା ସମୟରେ ଶେଶବସର ଏହିସବୁ ଦ୍ରବ୍ୟ ଆଣିଥିଲା।

ଫେରିଥିବା ବନ୍ଦୀମାନଙ୍କର ତାଲିକା

ପ୍ରଦେଶର ଏହି ଲୋକମାନେ ଯୁଦ୍ଧ ବନ୍ଦୀରୁ ମୁକ୍ତିପାଇ ଫେରି ଆସିଲେ। ଅତୀତରେ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ବନ୍ଦୀ ଭାବରେ ବାବିଲୋନକୁ ନେଇଯାଇଥିଲେ। ସେହି ଲୋକମାନେ ଯିରୁଶାଲମ ଓ ଯିହୁଦାକୁ ଫେରି ଆସିଲେ। ପ୍ରତ୍ୟେକ ଲୋକ ସେମାନଙ୍କର ନିଜ ନିଜ ସହରକୁ ଫେରି ଆସିଲେ। ଏହି ଲୋକମାନେ ସରୁବ୍ବାବିଲ, ଯେଶୂୟ, ନିହିମୟା, ସରାୟ, ରିୟେଲାୟ, ମର୍ଦ୍ଦଖୟ, ‌ବି‌‌‌ଲ୍‌‌ଶନ୍, ମିସ୍ପର, ବି‌‌‌ଗ୍‌ବୟ, ରହୂମ୍ ଓ ବାନା ସଙ୍ଗେ ଫେରି ଆସିଲେ। ଇସ୍ରାଏଲୀୟ ବଂଶୀୟ ପୁରୁଷମାନଙ୍କର ସଂଖ୍ୟା ଏହିପରି ଥିଲା।

ପରିୟୋଶର ବଂଶଧର2,172 ଜଣ।
ଶଫଟିୟର ବଂଶଧର372 ଜଣ।
ଆରହର ବଂଶଧର775 ଜଣ।
ଯେଶୂୟ ଓ ଯୋୟାବର ପରିବାର ମଧ୍ୟରୁ ପହତ୍ ମୋୟାବର ବଂଶଧର2,812 ଜଣ।
ଏଲମର ବଂଶଧର1,254 ଜଣ।
ସତ୍ତୂର ବଂଶଧର945 ଜଣ।
ସ‌କ୍‌କୟର ବଂଶଧର760 ଜଣ।
10 ବାନିର ବଂଶଧର642 ଜଣ।
11 ବେବୟର ବଂଶଧର623 ଜଣ।
12 ଅ‌ସ୍‌ଗଦର ବଂଶଧର1,222 ଜଣ।
13 ଅଦୋନୀକାମର ବଂଶଧର666 ଜଣ।
14 ବି‌ଗ୍‌ବୟର ବଂଶଧର2,056 ଜଣ।
15 ଅଦୀନର ବଂଶଧର454 ଜଣ।
16 ହିଜକିୟର ପରିବାରରୁ ଆଟରର ବଂଶଧର98 ଜଣ।
17 ବେ‌ତ୍‌ସୟର ବଂଶଧର323 ଜଣ।
18 ଯୋରାହର ବଂଶଧର112 ଜଣ।
19 ହଶୁମର ବଂଶଧର223 ଜଣ।
20 ଗିବ୍ବରର ବଂଶଧର95 ଜଣ।
21 ବୈ‌ଥ୍‌ଲେହମ ବଂଶଧର123 ଜଣ।
22 ନଟୋଫାର ସହରରୁ56 ଜଣ।
23 ଅନାଥୋତର ସହରରୁ128 ଜଣ।
24 ଅ‌‌‌‌ସ୍‌‌‌‌ମାବତର ପୁତ୍ରଗଣ42 ଜଣ।
25 କିରିୟତ-ଯାରୀମ୍ ଓ କଫୀରା ଓ ବେରୋତ ସହରରୁ743 ଜଣ।
26 ରାମାର ଓ ଗେବା ସହରରୁ621 ଜଣ।
27 ମି‌କ୍‌ମସର ସହରରୁ122 ଜଣ।
28 ବୈଥେ‌ଲ୍‌ର ଓ ଅୟ ସହରରୁ223 ଜଣ।
29 ନବୋର ସହରରୁ52 ଜଣ।
30 ମ‌ଗ୍‌ବୀଶ ସହରରୁ156 ଜଣ।
31 ଅନ୍ୟ ଏଲମ ସହରରୁ1,254 ଜଣ।
32 ହାରୀମ ସହରରୁ320 ଜଣ।
33 ଲୋଦ୍ ଓ ହାଦୀଦ୍ ଓ ଓନୋ ସହରରୁ725 ଜଣ।
34 ଯିରୀହୋ ସହରରୁ345 ଜଣ।
35 ସନାୟା ସହରରୁ3,630 ଜଣ।

36 ଯିଦୟିୟର ଯାଜକମାନଙ୍କର ସଂଖ୍ୟା-

ଯେଶୂୟ ପରିବାରରୁ973 ଜଣ।
37 ଇମ୍ମେର ବଂଶଧର1,052 ଜଣ।
38 ପ‌ଶ୍‌ହୂରର ବଂଶଧର1,247 ଜଣ।
39 ହାରୀମର ବଂଶଧର1,017 ଜଣ।

40 ଲେବୀୟ ପରିବାରବର୍ଗରୁ

ହୋଦବିୟର ପରିବାର ମଧ୍ୟରୁ ଯେଶୂୟ ଓ କ‌‌‌‌‌ଦ୍‌‌‌‌‌ମୀୟେଲର ବଂଶଧର74 ଜଣ।

41 ଗାୟକମାନଙ୍କ ସଂଖ୍ୟା:

ଆସଫର ବଂଶଧର128 ଜଣ।

42 ମନ୍ଦିର ଦ୍ୱାରପାଳମାନଙ୍କ ବଂଶଧରମାନଙ୍କ ସଂଖ୍ୟା,

ଶଲ୍ଲୁମର ବଂଶଧରଗଣ, ଆଟର ବଂଶଧରଗଣ, ଟଲମୋନ ବଂଶଧରଗଣ, ଆ‌କ୍‌କବ ବଂଶଧରଗଣ, ହଟୀଟା ବଂଶଧରଗଣ ଓ ଶୋବୟର ବଂଶଧରଗଣ ସର୍ବମୋଟ139 ଜଣ।

43 ମନ୍ଦିରର ବିଶେଷ ଦାସମାନଙ୍କ ବଂଶଧରମାନେ ହେଲେ:

ସୀହ, ହସୂଫା, ଟବ୍ବୟୋତ।

44 କେରୋସ, ସୀୟ, ପାଦୋନ,

45 ଲବାନାର, ହଗାବ, ଅ‌କ୍‌କୂବ,

46 ହାଗବ, ଶ‌‌‌‌‌‌ମ୍‌‌‌‌‌‌ଲୟ, ହାନନ,

47 ଗଦ୍ଦେଲ, ଗହର, ରାୟା,

48 ର‌ତ୍‌ସୀନ ବଂଶଧରଗଣ, ନକୋଦ ବଂଶଧରଗଣ, ଗସମ ବଂଶଧରଗଣ,

49 ଉଷ ବଂଶଧରଗଣ, ପାସେହ ବଂଶଧରଗଣ, ବେଷୟ ବଂଶଧରଗଣ,

50 ଆ‌‌‌‌ସ୍‌‌‌‌ନା ବଂଶଧରଗଣ, ମିଯୂନୀମ ବଂଶଧରଗଣ, ନଫିଷୀମ ବଂଶଧରଗଣ,

51 ବ‌କ୍‌ବୁକ ବଂଶଧରଗଣ, ହକୁଫା ବଂଶଧରଗଣ, ହର୍ହୂର ବଂଶଧରଗଣ,

52 ବ‌‌‌‌ସ୍‌‌‌‌ଲୂତ ବଂଶଧରଗଣ, ମହୀଦା ବଂଶଧରଗଣ, ହର୍ଶା ବଂଶଧରଗଣ,

53 ବର୍କୋସ ବଂଶଧରଗଣ, ସୀଷରା ବଂଶଧରଗଣ, ତେମହ ବଂଶଧରଗଣ,

54 ନ‌ତ୍‌ସୀହ ବଂଶଧରଗଣ, ହଟୀଫା ବଂଶଧରଗଣ,

55 ଶଲୋମନର ଦାସମାନଙ୍କର ବଂଶଧରଗଣ,

ସୋଟୟ ବଂଶଧରଗଣ, ହସୋଫେରତ ବଂଶଧରଗଣ, ପରୁଦା ବଂଶଧରଗଣ,

56 ଯାଳା ବଂଶଧରଗଣ, ଦର୍କୋଣ ବଂଶଧରଗଣ, ଗିଦ୍ଦେଲ ବଂଶଧରଗଣ,

57 ଶଫଟିୟ ବଂଶଧରଗଣ, ହଟୀଲ ବଂଶଧରଗଣ, ପୋଖେରତ୍ ବଂଶଧରଗଣ, ହ‌ତ୍‌ସବାୟିମ ବଂଶଧରଗଣ, ଅମୀ ବଂଶଧରଗଣ,

58 ନଥୀନିୟ ଶଲୋମନଙ୍କ ଦାସମାନଙ୍କର ବଂଶଧର ସର୍ବମୋଟ392 ଜଣ।

59 ନିମ୍ନ ଲିଖିତ ଲୋକମାନେ ସହରରୁ ଆସିଲେ, ତେଲମେଲହ, ତେଲହର୍ଶା, କେରୁବ, ଅଦ୍ଦନ୍ ଓ ଇମ୍ମେର, ମାତ୍ର ସେମାନେ ଇସ୍ରାଏଲୀୟ ଲୋକ ବୋଲି ନିଜ ନିଜ ପିତୃବଂଶ ଓ ଗୋଷ୍ଠୀର ପ୍ରମାଣ ଦର୍ଶାଇ ପାରିଲେ ନାହିଁ। ସେହି ଲୋକମାନେ ହେଲେ:

60 ଦଲାୟ, ଟୋବିୟ ଓ ନକୋଦର ବଂଶଧର652 ଜଣ।

61 ଯାଜକମାନଙ୍କ ବଂଶଧରମାନଙ୍କ ମଧ୍ୟରୁ

ହବାୟ, ହକୋସ, ବର୍ସିଲ୍ଲୟ, ବର୍ସିଲ୍ଲୟ ଗିଲିୟଦୀୟ ବର୍ସିଲ୍ଲୟର ଏକ କନ୍ୟାକୁ ବିବାହ କରିବାରୁ ତାହାର ନାମ ଅନୁସାରେ ଖ୍ୟାତି ହୋଇଥିଲା।

62 ଏହି ଲୋକମାନେ ସେମାନଙ୍କର ବଂଶାବଳୀର ନଥିପତ୍ର ଖୋଜିଲେ, କିନ୍ତୁ ସେଗୁଡ଼ିକ ପାଇବାକୁ ଅକ୍ଷମ ହେଲେ, ତେଣୁ ସେମାନଙ୍କୁ ଯାଜକତ୍ୱରୁ ବାହାର କରି ଦିଆଗଲା। 63 ଶାସନକର୍ତ୍ତା ସେମାନଙ୍କୁ କହିଲେ ଯେ, ସେମାନେ ସବୁଠୁ ପବିତ୍ର ଖାଦ୍ୟ ଖାଇ ପାରିବେ ନାହିଁ, ଯେପର୍ଯ୍ୟନ୍ତ ଜଣେ ଯାଜକ ଊରୀମ ଓ ତୁମ୍ମୀମ ସହିତ ପରାମର୍ଶ କରି ଉପସ୍ଥିତ ହୋଇ ନାହିଁ।

64-65 ଏମାନେ ସମସ୍ତେ ମିଶି 42,360 ଜଣ ଥିଲେ। ଏମାନଙ୍କର ଦାସଦାସୀ ମିଶି 7,337 ଜଣ। ସେମାନଙ୍କର ମଧ୍ୟ 200 ଜଣ ଗାୟକ ଓ ଗାୟୀକା ଥିଲେ। 66-67 ସେମାନଙ୍କର 736 ଟି ଘୋଡ଼ା ଥିଲା। 245 ଟି ଖଚର, 435 ଟି ଓଟ ଓ 6,720 ଟି ଗଧମାନ ଥିଲା।

68 ସେହି ଦଳଟି ଆସି ଯିରୁଶାଲମର ସଦାପ୍ରଭୁଙ୍କର ମନ୍ଦିରରେ ଉପସ୍ଥିତ ହେଲେ। ସଦାପ୍ରଭୁଙ୍କର ସେହି ମନ୍ଦିର ସ୍ୱସ୍ଥାନରେ ସ୍ଥାପନ କରିବା ପାଇଁ ସ୍ୱେଚ୍ଛାପୂର୍ବକ ଦାନ କଲେ। 69 ସେମାନେ ନିଜ ନିଜ ଶକ୍ତି ଅନୁସାରେ ସେହି କର୍ମର ଭଣ୍ତାରରେ 61,000 ଡାରିକ ନାମକ ସ୍ୱର୍ଣ୍ଣମୂଦ୍ରା ଓ 5,000 ପାଉଣ୍ତ ରୂପା ଓ ଯାଜକମାନଙ୍କ ନିମନ୍ତେ 100 ବସ୍ତ୍ର ଦେଲେ।

70 ଯାଜକମାନେ ଓ ଲେବୀୟମାନେ ଲୋକମାନଙ୍କ ମଧ୍ୟରୁ କେତେକ ଏବଂ ଗାୟକମାନେ, ଦ୍ୱାରପାଳକମାନେ, ନଥୀନୀୟମାନେ ନିଜ ନିଜ ନଗରରେ ଓ ସମଗ୍ର ଇସ୍ରାଏଲ ନିଜ ନିଜ ନଗରରେ ବାସ କଲେ।

ଯଜ୍ଞବେଦିର ପୁନଃନିର୍ମାଣ

ଏହା ପରେ ସପ୍ତମ ମାସରେ ଇସ୍ରାଏଲ ସନ୍ତାନଗଣ ଯିରୁଶାଲମଠାରେ ଏକ ବ୍ୟକ୍ତି ତୁଲ୍ୟ ଏକତ୍ରିତ ହେଲେ। ଯୋଷାଦକର ପୁତ୍ର ଯେଶୂୟ ଓ ତାର ଯାଜକ ଭାତୃଗଣ, ଶ‌‌‌‌ଲ୍‌‌‌‌‌‌‌ଟୀୟେଲର ପୁତ୍ର ସରୁବ୍ବାବିଲ ଓ ତାର ଭାତୃଗଣ ମିଶି ପରମେଶ୍ୱରଙ୍କ ଲୋକ ମୋଶାଙ୍କର ବ୍ୟବସ୍ଥାର ଲିଖନ ଅନୁସାରେ ହୋମବଳି ଉତ୍ସର୍ଗ କରିବା ପାଇଁ ଇସ୍ରାଏଲର ପରମେଶ୍ୱରଙ୍କ ଯଜ୍ଞବେଦି ନିର୍ମାଣ କଲେ।

ସେହି ଲୋକମାନେ ଅନ୍ୟ ଦେଶୀୟ ଲୋକମାନଙ୍କୁ ଭୟ କରୁଥିଲେ ଯେଉଁମାନେ ସେମାନଙ୍କ ନିକଟରେ ବାସ କରୁଥିଲେ। କିନ୍ତୁ ତାହା ସେମାନଙ୍କୁ ଏହା କରିବାରୁ ନିବୃତ୍ତ କରିପାରି ନ ଥିଲା। ସେମାନେ ସେହି ପୁରୁଣା ଯଜ୍ଞବେଦି ଆଧାର ଉପରେ ନୂତନ ଯଜ୍ଞବେଦି ନିର୍ମାଣ କଲେ। ସେମାନେ ସକାଳେ ଓ ସନ୍ଧ୍ୟା ସମୟରେ ସଦାପ୍ରଭୁଙ୍କର ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କଲେ। ଏହା ପରେ ସେମାନେ ପତ୍ରକୁଟୀର ପର୍ବ ପାଳନ କଲେ। ସେମାନେ ପ୍ରତିଦିନର ବ୍ୟବସ୍ଥାରେ ଲେଖାଯାଇଥିବା ପ୍ରତ୍ୟେକ ଦିନର ଆବଶ୍ୟକ ସଂଖ୍ୟା ଅନୁସାରେ ସେମାନେ ହୋମବଳି ଉତ୍ସର୍ଗ କଲେ। ଏହା ପରେ ସେମାନେ ନିତ୍ୟ ହୋମବଳି, ଅମାବାସ୍ୟାରେ ସଦାପ୍ରଭୁଙ୍କ ପବିତ୍ରୀକୃତ ସକଳ ନିରୂପିତ ପର୍ବର ଏବଂ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସ୍ୱେଚ୍ଛାଦତ୍ତ ନୈବେଦ୍ୟ ଉତ୍ସର୍ଗକାରୀ ପ୍ରତ୍ୟେକ ଲୋକର ଉପହାର ଉତ୍ସର୍ଗ କଲେ। ସପ୍ତମ ମାସର ପ୍ରଥମ ଦିନରେ ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କରିବାକୁ ଆରମ୍ଭ କଲେ। ମାତ୍ର ସେ ସମୟରେ ସଦାପ୍ରଭୁଙ୍କ ମନ୍ଦିରର ମୂଳ ଭିତ୍ତି ଆରମ୍ଭ ହୋଇ ନ ଥିଲା।

ମନ୍ଦିରର ପୁନଃନିର୍ମାଣ

ସେମାନେ ପାରସ୍ୟର ରାଜା କୋରସର ଅନୁମତି ଅନୁସାରେ ରାଜମିସ୍ତ୍ରୀ ଓ ସୂତ୍ରଧାରମାନଙ୍କୁ ମୁଦ୍ରା ଦେଲେ। ଏବଂ ଲିବାନୋ‌ନ୍‌ଠାରୁ ଯାଫୋସ୍ଥିତ ସମୁଦ୍ରତୀର ପର୍ଯ୍ୟନ୍ତ ଏରସ କାଠ ଆଣିବା ପାଇଁ ସୀଦୋନୀୟ ଓ ସୋରୀୟ ଲୋକମାନଙ୍କୁ ଖାଦ୍ୟ, ପାନୀୟ ଓ ତୈଳ ଦେଲେ।

ଏହା ପରେ ଦ୍ୱିତୀୟ ବର୍ଷର ଦ୍ୱିତୀୟ ମାସରେ ପରମେଶ୍ୱରଙ୍କ ଯିରୁଶାଲମସ୍ଥିତ ମନ୍ଦିରରେ ଶ‌‌‌‌ଲ୍‌‌‌‌‌‌‌ଟୀୟେଲର ପୁତ୍ର ସରୁବ୍ବାବିଲ, ଯୋଷାଦକର ପୁତ୍ର ଯେଶୂୟ ଓ ସେମାନଙ୍କର ଅବଶିଷ୍ଟ ଯାଜକ ଓ ଲେବୀୟ ଭାତୃଗଣ, ବନ୍ଦୀ ଦଶାରୁ ଯିରୁଶାଲମକୁ ଆଗତ ଲୋକମାନେ ସଦାପ୍ରଭୁଙ୍କ ମନ୍ଦିର କାର୍ଯ୍ୟରେ ତତ୍ତ୍ୱାବଧାରଣ ନିମନ୍ତେ କୋଡ଼ିଏ ବର୍ଷ ଓ ତତୋଧିକ ବୟସ୍କ ଲେବୀୟମାନଙ୍କୁ ନିଯୁକ୍ତ କଲେ। ସେତେବେଳେ ଯୋଶୂୟ, ତାହାର ପୁତ୍ର ଓ ଭାତୃଗଣ, କ‌‌‌‌‌ଦ୍‌‌‌‌‌ମୀୟେଲ ଓ ତା'ର ପୁତ୍ରଗଣ ଯିହୁଦାର ପୁତ୍ରଗଣ ପରମେଶ୍ୱରଙ୍କ ମନ୍ଦିରରେ କର୍ମକାରୀମାନଙ୍କ ତତ୍ତ୍ୱାବଧାରଣରେ ଭାରପ୍ରାପ୍ତ ହେବା ପାଇଁ ଏକତ୍ର ଠିଆ ହେଲେ। ହେନାଦଦର ପୁତ୍ରଗଣ ସେମାନଙ୍କର ପୁତ୍ର ଓ ଭାତୃଗଣ ଏ ସମସ୍ତେ ଲେବୀୟ ଥିଲେ। 10 ଗାନ୍ଥକମାନେ ସଦାପ୍ରଭୁଙ୍କ ମନ୍ଦିରର ଭିତ୍ତିମୂଳ ବସାଇବା ବେଳେ ସେମାନେ ଇସ୍ରାଏଲର ରାଜା ଦାଉଦଙ୍କ ନିର୍ଣ୍ଣୟ ଅନୁସାରେ ସଦାପ୍ରଭୁଙ୍କର ପ୍ରଶଂସା କରିବା ନିମନ୍ତେ ନିଜ ନିଜ ବସ୍ତ୍ର ପରିହିତ ଯାଜକମାନଙ୍କୁ ତୂରୀ ସହିତ ଓ ଆସଫର ସନ୍ତାନ ଲେବୀୟଗଣଙ୍କୁ କରତାଳ ସହିତ ସ୍ଥାପନ କଲେ। 11 ସେମାନେ ସଦାପ୍ରଭୁଙ୍କ ପ୍ରଶଂସା ଓ ଧନ୍ୟବାଦ ଦେଇ ଏକ ଆରେକ ପ୍ରତି ଗାନ କରି କହିଲେ,

“ସେ ମଙ୍ଗଳମୟ,
    ଯେହେତୁ ଇସ୍ରାଏଲ ପ୍ରତି ତାହାଙ୍କର କରୁଣା ଅନନ୍ତକାଳସ୍ଥାୟୀ।”

ଆଉ ସଦାପ୍ରଭୁଙ୍କ ମନ୍ଦିରର ଭିତ୍ତିମୂଳ ବସାଯିବା ସକାଶୁ ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କରିବା ବେଳେ ସମଗ୍ର ଲୋକ ଉଚ୍ଚସ୍ୱରରେ ଜୟଧ୍ୱନି କଲେ।

12 ମାତ୍ର ଯେଉଁ ଯାଜକ ଓ ଲେବୀୟ ଓ ପିତୃବଂଶ ପ୍ରଧାନ ପ୍ରାଚୀନ ଲୋକମାନେ ପ୍ରଥମ ମନ୍ଦିର ଦେଖିଥିଲେ, ସେମାନଙ୍କ ଦୃଷ୍ଟିରେ ଏହି ମନ୍ଦିର ଭିତ୍ତିମୂଳ ବସାଯିବା ବେଳେ ସେମାନଙ୍କ ମଧ୍ୟରୁ ଅନେକେ ଉଚ୍ଚ ସ୍ୱରରେ ରୋଦନ କଲେ ଓ ଅନେକେ ଆନନ୍ଦରେ ଜୟଧ୍ୱନି କଲେ। 13 ତହିଁରେ ଲୋକମାନେ ଆନନ୍ଦଧ୍ୱନିର ଓ ଜନତାର କ୍ରନ୍ଦନ ଶବ୍ଦର ବାରଣ କରି ପାରିଲେ ନାହିଁ। ତେଣୁ ଲୋକମାନେ ଉଚ୍ଚ ସ୍ୱରରେ ମହାଧ୍ୱନି କଲେ। ଆଉ ତହିଁର ଶବ୍ଦ ବହୁ ଦୂରକୁ ଶୁଣାଗଲା।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center