Beginning
ଦାଉଦଙ୍କର ପୁତ୍ରଗଣ
3 ଦାଉଦଙ୍କର କେତୋଟି ପୁତ୍ର ହିବ୍ରୋଣ ସହରରେ ଜନ୍ମ ହୋଇଥିଲେ। ଦାଉଦଙ୍କ ପୁତ୍ରମାନଙ୍କର ତାଲିକା ଏହି ପ୍ରକାରରେ ଥିଲା:
ଦାଉଦଙ୍କର ପ୍ରଥମଜାତ ପୁତ୍ର ଥିଲେ ଅମ୍ନୋନ୍। ଅମ୍ନୋନଙ୍କର ମାତା ଥିଲେ ଅହୀନୋୟମ। ସେ ଯିଷ୍ରିୟେଲୀୟ ସହରରୁ ଆସିଥିଲେ।
ଦ୍ୱିତୀୟ ପୁତ୍ର ଥିଲେ ଦାନିୟେଲ। ତାଙ୍କର ମାତା ଅବୀଗଲ କାର୍ମିଲିୟାରୁ ଆସିଥିଲେ।
2 ତୃତୀୟ ପୁତ୍ର ଥିଲେ ଅବଶାଲୋମ୍। ତାଙ୍କର ମାତା ମାଖା ତଲ୍ମୟଙ୍କର ଝିଅ ଥିଲେ। ଏହି ତଲ୍ମୟ ଗଶୂରର ରାଜା ଥିଲେ।
ଚତୁର୍ଥ ପୁତ୍ର ଥିଲେ ଅଦୋନୀୟ। ତାଙ୍କର ମାତା ଥିଲେ ହଗୀତ୍।
3 ପଞ୍ଚମ ପୁତ୍ର ଥିଲେ ଶଫଟୀୟ। ତାଙ୍କର ମାତା ଥିଲେ: ଅବିଟଲ୍।
ଷଷ୍ଠ ପୁତ୍ର ଥିଲେ ଯିତ୍ରିୟମ। ତାଙ୍କର ମାତା ଇଗ୍ଲା, ଦାଉଦଙ୍କର ସ୍ତ୍ରୀ ଥିଲେ।
4 ଦାଉଦ ହିବ୍ରୋଣରେ ଥିବା ସମୟରେ ଏହି ଛଅ ପୁତ୍ର ଜନ୍ମ ହୋଇଥିଲେ।
ଦାଉଦ ସେଠାରେ ସାତ ବର୍ଷ ଓ ଛଅମାସ ରାଜତ୍ୱ କଲେ ଏବଂ ତା'ପରେ ସେ ତେତିଶ ବର୍ଷ ଯିରୁଶାଲମରେ ରାଜତ୍ୱ କଲେ। 5 ଯିରୁଶାଲମରେ ଦାଉଦଙ୍କର ଏହି ପୁତ୍ରମାନେ ଜନ୍ମ ହୋଇଥିଲେ।
ବତ୍ଶୂୟାଙ୍କଠାରୁ ଗ୍ଭରି ସନ୍ତାନ ଜନ୍ମ ହୋଇଥିଲେ। ବତ୍ଶୂୟା ଅମ୍ମୀୟେଲଙ୍କ ଝିଅ ଥିଲେ। ଶିମିୟ, ଶୋବବ୍, ନାଥନ ଓ ଶଲୋମନ୍। 6-8 ଅନ୍ୟ ନଅ ଜଣ ପୁତ୍ର ହେଲେ: ଯିଭର, ଇଲୀଶାମା, ଇଲୀଫେଲଟ୍, ନୋଗହ, ନେଫଗ୍, ଯାଫୀୟ, ଇଲୀୟାଦା, ଇଲୀଶାମା ଓ ଇଲୀଫେଲଟ୍। 9 ଏମାନେ ସମସ୍ତେ ଦାଉଦଙ୍କ ପୁତ୍ରଗଣ ଥିଲେ। ଏହାଛଡ଼ା ତାଙ୍କର ଉପପତ୍ନୀମାନଙ୍କର ମଧ୍ୟ ପୁତ୍ରଗଣ ଥିଲେ। ତାମର ସେମାନଙ୍କର ଭଉଣୀ ଥିଲେ।
ଦାଉଦଙ୍କ ରାଜତ୍ୱ ପରେ ଯିହୁଦାର ରାଜାଗଣ
10 ଶଲୋମନଙ୍କର ପୁତ୍ର ଥିଲେ ରିହବିୟାମ୍ ଓ ରିହବିୟାମଙ୍କର ପୁତ୍ର ଥିଲେ ଅବିୟ। ଅବିୟଙ୍କର ପୁତ୍ର ଥିଲେ ଆସା। ଆସାଙ୍କର ପୁତ୍ର ଥିଲେ ଯିହୋଶାଫଟ୍। 11 ଯିହୋଶାଫଟଙ୍କର ପୁତ୍ର ଥିଲେ ଯୋରାମ। ଯୋରାମଙ୍କର ପୁତ୍ର ଥିଲେ ଅହସିୟ। ଅହସିୟଙ୍କର ପୁତ୍ର ଥିଲେ ଯୋୟାଶ୍। 12 ଯୋୟାଶଙ୍କ ପୁତ୍ର ଥିଲେ ଅମତ୍ସିୟ। ଅମତ୍ସିୟଙ୍କ ପୁତ୍ର ଥିଲେ ଅସରିୟ। ଅସରିୟଙ୍କ ପୁତ୍ର ଥିଲେ ଯୋଥମ୍। 13 ଯୋଥମଙ୍କ ପୁତ୍ର ଥିଲେ ଆହସ। ଆହସଙ୍କ ପୁତ୍ର ଥିଲେ ହିଜକିୟ। ହିଜକିୟଙ୍କ ପୁତ୍ର ଥିଲେ ମନଃଶି। 14 ମନଃଶିଙ୍କ ପୁତ୍ର ଥିଲେ ଆମୋନ୍। ଆମୋନଙ୍କ ପୁତ୍ର ଥିଲେ ଯୋଶିୟ।
15 ଯୋଶିୟଙ୍କ ପୁତ୍ରମାନଙ୍କର ତାଲିକା ଏହି: ପ୍ରଥମ ପୁତ୍ର ଯୋହାନନ୍, ଦ୍ୱିତୀୟ ପୁତ୍ର, ଯିହୋୟାକୀମ୍, ତୃତୀୟ ପୁତ୍ର ସିଦିକିୟ, ଚତୁର୍ଥ ପୁତ୍ର ଶଲ୍ଲୁମ୍।
16 ଯିହୋୟାକୀମଙ୍କ ପୁତ୍ର ଥିଲେ ଯିହୋୟାଖୀନ୍,[a] ତାଙ୍କର ପୁତ୍ର ଥିଲେ ସିଦିକିୟ।
ବାବିଲୋନ୍ ଯିହୁଦାକୁ ପରାସ୍ତ କରିବା ପରେ ଦାଉଦଙ୍କର ପରିବାରବର୍ଗ
17 ଯିକନିୟ ବାବିଲୋନ୍ରେ ବନ୍ଦୀ ହୋଇ ଯିବା ପରେ, ଯିକନିୟଙ୍କର ସନ୍ତାନମାନଙ୍କର ତାଲିକା। ତାଙ୍କର ସନ୍ତାନମାନେ ଥିଲେ; ଶଲ୍ଟୀୟେଲ୍, 18 ମଲ୍କୀରାମ୍, ପଦାୟ, ଶିନତ୍ସର, ଯିକମିୟ, ହୋଶାମା ଓ ନଦବିୟ।
19 ପଦାୟଙ୍କର ପୁତ୍ରମାନେ ଥିଲେ ସରୁବ୍ବାବିଲ ଓ ଶିମିୟି। ସରୁବ୍ବାବିଲଙ୍କର ପୁତ୍ରମାନେ ଥିଲେ ମଶୂଲ୍ଲମ ଓ ହନାନିୟ। ଶଲୋମୀତ ସେମାନଙ୍କର ଭଉଣୀ ଥିଲେ। 20 ସରୁବ୍ବାବିଲଙ୍କର ଆହୁରି ପାଞ୍ଚ ପୁତ୍ର ଥିଲେ। ସେମାନଙ୍କର ନାମ ଥିଲା ହଶୂବା, ଓହେଲ, ବେରିଖିୟ, ହସଦିୟ ଓ ଯୁଶବ ହେଷଦ୍।
21 ହନାନିୟଙ୍କର ପୁତ୍ରମାନେ ଥିଲେ ପ୍ଲଟିୟ ଓ ତାଙ୍କର ପୁତ୍ର ଥିଲେ ଯିଶାୟାହ। ତାଙ୍କର ପୁତ୍ର ଥିଲେ: ରଫାୟର ଓ ତାଙ୍କର ପୁତ୍ର ଥିଲେ ଅର୍ଣ୍ଣନ ଓ ତାଙ୍କର ପୁତ୍ର ଥିଲେ ଓବଦିୟର ଓ ତାଙ୍କର ପୁତ୍ର ଥିଲେ ଶଖନିୟର।
22 ଶଖନିୟରଙ୍କର ବଂଶଧରମାନଙ୍କର ତାଲିକା ଏହି: ଶମୟିୟ। ଶମୟିୟଙ୍କର ଛଅ ପୁତ୍ର ଥିଲେ: ହଟୂଶ୍, ଯିଗାଲ, ବାରୀହ, ନିୟରିୟ, ଶେମାଯିହ ଓ ଶାଫଟ୍।
23 ନିୟରିୟଙ୍କର ତିନି ପୁତ୍ର ଥିଲେ, ସେମାନେ ହେଲେ ଇଲୀୟୋ-ଐନୟ, ହିଜକିୟ ଓ ଅସ୍ରୀକାମ।
24 ଇଲୀୟୋ-ଐନୟଙ୍କର ସାତ ପୁତ୍ର ଥିଲେ। ସେମାନେ ହେଲେ ହୋଦବିୟ, ଇଲୀୟାଶୀବ, ପ୍ଲାୟ, ଅକ୍କବ୍, ଯୋହାନନ୍, ଦଳାୟ ଓ ଅନାନି।
ଯିହୁଦାର ଅନ୍ୟାନ୍ୟ ପରିବାରବର୍ଗ
4 ଯିହୁଦାଙ୍କର ପୁତ୍ରଗଣଙ୍କ ତାଲିକା ଏହିପରି ଅଟେ।
ସେମାନେ ଥିଲେ ପେରସ, ହିଷ୍ରୋଣ, କର୍ମି, ହୂର ଓ ଶୋବଲ୍।
2 ଶୋବଲ୍ଙ୍କର ପୁତ୍ର ଥିଲେ ରାୟା। ରାୟା ଯହତଙ୍କର ପିତା ଥିଲେ। ଯହତ୍ ଅହୂମୟ ଓ ଲହଦଙ୍କର ପିତା ଥିଲେ। ଏମାନେ ସରିୟୀୟଙ୍କର ବଂଶଧର ଅଟନ୍ତି।
3 ଐଟମଙ୍କର ପୁତ୍ରମାନେ ଥିଲେ ଯିଷ୍ରିୟେଲ, ଯିଶ୍ମା ଓ ଯିଦ୍ବଶ। ଆଉ ସେମାନଙ୍କର ହତସଲିଲ-ପୋନୀ ନାମ୍ନୀ ଜଣେ ଭଉଣୀ ଥିଲେ।
4 ପନୂୟେଲ୍ ଗାଦୋରଙ୍କ ପିତା ଥିଲେ ଏବଂ ଏସର ହୁଶରଙ୍କ ପିତା ଥିଲେ।
ଏହି ସମସ୍ତେ ହୂରଙ୍କର ପୁତ୍ରଗଣ ଥିଲେ। ହୂର ଇଫ୍ରାଥଙ୍କର ପ୍ରଥମ ପୁତ୍ର ଥିଲେ ଏବଂ ଇଫ୍ରାଥା ବୈଥ୍ଲେହମର ପ୍ରତିଷ୍ଠାତା ଥିଲେ।
5 ଅସହୂର ତକୋୟଙ୍କର ପିତା ଥିଲେ। ଅସହୂରଙ୍କର ଦୁଇ ପତ୍ନୀ ଥିଲେ। ସେମାନଙ୍କର ନାମ ଥିଲା ହିଲା ଓ ନାରା। 6 ନାରାଙ୍କର ପୁତ୍ରମାନେ ଥିଲେ ଅହୁଷମ୍, ହେଫର, ତୈମିନିକି ଓ ଅହସ୍ତରିକି। ଅସହୂରଙ୍କଠାରୁ ନାରା ଏହି ପୁତ୍ରମାନଙ୍କୁ ଜନ୍ମ ଦେଇଥିଲେ। 7 ହିଲାଙ୍କର ପୁତ୍ରମାନେ ଥିଲେ ସେରତ, ଯିତ୍ସୋହର, ଓ ଇତ୍ନନ୍। 8 କୋଜ୍ ଆନୁବ୍, ହକ୍କୋସଙ୍କର ଓ ଅହହେଲଙ୍କ ପିତା ଥିଲେ। ଅହହେଲ ହାରୁମଙ୍କ ପୁତ୍ର ଥିଲେ।
9 ଯାବେଷ୍ ତାଙ୍କର ଭ୍ରାତାମାନଙ୍କ ଅପେକ୍ଷା ଅଧିକ ସମ୍ମାନିତ ହେଲେ। ତାଙ୍କର ମାତା କହିଲେ, “ମୁଁ ତାହାର ନାମ ଯାବେଷ୍[b] ଦେଇଅଛି, କାରଣ ତାହାକୁ ଜନ୍ମ ଦେବା ସମୟରେ ମୋତେ ଅତିଶୟ ଯନ୍ତ୍ରଣା ହୋଇଥିଲା।” 10 ଯାବେଷ୍ ଇସ୍ରାଏଲର ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରି କହିଲେ, “ମୁଁ ପ୍ରାର୍ଥନା କରୁଅଛି ତୁମ୍ଭେ ମୋତେ ଆଶୀର୍ବାଦ କର। ମୁଁ ଇଚ୍ଛା କରେ ଯେ, ତୁମ୍ଭେ ମୋତେ ଅଧିକ ଦେଶ ରାଜତ୍ୱ କରିବାକୁ ଦିଅ। ତୁମ୍ଭେ ମୋର ପାଶେ ପାଶେ ରୁହ ଓ ମୋତେ ଆଘାତ କରିବାକୁ କାହାକୁ ଦିଅ ନାହିଁ। ତେବେ ମୋହର କୌଣସି କଷ୍ଟ ହେବ ନାହିଁ।” ଯାବେଷ୍ ଯାହାକିଛି ମାଗିଲେ, ପରମେଶ୍ୱର ତାକୁ ସେହିସବୁ ପ୍ରଦାନ କଲେ।
11 କଲୂବ୍ ଶୁହଙ୍କ ଭ୍ରାତା ଥିଲେ। କଲୂବ୍ ମହୀରଙ୍କ ପିତା ଥିଲେ। ମହୀର ଇଷ୍ଟୋନର ପିତା ଥିଲେ। 12 ଇଷ୍ଟୋନ ବୈଥ୍ରାଫା, ପାସେହ ଓ ତହିନ୍ନଙ୍କର ପିତା ଥିଲେ। ତହିନ୍ନ ଈର, ନାହସଙ୍କର ପିତା ଥିଲେ। ଏହି ବ୍ୟକ୍ତିଗଣ ରେକା ନିବାସୀ ଥିଲେ।
13 କନସଙ୍କର ପୁତ୍ରମାନେ ଥିଲେ ଅତ୍ନୀୟେଲ ଓ ସରାୟ, ଅତ୍ନୀୟେଲଙ୍କର ପୁତ୍ରମାନେ ଥିଲେ ହଥତ୍ ଓ ମିୟୋନୋଥୟ। 14 ମିୟୋନୋଥୟ ଅଫ୍ରାଙ୍କର ପିତା ଥିଲେ।
ଏବଂ ସରାୟ ଯୋୟାବଙ୍କର ପିତା ଥିଲେ। ଯୋୟାବ କାରିଗର ଉପତ୍ୟକା ସହରର ପ୍ରତିଷ୍ଠାତା ଥିଲେ। ଏହି ସହର କାରିଗର ଉପତ୍ୟକା ନାମରେ ଡକାଯାଏ। ସେହି ସ୍ଥାନର ଅଧିବାସୀମାନେ ଏହି ନାମ ବ୍ୟବହାର କରୁଥିଲେ। କାରଣ ଏହାର ଲୋକମାନେ ଖୁବ୍ ଦକ୍ଷ କାରିଗର ଥିଲେ।
15 କାଲେବ୍ ଯିଫୁନ୍ନିଙ୍କର ପୁତ୍ର ଥିଲେ। କାଲେବଙ୍କର ପୁତ୍ରମାନେ ଥିଲେ ଈରୁ, ଏଲା ଓ ନୟମ। ଏଲାଙ୍କର ପୁତ୍ର ଥିଲେ କନସ୍।
16 ଯିହଲିଲେଙ୍କର ପୁତ୍ରମାନେ ଥିଲେ ସୀଫ୍, ସୀଫା, ତୀରିୟ ଓ ଅସାରେଲ।
17-18 ଏଜ୍ରାଙ୍କର ପୁତ୍ରମାନେ ଥିଲେ ଯେଥର, ମେରଦ, ଏଫର ଓ ଯାଲୋନ୍। ମେରଦଙ୍କର ବିଥୀୟା ନାମ୍ନୀ ଜଣେ ମିଶରୀୟା ସ୍ତ୍ରୀ ଥିଲେ। ସେ ଗର୍ଭଧାରଣ କଲେ ଏବଂ ମରିୟମ, ଶମ୍ମୟ ଓ ଇଷ୍ଟିମୋୟଙ୍କର ପିତା ଯିଶ୍ବହଙ୍କୁ ଜନ୍ମ ଦେଲେ ଏବଂ ତାଙ୍କର ଯିହୁଦୀୟ ପତ୍ନୀ ଯେରଦ୍ ହେବର ଓ ଯିକୂଥୀୟେଲଙ୍କୁ ଜନ୍ମ ଦେଲେ। ଯେରଦ୍ ଗେଦାରଙ୍କ ପିତା ଥିଲେ। ହେବର୍ ସୋଖଙ୍କର ପିତା ଥିଲେ ଏବଂ ଯିକୂଥୀୟେଲ ଯିନୋହଙ୍କର ପିତା ଥିଲେ। ଏହିସବୁ ପୁତ୍ର ବିଥୀୟାଙ୍କର ଥିଲେ। ବିଥୀୟା ଫାରୋଙ୍କର କନ୍ୟା ଥିଲେ। ସେ ମେରଦଙ୍କର ମିଶରୀୟା ପତ୍ନୀ ଥିଲେ।
19 ମେରଦଙ୍କର ସ୍ତ୍ରୀ ନହମଙ୍କର ଭଗିନୀ ଥିଲେ। ମେରଦଙ୍କ ସ୍ତ୍ରୀଙ୍କ ପୁତ୍ରମାନେ କିୟୀଲା ଓ ଇଷ୍ଟିମୋୟଙ୍କ ପିତା ଥିଲେ। କିୟୀଲା ଗର୍ମୀୟ ଲୋକମାନଙ୍କ ମଧ୍ୟରୁ ଆସିଥିଲେ ଓ ଇଷ୍ଟିମୋୟ-ମାଖାତୀୟ ଲୋକମାନଙ୍କ ମଧ୍ୟରୁ ଆସିଥିଲେ। 20 ଶିମୋନର ପୁତ୍ରମାନେ ଥିଲେ ଅମ୍ନୋନ୍, ରିଣ୍ଣ, ବିନ୍ହାନନ ଓ ତୀଲୋନ।
ଯିଶୟିଙ୍କ ପୁତ୍ରମାନେ ଥିଲେ: ସୋହେତ୍ ଓ ବିନ୍ସୋହେତ୍।
21 ଶେଲା ଯିହୁଦାର ପୁତ୍ର ଥିଲେ। ତାଙ୍କର ପୁତ୍ରମାନେ ଥିଲେ, ଲେକାର ପିତା ଏର ଓ ମାରେଶାଙ୍କର ପିତା ଲାଦା ଏବଂ ଏହି ପରିବାରବର୍ଗ ବେଥ-ଅସବେୟରେ ଥିବା କାର୍ପାସ କାର୍ଯ୍ୟର କର୍ତ୍ତା ଥିଲେ। 22 ଯୋକୀମ ଏବଂ କୋଷେବାର ଲୋକେ, ଯୋୟାଶ ଓ ସାରଫ ମୋୟାବିୟ[c] ସ୍ତ୍ରୀମାନଙ୍କୁ ବିବାହ କରିଥିଲେ। ଏହା ପରେ ସେମାନେ ବୈଥଲେହିମକୁ ଫେରି ଯାଇଥିଲେ। ଏହି ଲେଖାଗୁଡ଼ିକ ଅତି ପ୍ରାଚୀନ ଅଟେ। 23 ଶେଲାଙ୍କ ପୁତ୍ରମାନେ ମୃତ୍ତିକାରୁ ବିଭିନ୍ନ ବସ୍ତୁ ନିର୍ମାଣକାରୀ ମୃତ୍ତିକାର ଥିଲେ। ସେମାନେ ତନାୟିମ ଓ ଗଦେରାରେ ବାସ କରୁଥିଲେ। ସେମାନେ ସେହି ସହରଗୁଡ଼ିକରେ ରହି ରାଜାଙ୍କ ନିମନ୍ତେ କାର୍ଯ୍ୟ କରୁଥିଲେ।
ଶିମିୟୋନଙ୍କ ସନ୍ତାନଗଣ
24 ଶିମିୟୋନଙ୍କର ପୁତ୍ରମାନେ ଥିଲେ ନମୂୟେଲ, ଯାମୀନ, ଯାରୀବ, ସେରହ ଓ ଶୌଲ। 25 ଶୌଲଙ୍କର ପୁତ୍ର ଥିଲେ ଶଲ୍ଲୁମ। ଶଲ୍ଲୁମଙ୍କର ପୁତ୍ର ଥିଲେ ମିବ୍ସମ୍। ମିବ୍ସମଙ୍କର ପୁତ୍ର ଥିଲେ ମିସ୍ମ।
26 ମିସ୍ମଙ୍କର ପୁତ୍ର ଥିଲେ ହାମୁୟେଲ। ହାମୁୟେଲଙ୍କର ପୁତ୍ର ଥିଲେ ସାକ୍କୁର। ସାକ୍କୁରଙ୍କର ପୁତ୍ର ଥିଲେ ଶିମୟି। 27 ଶିମୟିଙ୍କର ଷୋହଳ ଜଣ ପୁତ୍ର ଥିଲେ ଓ ଛଅ ଜଣ କନ୍ୟା ଥିଲେ। କିନ୍ତୁ ଶିମୟିଙ୍କର ଭ୍ରାତାମାନଙ୍କର କୌଣସି ସନ୍ତାନସନ୍ତତି ନ ଥିଲେ। ଶିମୟିଙ୍କର ଭ୍ରାତାମାନଙ୍କର କୌଣସି ବଡ଼ ପରିବାର ନ ଥିଲା। ଯିହୁଦାର ଅନ୍ୟାନ୍ୟ ପରିବାରଗୁଡ଼ିକ ପରି ସେମାନଙ୍କର ପରିବାରବର୍ଗ ବଡ଼ ନ ଥିଲା।
28 ଶିମୟିଙ୍କର ବଂଶଧରମାନେ ବେର୍ଶେବା, ମୋଲାଦାର, ହତ୍ସରସୁୟାଲ, 29 ବିଲ୍ଲା, ଏତସମ, ତୋଲଦ୍, 30 ବଥୂୟେଲ, ହର୍ମା, ସିକ୍ଳଗ, 31 ବେଥ୍କର୍ମାବୋଦ, ହତ୍ସର, ସୂଷୀମ, ବୈଥବିରୀ ଓ ସାରୟିମରେ ବାସ କରୁଥିଲେ। ଦାଉଦ ରାଜା ହେବା ପର୍ଯ୍ୟନ୍ତ ସେମାନେ ସେହିସବୁ ନଗରରେ ବାସ କରୁଥିଲେ। 32 ଏହି ସହରଗୁଡ଼ିକ ନିକଟରେ ଥିବା ପାଞ୍ଚ ଗୋଟି ଗ୍ରାମର ନାମ ଥିଲା ଐଟମ, ଐନ୍, ରିମ୍ମୋନ, ତୋଖେନ୍ ଓ ଆଶନ୍। 33 ବାଲ୍ ପରି କେତୋଟି ସୁଦୂରବର୍ତ୍ତୀ ଗ୍ରାମ ମଧ୍ୟ ଥିଲା। ଏହିସବୁ ସ୍ଥାନରେ ସେମାନେ ବାସ କରୁଥିଲେ। ଆହୁରି ମଧ୍ୟ ସେମାନେ ନିଜର ପରିବାରର ଇତିହାସ ଲେଖି ରଖୁଥିଲେ।
34-38 ଏହା ହେଉଛି ସେମାନଙ୍କ ପରିବାରବର୍ଗର ନେତାମାନଙ୍କର ତାଲିକା। ସେମାନେ ଥିଲେ ମଶୋବବ୍, ଯମ୍ଲେକ୍, ଯୋଶ ଅମତ୍ସିୟରଙ୍କ ପୁତ୍ର ଯୋୟେଲ, ଯୋଶିବିୟଙ୍କ ପୁତ୍ର ଯେହୂ, ସରାୟଙ୍କ ପୁତ୍ର ଅଦୀୟେଲ୍, ଇଲିୟୋ-ଐନୟ, ଯାକୋବା, ଯିଶୋହାୟ, ଅସାୟ, ଅଦୀୟେଲ୍, ଯିଶୀମିୟେଲ, ବନାୟ ଓ ଶିଫୀଙ୍କ ପୁତ୍ର ସୀଷଃ। ଶିଫିୟି ଆଲ୍ଲୋନଙ୍କ ପୁତ୍ର ଓ ଆଲ୍ଲୋନ ଯିଦାୟଙ୍କ ପୁତ୍ର, ଯିଦାୟ ଶମୟିଙ୍କ ପୁତ୍ର ଓ ଶିମିୟି ଶମୟିୟଙ୍କ ପୁତ୍ର ଥିଲେ।
ଏହି ବ୍ୟକ୍ତିମାନଙ୍କର ପରିବାର ବୃଦ୍ଧିଲାଭ କରି ଅତି ବୃହତ୍ ହେଲା। 39 ସେମାନେ ଉପତ୍ୟକାର ପୂର୍ବ ପାର୍ଶ୍ୱସ୍ଥ ଗଦୋର ସହରର ବର୍ହିଦେଶରେ ଥିବା ସ୍ଥାନକୁ ଗମନ କଲେ। ସେମାନେ ନିଜର ପଶୁ ଓ ମେଷ ପଲ ନିମନ୍ତେ ଗ୍ଭରଣଭୂମି ଖୋଜିବାକୁ ସେହି ସ୍ଥାନକୁ ଗଲେ। 40 ସେମାନେ ସେଠାରେ ପ୍ରଚୁର ଘାସରେ ଭରା ଅତ୍ୟୁତ୍ତମ ଗ୍ଭରଣଭୂମି ପାଇଲେ। ସେଠାରେ ସେମାନେ ଅନେକ ଉତ୍ତମସ୍ଥାନ ମଧ୍ୟ ପାଇଲେ। ସେହି ସ୍ଥାନ ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ଓ ସୁଖପ୍ରଦ ଥିଲା। ଅତୀତରେ ହାମଙ୍କ ବଂଶଧରମାନେ ସେଠାରେ ବାସ କରୁଥିଲେ। 41 ହିଜକିୟ ଯିହୁଦାର ରାଜା ଥିବା ସମୟରେ ଏହା ଘଟିଲା। ସେହି ଲୋକମାନେ ଗଦୋରକୁ ଆସିଲେ ଓ ହାମଙ୍କ ବଂଶଧରମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ସେମାନେ ହମାତୀୟ ଲୋକମାନଙ୍କର ତମ୍ବୁସବୁ ନଷ୍ଟ କରିଦେଲେ। ସେହି ଲୋକମାନେ ସେଠାରେ ବାସ କରୁଥିବା ମିୟନୀୟ ଲୋକମାନଙ୍କ ସହିତ ମଧ୍ୟ ଯୁଦ୍ଧ କଲେ। ସେମାନେ ସମସ୍ତେ ମିୟନୀୟ ଲୋକମାନଙ୍କୁ ବିନାଶ କଲେ। ଆଜି ମଧ୍ୟ ସେଠାରେ କୌଣସି ମିୟନୀୟ ଲୋକ ନାହାନ୍ତି। ତେଣୁ ଏହି ଲୋକମାନେ ସେଠାରେ ବସବାସ କରିବାକୁ ଆରମ୍ଭ କଲେ।
42 ଶିମିୟୋନଙ୍କ ପରିବାରବର୍ଗର 500 ଲୋକ ସେୟୀରର ପାର୍ବତ୍ୟମୟ ଦେଶକୁ ଗମନ କଲେ। ଯିଶୟିଙ୍କର ପୁତ୍ରମାନେ ସେହି ଲୋକମାନଙ୍କୁ ପଥ କଢ଼ାଇ ନେଇଗଲେ। ସେହି ପୁତ୍ରମାନେ ଥିଲେ: ପ୍ଲଟିୟ, ନିୟରିୟ, ରଫାୟ ଓ ଉଷୀୟେଲ। ଶିମିୟୋନୀୟ ଲୋକମାନେ ସେହି ସ୍ଥାନରେ ବାସ କରୁଥିବା ଲୋକଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। 43 ସେଠାରେ କେବଳ ଅଳ୍ପମାତ୍ର ଅମାଲେକୀୟ ଲୋକ ରହିଲେ। ଆଉ ଏହି ଶିମିୟୋନୀୟ ଲୋକମାନେ ସେମାନଙ୍କୁ ବଧ କଲେ। ସେହି ସମୟଠାରୁ ଆଜି ପର୍ଯ୍ୟନ୍ତ ଶିମିୟୋନୀୟ ଲୋକମାନେ ସେୟୀରରେ ବସବାସ କରି ଆସିଅଛନ୍ତି।
ରୁବେନଙ୍କର ବଂଶଧରଗଣ
5 1-3 ରୁବେନ୍ ଇସ୍ରାଏଲଙ୍କର ପ୍ରଥମଜାତ ପୁତ୍ର ଥିଲେ। ସେଥିପାଇଁ ସେ ବିଶେଷ ଆଶୀର୍ବାଦ ପାଇବାର ଉଚିତ୍ ଥିଲା, କିନ୍ତୁ ସେ ନିଜ ପିତାଙ୍କର ସ୍ତ୍ରୀଙ୍କ ସହିତ ଯୌନ ସମ୍ପର୍କ ସ୍ଥାପନ କରିଥିଲେ। ତେଣୁ ଏହି ସମସ୍ତ ଆଶୀର୍ବାଦ ଯୋଷେଫଙ୍କ ପୁତ୍ରଙ୍କୁ ଦିଆଗଲା। ପରିବାରର ଇତିହାସରେ ଜନ୍ମଗତ ଅଧିକାର ଅନୁସାରେ, ପ୍ରଥମଜାତ ପୁତ୍ର ଭାବରେ ରୁବେନଙ୍କ ନାମ ଲିଖିତ ହୋଇ ନାହିଁ। ଯଦିଓ ଯିହୁଦା ତାଙ୍କର ଭ୍ରାତାମାନଙ୍କ ମଧ୍ୟରେ ଅଧିକ ଶକ୍ତିଶାଳୀ ହେଲେ ଏବଂ ଜଣେ ଶାସକ ତାଙ୍କ ବଂଶରୁ ଆସିଲେ ଜନ୍ମଗତ ଅଧିକାର ଓ ଆଶୀର୍ବାଦ ଯୋଷେଫଙ୍କ ପରିବାର ପାଇଲା।
ରୁବେନଙ୍କ ପୁତ୍ରମାନେ ଥିଲେ: ହନୋକ, ପଲ୍ଲୁ, ହିଷ୍ରୋଣ ଓ କର୍ମୀ।
4 ଯୋୟେଲଙ୍କ ବଂଶଧରମାନଙ୍କର ନାମ ଏହି: ଶିମୟିୟ ଯୋୟେଲଙ୍କ ପୁତ୍ର, ଗୋଗ୍ ଶିମୟିୟଙ୍କ ପୁତ୍ର ଓ ଶିମିୟି ଗୋଗ୍ଙ୍କ ପୁତ୍ର ଥିଲେ। 5 ମୀଖା ଶିମିୟିଙ୍କ ପୁତ୍ର, ରାୟା ମିଖାଙ୍କ ପୁତ୍ର। ବାଲ୍ ରାୟାଙ୍କ ପୁତ୍ର। 6 ବେରା ବାଲ୍ଙ୍କ ପୁତ୍ର ଥିଲେ। ଅଶୂର ରାଜା ତିଗ୍ଲତ୍ ପିଲ୍ନେଷର ବେରାଙ୍କୁ ତାଙ୍କର ଗୃହରୁ ନିର୍ବାସିତ କରି ନେଇ ଗଲେ। ତେଣୁ ବେରା ଅଶୂର ରାଜାଙ୍କର ବନ୍ଦୀରୂପେ ରହିଲେ। ବେରା ରୁବେନଙ୍କ ଗୋଷ୍ଠୀୟର ମୁଖ୍ୟ ଥିଲେ।
7 ପରିବାରର ଇତିହାସରେ ଯେଉଁପରି ଲେଖା ଯାଇଅଛି, ଠିକ୍ ସେହିପରି ଯୋୟେଲଙ୍କ ଭ୍ରାତୃଗଣ ଓ ତାହାଙ୍କ ପରିବାରବର୍ଗ ତାଲିକା କରା ଯାଇଅଛି। ଯିୟିୟେଲ ପ୍ରଥମ ପୁତ୍ର ଥିଲେ, ତା'ପରେ ଜିଖରିୟ। 8 ବେଲା ଆସସ୍ରଙ୍କ ପୁତ୍ର ଥିଲେ। ଆସସ୍ର ଶେମାଙ୍କ ପୁତ୍ର ଥିଲେ, ଶେମା ଯୋୟେଲଙ୍କ ପୁତ୍ର ଥିଲେ। ସେମାନେ ନବୋ ଓ ବାଲମିୟୋନ ପର୍ଯ୍ୟନ୍ତ ବିସ୍ତୃତ ଅରୋୟେରରେ ବାସ କରୁଥିଲେ। 9 ବେଲାଙ୍କ ବଂଶଧରମାନ ପୂର୍ବଦିଗରେ ମରୁଭୂମିର ସୀମାବର୍ତ୍ତୀ ଫରାତ୍ ନଦୀ ନିକଟରେ ବାସ କରୁଥିଲେ। ଗିଲିୟଦରେ ସେମାନଙ୍କର ଅନେକ ଗୋପଲ ଥିବାରୁ ସେମାନେ ସେହି ସ୍ଥାନରେ ବାସ କରୁଥିଲେ। 10 ଶାଉଲ ରାଜା ଥିବା ସମୟରେ ବେଲାଙ୍କ ବଂଶଧରମାନେ ହାଗରୀୟ ଲୋକଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ସେମାନେ ହାଗରୀୟ ଲୋକମାନଙ୍କୁ ପରାସ୍ତ କଲେ। ସେମାନେ ତମ୍ବୁ ଗୃହରେ ବାସ କରୁଥିଲେ ଓ ଗିଲିୟଦର ପୂର୍ବ ପାର୍ଶ୍ୱସ୍ଥ ସ୍ଥାନ ଗୁଡ଼ିକରେ ଭ୍ରମଣ କରୁଥିଲେ।
ଗାଦ୍ର ବଂଶଧରଗଣ
11 ଗାଦ୍ର ଗୋଷ୍ଠୀ ରୁବେନୀୟମାନଙ୍କ ନିକଟରେ ବାସ କରୁଥିଲେ। ଏହି ଗାଦୀୟ ଲୋକମାନେ ସଲଖା ସହର ପର୍ଯ୍ୟନ୍ତ ବିସ୍ତୃତ ବାଶନର ଭୂମିରେ ବାସ କରୁଥିଲେ। 12 ଯୋୟେଲ ବାଶନର ପ୍ରଥମ ନେତା ଥିଲେ। ଶାଫମ୍ ଦ୍ୱିତୀୟ ନେତା ଥିଲେ। ଏହା ପରେ ଯାନୟ ନେତା ହେଲେ। 13 ସେମାନଙ୍କ ପିତ୍ରାଳୟରେ ସାତ ଜଣ ଭ୍ରାତା ଏହିପରି ଥିଲେ ମୀଖାୟେଲ, ମଶୁଲ୍ଲମ, ଶେବା, ଯୋରୟ, ଯାକନ୍, ସୀୟ ଓ ଏବର୍। 14 ଏହି ବ୍ୟକ୍ତିମାନେ ଅବୀହେଲିୟର ବଂଶଧର ଥିଲେ। ଅବୀହେଲିୟ ହୂରିଙ୍କର ପୁତ୍ର ଥିଲେ। ହୂରି ଯାରୋହଙ୍କ ପୁତ୍ର, ଯାରୋହ ଗିଲିୟଦଙ୍କ ପୁତ୍ର। ଗିଲିୟଦ୍ ମୀଖାୟେଲଙ୍କ ପୁତ୍ର, ମୀଖାୟେଲ ଯିହିଶୟଙ୍କ ପୁତ୍ର, ଯିହିଶୟ ଯହଦୋଙ୍କ ପୁତ୍ର, ଯହଦୋ ବୂଷ୍ଙ୍କ ପୁତ୍ର ଥିଲେ। 15 ଅହି ଅବ୍ଦିୟେଲଙ୍କ ପୁତ୍ର, ଅବ୍ଦିୟେଲ ଗୂନିଙ୍କ ପୁତ୍ର ଥିଲେ। ଅହି ସେମାନଙ୍କ ପରିବାରର ନେତା ଥିଲେ।
16 ଗାଦ୍ର ଗୋଷ୍ଠୀର ଲୋକମାନେ ଗିଲିୟଦ ଦେଶରେ ବାସ କରୁଥିଲେ। ସେମାନେ ବାଶନରେ, ବାଶନ୍ ଚତୁର୍ଦ୍ଦିଗସ୍ଥ ଛୋଟ ସହର ଗୁଡ଼ିକରେ ଓ ଶାରୋଣରେ ଥିବା ସବୁ ଗ୍ଭରଣଭୂମି ଓ ସୀମା ପର୍ଯ୍ୟନ୍ତ ସ୍ଥାନମାନଙ୍କରେ ବାସ କରୁଥିଲେ।
17 ଯୋଥମ୍ ଓ ଯାରବିୟାମଙ୍କ ସମୟରେ, ଗାଦ୍ର ଗୋଷ୍ଠୀ ଇତିହାସରେ ଏହି ବ୍ୟକ୍ତିମାନଙ୍କର ନାମ ଲିଖିତ ହୋଇଥିଲା। ଯୋଥମ୍ ଯିହୁଦାର ରାଜା ଓ ଯାରବିୟାମ ଇସ୍ରାଏଲର ରାଜା ଥିଲେ।
କେତେକ ସୈନ୍ୟ ଯୁଦ୍ଧବିଦ୍ୟାରେ ପ୍ରବୀଣ ଥିଲେ।
18 ରୁବେନଙ୍କର ବଂଶଧରମଧ୍ୟରୁ, ଗାଦ୍ର ବଂଶଧରମଧ୍ୟରୁ ଏବଂ ମନଃଶିଙ୍କର ଅର୍ଦ୍ଧେକ ପରିବାରବର୍ଗର ବଂଶଧରମଧ୍ୟରୁ 44,760 ଜଣ ସାହସୀ ସୈନ୍ୟ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ଥିଲେ। ସେମାନେ ଯୁଦ୍ଧବିଦ୍ୟାରେ ପ୍ରବୀଣ ଥିଲେ। ସେମାନେ ଢାଲ ଓ ଖଡ଼୍ଗ ଧାରଣ କରିଥିଲେ ଏବଂ ସେମାନେ ଧନୁ ଓ ତୀର ଗ୍ଭଳନାରେ ନିପୁଣ ଥିଲେ। 19 ସେମାନେ ହାଗରୀୟ ଲୋକ ଓ ଯିଟୁର, ନାଫୀଶ୍ ଏବଂ ନୋଦବର ଲୋକମାନଙ୍କ ବିରୁଦ୍ଧରେ ଏକ ଯୁଦ୍ଧ ଆରମ୍ଭ କଲେ। 20 ମନଃଶି, ରୁବେନ୍ ଓ ଗାଦ୍ ଗୋଷ୍ଠୀୟର ଏହି ଲୋକମାନେ ଯୁଦ୍ଧ କ୍ଷେତ୍ରରେ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ। ପରମେଶ୍ୱର ସେମାନଙ୍କୁ ଯେପରି ସାହାଯ୍ୟ କରନ୍ତି, ଏଥିନିମନ୍ତେ ସେମାନେ ତାଙ୍କ ନିକଟରେ ବିନତି କଲେ। କାରଣ ସେମାନେ ତାଙ୍କଠାରେ ବିଶ୍ୱାସ କରୁଥିଲେ। ତେଣୁ ପରମେଶ୍ୱର ସେମାନଙ୍କୁ ସାହାଯ୍ୟ କଲେ। ହାଗରୀୟ ଲୋକମାନଙ୍କୁ ପରାସ୍ତ କରିବାକୁ ପରମେଶ୍ୱର ସେମାନଙ୍କୁ ଅନୁମତି ଦେଲେ। ଆହୁରି ମଧ୍ୟ ସେମାନେ ହାଗରୀୟ ଲୋକମାନଙ୍କ ସହିତରେ ଥିବା ଅନ୍ୟ ଲୋକମାନଙ୍କୁ ମଧ୍ୟ ପରାସ୍ତ କଲେ। 21 ସେମାନେ ହାଗରୀୟ ଲୋକମାନଙ୍କର ପଶୁଗଣକୁ ନେଇଗଲେ। ସେମାନେ 50,000 ଓଟ, 250,000 ମେଷ, 2,000 ଗଧ ଓ 100,000 ଲୋକଙ୍କୁ ନେଇଗଲେ। 22 ପରମେଶ୍ୱର ସେମାନଙ୍କୁ ଯୁଦ୍ଧରେ ବିଜୟ ଲାଭ କରିବାକୁ ସାହାଯ୍ୟ କରିବାରୁ ଅନେକ ହାଗରୀୟ ଲୋକ ନିହତ ହେଲେ। ଏହା ପରେ ମନଃଶି, ରୁବେନ୍ ଓ ଗାଦ୍ ବଂଶଧରଗଣ ହାଗରୀୟ ଲୋକମାନଙ୍କର ଦେଶରେ ସେଠାରୁ ବାବିଲକୁ ନିର୍ବାସିତ ହେଲା ପର୍ଯ୍ୟନ୍ତ ବାସ କଲେ।
23 ବାଲ୍-ହର୍ମୋଣ, ସନୀର ଓ ହର୍ମୋଣ ପର୍ବତ ପର୍ଯ୍ୟନ୍ତ ବିସ୍ତୃତ ମନଃଶି ଗୋଷ୍ଠୀର ଅର୍ଦ୍ଧେକ ଲୋକ ବାସ କଲେ। ସେମାନେ ଏକ ବିଶାଳ ଗୋଷ୍ଠୀରେ ପରିଣତ ହେଲେ।
24 ସେମାନଙ୍କ ପରିବାରର ନେତାଗଣ ଥିଲେ: ଏଫର, ଯୀଶି, ଇଲୀୟେଲ, ଅସ୍ରୀୟେଲ, ଯିରିମିୟ, ହୋଦବିୟ ଓ ଯହଦୀୟେଲ, ସେହି ଲୋକମାନେ ଅତ୍ୟନ୍ତ ବଳିଷ୍ଠ ସାହସୀ ଏବଂ ବିଖ୍ୟାତ ବ୍ୟକ୍ତିଗଣ ଥିଲେ। ସେମାନେ ସେମାନଙ୍କର ପରିବାରବର୍ଗର ମୁଖ୍ୟ ଥିଲେ। 25 କିନ୍ତୁ ଏହି ନେତାମାନେ ସେମାନଙ୍କର ପୂର୍ବପୁରୁଷମାନଙ୍କର ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କଲେ। ସେମାନେ ସେହି ଲୋକମାନଙ୍କର ମିଥ୍ୟା ଦେବତାଗଣର ଉପାସନା କରିବାକୁ ଆରମ୍ଭ କଲେ, ଯେଉଁମାନଙ୍କୁ ପରମେଶ୍ୱର ସେମାନଙ୍କ ସମ୍ମୁଖରେ ନଷ୍ଟ କରିଥିଲେ।
26 ତେଣୁ ଇସ୍ରାଏଲର ପରମେଶ୍ୱର ଅଶୂର ରାଜା ପୂଲ୍ର ମନରେ ଯୁଦ୍ଧ ନିମନ୍ତେ ଯିବା ପାଇଁ ଉତ୍ତେଜନା ସୃଷ୍ଟି କଲେ। ପୂଲ୍ ଅଶୂର ରାଜା ଥିଲେ। ତେଣୁ ତାଙ୍କୁ ତିଗ୍ଲତ-ପିଲ୍ନେଷର ମଧ୍ୟ କୁହାଯାଏ। ସେ ରୁବେନ୍, ଗାଦ୍ ଓ ମନଃଶିର ଅର୍ଦ୍ଧେକ ଗୋଷ୍ଠୀ ସହିତ ଯୁଦ୍ଧ କଲେ। ସେ ବଳପୂର୍ବକ ସେମାନଙ୍କୁ ଗୃହରୁ ବିତାଡ଼ିତ କଲେ ଓ ବନ୍ଦୀ କରି ନେଇଗଲେ। ପୂଲ୍ ସେମାନଙ୍କୁ ହଲହ, ହାବୋର, ହାରା ଓ ଗୋଶନ୍ ନଦୀ ନିକଟକୁ ଆଣିଲେ। ସେହି ଦିନଠାରୁ ସେମାନେ ସେହି ସ୍ଥାନରେ ବାସ କରୁଛନ୍ତି।
2010 by World Bible Translation Center