Beginning
ଅମ୍ନୋନ ଓ ତାମର
13 ଦାଉଦଙ୍କର ଏକ ପୁତ୍ର ଥିଲା, ଯାହାର ନାମ ଥିଲା ଅବଶାଲୋମ। ଅବଶାଲୋମର ଏକ ଭଉଣୀ ଥିଲା, ଯାହାର ନାମ ଥିଲା ତାମର। ତାମର ଭାରୀ ସୁନ୍ଦରୀ ଥିଲା। ଦାଉଦଙ୍କର ଅନ୍ୟ ଏକ ପୁତ୍ର ଥିଲା ଅମ୍ନୋନ। 2 ଅମ୍ନୋନ ନିଜର ସାବତ ଭଉଣୀ ତାମରକୁ ଭଲପାଇ ବସିଲା ଓ ତା’ ପ୍ରେମରେ ତାକୁ ଜ୍ୱର ଆସିଗଲା। ତାମର ଅନୁଢ଼ା ଥିଲା। ଅମ୍ନୋନ ତାକୁ ବହୁତ ଗ୍ଭହୁଁଥିଲା, କିନ୍ତୁ ତା’ ସହିତ ଏକାକୀ ରହିବା ପାଇଁ ଅବକାଶ ପାଇଲା ନାହିଁ।
3 ଅମ୍ନୋନର ଯୋନାଦବ୍ ନାମକ ଜଣେ ଚତୁର ବନ୍ଧୁ ଥିଲା, ଯିଏ କି ଶିମିୟର ପୁତ୍ର। ଶିମିୟ ଦାଉଦଙ୍କର ଭାଇ ଥିଲା। 4 ସେ ଅମ୍ନୋନକୁ ପଗ୍ଭରିଲା, “ତୁମ୍ଭେ କାହିଁକି ଦିନକୁ ଦିନ ଏପରି କ୍ଷୀଣ ହୋଇ ଯାଉଛ। ତୁମ୍ଭେ ମୋତେ କ’ଣ ତାହା କହିବ ନାହିଁ?”
ତା'ପରେ ଅମ୍ନୋନ କହିଲା, “ମୁଁ ଅବଶାଲୋମର ଭଉଣୀ ତାମରକୁ ଭଲ ପାଏ।”
5 ଯୋନାଦବ୍ ତାହାକୁ କହିଲା, “ତୁମ୍ଭେ ଶଯ୍ୟାରେ ପଡ଼ି ରୋଗର ବାହାନା କର। ପୁଣି ତୁମ୍ଭ ପିତା ତୁମ୍ଭକୁ ଦେଖିବାକୁ ଆସିଲେ ତାଙ୍କୁ କୁହ, ‘ଦୟାକରି ମୋର ଭଉଣୀ ତାମରକୁ ମୋ’ ପାଖକୁ ଆସି ମୋତେ ଖାଦ୍ୟ ଦେବାକୁ ଅନୁମତି ଦିଅନ୍ତୁ। ସେ ମୋ’ ଆଗରେ ଖାଦ୍ୟ ରାନ୍ଧିବ, ତହିଁରେ ମୁଁ ତାହା ଦେଖି ତାହା ହାତରୁ ଭୋଜନ କରିବି।’”
6 ରାଜା ଦେଖିବାକୁ ଆସିବା ସମୟରେ ଅମ୍ନୋନ ରୋଗର ବାହାନା କରି ପଡ଼ି ରହିଲା। ଅମ୍ନୋନ କହିଲା, “ମୋ’ ଭଉଣୀ ତାମରକୁ ଆସିବାକୁ ଦିଅନ୍ତୁ ଏବଂ ସେ ମୋ’ ଆଗରେ ଦୁଇଟି ପିଠା କରିବ, ତା'ପରେ ମୁଁ ସେଗୁଡ଼ିକ ତା’ ହାତରୁ ଖାଇବି।”
7 ତେବେ ଦାଉଦ ତାମରର ଗୃହକୁ ଲୋକ ପଠାଇ କହିଲେ, “ତୁମ୍ଭ ଭାଇ ଅମ୍ନୋନର ଘରକୁ ଟିକିଏ ଯାଇ ତାହାର ଖାଇବା ପାଇଁ କିଛି ରାନ୍ଧି ଦିଅ।”
8 ଯେତେବେଳେ ତାମର ଆପଣା ଭାଇ ଅମ୍ନୋନର ଗୃହକୁ ଗଲା, ସେତେବେଳେ ସେ ଶଯ୍ୟାରେ ଥିଲା। ତେଣୁ ତାମର ଚକଟା ମଇଦା ନେଇ ଦଳି ଅମ୍ନୋନ ଦେଖୁଥିବା ବେଳେ ପିଠା ପ୍ରସ୍ତୁତ କରି ତାକୁ ପାକ କଲା। 9 ସେ କରେଇରୁ ପିଠାଗୁଡ଼ିକ କାଢ଼ିନେଇ ତା’ ଆଗରେ ରଖିଲା। ଏବଂ ସେ ଖାଇବାକୁ ମନାକଲା ଏବଂ ଅମ୍ନୋନ କହିଲା, “ସମସ୍ତଙ୍କୁ ବାହାରକୁ ପଠେଇ ଦିଅ।” ଏବଂ ସମସ୍ତେ କୋଠରୀରୁ ବାହାରି ଗଲେ।
ଅମ୍ନୋନ ତାମର ସହିତ ବଳତ୍କାର କଲା
10 ତା'ପରେ ଅମ୍ନୋନ ତାମରକୁ କହିଲା, “ଖାଦ୍ୟ ଦ୍ରବ୍ୟ ଶୟନ ଗୃହକୁ ଆଣ, ମୁଁ ତୁମ୍ଭ ହାତରୁ ତାହା ଭୋଜନ କରିବି।”
ଏଥିରେ ତାମର ନିଜେ ତିଆରି କରିଥିବା ପିଠା ନେଇ ଅମ୍ନୋନର ଶୟନ କକ୍ଷକୁ ଗଲା। 11 ତାହାକୁ ଖୁଆଇବା ପାଇଁ ତାହା ନିକଟକୁ ନିଅନ୍ତେ ସେ ତାମରକୁ ଧରି କହିଲା, “ଆସ ମୋର ଭଉଣୀ ମୋ’ ପାଖରେ ଶୟନ କର।”
12 ସେଥିରେ ସେ ଉତ୍ତର ଦେଲା, “ନା, ନା, ଭାଇ ମୋତେ ଏହା କରିବାକୁ ବାଧ୍ୟ ନ କର, କାରଣ ଇସ୍ରାଏଲ ମଧ୍ୟରେ ଏପରି କର୍ମ ନିଷେଧ। ଏହିପରି ଭୟଙ୍କର କାର୍ଯ୍ୟ କର ନାହିଁ। 13 ଯଦି ତୁମ୍ଭେ ଏହା କର, ମୁଁ ଲଜ୍ଜାରୁ କେବେ ମୁକ୍ତ ହୋଇ ପାରିବି ନାହିଁ। ଏବଂ ଇସ୍ରାଏଲରେ ତୁମ୍ଭେ ଜଣେ ସାଧାରଣ ଦୋଷୀ ରୂପେ ବିବେଚିତ ହେବ। ଏଣୁ ମୁଁ ବିନୟ କରୁଅଛି, ରାଜାଙ୍କ ସଙ୍ଗେ କଥାବାର୍ତ୍ତା କର, ସେ ତୁମ୍ଭ ପ୍ରତି ମୋତେ ଦେବା ପାଇଁ ଅସମ୍ମତ ହେବେ ନାହିଁ।”
14 ତଥାପି ଅମ୍ନୋନ ତାହାର କଥା ଶୁଣିଲା ନାହିଁ। ମାତ୍ର ସେ ତା'ଠାରୁ ବଳବାନ୍ ହେବାରୁ ତାହାକୁ ବଳତ୍କାର କରି ତା’ ସଙ୍ଗେ ଶୟନ କଲା। 15 ତା'ପରେ ଅମ୍ନୋନ ତାକୁ ଅତି ଘୃଣା କଲା, ସେ ତାକୁ ଯେପରି ପ୍ରେମ କରିଥିଲା, ତା’ ଅପେକ୍ଷା ଅଧିକ ଘୃଣା କଲା। ଏଣୁ ଅମ୍ନୋନ ତାହାକୁ କହିଲା, “ଉଠ ଏଠାରୁ ଗ୍ଭଲିଯାଅ।”
16 ସେଥିରେ ସେ କହିଲା, “ମୋତେ ଏହିପରି ଅବସ୍ଥାରେ ଦୂରେଇ ଦିଅ ନାହିଁ। ତୁମ୍ଭେ ମୋ’ ପ୍ରତି ବର୍ତ୍ତମାନ ଯାହା କଲ, ତା'ଠାରୁ ମଧ୍ୟ ଏହା ଅଧିକରୁ ଅଧିକ ମନ୍ଦ ହେବ।”
କିନ୍ତୁ ସେ ତା'ର କଥାକୁ ଶୁଣିଲା ନାହିଁ। 17 ତା'ପରେ ଅମ୍ନୋନ ତା'ର ଦାସକୁ ଡାକି କହିଲା, “ଏହାକୁ ମୋ’ ପାଖରୁ ବାହାର କରିଦିଅ, ଏବଂ କବାଟ ବନ୍ଦ କରିଦିଅ।”
18 ତେଣୁ ଅମ୍ନୋନଙ୍କର ଦାସ ତାକୁ ଘରୁ ବାହାର କରି କବାଟ ବନ୍ଦ କରି ଦେଲା।
ତାମର ଏକ ଦୀର୍ଘ ଛାପାବସ୍ତ୍ର ପିନ୍ଧି ଥିଲା, କାରଣ ଅନୁଢ଼ା ରାଜକନ୍ୟାମାନେ ସେହି ପ୍ରକାର ବସ୍ତ୍ର ପିନ୍ଧନ୍ତି। 19 ଏଥିରେ ଅମ୍ନୋନର ଦାସ ତାହାକୁ ବାହାରେ ଆଣି ତାହା ପଛେ ପଛେ କବାଟ ଦେଇଦେବାରୁ ସେ ନିଜର ମୁଣ୍ଡରେ ଭସ୍ମ ଦେଇ ତାହା ଦେହର ଦୀର୍ଘ ଅଙ୍ଗରେଖା ଚିରି ଦେଲା। ତା'ପରେ ସେ ମୁଣ୍ଡରେ ହାତ ଦେଇ କାନ୍ଦି କାନ୍ଦି ସେଠାରୁ ପ୍ରସ୍ଥାନ କଲା।
20 ତୁମ୍ଭ ସହିତ ତୁମ୍ଭର ଭାଇ ଅମ୍ନୋନ ଅଛି କି? “ସେ ତୁମ୍ଭକୁ ଆଘାତ କଲା କି? ଭଉଣୀ, ଏବେ ତୁନି ହୁଅ, ସେ ତୁମ୍ଭର ଭାଇ, ଏ ବିଷୟରେ ଚିନ୍ତା କରି ବ୍ୟତିବ୍ୟସ୍ତ ହୁଅ ନାହିଁ।” ଏହା ପରେ ସେ ନିଜର ସହୋଦର ଅବଶାଲୋମର ଗୃହରେ ରହିଲା। ଏବଂ ସେ କିଛି କହିଲା ନାହିଁ। ସେ ସେଠାରେ ବାସ କଲା ଓ ଏକାକୀ ଥିଲା ଓ ଉଦାସ ଥିଲା।
21 ମାତ୍ର ରାଜା ଦାଉଦ ଏହିସବୁ କଥା ଶୁଣି ଅତ୍ୟନ୍ତ କ୍ରୁଦ୍ଧ ହେଲେ। 22 ଅବଶାଲୋମ ଅମ୍ନୋନକୁ ଭଲ କି ମନ୍ଦ କିଛି କହିଲା ନାହିଁ। କାରଣ ତାହାର ଭଉଣୀ ତାମରକୁ ବଳାତ୍କାର କରିବାରୁ ଅବଶାଲୋମ ଅମ୍ନୋନକୁ ଘୃଣା କଲା।
ଅବଶାଲୋମଙ୍କର ପ୍ରତିଶୋଧ
23 ଏହା ପରେ ସମ୍ପୂର୍ଣ୍ଣ ଦୁଇ ବର୍ଷ ପରେ ଇଫ୍ରୟିମ ସୀମାରେ ବାଲ୍ହାତ୍ସୋରରେ ଅବଶାଲୋମର ମେଷଲୋମ ଛେଦନ କଲା ଏବଂ ଅବଶାଲୋମ ସମସ୍ତ ରାଜପୁତ୍ରଙ୍କୁ ନିମନ୍ତ୍ରଣ କଲା। 24 ପୁଣି ଅବଶାଲୋମ ରାଜାଙ୍କ ନିକଟକୁ ଆସିଲା ଓ କହିଲା, “ଦେଖନ୍ତୁ ମୋର ମେଷଗୁଡ଼ିକର ଲୋମ ଛେଦନ ହୋଇଛି, ଏଣୁ ମହାରାଜ ଓ ରାଜାଙ୍କ ଦାସମାନେ ଆପଣଙ୍କ ଏହି ଦାସ ସଙ୍ଗରେ ଆସନ୍ତୁ।”
25 ଏଥିରେ ରାଜା ଅବଶାଲୋମକୁ କହିଲେ, “ନାହିଁ ମୋର ପୁତ୍ର, ଆମ୍ଭେ ସମସ୍ତେ ନ ଯାଉ, ଗଲେ ତୁମ୍ଭ ପ୍ରତି ଭାରସ୍ୱରୂପ ହେବୁ।”
ମାତ୍ର ସେ ବହୁତ ବଳାଇଲା। ତେବେ ହିଁ ରାଜା ଯିବାକୁ ସମ୍ମତ ନୋହି ତାହାକୁ ଆଶୀର୍ବାଦ କଲେ।
26 ଏଥିରେ ଅବଶାଲୋମ କହିଲା, “ଯଦି ଆପଣ ଆସୁନାହାନ୍ତି, ତେବେ ମୋର ଭାଇ ଅମ୍ନୋନକୁ ଆମ ସଙ୍ଗରେ ଯିବାକୁ ଅନୁମତି ଦିଅନ୍ତୁ।”
ରାଜା ତାଙ୍କୁ କହିଲେ, “ସେ କାହିଁକି ତୁମ୍ଭ ସଙ୍ଗେ ଯିବ?”
27 ମାତ୍ର ଅବଶାଲୋମ ବଳାଇବାରୁ ରାଜା ଅମ୍ନୋନକୁ ଓ ସବୁ ରାଜ ପୁତ୍ରଙ୍କୁ ତାହା ସଙ୍ଗେ ପଠାଇଲେ।
ଅମ୍ନୋନଙ୍କର ହତ୍ୟା
28 ଏହା ପରେ ଅବଶାଲୋମ ନିଜର ସେବକମାନଙ୍କୁ ଆଜ୍ଞା ଦେଲେ ଓ କହିଲେ, “ଅମ୍ନୋନକୁ ଜଗି ଥାଅ, ଯେତେବେଳେ ସେ ଟିକେ ମାତାଲ ହେବ, ଦ୍ରକ୍ଷାରସରୁ ଉତ୍ତମ ଅନୁଭବ କରିବ, ମୋ’ ଆଦେଶ ଅନୁକରଣ କରି ତାକୁ ହତ୍ୟା କର। ଭୟ କର ନାହିଁ, ମୁଁ କ’ଣ ତୁମ୍ଭମାନଙ୍କୁ ଆଜ୍ଞା ଦେଇ ନାହିଁ, ବଳବାନ୍ ଏବଂ ସାହସୀ ହୁଅ।”
29 ଅବଶାଲୋମର ଲୋକମାନେ ଗଲେ ଓ ଅବଶାଲୋମର ଆଜ୍ଞାନୁସାରେ ଅମ୍ନୋନକୁ ହତ୍ୟା କଲେ। ତେଣୁ ରାଜପୁତ୍ରମାନେ ସମସ୍ତେ ଉଠି ପ୍ରତ୍ୟେକ ନିଜ ନିଜ ଖଚର ଉପରେ ଚଢ଼ି ପଳାଇଲେ।
ଅମ୍ନୋନଙ୍କର ମୃତ୍ୟୁ ବିଷୟରେ ଦାଉଦ ଶୁଣିଲେ
30 ସେମାନେ ବାଟରେ ଥିଲେ। ଦାଉଦ ନିକଟରେ ସମ୍ବାଦ ଉପସ୍ଥିତ ହେଲା ଯେ, “ଅବଶାଲୋମ ସମସ୍ତ ରାଜପୁତ୍ରଙ୍କୁ ବଧ କରିଅଛି, ସେମାନଙ୍କ ମଧ୍ୟରୁ ଜଣେ ଅବଶିଷ୍ଟ ନାହିଁ।”
31 ତହିଁରେ ରାଜା ଉଠି ଆପଣା ବସ୍ତ୍ର ଚିରି ଭୂମିରେ ଲମ୍ବ ହୋଇ ପଡ଼ିଲେ ଓ ତାଙ୍କର ଦାସ ସମସ୍ତେ ନିଜ ନିଜର ବସ୍ତ୍ର ଚିରି ତାହାଙ୍କ ନିକଟରେ ଠିଆ ହେଲେ।
32 ସେତେବେଳେ ଦାଉଦଙ୍କର ଭାଇ ଶିମିୟର ପୁତ୍ର ଯୋନାଦବ୍ ପହଞ୍ଚିଲା ଓ କହିଲା, “ନା! ସମସ୍ତଙ୍କୁ ହତ୍ୟା କରାଯାଇ ନାହିଁ। ମାତ୍ର ଅମ୍ନୋନକୁ ହତ୍ୟା କରାଗଲା। ଅମ୍ନୋନ ତାମରକୁ ଧର୍ଷଣ କରିବା ଦିନଠାରୁ ଅବଶାଲୋମ ଏହି ଷଡ଼ଯନ୍ତ୍ର କରି ଆସୁଅଛି। 33 ଏଣୁ ସମସ୍ତ ରାଜପୁତ୍ର ମରିଛନ୍ତି ବୋଲି ମୋର ପ୍ରଭୁ, ମହାରାଜ ମନରେ ନ ଘେନନ୍ତୁ। କାରଣ କେବଳ ଅମ୍ନୋନ ମରିଛି।”
34 ଏଥି ମଧ୍ୟରେ ଅବଶାଲୋମ ପଳାୟନ କରିଥିଲା।
ଏହି ସମୟରେ ଜଣେ ପ୍ରହରୀ ନଗରର ପ୍ରାଚୀର ଉପରେ ଛିଡ଼ା ହୋଇଥିଲା। ସେ ଦେଖିଲା, ବହୁତ ଗୁଡ଼ିଏ ଲୋକ ପର୍ବତର ଅନ୍ୟ ପାର୍ଶ୍ୱରୁ ଆସୁଛନ୍ତି। 35 ତେଣୁ ଯୋନାଦବ୍, ରାଜା ଦାଉଦଙ୍କୁ କହିଲା, “ଦେଖ ମୁଁ ଠିକ୍ କହୁଅଛି, ଦେଖ, ରାଜାଙ୍କର ପୁତ୍ରମାନେ ଆସୁଛନ୍ତି।”
36 ଏହା କହି ସାରିବା ପରେ ରାଜକୁମାରଗଣ ଆସି ସେଠାରେ ପହଞ୍ଚି ଗଲେ ଏବଂ ସେମାନେ କ୍ରନ୍ଦନ କରୁଥିଲେ। ଦାଉଦ ଏବଂ ତାଙ୍କର ଦାସୀମାନେ ମଧ୍ୟ କାନ୍ଦିବାକୁ ଲାଗିଲେ ଓ ଚିତ୍କାର କରି କାନ୍ଦିଲେ। 37 ତାଙ୍କର ପୁତ୍ର ଅମ୍ନୋନଙ୍କ ପାଇଁ ଦାଉଦ ବହୁତ ଦିନ ଶୋକ କଲେ।
ଅବଶାଲୋମ ଗଶୂରକୁ ପଳାୟନ କଲେ
ଅବଶାଲୋମ ପଳାଇ ଗଶୂରର ରାଜା ଅମ୍ମୀହୁରର ପୁତ୍ର ତଲ୍ମୟ ନିକଟକୁ ଯାଇଥିଲା। 38 ଏହା ପରେ ଅବଶାଲୋମ ଗଶୂରକୁ ପଳାଇ ସେଠାରେ ତିନି ବର୍ଷ ଧରି ରହିଲା। 39 ଦାଉଦ ତାଙ୍କର ମନ ଅବଶାଲୋମ ଆଡ଼େ ଗଲାପରେ ତାଙ୍କର ପ୍ରାଣ କ୍ଷୀଣ ହେଲା କାରଣ ସେ ଅମ୍ନୋନର ମୃତ୍ୟୁ ଜାଣି ସାନ୍ତ୍ୱନା ପ୍ରାପ୍ତ ହେଲେ।
ଯୋୟାବ ଏକ ଜ୍ଞାନୀ ସ୍ତ୍ରୀକୁ ଦାଉଦଙ୍କ ନିକଟକୁ ପଠାଇଲେ
14 ସରୁୟାର ପୁତ୍ର ଯୋୟାବ ଦେଖିଲା ଯେ, ରାଜାଙ୍କର ଅନ୍ତଃକରଣ ଅବଶାଲୋମ ଆଡ଼େ ଅଛି। 2 ଏଣୁ ଯୋୟାବ ତକୋୟକୁ ଲୋକ ପଠାଇ ସେଠାରୁ ଏକ ଜ୍ଞାନବତୀ ସ୍ତ୍ରୀଲୋକ ଆଣିବାକୁ କହିଲା। ଯୋୟାବ ସେହି ବୁଦ୍ଧିମତୀ ସ୍ତ୍ରୀଲୋକଟିକୁ କହିଲେ, “ଦୟାକରି ବହୁତ ଦୁଃଖିତ ଥିବାର ଛଳନା କର। ଶୋକ ବସ୍ତ୍ର ପରିଧାନ କର। ତୁମ୍ଭର କେଶରେ ଓ ମୁଖରେ ତେଲିଆ ପ୍ରସାଧାନ ଲଗାଅ ନାହିଁ। ମାତ୍ର ମୃତ ଲୋକ ପାଇଁ ବହୁକାଳରୁ ଶୋକକାରିଣୀ ସ୍ତ୍ରୀ ପରି ବ୍ୟବହାର କର। 3 ରାଜାଙ୍କ ନିକଟକୁ ଯାଇ ମୁଁ ତୁମ୍ଭକୁ ଯାହା କୁହେ ସେହି ବାକ୍ୟ ତାଙ୍କୁ କୁହ, ତା'ପରେ ଯୋୟାବ ବୁଦ୍ଧିମତୀ ସ୍ତ୍ରୀଲୋକଟିକୁ ଯାହା କହିବା ପାଇଁ ହେବ କହିଲେ।”
4 ତହୁଁ ତକୋୟର ସେହି ସ୍ତ୍ରୀ ଜଣକ ରାଜାଙ୍କୁ କଥା କହିବା ବେଳେ ଭୂମିରେ ମୁଣ୍ଡମାଡ଼ି ପ୍ରଣାମ କରି କହିଲା, “ମହାରାଜ, ରକ୍ଷା କରନ୍ତୁ।”
5 ତହିଁରେ ରାଜା ପଗ୍ଭରିଲେ, “କ’ଣ ତୁମ୍ଭର ଅସୁବିଧା କରୁଛି?”
ସେ ଉତ୍ତର ଦେଲା, “ମୁଁ ସତ୍ୟ କହୁଅଛି ମୁଁ ବିଧବା ସ୍ତ୍ରୀ, ମୋର ସ୍ୱାମୀ ମରିଯାଇଛି। 6 ଆପଣଙ୍କ ଏହି ଦାସୀର ଦୁଇ ପୁତ୍ର ଥିଲେ। ସେ ଦୁହେଁ କ୍ଷେତ୍ରରେ ବିବାଦ କଲେ। ସେତେବେଳେ ସେମାନଙ୍କୁ ଛଡ଼ାଇ ଦେବାକୁ କେହି ନ ଥିବାରୁ ଜଣେ ଅନ୍ୟ ଜଣକୁ ମାରି ବଧ କଲା। 7 ବର୍ତ୍ତମାନ ମୋର ପୁରା ପରିବାର ମୋର ବିରୁଦ୍ଧାଚରଣ କରୁଛନ୍ତି। ସେମାନେ ମୋତେ କହିଲେ, ‘ତୁମ୍ଭେ ସେ ପୁତ୍ରକୁ ଆଣି ଦିଅ ଯେ ତା'ର ଭାଇକୁ ମାରିଅଛି। ଆମ୍ଭେମାନେ ତାକୁ ହତ୍ୟା କରିବୁ। କାରଣ ସେ ତା'ର ଭାଇକୁ ହତ୍ୟା କଲା।’ ମୋ’ ପୁଅ ହେଉଛି ମୋର ଶେଷ ଅଗ୍ନିଶିଖା। ଯଦି ସେମାନେ ତାକୁ ହତ୍ୟା କରନ୍ତି, ତେବେ ସେହି ଅଗ୍ନିଶିଖା ଜଳି ଲିଭିଯିବ। ସେ ତା'ର ବାପାର ସମ୍ପତ୍ତି ପାଇବାର ଏକମାତ୍ର ଜୀବିତ ଉତ୍ତରାଧିକାରୀ ପୁତ୍ର। ଯଦି ସେମାନେ ତାକୁ ହତ୍ୟା କରନ୍ତି, ତେବେ ସେହି ସମ୍ପତ୍ତି ଅନ୍ୟ ଜଣକୁ ଦିଆଯିବ ଏବଂ ତା'ପରେ ମୋର ସ୍ୱାମୀର ନାମ ଏହି ଦେଶରୁ ଲିଭିଯିବ।”
8 ତା'ପରେ ରାଜା ଦାଉଦ ସେ ସ୍ତ୍ରୀକୁ କହିଲେ, “ଗୃହକୁ ଫେରିଯାଅ। ମୁଁ ଏ ବିଷୟରେ ତୁମର ଯତ୍ନ ନେବି।”
9 ତକୋୟର ସେହି ସ୍ତ୍ରୀଲୋକଟି ରାଜାଙ୍କୁ କହିଲା, “ହେ ମୋର ସଦାପ୍ରଭୁ, ଏ ଅପରାଧଟି ମୋ’ ଉପରେ ଓ ମୋ’ ପରିବାର ଉପରେ ଥାଉ। ମାତ୍ର ମହାରାଜ ଓ ତାଙ୍କ ସିଂହାସନ ଦୋଷ ରହିତ ହେଉ।”
10 ତା'ପରେ ରାଜା କହିଲେ, “କେହି ଯଦି ତୁମ୍ଭକୁ କିଛି କହେ, ତାକୁ ମୋ’ ସମ୍ମୁଖକୁ ଆଣ ଏବଂ ସେ ତୁମ୍ଭର ଆଉ ବିବ୍ରତ କରିବ ନାହିଁ।”
11 ସ୍ତ୍ରୀଲୋକଟି କହିଲେ, “ଆପଣ ସଦାପ୍ରଭୁ ପରମେଶ୍ୱରଙ୍କ ନାମରେ ଶପଥ ନେଇ କହନ୍ତୁ, ଆପଣ ସେମାନଙ୍କୁ ଅଟକାଇବେ, ଯେଉଁମାନେ ତା'ର ଭାଇର ହତ୍ୟା ଯୋଗୁଁ ମୋର ପୁତ୍ରକୁ ହତ୍ୟା କରିବାକୁ ଗ୍ଭହାନ୍ତି। ଶପଥ କରନ୍ତୁ ଯେ, ଆପଣ ସେମାନଙ୍କୁ ମୋର ପୁତ୍ରକୁ ଧ୍ୱଂସ କରିବା ପାଇଁ ଦେବେ ନାହିଁ।”
ରାଜା କହିଲେ, “ସଦାପ୍ରଭୁ ଜୀବିତ ଥିବା ପର୍ଯ୍ୟନ୍ତ କେହି ତୁମ୍ଭର ପୁତ୍ରର କ୍ଷତି କରି ପାରିବେ ନାହିଁ, ଏପରିକି ତା'ର ମୁଣ୍ଡର ଗୋଟିଏ ବାଳ ମଧ୍ୟ ତଳେ ପଡ଼ିବ ନାହିଁ। ରାଜା କହିଲେ, ପରମେଶ୍ୱରଙ୍କର ନାମ ଅକ୍ଷୁର୍ଣ୍ଣ ଥିବାଯାଏ କେହି ତା'ର ଚର୍ମକୁ ସ୍ପର୍ଶ କରି ପାରିବେ ନାହିଁ।”
12 ସେ କହିଲା, “ମୋର ରାଜା ସଦାପ୍ରଭୁ ଦୟାକରି ମୋତେ କିଛି କହିବା ପାଇଁ ଦିଅନ୍ତୁ।”
ତା'ପରେ ରାଜା ଉତ୍ତର ଦେଲେ, “ତୁମ୍ଭେ କୁହ।”
13 ସ୍ତ୍ରୀଲୋକଟି କହିଲା, “ତେବେ ଆପଣ କାହିଁକି ପରମେଶ୍ୱରଙ୍କ ଲୋକମାନଙ୍କ ବିରୁଦ୍ଧରେ ଏପରି ଯୋଜନା କରିଛନ୍ତି? ରାଜା ଯାହା କହିଲେ, ତାହା ତାଙ୍କର ଦୋଷକୁ ପ୍ରତିବିମ୍ବିତ କଲା। କାରଣ ରାଜା ଆପଣା ନିର୍ବାସିତ ପୁତ୍ରକୁ ଫେରାଇ ଆଣୁ ନାହାନ୍ତି। 14 ଆମ୍ଭେମାନେ ଦିନେ ନା ଦିନେ ସମସ୍ତେ ମରିବା। ଆମ୍ଭେମାନେ ଭୂମିରେ ଢଳା ହୋଇଥିବା ପାଣି ପରି, ଯାହାକି ପୁନର୍ବାର ସଂଗ୍ରହ ହୋଇ ପାରିବ ନାହିଁ। ପରମେଶ୍ୱର ଲୋକମାନଙ୍କୁ କ୍ଷମା କରନ୍ତି। ସେ ସେମାନଙ୍କ ପାଇଁ ଯୋଜନା କଲେ, ଯେଉଁମାନଙ୍କୁ ନିରାପଦ ପାଇଁ ବାଧ୍ୟରେ ଦୌଡ଼ି ପଳାନ୍ତି। 15 ମୋର ପ୍ରଭୁ ଓ ମହାରାଜ ମୁଁ ଏହି କଥାଗୁଡ଼ିକ କହିବାକୁ ଆପଣଙ୍କ ନିକଟକୁ ଆସିଲି କାରଣ ଲୋକମାନେ ମୋତେ ଭୟ ଦେଖାଇଲେ। ତେଣୁ ନିଜକୁ ଭାବିଲି, ‘ମୁଁ ମହାରାଜାଙ୍କୁ କହିବି, ହୋଇପାରେ, ମହାରାଜ ମୋତେ ସାହାଯ୍ୟ କରି ପାରନ୍ତି। 16 ରାଜା ମୋର କଥା ଶୁଣିବେ ଏବଂ ଯେଉଁମାନେ ମୋତେ ଏବଂ ମୋର ପୁତ୍ରକୁ ମାରିବାକୁ ଗ୍ଭହୁଁଛନ୍ତି। ସେମାନଙ୍କ କବଳରୁ ମୋତେ ରକ୍ଷା କରିବେ।’ ସେ ଆମ୍ଭମାନଙ୍କୁ ସଦାପ୍ରଭୁଙ୍କ ଦେଇଥିବା ଅଧିକାରରୁ ବଞ୍ଚିତ କରିବେ ନାହିଁ। 17 ମୁଁ ଜାଣେ ମୋର ମୁନିବଙ୍କର କଥା, ନିଶ୍ଚିତ ଭାବରେ ମୋତେ ବିଶ୍ରାମ ଦେବ କାରଣ ଆପଣ ହେଉଛନ୍ତି ଜଣେ ପରମେଶ୍ୱରଙ୍କ ଦୂତପରି। ଆପଣ ଜାଣନ୍ତି କେଉଁଟା ଠିକ୍ ଓ କେଉଁଟା ଭୁଲ୍ ଏବଂ ସଦାପ୍ରଭୁ ଆପଣଙ୍କର ପରମେଶ୍ୱର ସର୍ବଦା ଆପଣଙ୍କ ପାଖରେ ଅଛନ୍ତି।”
18 ରାଜା ଦାଉଦ ସ୍ତ୍ରୀଲୋକଟିକୁ କହିଲେ, “ମୁଁ ତୁମ୍ଭକୁ କେତେକ ପ୍ରଶ୍ନ ପଗ୍ଭରିବି। ତୁମ୍ଭେ ତା'ର ଉତ୍ତର ଦେବ।”
ସ୍ତ୍ରୀଲୋକଟି କହିଲା, “ହେ ମୋର ପ୍ରଭୁ, ଆପଣଙ୍କର ପ୍ରଶ୍ନ ପଗ୍ଭରନ୍ତୁ।”
19 ରାଜା କହିଲେ, “ଯୋୟାବ କ’ଣ ତୁମ୍ଭକୁ ଏପରି କହିବାକୁ କହିଥିଲେ?”
ସେହି ସ୍ତ୍ରୀଲୋକଟି ଉତ୍ତର ଦେଲା, “ହେ ମୋର ପ୍ରଭୁ ରାଜା, ଆପଣଙ୍କ ଜୀବିତ ଥିବା ଯାଏ, ଆପଣ ଯାହା କହନ୍ତି ସବୁ ଠିକ୍। ଆପଣଙ୍କର ଅଧିକାରୀ ଯୋୟାବ ମୋତେ ଏପରି କହିବାକୁ କହିଥିଲେ। 20 ଯୋୟାବ ଏପରି କରିଥିଲେ, ତେଣୁ ଆପଣା ପ୍ରତ୍ୟେକ କଥାକୁ ଅଲଗା ଭାବରେ ଦେଖି ପାରିଥା’ନ୍ତେ। ମୋର ପ୍ରଭୁ, ଆପଣ ପରମେଶ୍ୱରଙ୍କ ଦୂତ ପରି ଜ୍ଞାନୀ, ପୃଥିବୀରେ କେଉଁଠି କ’ଣ ହେଉଛି, ଆପଣ ସବୁ ଜାଣି ପାରୁଛନ୍ତି।”
ଅବଶାଲୋମ ଯିରୁଶାଲମକୁ ଫେରି ଆସିଲେ
21 ରାଜା ଯୋୟାବକୁ କହିଲେ, “ଦେଖ, ମୁଁ ସେହି କଥା କଲି। ଏଣୁ ଯାଅ ସେହି ଯୁବକ ଅବଶାଲୋମକୁ ପୁନର୍ବାର ଆଣ।”
22 ଯୋୟାବ ମୁଣ୍ଡ ନୂଆଁଇ ରାଜାଙ୍କୁ ପ୍ରଣାମ କଲା ଓ ରାଜାଙ୍କ ନାମରେ ଜୟଗାନ କଲା। ସେ କହିଲା, ହେ ରାଜା! “ମୁଁ ଜାଣେ ଯେ, ଆଜି ଆପଣଙ୍କ ଦୃଷ୍ଟିରେ ମୁଁ ଅନୁଗ୍ରହ ପାଇଛି। “ଏହା ଆଜି ମୁଁ ଜାଣେ କାରଣ ଆପଣଙ୍କର ଦାସର କଥାନୁସାରେ କାର୍ଯ୍ୟ କଲେ।”
23 ଯୋୟାବ ଉଠି ଗଶୂରକୁ ଯାଇ ଅବଶାଲୋମକୁ ଯିରୁଶାଲମକୁ ଆଣିଲା। 24 କିନ୍ତୁ ଦାଉଦ ରାଜା କହିଲେ, “ଅବଶାଲୋମ ତା’ ନିଜ ଘରକୁ ଫେରିଯାଇ ପାରିବ। ସେ ଆସି ପାରିବ ନାହିଁ ଓ ଦେଖି ପାରିବ ନାହିଁ।” ତେଣୁ ଅବଶାଲୋମ ତା'ର ନିଜ ଗୃହକୁ ଫେରିଗଲା। ଅବଶାଲୋମ ରାଜାଙ୍କୁ ସାକ୍ଷାତ କରି ପାରିଲା ନାହିଁ।
25 ସମୁଦାୟ ଇସ୍ରାଏଲ ମଧ୍ୟରେ ଅବଶାଲୋମ ପରି ଅତି ସୁନ୍ଦର ଯୁବକ କେହି ନ ଥିଲେ। ଲୋକମାନେ ତା'ର ସୌନ୍ଦର୍ଯ୍ୟକୁ ପ୍ରଶଂସା କରୁଥିଲେ। ତା'ର ପାଦରୁ ମସ୍ତକ ପର୍ଯ୍ୟନ୍ତ କେଉଁଠାରେ ଖୁଣ ନ ଥିଲା। 26 ତା’ ମୁଣ୍ଡରେ ବାଳ ଭାରୀ ହେବାରୁ ସେ ତାକୁ କାଟିଲା। ପ୍ରତି ବର୍ଷ ତା’ ମୁଣ୍ଡରୁ 200 ଶେକଲ ବାଳ ବାହାରେ। 27 ଅବଶାଲୋମର ତିନି ପୁତ୍ର ଓ ଗୋଟିଏ ଝିଅ ଥିଲା। ସେ ଝିଅର ନାମ ତାମର ଥିଲା। ତାମର ମଧ୍ୟ ଭାରୀ ସୁନ୍ଦରୀ ଥିଲେ।
ଅବଶାଲୋମ ତାଙ୍କୁ ଦେଖିବା ପାଇଁ ଯୋୟାବଙ୍କୁ ବାଧ୍ୟକଲେ
28 ଅବଶାଲୋମ ଯିରୁଶାଲମରେ ଦୁଇ ବର୍ଷ ଧରି ରହିଲେ। କିନ୍ତୁ ସେ ରାଜାଙ୍କୁ ଦେଖା କରିପାରୁ ନ ଥିଲେ। କାରଣ ତାଙ୍କୁ ଏପରି ଅନୁମତି ଦିଆଯାଇ ନ ଥିଲା। 29 ଅବଶାଲୋମ ଯୋୟାବଙ୍କ ନିକଟକୁ ଖବର ପଠାଇଲେ। ତାଙ୍କ ତରଫରୁ ରାଜାଙ୍କ ସମ୍ମୁଖକୁ ଯିବା ପାଇଁ। କିନ୍ତୁ ଯୋୟାବ ଆସିବାକୁ ଓ ଦେଖା କରିବାକୁ ମନା କରି ଦେଲା। ଅବଶାଲୋମ ଦ୍ୱିତୀୟ ଥର ତାଙ୍କୁ ଡକାଇଲେ, କିନ୍ତୁ ସେ ଆସିବାକୁ ମନା କଲେ।
30 ତେଣୁ ଅବଶାଲୋମ ତା'ର କର୍ମଗ୍ଭରୀମାନଙ୍କୁ କହିଲେ, “ଦେଖ, ଯୋୟାବର କ୍ଷେତ ଠିକ୍ ମୋର କ୍ଷେତ ପାଖରେ ଏବଂ ସେ ସେଥିରେ ବାର୍ଲୀ ଗ୍ଭଷ କରିଛି। ତୁମ୍ଭେମାନେ ଯାଅ ଓ ତାକୁ ପୋଡ଼ି ଦିଅ।”
ତେଣୁ ଅବଶାଲୋମର ଲୋକମାନେ ଗଲେ ଓ ନିଆଁ ଲଗାଇ ଦେଲେ। 31 ଯୋୟାବ ଉଠି ଅବଶାଲୋମର ଗୃହକୁ ଆସିଲେ। ଯୋୟାବ ଅବଶାଲୋମକୁ କହିଲା, “କାହିଁକି ତୁମ୍ଭର ଦାସମାନେ ମୋ’ ବିଲରେ ନିଆଁ ଲଗାଇଲେ?”
32 ଅବଶାଲୋମ ଯୋୟାବକୁ କହିଲା, “ମୁଁ ତୁମ୍ଭ ପାଖକୁ ବାର୍ତ୍ତାବହ ପଠାଇଲି, ମୁଁ ତୁମ୍ଭକୁ ଡାକିଲି। ଏହା ପଗ୍ଭରିବାକୁ ମୁଁ ତୁମ୍ଭକୁ ରାଜାଙ୍କ ନିକଟକୁ ପଠାଇବା ପାଇଁ ଗ୍ଭହିଁଲି। କାହିଁକି ତୁମ୍ଭେ ମୋତେ ଗଶୂରରୁ ଡକାଇଲ? ତେଣୁ, ମୋର ଗଶୂରରେ ରହିବା ଭଲ। ଠିକ୍ ଅଛି, ତେବେ ବର୍ତ୍ତମାନ ମୋତେ ରାଜାଙ୍କୁ ସାକ୍ଷାତ କରିବାକୁ ଦିଅ। ଯଦି ମୁଁ ପାପ କରି ଥାଏ ତେବେ ସେ ମୋତେ ହତ୍ୟା କରିବା ଉଚିତ୍।”
ଅବଶାଲୋମ ରାଜା ଦାଉଦଙ୍କ ସହିତ ଦେଖା କରିବାକୁ ଗଲେ
33 ତା'ପରେ ଯୋୟାବ ଯାଇ ରାଜାଙ୍କୁ ଏ କଥା ଜଣାଇଲା। ତା'ପରେ ରାଜା ଅବଶାଲୋମକୁ ପାଖକୁ ଡକାଇଲେ, ସେ ଆସି ରାଜାଙ୍କୁ ଭୂମିଷ୍ଟ ପ୍ରଣାମ କଲା, ରାଜା ଅବଶାଲୋମକୁ ଚୁମ୍ବନ କଲେ।
ଅବଶାଲୋମ ବହୁତ ମିତ୍ର ବନାଇଲେ
15 ଏହା ପରେ ଅବଶାଲୋମ ଗୋଟିଏ ରଥ ଓ ଅଶ୍ୱମାନ ପାଇଲା। ଆଉ ସେ ଯେତେବେଳେ ଘୋଡ଼ାଗାଡ଼ି ଆରୋହଣ କଲା, ପଗ୍ଭଶ୍ ଜଣ ଲୋକ ତା’ ସମ୍ମୁଖକୁ ଦୌଡ଼ି ଆସିଲେ। 2 ଅବଶାଲୋମ ପ୍ରତ୍ୟୁଷରୁ ଉଠି ରାଜ ଦ୍ୱାରର ପଥପାର୍ଶ୍ୱରେ ଆସି ଠିଆ ହୁଏ। ଯେତେବେଳେ କୌଣସି ଲୋକ ରାଜାଙ୍କ ନିକଟକୁ ବିଗ୍ଭର ନ୍ୟାୟ ପାଇବା ପାଇଁ ଆସିଲେ, ଅବଶାଲୋମ ତାଙ୍କୁ ପ୍ରଥମେ ପଗ୍ଭରିଲା, “ତୁମ୍ଭେ କେଉଁ ନଗରରୁ ଆସିଛ?” ସେ ଲୋକ ଉତ୍ତର ଦେଲା, “ମୁଁ ଇସ୍ରାଏଲର ଏହି ଗୋଷ୍ଠୀୟ ଲୋକ ଅଟେ।” 3 ଲୋକର ଯୁକ୍ତି ଶୁଣିଲା ପରେ ଅବଶାଲୋମ ତାକୁ କହିଥା’ନ୍ତି, “ତୁମ୍ଭେ ଠିକ୍ କହୁଛ, ତୁମ୍ଭର କଥା ଯଥାର୍ଥ ଅଟେ। କିନ୍ତୁ ରାଜା ତୁମ୍ଭ କଥା ଶୁଣିବେ ନାହିଁ।”
4 ଅବଶାଲୋମ କହେ, “ଆଃ, ମୁଁ ଯଦି ଦେଶର ବିଗ୍ଭରକର୍ତ୍ତାରୂପେ ନିଯୁକ୍ତି ହୁଅନ୍ତି ଏବଂ ଯଦି କୌଣସି ଲୋକ ମୋ’ ପାଖକୁ ତା'ର ସମସ୍ୟା କହିବାକୁ ଆସିଥା’ନ୍ତି, ତାହାହେଲେ ମୁଁ ତାକୁ ସାହାଯ୍ୟ କରିଥା’ନ୍ତି ଓ ଯଥାର୍ଥ ଶାସନ ଦେଇଥା’ନ୍ତି।”
5 ଯଦି କେହି ତାକୁ ପ୍ରଣାମ କରିବାକୁ ଆସେ ତେବେ ସେ ତାକୁ ଧରି ଚୁମ୍ବନ କରୁଥିଲେ। 6 ଇସ୍ରାଏଲୀୟ ଯେତେ ଲୋକ ବିଗ୍ଭର ପାଇଁ ରାଜାଙ୍କ ନିକଟକୁ ଆସନ୍ତି, ଅବଶାଲୋମ ସେ ସମସ୍ତଙ୍କ ପ୍ରତି ଏହି ପ୍ରକାର ବ୍ୟବହାର ପ୍ରଦର୍ଶନ କରନ୍ତି। ଏହିପରି ଭାବରେ ସେ ଇସ୍ରାଏଲ ଲୋକମାନଙ୍କର ହୃଦୟକୁ ଜୟ କଲେ।
ଅବଶାଲୋମ ଦାଉଦଙ୍କର ରାଜ୍ୟ ନେବା ପାଇଁ ଯୋଜନା କଲେ
7 ଏହିପରି ଗ୍ଭରି ବର୍ଷ[a] ପରେ ଅବଶାଲୋମ ରାଜା ଦାଉଦଙ୍କୁ କହିଲେ, “ଦୟାକରି ମୋତେ ହିବ୍ରୋଣକୁ ମୋର ଶପଥ ପୁରଣ କରିବା ପାଇଁ ଯିବାକୁ ଦିଅନ୍ତୁ। 8 ଅବଶାଲୋମ କହିଲେ, ମୁଁ ଅରାମର ଗଶୂରରେ ଥିବା ସମୟରେ ଏକ ଶପଥ କରିଥିଲି ଯେ, ‘ଯଦି ରାଜା ମୋତେ ଯିରୁଶାଲମକୁ ଫେରି ଆସିବାକୁ କହନ୍ତି ତେବେ ମୁଁ ସଦାପ୍ରଭୁଙ୍କର ସେବା କରିବି।’”
9 ରାଜା ତାଙ୍କୁ କହିଲେ, “ତୁମ୍ଭେ ଶାନ୍ତିରେ ଯାଅ।”
ତା'ପରେ ସେ ହିବ୍ରୋଣକୁ ଗଲେ। 10 ଅବଶାଲୋମ ଇସ୍ରାଏଲର ଗ୍ଭରିଆଡ଼େ ଲୋକ ପଠାଇ ଥିଲେ, “ତୁମ୍ଭେମାନେ ତୂରୀଧ୍ୱନି ଶୁଣିବା ମାତ୍ରେ ତୁମ୍ଭେମାନେ ଘୋଷଣା କର ଅବଶାଲୋମ ହିବ୍ରୋଣର ରାଜା ହୋଇଛନ୍ତି।’”
11 ଯେଉଁ 200 ଲୋକ ଅବଶାଲୋମ ଦ୍ୱାରା ନିମନ୍ତ୍ରିତ ହୋଇଥିଲେ, ସେମାନେ ତାଙ୍କ ସହିତ ଯିରୁଶାଲମ ପରିତ୍ୟାଗ କଲେ। ସେମାନେ ଜାଣି ନ ଥିଲେ କ’ଣ ତାଙ୍କର ଯୋଜନା। 12 ଯେତେବେଳେ ଅବଶାଲୋମ ବଳିଦାନ ଉତ୍ସର୍ଗ କଲେ, ସେ ଦାଉଦଙ୍କର ମନ୍ତ୍ରୀ ଗୀଲୋନୀୟ ଅହୀଥୋଫଲକୁ ତାହାର ନଗର ଗୀଲୋରୁ ଡକାଇଲେ। ତହିଁରେ ଚକ୍ରାନ୍ତ ଦୃଢ଼ ହେଲା, କାରଣ ଅବଶାଲୋମର ସପକ୍ଷର ଲୋକମାନେ ବହୁତ ବୃଦ୍ଧି ପାଇଲେ।
ଅବଶାଲୋମଙ୍କ ଯୋଜନା ବିଷୟରେ ଦାଉଦ ଜାଣିବାକୁ ପାଇଲେ
13 ଏହା ପରେ ଜଣେ ଦୂତ ଦାଉଦଙ୍କ ନିକଟକୁ ଆସି କହିଲା, “ଇସ୍ରାଏଲ ଲୋକମାନଙ୍କର ମନ ଅବଶାଲୋମଙ୍କ ଉପରେ ଅଛି।”
14 ଏଥିରେ ଦାଉଦ ତାଙ୍କ ସହିତ ଥିବା ସମସ୍ତ ଦାସ ଯେଉଁମାନେ ଯିରୁଶାଲମରେ ଥିଲେ ତାଙ୍କୁ କହିଲେ ଯେ, “ଆମ୍ଭେମାନେ ଏଠାରୁ ପଳାଇବା, ନଚେତ୍ ଅବଶାଲୋମ ଆମ୍ଭକୁ କାହାରିକୁ ଛାଡ଼ିବ ନାହିଁ। ଆଉ ସେ ଆମ୍ଭମାନଙ୍କୁ ଧ୍ୱଂସ କରିବ ଓ ଯିରୁଶାଲମର ସମସ୍ତ ଲୋକଙ୍କୁ ହତ୍ୟା କରିବ।”
15 ରାଜାଙ୍କର କର୍ମଗ୍ଭରୀମାନେ ଦାଉଦ ରାଜାଙ୍କୁ କହିଲେ, “ଆପଣ ଯାହା କହିବେ ଆମ୍ଭେ ତାହା କରିବାକୁ ପ୍ରସ୍ତୁତ ଅଛୁ।”
ଦାଉଦ ଓ ତାଙ୍କର ଲୋକମାନେ ରକ୍ଷା ପାଇଲେ
16 ତାଙ୍କର ଘର ଜଗିବା ପାଇଁ ଦଶ ଜଣ ଉପପତ୍ନୀଙ୍କୁ ଛାଡ଼ି ଅନ୍ୟ ସମସ୍ତେ ସେ ସ୍ଥାନରୁ ପଳାୟନ କଲେ। 17 ରାଜା ଗ୍ଭଲି ଗଲେ ଓ ତାଙ୍କ ପଛେ ପଛେ ସମସ୍ତ ଲୋକ ଗଲେ। ସେମାନେ ଶେଷ ମୁଣ୍ଡରେ ଥିବା ଗୃହରେ ଅଟକି ଗଲେ। 18 ପୁଣି ତାଙ୍କର ସମସ୍ତ କର୍ମଗ୍ଭରୀ ଅଗ୍ରସର ହେଲେ। ଗାଥ୍ ନଗରରୁ ତାଙ୍କ ପଛେ ପଛେ ଯେଉଁ 600 ଲୋକ ଆସିଥିଲେ, ସେମାନେ ସମସ୍ତେ କରେଥୀୟ, ପଲେଥୀୟ ଓ ଗାଥୀୟ ଲୋକ ଥିଲେ। ସେମାନେ ସମସ୍ତେ ରାଜାଙ୍କର ଆଗରେ ପାର ହୋଇ ଗଲେ।
19 ସେତେବେଳେ ରାଜା ଗାଥୀୟ ଇତ୍ତୟକୁ କହିଲେ, “ତୁମ୍ଭେମାନେ କାହିଁକି ଆମ୍ଭମାନଙ୍କ ସଙ୍ଗରେ ଯାଉଛ? ଫେରିଯାଅ, ରାଜାଙ୍କ ସହିତ ରହିଯାଅ। କାରଣ ତୁମ୍ଭେ ତ ଜଣେ ବିଦେଶୀ। ତୁମ୍ଭେ ମଧ୍ୟ ନିର୍ବାସିତ ଲୋକ, ତୁମ୍ଭେ ନିଜ ସ୍ଥାନକୁ ଫେରିଯାଅ। 20 ତୁମ୍ଭେମାନେ ଏବେ ମୋ’ ସହିତ ଯୋଗ ଦେଇଛ, କାହିଁକି ମୁଁ ତୁମ୍ଭମାନଙ୍କୁ ଏ ସ୍ଥାନରୁ ସେସ୍ଥାନରୁ ଏଣେ ତେଣେ ବୁଲାଇବି? ଆମ୍ଭେମାନେ ଯୁଆଡ଼େ ପାରିବୁ ସେଆଡ଼େ ଯିବୁ। ତୁମ୍ଭେ ତ କାଲି ଆସିଲ, ଆଜି କ’ଣ ଆମ୍ଭେ ତୁମ୍ଭକୁ ନେଇ ଏଣେ ତେଣେ ସାଙ୍ଗରେ ବୁଲାଇବା? ଫେରିଯାଅ ଓ ତୁମ୍ଭ ଭାଇମାନଙ୍କୁ ମଧ୍ୟ ତୁମ୍ଭ ସହିତ ନିଅ। ଦୟା ଓ ସତ୍ୟତା ତୁମ୍ଭର ସହବର୍ତ୍ତୀ ହେଉ।”
21 ଏଥିରେ ଇତ୍ତୟ ରାଜାଙ୍କୁ ଉତ୍ତର ଦେଇ କହିଲା, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ମୋର ପ୍ରଭୁ ମହାରାଜା ଜୀବିତ ଥିବା ପ୍ରମାଣେ, ମୁଁ ଆପଣଙ୍କ ସହିତ ରହିବି। ମୁଁ ଆପଣଙ୍କର ଦାସ। ଜୀବନରେ ବା ମୃତ୍ୟୁରେ ମୁଁ ଆପଣଙ୍କ ସହିତ ରହିବି।”
22 ଦାଉଦ ଇତ୍ତୟକୁ କହିଲେ, “ତେବେ ଯାଅ, ଅଗ୍ରସର ହୁଅ।”
ତହିଁରେ ଗାଥୀୟ ଇତ୍ତୟ ଓ ତାଙ୍କର ସମସ୍ତ ଲୋକ ଏବଂ ତାଙ୍କ ସହିତ ଥିବା ସମସ୍ତ ବାଳକ ମଧ୍ୟ ଅଗ୍ରସର ହୋଇଗଲେ ଓ କିଦ୍ରୋଣ ନଦୀ ପାର ହୋଇଗଲେ। 23 ସମସ୍ତ ଲୋକ ଉଚ୍ଚ ସ୍ୱରରେ ଚିତ୍କାର କଲେ। ରାଜା ମଧ୍ୟ କିଦ୍ରୋଣ ନଦୀ ପାର ହୋଇଗଲେ ଓ ସମସ୍ତ ଲୋକ ନଦୀ ପାର ହୋଇ ମରୁଭୂମିରେ ପ୍ରବେଶ କଲେ। 24 ସାଦୋକ ଓ ସମସ୍ତ ଲେବୀୟ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ନେଇ ଆସିଲେ। ଯିରୁଶାଲମ ନଗରରେ ସେମାନେ ପରମେଶ୍ୱରଙ୍କର ପବିତ୍ର ନିୟମ-ସିନ୍ଦୁକ ସ୍ଥାପନ କଲେ। ସମସ୍ତ ଲୋକ ବାହାର ହୋଇ ଆସିବା ପର୍ଯ୍ୟନ୍ତ ଅବିୟାଥର ପ୍ରାର୍ଥନା କଲେ[b]।
25 ରାଜା ଦାଉଦ ସାଦୋକକୁ କହିଲେ, “ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକକୁ ଯିରୁଶାଲମକୁ ଫେରାଇ ନିଅ। ଯଦି ସଦାପ୍ରଭୁ ମୋ’ ଉପରେ ପ୍ରିତ ହୁଅନ୍ତି, ତେବେ ସଦାପ୍ରଭୁ ମୋତେ ଯିରୁଶାଲମକୁ ଫେରାଇ ଆଣିବେ ଓ ତାଙ୍କର ମନ୍ଦିର ଦେଖିବାର ସୁଯୋଗ ମୋତେ ଦେବେ। 26 କିନ୍ତୁ ଯଦି ସଦାପ୍ରଭୁ ମୋ’ ଉପରେ ସଦୟ ନୁହନ୍ତି ବୋଲି କହନ୍ତି, ତେବେ ସେ ଯାହା ଗ୍ଭହିଁବେ ମୋ’ ଉପରେ ତାହା କରି ପାରିବେ।”
27 ରାଜା ଯାଜକ ସାଦୋକକୁ କହିଲେ, “ତୁମ୍ଭେ ଜଣେ ସିଦ୍ଧ ପୁରୁଷ। ତୁମ୍ଭେ ଓ ତୁମ୍ଭ ସହିତ ତୁମ୍ଭର ପୁତ୍ର ଅହୀମାସ୍ ଓ ଅବିୟାଥରର ପୁତ୍ର ଯୋନାଥନ ନିରାପଦରେ ନଗରକୁ ଫେରିଯାଅ। 28 ତୁମ୍ଭମାନଙ୍କଠାରୁ ମୋ’ ପାଖକୁ ତଥ୍ୟ ବାର୍ତ୍ତା ଆସିବା ପର୍ଯ୍ୟନ୍ତ ଯେଉଁଠାରେ ମରୁଭୂମିକୁ ଯିବା ପାଇଁ ନଦୀ ପାରି ହୁଅନ୍ତି ସେଠାରେ ମୁଁ ଅପେକ୍ଷା କରି ରହିବି।”
29 ଏଣୁ ସାଦୋକ ଓ ଅବିୟାଥର ପୁନର୍ବାର ଯିରୁଶାଲମକୁ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ନେଇ ଗଲେ ଓ ସେମାନେ ସେଠାରେ ରହିଲେ।
ଅହୀଥୋଫଲଙ୍କ ବିରୁଦ୍ଧରେ ଦାଉଦଙ୍କ ପ୍ରାର୍ଥନା
30 ଦାଉଦ ଜୈତୁନ ପର୍ବତ ଉପରକୁ ଚଢ଼ିଲେ ଓ ସେ କାନ୍ଦୁଥିଲେ, ସେ ତାଙ୍କର ମୁଣ୍ଡକୁ ଘୋଡ଼ାଇ ଦେଇ ଖାଲି ପାଦରେ ଗ୍ଭଲୁଥିଲେ। ଦାଉଦଙ୍କ ସାଙ୍ଗରେ ଥିବା ସମସ୍ତ ଲୋକ ଠିକ୍ ସେହିପରି ସେମାନଙ୍କର ମୁଣ୍ଡକୁ ଘୋଡ଼ାଇ ଖାଲି ପାଦରେ ପର୍ବତ ଉପରକୁ ଚଢ଼ିଲେ ଓ ସେମାନେ ମଧ୍ୟ କାନ୍ଦୁଥିଲେ।
31 ଜଣେ ଲୋକ ଦାଉଦଙ୍କୁ କହିଲେ, “ଅବଶାଲୋମଙ୍କର ଚକ୍ରାନ୍ତକାରୀମାନଙ୍କ ସହିତ ଅହୀଥୋଫଲ ଅଛି।” ତା'ପରେ ଦାଉଦ ପ୍ରାର୍ଥନା କଲେ, “ହେ ମୋର ସଦାପ୍ରଭୁ, ଦୟାକରି ଅହୀଥୋଫଲର ଉପଦେଶକୁ ଅଦରକାରୀ କର।” 32 ଦାଉଦ ପର୍ବତର ଉପରି ଭାଗକୁ ଆସିଲେ, ଯେଉଁଠାରେ ସେ ସଦାପ୍ରଭୁଙ୍କୁ ଉପାସନା କରୁଥିଲେ। ଉଠାଣୀର ଶୃଙ୍ଗ ନିକଟରେ ଦାଉଦ ପହଞ୍ଚି ଦେଖିଲେ ଅର୍କୀୟ ହୂଶୟ ନିଜର ଚିରାଜାମା ପିନ୍ଧି ଓ ମସ୍ତକରେ ମୂର୍ତ୍ତିକା ଦେଇ ତାଙ୍କୁ ଭେଟିବା ପାଇଁ ଉପସ୍ଥିତ ହେଲା।
33 ସେଥିରେ ଦାଉଦ ତାଙ୍କୁ କହିଲେ, “ତୁମ୍ଭେ ଯଦି ମୋ’ ସହିତ ଅଗ୍ରସର ହୁଅ, ତେବେ ତୁମ୍ଭେ ମୋର ଭାର ସଦୃଶ ହେବ। 34 କିନ୍ତୁ ତୁମ୍ଭେ ଯଦି ଯିରୁଶାଲମକୁ ଫେରିଯାଅ, ତୁମ୍ଭେ ଅହୀଥୋଫଲର ଉପଦେଶକୁ ହତାଶ କରିପାର। ତେବେ ଅବଶାଲୋମକୁ କୁହ, ‘ହେ ମହାରାଜ, ମୁଁ ଆପଣଙ୍କର ଦାସ ଅଟେ, ମୁଁ ଆପଣଙ୍କର ପିତାଙ୍କର ସେବା କଲି, ବର୍ତ୍ତମାନ ମୁଁ ଆପଣଙ୍କର ସେବା କରିବି।’ 35 ସେଠାରେ ତୁମ୍ଭ ସହିତ ଯାଜକ ସାଦୋକ ଓ ଅବିୟାଥର ଅଛନ୍ତି। ଏଣୁ ତୁମ୍ଭେ ରାଜଗୃହରୁ ଯାହାସବୁ ଶୁଣିବ, ତାହା ସାଦୋକ ଓ ଅବିୟାଥର ଯାଜକକୁ ଜଣାଇବ। 36 ସେଠାରେ ସେମାନଙ୍କ ସଙ୍ଗେ ସେମାନଙ୍କର ଦୁଇ ପୁତ୍ର, ସାଦୋକର ପୁତ୍ର ଅହୀମାସ ଓ ଅବିୟାଥର ପୁତ୍ର ଯୋନାଥନ ଅଛନ୍ତି, ତୁମ୍ଭେମାନେ ଯାହା ଯାହା ଶୁଣିବ, ସେସବୁ କଥା ସେମାନଙ୍କ ହାତରେ ମୋ’ ପାଖକୁ ଖବର ଦେବ।”
37 ତା'ପରେ ଦାଉଦଙ୍କର ବନ୍ଧୁ ହୂଶୟ ନଗରକୁ ଆସିଲା ଏବଂ ଅବଶାଲୋମ ମଧ୍ୟ ଯିରୁଶାଲମରେ ପହଞ୍ଚିଲେ।
2010 by World Bible Translation Center