Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ବଂଶାବଳୀର ପ୍ରଥମ ପୁସ୍ତକ 9-11

ଇସ୍ରାଏଲର ସମସ୍ତ ଲୋକଙ୍କର ନାମ ସେମାନଙ୍କ ପରିବାରର ଇତିହାସରେ ଲିଖିତ ହୋଇଅଛି। ସେହି ପାରିବାରିକ ଇତହାସକୁ ଇସ୍ରାଏଲର ରାଜାମାନଙ୍କ ଇତିହାସ ପୁସ୍ତକରେ ଅନ୍ତର୍ଭୁକ୍ତ କରାଯାଇଛି।

ଯିରୁଶାଲମରେ ଲୋକମାନେ

ଯିହୁଦାକୁ ବଳପୂର୍ବକ ବାବିଲକୁ ନିର୍ବାସିତ କରାଗଲା। କାରଣ ସେମାନେ ପରମେଶ୍ୱରଙ୍କଠାରେ ବିଶ୍ୱସ୍ତ ନ ଥିଲେ। ଯେଉଁମାନେ ପ୍ରଥମେ ଫେରି ଆସି ସେମାନଙ୍କର ଅଧିକାରରେ ସେଠାରେ ସେମାନଙ୍କର ନଗରରେ ବାସ କଲେ, ସେଥିମଧ୍ୟରୁ କେତେକ ଇସ୍ରାଏଲୀୟ, ଯାଜକଗଣ, ଲେବୀୟଗଣ ଓ ସେବକଗଣ ଥିଲେ।

ଏହି ଲୋକମାନେ ଯେଉଁମାନେ ଯିରୁଶାଲମରେ ବାସ କରୁଥିଲେ ସେମାନେ ଯିହୁଦା, ବିନ୍ୟାମୀନ, ଇଫ୍ରୟିମ ଓ ମନଃଶିଙ୍କ ଗୋଷ୍ଠୀର ଥିଲେ।

ଊଥୟ ଅମ୍ମୀହୂ‌ଦଙ୍କ ପୁତ୍ର ଥିଲେ। ଅମ୍ମୀହୂଦ୍ ଅମ୍ରିଙ୍କ ପୁତ୍ର ଥିଲେ। ଅମ୍ରି ଇମ୍ରିଙ୍କ ପୁତ୍ର ଥିଲେ। ଇମ୍ରି ବାନିଙ୍କ ପୁତ୍ର ଥିଲେ। ବାନି ପେରସଙ୍କ ଜଣେ ବଂଶଧର ଥିଲେ। ପେରସ୍ ଯିହୁଦାଙ୍କ ପୁତ୍ର ଥିଲେ।

ଯିରୁଶାଲମରେ ବାସ କରୁଥିବା ଶୀଲୋନୀୟ ଲୋକମାନେ ଥିଲେ, ଅସାୟ ଜ୍ୟେଷ୍ଠ ପୁତ୍ର ଥିଲେ ଓ ଅସାୟଙ୍କର ପୁତ୍ରମାନେ ଥିଲେ।

ଯିରୁଶାଲମରେ ବାସ କରୁଥିବା ସେରହର ଲୋକମାନେ ଥିଲେ, ଯୁୟେଲ ଓ ତାଙ୍କର ଆତ୍ମୀୟମାନେ। ସେମାନେ ସମୁଦାୟ 690 ଜଣ ଥିଲେ।

ଏହି ଲୋକମାନେ ଯିରୁଶାଲମରେ ବାସ କରୁଥିବା ବିନ୍ୟାମୀନ ପରିବାରବର୍ଗର ଥିଲେ: ସଲ୍ଲୁ ମଶୁଲ୍ଲଙ୍କ ପୁତ୍ର ଥିଲେ। ମଶୁଲ୍ଲମ୍ ହୋ‌ଦ୍‌ବିୟଙ୍କ ପୁତ୍ର ଥିଲେ। ହୋ‌ଦ୍‌ବିୟ ହସନୁୟେଲଙ୍କ ପୁତ୍ର ଥିଲେ। ଯି‌ବ୍‌ନିୟ ଯିରୋହମଙ୍କ ପୁତ୍ର ଥିଲେ। ଏଲା ଉଷିଙ୍କ ପୁତ୍ର ଥିଲେ। ଉଷି ମିଖ୍ରିଙ୍କ ପୁତ୍ର ଥିଲେ। ମଶୁଲ୍ଲମ ଶଫଟିୟଙ୍କ ପୁତ୍ର ଥିଲେ। ଶଫଟିୟ ରୂୟେଲଙ୍କ ପୁତ୍ର ଥିଲେ ଏବଂ ରୂୟେଲ ଇ‌ବ୍‌ନିୟଙ୍କ ପୁତ୍ର ଥିଲେ। ବିନ୍ୟାମୀନଙ୍କ ପରିବାରର ଇତିହାସ ଦର୍ଶାଏ ଯେ, ସେମାନଙ୍କ ମଧ୍ୟରୁ 956 ଜଣ ଯିରୁଶାଲମରେ ବାସ କରୁଥିଲେ। ଏହି ସମସ୍ତ ବ୍ୟକ୍ତିମାନେ ସେମାନଙ୍କ ପରିବାରର ମୁଖ୍ୟ ଥିଲେ।

10 ଯିରୁଶାଲମରେ ଏହି ଯାଜକମାନେ ବାସ କରୁଥିଲେ: ଯିଦୟିୟ, ଯିହୋୟାରୀବ୍, ଯାଖୀନ୍ ଏବଂ ଅସରିୟ। 11 ଅସରିୟ ହି‌ଲ୍‌‌‌କିୟଙ୍କ ପୁତ୍ର ଥିଲେ। ହି‌ଲ୍‌‌‌କିୟ ମଶୁଲ୍ଲ‌ମ୍‌ଙ୍କ ପୁତ୍ର ଥିଲେ। ମଶୁଲ୍ଲମ୍ ସାଦୋକଙ୍କ ପୁତ୍ର ଥିଲେ। ସାଦୋକ୍ ମରାୟୋତଙ୍କ ପୁତ୍ର ଥିଲେ। ମରାୟୋତ ଅହୀଟୂ‌ବ୍‌ଙ୍କ ପୁତ୍ର ଥିଲେ। ଅହୀଟୂବ୍ ପରମେଶ୍ୱରଙ୍କ ମନ୍ଦିରର ସୁରକ୍ଷା ଦାୟିତ୍ୱରେ ଥିବା ବିଶେଷ କାର୍ଯ୍ୟକାରୀ ଥିଲେ। 12 ଆହୁରି ମଧ୍ୟ ସେଠାରେ ଯିରୋହମଙ୍କ ପୁତ୍ର ଅଦାୟା ଥିଲେ। ଯିରୋହମ୍ ପ‌ଶ୍‌ହୂରଙ୍କ ପୁତ୍ର ଥିଲେ। ପ‌ଶ୍‌ହୂର ମ‌ଲ୍‌କିୟଙ୍କ ପୁତ୍ର ଥିଲେ। ଆହୁରି ମଧ୍ୟ ସେଠାରେ ଅଦୀୟେଲଙ୍କ ପୁତ୍ର ମାସୟ ଥିଲେ। ଅଦୀୟେଲ୍ ଯହସେରାଙ୍କ ପୁତ୍ର ଥିଲେ। ଯହସେରା ମଶୁଲ୍ଲମଙ୍କ ପୁତ୍ର ଥିଲେ। ମଶୁଲ୍ଲମ୍ ମଶିଲ୍ଲମୋତ୍‌ଙ୍କ ପୁତ୍ର ଥିଲେ। ମଶିଲ୍ଲମୋତ୍ ଇମ୍ମେରଙ୍କ ପୁତ୍ର ଥିଲେ।

13 ସମୁଦାୟ 1,760 ଜଣ ଯାଜକ ଥିଲେ, ଯେଉଁମାନେ କି ସେମାନଙ୍କ ପରିବାରର ମୁଖ୍ୟ ଥିଲେ। ସେମାନେ ପରମେଶ୍ୱରଙ୍କ ମନ୍ଦିରରେ ସେବା କରିବାରେ ଦକ୍ଷ ଲୋକ ଥିଲେ।

14 ଲେବୀଙ୍କ ପରିବାରବର୍ଗର ଏହି ଲୋକମାନେ ଯିରୁଶାଲମରେ ବାସ କରୁଥିଲେ: ହଶୂବ୍‌ଙ୍କ ପୁତ୍ର ଶମୟିୟ। ହଶୂବ୍‌ ଅସ୍ରୀକା‌ମ୍‌ଙ୍କ ପୁତ୍ର ଥିଲେ। ଅସ୍ରୀକାମ୍ ହଶବିୟଙ୍କ ପୁତ୍ର ଥିଲେ। ହଶବିୟ ମରାରିଙ୍କ ବଂଶଧର ଥିଲେ। 15 ଯିରୁଶାଲମରେ ଏହିମାନେ ମଧ୍ୟ ବାସ କରୁଥିଲେ: ବ‌କ୍‌ବକର, ହେରଶ, ଗାଲଲ୍ ଓ ମତ୍ତନିୟ। ମତ୍ତନିୟ ମୀଖାଙ୍କ ପୁତ୍ର ଥିଲେ। ମୀଖା ସିଖ୍ରିଙ୍କ ପୁତ୍ର ଥିଲେ। ସିଖ୍ରି ଆସ‌ଫ୍‌ଙ୍କ ପୁତ୍ର ଥିଲେ। 16 ଓବଦିୟ ଶମୟିୟଙ୍କ ପୁତ୍ର ଥିଲେ। ଶମୟିୟ ଗାଲ‌ଲଙ୍କ ପୁତ୍ର ଥିଲେ। ଗାଲଲ୍‌ ଯିଦୂଥ‌ନଙ୍କ ପୁତ୍ର ଥିଲେ। ବେରିଖିୟ ଆସାଙ୍କ ପୁତ୍ର ଥିଲେ। ଆସା ଇ‌ଲ୍‌କାନାଙ୍କ ପୁତ୍ର ଥିଲେ। ସେ ନଟୋଫାରେ ଲୋକମାନଙ୍କ ସହରରେ ବାସ କରୁଥିଲେ।

17 ଯିରୁଶାଲମରେ ଏହି ଦ୍ୱାରପାଳମାନେ ବାସ କରୁଥିଲେ: ଶଲ୍ଲୁମ, ଅ‌କ୍‌କୂବ୍, ଟଲମୋନ୍, ଅହୀମାନ ଓ ସେମାନଙ୍କର ଆତ୍ମୀୟବର୍ଗ। ଶଲ୍ଲୁମ୍ ସେମାନଙ୍କର ମୁଖ୍ୟ ଥିଲେ। 18 ଏହି ଲୋକମାନେ ପୂର୍ବଦିଗରେ ରାଜାଙ୍କ ଦ୍ୱାରର ପରବର୍ତ୍ତୀ ପାର୍ଶ୍ୱରେ ଛିଡ଼ା ହେଉଥିଲେ। ଲେବୀଙ୍କ ପରିବାରବର୍ଗର ଏହିମାନେ ଦ୍ୱାରପାଳ ଥିଲେ। 19 ଶଲ୍ଲୁମ୍ କୋରହଙ୍କ ପୁତ୍ର ଥିଲେ। କୋରହ ଅବୀୟାସ‌ଫଙ୍କ ପୁତ୍ର ଥିଲେ। ଅବୀୟାସଫ୍ କୋରିଙ୍କ ପୁତ୍ର ଥିଲେ। ଶଲ୍ଲୁମ୍ ଓ ତାଙ୍କର ଭ୍ରାତାମାନେ ଦ୍ୱାରପାଳ ଥିଲେ। ସେମାନେ କୋରହ ପରିବାରବର୍ଗର ଥିଲେ। ସେମାନେ ମନ୍ଦିରର ସେବାକାର୍ଯ୍ୟ ଦାୟିତ୍ୱରେ ଥିଲେ। ସେମାନେ ପବିତ୍ର ତମ୍ବୁର ଦ୍ୱାର ପ୍ରବେଶ ଦ୍ୱାର ଜଗିବା କାର୍ଯ୍ୟ କରୁଥିଲେ। ସେମାନେ ଠିକ୍ ସେହିପରି କଲେ, ଯେପରି ସେମାନଙ୍କର ପୂର୍ବପୁରୁଷମାନେ ପବିତ୍ର ତମ୍ବୁର ପ୍ରବେଶ ଦ୍ୱାର ଜଗିବା କାର୍ଯ୍ୟ କରୁଥିଲେ। 20 ଅତୀତରେ, ଇଲିୟାସରଙ୍କ ପୁତ୍ର ପୀ‌ନ୍‌ହସ୍ ସେମାନଙ୍କର ଶାସକ ଥିଲେ ଏବଂ ସଦାପ୍ରଭୁ ତାଙ୍କ ସହିତ ଥିଲେ। 21 ପବିତ୍ର ତମ୍ବୁର ପ୍ରବେଶ ଦ୍ୱାରରେ ଜିଖରିୟ ମଶେଲିମିୟଙ୍କ ପୁତ୍ର ଦ୍ୱାରପାଳ ଥିଲେ।

22 ପ୍ରବେଶ ଦ୍ୱାରର ଦ୍ୱାରପାଳ ନିମନ୍ତେ ସମୁଦାୟ 212 ଜଣ ଲୋକଙ୍କୁ ମନୋନୀତ କରାଯାଇଥିଲା। ସେମାନଙ୍କର ନାମ ସେମାନଙ୍କ ପରିବାର ଇତିହାସରେ ଓ ସେମାନଙ୍କ ଗ୍ରାମଗୁଡ଼ିକରେ ଲେଖାଯାଇଅଛି। ଦାଉଦ ଓ ଦର୍ଶକ ଶାମୁୟେଲ ସେମାନଙ୍କୁ ସେହି ଜାଗାରେ ନିଯୁକ୍ତ କରିଥିଲେ। କାରଣ ସେମାନେ ବିଶ୍ୱସ୍ତ ଥିଲେ। 23 ଦ୍ୱାରପାଳମାନେ ଓ ସେମାନଙ୍କର ବଂଶଧରମାନେ ସଦାପ୍ରଭୁଙ୍କ ଗୃହ, ପବିତ୍ର ତମ୍ବୁର ସୁରକ୍ଷା ଦାୟିତ୍ୱରେ ଥିଲେ। 24 ଗ୍ଭରିଗୋଟି ପାର୍ଶ୍ୱରେ ଦ୍ୱାରମାନ ଥିଲା: ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ। 25 ଦ୍ୱାରପାଳମାନଙ୍କର ଯେଉଁ ଆତ୍ମୀୟମାନେ ଛୋଟ ସହରଗୁଡ଼ିକରେ ବାସ କରୁଥିଲେ, ସେମାନଙ୍କୁ ଆସି କେତେକ ନିର୍ଦ୍ଦିଷ୍ଟ ସମୟରେ ସାହାଯ୍ୟ କରିବାକୁ ପଡ଼ୁଥିଲା। ସେମାନେ ଆସୁଥିଲେ ଓ ପ୍ରତ୍ୟେକ ଥର ଦ୍ୱାରପାଳମାନଙ୍କୁ ସାତ ଦିନ ପର୍ଯ୍ୟନ୍ତ ସାହାଯ୍ୟ କରୁଥିଲେ।

26 ସମସ୍ତ ଦ୍ୱାରପାଳମାନଙ୍କର ମୁଖ୍ୟ ଗ୍ଭରି ଦ୍ୱାରପାଳ ଥିଲେ। ସେମାନେ ଲେବୀୟ ଲୋକ ଥିଲେ। ସେମାନଙ୍କର କାର୍ଯ୍ୟ ଥିଲା, ପରମେଶ୍ୱରଙ୍କ ମନ୍ଦିରରେ ଥିବା ସକଳ କୋଠରୀର ଓ ଧନସମ୍ପଦର ରକ୍ଷଣା ବେକ୍ଷଣା କରିବା। 27 ସେମାନେ ସାରା ରାତ୍ରି ପରମେଶ୍ୱରଙ୍କ ମନ୍ଦିରକୁ ଜଗି ରହୁଥିଲେ। ଆଉ ପ୍ରତିଦିନ ପ୍ରଭାତରେ ପରମେଶ୍ୱରଙ୍କ ମନ୍ଦିରର ଦ୍ୱାର ଖୋଲିବା ସେମାନଙ୍କର କାର୍ଯ୍ୟ ଥିଲା।

28 ମନ୍ଦିରର ସେବାକାର୍ଯ୍ୟରେ ବ୍ୟବହୃତ ହେଉଥିବା ପାତ୍ରମାନଙ୍କର ଯତ୍ନ ନେବା କେତେକ ଦ୍ୱାରପାଳଙ୍କର କାର୍ଯ୍ୟ ଥିଲା। ସେମାନେ ସେହି ପାତ୍ରଗୁଡ଼ିକୁ ନେଇଯିବା ସମୟରେ ଗଣି ରଖୁଥିଲେ। ତାହା ପୁଣି, ସେହି ପାତ୍ର ଗୁଡ଼ିକୁ ନେଇଯିବା ସମୟରେ ମଧ୍ୟ ଗଣି ରଖୁଥିଲେ। 29 ଅନ୍ୟ ଦ୍ୱାରପାଳମାନେ କାଠ ଆସବାବପତ୍ର ଓ ବିଶେଷ ପାତ୍ରଗୁଡ଼ିକର ଯତ୍ନ ନେବା ନିମନ୍ତେ ମନୋନୀତ ହୋଇଥିଲେ। ଆହୁରି ମଧ୍ୟ ସେମାନେ ମଇଦା, ଦ୍ରାକ୍ଷାରସ, ତୈଳ, ସୁଗନ୍ଧଦ୍ରବ୍ୟ ଓ ବିଶେଷ ତୈଳର ଯତ୍ନ ନେଉଥିଲେ। 30 କିନ୍ତୁ ଯାଜକ ହିଁ ବିଶେଷ ତୈଳର ମିଶ୍ରଣ କାର୍ଯ୍ୟ କରୁଥିଲେ।

31 ମତ୍ତଥିୟ ନାମକ ଜଣେ ଲେବୀୟ ଥିଲେ, ଯିଏ କି ନୈବେଦ୍ୟ ନିମନ୍ତେ ବ୍ୟବହୃତ ହେଉଥିବା ରୋଟୀ ସେକିବାର କାର୍ଯ୍ୟ କରୁଥିଲେ। ମତ୍ତଥିୟ ଶଲ୍ଲୁ‌ମ୍‌ଙ୍କର ଜ୍ୟେଷ୍ଠ ପୁତ୍ର ଥିଲେ। ଶଲ୍ଲୁମ୍ କୋରହ ବଂଶଜ ଥିଲେ। 32 କୋରହ ବଂଶଜ କେତେ ଜଣ ଦ୍ୱାରପାଳ ପ୍ରତ୍ୟେକ ବିଶ୍ରାମବାରରେ ମେଜ ଉପରେ ପରିବେଶିତ ହେଉଥିବା ରୋଟୀ ପ୍ରସ୍ତୁତ କରିବାର କାର୍ଯ୍ୟ କରୁଥିଲେ।

33 ସେହି ଲେବୀୟ ଗାୟକଗଣ ସେମାନଙ୍କର ପରିବାରର ମୁଖ୍ୟ ଥିଲେ ଏବଂ ସେମାନେ ମନ୍ଦିର ମଧ୍ୟରେ ଥିବା କୋଠରୀଗୁଡ଼ିକରେ ରହୁଥିଲେ। ସେମାନେ ଅନ୍ୟ କାର୍ଯ୍ୟରୁ ମୁକ୍ତ ଥିଲେ। କାରଣ ଦିନରାତି ମନ୍ଦିରର କାର୍ଯ୍ୟ କରିବା ଦାୟିତ୍ୱ ସେମାନଙ୍କ ଉପରେ ଥିଲା।

34 ସେମାନଙ୍କର ପରିବାରର ଇତିହାସ ଅନୁସାରେ ଏହି ଲେବୀୟଗଣ ସେମାନଙ୍କର ପରିବାରର ମୁଖ୍ୟ ଥିଲେ, ସେମାନେ ଯିରୁଶାଲମରେ ବାସ କରୁଥିଲେ।

ରାଜା ଶାଉଲଙ୍କର ପାରିବାରିକ ଇତିହାସ

35 ଯିୟେଲ ଗିବିୟୋନଙ୍କ ପିତା ଥିଲେ। ଯିୟେଲ ଗିବିୟୋନ ସହରରେ ବାସ କରୁଥିଲେ। ଯିୟେ‌ଲଙ୍କ ସ୍ତ୍ରୀଙ୍କ ନାମ ଥିଲା ମାଖା। 36 ଯିୟେ‌ଲଙ୍କ ଜ୍ୟେଷ୍ଠପୁତ୍ରର ନାମ ଥିଲା: ଅ‌ବ୍‌ଦୋ‌ନ୍‌। ଅନ୍ୟ ପୁତ୍ରମାନେ ଥିଲେ ସୂର୍, କୀଶ୍, ନେର୍, ବାଲ୍, ନାଦବ। 37 ଗଦୋର୍, ଅହିୟୋ, ଯିଖରିୟ ଓ ମି‌କ୍‌ଲୋତ୍। 38 ମି‌କ୍‌ଲୋତ୍ ଶିମିୟା‌ମ୍‌ଙ୍କ ପିତା ଥିଲେ। ଯିୟେ‌ଲ୍‌ଙ୍କ ପରିବାର ଯିରୁଶାଲମରେ ସେମାନଙ୍କ ଆତ୍ମୀୟମାନଙ୍କ ନିକଟରେ ବାସ କରୁଥିଲେ।

39 ନେର୍ କୀ‌ଶ୍‌ଙ୍କ ପିତା ଥିଲେ। କୀଶ୍ ଶାଉଲଙ୍କ ପିତା ଥିଲେ ଏବଂ ଶାଉଲ ଯୋନାଥନ୍, ମଲକୀଶୂୟ, ଅବୀନାଦବ ଓ ଈଶ୍-ବା‌ଲ୍‌ଙ୍କ ପିତା ଥିଲେ।

40 ଯୋନାଥ‌ନଙ୍କ ପୁତ୍ର ଥିଲେ ମରୀବ୍ବାଲ୍, ମରୀବ୍ବାଲ୍ ମୀଖାଙ୍କ ପିତା ଥିଲେ।

41 ମୀଖାଙ୍କ ପୁତ୍ରମାନେ ଥିଲେ: ପିଥୋନ୍, ମେଲକ, ତହରେୟ ଓ ଆହସ୍। 42 ଆହସ୍ ଯାରହଙ୍କ ପିତା ଥିଲେ। ଯାରହ ଆଲେମତ, ଅ‌‌‌ସ୍‌ମାବତ୍ ଓ ସିମ୍ରିଙ୍କ ପିତା ଥିଲେ। ସିମ୍ରି ମୋତ୍‌ସାଙ୍କ ପିତା ଥିଲେ। 43 ମୋତ୍‌ସା ବିନିୟାଙ୍କ ପିତା ଥିଲେ ଏବଂ ରଫାୟ ବିନିୟାଙ୍କ ପୁତ୍ର ଥିଲେ। ଇଲୀୟାସା ରଫାୟଙ୍କର ପୁତ୍ର ଥିଲେ। ଏବଂ ଆତ୍‌ସେଲ ଇଲୀୟାସଙ୍କ ପୁତ୍ର ଥିଲେ।

44 ଆତ୍‌ସେଲଙ୍କ ଛଅ ପୁତ୍ର ଥିଲେ। ସେମାନଙ୍କର ନାମ ଥିଲା: ଅସ୍ରୀକାମ୍, ବୋଖରୁ, ଇ‌ଶ୍‌ମାୟେଲ, ଶିୟରିୟ, ଓବଦିୟ ଓ ହାନନ୍। ଏହି ସମସ୍ତ ଆତ୍‌ସେଲଙ୍କ ସନ୍ତାନ ଥିଲେ।

ରାଜା ଶାଉଲଙ୍କ ମୃତ୍ୟୁ

10 ପଲେଷ୍ଟୀୟ ଲୋକମାନେ ଇସ୍ରାଏଲ ଲୋକମାନଙ୍କର ବିରୁଦ୍ଧରେ ଯୁଦ୍ଧ କଲେ। ଇସ୍ରାଏଲ ଲୋକମାନେ ପଲେଷ୍ଟୀୟମାନଙ୍କ ନିକଟରୁ ପଳାୟନ କଲେ। ଅନେକ ଇସ୍ରାଏଲୀୟ ଲୋକ ଗି‌ଲ୍‌ବୋୟ ପର୍ବତ ଉପରେ ନିହତ ହେଲେ। ପଲେଷ୍ଟୀୟମାନେ ଶାଉଲ ଓ ତାଙ୍କ ପୁତ୍ରମାନଙ୍କ ପଛେ ପଛେ ଗୋଡ଼ାଇଲେ। ସେମାନେ ସେମାନଙ୍କୁ ଧରି ହତ୍ୟା କଲେ। ପଲେଷ୍ଟୀୟମାନେ ଶାଉଲଙ୍କ ପୁତ୍ର ଯୋନାଥନ, ଅବୀନାଦବ ଓ ମ‌ଲ୍‌କୀଶୂୟଙ୍କୁ ଧରି ହତ୍ୟା କଲେ। ଶାଉଲଙ୍କ ଚତୁର୍ଦ୍ଦିଗରେ ଯୁଦ୍ଧ କ୍ରମେ ପ୍ରବଳତର ହେବାକୁ ଲାଗିଲା। ଏବଂ ଧନୁର୍ଦ୍ଧରମାନେ ଶାଉଲଙ୍କୁ ତାଙ୍କ ଶର ଦ୍ୱାରା ବିନ୍ଧି ପକାଇଲେ ଏବଂ ସେ ସେମାନଙ୍କ ଶର ଦ୍ୱାରା କ୍ଷତାକ୍ତ ହେଲେ।

ଏହା ପରେ ଶାଉଲ ନିଜର ଅସ୍ତ୍ରବାହକକୁ କହିଲେ, “ତୁମ୍ଭର ‌‌ଖ‌ଡ଼୍‌ଗ ବାହାର କର ଓ ମୋତେ ସେଥିରେ ବଧ କର। ତେବେ ସେହି ଅସୁନ୍ନତ ବିଦେଶୀମାନେ ଆସି ମୋର ଉପହାସ କରି ପାରିବେ ନାହିଁ।”

କିନ୍ତୁ ଶାଉଲଙ୍କ ଅସ୍ତ୍ରବାହକ ଭୟ କଲା। ସେ ଶାଉଲଙ୍କୁ ବଧ କଲା ନାହିଁ। ତେଣୁ ଶାଉଲ ନିଜ ‌‌ଖ‌ଡ଼୍‌ଗ ଉପରେ ପଡ଼ିଯାଇ ନିଜକୁ ବଧ କଲେ। ଅସ୍ତ୍ରବାହକ ଦେଖିଲା ଯେ, ଶାଉଲ ମୃତ୍ୟୁ ଭୋଗ କରିଅଛନ୍ତି। ଏଣୁ ସେ ମଧ୍ୟ ନିଜକୁ ବଧ କଲା। ସେ ନିଜ ‌‌ଖ‌ଡ଼୍‌ଗ ମୁନ ଉପରେ ପଡ଼ି ମୃତ୍ୟୁଭୋଗ କଲା। ସେହିପରି ଭାବରେ ଶାଉଲ ଓ ତାଙ୍କର ତିନି ପୁତ୍ର ମୃତ୍ୟୁବରଣ କଲେ। ଶାଉଲଙ୍କ ପରିବାରର ସମସ୍ତେ ଏକତ୍ର ମରଣ ଲଭିଲେ।

ଉପତ୍ୟକାରେ ବାସ କରୁଥିବା ସମସ୍ତ ଇସ୍ରାଏଲୀୟ ଯେତେବେଳେ ଅନାଇ ଦେଖିଲେ ଯେ, ସେମାନଙ୍କର ସୈନ୍ୟଦଳ ପଳାୟନ କରିଅଛନ୍ତି ଏବଂ ଶାଉଲ ଓ ତାଙ୍କର ପୁତ୍ରମାନେ ମୃତ୍ୟୁବରଣ କରିଅଛନ୍ତି, ତେଣୁ ସେମାନେ ନିଜର ସହର ଛାଡ଼ି ପଳାୟନ କଲେ। ଏବଂ ପଲେଷ୍ଟୀୟ ଲୋକମାନେ ସେହି ସହରଗୁଡ଼ିକରେ ବସବାସ କଲେ।

ପରବର୍ତ୍ତୀ ଦିନ, ମୃତ ଶରୀରଗୁଡ଼ିକ ନିକଟରୁ ବହୁମୂଲ୍ୟ ଦ୍ରବ୍ୟଗୁଡ଼ିକ ନେବା ନିମନ୍ତେ ପଲେଷ୍ଟୀୟ ଲୋକମାନେ ଆସିଲେ। ସେମାନେ ଗି‌ଲ୍‌ବୋୟ ପର୍ବତ ଉପରେ ଶାଉଲଙ୍କ ଶରୀର ଓ ତାଙ୍କର ପୁତ୍ରମାନଙ୍କ ଶରୀରକୁ ପାଇଲେ। ପଲେଷ୍ଟୀୟମାନେ ଶାଉଲଙ୍କୁ ଉଲଗ୍ନ କଲେ ଏବଂ ତାଙ୍କର ମସ୍ତକ ଓ ଯୁଦ୍ଧ ସାଜ ନେଇଗଲେ ଏବଂ ସେମାନେ ଦେଶସାରା ବାର୍ତ୍ତାବାହକମାନଙ୍କୁ ପ୍ରେରଣ କରି, ସେମାନଙ୍କ ଭଣ୍ଡ ଦେବତା ଓ ଲୋକମାନଙ୍କ ପାଖରେ ଏହି ଖବର ପହଞ୍ଚାଇଲେ। 10 ପଲେଷ୍ଟୀୟମାନେ ସେମାନଙ୍କ ଭଣ୍ଡ ଦେବତାର ମନ୍ଦିରରେ ଶାଉଲଙ୍କ ଯୁଦ୍ଧସାଜକୁ ନେଇ ରଖିଲେ। ସେମାନେ ଦାଗୋନ୍ ଦେବତାର ମନ୍ଦିରରେ ଶାଉଲଙ୍କ ମସ୍ତକକୁ ଟଙ୍ଗାଇଲେ।

11 ପଲେଷ୍ଟୀୟମାନେ ଶାଉଲଙ୍କ ପ୍ରତି ଯେଉଁ ଯେଉଁ କର୍ମ କଲେ, ସେହିସବୁ ଯାବେଶ୍-ଗିଲିୟଦରେ ବାସ କରୁଥିବା ଲୋକମାନେ ଶୁଣିଲେ। 12 ଯାବେଶ୍-ଗିଲିୟଦର ସମସ୍ତ ସାହସୀ ଲୋକମାନେ ଶାଉଲ ଓ ତାଙ୍କର ପୁତ୍ରମାନଙ୍କର ମୃତ ଶରୀର ଆଣିବା ନିମନ୍ତେ ଗଲେ ଓ ନେଇ ଆସିଲେ। ଯାବେଶସ୍ଥିତ ଏକ ବିରାଟ ବୃକ୍ଷ ତଳେ ସେମାନଙ୍କ ଅସ୍ଥିକୁ କବର ଦେଲେ। ଏହା ପରେ ସେମାନେ ସାତ ଦିନ ପର୍ଯ୍ୟନ୍ତ ଉପବାସ କଲେ।

13 ଶାଉଲ ସଦାପ୍ରଭୁଙ୍କ ନିକଟରେ ବିଶ୍ୱସ୍ତ ନ ଥିବାରୁ ମୃତ୍ୟୁବରଣ କଲେ। ଶାଉଲ ସଦାପ୍ରଭୁଙ୍କ ବାକ୍ୟର ବାଧ୍ୟ ହେଲେ ନାହିଁ। ଶାଉଲ ଜଣେ ଗୁଣିଆ ସ୍ତ୍ରୀ ପାଖକୁ ମଧ୍ୟ ଯାଇଥିଲେ ଓ ସଦାପ୍ରଭୁଙ୍କ ପରାମର୍ଶ ନ ଲୋଡ଼ି ତାହାର ପରାମର୍ଶ ଲୋଡ଼ିଥିଲେ। 14 ତେଣୁ ସଦାପ୍ରଭୁ ଶାଉଲଙ୍କୁ ବଧ କଲେ ଓ ଯିଶୀର ପୁତ୍ର ଦାଉଦଙ୍କୁ ରାଜ୍ୟଭାର ଅର୍ପଣ କଲେ।

ଦାଉଦ ଇସ୍ରାଏଲର ରାଜା ହେଲେ

11 ଇସ୍ରାଏଲର ସମସ୍ତ ଲୋକ ହିବ୍ରୋଣ ସହରରେ ଦାଉଦଙ୍କ ନିକଟକୁ ଆସିଲେ। ସେମାନେ ଦାଉଦଙ୍କୁ କହିଲେ, “ଆମ୍ଭେମାନେ ତୁମ୍ଭର ନିଜ ମାଂସ ଓ ରକ୍ତ। ଯେତେବେଳେ ଶାଉଲ ରାଜା ଥିଲେ, ତୁମ୍ଭେ ଆମ୍ଭମାନଙ୍କର ନେତୃତ୍ୱ ନେଇ ଇସ୍ରାଏଲକୁ ଆଣିଲ। ସଦାପ୍ରଭୁ ତୁମ୍ଭକୁ କହିଲେ, ‘ଦାଉଦ, ତୁମ୍ଭେ ଆମ୍ଭର ଲୋକମାନଙ୍କର ମୁଖ୍ୟ ହେବ।’”

ଇସ୍ରାଏଲର ସମସ୍ତ ନେତାମାନେ ହିବ୍ରୋଣରେ ରାଜା ଦାଉଦଙ୍କ ପାଖକୁ ଆସିଲେ। ଦାଉଦ ହିବ୍ରୋଣରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କ ସହିତ ଏକ ଚୁକ୍ତି କଲେ। ତା'ପରେ ନେତାମାନେ ଦାଉଦଙ୍କୁ ଇସ୍ରାଏଲର ରାଜା ରୂପେ ଅଭିଷିକ୍ତ କଲେ। ସଦାପ୍ରଭୁ ପ୍ରତିଜ୍ଞା କରିଥିଲେ ଯେ, ଶାମୁୟେଲଙ୍କ ଭବିଷ୍ୟ‌ଦ୍‌ବାଣୀ ଅନୁସାରେ ଏହା ଅବଶ୍ୟ ଘଟିବ।

ଦାଉଦ ଯିରୁଶାଲମ ଅଧିକାର କଲେ

ଦାଉଦ ଓ ଇସ୍ରାଏଲର ସମସ୍ତ ଲୋକ ଯିରୁଶାଲମକୁ ଗଲେ। ସେହି ସମୟରେ ଯିରୁଶାଲମକୁ ଯିବୂଷ ବୋଲି କୁହାଯାଉଥିଲା। ସେହି ନଗରରେ ବାସ କରୁଥିବା ଲୋକମାନଙ୍କୁ ଯିବୂଷୀୟ ନାମରେ ନାମିତ କରାଯାଇଥିଲା। ଯିବୂଷରେ ବାସ କରୁଥିବା ଲୋକମାନେ ଦାଉଦଙ୍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କ ନଗର ମଧ୍ୟରେ ପ୍ରବେଶ କରି ପାରିବ ନାହିଁ।” କିନ୍ତୁ ଦାଉଦ ସେମାନଙ୍କୁ ପରାସ୍ତ କରିଦେଲେ। ଦାଉଦ ସିୟୋନ ଦୁର୍ଗକୁ ଅଧିକାର କରି ନେଲେ। ଯାହା ଦାଉଦଙ୍କ ନଗର ନାମରେ ଜଣାଗଲା।

ଦାଉଦ କହିଲେ, “ଯେଉଁ ବ୍ୟକ୍ତି ଯିବୂଷୀୟ ଲୋକମାନଙ୍କ ଉପରେ ଆକ୍ରମଣର ନେତୃତ୍ୱ ନେବ, ସେ ମୋର ସମଗ୍ର ସେନାବାହିନୀର ସେନାପତି ହେବ।” ତେଣୁ ଯୋୟାବ୍ ଏହି ଆକ୍ରମଣର ନେତୃତ୍ୱ ନେଲେ। ଯୋୟାବ୍ ସରୁୟାଙ୍କ ପୁତ୍ର ଥିଲେ। ଯୋୟାବ୍ ସୈନ୍ୟଦଳର ସେନାପତି ହେଲେ।

ଏହା ପରେ ଦାଉଦ ଦୁର୍ଗ ମଧ୍ୟରେ ଆପଣାର ଗୃହ ନିର୍ମାଣ କଲେ। ତେଣୁ ତାହାକୁ ଦାଉଦଙ୍କ ନଗର ବୋଲି ନାମିତ କରାଗଲା। ଦାଉଦ ଦୁର୍ଗର ଚତୁର୍ଦ୍ଦିଗରେ ନଗର ନିର୍ମାଣ କଲେ। ସେ ମିଲ୍ଲୋଠାରୁ ନଗରର ଚତୁର୍ଦ୍ଦିଗସ୍ଥ ପ୍ରାଚୀର ପର୍ଯ୍ୟନ୍ତ ତାହା ନିର୍ମାଣ କଲେ। ଯୋୟାବ୍ ନଗରର ଅନ୍ୟ ଅଂଶଗୁଡ଼ିକର ମରାମତି କାର୍ଯ୍ୟ କଲେ। ଦାଉଦ ବୃଦ୍ଧି ପାଇବାକୁ ଲାଗିଲେ। ଏବଂ ସୈନ୍ୟାଧିପତି ସଦାପ୍ରଭୁ ତାଙ୍କ ସହିତରେ ଥିଲେ।

ତିନି ବୀର

10 ଦାଉଦଙ୍କ ବିଶେଷ ସୈନ୍ୟଗଣଙ୍କର ନେତାମାନଙ୍କର ଏହା ଏକ ତାଲିକା ଅଟେ। ଦାଉଦଙ୍କ ସହିତ ତାଙ୍କ ରାଜ୍ୟରେ ଏହି ତିନି ବୀର ଅତ୍ୟନ୍ତ ପରାକ୍ରମୀ ହୋଇ ଉଠିଲେ। ସେମାନେ ଓ ଇସ୍ରାଏଲର ସମସ୍ତ ଲୋକ ଦାଉଦଙ୍କୁ ସମର୍ଥନ କଲେ ଓ ତାହାଙ୍କୁ ରାଜା କଲେ, ପରମେଶ୍ୱର ଯେପ୍ରକାର ପ୍ରତିଜ୍ଞା କରିଥିଲେ, ଠିକ୍ ସେ ପ୍ରକାରେ ଏ ସମସ୍ତ ଘଟିଲା।

11 ଦାଉଦଙ୍କ ବିଶେଷ ସୈନ୍ୟଗଣଙ୍କର ତାଲିକା ଏହି ପ୍ରକାରରେ ଥିଲା:

ହ‌କ୍‌ମୋନୀୟ ଯା‌ଶ୍‌ବିୟାମ୍। ଯା‌ଶ୍‌ବିୟାମ୍ ରଥାଧିକାରୀମାନଙ୍କ ନେତା ଥିଲା। ଯା‌ଶ୍‌ବିୟାମ୍ ନିଜର ବର୍ଚ୍ଛା ଦ୍ୱାରା ଏକା ଥରକେ 300 ଲୋକଙ୍କୁ ବଧ କରିଥିଲା।

12 ତା'ପରେ ଅହୋହୀୟ ଦୋଦୟର ପୁତ୍ର ଇଲିୟାସର। ଇଲିୟାସର ଏହି ତିନି ବୀରଙ୍କ ମଧ୍ୟରେ ଜଣେ ଥିଲେ। 13 ଇଲିୟାସର ଦାଉଦଙ୍କ ସହିତ ପଶଦମ୍ମୀମରେ ଥିଲେ। ପଲେଷ୍ଟୀୟମାନେ ଯୁଦ୍ଧ କରିବା ନିମନ୍ତେ ସେହି ସ୍ଥାନକୁ ଆସିଥିଲେ। ସେହି ସ୍ଥାନରେ ଯବରେ ପରିପୂର୍ଣ୍ଣ କ୍ଷେତଟିଏ ଥିଲା। ଇସ୍ରାଏଲର ଲୋକମାନେ ପଲେଷ୍ଟୀୟମାନଙ୍କୁ ଡରି ପଳାୟନ କଲେ। 14 କିନ୍ତୁ ସେହି ତିନି ବୀର ସେହି କ୍ଷେତ ମଧ୍ୟରେ ଠିଆ ହୋଇ ରହିଲେ ଓ ସେମାନଙ୍କର ପ୍ରତିରୋଧ କଲେ। ସେମାନେ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ। ସଦାପ୍ରଭୁ ଇସ୍ରାଏଲର ଲୋକମାନଙ୍କୁ ଏକ ମହାବିଜୟ ପ୍ରଦାନ କଲେ।

15 ଥରେ, ଦାଉଦ ଅଦୁଲ୍ଲମ ଗୁମ୍ଫାରେ ଥିବା ବେଳେ, ଯେତେବେଳେ ପଲେଷ୍ଟୀୟ ସୈନ୍ୟମାନେ ରଫାୟୀମ ଉପତ୍ୟକାରେ ଛାଉଣି ପକାଇ ଥିଲେ, ତିରିଶ୍ ଜଣ ବୀରଙ୍କ ମଧ୍ୟରୁ ତିନି ଜଣ ଭୂମିରେ ସମ୍ପୂର୍ଣ୍ଣ ପେଟେଇ ପେଟେଇ ଦାଉଦଙ୍କ ନିକଟରେ ପହଞ୍ଚିଲେ।

16 ଆଉଥରେ, ଦାଉଦ ଦୁର୍ଗ ମଧ୍ୟରେ ଥିଲେ ଓ ପଲେଷ୍ଟୀୟ ସୈନ୍ୟମାନଙ୍କର ଏକ ଦଳ ବୈ‌ଥ୍‌ଲେହମରେ ଥିଲେ। 17 ଦାଉଦ କହିଲେ, “ବୈଥଲହମର ଫାଟକ ନିକଟରେ ଥିବା କୂଅରୁ କେହି ମୋତେ ପାଣି ପିଇବାକୁ ଦିଅନ୍ତା କି?” 18 କିନ୍ତୁ ଏହି ତିନି ଜଣ ପଲେଷ୍ଟୀୟ ସୈନ୍ୟମାନଙ୍କ ସହିତ ଯୁଦ୍ଧ କରି କରି ସେମାନଙ୍କ ମଧ୍ୟଦେଇ ଗଲେ। ଏହି ତିନି ବ୍ୟକ୍ତି ବୈ‌ଥ୍‌ଲେହମ ନଗରର ଦ୍ୱାର ନିକଟରେ ଥିବା କୂପରୁ କିଛି ଜଳ ନେଲେ। ଏହା ପରେ ଏହି ତିନି ବୀର ସେହି ଜଳକୁ ନେଇ ଦାଉଦଙ୍କ ନିକଟକୁ ଆସିଲେ। କିନ୍ତୁ ଦାଉଦ ସେହି ଜଳପାନ କରିବାକୁ ମନା କଲେ। ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ସ୍ୱରୂପେ ସେହି ଜଳକୁ ଭୂମିରେ ଢାଳିଲେ। 19 ଦାଉଦ କହିଲେ, “ହେ ପରମେଶ୍ୱର, ମୁଁ ଏହି ଜଳକୁ ପାନ କରି ନ ପାରେ। କାରଣ ଯେଉଁ ଲୋକମାନେ ନିଜ ଜୀବନକୁ ବିପନ୍ନ କରି ଏହି ଜଳ ମୋ’ ନିମନ୍ତେ ଆଣି ଅଛନ୍ତି, ମୁଁ ତାହା ପାନ କରିବା ଦ୍ୱାରା ସେମାନଙ୍କ ରକ୍ତ ପାନ କରିବା ସଦୃଶ ହେବ।” ସେଥି ନିମନ୍ତେ ଦାଉଦ ସେହି ଜଳପାନ କରିବାକୁ ମନା କଲେ। ଏହିପରି ଏହି ତିନି ବୀର ଅନେକ ଦୁଃସାହସିକ କାର୍ଯ୍ୟମାନ କରିଥିଲେ।

ଅନ୍ୟାନ୍ୟ ସାହସୀ ସୈନ୍ୟଗଣ

20 ଯୋୟାବଙ୍କ ଭ୍ରାତା ଅବୀଶୟ, ଏହି ତିନି ବୀରଙ୍କର ନେତା ଥିଲେ। ସେ ନିଜର ବର୍ଚ୍ଛା ଦ୍ୱାରା 300 ଲୋକଙ୍କ ସହିତ ଯୁଦ୍ଧ କରିଥିଲେ ଓ ସେମାନଙ୍କୁ ବଧ କରିଥିଲେ। ଅବୀଶୟ ମଧ୍ୟ ଏହି ତିନି ବୀରଙ୍କ ତୁଲ୍ୟ ସୁପ୍ରସିଦ୍ଧ ଥିଲେ। 21 ଅବୀଶୟ ତିରିଶ୍ ଜଣ ବୀରଙ୍କଠାରୁ ଦ୍ୱିଗୁଣ ପ୍ରସିଦ୍ଧ ଥିଲେ। ସେ ତିନି ବୀରଙ୍କ ମଧ୍ୟରୁ ଅନ୍ୟତମ ନ ହୋଇଥିଲେ ସୁଦ୍ଧା ସେମାନଙ୍କର ନେତା ହୋଇପାରିଥିଲେ।

22 ଯିହୋୟାଦାରଙ୍କ ପୁତ୍ର ବନାୟ ଜଣେ ପରାକ୍ରମୀ ବ୍ୟକ୍ତିଙ୍କର ପୁତ୍ର ଥିଲେ। ସେ କବସେଲୀୟ ଲୋକ ଥିଲେ। ବନାୟ ସାହସୀ କାର୍ଯ୍ୟମାନ କଲେ। ବନାୟ ମୋୟାବ ଦେଶର ସର୍ବୋତ୍ତମ ଲୋକମାନଙ୍କ ମଧ୍ୟରୁ ଦୁଇ ଜଣକୁ ବଧ କଲେ। ଦିନେ, ତୁଷାରପାତ ହେଉଥିବା ସମୟରେ ବନାୟ ଭୂମି ମଧ୍ୟସ୍ଥ ଏକ ଗାତ ମଧ୍ୟରେ ପଶି ଗୋଟିଏ ସିଂହକୁ ବଧ କଲେ। 23 ବନାୟ ଜଣେ ଅତିକାୟ ମିସ୍ରୀୟ ସୈନ୍ୟକୁ ବଧ କଲେ। ସେହି ବ୍ୟକ୍ତି ପାଞ୍ଚ ହାତ ଦୀର୍ଘ ଉଚ୍ଚ ଥିଲା। ସେହି ମିସ୍ରୀୟ ନିକଟରେ ଏକ ବଡ଼ ଓ ଓଜନିଆ ବର୍ଚ୍ଛା ଥିଲା। ତାହା ଏକ ବୁଣାକାରର ତନ୍ତର ଦଣ୍ଡପରି ବିରାଟ ଥିଲା। ବନାୟ ନିକଟରେ କେବଳ ଠେଙ୍ଗାଟିଏ ଥିଲା। ବନାୟ ସେହି ମିସ୍ରୀୟ ବ୍ୟକ୍ତିର ହସ୍ତରୁ ବର୍ଚ୍ଛା ଧରି ଛଡ଼େଇ ନେଲେ। ଏହା ପରେ ବନାୟ ସେହି ମିସ୍ରୀୟକୁ ତାହାର ନିଜ ବର୍ଚ୍ଛା ଦ୍ୱାରା ବିଦ୍ଧ କରି ହତ୍ୟା କଲେ। 24 ଯିହୋୟାଦାଙ୍କ ପୁତ୍ର ବନାୟ ଏହି ତିନି ବୀରଙ୍କ ତୁଲ୍ୟ ସୁପ୍ରସିଦ୍ଧ ଥିଲେ। 25 ବନାୟ ତିରିଶ୍ ଜଣ ବୀରଙ୍କଠାରୁ ମଧ୍ୟ ବିଖ୍ୟାତ ଥିଲେ, କିନ୍ତୁ ସେ ତିନି ବୀରଙ୍କ ମଧ୍ୟରୁ ଜଣେ ନ ଥିଲେ। ଦାଉଦ ବନାୟଙ୍କୁ ତାଙ୍କର ଅଙ୍ଗରକ୍ଷୀମାନଙ୍କ ନେତା ଭାବରେ ମନୋନୀତ କଲେ।

ତିରିଶ୍ ଜଣ ବୀର

26 ବୀର ସୈନ୍ୟ, ତିରିଶ୍ ଜଣ ବୀରମାନେ ଥିଲେ:

ଯୋୟାବର ଭ୍ରାତା ଅସାହେଲ୍,

ବୈ‌ଥ୍‌ଲେହମସ୍ଥ ଦୋଦୟର ପୁତ୍ର ଇଲହାନନ୍;

27 ହରୋରୀୟ ଶମ୍ମୋତ୍,

ପଲୋନୀୟ ହେଲସ୍,

28 ତକୋୟୀୟ, ଇ‌କ୍‌କୋଶର ପୁତ୍ର ଇରା,

ଅନାଥୋତୀୟ ଅବିୟେଷର;

29 ହୁଶାତୀୟ ସିବ୍ବଖୟ,

ଅହୋହୀୟ ଈଲୟ;

30 ନଟୋଫାତୀୟ ମହରୟ,

ନଟୋଫାତୀୟ ବାନାଙ୍କର ପୁତ୍ର ହେଲଦ୍;

31 ବିନ୍ୟାମୀନସ୍ଥ ଗିବିୟାର ରୀବିୟଙ୍କ ପୁତ୍ର ଇତ୍ତୟ,

ପିରିୟାଥୋନୀୟ ବନାୟ;

32 ଗାଶ୍ ନଦୀ ତୀରସ୍ଥ ହୂରୟ,

ଅର୍ବ୍ବତୀୟ ଅବୀୟେଲ;

33 ବାହରୁମୀୟ ଅ‌‌‌ସ୍‌ମାବତ୍,

ଶାଲବେନୀୟ ଇଲୀୟହବ;

34 ଗିଷୋନୀୟ ହାଷେମଙ୍କ ପୁତ୍ରଗଣ,

ହରାରୀୟ ଶାଗିର ପୁତ୍ର ଯୋନାଥନ;

35 ହରାରୀୟ ସାଖରଙ୍କ ପୁତ୍ର ଅହୀୟାମ୍,

ଉରର ପୁତ୍ର ଇଲୀଫାଲ;

36 ମଖେରାତୀୟ ହେଫର୍,

ପଲୋନୀୟ ଅହିୟ;

37 କର୍ମିଲୀୟ ହିଷ୍ରୟ,

ଇଷବୟଙ୍କ ପୁତ୍ର ନାରୟ;

38 ନାଥନଙ୍କ ଭ୍ରାତା ଯୋୟେଲ,

ହଗ୍ରିଙ୍କ ପୁତ୍ର ମିଭର;

39 ଅମ୍ମୋନୀୟ ସେଲକ,

ବେରୋତୀର ନହରୟ (ନହରୟ ସରୁୟାଙ୍କ ପୁତ୍ର ଯୋୟାବର ଅସ୍ତ୍ରବାହକ ଥିଲା)

40 ଯିତ୍ରୀୟ ଗାରେବ୍;

41 ହିତ୍ତୀୟ ଊରିୟ,

ଅହଲୟର ପୁତ୍ର ସାବଦ୍;

42 ରୁବେ‌ନଙ୍କ ପରିବାରବର୍ଗରୁ ଶୀଷାଙ୍କ ପୁତ୍ର ଅଦୀନା। (ସେ ରୁବେନ୍ ପରିବାର ବର୍ଗର ମୁଖ୍ୟ ଥିଲେ, ଏବଂ ତାଙ୍କ ସହିତ ତିରିଶ୍ ଜଣ ସୈନ୍ୟ ଥିଲେ।);

43 ମାଖାର ପୁତ୍ର ହାନନ୍,

ମିତ୍ନୀୟ ଯୋଶାଫଟ;

44 ଅଷ୍ଟାରୋତୀୟ ଉଷିୟ;

ଅରୋୟେରୀୟ ହୋଥମଙ୍କ ପୁତ୍ରଗଣ ଶାମ୍ ଓ ଯିୟୀୟେଲ,

45 ଶିମ୍ରିଙ୍କ ପୁତ୍ର ଯିଦୀୟେଲ,

ତୀଷୀୟ ଯୋହା ଓ ତାଙ୍କ ଭ୍ରାତା ଯୋହା;

46 ମହବୀୟ ଇଲୀୟେଲ,

ଇ‌ଲ୍‌ନାମଙ୍କ ପୁତ୍ରଗଣ ଯିରୀବୟ ଓ ଯୋଶବୀୟ;

ମୋୟାବୀୟ ଯିତ୍‌ମା;

47 ଇଲୀୟେଲ ଓ ଓବେଦ୍ ଓ ମସୋବାୟିୟ ଯାସୀୟେଲ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center