Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ବଂଶାବଳୀର ଦ୍ୱିତୀୟ ପୁସ୍ତକ 9-12

ଶିବାର ରାଣୀ ଶଲୋମନଙ୍କୁ ଭେଟିବା ନିମନ୍ତେ ଆସନ୍ତି

ଶିବାର ରାଣୀ ଶଲୋମନଙ୍କର ସୁଖ୍ୟାତି ବିଷୟରେ ଶୁଣିବାକୁ ପାଇଲେ। ତେଣୁ ସେ କଠିନ ପ୍ରଶ୍ନ ଦ୍ୱାରା ଶଲୋମନଙ୍କୁ ପରୀକ୍ଷା କରିବା ନିମନ୍ତେ ଯିରୁଶାଲମକୁ ଆସିଲେ। ଶିବାର ରାଣୀଙ୍କ ସହିତ ତାଙ୍କ ଲୋକମାନଙ୍କର ଏକ ବୃହତ୍ ଦଳ ଥିଲା। ତାଙ୍କ ସହିତ ମସଲା, ପ୍ରଚୁର ସୁନା ଓ ବହୁମୂଲ୍ୟ ପଥରରେ ଲଦି ହୋଇଥିବା ଓଟମାନେ ଥିଲେ। ସେ ଶଲୋମନଙ୍କ ନିକଟକୁ ଆସିଲେ ଓ ସେ ଯେଉଁ ବିଷୟରେ ଆଲୋଚନା କରିବାକୁ ଗ୍ଭହୁଁଥିଲେ, ସେ ବିଷୟରେ ପଗ୍ଭରିଲେ। ଶଲୋମନଙ୍କୁ ପଗ୍ଭରିବା ନିମନ୍ତେ ତାଙ୍କ ନିକଟରେ ଅନେକ ପ୍ରଶ୍ନ ଥିଲା। ଶଲୋମନ ତାଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦେଲେ। ଶଲୋମନଙ୍କ ନିମନ୍ତେ ଉତ୍ତର ଦେବା କିମ୍ବା ବୁଝାଇ ଦେବା ପାଇଁ କୌଣସି କଠିନ ବିଷୟ ନ ଥିଲା। ଶିବାର ରାଣୀ ଶଲୋମନଙ୍କର ଜ୍ଞାନ ଓ ତାଙ୍କ ନିର୍ମିତ ଗୃହ ଦେଖିଲେ। ସେ ଶଲୋମନଙ୍କ ମେଜ ଉପରେ ରଖା ଯାଉଥିବା ଖାଦ୍ୟ ଓ ତାଙ୍କର ଅନେକ ବିଶେଷ କର୍ମଗ୍ଭରୀଗଣଙ୍କୁ ଦେଖିଲେ। ସେ ତାଙ୍କର ଗ୍ଭକରମାନଙ୍କର ବସ୍ତ୍ର ଓ କାର୍ଯ୍ୟ କରିବାର ପ୍ରଣାଳୀ ଦେଖିଲେ। ସେ ଶଲୋମନଙ୍କର ଦ୍ରାକ୍ଷାରସ ପରିବେଷଣକାରୀମାନଙ୍କୁ ଓ ସେମାନଙ୍କର ବସ୍ତ୍ରକୁ ଦେଖିଲେ। ସେ ଶଲୋମନଙ୍କ ଦ୍ୱାରା ସଦାପ୍ରଭୁଙ୍କ ମନ୍ଦିରରେ ଉତ୍ସର୍ଗୀକୃତ ହୋମବଳିଗୁଡ଼ିକୁ ଦେଖିଲେ। ଶିବାର ରାଣୀ ଯେତେବେଳେ ଏହିସବୁ ବିଷୟ ଦେଖିଲେ, ସେ ହତଚକିତ ହୋଇଗଲେ।

ଏହା ପରେ ସେ ଶଲୋମନଙ୍କୁ କହିଲେ, “ମୁଁ ମୋ’ ଦେଶରେ ଆପଣଙ୍କ ମହାନ କାର୍ଯ୍ୟାବଳୀ ଓ ଆପଣଙ୍କ ଜ୍ଞାନ ସମ୍ବନ୍ଧରେ ଯାହା ଶୁଣିଥିଲି, ତାହା ସତ୍ୟ ଅଟେ। ମୁଁ ଏହି ସ୍ଥାନକୁ ନ ଆସିବା ପର୍ଯ୍ୟନ୍ତ ଓ ନିଜ ଚକ୍ଷୁରେ ନ ଦେଖିବା ପର୍ଯ୍ୟନ୍ତ ସେହି ଗଳ୍ପଗୁଡ଼ିକୁ ବିଶ୍ୱାସ କରୁ ନ ଥିଲି। ଓଃ, ଆପଣଙ୍କ ମହାନ ଜ୍ଞାନର ଅର୍ଦ୍ଧେକ ସୁଦ୍ଧା ମୋତେ କୁହାଯାଇ ନ ଥିଲା। ମୁଁ ଯେଉଁ ସମସ୍ତ ଗଳ୍ପ ଶୁଣିଥିଲି, ଆପଣ ସେ ସବୁଥିରୁ ଆହୁରି ଅଧିକ ମହାନ ଅଟନ୍ତି। ତୁମ୍ଭର ଲୋକମାନେ ଓ ସେବକଗଣ ଅତ୍ୟନ୍ତ ସୌଭାଗ୍ୟଶାଳୀ ଅଟନ୍ତି। ସେମାନେ ଆପଣଙ୍କର ସେବା କରିବା ସମୟରେ ଆପଣଙ୍କ ଜ୍ଞାନର କଥା ଶୁଣିପାରନ୍ତି। ଆପଣଙ୍କର ସଦାପ୍ରଭୁ ପରମେଶ୍ୱର ପ୍ରଶଂସିତ ହୁଅନ୍ତୁ। ସେ ଆପଣଙ୍କଠାରେ ପ୍ରସନ୍ନ ଅଟନ୍ତି ଓ ଆପଣଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ସେବା କରିବା ନିମନ୍ତେ ସେ ଆପଣଙ୍କୁ ଏହି ସିଂହାସନରେ ଉପବିଷ୍ଟ କରାଇଅଛନ୍ତି। ଆପଣଙ୍କ ପରମେଶ୍ୱର ଇସ୍ରାଏଲକୁ ପ୍ରେମ କରନ୍ତି ଓ ଅନନ୍ତକାଳ ନିମନ୍ତେ ଇସ୍ରାଏଲର ସପକ୍ଷ ଅଟନ୍ତି। ସେଥିନିମନ୍ତେ ସଦାପ୍ରଭୁ ଉତ୍ତମ ଓ ଯଥାର୍ଥ କର୍ମ କରିବା ନିମନ୍ତେ ଆପଣଙ୍କୁ ଇସ୍ରାଏଲର ରାଜା କରିଅଛନ୍ତି।”

ଏହା ପରେ ଶିବାର ରାଣୀ ରାଜା ଶଲୋମନଙ୍କୁ 120 ତାଳନ୍ତ ସୁନା, ପ୍ରଚୁର ପରିମାଣର ମସଲା ଓ ମୂଲ୍ୟବାନ ପ୍ରସ୍ତରମାନ ପ୍ରଦାନ କଲେ। ଶିବାର ରାଣୀଙ୍କ ପରି କୌଣସି ବ୍ୟକ୍ତି ଶଲୋମନଙ୍କୁ ଏ ପ୍ରକାର ବିଶୁଦ୍ଧ ମସଲା ଦେଇ ନ ଥିଲା।

10 ହୂର‌ମ୍‌ଙ୍କ ଦାସ ଓ ଶଲୋମନଙ୍କ ଦାସମାନେ ଓଫୀରରୁ ସୁନା ଆଣିଲେ। ଆହୁରି ମଧ୍ୟ, ସେମାନେ ଆ‌ଲ୍‌ଗମ୍ କାଠ ଓ ବହୁମୂଲ୍ୟ ପଥରସବୁ ଆଣିଲେ। 11 ରାଜା ଶଲୋମନ ସଦାପ୍ରଭୁଙ୍କ ମନ୍ଦିରର ପାହାଚ ଓ ରାଜାଙ୍କ ଗୃହ ନିର୍ମାଣ କରିବା ନିମନ୍ତେ ଆ‌ଲ୍‌ଗମ୍ କାଠକୁ ବ୍ୟବହାର କଲେ। ଶଲୋମନ ଗାୟକମାନଙ୍କ ନିମନ୍ତେ ବୀଣା ଓ ସାରଙ୍ଗ ବାଦ୍ୟ ନିର୍ମାଣ କରିବା ନିମନ୍ତେ ମଧ୍ୟ ଆ‌ଲ୍‌ଗମ୍ କାଠ ବ୍ୟବହାର କଲେ। ଯିହୁଦା ଦେଶର କୌଣସି ବ୍ୟକ୍ତି ଆ‌ଲ୍‌ଗମ୍ କାଠରୁ ଏପ୍ରକାର ସୁନ୍ଦର ବସ୍ତୁ ନିର୍ମିତ ହେବା ପୂର୍ବରୁ କେବେ ମଧ୍ୟ ଦେଖି ନ ଥିଲେ।

12 ଶିବାର ରାଣୀ ରାଜା ଶଲୋମନଙ୍କୁ ଯାହାକିଛି ମାଗିଲେ, ସେ ତାଙ୍କୁ ସେହି ସମସ୍ତ ପ୍ରଦାନ କଲେ। ଶିବାର ରାଣୀ ତାଙ୍କୁ ଦେବା ନିମନ୍ତେ ଯେଉଁସବୁ ବସ୍ତୁ ଆଣିଥିଲେ, ଶଲୋମନ ତାହାଠାରୁ ଅଧିକ ପରିମାଣରେ ବସ୍ତୁ ତାଙ୍କୁ ଦେଲେ। ଏହା ପରେ ଶିବାର ରାଣୀ ଓ ତାଙ୍କର ଦାସମାନେ ନିଜ ଦେଶକୁ ଫେରିଗଲେ।

ଶଲୋମନଙ୍କର ଅସୁମାରୀ ଧନସମ୍ପଦ

13 ଏକ ବର୍ଷ ମଧ୍ୟରେ ଶଲୋମନ ଯେତେ ପରିମାଣରେ ସୁନା ପାଇଥିଲେ, ତାହାର ଓଜନ 666 ତାଳନ୍ତ ହେଲା। 14 ଭ୍ରମଣକାରୀ ବଣିକ ଓ ବ୍ୟବସାୟୀମାନେ ଶଲୋମନଙ୍କ ନିମନ୍ତେ ଆହୁରି ସୁନା ଆଣିଲେ। ଆରବର ସମସ୍ତ ରାଜାଗଣ ଓ ଦେଶର ଶାସକଗଣ ଶଲୋମନଙ୍କ ନିକଟକୁ ସୁନା ଓ ରୂପା ନେଇ ଆସିଲେ।

15 ଶଲୋମନ ପିଟା ସୁନାରୁ 200 ବୃହତ୍ ଢାଲ ନିର୍ମାଣ କଲେ। ପ୍ରତ୍ୟେକଟି ଢାଲ ନିମନ୍ତେ 600 ଶେକଲ ପିଟା ସୁନା ବ୍ୟବହୃତ ହୋଇଥିଲା। 16 ଆହୁରି ମଧ୍ୟ ଶଲୋମନ ପିଟା ସୁନାରୁ 300ଟି କ୍ଷୁଦ୍ର ଢାଲ ନିର୍ମାଣ କଲେ। ପ୍ରତ୍ୟେକ ଢାଲ ନିମନ୍ତେ 300 ଶେକଲ ସୁନା ବ୍ୟବହୃତ ହୋଇଥିଲା। ରାଜା ଶଲୋମନ “ଲିବାନୋ‌ନ୍‌ର ଅରଣ୍ୟ” ନାମକ ଗୃହରେ ଏହି ସୁବର୍ଣ୍ଣ ଢାଲଗୁଡ଼ିକ ରଖିଲେ।

17 ରାଜା ଶଲୋମନ ଏକ ବୃହତ୍ ସିଂହାସନ ନିର୍ମାଣ କରିବା ନିମନ୍ତେ ହାତୀଦାନ୍ତର ବ୍ୟବହାର କଲେ। ସେ ସେହି ସିଂହାସନକୁ ଖାଣ୍ଟି ସୁନା ଦ୍ୱାରା ଆବୃତ କଲେ। 18 ସେହି ଛଅ ଗୋଟି ପାହାଚ ସିଂହାସନ ନିକଟକୁ ରାସ୍ତା କଢ଼ାଇ ନେଲା। ସୁନାରେ ନିର୍ମିତ ଏକ ପାଦପୀଠ ତାହାର ଥିଲା। ସିଂହାସନର ଆସନର ଉଭୟ ପାର୍ଶ୍ୱରେ ବାହୁଭରାମାନ ଥିଲା। ପ୍ରତ୍ୟେକ ବାହୁଭରାର ପାର୍ଶ୍ୱରେ ଗୋଟିଏ ଲେଖାଏଁ ସିଂହମୂର୍ତ୍ତି ଦଣ୍ଡାୟମାନ ଥିଲା। 19 ଛଅ ଗୋଟି ପାହାଚରେ ବାର ଗୋଟି ସିଂହଙ୍କର ପ୍ରତିମୂର୍ତ୍ତି ଥିଲା। ପ୍ରତ୍ୟେକ ପାହାଚର ଶେଷରେ ଗୋଟିଏ ସିଂହ ଥିଲା। ଅନ୍ୟ କୌଣସି ରାଜ୍ୟରେ ଏ ପ୍ରକାର ସିଂହାସନ ନିର୍ମିତ ହୋଇ ନ ଥିଲା।

20 ରାଜା ଶଲୋମନଙ୍କର ସମସ୍ତ ପାନପାତ୍ର ସ୍ଥାନରେ ନିର୍ମିତ ହୋଇଥିଲା। “ଲିବାନୋ‌ନ୍‌ର ଅରଣ୍ୟସ୍ଥିତ” ଗୃହର ସମସ୍ତ ଗୃହୋପକରଣ ଖାଣ୍ଟି ସୁନାରେ ନିର୍ମିତ ହୋଇଥିଲା। ଶଲୋମନଙ୍କ ସମୟରେ ରୂପା ଏକ ବହୁମୂଲ୍ୟ ଦ୍ରବ୍ୟରୂପେ ଗଣ୍ୟ ହେଉ ନ ଥିଲା।

21 ରାଜା ଶଲୋମନଙ୍କର ଜାହାଜମାନ ଥିଲା, ଯେଉଁଗୁଡ଼ିକ କି ତର୍ଶୀଶକୁ ଯାଉଥିଲା। ହୂର‌ମ୍‌ଙ୍କ ଲୋକମାନେ ଶଲୋମନଙ୍କ ଜାହାଜର ନାବିକ ଥିଲେ। ପ୍ରତି ତିନି ବର୍ଷରେ ଥରେ ସେହି ଜାହାଜଗୁଡ଼ିକ ଶଲୋମନଙ୍କ ନିକଟକୁ ସୁନା, ରୂପା, ହାତୀଦାନ୍ତ, ମାଙ୍କଡ଼ ଓ ମୟୁରମାନ ବହି ଆଣୁଥିଲେ।

22 ରାଜା ଶଲୋମନ ପୃଥିବୀସ୍ଥ ଅନ୍ୟ ରାଜାମାନଙ୍କଠାରୁ ଧନସମ୍ପଦ ଓ ଜ୍ଞାନରେ ଅତ୍ୟନ୍ତ ମହାନ ହୋଇ ଉଠିଲେ। 23 ପୃଥିବୀର ସମସ୍ତ ରାଜାଗଣ ଶଲୋମନଙ୍କୁ ସାକ୍ଷାତ କରିବାକୁ ଓ ତାଙ୍କର ଜ୍ଞାନପୂର୍ଣ୍ଣ ବିଗ୍ଭର ଶୁଣିବା ପାଇଁ ଆସିବାକୁ ଲାଗିଲେ। ପରମେଶ୍ୱର ଶଲୋମନଙ୍କୁ ସେହିପରି ଜ୍ଞାନ ପ୍ରଦାନ କରିଥିଲେ। 24 ପ୍ରତି ବର୍ଷ ସେହି ରାଜାମାନେ ଶଲୋମନଙ୍କ ନିମନ୍ତେ ଉପହାରମାନ ନେଇ ଆସୁଥିଲେ। ସେମାନେ ସୁନା, ରୂପା ଦ୍ରବ୍ୟ, ବସ୍ତ୍ର, ଯୁଦ୍ଧସାଜ, ମଶାଲ, ଅଶ୍ୱଗୁଡ଼ିକ ଓ ଖଚରମାନ ଆଣିଲେ।

25 ଅଶ୍ୱ ଓ ରଥମାନଙ୍କୁ ରଖବା ନିମନ୍ତେ ଶଲୋମନଙ୍କର 4,000 ଅଶ୍ୱଶାଳା ଥିଲା। ତାଙ୍କର 12,000 ରଥଗ୍ଭଳକ ଥିଲେ। ଶଲୋମନ ସେମାନଙ୍କୁ ତାଙ୍କ ସଙ୍ଗରେ ଯିରୁଶାଲମରେ ଓ ରଥ ନିମନ୍ତେ ନିର୍ମିତ ବିଶେଷ ନଗରଗୁଡ଼ିକରେ ରଖିଲେ। 26 ଫରାତ୍ ନଦୀଠାରୁ ଆରମ୍ଭ କରି ପଲେଷ୍ଟୀୟ ଲୋକମାନଙ୍କର ଦେଶ ଓ ମିଶରର ସୀମା ପର୍ଯ୍ୟନ୍ତ ସମସ୍ତ ଦେଶ ଉପରେ ଶଲୋମନ ରାଜା ଥିଲେ। 27 ରୂପାର ପରିମାଣ ଏତେ ଥିଲା ଯେ, ତାହା ଯିରୁଶାଲମର ଗୋଡ଼ି, ପଥର ତୁଲ୍ୟ ଥିଲା। ଆଉ, ତାଙ୍କ ନିକଟରେ ଏତେ ପରିମାଣର ଦେବଦାରୁ କାଠ ଥିଲା ଯେ, ତାହା ଡିମ୍ବିରିଗଛ ତୁଲ୍ୟ ଥିଲା, ଯାହା ମାଳଭୂମିରେ ଯଥେଷ୍ଟ ପରିମାଣରେ ବଢ଼େ। 28 ଲୋକମାନେ ମିଶର ଓ ଅନ୍ୟାନ୍ୟ ଦେଶମାନଙ୍କରୁ ଶଲୋମନଙ୍କ ନିମନ୍ତେ ଅଶ୍ୱମାନ ଆଣିଲେ।

ଶଲୋମନଙ୍କର ମୃତ୍ୟୁ

29 ଶଲୋମନ କରିଥିବା ଅନ୍ୟାନ୍ୟ କାର୍ଯ୍ୟସକଳ ଭବିଷ୍ୟ‌ଦ୍‌ବକ୍ତା ନାଥନଙ୍କ ଲେଖାସବୁ, ଶୀଲୋନୀୟ ଭବିଷ୍ୟ‌ଦ୍‌ବକ୍ତା, ଅହିୟଙ୍କର ଭବିଷ୍ୟ‌ଦ୍‌ବାଣୀଭବିଷ୍ୟ‌ଦ୍‌ବକ୍ତା ଇଦ୍ଦୋଙ୍କର ଦର୍ଶନ ପୁସ୍ତକରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଲେଖାଯାଇ ଅଛି। ଇଦ୍ଦୋ ଯିଏ ନବାଟଙ୍କ ପୁତ୍ର ଯା‌ଶରବିୟା‌ମଙ୍କ ବିଷୟରେ ଲେଖିଛନ୍ତି। 30 ଶଲୋମନ ସମଗ୍ର ଇସ୍ରାଏଲ ଉପରେ ଯିରୁଶାଲମରେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ରାଜା ହୋଇ ରହିଲେ। 31 ଏହା ପରେ, ଶଲୋମନ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ ବିଶ୍ରାମ ନେଲେ। ଲୋକମାନେ ତାହାଙ୍କୁ ତାଙ୍କର ପିତା ଦାଉଦଙ୍କ ନଗରରେ କବର ଦେଲେ। ଶଲୋମନଙ୍କ ସ୍ଥାନରେ ଶଲୋମନଙ୍କ ପୁତ୍ର ରିହବିୟାମ୍ ନୂତନ ରାଜା ହେଲେ।

ରିହବିୟାମ୍ ମୂର୍ଖାମୀର କର୍ମ କରନ୍ତି

10 ରିହବିୟାମ୍ ଶିଖିମ୍ ସହରକୁ ଗଲେ, କାରଣ ଇସ୍ରାଏଲର ସମସ୍ତ ଲୋକ ତାଙ୍କୁ ରାଜା କରିବା ନିମନ୍ତେ ସେଠାକୁ ଯାଇଥିଲେ। ଯାରବିୟାମ୍ ମିଶରରେ ଥିଲେ, କାରଣ ସେ ରାଜା ଶଲୋମନଙ୍କଠାରୁ ପଳାୟନ କରିଥିଲେ। ଯାରବିୟାମ୍ ନବାଟଙ୍କ ପୁତ୍ର ଥିଲେ। ଯାରବିୟାମ୍ ଶୁଣିଲେ ଯେ, ରିହବିୟାମ୍ ନୂତନ ରାଜା ହେବାକୁ ଯାଉଅଛନ୍ତି। ତେଣୁ ଯାରବିୟାମ୍ ମିଶରରୁ ଫେରି ଆସିଲେ। ଇସ୍ରାଏଲର ଲୋକମାନେ ଯାରବିୟା‌ମଙ୍କୁ ସେମାନଙ୍କ ସଙ୍ଗରେ ଆସିବାକୁ ନିମନ୍ତ୍ରଣ ଜଣାଇଲେ।

ଏହା ପରେ ଯାରବିୟାମ୍ ଓ ଇସ୍ରାଏଲର ସମସ୍ତ ଲୋକ ରିହବିୟାମଙ୍କ ନିକଟକୁ ଗଲେ। ସେମାନେ ତାଙ୍କୁ କହିଲେ, “ରିହବିୟାମ୍, ତୁମ୍ଭର ପିତା ଆମ୍ଭମାନଙ୍କ ଜୀବନକୁ ଅସହ୍ୟ କରିଛନ୍ତି। ଆମ୍ଭମାନଙ୍କୁ ତାହା ଏକ ଅତ୍ୟନ୍ତ ଭାରୀ ବୋଝ ବୋହିଲା ପରି ଲାଗୁଅଛି। ସେହି ବୋଝକୁ ଆମ୍ଭମାନଙ୍କ ନିମନ୍ତେ ହାଲୁକା କରିଦିଅ, ତେବେ ଆମ୍ଭେମାନେ ତୁମ୍ଭର ସେବା କରିବୁ।”

ରିହବିୟାମ୍ ସେମାନଙ୍କୁ କହିଲେ, “ମୋ’ ନିକଟକୁ ତିନି ଦିନ ପରେ ପୁନର୍ବାର ଆସ।” ତେଣୁ ଲୋକମାନେ ଫେରିଗଲେ।

ଏହା ପରେ ରାଜା ରିହବିୟାମ୍ ବୃଦ୍ଧ ବ୍ୟକ୍ତିମାନଙ୍କ ସହିତ କଥା ହେଲେ, ଯେଉଁମାନେ କି ଅତୀତରେ ତାଙ୍କର ପିତା ଶଲୋମନଙ୍କର ସେବା କରୁଥିଲେ। ରିହବିୟାମ୍ ସେମାନଙ୍କୁ କହିଲେ, “ଏହି ଲୋକମାନଙ୍କୁ କହିବା ନିମନ୍ତେ ଆପଣମାନେ ମୋତେ କେଉଁ ପରାମର୍ଶ ଦେଉଛନ୍ତି?”

ବୃଦ୍ଧ ବ୍ୟକ୍ତିମାନେ ରିହବିୟାମଙ୍କୁ କହିଲେ, “ଯଦି ତୁମ୍ଭେ ଏହି ଲୋକମାନଙ୍କ ପ୍ରତି ଦୟାଳୁ ହେବ ଓ ସେମାନଙ୍କୁ ସନ୍ତୁଷ୍ଟ କରିବ ଏବଂ ସେମାନଙ୍କୁ ମଧୁର କଥା କହିବ, ତେବେ ସେମାନେ ଚିରକାଳ ତୁମ୍ଭର ସେବା କରିବେ।”

କିନ୍ତୁ ରିହବିୟାମ୍ ବୃଦ୍ଧ ଲୋକମାନେ ଦେଇଥିବା ଉପଦେଶକୁ ଗ୍ରହଣ କଲେ ନାହିଁ। ରିହବିୟାମ୍ ତାଙ୍କ ସଙ୍ଗେ ଏକତ୍ର ବଢ଼ିଥିବା ଓ ତାଙ୍କର ସେବା କରୁଥିବା ଯୁବା ଲୋକମାନଙ୍କ ସହିତ କଥା ହେଲେ। ରିହବିୟାମ୍ ସେମାନଙ୍କୁ କହିଲେ, “ତୁମ୍ଭେମାନେ ମୋତେ କେଉଁ ପରାମର୍ଶ ଦେଉଅଛ, ଆମ୍ଭେମାନେ ଏହି ଲୋକମାନଙ୍କୁ କି ପ୍ରକାରେ ଉତ୍ତର ଦେବା ଉଚିତ୍? ମୋର ପିତା ସେମାନଙ୍କ ଉପରେ ଯେଉଁ ଭାର ରଖିଛନ୍ତି, ତାହା ମୁଁ ହାଲୁକା କରେ ବୋଲି ସେମାନେ ଗ୍ଭହାନ୍ତି।”

10 ଏହା ପରେ ରିହବିୟାମଙ୍କ ସହିତ ବଢ଼ିଥିବା ଯୁବା ଲୋକମାନେ ତାଙ୍କୁ କହିଲେ, “ତୁମ୍ଭ ସହିତ କଥା ହୋଇଥିବା ଲୋକମାନଙ୍କୁ ତୁମ୍ଭେ ଏହି ପ୍ରକାରେ ଉତ୍ତର ଦେବା ଉଚିତ୍। ଲୋକମାନେ ତୁମ୍ଭକୁ କହିଲେ, ‘ତୁମ୍ଭର ପିତା ଆମ୍ଭମାନଙ୍କ ଜୀବନକୁ ଅସହ୍ୟ କରିଅଛନ୍ତି। ଆମ୍ଭମାନଙ୍କୁ ତାହା ଏକ ଭାରୀ ବୋଝ ବହିଲା ପରି ମନେ ହେଉଛି। କିନ୍ତୁ ତୁମ୍ଭେ ଆମ୍ଭମାନଙ୍କର ସେହି ବୋଝକୁ ହାଲୁକା କର ବୋଲି ଆମ୍ଭେମାନେ ଗ୍ଭହୁଁ।’ କିନ୍ତୁ ସେମାନେ ରିହବିୟାମଙ୍କୁ କହିଲେ, ତୁମ୍ଭେ ସେହି ଲୋକମାନଙ୍କୁ ଏହିପରି କହିବା ଉଚିତ୍; ସେମାନଙ୍କୁ କୁହ, ‘ମୋର କନିଷ୍ଠ ଅଙ୍ଗୁଳି ମୋର ପିତାଙ୍କର ଅଣ୍ଟାଠାରୁ ମଧ୍ୟ ମୋଟା। 11 ମୋର ପିତା ତୁମ୍ଭମାନଙ୍କ ଉପରେ ଏକ ଭାରୀ ବୋଝ ଲଦି ଦେଇଛନ୍ତି, ମୁଁ ସେହି ବୋଝକୁ ଆହୁରି ଭାରୀ କରିବି। ମୋର ପିତା ତୁମ୍ଭକୁ ଗ୍ଭବୁକ ଦ୍ୱାରା ଦଣ୍ଡ ଦେଉଥିଲେ। ମୁଁ ତୁମ୍ଭମାନଙ୍କୁ ଏ ପ୍ରକାର ଗ୍ଭବୁକ ଦ୍ୱାରା ଶାସନ କରିବି, ଯେଉଁଥିରେ ମୁନିଆ କଣ୍ଟାମାନ ବାହାରିଥିବ।’”

12 ତିନି ଦିନ ପରେ, ଯାରବିୟାମ୍ ଓ ଅନ୍ୟ ଲୋକମାନେ ରିହବିୟାମଙ୍କ ନିକଟକୁ ଆସିଲେ। ରାଜା ରିହବିୟାମ୍ ସେମାନଙ୍କୁ “ମୋ’ ନିକଟକୁ ତିନି ଦିନ ପରେ ଆସ” ବୋଲି କହିଥିଲେ। 13 ଏହା ପରେ ରାଜା ସେମାନଙ୍କୁ ଅତି କର୍କଶ ଭାବେ କଥା କହିଲେ। ରାଜା ରିହବିୟାମ୍ ବୃଦ୍ଧ ବ୍ୟକ୍ତିମାନଙ୍କର ଉପଦେଶକୁ ଗ୍ରହଣ କରି ନ ଥିଲେ। 14 ଯୁବା ଲୋକମାନେ ତାଙ୍କୁ ଯେପ୍ରକାର ପରାମର୍ଶ ଦେଇଥିଲେ, ରାଜା ରିହବିୟାମ୍ ଲୋକମାନଙ୍କୁ ସେହି ପ୍ରକାର କଥା କହିଲେ। ସେ କହିଲେ, “ମୋର ପିତା ତୁମ୍ଭମାନଙ୍କର ବୋଝକୁ ଭାରୀ କରିଥିଲେ, କିନ୍ତୁ ମୁଁ ତାହାକୁ ଆହୁରି ଭାରୀ କରିବି। ମୋର ପିତା ତୁମ୍ଭମାନଙ୍କୁ ଗ୍ଭବୁକ୍ ଦ୍ୱାରା ଦଣ୍ଡିତ କରୁଥିଲେ, କିନ୍ତୁ ମୁଁ ତୁମ୍ଭମାନଙ୍କୁ ଏପରି ଗ୍ଭବୁକ୍ ଦ୍ୱାରା ଦଣ୍ଡ ଦେବି, ଯାହାର ଅଗରେ ମୁନିଆ କଣ୍ଟାମାନ ବାହାରିଥିବ।” 15 ତେଣୁ ରାଜା ରିହବିୟାମ୍ ବୃଦ୍ଧ ଲୋକମାନଙ୍କର କଥା ଶୁଣିଲେ ନାହିଁ। ପରମେଶ୍ୱର ଏହି ପ୍ରକାରେ ଏହିସବୁ ଘଟାଇଲେ। ସଦାପ୍ରଭୁ ଅହିୟଙ୍କ ମାଧ୍ୟମରେ ଯାରବିୟା‌ମଙ୍କୁ ଯେଉଁ କଥା କହିଥିଲେ, ତାହା ଯେପରି ସଫଳ ହୁଏ, ଏହା ସେପରି ଘଟିଲା ଅହିୟ ଶିଲୋନୀୟ ଲୋକ ଥିଲେ, ଏବଂ ଯାରବିୟାମ୍ ନବାଟଙ୍କ ପୁତ୍ର ଥିଲେ।

16 ଇସ୍ରାଏଲର ଲୋକମାନେ ଦେଖିଲେ ଯେ ରାଜା ରିହବିୟାମ୍ ସେମାନଙ୍କର କଥା ଶୁଣିଲେ ନାହିଁ। ତେଣୁ ସେମାନେ ରାଜାଙ୍କୁ କହିଲେ;

“ଆମ୍ଭେମାନେ କ’ଣ ଦାଉଦଙ୍କ ବଂଶର ଅଂଶ ବିଶେଷ ଅଟୁ? ନା!
    ଆମ୍ଭେମାନେ କ’ଣ ଯିଶୀଙ୍କ ପୁତ୍ରଠାରୁ କିଛି ପାଇଅଛୁ? ନା!
ତେଣୁ, ଇସ୍ରାଏଲ ଆସ, ଆମ୍ଭେମାନେ ନିଜ ନିଜ ଗୃହକୁ ଫେରିଯିବା।
    ଦାଉଦ ତାଙ୍କର ଆତ୍ମୀୟମାନଙ୍କ ଉପରେ ରାଜତ୍ୱ କରନ୍ତୁ।”

ଏହା ପରେ ଇସ୍ରାଏଲର ସମସ୍ତ ଲୋକ ସେମାନଙ୍କର ଗୃହସବୁକୁ ଫେରିଗଲେ। 17 କିନ୍ତୁ ଇସ୍ରାଏଲରେ କେତେକ ଲୋକ ଥିଲେ, ଯେଉଁମାନେ କି ଯିହୁଦାର ସହରଗୁଡ଼ିକରେ ବାସ କରୁଥିଲେ। ଆଉ, ରିହବିୟାମ୍ ସେହି ଲୋକମାନଙ୍କ ଉପରେ ରାଜତ୍ୱ କଲେ।

18 ଯେଉଁ ଲୋକମାନଙ୍କୁ କାର୍ଯ୍ୟ କରିବାକୁ ବାଧ୍ୟ କରାଗଲା, ହଦୋରାମ ସେମାନଙ୍କ ଦାୟିତ୍ୱରେ ଥିଲେ। ରିହବିୟାମ୍ ତାହାଙ୍କୁ ଇସ୍ରାଏଲର ଲୋକାମାନଙ୍କ ନିକଟକୁ ପଠାଇଲେ। କିନ୍ତୁ ଇସ୍ରାଏଲର ଲୋକମାନେ ତାଙ୍କ ଉପରେ ପଥର ଫୋପାଡ଼ିଲେ ଓ ତାଙ୍କୁ ହତ୍ୟା କଲେ। ଏହା ପରେ ରିହବିୟାମ୍ ଦୌଡ଼ି ଯାଇ ତାଙ୍କ ରଥ ଉପରକୁ ଡେଇଁ ଚଢ଼ିଗଲେ ଓ ଖସି ପଳାଇଲେ। ସେ ଯିରୁଶାଲମକୁ ପଳାଇଲେ। 19 ସେହି ସମୟଠାରୁ ଆଜି ପର୍ଯ୍ୟନ୍ତ ଇସ୍ରାଏଲର ଲୋକମାନେ ଦାଉଦଙ୍କ ବଂଶର ବିରୋଧୀ ହୋଇଅଛନ୍ତି।

11 ରିହବିୟାମ୍ ଯେତେବେଳେ ଯିରୁଶାଲମକୁ ଆସିଲେ, ସେ ସର୍ବୋତ୍ତମ ସୈନିକମାନଙ୍କ ମଧ୍ୟରୁ 180,000 ଜଣଙ୍କୁ ଏକତ୍ର କଲେ। ସେ ଯିହୁଦା ଓ ବିନ୍ୟାମୀନ ଗୋଷ୍ଠୀରୁ ଏହି ସୈନିକମାନଙ୍କୁ ସଂଗ୍ରହ କଲେ। ରିହବିୟାମ୍ ଯେପରି ତାଙ୍କର ରାଜ୍ୟ ଫେରି ପାଇବେ, ଏଥିନିମନ୍ତେ ଇସ୍ରାଏଲର ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ସେ ସେହି ସୈନ୍ୟମାନଙ୍କୁ ଏକତ୍ର କଲେ। କିନ୍ତୁ ସଦାପ୍ରଭୁଙ୍କଠାରୁ ଶମୟିୟଙ୍କ ନିକଟକୁ ବାର୍ତ୍ତା ଆସିଲା। ଶମୟିୟ ପରମେଶ୍ୱରଙ୍କର ଜଣେ ବ୍ୟକ୍ତି ଥିଲେ। ସଦାପ୍ରଭୁ କହିଲେ, “ଶମୟିୟ ଶଲୋମନଙ୍କ ପୁତ୍ର ଯିହୁଦାର ରାଜା ରିହବିୟାମ୍ ଏବଂ ଯିହୁଦା ଓ ବିନ୍ୟାମୀନ ନଗରରେ ବାସ କରୁଥିବା ଇସ୍ରାଏଲର ସମସ୍ତ ଲୋକଙ୍କୁ କୁହ। ସେମାନଙ୍କୁ କୁହ: ସଦାପ୍ରଭୁ ଏହା କହନ୍ତି, ‘ତୁମ୍ଭେମାନେ ତୁମ୍ଭମାନଙ୍କର ଭ୍ରାତାମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବ ନାହିଁ। ପ୍ରତ୍ୟେକ ଲୋକ ନିଜ ଗୃହକୁ ଫେରିଯାଉ। ଆମ୍ଭେ ଏହା ଘଟାଇଅଛୁ।’” ଅତଏବ ରାଜା ରିହବିୟାମ୍ ଓ ତାଙ୍କର ସୈନ୍ୟଦଳ ସଦାପ୍ରଭୁଙ୍କ ବାର୍ତ୍ତାର ବାଧ୍ୟ ହେଲେ ଓ ଫେରିଗଲେ। ସେମାନେ ଯାରବିୟା‌ମଙ୍କ ଉପରେ ଆକ୍ରମଣ କଲେ ନାହିଁ।

ରିହବିୟାମ୍ ଯିହୁଦାକୁ ସୁଦୃଢ଼ କଲେ

ରିହବିୟାମ୍ ଯିରୁଶାଲମରେ ବାସ କଲେ। ସେ ଆକ୍ରମଣର ପ୍ରତିରୋଧ କରିବା ନିମନ୍ତେ ଯିହୁଦାର ଦୃଢ଼ ନଗରମାନ ନିର୍ମାଣ କଲେ। ସେ ବୈ‌ଥ୍‌ଲେହେମ, ଐଟମ୍, ତକୋୟର ସମସ୍ତ ନଗରକୁ ସୁଦୃଢ଼ କଲେ। ବୈ‌ଥ୍‌ସୂର୍, ସୋଖୋ, ଅଦୂଲମ୍, ଗାଥ୍, ମାରେଶା, ସୀଫ୍, ଅଦୋରୟିମ୍, ଲାଖୀଶ୍, ଅସେକା, 10 ସରା, ଅୟାଲୋନ୍ ଓ ହିବ୍ରୋଣର ନଗର ସବୁର ମରାମତି କଲେ। ଯିହୁଦା ଓ ବିନ୍ୟାମୀନର ଏହି ନଗରଗୁଡ଼ିକ ଦୃଢ଼ କରାଗଲା। 11 ଯେତେବେଳେ ରିହବିୟାମ୍ ସେହି ନଗର ଗୁଡ଼ିକୁ ଦୃଢ଼ କଲେ, ସେ ସେଠାରେ ସେନାଧ୍ୟକ୍ଷମାନଙ୍କୁ ସ୍ଥାପନ କଲେ। ସେ ସେହି ନଗରଗୁଡ଼ିକୁ ଖାଦ୍ୟ, ତୈଳ ଓ ଦ୍ରାକ୍ଷାରସ ମଧ୍ୟ ଯୋଗାଣ କଲେ। 12 ଆହୁରି ମଧ୍ୟ, ରିହବିୟାମ୍ ପ୍ରତ୍ୟେକ ନଗରରେ ଢାଲ ଓ ବର୍ଚ୍ଛାମାନ ଗଚ୍ଛିତ ରଖିଲେ ଓ ନଗରଗୁଡ଼ିକୁ ଅତ୍ୟନ୍ତ ଦୃଢ଼ କଲେ। ରିହବିୟାମ୍ ଯିହୁଦା ଓ ବିନ୍ୟାମୀନର ନଗର ଓ ତାହାର ଲୋକମାନଙ୍କୁ ନିଜ ଅଧୀନରେ ରଖିଲେ।

13 ଇସ୍ରାଏଲର ସମସ୍ତ ଯାଜକ ଓ ଲେବୀୟଗଣ ରିହବିୟାମ୍ ସହ ଏକମତ ହେଲେ ଓ ତାଙ୍କ ସହିତ ଯୋଗ ଦେଲେ। 14 ଲେବୀୟମାନେ ସେମାନଙ୍କର ତୃଣଭୂମି ଓ ନିଜର ସମ୍ପତ୍ତି ସବୁକୁ ପରିତ୍ୟାଗ କଲେ ଏବଂ ଯିହୁଦା ଓ ଯିରୁଶାଲମକୁ ଗ୍ଭଲି ଆସିଲେ। ରିହବିୟାମ୍ ଓ ତାଙ୍କର ପୁତ୍ରମାନେ ଲେବୀୟମାନଙ୍କୁ ସଦାପ୍ରଭୁଙ୍କ ଯାଜକରୂପେ ସେବାକାର୍ଯ୍ୟ କରିବାକୁ ବାରଣ କରିବାରୁ ସେମାନେ ଏହିପରି କଲେ।

15 ଯାରବିୟାମ୍ ଉଚ୍ଚସ୍ଥାନମାନଙ୍କରେ ସେବାକାର୍ଯ୍ୟ କରିବା ନିମନ୍ତେ ସ୍ୱୟଂ ଯାଜକମାନଙ୍କୁ ମନୋନୀତ କଲେ, ଯେଉଁ ସ୍ଥାନମାନଙ୍କରେ କି ସେ ନିର୍ମାଣ କରିଥିବା ଛେଳି ଓ ବାଛୁରିର ପ୍ରତିମା ସ୍ଥାପନ କରିଥିଲେ। 16 ଏହା ପରେ ଇସ୍ରାଏଲ ସେହି ସମସ୍ତ ଘରର ଲୋକମାନେ ଯେଉଁମାନେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ଥିଲେ, ସେମାନଙ୍କର ପିତାଙ୍କର ସଦାପ୍ରଭୁ ପରମେଶ୍ୱରଙ୍କୁ ନୈବେଦ୍ୟ ଉତ୍ସର୍ଗ କରିବା ପାଇଁ ଯିରୁଶାଲମକୁ ଆସିଲେ। 17 ସେହି ଲୋକମାନେ ଯିହୁଦା ରାଜ୍ୟକୁ ସୁଦୃଢ଼ କଲେ। ଆଉ ସେମାନେ ତିନି ବର୍ଷ ପର୍ଯ୍ୟନ୍ତ ଶଲୋମନଙ୍କ ପୁତ୍ର ରିହବିୟାମଙ୍କର ସପକ୍ଷରେ ରହିଲେ। ସେମାନେ ଏପ୍ରକାର କଲେ, କାରଣ ଦାଉଦ ଓ ଶଲୋମନ ଯେଉଁ ମାର୍ଗରେ ଜୀବନ କାଟୁଥିଲେ, ସେହି ସମୟରେ ସେମାନେ ସେହି ମାର୍ଗରେ ଜୀବନ କାଟିଲେ।

ରିହବିୟାମଙ୍କ ପରିବାର

18 ରିହବିୟାମ୍ ମହଲତ୍‌କୁ ବିବାହ କଲେ। ତାଙ୍କର ପିତା ଥିଲେ ଯିରେମୋତ୍‌ର। ତାଙ୍କର ମାତା ଥିଲେ ଅବୀହେଲିୟ। ଯିରେମୋତ୍‌ର ଦାଉଦଙ୍କ ପୁତ୍ର ଥିଲେ। ଅବୀହେଲିୟ ଇଲିୟାବଙ୍କ କନ୍ୟା ଥିଲେ। ଇଲିୟାବ୍ ଯିଶୀଙ୍କ ପୁତ୍ର ଥିଲେ। 19 ମହଲତ୍ ରିହବିୟାମଙ୍କୁ ଏହି ପୁତ୍ରମାନଙ୍କୁ ଦେଲେ: ଯିୟୁଶ୍, ଶମରିୟ ଓ ସହମ। 20 ଏହା ପରେ ରିହବିୟାମ୍ ମାଖାଙ୍କୁ ବିବାହ କଲେ। ମାଖା ଅବଶାଲୋମଙ୍କ ଝିଅ ଥିଲେ। ଆଉ ମାଖା ରିହବିୟାମଙ୍କୁ ଏହି ସନ୍ତାନମାନଙ୍କୁ ଦେଲେ: ଅବିୟ, ଅତୟ, ସୀଷ ଓ ଶଲୋମୀତ୍। 21 ରିହବିୟାମ୍ ତାଙ୍କର ଅଠର ଜଣ ସ୍ତ୍ରୀ ଓ ଷାଠିଏ ଜଣ ଉପପତ୍ନୀମାନଙ୍କ ମଧ୍ୟରେ ମାଖାଙ୍କୁ ସବୁଠାରୁ ଅଧିକ ପ୍ରେମ କରୁଥିଲେ। ରିହବିୟାମ୍ ଅଠେଇଶ ଜଣ ପୁତ୍ର ଓ ଷାଠିଏ ଜଣ କନ୍ୟାଙ୍କର ପିତା ଥିଲେ।

22 ରିହବିୟାମ୍ ମାଖାର ପୁତ୍ର ଅବିୟଙ୍କୁ ତାଙ୍କ ନିଜ ଭ୍ରାତାମାନଙ୍କ ମଧ୍ୟରେ ନେତା ହେବା ନିମନ୍ତେ ମନୋନୀତ କଲେ। ରିହବିୟାମ୍ ଅବିୟଙ୍କୁ ରାଜା କରିବା ନିମନ୍ତେ ଯୋଜନା କରିଥିବାରୁ ଏହିପରି କଲେ। 23 ରିହବିୟାମ୍ ଜ୍ଞାନର ସହିତ କର୍ମ କଲେ ଓ ଯିହୁଦାର ସମସ୍ତ ଅଞ୍ଚଳ ତଥା ପ୍ରତ୍ୟେକ ସୁଦୃଢ଼ ନଗରସାରା ତାଙ୍କର ପୁତ୍ରମାନଙ୍କୁ ବ୍ୟାପ୍ତ କରି ରଖିଲେ। ଆଉ ରିହବିୟାମ୍ ତାଙ୍କର ପୁତ୍ରମାନଙ୍କୁ ଯଥେଷ୍ଟ ଖାଦ୍ୟ ଦେଲେ। ଆହୁରି ମଧ୍ୟ, ସେ ତାଙ୍କର ପୁତ୍ରମାନଙ୍କ ନିମନ୍ତେ ସ୍ତ୍ରୀମାନଙ୍କୁ ଖୋଜିଲେ।

ମିଶରର ରାଜା ଶୀଶକ୍ ଯିରୁଶାଲମ ଆକ୍ରମଣ କରନ୍ତି

12 ରିହବିୟାମ୍ ଜଣେ ଅତ୍ୟନ୍ତ ପରାକ୍ରମୀ ରାଜା ହୋଇ ଉଠିଲେ, ଆହୁରି ମଧ୍ୟ ସେ ନିଜ ରାଜ୍ୟକୁ ଦୃଢ଼ କଲେ। ଏହା ପରେ ରିହବିୟାମ୍ ଓ ସମସ୍ତ ଇସ୍ରାଏଲୀୟ ସଦାପ୍ରଭୁଙ୍କ ନିୟମ ମାନିବାକୁ ମନା କଲେ।

ରାଜା ରିହବିୟାମଙ୍କ ପଞ୍ଚମ ବର୍ଷରେ ଶୀଶକ୍ ଯିରୁଶାଲମ ନଗରକୁ ଆକ୍ରମଣ କଲା। ଏହା ଘଟିଲା, କାରଣ ସେମାନେ ସଦାପ୍ରଭୁଙ୍କ ପ୍ରତି ବିଶ୍ୱସ୍ତ ନ ଥିଲେ। ଶୀଶ‌କ୍‌ର 12,000 ରଥ, 60,000 ଅଶ୍ୱାରୋହୀ ଓ ଏତେ ସଂଖ୍ୟକ ସୈନ୍ୟଦଳ ଥିଲେ ଯେ, ଯାହାକୁ କୌଣସି ବ୍ୟକ୍ତି ଗଣନା କରି ପାରିବ ନାହିଁ। ଶୀଶ‌କ୍‌ର ବିଶାଳ ସୈନ୍ୟବାହିନୀରେ ଲୂବୀୟର ସୈନ୍ୟ ସୁ‌କ୍‌କୀୟ ସୈନ୍ୟ ଓ କୁଶୀୟ ସୈନ୍ୟମାନେ ଥିଲେ। ଶୀଶକ୍ ଯିହୁଦାର ଦୃଢ଼ ନଗରଗୁଡ଼ିକୁ ପରାସ୍ତ କଲା। ଏହା ପରେ ଶୀଶକ୍ ଯିରୁଶାଲମକୁ ଆସିଲା।

ଏହା ପରେ ଭବିଷ୍ୟ‌ଦ୍‌ବକ୍ତା ଶମୟିୟ, ରିହବିୟାମ୍ ନିକଟକୁ ଓ ଯିହୁଦାର ନେତାମାନଙ୍କ ନିକଟକୁ ଆସିଲେ। ଯିହୁଦାର ସେହି ନେତାମାନେ ଯିରୁଶାଲମରେ ରୁଣ୍ଡ ହୋଇଥିଲେ। କାରଣ ସେମାନେ ଶୀଶକଙ୍କୁ ଅତ୍ୟନ୍ତ ଭୟ କରୁଥିଲେ। ଶମୟିୟ ସେମାନଙ୍କୁ କହିଲେ, “ସଦାପ୍ରଭୁ କହନ୍ତି: ‘ତୁମ୍ଭେମାନେ ଆମ୍ଭକୁ ପରିତ୍ୟାଗ କରିଅଛ। ତେଣୁ ବର୍ତ୍ତମାନ ଆମ୍ଭର ସାହାଯ୍ୟ ବିନା ଶୀଶ‌କ୍‌ର ସମ୍ମୁଖୀନ ହେବା ନିମନ୍ତେ ଆମ୍ଭେ ତୁମ୍ଭମାନଙ୍କୁ ପରିତ୍ୟାଗ କରିଅଛୁ।’”

ଏହା ପରେ ଇସ୍ରାଏଲର ନେତାଗଣ ଓ ରାଜା ରିହବିୟାମ୍ ଅନୁତାପ କଲେ ଓ ନିଜ ନିଜକୁ ନମ୍ର କଲେ। ସେମାନେ କହିଲେ, “ସଦାପ୍ରଭୁ ଠିକ୍ କହି ଅଛନ୍ତି।”

ସଦାପ୍ରଭୁ ଦେଖିଲେ ଯେ, ସେମାନେ ନିଜକୁ ନମ୍ର କରିଛନ୍ତି। ଏହା ପରେ ସଦାପ୍ରଭୁଙ୍କର ବାର୍ତ୍ତା ଶମୟିୟଙ୍କ ନିକଟକୁ ଆସିଲା। ସଦାପ୍ରଭୁ ଶମୟିୟଙ୍କୁ କହିଲେ, “ସେମାନେ ନିଜକୁ ନମ୍ର କରିଅଛନ୍ତି। ତେଣୁ ଆମ୍ଭେ ସେମାନଙ୍କୁ ବିନଷ୍ଟ କରିବା ନାହିଁ, କିନ୍ତୁ ଆମ୍ଭେ ସେମାନଙ୍କୁ ଅଳ୍ପ ଉପଶମ ଦେବା। କିନ୍ତୁ ଯିରୁଶାଲମ ଉପରେ ଆମ୍ଭର କ୍ରୋଧ ଢାଳିବା ନିମନ୍ତେ ଆମ୍ଭେ ଶୀଶ‌କ୍‌କୁ ବ୍ୟବହାର କରିବା ନାହିଁ। କିନ୍ତୁ ଯିରୁଶାଲମର ଲୋକମାନେ ଶୀଶ‌କ୍‌ର ଦାସ ହେବେ। ସେମାନେ ଯେପରି ଶିକ୍ଷା କରିବେ, ଆମ୍ଭର ସେବା କରିବା ଅନ୍ୟ ଦେଶୀୟ ରାଜାମାନଙ୍କର ସେବା କରିବାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ, ଏଥିନିମନ୍ତେ ଏହା ଘଟିବ।”

ଶୀଶକ୍ ଯିରୁଶାଲମ ଉପରେ ଆକ୍ରମଣ କଲେ ଓ ସଦାପ୍ରଭୁଙ୍କ ମନ୍ଦିରରେ ଥିବା ଧନସମ୍ପତ୍ତି ସବୁ ଲୁଟି ନେଇଗଲେ। ଶୀଶକ୍ ମିଶରର ରାଜା ଥିଲେ। ଆଉ ସେ ରାଜାଙ୍କ ଗୃହରେ ଥିବା ଧନସମ୍ପତ୍ତି ସବୁ ଲୁଟି ନେଇଗଲେ। ଆହୁରି ମଧ୍ୟ ସେ ଶଲୋମନ ନିର୍ମାଣ କରିଥିବା ସୁବର୍ଣ୍ଣ ଢାଲ ନେଇଗଲେ। 10 ରାଜା ରିହବିୟାମ୍ ସେହି ସୁବର୍ଣ୍ଣ ଢାଲ ରଖିବା ସ୍ଥାନରେ ପିତ୍ତଳର ଢାଲମାନ ନିର୍ମାଣ କଲେ। ରାଜାଙ୍କ ଗୃହର ପ୍ରବେଶଦ୍ୱାରକୁ ଜଗିବା ନିମନ୍ତେ ନିଯୁକ୍ତ ହୋଇଥିବା ସେନାଧ୍ୟକ୍ଷମାନଙ୍କୁ ରିହବିୟାମ୍ ସେହି ପିତ୍ତଳ ଢାଲମାନ ଦେଲେ। 11 ରାଜା ଯେତେଥର ସଦାପ୍ରଭୁଙ୍କ ମନ୍ଦିର ଭିତରେ ପ୍ରବେଶ କଲେ, ସେତେଥର ରକ୍ଷୀମାନେ ସେହି ପିତ୍ତଳ ଢାଲଗୁଡ଼ିକୁ ଆଣିଲେ। ପୁଣି ସେମାନେ ପୁନର୍ବାର ସେହି ପିତ୍ତଳ ଢାଲଗୁଡ଼ିକୁ ରକ୍ଷୀଗୃହକୁ ଫେରାଇ ଆଣିଲେ।

12 ରିହବିୟାମ୍ ଯେତେବେଳେ ନିଜକୁ ନମ୍ର କଲେ, ସଦାପ୍ରଭୁ ରିହବିୟାମଙ୍କଠାରୁ ଆପଣା କ୍ରୋଧ ଫେରାଇ ନେଇଗଲେ। ତେଣୁ ସଦାପ୍ରଭୁ ରିହବିୟାମଙ୍କୁ ସମ୍ପୂର୍ଣ୍ଣ ରୂପେ ବିନଷ୍ଟ କଲେ ନାହିଁ। ଯିହୁଦାର କିଛି ମଙ୍ଗଳ ହେଲା।

13 ରାଜା ରିହବିୟାମ୍ ଯିରୁଶାଲମରେ ନିଜକୁ ଶକ୍ତିଶାଳୀ କଲେ। ସେ ଯେତେବେଳେ ରାଜା ହେଲେ, ସେତେବେଳେ ତାଙ୍କୁ ଏକଗ୍ଭଳିଶ ବର୍ଷ ବୟସ ହୋଇଥିଲା। ରିହବିୟାମ୍ ସତର ବର୍ଷ ପର୍ଯ୍ୟନ୍ତ ଯିରୁଶାଲମରେ ରାଜା ହୋଇ ରହିଲେ। ଇସ୍ରାଏଲର ସମସ୍ତ ବଂଶ ମଧ୍ୟରୁ ସଦାପ୍ରଭୁ ଯିରୁଶାଲମ ନଗରକୁ ହିଁ ମନୋନୀତ କରିଥିଲେ। ସଦାପ୍ରଭୁ ଯିରୁଶାଲମରେ ତାଙ୍କର ନାମ ସ୍ଥାପନ କରିବାକୁ ମନୋନୀତ କଲେ। ରିହବିୟାମଙ୍କ ମାତା ଥିଲେ ନୟମା। ନୟମା ଅମ୍ମୋନ ଦେଶରୁ ଆସିଥିଲେ। 14 ରିହବିୟାମ୍ ମନ୍ଦକର୍ମ କଲେ, କାରଣ ସେ ତାଙ୍କ ହୃଦୟରେ ସଦାପ୍ରଭୁଙ୍କର ବାଧ୍ୟ ହେବା ନିମନ୍ତେ ସିଦ୍ଧାନ୍ତ ନେଇ ନ ଥିଲେ।

15 ରିହବିୟାମ୍ ଯେତେବେଳେ ରାଜା ଥିଲେ, ତାଙ୍କର ରାଜତ୍ୱର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯେଉଁ କର୍ମସବୁ କରିଥିଲେ, ସେହିସବୁ ଭବିଷ୍ୟ‌ଦ୍‌ବକ୍ତା ଶମୟିୟଙ୍କ ଲିଖିତ ସକଳ ବିଷୟ ଓ ଦାର୍ଶନିକ ଇଦ୍ଦୋଙ୍କ ଲିଖିତ ସକଳ ବିଷୟରେ ଲିପିବଦ୍ଧ କରାଯାଇଅଛି। ସେହି ବ୍ୟକ୍ତିମାନେ ପାରିବାରିକ ଇତିହାସ ସବୁ ଲେଖିଥିଲେ। ରିହବିୟାମ୍ ଓ ଯାରବିୟାମ୍ ଏହି ଦୁଇ ରାଜାଙ୍କ ମଧ୍ୟରେ, ସେମାନଙ୍କ ରାଜତ୍ୱ କାଳରେ ସବୁ ସମୟରେ ଯୁଦ୍ଧ ଲାଗି ରହିଥିଲା। 16 ରିହବିୟାମ୍ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ ବିଶ୍ରାମ ନେଲେ। ରିହବିୟାମଙ୍କୁ ଦାଉଦଙ୍କ ନଗରରେ କବର ଦିଆଗଲା। ଏହା ପରେ ରିହବିୟାମଙ୍କ ପୁତ୍ର ଅବିୟ ନୂତନ ରାଜା ହେଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center