Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ରାଜାବଳୀର ଦ୍ୱିତୀୟ ପୁସ୍ତକ 23-25

ଲୋକମାନେ ସଦାପ୍ରଭୁଙ୍କ ବ୍ୟବସ୍ଥା ଶୁଣନ୍ତି

23 ଯିହୁଦା ଓ ଯିରୁଶାଲମର ସମସ୍ତ ପ୍ରାଚୀନବର୍ଗଙ୍କୁ ଆସି ସାକ୍ଷାତ କରିବାକୁ ଯୋଶିୟ ରାଜା କହିଲେ। ଏହା ପରେ ରାଜା ସଦାପ୍ରଭୁଙ୍କ ମନ୍ଦିରକୁ ଗମନ କଲେ। ତାଙ୍କ ସହିତ ଯିହୁଦାର ସମସ୍ତ ଲୋକ, ଯିରୁଶାଲମର ସମସ୍ତ ବାସିନ୍ଦା, ଯାଜକମାନେ, ଭବିଷ୍ୟ‌ଦ୍‌ବକ୍ତାମାନେ ଓ ସମସ୍ତ ବଡ଼ରୁ ଛୋଟ ଗମନ କଲେ। ତହୁଁ ସଦାପ୍ରଭୁଙ୍କ ମନ୍ଦିରରୁ ପ୍ରାପ୍ତ ବ୍ୟବସ୍ଥା ପୁସ୍ତକର ସମସ୍ତ ବାକ୍ୟ ସେମାନଙ୍କର କର୍ଣ୍ଣ ଗୋଚର ହେବା ପାଇଁ ଯୋଶିୟ ରାଜା ପାଠ କଲେ।

ଏଥିରେ ରାଜା ସ୍ତମ୍ଭ ସମ୍ମୁଖରେ ଠିଆ ହେଲେ ଓ ସଦାପ୍ରଭୁଙ୍କ ସହିତ ଗୋଟିଏ ଯୁକ୍ତି କଲେ ଏବଂ ସଦାପ୍ରଭୁଙ୍କୁ ଅନୁକରଣ କରିବାକୁ ତାଙ୍କର ଆଜ୍ଞାମାନ, ସାକ୍ଷକଥା ଓ ନିୟମମାନ ତାଙ୍କ ସମସ୍ତ ହୃଦୟ ଓ ମନ ସହିତ ପ୍ରତିଜ୍ଞା କଲେ ଏବଂ ପ୍ରତ୍ୟେକ ଲୋକ ଏହା କରିବାକୁ ରାଜି ହେଲେ।

ପୁଣି ରାଜା ସଦାପ୍ରଭୁଙ୍କ ମନ୍ଦିରରୁ ବା‌ଲ୍‌ର, ଆଶେରାମୂର୍ତ୍ତିର ଓ ସ୍ୱର୍ଗସ୍ଥ ସମସ୍ତ ବାହିନୀ ଓ ମିଥ୍ୟା ଦେବତାମାନଙ୍କ ନିମନ୍ତେ ନିର୍ମିତ ସକଳ ସାମଗ୍ରୀ ବାହାର କରି ଆଣିବା ପାଇଁ ହି‌ଲ୍‌‌‌କିୟ ମହାଯାଜକକୁ, ଦ୍ୱିତୀୟ ଶ୍ରେଣୀର ଯାଜକମାନଙ୍କୁ ଓ ଦ୍ୱାରପାଳମାନଙ୍କୁ ଆଦେଶ କଲେ। ତା'ପରେ ଯୋଶିୟ ରାଜା ସେ ସମସ୍ତ ଦ୍ରବ୍ୟକୁ ଯିରୁଶାଲମର ବାହାରେ କିଦ୍ରୋଣ ଉପତ୍ୟକାରେ ଦ‌ଗ୍‌ଧ କଲେ ଓ ତାହାର ଭସ୍ମ ବୈଥେ‌ଲ୍‌କୁ ନେଇଗଲେ।

ରାଜାମାନେ ସମସ୍ତ ସାଧାରଣ ଲୋକଙ୍କୁ ଯାଜକ ଭାବରେ ଯିହୁଦାର ରାଜାଙ୍କ ଦ୍ୱାରା ନିଯୁକ୍ତି ହୋଇଥିଲେ, ଯାଜକ ରୂପେ ସେବା କରିବାକୁ ବରଖାସ୍ତ କଲେ। ଏହି ଭଣ୍ତ ଯାଜକଗଣ ଯିହୁଦାର ପ୍ରତ୍ୟେକ ନଗରର ଉଚ୍ଚସ୍ଥାନରେ ସବୁବେଳେ ଧୂପ ଜଳାଇଲେ ଓ ଯିରୁଶାଲମସ୍ଥିତ ଚତୁର୍ଦ୍ଦିଗସ୍ଥିତ ସମସ୍ତ ନଗରରେ ବା‌ଲ୍‌‌‌ର ସମ୍ମାନାର୍ଥେ ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଏବଂ ଆକାଶର ସମସ୍ତ ଶକ୍ତିଗୁଡ଼ିକରେ ମଧ୍ୟ ସେହିପରି କଲେ।

ଆଉ ଯୋଶିୟ ସଦାପ୍ରଭୁଙ୍କ ମନ୍ଦିରରୁ ଆଶେରା ମୂର୍ତ୍ତି କାଢ଼ିନେଇ ଯିରୁଶାଲମର ବାହାରେ କିଦ୍ରୋଣ ନଦୀ ନିକଟକୁ ଆଣିଲେ। ସେଠାରେ ସେ ଏହାକୁ ଦ‌ଗ୍‌ଧ କଲେ ଓ ତାକୁ ପେଷି ଧୂଳି କଲେ। ସେହି ଚୂର୍ଣ୍ଣକୁ ନେଇ ସାମାନ୍ୟ ଲୋକମାନଙ୍କ କବର ଉପରେ ନିକ୍ଷେପ କଲେ।

ତା'ପରେ ଯୋଶିୟ ରାଜା ସଦାପ୍ରଭୁଙ୍କ ମନ୍ଦିରରେ ଥିବା ସଦୋମୀମାନଙ୍କ ଗୃହ ସବୁ ଭାଙ୍ଗି ପକାଇଲେ। ସ୍ତ୍ରୀଲୋକମାନେ ଏହି ଗୃହଗୁଡ଼ିକ ବ୍ୟବହାର କଲେ ଓ ଆଶେରର ସମ୍ମାନ ପାଇଁ ଛୋଟ ଛାଉଣିର ପରଦା ନିର୍ମାଣ କଲେ ଏବଂ ସେଗୁଡ଼ିକୁ ମଧ୍ୟ ଭାଙ୍ଗି ଦିଆଗଲା।

8-9 ସେ ସମୟରେ ଯାଜକମାନେ ବଳିଦାନ ଯିରୁଶାଲମସ୍ଥିତ ସଦାପ୍ରଭୁଙ୍କ ଯଜ୍ଞବେଦି ନିକଟକୁ ଆଣିଲେ ନାହିଁ। ସେମାନେ ଯିହୁଦା ନଗର ଚତୁର୍ଦ୍ଦିଗରେ ରହିଲେ ଓ ସେହି ନଗରଗୁଡ଼ିକର ଉଚ୍ଚସ୍ଥଳୀମାନଙ୍କରେ ଦ୍ୱୀପ ଓ ନୈବେଦ୍ୟ ଜଳାଇଲେ। ସେହି ଉଚ୍ଚସ୍ଥଳୀଗୁଡ଼ିକ ଗେବାଠାରୁ ‌ବେ‌ର୍‌ଶେବା ପର୍ଯ୍ୟନ୍ତ ଲାଗି ଥିଲା। ସେହି ଯାଜକମାନେ ସାଧାରଣ ଲୋକଙ୍କ ସହିତ ତାଡ଼ିଶୂନ୍ୟ ରୋଟୀ ଭୋଜନ କଲେ। ରାଜା ଯୋଶିୟ ସେହି ଉଚ୍ଚସ୍ଥଳୀଗୁଡ଼ିକୁ ଭାଙ୍ଗି ପକାଇଲେ ଓ ସେ ଯାଜକମାନଙ୍କୁ ଯିରୁଶାଲମକୁ ନେଇ ଆସିଲେ। ସେ ମଧ୍ୟ ନଗର ଦ୍ୱାରରେ ପ୍ରବେଶକାରୀ ମନୁଷ୍ୟର ବାମ ଦିଗସ୍ଥିତ ନଗରାଧ୍ୟକ୍ଷ ଯିହୋଶୂୟର ନଗର ଦ୍ୱାରରେ ଉଚ୍ଚସ୍ଥଳୀ ଭାଙ୍ଗି ପକାଇଲେ। (ଯିହୋଶୂୟ ନଗରର ଶାସକ ଥିଲେ।)

10 ତୋଫତ୍ ବେନ-ହିନ୍ନୋମ ଉପତ୍ୟକାର ଗୋଟିଏ ସ୍ଥାନ ଥିଲା, ଯେଉଁଠାରେ ଲୋକମାନେ ସେମାନଙ୍କର ପୁତ୍ର ଓ କନ୍ୟାମାନଙ୍କୁ ମେଲକ ମିଥ୍ୟା ଦେବତାର ସମ୍ମାନାର୍ଥେ ଅଗ୍ନିରେ ହୋମ କଲେ। ଯେତେବେଳେ ଯୋଶିୟ ସେହି ସ୍ଥାନକୁ ଅପବିତ୍ର କଲେ। ଲୋକମାନେ ଯେପରି ହୋମ ସ୍ଥାନକୁ ଅଧିକ ସମୟ ବ୍ୟବହାର ପାଇଁ ବନ୍ଦ କଲେ। 11 ଆହୁରି ମନ୍ଦିରର ସୀମାନ୍ତବର୍ତ୍ତୀ ନଥନ-ମେଲକ ନାମକ ନପୁଂସକର କୋଠରୀ ନିକଟସ୍ଥ ସଦାପ୍ରଭୁଙ୍କ ମନ୍ଦିରର ପ୍ରବେଶ ସ୍ଥାନ ସମୀପରେ ଯିହୁଦାର ରାଜାମାନେ ସୂର୍ଯ୍ୟ ଉଦ୍ଦେଶ୍ୟରେ ଯେଉଁ ଅଶ୍ୱମାନଙ୍କୁ ଦେଇଥିଲେ, ସେ ସେମାନଙ୍କୁ ନେଇ ଗଲେ ଓ ସେହି ସୂର୍ଯ୍ୟ ଦେବତାର ରଥଗୁଡ଼ିକୁ ଅଗ୍ନିରେ ଦ‌ଗ୍‌ଧ କରାଗଲା।

12 ଅତୀତରେ ଯିହୁଦାର ରାଜାମାନେ ଆହସର ଘରର କୋଠରୀର ଛାତ ଉପରେ ଯେଉଁ ଯଜ୍ଞବେଦି ନିର୍ମାଣ କରିଥିଲେ ଓ ମନଃଶି ସଦାପ୍ରଭୁଙ୍କ ମନ୍ଦିରର ଦୁଇ ସହରରେ ଯେଉଁ ଯଜ୍ଞବେଦିଗୁଡ଼ିକ ନିର୍ମାଣ କରିଥିଲେ ଯୋଶିୟ ସେ ସବୁକୁ ଭାଙ୍ଗି ଚୂର୍ଣ୍ଣ କଲେ ଓ ସେ ଧୂଳିକୁ ନେଇ କିଦ୍ରୋଣ ନଦୀରେ ନିକ୍ଷେପ କଲେ।

13 ରାଜା ଉଚ୍ଚସ୍ଥଳୀଗୁଡ଼ିକ ଅଶୁଚି କଲେ, ଯେଉଁସବୁ ଯିରୁଶାଲମର ପୂର୍ବରେ ବିନାଶ ପର୍ବତ ଉପରେ ଶଲୋମନଙ୍କ ଦ୍ୱାରା ଗଢ଼ା ହୋଇଥିଲା। ଇସ୍ରାଏଲର ରାଜା ଅଷ୍ଟାରୋତ ସମ୍ମାନାର୍ଥେ ସୀଦୋନୀୟମାନଙ୍କର ଭଣ୍ତ ଦେବୀଗଣ, କମୋଶ ପାଇଁ ମୋୟାବର ଭଣ୍ତ ଦେବତା ଏବଂ ମି‌ଲ୍‌‌‌କମ ପାଇଁ ଅମୋନୀୟମାନଙ୍କର ଭଣ୍ତ ଦେବତା ପାଇଁ ତିଆରି ହୋଇଥିଲା। 14 ଆଉ ମଧ୍ୟ ସେ ସମସ୍ତ ସ୍ମୃତିସ୍ତମ୍ଭ ଓ ଆଶେରା ମୂର୍ତ୍ତି ଭାଙ୍ଗି ପକାଇଲେ ଓ ସେହି ସ୍ଥାନଗୁଡ଼ିକ ମନୁଷ୍ୟର ଅସ୍ଥିରେ ପୂର୍ଣ୍ଣ କଲେ।

15 ନବାଟଙ୍କ ପୁତ୍ର ଯାରବିୟାମ ବୈଥେ‌ଲ୍‌ରେ ଯେଉଁ ଯଜ୍ଞବେଦି ନିର୍ମାଣ କରି ଇସ୍ରାଏଲ ଲୋକଙ୍କୁ ପାପ କରାଇଥିଲେ ଓ ସେ ଯେଉଁ ଉଚ୍ଚସ୍ଥଳୀ ନିର୍ମାଣ କରିଥିଲେ, ଯୋଶିୟ ସେହି ଯଜ୍ଞବେଦି ଓ ଉଚ୍ଚସ୍ଥଳୀ ଭାଙ୍ଗି ପକାଇଲେ। ଯୋଶିୟ ସେହି ପ୍ରସ୍ତରକୁ ପେଷି ଚୂର୍ଣ୍ଣ କଲେ ଓ ଆଶେରା ମୂର୍ତ୍ତିକୁ ଦ‌ଗ୍‌ଧ କଲେ। 16 ଏହା ପରେ ଯୋଶିୟ ଚତୁର୍ଦ୍ଦିଗକୁ ଗ୍ଭହିଁଲା ବେଳେ ସେଠାରେ ପର୍ବତ ଉପରେ କବରମାନ ଦେଖିଲେ। ତହୁଁ ସେ ଲୋକ ପଠାଇ ସେହି କବରମାନଙ୍କର ଅସ୍ଥି ଅଣାଇଲେ। ଆଉ ପରମେଶ୍ୱରଙ୍କ ଲୋକ ପୂର୍ବେ ଯେପରି ପ୍ରଗ୍ଭର କରିଥିଲେ, ତାଙ୍କ ପ୍ରଗ୍ଭରିତ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସେହି ଯଜ୍ଞବେଦି ଉପରେ ସେହି ଅସ୍ଥିସବୁ ରଖିଲେ ଓ ଦ‌ଗ୍‌ଧ କରି ଅଶୁଚି କଲେ। ଏହି ସମୟରେ ପରମେଶ୍ୱର ଲୋକଙ୍କ ଦୃଷ୍ଟିରେ ଦେଖିଲେ ଯେ, ଯାରବିୟାମ ଯଜ୍ଞବେଦି ପାଖରେ ଛିଡ଼ା ହୋଇଛି।

ତା'ପରେ ଯୋଶିୟ ପରମେଶ୍ୱରଙ୍କ ଲୋକର କବର ଦେଖିଲେ।

17 ଯୋଶିୟ ପଗ୍ଭରିଲେ, “ଏହି ସମାଧି ପଥର କ’ଣ, ଯାହା ମୁଁ ଦେଖୁଅଛି?”

ସହରର ଲୋକମାନେ ଉତ୍ତର ଦେଲେ, “ଏହା ପରମେଶ୍ୱରଙ୍କ ଲୋକଙ୍କ କବର, ଯିଏ ଯିହୁଦାରୁ ଆସିଲେ ଓ ବୈଥେ‌ଲ୍‌ରେ ତୁମ୍ଭେ କରିଥିବା ଯଜ୍ଞବେଦିର ବଳିଦାନ ଉପରେ ପୂର୍ବରୁ କହିଥିଲେ। ସେ ଏହା ବହୁତ ସମୟ ପୂର୍ବରୁ କହିଥିଲେ।”

18 ତେଣୁ ରାଜା କହିଲେ, “ପରମେଶ୍ୱରଙ୍କ ଲୋକଙ୍କୁ ଏକା ଛାଡ଼ିଦିଅ! ତାଙ୍କର ଅସ୍ଥିଗୁଡ଼ିକୁ ସ୍ଥାନାନ୍ତର କର ନାହିଁ।” ତେଣୁ ସେମାନେ ସେଠାରେ ଶମରିୟାରୁ ଆଗତ ଭବିଷ୍ୟ‌ଦ୍‌ବକ୍ତାର ଅସ୍ଥି ସହିତ ତାଙ୍କର ଅସ୍ଥି ଛାଡ଼ି ଦେଲେ।

19 ପୁଣି ଇସ୍ରାଏଲର ରାଜାମାନେ ସଦାପ୍ରଭୁଙ୍କୁ ବିରକ୍ତି କରିବା ପାଇଁ ଶମରିୟାର ନାନା ନଗରରେ ଉଚ୍ଚସ୍ଥଳୀମାନଙ୍କରେ ମନ୍ଦିର ନିର୍ମାଣ କରିଥିଲେ ଯୋଶିୟ ସେ ସବୁ ଧ୍ୱଂସ କଲେ। ବୈଥେ‌ଲ୍‌ରେ ଯେପରି କରିଥିଲେ ସେଠାରେ ମଧ୍ୟ ସେହିପରି କଲେ।

20 ଯୋଶିୟ ଶମରିୟାର ଉଚ୍ଚସ୍ଥଳୀର ଯାଜକମାନଙ୍କୁ ଯଜ୍ଞବେଦିରେ ବଧ କଲେ ଓ ସେ ଉପରେ ମନୁଷ୍ୟମାନଙ୍କ ଅସ୍ଥି ଯଜ୍ଞବେଦି ଉପରେ ଦ‌ଗ୍‌ଧ କଲେ। ଏହିରୂପେ ସେ ସମସ୍ତ ପୂଜା ସ୍ଥାନକୁ ଅଶୁଚି କରି ଯିରୁଶାଲମକୁ ଫେରିଗଲେ।

ଯିହୁଦାର ଲୋକେ ନିସ୍ତାରପର୍ବ ପାଳନ କରନ୍ତି

21 ତା'ପରେ ଯୋଶିୟ ରାଜା ସମସ୍ତ ଲୋକଙ୍କୁ ଆଦେଶ ଦେଲେ, “ଏହି ନିୟମ ପୁସ୍ତକର ଯୁକ୍ତିନୁସାରେ ତୁମ୍ଭର ପରମେଶ୍ୱର ସଦାପ୍ରଭୁଙ୍କର ସମ୍ମାନାର୍ଥେ ନିସ୍ତାରପର୍ବ ପାଳନ କର।”

22 ପୂର୍ବଦିନଗୁଡ଼ିକରେ ଇସ୍ରାଏଲ ଓ ଯିହୁଦାର ରାଜାମାନଙ୍କର ଶାସନର ପୂର୍ବବର୍ତ୍ତୀ କାଳରେ ବିଗ୍ଭରକମାନେ ଇସ୍ରାଏଲରେ ଶାସନ କଲେ। ଏପରି ନିସ୍ତାରପର୍ବ ପାଳନ କେବେ ହୋଇ ନ ଥିଲା। 23 ସେମାନେ ଯୋଶିୟ ରାଜାଙ୍କର ରାଜତ୍ୱର ଆଷ୍ଟାଦଶ ବର୍ଷରେ ଏହି ନିସ୍ତାରପର୍ବ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯିରୁଶାଲମରେ ପାଳନ କଲେ।

24 ଆହୁରି ଯୋଶିୟ ଯେପରି ସଦାପ୍ରଭୁଙ୍କ ମନ୍ଦିରରେ ହି‌ଲ୍‌‌‌କିୟ ଯାଜକର ପ୍ରାପ୍ତ ପୁସ୍ତକରେ ଲିଖିତ ବ୍ୟବସ୍ଥାର ସମସ୍ତ ବାକ୍ୟ ସଫଳ କରି ପାରିବେ, ସେଥିପାଇଁ ଯିହୁଦାର ଓ ଯିରୁଶାଲମ ଦ୍ୱାରା ଆରାଧନା କରୁଥିବା ଯେଉଁ ସମସ୍ତ ମାଧ୍ୟମଗୁଡ଼ିକ ଗୁଣୀ, ଠାକୁର, ପୁତ୍ତଳିକା ଓ ଘୃଣାଯୋଗ୍ୟ ବସ୍ତୁ ଦେଖାଗଲା ସେ ତାହା ସବୁ ଦୂର କଲେ।

25 ଯୋଶିୟ ସର୍ବାନ୍ତଃକରଣରେ, ସମସ୍ତ ପ୍ରାଣ ଓ ସମସ୍ତ ଶକ୍ତି ଦ୍ୱାରା ସଦାପ୍ରଭୁଙ୍କ ପ୍ରତି ଅନୁରକ୍ତ ହେଲେ। ଯୋଶିୟଙ୍କ ପରି ମୋଶାଙ୍କ ବ୍ୟବସ୍ଥା ପାଳନ କରିବାର କୌଣସି ରାଜା ନ ଥିଲେ। ଏପରି କୌଣସି ରାଜା ତାଙ୍କ ପୂର୍ବରୁ ନ ଥିଲେ ଓ ତାଙ୍କ ପରେ କେହି ସେପରି ହେଲେ ନାହିଁ।

26 କିନ୍ତୁ ମନଃଶି ଯେଉଁସବୁ ବିରକ୍ତିଜନକ କ୍ରିୟାଦ୍ୱାରା ସଦାପ୍ରଭୁଙ୍କୁ କ୍ରୋଧାନ୍ୱିତ କରିଥିଲେ, ସେଥି ସକାଶେ ଯିହୁଦା ପ୍ରତିକୂଳରେ ତାଙ୍କର ଯେଉଁ କ୍ରୋଧ ପ୍ରଜ୍ୱଳିତ ହୋଇଥିଲା, ସଦାପ୍ରଭୁ ସେହି ପ୍ରଚଣ୍ତ ମହାକୋପରୁ ବିରତ ହେଲେ ନାହିଁ। 27 ସଦାପ୍ରଭୁ କହିଲେ, “ମୁଁ ଯିହୁଦାକୁ ଅପସାରଣ କରିବି, ଯେଭଳି ମୁଁ ଇସ୍ରାଏଲକୁ ମୋର ଦୃଷ୍ଟିରୁ ଅପସାରଣ କରିଛି। ମୁଁ ମୋର ମନୋନୀତ ସହର ଯିରୁଶାଲମକୁ ପରିତ୍ୟାଗ କରିବି।” ମୁଁ ଯେଉଁ ମନ୍ଦିର ବିଷୟରେ କହିଥିଲି, ‘ମୋର ନାମ ସେଠାରେ ରହିବ।’

28 ଯୋଶିୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର କ୍ରିୟା ଯିହୁଦା ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି।

ଯୋଶିୟଙ୍କ ମୃତ୍ୟୁ

29 ଯୋଶିୟଙ୍କ ରାଜତ୍ୱ କାଳରେ ମିଶରର ରାଜା ଫାରୋ-ନଖୋଶୂରୀୟ ରାଜା ବିପକ୍ଷରେ ଯୁଦ୍ଧ କରିବାକୁ ଫରାତ ନଦୀ ଆଡ଼କୁ ଯାତ୍ରା କଲେ। ଯୋଶିୟ ଫାରୋ ସହିତ ମଗିଦ୍ଦୋ ନିକଟରେ ଭେଟିବାକୁ ଗଲେ। ସେହିଠାରେ ଫାରୋ ଯୋଶିୟଙ୍କୁ ଦେଖି ବଧକଲେ। 30 ଏହା ପରେ ଯୋଶିୟଙ୍କ ସେବକମାନେ ତାଙ୍କର ମୃତ ଶରୀରକୁ ଗୋଟିଏ ରଥରେ ମଗିଦ୍ଦୋରୁ ଯିରୁଶାଲମକୁ ଆଣି ତାଙ୍କ ନିଜ କବରସ୍ଥାନରେ କବର ଦେଲେ।

ଏହା ପରେ ଦେଶର ଲୋକମାନେ ଯୋଶିୟଙ୍କର ପୁତ୍ର ଯିହୋୟାହ‌ସଙ୍କୁ ନେଇ ତାହାଙ୍କୁ ଅଭିଷେକ କରି ତାଙ୍କ ପିତାଙ୍କ ପଦରେ ତାଙ୍କୁ ରାଜା କଲେ।

ଯିହୋୟାହସ୍ ଯିହୁଦାରେ ରାଜା ହୁଅନ୍ତି

31 ଯିହୋୟାହସ୍ ଯେତେବେଳେ ରାଜା ହେଲେ ସେତେବେଳେ ତାଙ୍କୁ ତେଇଶ୍ ବର୍ଷ ହୋଇଥିଲା। ସେ ଯିରୁଶାଲମରେ ତିନି ମାସ ରାଜତ୍ୱ କଲେ। ତାଙ୍କର ମାତାଙ୍କ ନାମ ହମୁଟଲ୍, ସେ ଲି‌ବ୍‌ନା ନିବାସୀ ଯିରିମିୟର କନ୍ୟା ଥିଲେ। 32 ସେ ମଧ୍ୟ ତାଙ୍କ ପୂର୍ବପୁରୁଷମାନଙ୍କ ପରି କୁକର୍ମ କଲେ, ଯାହା ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ ଥିଲା।

33 ଫାରୋ-ନଖୋ ଯିହୋୟାହ‌ସଙ୍କୁ ହମାତ୍ ଦେଶସ୍ଥ ରି‌ବ୍‌ଲାରେ ବନ୍ଦୀ କରି ରଖିଲେ। ତେଣୁ ସେ ଆଉ ଯିରୁଶାଲମରେ ଶାସନ କରି ପାରିଲେ ନାହିଁ। ପୁଣି ଫାରୋ-ନଖୋ ଯିହୁଦା ଦେଶ ଉପରେ 100 ତାଳନ୍ତ ରୂପା ଓ ଏକ ତାଳନ୍ତ ସୁନା କର ଧାର୍ଯ୍ୟ କଲେ।

34 ତହୁଁ ଫାରୋ-ନଖୋ ଯୋଶିୟଙ୍କର ପୁତ୍ର ଇଲିୟାକୀମ୍ ଯିଏ ଯୋଶିୟଙ୍କର ସ୍ଥାନରେ ନୂଆ ରାଜା ପଦରେ ଘୋଷଣା କଲେ, ସେ ତାଙ୍କର ନାମ ଯିହୋଯାକୀମ୍ ରଖିଲା। କିନ୍ତୁ ଯିହୋୟାହ‌ସଙ୍କୁ ସେ ମିଶରକୁ ନେଇଗଲେ ଓ ସେହିଠାରେ ତାଙ୍କର ମୃତ୍ୟୁ ହେଲା। 35 ଯିହୋୟାକୀମ୍ ଫାରୋକୁ ସେହିସବୁ ସୁନା ଓ ରୂପା ଦେଲେ ମାତ୍ର ଫାରୋ ଆଜ୍ଞାନୁସାରେ ସେହି ରୌପ୍ୟ ଓ ସୁବର୍ଣ୍ଣ ଦେବା ନିମିତ୍ତ ସେ ଦେଶବାସୀଙ୍କ ଉପରେ କର ବସାଇଲେ। ସେ ଫାରୋଙ୍କୁ ଦେବା ପାଇଁ ନିରୂପିତ କର ଅନୁସାରେ ଦେଶବାସୀଙ୍କଠାରୁ ସେହି ରୂପା ଓ ସୁନା ଆଦାୟ କଲେ।

36 ଯିହୋୟାକୀମ୍ ଯେତେବେଳେ ରାଜା ହେଲେ ସେତେବେଳେ ତାଙ୍କୁ ପଚିଶ୍ ବର୍ଷ ହୋଇଥିଲା। ସେ ଯିରୁଶାଲମରେ ଏଗାର ବର୍ଷ ରାଜତ୍ୱ କଲେ। ତାଙ୍କର ମାତାଙ୍କ ନାମ ସବୀଦା ଓ ସେ ରୂମା ନିବାସୀ ପଦାୟର କନ୍ୟା ଥିଲେ। 37 ଏହି ଯିହୋୟାକୀମ୍ ସମାନ ତାଙ୍କ ପୂର୍ବପୁରୁଷମାନଙ୍କ ପରି ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମରେ ଲିପ୍ତ ହେଲେ।

ନବୂଖ‌ଦ୍‌ନିତ୍ସରଙ୍କ ଯିହୁଦା ଆଗମନ

24 ଯିହୋୟାକୀ‌ମ୍‌ର ରାଜତ୍ୱ କାଳରେ, ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଯିହୁଦା ଓ ଯିହୋୟାକୀ‌ମଙ୍କୁ ତିନି ବର୍ଷ ଧରି ଆକ୍ରମଣ କଲେ। ତା'ପରେ ସେ ତାଙ୍କୁ ଅମାନ୍ୟ କରି ତାଙ୍କର ବିଦ୍ରୋହୀ ହେଲେ। ତେଣୁ ସଦାପ୍ରଭୁ ଯିହୋୟାକୀ‌ମଙ୍କ ବିରୁଦ୍ଧରେ କ‌ଲ୍‌‌‌ଦୀୟ ସୈନ୍ୟଦଳ, ଅରାମୀୟ ସୈନ୍ୟଦଳ, ମୋୟାବୀୟ ସୈନ୍ୟଦଳ ଓ ଅମ୍ମୋନ-ସନ୍ତାନମାନଙ୍କ ସୈନ୍ୟଦଳ ପ୍ରେରଣ କଲେ। ସଦାପ୍ରଭୁ ଆପଣା ଦାସ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ଦ୍ୱାରା ଯାହା କହିଥିଲେ, ସେହି ବାକ୍ୟାନୁସାରେ ଯିହୁଦାକୁ ବିନାଶ କରିବା ପାଇଁ ତା’ ବିରୁଦ୍ଧରେ ସେମାନଙ୍କୁ ପ୍ରେରଣ କଲେ।

ମନଃଶିର ପାପ କର୍ମ ଯୋଗୁଁ ସଦାପ୍ରଭୁ ଯିହୁଦାରେ ଏହି ଘଟଣାସବୁ ଘଟିବାକୁ ଦେଲେ। ଏହିରୂପେ ସଦାପ୍ରଭୁ ସେମାନଙ୍କୁ ତାଙ୍କ ଦୃଷ୍ଟିରୁ ଦୂରେଇ ଦେଲେ। କାରଣ ମନଃଶି ବହୁ ନିରୀହ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟାକରି ସେମାନଙ୍କ ରକ୍ତରେ ଯିରୁଶାଲମକୁ ପରିପୂର୍ଣ୍ଣ କଲା। ତେଣୁ ସଦାପ୍ରଭୁ ତାଙ୍କୁ ସେହି ପାପ ପାଇଁ କ୍ଷମା କରିବେ ନାହିଁ।

ଏହି ଯିହୋୟାକୀ‌ମଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ଯିହୁଦା ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଛି। ଯିହୋୟାକୀ‌ମଙ୍କ ମୃତ୍ୟୁ ହେଲା ଓ ସେ ତାଙ୍କର ପୂର୍ବପୁରୁଷଙ୍କ ସହିତ କବର ନେଲେ। ତାଙ୍କ ପଦରେ ତାଙ୍କର ପୁତ୍ର ରାଜ୍ୟ କଲେ।

ବାବିଲର ରାଜା ମିଶରର ନଦୀଠାରୁ ଫରାତ୍ ନଦୀ ପର୍ଯ୍ୟନ୍ତ ମଧ୍ୟବର୍ତ୍ତି ସମସ୍ତ ଦେଶ ଅଧିକାର କଲେ। ଏହି ଦେଶ ପୂର୍ବରୁ ମିଶର ଅଧୀନରେ ଥିଲା। ତେଣୁ ମିଶରର ରାଜା ପୂନର୍ବାର ମିଶର ଛାଡ଼ି ଆସିଲେ ନାହିଁ।

ନବୂଖ‌ଦ୍‌ନିତ୍ସରଙ୍କ ଯିରୁଶାଲମ ଅଧିକାର

ଯିହୋୟାଖୀନ୍ ଅଷ୍ଟାଦଶ ବର୍ଷ ବୟସରେ ରାଜ୍ୟ ଶାସନ ଆରମ୍ଭ କଲେ। ସେ ଯିରୁଶାଲମରେ ମାତ୍ର ତିନି ମାସ ରାଜତ୍ୱ କଲେ। ତାଙ୍କ ମାତାଙ୍କ ନାମ ନହୁଷ୍ଟା ଓ ସେ ଯିରୁଶାଲମ ନିବାସୀ ଇ‌ଲ୍‌‌‌ନାଥ‌ନ୍‌ର କନ୍ୟା। ଯିହୋୟାଖୀନ୍ ତାଙ୍କ ପିତାଙ୍କ ତୁଲ୍ୟ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମମାନ କଲେ।

10 ସେହି ସମୟରେ ନବୂଖ‌ଦ୍‌ନିତ୍ସରଙ୍କ ଅଧିକାରୀମାନେ ଯିରୁଶାଲମକୁ ଆସି ତାଙ୍କୁ ଅବରୋଧ କଲେ। 11 ତା'ପରେ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଅବରୋଧ ହୋଇଥିବା ନଗରରେ ତାଙ୍କର ଅଧିକାରୀମାନଙ୍କ ଦ୍ୱାରା ଉପସ୍ଥିତ ହେଲେ। 12 ତେଣୁ ଯିହୁଦାର ରାଜା ଯିହୋୟାଖୀନ୍, ତାଙ୍କର ମାତା, ତାଙ୍କର ଦାସମାନେ, ତାଙ୍କର ଅଧିପତିମାନେ ଓ ତାଙ୍କର ନପୁଂସକମାନେ ବାବିଲ ରାଜାଙ୍କୁ ଭେଟିବାକୁ ଗଲେ। ମାତ୍ର ବାବିଲର ରାଜା ଯିହୋୟାଖୀ‌‌ନଙ୍କୁ ଧରି ତାଙ୍କୁ ବନ୍ଦୀରୂପେ ନେଲେ। ଏହା ନବୂଖ‌ଦ୍‌ନିତ୍ସରଙ୍କ ଅଷ୍ଟମ ବର୍ଷ ରାଜତ୍ୱ କାଳରେ ଘଟିଥିଲା।

13 ନବୂଖ‌ଦ୍‌ନିତ୍ସର ରାଜପ୍ରାସାଦରୁ ଏବଂ ଯିରୁଶାଲମର ସଦାପ୍ରଭୁଙ୍କ ମନ୍ଦିରରୁ ସମସ୍ତ ଧନ ନେଇଗଲେ। ସେ ରାଜା ଶଲୋମନଙ୍କ ଦ୍ୱାରା ତିଆରି ସଦାପ୍ରଭୁଙ୍କ ମନ୍ଦିରର ସ୍ୱର୍ଣ୍ଣମୟ ପାତ୍ରଗୁଡ଼ିକୁ ଖଣ୍ତ ଖଣ୍ତ କରି କାଟି ପକାଇଲେ। ଏସବୁ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଘଟିଲା।

14 ଆଉ ସେ ଯିରୁଶାଲମର ସମସ୍ତ ଲୋକଙ୍କୁ, ସମସ୍ତ ଅଧିପତିଙ୍କୁ ଓ ମହାବିକ୍ରମଶାଳୀ ଲୋକମାନଙ୍କୁ ଏପରି 10,000 ଲୋକଙ୍କୁ ବନ୍ଦୀ କଲେ। ଆଉ ସେ ସମସ୍ତ ଦକ୍ଷ ଶିଳ୍ପୀ ଓ କର୍ମକାରୀମାନଙ୍କୁ ନେଇଗଲେ କେବଳ ଦେଶରେ ନିତାନ୍ତ ଦରିଦ୍ର ଲୋକ ଛଡ଼ା ଆଉ ଅବଶିଷ୍ଟ କେହି ରହିଲେ ନାହିଁ। 15 ପୁଣି ନବୂଖ‌ଦ୍‌ନିତ୍ସର ଯିହୋୟାଖୀ‌ନଙ୍କୁ, ତାଙ୍କ ମାତାଙ୍କୁ, ତାଙ୍କ ପତ୍ନୀମାନଙ୍କୁ, ତାଙ୍କର ନପୁଂସକମାନଙ୍କୁ ଓ ତାଙ୍କର ପ୍ରଧାନ ଲୋକମାନଙ୍କୁ ବନ୍ଦୀ କରି ଯିରୁଶାଲମରୁ ବାବିଲକୁ ନେଇ ଗଲେ। 16 ଆଉ ମଧ୍ୟ ସେ 7,000 ବଳବାନ ସୈନିକ ଓ 1,000 ଶିଳ୍ପୀ ଓ କର୍ମଗ୍ଭରୀମାନଙ୍କୁ ବନ୍ଦୀ କରି ଯିରୁଶାଲମରୁ ନେଇଗଲା। ଏମାନେ ସମସ୍ତେ ତାଲିମପ୍ରାପ୍ତ ସୈନିକ ଥିଲେ ଓ ଯୁଦ୍ଧ ଯୋଗ୍ୟ ଥିଲେ।

ରାଜା ସିଦିକିୟ

17 ପୁଣି ବାବିଲର ରାଜା ଯିହୋୟାଖୀ‌ନ୍‌ର ମାମୁଁ ମତ୍ତନିୟଙ୍କୁ ତାଙ୍କ ପଦରେ ରାଜା କଲେ ଓ ତାଙ୍କ ନାମ ବଦଳାଇ ସିଦିକିୟ ରଖିଲେ। 18 ସିଦିକିୟ ଶାସନ କଲା ବେଳକୁ ତାଙ୍କୁ ଏକୋଇଶ ବର୍ଷ ହୋଇଥିଲା। ସେ ଏଗାର ବର୍ଷ ଯିରୁଶାଲମରେ ରାଜତ୍ୱ କଲେ। ତାଙ୍କ ମାତାଙ୍କ ନାମ ହମୂଟଲ ଓ ସେ ଲି‌ବ୍‌ନା ନିବାସୀ ଯିରିମିୟର କନ୍ୟା ଥିଲେ। 19 ସିଦିକିୟ ଯିହୋୟାଖୀ‌ନଙ୍କ ପରି ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମମାନ କଲେ। 20 ସଦାପ୍ରଭୁ ଯିରୁଶାଲମ ଓ ଯିହୁଦା ପ୍ରତି ଏତେ କ୍ରୋଧାନ୍ୱିତ ହେଲେ ଯେ ସେ ସେମାନଙ୍କୁ ଆପଣା ଛାମୁରୁ ଦୂରେଇ ଦେଲେ।

ନବୂଖ‌ଦ୍‌ନିତ୍ସରଙ୍କ ଦ୍ୱାରା ସିଦିକିୟ ଶାସନର ଅବସାନ

ସିଦିକିୟ ବାବିଲ ରାଜାଙ୍କ ଶାସନ ବିରୁଦ୍ଧରେ ବିଦ୍ରୋହୀ କଲେ।

25 ଅନନ୍ତର ସିଦିକିୟଙ୍କ ରାଜତ୍ୱର ନବମ ବର୍ଷରେ ଦଶମ ମାସର ଦଶମ ଦିନରେ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଓ ତାଙ୍କର ସମସ୍ତ ସୈନ୍ୟ ଯିରୁଶାଲମ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଲେ ଏବଂ ଯିରୁଶାଲମକୁ ଅବରୋଧ କଲେ ଓ ତା'ର ଗ୍ଭରିପାଖରେ ସୈନ୍ୟ କତ୍ତୃର୍କ ଅବରୋଧ ନିର୍ମାଣ କଲେ। ସେମାନଙ୍କର ସୈନ୍ୟବାହିନୀ ସିଦିକିୟ ରାଜାଙ୍କ ଏକାଦଶ ବର୍ଷ ରାଜତ୍ୱ କାଳ ପର୍ଯ୍ୟନ୍ତ ଯିରୁଶାଲମକୁ ଅବରୋଧ କରି ଘେରି ରଖିଲେ। ନଗରରେ ଭୟଙ୍କର ଦୁର୍ଭିକ୍ଷ ପଡ଼ିଲା। ଚତୁର୍ଥ ମାସର ନବମ ଦିନରେ ନଗରରେ ମହାଦୁର୍ଭିକ୍ଷ ଭୟଙ୍କର ମାତ୍ରାରେ ବଢ଼ିଗ୍ଭଲିଲା। ତେଣୁ ଦେଶୀୟ ଲୋକମାନଙ୍କ ନିମନ୍ତେ କିଛି ଖାଦ୍ୟ ଦ୍ରବ୍ୟ ମିଳିଲା ନାହିଁ।

ସର୍ବଶେଷରେ ନବୂଖ‌ଦ୍‌ନିତ୍ସରଙ୍କ ସୈନ୍ୟ ନଗରର ପ୍ରାଚୀର ଏକ ସ୍ଥାନ ଭଗ୍ନ କଲେ। ସେହି ରାତ୍ରିରେ ରାଜା ସିଦିକିୟ ଓ ସମସ୍ତ ଯୋଦ୍ଧାଗଣ ରାଜାଙ୍କର ଉଦ୍ୟାନକୁ ଲାଗି ଦୁଇଟି ପ୍ରାଚୀର ମଧ୍ୟ ଫାଟକ ଦେଇ ପଳାଇଲେ। ଯେତେବେଳେ କ‌ଲ୍‌‌‌ଦୀୟମାନେ ନଗରର ଚତୁର୍ଦ୍ଦିଗରେ ବେଢ଼ି ରହିଥିଲେ। ପୁଣି ରାଜା ଆରବା ପଥ ଦେଇ ଗ୍ଭଲିଗଲେ। ତହୁଁ କ‌ଲ୍‌‌‌ଦୀୟ ସୈନ୍ୟମାନେ ରାଜାଙ୍କ ପଶ୍ଚା‌ତ୍‌ଧାବନ କରି ଯିରୀହୋ ପଦାରେ ତାଙ୍କୁ ଧରିଲେ। ଯେତେବେଳେ ତାଙ୍କର ସମସ୍ତ ସୈନ୍ୟ ତାଙ୍କୁ ଛାଡ଼ି ପଳାୟନ କଲେ।

ତା'ପରେ ସେମାନେ ରାଜାଙ୍କୁ ଧରି ରି‌ବ୍‌ଲାରେ ଥିବା ବାବିଲ ରାଜାଙ୍କ ନିକଟକୁ ନେଲେ। ସେମାନେ ତାଙ୍କୁ ଦଣ୍ତ ଦେବାକୁ ସ୍ଥିର କଲେ। ସେମାନେ ସିଦିକିୟଙ୍କର ପୁତ୍ରମାନଙ୍କୁ ତାଙ୍କ ସମ୍ମୁଖରେ ବଧ କଲେ। ତା'ପରେ ସେମାନେ ସିଦିକିୟଙ୍କର ଚକ୍ଷୁ ଉପାଡ଼ି ପକାଇଲେ ଓ ତାଙ୍କୁ ଶୃଙ୍ଖଳରେ ବାନ୍ଧି ବାବିଲକୁ ନେଇ ଗଲେ।

ଯିରୁଶାଲମର ଧ୍ୱଂସ

ନବୂଖ‌ଦ୍‌ନିତ୍ସରଙ୍କ ରାଜତ୍ୱର ଉନବିଂଶ ବର୍ଷରେ ପଞ୍ଚମ ମାସର ସପ୍ତମ ଦିନରେ ବାବିଲ ରାଜାର ଦାସ ନବୂସ‌ର୍‌ଦ‌‌ନ୍‌ ଉତ୍ତମ ଯୋଦ୍ଧାବର୍ଗର ସେନାପତି ରୂପେ ଯିରୁଶାଲମକୁ ଆସିଲା। ନବୂସ‌ର୍‌ଦ‌‌ନ୍‌ ସଦାପ୍ରଭୁଙ୍କ ମନ୍ଦିର, ରାଜଗୃହ, ଯିରୁଶାଲମର ସମସ୍ତ ଗୃହ ଓ ଏପରିକି ବୃହତ୍ ଗୃହ ଗୁଡ଼ିକୁ ଅଗ୍ନିରେ ଦ‌ଗ୍‌ଧ କଲା।

10 ନବୂସ‌ର୍‌ଦ‌‌ନ‌ଙ୍କ ସହିତ ଥିବା ସମସ୍ତ ସୈନ୍ୟ ଯିରୁଶାଲମର ଚତୁର୍ଦ୍ଦିଗରେ ଥିବା ପ୍ରାଚୀରକୁ ଭାଙ୍ଗି ପକାଇଲେ। 11 ତା'ପରେ ନବୂସ‌ର୍‌ଦ‌‌ନ୍‌ ଅବଶିଷ୍ଟ ଲୋକମାନଙ୍କୁ ଓ ଆତ୍ମସମର୍ପଣ କରିବାକୁ ଆସିଥିବା ଲୋକମାନଙ୍କୁ ବନ୍ଦୀ କରି ନେଇ ଗଲେ। 12 ସେ କେବଳ ଦରିଦ୍ରତମ ଲୋକମାନଙ୍କୁ ଛାଡ଼ି ଗଲା କାରଣ ସେମାନେ ଦ୍ରାକ୍ଷାକ୍ଷେତ୍ର‌ ଓ ଅନ୍ୟାନ୍ୟ ଶସ୍ୟର ଯତ୍ନ ନେବେ।

13 ବାବିଲର ସୈନ୍ୟମାନେ ସଦାପ୍ରଭୁଙ୍କ ମନ୍ଦିରରେ ଥିବା ସମସ୍ତ ପିତ୍ତଳ ଦ୍ରବ୍ୟ ଭାଙ୍ଗି ପକାଇଲେ। ପିତ୍ତଳ ସ୍ତମ୍ଭ ବୈଠିକି ସବୁ ଓ ପିତ୍ତଳମୟ ସମୁଦ୍ର ରୂପ ଦ୍ୱୀପ ପାତ୍ର ଖଣ୍ତ ଖଣ୍ତ କରି ତହିଁରେ ଥିବା ପିତ୍ତଳକୁ ବାବିଲକୁ ନେଇଗଲେ। 14 ଆଉ ମଧ୍ୟ ସଦାପ୍ରଭୁଙ୍କ ମନ୍ଦିରରେ ବ୍ୟବହୃତ ହାଣ୍ତି, କରଚୁଲି, କତୁରି, ଚମସ ସଜାପାଇଁ ସରଞ୍ଜାମ ଓ ଅନ୍ୟ ସମସ୍ତ ବସ୍ତୁ ଯାହା ମନ୍ଦିରର ସେବା ପାଇଁ ବ୍ୟବହାର ହୋଇଥିଲା, ସେମାନେ ନେଇ ଗଲେ। 15 ପୁଣି ନବୂସ‌ର୍‌ଦ‌‌ନ୍‌ ଅଙ୍ଗାରଧାନୀ, କୁଣ୍ତସବୁ, ଯାହା ସୁନାର ଥିଲା ତାକୁ ସୁନା କରି ଓ ଯାହା ରୂପାର ଥିଲା ତାକୁ ରୂପାର କରି ନେଇଗଲା। 16-17 ନବୂସ‌ର୍‌ଦ‌‌ନ୍‌ ନେଇଥିବା ଦ୍ରବ୍ୟ ଗୁଡ଼ିକ ହେଲା, ଯଥା: ସଦାପ୍ରଭୁଙ୍କ ମନ୍ଦିରର ପିତ୍ତଳର ଦୁଇସ୍ତମ୍ଭ, ପ୍ରତ୍ୟେକ ସ୍ତମ୍ଭ ଆଠ ହାତ ଉଚ୍ଚର ଥିଲା ଓ ତା’ ଉପରେ ଥିବା ତିନି ହାତର ଉଚ୍ଚ ପିତ୍ତଳ ମୁଣ୍ତାଳି। ସର୍ବ ଉପରେ ଜାଲିକର୍ମ ଓ ଡାଳିମ୍ବାକୃତି ଥିଲା। ଉଭୟ ସ୍ତମ୍ଭ ସମାନ ଆକୃତି ଓ ସମାନ ପ୍ରକାରର ଥିଲା। ସଦାପ୍ରଭୁଙ୍କ ମନ୍ଦିର ପାଇଁ ଶଲୋମନ ବୃହତ୍ ଜଳାଶୟ ପିତ୍ତଳରେ ତିଆରି କରିଥିଲେ। ଏହି ସମସ୍ତ ପିତ୍ତଳ ନିର୍ମିତ ଜିନିଷଗୁଡ଼ିକ ବହୁତ ଭାରି ଓ ଓଜନ ଥିଲା।

ଯିହୁଦାର ଲୋକମାନେ ବନ୍ଦୀରୂପେ ନୀତ

18 ପୁଣି ନବୂସ‌ର୍‌ଦ‌‌ନ୍‌ ପ୍ରଧାନ ଯାଜକ ସରାୟ ଦ୍ୱିତୀୟ ଯାଜକ ସିଫନିୟ ଓ ତିନି ଜଣ ଦ୍ୱାରପାଳଙ୍କୁ ନେଇ ଗଲା।

19 ସେ ମଧ୍ୟ ବନ୍ଦୀପରି ନିଆଗଲେ। ଏକ ନପୁଂସକକୁ ସୈନ୍ୟମାନଙ୍କର ଦେଖାଶୁଣା, ରାଜାଙ୍କର ଉପଦେଶଗଣ, ସେନାର ସେନାପତିର ସଚିବ, ଯିଏ ଲୋକମାନଙ୍କୁ ଗଣିବାର ଦାୟିତ୍ୱରେ ଥିଲେ ଏବଂ ସେମାନଙ୍କରୁ ସୈନ୍ୟମାନଙ୍କୁ ବାଛିବା ଏବଂ ଷାଠିଏ ଅନ୍ୟ ଲୋକମାନେ ସହରରେ ମଣିଲେ।

20-21 ତା'ପରେ ନବୂସ‌ର୍‌ଦ‌‌ନ୍‌ ସେମାନଙ୍କୁ ଧରି ହମାତର ରି‌ବ୍‌ଲାରେ ଥିବା ବାବିଲ୍ ରାଜାଙ୍କ ନିକଟକୁ ନେଇଗଲା। ବାବିଲର ରାଜା ସେମାନଙ୍କୁ ସେହି ରି‌ବ୍‌ଲାରେ ବଧ କଲେ। ଏହିରୂପେ ଯିହୁଦା ଆପଣା ଦେଶରୁ ବନ୍ଦୀ ହୋଇ ନୀତ ହୋଲା।

ଯିହୁଦାର ରାଜ୍ୟପାଳ ଗଦଲିୟ

22 ବାବିଲର ରାଜା ନବୂଖ‌ଦ୍‌ନିତ୍ସର କିଛି ଲୋକ ଯିହୁଦାରେ ଛାଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରେ ଶାଫନର ପୌତ୍ର ଅହୀକାମର ପୁତ୍ର ଗଦଲିୟ ଥିଲା, ବାବିଲର ରାଜା ଗଦଲିୟକୁ ଯିହୁଦାର ଶାସନକର୍ତ୍ତା ରୂପେ ନିଯୁକ୍ତ କଲେ।

23 ଏହା ପରେ ବାବିଲର ରାଜା ଗଦଲିୟକୁ ଶାସନକର୍ତ୍ତା କରିଅଛି ବୋଲି ଶୁଣି ସେନାପତିଗଣ ଓ ସେମାନଙ୍କ ଲୋକମାନେ ଯଥା: ନଥନିୟର ପୁତ୍ର ଇ‌ଶ୍‌ମାୟେଲ, କାରେହର ପୁତ୍ର ଯୋହାନନ୍, ନାଟୋଫାତୀୟଠାରୁ ତନ୍‌‌ହୂମତର ପୁତ୍ର ସରାୟ, ମାଖାତୀୟର ପୁତ୍ର ଯାସନିୟ ଓ ସେମାନଙ୍କର ଲୋକମାନେ ମି‌ସ୍‌ପାର ଗଦଲିୟ ନିକଟକୁ ଆସିଲେ। 24 ତହୁଁ ଗଦଲିୟ ଅଧିକାରୀମାନଙ୍କ ନିକଟରେ ଓ ସେମାନଙ୍କ ଲୋକମାନଙ୍କ ନିକଟରେ ଶପଥ କରନ୍ତି, “ବାବିଲର ଅଧିକାରୀମାନଙ୍କୁ ଭୟ କର ନାହିଁ, ଏହିଠାରେ ରହି ବାବିଲ ରାଜାର ସେବା କର। ତା'ପରେ ଏହା ତୁମ୍ଭମାନଙ୍କ ସହିତ ମଙ୍ଗଳ ହେବ।”

25 ମାତ୍ର ସପ୍ତମ ମାସରେ ରାଜବଂଶ ଜାତ ଇଲୀଶାମାର ପୌତ୍ର ନଥନିୟର ପୁତ୍ର ଇ‌ଶ୍‌ମାୟେଲ, ଯିଏ ରାଜା ପରିବାରରୁ ଥିଲେ। ସେ ଓ ତାଙ୍କର ଦଶ ଜଣ ସଙ୍ଗୀ ଗଦଲୀୟକୁ, ଯିହୁଦୀୟମାନଙ୍କୁ ଓ ମି‌ସ୍‌ପାରେ ଥିବା କ‌ଲ୍‌‌‌ଦୀୟମାନଙ୍କୁ ବଧ କଲେ। 26 ତା'ପରେ ସମସ୍ତ ସେନାପତିଗଣ ଓ ଛୋଟ ବଡ଼ ସବୁ ଲୋକ ମିଶରକୁ ପଳାଇଲେ। କାରଣ ସେମାନେ କ‌ଲ୍‌‌‌ଦୀୟମାନଙ୍କୁ ଭୟ କରୁଥିଲେ।

27 ଅନନ୍ତର ଯିହୁଦାର ରାଜା ଯିହୋୟାଖୀନଙ୍କ ବନ୍ଦୀତ୍ୱର ସଇଁତିରିଶ୍ ବର୍ଷର ଦ୍ୱାଦଶ ମାସରେ, ମାସର ସତାଇଶ୍ ଦିନରେ ବାବିଲ ରାଜା ଇବିଲ-ମରୋଦକ୍। ସେ ରାଜତ୍ୱ ଆରମ୍ଭ କରିବା ବର୍ଷରେ ବନ୍ଦୀରୁ ଯିହୁଦାର ରାଜା ଯିହୋୟାଖୀନଙ୍କୁ ବାହାର କଲେ ଓ ତାଙ୍କୁ ଅନ୍ୟ ରାଜାଙ୍କଠାରୁ ତାଙ୍କୁ ଅଧିକ ମହତ୍ତ୍ୱପୂର୍ଣ୍ଣ ସ୍ଥାନରେ ବସିବାକୁ ଦେଲେ। ତାହା ବାବିଲୋ‍ନରେ ତାଙ୍କ ସହିତ ଏପରି ଥିଲା। 28 ଇବିଲ-ମରୋଦକ୍ ଯିହୋୟାଖୀନଙ୍କ ପ୍ରତି ଅତ୍ୟନ୍ତ ଦୟାଳୁ ଥିଲେ। ସେ ବାବିଲରେ ତାଙ୍କ ସହିତ ଥିବା ଅନ୍ୟ ରାଜାମାନଙ୍କ ଆସନଠାରୁ ସେ ଯିହୋୟାଖୀନଙ୍କୁ ଉଚ୍ଚସ୍ଥାନ ଦେଇଥିଲେ। 29 ଇବିଲ-ମରୋଦକ୍ ଯିହୋୟାଖୀନଙ୍କ କାରାଗାର ପୋଷାକ ବଦଳାଇ ଦେଇଥିଲେ ଓ ସେ ପ୍ରତିଦିନ ତାଙ୍କ ସହିତ ଗୋଟିଏ ମେଜରେ ଯାବଜ୍ଜୀବନ ଭୋଜନ କଲେ। 30 ତେଣୁ ଅବଶିଷ୍ଟ ସମୟ ତାଙ୍କ ଜୀବନର ପ୍ରତିଦିନ। ତାଙ୍କର ସମସ୍ତ ଭୋଜନ ଇବିଲ-ମରୋଦକ୍ ରାଜାଙ୍କ ଦ୍ୱାରା ଯିହୋୟାଖୀନଙ୍କୁ ଦିଆଗଲା।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center