Beginning
ଶାଉଲ ଅମାଲେକୀୟମାନଙ୍କୁ ଧ୍ୱଂସ କଲେ
15 ଥରେ ଶାମୁୟେଲ ଶାଉଲଙ୍କୁ କହିଲେ, “ସଦାପ୍ରଭୁ ମୋତେ ରାଜପଦରେ ତୁମ୍ଭକୁ ଅଭିଷେକ କରିବା ପାଇଁ ପଠାଇଥିଲେ। ବର୍ତ୍ତମାନ ସଦାପ୍ରଭୁଙ୍କ ବାର୍ତ୍ତା ଶୁଣ। 2 ସର୍ବଶକ୍ତିମାନ ସଦାପ୍ରଭୁ କହିଲେ, ‘ଯେତେବେଳେ ଇସ୍ରାଏଲୀୟମାନେ ମିଶରରୁ ବାହାରି ଆସିଲେ, ଅମାଲେକୀୟମାନେ ତାଙ୍କୁ କିଣାନ ଯିବାରେ ବାଧା ସୃଷ୍ଟି କରିଥିଲେ। ମୁଁ ଦେଖିଛି ଯାହାସବୁ ଅମାଲେକୀୟମାନେ କରିଛନ୍ତି। 3 ବର୍ତ୍ତମାନ ଅମାଲେକୀୟ ବିରୁଦ୍ଧରେ ଯୁଦ୍ଧ ଘୋଷଣା କର। ତୁମ୍ଭେ ନିଶ୍ଚିତଭାବେ ଅମାଲେକୀୟମାନଙ୍କର ସର୍ବସ୍ୱ ଧ୍ୱଂସ କରି ପାରିବ। ତୁମ୍ଭେ କିଛି ଜୀବନ୍ତ ଛାଡ଼ି ଆସିବ ନାହିଁ। ତୁମ୍ଭେ ସମସ୍ତ ପୁରୁଷ, ସ୍ତ୍ରୀ, ଛୋଟପିଲା ଏପରିକି ଶିଶୁଛୁଆକୁ ମଧ୍ୟ ହତ୍ୟା କରିବ। ଆହୁରି ମଧ୍ୟ ସେମାନଙ୍କର ଗାଈ, ମେଣ୍ଢା, ଓଟ ଓ ଗଧମାନଙ୍କୁ ହତ୍ୟା କରିବ।’”
4 ଶାଉଲ ଟଲାୟୀମରେ ସୈନ୍ୟମାନଙ୍କୁ ଏକଜୁଟ କଲେ। ସେଠାରେ 200,000 ପଦାତିକ ଓ ଅନ୍ୟାନ୍ୟ 10,000 ଲୋକ ଯିହୁଦାର ଥିଲେ। 5 ତା'ପରେ ଶାଉଲ ଅମାଲେକ ସହରକୁ ଗଲେ ଏବଂ ଉପତ୍ୟକାରେ ଅପେକ୍ଷା କଲେ। 6 ଶାଉଲ କେନୀୟମାନଙ୍କୁ କହିଲେ, “ଯାଅ, ଅମାଲେକ ଛାଡ଼ି ଗ୍ଭଲିଯାଅ। କାରଣ ମୁଁ ଅମାଲେକୀୟଙ୍କ ସହ ତୁମ୍ଭମାନଙ୍କୁ ହତ୍ୟା କରିବାକୁ ଗ୍ଭହେଁ ନାହିଁ। ତୁମ୍ଭେମାନେ ଇସ୍ରାଏଲୀୟମାନଙ୍କୁ ମିଶର ଛାଡ଼ି ଆସିବା ବେଳେ ସେମାନଙ୍କୁ ଦୟା ପ୍ରଦର୍ଶନ କରିଥିଲ।” ତେଣୁ କେନୀୟମାନେ ଅମାଲେକ ପ୍ରତ୍ୟାବର୍ତ୍ତନ କଲେ।
7 ଶାଉଲ ଅମାଲେକମାନଙ୍କୁ ପରାସ୍ତ କଲେ। ସେ ହବୀଲାଠାରୁ ମିଶର ସୀମାବର୍ତ୍ତୀ ଶୁରର ନିକଟ ପର୍ଯ୍ୟନ୍ତ ଅମାଲେକୀୟମାନଙ୍କୁ ଆକ୍ରମଣ କଲେ। 8 ସେ ଅମାଲେକୀୟ ରାଜା ଆଗାଗ୍କୁ ଜୀବନ୍ତ ଧରିଲେ। କିନ୍ତୁ ତାଙ୍କ ସେନାବୀହିନୀର ଅନ୍ୟ ସମସ୍ତଙ୍କୁ ହତ୍ୟା କଲେ। 9 ଯାହା ହେଉ ଶାଉଲ ଓ ତାଙ୍କର ଲୋକମାନେ ସବୁଠୁ ଭଲ ମେଷ, ବଳଦ ଓ ହୃଷ୍ଟପୁଷ୍ଟ ମେଷ ଶାବକଗୁଡ଼ିକୁ ଓ ସମସ୍ତ ରଖିବା ପାଇଁ ଉପଯୋଗୀ ସାମଗ୍ରୀ ସେମାନେ ରଖିଲେ। ସେମାନେ ସେହି ଦ୍ରବ୍ୟଗୁଡ଼ିକ ନଷ୍ଟ କରିବା ପାଇଁ ଗ୍ଭହିଁଲେ ନାହିଁ। ସେମାନେ କେବଳ ରଖିବା ଉପଯୋଗୀ ନ ହେବା ଜିନିଷକୁ ନଷ୍ଟ କଲେ।
ଶାମୁୟେଲ ଶାଉଲଙ୍କୁ ତାଙ୍କ ପାପ କଥା କହିଲେ
10 ଶାମୁୟେଲ ସଦାପ୍ରଭୁଙ୍କ ପାଖରୁ ଏକ ବାର୍ତ୍ତା ପାଇଲେ। 11 ସଦାପ୍ରଭୁ କହିଲେ, “ଶାଉଲ ମୋତେ ଅନୁସରଣ କରୁ ନାହିଁ। ତେଣୁ ଶାଉଲଙ୍କୁ ରାଜା କରିଥିବାରୁ ମୁଁ ଦୁଃଖିତ ଅଟେ। ସେ ମୋର ଆଦେଶକୁ ଅବଜ୍ଞା କଲା।” ଏଥିରେ ଶାମୁୟେଲ କ୍ରୋଧିତ ହେଲେ ଏବଂ ସଦାପ୍ରଭୁଙ୍କ ନିକଟରେ ସାରା ରାତି ଚିତ୍କାର କରି କାନ୍ଦିଲେ।
12 ଶାମୁୟେଲ ତା’ ପରଦିନ ପ୍ରତ୍ୟୁଷରୁ ଶାଉଲଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କ ରାସ୍ତାରେ ଗଲେ। ଲୋକମାନେ ଶାମୁୟେଲଙ୍କୁ କହିଲେ, “ଶାଉଲ ଯିହୁଦାର କର୍ମିଲ୍ ସହରକୁ ଆସିଥିଲେ। ଶାଉଲ ସେଠାକୁ ତାଙ୍କ ସମ୍ମାନାର୍ଥେ ପ୍ରସ୍ତର ସ୍ତମ୍ଭ ନିର୍ମାଣ କରିବାକୁ ଗଲେ। ଶାଉଲ ସବୁଆଡ଼େ ଯାତ୍ରା କରି ସାରିବା ପରେ ଗିଲ୍ଗଲ୍ରେ ପହଞ୍ଚିଲେ।”
13 ତେଣୁ ଶାମୁୟେଲ ଶାଉଲ ଥିବା ସ୍ଥାନକୁ ଯାତ୍ରା କଲେ। ଶାଉଲ ତାଙ୍କୁ ଅଭ୍ୟର୍ଥନା କଲେ, “ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ। ମୁଁ ସଦାପ୍ରଭୁଙ୍କ ଆଜ୍ଞା ମାନିଛି।”
14 କିନ୍ତୁ ଶାମୁୟେଲ କହିଲେ, “ତେବେ ଏହା କ’ଣ, ମୁଁ ଶୁଣିଅଛି? ମୁଁ କାହିଁକି ମେଷର ଭେଁ ଭେଁ ଶବ୍ଦ ଶୁଣୁଅଛି ଏବଂ ଗାଈର ହମ୍ବାରବ ଶୁଣୁଛି?”
15 ଶାଉଲ କହିଲେ, “ସୈନ୍ୟମାନେ ସେମାନଙ୍କୁ ଅମାଲେକୀୟମାନଙ୍କଠାରୁ ଆଣିଛନ୍ତି। ସୈନ୍ୟମାନେ ଉତ୍ତମ ଗୋରୁ ଓ ମେଷମାନଙ୍କୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କୁ ବଳିଦେବା ନିମନ୍ତେ ରଖିଲେ ଓ ଅନ୍ୟମାନଙ୍କୁ ବିନାଶ କଲେ।”
16 ଶାମୁୟେଲ ଶାଉଲଙ୍କୁ କହିଲେ, “କହିବା ବନ୍ଦ କର! ସଦାପ୍ରଭୁ ମୋତେ ଗତ ରାତିରେ ଯାହା କରିଛନ୍ତି ତାହା ମୁଁ ତୁମ୍ଭକୁ କହିବି।”
ଶାଉଲ ଉତ୍ତର ଦେଲେ, “ମୋତେ କୁହ।”
17 ଶାମୁୟେଲ କହିଲେ, “ଅତୀତରେ ତୁମ୍ଭେ ନିଜକୁ ମୁଖ୍ୟ ବୋଲି ଭାବୁ ନ ଥିଲ। କିନ୍ତୁ ତା'ପରେ ତୁମ୍ଭେ ଇସ୍ରାଏଲ ପରିବାରବର୍ଗଗୁଡ଼ିକର ମୂଖ୍ୟ ହୋଇ ପାରିଲ। ସଦାପ୍ରଭୁ ତୁମ୍ଭକୁ ଇସ୍ରାଏଲର ରାଜା ଭାବେ ବାଛିଲେ। 18 ସଦାପ୍ରଭୁ ତୁମ୍ଭକୁ ଯୁଦ୍ଧ ଯାତ୍ରାରେ ପଠାଇ କହିଲେ, ‘ଯାଅ, ସେହି ଅମାଲେକୀୟ ପାପୀମାନଙ୍କୁ ହତ୍ୟା କର। ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ନ କରିବା ପର୍ଯ୍ୟନ୍ତ ତାଙ୍କ ସହ ଯୁଦ୍ଧ କର।’ 19 କିନ୍ତୁ ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ଶୁଣିଲ ନାହିଁ କାହିଁକି? ତୁମ୍ଭେ ଗ୍ଭହିଁଲ ସେ ଲୁଟଦ୍ରବ୍ୟ ଗୁଡ଼ିକ ରଖିବା ପାଇଁ ଯାହା ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ ଅଟେ।”
20 ଶାଉଲ କହିଲେ, “ମୁଁ ସଦାପ୍ରଭୁଙ୍କ କଥା ମାନିଥିଲି, ସଦାପ୍ରଭୁ ମୋତେ ଯେଉଁଠାକୁ ପଠାଇ ଥିଲେ, ମୁଁ ସେଠାକୁ ଯାଇଥିଲି, ମୁଁ ସମସ୍ତ ଅମାଲେକୀୟମାନଙ୍କୁ ଧ୍ୱଂସ କରିଥିଲି। ମୁଁ ଅମାଲେକୀୟ ରାଜାଙ୍କୁ ଆଣିଥିଲି ଓ ସେମାନଙ୍କୁ ଧ୍ୱଂସ କଲି। 21 ଏବଂ ସୈନ୍ୟମାନେ ଗିଲ୍ଗଲ୍ରେ ଉତ୍ତମ ମେଣ୍ଢା ଓ ଗୋରୁମାନଙ୍କୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କଠାରେ ବଳିଦାନ ଦେବା ପାଇଁ ରଖିଲେ।”
22 କିନ୍ତୁ ଶାମୁୟେଲ ଉତ୍ତର ଦେଲେ, “ସଦାପ୍ରଭୁଙ୍କୁ କ’ଣ ଅଧିକ ପ୍ରସନ୍ନ କରେ, ହୋମବଳି, ନୈବେଦ୍ୟ ନା ପରମେଶ୍ୱରଙ୍କର ଆଦେଶଗୁଡ଼ିକ ପାଳନ କରିବା? ପରମେଶ୍ୱର ହୃଷ୍ଟପୁଷ୍ଟ ମେଷର ବଳିଦାନଠାରୁ ତାଙ୍କର ଆଜ୍ଞା ମାନୁ ଥିବା ଲୋକଠାରେ ଅଧିକ ସନ୍ତୁଷ୍ଟ ହୁଅନ୍ତି। 23 ବିଦ୍ରୋହିତା ମନ୍ତ୍ରପାଠ ପାପତୁଲ୍ୟ ଓ ଅବାଧ୍ୟତା ଅବସ୍ତୁର ଓ ଠାକୁରମାନଙ୍କର ପୂଜାତୁଲ୍ୟ। ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ତୁଚ୍ଛ କରିଅଛ। ଏଥିପାଇଁ ସେ ମଧ୍ୟ ତୁମ୍ଭକୁ ରାଜା ହେବା ପାଇଁ ତୁଚ୍ଛ କରିଅଛନ୍ତି।”
24 ତା'ପରେ ଶାଉଲ ଶାମୁୟେଲଙ୍କୁ କହିଲେ, “ମୁଁ ପାପ କରିଅଛି। କାରଣ ମୁଁ ସଦାପ୍ରଭୁଙ୍କ ଆଜ୍ଞା ଓ ତୁମ୍ଭ ଆଜ୍ଞା ଉଲ୍ଲଘଂନ କରିଅଛି। ମୁଁ ଲୋକମାନଙ୍କୁ ଭୟ କରି ସେମାନଙ୍କ କଥା ଶୁଣିଲି। 25 ବର୍ତ୍ତମାନ ମୁଁ ମୋ’ ପାପ କ୍ଷମା କରିବାକୁ ଅନୁରୋଧ କରୁଛି, ଓ ମୁଁ ଯେମନ୍ତ ସଦାପ୍ରଭୁଙ୍କୁ ଉପାସନା କରିପାରେ ଏଥିପାଇଁ ମୋ’ ସାଙ୍ଗରେ ଫେରି ଆସ।”
26 କିନ୍ତୁ ଶାମୁୟେଲ ଶାଉଲଙ୍କୁ କହିଲେ, “ମୁଁ ତୁମ୍ଭ ସଙ୍ଗେ ଫେରି ଯିବି ନାହିଁ। କାରଣ ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟକୁ ଅବମାନନା କରିଅଛ ଓ ସଦାପ୍ରଭୁ ତୁମ୍ଭକୁ ଇସ୍ରାଏଲର ରାଜା ପାଇଁ ମନା କରିଅଛନ୍ତି।”
27 ଯେତେବେଳେ ଶାମୁୟେଲ ଫେରିଯିବା ପାଇଁ ବାହାରନ୍ତେ, ସେ ତାହାଙ୍କ ଗ୍ଭେଗାର ଅଞ୍ଚଳ ଧରି ଟାଣିଲେ, ତହିଁରେ ତାହା ଚିରିଗଲା। 28 ଏଣୁ ଶାମୁୟେଲ ତାଙ୍କୁ କହିଲେ, “ସଦାପ୍ରଭୁ ଆଜି ଇସ୍ରାଏଲର ରାଜତ୍ୱ ତୁମ୍ଭଠାରୁ ନେଇଗଲେ ଓ ତୁମ୍ଭଠାରୁ ଜଣେ ଉତ୍ତମ ବ୍ୟକ୍ତିକୁ ଦେଲେ, ଯିଏ କି ତୁମ୍ଭର ସାଙ୍ଗ। ଉତ୍ତମ ତୁମ୍ଭର ଏକ ପ୍ରତିବାସୀକୁ ତାହା ଦେଲେ। 29 ସଦାପ୍ରଭୁ ହେଉଛନ୍ତି ଇସ୍ରାଏଲର ପରମେଶ୍ୱର। ସଦାପ୍ରଭୁ ସବୁଦିନ ପାଇଁ ଏହିଠାରେ ବାସ କରିବେ। ସଦାପ୍ରଭୁ ମିଛ କହନ୍ତି ନାହିଁ କି ସେ ତାଙ୍କର ମତ ପରିବର୍ତ୍ତନ କରନ୍ତି ନାହିଁ। ସଦାପ୍ରଭୁ ଜଣେ ବ୍ୟକ୍ତି ନୁହନ୍ତି ଯେ କି ତାଙ୍କର ମତ ବଦଳାଇ ଦେବେ।”
30 ଶାଉଲ ଉତ୍ତର ଦେଲେ, “ମୁଁ ପାପ କରିଅଛି, କିନ୍ତୁ ଇସ୍ରାଏଲର ଲୋକମାନଙ୍କ ଓ ପ୍ରାଚୀନବର୍ଗଙ୍କ ସମ୍ମୁଖରେ ମୋର ସମ୍ମାନ ରଖିବା ପାଇଁ ମୋ’ ସହିତ ଫେରି ଆସ। ମୁଁ ଯେପରି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉପାସନା କରିବି, ଏଥିପାଇଁ ମୋ’ ସଙ୍ଗେ ଫେରି ଆସ।” 31 ଶାମୁୟେଲ ଶାଉଲଙ୍କ ସହିତ ଫେରିଯା’ନ୍ତେ ଶାଉଲ ସଦାପ୍ରଭୁଙ୍କୁ ଉପାସନା କଲେ।
32 ବର୍ତ୍ତମାନ ଶାମୁୟେଲ କହିଲେ, “ତୁମ୍ଭେମାନେ ଅମାଲେକୀୟମାନଙ୍କ ରାଜା ଆଗଗ୍କୁ ଆମ୍ଭ ସମ୍ମୁଖକୁ ଆଣ।”
ତା'ପରେ, ଆଗାଗ୍ ଲୌହ ଶିଙ୍କୁଳିରେ ବନ୍ଧା ହୋଇ ତାଙ୍କ ଆଗକୁ ଅଣାଗଲା। ଆଗାଗ୍ ଚିନ୍ତା କଲା, “ନିଶ୍ଚିତ ସେ ମୋତେ ହତ୍ୟା କରିବ ନାହିଁ।”
33 କିନ୍ତୁ ଶାମୁୟେଲ ଆଗଗ୍କୁ କହିଲେ, “ତୁମ୍ଭ ଖଡ଼୍ଗ ଯେମନ୍ତ ସ୍ତ୍ରୀମାନଙ୍କୁ ସନ୍ତାନ ହିନ କରିଅଛି, ତେମନ୍ତ ସ୍ତ୍ରୀମାନଙ୍କ ମଧ୍ୟରେ ତୁମ୍ଭର ମାତା ସନ୍ତାନହିନ ହେବ।” ତହୁଁ ଶାମୁୟେଲ ଗିଲ୍ଗଲ୍ରେ ସଦାପ୍ରଭୁଙ୍କ ସମ୍ମୁଖରେ ଆଗଗ୍କୁ ଖଣ୍ତ ଖଣ୍ତ କରି ହାଣିଲେ।
34 ଏଥି ଉତ୍ତାରେ ଶାମୁୟେଲ ରାମାକୁ ଗଲେ। ପୁଣି ଶାଉଲ ଗିବିୟାସ୍ଥିତ ଆପଣା ଗୃହକୁ ଗଲେ। 35 ତା'ପରେ ଶାମୁୟେଲ ତାଙ୍କ ଜୀବନର ଶେଷ ପର୍ଯ୍ୟନ୍ତ ଶାଉଲଙ୍କୁ କେବେବି ଦେଖିଲେ ନାହିଁ। କାରଣ ଶାମୁୟେଲ ଶାଉଲଙ୍କ ପାଇଁ ଶୋକ କଲେ। ପୁଣି ସଦାପ୍ରଭୁ ଇସ୍ରାଏଲ ଉପରେ ଶାଉଲଙ୍କୁ ରାଜା କରିବାରୁ ଅନୁତାପ କଲେ।
ଶାମୁୟେଲ ବୈଥ୍ଲେହମକୁ ଗଲେ
16 ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, “ତୁମ୍ଭେ କେତେକାଳ ଶାଉଲଙ୍କ ପାଇଁ ଶୋକ କରିବ? ମୁଁ ତାଙ୍କୁ ଇସ୍ରାଏଲର ରାଜା ରୂପେ ପ୍ରତ୍ୟାଖ୍ୟାନ କରିଅଛି। ତୁମ୍ଭେ ଆପଣା ଶିଙ୍ଗ ତୈଳରେ ପୂର୍ଣ୍ଣ କରିଗ୍ଭଲ, ମୁଁ ତୁମ୍ଭକୁ ବୈଥ୍ଲେହମର ଯିଶୀ ନାମକ ବ୍ୟକ୍ତି ନିକଟକୁ ପଠାଇବି। କାରଣ ତାହାର ପୁତ୍ରମାନଙ୍କ ମଧ୍ୟରୁ ମୁଁ ଆପଣା ପାଇଁ ଏକ ରାଜା ଦେଖିଅଛୁ।”
2 କିନ୍ତୁ ଶାମୁୟେଲ କହିଲେ, “ଯଦି ମୁଁ ଯାଏ, ଶାଉଲ ଏହା ଶୁଣିଲେ ମୋତେ ବଧ କରିବେ।”
ସଦାପ୍ରଭୁ କହିଲେ, “ବୈଥ୍ଲେହମକୁ ଯାଅ। ତୁମ୍ଭ ସହିତ ଏକ ଛଡ଼ା ନିଅ ଓ କୁହ, ‘ଆମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ ଦେବାକୁ ଆସିଅଛୁ।’ 3 ଯିଶୀକୁ ସେ ବଳିଦାନ ପାଇଁ ନିମନ୍ତ୍ରଣ କର। ତା'ପରେ କ’ଣ କରିବା ପାଇଁ ହେବ ମୁଁ ତୁମ୍ଭକୁ ଜଣାଇବି। ମୁଁ ଯାହାକୁ କହିବି, ତୁମ୍ଭେ ତାହାକୁ ଅଭିଷିକ୍ତ କର।”
4 ଶାମୁୟେଲ ସଦାପ୍ରଭୁଙ୍କର ବାକ୍ୟ ଅନୁସାରେ କାର୍ଯ୍ୟ କଲେ। ଶାମୁୟେଲ ବୈଥ୍ଲେହମରେ ପହଞ୍ଚିଲେ। ତହିଁରେ ନଗରର ପୁରୁଖାମାନେ କମ୍ପମାନ ହୋଇ ତାଙ୍କୁ ଭେଟିବାକୁ ଆସି ପଗ୍ଭରିଲେ, “ଆପଣଙ୍କ ଆଗମନ କୁଶଳ ତ?”
5 ଶାମୁୟେଲ ଉତ୍ତର ଦେଲେ, “ହଁ, ମୁଁ କୁଶଳରେ ଆସିଛି! ମୁଁ ସଦାପ୍ରଭୁଙ୍କ ଆଗରେ ବଳିଦାନ ଦେବାକୁ ଆସିଅଛି। ତୁମ୍ଭେମାନେ ନିଜକୁ ପବିତ୍ର କର ଓ ମୋ’ ସାଙ୍ଗରେ ବଳିଦାନ କରିବାକୁ ଆସ।” ଶାମୁୟେଲ ଯିଶୀକି ଓ ତାହାର ପୁତ୍ରମାନଙ୍କୁ ପବିତ୍ର କରି ବଳିଦାନ ନିମନ୍ତେ ଆସିବା ପାଇଁ ନିମନ୍ତ୍ରଣ କଲେ।
6 ଯେତେବେଳେ ଯିଶୀ ଓ ତା'ର ପୁତ୍ରମାନେ ପହଞ୍ଚିଲେ, ଶାମୁୟେଲ ଇଲୀୟାବଙ୍କୁ ଦେଖିଲେ। ଶାମୁୟେଲ ଭାବିଲେ, “ଏହା ନିଶ୍ଚିତ ଯେ ସଦାପ୍ରଭୁ ଏହି ଲୋକଟିକୁ ରାଜା ହେବା ପାଇଁ ବାଛିଛନ୍ତି।”
7 କିନ୍ତୁ ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, “ଇଲୀୟାବ ଡେଙ୍ଗା ଓ ସୁନ୍ଦର ଅଟନ୍ତି। କିନ୍ତୁ ତୁମ୍ଭେ ଏପରି ଭାବନାହିଁ ମନୁଷ୍ୟ ଯେପରି ଦେଖେ ସଦାପ୍ରଭୁ ସେପରି ଦେଖନ୍ତି ନାହିଁ। ଲୋକମାନେ ସର୍ବଦା ଉପର ଦେଖନ୍ତି। କିନ୍ତୁ ସଦାପ୍ରଭୁ ତାହାର ଅନ୍ତର ଦେଖନ୍ତି। ଇଲୀୟାବ ଉପଯୁକ୍ତ ଲୋକ ନୁହଁ।”
8 ତା'ପରେ ଯିଶୀ ତାଙ୍କର ଦ୍ୱିତୀୟ ପୁତ୍ର ଅବିନାଦବଙ୍କୁ ଡାକିଲେ। ଅବିନାଦବ ଶାମୁୟେଲଙ୍କ ଆଗ ଦେଇ ଗଲେ। କିନ୍ତୁ ଶାମୁୟେଲ କହିଲେ, “ନା, ଏ ଲୋକ ନୁହନ୍ତି ଯାହାଙ୍କୁ ସଦାପ୍ରଭୁ ଉପଯୁକ୍ତ ମନେ କରନ୍ତି।”
9 ତା'ପରେ ଯିଶୀ ଶମ୍ମକୁ ଶାମୁୟେଲଙ୍କ ପାଖକୁ ଡକାଇଲେ। କିନ୍ତୁ ଶାମୁୟେଲ କହିଲେ, “ନା, ଏହାକୁ ମଧ୍ୟ ସଦାପ୍ରଭୁ ମନୋନୀତ କରି ନାହାନ୍ତି।”
10 ଏହିରୂପେ ଯିଶୀ ନିଜର ସାତ ପୁତ୍ରଙ୍କୁ ଶାମୁୟେଲଙ୍କର ସମ୍ମୁଖରେ ଚଲାଇଲେ। ମାତ୍ର ଶାମୁୟେଲ ଯିଶୀଙ୍କୁ କହିଲେ, “ସଦାପ୍ରଭୁ ଏମାନଙ୍କୁ ମନୋନୀତ କରି ନାହାନ୍ତି।”
11 ଶାମୁୟେଲ ଯିଶୀଙ୍କୁ କହିଲେ, “ତୁମ୍ଭର ସବୁ ସନ୍ତାନ କ’ଣ ଏଠାରେ ଅଛନ୍ତି?”
ସେ କହିଲେ, “କେବଳ କନିଷ୍ଠଟି ଏଠାରେ ନାହିଁ। ସେ ମେଷପଲ ଚରାଉ ଅଛି।”
ଶାମୁୟେଲ କହିଲେ, “ଲୋକ ପଠାଇ ତାଙ୍କୁ ଡକାଅ। ସେ ଏଠାକୁ ନ ଆସିବା ପର୍ଯ୍ୟନ୍ତ ଆମ୍ଭେ ଭୋଜନରେ ବସିବୁ ନାହିଁ।”
12 ତାକୁ ଡାକିବା ପାଇଁ ଯିଶୀ ଲୋକ ପଠାଇଲେ। ସେ ଈଷତ୍ ରକ୍ତବର୍ଣ୍ଣ ଓ ସୁନୟନ ଦେଖିବାକୁ ସୁନ୍ଦର ଅଟନ୍ତି।
ସେତେବେଳେ ସଦାପ୍ରଭୁ କହିଲେ, “ଉଠ ଏହାଙ୍କୁ ଅଭିଷେକ କର, ଏ ହେଉଛନ୍ତି ସେହି ଲୋକ।”
13 ଶାମୁୟେଲ ତୈଳ ଶିଙ୍ଗ ନେଇ ତାଙ୍କ ଭାତୃଗଣ ମଧ୍ୟରେ ତାଙ୍କୁ ଅଭିଷେକ କଲେ। ତହିଁରେ ସେହି ଦିନାବଧି ସଦାପ୍ରଭୁଙ୍କର ଆତ୍ମା ଦାଉଦଙ୍କ ଉପରେ ବାସ କଲେ, ଏହା ପରେ ଶାମୁୟେଲ ଉଠି ରାମାକୁ ଗ୍ଭଲିଗଲେ।
ଏକ ମନ୍ଦ ଆତ୍ମା ଶାଉଲକୁ କଷ୍ଟ ଦେଲା
14 ମାତ୍ର ସଦାପ୍ରଭୁଙ୍କ ଆତ୍ମା ଶାଉଲଙ୍କଠାରୁ ପ୍ରସ୍ଥାନ କଲେ। ପୁଣି ସଦାପ୍ରଭୁଙ୍କଠାରୁ ଏକ ମନ୍ଦ ଆତ୍ମା ତାଙ୍କୁ ବିରକ୍ତ କରିବାକୁ ଲାଗିଲା। 15 ଶାଉଲଙ୍କର ଦାସମାନେ ତାଙ୍କୁ କହିଲେ, “ପରମେଶ୍ୱରଙ୍କଠାରୁ ଏକ ମନ୍ଦ ଆତ୍ମା ଆପଣଙ୍କୁ ବିରକ୍ତ କରୁଛି। 16 ଜଣେ ନିପୁଣ ବୀଣାବାଦକ ଅନ୍ୱେଷଣ ପାଇଁ ତୁମ୍ଭେ ତୁମ୍ଭ ସମ୍ମୁଖରେ ଥିବା ଦାସମାନଙ୍କୁ ଆଜ୍ଞା କର। ଯେତେବେଳେ ପରମେଶ୍ୱରଙ୍କଠାରୁ ସେହି ମନ୍ଦ ଆତ୍ମା ତୁମ୍ଭ ସମ୍ମୁଖକୁ ଆସେ, ଯଦି ସେ ଲୋକ ବୀଣା ବଜାଏ ତୁମ୍ଭେ ବହୁତ ଭଲ ସମବେଦନା ପ୍ରକାଶ କରିବ।”
17 ଶାଉଲ ଆପଣା ଦାସମାନଙ୍କୁ କହିଲେ, “ଆଛା ଯେ ଭଲ ବଜାଇ ପାରେ ସେହିପରି ଏକ ଲୋକକୁ ମୋ’ ପାଖକୁ ଆଣ।”
18 ଯୁବକମାନଙ୍କ ମଧ୍ୟରୁ ଜଣେ ଉତ୍ତର ଦେଇ କହିଲା, “ଦେଖନ୍ତୁ ମୁଁ ବୈଥ୍ଲେହମୀୟ ଯିଶୀର ଏକ ପୁତ୍ରଙ୍କୁ ଦେଖିଅଛି। ସେ ବୀଣା ବଜାଇବାରେ ନିପୁଣ ଓ ମହାବିକ୍ରମଶାଳୀ ଯୋଦ୍ଧା ଓ କଥାରେ ବିଜ୍ଞ, ଆଉ ରୂପବାନ ପୁଣି ସଦାପ୍ରଭୁ ତାଙ୍କ ପାଖେ ପାଖେ ଅଛନ୍ତି।”
19 ତେଣୁ ଶାଉଲ ଯିଶୀ ନିକଟକୁ ଦୂତମାନଙ୍କୁ ପଠାଇ ତାହାଙ୍କୁ କହିଲେ, “ତୁମ୍ଭର ପୁତ୍ର ଦାଉଦ ଯେ ମେଷପଲ ସାଙ୍ଗରେ ଥାଏ, ତାକୁ ମୋ’ ନିକଟକୁ ପଠାଇ ଦିଅ।”
20 ତା'ପରେ ଯିଶୀ କେବଳ ଦାଉଦଙ୍କୁ ପଠାଇଲେ ନାହିଁ, ତା’ ସହିତ ଶାଉଲ ନିମନ୍ତେ କିଛି ଉପହାର ପଠାଇଲେ: ଗୋଟିଏ ଛେଳି ଓ ଗୋଟିଏ ଗଧରେ ବୋଝେଇ ଖାଦ୍ୟ ଓ ଦ୍ରାକ୍ଷାରସ ପଠାଇଲେ। 21 ଏହା ପରେ ଦାଉଦ ଶାଉଲଙ୍କ ନିକଟକୁ ଆସି ତାଙ୍କ ସମ୍ମୁଖରେ ଠିଆ ହେଲେ ଓ ଶାଉଲ ତାଙ୍କୁ ଅତିଶୟ ସ୍ନେହ କଲେ, ତହିଁରେ ସେ ତାଙ୍କର ଅସ୍ତ୍ରବାହକ ସାହାଯ୍ୟକାରୀ ହେଲେ। 22 ଏହା ପରେ ଶାଉଲ ଯିଶୀଙ୍କୁ ଏକ ବାର୍ତ୍ତା ପଠାଇଲେ, “ମୁଁ ବିନୟ କରୁଅଛି ଦାଉଦଙ୍କୁ ମୋ’ ସମ୍ମୁଖରେ ଛିଡ଼ା ହେବାକୁ ଦିଅ, ସେ ମୋର ସେବା କରିବ, କାରଣ ମୁଁ ତାକୁ ଭଲ ପାଏ।”
23 ପରମେଶ୍ୱରଙ୍କଠାରୁ ସେହି ମନ୍ଦ ଆତ୍ମା ଯେତେବେଳେ ଶାଉଲଙ୍କ ଉପରେ ଥାଏ, ସେତେବେଳେ ଦାଉଦ ବୀଣା ନେଇ ଆପଣା ହସ୍ତରେ ବଜାନ୍ତି। ତହିଁରେ ଶାଉଲ ଆଶ୍ୱାସ ପାଇ ଭଲ ହୁଅନ୍ତି ଓ ମନ୍ଦ ଆତ୍ମା ତାଙ୍କୁ ଛାଡ଼ିଯାଏ।
ଗଲିୟାତ ଇସ୍ରାଏଲକୁ ଟକ୍କର ଦିଅନ୍ତି
17 ପଲେଷ୍ଟୀୟ ସୈନ୍ୟସାମନ୍ତମାନେ ଯୁଦ୍ଧ ପାଇଁ ଏକତ୍ରିତ ହେଲେ। ସେମାନେ ଯିହୁଦାର ଅଧିକାରସ୍ଥ ସୋଖୋରେ ସଂଗୃହୀତ ହୋଇ ସୋଖୋ ଓ ଅସେକା ମଧ୍ୟରେ ଏଫସ୍-ଦମ୍ମୀମରେ ଛାଉଣି ସ୍ଥାପନ କଲେ।
2 ଶାଉଲ ଓ ଇସ୍ରାଏଲୀୟ ଲୋକମାନେ ଏଲା ତଳଭୂମିରେ ଏକତ୍ରିତ ହୋଇ ଛାଉଣି ସ୍ଥାପନ କଲେ। ସେମାନେ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ସୈନ୍ୟ ସଜାଇଲେ। 3 ତହିଁରେ ପଲେଷ୍ଟୀୟମାନେ ପର୍ବତର ଏକ ଦିଗରେ ଓ ଇସ୍ରାଏଲ ପର୍ବତର ଅନ୍ୟ ଦିଗରେ ଠିଆ ହେଲେ। ଉଭୟଙ୍କ ମଧ୍ୟରେ ଉପତ୍ୟକା ଥିଲା।
4 ଗାଥ୍ନିବାସୀ ଗଲିୟାତ ନାମକ ଏକ ମଲ୍ଲ ଯୋଦ୍ଧା ପଲେଷ୍ଟୀୟମାନଙ୍କ ଛାଉଣିରୁ ବାହାର ହେଲା, ସେ ସାଢ଼େ ଛଅ ହାତ ଉଚ୍ଚ। 5 ତା'ର ମସ୍ତକରେ ପିତ୍ତଳର ଟୋପର ଥିଲା ଓ ସେ ମାଛକାତି ତୁଲ୍ୟ ସାଞ୍ଜୁଆରେ ସଜ୍ଜିତ ଥିଲା। ସେହି ସାଞ୍ଜୁଆଟି ପାଞ୍ଚ ସହସ୍ର ଶେକଲ ଓଜନ ପିତ୍ତଳର ଥିଲା। 6 ସେ ଗୋଡ଼ରେ ପିତ୍ତଳର ସ୍ତ୍ରାଣ ପିନ୍ଧି ଥିଲା ଓ ତା'ର ପଛରେ ପିତ୍ତଳର ବର୍ଚ୍ଛା ବନ୍ଧା ହୋଇଥିଲା। 7 ତା'ର ବର୍ଚ୍ଛାର ଦଣ୍ତ ବୁଣାକାରର କାଠ ତୁଲ୍ୟ ଓ ଏହାର ପାତର ଓଜନ ଥିଲା, ଛଅ ଶହ ଶେକଲ ଲୌହ ଢାଲର ସମ୍ମୁଖରେ ଥିଲା। ତା'ର ଆଗେ ଆଗେ ତା'ର ଢାଲବାହକ ଗ୍ଭଲିଥିଲା।
8 ପ୍ରତ୍ୟେକ ଦିନ ଗଲିୟାତ ବାହାରେ ଛିଡ଼ା ହୋଇ ଇସ୍ରାଏଲର ସୈନ୍ୟ ଶ୍ରେଣୀଙ୍କୁ ଚିତ୍କାର କରି କହୁଥିଲା, “ତୁମ୍ଭେମାନେ କାହିଁକି ଯୁଦ୍ଧ ସାଜିବା ପାଇଁ ବାହାର ହୋଇ ଆସିଛ? ମୁଁ କି ଜଣେ ପଲେଷ୍ଟୀୟ ଲୋକ ନୁହେଁ? ତୁମ୍ଭେମାନେ ଶାଉଲର ଦାସ, ତୁମ୍ଭେମାନେ ଆପଣାମାନଙ୍କ ପାଇଁ ଜଣେ ଲୋକ ମନୋନୀତ କର ଓ ସେ ମୋ’ ପାଖକୁ ଓହ୍ଲାଇ ଆସୁ। 9 ଯଦି ସେ ଲୋକଟି ମୋତେ ମାରିଦିଏ, ତେବେ ଆମ୍ଭେ ପଲେଷ୍ଟୀୟମାନେ ତୁମ୍ଭର ଦାସ ହେବୁ। ଯଦି ମୁଁ ତାକୁ ବଧ କରେ ତେବେ ତୁମ୍ଭେମାନେ ଆମ୍ଭର ଦାସ ହେବ ଓ ଆମ୍ଭମାନଙ୍କର ଦାସ କାର୍ଯ୍ୟ କରିବ।”
10 ପଲେଷ୍ଟୀୟ ମଧ୍ୟ କହିଲା, “ଆଜି ମୁଁ ଇସ୍ରାଏଲର ସୈନ୍ୟବାହିନୀକୁ ତୁଚ୍ଛ କରୁଅଛି। ମୁଁ ସାହସ କରି କହୁଅଛି ମୋତେ ଜଣେ ଲୋକ ଦିଅ, ତେବେ ଆମ୍ଭେମାନେ ପରସ୍ପର ଯୁଦ୍ଧ କରି ପାରିବୁ।”
11 ଯେତେବେଳେ ଶାଉଲ ଓ ଇସ୍ରାଏଲୀୟମାନେ ପଲେଷ୍ଟୀୟର ଏହି ସକଳ କଥା ଶୁଣନ୍ତେ। ସେମାନେ ହତାଶ ହେଲେ ଓ ଅତିଶୟ ଭୟ କଲେ।
ଦାଉଦ ଯୁଦ୍ଧ ସମ୍ମୁଖକୁ ଗଲେ
12 ଦାଉଦ ଯିଶୀଙ୍କର ପୁତ୍ର ଥିଲେ, ଯିଶୀ ଥିଲେ ଇଫ୍ରାଥିୟ ପରିବାରର, ଯିଏ ବୈଥ୍ଲେହମ ଓ ଯିହୁଦାରେ ବାସ କରୁଥିଲେ ଏବଂ ଯିଶୀଙ୍କର ଆଠ ପୁତ୍ର ଥିଲେ। ପୁଣି ଶାଉଲଙ୍କର ସମୟରେ ସେ ପୁରୁଷ ବୃଦ୍ଧ ଥିଲେ। 13 ଯିଶୀଙ୍କର ତିନି ବଡ଼ ପୁତ୍ର ଶାଉଲଙ୍କର ପଶ୍ଚାତ ଯୁଦ୍ଧକୁ ଯାଇଥିଲେ। ପ୍ରଥମ ପୁତ୍ର ଥିଲେ ଇଲୀୟାବ୍ ଓ ଦ୍ୱିତୀୟ ପୁତ୍ରର ନାମ ଅବିନାଦବ୍ ଓ ତୃତୀୟର ନାମ ଶମ୍ମ। 14 ଦାଉଦ ଥିଲେ ସବୁଠାରୁ କନିଷ୍ଠ। ତିନି ଜଣ ଜ୍ୟେଷ୍ଠ ପୁତ୍ର ଶାଉଲଙ୍କର ସୈନ୍ୟ ଛାଉଣିରେ ଥିଲେ। 15 କିନ୍ତୁ ଦାଉଦ ଆପଣା ପିତାର ମେଷପଲ ଚରାଇବା ନିମନ୍ତେ ଶାଉଲଙ୍କ ନିକଟରୁ ବୈଥ୍ଲେହମକୁ ସମୟ ସମୟରେ ଯାଆ ଆସ କରୁଥା’ନ୍ତି।
16 ସେହି ପଲେଷ୍ଟୀୟ ରାକ୍ଷସଟି ଗ୍ଭଳିଶ୍ ଦିନ ପର୍ଯ୍ୟନ୍ତ ପ୍ରାତଃକାଳରେ ଓ ସନ୍ଧ୍ୟା ସମୟରେ ଇସ୍ରାଏଲର ସୈନ୍ୟ ସମ୍ମୁଖକୁ ଆସୁଥାଏ।
17 ଦିନେ ଯିଶୀ ନିଜର ପୁତ୍ର ଦାଉଦଙ୍କୁ କହିଲେ, “ସୈନ୍ୟ ଛାଉଣିରେ ଥିବା ନିଜ ଭାଇମାନଙ୍କ ପାଇଁ ଏହି ଭଜା ଶସ୍ୟରୁ ଏକ ଐଫା ଓ ଏହି ଦଶଟା ରୋଟୀ ନେଇ ଯାଅ। 18 ସେ ମଧ୍ୟ ତାଙ୍କୁ କହିଲେ, “ଏହି ଦଶଖଣ୍ତ ବଡ଼ ଛେନାପୋଡ଼ 1,000 ସୈନ୍ୟମାନଙ୍କର କପ୍ତାନମାନଙ୍କ ପାଇଁ ନେଇ ଯାଅ ଏବଂ ତୁମ୍ଭର ଭାଇମାନଙ୍କର କୁଶଳତାର ଖବର ଆଣିବା ସହିତ, ସେମାନେ କିପରି ଅଛନ୍ତି ତାହା ଜାଣିବା ନିମନ୍ତେ କିଛି ଚିହ୍ନ ଆଣ।” 19 ତୁମ୍ଭର ଭାଇମାନେ ଶାଉଲଙ୍କ ସାଥୀରେ ଇସ୍ରାଏଲୀୟ ସୈନ୍ୟମାନଙ୍କ ସହିତ ଏଲା ତଳ ଭୂମିରେ ଥାଇ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କରୁଥିଲେ।”
20 ଦାଉଦ ପ୍ରଭାତରେ ଉଠି ଜଣେ ରଖୁଆଳି ହସ୍ତରେ ମେଷପଲ ଛାଡ଼ି ଯିଶୀର ଆଜ୍ଞା ଅନୁସାରେ ସେସବୁ ଦ୍ରବ୍ୟ ନେଇଗଲେ। ସୈନ୍ୟଗଣ ବାହାରି ଯୁଦ୍ଧ ନିମନ୍ତେ ମହାନାଦ କରିବା ସମୟରେ ସେ ଶଗଡ଼ ବନ୍ଦୀ ଜାଗାରେ ଉପସ୍ଥିତ ହେଲେ। 21 ଇସ୍ରାଏଲୀୟମାନେ ଓ ପଲେଷ୍ଟୀୟମାନେ ଯୁଦ୍ଧ ସଜାଇଲେ ଓ ସୈନ୍ୟଶ୍ରେଣୀ ପରସ୍ପର ମୁହାଁ ମୁହିଁ ହେଲେ।
22 ଦାଉଦ ସାମଗ୍ରୀ ରକ୍ଷକ ହସ୍ତରେ, ନିଜର ସାମଗ୍ରୀ ରଖି ସୈନ୍ୟମାନଙ୍କ ମଝିକୁ ଆସି ନିଜର ଭାଇମାନଙ୍କୁ କୁଶଳବାର୍ତ୍ତା ପଗ୍ଭରିଲେ। 23 ସେ ସେମାନଙ୍କ ସଙ୍ଗେ କଥାବାର୍ତ୍ତା କରୁଥିବା ସମୟରେ ଗାଥନିବାସୀ ପଲେଷ୍ଟୀୟ ଗଲିୟାତ ନାମକ ମଲ୍ଲ ଯୋଦ୍ଧା ପଲେଷ୍ଟୀୟ ସୈନ୍ୟବାହିନୀ ମଧ୍ୟରୁ ଉଠି ଆସି ପୂର୍ବ ପରି ପାଟିକଲା। ଦାଉଦ ତାହା ଶୁଣିଲେ।
24 ଇସ୍ରାଏଲର ସମସ୍ତ ସୈନ୍ୟଗଣ ସେହି ପୁରୁଷକୁ ଦେଖି ତାହା ସମ୍ମୁଖରୁ ପଳାଇଲେ ଓ ଅତି ଭୟଭୀତ ହେଲେ। 25 ଜଣେ ଇସ୍ରାଏଲର ଲୋକ କହିଲା, “ତୁମ୍ଭେମାନେ ସେହି ବ୍ୟକ୍ତିକୁ ଦେଖିଲକି ଯିଏ ଇସ୍ରାଏଲକୁ ଅବମାନନା କରିବାକୁ ଆସିଥିଲା? ଏହାକୁ ଯେଉଁ ଲୋକ ହତ୍ୟା କରିବ, ରାଜା ତାହାଙ୍କୁ ବହୁତ ଧନରେ ଧନବାନ କରିବେ ଓ ତାହାକୁ ଆପଣା କନ୍ୟା ଦେବେ। ଆଉ ଇସ୍ରାଏଲ ମଧ୍ୟରେ ତା'ର ପିତୃ ଗୃହକୁ ନିଷ୍କର କରିବେ।”
26 ଦାଉଦ ସେଠାରେ ଠିଆ ହୋଇଥିବା ଲୋକମାନଙ୍କୁ ପଗ୍ଭରିଲେ, “ସେ କ’ଣ କହିଲା? ଯେଉଁ ଲୋକ ଏହି ପଲେଷ୍ଟୀୟକୁ ବଧ କରି ଏବଂ ଇସ୍ରାଏଲର ଏହି ଅପମାନ ଦୂର କରିବ, ତାହା ପ୍ରତି କ’ଣ କରାଯିବ? କିଏ ଏହି ଅସୁନ୍ନତ ପଲେଷ୍ଟୀୟ ଯିଏ ଜୀବିତ ପରମେଶ୍ୱରଙ୍କ ସୈନ୍ୟ ଛାଉଣିକି ଅବମାନନା କରିବାକୁ ସାହସ କରେ।”
27 ଲୋକମାନେ ପୂର୍ବପରି ଉତ୍ତର ଦେଇ କହିଲେ, ଯେ ତାହାକୁ ବଧ କରିବ, ତାହାକୁ ପୁରସ୍କୃତ କରାଯିବ। 28 ଦାଉଦ ସେହି ଲୋକମାନଙ୍କ ସହିତ କଥାବାର୍ତ୍ତା କରୁଥିବା ସମୟରେ ତା'ର ଜ୍ୟେଷ୍ଠଭ୍ରାତା ଇଲୀୟାବ ଶୁଣିଲା। ଇଲୀୟାବର କ୍ରୋଧ ଦାଉଦ ଉପରେ ପ୍ରଜ୍ୱଳିତ ହେଲା, ଆଉ ସେ କହିଲା, “ତୁ ଏଠାକୁ କାହିଁକି ଆସିଲୁ? ପ୍ରାନ୍ତରରେ ମେଣ୍ଢାମାନଙ୍କୁ କାହା ପାଖରେ ଛାଡ଼ିଲୁ? ମୁଁ ତୋ’ ଗର୍ବ ଓ ମନର ଦୁଷ୍ଟତା ଜାଣେ। କାରଣ ତୁ କେବଳ ଯୁଦ୍ଧ ଦେଖିବା ପାଇଁ ଆସିଛୁ।”
29 ଦାଉଦ ଉତ୍ତର ଦେଲେ, “ମୁଁ ଏବେ କ’ଣ କଲି, ଏମିତି ମୁଁ ଏହି ଲୋକମାନଙ୍କ ସହିତ କଥାବାର୍ତ୍ତା କରୁଥିଲି।” 30 ଦାଉଦ ଅନ୍ୟ ଲୋକମାନଙ୍କ ପାଖକୁ ଗଲେ ଓ ପୂର୍ବପରି କହିଲେ, ତହିଁରେ ଲୋକମାନେ ପୁନର୍ବାର ପୂର୍ବପରି ଉତ୍ତର ଦେଲେ।
31 ଦାଉଦଙ୍କ ଏହିପରି କଥା ଯେତେବେଳେ ଲୋକମାନେ ଶୁଣିଲେ, ସେମାନେ ତାକୁ ଶାଉଲଙ୍କ ନିକଟକୁ ନେଇଗଲେ ଏବଂ ଦାଉଦ ଯାହା କହିଥିଲେ ତାହା କହିଲେ। 32 ଦାଉଦ ଶାଉଲଙ୍କୁ କହିଲେ, “ଗଲିୟାତ ଯୋଗୁଁ ଲୋକମାନେ ହତାଶ ହେବା ଉଚିତ୍ ନୁହେଁ। ଆପଣଙ୍କ ଦାସ ଯାଇ ସେହି ପଲେଷ୍ଟୀୟ ସହିତ ଯୁଦ୍ଧ କରିବ।”
33 ଶାଉଲ ଉତ୍ତର ଦେଲେ, “ତୁମ୍ଭେ ସେହି ପଲେଷ୍ଟୀୟ ବିରୁଦ୍ଧରେ ଯୁଦ୍ଧ କରି ପାରିବ ନାହିଁ। କାରଣ ତୁମ୍ଭେ ତ ଜଣେ ସୈନିକ ନୁହଁ ଏବଂ ଗଲିୟାତ ବାଳକ ଅବସ୍ଥାରୁ ଯୁଦ୍ଧ କରି ଆସୁଅଛି।”
34 କିନ୍ତୁ ଦାଉଦ ଶାଉଲଙ୍କୁ ଉତ୍ତର ଦେଲେ, “ମୁଁ ତୁମ୍ଭର ଦାସ, ଆପଣା ପିତାର ମେଷ ଚରାଉ ଥାଏ। ଥରେ ଗୋଟିଏ ସିଂହ ଓ ଅନ୍ୟଥର ଗୋଟିଏ ଭାଲୁ ଆସି ପଲ ମଧ୍ୟରୁ ଗୋଟିଏ ମେଷକୁ ନେଇଗଲା। 35 ମୁଁ ତା’ ପଛରେ ଗୋଡ଼ାଇଲି ଏବଂ ତାକୁ ଆଘାତ କରି, ତା’ ପାଟିରୁ ମେଷକୁ ଛଡ଼ାଇ ଆଣିଲି। ବନ୍ୟ ପଶୁଟି ମୋ’ ଉପରକୁ କୁଦା ମାରିଲା ମୁଁ ତା'ର ଦାଢ଼ି ଧରି ତାହାକୁ ମାରି ଦେଲି। 36 ମୁଁ ସିଂହ ଓ ଭାଲୁ ଉଭୟଙ୍କୁ ବଧ କରିଛି ଏବଂ ମୁଁ ମଧ୍ୟ ଗଲିୟାତକୁ ସେହିପରି ବଧ କରିବି। ଗଲିୟାତ ମରିବ କାରଣ ସେ ଜୀବିତ ପରମେଶ୍ୱରଙ୍କର ସୈନ୍ୟକୁ ତୁଚ୍ଛ କରିଅଛି। 37 ସଦାପ୍ରଭୁ ମୋତେ ସିଂହ ଓ ଭାଲୁ ନିକଟରୁ ରକ୍ଷା କରିଛନ୍ତି। ସଦାପ୍ରଭୁ ମୋତେ ପଲେଷ୍ଟୀୟଠାରୁ ରକ୍ଷା କରିବେ।”
ଶାଉଲ ଦାଉଦଙ୍କୁ କହିଲେ, “ତୁମ୍ଭେ ଯାଅ ସଦାପ୍ରଭୁ ତୁମ୍ଭ ସହିତ ଅଛନ୍ତି।” 38 ଶାଉଲ ଦାଉଦଙ୍କୁ ଆପଣା ବସ୍ତ୍ର ପିନ୍ଧାଇ ତାଙ୍କ ମସ୍ତକରେ ପିତ୍ତଳ ଟୋପର ଦେଇ ତାହାଙ୍କୁ ସାଞ୍ଜୁଆ ପିନ୍ଧାଇଲେ। 39 ଦାଉଦ ଆପଣା ବସ୍ତ୍ର ଉପରେ ଖଡ଼୍ଗ ବାନ୍ଧି ଗ୍ଭଲିବାକୁ ଚେଷ୍ଟା କଲେ, ସେ ଅକୃତକାର୍ଯ୍ୟ ହେଲେ, କାରଣ ଏହିପରି ଓଜନିଆଁ ସାମଗ୍ରୀ ପିନ୍ଧିବାର ଅଭ୍ୟାସ ନ ଥିଲା।
ଆଉ ଦାଉଦ ଶାଉଲଙ୍କୁ କହିଲେ, “ମୁଁ ଏହି ସାମଗ୍ରୀ ନେଇ ଯୁଦ୍ଧ କରି ନ ପାରେ, ମୁଁ ସେଗୁଡ଼ିକ ସହିତ ଅଭ୍ୟସ୍ତ ନୁହେଁ।” ତେଣୁ ତାକୁ ସେ କାଢ଼ି ରଖିଲେ। 40 ଦାଉଦ ଆପଣା ଯଷ୍ଟି ହାତରେ ଧରି ନଦୀରୁ ପାଞ୍ଚ ଗୋଟି ଚିକ୍କଣ ପଥର ବାଛିଲେ ଓ ସେଗୁଡ଼ିକୁ ନିଜର ମେଷପାଳକ ଥଳି ମଧ୍ୟରେ ରଖିଲେ। ନିଜ ହାତରେ ନିଜର ଛାଟିଣୀଟି ଧରି ପଲେଷ୍ଟୀୟ ନିକଟକୁ ଗଲେ।
ଦାଉଦ ଗଲିୟାତକୁ ବଧ କଲେ
41 ପଲେଷ୍ଟୀୟ ଧୀରେ ଧୀରେ ଅଗ୍ରସର ହୋଇ ଦାଉଦଙ୍କର ସନ୍ନିକଟ ହେଲା ଓ ତା'ର ଢାଲବାହକ ତା'ର ଆଗେ ଆଗେ ଗ୍ଭଲିଲା। 42 ପଲେଷ୍ଟୀୟମାନେ ଅନାଇ ଦାଉଦଙ୍କୁ ଦେଖିଲେ ଓ ତାକୁ ତୁଚ୍ଛ ଜ୍ଞାନ କଲେ କାରଣ ଦାଉଦ ଯୁବା ଓ ଈଷତ୍ ରକ୍ତବର୍ଣ୍ଣ ଓ ସୁନ୍ଦର ବଦନ ଥିଲେ। 43 ଗଲିୟାତ ଦାଉଦଙ୍କୁ କହିଲେ, “ମୁଁ କ’ଣ ଗୋଟିଏ କୁକୁର ତୁମ୍ଭେ ମୋ’ ପାଖକୁ ବାଡ଼ି ନେଇ ଆସିଛ।” ତା'ପରେ ଗଲିୟାତ ଆପଣା ଦେବତାମାନଙ୍କ ନାମରେ ଦାଉଦଙ୍କୁ ଶାପ ଦେଲା। 44 ଗଲିୟାତ ଦାଉଦଙ୍କୁ କହିଲା, “ଏହିଠାକୁ ଆସ ମୁଁ ତୁମ୍ଭର ମାଂସକୁ ହିଂସ୍ର ପଶୁ-ପକ୍ଷୀମାନଙ୍କୁ ଖୁଆଇବି।”
45 ଦାଉଦ ଗଲିୟାତକୁ କହିଲେ, “ତୁମ୍ଭେ ଖଡ଼୍ଗ ବର୍ଚ୍ଛା ଓ ଶଲ୍ୟ ଘେନି ମୋ’ ପାଖକୁ ଆସିଛ। କିନ୍ତୁ ତୁମ୍ଭେ ଯାହାଙ୍କୁ ତୁଚ୍ଛ କରିଅଛ ସେହି ଇସ୍ରାଏଲର ସୈନ୍ୟବାହିନୀର ପରମେଶ୍ୱର, ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନାମରେ ତୁମ୍ଭ ନିକଟକୁ ମୁଁ ଆସୁଅଛି। 46 ଆଜି ସଦାପ୍ରଭୁ ତୁମ୍ଭକୁ ମୋ’ ହସ୍ତରେ ସମର୍ପି ଦେବେ। ଏବଂ ମୁଁ ତୁମ୍ଭକୁ ଆଘାତ କରିବି ଏବଂ ତୁମ୍ଭର ଶିରଚ୍ଛେଦନ କରିବି। ମୁଁ ଆଜି ପଲେଷ୍ଟୀୟମାନଙ୍କ ସୈନ୍ୟଗଣର ଶରୀର ଆକାଶ ପକ୍ଷୀଗଣକୁ ଓ ପୃଥିବୀସ୍ଥ ବନ୍ୟପଶୁମାନଙ୍କୁ ଦେବି, ତହିଁରେ ଇସ୍ରାଏଲ ମଧ୍ୟରେ ଏକ ପରମେଶ୍ୱର ଅଛନ୍ତି ବୋଲି ସମୁଦାୟ ଜଗତ ଜାଣିବେ। 47 ଏଠାରେ ରୁଣ୍ଡ ହୋଇଥିବା ସବୁ ଲୋକମାନେ ଜାଣିବେ ଯେ, ସଦାପ୍ରଭୁ ଖଡ଼୍ଗ ଓ ବର୍ଚ୍ଛାଦ୍ୱାରା ରକ୍ଷା କରନ୍ତି ନାହିଁ, କାରଣ ଏହି ଯୁଦ୍ଧ ସଦାପ୍ରଭୁଙ୍କର ଓ ତୁମ୍ଭେ ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବାରେ ସେ ଆମ୍ଭମାନଙ୍କୁ ସାହାଯ୍ୟ କରିବେ।”
48 ଏହା ପରେ ସେହି ପଲେଷ୍ଟୀୟ ଦାଉଦକୁ ଆକ୍ରମଣ କରିବାକୁ ଉଠି ପଡ଼ିଲା ଏବଂ ଦାଉଦର ନିକଟରୁ ନିକଟତର ହେଲା। ଦାଉଦ ଶୀଘ୍ର ପଲେଷ୍ଟୀୟମାନଙ୍କ ସହିତ ଭେଟିବାକୁ ସୈନ୍ୟବାହିନୀ ଆଡ଼େ ଦୌଡ଼ିଲେ।
49 ଦାଉଦ ଆପଣା ଥଳିରେ ହାତ ପୁରାଇ ତହିଁରୁ ଗୋଟିଏ ପଥର କାଢ଼ି ଛାଟିଣୀରେ ମାରି ସେହି ପଲେଷ୍ଟୀୟର କପାଳକୁ ଆଘାତ କଲେ। ତହିଁରେ ସେ ପଥର ତା'ର କପାଳରେ ପଶିଯା’ନ୍ତେ ସେ ମୁହଁ ମାଡ଼ି ଭୂମିରେ ପଡ଼ିଲା।
50 ଏହିପରି ଭାବରେ ଦାଉଦ ବାଟୁଳି ଓ ପଥର ଦ୍ୱାରା ସେହି ପଲେଷ୍ଟୀୟକୁ ପରାସ୍ତ କଲେ ଓ ଆଘାତ କରି ବଧ କଲେ। ମାତ୍ର ଦାଉଦଙ୍କ ହସ୍ତରେ ଖଡ଼୍ଗ ନ ଥିଲା। 51 ଦାଉଦ ଦୌଡ଼ିଯାଇ ସେହି ପଲେଷ୍ଟୀୟ ଉପରେ ଠିଆ ହେଲେ ଓ ଗଲିୟାତର ଖଡ଼୍ଗ ଖାପରୁ କାଢ଼ି ତାହାର ମସ୍ତକ ଛେଦନ କଲେ।
ପଲେଷ୍ଟୀୟମାନେ ଆପଣାମାନଙ୍କ ବୀରକୁ ମୃତ ଦେଖି ପଳାଇଲେ। 52 ଇସ୍ରାଏଲର ଓ ଯିହୁଦାର ଲୋକମାନେ ଉଠି ଜୟଧ୍ୱନି କଲେ ଓ ସନ୍ନିକଟ ଇକ୍ରୋଣ ଫାଟକ ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କ ପଛେ ପଛେ ଗୋଡ଼ାଇଲେ। ତା'ପରେ ସେମାନେ ପଲେଷ୍ଟୀୟମାନଙ୍କୁ ହତ୍ୟା କରି ଶାରୟିମ ପଥରେ ଗାଥ୍ ଓ ଇକ୍ରୋଣ ପର୍ଯ୍ୟନ୍ତ ପକାଇଲେ। 53 ଇସ୍ରାଏଲର ପଲେଷ୍ଟୀୟମାନଙ୍କ ପଛେ ପଛେ ଗୋଡ଼ାଇବାରୁ ଲେଉଟି ଆସି ସେମାନଙ୍କ ଛାଉଣି ଲୁଟ୍ କଲେ।
54 ଦାଉଦ ସେହି ପଲେଷ୍ଟୀୟର ମସ୍ତକ ନେଇ ଯିରୁଶାଲମକୁ ଆଣିଲେ କିନ୍ତୁ ତା'ର ଅସ୍ତ୍ର ଆପଣା ଗୃହରେ ରଖିଲେ।
ଶାଉଲ ଦାଉଦଙ୍କୁ ଭୟ କରିବାକୁ ଆରମ୍ଭ କଲେ
55 ସେହି ପଲେଷ୍ଟୀୟ ବିରୁଦ୍ଧରେ ଦାଉଦଙ୍କୁ ବାହାରିବାର ଦେଖି ଶାଉଲ ସୈନ୍ୟର ସେନାପତି ଅବ୍ନରକୁ କହିଲେ, “ଅବ୍ନର ଏ ଯୁବକ କାହାର ପୁତ୍ର?”
ଅବ୍ନର କହିଲା, “ହେ ମହାରାଜ ଆପଣଙ୍କ ଜୀବନ ପ୍ରମାଣେ ମୁଁ କହି ପାରିବି ନାହିଁ।”
56 ରାଜା କହିଲେ, “ପଗ୍ଭର ଏ ଯୁବକ କାହାର ପୁଅ?”
57 ଦାଉଦ ପଲେଷ୍ଟୀୟକୁ ହତ୍ୟା କରି ପଲେଷ୍ଟୀୟର ମସ୍ତକ ହସ୍ତରେ ଧରି ଫେରି ଆସିବା ବେଳେ ଅବ୍ନର ତାଙ୍କୁ ନେଇ ଶାଉଲଙ୍କ ନିକଟକୁ ଆସିଲା।
58 ଶାଉଲ ତାଙ୍କୁ ପଗ୍ଭରିଲେ, “ହେ ଯୁବକ ତୁମ୍ଭେ କାହାର ପୁଅ?”
ଦାଉଦ କହିଲେ, “ମୁଁ ଆପଣଙ୍କ ଦାସ ବୈଥ୍ଲେହମୀୟ ଯିଶୀର ପୁତ୍ର।”
2010 by World Bible Translation Center