Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ରାଜାବଳୀର ଦ୍ୱିତୀୟ ପୁସ୍ତକ 9-11

ଇଲୀଶାୟ ଯେହୂଙ୍କୁ ଅଭିଷିକ୍ତ କରିବାକୁ ଜଣେ ଯୁବ ଭବିଷ୍ୟ‌ଦ୍‌ବକ୍ତାଙ୍କୁ କହିଲେ

ଇଲୀଶାୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ସନ୍ତାନଗଣଙ୍କ ମଧ୍ୟରୁ ଜଣକୁ ଡାକି କହିଲେ, “ତୁମ୍ଭେ କଟିରେ ବସ୍ତ୍ର ବାନ୍ଧି ଏହି ତୈଳଶିଶି ହାତରେ ଧରି ରାମୋତ୍-ଗିଲିୟଦକୁ ଯାଅ। ତୁମ୍ଭେ ସେଠାରେ ଉପସ୍ଥିତ ହେଲେ, ନି‌ମ୍‌ଶିଙ୍କର ପୌତ୍ର, ଯିହୋଶାଫଟଙ୍କ ପୁତ୍ର ଯେହୂଙ୍କର ଅନ୍ୱେଷଣ କର। ତା'ପରେ କୋଠରୀ ଭିତରକୁ ଯାଇ ତାଙ୍କର ଭାଇମାନଙ୍କ ମଧ୍ୟରୁ ତାଙ୍କୁ ଉଠାଇ ଏକ ଭିତର କୋଠରୀକୁ ନେଇଯାଅ। ଏହି ଛୋଟ ତୈଳ ଶିଶି ନେଇ ତାଙ୍କ ମସ୍ତକରେ ତୈଳ ଢାଳି କୁହ, ‘ସଦାପ୍ରଭୁ ଏହା କହିଛନ୍ତି; ଆମ୍ଭେ ତୁମ୍ଭକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ।’ ତା'ପରେ ତୁମ୍ଭେ ଦ୍ୱାର ଫିଟାଇ ଦୌଡ଼ି ଯାଅ, ଆଉ ବିଳମ୍ବ କର ନାହିଁ।”

ତେଣୁ ସେହି ଯୁବକ, ଭବିଷ୍ୟ‌ଦ୍‌ବକ୍ତା ରାମୋତ୍-ଗିଲିୟଦକୁ ଗଲେ। ସେହି ଯୁବା ଉପସ୍ଥିତ ହୋଇ ସେନାପତିମାନେ ବସିଥିବାର ଦେଖିଲେ। ତହୁଁ ଯୁବକ କହିଲେ, “ହେ ସେନାପତି, ମୁଁ ତୁମ୍ଭ ପାଇଁ ଏକ ବାର୍ତ୍ତା ଆଣିଛି।”

ତହୁଁ ଯେହୂ କହିଲେ, “ଆମ୍ଭ ସମସ୍ତଙ୍କ ମଧ୍ୟରୁ ତୁମ୍ଭର କାହାଠାରେ କାମ ଅଛି?”

ତହିଁରେ ଯୁବକ ଜଣକ କହିଲେ, “ହେ ସେନାପତି, ମୋର ପାଖରେ ତୁମ୍ଭ ପାଇଁ ଏକ ବାର୍ତ୍ତା ଅଛି।”

ଏଥିରେ ଯେହୂ ଉଠି ଘର ଭିତରକୁ ଗଲେ। ତା'ପରେ ଯୁବ ଭବିଷ୍ୟ‌ଦ୍‌ବକ୍ତା ଯେହୂଙ୍କ ମସ୍ତକରେ ସେହି ତୈଳ ଢାଳି କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କୁହନ୍ତି, ‘ଆମ୍ଭେ ତୁମ୍ଭକୁ ସଦାପ୍ରଭୁଙ୍କ ଲୋକ ଅର୍ଥାତ୍ ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ। ତେଣୁ ତୁମ୍ଭେ ନିଶ୍ଚୟ ଆହାବର ବଂଶକୁ ବିନାଶ କରିବ। ଏହିରୂପେ ଆମ୍ଭେ ଆମ୍ଭର ସେବକ ଭବିଷ୍ୟ‌ଦ୍‌ବକ୍ତାଗଣଙ୍କର ମୃତ୍ୟୁ ଓ ସଦାପ୍ରଭୁଙ୍କ ଦାସ ସମୂହର ମୃତ୍ୟୁ ପାଇଁ ଈଷେବଲ ଉପରେ ପ୍ରତିଶୋଧ ନେବୁ। ତେଣୁ ଆହାବ ବଂଶର ସମସ୍ତେ ବିନଷ୍ଟ ହେବେ, ଏପରିକି ଆହବ ବଂଶର ସମସ୍ତ ପୁଂସନ୍ତାନକୁ ବଦ୍ଧ ହେଉ କି ମୁକ୍ତ ହେଉ ଇସ୍ରାଏଲରେ ବିନାଶ ହେବେ, କେହି ପଳାୟନ କରି ପାରିବେ ନାହିଁ। ଆଉ ମଧ୍ୟ ଆମ୍ଭେ ଆହାବର ବଂଶକୁ ନବାଟର ପୁତ୍ର ଯାରବିୟାମର ବଂଶ ତୁଲ୍ୟ ଓ ଅହିୟର ପୁତ୍ର ବାଶାର ବଂଶ ତୁଲ୍ୟ କରିବା। 10 କୁକୁରମାନେ ଇଷେବଲର ଶରୀରକୁ ଯିଷ୍ରିୟେଲ ଭୂମିରେ ଖାଇବେ ପୁଣି ସେ କବର ପ୍ରାପ୍ତ ହେବ ନାହିଁ।’”

ତା'ପରେ ସେହି ଯୁବା ଭବିଷ୍ୟ‌ଦ୍‌ବକ୍ତା ଦ୍ୱାର ଫିଟାଇ ଦୌଡ଼ି ପଳାଇଲେ।

ଦାସମାନେ ଯେହୂଙ୍କୁ ରାଜା ରୂପେ ଘୋଷଣା କରନ୍ତି

11 ଅନନ୍ତର ଯେହୂ ଯେତେବେଳେ ତାଙ୍କର ପ୍ରଭୁର ରାଜା ଅଧିକାରୀମାନଙ୍କ ନିକଟକୁ ଫେରିଲେ। ସେମାନଙ୍କ ମଧ୍ୟରୁ ଜଣେ ଯେହୂଙ୍କୁ ପଗ୍ଭରିଲେ, “ସବୁ ମଙ୍ଗଳ ତ? ସେହି ପାଗଳ ଲୋକ କାହିଁକି ତୁମ୍ଭକୁ ମିଶିବାକୁ ଆସିଲା?”

ଯେହୂ ସେବକକୁ କହିଲେ, “ସେ ଲୋକକୁ ଓ ତା'ର ବାତୁଳ ସବୁ ତୁମ୍ଭେ ଜାଣ, ସେ କହନ୍ତି।”

12 ମାତ୍ର ଉଚ୍ଚ ଅଧିକାରୀମାନେ ଉତ୍ତର କଲେ, “ନା! ଆମ୍ଭମାନଙ୍କୁ ସତ୍ୟକଥା କୁହ, ସେ ଲୋକ ତୁମ୍ଭଙ୍କୁ କ’ଣ କହିଲା?” ଯେହୂ ସେହି ଦାସମାନଙ୍କୁ ଯୁବା ଭବିଷ୍ୟ‌ଦ୍‌ବକ୍ତା ଯାହା ଯାହା କହିଥିଲେ ତାହା ସବୁ କହିଲା। ଯେହୂ କହିଲା, “ସଦାପ୍ରଭୁ କୁହନ୍ତି, ‘ଆମ୍ଭେ ତୁମ୍ଭକୁ ଇସ୍ରାଏଲ ଉପରେ ନୂଆ ରାଜା ଭାବେ ଅଭିଷିକ୍ତ କଲୁ।’”

13 ତା'ପରେ ସମସ୍ତ ଉଚ୍ଚ ଅଧିକାରୀମାନେ ଶୀଘ୍ର ଆପଣା ଆପଣା ବସ୍ତ୍ର ନେଇ ସୋପାନ ଉପରେ ଯେହୂଙ୍କ ସମ୍ମୁଖରେ ରଖିଲେ। ତା'ପରେ ସେମାନେ ତୂରୀ ବଜାଇ ଘୋଷଣା କଲେ, “ଯେହୂ ରାଜା ହେଲେ।”

ଯେହୂ ଯିଷ୍ରିୟେଲକୁ ଗଲେ

14 ଅନନ୍ତର ନି‌ମ୍‌ଶିଙ୍କର ପୌତ୍ର, ଯିହୋଶାଫ‌ଟଙ୍କ ପୁତ୍ର ଯେହୂ ଯୋରାମଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ।

ସେ ସମୟରେ ଯୋରାମ ଓ ସମସ୍ତ ଇସ୍ରାଏଲୀୟ ଅରାମର ରାଜା ହସାୟେଲଠାରୁ ରାମୋତ୍-ଗିଲିୟଦକୁ ରକ୍ଷା କରିବାକୁ ଚେଷ୍ଟା କଲେ। 15 ରାଜା ଯୋରାମ ଅରାମର ରାଜା ହସାୟେଲଙ୍କ ବିରୁଦ୍ଧରେ ଯୁଦ୍ଧ କଲାବେଳେ ଅରାମୀୟମାନେ ତାଙ୍କୁ କ୍ଷତ ବିକ୍ଷତ କରିଦେଲେ। ସେ ସେହି କ୍ଷତରୁ ସୁସ୍ଥ ହେବା ପାଇଁ ଯିଷ୍ରିୟେଲକୁ ଗଲେ।

ତେଣୁ ଯେହୂ ଦାସମାନଙ୍କୁ କହିଲେ, “ଯଦି ମୁଁ ରାଜା ବୋଲି ତୁମ୍ଭେମାନେ ଏକମତ ତେବେ କାହାରିକୁ ଯିଷ୍ରିୟେଲରେ ଜଣାଇବା ପାଇଁ ନଗର ବାହାରକୁ ଛାଡ଼ିଦିଅ ନାହିଁ।”

16 ଯୋରାମ ଯିଷ୍ରିୟେଲରେ ବିଶ୍ରାମ ନେଉଥିଲେ। ତେଣୁ ଯେହୂ ଆପଣା ରଥରେ ଚଢ଼ି ଯିଷ୍ରିୟେଲ ଯାତ୍ରା କଲେ। ଯିହୁଦାର ରାଜା ଅହସିୟ ମଧ୍ୟ ଯୋରାମକୁ ଦେଖିବାକୁ ଯିଷ୍ରିୟେଲ ଆସିଥିଲେ।

17 ଜଣେ ବିଶ୍ୱାସ ଯୋଗ୍ୟ ପ୍ରହରୀ ଯିଷ୍ରିୟେଲର ଦୁର୍ଗ ଉପରେ ଛିଡ଼ା ହୋଇ ଦେଖିଲା, ଯେହୂର ବଡ଼ ଦଳ ଆସୁଅଛନ୍ତି। ସେ ଯୋରାମ ନିକଟକୁ ଯାଇ କହିଲେ, “ମୁଁ ଏକ ବଡ଼ ଦଳ ଲୋକ ଆସିବାର ଦେଖୁଛି।”

ଯୋରାମ ତାଙ୍କୁ କହିଲେ, “ଜଣେ ଅଶ୍ୱାରୋହୀକୁ ପଠାଅ ସେ ସେମାନଙ୍କୁ ସାକ୍ଷାତ କରୁ ଓ ସେମାନଙ୍କୁ ପଗ୍ଭରୁ, ଯଦି ତାଙ୍କର ପରିଭ୍ରମଣ ଶାନ୍ତିରେ ତ?”

18 ତେଣୁ ଦୂତ ଅଶ୍ୱ ପୃଷ୍ଠରେ ଯାଇ ଯେହୂଙ୍କୁ ସାକ୍ଷାତ କରି ପଗ୍ଭରିଲେ, “ରାଜା ଯୋରାମ ଜାଣିବାକୁ ଗ୍ଭହାନ୍ତି, ‘ତୁମ୍ଭେ ଶାନ୍ତି ଉଦ୍ଦେଶ୍ୟରେ ଆସିଛ ତ?’”

ତେଣୁ ଯେହୂ କହିଲେ, “ତୁମ୍ଭର କୁଶଳରେ କିଛି ଯାଏ ଆସେ ନାହିଁ। ଆମ୍ଭ ପଛେ ପଛେ ଆସ।”

ପ୍ରହରୀ ଜଣକ ଯୋରାମକୁ କହିଲେ, “ଦୂତ ସେ ଦଳଙ୍କ ନିକଟକୁ ଯାଇ ଏପର୍ଯ୍ୟନ୍ତ ଫେରିଲା ନାହିଁ।”

19 ତା'ପରେ ଯୋରାମ ଦ୍ୱିତୀୟ ଦୂତକୁ ଅଶ୍ୱ ପୃଷ୍ଠରେ ପଠାଇଲେ। ଦୂତ ସେମାନଙ୍କୁ ଭେଟିଲେ ଏବଂ କହିଲେ, “ରାଜା ପଗ୍ଭରୁଛନ୍ତି, ‘କୁଶଳ କି?’”

ଯେହୂ କହିଲେ, “କୁଶଳରେ ତୁମ୍ଭର ଯାଏ ଆସେ ନାହିଁ, ତୁମ୍ଭେ ଆମ୍ଭ ପଛେ ପଛେ ଆସ।”

20 ପ୍ରହରୀ ଯୋରାମଙ୍କୁ କହିଲା, “ଦ୍ୱିତୀୟ ଦୂତ ସେହି ଦଳ ନିକଟକୁ ଗଲେ କିନ୍ତୁ ଏପର୍ଯ୍ୟନ୍ତ ଫେରିଲେ ନାହିଁ। କିନ୍ତୁ ମୁଁ ଦେଖେ ଜଣେ ଲୋକ ଯେହୂ ପରି ନି‌ମ୍‌ଶିର ନାତି ଗୋଟିଏ ରଥରେ ଦୂତଗୁଡ଼ିକୁ ଚଲାଉଛନ୍ତି। ସେ ପାଗଳ ମନୁଷ୍ୟ ପରି ଅତି ପ୍ରଚଣ୍ତ ବେଗରେ ରଥ ଚଲାଉଛନ୍ତି।”

21 ଏଥିରେ ଯୋରାମ କହିଲେ, “ମୋର ରଥ ପ୍ରସ୍ତୁତ କର।”

ତେଣୁ ତାଙ୍କର ଦାସମାନେ ରଥ ପ୍ରସ୍ତୁତ କଲେ। ଉଭୟେ ଇସ୍ରାଏଲର ରାଜା ଯୋରାମ ଓ ଯିହୁଦାର ରାଜା ଅହସିୟ ଆପଣା ଆପଣା ରଥରେ ବସି ଯେହୂଙ୍କୁ ସାକ୍ଷାତ କରିବାକୁ ଗଲେ। ସେମାନେ ତାଙ୍କୁ ଯିଷ୍ରିୟେଲୀୟ ନାବୋତ ଭୂମିରେ ଭେଟିଲେ।

22 ଯୋରାମ ଯେହୂଙ୍କୁ ଦେଖି ପଗ୍ଭରିଲେ, “ହେ ଯେହୂ, ତୁମ୍ଭେ ଶାନ୍ତିର ସହିତ ଆସିଛ ତ?”

ଯେହୂ ଉତ୍ତର କଲେ, “ଯେପର୍ଯ୍ୟନ୍ତ ତୁମ୍ଭ ମାତା ଇଷେବଲ୍ ନାନା ବ୍ୟଭିଗ୍ଭର ଓ ମାୟାବତୀ କାର୍ଯ୍ୟରେ ସଂପୃକ୍ତ ଅଛନ୍ତି, କି ଶାନ୍ତ ଏଠାରେ ଅଛି?”

23 ଏଥିରେ ଯୋରାମ ଆପଣା ରଥ ବୁଲାଇ ପଳାୟନ କଲେ। ଯୋରାମ ଅହସିୟଙ୍କୁ କହିଲେ, “ହେ ଅହସିୟ, ଶଠତା ହେଲା।”

24 ମାତ୍ର ଯେହୂ ଆପଣା ସମସ୍ତ ଶକ୍ତି ଖଟାଇ ତୀର ନିକ୍ଷେପ କଲେ ଓ ଏହା ଯୋରାମଙ୍କ ପୃଷ୍ଠ ଦେଶରେ ବିଦ୍ଧ କଲା। ତୀରଟି ପୃଷ୍ଠ ଦେଶରୁ ହୃଦୟକୁ ବିଦ୍ଧ କରି ବାହାରିଗଲା। ତହିଁରେ ଯୋରାମ ରଥ ଉପରେ ନଇଁ ପଡ଼ିଗଲେ।

25 ଯେହୂ ତାଙ୍କର ସାରଥି ବି‌ଦ୍‌କରକୁ କହିଲେ, “ତାକୁ ଉଠାଇ ନେଇ ଯିଷ୍ରିୟେଲୀୟ ନାବୋତ କ୍ଷେତ୍ର ଭୂମିରେ ପକାଇ ଦିଅ। କାରଣ ଆରୋହଣ କରି ଏକତ୍ର ତାହାର ପିତା ଆହାବର ପଶ୍ଚା‌ତ୍‌ଗମନ କରିବା ବେଳେ, ସଦାପ୍ରଭୁ କି ପ୍ରକାରେ ମୁଁ ଓ ତୁମ୍ଭେ ତାହା ଉପରେ ଏହି ଭାରକ୍ତି ଥୋଇଥିଲେ ତାହା ସ୍ମରଣ କର। 26 ସଦାପ୍ରଭୁ କହିଥିଲେ, ‘ଆମ୍ଭେ ଗତକାଲି ନାବୋତର ରକ୍ତ ଓ ତା'ର ପୁତ୍ରମାନଙ୍କ ରକ୍ତ ଦେଖିଲୁ। ତେଣୁ ମୁଁ ଆହାବକୁ ଏହି ଭୂମିରେ ପ୍ରତିଫଳ ଦେବି।’ ସଦାପ୍ରଭୁ ଏହା କହିଥିଲେ। ତେଣୁ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଯୋରାମଙ୍କୁ ନେଇ ସେହି କ୍ଷେତ୍ର ଭୁମିରେ ପକାଅ।”

27 ଯିହୁଦାର ରାଜା ଅହସିୟ ଏହା ଦେଖି ପଳାୟନ କଲେ। ସେ ଉଦ୍ୟାନ ଗୃହ ଦେଇ ପଳାୟନ କରୁଥିବା ବେଳେ ଯେହୂ ତାଙ୍କ ପଛେ ପଛେ ଯାଇ କହିଲେ, “ଅହସିୟଙ୍କୁ ମଧ୍ୟ ସେହି ରଥରେ ଆଘାତ କର।”

ତେଣୁ ସେମାନେ ଯିବଲିୟମ ନିକଟସ୍ଥ ଗୂର ନାମକ ଉଠାଣି ନିକଟରେ ତାଙ୍କୁ ଆଘାତ କଲେ ଓ ସେ ମଗିଦ୍ଦୋକୁ ପଳାଇ ସେଠାରେ ମୃତ୍ୟୁବରଣ କଲେ। 28 ଅହସିୟଙ୍କ ଦାସମାନେ ତାଙ୍କ ମୃତ ଶରୀରକୁ ରଥରେ ଯିରୁଶାଲମକୁ ନେଇଗଲେ ଓ ଦାଉଦ ନଗରରେ ତାଙ୍କର ପୂର୍ବପୁରୁଷ ଲୋକଙ୍କ ସହିତ ତାଙ୍କ କବରରେ ତାଙ୍କୁ କବର ଦେଲେ।

29 ଆହାବଙ୍କ ପୁତ୍ର ଯୋରାମଙ୍କର ରାଜତ୍ୱର ଏକାଦଶ ବର୍ଷରେ ଅହସିୟ ଯିହୁଦା ଉପରେ ରାଜ୍ୟ କରିବାକୁ ଆରମ୍ଭ କରିଥିଲେ।

ଇଷେବଲଙ୍କ ଦୁଃଖଦାୟକ ମୃତ୍ୟୁ

30 ତା'ପରେ ଯେହୂ ଯିଷ୍ରିୟେଲର ପଥରେ ଗଲେ। ଇଷେବେଲ ଏବିଷୟରେ ଜାଣିବାକୁ ପାଇଲେ। ତେଣୁ ସେ ନିଜକୁ ସଜାଇ ଓ ଆପଣା କେଶ ବିନ୍ୟାସ କରି ଝରକା ନିକଟରେ ଛିଡ଼ା ହୋଇ ବାହାରକୁ ଗ୍ଭହିଁଲେ। 31 ଯେତେବେଳେ ଯେହୂ ନଗର ଫାଟକରେ ପ୍ରବେଶ କଲେ, ଇଷେବଲ କହିଲେ, “ହେ ଆପଣା ମହାଶୟର ହତ୍ୟାକାରୀ ସିମ୍ରି[a] ତୁମ୍ଭେ ଶାନ୍ତିରେ ଅଛ କି?”

32 ଯେହୂ ଝରକା ଆଡ଼େ ମୁଖ ଉଠାଇ କହିଲେ, “କିଏ ମୋ’ ପକ୍ଷରେ ଅଛି?”

ଦୁଇ ତିନି ଜଣ ନପୁଂସକ ଯେହୂଙ୍କ ଆଡ଼େ ଗ୍ଭହିଁଲେ। 33 ଯେହୂ ସେମାନଙ୍କୁ କହିଲେ, “ଇଷେବଲକୁ ତଳକୁ ପକାଇ ଦିଅ।”

ତା'ପରେ ସେହି ନପୁଂସକମାନେ ଇଷେବଲକୁ ତଳକୁ ପକାଇ ଦେଲେ। କିଛି ରକ୍ତ ପ୍ରାଚୀର ଉପରେ ଓ କିଛି ଅଶ୍ୱ ଉପରେ ପଡ଼ିଲା। ଅଶ୍ୱଗୁଡ଼ିକ ଇଷେବଲଙ୍କୁ ଦଳି ଦେଲେ। 34 ଯେହୂ ଭିତରକୁ ଯାଇ ଭୋଜନ ପାନ କଲେ। ତା'ପରେ ସେ କହିଲେ, “ବର୍ତ୍ତମାନ ଏହି ଅଭିଶପ୍ତା ନାରୀ କଥା ବୁଝ ଓ ତାକୁ କବର ଦିଅ, କାରଣ ସେ ରାଜକନ୍ୟା।”

35 ଲୋକମାନେ ଇଷେବଲକୁ କବର ଦେବାକୁ ଗଲେ। ମାତ୍ର ସେମାନେ ତା'ର ମୁଣ୍ତର ଖପୁରି, ପାଦ ଓ ହାତର ପାପୁଲି ଛଡ଼ା କିଛି ପାଇଲେ ନାହିଁ। 36 ତେଣୁ ସେମାନେ ଯେହୂ ନିକଟକୁ ଫେରି ଆସି ସବୁକଥା କହିଲେ। ଯେହୂ କହିଲେ, “ସଦାପ୍ରଭୁ ଆପଣା ଦାସ ତି‌‌‌‌ଶ୍‌ବୀୟକୁ ଏଲିୟ ଏହି ବାର୍ତ୍ତା ଦେଇଥିଲେ। ଏଲିୟ କହିଥିଲେ, ‘କୁକୁରମାନେ ଯିଷ୍ରିୟେଲୀୟ ଭୂମିରେ ଇଷେବଲର ଶରୀରକୁ ଗ୍ଭଟି ଖାଇବେ। 37 ପୁଣି ଇଷେବଲଙ୍କ ଶରୀର ଯିଷ୍ରିୟେଲୀୟ ଭୂମି ଉପରେ ଖତ ପରି ହେବ। ତହିଁରେ କେହି ଏହି ଶରୀରକୁ ଜାଣି ପାରିବେ ନାହିଁ ଏବଂ କହି ପାରିବେ ନାହିଁ ଯେ, ଏହା ଇଷେବଲ।’”

ଯେହୂ ଶମରିୟାର ପ୍ରାଚୀନବର୍ଗଙ୍କୁ ଲେଖନ୍ତି

10 ଆହାବଙ୍କର ସତୁରି ପୁତ୍ର ଶମରିୟାରେ ଥିଲେ। ଯେହୂ ଶମରିୟାରେ ଯିଷ୍ରିୟେଲର ଅଧ୍ୟକ୍ଷ ଅର୍ଥାତ ପ୍ରାଚୀନବର୍ଗମାନଙ୍କୁ ଓ ଆହାବଙ୍କ ପୁତ୍ରମାନଙ୍କ ପ୍ରତିପାଳକମାନଙ୍କ ନିକଟକୁ ଏହିପରି ପତ୍ରମାନ ଲେଖି ପଠାଇଲେ। ଯଥା: 2-3 “ଏହି ଚିଠି ପାଇବା ମାତ୍ରେ, ତୁମ୍ଭେମାନେ ତୁମ୍ଭ ପିତାଙ୍କର ପୁତ୍ରମାନଙ୍କ ମଧ୍ୟରୁ ଅତି ଉତ୍ତମ ଓ ଯୋଗ୍ୟତମ ସନ୍ତାନଟିକୁ ବାଛ। ତୁମ୍ଭମାନଙ୍କର ରଥମାନ ଅଛି, ଅଶ୍ୱମାନ ଅଛି ଓ ତୁମ୍ଭେମାନେ ଏକ ସୁଦୃଢ଼ ନଗରରେ ବାସ କରୁଛ, ଆଉ ମଧ୍ୟ ତୁମ୍ଭମାନଙ୍କର ଅସ୍ତ୍ର ଶସ୍ତ୍ର ଅଛି। ତେଣୁ ସେହି ଯୋଗ୍ୟତମ ସନ୍ତାନକୁ ତୁମ୍ଭ ପିତାର ସିଂହାସନ ପାଇଁ ବାଛ ଓ ତୁମ୍ଭେମାନେ ଆପଣା ପ୍ରଭୁର ପରିବାର ପାଇଁ ଯୁଦ୍ଧ କର।”

ମାତ୍ର ଯିଷ୍ରିୟେଲର ଅଧ୍ୟକ୍ଷ ଓ ପ୍ରାଚୀନବର୍ଗଗଣ ଭୟଭୀତ ହୋଇ ପଡ଼ିଲେ। ସେମାନେ କହିଲେ, “ଯେତେବେଳେ ସେ ଦୁଇ ରାଜା ଯେହୂଙ୍କୁ ବନ୍ଦ କରି ପାରିଲେ ନାହିଁ। ଆମ୍ଭେ କିପରି ତାଙ୍କୁ ବନ୍ଦ କରିବା?”

ତେଣୁ ଗୃହାଧ୍ୟକ୍ଷ, ନଗର ରାଜ୍ୟପାଳ, ପ୍ରାଚୀନଗଣ, ଆହାବଙ୍କ ପୁତ୍ରମାନଙ୍କ ପ୍ରତିପାଳକମାନେ ଯେହୂଙ୍କ ନିକଟକୁ ଏହିକଥା କହି ପଠାଇଲେ, “ଆମ୍ଭେମାନେ ଆପଣଙ୍କର ଦାସ, ଆପଣ ଆମ୍ଭମାନଙ୍କୁ ଯାହା ଆଜ୍ଞା କରିବେ ଆମ୍ଭେମାନେ ତାହା ସବୁ ପାଳନ କରିବୁ, ଆମ୍ଭେମାନେ କୌଣସି ଲୋକକୁ ରାଜା କରିବୁ ନାହିଁ, ଯାହା ଆପଣଙ୍କ ଦୃଷ୍ଟିରରେ ଭଲ ତାହା ଆପଣ କରନ୍ତୁ।”

ଶମରିୟାରେ ପ୍ରାଚୀନଗଣ ଆହାବଙ୍କ ସନ୍ତାନମାନଙ୍କୁ ହତ୍ୟା କରନ୍ତି।

ତା'ପରେ ଯେହୂ ଦ୍ୱିତୀୟ ଚିଠି ନେତୃବର୍ଗ ଓ ପ୍ରାଚୀନବର୍ଗମାନଙ୍କ ନିକଟକୁ ଏହା କହି ଲେଖିଲେ, “ଯଦି ତୁମ୍ଭେମାନେ ମୋ’ ସପକ୍ଷରେ ଓ ମୋ’ ଆଜ୍ଞା ପାଳନ କରିବ, ତେବେ ଆହାବଙ୍କ ପୁତ୍ରମାନଙ୍କ କଟାମୁଣ୍ତ ଧରି ଆସନ୍ତାକାଲି ଏହି ସମୟରେ ଯିଷ୍ରିୟେଲକୁ ମୋ’ ନିକଟକୁ ଆସ।”

ଆହାବଙ୍କ ସତୁରି ପୁତ୍ର ନଗରର ଅଧିକାରୀ ସହିତ ଥିଲେ, ତାହା ସେମାନଙ୍କୁ ଉଠାଇଲା। ଯେତେବେଳେ ନେତୃବର୍ଗ ଏବଂ ପ୍ରାଚୀନବର୍ଗମାନେ ଏହି ଚିଠି ପାଇଲେ, ସେମାନେ ସେହି ସତୁରି ରାଜାଙ୍କର ପୁତ୍ରମାନଙ୍କୁ ନେଇ ବଧ କଲେ, ସେମାନେ ସେହି କଟାମୁଣ୍ତକୁ ଡାଲାରେ ରଖି ଯିଷ୍ରିୟେଲକୁ ଯେହୂଙ୍କ ନିକଟକୁ ପଠାଇଲେ। ତା'ପରେ ଦୂତ ଆସି ଯେହୂଙ୍କୁ କହିଲା, “ସେମାନେ ରାଜପୁତ୍ରମାନଙ୍କର କଟାମୁଣ୍ତ ଆଣିଛନ୍ତି।”

ତା'ପରେ ଯେହୂ କହିଲେ, “ସେଗୁଡ଼ିକୁ ନଗରର ଦ୍ୱାର ଦେଶରେ ଦୁଇଟି ଗଦାକରି ସକାଳ ପର୍ଯ୍ୟନ୍ତ ରଖ।”

ପ୍ରଭାତରେ ଯେହୂ ବାହାରକୁ ଯାଇ ଲୋକମାନଙ୍କ ସମ୍ମୁଖରେ ଛିଡ଼ା ହୋଇ କହିଲେ, “ତୁମ୍ଭେମାନେ ନିରିହ ଲୋକ, ମୁଁ ଆପଣା ମହାଶୟଙ୍କୁ ଚକ୍ରାନ୍ତ କରି ବଧ କଲି, ମାତ୍ର ଏହି ଆହାବଙ୍କର ପୁତ୍ରମାନଙ୍କୁ କିଏ ବଧ କଲା? ତୁମ୍ଭେମାନେ ସେମାନଙ୍କୁ ବଧ କଲ। 10 ଏବେ ତୁମ୍ଭେମାନେ ଜାଣ ସଦାପ୍ରଭୁ ଯାହା ଆହାବ ବଂଶ ବିଷୟରେ କହିଥିଲେ, ତାହା ନିଶ୍ଚୟ ଘଟିବ। ସଦାପ୍ରଭୁ ତାଙ୍କର ଦାସ ଏଲିୟ ଦ୍ୱାରା ଯାହା କହିଥିଲେ ତାହା ଆଜି ସଫଳ କରାଇଛନ୍ତି।”

11 ତେଣୁ ଯେହୂ ଯିଷ୍ରିୟେଲରେ ବାସ କରୁଥିବା ଆହାବଙ୍କର ବଂଶର ସମସ୍ତ ଲୋକଙ୍କୁ ଅର୍ଥାତ୍ ତାଙ୍କର ପ୍ରଧାନ ଲୋକମାନଙ୍କୁ, ଆତ୍ମୀୟ ବନ୍ଧୁମାନଙ୍କୁ ଓ ଯାଜକମାନଙ୍କୁ ବଧ କଲେ। ଆହାବଙ୍କ ଲୋକ ମଧ୍ୟରୁ କେହି ଜଣେ ହେଲେ ଜୀବିତ ଛଡ଼ାଗଲା ନାହିଁ।

ଯେହୂ ଅହସିୟଙ୍କ ସମ୍ପର୍କୀୟଙ୍କୁ ହତ୍ୟା କରନ୍ତି

12 ଯେହୂ ଯିଷ୍ରିୟେଲ ତ୍ୟାଗ କରି ଶମରିୟାକୁ ଗଲେ। ସେ ପଥ ମଧ୍ୟରେ ମେଷପାଳକମାନଙ୍କ ଛାଉଣି ନିକଟରେ ଅଟକି ଗଲେ। ଯେଉଁଠାରେ ସେମାନେ ସେମାନଙ୍କ ମେଷଠାରୁ ଲୋମ କାଟିଥିଲେ। 13 ଯେହୂ ଯିହୁଦାର ରାଜା ଅହସିୟଙ୍କ ସମ୍ପର୍କୀୟମାନଙ୍କୁ ଦେଖି ପଗ୍ଭରିଲେ, “ତୁମ୍ଭେମାନେ କିଏ?”

ସେମାନେ ଉତ୍ତର ଦେଲେ, “ଆମ୍ଭେମାନେ ଅହସିୟ ରାଜାଙ୍କର ସମ୍ପର୍କୀୟ। ଆମ୍ଭେମାନେ ରାଜାଙ୍କର ସନ୍ତାନମାନଙ୍କର ଓ ରାଣୀଙ୍କର ସନ୍ତାନମାନଙ୍କର ମଙ୍ଗଳ କାମନା କରିବାକୁ ଯାଉଅଛୁ।”

14 ତା'ପରେ ଯେହୂ ତାଙ୍କ ଲୋକମାନଙ୍କୁ ଆଦେଶ ଦେଲେ, “ଏମାନଙ୍କୁ ଜୀବନ୍ତ ଧର।”

ଯେହୂଙ୍କର ଦାସମାନେ ଅହସିୟଙ୍କର ସମ୍ପର୍କୀୟମାନଙ୍କୁ ଜୀବନ୍ତ ଧରିଲେ ଓ ମେଷଛେଦନ ଗୃହର ବର୍ତ୍ତ ନିକଟରେ ସେହି ବୟାଳିଶ୍ ଜଣଙ୍କୁ ବଧ କଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ମଧ୍ୟ ଛାଡ଼ିଲେ ନାହିଁ।

ଯିହୋନାଦବଙ୍କ ସହିତ ଯେହୂଙ୍କ ସାକ୍ଷାତ

15 ଏହା ପରେ ଯେହୂ ସେଠାରୁ ପ୍ରସ୍ଥାନ କଲାବେଳେ ତାଙ୍କୁ ସାକ୍ଷାତ କରିବାକୁ ଆସୁଥିବା ରେଖବର ପୁତ୍ର ଯିହୋନାଦବଙ୍କୁ ଭେଟିଲେ। ସେ ଯିହୋନାଦବଙ୍କୁ ସ୍ୱାଗତ କରି ପଗ୍ଭରିଲେ, “ତୁମ୍ଭେ ମୋର ବିଶ୍ୱସ୍ତ ବନ୍ଧୁ କି, ମୁଁ ଯେପରି ତୁମ୍ଭ ପ୍ରତି ସରଳ ଓ ବିଶ୍ୱସ୍ତ?”

ଯିହୋନାଦବ ଉତ୍ତର ଦେଲେ, “ହଁ, ମୁଁ ତୁମ୍ଭର ଜଣେ ବିଶ୍ୱସ୍ତ ବନ୍ଧୁ।”

ତେଣୁ ଯେହୂ କହିଲେ, “ତେବେ ମୋତେ ତୁମ୍ଭ ହସ୍ତ ଦିଅ।”

ଯେତେବେଳେ ସେ ହସ୍ତ ବଢ଼ାଇଲେ ଯେହୂ ତାଙ୍କୁ ଆପଣା ରଥ ଉପରକୁ ଟାଣି ଆଣିଲେ।

16 ଯେହୂ କହିଲେ, “ମୋ’ ସହିତ ଆସ, ସଦାପ୍ରଭୁଙ୍କ ପ୍ରତି ମୋର କିପରି ଦୃଢ଼ ଆସ୍ଥା ତାହା ଦେଖି ପାରିବ।”

ତେଣୁ ସେ ଯେହୂଙ୍କର ରଥରେ ଆରୋହଣ କଲେ। 17 ଯେହୂ ଶମରିୟାକୁ ଆସି ଆହାବଙ୍କ ଅବଶିଷ୍ଟ ବଂଶଧରଙ୍କୁ ବଧ କଲେ। ସଦାପ୍ରଭୁ ଏଲିୟଙ୍କୁ କହିବାନୁସାରେ ଯେହୂ ସେ ସମସ୍ତଙ୍କୁ ହତ୍ୟା କଲେ।

ଯେହୂ ବାଲ୍ ଉପାସକମାନଙ୍କୁ ଡାକନ୍ତି

18 ପୁଣି ଯେହୂ ସମସ୍ତଙ୍କୁ ଏକତ୍ର କରି ସେମାନଙ୍କୁ ଡାକି କହିଲେ, “ଆହାବ ବା‌ଲ୍‌‌‌ର ଅଳ୍ପ ସେବା କଲା, ମାତ୍ର ଯେହୂ ତା'ର ବହୁତ ସେବା କରିବ। 19 ବର୍ତ୍ତମାନ ବା‌ଲ୍‌‌‌ର ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଙ୍କୁ, ତା'ର ସମସ୍ତ ପୂଜକଙ୍କୁ ଓ ତା'ର ସମସ୍ତ ଯାଜକମାନଙ୍କୁ ମୋ’ ନିକଟକୁ ଡାକ। ଦେଖ ଯେକେହି ଅନୁପସ୍ଥିତ ନ ରହନ୍ତି, କାରଣ ବାଲ୍ ଉଦ୍ଦେଶ୍ୟରେ ମୋର ଏକ ବଡ଼ ବଳିଦାନ କରିବାର ଇଚ୍ଛା ଏବଂ ଆଉ ଯେଉଁ ଲୋକ ଅନୁପସ୍ଥିତ ରହିବ ନିଶ୍ଚୟ ହତ୍ୟା କରାଯିବ।”

ଯେହୂ ସେମାନଙ୍କ ସହିତ ଛଳନା କଲେ, ତାଙ୍କର ପ୍ରକୃତ ଅଭିପ୍ରାୟ ଥିଲା ବା‌ଲ୍‌‌‌ର ସମସ୍ତ ଯାଜକ ଓ ପୂଜକମାନଙ୍କୁ ହତ୍ୟା କରିବା। 20 ପୁଣି ଯେହୂ କହିଲେ, “ବାଲ୍ ଉଦ୍ଦେଶ୍ୟରେ ଏକ ପବିତ୍ର ମହାସଭା ଆୟୋଜନ କର।” ଆଉ ଯାଜକମାନେ ତାହା ଘୋଷଣା କଲେ। 21 ତା'ପରେ ଯେହୂ ଇସ୍ରାଏଲର ସମଗ୍ର ଅଞ୍ଚଳକୁ ବାର୍ତ୍ତା ପଠାଇଲେ। ବା‌ଲ୍‌‌‌ର ସମସ୍ତ ପୂଜକ ଓ ଯାଜକ ଆସିଲେ ଓ କେହି ଜଣେ ହେଲେ ଅନୁପସ୍ଥିତ ରହିଲେ ନାହିଁ। ସମସ୍ତ ବା‌ଲ୍‌‌‌ର ପୂଜକ ବାଲ୍ ମନ୍ଦିରରେ ପହଞ୍ଚିଲେ ଓ ମନ୍ଦିରଟି ଲୋକରେ ପରିପୂର୍ଣ୍ଣ ହେଲା।

22 ଯେହୂ ବସ୍ତ୍ରାଗାରର ଅଧ୍ୟକ୍ଷକୁ ଆଦେଶ ଦେଲେ, “ସମସ୍ତ ବା‌ଲ୍‌‌‌ର ପୂଜକଙ୍କ ପାଇଁ ବସ୍ତ୍ର ବାହାର କରି ଦିଅ।” ତେଣୁ ସେ ବସ୍ତ୍ର ବାହାର କରି ଆଣିଲା।

23 ତା'ପରେ ଯେହୂ ଓ ରେଖବର ପୁତ୍ର ଯିହୋନାଦବ ବାଲ୍ ମନ୍ଦିରକୁ ଗଲେ। ଯେହୂ ବାଲ୍ ମନ୍ଦିରର ଉପାସକମାନଙ୍କୁ କହିଲେ, “ଚତୁର୍ପାର୍ଶ୍ୱକୁ ଦେଖ! ଏଠାରେ ବାଲ୍ ପୂଜାରୀମାନଙ୍କ ଛଡ଼ା ଯେପରି ଆଉ କେହି ନ ଥାଏ। ଏଥିପାଇଁ ଖୋଜି ନିଶ୍ଚିତ ହୁଅ ଯେ, ତୁମ୍ଭମାନଙ୍କ ସହିତ ସଦାପ୍ରଭୁଙ୍କ ଦାସ ଏଠାରେ ନାହାନ୍ତି।” 24 ଏହା ପରେ ବା‌ଲ୍‌‌‌ର ପୂଜକମାନେ ବଳିଦାନ ଓ ହୋମବଳି କରିବାକୁ ଭିତରକୁ ଗଲେ। ଯେହୂ ନିଜର ଅଶୀ ଜଣଙ୍କୁ ବାହାରେ ନିଯୁକ୍ତ କରିଥିଲେ। ସେ ସେମାନଙ୍କୁ କହିଲେ, “ଏହି ଲୋକମାନଙ୍କ ମଧ୍ୟରୁ ଯେପରି ଜଣେ କେହି ପଳାଇ ନ ଯାଆନ୍ତି।

ଯଦି ଜଣେ କେହି ପଳାଇ ଯାଏ, ଯେଉଁ ଲୋକ ତାକୁ ଛାଡ଼ି ଦେଇ ଥିବ, ସେ ତା'ର ଜୀବନ ତା'ର ବଦଳରେ ଦେବ।”

25 ଯେହୂ ନୈବେଦ୍ୟ ହୋମବଳି ଉତ୍ସର୍ଗ କରିବାର ସମାପ୍ତି ପରେ, ପ୍ରହରୀ ଓ ସେନାପତିମାନଙ୍କୁ କହିଲେ, “ଭିତରକୁ ଯାଅ ଓ ସମସ୍ତ ବାଲ୍ ପୂଜାରୀଙ୍କୁ ହତ୍ୟା କର। କାହାରିକୁ ମନ୍ଦିର ବାହାରକୁ ଆସିବାକୁ ଦିଅ ନାହିଁ।”

ତେଣୁ ସେମାନେ ‌‌ଖ‌ଡ଼୍‌ଗ ଦ୍ୱାରା ସେମାନଙ୍କୁ ବଧ କଲେ। ଆଉ ପ୍ରହରୀ ଓ ସେନାପତିମାନେ ସେମାନଙ୍କ ଶରୀରକୁ ବାହାରେ ପକାଇ ଦେଲେ ଓ ବାଲ୍ ମନ୍ଦିରର ଗୃହକୁ ଗଲେ। 26 ପୁଣି ସେମାନେ ବାଲ୍ ମନ୍ଦିରରୁ ସ୍ମୃତି ସ୍ତମ୍ଭମାନ ବାହାର କରି ଆଣି ପୋଡ଼ି ପକାଇଲେ। 27 ସେମାନେ ବା‌ଲ୍‌‌‌ର ସ୍ମରଣାର୍ଥକ ପ୍ରସ୍ତରଗୁଡ଼ିକୁ ଭାଙ୍ଗି ପକାଇଲେ ଓ ବାଲ୍ ମନ୍ଦିରକୁ ଧୂଳିସାତ କଲେ ଓ ଏହାକୁ ଶୌଗ୍ଭଳୟ କଲେ। ସେଗୁଡ଼ିକ ଆଜିଯାଏ ବ୍ୟବହାର ହେଉଛି।

28 ଏହିରୂପେ ଯେହୂ ଇସ୍ରାଏଲରୁ ବାଲ୍ ପୂଜା ଦୂର କଲେ। 29 ନବାଟଙ୍କ ପୁତ୍ର ଯାରବିୟାମଙ୍କର ପାପକୁ ଯେହୂ ସମ୍ପୂର୍ଣ୍ଣ ରୂପେ ପରିତ୍ୟାଗ କଲେ ନାହିଁ, ଯିଏ ଇସ୍ରାଏଲର ପାପ କରିବାର କାରଣ ହୋଇଥିଲା। ଯେହୂ ମଧ୍ୟ ବୈଥେଲ୍ ଓ ଦା‌ନ୍‌ରେ ଥିବା ସୂବର୍ଣ୍ଣ ବାଛୁରି ଧ୍ୱଂସ କରି ପାରିଲେ ନାହିଁ।

ଇସ୍ରାଏଲରେ ଯେହୂଙ୍କ ଶାସନ

30 ଅନନ୍ତର ସଦାପ୍ରଭୁ ଯେହୂକୁ କହିଲେ, “କାରଣ ମୋ’ ଦୃଷ୍ଟିରେ ଯାହା ଯଥାର୍ଥ, ତୁମ୍ଭେ ଠିକ୍ କରିଅଛ। ଯାହା ମୋର ଇଚ୍ଛା ଅନୁସାରେ ତୁମ୍ଭେ ଆହାବର ବଂଶକୁ ବିନାଶ କରିଅଛି। ଏଣୁ ଗ୍ଭରି ପୁରୁଷ ପର୍ଯ୍ୟନ୍ତ ତୁମ୍ଭର ସନ୍ତାନମାନେ ଇସ୍ରାଏଲ ସିଂହାସନରେ ରାଜତ୍ୱ କରିବେ।”

31 ତଥାପି ଯେହୂ ସଦାପ୍ରଭୁଙ୍କର ଆଦେଶଗୁଡ଼ିକ ପୂର୍ଣ୍ଣହୃଦୟରେ ଅନୁକରଣ କଲେ ନାହିଁ। ନବାଟଙ୍କ ପୁତ୍ର ଯାରବିୟାମଙ୍କର ପାପକୁ ଯେହୂ ସମ୍ପୂର୍ଣ୍ଣ ରୂପେ ପରିତ୍ୟାଗ କରି ପାରିଲେ ନାହିଁ, ଯିଏ ଇସ୍ରାଏଲର ପାପ କରିବାର କାରଣ ହୋଇଥିଲା।

ହସାୟେଲଙ୍କ ଇସ୍ରାଏଲ ଧ୍ୱଂସ

32 ସେହି ସମୟରେ ସଦାପ୍ରଭୁ ଇସ୍ରାଏଲକୁ ଭାଗ କରିବାକୁ ଆରମ୍ଭ କଲେ। ପୁଣି ଅରାମର ରାଜା ହସାୟେଲ ଇସ୍ରାଏଲର ସମସ୍ତ ସୀମାରେ ଇସ୍ରାଏଲୀୟମାନଙ୍କୁ ପରାସ୍ତ କଲେ। 33 ହସାୟେଲ ଯର୍ଦ୍ଦନର ପୂର୍ବ ଦିଗରୁ ସମସ୍ତ ଗିଲିୟଦ ଦେଶ ଅର୍ଣ୍ଣୋନ ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ଗାଦ୍, ରୁବେନ୍ ଓ ମନଃଶି ପରିବାରବର୍ଗର ଲୋକମାନଙ୍କ ଦେଶ ଜୟ କଲେ। ସେ ବାଶନ ଓ ଗିଲିୟଦର ଅର୍ଣ୍ଣୋନ ଉପତ୍ୟକା ଦ୍ୱାରା ଅରୋୟେରଠାରୁ ସମସ୍ତ ଦେଶ ଜୟଲାଭ କଲା।

ଯେହୂଙ୍କ ମୃତ୍ୟୁ

34 ଯେହୂଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ପରାକ୍ରମ ଇସ୍ରାଏଲର ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। 35 ଯେହୂଙ୍କ ମୃତ୍ୟୁ ଅନ୍ତେ ସେ ନିଜ ପୂର୍ବପୁରୁଷଗଣଙ୍କ ସହିତ ଶମରିୟାରେ ସମାଧିସ୍ଥ ହେଲେ। ତାଙ୍କ ପରେ ତାଙ୍କ ପୁତ୍ର ଯିହୋୟାହସ ଇସ୍ରାଏଲରେ ରାଜା ହେଲେ। 36 ଶମରିୟାରେ ଇସ୍ରାଏଲ ଉପରେ ଯେହୂ ଅଠାଇଶ୍ ବର୍ଷ ରାଜତ୍ୱ କଲେ।

ଅଥଲିୟା ରାଜପୁତ୍ରମାନଙ୍କୁ ଯିହୁଦାରେ ହତ୍ୟା କରନ୍ତି

11 ଅନନ୍ତର ଅହସିୟଙ୍କର ମାତା ଅଥଲିୟା ନିଜ ପୁତ୍ରର ମୃତ୍ୟୁ ଦେଖି, ସମସ୍ତ ରାଜବଂଶକୁ ବିନାଶ କଲେ।

ମାତ୍ର ଯୋରାମଙ୍କ ରାଜକନ୍ୟା, ଅହସିୟଙ୍କର ଭଗିନୀ ଯିହୋଶେବା ଯେତେବେଳେ ଦେଖିଲେ ରାଜପୁତ୍ରମାନେ ନିହତ ହେଲେ, ସେ ପୁତ୍ରମାନଙ୍କ ମଧ୍ୟରୁ ଯୋୟାଶକୁ ନେଇଗଲେ। ସେ ଶିଶୁ ଯୋୟାଶ ଓ ତାହାର ଧାତ୍ରୀକୁ ନେଇ ଶୟନାଗାରରେ ଲୁଗ୍ଭଇ ରଖିଲା। ତାକୁ ଲୁଗ୍ଭଇ ରଖିବାରୁ ସେ ଅଥଲିୟାଠାରୁ ହତ ହେଲା ନାହିଁ।

ତା'ପରେ ଯୋୟାଶ ଓ ଯିହୋଶେବା ସଦାପ୍ରଭୁଙ୍କ ମନ୍ଦିରରେ ଛଅ ବର୍ଷ ଗୋପନରେ ରହିଲେ ଓ ସେତେବେଳେ ଅଥଲିୟା ଯିହୁଦାରେ ରାଜତ୍ୱ କଲେ।

ଏହା ପରେ ସପ୍ତମ ବର୍ଷରେ ଯିହୋୟାଦା ଲୋକ ପଠାଇ କରୀୟମାନଙ୍କର ଓ ପ୍ରହରୀବର୍ଗର ଅଧ୍ୟକ୍ଷମାନଙ୍କୁ ଅଣାଇ ସେମାନଙ୍କୁ ଏକତ୍ରିତ କରି ସଦାପ୍ରଭୁଙ୍କ ମନ୍ଦିରକୁ ଆପଣା ନିକଟକୁ ନେଲା, ଆଉ ସେ ସେମାନଙ୍କ ସହିତ ଏକ ଚୁକ୍ତି କରାଇଲା ଓ ସଦାପ୍ରଭୁଙ୍କ ମନ୍ଦିରରେ ସେମାନଙ୍କୁ ଶପଥ କରାଇ ରାଜପୁତ୍ର ଯୋୟାଶକୁ ଦେଖାଇଲା।

ତା'ପରେ ସେ ସେମାନଙ୍କୁ ଆଜ୍ଞା ଦେଇ କହିଲେ, “ତୁମ୍ଭେମାନେ ଏହା ନିଶ୍ଚୟ କରିବ। ତୁମ୍ଭମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ବିଶ୍ରାମ ଦିନରେ ଏହି ପ୍ରାସାଦକୁ ପ୍ରହରା ଦେବାକୁ ନିଶ୍ଚୟ ଆସିବ। ଅନ୍ୟ ଏକତୃତୀୟାଂଶ ସୂର ଫାଟକରେ ରହିବେ ଓ ଆଉ ଏକତୃତୀୟାଂଶ ପ୍ରହରୀମାନଙ୍କର ପଛ ଫାଟକରେ ରହିବେ। ଏହିରୂପେ ତୁମ୍ଭେମାନେ ପୁରା ଦ‌ମ୍‌ରେ ପ୍ରାସାଦକୁ ଜଗିବ। ପୁଣି ବିଶ୍ରାମ ବାରରେ ଦୁଇ ଭାଗର ଲୋକ ଯେଉଁମାନେ କର୍ମକ୍ଷେତ୍ରକୁ ଯାଇ ସଦାପ୍ରଭୁଙ୍କ ମନ୍ଦିରର ପ୍ରହରୀ ରହିବେ ଓ ରାଜା ଯୋୟାଶଙ୍କୁ ରକ୍ଷା କରିବେ। ତୁମ୍ଭେମାନେ ରାଜା ଯୋୟାଶକୁ ବେଷ୍ଟନ କରି ରହିବ। ସେ ଯେତେବେଳେ ଯିବେ, ତୁମ୍ଭେ ତାଙ୍କ ସହିତ ନିଶ୍ଚୟ ରହିବ। ତୁମ୍ଭେମାନେ ସର୍ବଦା ଅସ୍ତ୍ରରେ ସଜ୍ଜିତ ହୋଇ ରହିବ। ଯେକୌଣସି ଲୋକ ତୁମ୍ଭର ଅତି ନିକଟକୁ ଆସେ ତାକୁ ହତ୍ୟା କରାଯିବ।”

ଯିହୋୟାଦା ଯାଜକ ଯାହାସବୁ ଆଦେଶ କଲେ, ଅଧ୍ୟକ୍ଷମାନେ ତଦନୁସାରେ ପାଳନ କଲେ। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ତାଙ୍କର ପୁରୁଷମାନଙ୍କୁ ଆଣିଲେ, ଉଭୟ ଯେଉଁମାନେ ବିଶ୍ରାମ ଦିନରେ କାର୍ଯ୍ୟକୁ ଯାଉଥିଲେ ଓ ଯେଉଁମାନେ କାର୍ଯ୍ୟକୁ ଯାଉ ନ ଥିଲେ, ଏହି ଲୋକମାନେ ଯିହୋୟାଦା ଯାଜକ ନିକଟକୁ ଗଲେ। 10 ଦାଉଦ ରାଜା ଯେଉଁସବୁ ବର୍ଚ୍ଛା ଓ ଢାଲ ସଦାପ୍ରଭୁଙ୍କ ମନ୍ଦିରରେ ରଖିଥିଲେ, ଯାଜକ ସେସବୁ କାଢ଼ି ସେମାନଙ୍କୁ ଦେଇ ଦେଲେ। 11 ଏହି ପ୍ରହରୀମାନେ ସଦାପ୍ରଭୁଙ୍କ ମନ୍ଦିରର ଦକ୍ଷିଣ ପାର୍ଶ୍ୱରୁ ବାମପାର୍ଶ୍ୱ ପର୍ଯ୍ୟନ୍ତ ଯଜ୍ଞବେଦି ଓ ରାଜାଙ୍କ ଚତୁର୍ପାର୍ଶ୍ୱରେ ହସ୍ତରେ ଅସ୍ତ୍ର ଧରି ଠିଆ ହୋଇ ରହିଲେ। 12 ସେତେବେଳେ ସେମାନେ ରାଜପୁତ୍ରକୁ ବାହାରକୁ ଆଣି ତାହା ମସ୍ତକରେ ମୁକୁଟ ପିନ୍ଧାଇଲେ ଓ ତାହାକୁ ସାକ୍ଷ ପୁସ୍ତକ ଦେଲେ। ପୁଣି ସେମାନେ ତାଙ୍କୁ ରାଜାକରି ଅଭିଷେକ କଲେ। ଆଉ କରତାଳି ଦେଇ କହିଲେ, “ରାଜା ଚିରଜୀବି ହୁଅନ୍ତୁ।”

13 ଏଥିରେ ଅଥଲିୟା ପ୍ରହରୀବର୍ଗର ଓ ଲୋକମାନଙ୍କର କୋଳାହଳ ଶୁଣି ସଦାପ୍ରଭୁଙ୍କ ମନ୍ଦିରର ଲୋକମାନଙ୍କ ନିକଟକୁ ଆସିଲା। 14 ଅଥଲିୟା ଦେଖିଲେ ରାଜା ବିଧି ଅନୁସାରେ ଯେଉଁଠି ଛିଡ଼ା ହେବା କଥା ସେଇଠି ଛିଡ଼ା ହୋଇଛନ୍ତି। ରାଜାଙ୍କ ନିକଟରେ ସେନାପତିମାନେ ଥିଲେ, ଲୋକମାନେ ତୂରୀ ବଜାଉଥିଲେ। ଦେଶର ସମସ୍ତ ଲୋକ ଆନନ୍ଦ କରୁଥିଲେ। ଏଥିରେ ଅଥଲିୟା ନିଜର ବସ୍ତ୍ର ଚିରି “ରାଜଦ୍ରୋହ! ରାଜଦ୍ରୋହ!” ବୋଲି ଚିତ୍କାର କଲା।

15 ଏଥିରେ ଯାଜକ ଯିହୋୟାଦା ସୈନ୍ୟମାନଙ୍କର ଅଧ୍ୟକ୍ଷମାନଙ୍କୁ ଆଦେଶ ଦେଲେ, “ଅଥଲିୟାକୁ ମନ୍ଦିର ବାହାରକୁ ନେଇଯାଅ। ଯିଏ ତା'ର ପଶ୍ଚାତ ଧାବନ କରୁଛି, ନିଶ୍ଚୟ ହତ୍ୟା କରାଯିବ। ତାକୁ କିମ୍ବା ତା'ର ଅନୁସରଣକାରୀମାନଙ୍କୁ ମନ୍ଦିର ଭିତରେ ହତ୍ୟା କର ନାହିଁ।”

16 ତହୁଁ ଅଥଲିୟା ଅଶ୍ୱଦ୍ୱାରର ପଥଦେଇ ରାଜଗୃହକୁ ଗଲାବେଳେ ସେମାନେ ତାକୁ ଧରି ବଧ କଲେ।

17 ତା'ପରେ ଯିହୋୟାଦା ସଦାପ୍ରଭୁ, ରାଜା ଓ ଲୋକମାନଙ୍କ ମଧ୍ୟରେ ଏକ ଚୁକ୍ତି କଲେ। ଏହି ଚୁକ୍ତି ଅନୁସାରେ ରାଜା ଓ ଲୋକମାନେ ସଦାପ୍ରଭୁଙ୍କର ଲୋକ ହେଲେ। ପୁଣି ଯିହୋୟାଦା ରାଜା ଓ ଲୋକମାନଙ୍କ ପାଇଁ ଏକ ଚୁକ୍ତି କରି କହିଲେ ଯେ, ରାଜା ଲୋକମାନଙ୍କ ପାଇଁ ଯାହା କରିବେ ଓ ଲୋକମାନେ ରାଜାଙ୍କୁ ମାନିବେ ଓ ତାଙ୍କ ଅନୁଗାମୀ ହେବେ।

18 ଏଥି ଉତ୍ତାରେ ସମସ୍ତ ଲୋକ ବାଲ୍ ମନ୍ଦିରକୁ ଗଲେ ଓ ସେଠାରେ ମନ୍ଦିରର ଯଜ୍ଞବେଦିଗୁଡ଼ିକ ଓ ବା‌ଲ୍‌‌‌ର ପ୍ରତିମାଗୁଡ଼ିକୁ ଭାଙ୍ଗି ଚୂର୍ଣ୍ଣ କରିଦେଲେ। ସେମାନେ ମଧ୍ୟ ବା‌ଲ୍‌‌‌ର ଯାଜକ ମତ୍ତନକୁ ଯଜ୍ଞବେଦି ସମ୍ମୁଖରେ ବଧ କଲେ।

ତା'ପରେ ଯାଜକ ଯିହୋୟାଦା ସଦାପ୍ରଭୁଙ୍କ ମନ୍ଦିର ମରାମତି କାର୍ଯ୍ୟ ତଦାରଖ କରିବା ପାଇଁ ଲୋକମାନଙ୍କୁ ନିଯୁକ୍ତ କଲେ। 19 ପୁଣି ସେ ଯାଜକ ସେନାପତିମାନଙ୍କୁ, କରୀୟମାନଙ୍କୁ, ପ୍ରହରୀମାନଙ୍କୁ ଓ ସମସ୍ତ ଲୋକମାନଙ୍କୁ ଧରି ସଦାପ୍ରଭୁଙ୍କ ମନ୍ଦିରରୁ ରାଜଗୃହକୁ ଗ୍ଭଲିଲେ। ସେମାନେ ପ୍ରହରୀବର୍ଗର ଦ୍ୱାର ଦେଇ ରାଜଗୃହକୁ ଆସିଲେ। ତା'ପରେ ଯୋୟାଶ ସିଂହାସନ ଉପରେ ଉପବିଷ୍ଟ ହେଲେ। 20 ସମସ୍ତ ଲୋକ ଆନନ୍ଦିତ ହେଲେ ଓ ନଗର ସୁସ୍ଥିର ହେଲା। ଆଉ ରାଜଗୃହ ନିକଟରେ ଅଥଲିୟା ‌‌ଖ‌ଡ଼୍‌ଗରେ ନିହତ ହେଲା।

21 ଯୋୟାଶ ସାତ ବର୍ଷ ବୟସରେ ରାଜତ୍ୱ କଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center