Beginning
ଶାଉଲ ତାଙ୍କ ବାପାଙ୍କ ଗଧର ଯତ୍ନ ନେଲେ
9 ସେହି ସମୟରେ ବିନ୍ୟାମୀନବଂଶୀୟ କୀଶ୍ ନାମକ ଜଣେ ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି ଥିଲେ। ସେ ଅବୀୟଲର ପୁତ୍ର ଥିଲେ, ଯିଏ କି ସରୋରର ପୁତ୍ର ଥିଲା, ଯିଏ କି ବଖୋରତର ପୁତ୍ର ଥିଲା, ଯିଏ କି ବିନ୍ୟାମୀନୀୟ ଅଫୀହର ପୁତ୍ର ଥିଲା। 2 କୀଶ୍ଙ୍କର ପୁଅଙ୍କର ନାମ ଶାଉଲ। ଶାଉଲ ଜଣେ ସୁନ୍ଦର ପୁରୁଷ ଥିଲେ। ଶାଉଲ ସମସ୍ତ ଇସ୍ରାଏଲୀୟଙ୍କ ମଧ୍ୟରେ ସୁନ୍ଦର ଥିଲେ ଏବଂ ସେ ସମସ୍ତ ଲୋକଙ୍କ ଅପେକ୍ଷା ସ୍କନ୍ଧରୁ ଅଧିକ ଉଚ୍ଚ ଥିଲେ।
3 ଏକଦା ଶାଉଲଙ୍କ ପିତାଙ୍କର ଗଧସବୁ ହଜିଗଲେ। ତେଣୁ କୀଶ୍ ଶାଉଲକୁ କହିଲେ, “ତୁମ୍ଭେ ଗ୍ଭକରମାନଙ୍କ ମଧ୍ୟରୁ ଜଣକୁ ନେଇ ଗଧମାନଙ୍କର ସନ୍ଧାନ ନିଅ।” 4 ଶାଉଲ ଗଧମାନଙ୍କୁ ଖୋଜିବା ପାଇଁ ଗଲେ। ସେ ଇଫ୍ରୟିମ ପର୍ବତ ଅଞ୍ଚଳ ଦେଇ ଗଲେ, ତା'ପରେ ଶାଲିଶା ପ୍ରଦେଶ ଦେଇ ଗଲେ। କିନ୍ତୁ ସେ ଦୁହେଁ ନିରାଶ ହେଲେ। ତେଣୁ ସେମାନେ ଶାଲୀମ୍ ପ୍ରଦେଶ ଦେଇ ଗଲେ ସେଠାରୁ ନିରାଶ ହେବାରୁ ବିନ୍ୟାମୀନଙ୍କ ପ୍ରବେଶ ଦେଇଗଲେ। ସେଠାରେ ମଧ୍ୟ ନିରାଶ ହେଲେ।
5 ଶେଷରେ ସେମାନେ ସୂଫ ସହରକୁ ଆସିଲେ। ତା'ପରେ ଶାଉଲ ତାଙ୍କର ଗ୍ଭକରକୁ କହିଲେ, “ଗ୍ଭଲ! ଆମ୍ଭେ ଫେରିଯିବା, ଆମ୍ଭମାନଙ୍କର ବାପା ଗଧମାନଙ୍କ ପରିବର୍ତ୍ତେ ଆମ୍ଭମାନଙ୍କ ପାଇଁ ବ୍ୟସ୍ତ ହେଉଥିବେ।”
6 ଗ୍ଭକର କହିଲା, “ଏ ସହରରେ ଜଣେ ପରମେଶ୍ୱରଙ୍କ ଲୋକ ଅଛନ୍ତି। ଲୋକମାନେ ତାଙ୍କୁ ସମ୍ମାନ କରନ୍ତି। ତାଙ୍କର ସମସ୍ତ ଭବିଷ୍ୟଦ୍ବାଣୀ ସତ ହୁଏ। ଗ୍ଭଲ, ସେଠାକୁ ଯିବା, ପରମେଶ୍ୱରଙ୍କ ଲୋକ ଆମ୍ଭକୁ ଗଧମାନଙ୍କର ସନ୍ଧାନ ଦେଇପାରନ୍ତି।”
7 ତା'ପରେ ଶାଉଲ ଗ୍ଭକରକୁ କହିଲେ, “ଆମ୍ଭେ ନିଶ୍ଚୟ ସହରକୁ ଯିବା, କିନ୍ତୁ ଆମ୍ଭେମାନେ ତାଙ୍କୁ କ’ଣ ଉପହାର ଦେବା। ବର୍ତ୍ତମାନ ଏପରିକି ଆମ୍ଭ ଖାଦ୍ୟ ମୁଣାରୁ ଖାଦ୍ୟ ସରିଗଲାଣି। ଆମ୍ଭେ ତାଙ୍କୁ ଉପହାର କ’ଣ ଦେବା।”
8 ପୁନ୍ନରାୟ ଗ୍ଭକର କହିଲା, “ଦେଖ, ମୋ’ ପାଖରେ ଏକ ଶେକଲ ରୂପାର ଚତୁର୍ଥାଂଶ ଅଛି। ଆସ ପଇସାକୁ ଆମ୍ଭେ ପରମେଶ୍ୱରଙ୍କର ଲୋକମାନଙ୍କୁ ଦେବା। ତା'ପରେ ତାଙ୍କ କଥା ଅନୁସାରେ ଆମ୍ଭେ ସେ ସ୍ଥାନକୁ ଯିବା।”
9-11 ଶାଉଲ ଗ୍ଭକରକୁ କହିଲେ, “ଏହା ଏକ ଉତ୍ତମ ବୁଦ୍ଧି। ଗ୍ଭଲ ଯିବା,” ତା'ପରେ ସେମାନେ ପରମେଶ୍ୱରଙ୍କ ଲୋକଙ୍କ ନଗରକୁ ଯାତ୍ରା ଆରମ୍ଭ କଲେ।
ଶାଉଲ ଏବଂ ଗ୍ଭକର ପାର୍ବତ୍ୟାଞ୍ଚଳ ଦେଇ ଯାତ୍ରା କଲେ। ସେମାନେ ଯିବା ରାସ୍ତାରେ କେତେକ ଯୁବତୀଙ୍କୁ ଦେଖିଲେ। ଯୁବତୀମାନେ ପାଣି ନେବା ପାଇଁ ଆସିଥିଲେ। ଶାଉଲ ଓ ତାଙ୍କ ଗ୍ଭକର ଯୁବତୀମାନଙ୍କୁ ପଗ୍ଭରିଲେ, “ଧର୍ମାତ୍ମା ଏଠାରେ ଅବସ୍ଥାନ କରୁଛନ୍ତି କି?” (ଅତୀତରେ ଇସ୍ରାଏଲୀୟମାନେ ଭବିଷ୍ୟଦ୍ବକ୍ତାଙ୍କୁ “ଧର୍ମାତ୍ମା” କହୁଥିଲେ। ଯଦି ସେମାନେ ପରମେଶ୍ୱରଙ୍କଠାରୁ କିଛି ମାଗିବା ପାଇଁ ଗ୍ଭହୁଁଥିଲେ, ସେମାନେ କହିଲେ, “ଆସ ଧର୍ମାତ୍ମା ନିକଟକୁ ଯିବା।”)
12 ଯୁବତୀମାନେ ଉତ୍ତର ଦେଲେ, “ହଁ, ସେ ଏଠାରେ ଅଛନ୍ତି, ଏଇ ରାସ୍ତାର ଅଳ୍ପ ଆଗରେ ଅଛନ୍ତି। ସେ ଆଜି ସହରକୁ ଆସିଛନ୍ତି। ଲୋକମାନେ ଦଳ ଦଳ ହୋଇ ଆସି ତାଙ୍କୁ ପବିତ୍ରପୀଠରେ ଦର୍ଶନ କରୁଛନ୍ତି। 13 ତୁମ୍ଭେମାନେ ସହର ଭିତରକୁ ଯାଅ, ତାଙ୍କୁ ପାଇଯିବ। ଯଦି ତୁମ୍ଭେ ଚଞ୍ଚଳ ଯିବ, ତେବେ ତୁମ୍ଭେ ତାଙ୍କୁ ଉପାସନା ସ୍ଥାନରେ ଭୋଜନ ପୂର୍ବରୁ ସାକ୍ଷାତ କରି ପାରିବ। ସେଠାରେ ସେ ନୈବେଦ୍ୟ ଆଶୀର୍ବାଦ କରିବେ। ତା'ପରେ ଲୋକମାନେ ଭୋଜନ କରିବେ। ସେ ନ ଆସିବା ପର୍ଯ୍ୟନ୍ତ ଲୋକମାନେ ଖାଇବା ଆରମ୍ଭ କରନ୍ତି ନାହିଁ। ତେଣୁ ଯଦି ତୁମ୍ଭେ ଚଞ୍ଚଳ ହୁଅ ତାଙ୍କୁ ପାଇ ପାରିବ।”
14 ଶାଉଲ ଏବଂ ତାଙ୍କ ଗ୍ଭକର ଆଗକୁ ଗ୍ଭଲିଲେ। ସେମାନେ ସହରରେ ପହଞ୍ଚିବା ମାତ୍ରେ ଦେଖିଲେ ଶାମୁୟେଲ ଠିକ୍ ସେ ସମୟରେ ସହରରୁ ଉପାସନା ସ୍ଥାନକୁ ଆସୁଛନ୍ତି।
15 ଶାଉଲ ଆସିବାର ଦିନକପୂର୍ବରୁ ସଦାପ୍ରଭୁ ଶାମୁୟେଲଙ୍କୁ ଏହି କଥା କହିଥିଲେ, 16 “ଆସନ୍ତା କାଲି ଠିକ୍ ଏହି ସମୟରେ ମୁଁ ତୁମ୍ଭ ପାଖକୁ ଜଣେ ଲୋକ ପଠାଇବି। ସେ ବିନ୍ୟାମୀନୀୟ ବଂଶଧର। ତୁମ୍ଭେ ତାଙ୍କୁ ଇସ୍ରାଏଲୀୟମାନଙ୍କ ନେତା ରୂପେ ଅଭିଷିକ୍ତ କରିବ। ଏହି ଲୋକ ଇସ୍ରାଏଲୀୟମାନଙ୍କୁ ପଲେଷ୍ଟୀୟଙ୍କ କବଳରୁ ରକ୍ଷା କରିବ। କାରଣ ମୁଁ ମୋର ଲୋକମାନଙ୍କର ଯନ୍ତ୍ରଣା ଦେଖିଛି। ମୁଁ ସେମାନଙ୍କର କ୍ରନ୍ଦନ ଶୁଣିଅଛି।”
17 ଶାମୁୟେଲ ଶାଉଲକୁ ଦେଖିଲେ, ଏବଂ ସଦାପ୍ରଭୁ ତାଙ୍କୁ କହିଲେ, “ଏହି ସେହି ଲୋକ, ମୁଁ ଯାହା କଥା କହୁଥିଲି ସେ ମୋର ଲୋକମାନଙ୍କୁ ଶାସନ କରିବ।”
18 ଶାଉଲ ଫାଟକ ପାଖରେ ଠିଆ ହୋଇଥିବା ଜଣେ ଲୋକଙ୍କୁ ପରମେଶ୍ୱରଙ୍କ ଲୋକଙ୍କୁ ଭେଟିବାର ଦିଗ ପଗ୍ଭରିଲେ। ଏ ବ୍ୟକ୍ତି ଜଣକ କିନ୍ତୁ ଶାମୁୟେଲ ଥିଲେ, ଶାଉଲ କହିଲେ, “କ୍ଷମା କରିବେ, ଆପଣ ପରମେଶ୍ୱରଙ୍କ ଲୋକଙ୍କ ଘର ବତେଇ ଦେବେ କି?”
19 ଶାମୁୟେଲ କହିଲେ, “ମୁଁ ପରମେଶ୍ୱରଙ୍କ ଲୋକ। ମୋତେ ଅନୁସରଣ କର ମୁଁ ଉଚ୍ଚସ୍ଥାନକୁ ନେଇଯିବି। ତୁମ୍ଭେ ଏବଂ ତୁମ୍ଭ ଦାସ ମୋ’ ସହିତ ଆଜି ଭୋଜନ କରିବ। କାଲି ସକାଳେ ତୁମ୍ଭେମାନେ ଘରକୁ ଫେରିଯିବ। ଏବଂ ମୁଁ ତୁମ୍ଭର ସମସ୍ତ ପ୍ରଶ୍ନର ଉତ୍ତର ଦେବି। 20 ତୁମ୍ଭେମାନେ ତିନି ଦିନ ପୂର୍ବେ ହଜିଥିବା ଗଧମାନଙ୍କ ପାଇଁ ଦୁଃଖ କର ନାହିଁ। ସେମାନଙ୍କୁ ମିଳିଯାଇଛି। ବର୍ତ୍ତମାନ ଇସ୍ରାଏଲୀୟମାନେ ଜଣେ ବ୍ୟକ୍ତିର ସନ୍ଧାନରେ ଅଛନ୍ତି ଏବଂ ସେ ବ୍ୟକ୍ତିଜଣକ ତୁମ୍ଭେ ଅଟ। ସେମାନେ ତୁମ୍ଭକୁ ଏବଂ ତୁମ୍ଭ ପିତାଙ୍କ ପରିବାରବର୍ଗକୁ ଗ୍ଭହାନ୍ତି।”
21 ଶାଉଲ ଉତ୍ତର ଦେଲେ, “ମୁଁ ବିନ୍ୟାମୀନ ବଂଶର ସଦସ୍ୟ ଅଟେ। ଏହା ଇସ୍ରାଏଲର ଏକ ଛୋଟ ପରିବାରବର୍ଗ। ଆପଣ କାହିଁକି କହୁଛନ୍ତି ଇସ୍ରାଏଲୀୟମାନେ ମୋତେ ଗ୍ଭହାନ୍ତି?”
22 ଶାମୁୟେଲ ଶାଉଲ ଏବଂ ତାଙ୍କ ଦାସକୁ ଭୋଜନ ସ୍ଥାନକୁ ନେଲେ। ସେ ଅତି ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଟେବୁଲ୍ ପାଖରେ ଶାଉଲଙ୍କୁ ଏବଂ ତାଙ୍କର ଦାସ ତିରିଶ୍ ଜଣ ନିମନ୍ତ୍ରିତ ଅତିଥି ମଧ୍ୟରେ ପ୍ରଦାନ କଲେ। 23 ଶାମୁୟେଲ ରୋଷେଇଆକୁ ନିର୍ଦ୍ଦେଶ ଦେଲେ, “ମୁଁ ତୁମ୍ଭକୁ ରଖିବାକୁ କହି ଦେଇଥିବା ମାଂସ ଆଣ।”
24 ରୋଷେଇଆ ଚଟୁଆ[a] ମାଂସ ଆଣି ଶାଉଲଙ୍କ ସମ୍ମୁଖରେ ଟେବୁଲ୍ ଉପରେ ରଖିଲା। ଶାମୁୟେଲ କହିଲେ, “ତୁମ୍ଭେ ତୁମ୍ଭ ଟେବୁଲ୍ରେ ଥିବା ମାଂସ ଖାଅ। ଏହା ତୁମ୍ଭମାନଙ୍କ ପାଇଁ ସଂରକ୍ଷିତ ଥିଲା। ଏହି ବିଶେଷ ସମୟ ପାଇଁ ଯେତେବେଳେ ଏକତ୍ରିତ ହେବା ପାଇଁ ମୁଁ ଲୋକମାନଙ୍କୁ ଡାକିଲି।” ତା'ପରେ ଶାଉଲ ଶାମୁୟେଲଙ୍କ ସହ ତାଙ୍କର ଖାଦ୍ୟ ଖାଇଲେ।
25 ସେମାନେ ଖାଦ୍ୟ ଖାଇ ସାରିବା ପରେ ସେ ଉପାସନା ସ୍ଥଳରୁ ସହରକୁ ଫେରିଲେ। ଶାମୁୟେଲ ଛାତ ଉପରେ ଶାଉଲଙ୍କ ପାଇଁ ବିଛଣା ତିଆରି କଲେ 26 ଏବଂ ଶାଉଲ ଶୋଇବା ପାଇଁ ଗଲେ।
ତା’ ପରଦିନ ପ୍ରତ୍ୟୁଷରୁ ଶାମୁୟେଲ ଶାଉଲଙ୍କୁ ବିଛଣାରୁ ଉଠାଇଲେ ଏବଂ କହିଲେ, “ଶଯ୍ୟା ତ୍ୟାଗ କର, ମୁଁ ତୁମ୍ଭକୁ ତୁମ୍ଭ ଗନ୍ତବ୍ୟ ସ୍ଥାନକୁ ପଠାଇବି।” ଶାଉଲ ବିଛଣାରୁ ଉଠିଲେ ଶାମୁୟେଲଙ୍କ ସହ ବାହାରକୁ ଗଲେ।
27 ଶାଉଲ, ଦାସ ଏବଂ ଶାମୁୟେଲ ସହର ପ୍ରାନ୍ତରେ ପହଞ୍ଚିବା ସମୟରେ ଶାମୁୟେଲ କହିଲେ, “ଦାସକୁ ଆଗକୁ ଯିବାକୁ କୁହ। ମୁଁ ତୁମ୍ଭକୁ ପରମେଶ୍ୱରଙ୍କ ବାର୍ତ୍ତା କହିବାକୁ ଗ୍ଭହେଁ।” ତେଣୁ ଦାସ ଆଗରେ ଗ୍ଭଲିଲା।
ଶାମୁୟେଲ ଶାଉଲଙ୍କୁ ଅଭିଷେକ କଲେ
10 ଶାମୁୟେଲ ଏକ ସ୍ୱତନ୍ତ୍ର ତୈଳପାତ୍ର ନେଇ ଶାଉଲଙ୍କ ମସ୍ତକରେ ତାହା ଢାଳିଲେ ଓ ତାଙ୍କୁ ଚୁମ୍ବନ କରି କହିଲେ, “ସଦାପ୍ରଭୁ ତାଙ୍କ ଲୋକମାନଙ୍କର ନେତା ହେବା ପାଇଁ ତୁମ୍ଭକୁ ଅଭିଷିକ୍ତ କରିଛନ୍ତି। ତୁମ୍ଭେ ତାଙ୍କର ଲୋକମାନଙ୍କୁ ନିମନ୍ତ୍ରଣ କରିବ। ତୁମ୍ଭେ ସେମାନଙ୍କର ଚତୁର୍ଦ୍ଦିଗର ଶତ୍ରୁମାନଙ୍କଠାରୁ ରକ୍ଷା କରିବ। ସଦାପ୍ରଭୁ ତୁମ୍ଭକୁ ନେତା ହେବା ପାଇଁ ଅଭିଷିକ୍ତ କରିଛନ୍ତି। ଏ ଚିହ୍ନ ଏହାର ସତ୍ୟତା ପ୍ରତିପାଦନ କରିବ। 2 ଆଜି ତୁମ୍ଭେ ମୋତେ ଏଠି ଛାଡ଼ି ଗଲାପରେ ବିନ୍ୟାମୀନ ସୀମାର ସେଲଠାରେ ରାହେଲର କବର ନିକଟରେ ଦୁଇ ପୁରୁଷଙ୍କ ସାକ୍ଷାତ ପାଇବ। ସେ ଦୁଇଜଣ ତୁମ୍ଭକୁ କହିବେ, ‘ତୁମ୍ଭେ ଯେଉଁ ଗଧମାନଙ୍କୁ ଖୋଜୁଥିଲ, ସେମାନେ ମିଳିଛନ୍ତି। ତୁମ୍ଭ ବାପା ଗଧମାନଙ୍କ ପାଇଁ ବ୍ୟସ୍ତ ନୁହନ୍ତି ବରଂ ତୁମ୍ଭ ପାଇଁ ଅଟନ୍ତି ଓ କହନ୍ତି, ମୋ’ ପୁଅ ପାଇଁ ମୁଁ କ’ଣ କରିବି।’”
3 ଶାମୁୟେଲ କହିଲେ, “ତୁମ୍ଭେ ସେଠାରୁ ଆଗକୁ ଗଲେ ତାବୋରର ଅଲୋନବୃକ୍ଷ ନିକଟରେ ପହଞ୍ଚିବ, ତୁମ୍ଭେ ବୈଥେଲ୍କୁ ପରମେଶ୍ୱରଙ୍କ ନିକଟକୁ ଉପାସନା ପାଇଁ ଯାଉଥିବାର ଏପରି ତିନି ପୁରୁଷଙ୍କର ସାକ୍ଷାତ ପାଇବ। ସେଠାରେ ଜଣେ ତିନୋଟି ଯୁବା ଛେଳି, ଆଉ ଜଣେ ତିନୋଟି ରୋଟୀ ଏବଂ ଆଉ ଜଣେ କୁମ୍ପାଏ ଦ୍ରାକ୍ଷାରସ ନେବ। 4 ସେମାନେ ତୁମ୍ଭକୁ ଅଭ୍ୟର୍ଥନା କରିବେ ଓ ଦୁଇଟି ରୋଟୀ ଦେବେ, ଏବଂ ତୁମ୍ଭେ ସେମାନଙ୍କଠାରୁ ତାହା ଗ୍ରହଣ କରିବ। 5 ତା'ପରେ ତୁମ୍ଭେମାନେ ଗିବିୟୋଥ ଓ ଲୋହିମକୁ ଯିବ। ସେଠାରେ ପଲେଷ୍ଟୀୟମାନଙ୍କ ପ୍ରହରୀଗଣ ଅଛନ୍ତି। ଯେତେବେଳେ ତୁମ୍ଭେ ସହରର ପ୍ରବେଶ ଦ୍ୱାର ନିକଟରେ ପହଞ୍ଚିବ, ଉପାସନା ସ୍ଥଳରୁ ଦଳେ ଯାଜକ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରି ବଇଁଶୀ, ତମ୍ବୁରା ଓ ବୀଣା ବଜାଇ ଆସୁଥିବାର ଦେଖିବ। 6 ସଦାପ୍ରଭୁଙ୍କର ଆତ୍ମା ତୁମ୍ଭ ନିକଟକୁ ବିରାଟ ଶକ୍ତିରେ ଆସିବ ଏବଂ ତୁମ୍ଭେ ସେମାନଙ୍କ ସହିତ ଭବିଷ୍ୟଦ୍ବାଣୀ କହିବ ଏବଂ ତୁମ୍ଭେ ଜଣେ ଅଲଗା ବ୍ୟକ୍ତି ହୋଇଯିବ। 7 ସମ୍ଭବତଃ ସେହି ସମସ୍ତ ଚିହ୍ନ ଅତିକ୍ରମ କରିବାକୁ ଲାଗିଲା, ତୁମ୍ଭେ ଯାହା କରିବାକୁ ପସନ୍ଦ କରିବ ତାହା କରିବ। କାରଣ ପରମେଶ୍ୱର ତୁମ୍ଭ ସହିତ ଅଛନ୍ତି।
8 “ମୋ’ ପୂର୍ବରୁ ପ୍ରଥମେ ତୁମ୍ଭେ ଗିଲ୍ଗଲ୍କୁ ଯିବ। ତା'ପରେ ମୁଁ ସେଠାକୁ ହୋମବଳି ଓ ମଙ୍ଗଳାର୍ଥକ ବଳିରେ ଉତ୍ସର୍ଗ କରିବି। ମୁଁ ଆସି ତୁମ୍ଭକୁ କ’ଣ କରିବାକୁ ହେବ କହିବା ପର୍ଯ୍ୟନ୍ତ, ତୁମ୍ଭେ ସେଠାରେ ସାତ ଦିନ ଅପେକ୍ଷା କରିବାକୁ ହେବ।”
ଶାଉଲ ଭବିଷ୍ୟଦ୍ବକ୍ତାମାନଙ୍କ ପରି ହେଲେ
9 ଏହା ପରେ ସେ ଶାମୁୟେଲଙ୍କୁ ଛାଡ଼ିଯିବା ପାଇଁ ପିଠି ଫେରାନ୍ତେ ପରମେଶ୍ୱର ତାଙ୍କର ହୃଦୟ ପରିବର୍ତ୍ତନ କରିଦେଲେ ଓ ସେହି ଦିନ ସେ ସମସ୍ତ ଚିହ୍ନ ଘଟିଲା। 10 ଶାଉଲ ଏବଂ ତାଙ୍କର ସେବକ ଜିବେଥ୍ଇଲୋହିମ୍କୁ ଗଲେ। ସେହି ସ୍ଥାନରେ ଶାଉଲ ଦଳେ ଭବିଷ୍ୟଦ୍ବକ୍ତାଙ୍କୁ ଭେଟିଲେ। ପୁଣି ପରମେଶ୍ୱରଙ୍କ ଆତ୍ମା ତାହାଙ୍କୁ ଆକ୍ରାନ୍ତ କରନ୍ତେ ସେ ସେମାନଙ୍କ ଭିତରେ ନାଚି, ଗାଈ ଭବିଷ୍ୟଦ୍ବାଣୀ ପ୍ରଗ୍ଭର କରିବାକୁ ଲାଗିଲେ। 11 ଏଥିରେ ଯେଉଁମାନେ ପୂର୍ବରୁ ଶାଉଲଙ୍କୁ ଜାଣିଥିଲେ ସେମାନେ ଦେଖିଲେ ଯେ, ସେ ଭବିଷ୍ୟଦ୍ବକ୍ତାଙ୍କ ପରି ଅନ୍ୟ ଭବିଷ୍ୟଦ୍ବକ୍ତାମାନଙ୍କ ଗହଣରେ ନାଚୁଥିଲେ ଓ ଗାଉଥିଲେ। ତା'ପରେ ଲୋକମାନେ ପରସ୍ପର କୁହାକୁହି ହେବାକୁ ଲାଗିଲେ, “କୀଶ୍ର ପୁତ୍ର ପ୍ରତି କ’ଣ ଘଟିଲା? ଶାଉଲ କ’ଣ ଭବିଷ୍ୟଦ୍ବକ୍ତାମାନଙ୍କ ମଧ୍ୟରେ ଜଣେ?”
12 ତହିଁରେ ସେହି ସ୍ଥାନସ୍ଥ ଜଣେ ଉତ୍ତର କରି କହିଲେ, “ଆଚ୍ଛା! ଏହା ଜଣାଯାଏ ଶାଉଲ ଜଣେ ଭବିଷ୍ୟଦ୍ବକ୍ତାମାନଙ୍କର ନେତା” ଏହେତୁ “ଶାଉଲ କି ଭବିଷ୍ୟଦ୍ବକ୍ତାମାନଙ୍କ ମଧ୍ୟରେ ଜଣେ” ଏହି କଥା ଏକ ବଡ଼ ପ୍ରବାଦ ହୋଇ ଉଠିଲା।
ଶାଉଲ ଘରେ ପହଞ୍ଚିଲେ
13 ତା'ପରେ ସେ ଭବିଷ୍ୟଦ୍ବାଣୀ କହିବା ବନ୍ଦ କଲେ ଏବଂ ଉପାସନା କରିବାକୁ ଗୃହ ନିକଟସ୍ଥ ଉଚ୍ଚସ୍ଥଳୀକୁ ଗଲେ।
14 ଶାଉଲଙ୍କ କକା ତାଙ୍କୁ ଓ ତାଙ୍କର ଯୁବାଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ କେଉଁଠାକୁ ଯାଇଥିଲ।”
ଶାଉଲ ଉତ୍ତର ଦେଲା, “ଗଧ ଖୋଜିବାକୁ ଯାଇଥିଲୁ। କିନ୍ତୁ ସେମାନେ ନ ମିଳିବାରୁ ଆମ୍ଭେ ଶାମୁୟେଲ ନିକଟକୁ ଦେଖାକରିବାକୁ ଆସିଲୁ।”
15 ଏଥିରେ ଶାଉଲଙ୍କ ପିତୃବ୍ୟ କହିଲେ, “ମୁଁ ନିବେଦନ କରୁଛି ଶାମୁୟେଲ ତୁମ୍ଭକୁ କ’ଣ କହିଲେ ମୋତେ କୁହ।”
16 ଶାଉଲ ଉତ୍ତରରେ କହିଲେ, “ସେ କହିଲେ ଯେ, ଗଧମାନେ ମିଳି ଗଲେଣି।” କିନ୍ତୁ ଶାଉଲ ତା'ର କକାକୁ ଶାମୁୟେଲ ଦ୍ୱାରା କୁହାଯାଇଥିବା ରାଜତ୍ୱ ବିଷୟରେ କହିଲେ ନାହିଁ।
ଶାମୁୟେଲ ଶାଉଲଙ୍କୁ ରାଜା ପଦରେ ଘୋଷଣା କଲେ
17 ଶାମୁୟେଲ ଇସ୍ରାଏଲବାସୀଙ୍କୁ ମିସ୍ପୀରେ ଏକତ୍ରିତ ହେବା ପାଇଁ ଡକାଇଲେ। 18 ସେ ଇସ୍ରାଏଲବାସୀଙ୍କୁ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ‘ମୁଁ ଇସ୍ରାଏଲକୁ ମିଶରରୁ ବାହାର କରି ଆଣିଲି, ମୁଁ ତୁମ୍ଭମାନଙ୍କୁ ମିଶରୀୟମାନଙ୍କଠାରୁ ରକ୍ଷା କଲି ଓ ଅନ୍ୟ ଦେଶମାନଙ୍କର ନିୟନ୍ତ୍ରଣରୁ ତୁମ୍ଭକୁ ରକ୍ଷା କଲି।’ 19 କିନ୍ତୁ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ଆଜି ପରିତ୍ୟାଗ କଲ। ପରମେଶ୍ୱର ତୁମ୍ଭମାନଙ୍କୁ ସବୁ ଅସୁବିଧାରୁ ଓ ସମସ୍ୟାରୁ ରକ୍ଷା କରନ୍ତି। କିନ୍ତୁ ତୁମ୍ଭେମାନେ କହିଲ, ‘ଆମ୍ଭମାନଙ୍କୁ ଶାସନ କରିବାକୁ ଆମ୍ଭେ ଜଣେ ରାଜା ଗ୍ଭହୁଁ।’ ସେଥିପାଇଁ ତୁମ୍ଭମାନଙ୍କର ଜାତି ଓ ପରିବାରବର୍ଗ ଅନୁସାରେ ସଦାପ୍ରଭୁଙ୍କ ନିକଟରେ ଉପସ୍ଥିତ ହୁଅ।”
20 ଏପ୍ରକାରେ ଶାମୁୟେଲ ଇସ୍ରାଏଲର ସମସ୍ତ ପରିବାରବର୍ଗଙ୍କୁ ଏକତ୍ରିତ କରନ୍ତେ, ପ୍ରଥମତଃ ବିନ୍ୟାମୀନ ପରିବାରବର୍ଗ ନିର୍ଣ୍ଣିତ ହେଲା। 21 ଶାମୁୟେଲ କହିଲେ ଯେ, ବିନ୍ୟାମୀନ ପରିବାରବର୍ଗଙ୍କୁ ଏକ ଏକ ପରି ଆଗକୁ ଆସିବା ପାଇଁ। ମଟ୍ରିର ଗୋଷ୍ଠୀ ନିର୍ଣ୍ଣିତ ହେଲା। ତା'ପରେ ଶାମୁୟେଲ ସେହି ପରିବାରବର୍ଗର ପ୍ରତ୍ୟେକ ଲୋକଙ୍କୁ ଆଗକୁ ଆସିବାକୁ କହିଲେ। କୀଶ୍ଙ୍କ ପୁତ୍ର ଶାଉଲ ବଛାଗଲେ। କୀଶ୍ଙ୍କ ପୁତ୍ର ଶାଉଲଙ୍କୁ ସେଠାରେ ଖୋଜାଗଲା,
କିନ୍ତୁ ସେଠାରେ ଲୋକମାନେ ଶାଉଲଙ୍କୁ ଖୋଜି ପାଇଲେ ନାହିଁ। 22 ତା'ପରେ ଲୋକମାନେ ସଦାପ୍ରଭୁଙ୍କୁ ପଗ୍ଭରିଲେ, “ଏପର୍ଯ୍ୟନ୍ତ ଶାଉଲ ଏଠାକୁ ଆସିଛନ୍ତି କି?”
ସଦାପ୍ରଭୁ କହିଲେ, “ସେ ଏଠାରେ ଥିବା ସାମଗ୍ରୀମାନଙ୍କ ମଧ୍ୟରେ ନିଜକୁ ଗୋପନ ରଖିଛି।”
23 ଲୋକମାନେ ଖୋଜିଲେ ଏବଂ ତାଙ୍କୁ ସାମଗ୍ରୀ ପଛପଟେ ପାଇଲେ। ଶାଉଲ ଲୋକମାନଙ୍କ ମଧ୍ୟରେ ଛିଡ଼ା ହେଲେ ସେ ସମସ୍ତ ଲୋକଙ୍କ ଅପେକ୍ଷା ଲମ୍ବା ଥିଲେ।
24 ଶାମୁୟେଲ ଲୋକମାନଙ୍କୁ କହିଲେ, “ଏଇ ବ୍ୟକ୍ତିକୁ ଦେଖ। ପରମେଶ୍ୱର ତାଙ୍କୁ ମନୋନୀତ କରିଛନ୍ତି। ତୁମ୍ଭମାନଙ୍କ ମଧ୍ୟରେ ତାଙ୍କଠାରୁ ସୁପୁରୁଷ ଆଉ କେହି ନାହାନ୍ତି।”
ତା'ପରେ ଲୋକମାନେ ପାଟିକଲେ, “ରାଜା ଦୀର୍ଘଜୀବି ହୁଅନ୍ତୁ।”
25 ଶାମୁୟେଲ ଲୋକମାନଙ୍କୁ ବନ୍ଧୁତାର ନିୟମ ଜଣାଇଲେ ଏବଂ ତାହା ଖଣ୍ଡେ ପୁସ୍ତକରେ ଲେଖି ସଦାପ୍ରଭୁଙ୍କ ସମ୍ମୁଖରେ ରଖିଲେ। ତା'ପରେ ଶାମୁୟେଲ ଲୋକମାନଙ୍କୁ ନିଜ ନିଜ ଘରକୁ ଯିବାକୁ କହିଲେ।
26 ଶାଉଲ ମଧ୍ୟ ଗିବିୟାରେ ଥିବା ତାଙ୍କ ଘରକୁ ଫେରିଲେ। କେତେକ ସାହସୀ ବ୍ୟକ୍ତି ଯେଉଁମାନଙ୍କ ହୃଦୟ ପରମେଶ୍ୱର ସ୍ପର୍ଶ କରିଥିଲେ, ସେମାନେ ଶାଉଲଙ୍କୁ ଅନୁସରଣ କଲେ। 27 କିନ୍ତୁ କେତେ ଖଳ ବ୍ୟକ୍ତି କହିଲେ, “କେମିତି ଏ ଲୋକ ଆମକୁ ରକ୍ଷା କରିବ?” ସେମାନେ ଶାଉଲଙ୍କ ବିରୁଦ୍ଧରେ ଖରାପ କଥା କହିଲେ ଏବଂ ତାଙ୍କ ନିକଟକୁ ଉପହାର ଆଣିବା ପାଇଁ ବାରଣ କଲେ। କିନ୍ତୁ ଶାଉଲ ନୀରବ ରହିଲେ।
ନାହଶ ଅମ୍ମୋନୀୟଙ୍କ ରାଜା
ଅମ୍ମୋନୀୟକ ରାଜା ନାହଶ୍ ଗାଥ୍ ଓ ରୁବେନ୍ ଗୋଷ୍ଠୀଙ୍କ ଉପରେ ଆକ୍ରମଣ ଚଲାଉ ଥିଲେ। ନାହଶ୍ ସେମାନଙ୍କ ଦକ୍ଷିଣ ଚକ୍ଷୁ ଉପାଡ଼ି ଦେଉଥିଲେ। ଯର୍ଦ୍ଦନ ନଦୀର ପୂର୍ବ ଅବବାହିକାରେ ବାସ କରୁଥିବା ଇସ୍ରାଏଲୀୟମାନଙ୍କୁ ମଧ୍ୟ ସେ ନାଲି ଆଖି ଦେଖାଇ ରଖିଥିଲେ। ସେଥିପାଇଁ 7,000 ଇସ୍ରାଏଲୀୟ ଅମ୍ମୋନୀୟଠାରୁ ବାହାରି ଆସି ଯାବେଶ୍ ଗିଲିୟଦରେ ଅବସ୍ଥାନ କଲେ[b]।
11 ପ୍ରାୟ ଏକ ମାସ ପରେ ଅମ୍ମୋନୀୟ ନାହଶ ଏବଂ ତାଙ୍କ ସେନା ଯାବେଶ୍ ଗିଲିୟଦ ଛାଉଣି ସ୍ଥାପନ କଲେ। ଯାବେଶ୍ର ଲୋକ କହିଲେ, “ତୁମ୍ଭେ ଆମ୍ଭମାନଙ୍କ ପାଇଁ ଏକ ନିୟମ ପ୍ରବର୍ତ୍ତନ କର, ଆମ୍ଭେ ତାହା ପାଳନ କରିବୁ।”
2 ଅମ୍ମୋନୀୟ ନାହଶ ତାଙ୍କୁ ଉତ୍ତର କଲା, “ତୁମ୍ଭ ସମସ୍ତଙ୍କର ଦକ୍ଷିଣଚକ୍ଷୁ ଉପୁଡ଼ା ଗଲେ ମୁଁ ତା'ପରେ ନିୟମ ସ୍ଥିର କରିବି। ତଦ୍ଦ୍ୱାରା ସମସ୍ତ ଇସ୍ରାଏଲୀୟ ଲଜ୍ଜିତ ହେବେ।”
3 ଯାବେଶ୍ର ନେତାମାନେ କହିଲେ, “ଆମ୍ଭକୁ ସାତ ଦିନ ସମୟ ଦିଅ, ଆମ୍ଭେ ସାରା ଇସ୍ରାଏଲକୁ ଦୂତଗଣଙ୍କୁ ପଠାଇବୁ ଯଦି ଆମ୍ଭକୁ କେହି ସାହାଯ୍ୟ ନ କରନ୍ତି, ତେବେ ତୁମ୍ଭ ନିକଟକୁ ଆସିବୁ ଓ ସମର୍ପଣ କରିବୁ।”
ଶାଉଲ ଯାବେଶ୍-ଗିଲିୟଦ୍କୁ ରକ୍ଷା କଲେ
4 ଗିବିୟା ଦୂତ ଶାଉଲ ବାସ କରୁଥିବା ସହରରେ ଲୋକମାନଙ୍କୁ ଏହି କଥା କହିବାରୁ ଲୋକମାନେ ଦୁଃଖରେ କ୍ରନ୍ଦନ କରିବାକୁ ଲାଗିଲେ। 5 ଶାଉଲ ଗାଈମାନଙ୍କୁ ଚରାଇବା ପାଇଁ ବିଲକୁ ଯାଇଥିଲେ। ସେ ସେଠାରୁ ଆସି ଲୋକମାନେ କ୍ରନ୍ଦନ କରିବାର ଶୁଣିବାକୁ ପାଇଲେ। ଶାଉଲ କହିଲେ, “ତୁମ୍ଭର କ’ଣ ହୋଇଛି ତୁମ୍ଭେମାନେ ଏପରି କାନ୍ଦୁଛ କାହିଁକି?”
ତା'ପରେ ଲୋକମାନେ ତାଙ୍କୁ ଯାବେଶ୍ର ଦୂତମାନେ କହିଥିବା ସମସ୍ତ କଥା କହିଲେ। 6 ଶାଉଲ ସମସ୍ତ କଥା ଶୁଣିଲେ। ତା'ପରେ ପରମେଶ୍ୱରଙ୍କ ଆତ୍ମା ଶାଉଲଙ୍କ ଦେହରେ ଅତିଶୟ ପ୍ରଜ୍ୱଳିତ ହେଲା। ଶାଉଲ କ୍ରୋଧରେ ଜର୍ଜରିତ ହେଲେ। 7 ଶାଉଲ ହଳେ ବଳଦ ଆଣି ସେମାନଙ୍କୁ ଖଣ୍ତ ଖଣ୍ତ କରି କାଟିଲେ। ତା'ପରେ ସେ ଟୁକୁରାଗୁଡ଼ିକୁ ଦୂତଗଣକୁ ଦେଲେ। ସେ ଏହା ଇସ୍ରାଏଲୀୟଙ୍କୁ ସତର୍କ କରିବା ପାଇଁ ଦେଲେ। ସେ ଏକ ବାର୍ତ୍ତା ପଠାଇଲେ, “ଯଦି କେହି ଶାଉଲ ଏବଂ ଶାମୁୟେଲଙ୍କୁ ଅନୁସରଣ ନ କରନ୍ତି, ତେବେ ସେମାନଙ୍କର ଗାଈଗୁଡ଼ିକୁ ଏପରି ଖଣ୍ତ ଖଣ୍ତ କରି ଦିଆଯିବ।”
ତା'ପରେ ଏହି ବାର୍ତ୍ତା ପାଇବାପରେ ସଦାପ୍ରଭୁଙ୍କଠାରେ ଲୋକମାନଙ୍କର ଭୀତ ସଞ୍ଚାର ହେବାରୁ ସେମାନେ ଏକତ୍ରିତ ହୋଇ ଗୋଟିଏ ମଣିଷ ପରି ଆସିଲେ। 8 ଶାଉଲ ବେସକରେ ଲୋକମାନଙ୍କୁ ଏକାଠି କଲେ। ସେଠାରେ ଇସ୍ରାଏଲରୁ 300,000 ଲୋକ ଯିହୁଦାରୁ 30,000 ଲୋକ ଉପସ୍ଥିତ ହେଲେ।
9 ଶାଉଲ ଏବଂ ତାଙ୍କ ସୈନ୍ୟମାନେ ଯାବେଶ୍ର ଦୂତମାନଙ୍କୁ କହିଲେ, “ତୁମ୍ଭେମାନେ ଯାବେଶ୍ ଗିଲିୟଦର ଲୋକମାନଙ୍କୁ କୁହ ଆସନ୍ତା କାଲି ମଧ୍ୟାହ୍ନ ସୁଦ୍ଧା ସେମାନେ ମୁକ୍ତ ହେବେ।”
ଦୂତମାନେ ଫେରି ଶାଉଲଙ୍କ ବାର୍ତ୍ତା ଯାବେଶ୍ର ଲୋକମାନଙ୍କୁ କହିଲେ ଏବଂ ସେମାନେ ବହୁତ ଖୁସୀ ହେଲେ। 10 ତା'ପରେ ଯାବେଶ୍ର ଲୋକମାନେ ଅମ୍ମୋନୀୟ ନାହଶକୁ କହିଲେ, “ଆସନ୍ତା କାଲି ଆମ୍ଭେମାନେ ତୁମ୍ଭମାନଙ୍କ ନିକଟକୁ ଆସିବୁ। ତୁମ୍ଭର ଯାହା ଇଚ୍ଛା ହେବ ତାହା ଆମ୍ଭମାନଙ୍କ ପ୍ରତି କରିବ।”
11 ତା’ ପରଦିନ ପ୍ରଭାତରେ ଶାଉଲ ତାଙ୍କ ସୈନ୍ୟମାନଙ୍କୁ ତିନିଭାଗ କରି ସୂର୍ଯ୍ୟୋଦୟ ସମୟରେ ଅମ୍ମୋନୀୟ ଶିବିରରେ ଅତର୍କିତଆକ୍ରମଣ କଲେ। ସେମାନେ ସେମାନଙ୍କର ପ୍ରହରୀସବୁ ପରିବର୍ତ୍ତନ କରୁଥିଲେ ତେଣୁ ପୂର୍ବାହ୍ନ ପୂର୍ବରୁ ଶାଉଲ ଏବଂ ତାଙ୍କ ସୈନ୍ୟ ତାଙ୍କୁ ପରାସ୍ତ କଲେ ଅମ୍ମୋନୀୟମାନେ ବିଭିନ୍ନ ଆଡ଼େ ଦୌଡ଼ି ପଳାଇଲେ। ସୈନ୍ୟମାନେ ଏପରି ପଳାୟନ କଲେ ଯେ, ଦୁଇଟି ସୈନ୍ୟ ଏକତ୍ରିତ ହୋଇ ପାରିଲେ ନାହିଁ।
12 ତା'ପରେ ଲୋକମାନେ ଶାମୁୟେଲଙ୍କୁ ପଗ୍ଭରିଲେ, “ଯେଉଁମାନେ ଶାଉଲଙ୍କୁ ବିରୁଦ୍ଧ କରୁଥିଲେ ସେମାନେ କେଉଁଠି ଅଛନ୍ତି। ସେ ଲୋକମାନଙ୍କୁ ଆମ୍ଭେ ହତ୍ୟା କରିବୁ।”
13 ଶାଉଲ କହିଲେ, “ନା! ଆଜି କାହାକୁ ହତ୍ୟା କର ନାହିଁ। ସଦାପ୍ରଭୁ ଆଜି ଇସ୍ରାଏଲୀୟମାନଙ୍କୁ ରକ୍ଷା କରିଛନ୍ତି।”
14 ତା'ପରେ ଶାମୁୟେଲ ଲୋକମାନଙ୍କୁ କହିଲେ, “ଆସ ଗିଲ୍ଗଲ୍କୁ ଯିବା, ସେଠାରେ ଶାଉଲଙ୍କୁ ପୁନର୍ବାର ରାଜାରୂପେ ଅଭିଷିକ୍ତ କରିବା।”
15 ତା'ପରେ ସମସ୍ତେ ଗିଲ୍ଗଲ୍ ଗଲେ, ସେଠାରେ ସଦାପ୍ରଭୁଙ୍କ ସମ୍ମୁଖରେ ଶାଉଲଙ୍କୁ ରାଜାରୂପେ ଅଭିଷକ୍ତ କଲେ। ସେମାନେ ସମସ୍ତେ ସଦାପ୍ରଭୁଙ୍କୁ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। ଶାଉଲ ଏବଂ ଇସ୍ରାଏଲୀୟମାନେ ମହା ଆନନ୍ଦରେ ଏହା ପାଳନ କଲେ।
ଶାମୁୟେଲ ରାଜାଙ୍କ ବିଷୟରେ କହିଲେ
12 ଶାମୁୟେଲ ସମସ୍ତ ଇସ୍ରାଏଲୀଙ୍କୁ କହିଲେ, “ତୁମ୍ଭେମାନେ ମୋତେ ଯାହା ଯାହା କହିଲ, ମୁଁ ସେ ପ୍ରକାରେ ତୁମ୍ଭମାନଙ୍କର ଏକ ରାଜା ନିୟୋଜନ କଲି। 2 ବର୍ତ୍ତମାନ ତୁମ୍ଭର ନେତୃତ୍ୱ କରିବା ପାଇଁ ଜଣେ ରାଜା ଅଛନ୍ତି। ମୁଁ ବୃଦ୍ଧ ଓ ପକ୍ୱକେଶ ହୋଇ ଗଲିଣି। ମୁଁ ମୋ’ ଯୁବାବସ୍ଥାରୁ ତୁମ୍ଭ ମୁନିବ ଥିଲି। ବର୍ତ୍ତମାନ ମୋ’ ପୁଅମାନେ ତୁମ୍ଭ ସାଥୀରେ ଅଛନ୍ତି। 3 ମୁଁ ତୁମ୍ଭମାନଙ୍କ ସମ୍ମୁଖରେ ଉପସ୍ଥିତ ଅଛି। ଯଦି ମୁଁ କିଛି ଭୁଲ୍ କରିଛି ତୁମ୍ଭେମାନେ ନିଶ୍ଚିତଭାବେ ସଦାପ୍ରଭୁ ଏବଂ ତାଙ୍କ ମନୋନୀତ ରାଜାକୁ କୁହ। ମୁଁ କାହାର ଗଧ କିମ୍ବା ଗାଈ ଗ୍ଭେରି କରିଛି କି? ମୁଁ କାହାକୁ ଆଘାତ କିମ୍ବା ଧକ୍କା ଦେଇଛି କି? ମୁଁ ମୋର ଚକ୍ଷୁକୁ ଅନ୍ଧ କରିବା ପାଇଁ କାହା ହସ୍ତରୁ ଲାଞ୍ଚ ନେଇ ନାହିଁ, ଯେପରିକି ମୁଁ ଅନ୍ୟ ଦ୍ୱାରା ଅପରାଧ କରିଥିବା ଉପଦ୍ରବ୍ୟ ଦେଖି ନ ପାରେ? ଯଦି ମୁଁ ଏଥିରୁ କୌଣସିଟି କରିଛି, ତେବେ ମୁଁ ତାହା ଭରଣା କରିବା ପାଇଁ ପ୍ରସ୍ତୁତ ଅଛି।”
4 ଇସ୍ରାଏଲୀୟମାନେ ଉତ୍ତର ଦେଲେ, “ନା! ତୁମ୍ଭେ ଏପରି ଖରାପ କାମ କେବେ ବି କରି ନାହଁ। ତୁମ୍ଭେ ଆମକୁ ଠକି ନାହଁ କିମ୍ବା ଆମ୍ଭଠାରୁ କିଛି ନେଇ ନାହଁ।”
5 ଶାମୁୟେଲ ଇସ୍ରାଏଲୀୟମାନଙ୍କୁ କହିଲେ, “ତୁମ୍ଭେ ଯାହା କହିଲ ସଦାପ୍ରଭୁ ଏବଂ ନୂତନ ମନୋନୀତ ରାଜା ତାହା ଶୁଣିଲେ, ସେମାନେ ଦୃଢ଼ କରିବାକୁ ସାକ୍ଷୀ ରହିଲେ ଯେ ତୁମ୍ଭ ବିରୁଦ୍ଧରେ ଜାଣିଲେ ମୁଁ କିଛି ଭୁଲ୍ କରି ନାହିଁ।” ଲୋକମାନେ କହିଲେ, “ହଁ ସଦାପ୍ରଭୁ ସାକ୍ଷୀ ଅଛନ୍ତି ଏହା ସତ୍ୟ।”
6 ଶାମୁୟେଲ ଲୋକମାନଙ୍କୁ କହିଲେ, “ଯାହାସବୁ ଘଟିଛି ସଦାପ୍ରଭୁ ସବୁ ଦେଖିଛନ୍ତି। ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ ନିଯୁକ୍ତି କରିଥିଲେ ଏବଂ ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷଙ୍କୁ ମିଶରରୁ ବାହାର କରି ଆଣିଥିଲେ। 7 ଆହୁରି ମଧ୍ୟ ଶୁଣ ମୁଁ ତୁମ୍ଭକୁ ସଦାପ୍ରଭୁଙ୍କ ତୁମ୍ଭମାନଙ୍କ ପ୍ରତି ଅଲୌକିକତା ଓ ତୁମ୍ଭ ପୂର୍ବପୁରୁଷଙ୍କ କଥା କହିବି।
8 “ଯାକୁବ ମିଶରକୁ ଗଲା ଉତ୍ତାରୁ ମିଶରୀୟମାନେ ତୁମ୍ଭମାନଙ୍କର ବଂଶଧରଗଣଙ୍କର ଜୀବନକୁ ଦୁର୍ବିସହ କରିଦେଲେ। ତେଣୁ ସେମାନେ ସାହାଯ୍ୟ ପାଇଁ ସଦାପ୍ରଭୁଙ୍କୁ ଡାକିଲେ। ସେତେବେଳେ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ ପଠାଇଲେ। ସେମାନେ ତୁମ୍ଭମାନଙ୍କ ପୂର୍ବପୁରୁଷଙ୍କୁ ମିଶରରୁ ଆଣିଲେ ଏବଂ ଏହି ସ୍ଥାନରେ ବାସ କରାଇଲେ।
9 “କିନ୍ତୁ ତୁମ୍ଭ ପୂର୍ବପୁରୁଷମାନେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱରଙ୍କୁ ପାଶୋରିବାରୁ ସଦାପ୍ରଭୁ ସେମାନଙ୍କୁ ସୀଷରାର କ୍ରୀତଦାସ କରାଇଲେ। ସୀଷରା ହାତ୍ସୋର ସୈନ୍ୟବାହିନୀର ସେନାପତି ଥିଲେ। ସଦାପ୍ରଭୁ ସେମାନଙ୍କୁ ପଲେଷ୍ଟୀୟମାନଙ୍କର ଓ ମୋୟାବ ରାଜାର ଦାସ କଲେ। ସେମାନେ ସମସ୍ତେ ତୁମ୍ଭମାନଙ୍କର ପୂର୍ବପୁରୁଷଗଣ ସହିତ ଯୁଦ୍ଧ କଲେ। 10 ତା'ପରେ ତୁମ୍ଭ ପୂର୍ବପୁରୁଷମାନେ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରି କହିଲେ, ‘ଆମ୍ଭେମାନେ ପାପ କରିଛୁ ଯେହେତୁ ଆମ୍ଭେ ସଦାପ୍ରଭୁଙ୍କୁ ତ୍ୟାଗ କରି ବାଲ୍ଦେବଗଣର ଏବଂ ଅଷ୍ଟାରୋତ୍ ଦେବଗଣର ପୂଜା କରୁଛୁ। ଏବେ ଆମ୍ଭମାନଙ୍କୁ ଶତ୍ରୁ କବଳରୁ ରକ୍ଷା କର, ଆମ୍ଭେମାନେ ତୁମ୍ଭର ଉପାସନା କରିବୁ।’
11 “ସଦାପ୍ରଭୁ ତୁମ୍ଭମାନଙ୍କୁ ଯିରୁବ୍ବାଲ୍କୁ, ବଦାନ୍କୁ, ଯିପ୍ତହକୁ ଓ ଶାମୁୟେଲଙ୍କୁ ପଠାଇ ଚତୁର୍ଦ୍ଦିଗରେ ଥିବା ତୁମ୍ଭ ଶତ୍ରୁମାନଙ୍କ କବଳରୁ ତୁମ୍ଭମାନଙ୍କୁ ରକ୍ଷା କଲେ। ତହିଁରେ ତୁମ୍ଭେମାନେ ନିର୍ଭୟରେ ବାସ କଲ। 12 ତା'ପରେ ତୁମ୍ଭେ ଦେଖିଲ ଅମ୍ମୋନର ରାଜା ନାହଶ ତୁମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ତୁମ୍ଭେ କହିଲ, ‘ନା! ଆମ୍ଭେ ଜଣେ ରାଜା ଗ୍ଭହୁଁ’ ଯଦିଓ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭମାନଙ୍କର ରାଜା ଥିଲେ। 13 ବର୍ତ୍ତମାନ ତୁମ୍ଭମାନଙ୍କ ଅନୁରୋଧ ଓ ପସନ୍ଦ ଅନୁସାରେ ସଦାପ୍ରଭୁ ତୁମ୍ଭକୁ ଶାସନ କରିବା ପାଇଁ ଜଣେ ରାଜାଙ୍କୁ ଦେଇଛନ୍ତି। 14 ବର୍ତ୍ତମାନ ଯଦି ତୁମ୍ଭେମାନେ ସଦାପ୍ରଭୁଙ୍କୁ ଭୟ କର ଓ ତାଙ୍କୁ ସେବା କର, ଯେବେ ତୁମ୍ଭେମାନେ ତାଙ୍କର ବାକ୍ୟ ଶୁଣ, ତାଙ୍କର ଆଜ୍ଞା ପାଳନ କର ଏବଂ ତାଙ୍କ ବିରୁଦ୍ଧରେ ନ ଯାଅ, ପୁଣି ତୁମ୍ଭେମାନେ ଓ ତୁମ୍ଭମାନଙ୍କର ଶାସକ ରାଜା, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ଦ୍ୱାରା ରକ୍ଷା ପାଇବ[c]। 15 କିନ୍ତୁ ଯଦି ତୁମ୍ଭେ ସଦାପ୍ରଭୁଙ୍କ କଥା ନ ମାନ ଏବଂ ତାଙ୍କ ବିରୁଦ୍ଧରେ ଯାଅ, ତେବେ ପରମେଶ୍ୱରଙ୍କର ହସ୍ତ ତୁମ୍ଭମାନଙ୍କ ବିରୁଦ୍ଧରେ ଯିବ। ଯେପରି ସେ ତୁମ୍ଭମାନଙ୍କର ପୂର୍ବପୁରୁଷଗଣଙ୍କ ବିରୁଦ୍ଧରେ ଥିଲେ।
16 “ବର୍ତ୍ତମାନ ଧିର ହୋଇ ଛିଡ଼ା ହୁଅ ଓ ସଦାପ୍ରଭୁ ତୁମ୍ଭମାନଙ୍କ ସମ୍ମୁଖରେ ଯେଉଁ ମହତ୍ କାର୍ଯ୍ୟ କରିବେ ଦେଖ। 17 ବର୍ତ୍ତମାନ ଗହମ କାଟିବାର ସମୟ[d]। କିନ୍ତୁ ମୁଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବି ଯେପରି ସେ ମେଘ ଗର୍ଜନ ଓ ବୃଷ୍ଟି ପଠାଇବେ। ସେଥିରୁ ତୁମ୍ଭେମାନେ ଜାଣିବ ଯେ, ସଦାପ୍ରଭୁଙ୍କ ବିରୁଦ୍ଧରେ ତୁମ୍ଭେ ରାଜା ଦାବିକରି ବହୁତ ପାପ କରିଅଛ।”
18 ତେଣୁ ଶାମୁୟେଲ ସଦାପ୍ରଭୁଙ୍କୁ ଡାକିଲେ, ସେହି ସମୟରେ ସଦାପ୍ରଭୁ ମେଘଗର୍ଜନ ଓ ବୃଷ୍ଟି ପଠାଇଲେ। ତେଣୁ ସବୁଲୋକ ସଦାପ୍ରଭୁ ଓ ଶାମୁୟେଲଙ୍କୁ ଭୟ କଲେ। 19 ସମସ୍ତ ଲୋକ ଶାମୁୟେଲଙ୍କୁ କହିଲେ, “ଆମ୍ଭେମାନେ ଯେପରି ନ ମରୁ ସେଥିପାଇଁ ତୁମ୍ଭେ ଆପଣା ଦାସମାନଙ୍କ ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କର, କାରଣ ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ଅନେକ ଥର ପାପ କରିଅଛୁ ଏବଂ ବର୍ତ୍ତମାନ ଆମ୍ଭେମାନେ ରାଜାଙ୍କୁ ମାଗି ପାପକୁ ବଢ଼େଇ ଦେଉଛୁ।”
20 ତା'ପରେ ଶାମୁୟେଲ ଲୋକମାନଙ୍କୁ କହିଲେ, “ଭୟଭୀତ ହୁଅ ନାହିଁ। ଏହା ସତ୍ୟ ତୁମ୍ଭେମାନେ ଏହିସବୁ ବହୁତ ମନ୍ଦକାର୍ଯ୍ୟ କରିଛ କିନ୍ତୁ ସଦାପ୍ରଭୁଙ୍କୁ ଅନୁସରଣ କରିବା ବନ୍ଦ କର ନାହିଁ। ମନ ପ୍ରାଣ ଦେଇ ସଦାପ୍ରଭୁଙ୍କର ସେବା କର। 21 ମୂର୍ତ୍ତିଗୁଡ଼ିକୁ ଅନୁସରଣ କରିବା ପାଇଁ ପରମେଶ୍ୱରଙ୍କଠାରୁ ଦୌଡ଼ି ପଳାଅ ନାହିଁ! ସେମାନେ ଅସାର, ସେମାନେ ମଙ୍ଗଳ କରିବା ପାଇଁ କିମ୍ବା ତୁମ୍ଭମାନଙ୍କୁ ରକ୍ଷା କରିବା ପାଇଁ ଅକ୍ଷମ ଅଟନ୍ତି।
22 “ସଦାପ୍ରଭୁ ଆପଣା ମହାନ ନାମ ସକାଶେ ଆପଣା ଲୋକମାନଙ୍କୁ ତ୍ୟାଗ କରିବେ ନାହିଁ। କାରଣ ତୁମ୍ଭମାନଙ୍କୁ ଆପଣା ଲୋକ କରିବା ପାଇଁ ସଦାପ୍ରଭୁ ସନ୍ତୁଷ୍ଟ ହୋଇ ଅଛନ୍ତି। 23 ମୋ’ ପକ୍ଷରେ, ମୁଁ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରିବାରୁ ନିବୃତ୍ତ ହେବି ନାହିଁ। ଯଦି ମୁଁ ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରିବା ବନ୍ଦ କରି ଦେବି, ତେବେ ମୁଁ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିବି। ମୁଁ ତୁମ୍ଭମାନଙ୍କୁ ଉତ୍ତମ ଓ ସତ୍ଶିକ୍ଷା ଦେବା ଗ୍ଭଲୁ ରଖିବି। 24 କିନ୍ତୁ ତୁମ୍ଭେମାନେ ନିଶ୍ଚିତ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କର। ମନ ପ୍ରାଣ ଦେଇ ସଦାପ୍ରଭୁଙ୍କ ସେବା କର, କାରଣ ସେ ତୁମ୍ଭମାନଙ୍କ ନିମନ୍ତେ ବଡ଼ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଛନ୍ତି। 25 କିନ୍ତୁ ଯଦି ତୁମ୍ଭେମାନେ କ୍ରମାଗତ କୁକର୍ମ କରିବାରେ ଆଗ୍ରହ ପ୍ରକାଶ କର, ତେବେ ତୁମ୍ଭେମାନେ ଓ ତୁମ୍ଭମାନଙ୍କ ରାଜା ଧ୍ୱଂସ ହେବ।”
2010 by World Bible Translation Center