Beginning
ଦାଉଦ ଅନେକ ଯୁଦ୍ଧରେ ବିଜୟ ହେଲେ
8 ଏହା ପରେ ଦାଉଦ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ ଓ ସେମାନଙ୍କଠାରୁ ତାଙ୍କ ରାଜଧାନୀର କର୍ତ୍ତୃତ୍ୱ ନେଲେ। 2 ଦାଉଦ ମଧ୍ୟ ମୋୟାବକୁ ପରାସ୍ତ କଲେ। ସେ ସେମାନଙ୍କୁ ଭୂମିରେ ପଡ଼ି ରହିବା ପାଇଁ ବାଧ୍ୟ କଲେ, ସେ ସେମାନଙ୍କୁ ଏକ ଦଉଡ଼ି ଦ୍ୱାରା ଦୁଇ ଦଳରେ ବିଭକ୍ତ କଲେ। ଦୁଇ ଧାଡ଼ିର ପୁରୁଷ ଲୋକମାନଙ୍କୁ ହତ୍ୟା କରାଗଲା, କିନ୍ତୁ ତୃତୀୟ ଧାଡ଼ିଟିକୁ ଜୀବନ୍ତ ଛାଡ଼ି ଦିଆଗଲା। ତା'ପରେ ମୋୟାବୀୟମାନେ ଦାଉଦଙ୍କର ସେବକ ହେଲେ ଓ ତାକୁ କର ଦେଲେ।
3 ସୋବାରର ରାଜା ରହୋବର ପୁତ୍ର, ହଦଦେଷର ଫରାତ୍ ନଦୀ ନିକଟରେ ନିଜର ରାଜ୍ୟ ପୁନର୍ବାର ହସ୍ତଗତ କରିବାକୁ ଯିବା ସମୟରେ ଦାଉଦ ତାହାକୁ ପରାସ୍ତ କଲେ। 4 ଦାଉଦ ତା'ଠାରୁ 1,700 ଅଶ୍ୱାରୋହୀ ଏବଂ 20,000 ପଦାତିକ ସୈନ୍ୟ ନେଲେ। ଦାଉଦ 100ଟି ଅଶ୍ୱ ରଖିଲେ କିନ୍ତୁ ସେ ଅନ୍ୟ ଅଶ୍ୱଗୁଡ଼ିକୁ ପଙ୍ଗୁ କରିଦେଲେ।
5 ଦମ୍ମେଶକର ଅରାମୀୟମାନେ ସୋବାର ହଦଦେଷର ରାଜାଙ୍କୁ ସାହାଯ୍ୟ କରିବାକୁ ଆସିଲେ। କିନ୍ତୁ ଦାଉଦ ସେହି 22,000 ଅରାମୀୟମାନଙ୍କୁ ପରାସ୍ତ କଲେ। 6 ତା'ପରେ ଦାଉଦ ଦମ୍ମେଶକର ଅରାମ ସୀମାରେ ସୈନ୍ୟଦଳମାନଙ୍କୁ ମୁତୟନ କଲେ। ଏବଂ ଅରାମୀୟମାନେ ଦାଉଦଙ୍କର ସେବକ ହୋଇଗଲେ। ସେମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ। ଏହିଭଳି ଭାବରେ ଦାଉଦ ଯେଉଁ ଆଡ଼କୁ ଗଲେ ସଦାପ୍ରଭୁ ତାଙ୍କୁ ବିଜୟୀ କଲେ।
7 ଦାଉଦ ହଦଦେଷର ଅଧିକାରୀମାନଙ୍କ ପାଖରେ ଥିବା ସୁବର୍ଣ୍ଣ ଢାଲଗୁଡ଼ିକ ଛଡ଼ାଇ ଆଣିଲେ। ଦାଉଦ ସେହି ସୁବର୍ଣ୍ଣ ଢାଲଗୁଡ଼ିକ ଯିରୁଶାଲମକୁ ନେଇ ଆସିଲେ। 8 ଦାଉଦ ମଧ୍ୟ ହଦଦେଷର ସହର ବେଟହ ଓ ବେରୋଥାରୁ ବହୁତ ଦ୍ରବ୍ୟ ଓ ଅପାର ପିତ୍ତଳ ନେଇ ଆସିଲେ।
9 ହମାତର ରାଜା ତୋହି ଶୁଣିବାକୁ ପାଇଲେ ଯେ ଦାଉଦ ହଦଦେଷର ସମସ୍ତ ସୈନ୍ୟମାନଙ୍କୁ ପରାସ୍ତ କରିଛନ୍ତି। 10 ତେଣୁ ତୋହି ତାଙ୍କର ପୁତ୍ର ଯୋରାମକୁ ରାଜା ଦାଉଦଙ୍କୁ ଅଭ୍ୟର୍ଥନା କରିବା ପାଇଁ ଓ ଯୁଦ୍ଧରେ ହଦଦେଷର ବିରୁଦ୍ଧରେ ଜୟଲାଭ କରିଥିବାରୁ ଶୁଭେଚ୍ଛା ଜଣାଇବା ପାଇଁ ପଠାଇଲେ। ପୂର୍ବରୁ ହଦଦେଷର ତୋହି ସହିତ ଯୁଦ୍ଧରେ ରତ ଥିଲେ। ଯୋରାମ ନିଜ ସଙ୍ଗରେ ସୁନା, ରୂପା ଓ ପିତ୍ତଳ ଉପହାରମାନ ମଧ୍ୟ ଆଣିଥିଲେ। 11 ଦାଉଦ ସେସବୁ ଦ୍ରବ୍ୟକୁ ଗ୍ରହଣ କଲେ ଓ ସଦାପ୍ରଭୁଙ୍କୁ ସେଗୁଡ଼ିକୁ ଅର୍ପଣ କଲେ। ସେ ସେଗୁଡ଼ିକୁ ଅନ୍ୟ ସୁନା, ରୂପାର ଦ୍ରବ୍ୟ ପାଖରେ ରହିଲେ, ଯାହା ସେ ସଦାପ୍ରଭୁଙ୍କୁ ଅର୍ପଣ କଲେ। ଦାଉଦ ସେଗୁଡ଼ିକୁ ଯେଉଁ ଦେଶକୁ ପରାସ୍ତ କରୁଥିଲେ, ସେହି ଦେଶରୁ ଦ୍ରବ୍ୟମାନ ଆଣୁଥିଲେ। 12 ଦାଉଦ ଅରାମ, ମୋୟାବ, ଅମ୍ମୋନ, ପଲେଷ୍ଟୀୟ, ଅମାଲେକୀୟ ଏବଂ ସେ ମଧ୍ୟ ସୋବାର ରାଜା ରେହବର ପୁତ୍ର ହଦଦେଷରକୁ ପରାସ୍ତ କରିଥିଲେ। 13 ଦାଉଦ ଲବଣ ନାମକ ଉପତ୍ୟକାରେ ଅରାମୀୟମାନଙ୍କର 18,000 ସୈନ୍ୟଙ୍କୁ ବଧ କରିଥିଲେ ଓ ସେ ଯେତେବେଳେ ଘରକୁ ଫେରିଲେ ସେତେବେଳେ ବହୁତ ଖ୍ୟାତି ଅର୍ଜ୍ଜନ କରିଥିଲେ। 14 ଦାଉଦ ଦୁର୍ଗ ରକ୍ଷକ ସେନାଙ୍କୁ ଇଦୋମରେ ମୁତୟନ କଲେ। ସେ ଇଦୋମ ସାରା ବହୁତ ଦୁର୍ଗ ରକ୍ଷକ ସେନାଙ୍କୁ ମୁତୟନ କଲେ। ସମସ୍ତ ଇଦୋମୀୟଗଣ ଦାଉଦଙ୍କର ଦାସ ହେଲେ। ଦାଉଦ ଯେଉଁଠିକି ଗଲେ ସଦାପ୍ରଭୁ ତାଙ୍କୁ ବିଜୟୀ କଲେ।
ଦାଉଦଙ୍କର ଶାସନ
15 ଦାଉଦ ସମଗ୍ର ଇସ୍ରାଏଲ ଉପରେ ରାଜତ୍ୱ କଲେ। ଦାଉଦ ମଧ୍ୟ ନିଜର ସମସ୍ତ ଲୋକମାନଙ୍କ ପ୍ରତି ସୁବିଗ୍ଭର କଲେ। 16 ସରୁୟାର ପୁତ୍ର ଯୋୟାବ ସୈନ୍ୟମାନଙ୍କ ଉପରେ ପ୍ରଧାନ ଥିଲା, ଅହୀଟୂବର ପୁତ୍ର ଯିହୋଶାଫଟ୍ ମଧ୍ୟ ଇତିହାସ ଲେଖକ ଥିଲେ। 17 ଅହୀଟୂବର ପୁତ୍ର ସାଦୋକ୍ ଓ ଅବିୟାଥରର ପୁତ୍ର ଅହୀମେଲକ ଯାଜକ ଥିଲେ। ସରାୟ ଲେଖକ ଥିଲେ। 18 ଯିହୋୟାଦାର ପୁତ୍ର ବନାୟ କରେଥୀୟ ଓ ପଲେଥୀୟମାନଙ୍କ ଦାୟିତ୍ୱରେ ଥିଲେ। ଏବଂ ଦାଉଦଙ୍କର ପୁତ୍ରମାନେ ମହତ୍ତ୍ୱପୂର୍ଣ୍ଣ ନେତୃବର୍ଗ[a] ଥିଲେ।
ଶାଉଲଙ୍କର ପରିବାର ପ୍ରତି ଦାଉଦଙ୍କର ଦୟା
9 ଦାଉଦ ପଗ୍ଭରିଲେ, “ଆଉ ଶାଉଲ ପରିବାରର କୌଣସି ଲୋକ ରହିଲେ କି? ମୁଁ ସେମାନଙ୍କ ଉପରେ ଦୟା କରିବାକୁ ଗ୍ଭହେଁ। ମୁଁ ଏ ସବୁ ଯୋନାଥନଙ୍କ ପାଇଁ କରିବାକୁ ଗ୍ଭହୁଁଛି।”
2 ସୀବଃ ନାମକ ଏକ ଗ୍ଭକର ଶାଉଲ ପରିବାରର ଥିଲା। ସେ ଦାଉଦଙ୍କ ସମ୍ମୁଖକୁ ଡକା ହୋଇଥିଲା। ଏବଂ ରାଜା ପଗ୍ଭରିଲେ, “ତୁମ୍ଭେ କ’ଣ ସୀବଃ?”
ସେ ଉତ୍ତର ଦେଇ କହିଲା, “ହଁ ଆଜ୍ଞା, ମୁଁ ଆପଣଙ୍କର ଦାସ ସୀବଃ।”
3 ରାଜା କହିଲେ, “ଆଉ ଶାଉଲ ପରିବାରର କେହି ଅଛନ୍ତି କି? ପରମେଶ୍ୱରଙ୍କର ଦୟା ସେମାନଙ୍କୁ ଦେବାକୁ ଗ୍ଭହୁଁଛି।”
ସୀବଃ ରାଜା ଦାଉଦକୁ କହିଲା, “ଯୋନାଥନର ଏକ ପୁତ୍ର ଏବେ ମଧ୍ୟ ବଞ୍ଚିଛି। ସେ ଛୋଟା ଅଟେ।”
4 ରାଜା ଦାଉଦ ସୀବଃଙ୍କୁ କହିଲେ, “ସେ ପୁତ୍ର କେଉଁଠାରେ ଅଛି?”
“ସେ ପୁତ୍ର ଲୋ-ଦବାରରେ ଅମ୍ମୀୟେଲର ପୁତ୍ର ମାଖୀରର ଘରେ ଅଛି।”
5 ଯୋନାଥନର ପୁତ୍ରକୁ ଆଣିବା ପାଇଁ ରାଜା ଦାଉଦ ତାଙ୍କର ପଦସ୍ଥ କର୍ମଗ୍ଭରୀମାନଙ୍କୁ ଲୋ-ଦବାରରେ ମାଖୀରଙ୍କ ଅମ୍ମୀୟେଲର ପୁତ୍ର ଘରକୁ ପଠାଇଲେ। 6 ଯୋନାଥନର ପୁତ୍ର ମଫୀବୋଶତ୍ ଆସି ରାଜା ଦାଉଦଙ୍କୁ ଭୂମିଷ୍ଟ ପ୍ରଣାମ କଲା।
ଦାଉଦ କହିଲେ, “ତୁମ୍ଭେ ମଫୀବୋଶତ୍।”
ସେ କହିଲା, “ହଁ, ମହାପ୍ରଭୁ, ମୁଁ ହେଉଛି ଆପଣଙ୍କର ଦାସ ମଫୀବୋଶତ୍,”
7 ଦାଉଦ ମଫୀବୋଶତ୍କୁ କହିଲେ, “ଭୟ କର ନାହିଁ, ମୁଁ ତୁମ୍ଭ ପ୍ରତି ଦୟା କରୁଛି। ତୁମ୍ଭର ବାପା ଯୋନାଥନଙ୍କ ପାଇଁ ମୁଁ ତୁମ୍ଭକୁ ଦୟା ଦେଖାଉଛି। ମୁଁ ତୁମ୍ଭକୁ ତୁମ୍ଭ ଜେଜେ ବାପା ଶାଉଲଙ୍କର ସମସ୍ତ ସମ୍ପତ୍ତି ତୁମ୍ଭକୁ ଫେରାଇ ଦେବି। ତୁମ୍ଭେ ମଧ୍ୟ ମୋ’ ପାଖରେ ସବୁଦିନ ଭୋଜନ କରିବ।”
8 ମଫୀବୋଶତ୍ ପୁନରାୟ ଦାଉଦଙ୍କୁ ପ୍ରଣାମ କଲା, ଏବଂ କହିଲା, “ମୁଁ ତ ଏକ ମଲା କୁକୁରଠାରୁ ଭଲ ନୁହେଁ। କିନ୍ତୁ ଆପଣ ମୋ’ ପ୍ରତି ଚଳିତ ବହୁତ ଦୟା ଦେଖାଇଛନ୍ତି।”
9 ତା'ପରେ ରାଜା ଦାଉଦ ଶାଉଲଙ୍କର ଗ୍ଭକର ସୀବଃକୁ ପାଖକୁ ଡାକିଲେ ଏବଂ କହିଲେ, “ମୁଁ ତୁମ୍ଭର ମୁନିବର ନାତିକୁ ଶାଉଲଙ୍କର ଓ ତାହାଙ୍କ ପରିବାରକୁ ସମସ୍ତ ସମ୍ପତ୍ତି ଦେଲି। 10 ତୁମ୍ଭେ ଓ ତୁମ୍ଭର ପୁତ୍ରମାନେ ଓ ତୁମ୍ଭର ସେବକଗଣ ତୁମ୍ଭମାନଙ୍କର ମୁନିବର ନାତୀ ମଫୀବୋଶତଙ୍କ ପାଇଁ ଏହି ଜମିକୁ ଗ୍ଭଷ କରିବ ଓ ସେଥିରୁ ଉତ୍ପନ୍ନ ଶସ୍ୟ ଆଣି ତାଙ୍କୁ ଦେବ। କିନ୍ତୁ ସେ ମୋ’ ସହିତ ସବୁ ବେଳେ ଭୋଜନ କରିବ।”
ଏହି ସୀବଃର ପନ୍ଦର ପୁତ୍ର ଓ କୋଡ଼ିଏ ଗ୍ଭକର ଥିଲେ। 11 ତେବେ ସୀବଃ ରାଜାଙ୍କୁ କହିଲା, “ମୁଁ ଆପଣଙ୍କର ଦାସ ଆପଣଙ୍କର ଆଜ୍ଞାକୁ ମୁଁ ଅକ୍ଷରେ ଅକ୍ଷରେ ପାଳନ କରିବି। ଯାହା ଆପଣଙ୍କର ଆଦେଶ ହେବ।”
ତେଣୁ ମଫୀବୋଶତ୍ ସର୍ବଦା ରାଜାଙ୍କ ପାଖରେ ତାଙ୍କର ପୁତ୍ର ତୁଲ୍ୟ ସର୍ବଦା ଭୋଜନ କରି ରହିଲେ। 12 ମଫୀବୋଶତ୍ର ଏକ ସାନ ପୁତ୍ର ଥିଲା। ଯାହାର ନାମ ଥିଲା ମୀଖା। ସୀବଃ ବଂଶର ପ୍ରତ୍ୟେକ ଲୋକ ମଫୀବୋଶତ୍ର ଦାସ ହୋଇ ରହିଲେ। 13 ମଫୀବୋଶତ୍ଙ୍କର ଦୁଇ ଗୋଡ଼ ଛୋଟା ଥିଲା। ସେ ସର୍ବଦା ଯିରୁଶାଲମରେ ବାସ କରୁଥିଲେ ଓ ରାଜା ଦାଉଦଙ୍କ ପାଖରେ ସର୍ବଦା ତାଙ୍କ ଟେବୁଲରେ ଖାଉଥିଲେ।
ହାନୂନ୍ ଦାଉଦଙ୍କର ଲୋକଙ୍କୁ ଲଜ୍ଜିତ କଲେ
10 ଏହା ପରେ ଅମ୍ମୋନ ସନ୍ତାନଗଣର ରାଜା ମରିଗଲା ପରେ ତା'ର ପୁତ୍ର ହାନୂନ୍ ରାଜ ପଦରେ ଅଭିଷିକ୍ତ ହେଲା। 2 ଦାଉଦ କହିଲେ, “ମୁଁ ହାନୂନ୍ ପ୍ରତି ବିଶେଷ କରୁଣା ପ୍ରକାଶ କରିବାକୁ ଯାଉଅଛି କାରଣ ତା'ର ପିତା ନାହଶ ମୋ’ ପ୍ରତି ବହୁତ ବିଶ୍ୱସ୍ତ ଓ ଦୟାବାନ ଥିଲା।” ତେଣୁ ତାକୁ ପିତୃ ଶୋକରୁ ସାନ୍ତ୍ୱନା ଦେବା ପାଇଁ ଦାଉଦ ନିଜର ପଦାଧିକାରୀ କର୍ମଗ୍ଭରୀମାନଙ୍କୁ ତାଙ୍କ ନିକଟକୁ ପଠାଇଲେ।
ସେମାନେ ଅମ୍ମୋନର ଭୂମିରେ ପହଞ୍ଚିଲେ। 3 କିନ୍ତୁ ଅମ୍ମୋନୀୟ ଅଧିକାରୀଗଣ ହାନୂନ୍କୁ କହିଲେ, “ତୁମ୍ଭେ ଭାବୁଛ କି ତୁମ୍ଭକୁ ସାନ୍ତ୍ୱନା ଦେବା ପାଇଁ ଓ ତୁମ୍ଭର ପିତାଙ୍କୁ ସମ୍ମାନ ଦେବା ପାଇଁ ଏହି ଲୋକମାନଙ୍କୁ ଦାଉଦ ପଠାଇଛନ୍ତି? ଦାଉଦ ନଗରକୁ ଆକ୍ରମଣ କରିବା ପୂର୍ବରୁ ସେମାନଙ୍କୁ ନିରୀକ୍ଷଣ କରିବାକୁ ପଠାଇଛନ୍ତି।”
4 ଏଥିରେ ହାନୂନ୍ ଦାଉଦର କର୍ମଗ୍ଭରୀମାନଙ୍କର ଦାଢ଼ିର ଅଧେ କ୍ଷୌର କଲା ଓ ସେମାନଙ୍କ ଅଣ୍ଟାରୁ ତଳକୁ ଥିବା ବସ୍ତ୍ର କାଟି ଦେଲା। ତା'ପରେ ସେ ସେମାନଙ୍କୁ ବିଦା କଲା।
5 ଏହି ଲୋକମାନଙ୍କୁ ପରେ ଦାଉଦ କହିଲେ ଓ ସେ ସେମାନଙ୍କୁ ଭେଟିବା ପାଇଁ ପୁରୁଷମାନଙ୍କୁ ପଠାଇଲେ, କାରଣ ସେମାନେ ଅତି ଲଜ୍ଜିତ ହୋଇଥିଲେ। ରାଜା ସେମାନଙ୍କୁ କହିଲେ, “ତୁମ୍ଭର ଦାଢ଼ି ବଢ଼ିବା ପର୍ଯ୍ୟନ୍ତ ତୁମ୍ଭେମାନେ ଯିରୀହୋରେ ଥାଅ। ଏହା ପରେ ଯିରୁଶାଲମକୁ ଫେରି ଆସିବ।”
ଅମ୍ମୋନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ
6 ଅମ୍ମୋନୀୟମାନେ ହୃଦୟଙ୍ଗମ କଲେ ଯେ, ରାଜା ଦାଉଦ ସେମାନଙ୍କୁ ବର୍ତ୍ତମାନ ତାଙ୍କର ଶତ୍ରୁ ବୋଲି ବିବେଚନା କଲେ। ତେଣୁ ସେମାନେ 20,000 ଅରାମୀୟ ସୈନ୍ୟମାନଙ୍କୁ ବୈଥ-ରହୋବ ଓ ସୋବାରୁ 1,000 ଜଣ ମାଖାର ରାଜାଙ୍କଠାରୁ ଏବଂ ଟୋବରୁ 12,000 ସୈନ୍ୟ ଭଡ଼ାରେ ଆଣିଲେ।
7 ଦାଉଦ ଏହା ଶୁଣି ଯୋୟାବଙ୍କ ସହିତ ସାହସୀ ସୈନ୍ୟଦଳକୁ ଯୁଦ୍ଧ ପାଇଁ ପଠାଇଲେ। 8 ସେହି ଦିନ ଅମ୍ମୋନୀୟମାନେ ବାହାରି ଆସିଲେ ଏବଂ ନଗରର ଫାଟକ ନିକଟରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ରହିଲେ। ସୋବା ଓ ରହୋବର ଅରାମୀୟ ଲୋକମାନେ, ଟୋବର ସୈନ୍ୟମାନେ ଏବଂ ମାଖା ନଗର ବାହାର କ୍ଷେତ୍ରରେ ଏକତ୍ରିତ ହେଲେ।
9 ଯୋୟାବ ନିଜ ଆଗେ ଶତ୍ରୁମାନଙ୍କୁ ଦେଖିଲେ, ତେଣୁ ସେ ଇସ୍ରାଏଲର କୁଶଳୀ ଯୋଦ୍ଧାମାନଙ୍କୁ ମନୋନୀତ କଲେ ଏବଂ ସେମାନଙ୍କୁ ଅରାମୀୟମାନଙ୍କ ବିରୁଦ୍ଧରେ ପ୍ରସ୍ତୁତ କଲେ। 10 ସେ ଅବଶିଷ୍ଟ ଲୋକମାନଙ୍କୁ ନିଜର ଭାଇ ଅବୀଶୟ ହସ୍ତରେ ସମର୍ପଣ କଲେ, ତହିଁରେ ସେ ସେମାନଙ୍କୁ ନେଇ ଅମ୍ମୋନୀୟମାନଙ୍କ ବିରୁଦ୍ଧରେ ସୈନ୍ୟ ସଜାଇଲା। 11 ଯୋୟାବ ଅବିଶୟକୁ କହିଲେ, “ଯଦି ଅରାମୀୟମାନେ ମୋ’ ପାଇଁ ଯୁଦ୍ଧରେ ବହୁତ ଶକ୍ତିଶାଳୀ ହୁଅନ୍ତି, ତେବେ ତୁମ୍ଭେ ମୋତେ ସାହାଯ୍ୟ କରିବ। କିନ୍ତୁ ଯଦି ଅମ୍ମୋନୀୟ ତୁମ୍ଭ ପାଇଁ ଶକ୍ତିଶାଳୀ ହୁଅନ୍ତି, ତେବେ ମୁଁ ଆସିବି ଏବଂ ତୁମ୍ଭଙ୍କୁ ସାହାଯ୍ୟ କରିବି। 12 ବଳବାନ ହୁଅ, ଏବଂ ସାହସର ସହିତ ଯୁଦ୍ଧ କର, ଆମ୍ଭର ପ୍ରଭୁଙ୍କ ସହର ପାଇଁ ଓ ଆମ୍ଭର ଲୋକମାନଙ୍କ ପାଇଁ ସଦାପ୍ରଭୁଙ୍କ ଆଖିରେ ଯାହା ଠିକ୍ ସେ ତାହା କରିବେ।”
13 ତା'ପରେ ଯୋୟାବ ଏବଂ ତାଙ୍କର ସୈନ୍ୟମାନେ ଅରାମୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ଅରାମୀୟମାନେ ଯୋୟାବଙ୍କ ସୈନ୍ୟମାନଙ୍କଠାରୁ ପରାସ୍ତ ହୋଇ ଛାଡ଼ି ପଳାଇଲେ। 14 ଅରାମୀୟମାନଙ୍କୁ ପଳାଇବାର ଦେଖି ଅମ୍ମୋନୀୟମାନେ ଅବୀଶୟଙ୍କ ସମ୍ମୁଖରୁ ନିଜର ନଗରକୁ ପଳାୟନ କଲେ।
ତା'ପରେ ଯୋୟାବ ଅମ୍ମୋନୀୟଙ୍କୁ ଆକ୍ରମଣ କରି ସାରିବା ପରେ ଯିରୁଶାଲମକୁ ଫେରି ଆସିଲା।
ଅରାମୀୟମାନେ ପୁନର୍ବାର ଯୁଦ୍ଧ ପାଇଁ ନିଷ୍ପତ୍ତି ନେଲେ
15 ଏହା ପରେ ଅରାମୀୟମାନେ ଇସ୍ରାଏଲ ସମ୍ମୁଖରେ ଆପଣାମାନଙ୍କୁ ପରାସ୍ତ ଦେଖି ଏକତ୍ର ହେଲେ। 16 ହଦଦେଷର ପୁରୁଷ ଲୋକ ପଠାଇ ଫରାତ୍ ନଦୀ ଆରପାରିରେ ଅରାମୀୟମାନଙ୍କୁ ଅଣାଇଲେ। ତେଣୁ ସେମାନେ ହେଲେମକୁ ଆସିଲେ। ହଦଦେଷର ସେନାପତି ଶୋବକ ସେମାନଙ୍କର ନେତା ଥିଲା।
17 ଦାଉଦ ଏହା ଜାଣିବା ପରେ ସେ ସମୁଦାୟ ଇସ୍ରାଏଲୀୟମାନଙ୍କୁ ଏକତ୍ର କରି ଯର୍ଦ୍ଦନ ପାର ହୋଇ ହେଲେମକୁ ଆସିଲେ।
ତହିଁରେ ଅରାମୀୟମାନେ ଦାଉଦଙ୍କ ଆଗରେ ସୈନ୍ୟ ସଜ୍ଜାଇ ତାଙ୍କ ସାଙ୍ଗରେ ଯୁଦ୍ଧ କଲେ। 18 ଅରାମୀୟମାନେ ଯୁଦ୍ଧ କରି ନ ପାରି ଇସ୍ରାଏଲୀୟମାନଙ୍କ ଆଗରୁ ପଳାୟନ କଲେ। ଦାଉଦ ଅରାମୀୟମାନଙ୍କ 700 ରଥାରୂଢ଼ ଓ 40,000 ଅଶ୍ୱାରୂଢ଼ ସୈନ୍ୟଙ୍କୁ ହତ୍ୟା କଲେ। ପୁଣି ସେ ସେମାନଙ୍କର ସେନାପତି ଶୋବକକୁ ଆଘାତ କଲେ ଓ ସେ ସେହିଠାରେ ମୃତ୍ୟୁବରଣ କଲା।
19 ହଦଦେଷରଙ୍କର ସେବା କରୁଥିବା ରାଜାମାନେ ଦେଖିଲେ ଯେ ଇସ୍ରାଏଲୀୟମାନେ ସେମାନଙ୍କୁ ପରାସ୍ତ କଲେଣି ଓ ସେ ଇସ୍ରାଏଲୀୟମାନଙ୍କ ସହିତ ସନ୍ଧି କଲେ ଓ ସେମାନଙ୍କର ସେବକ ହେଲେ। ଅରାମୀୟମାନେ ପୁନ୍ନରାୟ ଅମ୍ମୋନୀୟମାନଙ୍କୁ ସାହାଯ୍ୟ କରିବାକୁ ଭୟ କଲେ।
ବତ୍ଶେବା ସହିତ ଦାଉଦଙ୍କର ସାକ୍ଷାତ
11 ଯେତେବେଳେ ବସନ୍ତ ଆସିଲା, ସେତେବେଳେ ରାଜାଗଣ ଯୁଦ୍ଧକୁ ଯାଆନ୍ତି। ରାଜା ଦାଉଦ ଯୋୟାବ ଓ ତାଙ୍କର ଲୋକମାନଙ୍କୁ ଏବଂ ସମସ୍ତ ଇସ୍ରାଏଲୀୟ ସୈନ୍ୟମାନଙ୍କୁ ଅମ୍ମୋନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ପଠାଇଲେ ଏବଂ ସେମାନେ ଯୁଦ୍ଧ କରି ସେମାନଙ୍କୁ ପରାସ୍ତ କଲେ ଓ ରବ୍ବା ନଗର ଅଧିକାର କଲେ।
କିନ୍ତୁ ଦାଉଦ ଯିରୁଶାଲମରେ ରହିଲେ। 2 ଥରେ ସନ୍ଧ୍ୟା ସମୟରେ ଦାଉଦ ବିଛଣାରୁ ଉଠି ଛାତ ଉପରେ ବୁଲିବା ସମୟରେ ଜଣେ ସ୍ତ୍ରୀଲୋକ ଗାଧୋଉ ଥିବାର ଦେଖିଲେ। ସେହି ସ୍ତ୍ରୀ ଜଣକ ଅତି ସୁନ୍ଦରୀ ଥିଲା। 3 ତେଣୁ ଦାଉଦ ତାଙ୍କର କର୍ମଗ୍ଭରୀମାନଙ୍କୁ ପଠାଇ ସେହି ସ୍ତ୍ରୀ ବିଷୟରେ ବୁଝିଲେ। ସେ ଜାଣିବାକୁ ପାଇଲେ ଯେ, “ସେ ହେଉଛନ୍ତି ଇଲିୟାମର ଝିଅ ହିତ୍ତୀୟ ଊରିୟର ସ୍ତ୍ରୀ, ବତ୍ଶେବା।”
4 ଦାଉଦ ବତ୍ଶେବାକୁ ଡାକିବା ପାଇଁ ଦୂତ ପଠାଇଲେ ଏବଂ ଯେତେବେଳେ ସେ ଆସିଲେ। ସେହି ସ୍ତ୍ରୀ ସହିତ ଶୟନ କଲେ। ସେ ସମୟରେ ସେହି ସ୍ତ୍ରୀଲୋକଟି ଋତୁସ୍ନାନ[b] କରିଥିଲା। ତେଣୁ ସେ ନିଜର ଗୃହକୁ ଫେରିଗଲା। 5 କିନ୍ତୁ ବତ୍ଶେବା ଗର୍ଭବତୀ ହୁଅନ୍ତେ ଦାଉଦଙ୍କ ନିକଟକୁ ବାର୍ତ୍ତା ପଠାଇ କହିଲା, “ମୁଁ ଗର୍ଭବତୀ ହୋଇଛି।”
ଦାଉଦ ନିଜର ପାପକୁ ଲୁଗ୍ଭଇବାକୁ ଚେଷ୍ଟା କଲେ
6 ତା'ପରେ ଦାଉଦ ଯୋୟାବ ନିକଟକୁ ଏକ ବାର୍ତ୍ତା ପଠାଇଲେ, “ଊରିୟ ଓ ହିତ୍ତୀୟକୁ ମୋ’ ପାଖକୁ ପଠାଅ।”
ତେଣୁ ଯୋୟାବ ଊରିୟକୁ ଦାଉଦଙ୍କ ନିକଟକୁ ପଠାଇଲେ। 7 ତେଣୁ ଊରିୟ ଆସି ପହଞ୍ଚିବା ପରେ ଦାଉଦ ତାଙ୍କୁ ଯୋୟାବର କୁଶଳବାର୍ତ୍ତା ଓ ଲୋକମାନଙ୍କର କୁଶଳବାର୍ତ୍ତା ଓ ଯୁଦ୍ଧର କୁଶଳବାର୍ତ୍ତା ପଗ୍ଭରିଲେ। 8 ତା'ପରେ ଦାଉଦ ଊରିୟକୁ କହିଲେ ଠିକ୍ ଅଛି, “ବର୍ତ୍ତମାନ ତୁମ୍ଭେ ଗୃହକୁ ଯାଇ ବିଶ୍ରାମ ନିଅ।”
ତା'ପରେ ଊରିୟ ରାଜାଙ୍କ ପାଖରୁ ଗ୍ଭଲିଗଲା। ରାଜା ଊରିୟଙ୍କ ପାଖକୁ କିଛି ଉପହାର ପଠାଇଲେ। 9 କିନ୍ତୁ ଊରିୟ ଗୃହକୁ ଗଲା ନାହିଁ। ସେ ରାଜାଙ୍କର ଦାସମାନଙ୍କ ସହିତ ରାଜ ଗୃହ ଦ୍ୱାରରେ ଶୟନ କଲା। 10 ଦାସମାନେ ଦାଉଦଙ୍କୁ କହିଲେ, “ଊରିୟ ଘରକୁ ଯାଇ ନାହାନ୍ତି।”
ତା'ପରେ ଦାଉଦ ଊରିୟକୁ କହିଲେ, “ତୁମ୍ଭେ ଦୂର ଯାତ୍ରାରୁ ଆସିଲ। ତୁମ୍ଭେ ଗୃହକୁ ଗଲ ନାହିଁ କାହିଁକି?”
11 ଊରିୟ ଦାଉଦଙ୍କୁ କହିଲା, “ପବିତ୍ର ସିନ୍ଦୁକ, ଇସ୍ରାଏଲ ଓ ଯିହୁଦାର ସୈନ୍ୟବାହିନୀ ଏବଂ ମୋର ରାଜାଙ୍କର ଅଧିକାରୀଗଣ ଖୋଲା ପଦାରେ ତମ୍ବୁ କରିଛନ୍ତି। ତେଣୁ ମୁଁ କିପରି ଭୋଜନ କରିବାକୁ ଘରକୁ ଯିବି ଏବଂ ତା'ପରେ ମୋର ସ୍ତ୍ରୀଙ୍କ ସହିତ ଶୟନ କରିବି? ତୁମ୍ଭେ ଓ ମୁଁ ବଞ୍ଚିଥିବା ଯାଏ ସେପରି କରିବି ନାହିଁ।”
12 ଦାଉଦ ଊରିୟକୁ କହିଲେ, “ଆଜି ତୁମ୍ଭେ ଏହିଠାରେ ରୁହ। ଆସନ୍ତା କାଲି ମୁଁ ତୁମ୍ଭକୁ ଯୁଦ୍ଧ କ୍ଷେତ୍ରକୁ ପଠାଇ ଦେବି।”
ଊରିୟ ସେଦିନ ସକାଳ ହେବା ପର୍ଯ୍ୟନ୍ତ ଯିରୁଶାଲମରେ ରହିଲେ। 13 ତା'ପରେ ଦାଉଦ ଊରିୟକୁ ଡାକି କହିଲେ ଏବଂ ଊରିୟ ଦାଉଦଙ୍କ ସଙ୍ଗେ ଖିଆପିଆ କଲା। ଦାଉଦ ଊରିୟକୁ ମଦ୍ୟପାନ କରାଇଲେ, ତା'ପରେ ମଧ୍ୟ ଊରିୟ ଗୃହକୁ ନ ଯାଇ ରାଜାଙ୍କର ଦାସମାନଙ୍କ ସହିତ ରାଜଗୃହର ଦ୍ୱାର ଦେଶରେ ଶୟନ କଲା।
ଦାଉଦ ଊରିୟଙ୍କର ମୃତ୍ୟୁ ଯୋଜନା କଲେ
14 ତା'ପରେ ସକାଳେ ଯୋୟାବଙ୍କ ନିକଟକୁ ଏକ ପତ୍ର ଲେଖିଲେ। ଦାଉଦ ସେହି ଚିଠିକୁ ଊରିୟଙ୍କ ହାତରେ ପଠାଇଲେ। 15 ଦାଉଦ ଏହା ପତ୍ରରେ ଲେଖି ଥିଲେ, “ଯେଉଁ କ୍ଷେତ୍ରରେ ଘମାଘୋଟ ଯୁଦ୍ଧ ହୁଏ, ସେଠାରେ ଊରିୟକୁ ଆଗଧାଡ଼ିରେ ରଖ। ତା'ପରେ ତାକୁ ସେଠାରେ ଏକା ଛାଡ଼ିଦିଅ, ଯେପରି ସେ ଯୁଦ୍ଧରେ ହତ୍ୟା ହେବ।”
16 ଯୋୟାବ ନଗର ନିରୀକ୍ଷଣ କରିବା ବେଳେ ଅମ୍ମୋନୀୟ ସାହସୀ ସୈନ୍ୟମାନେ ଯେଉଁଠାରେ ଥିଲେ ସେ ଦେଖିଲେ ଏବଂ ସେ ଊରିୟକୁ ସେହି ସ୍ଥାନକୁ ଯିବା ପାଇଁ ଆଦେଶ ଦେଲେ। 17 ନଗରର ଲୋକମାନେ ବାହାରେ ଯାଇ ଯୋୟାବ ସଙ୍ଗେ ଯୁଦ୍ଧ କଲେ ଓ ତହିଁରେ ଦାଉଦଙ୍କ ଦାସମାନଙ୍କ ମଧ୍ୟରୁ କେତେକ ଲୋକ ମୃତ୍ୟୁବରଣ କଲେ ଓ ହିତ୍ତୀୟ ଊରିୟ ମଧ୍ୟ ମୃତ୍ୟୁବରଣ କଲେ।
18 ତା'ପରେ ଯୋୟାବ ଯାହାସବୁ ଯୁଦ୍ଧରେ ହେଲା ସେ ଖବର ଦାଉଦଙ୍କ ନିକଟକୁ ପଠାଇଲେ। 19 ସେ ଦୂତକୁ ଆଜ୍ଞା ଦେଲେ, ଯୁଦ୍ଧରେ ଘଟୁଥିବା ସବୁ ଘଟଣା ରାଜାଙ୍କୁ କୁହ। 20 “ରାଜା ଏଥିରେ ରାଗ କରି ପାରନ୍ତି। ଏବଂ ସେ ତୁମ୍ଭକୁ କହିପାରନ୍ତି, ‘ଆମ୍ଭର ସୈନ୍ୟଗଣ କାହିଁକି ଯୁଦ୍ଧ କରିବା ପାଇଁ ନଗରର ଏତେ ନିକଟକୁ ଗଲେ? ସେମାନେ ପ୍ରାଚୀରରୁ ତୀର ମାରିବେ ବୋଲି ତୁମ୍ଭେ ଜାଣିଥିଲ କି? 21 ଯିରୁବ୍ବେଶତର ପୁତ୍ର ଅବୀମେଲକକୁ କିଏ ମାରିଲା? ଜଣେ ସ୍ତ୍ରୀଲୋକ ପ୍ରାଚୀରରୁ ତାହା ଉପରକୁ ଚକିର ଉପର ପଟ ପକାନ୍ତେ ସେ କ’ଣ ତେବେସରେ ମଲା ନାହିଁ? କାହିଁକି ତୁମ୍ଭେମାନେ ପ୍ରାଚୀରର ଏତେ ନିକଟକୁ ଗଲ?’ ତେବେ ତୁମ୍ଭେ କହିବ, ‘ନିଜର ଦାସ ହିତ୍ତୀୟ ଊରିୟ ମଧ୍ୟ ମରିଅଛି।’”
22 ସେ ଦୂତ ଯାଇ ଯୋୟାବ କହିଥିବା କଥା ରାଜା ଦାଉଦଙ୍କୁ ଜଣାଇଲେ। 23 ସେହି ଦୂତ ଜଣକ ରାଜା ଦାଉଦଙ୍କୁ କହିଲା, “ସେହି ଅମ୍ମୋନୀୟ ଲୋକମାନେ ଆମ୍ଭମାନଙ୍କୁ ଖୋଲା ପଡ଼ିଆରେ ଆକ୍ରମଣ କଲେ, ତା'ପରେ ଆମ୍ଭେ ନଗରର ଫାଟକ ପର୍ଯ୍ୟନ୍ତ ସେମାନଙ୍କୁ ଘଉଡ଼େଇ ନେଲୁ। 24 ଏଥିରେ ଧନୁର୍ଦ୍ଧାରୀମାନେ ପ୍ରାଚୀରରୁ ଆପଣଙ୍କର ଦାସମାନଙ୍କ ଉପରେ ତୀର ନିକ୍ଷେପ କଲେ। ତେଣୁ ମହାରାଜଙ୍କର କିଛି ଦାସ ମୃତ୍ୟୁବରଣ କଲେ ଓ ଆପଣଙ୍କର ଦାସ ହିତ୍ତୀୟ ଊରିୟ ମଧ୍ୟ ମୃତ୍ୟୁବରଣ କଲେ।”
25 ଦାଉଦ ଦୂତକୁ କହିଲେ, “ଯୋୟାବକୁ ଏହି ବାର୍ତ୍ତା ଦିଅ: ‘ଏଥିରେ ତୁମ୍ଭେ ଦୁଃଖିତ ହୁଅ ନାହିଁ କାରଣ ଖଣ୍ତା ଜଣକ ପରେ ଅନ୍ୟ ଜଣକୁ ଆଖିବୁଜା ଭାବରେ ହତ୍ୟା କରି ପାରିବ। ରବ୍ବା ବିରୁଦ୍ଧରେ ଏକ ଜୋର୍ଦାର ଆକ୍ରମଣ କର ଏବଂ ତୁମ୍ଭେ ଜୟଲାଭ କରିବ।’ ଏହିସବୁ ବାକ୍ୟରେ ଯୋୟାବକୁ ଉତ୍ସାହିତ କର।”
ଦାଉଦ ବତ୍ଶେବା ସହିତ ବିବାହ କଲେ
26 ଏହା ପରେ ଊରିୟର ଭାର୍ଯ୍ୟା ତା'ର ସ୍ୱାମୀର ମୃତ୍ୟୁ ସମ୍ବାଦ ପାଇ କାନ୍ଦିଲା ଓ ଶୋକ କଲା। 27 ଶୋକ କରିବାର ସମୟ ଗତ ହେବାପରେ ଦାଉଦ ଲୋକ ପଠାଇ ବତ୍ଶେବାକୁ ନିଜ ଗୃହକୁ ଡକାଇଲେ। ତା'ପରେ ସେ ଦାଉଦଙ୍କର ସ୍ତ୍ରୀ ହୋଇ ରହିଲା ଓ ସେ ଦାଉଦ ପାଇଁ ଏକ ପୁତ୍ରକୁ ଜନ୍ମ ଦେଲା। ମାତ୍ର ଦାଉଦ ଏପରି ଯେଉଁ କାର୍ଯ୍ୟ କଲେ, ସେଥିରେ ସଦାପ୍ରଭୁ ସନ୍ତୁଷ୍ଟ ହେଲେ ନାହିଁ।
ନାଥନ ଦାଉଦଙ୍କ ସହିତ ଆଳାପ କଲେ
12 ସଦାପ୍ରଭୁ ଦାଉଦଙ୍କ ନିକଟକୁ ନାଥନକୁ ପଠାଇଲେ। ନାଥନ ଯାଇ ଦାଉଦଙ୍କୁ କହିଲେ, “ଏକ ନଗରରେ ଦୁଇଜଣ ଲୋକ ଥିଲେ। ସେଥି ମଧ୍ୟରୁ ଜଣେ ଥିଲେ ଧନୀ ଓ ଅନ୍ୟ ଜଣକ ଥିଲେ ଗରିବ। 2 ଧନୀ ଲୋକର ବହୁତ ଗାଈ, ବଳଦ ଓ ମେଣ୍ଢାପଲ ଥିଲା। 3 ମାତ୍ର ଦରିଦ୍ର ଲୋକଟିର ଗୋଟିଏ ସାନ ମେଣ୍ଢା ଛୁଆ ବ୍ୟତୀତ ଆଉ କିଛି ନ ଥିଲା। ସେ ମଧ୍ୟ ତାକୁ କିଣି ପାଳୁଥିଲା। ତା’ ସଙ୍ଗେ ଓ ତା'ର ବାଳକମାନଙ୍କ ସଙ୍ଗେ ସେ ଏକତ୍ର ବଢ଼ିଲା। ମେଣ୍ଢା ଛୁଆଟି ତା'ର ନିଜ ତୁଣ୍ଡରୁ ଆହାର ଖାଇଲା ଓ ତାହାର ନିଜ ପାତ୍ରରୁ ପାନ କଲା ଓ ତା'ର କୋଳରେ ମଧ୍ୟ ଶୟନ କଲା। ସେହି ମେଣ୍ଢା ଛୁଆଟି ସେ ଗରିବ ଲୋକଟିର ଝିଅପରି ବଢ଼ିଲା।
4 “ତା'ପରେ ଜଣେ ଯାତ୍ରୀ ଆସିଲେ ଓ ସେହି ଧନୀ ଲୋକଙ୍କୁ ଦେଖିଲେ। ତହିଁରେ ସେହି ଧନୀ ଲୋକଟି, ତା’ ନିକଟକୁ ଆସିଥିବା ଅତିଥି ପାଇଁ ରାନ୍ଧିବାକୁ ନିଜ ପଲରୁ ଓ ନିଜ ଗୋଠରୁ ନେଇ ମେଣ୍ଢା ଖାଇବାକୁ ଦେବାକୁ ଇଚ୍ଛା କଲା ନାହିଁ। ମାତ୍ର ସେହି ଦରିଦ୍ର ଲୋକଟିର ମେଣ୍ଢା ଛୁଆଟିକୁ ନେଇ ଅତିଥିଙ୍କ ପାଇଁ ରାନ୍ଧିଲା।”
5 ଏ କଥା ଶୁଣି, ଧନୀ ଲୋକଟି ଉପରେ ଦାଉଦ ରାଗିଗଲେ, ପୁଣି ଦାଉଦ ନାଥନଙ୍କୁ କହିଲେ, “ଯେଉଁ ବ୍ୟକ୍ତିଟି ଏପରି କରିଅଛି, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସେ ନିଶ୍ଚିତ ମରିବ। 6 ସେ ଏପରି କର୍ମ କରିବାରୁ ଓ ସେ କିଛି ଦୟା ନ କରିବାରୁ ସେହି ମେଣ୍ଢାର ଗ୍ଭରିଗୁଣ ଫେରାଇ ଦେବ।”
ନାଥନ ଦାଉଦଙ୍କୁ ତାଙ୍କ ପାପ ବିଷୟରେ କହିଲେ
7 ନାଥନ ଦାଉଦଙ୍କୁ କହିଲେ, “ତୁମ୍ଭେ ହେଉଛ ସେହି ଧନୀ ଲୋକ, ଯାହାକି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କହିଛନ୍ତି, ‘ମୁଁ ତୁମ୍ଭକୁ ଇସ୍ରାଏଲର ରାଜା କରିବାକୁ ପସନ୍ଦ କଲି। ମୁଁ ତୁମ୍ଭକୁ ଶାଉଲଠାରୁ ରକ୍ଷା କଲି। 8 ମୁଁ ତୁମ୍ଭକୁ ତୁମ୍ଭ ପ୍ରଭୁର ଗୃହ ଓ ତା'ର ସ୍ତ୍ରୀମାନଙ୍କୁ ଦେଲି। ଇସ୍ରାଏଲ ଓ ଯିହୁଦାକୁ ଶାସନ କରିବା ପାଇଁ ମଧ୍ୟ ତୁମ୍ଭଙ୍କୁ ଦେଲି। ଯଦି ଏହା ଅଳ୍ପ ହେଲା, ତେବେ ମୁଁ ତୁମ୍ଭକୁ ଅଧିକ ଦେଇଥା’ନ୍ତି। 9 ତେଣୁ ତୁମ୍ଭେ କାହିଁକି ସଦାପ୍ରଭୁଙ୍କର ଆଦେଶକୁ ଅବଜ୍ଞା କଲ? ସେ ଯାହା ଭୁଲ୍ ବୋଲି କହନ୍ତି ତୁମ୍ଭେ ତାହା କାହିଁକି କଲ? ତୁମ୍ଭେ ହିତ୍ତୀୟ ଊରିୟକୁ ମାରି ତା’ ସ୍ତ୍ରୀକୁ ତୁମ୍ଭେ ସ୍ତ୍ରୀ କରିଅଛ। ତୁମ୍ଭେ ଅମ୍ମୋନୀୟମାନଙ୍କ ଖଣ୍ତାଦ୍ୱାରା ଊରିୟକୁ ମାରି ଅଛ। 10 ତେଣୁ ଖଡ଼୍ଗ ତୁମ୍ଭର ପରିବାରର ଜୀବନ ନେବା ଚିରଦିନ ଗ୍ଭଲୁରଖିବ। କାରଣ ହିତ୍ତୀୟ ଊରିୟର ସ୍ତ୍ରୀକୁ ନେଇ ତୁମ୍ଭର ସ୍ତ୍ରୀ କରି ମୋତେ ତୁଚ୍ଛ ଜ୍ଞାନ କରିଅଛ।’
11 “ସଦାପ୍ରଭୁ ଏ କଥା କହନ୍ତି, ‘ମୁଁ ତୁମ୍ଭ ବିରୁଦ୍ଧରେ ବିପତ୍ତି ଆଣିବାକୁ ଯାଉଅଛି ଏବଂ ଏବା ତୁମ୍ଭ ପରିବାରରୁ ଆସିବ। ମୁଁ ତୁମ୍ଭର ସ୍ତ୍ରୀମାନଙ୍କୁ ନେଇଯିବି ଓ ତୁମ୍ଭର ଅତି ନିଜର ଲୋକକୁ ଦେବି। ସେ ସେମାନଙ୍କ ସହିତ ଶୟନ କରିବ ଏବଂ ପ୍ରତ୍ୟେକ ତାହା ଜାଣିବେ। 12 ତୁମ୍ଭେ ବତ୍ଶେବା ସହିତ ଗୋପନରେ ଶୟନ କଲ, କିନ୍ତୁ ମୁଁ ତୁମ୍ଭକୁ ଦଣ୍ତ ଦେବି ସମସ୍ତ ଇସ୍ରାଏଲଙ୍କ ସମ୍ମୁଖରେ ଯେପରି ସମସ୍ତ ଲୋକ ଏହା ଦେଖି ପାରିବେ।’”
13 ଦାଉଦ ନାଥନକୁ କହିଲେ, “ମୁଁ ସଦାପ୍ରଭୁଙ୍କ ବିରୁଦ୍ଧରେ ଅପରାଧ କରିଅଛି।”
ନାଥନ ଦାଉଦଙ୍କୁ କହିଲେ, “ଏଥିରେ ସଦାପ୍ରଭୁ ତୁମ୍ଭର ଅପରାଧ କ୍ଷମା କରିଅଛନ୍ତି, ତୁମ୍ଭେ ମରିବ ନାହିଁ। 14 କିନ୍ତୁ ତୁମ୍ଭେ ଏହି କୁକର୍ମ କରି ସଦାପ୍ରଭୁଙ୍କୁ ବହୁତ ଅସମ୍ମାନ ଦେଖାଇଅଛ। ତେଣୁ ଜନ୍ମ କରୁଥିବା ପୁତ୍ରଗଣ ନିଶ୍ଚୟ ମରିବ।”
ଦାଉଦ ଓ ବତ୍ଶେବାଙ୍କ ପିଲାର ମୃତ୍ୟୁ
15 ତା'ପରେ ନାଥନ ଗୃହକୁ ଫେରିଗଲେ। ସଦାପ୍ରଭୁ ଊରିୟର ସ୍ତ୍ରୀଠାରୁ ଜନ୍ମ ଦାଉଦର ସନ୍ତାନକୁ ଅତ୍ୟନ୍ତ ପୀଡ଼ିତ କରି ଦେଲେ। 16 ଦାଉଦ ବାଳକ ନିମନ୍ତେ ପରମେଶ୍ୱରଙ୍କ ନିକଟରେ ନିବେଦନ କଲେ ଓ ଦାଉଦ ଉପବାସ କଲେ ଓ ଭିତରେ ଯାଇ ରାତ୍ରିଯାକ ଭୂମି ଉପରେ ପଡ଼ି ରହିଲେ।
17 ଦାଉଦଙ୍କ ପରିବାରର ବୟସ୍କମାନେ ଦାଉଦଙ୍କୁ ଭୂମିରୁ ଉଠାଇବାକୁ ଗ୍ଭହିଁଲେ। କିନ୍ତୁ ଦାଉଦ ଉଠିଲେ ନାହିଁ କି ସେମାନଙ୍କ ସହିତ ଭୋଜନ କଲେ ନାହିଁ। 18 ଏହିପରି ସପ୍ତମ ଦିନରେ ପିଲାଟି ମରିଗଲା, କିନ୍ତୁ ସେମାନେ ଭୟରେ ଦାଉଦଙ୍କୁ ଏ କଥା ଜଣାଇଲେ ନାହିଁ, ସେମାନେ ନିଜ ଭିତରେ କୁହାକୁହି ହେଲେ, “କାରଣ ପିଲାଟି ବଞ୍ଚିଥିବା ସମୟରେ ସେ ଆମ୍ଭ କଥା ଶୁଣିଲେ ନାହିଁ। ଯଦି ଆମ୍ଭେ ପିଲାଟିର ମୃତ୍ୟୁ ବିଷୟରେ କହିଥା’ନ୍ତୁ, ସେ ତା'ର ନିଜର କ୍ଷତି କରିଥା’ନ୍ତା। ସେଥିପାଇଁ ସେମାନେ ଏହା କହିଲେ ନାହିଁ।”
19 କିନ୍ତୁ ଦାଉଦ ଦେଖିଲେ ଲୋକମାନେ ଫୁସରୁଫାସର ହେଉଛନ୍ତି। ତେଣୁ ଦାଉଦ ବୁଝିପାରିଲେ ଯେ ପିଲାଟି ମରି ଯାଇଛି। ତେଣୁ ଦାଉଦ ତାଙ୍କର ଦାସମାନଙ୍କୁ ପଗ୍ଭରିଲେ, “କ’ଣ ପିଲାଟି ମରିଗଲା?”
ତାଙ୍କର ଦାସମାନେ ଉତ୍ତର ଦେଲେ, “ହଁ ସେ ପିଲାଟି ମରିଗଲା।”
20 ତା'ପରେ ଦାଉଦ ଉଠିଲେ, ଗାଧୋଇଲେ, ତାଙ୍କର ପୋଷାକ ପରିବର୍ତ୍ତନ କରି ପୋଷାକ ପିନ୍ଧିଲେ ଏବଂ ସଦାପ୍ରଭୁଙ୍କର ମନ୍ଦିରକୁ ଉପାସନା ପାଇଁ ଗଲେ। ତା'ପରେ ଘରକୁ ଯାଇ ଖାଇବାକୁ ଖାଦ୍ୟ ମାଗିଲେ। ତାଙ୍କର ଦାସମାନେ ତାଙ୍କୁ ଯାହା ଖାଦ୍ୟ ଦେଲେ ଓ ସେ ତାହା ଖାଇଲେ।
21 ଦାଉଦଙ୍କୁ ତାଙ୍କର ଦାସମାନେ ପଗ୍ଭରିଲେ, “ଆପଣ ଏପରି ବ୍ୟବହାର କାହିଁକି କଲେ? ଯେତେବେଳେ ପିଲାଟି ବଞ୍ଚିଥିଲା ଆପଣ ଖାଇବାକୁ ମନା କଲେ ଓ କାନ୍ଦିଲେ କିନ୍ତୁ ପିଲାଟି ମରିଯିବା ପରେ ଉଠିଲେ ଓ ଖାଦ୍ୟ ଖାଇଲେ।”
22 ଦାଉଦ କହିଲେ, “ପିଲାଟି ବଞ୍ଚିଥିବା ସମୟରେ ମୁଁ ଖାଇବାକୁ ମନାକଲି କାରଣ ମୁଁ କ୍ରନ୍ଦନ କଲି, ‘ଯଦି ପରମେଶ୍ୱରଙ୍କୁ ମୋର ଦୁଃଖ ଜଣାଏ କାଳେ ସେ ମୋ’ ଉପରେ ଦୟା କରିବେ ଏବଂ ପିଲାଟିକୁ ବଞ୍ଚିବାକୁ ଦେବେ।’ 23 କିନ୍ତୁ ବର୍ତ୍ତମାନ ପିଲାଟି ମରିଅଛି, ମୁଁ କାହିଁକି ଆଉ ଉପବାସ କରିବି। ମୁଁ କ’ଣ ପିଲାଟିର ଜୀବନ ଫେରାଇ ଆଣି ପାରିବି। ଦିନେ ମୁଁ ତା’ ନିକଟକୁ ଯିବି କିନ୍ତୁ ସେ ମୋ’ ନିକଟକୁ ଆସି ପାରିବ ନାହିଁ।”
ଶଲୋମନର ଜନ୍ମ
24 ତା'ପରେ ଦାଉଦ ବତ୍ଶେବାକୁ ସାନ୍ତ୍ୱନା ଦେଲେ ଓ ତାଙ୍କ ସହିତ ଯୌନ ସମ୍ପର୍କ ରଖିଲେ ଓ ସେ ଗର୍ଭବତୀ ହେଲେ ଓ ସେ ଆଉ ଏକ ପୁତ୍ରକୁ ଜନ୍ମ ଦେଲେ। ଦାଉଦ ସେ ପିଲାଟିର ନାମ ଶଲୋମନ ରଖିଲେ। ସଦାପ୍ରଭୁ ଶଲୋମନଙ୍କୁ ପ୍ରେମ କଲେ। 25 ସଦାପ୍ରଭୁ ନାଥନ ନାମକ ଏକ ଭବିଷ୍ୟଦ୍ବକ୍ତାଙ୍କ ମାଧ୍ୟମରେ କହି ପଠାଇଲେ ଏବଂ ସଦାପ୍ରଭୁ ନାଥନ ତା'ର ନାମ ଶଲୋମନ ଯିଦୀଦିୟପରି ଦେଲେ। ନାଥନ ସଦାପ୍ରଭୁଙ୍କ ପାଇଁ ଏହା କଲେ।
ଦାଉଦ ରବ୍ବାକୁ ଆୟତ୍ତ କଲେ
26 ଅମ୍ମୋନୀୟମାନଙ୍କର ରାଜଧାନୀ ସହର ରବ୍ବାକୁ ଯୋୟାବ ଯୁଦ୍ଧ କରି କରଗତ କଲେ। 27 ଯୋୟାବ ଦାଉଦଙ୍କ ନିକଟକୁ ଦୂତଗଣ ସହିତ ଏହି ବାର୍ତ୍ତା ପଠାଇଲେ: “ମୁଁ ରବ୍ବା ବିରୁଦ୍ଧରେ ଯୁଦ୍ଧ କରିଛି ଏବଂ ଏହାର ଜଳ ଯୋଗାଣକୁ ସୁରକ୍ଷା ଦେଉଥିବା ଦୁର୍ଗକୁ ଅକ୍ତିଆର କରିଛି। 28 ଆପଣ ଅବଶିଷ୍ଟ ଲୋକମାନଙ୍କୁ ଏକତ୍ରିତ କରି ନଗର ନିକଟରେ ଛାଉଣି ସ୍ଥାପନ କରି ତାହା ହସ୍ତଗତ କରନ୍ତୁ। ନୋହିଲେ ମୁଁ ଏହାକୁ ହସ୍ତଗତ ଓ ମୋ’ ନାମାନୁସାରେ ଖ୍ୟାତ କରିବି।”
29 ଏଣୁ ଦାଉଦ ସମସ୍ତ ଲୋକଙ୍କୁ ଏକତ୍ର କରି ରବ୍ବାକୁ ଗଲେ ଓ ତହିଁ ବିରୁଦ୍ଧରେ ଯୁଦ୍ଧ କରି ତାହା ହସ୍ତଗତ କଲେ। 30 ସେ ସେମାନଙ୍କ ରାଜାର ମସ୍ତକରୁ ମୁକୁଟ କାଢ଼ି ନେଲେ। ତାହା ଏକ ମହଣ ପରିମିତ ସୁନା ଓ ତହିଁରେ ବହୁମୂଲ୍ୟ ପ୍ରସ୍ତରମାନ ଖଚିତ ହୋଇଥିଲା। ଆଉ ତାହା ଦାଉଦଙ୍କର ମସ୍ତକରେ ଦିଆଗଲା। ପୁଣି ସେ ମଧ୍ୟ ସେହି ନଗରରୁ ଲୁଟ୍ କରି ବହୁମୂଲ୍ୟ ସାମଗ୍ରୀ ନେଇଗଲେ।
31 ସେ ସହରର ଲୋକମାନଙ୍କୁ ବାହାର କରି ଆଣି ସେମାନଙ୍କୁ କରତ ଓ ଲୁହାମଇ ଓ ଲୁହା କୁହ୍ରାଡ଼ି ଦ୍ୱାରା କଠିନ କାର୍ଯ୍ୟ କରାଇ ଦଣ୍ତ ଦେଲେ ଓ ସେମାନଙ୍କୁ ଇଟା ତିଆରି କରାଇଲେ। ସେ ଅମ୍ମୋନୀୟମାନଙ୍କ ସମୁଦାୟ ନଗର ପ୍ରତି ଏପରି କଲେ। ଏହା ପରେ ଦାଉଦ ଓ ସମସ୍ତ ଲୋକ ଯିରୁଶାଲମକୁ ଫେରି ଆସିଲେ।
2010 by World Bible Translation Center