Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ବଂଶାବଳୀର ପ୍ରଥମ ପୁସ୍ତକ 7-8

ଇଷାଖରଙ୍କର ବଂଶଧରଗଣ

ଇଷାଖରଙ୍କର ଗ୍ଭରି ପୁତ୍ର ଥିଲେ। ସେମାନଙ୍କର ନାମ ଥିଲା: ତୋଲୟ, ପୂୟ, ଯାଶୂବ୍ ଓ ଶିମ୍ରୋଣ୍।

ତୋଲୟଙ୍କର ପୁତ୍ରମାନେ ଥିଲେ, ଉଷି, ରଫାୟ, ଯିରୀୟେଲ, ଯହମୟ, ଯି‌ବ୍‌ସମ୍ ଓ ଶାମୁୟେଲ। ସେମାନେ ସେମାନଙ୍କ ପରିବାରର ମୁଖ୍ୟ ଥିଲେ। ସେହି ବ୍ୟକ୍ତିଗଣ ସେମାନଙ୍କର ବଂଶାନୁସାରେ ଅତି ଶକ୍ତିଶାଳୀ ଯୋଦ୍ଧା ଥିଲେ। ରାଜା ଦାଉଦଙ୍କ ସମୟରେ ସେମାନଙ୍କର ସଂଖ୍ୟା ବୃଦ୍ଧି ଘଟି 22,600 ରେ ପହଞ୍ଚି ଥିଲା, ସେମାନେ ଯୁଦ୍ଧ ନିମନ୍ତେ ସଦାପ୍ରସ୍ତୁତ ଥିଲେ।

ଉଷିଙ୍କର ପୁତ୍ର ଥିଲେ ଯିଷ୍ରାହିୟ। ଯିଷ୍ରାହିୟଙ୍କର ପୁତ୍ରମାନେ ଥିଲେ, ମୀଖାୟେଲ, ଓବଦିୟ, ଯୋୟେଲ ଓ ଯିଶିୟ। ଏହି ପାଞ୍ଚ ଜଣ ଯାକ ସେମାନଙ୍କ ପରିବାରର ମୁଖ୍ୟ ଥିଲେ। ସେମାନଙ୍କର ପରିବାରର ଇତିହାସ ଦର୍ଶାଏ ଯେ, ସେମାନଙ୍କର 36,000 ସୈନିକ ଯୁଦ୍ଧ ନିମନ୍ତେ ସଦାପ୍ରସ୍ତୁତ ହୋଇ ରହୁଥିଲେ। ସେମାନଙ୍କର ଏକ ବୃହତ୍ ପରିବାର ଥିଲା, କାରଣ ସେମାନଙ୍କର ଅନେକ ସ୍ତ୍ରୀ ଓ ସନ୍ତାନସନ୍ତତି ଥିଲେ।

ପରିବାରର ଇତିହାସରୁ ଜଣାପଡ଼େ ଯେ, ଇଷାଖରର ସମସ୍ତ ଗୋଷ୍ଠୀ ମଧ୍ୟରେ 87,000 ଜଣ ବଳଶାଳୀ ଯୋଦ୍ଧା ଥିଲେ।

ବିନ୍ୟାମୀନଙ୍କର ବଂଶଧରଗଣ

ବିନ୍ୟାମୀନଙ୍କର ତିନି ପୁତ୍ର ଥିଲେ। ସେମାନଙ୍କର ନାମ ଥିଲା: ବେଲା, ବେଖର ଓ ଯିଦୀୟେଲ।

ବେଲାଙ୍କର ପାଞ୍ଚପୁତ୍ର ଥିଲେ। ସେମାନଙ୍କର ନାମ ଥିଲା: ଇ‌ଷ୍‌ବୋନ୍, ଉଷ, ଉଷୀୟେଲ, ଯିରେମୋତ୍ ଓ ଈରୀ। ସେମାନେ ସେମାନଙ୍କ ପରିବାରର ମୁଖ୍ୟ ଥିଲେ। ସେମାନଙ୍କ ପରିବାରର ଇତିହାସରୁ ଜଣାଯାଏ ଯେ, ସେମାନଙ୍କ ମଧ୍ୟରେ 22,034 ଜଣ ସୈନିକ ଥିଲେ।

ବେଖରଙ୍କର ପୁତ୍ରମାନେ ଥିଲେ: ସମୀର, ଯୋୟାଶ, ଇଲୀୟେଷର, ଇଲିୟୋ-ଐନୟ, ଅମ୍ରି, ଯିରେମୋତ୍, ଅବିୟ, ଅନାଥୋତ୍ ଓ ଆଲେମତ୍। ଏମାନେ ସମସ୍ତେ ବେଖରର ସନ୍ତାନ ଥିଲେ। ସେମାନଙ୍କ ପରିବାରର ଇତିହାସ ଜଣାଏ ଯେ, ସେମାନଙ୍କର ମଧ୍ୟ 20,000 ଜଣ ସୈନିକ ଥିଲେ।

10 ଯିଦୀୟେଲଙ୍କର ପୁତ୍ର ଥିଲେ ବି‌ଲ୍‌ହନ୍। ବି‌ଲ୍‌ହ‌ନଙ୍କର ପୁତ୍ରମାନେ ଥିଲେ: ଯିୟଶ, ବିନ୍ୟାମୀନ, ଏହୂଦ, କାନାନା, ସେଥନ୍, ତର୍ଶୀଶ୍ ଓ ଅହୀଶହର। 11 ଯିଦୀୟେଲଙ୍କ ସବୁ ପୁତ୍ର ସେମାନଙ୍କ ପରିବାରର ମୁଖ୍ୟ ଥିଲେ। ସେମାନଙ୍କ ମଧ୍ୟରେ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ 17,200 ଜଣ ସୈନ୍ୟ ଥିଲେ।

12 ଶୁପ୍ପୀମ ଓ ହୁପ୍ପୀମମାନେ ଈର୍ ବଂଶଧର ଥିଲେ। ହୂଶୀମ ଅହେରଙ୍କର ପୁତ୍ର ଥିଲେ।

ନପ୍ତାଲିଙ୍କର ବଂଶଧରଗଣ

13 ନପ୍ତାଲିଙ୍କ ପୁତ୍ରମାନେ ଥିଲେ ଯହସିୟେଲ, ଗୂନି, ଯେତ୍‌ସର ଓ ଶଲ୍ଲୁମ୍।

ଏବଂ ଏହିମାନେ ବି‌ଲ୍‌ହାଙ୍କର ବଂଶଧର ଥିଲେ।

ମନଃଶିଙ୍କର ବଂଶଧର

14 ଏହିମାନେ ମନଃଶିଙ୍କର ବଂଶଧର ଥିଲେ: ମନଃଶି ଓ ତାଙ୍କର ଅରାମୀୟ ଦାସୀଙ୍କଠାରୁ ଅସ୍ରୀୟେଲ ନାମକ ପୁତ୍ର ଜାତ ହୋଇଥିଲା। ସେମାନଙ୍କର ମାଖୀର ନାମକ ମଧ୍ୟ ପୁତ୍ରଟିଏ ଥିଲା। ମାଖୀର ଗିଲିୟଦଙ୍କ ପିତା ଥିଲେ। 15 ମାଖୀର ହୁପ୍ପୀମ ଓ ଶୁପ୍ପୀମ ପାଇଁ ଜଣେ ଜଣେ ସ୍ତ୍ରୀକୁ ନେଲେ। ମାଖୀରଙ୍କ ଭଉଣୀର ନାମ ଥିଲା ମାଖା। ତା'ର ଦ୍ୱିତୀୟ ପୁତ୍ରର ନାମ ସ‌‌ଲ୍‌ଫାଦ ଥିଲା। ସ‌‌ଲ୍‌ଫାଦର କେବଳ କନ୍ୟାମାନେ ଥିଲେ। 16 ମାଖୀରଙ୍କ ସ୍ତ୍ରୀ ମାଖାଙ୍କର ପୁତ୍ରଟିଏ ହୋଇଥିଲା। ମାଖା ଏହି ପୁତ୍ରର ନାମ ପରେଶ ଦେଲେ। ତା'ର ଭାଇଙ୍କ ନାମ ଥିଲା ଶେରଶ। ଶେରଶଙ୍କ ପୁତ୍ରମାନେ ଥିଲେ ଉଲମ୍ ଓ ରେକମ୍।

17 ଉଲ‌ମ୍‌ଙ୍କ ପୁତ୍ର ଥିଲେ, ବଦାନ।

ଏହିମାନେ ଗିଲିୟଦର ବଂଶଧର ଥିଲେ। ଗିଲିୟଦ ମାଖୀରଙ୍କ ପୁତ୍ର, ମାଖୀର ମନଃଶିଙ୍କ ପୁତ୍ର ଥିଲେ। 18 ମାଖୀରଙ୍କ ଭଉଣୀ ହମ୍ମୋଲେକତ୍, ଈଶହୋଦ୍, ଅବୀୟେଷର ଓ ମହଲାଙ୍କୁ ଜନ୍ମ ଦେଲେ।

19 ଶମୀଦାଙ୍କ ପୁତ୍ରମାନେ ଥିଲେ: ଅହିୟନ୍, ଶେଖମ୍, ଲି‌କ୍‌ହି ଓ ଅନୀୟାମ୍।

ଇଫ୍ରୟିମଙ୍କ ବଂଶଧରଗଣ

20 ଇଫ୍ରୟିମଙ୍କ ବଂଶଧରଗଣଙ୍କର ନାମ ଏହିପରି ଥିଲା। ଇଫ୍ରୟିମଙ୍କ ପୁତ୍ର ଥିଲେ ଶୁଥେଲହ। ଶୁଥେଲହଙ୍କର ପୁତ୍ର ଥିଲେ, ବେରଦ। ବେରଦଙ୍କର ପୁତ୍ର ଥିଲେ, ତହତ୍। ତହତ୍‌ଙ୍କର ପୁତ୍ର ଥିଲେ, ଇଲିୟାଦା। 21 ଇଲିୟାଦଙ୍କର ପୁତ୍ର ଥିଲେ, ତହତ୍। ତହତ୍‌ଙ୍କର ପୁତ୍ର ଥିଲେ ସାବଦ୍। ସାବ‌ଦ୍‌ଙ୍କ ପୁତ୍ର ଥିଲେ ଶୁଥେଲହ।

ଗାଥ୍ ନଗରରେ ବଢ଼ିଥିବା କେତେକ ଲୋକ ଏତ୍‌ସର ଓ ଇଲିୟାଦକୁ ବଧ କଲେ। ଏତ୍‌ସର ଓ ଇଲିୟାଦ ଏହି ଲୋକମାନଙ୍କର ଗୋ’ପଲ ଓ ମେଷପଲ ଚରାଇବା ନିମନ୍ତେ ଗା‌ଥ୍‌କୁ ଯାଇଥିବାରୁ ଏହିପରି ଘଟିଲା। 22 ଇଫ୍ରୟିମ, ଏତ୍‌ସର ଓ ଇଲିୟାଦର ପିତା ଥିଲେ। ଏତ୍‌ସର ଓ ଇଲିୟାଦଙ୍କର ମୃତ୍ୟୁ ଘଟିବାରୁ ଇଫ୍ରୟିମ ଅନେକ ଦିନ ପର୍ଯ୍ୟନ୍ତ କ୍ରନ୍ଦନ କଲେ। ଇଫ୍ରୟିମଙ୍କର ପରିବାର ତାଙ୍କୁ ସାନ୍ତ୍ୱନା ଦେବା ନିମନ୍ତେ ଆସିଲେ। 23 ଏହା ପରେ, ଇଫ୍ରୟିମ ତାଙ୍କର ସ୍ତ୍ରୀଙ୍କ ସହିତ ଯୌନ ସମ୍ପର୍କ ସ୍ଥାପନ କଲେ। ଇଫ୍ରୟିମଙ୍କ ସ୍ତ୍ରୀ ଗର୍ଭବତୀ ହେଲେ ଓ ଗୋଟିଏ ପୁତ୍ରକୁ ଜନ୍ମ ଦେଲେ। ଇଫ୍ରୟିମ ଏହି ନବଜାତ ପୁତ୍ରର ନାମ ବରୀୟ ଦେଲେ, କାରଣ ତାଙ୍କର ପରିବାରରେ ଏକ ଦୁଃଖଦାୟକ ଘଟଣା ଘଟିଯାଇଥିଲା। 24 ଇଫ୍ରୟିମଙ୍କ ଝିଅର ନାମ ଥିଲା ଶୀରା। ଶୀରା, ନିମ୍ନତର ବୈ‌ଥ୍‌ହୋରଣ୍ ଓ ଉଚ୍ଚତର ବୈଥ-ହୋରଣ୍, ଏବଂ ନିମ୍ନତର ଉଷେନ୍ ଶୀରା ଓ ଉଚ୍ଚତର ଉଷେନ୍ ଶୀରା ନିର୍ମାଣ କଲା।

25 ରେଫହ ଇଫ୍ରୟିମଙ୍କ ପୁତ୍ର ଥିଲେ। ରେଶଫ୍ ରେଫ‌ହଙ୍କ ପୁତ୍ର ଥିଲେ। ତେଲହ ରେଶ‌ଫ୍‌ଙ୍କ ପୁତ୍ର ଥିଲେ। ତହନ୍ ତେଲହଙ୍କ ପୁତ୍ର ଥିଲେ। 26 ଲାଦନ୍ ତହ‌ନଙ୍କ ପୁତ୍ର ଥିଲେ। ଅମ୍ମୀହୂଦ ଲାଦନଙ୍କ ପୁତ୍ର ଥିଲେ। ଇଲୀଶାମା ଅମ୍ମୀହୂଦଙ୍କ ପୁତ୍ର ଥିଲେ। 27 ନୂନ୍ ଇଲୀଶାମାଙ୍କ ପୁତ୍ର ଥିଲେ। ଯିହୋଶୂୟ ନୂନଙ୍କ ପୁତ୍ର ଥିଲେ।

28 ଏହି ସମସ୍ତ ନଗର ଓ ଦେଶମାନଙ୍କରେ ଇଫ୍ରୟିମଙ୍କ ବଂଶଧରମାନେ ବାସ କରୁଥିଲେ। ବୈଥଲ ଓ ତାହାର ନିକଟବର୍ତ୍ତୀ ଗ୍ରାମଗୁଡ଼ିକ ପୂର୍ବରେ ନାରନ୍, ପଶ୍ଚିମରେ ଗେଷର୍ ଓ ତାହାର ନିକଟବର୍ତ୍ତୀ ଗ୍ରାମଗୁଡ଼ିକ ଶିଖିମ୍, ଆସା ପର୍ଯ୍ୟନ୍ତ ଓ ତାହାର ନିକଟବର୍ତ୍ତୀ ଗ୍ରାମ ଓ ତତ୍ ସଂଲଗ୍ନ ଗ୍ରାମଗୁଡ଼ିକ। 29 ମନଃଶିଙ୍କ ଦେଶର ସୀମାବର୍ତ୍ତୀ ସହରଗୁଡ଼ିକ ଥିଲା, ବୈଥ୍‌ଶାନ, ତାନକ, ମଗିଦ୍ଦୋ ଓ ଦୋର ଏବଂ ତାହାର ନିକଟବର୍ତ୍ତୀ ଗ୍ରାମ ଗୁଡ଼ିକରେ ଯୋଷେଫଙ୍କ ବଂଶଧରମାନେ ବାସ କରୁଥିଲେ। ଯୋଷେଫ ଇସ୍ରାଏଲଙ୍କ ପୁତ୍ର ଥିଲେ।

ଆଶେରଙ୍କ ବଂଶଧରଗଣ

30 ଆଶେରଙ୍କ ପୁତ୍ରମାନେ ଥିଲେ ଯିମ୍ନ, ଯି‌ଶ୍‌ବ, ଯି‌ଶ୍‌ବି ଓ ବରୀୟ। ସେମାନଙ୍କ ଭଗିନୀର ନାମ ଥିଲା ସେରହ।

31 ବରୀୟଙ୍କ ପୁତ୍ରମାନେ ଥିଲେ ହେବର ଓ ମ‌ଲ୍‌କୀୟେଲ। ମ‌ଲ୍‌କୀୟେଲ ବିର୍ଷୋତଙ୍କ ପିତା ଥିଲେ।

32 ହେବର୍, ଯ‌ଫ୍‌ଲେଟ୍, ଶୋମର୍ ଓ ହୋଥମ୍ ଓ ସେମାନଙ୍କ ଭଗିନୀ ଶୂୟାଙ୍କ ପିତା ଥିଲେ।

33 ଯ‌ଫ୍‌ଲେ‌ଟ୍‌ଙ୍କ ପୁତ୍ରମାନେ ଥିଲେ ପାସକ୍, ବି‌ମ୍‌ହଲ୍ ଓ ଅଶ୍ୱତ୍। ଏହିମାନେ ଯ‌ଫ୍‌ଲେ‌ଟ୍‌ଙ୍କର ସନ୍ତାନ ଥିଲେ।

34 ଶେମରଙ୍କ ପୁତ୍ରମାନେ ଥିଲେ ଅହି, ରୋହଗ, ଯିହୁବ୍ବ ଓ ଅରାମ।

35 ଶୋମରଙ୍କ ଭ୍ରାତାଙ୍କ ନାମ ଥିଲା ହେଲେମ। ହେଲେମଙ୍କ ପୁତ୍ରମାନେ ଥିଲେ ଶୋଫହ, ଯିମ୍ନ, ଶେଲଶ୍ ଓ ଆମଲ୍।

36 ଶୋଫହଙ୍କ ପୁତ୍ରମାନେ ଥିଲେ: ସୂହ, ହର୍ଣ୍ଣେଫେର୍, ଶୂୟାଲ୍, ବେରୀ, ଯିମ୍ରି, 37 ବେତ୍‌ସର୍, ହୋଦ, ଶମ୍ମ, ଶି‌ଲ୍‌ଶ ଯିତ୍ରନ୍ ଓ ବେରା।

38 ଯେଥରଙ୍କ ପୁତ୍ରମାନେ ଥିଲେ: ଯିଫୁନ୍ନି, ପିଷ୍ପ ଓ ଅରା।

39 ଉଲ୍ଲଙ୍କ ପୁତ୍ରମାନେ ଥିଲେ: ଆରହ, ହନ୍ନୀୟେଲ ଓ ରିତ୍‌ସିୟ।

40 ଏହି ବ୍ୟକ୍ତିମାନେ ଆଶେରଙ୍କ ବଂଶଧର ଥିଲେ। ସେମାନେ ସେମାନଙ୍କ ପରିବାରର ମୁଖ୍ୟ ଥିଲେ। ସେମାନେ ସର୍ବୋତ୍ତମ ବ୍ୟକ୍ତି ଥିଲେ। ସେମାନେ ସମସ୍ତେ ଯୋଦ୍ଧା ଓ ମହାନ ନେତାଗଣ ଥିଲେ। ସେମାନଙ୍କ ପରିବାରର ଇତିହାସ ଜଣାଏ ଯେ, 26,000 ସୈନ୍ୟ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହୋଇ ରହିଥିଲେ।

ରାଜା ଶାଉଲଙ୍କର ପାରିବାରିକ ଇତିହାସ

ବିନ୍ୟାମୀନ ବେଲାଙ୍କ ପିତା ଥିଲେ। ବେଲା ବିନ୍ୟାମୀନଙ୍କ ପ୍ରଥମଜାତ ପୁତ୍ର ଥିଲେ। ଅସବେଲ୍ ବିନ୍ୟାମୀନଙ୍କ ଦ୍ୱିତୀୟ ପୁତ୍ର ଥିଲେ। ଅହର୍ଦ ବିନ୍ୟାମୀନଙ୍କ ତୃତୀୟ ପୁତ୍ର ଥିଲେ। ନୋହ ବିନ୍ୟାମୀନଙ୍କ ଚତୁର୍ଥ ପୁତ୍ର ଥିଲେ। ଏବଂ ରାଫା ବିନ୍ୟାମୀନଙ୍କ ପଞ୍ଚମ ପୁତ୍ର ଥିଲେ।

3-5 ବେଲାଙ୍କର ପୁତ୍ରମାନେ ଥିଲେ, ଅଦ୍ଦର, ଗେରା, ଅବୀହୂଦ, ଅବୀଶୂୟ, ନାମାନ୍, ଆହୋହ, ଗେରା, ଶଫୂଫନ ଓ ହୂରମ୍।

6-7 ଏହିମାନେ ଏହୂଦଙ୍କର ବଂଶଧର ଥିଲେ। ଗେବାରେ ସେମାନେ ନିଜ ପରିବାରର ମୁଖ୍ୟ ଥିଲେ। ନିଜର ଗୃହ ତ୍ୟାଗ କରି ମାନହତକୁ ଯିବା ନିମନ୍ତେ ସେମାନଙ୍କୁ ବାଧ୍ୟ କରାଗଲା। ଏହୂଦଙ୍କ ବଂଶଧରମାନେ ଥିଲେ ନାମାନ, ଅହିୟ ଓ ଗେରା। ଗେରା ସେମାନଙ୍କୁ ଗୃହତ୍ୟାଗ କରିବା ନିମନ୍ତେ ବଳପ୍ରୟୋଗ କଲେ। ଗେରା ଉଷ ଓ ଅହୀଦୂଦଙ୍କ ପିତା ଥିଲେ।

ଶହରୟିମ୍ ତାଙ୍କର ସ୍ତ୍ରୀଗଣ, ହୂଶୀମ୍ ଓ ବାରାଙ୍କୁ ମୋୟାବରେ ଛାଡ଼ପତ୍ର ଦେଲେ। ଏହା ପରେ ସେ ତାଙ୍କର ଆଉ ଜଣେ ସ୍ତ୍ରୀଙ୍କଠାରୁ କେତେ ଗୋଟି ସନ୍ତାନ ଲାଭ କଲେ। 9-10 ଶହରୟିମ୍ ଆପଣା ସ୍ତ୍ରୀ ହୋଦଶଙ୍କ ଦ୍ୱାରା ଯୋବବ୍, ସିବିୟ, ମେଶା, ମଲକମ୍, ଯିୟୁଶ, ଶଖିୟ, ଓ ମିର୍ମଙ୍କୁ ଜାତ କଲେ। ସେମାନେ ନିଜ ପରିବାରର ମୁଖ୍ୟ ଥିଲେ। 11 ଶହରୟିମ୍ ଓ ହୂଶୀ‌ମ୍‌ଙ୍କର ଆବୀଟୂବ୍ ଇ‌ଲ୍‌ପାଲ ନାମକ ଦୁଇ ପୁତ୍ର ଥିଲେ।

12 ଇ‌ଲ୍‌ପାଲଙ୍କ ପୁତ୍ରମାନେ ଥିଲେ ଏବର୍, ମିଶିୟମ, ଶେମଦ୍। ଶେମଦ୍, ଓନୋ ଓ ଲୋଦ୍ ସହିତ ଏହାର ନଗର ନିର୍ମାଣ କଲେ। 13 ବରୀୟ ଓ ଶେମା ଅୟାଲୋନର ନିବାସୀମାନଙ୍କ ପରିବାରର ମୁଖ୍ୟ ଥିଲେ। ସେହି ପୁତ୍ରମାନେ ଗାଥ୍‌ର ନିବାସୀମାନଙ୍କୁ ସେମାନଙ୍କ ନଗର ଛାଡ଼ି ଗ୍ଭଲିଯିବା ପାଇଁ ବାଧ୍ୟ କଲେ।

14 ସେମାନଙ୍କର ଭାଇମାନେ ଥିଲେ, ଅହିୟୋ, ଶାଶକ୍ ଓ ଯିରେମୋତ୍, 15 ସବଦିୟ, ଅରାଦ, ଏଦର୍, 16 ମୀଖାୟେଲ, ଯି‌ଶ୍‌ପା ଓ ଯୋହ, ବରୀୟଙ୍କ ପୁତ୍ରଗଣ ଥିଲେ। 17 ଇ‌ଲ୍‌ପା‌ଲ୍‌ଙ୍କ ପୁତ୍ରମାନେ ଥିଲେ: ସବଦିୟ, ମଶୂଲ୍ଲମ୍, ହିଷକି, ହେବର୍, 18 ଯିଷ୍ମରୟ ଓ ଯୋବବ୍।

19 ଶିମିୟିଙ୍କ ପୁତ୍ରମାନେ ଥିଲେ: ଯାକୀମ୍, ସିଖ୍ରି, ସ‌ବ୍‌ଦି, 20 ଇଲୀ-ଐନୟ, ସିଲ୍ଲଥୟ, ଇଲୀୟେଲ, 21 ଅଦାୟା, ବରାୟା ଓ ଶିମ୍ରତ୍।

22 ଶାଶ‌କ୍‌ଙ୍କ ପୁତ୍ରମାନେ ଥିଲେ: ଯି‌ଶ୍‌ପନ୍, ଏବର୍, ଇଲୀୟେଲ, 23 ଅ‌ବ୍‌ଦୋନ, ସିଖ୍ରି, ହାନନ୍, 24 ହନାନିୟ, ଏଲମ୍, ଅନ୍ତୋଥିୟ, 25 ଯି‌ଫ୍‌ଦିୟ ଓ ପନୁୟେଲ।

26 ଯିରୋହମଙ୍କ ପୁତ୍ରମାନେ ଥିଲେ: ଶ‌ମ୍‌ଶରୟ, ଶହରିୟ, ଅଥଲିୟ, 27 ଯାରିଶିୟ, ଏଲିୟ ଓ ସିଖ୍ରି,

28 ଏହି ବ୍ୟକ୍ତିମାନେ ସେମାନଙ୍କ ପରିବାରର ମୁଖ୍ୟ ଥିଲେ। ସେମାନଙ୍କର ପାରିବାରିକ ଇତିହାସରେ ସେମାନଙ୍କୁ ମୁଖ୍ୟ ଭାବେ ଉଲ୍ଲେଖ କରାଯାଇଅଛି। ସେମାନେ ଯିରୁଶାଲମରେ ବାସ କରୁଥିଲେ।

29 ଯିୟେଲ୍ ଗିବିୟୋନଙ୍କ ପିତା ଥିଲେ। ସେ ଗିବିୟୋନ ସହରରେ ବାସ କରୁଥିଲେ। ଯିୟେ‌ଲ୍‌ଙ୍କ ସ୍ତ୍ରୀଙ୍କ ନାମ ଥିଲା ମାଖା। 30 ଯିୟେ‌ଲ୍‌ଙ୍କ ଜ୍ୟେଷ୍ଠପୁତ୍ର ଥିଲେ ଅ‌ବ୍‌ଦୋନ୍। ତାଙ୍କର ଅନ୍ୟ ପୁତ୍ରମାନେ ଥିଲେ ସୂର୍, କୀଶ୍, ବାଲ୍, ନାଦବ୍, 31 ଗଦୋର, ଅହିୟୋ, ସଖର୍, ଓ ମିକଲୋତ। 32 ମି‌କ୍‌ଲୋତ୍ ଶିମିୟଙ୍କ ପିତା ଥିଲେ। ଏହି ପୁତ୍ରମାନେ ମଧ୍ୟ ଯିରୁଶାଲମରେ ସେମାନଙ୍କର ଆତ୍ମୀୟମାନଙ୍କ ନିକଟରେ ବାସ କରୁଥିଲେ।

33 ନେର୍ କୀ‌ଶ୍‌ଙ୍କ ପିତା ଥିଲେ। କୀଶ୍ ଶାଉଲଙ୍କ ପିତା ଥିଲେ। ଏବଂ ଶାଉଲ ଯୋନାଥନ, ମଲକୀଶୂୟ, ଅବୀନାଦବ୍ ଓ ଇ‌ଶ୍‌ବାଲାଙ୍କ ପିତା ଥିଲେ।

34 ଯୋନାଥନଙ୍କ ପୁତ୍ର ଥିଲେ ମରୀବ୍ବାଲ୍। ମରୀବ୍ବାଲ୍ ମୀଖାଙ୍କ ପିତା ଥିଲେ।

35 ମୀଖାଙ୍କ ପୁତ୍ରମାନେ ଥିଲେ, ପିଥୋନ୍, ମେଲକ୍, ତରେୟ ଓ ଆହସ।

36 ଆହସ୍ ଯିହୋୟାଦାଙ୍କ ପିତା ଥିଲେ। ଯିହୋୟାଦା ଆଲେମତ୍, ଅ‌‌‌ସ୍‌ମାବତ ଓ ସିମ୍ରିଙ୍କ ପିତା ଥିଲେ। ସିମ୍ରି ମୋତ୍‌ସାଙ୍କ ପିତା ଥିଲେ। 37 ମୋତ୍‌ସା ବିନିୟାଙ୍କ ପିତା ଥିଲେ। ରାଫା ବିନିୟାଙ୍କ ପୁତ୍ର ଥିଲେ। ଇଲୀୟାସା ରାଫାଙ୍କ ପୁତ୍ର ଥିଲେ। ଏବଂ ଆତ୍‌ସେଲ, ଇଲୀୟାସାଙ୍କ ପୁତ୍ର ଥିଲେ।

38 ଆତ୍‌ସେଲଙ୍କ ଛଅ ପୁତ୍ର ଥିଲେ। ସେମାନଙ୍କର ନାମ ଏହିପରି ଥିଲା-ଅସ୍ରୀକାମ୍, ବୋଖରୁ, ଇ‌ଶ୍‌ମାୟେଲ, ଶିୟରିୟ, ଓବଦିୟ ଓ ହାନନ।

39 ଆତ୍‌ସେଲଙ୍କ ଭ୍ରାତା ଥିଲେ ଏଶକ୍। ଏ‌ଶକଙ୍କର କେତେକ ପୁତ୍ର ଥିଲେ। ଏହିମାନେ ହେଲେ: ଉଲମ ଏ‌ଶକଙ୍କର ଜ୍ୟେଷ୍ଠ ପୁତ୍ର, ଯିୟୁଶ୍ ଏ‌ଶକଙ୍କର ଦ୍ୱିତୀୟ ପୁତ୍ର, ଏଲୀଫେଲଟ୍ ତୃତୀୟ ପୁତ୍ର ଥିଲେ। 40 ଉଲ‌ମ୍‌ଙ୍କର ପୁତ୍ରମାନେ ପରାକ୍ରମୀ ସୈନ୍ୟ ଓ ଉତ୍ତମ ଧନୁର୍ଦ୍ଧର ଥିଲେ। ଉଲ‌ମ୍‌ଙ୍କର ପୁତ୍ରର ଅନେକ ପୁତ୍ର ଓ ନାତିଗଣ ଥିଲେ। ସର୍ବମୋଟ 150 ଜଣ।

ଏହି ସମସ୍ତ ବ୍ୟକ୍ତିଗଣ ବିନ୍ୟାମୀନଙ୍କର ବଂଶଧର ଥିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center