Beginning
ଇଲୀଶାୟ ଓ କୁହ୍ରାଡ଼ି ଲୁହା
6 ଅନନ୍ତର ଭବିଷ୍ୟଦ୍ବକ୍ତାଙ୍କ ସନ୍ତାନମାନେ ଇଲୀଶାୟଙ୍କୁ କହିଲେ, “ଆମ୍ଭେମାନେ ଆପଣଙ୍କ ସମ୍ମୁଖରେ ଯେଉଁ ସ୍ଥାନରେ ବାସ କରୁଛୁ, ତାହା ଆମ୍ଭମାନଙ୍କ ପାଇଁ ଅତ୍ୟନ୍ତ ସଂକୀର୍ଣ୍ଣ। 2 ଆମ୍ଭେମାନେ ବିନୟ କରି କହୁଅଛୁ, ଆମ୍ଭେମାନେ ଯର୍ଦ୍ଦନ ନଦୀ କୂଳକୁ ଯାଇ ପ୍ରତ୍ୟେକ ଜଣ ଗୋଟିଏ ଗୋଟିଏ କଡ଼ିକାଠ ଆଣି ନିଜ ନିଜ ବସତି ପାଇଁ ଗୋଟିଏ ସ୍ଥାନ ନିର୍ମାଣ କରୁ।”
ଇଲୀଶାୟ ଉତ୍ତର ଦେଲେ, “ଏହା ଉତ୍ତମ, ଯାଇ ତାହା କର।”
3 ତନ୍ମଧ୍ୟରୁ ଜଣେ କହିଲା, “ବିନୟ କରୁଛି, ଆପଣ ଆମ୍ଭ ସହିତ ଆସନ୍ତୁ।”
ଇଲୀଶାୟ କହିଲେ, “ଭଲ କଥା, ମୁଁ ତୁମ୍ଭମାନଙ୍କ ସହିତ ଯିବି।”
4 ତହୁଁ ଇଲୀଶାୟ ସେମାନଙ୍କ ସହିତ ଯର୍ଦ୍ଦନ ନଦୀକୁ ଗଲେ। ସେମାନେ କାଠ କାଟିବା ଆରମ୍ଭ କଲେ। 5 ମାତ୍ର ଜଣେ କଡ଼ିକାଠ କାଟୁ କାଟୁ କୁହ୍ରାଡ଼ିଟିର ଲୁହା ବେଣ୍ଟରୁ ଖସି ପାଣିରେ ପଡ଼ିଗଲା। ଲୋକଟି ସଙ୍ଗେ ସଙ୍ଗେ ଚିତ୍କାର କରି କହିଲା, “ହାୟ, ମୋର ପ୍ରଭୁ, ମୁଁ କୁହ୍ରାଡ଼ିକୁ ମାଗି ଆଣିଥିଲି।”
6 ପରମେଶ୍ୱରଙ୍କ ଲୋକ କହିଲେ, “କେଉଁ ସ୍ଥାନରେ ତାହା ପଡ଼ିଲା?”
ଲୋକଟି ସ୍ଥାନଟିକୁ ଚିହ୍ନଟ କଲେ। ତା'ପରେ ଇଲୀଶାୟ ଖଣ୍ଡେ କାଠ ପାଣି ଭିତରକୁ ପକାଇଲେ, କାଠ ଲୁହା କୁହ୍ରାଡ଼ିକୁ ଧରି ଭାସିଲା। 7 ତା'ପରେ ସେ କହିଲେ, “ତାହା ଉଠାଇ ନିଅ।” ତା'ପରେ ସେ ହାତ ବଢ଼ାଇ ତାହା ନେଲା।
ଅରାମ ଇସ୍ରାଏଲ ଅଧିକାର କରିବାକୁ ଚେଷ୍ଟା କଲେ
8 ଥରେ ଅରାମର ରାଜା ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରୁଥିଲେ। ସେ ନିଜର ସେନାର ଉଚ୍ଚକର୍ମଗ୍ଭରୀ ସହିତ ଏକ ସଭାରେ ଥିଲେ ଓ ସେ ସେମାନଙ୍କୁ ଆଦେଶ ଦେଲେ, “ଏମିତି ସ୍ଥାନରେ ଲୁଚି ରୁହ ଯେତେବେଳେ ଇସ୍ରାଏଲୀୟମାନେ ଆସିବେ, ସେମାନଙ୍କୁ ଆକ୍ରମଣ କର।”
9 ମାତ୍ର ପରମେଶ୍ୱରଙ୍କ ଲୋକ ଇଲୀଶାୟ ଇସ୍ରାଏଲ ରାଜାଙ୍କ ନିକଟକୁ ଏକ ବାର୍ତ୍ତା ପଠାଇ କହିଲେ, “ସାବଧାନ, ତୁମ୍ଭେ ସେହି ସ୍ଥାନ ଦେଇ ଯିବ ନାହିଁ। କାରଣ ଅରାମୀୟମାନେ ସେ ସ୍ଥାନରେ ଗୋପନରେ ଅଛନ୍ତି।”
10 ତହିଁରେ ପରମେଶ୍ୱରଙ୍କ ଲୋକ ଯେଉଁ ସ୍ଥାନ ବିଷୟରେ ସାବଧାନ କରାଇଥିଲେ ଇସ୍ରାଏଲର ରାଜା ତାଙ୍କ ଲୋକମାନଙ୍କୁ ସେହି ସ୍ଥାନ ବିଷୟରେ ଜଣାଇ ସତର୍କ କରାଇଲେ। ଏହିପରି ଇସ୍ରାଏଲର ରାଜା ବହୁତ କମ୍ ଲୋକମାନଙ୍କୁ ରକ୍ଷା କଲେ।
11 ଏଥିରେ ଅରାମର ରାଜା ଅତ୍ୟନ୍ତ ବ୍ୟସ୍ତ ହୋଇ ପଡ଼ିଲେ। ସେ ତାଙ୍କର ଉଚ୍ଚ କର୍ମଗ୍ଭରୀଙ୍କୁ ଡାକି କହିଲେ, “ତୁମ୍ଭେ ମୋତେ କୁହ ଆମ୍ଭମାନଙ୍କ ମଧ୍ୟରୁ କିଏ ଇସ୍ରାଏଲ ପାଇଁ ଗୋପନରେ ସନ୍ଧାନ କରୁଛି।”
12 ଅରାମ ରାଜାଙ୍କ ଅଧିକାରୀଗଣ ମଧ୍ୟରୁ ଜଣେ କହିଲା, “ନା, ପ୍ରଭୁ, ଆମ୍ଭମାନଙ୍କ ମଧ୍ୟରୁ କେହି ଗୁପ୍ତଚର କାମ କରୁ ନାହାନ୍ତି। ଭବିଷ୍ୟଦ୍ବକ୍ତା ଇଲୀଶାୟ ବହୁତ ଗୋପନୀୟ କଥା ଇସ୍ରାଏଲ ରାଜାଙ୍କୁ ଜଣାନ୍ତି, ଏପରିକି ଶୟନ ଗୃହରେ ଯେଉଁ କଥା କୁହନ୍ତି, ତାହା ମଧ୍ୟ ସେ ରାଜାଙ୍କୁ ଜଣାଏ।”
13 ତହୁଁ ଅରାମର ରାଜା କହିଲେ, “ଯାଇ ଦେଖ, ସେ କେଉଁଠାରେ ଅଛି? ମୁଁ ଲୋକ ପଠାଇ ତାକୁ ଆଣିବି।”
ତାଙ୍କର ଦାସମାନେ କହିଲେ, “ଇଲୀଶାୟ ବର୍ତ୍ତମାନ ଦୋଥନରେ ଅଛି।”
14 ତା'ପରେ ଅରାମର ରାଜା ଅଶ୍ୱାରୋହୀ, ରଥାରୋହୀ ଓ ଏକ ବିରାଟ ସୈନ୍ୟବାହିନୀକୁ ଦୋଥନ ପଠାଇଲେ। ସେମାନେ ରାତ୍ରିରେ ନଗରଟିକୁ ଚତୁର୍ଦ୍ଦିଗରୁ ବେଷ୍ଟନ କଲେ। 15 ଇଲୀଶାୟର ଦାସ ପ୍ରତ୍ୟୁଷରୁ ଉଠି ବାହାରକୁ ଗଲା ଓ ନଗରର ଚତୁର୍ଦ୍ଦିଗରେ ଅଶ୍ୱାରୋହୀ ଓ ରଥାରୋହୀମାନଙ୍କୁ ବେଢ଼ି ରହିଥିବାର ଦେଖିଲା।
ତହୁଁ ସେ ଯାଇ ଇଲୀଶାୟଙ୍କୁ କହିଲା, “ହେ ମୋର ପ୍ରଭୁ, ଆମ୍ଭେମାନେ କ’ଣ କରିବା?”
16 ଇଲୀଶାୟ କହିଲେ, “ଭୟ କର ନାହିଁ, କାରଣ ଯେଉଁ ଯୋଦ୍ଧା ଆମ୍ଭ ପାଇଁ ଯୁଦ୍ଧ କରୁଛନ୍ତି, ସେମାନଙ୍କଠାରୁ ଅଧିକ।”
17 ତା'ପରେ ଇଲୀଶାୟ ପ୍ରାର୍ଥନା କରି କହିଲେ, “ହେ ସଦାପ୍ରଭୁ, ମୁଁ ବିନୟ କରୁଛି, ମୋର ସେବକର ଆଖି ଖୋଲି ଦିଅ, ଯେପରି ସେ ଦେଖି ପାରିବ।”
ସଦାପ୍ରଭୁ ସେହି ସେବକ ଯୁବକର ଆଖି ଖୋଲି ଦେଲେ ଓ ସେ ଦେଖିଲା ପର୍ବତଟି ଅଗ୍ନିମୟ ଅଶ୍ୱ ଓ ରଥରେ ପରିପୂର୍ଣ୍ଣ ହୋଇଥିଲା। ସେମାନେ ଇଲୀଶାୟକୁ ଘେରିଗଲେ।
18 ତା'ପରେ ଅରାମର ସୈନ୍ୟଗଣ ଇସ୍ରାଏଲରେ ପହଞ୍ଚିଲେ। ଇଲୀଶାୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲେ, “ମୁଁ ବିନୟ କରୁଛି, ସେହି ଲୋକମାନଙ୍କୁ ଅନ୍ଧ କରି ଦିଅନ୍ତୁ।”
ଇଲୀଶାୟଙ୍କ ପ୍ରାର୍ଥନା ଅନୁସାରେ ସଦାପ୍ରଭୁ ଅରାମର ସୈନ୍ୟମାନଙ୍କୁ ଅନ୍ଧ କରିଦେଲେ। 19 ଇଲୀଶାୟ ଅରାମର ସୈନ୍ୟଗଣଙ୍କୁ କହିଲେ, “ଏହା ଠିକ୍ ପଥ ନୁହେଁ କି ଏହା ଠିକ୍ ନଗର ନୁହେଁ। ମୋତେ ଅନୁସରଣ କର, ତୁମ୍ଭେମାନେ ଯେଉଁ ଲୋକକୁ ଖୋଜୁଛ, ତା’ ନିକଟକୁ ମୁଁ ନେଇଯିବି।” ତା'ପରେ ସେ ଅରାମର ସେନା ଶମରିୟାକୁ ପରିଗ୍ଭଳିତ କଲେ।
20 ଯେତେବେଳେ ସେମାନେ ଶମରିୟାରେ ପହଞ୍ଚିଲେ, ଇଲୀଶାୟ କହିଲେ, “ହେ ସଦାପ୍ରଭୁ, ଏମାନେ ଯେପରି ଦେଖି ପାରିବେ ଏଥିପାଇଁ ସେମାନଙ୍କ ଚକ୍ଷୁ ଖୋଲିଦିଅ।”
ତା'ପରେ ସଦାପ୍ରଭୁ ସେମାନଙ୍କ ଚକ୍ଷୁ ଖୋଲି ଦେବାରୁ, ସେମାନେ ଶମରିୟାରେ ଅଛନ୍ତି ବୋଲି ଦେଖିଲେ। 21 ଇସ୍ରାଏଲର ରାଜା ଅରାମୀୟମାନଙ୍କୁ ଦେଖି ଇଲୀଶାୟଙ୍କୁ କହିଲେ, “ହେ ମୋର ପିତା! ମୁଁ କ’ଣ ଏମାନଙ୍କୁ ବଧ କରିବି? ମୁଁ କ’ଣ ଏମାନଙ୍କୁ ବଧ କରିବି?”
22 ଇଲୀଶାୟ ଉତ୍ତର କଲେ, “ନା, ସେମାନଙ୍କୁ ବଧ କର ନାହିଁ। ତୁମ୍ଭର ଖଡ଼୍ଗ ଦ୍ୱାରା ବନ୍ଦୀ କରିଥିବା ଏହି ଲୋକମାନେ ତୁମ୍ଭର ବନ୍ଦୀ କି? ସେମାନଙ୍କ ସମ୍ମୁଖରେ ରୋଟୀ ଓ ଜଳ ରଖ। ସେମାନଙ୍କୁ ଭୋଜନ ଓ ପାନ କରାଇ ଆପଣା ପ୍ରଭୁ ନିକଟକୁ ପଠାଇ ଦିଅ।”
23 ଇସ୍ରାଏଲର ରାଜା ସେମାନଙ୍କ ପାଇଁ ପ୍ରଚୁର ଖାଦ୍ୟ ପ୍ରସ୍ତୁତ କଲେ। ଅରାମୀୟମାନେ ଭୋଜନ ଓ ପାନ କଲାପରେ ସେ ସେମାନଙ୍କୁ ନିଜ ନିଜ ଘରକୁ ଫେରି ଯିବାକୁ ବିଦାୟ ଦେଲେ। ଅରାମର ସୈନ୍ୟମାନେ ନିଜ ନିଜ ମହାଶୟଙ୍କ ନିକଟକୁ ଫେରିଗଲେ। ଏହା ପରେ ଅରାମର ସୈନ୍ୟଦଳ ଆଉ କେବେ ଇସ୍ରାଏଲକୁ ଯୁଦ୍ଧରେ ଆକ୍ରମଣ କରିବାକୁ ଆସିଲେ ନାହିଁ।
ଏକ ଭୟଙ୍କର ଦୁର୍ଭିକ୍ଷ ଶମରିୟାକୁ ଆଘାତ କରେ
24 ଏହା ପରେ ଅରାମର ରାଜା ବିନ୍ହଦଦ୍ ନିଜର ସମସ୍ତ ସୈନ୍ୟ ଏକତ୍ର କରି ଶମରିୟାକୁ ଯାଇ ଘେରିଗଲେ ଓ ଆକ୍ରମଣ କଲେ। 25 ନଗର ଅବରୋଧ ଥିଲା। ଲୋକେ ନଗର ଭିତରକୁ ଖାଦ୍ୟ ଆଣି ପାରିଲେ ନାହିଁ। ଫଳରେ ସେଠାରେ ମହାଦୁର୍ଭିକ୍ଷ ଦେଖା ଦେଲା। ଏପରି ଶୋଚନୀୟ ହେଲା ଶମରିୟାର ଗୋଟିଏ ଗର୍ଦ୍ଦଭ ମୁଣ୍ତ ଅଶୀ ରୌପ୍ୟ ମୁଦ୍ରାରେ ଓ କପୋତମଳର ଏକ ଚତୁର୍ଥାଂଶ ପାଞ୍ଚ ରୌପ୍ୟ ମୁଦ୍ରାରେ ବିକ୍ରୟ ହେଲା।
26 ଥରେ ଇସ୍ରାଏଲର ରାଜା ନଗରର ଚତୁର୍ପାର୍ଶ୍ୱ ପ୍ରାଚୀର ଉପରେ ଗ୍ଭଲିଲା ବେଳେ ଜଣେ ସ୍ତ୍ରୀଲୋକ ଚିତ୍କାର କରି କହିଲା, “ହେ ମୋର ପ୍ରଭୁ, ମହାରାଜ! ବିନୟ କରୁଛି ମୋତେ ସାହାଯ୍ୟ କରନ୍ତୁ।”
27 ଇସ୍ରାଏଲର ରାଜା କହିଲେ, “ଯଦି ସଦାପ୍ରଭୁ ତୁମ୍ଭକୁ ସାହାଯ୍ୟ ନ କରନ୍ତି ତେବେ ମୁଁ କିପରି ତୁମ୍ଭକୁ ସାହାଯ୍ୟ କରି ପାରିବି? ମୋ’ ପାଖରେ ତୁମ୍ଭକୁ ଦେବାକୁ କିଛି ନାହିଁ। ଶସ୍ୟ ଖଳାରେ ଶସ୍ୟ ନାହିଁ କି ଦ୍ରାକ୍ଷାକ୍ଷେତ୍ରରେ ଦ୍ରାକ୍ଷାରସ ନାହିଁ।” 28 ଆଉ ରାଜା ପଗ୍ଭରିଲେ, “ତୁମ୍ଭର ଦୁଃଖ କ’ଣ?”
ସ୍ତ୍ରୀଲୋକଟି ଉତ୍ତର କଲା, “ଏହି ସ୍ତ୍ରୀଲୋକଟି ମୋତେ କହିଲା, ‘ତୁମ୍ଭ ପୁତ୍ରଟିକୁ ଦିଅ, ଆମ୍ଭେମାନେ ତାକୁ ଆଜି ମାରି ଖାଇବା। ଆସନ୍ତା କାଲି ମୋର ପୁଅକୁ ଖାଇବା।’ 29 ତେଣୁ ଆମ୍ଭେମାନେ ମୋର ପୁଅକୁ ସିଦ୍ଧ କରି ଖାଇଲୁ। ପରଦିନ ମୁଁ ସେ ସ୍ତ୍ରୀଲୋକକୁ କହିଲି, ‘ତୁମ୍ଭ ପୁତ୍ରକୁ ଦିଅ, ଆମ୍ଭେମାନେ ତାକୁ ମାରି ଖାଇବା।’ କିନ୍ତୁ ସେ ତା’ ପୁଅକୁ ଲୁଗ୍ଭଇ ଅଛି।”
30 ସେହି ସ୍ତ୍ରୀଲୋକର କଥା ଶୁଣି ରାଜା ତାଙ୍କର ଲୁଗା ଚିରି ଦେଲେ। ଯେତେବେଳେ ସେମାନେ ପ୍ରାଚୀର ଉପରେ ଯାଉଥିଲେ, ଲୋକମାନେ ତାଙ୍କୁ ଅଖା ପିନ୍ଧିଥିବାର ଦେଖିଲେ। ଏଥିରୁ ସେ ଦୁଃଖିତ ଓ ବ୍ୟସ୍ତ ବୋଲି ଜଣା ଯାଉଥିଲେ।
31 ରାଜା କହିଲେ, “ଯଦି ଇଲୀଶାୟର ମସ୍ତକ ତାହା ଦେହରେ ରହେ, ଆଜି ଦିନଠାରୁ ଶେଷ ଯାଏ ସଦାପ୍ରଭୁ ମୋତେ ଦଣ୍ତ ଦେଇ ପାରନ୍ତି।”
32 ରାଜା ଗୋଟିଏ ଦୂତ ଇଲୀଶାୟଙ୍କ ନିକଟକୁ ପଠାଇଲେ। ଇଲୀଶାୟ ସେତେବେଳେ ପ୍ରାଚୀନବର୍ଗଙ୍କ ସହ ତାଙ୍କ ଘରେ ବସିଥିଲେ। ଦୂତ ପହଞ୍ଚିବା ପୂର୍ବରୁ ଇଲୀଶାୟ ସେହି ପ୍ରାଚୀନବର୍ଗଙ୍କୁ କହିଲେ, “ଏଠାକୁ ଦେଖ, ଏହି ନରହତ୍ୟାକାରୀର ପୁତ୍ର ମୋର ମୁଣ୍ତ ଛେଦନ କରିବାକୁ ଲୋକ ପଠାଇଛି। ଦେଖ, ସେ ଦୂତ ପହଞ୍ଚିଲା ବେଳେ ଦ୍ୱାର ବନ୍ଦ କର ଓ ତାକୁ ଗୃହରେ ପ୍ରବେଶ ନ କରାଇ ଦେବା ପାଇଁ ଦ୍ୱାରକୁ ଦୃଢ଼ ଭାବରେ ଧର। ମୁଁ ଶୁଣେ ତା’ ପ୍ରଭୁର ପଦଶବ୍ଦ ତା'ର ପଛରେ।”
33 ଇଲୀଶାୟ ଏହିପରି କଥାବାର୍ତ୍ତା କରୁଥିବା ବେଳେ, ସେ ଦୂତ ତାହା ପାଖକୁ ଆସିଲା, ଆଉ ସେ କହିଲା, “ଏହି ଅସୁବିଧା ସଦାପ୍ରଭୁଙ୍କଠାରୁ, ମୁଁ କାହିଁକି ଆଉ ସଦାପ୍ରଭୁଙ୍କ ପାଇଁ ଅପେକ୍ଷା କରିବି?”
7 ଇଲୀଶାୟ କହିଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣ, ସଦାପ୍ରଭୁ ଏହି କଥା କହନ୍ତି, ‘କାଲି ପ୍ରାୟ ଏହି ସମୟକୁ ପ୍ରଚୁର ଖାଦ୍ୟ ଆସିବ ଏବଂ ଏହା ପୁଣି ଅତି ଶସ୍ତା ହେବ। ଜଣେ ବ୍ୟକ୍ତି ଶମରିୟାର ନଗର ଦ୍ୱାରରେ ଏକ ଶେକଲରେ ଏକ ଝୁଡ଼ିର ସୁନ୍ଦର ମଇଦା ଓ ସେହି ମୂଲ୍ୟରେ ଦୁଇ ଝୁଡ଼ି ଯବ କିଣିବ।’”
2 ସେନାପତି ଯିଏ ରାଜା[a]ଙ୍କ ନିକଟରେ ଥିଲେ ପରମେଶ୍ୱରଙ୍କ ଲୋକଙ୍କୁ ଉତ୍ତର ଦେଲେ। “ଦେଖ, ଯେବେ ସଦାପ୍ରଭୁ ସ୍ୱର୍ଗରେ ଦ୍ୱାର ଖୋଲନ୍ତି ତେବେ ମଧ୍ୟ ସମ୍ଭବ ହୋଇ ପାରିବ ନାହିଁ?”
ତହିଁରେ ଇଲୀଶାୟ କହିଲେ, “ଦେଖ, ତୁମ୍ଭେ ସ୍ୱଚକ୍ଷୁରେ ତାହା ଦେଖିବ। ମାତ୍ର ତୁମ୍ଭେ ସେଥିରୁ କିଛି ଖାଇବ ନାହିଁ।”
କୁଷ୍ଠରୋଗୀମାନେ ଅରାମୀୟମାନଙ୍କ ତମ୍ବୁ ଶୂନ୍ୟ ଥିବାର ଦେଖନ୍ତି
3 ସେହି ସମୟରେ ନଗରଦ୍ୱାର ପ୍ରବେଶ ସ୍ଥାନରେ ଗ୍ଭରିଜଣ କୁଷ୍ଠୀ ଥିଲେ। ସେମାନେ ପରସ୍ପରକୁ କହିଲେ, “ଆମ୍ଭେମାନେ ମୃତ୍ୟୁକୁ ଅପେକ୍ଷା କରି ଏଠାରେ କାହିଁକି ବସିଅଛୁ? 4 ଶମରିୟାରେ ଦୁର୍ଭିକ୍ଷ, ଆମ୍ଭେମାନେ ଯଦି ନଗର ଭିତରକୁ ଯିବା ତେବେ ମରିବା। ଯଦି ଏହି ସ୍ଥାନରେ ରହିବା, ତେବେ ବି ମରିବା। ତେଣୁ ଗ୍ଭଲ ଅରାମୀୟ ସୈନ୍ୟ ଶିବିରକୁ ଯିବା। ଯଦି ସେମାନେ ବଞ୍ଚାଇବେ, ତେବେ ଆମ୍ଭେ ବଞ୍ଚିବା। ଯେବେ ଆମ୍ଭକୁ ମାରିବେ, ତେବେ ଆମ୍ଭେମାନେ ମରିବା।”
5 ତେଣୁ ସେହି ଦିନ ସନ୍ଧ୍ୟାରେ ସେ ଗ୍ଭରିଜଣ କୁଷ୍ଠୀ ଅରାମୀୟ ଶିବିରକୁ ଗଲେ। ସେମାନେ ଅରାମୀୟ ଶିବିରର ବାହାର ସୀମାରେ ପହଞ୍ଚି ଦେଖିଲେ, ସେଠାରେ କୌଣସି ମନୁଷ୍ୟ ନାହିଁ। 6 କାରଣ ସଦାପ୍ରଭୁ ଅରାମୀୟ ସୈନ୍ୟମାନଙ୍କୁ ରଥ ଶବ୍ଦ, ଅଶ୍ୱ ଶବ୍ଦ ଓ ବିପୁଳ ସୈନ୍ୟବାହିନୀର ଶବ୍ଦ ଶୁଣାଇଲେ। ତହିଁରେ ସେମାନେ ପରସ୍ପରକୁ କହିଲେ, “ଦେଖ, ଇସ୍ରାଏଲର ରାଜା ଆମ୍ଭମାନଙ୍କୁ ଆକ୍ରମଣ କରିବାକୁ ହିତ୍ତୀୟ ଓ ମିଶରୀୟ ରାଜଗଣଙ୍କୁ ଆମ୍ଭ ବିରୁଦ୍ଧରେ ବେତନ ଦେଇ ନିଯୁକ୍ତ କରିଅଛି।”
7 ତେଣୁ ଅରାମୀୟ ସୈନ୍ୟମାନେ ଗୋଧୂଳି ସମୟରେ ଶିବିର ଛାଡ଼ି ପଳାୟନ କଲେ। ସେମାନେ ସେମାନଙ୍କର ତମ୍ବୁ, ଅଶ୍ୱ, ଗର୍ଦ୍ଦଭ ଆଦି ସମସ୍ତ ଜିନିଷ ଛାଡ଼ି ଜୀବନ ରକ୍ଷା କରିବାକୁ ପଳାୟନ କଲେ।
କୁଷ୍ଠୀମାନେ ଶତ୍ରୁ ଶିବିରରେ
8 ଏହା ପରେ କୁଷ୍ଠୀମାନେ ଗୋଟିଏ ଶିବିର ଭିତରକୁ ଗଲେ ଏବଂ ଭୋଜନ ଓ ପାନ କଲେ। ଅଧିକନ୍ତୁ ସେମାନେ ସେହି ତମ୍ବୁରୁ ରୂପା, ସୁନା ଓ ବସ୍ତ୍ର ସେମାନଙ୍କ ପାଇଁ ନେଇ ପଳାଇଲେ ଏବଂ ସେହି ଜିନିଷଗୁଡ଼ିକୁ ଲୁଗ୍ଭଇ ରଖିଲେ। ତା'ପରେ ଶିବିରକୁ ଫେରି ଆସିଲେ ଓ ଅନ୍ୟ ଏକ ତମ୍ବୁ ଲୁଣ୍ଠନ କଲେ। ସେ ଦ୍ରବ୍ୟ ନେଇଯାଇ ତାକୁ ଲୁଗ୍ଭଇ ରଖିଲେ। 9 ତା'ପରେ ଏହି କୁଷ୍ଠୀମାନେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଲେ, “ଆମ୍ଭେମାନେ ଭଲ କରୁ ନାହୁଁ, ଆଜି ସୁସମ୍ବାଦର ଦିନ, ମାତ୍ର ଆମ୍ଭେମାନେ ନୀରବ ରହୁଛୁ। ଯଦି ଆମ୍ଭେ ପ୍ରଭାତ ହେବା ପର୍ଯ୍ୟନ୍ତ ବିଳମ୍ବ କରିବା ତେବେ ଆମ୍ଭେମାନେ ଦଣ୍ତିତ ହେବା। ତେବେ ଆସ ଏ ସମ୍ବାଦ ରାଜଗୃହରେ ଦେବା।”
କୁଷ୍ଠୀମାନେ ସୁସମ୍ବାଦ ଦିଅନ୍ତି
10 ତେଣୁ ଏହି କୁଷ୍ଠୀମାନେ ଆସି ନଗରର ଦ୍ୱାରୀକୁ ଡାକିଲେ। ସେମାନଙ୍କୁ ଜଣାଇ କହିଲେ, “ଆମ୍ଭେମାନେ ଅରାମୀୟ ଛାଉଣିକୁ ଯାଇଥିଲୁ ଏବଂ ସେଠାରେ କାହାକୁ ପାଇଲୁ ନାହିଁ। ଆମ୍ଭେ କୌଣସି ବ୍ୟକ୍ତି ବିଷୟରେ ଶୁଣିଲୁ ନାହିଁ। କୌଣସି ମଣିଷ ନ ଥିଲେ, କାହାରି ଶବ୍ଦ ଶୁଣିଲୁ ନାହିଁ। ଅଶ୍ୱ ଗର୍ଦ୍ଦଭ ସେଠାରେ ବନ୍ଧା ହୋଇ ରହିଛନ୍ତି ଓ ତମ୍ବୁଗୁଡ଼ିକ ସେହିପରି ଅଛି।”
11 ତା'ପରେ ଦ୍ୱାରୀମାନେ ଚିତ୍କାର କରି ଏ ସମ୍ବାଦ ରାଜଗୃହର ଲୋକମାନଙ୍କୁ ଦେଲେ। 12 ସେହି ରାତ୍ରି ସମୟରେ ରାଜା ଉଠି ନିଜର ଦାସମାନଙ୍କୁ କହିଲେ, “ଅରାମୀୟ ସୈନ୍ୟମାନେ ଯାହା ଆମ୍ଭମାନଙ୍କ ପ୍ରତି କରିଛନ୍ତି ତାହା ମୁଁ ଏବେ କହିବି। ସେମାନେ ଜାଣନ୍ତି ଆମ୍ଭେମାନେ କ୍ଷୁଧାର୍ତ୍ତ। ତେଣୁ ସେମାନେ ଶିବିରରୁ ବାହାରି କ୍ଷେତ୍ର ମଧ୍ୟରେ ଲୁଚି ରହିଛନ୍ତି। ସେମାନେ ଭାବିଛନ୍ତି, ‘ଯେତେବେଳେ ଆମ୍ଭେମାନେ ନଗରରୁ ବାହାରିବା ସେମାନେ ଆମ୍ଭମାନଙ୍କୁ ଜୀବନ୍ତ ଧରି ନଗରରେ ପ୍ରବେଶ କରିବେ।’”
13 ରାଜାଙ୍କର ଉଚ୍ଚ ଅଧିକାରୀ ମଧ୍ୟରୁ ଜଣେ କହିଲା, “ନଗର ବାହାରେ ଅବଶିଷ୍ଟ ଥିବା ପାଞ୍ଚୋଟି ଅଶ୍ୱରେ କେତେକ ଲୋକ ଯାଇ ଦେଖନ୍ତୁ। ନଗରରେ ସେହି ଅଶ୍ୱଗୁଡ଼ିକ ପଳାଇଛନ୍ତି, କିନ୍ତୁ ଇସ୍ରାଏଲର ଲୋକମାନେ ଯେଉଁମାନେ ନଗରରୁ ପଳାଇଛନ୍ତି ସେହିପରି ସେମାନେ ମରିବେ।”
14 ତେଣୁ ସେମାନେ ଅଶ୍ୱ ସହିତ ଦୁଇଟି ରଥ ନେଲେ। ରାଜା ସେମାନଙ୍କୁ ଅରାମୀୟ ସୈନ୍ୟମାନଙ୍କ ପଛେ ପଠାଇଲେ। ରାଜା ସେମାନଙ୍କୁ କହିଲେ, “ଯାଅ ଏବଂ ଦେଖ କ’ଣ ଘଟିଛି?”
15 ଅରାମୀୟ ସୈନ୍ୟମାନେ ଯାଇଥିବା ପଥରେ ସେମାନେ ଯର୍ଦ୍ଦନ ନଦୀ ପର୍ଯ୍ୟନ୍ତ ଗଲେ। ସମଗ୍ର ପଥଟି ଅରାମୀୟମାନଙ୍କର ଦ୍ରୁତ ପଳାୟନରେ ଛାଡ଼ି ଯାଇଥିବା ବସ୍ତ୍ର ଓ ଅସ୍ତ୍ର ଆଦି ପାତ୍ରମାନଙ୍କରେ ପୂର୍ଣ୍ଣ ଥିଲା। ସେମାନେ ଫେରି ଆସି ରାଜାଙ୍କୁ ଏହା ଜଣାଇଲେ।
16 ତା'ପରେ ଲୋକମାନେ ନଗର ବାହାରକୁ ଗଲେ ଓ ଅରାମୀୟମାନଙ୍କ ଛାଉଣିରେ ପଶି ସମସ୍ତ ଲୁଣ୍ଠନ କଲେ। ସେଥିରେ ପ୍ରଚୁର ସାମଗ୍ରୀମାନ ଥିଲା। ସଦାପ୍ରଭୁଙ୍କ ବାକ୍ୟାନୁସାରେ ଏକ ଝୁଡ଼ି ସରୁ ମଇଦା ଏକ ଶେକଲରେ ଓ ଦୁଇ ଝୁଡ଼ି ଯବ ଏକ ଶେକଲରେ ବିକ୍ରି କରାଗଲା।
17 ରାଜା ତାଙ୍କ ଅତି ନିକଟ ସେନାପତିଙ୍କୁ ନଗରଦ୍ୱାର ରକ୍ଷା କରିବାକୁ ନିଯୁକ୍ତ କଲେ। ମାତ୍ର ଲୋକମାନେ ଖାଦ୍ୟ ଆଣିବାକୁ ଗଲାବେଳେ ସେମାନେ ସେନାପତିକଙ୍କ ଲୋକକୁ ଦଳି ଦେଲେ ତହିଁରେ ସେ ମରିଗଲା। ରାଜା ଯେତେବେଳେ ଇଲୀଶାୟ ଗୃହକୁ ଯାଇଥିଲେ ଇଲୀଶାୟ ଯାହା କହିଥିଲେ ତାହା ହିଁ ସବୁ ଘଟିଲା। 18 ଇଲୀଶାୟ ରାଜାଙ୍କୁ କହିଥିଲେ, “କାଲି ପ୍ରାୟ ଏହି ସମୟରେ ଶମରିୟାର ନଗର ଦ୍ୱାରରେ ଜଣେ ଲୋକ ଏକ ଝୁଡ଼ି ମଇଦା ଏକ ଶେକଲରେ ଓ ଦୁଇ ଝୁଡ଼ି ଯବ ଏକ ଶେକଲରେ ବିକ୍ରି କରିବ।” 19 ମାତ୍ର ସେହି ସେନାପତି ପରମେଶ୍ୱରଙ୍କ ଲୋକକୁ ଉତ୍ତର କରି କହିଥିଲା, “ଦେଖ, ଯଦି ସଦାପ୍ରଭୁ ସ୍ୱର୍ଗରେ ଦ୍ୱାର ଖୋଲନ୍ତି, ଏପରି ଘଟିବ ନାହିଁ?” ସେତେବେଳେ ଇଲୀଶାୟ ସେନାପତିକୁ ଉତ୍ତର ଦେଲେ, “ତୁମ୍ଭେ ନିଜେ ସ୍ୱଚକ୍ଷୁରେ ଏହା ଦେଖିବ, ମାତ୍ର ତୁମ୍ଭେ ସେଥିରୁ ଭୋଜନ କରିବ ନାହିଁ।” 20 ସେହିପରି ତାହା ପ୍ରତି ଘଟିଲା। କାରଣ ଲୋକମାନେ ନଗରଦ୍ୱାରରେ ତାକୁ ଦଳି ଦେବାରୁ ସେ ମଲା।
ରାଜା ଓ ଶୁନେମୀୟା
8 ଇଲୀଶାୟ ଯେଉଁ ସ୍ତ୍ରୀର ମୃତ ପୁତ୍ର ପୁନର୍ଜୀବିତ କରିଥିଲେ, ସେହି ସ୍ତ୍ରୀକୁ କହିଲେ, “ତୁମ୍ଭେ ଓ ତୁମ୍ଭର ପରିବାର ଯାଇ ଅନ୍ୟ ଦେଶରେ ବାସ କରିବା ଉଚିତ୍। କାରଣ ସଦାପ୍ରଭୁ ଏହି ଦେଶରେ ଦୁର୍ଭିକ୍ଷ ପାଇଁ ଆଜ୍ଞା କରିଅଛନ୍ତି। ପୁଣି ଏହି ଦୁର୍ଭିକ୍ଷ ସାତ ବର୍ଷ ପାଇଁ ଏହି ଦେଶରେ ରହିବ।”
2 ପରମେଶ୍ୱରଙ୍କ ଲୋକଙ୍କର ବାକ୍ୟାନୁସାରେ ସେ ସ୍ତ୍ରୀଲୋକଟି ଆପଣା ପରିବାର ସହିତ ଯାଇ ପ୍ରବାସ ପଲେଷ୍ଟୀୟମାନଙ୍କ ଦେଶରେ ସାତ ବର୍ଷ ବାସ କଲା। 3 ପୁଣି ସାତ ବର୍ଷ ସମାପ୍ତି ପରେ ସେ ସ୍ତ୍ରୀଲୋକ ପଲେଷ୍ଟୀୟମାନଙ୍କ ଦେଶରୁ ଫେରି ଆସିଲା।
ଆଉ ସେ ନିଜ ଗୃହ ଓ ଜମି ଫେରି ପାଇବାକୁ ଗୁହାରି କରିବା ପାଇଁ ରାଜାଙ୍କ ନିକଟକୁ ଗଲା।
4 ସେହି ସମୟରେ ରାଜା ପରମେଶ୍ୱରଙ୍କ ଲୋକଙ୍କର ଦାସ ଗିହେଜୀ ସହିତ କଥାବାର୍ତ୍ତା କରୁଥିଲେ। ସେ ଗିହେଜୀକୁ କହିଲେ, “ମୁଁ ବିନୟ କରୁଛି, ଇଲୀଶାୟ ଯେଉଁ ମହାନ କାର୍ଯ୍ୟମାନ କରିଛନ୍ତି ମୋତେ ଜଣାଅ।”
5 ଇଲୀଶାୟ କିପରି ମୃତ ଲୋକକୁ ପୁର୍ନଃଜୀବିତ କରିଥିଲେ, ଏହା ଗିହେଜୀ ରାଜାଙ୍କୁ କହିବା ବେଳେ, ଦେଖ! ଯେଉଁ ସ୍ତ୍ରୀର ପୁତ୍ରକୁ ଇଲୀଶାୟ ପୁର୍ନଃଜୀବିତ କରିଥିଲେ, ସେ ସ୍ତ୍ରୀ ରାଜାଙ୍କ ପାଖକୁ ଆପଣା ଘର ଓ ଜମି ଫେରି ପାଇବାକୁ ଗୁହାରି ନିମନ୍ତେ ପହଞ୍ଚିଲା। ଗିହେଜୀ କହିଲେ, “ହେ ମୋର ମହାଶୟ ମହାରାଜ! ଏ ହେଉଛି ସେହି ସ୍ତ୍ରୀ ଯାହାର ପୁତ୍ରକୁ ଇଲୀଶାୟ ପୁନର୍ଜୀବିତ କରିଥିଲେ।”
6 ରାଜା ସ୍ତ୍ରୀଲୋକଟିକୁ ଆସିବାର କାରଣ ପଗ୍ଭରିବାରୁ ସ୍ତ୍ରୀଲୋକଟି ସମସ୍ତ କଥା କହିଲା,
ରାଜା ତାକୁ ସାହାଯ୍ୟ କରିବା ପାଇଁ ଏକ କର୍ମଗ୍ଭରୀକୁ ନିଯୁକ୍ତି କରି କହିଲେ, “ତା'ର ଯେଉଁ ସର୍ବସ୍ୱ ଥିଲା ଓ ଏ ଯେଉଁ ଦିନ ଦେଶ ଛାଡ଼ିଲା ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଏହାର ଜମିର ଉତ୍ପନ୍ନ ଶସ୍ୟର ଫଳ ସେ ସ୍ତ୍ରୀକୁ ଫେରାଇ ଦିଅ।” ସେ ସମସ୍ତ ଫେରି ପାଇଛି ବୋଲି ନିଶ୍ଚିତ ହେଉ।
ବିନ୍ହଦଦ୍ ହସାୟେଲକୁ ଇଲୀଶାୟଙ୍କ ନିକଟକୁ ପ୍ରେରଣ
7 ଇଲୀଶାୟ ଦମ୍ମେଶକରେ ପହଞ୍ଚିଲେ। ଏହି ସମୟରେ ଅରାମର ରାଜା ବିନ୍ହଦଦ୍ ପୀଡ଼ିତ ଥିଲେ। ଜଣେ ଲୋକ ବିନ୍ହଦଦଙ୍କୁ କହିଲା, “ପରମେଶ୍ୱରଙ୍କ ଲୋକ ଏ ସ୍ଥାନକୁ ଆସିଅଛନ୍ତି”
8 ତତ୍ପରେ ରାଜା ବିନ୍ହଦଦ୍ ହସାୟେଲକୁ କହିଲେ, “ଏହି ଉପହାର ନେଇ ପରମେଶ୍ୱରଙ୍କ ଲୋକଙ୍କୁ ସାକ୍ଷାତ କର ଓ ମୁଁ ଏହି ପୀଡ଼ାରୁ ମୁକ୍ତ ହେବି କି ନାହିଁ, ଏହି କଥା ତାଙ୍କ ଦ୍ୱାରା ସଦାପ୍ରଭୁଙ୍କୁ ପଗ୍ଭର।”
9 ତେଣୁ ହସାୟେଲ ଇଲୀଶାୟଙ୍କୁ ସାକ୍ଷାତ କରିବାକୁ ଗଲେ। ଦମ୍ମେଶକର ସମସ୍ତ ଉତ୍ତମ ପଦାର୍ଥ ଉପହାର ସ୍ୱରୂପ ଗ୍ଭଳିଶ୍ଟି ଓଟ ଦ୍ୱାରା ନେଇ ତାଙ୍କ ସମ୍ମୁଖରେ ଉଭା ହୋଇ କହିଲେ, “ଆପଣଙ୍କ ପୁତ୍ର ବିନ୍ହଦଦ୍ ଅରାମର ରାଜା ଆପଣଙ୍କ ନିକଟକୁ ମୋତେ ପଠାଇଛନ୍ତି, ସେ ଜାଣିବାକୁ ଇଚ୍ଛା କରୁଛି, ମୁଁ କ’ଣ ଅସୁସ୍ଥତାଠାରୁ ଆରୋଗ୍ୟଲାଭ ହେବି କି?”
10 ତହିଁରେ ଇଲୀଶାୟ କହିଲେ, “ଯାଅ, ବିନ୍ହଦଦଙ୍କୁ କୁହ, ‘ତୁମ୍ଭେ ଅବଶ୍ୟ ବଞ୍ଚିବ।’ କିନ୍ତୁ ପ୍ରକୃତରେ ସଦାପ୍ରଭୁ ମୋତେ କହିଛନ୍ତି ଯେ, ‘ସେ ଅବଶ୍ୟ ମରିବ।’”
ଇଲୀଶାୟ ହସାୟେଲ ସମ୍ବନ୍ଧରେ ଭବିଷ୍ୟଦ୍ବାଣୀ ଶୁଣାନ୍ତି
11 ସେତେବେଳେ ଇଲୀଶାୟ ହସାୟେଲ ପ୍ରତି ଏପରି ସ୍ଥିର ଦୃଷ୍ଟି କଲେ ଯେ, ସେ ଲଜ୍ଜିତ ହେବା ପର୍ଯ୍ୟନ୍ତ ବିହ୍ୱଳ ହେଲେ। ପୁଣି ପରମେଶ୍ୱରଙ୍କ ଲୋକ ରୋଦନ କଲେ। 12 ତହୁଁ ହସାୟେଲ ପଗ୍ଭରିଲେ, “ହେ ମୋର ମହାଶୟ, କାହିଁକି ରୋଦନ କଲେ?”
ଇଲୀଶାୟ ଉତ୍ତର କଲେ, “ତୁମ୍ଭେ ଇସ୍ରାଏଲୀୟଙ୍କ ସନ୍ତାନଗଣଙ୍କ ପାଇଁ ଅନିଷ୍ଟର କାରଣ କରିବାକୁ ଯାଉଛ, ଏହା ମୁଁ ଜାଣେ। ମୁଁ ଏହି ନିମନ୍ତେ ରୋଦନ କରୁଛି, କାରଣ ତୁମ୍ଭେ ସେମାନଙ୍କର ସୁଦୃଢ଼ ନଗରଗୁଡ଼ିକୁ ଅଗ୍ନିରେ ଦଗ୍ଧିଭୂତ କରିବ, ସେମାନଙ୍କର ଯୁବକମାନଙ୍କୁ ଖଡ଼୍ଗରେ ହତ୍ୟା କରିବ, ସେମାନଙ୍କର ଶିଶୁସନ୍ତାନକୁ ଭୂମିରେ କଗ୍ଭଡ଼ି ମାରିବ ଓ ସେମାନଙ୍କର ଗର୍ଭବତୀ ସ୍ତ୍ରୀମାନଙ୍କ ଉଦର ବିଦୀର୍ଣ୍ଣ କରିବ।”
13 ହସାୟେଲ କହିଲେ, “ମୁଁ ତ ସେପରି ଶକ୍ତିଶାଳୀ[b] ନୁହେଁ, ମୁଁ ସେହି ସାମରିକ କୃତିବ ପାରିବ ନାହିଁ?”
ଇଲୀଶାୟ ଉତ୍ତର କଲେ, “ସଦାପ୍ରଭୁ ମୋତେ ଜଣାଇଛନ୍ତି ତୁମ୍ଭେ ଅରାମର ରାଜା ହେବ।”
14 ତା'ପରେ ହସାୟେଲ ଇଲୀଶାୟଙ୍କଠାରୁ ବିଦାୟ ନେଇ ରାଜାଙ୍କ ନିକଟକୁ ଗଲେ। ବିନ୍ହଦଦ୍ ହସାୟେଲଙ୍କୁ କହିଲେ, “ଇଲୀଶାୟ ତୁମ୍ଭକୁ କ’ଣ କହିଛନ୍ତି।”
ହସାୟେଲ ଉତ୍ତର କଲେ, “ଇଲୀଶାୟ କହିଲେ ଯେ, ଆପଣ ନିଶ୍ଚୟ ବଞ୍ଚିବେ।”
ହସାୟେଲ ବିନ୍ହଦଦଙ୍କୁ ହତ୍ୟା କଲେ
15 ମାତ୍ର ପରଦିନ ହସାୟେଲ ଏକ ପତଳା ବସ୍ତ୍ର ନେଇ ଜଳରେ ବୁଡ଼ାଇଲେ ଓ ରାଜା ବିନ୍ହଦଦ୍ର ମୁଖ ଉପରେ ଆବୃତ କଲେ। ତହିଁରେ ତାଙ୍କର ଶ୍ୱାସରୁଦ୍ଧ ହୋଇ ସେ ମଲେ ଓ ହସାୟେଲ ତାଙ୍କ ପଦରେ ରାଜତ୍ୱ କଲେ।
ଯିହୋରାମଙ୍କ ଶାସନ ଆରମ୍ଭ
16 ଆହାବଙ୍କ ପୁତ୍ର ଯୋରାମ ଇସ୍ରାଏଲରେ ରାଜତ୍ୱ କରିବାର ପଞ୍ଚମ ବର୍ଷରେ ଯିହୋଶାଫଟଙ୍କ ପୁତ୍ର ଯିହୋରାମ ଯିହୁଦାର ରାଜା ହେଲେ। 17 ଯିହୋରାମଙ୍କୁ ଯେତେବେଳେ ବତିଶ୍ ବର୍ଷ ହୋଇଥିଲା, ସେ ରାଜ୍ୟ ଉପରେ ଶାସନ କରିବା ଆରମ୍ଭ କଲେ। ସେ ଯିରୁଶାଲମରେ ଆଠ ବର୍ଷ ରାଜତ୍ୱ କଲେ। 18 ଯିହୋରାମ ଇସ୍ରାଏଲ ରାଜାଗଣ ପରି ବାସ କଲେ ଏବଂ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କଲେ। ସେ ଆହାବ ବଂଶାନୁସାରେ ଚଳିଲେ, କାରଣ ସେ ଆହାବଙ୍କ କନ୍ୟାକୁ ବିବାହ କରିଥିଲେ। 19 ମାତ୍ର ସଦାପ୍ରଭୁ ଯିହୁଦାକୁ ବିନାଶ କଲେ ନାହିଁ, କାରଣ ସେ ଆପଣା ଦାସ ଦାଉଦଙ୍କୁ ପ୍ରତିଜ୍ଞା କରି କହିଥିଲେ ତାଙ୍କରି ପରିବାରମାନଙ୍କ ମଧ୍ୟରୁ ଜଣେ ସର୍ବଦା ରାଜା ହେବ।
20 ତାଙ୍କ ସମୟରେ ଯିହୁଦାର ଶାସନ ବିରୁଦ୍ଧରେ ଇଦୋମୀୟମାନେ ବିଦ୍ରୋହ କଲେ ଓ ସେମାନେ ସେମାନଙ୍କର ଏକ ରାଜା ବାଛିଲେ।
21 ତା'ପରେ ଯିହୋରାମ ଓ ତାଙ୍କର ସମସ୍ତ ରଥ ସାୟୀରକୁ ଯାତ୍ରା କଲେ। ଇଦୋମୀୟ ସୈନ୍ୟମାନେ ସେମାନଙ୍କୁ ଚତୁର୍ଦ୍ଦିଗରୁ ଘେରିଗଲେ। ଯିହୋରାମ ଓ ତାଙ୍କର ସେନାଧ୍ୟକ୍ଷମାନେ ସେମାନଙ୍କୁ ଆକ୍ରମଣ କଲେ। ସେଥିରେ ଶତ୍ରୁମାନେ ପ୍ରାଣଭୟରେ ଦୌଡ଼ି ପଳାୟନ କଲେ। ମାତ୍ର ଯିହୋରାମଙ୍କର ସମସ୍ତ ସୈନ୍ୟ ନିଜ ନିଜ ତମ୍ବୁକୁ ଫେରି ଆସିଲେ। 22 ତେଣୁ ଇଦୋମୀୟ ଲୋକମାନେ ଯିହୁଦା ବିରୁଦ୍ଧରେ ବିଦ୍ରୋହ କଲେ। ସେମାନେ ଆଜି ପର୍ଯ୍ୟନ୍ତ ଯିହୁଦାର ରାଜତ୍ୱରୁ ମୁକ୍ତ ଅଛନ୍ତି।
ଠିକ୍ ସେହି ସମୟରେ ଲିବ୍ନା ମଧ୍ୟ ଯିହୁଦାର ନିୟମ ଭଙ୍ଗ କଲ।
23 ଯିହୋରାମଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ କାର୍ଯ୍ୟାବଳୀ ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିପିବଦ୍ଧ ହୋଇଅଛି।
24 ଯିହୋରାମ ମୃତ୍ୟୁବରଣ କଲେ ଓ ସେ ତାଙ୍କର ପୂର୍ବପୁରୁଷଙ୍କ ସହିତ ଦାଉଦ ନଗରରେ କବର ପ୍ରାପ୍ତ ହେଲେ। ତା'ପରେ ଯିହୋରାମଙ୍କ ପୁତ୍ର ଅହସିୟ ତାଙ୍କ ପଦରେ ରାଜା ହେଲେ।
ଅହସିୟ ତାଙ୍କର ଶାସନ ଆରମ୍ଭ କଲେ
25 ଆହାବଙ୍କ ପୁତ୍ର ଯୋରାମ ଇସ୍ରାଏଲ ଭୂଖଣ୍ତର ରାଜା ଦ୍ୱାଦଶ ବର୍ଷରେ ଯିହୋରାମଙ୍କ ପୁତ୍ର ଅହସିୟ ଯିହୁଦାର ରାଜା ହେଲେ। 26 ଅହସିୟଙ୍କୁ ଯେତେବେଳେ ବାଇଶି ବର୍ଷ ହୋଇଥିଲା, ସେ ଯିହୁଦାର ରାଜା ହେଲେ। ସେ ଯିରୁଶାଲମରେ ଏକ ବର୍ଷ ରାଜତ୍ୱ କଲେ। ତାଙ୍କର ମାତାଙ୍କର ନାମ ଅଥଲିୟା, ସେ ଇସ୍ରାଏଲର ରାଜା ଅମ୍ରିଙ୍କର କନ୍ୟା ଥିଲେ। 27 ଅହସିୟ ମଧ୍ୟ ଆହାବର ବଂଶଧର ପରି ବାସ କଲେ ଏବଂ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ। ସେ ଏହିପରି ବାସ କଲେ, କାରଣ ସେ ଆହାବ ବଂଶର ଜାମାତା ଥିଲେ।
ହସାୟେଲଙ୍କ ଯୁଦ୍ଧ ବିରୁଦ୍ଧରେ ଯୋରାମ ଆହତ
28 ଯୋରାମ ଆହାବ ବଂଶର ଥିଲେ। ଏ ନିମନ୍ତେ ସେ ଅହସିୟଙ୍କ ସଙ୍ଗେ ମିଶି ଅରାମର ରାଜା ହସାୟେଲଙ୍କ ବିରୁଦ୍ଧରେ ରାମୋତ-ଗିଲିୟଦରେ ଯୁଦ୍ଧ କରିବାକୁ ଗଲେ। ଏଥିରେ ଅରାମୀୟମାନେ ଯୋରାମଙ୍କୁ କ୍ଷତବିକ୍ଷତ କଲେ। 29 ରାଜା ଯୋରାମ, ସେ ତା'ର କ୍ଷତର ସୁସ୍ଥ ହେବା ପାଇଁ ଯିଷ୍ରିୟେଲକୁ ଫେରିଗଲେ। ଯୋରାମ ପୀଡ଼ିତ ହେବା ଯୋଗୁଁ, ଯିହୁଦାର ରାଜା ଅହସିୟ ଯିହୋରାମଙ୍କୁ ଦେଖା କରିବାକୁ ଯିଷ୍ରିୟେଲକୁ ଗଲେ।
2010 by World Bible Translation Center