Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ବଂଶାବଳୀର ପ୍ରଥମ ପୁସ୍ତକ 12-14

ଦାଉଦଙ୍କ ସହିତ ଯୋଗ ଦେଇଥିବା ସାହସୀ ବୀରଗଣ

12 ଦାଉଦ ସିକ୍ଳଗରେ ଥିବା ସମୟରେ ଯେଉଁ ବ୍ୟକ୍ତିମାନେ ତାହାଙ୍କ ନିକଟକୁ ଆସିଥିଲେ, ସେମାନଙ୍କର ତାଲିକା ଏହା ଥିଲା। ଦାଉଦ ଯେତେବେଳେ କୀଶଙ୍କ ପୁତ୍ର ଶାଉଲଙ୍କଠାରୁ ଲୁଚି ରହିଥିଲେ, ସେତେବେଳେ ଏହା ଘଟିଥିଲା। ଏହି ଲୋକମାନେ ଦାଉଦଙ୍କୁ ଯୁଦ୍ଧ ସମୟରେ ସାହାଯ୍ୟ କରିଥିଲେ। ଏହି ଲୋକମାନେ ଧନୁର୍ଦ୍ଧର ଥିଲେ, ଯେଉଁମାନେ ଡାହାଣ ଓ ବାମ ଉଭୟ ହସ୍ତଦ୍ୱାରା ଧନୁରୁ ତୀର ମାରିପାରୁଥିଲେ। ଆହୁରି ମଧ୍ୟ, ସେମାନେ ସେମାନଙ୍କ ଡାହାଣ ଓ ବାମ, ଉଭୟ ହସ୍ତଦ୍ୱାରା ବାଟୁଳି ଦ୍ୱାରା ପଥର ମାରିପାରୁଥିଲେ। ସେମାନେ ବିନ୍ୟାମୀନୀୟ ଗୋଷ୍ଠୀବର୍ଗ ଓ ଶାଉଲଙ୍କ ଆତ୍ମୀୟ ଥିଲେ।

ଅହୀୟେଷର, ସେମାନଙ୍କ ନେତା ଓ ଯୋୟାଶ (ଅହୀୟେଷର ଓ ଯୋୟାଶ, ଗିବିୟାଥୀୟରୁ ଶମାୟରଙ୍କ ପୁତ୍ର ଥିଲେ)। ଯିଷୀୟେଲ ଓ ପେ‌ଲ୍‌ଟ ଅ‌‌‌ସ୍‌ମାବତଙ୍କର ପୁତ୍ର ଥିଲେ; ଅନାଥୋତୀୟରୁ ବରାଖା ଓ ଯେହୂ ଥିଲେ। ଗିବିୟୋନ ଯିଶ୍ମୟିୟ ତିରିଶ୍ ଜଣ ବୀରଙ୍କ ମଧ୍ୟରେ ବଳଶାଳୀ ଥିଲେ ଓ ସେ ଏହି ତିରିଶ୍ ଜଣ ବୀରଙ୍କର ଜଣେ ନେତା ଥିଲେ। ଗଦେରାଥୀୟ ଲୋକମାନଙ୍କ ମଧ୍ୟରୁ ଯିରିମିୟ, ଯହସୀୟେଲ, ଯୋହାନନ୍ ଓ ଯୋଷାବଦ୍ ଥିଲେ। ଇଲିୟୁଷୟ, ଯିରେମୋତ୍, ବାଲିୟା, ଶମରିୟ ଓ ହରୂଫୀୟ, ଶଫଟିୟ; ଇ‌ଲ୍‌କାନା, ଯିଶିୟ, ଅସରେଲ, ଯୋୟେଷର ଓ ଯା‌ଶ୍‌ବିୟାମ୍, କୋରହ ପରିବାରବର୍ଗର ସମସ୍ତ ଲୋକ, ଗଦୋର ସହରର ଯିରୋହମଙ୍କ ପୁତ୍ର ଯୋୟେଲା ଓ ସବଦିୟ ସାହସୀ ଥିଲେ।

ଗାଦୀୟଗଣ

ଦାଉଦଙ୍କର ମରୁଭୂମିସ୍ଥ ଦୁର୍ଗରେ ଗାଦ୍ ପରିବାର ବର୍ଗର କେତେଜଣ ଆସି ସେଠାରେ ବାସ କଲେ। ସେମାନେ ଯୁଦ୍ଧ ବିଦ୍ୟାରେ ତାଲିମପ୍ରାପ୍ତ ଅତି ସାହସୀ ସୈନ୍ୟଗଣ ଥିଲେ। ସେମାନେ ବର୍ଚ୍ଛା ଓ ଢାଲ ଗ୍ଭଳନାରେ ଦକ୍ଷ ଥିଲେ। ସେମାନେ ସିଂହ ପରି ଅତି ଭୟଙ୍କର ଥିଲେ। ପର୍ବତରେ ହରିଣ ସଦୃଶ ଦ୍ରୁତ ଗତିରେ ଦୌଡ଼ି ମଧ୍ୟ ପାରୁଥିଲେ।

ଏସର, ଗାଦ୍ ଗୋଷ୍ଠୀର ସୈନ୍ୟଦଳର ସେନାପତି ଥିଲେ। ଓବଦିୟ ଦ୍ୱିତୀୟ ସେନାଧ୍ୟକ୍ଷ ଥିଲେ। ଇଲିୟାବ୍ ତୃତୀୟ ସେନାଧ୍ୟକ୍ଷ ଥିଲେ। 10 ମି‌ଶ୍‌ମନ୍ନା ଚତୁର୍ଥ ସେନାଧ୍ୟକ୍ଷ ଥିଲେ, ଯିରିମିୟ ପଞ୍ଚମ ସେନାଧ୍ୟକ୍ଷ ଥିଲେ, 11 ଅତ୍ତୟ ଷଷ୍ଠ ସେନାଧ୍ୟକ୍ଷ ଥିଲେ, ଇଲୀୟେଲ ସପ୍ତମ ସେନାଧ୍ୟକ୍ଷ ଥିଲେ, 12 ଯୋହାନନ୍ ଅଷ୍ଟମ ସେନାଧ୍ୟକ୍ଷ ଥିଲେ, ଇ‌ଲ୍‌ସାବଦ୍ ନବମ ସେନାଧ୍ୟକ୍ଷ ଥିଲେ, 13 ଯିରିମିୟ ଦଶମ ସେନାଧ୍ୟକ୍ଷ ଥିଲେ, ମ‌ଗ୍‌ବନ୍ନୟ ଏକାଦଶ ସେନାଧ୍ୟକ୍ଷ ଥିଲେ।

14 ଏହି ବ୍ୟକ୍ତିମାନେ ଗା‌ଦ୍‌ର ସୈନ୍ୟଦଳର ନେତା ଥିଲେ। ସେହି ଦଳର ସବୁଠାରୁ ଦୁର୍ବଳ ବ୍ୟକ୍ତି 100 ଜଣ ଶତ୍ରୁ ସୈନ୍ୟଙ୍କ ସହିତ ଯୁଦ୍ଧ କରିବା ନିମନ୍ତେ ସମର୍ଥ ଥିଲା। ଆଉ ସେହି ଦଳର ସବୁଠାରୁ ପରାକ୍ରମୀ ବ୍ୟକ୍ତି 1,000 ଜଣ ଶତ୍ରୁ ସୈନ୍ୟଙ୍କ ସହିତ ଯୁଦ୍ଧ କରିବା ନିମନ୍ତେ ସାମର୍ଥ ଥିଲା। 15 ଗାଦ୍ ଗୋଷ୍ଠୀର ଏହି ସୈନ୍ୟମାନେ ବର୍ଷର ପ୍ରଥମ ମାସରେ ଯର୍ଦ୍ଦନ ନଦୀ ପାର ହୋଇଯାଇଥିଲେ। ବର୍ଷର ଏହି ସମୟରେ ଯର୍ଦ୍ଦନ ନଦୀ ବନ୍ୟା ଜଳରେ ପୂର୍ଣ୍ଣ ହୋଇ ରହିଥିଲା। ସେମାନେ ଉପତ୍ୟକାରେ ବାସ କରୁଥିବା ସମସ୍ତ ଲୋକଙ୍କୁ ତଡ଼ି ପକାଇଥିଲେ। ସେମାନେ ସେହି ଲୋକମାନଙ୍କୁ ପୂର୍ବ ଓ ପଶ୍ଚିମ ଦିଗକୁ ତଡ଼ି ପଠାଇ ଦେଇଥିଲେ।

ଅନ୍ୟ ସୈନ୍ୟମାନେ ଦାଉଦଙ୍କ ସହିତ ଯୋଗ ଦେଲେ

16 ସେହି ଦୁର୍ଗରେ ବିନ୍ୟାମୀନ ଓ ଯିହୁଦା ଗୋଷ୍ଠୀର ଲୋକମାନେ ମଧ୍ୟ ଆସି ଦାଉଦଙ୍କ ସହିତ ଯୋଗ ଦେଲେ। 17 ଦାଉଦ ସେମାନଙ୍କୁ ସାକ୍ଷାତ କରିବାକୁ ଗଲେ। ଦାଉଦ ସେମାନଙ୍କୁ କହିଲେ, “ଯଦି ତୁମ୍ଭେ ଶାନ୍ତି ସହକାରେ ମୋତେ ସାହାଯ୍ୟ କରିବାକୁ ଆସିଅଛ, ତେବେ ମୁଁ ତୁମ୍ଭକୁ ସ୍ୱାଗତ କରୁଅଛି। ମୋ’ ସହିତ ସହଯୋଗ କର। କିନ୍ତୁ ମୁଁ କୌଣସି ଭୁଲ୍ କାର୍ଯ୍ୟ କରି ନ ଥିବା ସତ୍ତ୍ୱେ ଯଦି ତୁମ୍ଭେ ମୋ’ ବିରୁଦ୍ଧରେ ଗୁପ୍ତଚର ବୃତ୍ତି କରିବାକୁ ଆସିଅଛ, ତେବେ ଆମ୍ଭମାନଙ୍କ ପୂର୍ବପୁରୁଷଗଣଙ୍କର ପରମେଶ୍ୱର ତାହା ଦେଖନ୍ତୁ ଓ ସେ ତୁମ୍ଭକୁ ଦଣ୍ଡ ଦିଅନ୍ତୁ।”

18 ଅମାସୟ ତିରିଶ୍ ବୀରଙ୍କର ନେତା ଥିଲେ। ଏହା ପରେ, ଆତ୍ମା ଅମାସୟଙ୍କ ଉପରେ ଅବତରଣ କଲେ, ଓ ସେ କହିଲେ,

“ହେ ଦାଉଦ, ଆମ୍ଭେମାନେ ତୁମ୍ଭର ଅଟୁ!
    ହେ ଯିଶୀଙ୍କ ପୁତ୍ର, ଆମ୍ଭେମାନେ ତୁମ୍ଭ ସହିତରେ ଅଛୁ!
ତୁମ୍ଭ ପ୍ରତି, ଶାନ୍ତି ବର୍ତ୍ତୁ!
    ଯେଉଁ ଲୋକମାନେ ତୁମ୍ଭକୁ ସାହାଯ୍ୟ କରନ୍ତି, ସେହି ସମସ୍ତଙ୍କ ପ୍ରତି ଶାନ୍ତି ବର୍ତ୍ତୁ।
    କାରଣ ତୁମ୍ଭର ପରମେଶ୍ୱର ତୁମ୍ଭକୁ ସାହାଯ୍ୟ କରନ୍ତି!”

ତେଣୁ ଦାଉଦ ଏହି ଲୋକମାନଙ୍କୁ ତାଙ୍କ ଦିନରେ ସ୍ୱାଗତ କଲେ ଓ ସେମାନଙ୍କୁ ବିଭିନ୍ନ ସେନାଦଳର ଦାୟିତ୍ୱରେ ରଖିଲେ।

19 ମନଃଶୀୟ ଗୋଷ୍ଠୀର କେତେକ ବ୍ୟକ୍ତି ମଧ୍ୟ ଦାଉଦଙ୍କ ସହିତ ଯୋଗ ଦେଲେ। ଦାଉଦ ଯେତେବେଳେ ପଲେଷ୍ଟୀୟମାନଙ୍କ ସହିତ ଶାଉଲଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଯାଇଥିଲେ, ସେତେବେଳେ ସେମାନେ ତାହାଙ୍କ ସହିତ ଯୋଗ ଦେଇଥିଲେ। କିନ୍ତୁ ଦାଉଦ ଓ ତାଙ୍କ ଲୋକମାନେ ପ୍ରକୃତରେ ପଲେଷ୍ଟୀୟମାନଙ୍କୁ ସାହାଯ୍ୟ କରି ନ ଥିଲେ। ଦାଉଦ ଯେ ସେମାନଙ୍କୁ ସାହାଯ୍ୟ କରୁଅଛନ୍ତି, ଏହା ପଲେଷ୍ଟୀୟ ନେତାମାନେ କଥାବାର୍ତ୍ତା ହେଉଥିଲେ, କିନ୍ତୁ ତା'ପରେ ସେମାନେ ତାହାଙ୍କୁ ପଠାଇଦେବା ନିମନ୍ତେ ସ୍ଥିର କଲେ। ସେହି ଶାସକମାନେ କହିଲେ, “ଯଦି ଦାଉଦ ତାଙ୍କ ମୁନିବ ଶାଉଲଙ୍କ ପାଖକୁ ଫେରିଯାଏ, ତେବେ ଆମ୍ଭମାନଙ୍କର ମୁଣ୍ଡକାଟ ହେବ!” 20 ଦାଉଦ ସିକ୍ଳଗ ସହରକୁ ଯିବା ବେଳେ ମନଃଶିର ଏହି ଲୋକମାନେ ତାଙ୍କ ସହିତ ଯୋଗ ଦେଇଥିଲେ; ଅ‌ଦ୍‌ନହ, ଯୋଷାବଦ୍, ଯିଦୀୟେଲ, ମୀଖାୟେଲ, ଯୋଷାବଦ୍, ଇଲିହୂ, ଓ ସିଲ୍ଲଥୟ। ଯେଉଁମାନେ ମନଃଶିର 1,000 ଜଣ ସୈନ୍ୟଙ୍କର ମୁଖ୍ୟ ଥିଲେ। 21 ସେମାନେ ମନ୍ଦ ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ଦାଉଦଙ୍କୁ ସାହାଯ୍ୟ କରୁଥିଲେ। ଏହି ମନ୍ଦ ଲୋକମାନେ ଦେଶସାରା ବ୍ୟାପି ଯାଇଥିଲେ ଓ ଲୋକମାନଙ୍କର ଜିନିଷପତ୍ର ଗ୍ଭେରି କରିନେଇ ଯାଉଥିଲେ। ମନଃଶିର ଏହି ଲୋକମାନେ ଦୁଃସାହସୀ ସୈନ୍ୟ ଥିଲେ। ସେମାନେ ଦାଉଦଙ୍କ ସୈନ୍ୟଦଳର ସେନାଧ୍ୟକ୍ଷ ହେଲେ।

22 ଦାଉଦଙ୍କୁ ସାହାଯ୍ୟ କରିବା ନିମନ୍ତେ ପ୍ରତ୍ୟେକ ଦିନ ଅଧିକରୁ ଅଧିକ ସଂଖ୍ୟକ ଲୋକ ଆସିବାକୁ ଲାଗିଲେ। ତେଣୁ ଦାଉଦଙ୍କର ଏକ ବିଶାଳ ଓ ମହାପରାକ୍ରମୀ ସୈନ୍ୟଦଳ ହେଲା।

ଅନ୍ୟ ଲୋକମାନେ ହିବ୍ରୋଣଠାରେ ଦାଉଦଙ୍କ ସହିତ ଯୋଗ ଦେଲେ

23 ହିବ୍ରୋଣ ସହରରେ ଦାଉଦଙ୍କ ନିକଟକୁ ଆସିଥିବା ଲୋକମାନଙ୍କର ସଂଖ୍ୟା ଏହିପରି ଥିଲା। ଏହି ଲୋକମାନେ ଯୁଦ୍ଧ ନିମନ୍ତେ ସଦା ପ୍ରସ୍ତୁତ ଥିଲେ। ସେମାନେ ଶାଉଲଙ୍କ ରାଜ୍ୟକୁ ଦାଉଦଙ୍କ ହସ୍ତରେ ଅର୍ପଣ କରିବାକୁ ଆସିଥିଲେ। ଏହା ହିଁ ଘଟିବ ବୋଲି ସଦାପ୍ରଭୁ କହିଥିଲେ। ସେମାନଙ୍କ ସଂଖ୍ୟା ଏହିପରି ଥିଲା।

24 ଯିହୁଦା ଗୋଷ୍ଠୀରୁ 6,800 ଲୋକ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ଥିଲେ। ସେମାନେ ଢାଲ ଓ ବର୍ଚ୍ଛା ବହନ କରୁଥିଲେ।

25 ଶିମିୟୋନ ଗୋଷ୍ଠୀରୁ 7,100 ଲୋକ ଥିଲେ। ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ସେମାନେ ସାହସୀ ସୈନ୍ୟଗଣ ଥିଲେ।

26 ଲେବୀ ଗୋଷ୍ଠୀରୁ 4,600 ଲୋକ ଥିଲେ। 27 ଯିହୋୟାଦା ସେହି ଦଳରେ ଥିଲେ। ସେ ହାରୋଣଙ୍କ ପରିବାରର ମୁଖ୍ୟ ଥିଲେ। ଯିହୋୟାଦାଙ୍କ ସହିତ 3,700 ଲୋକ ଥିଲେ। 28 ସାଦୋକ୍ ମଧ୍ୟ ସେହି ଦଳରେ ଥିଲେ। ସେ ଜଣେ ସାହସୀ ଯୁବା ସୈନ୍ୟ ଥିଲେ। ସେ ତାଙ୍କ ପରିବାରର ବାଇଶ ଜଣ କାର୍ଯ୍ୟକାରୀଙ୍କ ସହିତ ଆସିଲେ।

29 ବିନ୍ୟାମୀନ ଗୋଷ୍ଠୀରୁ 3,000 ଲୋକ ଥିଲେ। ସେମାନେ ଶାଉଲଙ୍କ ଆତ୍ମୀୟ ଥିଲେ। ସେହି ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରୁ ଅଧିକାଂଶ ଶାଉଲଙ୍କ ପରିବାର ପ୍ରତି ବିଶ୍ୱସ୍ତ ଥିଲେ।

30 ଇଫ୍ରୟିମ ଗୋଷ୍ଠୀରୁ 20,800 ଲୋକ ଥିଲେ। ସେମାନେ ସାହସୀ ସୈନ୍ୟ ଥିଲେ। ସେମାନେ ନିଜର ପରିବାରରେ ଅତି ପ୍ରସିଦ୍ଧ ଥିଲେ।

31 ମନଃଶିର ଅର୍ଦ୍ଧେକ ଗୋଷ୍ଠୀରୁ 18,000 ଲୋକ ଥିଲେ। ଦାଉଦଙ୍କୁ ରାଜା କରିବା ପାଇଁ ସେମାନଙ୍କୁ ନାମ ଧରି ଡକା ଯାଇଥିଲା।

32 ଇଷାଖର ଗୋଷ୍ଠୀରୁ 200 ଜଣ ଜ୍ଞାନୀ ନେତା ଥିଲେ। ସେହି ବ୍ୟକ୍ତିମାନେ ଇସ୍ରାଏଲ ନିମନ୍ତେ ଯଥାର୍ଥ ସମୟରେ କି ପ୍ରକାର କର୍ମ କରିବା ଉଚିତ୍, ତାହା ବୁଝିପାରୁଥିଲେ। ସେମାନଙ୍କର ଆତ୍ମୀୟମାନେ ସେମାନଙ୍କ ସହିତରେ ଓ ସେମାନଙ୍କ ଅଧୀନରେ ଥିଲେ।

33 ସବୂଲୂନ ଗୋଷ୍ଠୀରୁ 50,000 ସୈନ୍ୟ ଥିଲେ। ସେମାନେ ସବୁପ୍ରକାର ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ନିମନ୍ତେ ତାଲିମପ୍ରାପ୍ତ ହୋଇଥିଲେ। ଏବଂ ଦାଉଦଙ୍କୁ ବିନା ସନ୍ଦେହରେ ସାହାଯ୍ୟ କଲେ।

34 ନପ୍ତାଲି ଗୋଷ୍ଠୀରୁ 1,000 କାର୍ଯ୍ୟକାରୀ ଥିଲେ। ସେମାନଙ୍କ ସହିତ 37,000 ଲୋକ ଥିଲେ। ଏହି ଲୋକମାନେ ଢାଲ ଓ ବର୍ଚ୍ଛାଧାରୀ ଥିଲେ।

35 ଦାନ୍ ଗୋଷ୍ଠୀରୁ 28,600 ଲୋକ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହୋଇ ରହିଥିଲେ।

36 ଆଶେର ଗୋଷ୍ଠୀରୁ 40,000 ତାଲିମପ୍ରାପ୍ତ ସୈନ୍ୟ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହୋଇ ରହିଥିଲେ।

37 ଯର୍ଦ୍ଦନ ନଦୀର ପୂର୍ବ ଦିଗରୁ ରୁବେନ୍, ଗାଦ୍ ଓ ମନଃଶିର ଅର୍ଦ୍ଧେକ ପରିବାରବର୍ଗର 120,000 ଲୋକ ଥିଲେ। ଏହି ଲୋକମାନଙ୍କ ନିକଟରେ ସବୁ ପ୍ରକାରର ଅସ୍ତ୍ରଶସ୍ତ୍ର ଥିଲା।

38 ସେହି ସମସ୍ତ ଲୋକମାନେ ସାହସୀ ସୈନ୍ୟ ଥିଲେ। ସେମାନେ ସମ୍ପୂର୍ଣ୍ଣ ଏକମତ ହୋଇ ଦାଉଦଙ୍କୁ ଇସ୍ରାଏଲର ରାଜା କରିବା ନିମନ୍ତେ ହିବ୍ରୋଣ ସହରକୁ ଆସିଥିଲେ। ଇସ୍ରାଏଲର ଅବଶିଷ୍ଟ ସମସ୍ତ ଲୋକ ମଧ୍ୟ ଦାଉଦଙ୍କୁ ରାଜା କରିବା ନିମନ୍ତେ ସମ୍ମତ ହୋଇଥିଲେ। 39 ସେହି ଲୋକମାନେ ଦାଉଦଙ୍କ ସହିତ ହିବ୍ରୋଣରେ ତିନି ଦିନ କଟାଇଲେ। ସେମାନେ ଭୋଜନ କଲେ ଓ ପାନ କଲେ, କାରଣ ସେମାନଙ୍କର ଆତ୍ମୀୟମାନେ ସେମାନଙ୍କ ନିମନ୍ତେ ଖାଦ୍ୟ ପ୍ରସ୍ତୁତ କରୁଥିଲେ। 40 ଆହୁରି ମଧ୍ୟ ସେମାନଙ୍କର ପଡ଼ୋଶୀ ଇଷାଖର, ସବୁଲୂନ୍ ଓ ନପ୍ତାଲି ଗୋଷ୍ଠୀର ଲୋକମାନେ ଗଧ, ଓଟ, ଖଚର ଓ ବଳଦ ଉପରେ ଖାଦ୍ୟଦ୍ରବ୍ୟ ଲଦି ସେମାନଙ୍କ ନିକଟକୁ ଆଣୁଥିଲେ। ସେମାନେ ବହୁତ ପରିମାଣରେ ମଇଦା, ଡିମ୍ବିରି ଫଳରୁ ପ୍ରସ୍ତୁତ ପିଠା, କି‌‌‌ସ୍‌ମିସ୍, ଦ୍ରାକ୍ଷାରସ, ତୈଳ, ଗୋପଲ ଓ ମେଷପଲ ନେଇ ଆସୁଥିଲେ। ଇସ୍ରାଏଲ ଲୋକମାନେ ଅତ୍ୟନ୍ତ ଆନନ୍ଦିତ ଥିଲେ।

ନିୟମସିନ୍ଦୁକ ଫେରାଇ ଅଣାଗଲା

13 ଦାଉଦ ତାଙ୍କ ସୈନ୍ୟଦଳର ସମସ୍ତ ସେନାଧ୍ୟକ୍ଷମାନଙ୍କ ସହିତ କଥାବାର୍ତ୍ତା ହେଲେ। ଏହା ପରେ ଦାଉଦ ଇସ୍ରାଏଲର ସମସ୍ତ ଲୋକଙ୍କୁ ଏକତ୍ର କରି ଆପଣା ନିକଟକୁ ଡାକିଲେ। ସେ ସେମାନଙ୍କୁ କହିଲେ, “ଯଦି ତୁମ୍ଭେମାନେ ଭାବୁଛ ଯେ ଏହା ଏକ ଉତ୍ତମ ବିଷୟ ଓ ସଦାପ୍ରଭୁ ଯଦି ତାହା ହିଁ ଇଚ୍ଛା କରନ୍ତି, ତେବେ ଆସ, ଇସ୍ରାଏଲର ସମସ୍ତ ଅଞ୍ଚଳରେ ଥିବା ଆମ୍ଭମାନଙ୍କର ଭ୍ରାତାମାନଙ୍କ ନିକଟକୁ ଗୋଟିଏ ବାର୍ତ୍ତା ପ୍ରେରଣ କରିବା। ଆମ୍ଭମାନଙ୍କ ଭ୍ରାତାମାନଙ୍କ ସହିତ ସେମାନଙ୍କ ସହରରେ ଓ ସହର ନିକଟସ୍ଥ କ୍ଷେତ୍ରମାନଙ୍କରେ ବାସ କରୁଥିବା ଯାଜକ ଓ ଲେବୀୟମାନଙ୍କ ନିକଟକୁ ମଧ୍ୟ ବାର୍ତ୍ତା ପଠାଇବା। ଏହି ବାର୍ତ୍ତା ସେମାନଙ୍କୁ ଜଣାଉ ଯେ, ସେମାନେ ଆସି ଆମ୍ଭମାନଙ୍କ ସହିତ ଯୋଗ ଦିଅନ୍ତୁ। ଆମ୍ଭେମାନେ ଯିରୁଶାଲମରେ ଆମ୍ଭମାନଙ୍କ ନିକଟକୁ ନିୟମ-ସିନ୍ଦୁକକୁ ଫେରାଇ ଆଣିବା। ଶାଉଲ ରାଜା ଥିବା ସମୟରେ ଆମ୍ଭେମାନେ ନିୟମସିନ୍ଦୁକ ପ୍ରତି ଯତ୍ନଶୀଳ ହୋଇ ନାହୁଁ।” ଇସ୍ରାଏଲର ସମସ୍ତ ଲୋକ ଦାଉଦଙ୍କ ସହିତ ଏକମତ ହେଲେ। ସେମାନଙ୍କର ହୃ‌ଦ୍‌ବୋଧ ହେଲା ଯେ, ଏହା ହିଁ ଯଥାର୍ଥ କର୍ମ ଅଟେ।

ତେଣୁ ଦାଉଦ ମିଶରର ଶିୟୋରନଦୀଠାରୁ ହମାତର ସହର ପର୍ଯ୍ୟନ୍ତ ଇସ୍ରାଏଲର ଲୋକମାନଙ୍କୁ ଏକତ୍ର କଲେ। ସେମାନେ କିରିୟତ୍-ଯିୟାରୀମ ସହରରୁ ନିୟମସିନ୍ଦୁକ ଫେରାଇ ଆଣିବା ନିମନ୍ତେ ଏକତ୍ର ହେଲେ। ଦାଉଦ ଓ ତାଙ୍କ ସହିତ ଇସ୍ରାଏଲର ସମସ୍ତ ଲୋକ ଯିହୁଦାର ବାଲାକୁ ଗଲେ। ବାଲା କିରିୟତ୍-ଯିୟାରୀମର ଅନ୍ୟ ଏକ ନାମ ଅଟେ। ସେମାନେ ନିୟମସିନ୍ଦୁକ ଆଣିବା ନିମନ୍ତେ ସେଠାକୁ ଗଲେ। ସେହି ନିୟମସିନ୍ଦୁକ ସଦାପ୍ରଭୁ ପରମେଶ୍ୱରଙ୍କ ସିନ୍ଦୁକ ଅଟେ। ସେ କିରୂବ ଦୂତଗଣ ଉପରେ ବିଦ୍ୟମାନ ଥା’ନ୍ତି। ଏହି ସିନ୍ଦୁକ ହିଁ ସଦାପ୍ରଭୁଙ୍କ ନାମରେ ନାମିତ ଅଟେ।

ଲୋକମାନେ ନିୟମସିନ୍ଦୁକକୁ ଅବୀନାଦବଙ୍କ ଗୃହରୁ କାଢ଼ି ଆଣିଲେ। ସେମାନେ ତାହାକୁ ଏକ ନୂତନ ଶଗଡ଼ ଗାଡ଼ିରେ ରଖିଲେ। ଉଷ ଓ ଅହିୟୋ ସେହି ଶଗଡ଼କୁ ଚଲାଇଲେ।

ଦାଉଦ ଓ ଇସ୍ରାଏଲ ସମସ୍ତ ଲୋକ ପରମେଶ୍ୱରଙ୍କ ସମ୍ମୁଖରେ ଆନନ୍ଦ ଉତ୍ସବ କରୁଥିଲେ। ସେମାନେ ପରମେଶ୍ୱରଙ୍କ ପ୍ରଶଂସା କରୁଥିଲେ ଓ ସଂଗୀତମାନ ଗାନ କରୁଥିଲେ। ସେମାନେ ବୀଣା, ସାରଙ୍ଗ, ଢୋଲ, ଗିନି ଓ ତୂରୀ ବାଦ୍ୟସବୁ ବଜାଇଲେ।

ସେମାନେ କୀଦୋନସ୍ଥିତ ଶସ୍ୟ ଝାଡ଼ିବା ସ୍ଥାନକୁ ଆସିଲେ। ଶଗଡ଼ ଗାଡ଼ିକୁ ଟାଣୁଥିବା ବଳଦମାନେ ଝୁଣ୍ଟିପଡ଼ିଲେ। ଏବଂ ନିୟମସିନ୍ଦୁକ ପ୍ରାୟ ପଡ଼ିଯିବା ତୁଲ୍ୟ ହେଲା। ତେଣୁ ଉଷ ସିନ୍ଦୁକଟିକୁ ଧରିବା ନିମନ୍ତେ ନିଜର ହାତ ବଢ଼ାଇଲା। 10 ସଦାପ୍ରଭୁ ଉଷ ପ୍ରତି ଅତ୍ୟନ୍ତ କ୍ରୋଧାନ୍ୱିତ ହେଲେ। ସଦାପ୍ରଭୁ ଉଷକୁ ବଧ କଲେ, କାରଣ ସେ ସିନ୍ଦୁକକୁ ସ୍ପର୍ଶ କଲା। ତେଣୁ ଉଷ ସେହିଠାରେ ପରମେଶ୍ୱରଙ୍କ ସମ୍ମୁଖରେ ମୃତ୍ୟୁ ଭୋଗ କଲା। 11 ପରମେଶ୍ୱର ଉଷଙ୍କ ପ୍ରତି ଆପଣାର କ୍ରୋଧ ପ୍ରକାଶିତ କଲେ। ଏଥିନିମନ୍ତେ ଦାଉଦ ଅସନ୍ତୁଷ୍ଟ ହେଲେ। ସେହି ସମୟଠାରୁ ଆଜି ପର୍ଯ୍ୟନ୍ତ ସେହି ସ୍ଥାନ “ପେରସ-ଉଷ” ନାମରେ ନାମିତ ହୋଇଅଛି।

12 ସେହି ଦିନ ଦାଉଦ ପରମେଶ୍ୱରଙ୍କୁ ଭୟ କଲେ। ଦାଉଦ କହିଲେ, “ମୁଁ ଏଠାକୁ ମୋ’ ନିକଟକୁ ନିୟମସିନ୍ଦୁକକୁ ଆଣିପାରିବି ନାହିଁ।” 13 ତେଣୁ ଦାଉଦ ନିୟମସିନ୍ଦୁକକୁ ତାଙ୍କ ସହିତ ଦାଉଦ ନଗରକୁ ନେଲେ ନାହିଁ। ସେ ନିୟମସିନ୍ଦୁକକୁ ଓବେଦ୍-ଇଦୋମର ଗୃହରେ ଛାଡ଼ିଦେଇ ଗଲେ। ଓବେଦ୍-ଇଦୋମ ଗାଥ୍ ନଗରର ଲୋକ ଥିଲେ। 14 ନିୟମସିନ୍ଦୁକ ଓବେଦ୍-ଇଦୋମଙ୍କର ପରିବାର ସହିତ ତାହାଙ୍କ ଗୃହରେ ତିନି ମାସ ରହିଲା। ସଦାପ୍ରଭୁ ଓବେଦ୍-ଇଦୋମଙ୍କର ପରିବାରକୁ ଓ ଓବେଦ୍-ଇଦୋମଙ୍କର ନିଜସ୍ୱ ସମସ୍ତ ସମ୍ପତ୍ତି ଉପରେ ଆଶୀର୍ବାଦ କଲେ।

ଦାଉଦଙ୍କ ରାଜ୍ୟ ବୃଦ୍ଧି ପାଇଲା

14 ହୀରମ୍ ସୋର ନଗରର ରାଜା ଥିଲେ। ହୀରମ୍ ଦାଉଦଙ୍କ ନିକଟକୁ ବାର୍ତ୍ତାବହକମାନଙ୍କୁ ପ୍ରେରଣ କଲେ। ହୀରମ୍ ଆହୁରି ମଧ୍ୟ ଏରସ ବୃକ୍ଷର ବଡ଼ ବଡ଼ କାଠଗଣ୍ଡି, ପଥର କଟାଳୀ ଓ ବଢ଼େଇମାନଙ୍କୁ ଦାଉଦଙ୍କ ନିକଟକୁ ପଠାଇଲେ। ଦାଉଦଙ୍କ ନିମନ୍ତେ ଏକ ଗୃହ ନିର୍ମାଣ କରିବା ନିମନ୍ତେ ହୀରମ୍ ସେମାନଙ୍କୁ ପଠାଇଲେ। ଦାଉଦ ଜାଣି ପାରିଲେ ଯେ, ସଦାପ୍ରଭୁ ତାଙ୍କୁ ଇସ୍ରାଏଲ ଉପରେ ରାଜା କରାଇଛନ୍ତି। ସଦାପ୍ରଭୁ ତାଙ୍କର ଲୋକମାନଙ୍କ, ଇସ୍ରାଏଲ ପାଇଁ ଦାଉଦଙ୍କ ରାଜ୍ୟକୁ ଏକ ବିଶାଳ ରାଜ୍ୟରେ ପରିଣତ କଲେ।

ଦାଉଦ ଯିରୁଶାଲମରେ ଆହୁରି ସ୍ତ୍ରୀମାନଙ୍କୁ ବିବାହ କଲେ। ତାଙ୍କର ଆହୁରି ପୁତ୍ର ଓ କନ୍ୟାମାନ ଜନ୍ମିଲେ। ଯିରୁଶାଲମରେ ଜନ୍ମ ହୋଇଥିବା ଦାଉଦଙ୍କର ସନ୍ତାନମାନଙ୍କର ନାମ ଏହି: ଶମ୍ମୁୟ, ଶୋବବ, ନାଥନ, ଶଲୋମନ, ଯିଭର, ଇଲୀଶୂୟ, ଇ‌ଲ୍‌ପେଲଟ୍, ନୋଗହ, ନେଫରା, ଯାଫିୟ, ଇଲୀଶମା, ବିଲିୟାଦା ଓ ଇଲୀଫେଲଟ।

ଦାଉଦ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ

ପଲେଷ୍ଟୀୟ ଲୋକମାନେ ଶୁଣିବାକୁ ପାଇଲେ ଯେ, ଦାଉଦ ଇସ୍ରାଏଲର ରାଜା ହେବା ନିମନ୍ତେ ମନୋନୀତ ହୋଇଅଛନ୍ତି। ତେଣୁ ସମସ୍ତ ପଲେଷ୍ଟୀୟ ଲୋକେ ଦାଉଦଙ୍କୁ ଦେଖିବାକୁ ଗଲେ। ଦାଉଦ ତାହା ଶୁଣିଲେ। ତେଣୁ ସେ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଗଲେ। ପଲେଷ୍ଟୀୟମାନେ ରଫାୟିମ ଉପତ୍ୟକାରେ ବାସ କରୁଥିବା ଲୋକମାନଙ୍କୁ ଆକ୍ରମଣ କରି ସେମାନଙ୍କର ଜିନିଷପତ୍ର ଗ୍ଭେରି କରି ନେଇଗଲେ। 10 ଦାଉଦ ପରମେଶ୍ୱରଙ୍କୁ ପଗ୍ଭରିଲେ, “ମୁଁ ଯାଇ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କରିବି କି? ତୁମ୍ଭେ ମୋତେ ସେମାନଙ୍କ ଉପରେ ବିଜୟ ପ୍ରଦାନ କରିବ କି?”

ସଦାପ୍ରଭୁ ଦାଉଦଙ୍କୁ ଉତ୍ତର ଦେଲେ, “ଯାଅ, ଆମ୍ଭେ ତୁମ୍ଭକୁ ପଲେଷ୍ଟୀୟ ଲୋକଙ୍କ ଉପରେ ବିଜୟ ପ୍ରଦାନ କରାଇବା।”

11 ଏହା ପରେ ଦାଉଦ ଓ ତାଙ୍କ ଲୋକମାନେ ବାଲ୍-ପରାସୀମ ସହରକୁ ଗଲେ ଓ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ। ଦାଉଦ କହିଲେ, “ପରମେଶ୍ୱର ମୋ’ ଦ୍ୱାରା ମୋ’ ଶତ୍ରୁମାନଙ୍କୁ ବନ୍ୟା ବ୍ୟାପିବା ତୁଲ୍ୟ ଧ୍ୱଂସ କରିଅଛନ୍ତି।” ତେଣୁ ସେହି ସ୍ଥାନର ନାମ ବାଲ୍-ପରାସୀମ୍ ରଖାଗଲା। 12 ପଲେଷ୍ଟୀୟ ଲୋକମାନେ ବାଲ୍-ପରାସୀ‌‌ମ୍‌‌ଠାରେ ସେମାନଙ୍କର ପ୍ରତିମାମାନଙ୍କୁ ଛାଡ଼ି ପଳାଇଗଲେ। ସେହି ପ୍ରତିମାମାନଙ୍କୁ ଜ୍ୱଳାଇ ଦେବା ନିମନ୍ତେ ଦାଉଦ ତାଙ୍କର ଲୋକମାନଙ୍କୁ ଆଦେଶ ଦେଲେ।

ପଲେଷ୍ଟୀୟ ଲୋକଙ୍କ ଉପରେ ଆଉ ଏକ ବିଜୟ

13 ପଲେଷ୍ଟୀୟମାନେ ରଫାୟୀମ୍ ଉପତ୍ୟକାରେ ରହୁଥିବା ଲୋକମାନଙ୍କ ଉପରେ ଆଉଥରେ ଆକ୍ରମଣ କଲେ। 14 ଦାଉଦ ପରମେଶ୍ୱରଙ୍କ ନିକଟରେ ଆଉଥରେ ପ୍ରାର୍ଥନା କଲେ। ପରମେଶ୍ୱର ଦାଉଦଙ୍କ ପ୍ରାର୍ଥନାର ଉତ୍ତର ଦେଲେ। ପରମେଶ୍ୱର କହିଲେ, “ଦାଉଦ, ତୁମ୍ଭେ ଯେତେବେଳେ ଆକ୍ରମଣ କରିବ, ସେତେବେଳେ ପଲେଷ୍ଟୀୟମାନଙ୍କ ପଛେ ପଛେ ପର୍ବତ ଉପରକୁ ଯିବ ନାହିଁ। ବରଂ ସେମାନଙ୍କ ଚତୁର୍ଦ୍ଦିଗରେ ଯାଇ ତୂ‌ତ୍‌ବୃକ୍ଷ ଆଢ଼ୁଆଳରେ ନିଜକୁ ଲୁଗ୍ଭଅ। 15 ଜଣେ ଜଗୁଆଳୀକୁ ଗଛ ଉପରେ ଚଢ଼ି ଜଗି ରହିବାକୁ କୁହ। ସେ ଯୁଦ୍ଧ ଯାତ୍ରାର ଶବ୍ଦ ଶୁଣିବା ମାତ୍ରକେ ତୁମ୍ଭେ ପଲେଷ୍ଟୀୟମାନଙ୍କ ଉପରେ ଆକ୍ରମଣ କରିବ। ଆମ୍ଭେ ପରମେଶ୍ୱର, ତୁମ୍ଭ ସମ୍ମୁଖରେ ଯିବା ଓ ପଲେଷ୍ଟୀୟ ସୈନ୍ୟଦଳକୁ ପରାସ୍ତ କରିବା।” 16 ପରମେଶ୍ୱର ତାଙ୍କୁ ଯେପରି କରିବାକୁ କହିଲେ, ଦାଉଦ ଠିକ୍ ସେହିପରି କଲେ। ତେଣୁ ଦାଉଦ ଓ ତାଙ୍କର ଲୋକମାନେ ପଲେଷ୍ଟୀୟ ସୈନ୍ୟଦଳଙ୍କୁ ପରାସ୍ତ କଲେ। ସେମାନେ ଗିବିୟୋନ୍ ସହରଠାରୁ ଗେଷର୍ ସହର ପର୍ଯ୍ୟନ୍ତ ପଡ଼ିଥିବା ସାରା ପଥରେ ପଲେଷ୍ଟୀୟମାନଙ୍କୁ ବଧ କଲେ। 17 ତେଣୁ ଦାଉଦ ସବୁଦେଶରେ ବିଖ୍ୟାତ ହୋଇ ଉଠିଲେ। ସଦାପ୍ରଭୁ ସମସ୍ତ ଦେଶଗଣଙ୍କୁ ଦାଉଦଙ୍କ ପ୍ରତି ଭୟଭୀତ କରାଇଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center