Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ରାଜାବଳୀର ଦ୍ୱିତୀୟ ପୁସ୍ତକ 12-14

ଯୋୟାଶଙ୍କ ଶାସନ ଆରମ୍ଭ

12 ଇସ୍ରାଏଲରେ ଯେହୂଙ୍କ ରାଜତ୍ୱର ସପ୍ତମ ବର୍ଷରେ ଯୋୟାଶଙ୍କ ଶାସନ ଆରମ୍ଭ ହେଲା। ସେ ଯିରୁଶାଲମରେ ଗ୍ଭଳିଶ୍ ବର୍ଷ ରାଜତ୍ୱ କଲେ। ତାଙ୍କର ମାତା ‌ବେ‌ର୍‌ଶେବା ନିବାସିନୀ ସିବିୟା ନାମରେ ଖ୍ୟାତ ଥିଲେ। ଯୋୟାଶ୍ ତାଙ୍କର ସମଗ୍ର ଜୀବନ କାଳରେ ଯାଜକ ଯିହୋୟାଦାଙ୍କ ଶିକ୍ଷାନୁସାରେ ସଦାପ୍ରଭୁଙ୍କ ଆଜ୍ଞାପାଳନ କଲେ ଏବଂ ସେ ଯାହା କଲେ ତାହା ସଦାପ୍ରଭୁଙ୍କ ଦୃଷ୍ଟିରେ ଉତ୍ତମ ଥିଲା। ତଥାପି ସେ, ଉଚ୍ଚସ୍ଥଳୀ ଗୁଡ଼ିକୁ ଧ୍ୱଂସ କଲେ ନାହିଁ। ଲୋକମାନେ ତଥାପି ବଳିଦାନ ଉତ୍ସର୍ଗ କଲେ ଓ ସେହି ଉଚ୍ଚ ସ୍ଥାନମାନଙ୍କରେ ଧୂପ ଜଳାଇଲେ।

ଯୋୟାଶ୍ ସଦାପ୍ରଭୁଙ୍କ ମନ୍ଦିର ପୁନଃନିର୍ମାଣ ପାଇଁ ଆଦେଶ କରନ୍ତି

4-5 ଅନନ୍ତର ଯୋୟାଶ୍ ଯାଜକମାନଙ୍କୁ କହିଲେ, “ସଦାପ୍ରଭୁଙ୍କ ମନ୍ଦିରରେ ଅଧିକ ଟଙ୍କା ରହିଛି, ଯାହାକୁ ଲୋକମାନେ ଆଣିଲେ। ସେମାନେ ଜନ ଗଣନା ସମୟରେ କର ଦେଲେ। ସେମାନେ ସେମାନଙ୍କର ଅନୁସାରେ ମୁଦ୍ରା ଦେଲେ। ଲୋକମାନଙ୍କଠାରୁ ପ୍ରତ୍ୟେକ ନିରୂପିତ ମୁଦ୍ରା ପ୍ରାପ୍ତ କରି, ଯିଏ ସେବା କରିଛି। ମନ୍ଦିରର ଭଗ୍ନସ୍ଥଳର ମରାମତିରେ ଯାଜକମାନେ ମୁଦ୍ରା ବ୍ୟବହାର କରନ୍ତୁ।”

ମାତ୍ର ଯାଜକମାନେ ଯୋୟାଶ୍ ରାଜତ୍ୱର ତେଇଶ୍ ବର୍ଷ ପର୍ଯ୍ୟନ୍ତ ଗୃହର କ୍ଷତିସ୍ଥାନ ମରାମତି କରି ନ ଥିଲେ। ତେଣୁ ରାଜା ଯୋୟାଶ୍ ଯାଜକ ଯିହୋୟାଦା ଓ ଅନ୍ୟ ଯାଜକମାନଙ୍କୁ ଡକାଇଲେ ଏବଂ କହିଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ମନ୍ଦିରର ଭଗ୍ନସ୍ଥାନମାନ କାହିଁକି ମରାମତି କରୁ ନାହଁ? ତୁମ୍ଭେ ସେବା କରିଥିବା ଲୋକମାନଙ୍କଠାରୁ ଆଉ ମୁଦ୍ରା ନିଅ ନାହିଁ। ସେହି ମୁଦ୍ରା ସଦାପ୍ରଭୁଙ୍କ ମନ୍ଦିରର ଭଗ୍ନସ୍ଥାନ ମରାମତି ପାଇଁ ବ୍ୟବହାର ହେଉ।”

ତେଣୁ ଯାଜକମାନେ ଲୋକମାନଙ୍କଠାରୁ ଟଙ୍କା ନ ନେବାକୁ ସମ୍ମତ ହେଲେ। ଏବଂ ମଧ୍ୟ ମନ୍ଦିର ମରାମତି ନ କରିବାକୁ ସ୍ଥିର କଲେ। ତେଣୁ ଯାଜକ ଯିହୋୟାଦା ଗୋଟିଏ ସିନ୍ଦୁକ ନେଇ ତା'ର ଢାଙ୍କୁଣିରେ ଏକ ଛିଦ୍ର କରି ଯଜ୍ଞବେଦି ନିକଟରେ ସଦାପ୍ରଭୁଙ୍କ ମନ୍ଦିରରେ ପ୍ରବେଶ ସ୍ଥାନର ଦକ୍ଷିଣ ପାର୍ଶ୍ୱରେ ରଖିଲା। ପୁଣି ଦ୍ୱାର ରକ୍ଷକ ଯାଜକମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଆନୀତ ଟଙ୍କାସବୁ ଲୋକମାନଙ୍କ ଦ୍ୱାରା ଆଣିଲେ, ସେହି ଦ୍ୱାର ନିକଟରେ ରଖିଲେ।

10 ତା'ପରେ ଲୋକମାନେ ସେହି ସିନ୍ଦୁକରେ ଟଙ୍କା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପକାଇଲେ। ଯେତେବେଳେ ରାଜାଙ୍କ ସଚୀବ ଓ ମହାଯାଜକ ଦେଖିଲେ ସିନ୍ଦୁକରେ ପ୍ରଚୁର ଟଙ୍କା ହୋଇଗଲା, ସେମାନେ ଆସି ତାକୁ ନେଇଗଲେ ଓ ଥଳିରେ ରଖି ଗଣିଲେ। 11 ସେମାନେ ସଦାପ୍ରଭୁଙ୍କ ମନ୍ଦିରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ, ବଢ଼େଇମାନଙ୍କୁ ଓ ଅନ୍ୟ ରାଜମନ୍ତ୍ରୀଗଣ ସଦାପ୍ରଭୁଙ୍କ ମନ୍ଦିର ପୂନଃନିର୍ମାଣ କାର୍ଯ୍ୟ ମରାମତିରେ ଏହି ଟଙ୍କା ଦେଲେ। 12 ସେମାନେ ମଧ୍ୟ ପ୍ରସ୍ତର କାରିଗର, ପ୍ରସ୍ତର ‌‌କଟାଳୀମାନଙ୍କୁ ଦେଲେ ଓ ମନ୍ଦିରର ପୁନଃନିର୍ମାଣ ନିମନ୍ତେ ଆବଶ୍ୟକୀୟ ସଦାପ୍ରଭୁଙ୍କ ମନ୍ଦିର ମରାମତି ପାଇଁ କାଠ, ଖୋଦିତ ପ୍ରସ୍ତର ଓ ଅନ୍ୟାନ୍ୟ ଦ୍ରବ୍ୟ କିଣିବାରେ ସେହି ମୁଦ୍ରାକୁ ବ୍ୟବହାର କଲେ।

13-14 ମାତ୍ର ଯାଜକମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଆନୀତ ମୁଦ୍ରାରେ ଗୃହ ନିମନ୍ତେ ରୌପ୍ୟ ପାତ୍ର, କତୁରୀ, କୁଣ୍ତ, ତୂରୀ, କୌଣସି ସୁବର୍ଣ୍ଣ ପାତ୍ର କିମ୍ବା ରୌପ୍ୟପାତ୍ର ନିର୍ମାଣ କଲେ ନାହିଁ। ସଦାପ୍ରଭୁଙ୍କ ମନ୍ଦିର ମରାମତି ପାଇଁ କୁଶଳ ଶ୍ରମିକମାନଙ୍କୁ ମଜୁରୀରେ ବ୍ୟୟ କରାଗଲା। 15 ମାତ୍ର ଶ୍ରମିକମାନଙ୍କୁ ଦେବା ପାଇଁ ଯେଉଁମାନଙ୍କ ହସ୍ତରେ ସେ ଟଙ୍କା ଦିଆଗଲା, ସେମାନଙ୍କଠାରୁ କେହି ହିସାବ ନେଲେ ନାହିଁ। କାରଣ ସେମାନେ ଅତି ବିଶ୍ୱସ୍ତ ଭାବରେ କାମ କଲେ।

16 କୌଣସି ଦୋଷ ପାଇଁ ଓ ପାପ ପାଇଁ ଉତ୍ସର୍ଗୀକୃତ ମୁଦ୍ରା ସଦାପ୍ରଭୁଙ୍କ ମନ୍ଦିରର ପୁନଃନିର୍ମାଣରେ ବ୍ୟବହୃତ ହେଲା ନାହିଁ। ତାହା ଯାଜକମାନଙ୍କର ହେଲା।

ଯୋୟାଶ୍ ହସାୟେଲଙ୍କଠାରୁ ଯିରୁଶାଲମକୁ ରକ୍ଷା କରନ୍ତି

17 ଅନନ୍ତର ଅରାମର ରାଜା ହସାୟେଲ ଗାଥ୍ ବିରୁଦ୍ଧରେ ଯୁଦ୍ଧ କରି ତାକୁ ଅଧିକାର କଲେ। ତା'ପରେ ସେ ଯିରୁଶାଲମ ବିରୁଦ୍ଧରେ ଯୁଦ୍ଧ କରିବାକୁ ଯୋଜନା କଲେ।

18 ଏଥିରେ ଯିହୁଦାର ରାଜା ଯୋୟାଶ୍ ଆପଣା ପୂର୍ବପୁରୁଷ ଯିହୋଶାଫଟ୍, ଯିହୋରାମ ଓ ଅହସିୟ ପ୍ରଭୃତି ରାଜାଗଣ ସଦାପ୍ରଭୁଙ୍କୁ ଅର୍ପଣ କରିଥିବା ସମସ୍ତ ପବିତ୍ର ବସ୍ତୁ ଓ ସୁବର୍ଣ୍ଣ ଓ ଯୋୟାଶ୍ ସଦାପ୍ରଭୁଙ୍କ ଭଣ୍ତାରରେ ଏବଂ ରାଜପ୍ରାସାଦରେ ରଖାଯାଇଥିବା ସୁବର୍ଣ୍ଣ ଆଦି ମୂଲ୍ୟବାନ ଦ୍ରବ୍ୟଗୁଡ଼ିକୁ ଅରାମର ରାଜା ହସାୟେଲ ନିକଟକୁ ପଠାଇଲେ, ତେଣୁ ସେ ଆଉ ଯିରୁଶାଲମ ବିରୁଦ୍ଧରେ ଗଲେ ନାହିଁ।

ଯୋୟାଶଙ୍କ ମୃତ୍ୟୁ

19 ଯୋୟାଶଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ଯ୍ୟ କଳାପ ଯିହୁଦା ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି।

20 ଏହା ପରେ ଯୋୟାଶଙ୍କର ଦାସମାନେ ଚକ୍ରାନ୍ତ କରି ସିଲ୍ଲାକୁ ଯିବା ପଥରେ ମିଲ୍ଲୋ ନାମକ ଗୃହରେ ତାଙ୍କୁ ବଧ କଲେ। 21 ଶିମିୟତର ପୁତ୍ର ଯୋଷା‌ଖ୍‌ର ଓ ଶୋମରର ପୁତ୍ର ଯିହୋଷାବଦ୍ ନାମକ ଯୋୟାଶଙ୍କର ଦୁଇଟି ଦାସ ତାଙ୍କୁ ବଧ କଲେ।

ତା'ପରେ ସେମାନେ ଦାଉଦ ନଗରରେ ତାଙ୍କ ପୂର୍ବପୁରୁଷଗଣଙ୍କ ସହିତ ତାଙ୍କୁ କବର ଦେଲେ। ତାଙ୍କ ପଦରେ ତାଙ୍କର ପୁତ୍ର ଅମ‌ତ୍‌ସିୟ ରାଜ୍ୟ କଲେ।

ଯିହୋୟାହ‌ସଙ୍କ ଶାସନ ଆରମ୍ଭ

13 ଯିହୁଦାର ରାଜା ଅହସିୟଙ୍କ ପୁତ୍ର ଯୋୟାଶଙ୍କ ରାଜତ୍ୱର ତ୍ରୟବିଂଶ ବର୍ଷରେ ଯେହୂଙ୍କର ପୁତ୍ର ଯିହୋୟାହସ୍ ଶମରିୟାରେ ଇସ୍ରାଏଲ ଉପରେ ରାଜା ହେଲେ। ସେ ସତର ବର୍ଷ ରାଜତ୍ୱ କଲେ।

ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କଲେ। ନବାଟଙ୍କ ପୁତ୍ର ଯାରବିୟାମଙ୍କର ପାପକୁ ସେ ଅନୁସରଣ କଲେ, ଯାହା ସେ ଇସ୍ରାଏଲୀୟମାନଙ୍କୁ କରାଇଲେ। ସେ ପାପଗାମୀ ହେଲେ ଓ ସେଥିରୁ ବିମୂଖ ହେଲେ ନାହିଁ। ଏଥିରେ ସଦାପ୍ରଭୁ ଇସ୍ରାଏଲ ବିରୁଦ୍ଧରେ କ୍ରୋଧାନ୍ୱିତ ହେଲେ। ତେଣୁ ସେ ଅରାମର ରାଜା ହସାୟେଲ ଓ ତାଙ୍କର ପୁତ୍ର ବି‌ନ୍‌ହଦଦ୍ ଶାସନର ଅଧୀନରେ ଇସ୍ରାଏଲକୁ ଦିର୍ଘ ସମୟ ପାଇଁ ଦେଲେ।

ସଦାପ୍ରଭୁଙ୍କର ଇସ୍ରାଏଲୀୟମାନଙ୍କ ଉପରେ ଦୟା

ତା'ପରେ ଯିହୋୟାହସ୍ ସଦାପ୍ରଭୁଙ୍କ କୃପା ଭିକ୍ଷା କଲେ। ସେ ତାଙ୍କର ନିବେଦନ ଶୁଣିଲେ ଓ ଇସ୍ରାଏଲ ଉପରେ ଅରାମ ରାଜାଙ୍କର ଉପଦ୍ରବ ଓ ଇସ୍ରାଏଲୀୟମାନଙ୍କର ଦୁର୍ଦ୍ଦଶା ଦେଖିଲେ।

ତେଣୁ ସଦାପ୍ରଭୁ ଇସ୍ରାଏଲର ଉଦ୍ଧାର ପାଇଁ ଏକ ଲୋକ ପଠାଇଲେ। ଫଳରେ ଇସ୍ରାଏଲୀୟମାନେ ଅରାମୀୟମାନଙ୍କଠାରୁ ମୁକ୍ତ ହେଲେ ଓ ପୂର୍ବପରି ନିଜ ନିଜ ଗୃହକୁ ଗଲେ।

ତଥାପି ଇସ୍ରାଏଲୀୟମାନେ ଯାରବିୟାମ ବଂଶକୃତ ପାପ ପଥରୁ ବିମୁଖ ହେଲେ ନାହିଁ। ସେମାନେ ସେହି ପୂର୍ବପରି ପାପ କରି ଗ୍ଭଲିଲେ, ଯାହା ସେମାନେ ଇସ୍ରାଏଲୀୟମାନଙ୍କୁ ପାପ କରାଇଥିଲେ। ସେମାନେ ମଧ୍ୟ ଶମରିୟାରେ ଆଶେରା ଖମ୍ବଗୁଡ଼ିକ ରଖିଲେ।

ଅରାମର ରାଜା ଯିହୋୟାହସଙ୍କ ସୈନ୍ୟବାହିନୀକୁ ପରାସ୍ତ କରି ତାଙ୍କର ମାତ୍ର ପଗ୍ଭଶ୍ ଅଶ୍ୱାରୋହୀ, ଦଶ ଗୋଟି ରଥ ଓ 10,000 ପଦାତିକଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କୁ ବଧ କଲେ। ଯିହୋୟାହସଙ୍କ ସୈନ୍ୟମାନେ ଶସ୍ୟଅମଳ ସମୟରେ ଅଗାଡ଼ି ତୁଲ୍ୟ ପବନରେ ଗ୍ଭଲିଗଲେ।

ଯିହୋୟାହସଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ ମହାନ କାର୍ଯ୍ୟାବଳୀ ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଛି। ଅନନ୍ତର ଯିହୋୟାହସଙ୍କ ମୃତ୍ୟୁ ହେଲା ଓ ଲୋକମାନେ ଶମରିୟାରେ ତାଙ୍କ ପୂର୍ବପୁରୁଷଙ୍କ ନିକଟରେ କବର ଦେଲେ। ତାଙ୍କ ଅନ୍ତେ ତାଙ୍କ ପୁତ୍ର ଯୋୟାଶ୍ ରାଜ୍ୟ ଶାସନ କଲେ।

ଇସ୍ରାଏଲରେ ଯୋୟାଶଙ୍କ ଶାସନ

10 ଯିହୁଦାର ଯୋୟାଶ୍ ରାଜାଙ୍କ ସଇଁତିରିଶ୍ ବର୍ଷ ରାଜତ୍ୱ କାଳରେ ଯିହୋୟାହସଙ୍କ ପୁତ୍ର ଯୋୟାଶ୍ ଶମରିୟାରେ ଇସ୍ରାଏଲ ଉପରେ ରାଜତ୍ୱ କରିବାକୁ ଯାଇ ଷୋହଳ ବର୍ଷ ରାଜ୍ୟ ଶାସନ କଲେ। 11 ଇସ୍ରାଏଲର ରାଜା ଯୋୟାଶ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ। ନବାଟଙ୍କ ପୁତ୍ର ଯାରବିୟାମ, ଇସ୍ରାଏଲୀୟମାନଙ୍କୁ ଯେଉଁ ପାପରେ ଲିପ୍ତ କରିଥିଲେ ସେହି ସମାନ ପାପ ଅନୁସରଣ କଲେ ଯିଏ ଇସ୍ରାଏଲର ପାପର କାରଣ ହେଲା। 12 ଯୋୟାଶଙ୍କ ଅବଶିଷ୍ଟ ବୃତ୍ତାନ୍ତ, ତାଙ୍କର ସମସ୍ତ କ୍ରିୟା ଓ ଯେଉଁ ପରାକ୍ରମରେ ସେ ଯିହୁଦାରେ ରାଜା ଅମ‌ତ୍‌ସିୟ ସଙ୍ଗେ ଯୁଦ୍ଧ କରିଥିଲେ ତାହା ସବୁ ଇସ୍ରାଏଲ ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। 13 ଯୋୟାଶଙ୍କ ମୃତ୍ୟୁ ହେଲା ଓ ସେ ପୂର୍ବପୁରୁଷଗଣଙ୍କ ସହିତ କବର ନେଲେ। ଯାରବିୟାମ ତାଙ୍କ ଅନ୍ତେ ସିଂହାସନରେ ଉପବିଷ୍ଟ ହେଲେ ଓ ଯୋୟାଶ୍ ଇସ୍ରାଏଲର ରାଜାମାନଙ୍କ ସହିତ ଶମରିୟାରେ କବର ପ୍ରାପ୍ତ ହେଲେ।

ଇଲୀଶାୟଙ୍କୁ ଯୋୟାଶଙ୍କ ପରିଦର୍ଶନ

14 ଇଲୀଶାୟ ପୀଡ଼ିତ ହେଲେ, ପରେ ଅସୁସ୍ଥତାରୁ ମୃତ୍ୟୁବରଣ କଲେ। ଇସ୍ରାଏଲ ରାଜା ଯୋୟାଶ୍ ତାଙ୍କୁ ସାକ୍ଷାତ କରିବାକୁ ଗଲେ। ସେ ରୋଦନ କରି କହିଲେ, “ହେ ମୋର ପିତା! ହେ ମୋର ପିତା! ଇସ୍ରାଏଲର ରଥ ଓ ତହିଁର ଅଶ୍ୱାରୋହୀଗଣ ପାଇଁ ଏହା ସମୟ କି?”

15 ଇଲୀଶାୟ ଯୋୟାଶଙ୍କୁ କହିଲେ, “ଧନୁ ଓ ବାଣଗୁଡ଼ିକ ଧର।”

ଯୋୟାଶ୍ ଧନୁ ଓ ବାଣଗୁଡ଼ିକ ଧରିଲେ। 16 ତା'ପରେ ଇଲୀଶାୟ ରାଜାଙ୍କୁ ପୁଣି କହିଲେ, “ଧନୁରେ ତୁମ୍ଭହାତ ଦିଅ।” ତେଣୁ ରାଜା ଧନୁ ଉପରେ ହାତ ରଖିଲେ। ତା'ପରେ ଇଲୀଶାୟ ତାଙ୍କ ହାତ ରାଜାଙ୍କ ହାତ ଉପରେ ରଖିଲେ। 17 ଇଲୀଶାୟ କହିଲେ, “ପୂର୍ବ ଦିଗରେ ଥିବା ଝରକା ଖୋଲ।” ଯୋୟାଶ୍ ଝରକା ଖୋଲିଲେ। ତା'ପରେ ଇଲୀଶାୟ କହିଲେ, “ତୀର ନିକ୍ଷେପ କର।”

ଯୋୟାଶ୍ ତୀର ମାରିଲେ। ତା'ପରେ ଇଲୀଶାୟ କହିଲେ, “ଏହା ହେଉଛି ସଦାପ୍ରଭୁଙ୍କ ଜୟର ବାଣ, ଅରାମ ବିପକ୍ଷରେ ଜୟର ବାଣ, କାରଣ ତୁମ୍ଭେ ଅଫେକରେ ଅରାମୀୟମାନଙ୍କୁ ପରାସ୍ତ କରି ବିନାଶ କରିବ।”

18 ପୁଣି ଇଲୀଶାୟ କହିଲେ, “ତୀରଗୁଡ଼ିକ ନିଅ।” ସେ ତୀରଗୁଡ଼ିକ ନେଲେ। ତା'ପରେ ଇଲୀଶାୟ ରାଜାଙ୍କୁ କହିଲେ, “ଭୂମିକୁ ଆଘାତ କର।”

ଯୋୟାଶ ତିନିଥର ଭୂମିକୁ ଆଘାତ କଲେ, ତା'ପରେ ସେ ନିବୃତ୍ତ ହେଲେ। 19 ପରମେଶ୍ୱରଙ୍କ ଲୋକ ତାଙ୍କ ଉପରେ କୃଦ୍ଧ ହୋଇ କହିଲେ, “ତୁମ୍ଭେ ପାଞ୍ଚ କିମ୍ବା ଛଅ ଥର ଆଘାତ କରିବା କଥା। ତାହା ହୋଇଥିଲେ ତୁମ୍ଭେ ଅରାମକୁ ନିଃଶେଷ କରିବା ପର୍ଯ୍ୟନ୍ତ ସେମାନଙ୍କୁ ହରାଇଥା’ନ୍ତ। କିନ୍ତୁ ବର୍ତ୍ତମାନ ଅରାମକୁ କେବଳ ତିନିଥର ପାଇଁ ହରାଇବ।”

ଇଲୀଶାୟଙ୍କ କବରେ ଏକ ଅଲୌକିକ କାର୍ଯ୍ୟ

20 ଇଲୀଶାୟଙ୍କ ମୃତ୍ୟୁପରେ ଲୋକମାନେ ତାଙ୍କୁ କବର ଦେଲେ।

ସେତେବେଳେ ମୋୟାବୀୟ ଲୁଟକାରୀ ଦଳ ଲୁଣ୍ଠନ କରିବାକୁ ଦେଶ ଆକ୍ରମଣ କଲେ। 21 କେତେକ ଇସ୍ରାଏଲୀୟ ଜଣେ ମୃତବ୍ୟକ୍ତିକୁ କବର ଦେଉଥିବା ବେଳେ ସେମାନେ ମୋୟାବୀୟ ସୈନ୍ୟମାନଙ୍କୁ ନିକଟକୁ ଆସୁଥିବାର ଦେଖିଲେ। ତହୁଁ ସେମାନେ ଭୟରେ ସେହି ମୃତ ଶରୀରକୁ ଇଲୀଶାୟ କବର ଭିତରେ ପକାଇ ଦେଲେ ଏବଂ ଦୌଡ଼ି ପଳାଇଗଲେ। ସେହିମୃତ ବ୍ୟକ୍ତି ଇଲୀଶାୟଙ୍କ ଅସ୍ଥି ସ୍ପର୍ଶ କଲାମାତ୍ରେ ଜୀବନ୍ତ ହୋଇ ନିଜ ଗୋଡ଼ରେ ଛିଡ଼ା ହେଲା।

ଯୋୟାଶ ଇସ୍ରାଏଲ ନଗରକୁ ପୁନର୍ବାର ଜୟ କରନ୍ତି

22 ଯିହୋୟାହସଙ୍କ ରାଜତ୍ୱ କାଳର ସମସ୍ତ ସମୟ ଅରାମର ରାଜା ହସାୟେଲ ଇସ୍ରାଏଲର କ୍ଳେଶର କାରଣ ହେଲେ। 23 ମାତ୍ର ସଦାପ୍ରଭୁ ଇସ୍ରାଏଲୀୟମାନଙ୍କ ପ୍ରତି ଅତ୍ୟନ୍ତ ଦୟାଳୁ ଥିଲେ ଓ ସେମାନଙ୍କ ପ୍ରତି କୃପା ଦୃଷ୍ଟି କଲେ। କାରଣ ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବ ସହିତ ସଦାପ୍ରଭୁଙ୍କର ଚୁକ୍ତି ହୋଇଥିଲା। ସେ ସେମାନଙ୍କୁ ବିନାଶ କରିବେ ନାହିଁ କି ଦୂରେଇ ଦେବେ ନାହିଁ।

24 ହସାୟେଲଙ୍କ ମୃତ୍ୟୁପରେ ବି‌ନ୍‌ହଦଦ୍ ନୂଆ ରାଜା ହେଲେ। 25 ତାଙ୍କର ମୃତ୍ୟୁ ପୂର୍ବରୁ ଯୋୟାଶଙ୍କର ପିତା ଯିହୋୟାହ‌ସଙ୍କଠାରୁ ନଗରଗୁଡ଼ିକୁ ହସାୟେଲ ଅଧିକାର କରି ନେଲେ। ଯିହୋୟାହ‌ସଙ୍କ ପୁତ୍ର ଯୋୟାଶ ହସାୟେ‌ଲ୍‌‌‌ର ପୁତ୍ର ବି‌ନ୍‌ହଦ‌ଦଙ୍କଠାରୁ ସେହି ନଗରଗୁଡ଼ିକ ପୁନର୍ବାର ନେଲେ। ଯୋୟାଶ୍ ବି‌ନ୍‌ହଦ‌ଦଙ୍କୁ ତିନିଥର ପରାସ୍ତ କରି ଇସ୍ରାଏଲର ନଗରଗୁଡ଼ିକୁ ନେଇଥିଲେ।

ଯିହୁଦାରେ ଅମ‌ତ୍‌ସିୟ ଶାସନ ଆରମ୍ଭ କରନ୍ତି

14 ଇସ୍ରାଏଲର ରାଜା ଯିହୋୟାହ‌ସଙ୍କ ପୁତ୍ର ଯୋୟାଶଙ୍କର ରାଜତ୍ୱର ଦ୍ୱିତୀୟ ବର୍ଷରେ ଯିହୁଦାର ରାଜା ଯୋୟାଶଙ୍କର ପୁତ୍ର ଅମ‌ତ୍‌ସିୟ ରାଜ୍ୟ କରିବାକୁ ଆରମ୍ଭ କଲେ। ସେ ପଚିଶ୍ ବର୍ଷ ବୟସରେ ରାଜ୍ୟ ଶାସନ ଆରମ୍ଭ କରିଥିଲେ ଓ ସେ ଅଣତିରିଶ୍ ବର୍ଷ ଯିରୁଶାଲମରେ ଶାସନ କଲେ। ତାଙ୍କର ମାତାଙ୍କର ନାମ ଯିହୋୟଦ୍ଦନ୍ ଓ ସେ ସ୍ତ୍ରୀ ଯିରୁଶାଲମ ନିବାସିନୀ ଥିଲେ। ପୁଣି ଅମ‌ତ୍‌ସିୟ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ। ମାତ୍ର ସେ ତାଙ୍କ ପୂର୍ବପୁରୁଷ ଦାଉଦଙ୍କ ପରି ସମ୍ପୂର୍ଣ୍ଣ ଭାବରେ ପରମେଶ୍ୱରଙ୍କ ଅନୁଗାମୀ ହେଲେ ନାହିଁ। ସେ ନିଜର ପିତା ଯୋୟାଶଙ୍କର କୃତ କର୍ମାନୁସାରେ କର୍ମ କଲେ। ସେ ଉଚ୍ଚସ୍ଥଳୀଗୁଡ଼ିକ ଧ୍ୱଂସ କଲେ ନାହିଁ। ଲୋକମାନେ ତଥାପି ସେ ଉଚ୍ଚସ୍ଥାନମାନଙ୍କରେ ବଳିଦାନ କଲେ ଓ ଧୂପ ଜଳାଇଲେ।

ସେତେବେଳେ ଅମ‌ତ୍‌ସିୟଙ୍କର ରାଜ୍ୟ ଉପରେ ଦୃଢ଼ ନିୟନ୍ତ୍ରଣ ଥିଲା। ସେ ତାଙ୍କର ଦାସମାନଙ୍କ ମଧ୍ୟରୁ ଯେଉଁମାନେ ତାଙ୍କ ପିତାଙ୍କର ହତ୍ୟାକାରୀ ଥିଲେ। ସେମାନଙ୍କୁ ବଧ କଲେ। ମାତ୍ର, ସେ ହତ୍ୟାକାରୀମାନଙ୍କ ସନ୍ତାନମାନଙ୍କୁ ବଧ କଲେ ନାହିଁ। କାରଣ ମୋଶାଙ୍କର ବ୍ୟବସ୍ଥା ପୁସ୍ତକରେ ସଦାପ୍ରଭୁଙ୍କ ଏହି ଆଜ୍ଞା ଲିଖିତ ହୋଇଛି ଯେ, “ସନ୍ତାନମାନଙ୍କ ପାପପାଇଁ ପିତାମାତା ଦଣ୍ତିତ ହେବେ ନାହିଁ, କିମ୍ବା ପିତାମାତାଙ୍କ ପାପ ଯୋଗୁଁ ସନ୍ତାନଗଣ ମୃତ୍ୟୁଦଣ୍ତ ପାଇବେ ନାହିଁ। ପ୍ରତ୍ୟେକ ଲୋକ ନିଜ ପାପ ଲାଗି ଦଣ୍ତିତ ହେବେ।”(A)

ଅମ‌ତ୍‌ସିୟ ଲବଣ ଉପତ୍ୟକାରେ 10,000 ଇଦୋମ ଲୋକଙ୍କୁ ବଧ କଲେ ଓ ଯୁଦ୍ଧରେ ସେଲା ନଗର ଅଧିକାର କରି ତାହାର ନାମ “ଯକ୍ତେଲ” ରଖିଲେ। ତାହା ଆଜି ମଧ୍ୟ “ଯକ୍ତେଲ” ନାମରେ ପରିଚିତ।

ଅମ‌ତ୍‌ସିୟଙ୍କ ଯୋୟାଶ୍ ବିରୁଦ୍ଧରେ ଯୁଦ୍ଧ

ଅମ‌ତ୍‌ସିୟ ଯେହୂଙ୍କ ପୌତ୍ର ଓ ଯିହୋୟାହ‌ସଙ୍କ ପୁତ୍ର ଯୋୟାଶଙ୍କ ନିକଟକୁ ସନ୍ଦେଶ ବାହକ ପଠାଇଲେ, ଇସ୍ରାଏଲର ରାଜା କହୁଛନ୍ତି, “ଆସ, ଆମ୍ଭେମାନେ ପରସ୍ପର ସମ୍ମୁଖା ସମ୍ମୁଖୀ ହୋଇ ଯୁଦ୍ଧ କରିବା।”

ଇସ୍ରାଏଲର ରାଜା ଯୋୟାଶ ଯିହୁଦାର ରାଜା ଅମ‌ତ୍‌ସିୟ ନିକଟକୁ ଲୋକ ପଠାଇ କହିଲେ, “ଲିବାନୋ‌ନ୍‌ର କଣ୍ଟକଲତା ଏର‌ସ୍‌ବୃକ୍ଷ ନିକଟକୁ କହି ପଠାଇଲେ, ‘ତୁମ୍ଭ କନ୍ୟାକୁ ଆମ୍ଭ ପୁତ୍ର ସଙ୍ଗେ ବିବାହ କରିଦିଅ।’ ମାତ୍ର ଲିବାନୋ‌ନ୍‌ର ଏକ ବନ୍ୟ ପଶୁ ସେହି ବାଟ ଦେଇ ଯାଉଥିଲା ଓ ସେ କଣ୍ଟକଲତାକୁ ପାଦରେ ଦଳି ଦେଲା। 10 ଏହା ସତ୍ୟ ତୁମ୍ଭେ ଇଦୋମ ଅଧିକାର କରିଛ। ସେଥିପାଇଁ ତୁମ୍ଭେ ଗର୍ବିତ କାରଣ ତୁମ୍ଭେ ଇଦୋମ ଜୟ କରିଛ। ସେହି ଗୌରବ ନେଇ ସନ୍ତୁଷ୍ଟ ହୋଇ ରୁହ। ଆଉ ନିଜ ଉପରେ କ୍ଳେଶ ଆଣ ନାହିଁ। ଯଦି ତୁମ୍ଭେ ଏହା କର, ତୁମ୍ଭେ ଯିହୁଦା ସହିତ ପତନ ହେବ।”

11 ମାତ୍ର ଅମ‌ତ୍‌ସିୟ ଯୋୟାଶଙ୍କ କଥା ଶୁଣିଲେ ନାହିଁ। ତେଣୁ ଯୋୟାଶ ଓ ଅମ‌ତ୍‌ସିୟ ଯିହୁଦାର ବୈ‌‌‌ଥ୍‌‌‌ଶେମଶରେ ପରସ୍ପର ଯୁଦ୍ଧରେ ସମ୍ମୁଖୀନ ହେଲେ। 12 ଇସ୍ରାଏଲ ଯିହୁଦାକୁ ପରାସ୍ତ କଲା ଓ ଯିହୁଦାର ପ୍ରତ୍ୟେକ ଲୋକ ନିଜ ନିଜ ତମ୍ବୁକୁ ପଳାୟନ କଲେ। 13 ଇସ୍ରାଏଲ ରାଜା ଯୋୟାଶର ପୁତ୍ର ଯିହୁଦାର ରାଜା ଓ ଅହସିୟଙ୍କର ପୌତ୍ର ବୈ‌‌‌ଥ୍‌‌‌ଶେମଶକୁ ଅଧିକାର କଲେ। ପ୍ରାୟ 600 ଫୁଟ୍ ଇଫ୍ରୟିମର ଦ୍ୱାରଠାରୁ କୋଣର ଦ୍ୱାର ପର୍ଯ୍ୟନ୍ତ ନଗର ପାଚେରୀ ଯୋୟାଶୟ ଭାଙ୍ଗି ଦେଇଥିଲେ। 14 ପୁଣି ସଦାପ୍ରଭୁଙ୍କ ମନ୍ଦିରରେ ଓ ରାଜଗୃହର ଭଣ୍ତାରରେ ଥିବା ସମସ୍ତ ସୁବର୍ଣ୍ଣ, ରୌପ୍ୟ ଓ ପାତ୍ର ନେଇ ବନ୍ଦୀମାନଙ୍କୁ ମଧ୍ୟ ସଙ୍ଗରେ ନେଇ ଶମରିୟାକୁ ଫେରି ଗଲେ।

15 ପୁଣି ଯୋୟାଶଙ୍କର ଅବଶିଷ୍ଟ ବୃତ୍ତାନ୍ତ, ତାଙ୍କର ସମସ୍ତ କ୍ରିୟା ଓ ପରାକ୍ରମ ଏବଂ ସେ ଯିହୁଦା ରାଜା ଅମ‌ତ୍‌ସିୟଙ୍କ ସଙ୍ଗେ କି ପ୍ରକାର ଯୁଦ୍ଧ କଲେ ସେ ସବୁ ଇସ୍ରାଏଲ ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। 16 ଯୋୟାଶଙ୍କର ମୃତ୍ୟୁ ହେଲା ଓ ସେ ନିଜର ପୂର୍ବପୁରୁଷଗଣଙ୍କ ସହିତ ଶମରିୟାରେ ଇସ୍ରାଏଲ ରାଜାମାନଙ୍କ ସଙ୍ଗେ କବର ନେଲେ। ତାଙ୍କ ଅନ୍ତେ ତାଙ୍କ ପୁତ୍ର ଯାରବିୟାମ ନୂତନ ରାଜା ରୂପେ ପରିଚିତ ହେଲେ।

ଅମ‌ତ୍‌ସିୟଙ୍କ ମୃତ୍ୟୁ

17 ଇସ୍ରାଏଲ ରାଜା ଯିହୋୟାହସଙ୍କର ପୁତ୍ର ଯୋୟାଶଙ୍କର ମୃତ୍ୟୁ ପରେ ଯିହୁଦାର ରାଜା ଯୋୟାଶଙ୍କର ପୁତ୍ର ଅମ‌ତ୍‌ସିୟ ପନ୍ଦର ବର୍ଷ ବଞ୍ଚିଲେ। 18 ଅମ‌ତ୍‌ସିୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ଯ୍ୟ ଓ ପରାକ୍ରମ, ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। 19 ଅନନ୍ତର ଯିରୁଶାଲମରେ ଲୋକମାନେ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ। ତେଣୁ ସେ ଲାଖୀ‌ଶ୍‌କୁ ପଳାଇଲେ। ମାତ୍ର ସେମାନେ ଲାଖୀ‌ଶ୍‌କୁ ଲୋକ ପଠାଇ ତାଙ୍କୁ ବଧ କଲେ। 20 ପୁଣି ସେମାନେ ତାଙ୍କର ମୃତ ଶବକୁ ଅଶ୍ୱପୃଷ୍ଠରେ ଆଣି ତାଙ୍କ ପୂର୍ବପୁରୁଷଗଣଙ୍କ ସହିତ ଯିରୁଶାଲମର ଦାଉଦ ନଗରରେ କବର ଦେଲେ।

ଅସରିୟ ଯିହୁଦାରେ ରାଜ୍ୟ ଶାସନ କରନ୍ତି

21 ଅନନ୍ତର ଯିହୁଦାର ସମସ୍ତ ଲୋକ ଅମ‌ତ୍‌ସିୟଙ୍କର ଷୋହଳ ବର୍ଷର ପୁତ୍ର ଅସରିୟଙ୍କୁ ତାଙ୍କ ପିତାଙ୍କ ପଦରେ ରାଜା କଲେ। 22 ଅମ‌ତ୍‌ସିୟ ନିଜ ପୂର୍ବପୁରୁଷଗଣଙ୍କ ସହିତ କବର ନେଲେ। ତତ୍ପରେ ଅସରିୟ ଏଲତ୍ ନଗରକୁ ଦୃଢ଼ କରି ତାହା ପୁନର୍ବାର ଯିହୁଦାର ଅଧୀନକୁ ଆଣିଲେ।

ଯାରବିୟାମ ଇସ୍ରାଏଲରେ ରାଜ୍ୟ ଶାସନ କଲେ

23 ଯିହୁଦାର ରାଜା ଯୋୟାଶଙ୍କର ପୁତ୍ର ରାଜା ଅମ‌ତ୍‌ସିୟଙ୍କ ରାଜତ୍ୱର ପନ୍ଦର ବର୍ଷରେ ଇସ୍ରାଏଲର ରାଜା ଯୋୟାଶଙ୍କର ପୁତ୍ର ଯାରବିୟାମ ଶମରିୟାରେ ରାଜ୍ୟ ଶାସନ ଆରମ୍ଭ କଲେ ଓ ସେ ଏକଗ୍ଭଳିଶ ବର୍ଷ ରାଜତ୍ୱ କଲେ। 24 ସଦାପ୍ରଭୁଙ୍କ ଦୃଷ୍ଟିରେ ଏପରି କର୍ମ କରିଗଲେ ଯାହା ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ ଥିଲା। ନବାଟଙ୍କ ପୁତ୍ର ଯାରବିୟାମ ଯେଉଁ ପାପ ନିଜେ କରିଥିଲେ, ତାହା ଇସ୍ରାଏଲୀୟମାନଙ୍କୁ ମଧ୍ୟ କରାଇଲେ। ସେ ସେଥିରୁ ବିରତ ହେଲେ ନାହିଁ। 25 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ବାକ୍ୟ ଅନୁସାରେ ଅମିତ୍ତୟଙ୍କ ପୁତ୍ର ଗା‌ଥ୍‌ହେଫର ନିବାସୀ ଆପଣା ସେବକ ଯୂନସ ଭବିଷ୍ୟ‌ଦ୍‌ବକ୍ତାଙ୍କ ହସ୍ତରେ ଯାହା କହିଥିଲେ, ତାଙ୍କର ସେହି ବାକ୍ୟାନୁସାରେ ସେ ହମାତର ପ୍ରବେଶ ସ୍ଥାନଠାରୁ ଅରାବା ସାଗର ପର୍ଯ୍ୟନ୍ତ ଇସ୍ରାଏଲର ସୀମା ପୁନର୍ବାର ଯାରବିୟାମ ଦଖଳ କଲେ। 26 କାରଣ ସଦାପ୍ରଭୁ ଇସ୍ରାଏଲୀୟମାନଙ୍କର ଦୟନୀୟ ଯନ୍ତ୍ରଣା ଦେଖିଲେ, ଯେଉଁମାନେ ଦୋଷି ଓ ମୁକ୍ତ ଥିଲେ। କାରଣ ଇସ୍ରାଏଲକୁ ସାହାଯ୍ୟ କରିବାକୁ କେହି ନ ଥିଲେ। 27 ମାତ୍ର ସଦାପ୍ରଭୁ କହିଲେ ନାହିଁ ଯେ, ସେ ପୃଥିବୀରୁ ଇସ୍ରାଏଲର ନାମ ନିଶ୍ଚିହ୍ନ କରିବେ। ତେଣୁ ସେ ଯୋୟାଶଙ୍କ ପୁତ୍ର ଯାରବିୟାମଙ୍କ ଦ୍ୱାରା ସେମାନଙ୍କୁ ଉଦ୍ଧାର କଲେ।

28 ଯାରବିୟାମଙ୍କର ଅବଶିଷ୍ଟ ବୃତ୍ତାନ୍ତ, ତାଙ୍କର ସମସ୍ତ କ୍ରିୟା, ସମସ୍ତ ପରାକ୍ରମ, ସେ କି ପ୍ରକାର ଯୁଦ୍ଧ କଲେ ଓ ଇସ୍ରାଏଲ ପାଇଁ ସେ କିପରି ଯିହୁଦାର ପୂର୍ବାଧିକୃତ ଦମ୍ମେଶକ ଓ ହମାତ ପୁନର୍ବାର ଅଧିକାର କଲେ, ସେ ସବୁ ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। 29 ଅନନ୍ତର ଯାରବିୟାମଙ୍କ ମୃତ୍ୟୁ ହେଲା ଓ ସେ ଇସ୍ରାଏଲର ରାଜାମାନଙ୍କ ସହିତ କବର ନେଲେ। ତାଙ୍କ ପଦରେ ତାଙ୍କ ପୁତ୍ର ଜିଖରିୟ ଇସ୍ରାଏଲର ରାଜା ହେଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center