Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ବିଗ୍ଭରକର୍ତ୍ତାମାନଙ୍କ ବିବରଣ 3-5

1-2 ସଦାପ୍ରଭୁ ସେହି ଭୂମିରେ ରହିବା ପାଇଁ ସେହି ଜାତିକୁ ଅନୁମତି ଦେଲେ। ସେ ଇସ୍ରାଏଲର ଲୋକମାନଙ୍କୁ ଏହିପରି ପରୀକ୍ଷା କଲେ। ଇସ୍ରାଏଲର ଲୋକମାନଙ୍କ ମଧ୍ୟରୁ କେହି ହେଲେ ଜଣେ ସେହି ସମୟରେ କିଣାନ ଦେଶକୁ ଯୁଦ୍ଧରେ ହରାଇବାକୁ ଲଢ଼େଇ କରି ନ ଥିଲେ। ତେଣୁ ସଦାପ୍ରଭୁ ସେହି ଭୂମିରୁ ଅନ୍ୟ ଜାତିକୁ ବିତାଡ଼ିତ କରି ନ ଥିଲେ। ସଦାପ୍ରଭୁ ଏହିପରି କଲେ, ଇସ୍ରାଏଲକୁ ଶିଖାଇଲେ ଯେଉଁମାନେ କିଣାନ ଦେଶ ବିରୁଦ୍ଧରେ ଯୁଦ୍ଧ କରି ନ ଥିଲେ। ସଦାପ୍ରଭୁ ଭୂମିକୁ ପରିତ୍ୟାଗ କରି, ଏହି ଜାତିର ଶୁଚି ଅଟେ। ପଲେଷ୍ଟୀୟମାନଙ୍କ ପାଞ୍ଚ ଅଧିପତି, ବା‌‌ଲ୍‌‌ହର୍ମୋନ ପର୍ବତଠାରୁ ହମାତରେ ପ୍ରବେଶିବା ପଥ ପର୍ଯ୍ୟନ୍ତ ଲିବାନୋନ ପର୍ବତ ନିବାସୀ ସମସ୍ତ କିଣାନୀୟ ସୀଦୋନୀୟ ଏବଂ ହିବ୍ବୀୟ ଲୋକମାନେ। ସଦାପ୍ରଭୁ ଇସ୍ରାଏଲର ଲୋକମାନଙ୍କୁ ପରୀକ୍ଷା କରିବା ପାଇଁ ସେହି ଜାତିଗୁଡ଼ିକ ଭୂମିରେ ପରିତ୍ୟାଗ କଲେ। ସଦାପ୍ରଭୁ ଦେଖିବାକୁ ଗ୍ଭହିଁଲେ, ଯଦି ଏହି ଲୋକମାନେ ମୋଶାଙ୍କ ଦ୍ୱାରା ସେମାନଙ୍କର ପୂର୍ବପୁରୁଷମାନଙ୍କୁ ସଦାପ୍ରଭୁଙ୍କ ଦ୍ୱାରା ଦେଖାଯାଇଥିବା ଆଦେଶଗୁଡ଼ିକ ମାନୁଛନ୍ତି।

ଇସ୍ରାଏଲୀୟ କିଣାନୀୟ, ହିତ୍ତୀୟ, ଇମୋରୀୟ, ପିରିଷୀୟ, ହିବ୍ବୀୟ, ଏବଂ ଯିବୂଷୀୟ ସହିତ ବାସ କଲେ। ଇସ୍ରାଏଲୀୟ ସେହି ଲୋକମାନଙ୍କର ଝିଅମାନଙ୍କୁ ବିବାହ କରିବାକୁ ଆରମ୍ଭ କଲେ। ସେମାନେ ସେମାନଙ୍କର ଝିଅମାନଙ୍କୁ ସେହି ଲୋକମାନଙ୍କର ପୁଅମାନଙ୍କ ସହିତ ବିବାହ କରିବାକୁ ଅନୁମତି ଦେଲେ। ଏହା ବ୍ୟତିତ ଇସ୍ରାଏଲୀୟ ସେହି ଲୋକମାନଙ୍କର ଦେବତାଗଣଙ୍କୁ ପୂଜା କଲେ।

ପ୍ରଥମ ବିଗ୍ଭରକ ହେଲେ ଅତ୍ନୀୟେଲ

ସଦାପ୍ରଭୁଙ୍କ ଦୃଷ୍ଟିରେ ଇସ୍ରାଏଲୀୟ ଲୋକମାନେ ସବୁ ପ୍ରକାର କର୍ମରେ ରତ ଥିଲେ। ଯାହାସବୁ ସଦାପ୍ରଭୁଙ୍କ ଚକ୍ଷୁରେ ପାପ ଥିଲା। ଏବଂ ବା‌‌ଲ୍‌‌ଦେଶର ଦେବତାଗଣର ଆଶେରା ଦେବିଗଣର ପୂଜା କଲେ ଏବଂ ସଦାପ୍ରଭୁଙ୍କ ବିଷୟସବୁ ପାଶୋରି ଗଲେ। ସଦାପ୍ରଭୁଙ୍କ କୋପ ଇସ୍ରାଏଲବାସୀଙ୍କ ଉପରେ ପଡ଼ିଲା। ତେଣୁ ସେ ଅରାମ ନହରୟିମର ରାଜା କୂଶନରିଶିୟାଥୟିମର ହସ୍ତରେ ଇସ୍ରାଏଲବାସୀଙ୍କୁ ପରାସ୍ତ କଲେ। ତେଣୁ ଇସ୍ରାଏଲବାସୀମାନେ ଆଠ ବର୍ଷ ପର୍ଯ୍ୟନ୍ତ ତାଙ୍କର ସେବା କଲେ। ଏହା ପରେ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ। ସେମାନଙ୍କୁ ସାହାଯ୍ୟ ଓ ରକ୍ଷା କରିବା ପାଇଁ ସଦାପ୍ରଭୁ ଏକ ଲୋକ ପଠାଇଲେ। ସେହି ଲୋକର ନାମ ଥିଲା ଅତ୍ନୀୟେଲ। ସେ ଥିଲେ ‌‌‌କାଲେ‌ବଙ୍କର ସାନ ଭାଇ କ‌ନ୍‌ସରର ପୁତ୍ର। 10 ସଦାପ୍ରଭୁଙ୍କର ଆତ୍ମା ତାଙ୍କଠାରେ ପ୍ରବେଶ କଲାରୁ, ସେ ଇସ୍ରାଏଲର ଲୋକମାନଙ୍କର ବିଗ୍ଭର କଲେ, ଓ ଯୁଦ୍ଧ କରିବାକୁ ଆଗେଇ ଆସିଲେ। ଏବଂ ସଦାପ୍ରଭୁ କୂଶନ ରିଶିୟାଥୟିମକୁ ଅରାମୀୟର ରାଜାଙ୍କୁ ହରାଇବାରେ ଅତ୍ନୀୟେଲଙ୍କ ସାହାଯ୍ୟ କରିଥିଲେ ଓ ସେ ତାଙ୍କୁ ଆୟତ କଲେ। 11 ଅତଏବ, କ‌ନ୍‌ସର ପୁତ୍ର ଅତ୍ନୀୟେଲ ମୃତ୍ୟୁବରଣ କଲା ପର୍ଯ୍ୟନ୍ତ ଗ୍ଭଳିଶ୍ ବର୍ଷ ପାଇଁ ସେହି ଭୂମି ଶାନ୍ତିରେ ରହିଲା।

ବିଗ୍ଭରକ ଏହୂଦ

12 ଏହା ପରେ ଇସ୍ରାଏଲର ଲୋକମାନେ ସେହିସବୁ କଲେ, ଯାହା ସଦାପ୍ରଭୁ ମନ୍ଦ ବୋଲି କହିଥିଲେ। ତେଣୁ ସଦାପ୍ରଭୁ ଇଗ୍ଲୋନ, ମୋୟାବର ରାଜା ଶକ୍ତିଶାଳୀ ଇସ୍ରାଏଲର ଲୋକମାନଙ୍କୁ ହରାଇବାକୁ ପ୍ରସ୍ତୁତ କଲେ। 13 ରାଜା ଇଗ୍ଲୋନ ଅମ୍ମୋନୀୟ ଓ ଅମାଲେକୀୟ ସହିତ ସଂଯୁକ୍ତ ତିଆରି କଲେ। ସେମାନେ ଇସ୍ରାଏଲକୁ ଆକ୍ରମଣ କଲେ। ସେମାନେ ଇସ୍ରାଏଲୀୟମାନଙ୍କୁ ପରାସ୍ତ କଲେ ଏବଂ ଖର୍ଜ୍ଜୁରପୁର (ଯିରୀହୋ)ରୁ ତଡ଼ି ଦେଲେ। ଏବଂ ଇସ୍ରାଏଲମାନଙ୍କ ଖର୍ଜ୍ଜୁରପୁରର ସହରକୁ ଅଧିକାର କଲେ। 14 ମୋୟାବର ରାଜା ଇଗ୍ଲୋନ ଇସ୍ରାଏଲ ଉପରେ ଅଠର ବର୍ଷ ଶାସନ କଲେ।

15 ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ। ସଦାପ୍ରଭୁ ସେମାନଙ୍କୁ ରକ୍ଷା କରିବା ପାଇଁ ଉଦ୍ଧାର କର୍ତ୍ତାଙ୍କୁ ପଠାଇଲେ। ସେହି ଲୋକ ଜଣକ ଥିଲେ ଏହୂଦ। ଏହୂଦ ଥିଲେ ବିନ୍ୟାମିନୀୟ ପରିବାରବର୍ଗର ଗେରାର ପୁତ୍ର। ସେ ତାଙ୍କର ବାମହାତରେ ଯୁଦ୍ଧ କରିବା ପାଇଁ ପ୍ରଶିକ୍ଷିତ ହୋଇଥିଲେ। ଇସ୍ରାଏଲ ଲୋକମାନେ ତାଙ୍କଦ୍ୱାରା ମୋୟାବୀୟର ରାଜା ଇଗ୍ଲୋନଙ୍କ ନିକଟକୁ ଭେଟି ପଠାଇଲେ। 16 ଏହୂଦ ତାଙ୍କ ପାଇଁ ଏକ ଖଣ୍ତା ନିର୍ମାଣ କଲେ। ଯାହାର ଦୈର୍ଘ୍ୟ ଥିଲା ଅଠର ଇଞ୍ଚ ଲମ୍ବା ଏବଂ ଦ୍ୱିଧାର ବିଶିଷ୍ଟ ଥିଲା। ଏହାକୁ ତାଙ୍କର ଦକ୍ଷିଣ ଜଂଘରେ ବସ୍ତ୍ର ଭିତରେ ବାନ୍ଧି ରଖିଲେ।

17 ତେଣୁ ସେ ମୋୟାବୀୟ ରାଜା ଇଗ୍ଲୋନ୍ ନିକଟକୁ ସେହି ଉପହାର ନେଲେ। ଇଗ୍ଲୋନ୍ ବଡ଼ ମୋଟା ଲୋକ ଥିଲେ। 18 ସେ ଭେଟୀ ନେଇସାରିବା ପରେ ସେହି ଉପହାର ବହନ କରିଥିବା ଲୋକମାନଙ୍କୁ ସେଠାରୁ ପଠାଇ ଦେଲେ। ସେମାନେ ରାଜପ୍ରାସାଦଠାରୁ ଗଲେ। 19 ଏହୂଦ ଜାଣିଲେ ଏବଂ ମୂର୍ତ୍ତୀ ନିକଟ ଗି‌‌ଲ୍‌‌ଗଲ୍ ସ୍ଥଳକୁ ଗଲେ, ତା'ପରେ ସେ ଫେରି ଆସି ରାଜାଙ୍କୁ ଭେଟି ଏହୂଦ କହିଲେ, “ମୁଁ ଆପଣାଙ୍କ ପାଇଁ ଏକ ଗୁପ୍ତ ଖବର ଆଣିଛି।”

ରାଜା ତାଙ୍କୁ ନୀରବ ରହିବା ପାଇଁ କହିଲେ ଓ ସେ ନିଜ ଲୋକମାନଙ୍କୁ ଘର ଛାଡ଼ିବାକୁ କହିଲେ। 20 ଏହୂଦ ରାଜାଙ୍କ ନିକଟକୁ ଗଲେ। ସେହି ସମୟରେ, ଇଗ୍ଲୋନ ଉଚ୍ଚ ସିଂହାସନ ମଞ୍ଚ ଉପରେ ବସିଥିଲେ, ଏହା କେବଳ ତାଙ୍କର ଥିଲା।

ତେଣୁ ଏହୂଦ କହିଲେ, “ଆପଣାଙ୍କ ପାଇଁ ପରମେଶ୍ୱରଙ୍କଠାରୁ ଆମ୍ଭର ଏକ ବାର୍ତ୍ତା ଅଛି।” ତେଣୁ ରାଜା ତାଙ୍କର ସିଂହାସନ ଉପରୁ ଉଠି ପଡ଼ିଲେ। ସେ ଏହୂଦଙ୍କର ଖୁବ୍ ନିକଟକୁ ଆସିଲେ। 21 ଯେତେବେଳେ ରାଜା ଉଠି ପଡ଼ିଲେ, ଏହୂଦ ତାଙ୍କର ବାମ ହାତରେ ବ୍ୟବହୃତ ଖଣ୍ତା ଦକ୍ଷିଣ ଜଂଘରୁ ବାହାର କଲେ ଏବଂ ରାଜାଙ୍କର ପେଟରେ ଭୂଷି ଦେଲେ। 22 ଏହୂଦ ତାଙ୍କ ପେଟରେ ‌‌ଖ‌ଡ଼୍‌ଗ ପୁରାଇଲାବେଳେ, ତାଙ୍କର ‌‌ଖ‌ଡ଼୍‌ଗ ସହିତ ମୁଠା ମଧ୍ୟ ପଶିଗଲା। ଚର୍ବ୍ବୀ ସମ୍ପୂର୍ଣ୍ଣ ଖଣ୍ଡାରେ ଲାଗି ରହିଥିଲା। ଏହୂଦ ‌‌ଖ‌ଡ଼୍‌ଗ ବାହାର କଲେ ନାହିଁ। ଇଗ୍ଲୋନ ‌‌ଖ‌ଡ଼୍‌ଗଘାତ ହେଲା ପରେ, ସେ ନିଜର କ୍ଷମତା ଅନ୍ତବୁଜୁଳା ଉପରୁ ହରାଇଥିଲା ଏବଂ ମଳ ପଦାକୁ ବାହାରି ଆସିଥିଲା।

23 ଏହା ପରେ ଏହୂଦ ଘରର ବାହାର ଓ ଭିତର କବାଟ ବନ୍ଦ କଲେ ଏବଂ ସେମାନଙ୍କୁ ତାଲା ପକାଇ ଦେଲେ। ତା'ପରେ ସେ ରାଜାଙ୍କର ସିଂହାସନ ଘର ଆଡ଼କୁ ଅଗ୍ରସର ହେଲେ ଏବଂ ନିମ୍ନରେ ଥିବା ନିଜ ପାଇଖାନାରେ ପ୍ରବେଶ କଲେ। 24 ତାହାପରେ ଏହୂଦ ମୂଖ ଛାଡ଼ିଲେ ଏବଂ ଇଗ୍ଲୋନର ଦାସମାନେ ଆସିଲେ। ଯେତେବେଳେ ସେମାନେ ଦେଖିଲେ ରାଜାଙ୍କ ସିଂହାସନ ଘରର ଫାଟକ ବନ୍ଦ ହୋଇଥିଲା, ଦାସମାନେ କହିଲେ, “ରାଜା ତାଙ୍କର ନିଜର କୋଠରୀ ମଧ୍ୟରେ ଆରାମ ନେଉଛନ୍ତି।” 25 ତେଣୁ ସେମାନେ ସେଠାରେ ବହୁତ ସମୟ ଅପେକ୍ଷା କଲେ କିନ୍ତୁ କବାଟଗୁଡ଼ିକ ଆଦୌ ଖୋଲିଲା ନାହିଁ। ସର୍ବଶେଷରେ ଦାସମାନେ ସେମାନଙ୍କର ଧୈର୍ଯ୍ୟ ହରାଇଲେ। ସେମାନେ ଗ୍ଭବି ପାଇ କବାଟ ଖୋଲିଲେ ଓ ଭିତରେ ପ୍ରବେଶ କଲେ। ଚଟାଣ ଉପରେ ରାଜା ମରି ପଡ଼ିଥିବାର ସେମାନେ ଦେଖିଲେ।

26 ଦାସମାନେ ରାଜାଙ୍କ ପାଇଁ ସେଠାରେ କିଛି ସମୟ ଅପେକ୍ଷା କଲେ। ଏହି ସମୟରେ ଏହୂଦ ସେ ସ୍ଥାନ ଛାଡ଼ି ପଳାଇଗଲେ। ଏହୂଦ ମୂର୍ତ୍ତି ବାଟଦେଇ ସିୟୀରାକୁ ପଳାଇଗଲେ। 27 ଏହୂଦ ଯେତେବେଳେ ସିୟୀରାରେ ପହଞ୍ଚିଲେ, ସେ ଇଫ୍ରୟିମ ପର୍ବତମୟ ଦେଶରେ ତୂରୀ ବଜାଇଲେ। ଇସ୍ରାଏଲ ସନ୍ତାନଗଣ ତୂରୀର ଶବ୍ଦ ଶୁଣି ପର୍ବତରୁ ଓହ୍ଲାଇ ଆସିଲେ। ଏହୂଦ ସେମାନଙ୍କର ନେତୃତ୍ୱ ନେଲେ। 28 ଏହୂଦ ଇସ୍ରାଏଲ ସନ୍ତାନଗଣଙ୍କୁ କହିଲେ, “ମୋତେ ଅନୁସରଣ କର, ଯେପରି ସଦାପ୍ରଭୁ ତୁମ୍ଭମାନଙ୍କ ଶତ୍ରୁ ମୋୟାବୀୟ ଲୋକମାନଙ୍କୁ, ତୁମ୍ଭ ହସ୍ତରେ ସମର୍ପଣ କରିଅଛନ୍ତି।”

ତେଣୁ ଇସ୍ରାଏଲୀୟ ମୋୟାବୀୟଙ୍କ ବିରୁଦ୍ଧରେ ତାଙ୍କୁ ଅନୁସରଣ କଲେ। ସେମାନେ ଯର୍ଦ୍ଦନ ନଦୀର ଅଳ୍ପ ଗଭୀର ସ୍ଥାନରେ ଅକ୍ତିଆର କଲେ। ଯାହା ମୋୟାବକୁ ବ୍ୟାପିଗଲା ଏବଂ କାହାରିକୁ ନଦୀ ପାରି ହେବାକୁ ଅନୁମତି ଦେଲେ ନାହିଁ। 29 ଇସ୍ରାଏଲର ଲୋକମାନେ ମୋୟାବର 10,000 ସାହସୀ ଓ ବଳବାନ୍ ଯୋଦ୍ଧାମାନଙ୍କୁ ହତ୍ୟା କଲେ। କୌଣସି ଗୋଟିଏ ହେଲେ ମୋୟାବର ଲୋକଙ୍କୁ ପଳାଇ ଯିବାକୁ ସେମାନେ ଦେଲେ ନାହିଁ। 30 ଏହିପରି ମୋୟାବ ଦେଶ ସେହି ଦିନ ଇସ୍ରାଏଲ ଅଧୀନରେ ବଶିଭୂତ ହେଲା। ତେଣୁ ଦେଶ ଅଶୀ ବର୍ଷ ପର୍ଯ୍ୟନ୍ତ ଶାନ୍ତିରେ ରହିଲା।

ବିଗ୍ଭରକ ଶ‌ମ୍‌ଗର

31 ଏହୂଦଙ୍କ ପରେ ଇସ୍ରାଏଲୀୟମାନଙ୍କୁ ଆଉ ଜଣେ ରକ୍ଷା କଲେ। ସେ ଶ‌ମ୍‌ଗର, ଅନାତର ପୁତ୍ର ଥିଲେ। ସେ 600 ପଲେଷ୍ଟୀୟ ଲୋକଙ୍କୁ ଗୋକଣ୍ଟକ ପାଞ୍ଚଣ ଦ୍ୱାରା ହତ୍ୟା କଲେ। ସେ ମଧ୍ୟ ଇସ୍ରାଏଲକୁ ରକ୍ଷା କଲେ।

ଦବୋରା ବିଗ୍ଭର କାରିଣୀ

ଏହୂଦଙ୍କ ମୃତ୍ୟୁପରେ, ଇସ୍ରାଏଲର ଲୋକମାନେ ପରମେଶ୍ୱରଙ୍କ ଦୃଷ୍ଟିରେ ମନ୍ଦକାର୍ଯ୍ୟମାନ ପୁନର୍ବାର କଲେ। ତେଣୁ ସଦାପ୍ରଭୁ ହା‌ତ୍‌ସୋରରେ ରାଜତ୍ୱକାରୀ କିଣାନୀୟ ରାଜା ଯାବୀ‌ନ୍‌ର ହସ୍ତରେ ଇସ୍ରାଏଲ ସନ୍ତାନଗଣକୁ ପରାସ୍ତ କରାଇଲେ। ଯାବୀ‌ନ୍‌ ହାରୋଶୋ‌ତ୍‌ରେ ରାଜତ୍ୱ କରୁଥିଲେ। ଅନ୍ୟ ଦେଶୀୟମାନଙ୍କ ହାରୋଶୋତ୍ ନିବାସୀ ସୀଷରା ତା'ର ସେନାପତି ଥିଲା। ସୀଷରାର 900 ଲୌହ ନିର୍ମିତ ରଥ ଥିଲା ଏବଂ ସେ ଇସ୍ରାଏଲର ଲୋକମାନଙ୍କ ପ୍ରତି କୋଡ଼ିଏ ବର୍ଷ ଧରି ଶୋଷଣ କଲେ ଏବଂ ଅତ୍ୟାଗ୍ଭର କଲେ। ତେଣୁ ଇସ୍ରାଏଲର ଲୋକମାନେ ସାହାଯ୍ୟ ପାଇଁ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ।

ସେହି ସମୟରେ ଦବୋରା ନାମକ ଜଣେ ଭବିଷ୍ୟ‌ଦ୍‌ବକ୍ତ୍ରୀ ଥିଲେ। ସେ ଲ‌ପ୍‌ପିଦୋତର ସ୍ତ୍ରୀ ଥିଲେ। ସେ ଇସ୍ରାଏଲର ଲୋକମାନଙ୍କ ଉପରେ ବିଗ୍ଭରପତି ହେଲେ। ଦିନେ, ଦବୋରା ଏକ ଖର୍ଜ୍ଜୁର ଗଛ ତଳେ ବସିଥିଲେ। ଇସ୍ରାଏଲର ଲୋକମାନେ ଗୋଟିଏ ମୀମାଂସା ପାଇଁ ତାଙ୍କ ନିକଟକୁ, ସୀଷରା ସମ୍ବନ୍ଧରେ ଆସିଲେ। ସେହି ଖର୍ଜ୍ଜୁର ଗଛଟି ରାମା ଓ ବୈଥେଲ୍ ମଧ୍ୟରେ ଇଫ୍ରୟିମ ପର୍ବତମୟ ଦେଶରେ ଅବସ୍ଥିତ ଥିଲା। ଦବୋରା ଏକ ଦୂତ ବାରକ ପାଖକୁ ପଠାଇଲେ। ସେ ତାଙ୍କୁ ଭେଟିବା ପାଇଁ ଉପଦେଶ ଦେଲେ। ବାରକ ଅବୀନୋୟମର ପୁତ୍ର ଥିଲେ। ବାରକ ନପ୍ତାଲି ସହରରେ କେଦଶରେ ବାସ କରୁଥିଲେ। ଦବୋରା ବାରକକୁ କହିଲେ, “ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର ତୁମ୍ଭକୁ ନିର୍ଦ୍ଦେଶ ଦିଅନ୍ତି, ‘ନପ୍ତାଲି ପରିବାରବର୍ଗ ଏବଂ ସବୂଲୂନର 10,000 ଲୋକଙ୍କୁ ଏକତ୍ରିତ କର ଓ ସେମାନଙ୍କୁ ତାବୋର ପର୍ବତକୁ ଆଗେଇ ନିଅ। ମୁଁ ଯାବୀ‌ନ୍‌ର ସେନାପତି ସୀଷରାକୁ ଆଗେଇ ନେବି, ତା'ର ରଥକୁ ଓ ତାଙ୍କ ଲୋକମାନଙ୍କୁ କୀଶୋନ୍ ନଦୀ ପାଖରେ ତୁମ୍ଭକୁ ଓ ସେମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବି।’”

ଏହା ପରେ ବାରକ୍ ଦବୋରାଙ୍କୁ କହିଲେ, “ମୁଁ ଯାଇ ଏପରି କରିବି ଯଦି ତୁମ୍ଭେ ମୋ’ ସହିତ ଯିବ। ଯଦି ତୁମ୍ଭେ ମୋ’ ସହିତ ନ ଯିବ ତେବେ ମୁଁ ଯିବି ନାହିଁ।”

ତେଣୁ ସେ କହିଲେ, “ମୁଁ ତୁମ୍ଭ ସହିତ ଯିବି। କିନ୍ତୁ ତୁମ୍ଭେ ଜାଣିବା ଉଚିତ୍ ଯେ, ତୁମ୍ଭର ପଥ ଗୌରବ ଆଡ଼କୁ ଯିବ ନାହିଁ। ସଦାପ୍ରଭୁ ଗୋଟିଏ ସ୍ତ୍ରୀଲୋକ ଦ୍ୱାରା ସୀଷରାକୁ ପରାସ୍ତ କରିବେ।”

ତେଣୁ ଦବୋରା ବାରକ୍ ସହିତ କେଦଶକୁ ଗଲେ। 10 ବାରକ୍ କେଦଶ ସହରର ସବୂଲୂନ୍ ପରିବାରବର୍ଗ ଓ ନପ୍ତାଲିର ଲୋକମାନଙ୍କୁ ଏକତ୍ରିତ କରିଥିଲେ। ଅତଏବ, ସେ 10,000 ସୈନ୍ୟ ଓ ଦବୋରା ତାଙ୍କ ସହିତ ସହାବସ୍ଥାନ କରିବା ହେଲେ।

11 ବର୍ତ୍ତମାନ ହେବର ନାମକ ଜଣେ ଲୋକ କେନୀୟରୁ ଥିଲେ। ସେ ଅନ୍ୟ କେନୀୟଙ୍କୁ ପରିତ୍ୟାଗ କଲେ। ସେମାନେ ହେବରର ବଂଶଧରଗଣ ଯେ କି ମୋଶାର ଶ୍ୱଶୁର ଥିଲେ। ହେବର, ସାନନ୍ନୀମ ନାମକ ଗୋଟିଏ ସ୍ଥାନ କେଦଶ ପାଖରେ ତାଙ୍କର ତମ୍ବୁ ଅଲୋନବୃକ୍ଷ ଦ୍ୱାରା ସ୍ଥାପନ କଲେ।

12 କେହି ଜଣେ ସୀଷରାକୁ କହିଲେ, ଯେ ବାରକ୍ ଅବିନୟମର ପୁତ୍ର ତାବୋର ପର୍ବତ ଉପରକୁ ଗଲେ। 13 ତେଣୁ ସୀଷରା ନିଜର 900 ରଥଗୁଡ଼ିକ ଓ ତାଙ୍କ ସହିତ ସମସ୍ତ ପୁରୁଷମାନେ ଏବଂ ହରୋଶୋ‌ତ୍‌ଠାରୁ କୀଶୋନ୍ ନଦୀ ପର୍ଯ୍ୟନ୍ତ ଅଗ୍ରସର ହେଲେ।

14 ଏହା ପରେ ଦବୋରା ବାରକକୁ କହିଲେ, “ଆଜି ସଦାପ୍ରଭୁ ତୁମ୍ଭକୁ ସହାୟ ହେବେ ସୀଷରାକୁ ପରାସ୍ତ କରିବା ପାଇଁ, ତୁମ୍ଭେ ନିଶ୍ଚିତ ଭାବରେ ଜାଣ ଯେ ସଦାପ୍ରଭୁ ତୁମ୍ଭ ଆଗେ ଆଗେ ଗଲେ।” ତେଣୁ ବାରକ୍ ତାଙ୍କର 10,000 ଲୋକଙ୍କୁ ତାବୋର ପର୍ବତର ପ୍ରଦେଶକୁ ଆଣିଲେ। 15 ବାରକ୍ ଏବଂ ତାଙ୍କର ସମସ୍ତ ସୈନିକ ସୀଷରାକୁ ଆକ୍ରମଣ କଲେ, ସଦାପ୍ରଭୁ ସୀଷରାକୁ ଓ ତାଙ୍କର ସୈନ୍ୟମାନଙ୍କ ପ୍ରତି ଦ୍ୱନ୍ଦ କଲେ। ସେମାନେ କ’ଣ କରିବେ ତାହା ସ୍ଥିର କରି ପାରିଲେ ନାହିଁ। ତେଣୁ ବାରକ୍ ଏବଂ ତାଙ୍କର ସୈନ୍ୟମାନେ ସୀଷରାର ସୈନ୍ୟମାନଙ୍କୁ ପରାସ୍ତ କଲେ, କିନ୍ତୁ ସୀଷରା ରଥରୁ ଓହ୍ଲାଇ ପଡ଼ିଲେ ଏବଂ ଦୌଡ଼ି ପଳାୟନ କଲେ। 16 ବାରକ୍ ସୀଷରା ସୈନ୍ୟମାନଙ୍କ ବିରୁଦ୍ଧରେ ଯୁଦ୍ଧ ଲଗାଇ ରଖିଲେ। ବାରକ୍ ତାଙ୍କ ଲୋକମାନଙ୍କ ସହିତ ହରୋଶୋତ୍, ହଶମୟ ପର୍ଯ୍ୟନ୍ତ ସେମାନଙ୍କୁ ପଛେ ପଛେ ଗୋଡ଼ାଇଲେ। ତହିଁରେ ସୀଷରାର ସମସ୍ତ ସୈନ୍ୟ ଖଣ୍ତା ଦ୍ୱାରା ହଣା ହୋଇ ମଲେ। ଗୋଟିଏ ହେଲେ ବି ବଞ୍ଚିଲେ ନାହିଁ।

17 କିନ୍ତୁ ସୀଷରା ପଳାୟନ କଲା। ସେ ଯାୟେଲ ତମ୍ବୁକୁ ଦୌଡ଼ି ପଳାଇଲା। ଯାୟେଲ ହେଉଛି କେନୀୟ ହେବର ସ୍ତ୍ରୀ। ସେ ସମୟରେ ହା‌ତ୍‌ସୋରର ରାଜା ଯାବୀନ୍ ଓ କେନୀୟ ହେବରର ବଂଶ ମଧ୍ୟରେ ଐକ୍ୟ ଥିଲା। ତେଣୁ ସେ ସେଠାକୁ ଦୌଡ଼ି ପଳାଇଲା। 18 ଯାୟେଲ ଦେଖିଲେ ସୀଷରା ତାଙ୍କ ଆଡ଼କୁ ଦୌଡ଼ି ଆସୁଛନ୍ତି। ତେଣୁ ସେ ବାହାରକୁ ଆସି ତାଙ୍କୁ ଦେଖା କଲେ। ଯାୟେଲ ସୀଷରାକୁ କହିଲେ, “ମହାଶୟ, ମୋର ତମ୍ବୁକୁ ଆସନ୍ତୁ, ଭୟ କରନ୍ତୁ ନାହିଁ।” ତେଣୁ ସେ ତମ୍ବୁ ଭିତରକୁ ଯିବା ମାତ୍ରେ ତାଙ୍କୁ ଯାୟେଲ ଏକ କମ୍ବଳ ଘୋଡ଼ାଇ ଦେଲେ।

19 ସୀଷରା ଯାୟେଲକୁ କହିଲେ, “ମୁଁ ଭାରି ତୃଷାର୍ତ୍ତ, ମୋତେ କିଛି ପାଣି ପିଇବାକୁ ଦିଅ।” ଯାୟେଲ ତାଙ୍କୁ ଏକ ଚମଡ଼ା ବୋତଲରେ କିଛି କ୍ଷୀର ପିଇବାକୁ ଦେଲେ ଓ ତା'ପରେ ତାକୁ କମ୍ବଳ ଘୋଡ଼ାଇ ଦେଲେ।

20 ତା'ପରେ ସୀଷରା ଯାୟେଲକୁ କହିଲା, “ଯାଅ, ତମ୍ବୁର ପ୍ରବେଶ ଦ୍ୱାରରେ ଠିଆ ହୁଅ। ଯଦି କେହି ଆସି ତୁମ୍ଭକୁ ପଗ୍ଭରନ୍ତି, ‘ଭିତରେ କେହି ଅଛନ୍ତି କି?’ ତୁମ୍ଭେ, କହିବା ଉଚିତ୍, ‘ନାଁ ଭିତରେ କେହି ନାହାନ୍ତି।’”

21 କିନ୍ତୁ ଯାୟେଲ ତମ୍ବୁର ଏକ ଖୁଣ୍ଟି ଓ ଏକ ହାତୁଡ଼ି ପାଇଲେ। ସୀଷରା କ୍ଳାନ୍ତରେ ଶୋଇଥିବା ସମୟରେ ଯାୟେଲ ଖୁଣ୍ଟିଟିକୁ ତା'ର ମୁଣ୍ଡରେ ଦେଇ ହାତୁଡ଼ିରେ ଆଘାତ କରନ୍ତେ ଖୁଣ୍ଟିଟି ସୀଷରାର ମୁଣ୍ଡରେ ଫୁଟି ମାଟିରେ ପଶିଗଲା! ଏହିପରି ଭାବରେ ସୀଷରା ମୃତ୍ୟୁବରଣ କଲା।

22 ଠିକ୍ ଏହା ପରେ ବାରକ୍ ସୀଷରାକୁ ଖୋଜି ଖୋଜି ତମ୍ବୁ ନିକଟରେ ପହଞ୍ଚିଲା। ଯାୟେଲ ତମ୍ବୁରୁ ବାହାରକୁ ଆସି ତାଙ୍କୁ ସାକ୍ଷାତ କଲା ଏବଂ କହିଲା, “ଭିତରକୁ ଆସ, ତୁମ୍ଭେ ଯେଉଁ ଲୋକକୁ ଖୋଜୁଅଛ ମୁଁ ତୁମ୍ଭକୁ ଦେଖାଇବି।” ତେଣୁ ବାରକ୍ ଯାୟେଲ ସହିତ ତମ୍ବୁ ଭିତରକୁ ପ୍ରବେଶ କଲା! ସେଠାରେ ସେ ତମ୍ବୁ ଖୁଣ୍ଟ ମୁଣ୍ଡରେ ପଶି ମୃତ୍ୟୁବରଣ କରିଥିବା ସୀଷରାର ମୃତ ଶରୀର ପଡ଼ିଥିବାର ସେ ପାଇଲା।

23 ସେହି ଦିନ, ପରମେଶ୍ୱର ଇସ୍ରାଏଲ ଲୋକମାନଙ୍କ ଆଗରେ କିଣାନୀୟ ରାଜା ଯାବୀନକୁ ପରାସ୍ତ କଲେ। 24 ଦିନକୁ ଦିନ ଇସ୍ରାଏଲର ଲୋକମାନେ ଅଧିକ ପରାକ୍ରମରୁ ପରାକ୍ରମଶାଳୀ ହେଲେ, ସେମାନେ କିଣାନୀୟ ରାଜା ଯାବୀନକୁ ପରାସ୍ତ କଲେ ଏବଂ ଶେଷରେ ହତ୍ୟା କଲେ।

ଦବୋରାର ସଙ୍ଗୀତ

ଇସ୍ରାଏଲ ସନ୍ତାନଗଣ ଯେଉଁ ଦିନ ସୀଷରାକୁ ପରାସ୍ତ କଲେ। ସେହି ଦିନ ଦବୋରା ଓ ବାରକ୍ ଅବୀନୋୟମର ପୁତ୍ର ଏହି ସଙ୍ଗୀତ ଗାନ କଲେ।

“ଇସ୍ରାଏଲର ପୁରୁଷମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ।
    ସେମାନେ ସୂତଃସ୍ପୁର୍ତ୍ତ ଭାବରେ ନିଜକୁ ଯୁଦ୍ଧ ପାଇଁ ଉତ୍ସର୍ଗ କଲେ।
ଏଥିପାଇଁ ତୁମେ ସଦାପ୍ରଭୁଙ୍କର ଧନ୍ୟବାଦ କର।

“ହେ, ରାଜଗଣ ଶୁଣ,
    ହେ ଭୂପତି ଗଣ କର୍ଣ୍ଣ ଡେର।
ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି।
    ମୁଁ ସଦାପ୍ରଭୁଙ୍କର ସଙ୍ଗୀତ ରଚନା କରିବି।
ମୁଁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର
    ପ୍ରଶଂସା ଗାନ କରିବି।

“ହେ ସଦାପ୍ରଭୁ, ତୁମ୍ଭେ ପ୍ରଥମେ ସେୟୀରରୁ ବାହାରିଲା ବେଳେ,
    ତୁମ୍ଭେ ଇଦୋମ କ୍ଷେତ୍ରରୁ ଯାତ୍ରା କଲାବେଳେ ପୃଥିବୀ କମ୍ପିଲା।
ଆକାଶ ବିନ୍ଦୁ ପାତ କଲା
    ମେଘମାଳା ଜଳପାତ କଲା।
ସଦାପ୍ରଭୁଙ୍କ ସମ୍ମୁଖରେ ପର୍ବତମାନ କମ୍ପମାନ ହେଲା।
    ସୀନୟ ପର୍ବତ ମଧ୍ୟ ସଦାପ୍ରଭୁଙ୍କ ସମ୍ମୁଖରେ କମ୍ପନ କଲା!

“ଅନା‌ତ୍‌ର ପୁତ୍ର ଶ‌ମ୍‌ଗର ସମୟରେ
    ଏବଂ ଯାୟେଲ ସମୟରେ ମୁଖ୍ୟ ରାସ୍ତାଗୁଡ଼ିକ ଜନଶୂନ୍ୟ ହେଲା।
    ବେପାରୀମାନେ ଓ ପଥଗ୍ଭରିମାନେ ବକ୍ର ଉପପଥ ଦେଇ ଗମନ କଲେ।

“ଇସ୍ରାଏଲ ମଧ୍ୟରେ ଶାସନକର୍ତ୍ତାଗଣ ଶୂନ୍ୟ ଥିଲେ।
    ମୁଁ ଦବୋରା ଇସ୍ରାଏଲରେ ମାତୃତୁଲ୍ୟ ଉତ୍ପନ୍ନ ନ କରିବା ପର୍ଯ୍ୟନ୍ତ
    ସେମାନେ ଶୂନ୍ୟ ଥିଲେ।

“ପରମେଶ୍ୱର ନୂତନ ନେତାମାନଙ୍କୁ
    ନଗର ଦ୍ୱାରରେ ଯୁଦ୍ଧ କରିବାକୁ ମନୋନୀତ କଲେ।
ସମଗ୍ର ଇସ୍ରାଏଲର 40,000 ମଧ୍ୟରେ
    ଏକ ବର୍ଚ୍ଛା ବା ଢାଲ ଦେଖାଗଲା ନାହିଁ।

“ମୋର ହୃଦୟ ଇସ୍ରାଏଲର ଆଦେଶକର୍ତ୍ତାଙ୍କଠାରେ ଅଛି,
    ଯିଏ ଯୁଦ୍ଧ ପାଇଁ ନିଜ ଇଚ୍ଛା ପ୍ରକାଶ କଲେ,
ସଦାପ୍ରଭୁଙ୍କର ଧନ୍ୟବାଦ କର!

10 “ହେ ଶ୍ୱେତଗର୍ଦ୍ଦଭୀ-ଆରୋହୀମାନେ,
    ହେ ଗାଲିଗ୍ଭରେ ବସିବା ଲୋକମାନେ,
    ହେ ପଥରେ ଗମନକାରୀମାନେ, ତୁମ୍ଭେମାନେ ଗାନ କର।
11 ଧନୁର୍ଦ୍ଧରମାନଙ୍କ ଶବ୍ଦରୁ ଦୂରରେ,
    ଜଳକଢ଼ା ସ୍ଥଳମାନଙ୍କରେ ଲୋକମାନେ ସଦାପ୍ରଭୁଙ୍କର ଧର୍ମକ୍ରିୟା
ଓ ଇସ୍ରାଏଲ ମଧ୍ୟରେ ତାଙ୍କ ଶାସନ ସମ୍ବନ୍ଧୀୟ
    ଧର୍ମକ୍ରିୟା ସଂକୀର୍ତ୍ତନ କରିବେ।
ସେ ସମୟରେ ସଦାପ୍ରଭୁଙ୍କ ଲୋକମାନେ
    ନଗରଦ୍ୱାରକୁ ଓହ୍ଲାଇ ଆସିଲେ।

12 “ଜାଗ, ଜାଗ, ଦବୋରା!
    ଜାଗ, ଜାଗ, ଗାନ କର!
ଜାଗ ବାରକ୍!
    ଯାଅ ଏବଂ ତୁମ୍ଭର ଶତ୍ରୁମାନଙ୍କୁ ବନ୍ଦୀକର, ଅବୀନୋୟମର ପୁତ୍ର!

13 “ତା'ପରେ ବଞ୍ଚି ରହି ଯାଇଥିବା ବ୍ୟକ୍ତିମାନେ ଶକ୍ତିଶାଳୀ ଲୋକମାନଙ୍କ ଉପରେ ବିଜୟୀ ହେଲେ,
    ସଦାପ୍ରଭୁଙ୍କର ଲୋକମାନେ ଶକ୍ତିମାନ ଲୋକମାନଙ୍କ ଉପରେ ବିଜୟୀ ହେଲେ।

14 “ଇଫ୍ରୟିମର ସନ୍ତାନଗଣ ଆସିଲେ।
    ଅମାଲେକ ପର୍ବତମାଳାରୁ ତୁମ୍ଭ ପଛେ ବିନ୍ୟାମୀନ ଥିଲେ
ତୁମ୍ଭ ଲୋକମାନେ ମଧ୍ୟ ମାଖୀରଠାରୁ ଶାସନକର୍ତ୍ତାମାନେ
    ସବୁଲୂନ୍ ପରିବାରବର୍ଗଠାରୁ ସୈନ୍ୟଗଣନାକାରୀ ଦଣ୍ତାଧାରମାନେ ଓହ୍ଲାଇ ଆସିଲେ।
15 ଇଷାଖର ଅଧିପତିମାନେ ସବୁ ଦବୋରା ସଙ୍ଗରେ ଥିଲେ।
    ଇଷାଖର ଯେମିତି ବାରକ୍ ମଧ୍ୟ ସେମିତି ଥିଲା।
    ସେମାନେ ତଳ ଭୂମିଆଡ଼େ ମାଡ଼ିଗଲେ।

“ରୁବେ‌ନ୍‌ର ସ୍ରୋତସମୂହ ଗୁରୁତର ମନୋଭାବନା ହେଲା।
16     ତୁମ୍ଭେ କାହିଁକି ମେଷଶାଳା ମଧ୍ୟରେ ବସିଲ?
ମେଷପଲ ମଧ୍ୟ ବଂଶୀନାଦ ଶୁଣିବାକୁ,
    କିଅବା ରୁବେ‌ନ୍‌ର ସମୂହରେ ସ୍ରୋତ ମନୋଭାବନା ହେଲା ଗୁରୁତର!
17 ଗିଲିୟଦ ଲୋକମାନେ ଯର୍ଦ୍ଦନ ନଦୀ ସେପାରିରେ ସେମାନଙ୍କ ଛାଉଣିରେ ବାସ କଲେ।
    ଆଉ ଦାନ ଜାହାଜଗୁଡ଼ିକରେ କାହିଁକି ରହିଲା?
ଆଶେର ସମୁଦ୍ର ତୀରେ ବସି ରହିଥିଲା।
    ସେ ନିଜ ବନ୍ଦର ନିକଟରେ ବାସକଲା।

18 “ସବୂଲୂନ ମରଣ ପର୍ଯ୍ୟନ୍ତ ପ୍ରଣାମକାରୀ ଲୋକ ହେଲା।
    ଉଚ୍ଚସ୍ଥାନ ନପ୍ତାଲି କ୍ଷେତ୍ରରେ ପ୍ରାଣପଣ କଲା।
19 କୀଣାନୀୟ ରାଜାମାନେ ଯୁଦ୍ଧ କରିଥିଲେ।
    ସେମାନେ କୌଣସି ସିନ୍ଦୁକ ପାଇ ନ ଥିଲେ।
ସେମାନେ ମାଗିଦୋର ଜଳତୀରସ୍ଥ,
    ତାନକରେ ଯୁଦ୍ଧ କରିଥିଲେ।
20 ତାରାଗଣ ସେମାନଙ୍କ ବିରୁଦ୍ଧରେ ଆକାଶରୁ ଯୁଦ୍ଧ କଲେ।
    ଆକାଶରେ ସେମାନଙ୍କର ପଥରୁ ସେମାନେ ସୀଷରା ବିପକ୍ଷରେ ଯୁଦ୍ଧ କରିଥିଲେ।
21 କୀଶୋନ୍ ନଦୀ ପୁରୁଣା ନଦୀ
    ଭଷାଇ ନେଲା ସେଷରା ଲୋକ।
ହେ ମୋର ପ୍ରାଣ, ତୁମ୍ଭ ବଳରେ ଅଗ୍ରସର ହୁଅ।
22 ଅଶ୍ୱମାନଙ୍କର ଖୁରା ଭୂମିକୁ ମନ୍ଥି ପକାଇଲା।
    ସେବରା ଘୋଡ଼ା କୁଦାମାରୀ ପଳାଇଲା।

23 “ସଦାପ୍ରଭୁଙ୍କର ଦୂତ କହିଗଲେ, ‘ମେରୋସ ଲୋକକୁ ଶାପଦିଅ
    ଏବଂ ପାପ ଦିଅ!
ସେମାନଙ୍କ ସୈନ୍ୟ ସଦାପ୍ରଭୁଙ୍କୁ
    ସାହାଯ୍ୟ କରିବାକୁ ଆସି ନ ଥିଲେ।’
24 ସ୍ତ୍ରୀମାନଙ୍କ ମଧ୍ୟରେ କେନୀୟ ହେବରର ସ୍ତ୍ରୀ ଯାୟେଲ ଧନ୍ୟ ହେବେ।
    ତମ୍ବୁ ନିବାସିନୀମାନଙ୍କ ମଧ୍ୟରେ ଧନ୍ୟ ହେବେ।
25 ସୀଷରା ଜଳ ମାଗିଲେ
    ସେ ତାଙ୍କୁ କ୍ଷୀର ଦେଲେ।
ରାଜ ଉପଯୁକ୍ତ ପାତ୍ରରେ
    ଦଧି ଆଣି ତାଙ୍କୁ ଦେଲେ।
26 ଯାୟେଲ ଗୋଟିଏ ହାତରେ ମେଖଣା ଧରି
    ଦକ୍ଷିଣ ହସ୍ତରେ ପିଟଣା ଧରି ସୀଷରାର ମୁଣ୍ଡ ଫଟାଇ ଦେଲେ
କର୍ଣ୍ଣମୂଳରେ ଯାଇ ମେଖଣା ପଶିଲା।
27 ତାହାର ପାଦତଳେ ନଇଁ ପଡ଼ିଲା,
    ପାଦତଳେ ସେ ଲୋଟି ପଡ଼ିଲା,
ପାଦତଳେ ସେ ଶୋଇ ପଡ଼ିଲା।
    ଯେଉଁଠାରେ ସେ ଶୋଇ ପଡ଼ିଲା
ସେହିଠାରେ ସେ ମଲା।

28 “ସୀଷରାର ମା ଝରକା ପାଖରେ ଅପେକ୍ଷା କରୁଥିଲା
    ଏବଂ ସେ ଜାଲି ଦେଇ ଗ୍ଭହୁଁଥିଲା।
ସେ ଏହା ଚିନ୍ତା କରି କାନ୍ଦୁଥିଲା, ‘ସୀଷରାର ରଥ ବିଳମ୍ବ କାହିଁକି?
    ତଥାପି, ମୁଁ କାହିଁକି ତା'ର ରଥ ଶବ୍ଦ ଶୁଣି ପାରୁ ନାହିଁ?’

29 “ତା'ର ସବୁଠୁଁ ଜ୍ଞାନବତୀ ସହଚରୀ ତାଙ୍କୁ ଉତ୍ତର ଦେଲା,
    ପ୍ରକୃତରେ ସେ ତାକୁ ଏକ ଉତ୍ତର ଦେଲା।
30 ‘ମୁଁ ନିଶ୍ଚିତ, ସେମାନେ ଯୁଦ୍ଧରେ ବିଜୟୀ ହୋଇଛନ୍ତି।
    ସେମାନେ ଲୁଣ୍ଠିତ ସାମଗ୍ରୀ ସବୁ ନେଇ ଯାଉଛନ୍ତି।
ସେମାନେ ଲୁଣ୍ଠିତ ସାମଗ୍ରୀକୁ
    ସେମାନଙ୍କ ମଧ୍ୟରେ ଭାଗ କରୁଛନ୍ତି।
ପ୍ରତ୍ୟେକ ସୈନ୍ୟ ଗୋଟିଏ ବା ଦୁଇଟି ଯୁବତୀ ନେଉଛନ୍ତି।
    ହୋଇପାରେ ସୀଷରା ରଙ୍ଗ କରାଯାଇଥିବା ବସ୍ତ୍ର ଖଣ୍ଡେ,
ରଙ୍ଗ କରାଯାଇଥିବା ହସ୍ତ କର୍ମ ଚିତ୍ରିତ ବସ୍ତ୍ର କିମ୍ବା
    ବିଜେତା ସୀଷରାର ପରିଧାନ ପାଇଁ ଦୁଇଟି ଖଣ୍ତ ପାଇଅଛି।’

31 “ହେ ସଦାପ୍ରଭୁ, ତୁମ୍ଭର ସମସ୍ତ ଶତ୍ରୁ ଏହିପରି ବିନଷ୍ଟ ହୁଅନ୍ତୁ।
    ମାତ୍ର, ତାଙ୍କର ପ୍ରେମକାରୀମାନେ ସ୍ୱପରାକ୍ରମରେ ଗତିକାରି ସୂର୍ଯ୍ୟ ତୁଲ୍ୟ ହୁଅନ୍ତୁ।”

ଏହା ପରେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ଦେଶ ବିଶ୍ରାମ ପାଇଲା।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center