Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ବଂଶାବଳୀର ପ୍ରଥମ ପୁସ୍ତକ 28-29

ମନ୍ଦିର ନିମନ୍ତେ ରାଜାଙ୍କର ଯୋଜନା

28 ଦାଉଦ ଇସ୍ରାଏଲ ଲୋକମାନଙ୍କର ସମସ୍ତ ନେତାଗଣଙ୍କୁ ଏକତ୍ର କଲେ। ସେ ସେହି ନେତାଗଣଙ୍କୁ ଯିରୁଶାଲମକୁ ଆସିବା ନିମନ୍ତେ ଆଦେଶ ଦେଲେ। ଦାଉଦ ସବୁ ଗୋଷ୍ଠୀର ନେତାଗଣ, ରାଜାଙ୍କ ସୈନ୍ୟଦଳର ସେନାଧ୍ୟକ୍ଷଗଣ, ଅଧ୍ୟକ୍ଷଗଣ, ସେନାପତିଗଣ, ରାଜା ଓ ତାହାଙ୍କ ପୁତ୍ରମାନଙ୍କର ସମ୍ପତ୍ତି ଓ ପଶୁପଲର ଯତ୍ନ ନେଉଥିବା କାର୍ଯ୍ୟକାରୀଗଣ, ରାଜାଙ୍କର ବିଶେଷ କର୍ମଗ୍ଭରୀଗଣ, ପରାକ୍ରମୀ ବୀରଗଣ, ଓ ସମସ୍ତ ସାହସୀ ସୈନ୍ୟଗଣଙ୍କୁ ଡାକି ପଠାଇଲେ।

ରାଜା ଦାଉଦ ଉଠି ଠିଆ ହେଲେ ଓ କହିଲେ, “ହେ ମୋର ଭ୍ରାତା ଓ ମୋର ଲୋକଗଣ, ମୋର କଥା ଶୁଣ। ମୋର ହୃଦୟରେ ମୁଁ ସଦାପ୍ରଭୁଙ୍କ ନିୟମସିନ୍ଦୁକ ରଖିବା ନିମନ୍ତେ ଏକ ସ୍ଥାନ ନିର୍ମାଣ କରିବାକୁ ଇଚ୍ଛା କରିଥିଲି। ପରମେଶ୍ୱରଙ୍କ ପାଦପୀଠ ହେବା ନିମନ୍ତେ ଏକ ସ୍ଥାନ ନିର୍ମାଣ କରିବାକୁ ମୁଁ ଇଚ୍ଛା କରିଥିଲି। ଆଉ, ପରମେଶ୍ୱରଙ୍କ ସେହି ମନ୍ଦିର ନିର୍ମାଣ କରିବା ନିମନ୍ତେ ମୁଁ ଅନେକ ଯୋଜନାମାନ କରିଥିଲି। କିନ୍ତୁ ପରମେଶ୍ୱର ମୋତେ କହିଲେ, ‘ନା, ଦାଉଦ, ତୁମ୍ଭେ ମୋ’ ନାମରେ ଆଦୌ ମନ୍ଦିର ନିର୍ମାଣ କରିବ ନାହିଁ। ତୁମ୍ଭେ ତାହା କରିବ ନାହିଁ, କାରଣ ତୁମ୍ଭେ ଜଣେ ସୈନିକ ଓ ତୁମ୍ଭେ ଅନେକ ଲୋକଙ୍କୁ ହତ୍ୟା କରିଅଛ।’

“ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର ଇସ୍ରାଏଲର ବାର ଗୋଟି ଗୋଷ୍ଠୀକୁ ପରିଗ୍ଭଳିତ କରିବା ନିମନ୍ତେ ଯିହୁଦା ଗୋଷ୍ଠୀକୁ ମନୋନୀତ କଲେ। ଏହା ପରେ ସେହି ଗୋଷ୍ଠୀରୁ ସଦାପ୍ରଭୁ ମୋର ପିତାଙ୍କ ପରିବାରକୁ ମନୋନୀତ କଲେ। ଆଉ ସେହି ପରିବାରରୁ ପରମେଶ୍ୱର ମୋତେ ଚିରକାଳ ନିମନ୍ତେ ଇସ୍ରାଏଲର ରାଜା ହେବା ନିମନ୍ତେ ମନୋନୀତ କଲେ। ପରମେଶ୍ୱର ମୋତେ ଇସ୍ରାଏଲର ରାଜା କରିବାକୁ ଇଚ୍ଛା କଲେ। ସଦାପ୍ରଭୁ ମୋତେ ଅନେକ ପୁତ୍ର ଦେଇଅଛନ୍ତି। ଆଉ ଏହି ସମସ୍ତ ପୁତ୍ରଗଣଙ୍କ ମଧ୍ୟରୁ ସଦାପ୍ରଭୁ ଶଲୋମନକୁ ସଦାପ୍ରଭୁଙ୍କ ରାଜ୍ୟର ସିଂହାସନରେ ବସିବା ପାଇଁ ଏବଂ ଇସ୍ରାଏଲରେ ଶାସନ କରିବା ପାଇଁ ମନୋନୀତ କରିଅଛନ୍ତି। ସଦାପ୍ରଭୁ ମୋତେ କହିଲେ, ‘ଦାଉଦ, ତୁମ୍ଭର ପୁତ୍ର ଶଲୋମନ ଆମ୍ଭର ମନ୍ଦିର ଓ ତାହାର ଚତୁର୍ଦ୍ଦିଗସ୍ଥ ମନ୍ଦିର ପ୍ରାଙ୍ଗଣ ନିର୍ମାଣ କରିବ। କାରଣ, ଆମ୍ଭେ ଶଲୋମନକୁ ଆମ୍ଭର ପୁତ୍ରରୂପେ ମନୋନୀତ କରିଅଛୁ ଓ ଆମ୍ଭେ ତାହାର ପିତା ହେବା। ଶଲୋମନ ବର୍ତ୍ତମାନ ଆମ୍ଭର ସମସ୍ତ ବ୍ୟବସ୍ଥା ଓ ଆଜ୍ଞାର ବାଧ୍ୟ ହେଉଅଛି। ଯଦି ସେ ଆମ୍ଭର ବ୍ୟବସ୍ଥାଗୁଡ଼ିକର ବାଧ୍ୟ ହେବା ଜାରି ରଖିବ, ତେବେ ଆମ୍ଭେ ଚିରକାଳ ନିମନ୍ତେ ଶଲୋମନର ରାଜ୍ୟକୁ ଦୃଢ଼ କରିବା।’”

ଦାଉଦ କହିଲେ, “ବର୍ତ୍ତମାନ, ସମଗ୍ର ଇସ୍ରାଏଲ ଓ ପରମେଶ୍ୱରଙ୍କ ସାକ୍ଷାତରେ ମୁଁ ତୁମ୍ଭମାନଙ୍କୁ ଏହି କଥା କହୁଅଛି, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ଦତ୍ତ ଆଦେଶଗୁଡ଼ିକର ବାଧ୍ୟ ହେବା ନିମନ୍ତେ ଅତ୍ୟନ୍ତ ଯତ୍ନଶୀଳ ହୁଅ। ତେବେ ତୁମ୍ଭେମାନେ ଏହି ଉତ୍ତମ ଦେଶକୁ ରକ୍ଷା କରି ପାରିବ। ଆଉ ତୁମ୍ଭେ ତୁମ୍ଭର ବଂଶଧରମାନଙ୍କୁ ତାହା ଦେଇ ପାରିବ।”

“ଏବଂ ତୁମ୍ଭେ, ମୋର ପୁତ୍ର ଶଲୋମନ, ତୁମ୍ଭ ପିତାଙ୍କର ପରମେଶ୍ୱରଙ୍କୁ ଜାଣିଅଛ। ଶୁଦ୍ଧ ହୃଦୟରେ ପରମେଶ୍ୱରଙ୍କର ସେବା କର। ପରମେଶ୍ୱରଙ୍କ ସେବା କରିବା ନିମନ୍ତେ ହୃଦୟରେ ଆନନ୍ଦିତ ହୁଅ। କାରଣ ପ୍ରତିଟି ବ୍ୟକ୍ତିର ହୃଦୟରେ କ’ଣ ଅଛି, ତାହା ସଦାପ୍ରଭୁ ଜାଣନ୍ତି। ସଦାପ୍ରଭୁ ତୁମ୍ଭ ହୃଦୟର ସମସ୍ତ ଚିନ୍ତାକୁ ବୁଝିପାରନ୍ତି। ଯଦି ତୁମ୍ଭେ ସଦାପ୍ରଭୁଙ୍କ ନିକଟକୁ ସାହାଯ୍ୟ ମାଗବା ନିମନ୍ତେ ଯିବ, ତୁମ୍ଭେ ଉତ୍ତର ପାଇବ। କିନ୍ତୁ ତୁମ୍ଭେ ଯଦି ସଦାପ୍ରଭୁଙ୍କଠାରୁ ଫେରି ଦୂରକୁ ଗ୍ଭଲିଯିବ, ତେବେ ସେ ତୁମ୍ଭକୁ ଚିରକାଳ ନିମନ୍ତେ ତ୍ୟାଗ କରିବେ। 10 ଶଲୋମନ, ସଦାପ୍ରଭୁ ଯେ ତୁମ୍ଭକୁ ତାଙ୍କରି ପବିତ୍ର ସ୍ଥାନର ମନ୍ଦିର ନିର୍ମାଣ କରିବା ନିମନ୍ତେ ମନୋନୀତ କରିଅଛନ୍ତି, ଏହା ତୁମ୍ଭର ବୁଝିବା ଉଚିତ୍। ଶକ୍ତିଶାଳୀ ହୁଅ ଏବଂ ଏହା କର।”

11 ଏହା ପରେ ଦାଉଦ ଶଲୋମନଙ୍କୁ ମନ୍ଦିର ନିର୍ମାଣ କରିବା ନିମନ୍ତେ ଯୋଜନାମାନ ପ୍ରଦାନ କଲେ। ମନ୍ଦିର ଚତୁର୍ଦ୍ଦିଗସ୍ଥ ବାରଣ୍ଡା, ତାହାର ଅଟ୍ଟାଳିକାମାନ, ତାହାର ଭଣ୍ଡାରଘରମାନ, ତାହାର ଉପରିସ୍ଥ କୋଠରୀମାନ, ତାହାର ଭିତରର କୋଠରୀମାନ ଓ ଦୟାସନର ସ୍ଥାନ ନିମନ୍ତେ ମଧ୍ୟ ଏହି ଯୋଜନା ହୋଇଥିଲା। 12 ଦାଉଦ ମନ୍ଦିରର ସମସ୍ତ ବିଭାଗ ନିମନ୍ତେ ଯୋଜନା ପ୍ରସ୍ତୁତ କରିଥିଲେ। ଦାଉଦ ଶଲୋମନଙ୍କୁ ସେହି ଯୋଜନାଗୁଡ଼ିକୁ ଦେଲେ। ଦାଉଦ ତାହାଙ୍କୁ ସଦାପ୍ରଭୁଙ୍କ ମନ୍ଦିରର ଚତୁର୍ଦ୍ଦିଗସ୍ଥ ଅଗଣା ଓ ତାହାର ଚତୁର୍ଦ୍ଦିଗସ୍ଥ କୋଠରୀ ସମସ୍ତର ଯୋଜନା ପ୍ରଦାନ କଲେ। ଦାଉଦ ତାହାଙ୍କୁ ମନ୍ଦିରର ଭଣ୍ଡାର ଘର ଓ ମନ୍ଦିର ମଧ୍ୟରେ ବ୍ୟବହୃତ ହେଉଥିବା ପବିତ୍ର ସାମଗ୍ରୀ ଗୁଡ଼ିକର ଭଣ୍ଡାରଘର ଗୁଡ଼ିକର ଯୋଜନା ପ୍ରଦାନ କଲେ। 13 ଦାଉଦ ଶଲୋମନଙ୍କୁ ଯାଜକ ଓ ଲେବୀୟମାନଙ୍କ ଦଳ ବିଷୟରେ କହିଲେ। ଦାଉଦ ଶଲୋମନଙ୍କୁ ସଦାପ୍ରଭୁଙ୍କ ମନ୍ଦିରର ସେବାକାର୍ଯ୍ୟ ବିଷୟକ ସମସ୍ତ କାର୍ଯ୍ୟ ଓ ମନ୍ଦିର ସେବାରେ ବ୍ୟବହୃତ ସକଳ ସାମଗ୍ରୀ ବିଷୟରେ କହିଲେ। 14 ମନ୍ଦିରରେ ବ୍ୟବହୃତ ହେବାକୁ ଥିବା ସକଳ ସାମଗ୍ରୀର ନିର୍ମାଣ ନିମନ୍ତେ କେତେ ପରିମାଣର ସ୍ୱର୍ଣ୍ଣ ଓ ରୌପ୍ୟ ବ୍ୟବହୃତ କରାଯିବା ଉଚିତ୍, ତାହା ଦାଉଦ ଶଲୋମନଙ୍କୁ କହିଲେ। 15 ସୁବର୍ଣ୍ଣଦୀପ, ଦୀପରୁଖା ନିମନ୍ତେ ଯୋଜନାମାନ ଥିଲା, ଆଉ ରୌପ୍ୟ ଦୀପ ଓ ଦୀପରୁଖା ନିମନ୍ତେ ମଧ୍ୟ ଯୋଜନାମାନ ଥିଲା। ପ୍ରତିଟି ଦୀପରୁଖା ଓ ତାହାର ଦୀପ ନିମନ୍ତେ କେତେ ପରିମାଣର ସୁବର୍ଣ୍ଣ ଓ ରୌପ୍ୟ ଆବଶ୍ୟକ ହେବ, ତାହା ଦାଉଦ ଶଲୋମନଙ୍କୁ ଜଣାଇଲେ। ଯେଉଁ ଯେଉଁ ସ୍ଥାନମାନଙ୍କରେ ଆବଶ୍ୟକ ସେହି ସ୍ଥାନମାନଙ୍କରେ ବିଭିନ୍ନ ପ୍ରକାର ଦୀପରୁଖାମାନ ବ୍ୟବହୃତ ହେବାର ଥିଲା। 16 ପବିତ୍ର ରୋଟୀର ମେଜ ନିମନ୍ତେ କେତେ ପରିମାଣର ସୁବର୍ଣ୍ଣ ଆବଶ୍ୟକ ହେବ, ଦାଉଦ ତାହା କହିଲେ। ରୌପ୍ୟ ମେଜଗୁଡ଼ିକ ନିମନ୍ତେ କେତେ ପରିମାଣର ରୌପ୍ୟ ଆବଶ୍ୟକ ହେବ, ଦାଉଦ ତାହା କହିଲେ। 17 କଣ୍ଟାଗ୍ଭମଚ, ସିଞ୍ଚନକାରୀ ପାତ୍ର ଓ କୁମ୍ଭ ନିର୍ମାଣ କରିବା ନିମନ୍ତେ କେତେ ପରିମାଣର ସୁବର୍ଣ୍ଣ ଆବଶ୍ୟକ ହେବ, ଦାଉଦ ତାହା କହିଲେ। ପ୍ରତ୍ୟେକ ସୁବର୍ଣ୍ଣ ପାତ୍ର ନିମନ୍ତେ କେତେ ପରିମାଣର ସୁବର୍ଣ୍ଣ ଆବଶ୍ୟକ ହେବ ଓ ପ୍ରତ୍ୟେକ ରୌପ୍ୟପାତ୍ର ନିମନ୍ତେ କେତେ ପରିମାଣର ରୌପ୍ୟ ଆବଶ୍ୟକ ହେବ, ତାହା ଦାଉଦ କହିଲେ। 18 ସୁଗନ୍ଧିଧୂପର ଯଜ୍ଞବେଦି ନିମନ୍ତେ କେତେ ପରିମାଣର ଶୁଦ୍ଧ ସୁବର୍ଣ୍ଣ ଆବଶ୍ୟକ ହେବ, ତାହା ଦାଉଦ କହିଲେ। ଦାଉଦ ଆହୁରି ମଧ୍ୟ ଶଲୋମନଙ୍କୁ ପରମେଶ୍ୱରଙ୍କ ରଥ-ଦୟାସନ ସହିତ ନିୟମସିନ୍ଦୁକ ଉପରେ କିରୂବଦୂତଗଣ ପକ୍ଷ ବିସ୍ତାର କରି ରହିଥିବାର ଯୋଜନା ମଧ୍ୟ ପ୍ରଦାନ କଲେ। କିରୂବ ଦୂତଗଣ ସୁବର୍ଣ୍ଣ ନିର୍ମିତ ଥିଲେ।

19 ଦାଉଦ କହିଲେ, “ସଦାପ୍ରଭୁ ମୋତେ ପରିଗ୍ଭଳନା ଦେବା ସହିତ ଏହି ସମସ୍ତ ଯୋଜନା ଲିଖିତ ହୋଇଅଛି। ସଦାପ୍ରଭୁ ମୋତେ ଏହି ଯୋଜନାରେ ଲିଖିତ ସମସ୍ତ ବିଷୟ ବୁଝିବାରେ ସାହାଯ୍ୟ କରିଅଛନ୍ତି।”

20 ଦାଉଦ ତାଙ୍କର ପୁତ୍ର ଶଲୋମନଙ୍କୁ ଆହୁରି ମଧ୍ୟ କହିଲେ, “ବଳବାନ୍ ଓ ସାହସୀ ହୁଅ ଏବଂ ଏହି କାର୍ଯ୍ୟ ଶେଷ କର। ଭୟ କର ନାହିଁ, କାରଣ ସଦାପ୍ରଭୁ ପରମେଶ୍ୱର, ମୋର ପରମେଶ୍ୱର, ତୁମ୍ଭ ସହିତରେ ଅଛନ୍ତି। ସମସ୍ତ କାର୍ଯ୍ୟ ସମାପ୍ତ ହେବା ପର୍ଯ୍ୟନ୍ତ ସେ ତୁମ୍ଭକୁ ସାହାଯ୍ୟ କରିବେ। ସେ ତୁମ୍ଭକୁ ତ୍ୟାଗ କରିବେ ନାହିଁ। ତୁମ୍ଭେ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କରିବ। 21 ପରମେଶ୍ୱରଙ୍କ ମନ୍ଦିରର ସମସ୍ତ କାର୍ଯ୍ୟ କରିବା ନିମନ୍ତେ ଯାଜକ ଓ ଲେବୀୟମାନଙ୍କ ଦଳ ପ୍ରସ୍ତୁତ ହୋଇ ରହିଛନ୍ତି। ସମସ୍ତ କାର୍ଯ୍ୟରେ ତୁମ୍ଭକୁ ସାହାଯ୍ୟ କରିବା ନିମନ୍ତେ ସମସ୍ତ ଦକ୍ଷ କାରିଗରମାନେ ପ୍ରସ୍ତୁତ ହୋଇ ରହିଛନ୍ତି। ତୁମ୍ଭେ ଯେଉଁସବୁ ଆଦେଶ ଦେବ, ତାହା ସମସ୍ତ କାର୍ଯ୍ୟକାରୀ ଓ ଲୋକମାନେ ପାଳନ କରିବେ।”

ମନ୍ଦିର ନିର୍ମାଣ ନିମନ୍ତେ ଭେଟୀ

29 ଏକତ୍ରିତ ହୋଇଥିବା ଇସ୍ରାଏଲର ସମସ୍ତ ଲୋକଙ୍କୁ ରାଜା ଦାଉଦ କହିଲେ, “ପରମେଶ୍ୱର ମୋର ପୁତ୍ର ଶଲୋମନକୁ ମନୋନୀତ କରିଅଛନ୍ତି। ଶଲୋମନ ଅଳ୍ପବୟସ୍କ ଅଟେ ଓ ଏହି କାର୍ଯ୍ୟ ନିମନ୍ତେ ଯେଉଁ ସମସ୍ତ ବିଷୟ ଆବଶ୍ୟକ, ସେ ତାହା ଜାଣେ ନାହିଁ? କିନ୍ତୁ ଏହି କାର୍ଯ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହି ମନ୍ଦିର ଲୋକମାନଙ୍କ ନିମନ୍ତେ ନୁହେଁ, ଏହି ମନ୍ଦିର ସଦାପ୍ରଭୁ ପରମେଶ୍ୱରଙ୍କ ନିମନ୍ତେ ଅଟେ। ପରମେଶ୍ୱରଙ୍କ ମନ୍ଦିର ନିର୍ମାଣ କରିବା ନିମନ୍ତେ ମୁଁ ମୋର ସାଧ୍ୟମତେ ଯୋଜନା ପାଇଁ ଚେଷ୍ଟା କରିଅଛି। ମୁଁ ସୁବର୍ଣ୍ଣରେ ନିର୍ମିତ ହେବାକୁ ଥିବା ସାମଗ୍ରୀଗୁଡ଼ିକ ନିମନ୍ତେ ସୁବର୍ଣ୍ଣ ଦେଇଅଛି। ମୁଁ ରୌପ୍ୟରେ ନିର୍ମିତ ହେବାକୁ ଥିବା ସାମଗ୍ରୀଗୁଡ଼ିକ ନିମନ୍ତେ ରୌପ୍ୟ ଦେଇଅଛି। ମୁଁ ପିତ୍ତଳରେ ନିର୍ମିତ ହେବାକୁ ଥିବା ସାମଗ୍ରୀଗୁଡ଼ିକ ନିମନ୍ତେ ପିତ୍ତଳ ଦେଇଅଛି। ମୁଁ ଲୌହର ନିର୍ମିତ ହେବାକୁ ଥିବା ସାମଗ୍ରୀଗୁଡ଼ିକ ନିମନ୍ତେ ଲୌହ ଦେଇଅଛି। ମୁଁ କାଠର ନିର୍ମିତ ହେବାକୁ ଥିବା ସାମଗ୍ରୀଗୁଡ଼ିକ ନିମନ୍ତେ କାଠ ଦେଇଅଛି। ମୁଁ ଚିତ୍ରବିଚିତ୍ର ଟାଇଲ୍ ଓ ପ୍ରସ୍ତର ଖୋଦନ କାର୍ଯ୍ୟ ପାଇଁ ଓ ଗୋମେଦକମଣି ଓ ସମସ୍ତ ପ୍ରକାର ବିଭିନ୍ନ ରଙ୍ଗର ବହୁମୂଲ୍ୟ ପ୍ରସ୍ତର ଓ ଶୁଭ୍ର ମାର୍ବଲ ପ୍ରସ୍ତର ଦେଇଅଛି। ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ନିମନ୍ତେ ମୁଁ ଏହି ପ୍ରକାର ଅନେକ ଅନେକ ସାମଗ୍ରୀ ଦେଇଅଛି। ମୁଁ ମୋର ପରମେଶ୍ୱରଙ୍କ ମନ୍ଦିର ନିମନ୍ତେ ସୁବର୍ଣ୍ଣ ଓ ରୌପ୍ୟ ନିର୍ମିତ ଏକ ବିଶେଷ ଉପହାର ନିର୍ମାଣ କରୁଅଛି। ମୁଁ ଏହା କରୁଅଛି, କାରଣ ମୋର ପରମେଶ୍ୱରଙ୍କ ମନ୍ଦିର ନିର୍ମିତ ହେଉ ବୋଲି ମୁଁ ପ୍ରକୃତରେ ଗ୍ଭହେଁ। ଏହି ପବିତ୍ର ମନ୍ଦିର ନିର୍ମାଣ କରିବା ନିମନ୍ତେ ମୁଁ ଏହି ସମସ୍ତ ବସ୍ତୁ ଦାନ କରୁଅଛି। ମୁଁ ଓଫୀରୁ ପ୍ରସ୍ତୁତ ତିନି ହଜାର ତାଳନ୍ତ ଶୁଦ୍ଧ ସୁବର୍ଣ୍ଣ ଦେଇଅଛି। ମୁଁ ସାତ ହଜାର ତାଳନ୍ତ ଶୁଦ୍ଧ ରୌପ୍ୟ ଦେଇଅଛି। ଏହି ରୌପ୍ୟ ମନ୍ଦିରର ଅଟ୍ଟାଳିକାଗୁଡ଼ିକର କାନ୍ଥର ଆବରଣ ନିମନ୍ତେ ଉଦ୍ଧିଷ୍ଟ। ସୁବର୍ଣ୍ଣ ଓ ରୌପ୍ୟ ନିର୍ମିତ ସକଳ ବସ୍ତୁ ନିମନ୍ତେ ମୁଁ ସୁବର୍ଣ୍ଣ ଓ ରୌପ୍ୟ ଦେଇଅଛି। ଦକ୍ଷ କାରିଗରମାନେ ଯେପରି ମନ୍ଦିର ନିମନ୍ତେ ସବୁ ପ୍ରକାରର ବସ୍ତୁ ନିର୍ମାଣ କରି ପାରନ୍ତି, ଏଥିନିମନ୍ତେ ମୁଁ ସୁବର୍ଣ୍ଣ ଓ ରୌପ୍ୟ ଦେଇଅଛି। ବର୍ତ୍ତମାନ, ଇସ୍ରାଏଲର ଲୋକମାନଙ୍କ ମଧ୍ୟରୁ ତୁମ୍ଭେମାନେ କେତେଜଣ ଆଜି ନିଜକୁ ସଦାପ୍ରଭୁଙ୍କ ନିମନ୍ତେ ଉତ୍ସର୍ଗ କରିବାକୁ ପ୍ରସ୍ତୁତ ଅଛ?”

ପରିବାରର ନେତାଗଣ, ଇସ୍ରାଏଲର ବିଭିନ୍ନ ଗୋଷ୍ଠୀର ନେତାଗଣ, ସେନାପତିଗଣ, ସେନାଧ୍ୟକ୍ଷଗଣ ଓ ରାଜାଙ୍କର କାର୍ଯ୍ୟନିର୍ବାହକଗଣ ସମସ୍ତେ ପ୍ରସ୍ତୁତ ଥିଲେ ଓ ସେମାନଙ୍କର ବହୁମୂଲ୍ୟ ବସ୍ତୁସବୁ ଦେଇ ଦେଲେ। ସେମାନେ ଏହି ସମସ୍ତ ବସ୍ତୁ ପରମେଶ୍ୱରଙ୍କ ମନ୍ଦିର ନିମନ୍ତେ ଦେଲେ: ପାଞ୍ଚ ହଜାର ତାଳନ୍ତ ଓ ଦଶ ହଜାର ଡାରିକ୍ ମୁଦ୍ରା ଓ ଦଶ ହଜାର ତାଳନ୍ତ ରୂପା ଓ ଅଠର ହଜାର ତାଳନ୍ତ ପିତ୍ତଳ ଓ ଏକ ଲକ୍ଷ ତାଳନ୍ତ ଲୁହା ଦେଲେ। ଯେଉଁ ଲୋକମାନଙ୍କ ନିକଟରେ ବହୁମୂଲ୍ୟ ପ୍ରସ୍ତରମାନ ଥିଲା, ସେମାନେ ତାହା ସଦାପ୍ରଭୁଙ୍କ ମନ୍ଦିର ନିମନ୍ତେ ଦେଲେ। ଯିହୀୟେଲ ସେହି ବହୁମୂଲ୍ୟ ପ୍ରସ୍ତରଗୁଡ଼ିକର ଯତ୍ନ ନେଲେ। ଯିହୀୟେଲ ଗେର୍ଶୋନ୍ ପରିବାରରୁ ଆସିଥିଲେ। ନେତାଗଣ ଆନନ୍ଦ ମଧ୍ୟରେ ଏତେ ପରିମାଣର ଦାନ ଦେଉଥିବାରୁ ଲୋକମାନେ ମଧ୍ୟ ଅତ୍ୟନ୍ତ ଆନନ୍ଦିତ ଥିଲେ। ନେତାଗଣ ଉତ୍ତମ ହୃଦୟରେ ମୁକ୍ତ ଭାବରେ ଦାନ କରୁଥିଲେ। ରାଜା ଦାଉଦ ମଧ୍ୟ ଅତ୍ୟନ୍ତ ଆନନ୍ଦିତ ଥିଲେ।

ଦାଉଦଙ୍କ ସୁନ୍ଦର ପ୍ରାର୍ଥନା

10 ଏହା ପରେ ଦାଉଦ ଏକତ୍ରିତ ହୋଇଥିବା ସମସ୍ତ ଲୋକଙ୍କ ସାକ୍ଷାତରେ ସଦାପ୍ରଭୁଙ୍କର ପ୍ରଶଂସା ଗାନ କଲେ। ଦାଉଦ କହିଲେ,

“ହେ ଆମ୍ଭମାନଙ୍କ ପିତା, ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର,
    ତୁମ୍ଭେ ଅନନ୍ତକାଳ ଓ ଚିରଦିନ ନିମନ୍ତେ ପ୍ରଶଂସିତ ହୁଅ।
11 ମହାନତା, ପରାକ୍ରମ, ମହିମା, ବିଜୟ ଓ ଗୌରବ ତୁମ୍ଭର ଅଟେ।
    କାରଣ ସ୍ୱର୍ଗ ଓ ପୃଥିବୀସ୍ଥ ସମସ୍ତ ବିଷୟ ତୁମ୍ଭର ଅଟେ;
ହେ ସଦାପ୍ରଭୁ, ରାଜ୍ୟ ତୁମ୍ଭର ଅଟେ।
    ତୁମ୍ଭେ ହିଁ ସକଳ ବିଷୟର ମୁଖ୍ୟ ରୂପେ ପ୍ରଶଂସିତ ହୋଇଅଛ।
12 ଧନ ଓ ସମ୍ମାନ ତୁମ୍ଭଠାରୁ ଆସେ।
    ତୁମ୍ଭେ ସକଳ ବିଷୟକୁ ଶାସନ କର।
ତୁମ୍ଭର ହସ୍ତରେ ପରାକ୍ରମ ଓ ଶକ୍ତି ଅଛି।
    ଆଉ ତୁମ୍ଭ ହସ୍ତରେ ଯେକୌଣସି ବ୍ୟକ୍ତିକୁ ମହାନ ଓ ପରାକ୍ରମୀ କରାଇବାର କ୍ଷମତା ଅଛି।
13 ବର୍ତ୍ତମାନ, ହେ ଆମ୍ଭମାନଙ୍କର ପରମେଶ୍ୱର, ଆମ୍ଭେମାନେ ତୁମ୍ଭର ଧନ୍ୟବାଦ କରୁଅଛୁ
    ଓ ତୁମ୍ଭ ଗୌରଯୁକ୍ତ ନାମର ପ୍ରଶଂସା କରୁଅଛୁ।
14 ଆମ୍ଭେମାନେ କିଏ ଯେ ଏପରି ସ୍ୱେଚ୍ଛାପୂର୍ବକ ଦାନ କରିବାକୁ ସମର୍ଥ ହେବୁ?
    ଏହି ସମସ୍ତ ବସ୍ତୁ ମୋ'ଠାରୁ କିଅବା ମୋର ଲୋକମାନଙ୍କଠାରୁ ଆସି ନାହିଁ।
    ଏହି ସମସ୍ତ ବସ୍ତୁ ତୁମ୍ଭଠାରୁ ଆସେ, ତୁମ୍ଭଠାରୁ ଯାହା ଆସିଅଛି, ଆମ୍ଭେ କେବଳ ତାହା ତୁମ୍ଭକୁ ଦେଇଅଛୁ।
15 ଆମ୍ଭେମାନେ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ପରି କେବଳ ଅପରିଚିତ ଆଗନ୍ତୁକ ଅଟୁ
    ଓ ଏହି ପୃଥିବୀ ମଧ୍ୟରେ ଭ୍ରମଣ କରୁଅଛୁ।
ଏହି ପୃଥିବୀରେ ଆମ୍ଭମାନଙ୍କର ସମୟ କେବଳ ଅତିକ୍ରାନ୍ତ ଛାୟା ତୁଲ୍ୟ।
    ଆମ୍ଭେମାନେ ତାହାକୁ ବନ୍ଦ କରି ନ ପାରୁ।
16 ହେ ସଦାପ୍ରଭୁ, ଆମ୍ଭମାନଙ୍କର ପରମେଶ୍ୱର, ଆମ୍ଭେମାନେ ଏହି ସମସ୍ତ ବସ୍ତୁ ତୁମ୍ଭର ମନ୍ଦିର ନିର୍ମାଣ କରିବା ନିମନ୍ତେ ଏକତ୍ର କରିଅଛୁ।
    ଆମ୍ଭେମାନେ ତୁମ୍ଭ ନାମକୁ ସମ୍ମାନ ଦେବା ନିମନ୍ତେ ଏହି ମନ୍ଦିର ନିର୍ମାଣ କରୁଅଛୁ।
କିନ୍ତୁ ଏହି ସମସ୍ତ ବସ୍ତୁ ତୁମ୍ଭଠାରୁ ଆସେ,
    ଓ ସକଳ ବସ୍ତୁ ତୁମ୍ଭର ଅଟେ।
17 ହେ ମୋର ପରମେଶ୍ୱର, ମୁଁ ଜାଣେ ଯେ ତୁମ୍ଭେ ଲୋକମାନଙ୍କର ପରୀକ୍ଷା ନିଅ,
    ଆଉ, ଲୋକମାନେ ଉତ୍ତମ କର୍ମ କଲେ ତୁମ୍ଭେ ଆନନ୍ଦିତ ହୁଅ।
ମୁଁ ଏକ ଶୁଦ୍ଧ, ବିଶ୍ୱସ୍ତ ହୃଦୟରେ, ଆନନ୍ଦିତ ମନରେ ତୁମ୍ଭକୁ ଏହି ସମସ୍ତ ବସ୍ତୁ ଦେଉଅଛି।
    ମୁଁ ତୁମ୍ଭର ଲୋକମାନଙ୍କୁ ଏଠାରେ ଏକତ୍ରିତ ହେବାର ଦେଖୁଅଛି।
ଆଉ ସେମାନେ ତୁମ୍ଭ ଉଦ୍ଦେଶ୍ୟରେ ଆନନ୍ଦିତ ମନରେ
    ଏହି ବସ୍ତୁଗୁଡ଼ିକ ଦାନ କରୁଥିବାର ମୁଁ ଦେଖୁଅଛି।
18 ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପୂର୍ବପୁରୁଷ
    ଅବ୍ରହାମ, ଇ‌ସ୍‌ହାକ ଓ ଇସ୍ରାଏଲଙ୍କର ପରମେଶ୍ୱର ଅଟ।
ଅନୁଗ୍ରହ କରି ଯଥାର୍ଥ ବିଷୟ ଯୋଜନା କରିବାକୁ ତୁମ୍ଭର ଲୋକମାନଙ୍କୁ ସାହାଯ୍ୟ କର।
    ତୁମ୍ଭ ପ୍ରତି ଅନୁଗତ ଓ ବିଶ୍ୱସ୍ତ ହେବା ନିମନ୍ତେ ସେମାନଙ୍କୁ ସାହାଯ୍ୟ କର।
19 ଆଉ, ମୋର ପୁତ୍ର ଶଲୋମନକୁ ତୁମ୍ଭ ପ୍ରତି ବିଶ୍ୱସ୍ତ ହେବା ନିମନ୍ତେ ସାହାଯ୍ୟ କର।
    ସର୍ବଦା ତୁମ୍ଭର ଆଜ୍ଞା, ବିଧି ଓ ଶାସନ ସକଳର ବାଧ୍ୟ ହେବା ନିମନ୍ତେ ତାହାକୁ ସାହାଯ୍ୟ କର।
ଶଲୋମନଙ୍କୁ ଏହି ସମସ୍ତ ବିଷୟ କରିବା ନିମନ୍ତେ ସାହାଯ୍ୟ କର
    ଓ ଏହି ପବିତ୍ର ମନ୍ଦିର ନିର୍ମାଣ କରିବା ନିମନ୍ତେ ମୁଁ ଯେଉଁ ଯୋଜନା କରିଅଛି, ସେଥିରେ ତାହାକୁ ସାହାଯ୍ୟ କର।”

20 ଏହା ପରେ ଦାଉଦ ସବୁ ଦଳର ଲୋକମାନଙ୍କୁ ଏକତ୍ରିତ କରି କହିଲେ, “ବର୍ତ୍ତମାନ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କର ଧନ୍ୟବାଦ କର।” ତେଣୁ ସମସ୍ତ ଲୋକ ସଦାପ୍ରଭୁ ପରମେଶ୍ୱରଙ୍କର ପ୍ରଶଂସା ଗାନ କଲେ, ଯେଉଁ ପରମେଶ୍ୱରଙ୍କ ଉପାସନା ସେମାନଙ୍କର ପୂର୍ବପୁରୁଷମାନେ ମଧ୍ୟ କରୁଥିଲେ। ସେମାନେ ସଦାପ୍ରଭୁ ଓ ରାଜାଙ୍କୁ ସମ୍ମାନ ଜଣାଇବା ନିମନ୍ତେ ଭୂମିରେ ଆଣ୍ଠୁମାଡ଼ି ପଡ଼ିଲେ।

ଶଲୋମନ ରାଜା ହେଲେ

21 ପରଦିନ ଲୋକମାନେ ସଦାପ୍ରଭୁଙ୍କ ନିକଟରେ ବଳିଦାନ କଲେ। ସେମାନେ ସଦାପ୍ରଭୁଙ୍କୁ ହୋମବଳି ଅର୍ପଣ କଲେ। ସେମାନେ 1,000 ବଳଦ, 1,000 ଅଣ୍ଡିରା ମେଷ, 1,000 ମେଷଶାବକ ଓ ପେୟନୈବେଦ୍ୟ ଉତ୍ସର୍ଗ କଲେ। ସେମାନେ ଇସ୍ରାଏଲର ଲୋକମାନଙ୍କ ନିମନ୍ତେ ଅନେକ ମଙ୍ଗଳାର୍ଥକ ନୈବେଦ୍ୟ ଉତ୍ସର୍ଗ କଲେ। 22 ସେହି ଦିନ ଲୋକମାନେ ସଦାପ୍ରଭୁଙ୍କ ସହିତ ଏକତ୍ର ଭୋଜନ ଓ ପାନ କରି ଅତି ଆନନ୍ଦିତ ହେଲେ।

ଆଉ, ସେମାନେ ଦାଉଦଙ୍କ ପୁତ୍ର ଶଲୋମନଙ୍କୁ ଦ୍ୱିତୀୟ ଥର ନିମନ୍ତେ ରାଜା କଲେ। ସେମାନେ ଶଲୋମନଙ୍କୁ ରାଜାରୂପେ ଅଭିଷିକ୍ତ କଲେ ଓ ସେମାନେ ସାଦୋକଙ୍କୁ ଯାଜକରୂପେ ଅଭିଷିକ୍ତ କଲେ। ସଦାପ୍ରଭୁ ଯେଉଁ ସ୍ଥାନରେ ଥିଲେ, ସେହି ସ୍ଥାନରେ ସେମାନେ ଏହିପରି କଲେ।

23 ଏହା ପରେ ଶଲୋମନ ସଦାପ୍ରଭୁଙ୍କ ସିଂହାସନରେ ରାଜାରୂପେ ବସିଲେ। ଶଲୋମନ ତାଙ୍କ ପିତାଙ୍କ ସ୍ଥାନ ନେଲେ। ଶଲୋମନ ଅତ୍ୟନ୍ତ ସଫଳ ହେଲେ। ଇସ୍ରାଏଲର ସମସ୍ତ ଲୋକ ଶଲୋମନଙ୍କର ବାଧ୍ୟ ହେଲେ। 24 ସମସ୍ତ ନେତାଗଣ, ସୈନ୍ୟଗଣ ଓ ରାଜା ଦାଉଦଙ୍କର ପୁତ୍ରଗଣ ଶଲୋମନଙ୍କୁ ରାଜାରୂପେ ସ୍ୱୀକାର କଲେ ଓ ତାଙ୍କର ବାଧ୍ୟ ହେଲେ। 25 ସଦାପ୍ରଭୁ ଶଲୋମନଙ୍କୁ ଅତି ମହାନ କଲେ। ଇସ୍ରାଏଲର ସମସ୍ତ ଲୋକ ଜାଣିଥିଲେ ଯେ, ସଦାପ୍ରଭୁ ହିଁ ଶଲୋମନଙ୍କୁ ମହାନ କରିଅଛନ୍ତି। ସଦାପ୍ରଭୁ ଶଲୋମନଙ୍କୁ ରାଜୋଚିତ୍ତ ସମ୍ମାନ ପ୍ରଦାନ କଲେ। ଶଲୋମନଙ୍କ ପୂର୍ବରୁ ଇସ୍ରାଏଲର କୌଣସି ରାଜା ଏହିପରି ସମ୍ମାନ ପାଇ ନ ଥିଲେ।

ଦାଉଦଙ୍କ ମୃତ୍ୟୁ

26-27 ଯିଶୀଙ୍କ ପୁତ୍ର ଦାଉଦ ସମଗ୍ର ଇସ୍ରାଏଲ ଉପରେ ଗ୍ଭଳିଶ୍ ବର୍ଷ ବ୍ୟାପି ରାଜା ଥିଲେ। ଦାଉଦ ହିବ୍ରୋଣ ନଗରରେ ସାତ ବର୍ଷ ପର୍ଯ୍ୟନ୍ତ ରାଜା ଥିଲେ। ଏହା ପରେ ଦାଉଦ ଯିରୁଶାଲମ ନଗରରେ ତେତିଶ ବର୍ଷ ପର୍ଯ୍ୟନ୍ତ ରାଜା ଥିଲେ। 28 ଦାଉଦ ବୃଦ୍ଧ ହେବାରୁ ମୃତ୍ୟୁଭୋଗ କଲେ। ଦାଉଦ ଏକ ଉତ୍ତମ, ଦୀର୍ଘ ଜୀବନଯାପନ କରିଥିଲେ। ଦାଉଦ ଅନେକ ଧନସମ୍ପତ୍ତି ଓ ସମ୍ମାନର ଅଧିକାରୀ ହୋଇଥିଲେ ଆଉ ଦାଉଦଙ୍କ ପରେ ତାଙ୍କର ପୁତ୍ର ଶଲୋମନ ରାଜା ହେଲେ।

29 ରାଜା ଦାଉଦଙ୍କର କୃତ ସମସ୍ତ ବିଷୟ, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶାମୁୟେଲ ଭବିଷ୍ୟ‌ଦ୍‌ବକ୍ତା, ନାଥନ ଭବିଷ୍ୟ‌ଦ୍‌ବକ୍ତା ଓ ଗାଦ୍ ଭବିଷ୍ୟ‌ଦ୍‌ବକ୍ତାମାନଙ୍କର ପୁସ୍ତକଗୁଡ଼ିକରେ ଲେଖାଯାଇଅଛି। 30 ଦାଉଦ ଇସ୍ରାଏଲର ରାଜା ରୂପେ ଯେଉଁ ସମସ୍ତ ବିଷୟ କରିଥିଲେ, ସେହି ଲେଖାଗୁଡ଼ିକ ତାହାର ବିବରଣୀ ପ୍ରଦାନ କରେ। ସେହି ଲେଖାଗୁଡ଼ିକ ଦାଉଦଙ୍କ ପରାକ୍ରମ ଓ ତାଙ୍କ ପ୍ରତି ଘଟିତ ସକଳ ବିଷୟ ବର୍ଣ୍ଣନା କରେ। ଆଉ ସେଗୁଡ଼ିକ ଇସ୍ରାଏଲ ଓ ତାହାର ଚତୁର୍ଦ୍ଦିଗରେ ଥିବା ରାଜ୍ୟଗୁଡ଼ିକ ପ୍ରତି ଘଟିଥିବା ସକଳ ବିଷୟ ବର୍ଣ୍ଣନା କରେ।

ବଂଶାବଳୀର ଦ୍ୱିତୀୟ ପୁସ୍ତକ 1

ଶଲୋମନ ଜ୍ଞାନ ମାଗନ୍ତି

ଯେହେତୁ ସଦାପ୍ରଭୁ ପରମେଶ୍ୱର ତାଙ୍କ ସହିତ ଥିଲେ, ଦାଉଦଙ୍କର ପୁତ୍ର ଶଲୋମନ ଜଣେ ପ୍ରତିଷ୍ଠିତ ରାଜା ହେବାକୁ ସକ୍ଷମ ହୋଇଥିଲେ। ସଦାପ୍ରଭୁ ତାଙ୍କୁ ଅତ୍ୟନ୍ତ ମହାନ କଲେ।

ଇସ୍ରାଏଲର ଲୋକମାନଙ୍କ ସହ ଶଲୋମନ କଥା ହେଲେ। ସେ 1,000 ସୈନ୍ୟ ବିଶିଷ୍ଟ ସୈନ୍ୟଦଳର ଦଳପତି ଓ 100 ସୈନ୍ୟ ବିଶିଷ୍ଟ ସୈନ୍ୟଦଳର ଦଳପତି ଓ ବିଗ୍ଭରକର୍ତ୍ତା ଏବଂ ସମସ୍ତ ଇସ୍ରାଏଲର ନେତାମାନଙ୍କ ସହ ପୁଣି ପରିବାରଗୁଡ଼ିକର ମୁଖ୍ୟଙ୍କ ସହ କଥା ହେଲେ। ଏହା ପରେ ଶଲୋମନ ଓ ତାଙ୍କ ସହିତ ସମଗ୍ର ସମାଜ ଗିବିୟୋନର ପର୍ବତ ଶିଖସ୍ଥ ପୂଜାସ୍ଥଳକୁ ଗଲେ। ପରମେଶ୍ୱରଙ୍କ ସମାଗମ-ତମ୍ବୁ ସେଠାରେ ଥିଲା। ଯେତେବେଳେ ସେମାନେ ମରୁ ପ୍ରାନ୍ତରରେ ଥିଲେ ସଦାପ୍ରଭୁଙ୍କ ଦାସ ମୋଶା ସେହି ତମ୍ବୁ ନିର୍ମାଣ କରିଥିଲେ। ସଦାପ୍ରଭୁଙ୍କ ନିୟମ-ସିନ୍ଦୁକକୁ ଦାଉଦ ଯିରୁଶାଲମକୁ କିରିୟତ ଯିୟାରୀମଠାରୁ ଆଣିଥିଲେ। ଯିରୁଶାଲମରେ ଏହାକୁ ସ୍ଥାପନ କରିବା ନିମନ୍ତେ ଦାଉଦ ଏକ ସ୍ଥାନ ନିରୂପଣ କରିଥିଲେ। ଦାଉଦ ଯିରୁଶାଲମରେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ପାଇଁ ଏକ ତମ୍ବୁ ନିର୍ମାଣ କରିଥିଲେ। ହୁରଙ୍କ ପୁତ୍ର ଊରି, ଊରିଙ୍କ ପୁତ୍ର ବତ୍ସଲେଲ ଏକ ପିତ୍ତଳର ଯଜ୍ଞବେଦି ନିର୍ମାଣ କରିଥିଲେ। ଏହି ପିତ୍ତଳର ଯଜ୍ଞବେଦି ଗିବିୟୋନଠାରେ ସଦାପ୍ରଭୁଙ୍କ ତମ୍ବୁ ସମ୍ମୁଖରେ ଥିଲା। ତେଣୁ ଶଲୋମନ ଏବଂ ଲୋକମାନେ ଗିବିୟୋନକୁ ସଦାପ୍ରଭୁଙ୍କ ପରାମର୍ଶ କରିବାକୁ ଗଲେ। ସମାଗମ-ତମ୍ବୁର ସମ୍ମୁଖରେ ସଦାପ୍ରଭୁଙ୍କ ଆଗରେ ପିତ୍ତଳ ବେଦି ଆଡ଼କୁ ଶଲୋମନ ଗଲେ। ବେଦି ଉପରେ ଶଲୋମନ 1,000 ଗୋଟି ସମ୍ପୂର୍ଣ୍ଣ ହୋମବଳି ଅର୍ପଣ କଲେ।

ସେହି ରାତ୍ରିରେ ପରମେଶ୍ୱର ଶଲୋମନଙ୍କ ନିକଟକୁ ଆସିଲେ। ପରମେଶ୍ୱର କହିଲେ, “ଶଲୋମନ, ଆମ୍ଭେ ତୁମ୍ଭକୁ କ’ଣ ଦେବା ବୋଲି ତୁମ୍ଭେ ଗ୍ଭହଁ, ତାହା ଆମ୍ଭକୁ ମାଗ।”

ଶଲୋମନ ସଦାପ୍ରଭୁଙ୍କୁ କହିଲେ, “ତୁମ୍ଭେ ମୋର ବାପା ଦାଉଦଙ୍କ ପ୍ରତି ଅତ୍ୟନ୍ତ ଦୟାଳୁ ଥିଲ। ମୋର ବାପାଙ୍କ ସ୍ଥାନରେ ନୂତନ ରାଜା ହେବା ନିମନ୍ତେ ତୁମ୍ଭେ ମୋତେ ମନୋନୀତ କଲ। ବର୍ତ୍ତମାନ ସଦାପ୍ରଭୁ ପରମେଶ୍ୱର, ମୋର ବାପା ଦାଉଦଙ୍କୁ ଦେଇଥିବା ପ୍ରତିଜ୍ଞା ରକ୍ଷା କର। ଏକ ଅତି ବଡ଼ ଜାତିର ରାଜା ହେବା ନିମନ୍ତେ ତୁମ୍ଭେ ମୋତେ ମନୋନୀତ କରିଅଛ। ସେଠାରେ ଅନେକ ଲୋକ ଅଛନ୍ତି ସେମାନେ ପୃଥିବୀର ଧୂଳି ସଦୃଶ। 10 ମୋତେ ଜ୍ଞାନ ଓ ବୁଦ୍ଧି ଦିଅ, ଯେପରି ଏହି ଲୋକମାନଙ୍କୁ ମୁଁ ଉଚିତ୍ ମାର୍ଗରେ କଢ଼ାଇ ନେଇ ପାରିବି। ତୁମ୍ଭର ସାହାଯ୍ୟ ବିନା ଏହି ଲୋକମାନଙ୍କୁ କେହି ଶାସନ କରି ପାରିବ ନାହିଁ।”

11 ପରମେଶ୍ୱର ଶଲୋମନଙ୍କୁ କହିଲେ, “ଆମ୍ଭେ ଏହା କରିବା କାରଣ ଏହା ତୁମ୍ଭର ଇଚ୍ଛା ଥିଲା। ତୁମ୍ଭେ ଧନ, ସମ୍ପତ୍ତି ବା ସମ୍ମାନ ମାଗିଲ ନାହିଁ। ତୁମ୍ଭ ଶତ୍ରୁମାନଙ୍କର ବିନାଶ ତୁମ୍ଭେ ଗ୍ଭହିଁଲ ନାହିଁ। ପୁଣି ତୁମ୍ଭର ଦୀର୍ଘାୟୁ ମଧ୍ୟ ତୁମ୍ଭେ ମାଗିଲ ନାହିଁ। ତୁମ୍ଭେ କେବଳ ଜ୍ଞାନ ଓ ବୁଦ୍ଧି ମାଗିଲ, ଯେପରି ତୁମ୍ଭେ ମୋର ଲୋକମାନଙ୍କୁ ବୁଦ୍ଧିମାନରେ ନିଷ୍ପତ୍ତି ଦେଇପାର, ଯେଉଁ ଲୋକମାନଙ୍କୁ ଶାସନ କରିବା ନିମନ୍ତେ ଆମ୍ଭେ ତୁମ୍ଭକୁ ମନୋନୀତ କରିଅଛୁ। 12 ଏଣୁ ଆମ୍ଭେ ତୁମ୍ଭକୁ ଜ୍ଞାନ ଓ ବୁଦ୍ଧିରେ ପୂର୍ଣ୍ଣ କରିବା। ଆଉ ମଧ୍ୟ ଆମ୍ଭେ ତୁମ୍ଭକୁ ଧନ, ସମ୍ପତ୍ତି ଓ ସମ୍ମାନ ପ୍ରଦାନ କରିବା। ତୁମ୍ଭ ପୂର୍ବରୁ କୌଣସି ରାଜାର ଏପରି ଧନ ବା ସମ୍ମାନ ନ ଥିଲା। ଏବଂ ଭବିଷ୍ୟତରେ ମଧ୍ୟ କୌଣସି ରାଜାର ଏପରି ଧନସମ୍ମାନ ରହିବ ନାହିଁ।”

13 ତା'ପରେ ଶଲୋମନ ସମାଗମ-ତମ୍ବୁକୁ ତ୍ୟାଗ କଲେ, ଯେଉଁଟାକି ଗିବିୟୋନରେ ଏକ ଉପାସନା ସ୍ଥଳରେ ଥିଲା ଏବଂ ଇସ୍ରାଏଲର ରାଜା ଯିରୁଶାଲମକୁ ଫେରିଗଲେ ଓ ଶାସନ କଲେ।

ଶଲୋମନ ତାଙ୍କର ସୈନ୍ୟଦଳ ଓ ସମ୍ପତ୍ତି ଗଠନ କରନ୍ତି

14 ତାଙ୍କର ସୈନ୍ୟଦଳ ନିମନ୍ତେ ଶଲୋମନ ଘୋଡ଼ାସବୁ ଓ ରଥସବୁ ସଂଗ୍ରହ କରିବାକୁ ଆରମ୍ଭ କଲେ। ଶଲୋମନ 1,400 ଟି ରଥ ଓ 12,000 ଅଶ୍ୱ ସଂଗ୍ରହ କଲେ। ଶଲୋମନ ସେମାନଙ୍କୁ ରଥର ସହରରେ ରଖିଲେ। ଆଉ କେତେକଙ୍କୁ ଶଲୋମନ ଯିରୁଶାଲମରେ ରାଜାଙ୍କ ନିକଟରେ ରଖିଲେ। 15 ଯେତେ ପରିମାଣରେ ପଥର, ଏରସ କାଠ, ସି‌କ୍‌ମୋର କାଠ ଯିରୁଶାଲମରେ ଥିଲା, ରାଜା ସେତେ ପରିମାଣର ସୁନା ଓ ରୂପା ଆଣିଲେ। 16 କ୍ୟୁଏ ଏବଂ ମିଶରରୁ ଶଲୋମନ ଘୋଡ଼ାସବୁ କିଣିଲେ। ରାଜାଙ୍କର ବଣିକମାନେ ଘାଡ଼ାସବୁ କିଣିବାକୁ କ୍ୟୁଏକୁ ଗଲେ। 17 ଶଲୋମନଙ୍କ ବେପାରିମାନେ ମିଶରରୁ ଗୋଟିଏ ରଥକୁ 600 ରୂପାମୁଦ୍ରା ଏବଂ ଗୋଟିଏ ଘୋଡ଼ାକୁ 150 ରୂପାମୁଦ୍ରା ଦେଇ କିଣିଲେ। ଏହା ପରେ ବେପାରିମାନେ ଘୋଡ଼ା ଓ ରଥସବୁ ହିତ୍ତୀୟ ଓ ଅରାମ ଲୋକମାନଙ୍କର ସମସ୍ତ ରାଜାମାନଙ୍କୁ ବିକିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center