Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଶାମୁୟେଲଙ୍କ ପ୍ରଥମ ପୁସ୍ତକ 25-27

ଦାଉଦ ଓ ମୂର୍ଖ ନାବଲ

25 ଶାମୁୟେଲଙ୍କର ଦେହାନ୍ତ ହେଲା। ସମସ୍ତ ଇସ୍ରାଏଲୀୟବାସୀ ଏକତ୍ର ହୋଇ ଶାମୁୟେଲଙ୍କ ମୃତ୍ୟୁରେ ଶୋକ ପାଳନ କଲେ ଓ ରାମାସ୍ଥିତ ତାଙ୍କ ଗୃହରେ ତାଙ୍କୁ କବର ଦେଲେ।

ତା'ପରେ ଦାଉଦ ପାରଣ ପ୍ରାନ୍ତରକୁ ଗଲେ। ମାୟୋନରେ ଜଣେ ଧନି ଲୋକ ବାସ କରୁଥିଲେ। ତାଙ୍କର 3,000 ମେଣ୍ଢା ଏବଂ 1,000 ଛେଳି ଥିଲା। ସେ ଲୋକ ଜଣକ କର୍ମିଲକୁ ମେଣ୍ଢାମାନଙ୍କର ଲୋମ କାଟିବାକୁ ଯାଇଥିଲା। ସେ ଲୋକ ଜଣକର ନାମ ନାବଲ ଥିଲା ଏବଂ ତାଙ୍କ ସ୍ତ୍ରୀର ନାମ ଅବୀଗଲ ଥିଲା, ସେ ଭାରି ସୁନ୍ଦରୀ ଓ ବୁଦ୍ଧିମତୀ ମଧ୍ୟ ଥିଲା। କିନ୍ତୁ ନାବଲ ଭାରି ନିର୍ଦ୍ଦୟ ଓ ପାପିଷ୍ଠ ଥିଲା। ସେ କାଲେବ ପରିବାରର ଥିଲା।

ଦାଉଦ ମରୁଭୂମିରେ ଶୁଣିଲେ ଯେ ନାବଲ ଆପଣା ମେଣ୍ଢାମାନଙ୍କର ଲୋମ କାଟୁଅଛି। ଦାଉଦ 10ଜଣ ଯୁବକଙ୍କୁ କହିଲେ ଶୁଣ, “କର୍ମିଲକୁ ଯାଅ ଓ ନାବଲକୁ ମୋର ‘ନମସ୍କାର’ ଜଣାଅ।” ଦାଉଦ କହିଲେ ତୁମ୍ଭେ ଯାଇ ଏହିପରି କୁହ, ଯେ, “ତୁମ୍ଭେ ଚୀରଜୀବି ହୁଅ ତୁମ୍ଭର ମଙ୍ଗଳ ହେଉ, ତୁମ୍ଭ ଗୃହର ମଙ୍ଗଳ ହେଉ। ତୁମ୍ଭର ସର୍ବସ୍ୱ ମଙ୍ଗଳ ହେଉ। ମୁଁ ଶୁଣିଲି ତୁମ୍ଭର ମେଷପାଳକମାନେ ମେଷମାନଙ୍କର ଲୋମ କାଟୁଛନ୍ତି। କିଛି ସମୟ ପାଇଁ ତୁମ୍ଭର ମେଷପାଳକମାନେ ଆମ୍ଭ ସହିତ ଥିଲେ। ଆମ୍ଭେମାନେ ସେମାନଙ୍କର କୌଣସି କ୍ଷତି କରି ନାହୁଁ କି କର୍ମିଲରେ ଥିବା ସମୟରେ ସେମାନଙ୍କର କିଛି ହଜି ନାହିଁ। ତୁମ୍ଭର ଗ୍ଭକରମାନଙ୍କୁ ପଗ୍ଭର, ସେମାନେ ତୁମ୍ଭକୁ ସତ କହିବେ। ମୋର ଯୁବକ ଲୋକମାନଙ୍କୁ ଦୟାକର। ଆମ୍ଭେମାନେ ଏହି ଖୁସୀ ସମୟରେ ତୁମ୍ଭ ପାଖକୁ ଆସିଛୁ। ବିନୟ କରୁଅଛୁ ତୁମ୍ଭେ ଯାହାପାର ଏମାନଙ୍କୁ ଦିଅ। ଦୟାକରି ତୁମ୍ଭେ ତୁମ୍ଭର ସାଙ୍ଗ[a] ଦାଉଦ ପାଇଁ ଏହା କର।”

ଦାଉଦଙ୍କର ଲୋକମାନେ ଯାଇ ଦାଉଦଙ୍କ ନାମରେ ନାବଲକୁ ଏହିସବୁ କଥା କହିଲେ। 10 ନାବଲ ଦାଉଦଙ୍କ ଲୋକମାନଙ୍କୁ ଉତ୍ତର ଦେଇ କହିଲା, “ଦାଉଦ କିଏ? ଯିଶୀର ପୁତ୍ର କିଏ? ଆଜିକାଲି ଅନେକ ଦାସ ଅଛନ୍ତି ଯେଉଁମାନେ ଆପଣା ଆପଣା ମୁନିବଠାରୁ ପଳାଇଯାଇ ବୁଲୁଛନ୍ତି। 11 ମୁଁ କ’ଣ ନିଜର ରୋଟୀ, ନିଜର ଜଳ ଓ ନିଜର ଲୋମଛେଦକମାନଙ୍କ ନିମନ୍ତେ ହତ ପଶୁମାନଙ୍କ ମାଂସ ନେଇ କେଉଁ ଅଜ୍ଞାନ ଲୋକମାନଙ୍କୁ ଦେବି?”

12 ଦାଉଦର ଲୋକମାନେ ନିଜ ବାଟରେ ଫେରିଗଲେ ଓ ତାଙ୍କ ନିକଟକୁ ଆସି ସେ ସବୁ କଥା ତାଙ୍କୁ ଜଣାଇଲେ। 13 ତା'ପରେ ଦାଉଦ ତାଙ୍କର ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ନିଜ ନିଜର ‌‌ଖ‌ଡ଼୍‌ଗ ବାନ୍ଧ,” ତେଣୁ ସେମାନେ ନିଜ ନିଜର ‌‌ଖ‌ଡ଼୍‌ଗ ବାନ୍ଧିଲେ, ଦାଉଦ ମଧ୍ୟ ନିଜର ‌‌ଖ‌ଡ଼୍‌ଗ ବାନ୍ଧିଲେ, ଦାଉଦଙ୍କ ସହିତ 400 ଲୋକ ଗଲେ ଓ 200 ଲୋକ ସାମଗ୍ରୀ ପାଖରେ ରହିଲେ।

ଅବୀଗଲ କଷ୍ଟକୁ ନିବାରଣ କଲା

14 ଯୁବକମାନଙ୍କ ମଧ୍ୟରୁ ଜଣେ ନାବଲର ସ୍ତ୍ରୀ ଅବୀଗଲକୁ ଜଣାଇ କହିଲା, “ଦେଖ, ଦାଉଦ ଆମ୍ଭମାନଙ୍କ କର୍ତ୍ତାଙ୍କୁ ଶୁଭେଚ୍ଛା ଜଣେଇବା ନିମନ୍ତେ ମରୁଭୂମିରୁ ଦୂତମାନଙ୍କୁ ପଠାଇଥିଲେ, କିନ୍ତୁ ସେ ସେମାନଙ୍କୁ ଖରାପ ଭାବିଲେ। 15 ସେହି ଲୋକମାନେ ଆମ୍ଭମାନଙ୍କର ବଡ଼ ଉପକାରୀ, ଆମ୍ଭେମାନେ କ୍ଷେତ୍ରରେ ମେଣ୍ଢାଙ୍କୁ ନେଇ ଥିବା ସମୟରେ ଦାଉଦଙ୍କର ଲୋକମାନେ ଆମ ସହିତ ଥିଲେ। ସେମାନେ ଆମର କିଛି ନେଇ ନାହାନ୍ତି କି ଆମର କିଛି କ୍ଷତି କରି ନାହାନ୍ତି। 16 ଦାଉଦର ଲୋକମାନେ ଆମ୍ଭମାନଙ୍କୁ ଦିନରାତି ସର୍ବଦା ନିରାପତ୍ତା ଦେଇଛନ୍ତି। ଆମ୍ଭେ ଯେତେବେଳେ ମେଷମାନଙ୍କୁ ନେଇ କ୍ଷେତରେ ଥିବା ସମୟରେ ସେମାନେ ଆମର ଚତୁର୍ଦ୍ଦିଗରେ ପ୍ରାଚୀର ସଦୃଶ ଥିଲେ। 17 ବର୍ତ୍ତମାନ ଚିନ୍ତାକର ଓ କ’ଣ କରାଯାଇ ପାରିବ ସ୍ଥିର କର। ଆମର ସ୍ୱାମୀ ଓ ତାଙ୍କର ସମସ୍ତ ପରିବାର ପ୍ରତି ଭୟଙ୍କର ବିପତ୍ତି ଆସୁଅଛି। ଏପରି ଦୁଷ୍ଟ ବ୍ୟକ୍ତିକୁ କେହି କିଛି କହି ନ ପାରେ, କାଳେ ସେ ତା'ର ମନ ପରିବର୍ତ୍ତନ କରିବ।”

18 ଅବୀଗଲ ଶୀଘ୍ର 200 ରୋଟୀ, ଦୁଇ କୁମ୍ଫା ଦ୍ରାକ୍ଷାରସ ଓ ପାଞ୍ଚୋଟି ମେଷର ମାଂସ ତରକାରୀ ଓ ପାଞ୍ଚ ଗୋଉଣୀ ଭଜା ଶସ୍ୟ ଓ 100 ପେଣ୍ଡା ଦ୍ରାକ୍ଷାରସ ଓ 200 ଡିମ୍ବିରି ପିଠା ନେଇ ଗଧମାନଙ୍କ ପିଠିରେ ଲଦିଲା। 19 ତା'ପରେ ଅବୀଗଲ ତା'ର ଦାସମାନଙ୍କୁ କହିଲା, “ମୋ’ ଆଗେ ଆଗେ ଗ୍ଭଲ, ଦେଖ, ମୁଁ ତୁମ୍ଭ ପଛେ ପଛେ ଯାଉଛି।” କିନ୍ତୁ ସେ ତା'ର ସ୍ୱାମୀକୁ ଏ କଥା ଜଣାଇଲା ନାହିଁ।

20 ଅବୀଗଲ ଗଧ ପିଠିରେ ଚଢ଼ି ପର୍ବତର ତଳକୁ ଆସନ୍ତେ ସେ ଦେଖିଲେ, ଦାଉଦ ଓ ସେମାନଙ୍କର ଲୋକମାନେ ତା'ର ବିପରୀତ ଦିଗରୁ ଆସୁଛନ୍ତି।

21 ଦାଉଦ ଅବୀଗଲଙ୍କୁ ଦେଖିବା ପୂର୍ବରୁ କହୁଥିଲେ, “ମୁଁ ନାବଲର ସମ୍ପତ୍ତିକୁ ମରୁଭୂମିରେ ଜଗିଲି। ମୁଁ ଭାବୁଥିଲି ଏହାର ଗୋଟିଏ ହେଲେ ମେଷ ନ ହଜୁ। ମୁଁ ଏହା କରୁଥିଲି ମୋର କିଛି ସ୍ୱାର୍ଥ ନ ଥିଲା। କିନ୍ତୁ ତା'ର ସବୁ ମଙ୍ଗଳ ପାଇଁ କରୁଥିଲି। କିନ୍ତୁ ସେ ମୋ’ ପ୍ରତି ଖରାପ ବ୍ୟବହାର ଦେଖାଇଲା। 22 ଯଦି ତା’ ପରଦିନ ସକାଳ ପର୍ଯ୍ୟନ୍ତ ନାବଲ ପରିବାରର ଗୋଟିଏ ବି ଲୋକକୁ ମୁଁ ବଞ୍ଚିବାକୁ ଦିଏ, ତାହାହେଲେ ପରମେଶ୍ୱର ମୋତେ ଦଣ୍ତ ଦିଅନ୍ତୁ।”

23 ଠିକ୍ ସେହି ସମୟରେ ଅବୀଗଲ ପହଞ୍ଚିଗଲା, ଯେତେବେଳେ ଅବୀଗଲ ଦାଉଦଙ୍କୁ ଦେଖିଲା, ସେ ସଙ୍ଗେ ସଙ୍ଗେ ଗଧ ପିଠିରୁ ଓହ୍ଲାଇ ପଡ଼ି ନତମସ୍ତକ ହୋଇ ଦାଉଦ ସମ୍ମୁଖରେ ସମ୍ମାନ ଜଣାଇଲା। 24 ଅବୀଗଲ ଦାଉଦଙ୍କ ଚରଣରେ ପଡ଼ି କହିଲା, “ହେ ମୋର ପ୍ରଭୁ, ମୋର କଥା ଟିକେ ଶୁଣନ୍ତୁ। ଯାହାସବୁ ଘଟିଗଲା, ସେଥିରେ ମୋତେ ଦୋଷ ଦିଅନ୍ତୁ। 25 ତୁମ୍ଭେ ପଠାଇଥିବା ଲୋକମାନଙ୍କୁ ମୁଁ ଆଦୌ ଦେଖି ନାହିଁ। ସେପରି ଅଜ୍ଞାନ ବ୍ୟକ୍ତିର କଥାକୁ ଧର ନାହିଁ। ସେ ତା'ର ନାମକୁ ସାର୍ଥକ କରିଛି। ତା'ର ନାମ ନାବଲ ଯାହାର ଅର୍ଥ ‘ମୂର୍ଖ’ ଠିକ୍ ସେହିପରି ସେ ମୂର୍ଖମାନଙ୍କ ପରି ବ୍ୟବହାର କରିଛି। 26 ହେ ମୋର ପ୍ରଭୁ, ସଦାପ୍ରଭୁ ତ ଆପଣଙ୍କୁ ନିରୀହ ଲୋକମାନଙ୍କର ରକ୍ତପାତ ବାରଣ କଲେ। ତେଣୁ ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ତୁମ୍ଭେ ଜୀବିତ ଥିବା ଯାଏ ତୁମ୍ଭର ଶତ୍ରୁମାନେ ଯେଉଁମାନେ ତୁମ୍ଭର କ୍ଷତି କରିବା ପାଇଁ ଗ୍ଭହାନ୍ତି, ସେମାନେ ନାବଲ ପରି ହୁଅନ୍ତୁ। 27 ବର୍ତ୍ତମାନ ମୁଁ ଆଣିଥିବା ଭେଟି, ଦୟାକରି ତୁମ୍ଭର ଲୋକମାନଙ୍କୁ ଦିଅ। 28 ଦୟାକରି ମୋତେ ମୋର କରିଥିବା ଦୋଷ ପାଇଁ କ୍ଷମା କର। ମୁଁ ଜାଣେ ସଦାପ୍ରଭୁ ତୁମ୍ଭ ପରିବାରକୁ ଶକ୍ତିଶାଳୀ କରିବେ। ସଦାପ୍ରଭୁ ଏପରି କରିଛନ୍ତି, କାରଣ ତୁମ୍ଭେମାନେ ତାଙ୍କର ପ୍ରତିରୋଧରେ ଯୁଦ୍ଧ କରିଅଛ, ତୁମ୍ଭେ ବଞ୍ଚିଥିବା ପର୍ଯ୍ୟନ୍ତ କୌଣସି ଲୋକ ତୁମ୍ଭର ଦୋଷ ବାଛି ପାରିବ ନାହିଁ। 29 ଯଦି ଜଣେ ବ୍ୟକ୍ତି ତୁମ୍ଭକୁ ତାଡ଼ନା କରିବାକୁ ଓ ତୁମ୍ଭକୁ ହତ୍ୟା କରିବାକୁ ଗ୍ଭହେଁ, ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭର ଜୀବନ ରକ୍ଷା କରିବେ। କିନ୍ତୁ ସେ ତୁମ୍ଭର ଶତ୍ରୁମାନଙ୍କ ପ୍ରାଣକୁ ଛାଟିଣୀ ଖୋଲରୁ ପଥର ଫିଙ୍ଗି ଦେଲାପରି ଫିଙ୍ଗି ଦେବ। 30 ସଦାପ୍ରଭୁ ତୁମ୍ଭର ମଙ୍ଗଳ କରିବା ପାଇଁ ପ୍ରତିଜ୍ଞା କରିଛନ୍ତି ଏବଂ ସେ ତାଙ୍କର ପ୍ରତିଜ୍ଞା ରକ୍ଷା କରିବେ। ସେ ତୁମ୍ଭକୁ ଇସ୍ରାଏଲର ଶାସକ ରୂପେ ନିଯୁକ୍ତ କରିବେ। ଯେତେବେଳେ ସେ ମୋର ପ୍ରଭୁ ପ୍ରତି ସଫଳ କରି ତୁମ୍ଭକୁ ଇସ୍ରାଏଲର ଅଗ୍ରଣୀ ରୂପେ ନିଯୁକ୍ତ କରିବେ। 31 ତୁମ୍ଭେ ନିରୀହମାନଙ୍କର ରକ୍ତପାତ ଦୋଷରେ ଦୋଷୀ ହେବ ନାହିଁ। ଯେତେବେଳେ ସଦାପ୍ରଭୁ ତୁମ୍ଭର ମଙ୍ଗଳ କରୁଛନ୍ତି, ତୁମ୍ଭେ ତୁମ୍ଭର ଏହି ଦାସୀକୁ ମନେରଖ।”

32 ଦାଉଦ ଅବୀଗଲକୁ କହିଲେ, “ଆଜି ଯେ ମୋ’ ସଙ୍ଗରେ ସାକ୍ଷାତ କରିବାକୁ ତୁମ୍ଭକୁ ପଠାଇଲେ, ସେହି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଧନ୍ୟ। 33 ତୁମ୍ଭର ସୁବିଗ୍ଭର ଧନ୍ୟ ହେଉ ଓ ଆଜି ମୋତେ ନିରୀହମାନଙ୍କର ରକ୍ତପାତ କରିବାରୁ ମନା ହେଲା। ଏଥିପାଇଁ ତୁମ୍ଭର ମଙ୍ଗଳ ହେଉ। 34 ସଦାପ୍ରଭୁ ମୋତେ ତୁମ୍ଭକୁ ଆଘାତ କରିବାରୁ ବାରଣ କଲେ। ନିଶ୍ଚିତ ଭାବରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଯେପର୍ଯ୍ୟନ୍ତ ଅଛନ୍ତି, ଯଦି ତୁମ୍ଭେ ମୋତେ ସାକ୍ଷାତ କରିବା ପାଇଁ ଶୀଘ୍ର ଆସି ନ ଥା’ନ୍ତ, ପ୍ରତ୍ୟୁଷ ବେଳକୁ ନାବଲ ପରିବାର କେହି ଜଣେ ପୁରୁଷ ଜୀବିତ ରହି ନ ଥା’ନ୍ତା।”

35 ତହୁଁ ସେ ତାଙ୍କ ପାଇଁ ଯାହା ଆଣିଥିଲା, ଦାଉଦ ତାହା ହସ୍ତରୁ ତାହା ଗ୍ରହଣ କଲେ ଓ ତାକୁ କହିଲେ, “ଭଲରେ ତୁମ୍ଭେ ଘରକୁ ଯାଅ, ଦେଖ, ମୁଁ ତୁମ୍ଭ କଥା ଶୁଣିଲି ଓ ତୁମ୍ଭକୁ ଗ୍ରହଣ କଲି।”

ନାବଲର ମୃତ୍ୟୁ

36 ଯେତେବେଳେ ଅବୀଗଲ ନାବଲ ନିକଟକୁ ଆସିଲା। ସେତେବେଳେ ସେ ଦେଖିଲା ସେ ନିଜ ଘରେ ରାଜ ଭୋଜନ ପରି ଭୋଜନ କରୁଥିଲା, ନାବଲ ଅତିଶୟ ମଦ୍ୟପାନ କରିଥିଲା ଓ ତା'ର ମନ ଅତ୍ୟନ୍ତ ଖୁସୀ ଥିଲା। ଏହି ହେତୁ ସେ ସକାଳ ପର୍ଯ୍ୟନ୍ତ କୌଣସି କଥା ଜଣାଇଲା ନାହିଁ। 37 ତା’ ପରଦିନ ସକାଳେ ତା'ର ନିଶା କମିଲା ପରେ ତା'ର ସ୍ତ୍ରୀ ତାକୁ ସବୁକଥା ଜଣାଇଲା, ଏଥିରେ ତା'ର ହୃଦୟ ବନ୍ଦ ହୋଇଗଲା ତାହା ଅନ୍ତରରେ ମରିଗଲା। ତା'ର ହୃ‌‌ତ୍‌‌କ୍ରିୟା ବନ୍ଦ ହୋଇଗଲା ଓ ସେ ପଥର ପରି ପଡ଼ି ରହିଲା। 38 ଦଶ ଦିନ ପରେ ସଦାପ୍ରଭୁ ନାବଲର ମୃତ୍ୟୁର କାରଣ ହେଲେ।

39 ଦାଉଦ ଶୁଣିଲେ ଯେ ନାବଲ ମୃତ୍ୟୁବରଣ କରିଛି। ଦାଉଦ କହିଲେ, “ସଦାପ୍ରଭୁଙ୍କ ପ୍ରଶଂସା କର। ନାବଲ ମୋ’ ବିଷୟରେ ଖରାପ କଥା କହିଥିଲା କିନ୍ତୁ ସଦାପ୍ରଭୁ ମୋତେ ସାହାଯ୍ୟ କଲେ। ସଦାପ୍ରଭୁ ମୋତେ ମନ୍ଦକାର୍ଯ୍ୟ କରିବାରୁ କ୍ଷାନ୍ତ କଲେ। ସଦାପ୍ରଭୁ ତା'ର ମୃତ୍ୟୁର କାରଣ ହେଲେ, କାରଣ ସେ କୁକର୍ମ କରିଥିଲା।”

ତା'ପରେ ଦାଉଦ ଅବୀଗଲକୁ ଏକ ବାର୍ତ୍ତା ପଠାଇଲେ। ଦାଉଦଙ୍କର ସ୍ତ୍ରୀ ହେବା ପାଇଁ ତାଙ୍କୁ ପଗ୍ଭରିଲେ। 40 ଦାଉଦଙ୍କ ଦାସମାନେ କର୍ମିଲକୁ ଗଲେ ଏବଂ ଅବୀଗଲକୁ କହିଲେ, “ଦାଉଦ ତୁମ୍ଭକୁ ନେଇଯିବା ପାଇଁ ଏଠାକୁ ପଠାଇଛନ୍ତି। ଦାଉଦ ଗ୍ଭହାନ୍ତି, ତୁମ୍ଭକୁ ସ୍ତ୍ରୀରୂପେ ଗ୍ରହଣ କରିବା ପାଇଁ।”

41 ଅବୀଗଲ ନତମସ୍ତକ ହୋଇ ଠିଆ ହେଲେ, ସେ କହିଲେ, “ମୁଁ ହେଉଛି ତୁମ୍ଭର ଦାସୀ, ମୋର ପ୍ରଭୁଙ୍କ ଦାସମାନଙ୍କ ପାଦ ଧୋଇବା ପାଇଁ ଗ୍ଭହେଁ।”

42 ଅବୀଗଲ ଶୀଘ୍ର ଗଧପିଠିରେ ବସି ଦାଉଦଙ୍କର ବାର୍ତ୍ତାବହଙ୍କ ସହିତ ଆସିଲେ, ଅବୀଗଲ ତାଙ୍କ ସହିତ ପାଞ୍ଚ ଜଣ ଅନୁଚରୀ ଯୁବତୀଙ୍କୁ ସଙ୍ଗରେ ଆଣିଲେ। ସେ ଦାଉଦଙ୍କର ସ୍ତ୍ରୀ ହୋଇ ରହିଲେ। 43 ଦାଉଦ ମଧ୍ୟ ଯିଷ୍ରିୟେଲୀୟା ଅହୀନୋୟମକୁ ବିବାହ କଲେ ତହିଁରେ ସେ ଦୁହେଁ ତା'ର ସ୍ତ୍ରୀ ହେଲେ। 44 ଶାଉଲ ନିଜର କନ୍ୟା ମୀଖଲକୁ, ଦାଉଦଙ୍କର ସ୍ତ୍ରୀକୁ ଗଲିମ୍ ନିବାସୀ ଲୟିସ ପୁତ୍ର ପ‌ଲ୍‌ଟିକି ଦେଇଥିଲେ।

ଦାଉଦ ଓ ଅବୀଶୟ ଶାଉଲଙ୍କ ଛାଉଣିରେ ପ୍ରବେଶ କଲେ

26 ସୀଫୀୟରୁ ଲୋକମାନେ ଗିବିୟାକୁ ଶାଉଲଙ୍କୁ ସାକ୍ଷାତ କରିବାକୁ ଆସିଲେ ଓ କହିଲେ, “ଦାଉଦ ଯେଶିମନର ହଖୀଲା ପର୍ବତରେ ଆପଣାକୁ ଲୁଗ୍ଭଇ ଅଛି।”

ଶାଉଲ ସୀଫ୍ ମରୁଭୂମିକୁ ଗଲେ, ଦାଉଦଙ୍କୁ ଖୋଜିବା ପାଇଁ ଇସ୍ରାଏଲର 3,000 ବଛା ବଛା ସୈନିକ ନେଇ ସୀଫ୍ ପ୍ରାନ୍ତରକୁ ଗଲେ। ଶାଉଲ ପଥ ପାର୍ଶ୍ୱରେ ମରୁଭୂମି ସମ୍ମୁଖସ୍ଥ ହଖୀଲା ପର୍ବତରେ ସେନା ଛାଉଣି ସ୍ଥାପନ କଲେ।

ଦାଉଦ ପ୍ରାନ୍ତରରେ ଲୁଚିଥିଲେ। ସେ ଅନୁଭବ କଲେ ଯେ, ସେଠାରେ ଶାଉଲ ତାଙ୍କ ପଛେ ପଛେ ଅନୁସରଣ କରିଥିଲେ। ଦାଉଦ ଗୁପ୍ତଚର ପଠାଇ ନିଶ୍ଚୟ ଆସିଛନ୍ତି ବୋଲି ଜାଣିଲେ। ଦାଉଦ ଶାଉଲଙ୍କର ଛାଉଣି ସ୍ଥାନକୁ ଆସିଲେ, ଆଉ ଦାଉଦ ଶାଉଲଙ୍କର ଓ ତାଙ୍କର ସେନାପତି, ନରର ପୁତ୍ର ଅ‌‌ବ୍‌‌ନରର ଶୋଇବା ଜାଗା ଦେଖିଲେ। ଶାଉଲ ସେନା ଛାଉଣିର ମଧ୍ୟ ଭାଗରେ ଶୋଇଥିଲେ। ସୈନ୍ୟମାନେ ତାଙ୍କୁ ବେଢ଼ି ରହିଥିଲେ।

ଦାଉଦ ହିତ୍ତୀୟ ଅହୀମେଲକକୁ ଓ ସରୁୟାରର ପୁତ୍ର ଯୋୟାବର ଭ୍ରାତା, ଅବୀଶୟକୁ ପଗ୍ଭରିଲେ, “ମୋ’ ସଙ୍ଗରେ ଶାଉଲଙ୍କ ଛାଉଣି ନିକଟକୁ କିଏ ଯିବ।”

ତହିଁରେ ଅବୀଶୟ ଉତ୍ତର ଦେଲା, “ମୁଁ ତୁମ୍ଭ ସଙ୍ଗେ ଯିବି।”

ଯେତେବେଳେ ରାତ୍ରି ଥିଲା ଦାଉଦ ଓ ଅବୀଶୟ ଶାଉଲଙ୍କ ଛାଉଣିକୁ ଗଲେ। ଶାଉଲ ଛାଉଣି ମଧ୍ୟ ଭାଗରେ ଶୋଇଥିଲା। ତାଙ୍କର ବର୍ଚ୍ଛା ତାଙ୍କର ମସ୍ତକ ପାଖରେ ଭୂମିରେ ମରା ହୋଇଅଛି। ଅ‌‌ବ୍‌‌ନର ଓ ଅନ୍ୟ ସୈନିକମାନେ ମଧ୍ୟ ନିଦରେ ଶୋଇଥିଲେ। ଅବୀଶୟ ଦାଉଦଙ୍କୁ କହିଲା, “ଆଜି ପରମେଶ୍ୱର ତୁମ୍ଭକୁ ତୁମ୍ଭ ଶତ୍ରୁକୁ ପରାସ୍ତ କରିବାର ସୁଯୋଗ ଦେଇଛନ୍ତି। ତେଣୁ ଏହି ବର୍ଚ୍ଛାରେ ତାକୁ ଭୂମିରେ ବଧ କରିବାକୁ ଅନୁମତି ଦିଅ। ମୁଁ ତାକୁ ଏକାଥରେ ହତ୍ୟା କରିବି।”

କିନ୍ତୁ ଦାଉଦ ଅବୀଶୟକୁ କହିଲେ, “ଶାଉଲଙ୍କୁ ମାର ନାହିଁ। ଯେକୌଣସି ଲୋକ ଯେବେ ସଦାପ୍ରଭୁଙ୍କ ଦ୍ୱାରା ବଛା ଯାଇଥିବା ରାଜାଙ୍କୁ ବଧ କରିବ ତାଙ୍କୁ ପ୍ରଭୁ ଦଣ୍ତ ଦେବେ। 10 ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ, ସଦାପ୍ରଭୁ ଶାଉଲଙ୍କୁ ଦଣ୍ତ ଦେବେ। ଶାଉଲ ସାଧାରଣ ମୃତ୍ୟୁବରଣ କରି ପାରନ୍ତି କିମ୍ବା ସେ ଯୁଦ୍ଧକୁ ଯାଇ ମରିବେ। 11 କିନ୍ତୁ ମୁଁ ପ୍ରାର୍ଥନା କରୁଛି, ସଦାପ୍ରଭୁ ମୋତେ ତାଙ୍କଦ୍ୱାରା ବଛା ଯାଇଥିବା ରାଜାଙ୍କୁ ଆଘାତ କରିବାକୁ ନ ଦିଅନ୍ତୁ। କିନ୍ତୁ ତୁମ୍ଭେ ତାଙ୍କ ମସ୍ତକ ପାଖରୁ ବର୍ଚ୍ଛା ଓ ଜଳପାତ୍ର ନେଇ ଆସ, ତା'ପରେ ଆମ୍ଭେମାନେ ଯିବା।”

12 ତେଣୁ ଦାଉଦ ଶାଉଲଙ୍କ ପାଖରେ ଥିବା ପାଣିପାତ୍ର ବର୍ଚ୍ଛାକୁ ସାଙ୍ଗରେ ଆଣିଲେ ଓ ତା'ପରେ ଦାଉଦ ଓ ଅବୀଶୟ ସେ ସ୍ଥାନ ପରିତ୍ୟାଗ କରି ଆସିଲେ। କୌଣସି ଲୋକ ଜାଣି ପାରିଲେ ନାହିଁ କ’ଣ ସବୁ ଘଟିଗଲା। କୌଣସି ଲୋକ ଏହାକୁ ଦେଖି ନ ଥିଲେ। କୌଣସି ଲୋକ ମଧ୍ୟ ନିଦରୁ ଉଠି ନ ଥିଲେ। ଶାଉଲ ଏବଂ ତାଙ୍କର ସମସ୍ତ ସୈନ୍ୟ ଶୋଇ ପଡ଼ିଥିଲେ। କାରଣ ସଦାପ୍ରଭୁ ତାଙ୍କୁ ଗଭୀର ନିଦ୍ରା ଦେଇଥିଲେ।

ଦାଉଦ ପୁଣି ଥରେ ଶାଉଲଙ୍କୁ ଲଜ୍ଜିତ କଲେ

13 ଦାଉଦ ପାହାଡ଼ ଆର ପାଖକୁ ଯାଇ ଦୂରରେ ପର୍ବତ ଶିଖରରେ ଠିଆ ହେଲେ, ସେମାନଙ୍କ ମଧ୍ୟରେ ବହୁତ ସ୍ଥାନ ଦୂର ଥିଲା। 14 ଦାଉଦ ସୈନ୍ୟମାନଙ୍କୁ ଓ ନରର ପୁତ୍ର ଅ‌‌ବ୍‌‌ନରକୁ ଡାକି କହିଲେ, “ହେ ଅ‌‌ବ୍‌‌ନର ତୁମ୍ଭେ ମୋତେ ଉତ୍ତର ଦିଅ।”

ଅ‌‌ବ୍‌‌ନର ଉତ୍ତର ଦେଲା, “ତୁମ୍ଭେ କିଏ? ତୁମ୍ଭେ କାହିଁକି ରାଜାଙ୍କୁ ଡାକୁଛ?”

15 ଦାଉଦ ଅ‌‌ବ୍‌‌ନରକୁ କହିଲେ, “ତୁମ୍ଭେ କ’ଣ ଜଣେ ପୁରୁଷ ନୁହଁ? ତୁମ୍ଭେ ଇସ୍ରାଏଲରେ ଅନ୍ୟମାନଙ୍କ ଅପେକ୍ଷା ଭଲ। ତେବେ ତୁମ୍ଭେ କାହିଁକି ନିଜର ପ୍ରଭୁ ରାଜାଙ୍କୁ ଜଗିଲ ନାହିଁ? ତୁମ୍ଭର ପ୍ରଭୁ ରାଜାଙ୍କୁ ମାରିବା ପାଇଁ ଜଣେ ସାଧାରଣ ଲୋକ ଛାଉଣିକୁ ଆସିଥିଲା। 16 ତୁମ୍ଭେ ଏହି ଯେଉଁ କଥା କଲ, ତାହା ଭଲ ନୁହେଁ। ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ତୁମ୍ଭମାନଙ୍କୁ ମୃତ୍ୟୁଦଣ୍ତ ଦିଆଯିବା ଉଚିତ୍, କାରଣ ତୁମ୍ଭେମାନେ ସଦାପ୍ରଭୁଙ୍କ ମନୋନୀତ ରାଜା ତୁମ୍ଭମାନଙ୍କ ରାଜାଙ୍କୁ ଜଗି ରହିଲ ନାହିଁ। ରାଜାଙ୍କର ବର୍ଚ୍ଛା ଓ ତାଙ୍କ ମୁଣ୍ଡ ନିକଟରେ ଥିବା ଜଳପାତ୍ର ବର୍ତ୍ତମାନ ଦେଖୁଛ।”

17 ଶାଉଲ ଦାଉଦଙ୍କ ସ୍ୱର ଜାଣିଥିଲେ। ଶାଉଲ କହିଲେ, “ଏହା କ’ଣ ତୁମ୍ଭ ସ୍ୱର ହେ ମୋହର ପୁତ୍ର ଦାଉଦ?”

ଦାଉଦ ଉତ୍ତର ଦେଲେ, “ହଁ, ଏହା ମୋର ସ୍ୱର ଅଟେ। ହେ ମୋର ପ୍ରଭୁ, ମୋର ମହାଶୟ।” 18 ଦାଉଦ ପୁଣି କହିଲେ, “ମହାଶୟ ତୁମ୍ଭେ କାହିଁକି ମୋର ପଛେ ପଛେ ଗୋଡ଼ଉଛ? ମୁଁ କ’ଣ ଅପରାଧ କଲି? କେଉଁ ଦୋଷ ମୁଁ କରିଛି? 19 ମୋର ପ୍ରଭୁ, ମହାରାଜ, ମୁଁ ତୁମ୍ଭର ସେବକ ମୋ’ କଥା ଶୁଣ, ଯଦି ସଦାପ୍ରଭୁ ମୋ’ ଉପରେ କ୍ରୋଧ କରିବାକୁ ତୁମ୍ଭକୁ ବାର୍ତ୍ତା ଦିଅନ୍ତି, ତାହାହେଲେ ତାଙ୍କୁ ତାହା ଗ୍ରହଣ କରିବାକୁ ଦିଅ। ଯଦି ମନୁଷ୍ୟ ସନ୍ତାନମାନେ ତାହା କରିଥା’ନ୍ତି, ତେବେ ସେମାନେ ସଦାପ୍ରଭୁଙ୍କ ନିକଟରେ ଅଭିଶାପ ପାଆନ୍ତୁ। କାରଣ ସେମାନେ ମୋତେ ସେହି ଦେଶରୁ ବାହାର କରି ଦେଇଛନ୍ତି। ଯେଉଁଟାକି ମୋତେ ଦେଲେ ଏବଂ କହିଲେ, ‘ଯାଅ ଅନ୍ୟ ଦେବଗଣଙ୍କର ପୂଜା କର।’ 20 ବର୍ତ୍ତମାନ ତୁମ୍ଭେ ମୋତେ ସଦାପ୍ରଭୁଙ୍କଠାରୁ ଦୂରରେ ମରିବାକୁ ଦିଅ ନାହିଁ। ଇସ୍ରାଏଲର ରାଜା ଗୋଟିଏ ଡାଆଁଶର ଅନ୍ୱେଷଣରେ କିମ୍ବା ପର୍ବତରେ ଏକ ତିତ୍ତିରି ପକ୍ଷୀ ଶିକାର କରିବା ଉଦ୍ଦେଶ୍ୟରେ ବାହାରି ଆସିଛନ୍ତି।”

21 ତା'ପରେ ଶାଉଲ କହିଲେ, “ମୁଁ ପାପ କଲି, ହେ ମୋର ପୁତ୍ର ଦାଉଦ ଫେରି ଆସ। ମୁଁ ତୁମ୍ଭକୁ ଆଉ ଆଘାତ କରିବାକୁ ଚେଷ୍ଟା କରିବି ନାହିଁ। ଆଜି ମୋର ଜୀବନ ତୁମ୍ଭ ନିକଟରେ ବହୁମୂଲ୍ୟ ହେଲା। ମୁଁ ମୁର୍ଖତାର କର୍ମ କରିଅଛି ଓ ଅତିଶୟ ଭୁଲ୍ କରିଅଛି।”

22 ଦାଉଦ ଉତ୍ତର ଦେଲେ, “ଏହିଠାରେ ରାଜାଙ୍କର ବର୍ଚ୍ଛା ଅଛି। ତୁମ୍ଭର ଜଣେ ଲୋକକୁ ପଠାଇ ଏହାକୁ ନେଇ ଯାଅ। 23 ସଦାପ୍ରଭୁ ପ୍ରତ୍ୟେକ ମନୁଷ୍ୟକୁ ତାହାର କର୍ମ ଅନୁସାରେ ଫଳ ଦିଅନ୍ତି। ସେ ତାକୁ ସତ୍ କାର୍ଯ୍ୟ ପାଇଁ ପୁରସ୍କାର ଦିଅନ୍ତି ଏବଂ ଭୁଲ୍ କାର୍ଯ୍ୟ ପାଇଁ ଦଣ୍ତ ଦିଅନ୍ତି। ସଦାପ୍ରଭୁ ତୁମ୍ଭକୁ ମୋ’ ହସ୍ତରେ ଆଜି ସମର୍ପଣ କଲେ, ପରମେଶ୍ୱରଙ୍କ ଦ୍ୱାରା ମନୋନୀତ ରାଜାଙ୍କୁ ମୁଁ ହତ୍ୟା କରି ନାହିଁ। 24 ଆଜି ମୁଁ ଦେଖାଇ ଦେଲି ଯେ ମୋର ଦୃଷ୍ଟିରେ ତୁମ୍ଭର ପ୍ରାଣ ମହାନ, ସେହିପରି ସଦାପ୍ରଭୁଙ୍କ ଦୃଷ୍ଟିରେ ମୋର ପ୍ରାଣ ମହତ୍ତ୍ୱପୂର୍ଣ୍ଣ ବୋଲି ସେ ଦେଖାଇ ଦେବେ। ସଦାପ୍ରଭୁ ମୋତେ ସମସ୍ତ ଦୁଃଖରୁ ଉଦ୍ଧାର କରନ୍ତୁ।”

25 ତା'ପରେ ଶାଉଲ ଦାଉଦଙ୍କୁ କହିଲେ, “ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ। ହେ ମୋର ପୁତ୍ର, ଦାଉଦ, ତୁମ୍ଭେ ମହାନ କାର୍ଯ୍ୟ କରିବ ଓ ତୁମ୍ଭେ ମଧ୍ୟ ସେଥିରେ ସଫଳ ହେବ।”

ଦାଉଦ ତାଙ୍କ ବାଟରେ ଗଲେ ଓ ଶାଉଲ ତାଙ୍କ ଗୃହକୁ ଫେରିଲେ।

ଦାଉଦ ପଲେଷ୍ଟୀୟମାନଙ୍କ ସହିତ ବାସ କଲେ

27 କିନ୍ତୁ ଦାଉଦ ନିଜେ ଚିନ୍ତା କଲେ, “ମୁଁ ଦିନେ ଶାଉଲଙ୍କ ହାତରେ ଧରା ହେବି। ଏହା ସବୁଠୁ ଭଲ ହେବ। ମୁଁ ପଲେଷ୍ଟୀୟମାନଙ୍କ ଦେଶକୁ ଯାଇ ନିଜକୁ ରକ୍ଷା କରିବି। ତହିଁରେ ଶାଉଲ ଇସ୍ରାଏଲର ସମସ୍ତ ଅଞ୍ଚଳ ଖୋଜି ନିରାଶ ହେବ। ଏହିପରି ଭାବରେ ମୁଁ ତାଙ୍କର ହସ୍ତରୁ ରକ୍ଷା ପାଇବି।”

ତେଣୁ ଦାଉଦ ଓ ତାଙ୍କର 600 ଲୋକ ଇସ୍ରାଏଲ ପରିତ୍ୟାଗ କଲେ। ମାୟୋକର ପୁତ୍ର ଆଖୀଶ୍ ନାମକ ଗା‌ଥ୍‌ର ରାଜା ନିକଟକୁ ଗଲେ। ଦାଉଦ ଏବଂ ତାଙ୍କର ଲୋକମାନେ ଏବଂ ସେମାନଙ୍କର ପରିବାରମାନଙ୍କ ସହିତ ଆଖୀଶ୍ ନିକଟରେ ଗାଥ୍ ନଗରରେ ବାସ କଲେ। ଦାଉଦଙ୍କ ସହିତ ତାଙ୍କର ଦୁଇଜଣ ସ୍ତ୍ରୀ ବାସ କଲେ। ସେମାନେ ହେଲେ ଯିଷ୍ରିୟେଲୀରୁ ଅହୀନୋୟମ ଓ କର୍ମିଲର ଅବୀଗଲ। ଅବୀଗଲ ନାବଲର ବିଧବା ଥିଲା। ଲୋକମାନେ ଶାଉଲଙ୍କୁ କହିଲେ, ଦାଉଦ ଗା‌ଥ୍‌କୁ ପଳାଇ ଅଛି। ଏ କଥା ଜାଣିବା ପରେ ସେ ଆଉ ତାଙ୍କର ଅନ୍ୱେଷଣ କଲେ ନାହିଁ।

ଦାଉଦ ଆଖୀ‌ଶ୍‌‌କୁ କହିଲେ, “ଯଦି ତୁମ୍ଭେ ମୋ’ ପ୍ରତି ଖୁସୀ ତେବେ ମୋତେ ତୁମ୍ଭ ସହରରେ ଏକ ସ୍ଥାନ ଦିଅ। ମୁଁ କେବଳ ତୁମ୍ଭର ଦାସ ଓ ମୁଁ ସେଠାରେ ବାସ କରିବି, କିନ୍ତୁ ତୁମ୍ଭ ସହିତ ଏ ରାଜକୀୟ ସହରରେ ନୁହଁ।”

ସେହି ଦିନ ଆଖୀଶ୍ ଦାଉଦଙ୍କୁ ସିକ୍ଳଗ୍ ନଗର ଦେଲା ଏବଂ ସିକ୍ଳଗ୍ ନଗର ଅଦ୍ୟାପି ସିକ୍ଳଗ୍ ଯିହୁଦା ରାଜାମାନଙ୍କ ଅଧିକାରରେ ଅଛି। ଦାଉଦ ପଲେଷ୍ଟୀୟମାନଙ୍କ ସହିତ ଏକ ବର୍ଷ ଗ୍ଭରି ମାସ ବାସ କଲେ।

ରାଜା ଆଖୀ‌ଶ୍‌‌କୁ ଦାଉଦ ନିର୍ବୋଧ ବନାଇଲେ

ଦାଉଦ ଏବଂ ତାଙ୍କର ଲୋକମାନେ ଗଶୂରୀୟ, ଅମାଲେକୀୟ ଓ ଗିଷରୀୟ ଲୋକମାନଙ୍କୁ ଆକ୍ରମଣ କରୁଥା’ନ୍ତି। ଶୂରର ସନ୍ନିକଟ ଓ ମିଶର ପର୍ଯ୍ୟନ୍ତ ଯେଉଁ ଦେଶ, ସେଥି ମଧ୍ୟରୁ ପୂର୍ବକାଳରେ ସେଠାରେ ସେ ଲୋକମାନେ ବାସ କରୁଥିଲେ। ଦାଉଦ ସେ ଅଞ୍ଚଳର ଲୋକମାନଙ୍କୁ ପରାସ୍ତ କରି ସେମାନଙ୍କର ମେଷ, ଗାଈ, ବଳଦ, ଗଧ, ଓଟ, ଏବଂ ସେମାନଙ୍କର ଲୁଗାପଟା ଆଣି ଆଖୀ‌ଶ୍‌‌କୁ ଦେଉଥିଲେ। କିନ୍ତୁ ଦାଉଦ ସେମାନଙ୍କ ମଧ୍ୟରୁ କୌଣସି ଲୋକଙ୍କୁ ବଞ୍ଚିବାକୁ ଅନୁମତି ଦେଲେ ନାହିଁ।

10 ଦାଉଦ ଏହିପରି ପ୍ରତ୍ୟେକ ଥର କଲେ, ପ୍ରତ୍ୟେକ ଥର ଆଖୀଶ୍ ଦାଉଦଙ୍କୁ ପଗ୍ଭରୁ ଥିଲା, ତୁମ୍ଭେ ଆଜି କେଉଁଠାକୁ ଚଢ଼ାଉ କରିବା ପାଇଁ ଗଲ? ଦାଉଦ କହିଲେ, “ଆମ୍ଭେ ଯିହୁଦାର ଦକ୍ଷିଣ ଅଞ୍ଚଳ ଓ ଯିରହମେଲୀୟଙ୍କ ଦକ୍ଷିଣ ଅଞ୍ଚଳ ଓ କେନୀୟମାନଙ୍କ ଦକ୍ଷିଣ ଅଞ୍ଚଳ” ବିରୁଦ୍ଧରେ ଯୁଦ୍ଧ କଲୁ। 11 ଦାଉଦ କଦାପି ଗା‌ଥ୍‌କୁ ଆଣିବାକୁ କାହାରିକୁ ଜୀବିତ ରଖୁ ନ ଥିଲେ। ସେ ଭାବୁଥିଲେ, “ଯଦି ଆମ୍ଭେ ଲୋକକୁ ଜୀବିତ ଛାଡ଼ୁ, ସେ ଲୋକମାନେ ଆଖୀ‌ଶ୍‌‌କୁ ସବୁ କହି ଦେବେ, ବାସ୍ତବରେ ମୁଁ କ’ଣ କରୁଥିଲି।”

ସେ ସର୍ବଦା ଏହା କରୁଥିଲେ ସେ ଯେପର୍ଯ୍ୟନ୍ତ ପଲେଷ୍ଟୀୟ ଦେଶରେ ରହୁଥିଲେ। 12 ଆଖୀଶ୍ ଦାଉଦଙ୍କୁ ବିଶ୍ୱାସ କରି ନିଜକୁ ନିଜେ କହିଲା, “ବର୍ତ୍ତମାନ ଦାଉଦର ନିଜର ଲୋକମାନେ ତାଙ୍କୁ ଘୃଣା କରିବା ଆରମ୍ଭ କଲେଣି, ଇସ୍ରାଏଲୀୟମାନେ ଦାଉଦଙ୍କୁ ବହୁତ ଘୃଣା କରୁଛନ୍ତି ଏବଂ ବର୍ତ୍ତମାନ ଦାଉଦ ମୋର ଦାସ ହୋଇ ଚିରଦିନ ରହିବ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center