Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଯିହୋଶୂୟଙ୍କର ପୁସ୍ତକ 5-8

ଇସ୍ରାଏଲର ଲୋକମାନେ ନଦୀ ପାର ହେବା ପର୍ଯ୍ୟନ୍ତ ସଦାପ୍ରଭୁ ଯର୍ଦ୍ଦନ ନଦୀକୁ ଶୁଷ୍କ ରଖିଲେ। ଯେତେବେଳେ ଯର୍ଦ୍ଦନର ପଶ୍ଚିମ ପାରିସ୍ଥିତ ଇମୋରୀୟ ରାଜାମାନେ ଓ ଭୂମଧ୍ୟ ସମୁଦ୍ର ନିକଟସ୍ଥ କିଣାନୀୟ ରାଜାମାନେ ଏହା ଶୁଣିଲେ, ସେତେବେଳେ ସେମାନଙ୍କର ହୃଦୟ ତରଳି ଗଲା ଓ ଇସ୍ରାଏଲୀୟମାନଙ୍କୁ ସମ୍ମୁଖୀନ ହେବା ସକାଶେ ସେମାନେ ସେମାନଙ୍କର ସାହସ ହରାଇଲେ।

ଇସ୍ରାଏଲୀୟମାନେ ସୁନ୍ନତ ହେଲେ

ସେହି ସମୟରେ, ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ତୁମ୍ଭେ ଶିଳାର ଛୁରୀମାନ ତିଆରି କରି ଆଉ ଥରେ ଇସ୍ରାଏଲ ସନ୍ତାନଗଣକୁ ସୁନ୍ନତ କର।”

ତେଣୁ ଯିହୋଶୂୟ ଛୁରୀମାନ ତିଆରି କରି ଗିବିୟୋତ ହ‌ର୍‌ଲୋତ୍[a] ପର୍ବତ ନିକଟରେ ଇସ୍ରାଏଲ ସନ୍ତାନଗଣଙ୍କର ସୁନ୍ନତ କରାଇଲେ।

4-7 ଯିହୋଶୂୟ ସୁନ୍ନତ କରାଇବାର କାରଣ ଏହି, ମିଶରରୁ ବାହାରି ଆସିବା ପରେ ଇସ୍ରାଏଲର ସମସ୍ତ ଲୋକ ଯାତ୍ରା କରୁଥିବା ବେଳେ ମରୁଭୂମିରେ ମୃତ୍ୟୁବରଣ କଲେ। ସେମାନେ ସମସ୍ତେ ଯୋଦ୍ଧା ଥିଲେ ଓ ସୁନ୍ନତ ହୋଇଥିଲେ। କିନ୍ତୁ ମିଶର ଛାଡ଼ିବା ପରେ ମରୁଭୂମିରେ ଜନ୍ମ ହୋଇଥିବା ଇସ୍ରାଏଲୀୟମାନେ ସୁନ୍ନତ ହୋଇ ନ ଥିଲେ। ଯେହେତୁ ଲୋକମାନେ ସଦାପ୍ରଭୁଙ୍କ କଥା ମାନିଲେ ନାହିଁ। ତେଣୁ ସେମାନଙ୍କୁ ପ୍ରତିଜ୍ଞା କରାଯାଇଥିବା ଦେଶ ସେମାନେ ଦେଖି ପାରିଲେ ନାହିଁ ଏବଂ ଦୀର୍ଘ ଗ୍ଭଳିଶ୍ ବର୍ଷ ଯାଏ ସମସ୍ତ ଯୋଦ୍ଧା ମୃତ୍ୟୁବରଣ କରିବା ପର୍ଯ୍ୟନ୍ତ ମରୁଭୂମିରେ ଘୁରି ବୁଲିଲେ। ସଦାପ୍ରଭୁ ସେମାନଙ୍କୁ “ଉର୍ବର ଓ ଦୁ‌ଗ୍‌ଧମଧୁପ୍ରବାହୀତ ଦେଶ” ନ ଦେଖାଇବା ପାଇଁ ପ୍ରତିଜ୍ଞା କଲେ, ଯାହା ସେ ସେମାନଙ୍କର ପୂର୍ବପୁରୁଷଗଣଙ୍କଠାରେ ଆମ୍ଭକୁ ଦେବା ପାଇଁ ପ୍ରତିଜ୍ଞା କରିଥିଲେ। ତେଣୁ ସେମାନଙ୍କର ପୁତ୍ରଗଣ ସେମାନଙ୍କର ମୃତ୍ୟୁପରେ ସେମାନଙ୍କର ଜାଗାଗୁଡ଼ିକ ନେଇଗଲେ। ସେମାନେ ବାଟରେ ସୁନ୍ନତ ହୋଇ ନ ଥିଲେ, ତେଣୁ ସେମାନେ ରାସ୍ତାରେ ଯିହୋଶୂୟଙ୍କ ଦ୍ୱାରା ସୁନ୍ନତ ହେଲେ।

ଯିହୋଶୂୟ ସେମାନଙ୍କର ସୁନ୍ନତ ଶେଷ କଲେ। ଲୋକମାନେ ସତେଜ ହେବା ପର୍ଯ୍ୟନ୍ତ ସେମାନଙ୍କର ସ୍ଥାନରେ ରହିଲେ।

କିଣାନରେ ପ୍ରଥମ ନିସ୍ତାରପର୍ବ

ସେହି ସମୟରେ, ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ତୁମ୍ଭେମାନେ ମିଶରର ଦାସ ଥିଲ, ଏବଂ ଏହା ତୁମ୍ଭକୁ ଲଜ୍ଜା ଦେଉଥିଲା। କିନ୍ତୁ ଆଜି ମୁଁ ଲଜ୍ଜାକୁ ନିବାରଣ କରିଅଛି।” ତେଣୁ ଯିହୋଶୂୟ ସେ ସ୍ଥାନର ନାମ ଦେଲେ, ଗି‌ଲ୍‌ଗଲ୍, ଏବଂ ସେହି ଗି‌ଲ୍‌ଗଲ୍ ନାମ ଆଜି ମଧ୍ୟ ପ୍ରଚଳିତ ଅଛି।

10 ଇସ୍ରାଏଲ ଲୋକମାନେ ନିସ୍ତାରପର୍ବ ପାଳନ କଲେ, ଯେତେବେଳେ ସେମାନେ ଯିରୀହୋ ସମତଳ ଅଞ୍ଚଳ ନିକଟରେ ଛାଉଣି ସ୍ଥାପନ କଲେ। ତାହା ଥିଲା ସେହି ମାସ ଚଉଦ ତାରିଖ ସନ୍ଧ୍ୟା। 11 ଆଉ ନିସ୍ତାରପର୍ବର ପୂର୍ବଦିନ ସେମାନେ ଦେଶର ଶସ୍ୟ ତାଡ଼ିଶୂନ୍ୟ ରୋଟୀ ଓ ଭଜା ଶସ୍ୟ ଖାଇଲେ। 12 ତା’ ପରଦିନ ସକାଳେ, ସ୍ୱର୍ଗର ଖାଦ୍ୟ ମାନ୍ନା ଆକାଶରୁ ପଡ଼ିବା ବନ୍ଦ ହେଲା, ସେମାନେ ସେହି ଦେଶର ଶସ୍ୟ ଭୋଜନ କଲାରୁ ଏପରି ହେଲା। ତେଣୁ ଇସ୍ରାଏଲର ଲୋକମାନେ ଆଉ ମାନ୍ନା ଖାଦ୍ୟ ପାଇଲେ ନାହିଁ। ସେହି ସମୟଠାରୁ ସେମାନେ କିଣାନର ଶସ୍ୟ ଖାଇଲେ।

13 ଯେତେବେଳେ ଯିହୋଶୂୟ ଯିରୀହୋ ନିକଟରେ ଛିଡ଼ା ହୋଇଥିଲେ, ତାଙ୍କ ସମ୍ମୁଖରେ ଏକ ଲୋକ ଛିଡ଼ା ହୋଇଥିଲା। ସେ ଲକ୍ଷ୍ୟ କଲେ ଲୋକଟି ତା'ହାତରେ ଏକ ଖଣ୍ତା ଟାଣି ବାହାର କଲା। ଯିହୋଶୂୟ ତା'ର ନିକଟକୁ ଗଲେ ଓ ପଗ୍ଭରିଲେ, “ତୁମ୍ଭେ ଆମ୍ଭର ଲୋକମାନଙ୍କର ବନ୍ଧୁ ନା ଶତ୍ରୁ?”

14 ଅସ୍ତ୍ର ଧରିଥିବା ଲୋକଟି ଉତ୍ତର ଦେଲା, “ମୁଁ ତୁମ୍ଭର ଶତ୍ରୁ ନୁହେଁ, ମୁଁ ସଦାପ୍ରଭୁଙ୍କ ସୈନ୍ୟର ସେନାପତି ଅଟେ। ମୁଁ ବର୍ତ୍ତମାନ ତୁମ୍ଭ ପାଖକୁ ଆସିଲି।”

ଏହା ପରେ ଯିହୋଶୂୟ ସମ୍ମାନ ଜଣାଇ ତାଙ୍କୁ ଭୂମିଷ୍ଠ ପ୍ରଣାମ କଲେ। ସେ କହିଲେ, “ମୋର ପ୍ରଭୁ ତାଙ୍କର ଦାସ ମୋ’ ପାଇଁ କିଛି ବାର୍ତ୍ତା ପଠାଇଛନ୍ତି କି?”

15 ସଦାପ୍ରଭୁଙ୍କର ସୈନ୍ୟଦଳର ସେନାପତି ଉତ୍ତର ଦେଲେ, “ତୁମ୍ଭ ପାଦରୁ ପାଦୂକା କାଢ଼, କାରଣ ଯେଉଁ ସ୍ଥାନରେ ତୁମ୍ଭେ ଛିଡ଼ା ହୋଇଅଛ, ସେ ସ୍ଥାନ ପବିତ୍ର।” ତେଣୁ ଯିହୋଶୂୟ ସେହିପରି କଲେ।

ଯିରୀହୋ ସହର ବନ୍ଦ ଥିଲା ଓ ଜଗା ହୋଇଥିଲା। ସେହି ସହରର ଲୋକମାନେ ଭୟଭୀତ ହୋଇ ଯାଇଥିଲେ। କାରଣ ଇସ୍ରାଏଲର ଲୋକମାନେ ସେହି ସହରର ନିକଟରେ ଥିଲେ, କୌଣସି ଲୋକ ସେହି ସହରର ଭିତରକୁ ପଶୁ ନ ଥିଲେ କି କେହି ମଧ୍ୟ ସହର ଭିତରୁ ବାହାରକୁ ମଧ୍ୟ ଆସୁ ନ ଥିଲେ।

ତେଣୁ ଯିହୋଶୂୟଙ୍କୁ ସଦାପ୍ରଭୁ ପୁଣି ଥରେ କହିଲେ, “ଦେଖ, ଯିରୀହୋ ନଗର ସହିତ ରାଜାମାନଙ୍କୁ ଓ ଶକ୍ତିଶାଳୀ ସୈନ୍ୟମାନଙ୍କୁ ପରାସ୍ତ କରିବାକୁ ମୁଁ ତୁମ୍ଭକୁ ଅନୁମତି ଦେବି। ପ୍ରତ୍ୟେକ ଦିନ ଥରେ ସମସ୍ତ ଯୋଦ୍ଧା ନଗର ଗ୍ଭରିଆଡ଼େ ପ୍ରଦକ୍ଷିଣ କରିବେ। ଏହି ପ୍ରକାର ତୁମ୍ଭେମାନେ ଛଅ ଦିନ ଧରି କରିବା ଉଚିତ୍। ସାତୋଟି ମେଷ ତୂରୀ ସହିତ ସାତ ଜଣ ଯାଜକ ପବିତ୍ର ସିନ୍ଦୁକ ସମ୍ମୁଖକୁ ଯିବେ। ଆଉ ସପ୍ତମ ଦିନରେ ତୁମ୍ଭେମାନେ ସାତଥର ନଗର ପ୍ରଦକ୍ଷିଣ କରିବା ଉଚିତ୍ ଓ ଯାଜକମାନେ ମେଷର ତୂରୀ ବଜାଇବା ଉଚିତ୍। ସମସ୍ତ ଯାଜକମାନେ ମେଷ ତୂରୀରେ ଦୀର୍ଘ ଧ୍ୱନି କରିବେ ଓ ଯେତେବେଳେ ତୁମ୍ଭେମାନେ ସେହି ତୂରୀ ଶବ୍ଦ ଶୁଣିବ ସେତେବେଳେ ସମସ୍ତ ଲୋକ ମହାଜୟ ଧ୍ୱନିରେ ଜୟଧ୍ୱନି କରିବେ ଏବଂ ପ୍ରାଚୀର ପଡ଼ିଯିବ ଓ ସମସ୍ତ ଲୋକମାନେ ସିଧା ନଗରକୁ ଯିବାକୁ ସକ୍ଷମ ହେବେ।”

ତେଣୁ ନୂନର ପୁତ୍ର ଯିହୋଶୂୟ ସମସ୍ତ ଯାଜକମାନଙ୍କୁ ଏକତ୍ରିତ କଲେ। ଯିହୋଶୂୟ ସେମାନଙ୍କୁ କହିଲେ, “ତୁମ୍ଭେମାନେ ପବିତ୍ର ନିୟମ-ସିନ୍ଦୁକ ଆଣ ଓ ସାତ ଜଣ ଯାଜକ ସଦାପ୍ରଭୁଙ୍କର ପବିତ୍ର ସିନ୍ଦୁକ ଆଗରେ ମେଷ ତୂରୀ ବଜାଇବେ।”

ତା'ପରେ ଯିହୋଶୂୟ ଲୋକମାନଙ୍କୁ କହିଲେ, “ବର୍ତ୍ତମାନ ଯାଅ, ସହରରେ ପ୍ରଦକ୍ଷିଣ କର। ସୈନ୍ୟମାନେ ପବିତ୍ର ସିନ୍ଦୁକର ଆଗରେ ରହିଲେ।”

ଯିହୋଶୂୟ ଲୋକମାନଙ୍କୁ କହି ସାରିବା ପରେ, ସାତ ଜଣ ଯାଜକ ସଦାପ୍ରଭୁଙ୍କ ସମ୍ମୁଖରେ ଗ୍ଭଲିଲେ ଏବଂ ସେମାନେ ଗ୍ଭଲିବା ସମୟରେ ସାତୋଟି ତୂରୀ ବଜାଇ ବଜାଇ ଗ୍ଭଲିଲେ। ଯାଜକମାନେ ସଦାପ୍ରଭୁଙ୍କର ପବିତ୍ର ସିନ୍ଦୁକ ଧରି ତାଙ୍କ ପଛେ ପଛେ ଗ୍ଭଲିଲେ। ସୈନ୍ୟମାନେ ସେମାନଙ୍କର ଅସ୍ତ୍ରଶସ୍ତ୍ର ସହ ଯେଉଁ ଯାଜକମାନେ ମେଷ ତୂରୀ ବଜାଉଥିଲେ ସେମାନଙ୍କର ସମ୍ମୁଖରେ ଗ୍ଭଲିଲେ। ପ୍ରହରୀଗଣ ପବିତ୍ର ନିୟମ-ସିନ୍ଦୁକ ପଛେ ପଛେ ଗ୍ଭଲିଲେ। ସେମାନେ ଏହିପରି ଭାବରେ ଅବିରତ ମେଷ ତୂରୀ ବଜାଇ ସହର ପରିକ୍ରମଣ କଲେ। 10 ଯିହୋଶୂୟ ଲୋକମାନଙ୍କୁ ଆଦେଶ ଦେଲେ, “ଯୁଦ୍ଧ ଡାକରା ଦିଅ ନାହିଁ ମୁଁ ନ କହିବାଯାଏ ତୁମ୍ଭର ସ୍ୱର ଶୁଣିବାକୁ ଦିଅ ନାହିଁ। ତା'ପରେ ମୁଁ କହିଲେ, ତୁମ୍ଭେ ଯୁଦ୍ଧ ଡାକରା ଦେଇ ପାରିବ।”

11 ଏହିପରି ଭାବରେ ଯିହୋଶୂୟ ପବିତ୍ର ସିନ୍ଦୁକ ସହିତ ଯାଜକ ଓ ସୈନ୍ୟଗଣଙ୍କୁ ଥରେ ସହର ପରିକ୍ରମା କରାଇଲେ। ଏହା ପରେ ସେମାନେ ଛାଉଣିକୁ ଫେରି ଆସି ବିଶ୍ରାମ ନେଲେ।

12 ପ୍ରଭାତରେ ଯିହୋଶୂୟ ବିଛଣା ତ୍ୟାଗ କଲେ ଓ ଏହା ପରେ ଯାଜକମାନେ ସଦାପ୍ରଭୁଙ୍କର ପବିତ୍ର ନିୟମ-ସିନ୍ଦୁକ ଧରି ବାହାରିଲେ। 13 ଏବଂ ସାତ ଜଣ ଯାଜକ ପବିତ୍ର ସିନ୍ଦୁକ ଆଗରେ ମେଷ ତୂରୀରେ ତିଆରି ତୂରୀ ବଜାଇ ବଜାଇ ଗ୍ଭଲିଲେ। ସଶସ୍ତ୍ର ସୈନିକମାନେ ମଧ୍ୟ ସେମାନଙ୍କ ଆଗରେ ଗ୍ଭଲିଲେ। ପଛପଟର ପ୍ରହରୀମାନେ ପବିତ୍ର ସିନ୍ଦୁକ ପଛେ ପଛେ ଗ୍ଭଲିଲେ। ଏହିପରି ଭାବରେ ସେମାନେ ଅବିରତ ଭାବେ ତୂରୀ ବଜାଇ ନଗର ପରିକ୍ରମା କଲେ। 14 ଏହିପରି ଭାବରେ ଦ୍ୱିତୀୟ ଦିନ ଥରେ ନଗର ପରିକ୍ରମା କଲେ। ଏବଂ ଏହା ପରେ ଛାଉଣିକୁ ଫେରି ଆସିଲେ। ଏହିପରି ଭାବରେ ସେମାନେ ଛଅ ଦିନ ପର୍ଯ୍ୟନ୍ତ କଲେ।

15 ସପ୍ତମ ଦିନ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ସେମାନେ ସହରକୁ ସାତଥର ପରିକ୍ରମା କଲେ। ପୂର୍ବଥର ଯେଉଁ ପଥରେ ପରିକ୍ରମା କରିଥିଲେ, ଏଥର ମଧ୍ୟ ସେହି ପଥଦେଇ ଗଲେ। କିନ୍ତୁ ସେହି ଦିନ ସେମାନେ ସାତଥର ନଗର ପରିକ୍ରମା କଲେ। 16 ସପ୍ତମ ଥର ନଗର ପ୍ରଦକ୍ଷିଣ କରିବା ବେଳେ ଯାଜକମାନେ ତୂରୀ ବଜାଇଲେ। ଏହି ସମୟରେ ଯିହୋଶୂୟ ନିର୍ଦ୍ଦେଶ ଦେଲେ, “ବର୍ତ୍ତମାନ ଜୟଧ୍ୱନି ଦିଅ। ଯେହେତୁ ସଦାପ୍ରଭୁ ତୁମ୍ଭକୁ ଏ ନଗର ଦାନ କଲେ। 17 ମାତ୍ର ନଗର ଓ ତନ୍ମଧ୍ୟସ୍ଥ ସମସ୍ତ ବସ୍ତୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବର୍ଜିତ ହେବ। କେବଳ ବ୍ୟଭିଗ୍ଭରଣୀ ରାହାବ, ସେହି ଗୃହରେ ତାହା ସଙ୍ଗେ ଥିବା ସମସ୍ତ ଲୋକ ଜୀବିତ ରହିବେ। କାରଣ ସେ ଆମ୍ଭମାନଙ୍କ ଗୁପ୍ତଚରମାନଙ୍କୁ ଲୁଗ୍ଭଇ ରଖିଥିଲା। 18 ତୁମ୍ଭେମାନେ ସେହି ଦ୍ରବ୍ୟରୁ କିଛି ନ ଦେବା ପାଇଁ ସାବଧାନ ହେବା ଉଚିତ୍, ଯାହାକି ନଷ୍ଟ କରାଯିବ। ଯଦି ତୁମ୍ଭେମାନେ ସେହି ଦ୍ରବ୍ୟଗୁଡ଼ିକୁ ଇସ୍ରାଏଲର ଛାଉଣି ଭିତରକୁ ନିଅ, ତେବେ ତୁମ୍ଭେମାନେ ଆପଣା ଉପରକୁ ବିପଦ ଆଣିବ ଏବଂ ତୁମ୍ଭେମାନେ ଇସ୍ରାଏଲ ଛାଉଣି ଧ୍ୱଂସ କରିବାର କାରଣ ହେବ। 19 ସମସ୍ତ ରୂପା, ସୁନା, ସମସ୍ତ ପିତ୍ତଳ ଓ ଲୁହାର ପାତ୍ର ଓ କରେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ ଓ ଏହା ସଦାପ୍ରଭୁଙ୍କ ଭଣ୍ଡାରକୁ ଗ୍ଭଲିଯିବ।”

20 ଯାଜକମାନେ ମେଷ ତୂରୀ ବଜାଇଲେ, ଲୋକମାନେ ମେଷ ତୂରୀ ଶବ୍ଦ ଶୁଣି ପାଟି କରିବାକୁ ଲାଗିଲେ। ପ୍ରାଚୀରଟି ଭାଙ୍ଗିଗଲା, ଲୋକମାନେ ସିଧାସଳଖ ନଗର ମଧ୍ୟକୁ ଦୌଡ଼ିଲେ। ଇସ୍ରାଏଲର ଲୋକମାନେ ନଗରକୁ ଅକ୍ତିଆର କଲେ। 21 ଲୋକମାନେ ସହରରେ ଧ୍ୱଂସର ଲୀଳା ଚଲାଇଲେ। ସେମାନେ ସେଠାରେ ଥିବା ସମସ୍ତ ଜୀବିତ ବସ୍ତୁକୁ ଧ୍ୱଂସ କଲେ। ସେମାନେ ଯୁବକମାନଙ୍କୁ ହତ୍ୟା କଲେ। ବୃଦ୍ଧ ଲୋକମାନଙ୍କୁ, ସ୍ତ୍ରୀଲୋକମାନଙ୍କୁ, ବୃଦ୍ଧା ସ୍ତ୍ରୀଲୋକମାନଙ୍କୁ, ପଶୁ, ମେଷ ଏବଂ ଗଧମାନଙ୍କୁ ହତ୍ୟା କଲେ।

22 ଯିହୋଶୂୟ ଦୁଇ ଜଣ ଗୁପ୍ତଚରଙ୍କୁ ଡାକି କହିଲେ, “ତୁମ୍ଭେ ସେ ବେଶ୍ୟା ଗୃହକୁ ଯାଅ ଓ ତାକୁ ବାହାରକୁ ଆଣ ଏବଂ ତାହା ସହିତ ଥିବା ସମସ୍ତ ଲୋକଙ୍କୁ ମଧ୍ୟ ବାହାରକୁ ଆଣ। ଏହିପରି କର କାରଣ ତୁମ୍ଭେ ସେମାନଙ୍କ ସହିତ ଏହିପରି ପ୍ରତିଜ୍ଞା କରିଅଛ।”

23 ତେଣୁ ସେ ଦୁଇ ଜଣ ଗୁପ୍ତଚର ଗୃହ ମଧ୍ୟକୁ ପ୍ରବେଶ କଲେ ଏବଂ ରାହାବକୁ ବାହାରକୁ ଆଣିଲେ। ସେମାନେ ମଧ୍ୟ ରାହାବର ପିତା, ମାତା, ଭଉଣୀ ଏବଂ ତା'ର ସମସ୍ତ ପରିବାରବର୍ଗ ଏବଂ ତାହା ସହିତ ଥିବା ସମସ୍ତ ଲୋକମାନଙ୍କୁ ବାହାରକୁ ଆଣିଲେ। ଏବଂ ସେମାନଙ୍କୁ ଇସ୍ରାଏଲର ଛାଉଣି ବାହାରେ ନିରାପଦରେ ରଖିଲେ।

24 ଏହା ପରେ ଇସ୍ରାଏଲ ଲୋକମାନେ ସେ ସହରରେ ଅଗ୍ନି ସଂଯୋଗ କଲେ। ସେମାନେ ସହରର ସୁନା, ରୂପା, ଲୌହବସ୍ତୁ ଓ ପିତ୍ତଳ ଇତ୍ୟାଦିକୁ ଛାଡ଼ି ସମସ୍ତ ବସ୍ତୁକୁ ପୋଡ଼ି ନଷ୍ଟ କରି ଦେଲେ ଏବଂ ଏହି ବସ୍ତୁମାନଙ୍କୁ ସଦାପ୍ରଭୁଙ୍କର ଭଣ୍ତାର ଗୃହରେ ଜମା କଲେ। 25 ଯିହୋଶୂୟ ରାହାବକୁ ଓ ତା'ର ପରିବାରବର୍ଗମାନଙ୍କୁ ରକ୍ଷା କଲେ କାରଣ ସେ ଗୁପ୍ତଚରମାନଙ୍କୁ ସାହାଯ୍ୟ କରିଥିଲା ଓ ରକ୍ଷା କରିଥିଲା। ଯିରୀହୋ ସହର ଉପରେ ଗୁପ୍ତ ଦୃଷ୍ଟି ରଖିବା ପାଇଁ ଯିହୋଶୂୟ ପଠାଇଥିବା ଗୁପ୍ତଚରମାନଙ୍କୁ ଲୁଗ୍ଭଇ ରଖିଥିଲା। ତେଣୁ ରାହାବ ଏବେ ମଧ୍ୟ ଇସ୍ରାଏଲମାନଙ୍କ ସହିତ ବାସ କରୁଅଛି।

26 ସେହି ସମୟରେ ଯିହୋଶୂୟ ଏହି ପ୍ରତିଜ୍ଞା କରିଥିଲେ,

“ଯେକେହି ଯିରୀହୋ ନଗର ପୁନଃ ନିର୍ମାଣ କରେ,
    ସେ ସଦାପ୍ରଭୁଙ୍କ ଦ୍ୱାରା ଶାପଗ୍ରସ୍ତ ହେବ,
ସେ ଆପଣା ଜ୍ୟେଷ୍ଠ ପୁତ୍ରର ମୃତ୍ୟୁ ସହିତ
    ତହିଁର ଭିତ୍ତିମୂଳ ସ୍ଥାପନ କରିବ
ଓ ଆପଣା କନିଷ୍ଠ ପୁତ୍ରର ମୃତ୍ୟୁ ସହିତ
    ତହିଁର ଦ୍ୱାରମାନ ସ୍ଥାପନ କରିବ।”

27 ଏହିପରି ଭାବରେ ସଦାପ୍ରଭୁ ଯିହୋଶୂୟଙ୍କ ସହିତ ରହିଲେ ଓ ଯିହୋଶୂୟଙ୍କର କୀର୍ତ୍ତି ଗ୍ଭରିଆଡ଼େ ବ୍ୟାପିଲା।

ଆଖ‌ନ୍‌ର ପାପ

କିନ୍ତୁ ଇସ୍ରାଏଲ ଲୋକମାନେ ସଦାପ୍ରଭୁଙ୍କ ଦ୍ରବ୍ୟ ନଷ୍ଟ ସମ୍ବନ୍ଧୀୟ ଆଦେଶ ମାନିଲେ ନାହିଁ। ସେଠାରେ ଜଣେ ଯିହୁଦା ଗୋଷ୍ଠୀୟ ଲୋକ ଥିଲା, ଯାହାର ନାମ ଆଖନ୍। ସେ କର୍ମିର ପୁତ୍ର ଥିଲା ଏବଂ କର୍ମି ଜିମୀର ପୁତ୍ର ଥିଲା। ଯାହା ଧ୍ୱଂସ କରିବାର ଥିଲା, ସେଥିରୁ କିଛି ଆଖନ୍ ରଖିଥିଲା। ଯେଉଁଥିପାଇଁ ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କ ଉପରେ କ୍ରୋଧିତ ହେଲେ।

ସେମାନେ ଯିରୀହୋକୁ ପରାସ୍ତ କଲାପରେ, ଯିହୋଶୂୟ ଅୟକୁ ଲୋକ ପଠାଇଲେ। ଅୟ ବୈଥେ‌ଲ୍‌ର ପୂର୍ବ ଦିଗସ୍ଥିତ ବୈଥାବନର ପାର୍ଶ୍ୱରେ ଅବସ୍ଥିତ। ଯିହୋଶୂୟ ସେମାନଙ୍କୁ କହିଲେ, “ଅୟକୁ ଯାଅ ଓ ସେଠାରେ ସେମାନଙ୍କର ଦୁର୍ବଳତାକୁ ଅନୁସନ୍ଧାନ କର।” ତେଣୁ ଏଥିରେ ଲୋକମାନେ ଯାଇ ଅୟରେ ଅନୁସନ୍ଧାନ କଲେ।

ଏହା ପରେ ଲୋକମାନେ ଯିହୋଶୂୟ ନିକଟକୁ ଫେରି ଆସିଲେ। ସେମାନେ କହିଲେ, “ଅୟ ବହୁତ ଦୁର୍ବଳ, ସେମାନଙ୍କୁ ପରାସ୍ତ କରିବା ପାଇଁ ସମସ୍ତ ଲୋକମାନଙ୍କୁ ପଠାଇବା ନାହିଁ। ସେଠାକୁ ମାତ୍ର ଦୁଇ ତିନି ହଜାର ଲୋକ ଯୁଦ୍ଧ କରିବା ପାଇଁ ପଠାନ୍ତୁ। ସେଠାରେ ସମସ୍ତ ସୈନ୍ୟ ନିୟୋଜିତର ଆବଶ୍ୟକତା ନାହିଁ। ସେଠାରେ ଖୁବ୍ କମ୍ ଲୋକ ଆମ୍ଭମାନଙ୍କ ସହିତ ଯୁଦ୍ଧ କରିବାକୁ ଅଛନ୍ତି।”

4-5 ତେଣୁ ମାତ୍ର 3,000 ସୈନ୍ୟ ଅୟକୁ ଗଲେ। କିନ୍ତୁ ଅୟର ଲୋକମାନେ ଛତିଶ୍ ଜଣ ଇସ୍ରାଏଲୀୟଙ୍କୁ ହତ୍ୟା କଲେ। ତେଣୁ ଇସ୍ରାଏଲୀୟ ସୈନ୍ୟମାନେ ସେହି ସ୍ଥାନରୁ ଦୌଡ଼ି ପଳାଇଲେ।

ଅୟର ଲୋକମାନେ ସେମାନଙ୍କର ପଛେ ଗୋଡ଼େଇ ଗୋଡ଼େଇ ଆଣି ଶବାରୀମ ପର୍ଯ୍ୟନ୍ତ ଆଣିଲେ। ତେଣୁ ଇସ୍ରାଏଲୀୟ ଲୋକମାନେ ଭୟଭୀତ ହେଲେ ଓ ସେମାନେ ସାହସ ହରାଇଲେ। ଯେତେବେଳେ ଯିହୋଶୂୟ ଏହା ଶୁଣିଲେ। ସେ ତାଙ୍କର ଦୁଃଖ ଜଣାଇବା ପାଇଁ, ତାଙ୍କର ବସ୍ତ୍ରକୁ ଚିରି ଦେଲେ। ସେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ନିକଟରେ ମଥାମାଡ଼ି ଭୂମିରେ ପଡ଼ି ରହିଲେ। ଯିହୋଶୂୟ ଇସ୍ରାଏଲର ନେତୃବର୍ଗଙ୍କ ସହିତ ସେଠାରେ ରହିଲେ, ଯେଉଁମାନେ ସନ୍ଧ୍ୟା ପର୍ଯ୍ୟନ୍ତ ଦୁଃଖ ଜଣାଇ ସେମାନଙ୍କର ମସ୍ତକରେ ଧୂଳି ଫିଙ୍ଗିଲେ।

ଯିହୋଶୂୟ କହିଲେ, “ହେ ମୋର ପ୍ରଭୁ, ତୁମ୍ଭେ କାହିଁକି ଏହି ଲୋକମାନଙ୍କୁ ଯର୍ଦ୍ଦନ ପାର ହେବାକୁ ଦେଲ? କ’ଣ ଆମ୍ଭମାନଙ୍କୁ ଇମୋରୀୟମାନଙ୍କ ହସ୍ତରେ ବିନାଶ କରିବାକୁ, ଏହା କଲ? ଆହା ଯଦି ଆମ୍ଭେମାନେ ଯର୍ଦ୍ଦନ ସେପାରିରେ ରହିଥା’ନ୍ତୁ। ହେ ସଦାପ୍ରଭୁ, ଇସ୍ରାଏଲ ଶତ୍ରୁଗଣଙ୍କ ଦ୍ୱାରା ପରାଜିତ ହେବା ପରେ ଆମ୍ଭେ କ’ଣ କରିବୁ? କିଣାନୀୟମାନେ ଓ ଏ ଦେଶ ନିବାସୀ ଅନ୍ୟ ସମସ୍ତେ ଏ ବିଷୟରେ ଶୁଣିବେ। ସେମାନେ ଆମ୍ଭକୁ ଘେରି ଆକ୍ରମଣ କରିବେ ଓ ବିନାଶ ମଧ୍ୟ କରିବେ। ତା'ପରେ ତୁମ୍ଭେ କିପରି ତୁମ୍ଭର ମହାନ ନାମକୁ ରକ୍ଷା କରିବ?”

10 ତେଣୁ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ତୁମ୍ଭେ କାହିଁକି ଏପରି ଅଧୋମୁଖ ହୋଇ ଭୂମିରେ ପଡ଼ିଅଛ? ଛିଡ଼ା ହୁଅ! 11 ଇସ୍ରାଏଲୀୟ ଲୋକମାନେ ମୋ’ ବିରୁଦ୍ଧରେ ପାପ କରିଛନ୍ତି। ମୁଁ ସେମାନଙ୍କୁ ଯେଉଁ ନିୟମ ମାନିବାକୁ ଦେଇଥିଲି, ସେମାନେ ତାହାକୁ ଅମାନ୍ୟ କରିଛନ୍ତି। ସେମାନେ କିଛି ଜିନିଷ ଆଣିଛନ୍ତି, ଯାହାକୁ ମୁଁ ଧ୍ୱଂସ କରିବାକୁ କହିଥିଲି। ସେମାନେ ମୋ'ଠାରୁ ଏହା ଗ୍ଭେରି କରିଛନ୍ତି। ତା'ପରେ ସେମାନେ ଏହାକୁ ଅସ୍ୱୀକାର କଲେ। ଆଉ ସେଗୁଡ଼ିକୁ ନିଜର ସାମଗ୍ରୀ ସହିତ ରଖିଲେ। 12 ସେହି କାରଣରୁ ଇସ୍ରାଏଲୀୟମାନେ ପରାସ୍ତ ହୋଇ ଫେରି ଆସିଛନ୍ତି। ସେମାନେ ଅପରାଧ କରିଥିବାରୁ ଓ ଧ୍ୱଂସ କାର୍ଯ୍ୟକୁ ନିନ୍ଦା କରିଥିବାରୁ ସେମାନେ ପରାସ୍ତ ହେଲେ। ତୁମ୍ଭେମାନେ ତୁମ୍ଭମାନଙ୍କ ପାଖରେ ଥିବା ସେହି ଲୁଟ୍ ବସ୍ତୁକୁ ଧ୍ୱଂସ ନ କଲା ପର୍ଯ୍ୟନ୍ତ ମୁଁ ତୁମ୍ଭ ସଙ୍ଗରେ ରହି ପାରିବି ନାହିଁ, ଯେଉଁଗୁଡ଼ିକ ଧ୍ୱଂସ କରିବା ପାଇଁ ମୁଁ ନିର୍ଦ୍ଦେଶ ଦେଇଥିଲି।

13 “ବର୍ତ୍ତମାନ ଯାଅ ଏବଂ ଲୋକମାନଙ୍କୁ ପ୍ରତିଷ୍ଠା କର। ଲୋକମାନଙ୍କୁ କୁହ, ‘ନିଜକୁ ପବିତ୍ର କାର୍ଯ୍ୟ ପାଇଁ ପବିତ୍ର କର। ଆସନ୍ତା କାଲି ପାଇଁ ପ୍ରସ୍ତୁତ ହୁଅ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି ମୁଁ ନଷ୍ଟ କରିବା ପାଇଁ କହିଥିବା ଲୁଣ୍ଠନ ଦ୍ରବ୍ୟକୁ ତୁମ୍ଭେମାନେ ଅଧିକାର କରିଅଛ। ତୁମ୍ଭେ ସେ ବସ୍ତୁ ନଷ୍ଟ ନ କରିବା ଯାଏ ଶତ୍ରୁମାନଙ୍କ ଉପରେ ଜୟଲାଭ କରି ପାରିବ ନାହିଁ।

14 “‘ପ୍ରଭାତରେ ତୁମ୍ଭେ ସମସ୍ତେ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହେବ। ସମସ୍ତ ପରିବାରବର୍ଗର ଲୋକମାନେ ସଦାପ୍ରଭୁଙ୍କ ସମ୍ମୁଖରେ ଦଣ୍ଡାୟମାନ ହେବେ। ସଦାପ୍ରଭୁ ସେମାନଙ୍କ ମଧ୍ୟରୁ ଗୋଟିଏ ପରିବାରବର୍ଗରୁ ବାଛିବେ। ଏହା ପରେ ସେହି ପରିବାରବର୍ଗଟି ସଦାପ୍ରଭୁଙ୍କ ସମ୍ମୁଖରେ ଦଣ୍ଡାୟମାନ ହେବ। ସଦାପ୍ରଭୁ ସେହି ପରିବାରବର୍ଗକୁ ଗୋଟିଏ ଗୋଷ୍ଠୀକୁ ବାଛିବେ ଏବଂ ସେମାନେ ସଦାପ୍ରଭୁଙ୍କ ଆଗରେ ଛିଡ଼ା ହେବେ। ତା'ପରେ ସେହି ଗୋଷ୍ଠୀରୁ ସେ ଗୋଟିଏ ପରିବାରକୁ ବାଛିବେ। ତା'ପରେ ସେ ସେହି ପରିବାରର ପ୍ରତ୍ୟେକ ଲୋକଙ୍କୁ ନିରୀକ୍ଷଣ କରିବେ। 15 ଯିଏ ଲୁଣ୍ଠନ ଦ୍ରବ୍ୟ ରଖିବାରେ ଦୋଷୀ ମିଳିବ, ଯେଉଁ ଦ୍ରବ୍ୟଟି ନଷ୍ଟ ହେବାର ଉଚିତ୍ ଥିଲା, ତାହା ନିଆଁରେ ପୋଡ଼ି ପାଉଁଶ କରାଯିବ। ଏବଂ ତା'ର ଅଧୀନରେ ଥିବା ସବୁକିଛିକୁ ପୋଡ଼ି ପାଉଁଶ କରାଯିବ, ଯେହେତୁ ସେ ସଦାପ୍ରଭୁଙ୍କର ନିୟମ ଭଙ୍ଗ କଲା। ଆଉ ମଧ୍ୟ ସେ ଇସ୍ରାଏଲର ଲୋକମାନଙ୍କ ବହୁତ ପାପପୂର୍ଣ୍ଣ କାର୍ଯ୍ୟ କଲା।’”

16 ତା’ ପରଦିନ ପ୍ରତ୍ୟୁଷରୁ ଯିହୋଶୂୟ ଇସ୍ରାଏଲର ସମସ୍ତ ଇସ୍ରାଏଲୀୟ ଲୋକମାନଙ୍କ ପରିବାରବର୍ଗ ଅନୁଯାୟୀ ସଦାପ୍ରଭୁଙ୍କ ଆଗକୁ ଆଣିଲେ। ଏବଂ ସଦାପ୍ରଭୁ ସେଥିମଧ୍ୟରୁ ଯିହୁଦା ପରିବାରବର୍ଗକୁ ବାଛିଲେ। 17 ତା'ପରେ ସେ ଯିହୁଦାର ପରିବାରର ପରିବାରବର୍ଗକୁ ଉପସ୍ଥିତ କଲେ। ସେରହ ଗୋଷ୍ଠୀ ପରମେଶ୍ୱରଙ୍କ ଦ୍ୱାରା ନିର୍ଦ୍ଧାରିତ ହେଲା। ତା'ପରେ ସେରହ ପରିବାରର ସମସ୍ତ ସଭ୍ୟ ସଦାପ୍ରଭୁଙ୍କ ଆଗରେ ଛିଡ଼ା ହେଲେ। ଜିମିରିର ପରିବାର ବଛାଗଲା। 18 ଏହା ପରେ ଯିହୋଶୂୟ ସେ ପରିବାରର ସମସ୍ତ ମନୁଷ୍ୟମାନଙ୍କୁ ସଦାପ୍ରଭୁଙ୍କ ସମ୍ମୁଖକୁ ଆସିବାକୁ କହିଲେ। ସଦାପ୍ରଭୁ କର୍ମିର ପୁତ୍ର ଆଖ‌ନ୍‌କୁ ମନୋନୀତ କଲେ। କାର୍ମି ଜିମିରର ପୁତ୍ର ଥିଲା ଏବଂ ଜିମିରି ସେରହର ପୁତ୍ର ଥିଲା।

19 ତା'ପରେ ଯିହୋଶୂୟ ଆଖ‌ନ୍‌କୁ କହିଲେ, “ହେ ମୋହର ପୁତ୍ର, ବିନୟ କରୁଅଛି, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ଗୌରବ ଦିଅ ଓ ତାହାଙ୍କ ନିକଟରେ ସ୍ୱୀକାର କର, ତୁମ୍ଭେ କ’ଣ କରିଛ ମୋତେ କୁହ ସେ କଥା ଲୁଗ୍ଭଅ ନାହିଁ।”

20 ଆଖନ୍ ଉତ୍ତରରେ କହିଲା, “ଏହା ସତ୍ୟ! ମୁଁ ପାପ କରିଛି ସଦାପ୍ରଭୁଙ୍କ ସମ୍ମୁଖରେ। ମୁଁ ଏହିପରି କରିଅଛି। 21 ମୁଁ ଲୁଟିତ ଦ୍ରବ୍ୟ ମଧ୍ୟରେ ଖଣ୍ତିଏ ସୁନ୍ଦର ବାବିଲୀୟ ବସ୍ତ୍ର ଓ 200 ଶେକଲ ରୂପା ଓ ଏକ ପାଉଣ୍ତ ଓଜନର ସୁନାମୁଣ୍ଡା ଦେଖି ଲୋଭ କରି ତାହା ନେଲି। ଏବଂ ସେଗୁଡ଼ିକୁ ମୋ’ ତମ୍ବୁ ମଧ୍ୟରେ ପୋତି ଅଛି। ଆଉ ରୂପା କୋଟ୍ ତଳେ ଅଛି।”

22 ଯିହୋଶୂୟ କିଛି ଲୋକଙ୍କୁ ଛାଉଣିକୁ ପଠାଇଲେ। ସେମାନେ ସେଠାକୁ ଦୌଡ଼ିଲେ ଓ ସେଗୁଡ଼ିକ ତମ୍ବୁ ତଳେ ପୋତା ହୋଇ ଥିବାର ଦେଖିଲେ। ରୂପାଗୁଡ଼ିକ କୋଟ୍ ତଳେ ଥିଲା। 23 ଲୋକମାନେ ସେ ସମସ୍ତ ଦ୍ରବ୍ୟକୁ ତମ୍ବୁର ବାହାରକୁ ଆଣିଲେ। ସେମାନେ ସେ ସମସ୍ତ ଦ୍ରବ୍ୟକୁ ଯିହୋଶୂୟ ଓ ଇସ୍ରାଏଲର ସମସ୍ତ ଲୋକମାନଙ୍କର ସମ୍ମୁଖକୁ ଆଣିଲେ। ସେମାନେ ସେଗୁଡ଼ିକୁ ସଦାପ୍ରଭୁଙ୍କ ଉପସ୍ଥିତିରେ ଥୋଇ ଦେଲେ।

24 ଏହା ପରେ ଯିହୋଶୂୟ ଓ ସମଗ୍ର ଇସ୍ରାଏଲ ସେରହର ପୁତ୍ର ଆଖ‌ନ୍‌କୁ ଓ ତା'ର ପୁତ୍ର ଓ କନ୍ୟାମାନଙ୍କୁ ଓ ତା'ର ଗୋରୁଗାଈ, ଗଧ ଓ ମେଣ୍ଢା ଓ ତମ୍ବୁ ସର୍ବସ୍ୱ ଯଥା: ରୂପା, ସୁନା ଓ ବସ୍ତ୍ରକୁ ଆଖୋର ଉପତ୍ୟକାକୁ ଆଣିଲେ। 25 ତା'ପରେ ଯିହୋଶୂୟ କହିଲେ, “ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ଦୁଃଖ ଦେଲ? ସଦାପ୍ରଭୁ ଆଜି ତୁମ୍ଭ ପାଇଁ ଦୁଃଖ ଆଣିବେ।” ତେଣୁ ଇସ୍ରାଏଲର ସମସ୍ତ ଲୋକ ଆଖନ୍ ଓ ତା'ର ପରିବାରକୁ ପଥର ଫିଙ୍ଗି ହତ୍ୟା କଲେ। ଏହା ପରେ ଲୋକମାନେ ତାକୁ ଓ ସେ ଆଣିଥିବା ସମସ୍ତ ଦ୍ରବ୍ୟକୁ ସେହି ସ୍ଥାନରେ ପୋଡ଼ି ଦେଲେ। 26 ଆଖ‌ନ୍‌କୁ ପୋଡ଼ି ସାରିବା ପରେ ତାହାକୁ ପଥରରେ ପୋତି ଦେଲେ, ସେହି ପଥର ଗଦା ଆଜି ପର୍ଯ୍ୟନ୍ତ ସେଠାରେ ଅଛି। ଯେହେତୁ ସଦାପ୍ରଭୁ ଆଖ‌ନ୍‌କୁ ସେଠାରେ ଏପରି ଦୁଃଖ ଦେଲେ, ସେଥିପାଇଁ ସେହି ସ୍ଥାନ ଆଜି ପର୍ଯ୍ୟନ୍ତ ଆଖୋର ଉପତ୍ୟକା[b] ନାମରେ ପରିଚିତ। ଏହା ପରେ ସଦାପ୍ରଭୁ ଇସ୍ରାଏଲବାସୀଙ୍କ ଉପରୁ କ୍ରୋଧରୁ ନିବୃତ୍ତ ହୋଇ ଶାନ୍ତ ହେଲେ।

ଅୟ ଧ୍ୱଂସ ହେଲା

ଏହା ପରେ ସଦାପ୍ରଭୁ ଯିହୋଶୂୟକୁ କହିଲେ, “ଭୟ କର ନାହିଁ। ନିରାଶ ହୁଅ ନାହିଁ। ତୁମ୍ଭର ସମସ୍ତ ସୈନ୍ୟଙ୍କ ସହିତ ଅୟକୁ ଯାତ୍ରା କର। ମୁଁ ତୁମ୍ଭର ସହାୟ ହେବି, ଅୟର ରାଜାଙ୍କୁ ପରାସ୍ତ କରିବା ପାଇଁ। ମୁଁ ତୁମ୍ଭକୁ ସେହି ନଗର, ଏହାର ରାଜା ଓ ଏହାର ଲୋକମାନଙ୍କୁ ତୁମ୍ଭକୁ ହସ୍ତାନ୍ତର କରିବି। ତୁମ୍ଭେ ଅୟ ପ୍ରତି ସେହିପରି କର ଯେପରି ତୁମ୍ଭେ ଯିରୀହୋ ଓ ତା'ର ରାଜା ପ୍ରତି କରିଥିଲ। ମାତ୍ର ଏଥର ତୁମ୍ଭେ ଆପଣା ପାଇଁ ସେମାନଙ୍କର ଧନ, ସମ୍ପଦ ଓ ପଶୁମାନଙ୍କୁ, ତୁମ୍ଭମାନଙ୍କ ଭିତରେ ବାଣ୍ଟି ନେବ। ବର୍ତ୍ତମାନ କିଛି ସୈନ୍ୟଗଣଙ୍କୁ ନଗର ପଛପଟେ ଲୁଗ୍ଭଇ ରଖ।”

ତେଣୁ ଯିହୋଶୂୟ ତାଙ୍କର ସମସ୍ତ ସୈନ୍ୟଦଳ ଅୟକୁ ଆକ୍ରମଣ କରିବାକୁ ଆଗେଇ ନେଲେ। ଏହା ପରେ ଯିହୋଶୂୟ ତାଙ୍କର 30,000 ନିପୁଣ ସୈନ୍ୟମାନଙ୍କୁ ବାଛିଲେ। ସେମାନଙ୍କୁ ସେହି ରାତ୍ରିରେ ପଠାଇ ଦେଲେ। ଯିହୋଶୂୟ ସେମାନଙ୍କୁ ନିର୍ଦ୍ଦେଶ ଦେଇ କହିଲେ, “ତୁମ୍ଭେମାନେ ମୋର କଥାକୁ ଭଲ ଭାବରେ ଶୁଣ। ତୁମ୍ଭେମାନେ ନଗର ବାହାରେ ଲୁଚି ରହିବ। ଆକ୍ରମଣ କରିବା ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବ। ସହରଠାରୁ ଦୂରକୁ ଯିବ ନାହିଁ। ସର୍ବଦା ପ୍ରସ୍ତୁତ ଥିବ ଓ ନଜର ରଖିଥିବ। ମୋ’ ସହିତ ସମସ୍ତ ସୈନ୍ୟଗଣ ନଗର ନିକଟକୁ ଯିବୁ। ସେମାନେ ଯେତେବେଳେ ଆମ୍ଭମାନଙ୍କୁ ଆକ୍ରମଣ କରିବାକୁ ଆସିବେ, ଆମ୍ଭେମାନେ ବୁଲିପଡ଼ିବୁ ଓ ସେମାନଙ୍କ ନିକଟରୁ ଦୌଡ଼ି ପଲାଇବୁ ଆମ୍ଭେମାନେ ପୂର୍ବରୁ ଯେପରି କରିଥିଲୁ। ସେମାନେ ଆମ୍ଭ ପଛରେ ଗୋଡ଼ାଇବେ ନଗର ବାହାରକୁ। ସେମାନେ ଭାବିବେ ଆମ୍ଭେ ସେମାନଙ୍କୁ ଭୟରେ ପୂର୍ବଥର ପରି ଡରି ପଳାଇ ଯାଉଛୁ। ତେଣୁ ଆମ୍ଭେମାନେ ଦୌଡ଼ି ପଲାଇବୁ। ତୁମ୍ଭେମାନେ ତୁମ୍ଭମାନଙ୍କର ଲୁଚି ରହିଥିବା ସ୍ଥାନରୁ ବାହାରି ନଗରକୁ ନିଜ ନିୟନ୍ତ୍ରଣ ମଧ୍ୟକୁ ନେବ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ନଗରକୁ ତୁମ୍ଭମାନଙ୍କୁ ଅକ୍ତିଆର କରିବାକୁ ଦେବେ।

“ତୁମ୍ଭେମାନେ ନିଶ୍ଚିତ କରିବ ଯାହା ସଦାପ୍ରଭୁ ଆଦେଶ କରନ୍ତି। ମୁଁ ନଗରକୁ ଆକ୍ରମଣ କରିବା ପାଇଁ ତୁମ୍ଭମାନଙ୍କୁ ଆଜ୍ଞା କରିବି। ତୁମ୍ଭ ନିୟନ୍ତ୍ରଣକୁ ଆଣିବା ପରେ ସେହି ନଗରରେ ଅଗ୍ନି ସଂଯୋଗ କର।”

ଏହା ପରେ ଯିହୋଶୂୟ ସୈନ୍ୟମାନଙ୍କୁ ସେମାନଙ୍କର ଲୁଚି ରହିବା ସ୍ଥାନକୁ ପଠାଇ ଦେଲେ। ସେମାନେ ବୈଥେଲ୍ ଏବଂ ଅୟର ମଧ୍ୟସ୍ଥାନରେ ଲୁଚି ରହିଲେ। ଏହି ସ୍ଥାନଟି ଥିଲା ଅୟର ପଶ୍ଚିମ ପଟରେ। ଏବଂ ଯିହୋଶୂୟ ସୈନ୍ୟମାନଙ୍କ ସହିତ ସେଠାରେ ରାତ୍ରିଯାପନ କଲେ।

10 ତା’ ପରଦିନ ପ୍ରତ୍ୟୁଷରୁ ଯିହୋଶୂୟ ସୈନ୍ୟମାନଙ୍କୁ ଏକତ୍ରିତ କଲେ। ଏହା ପରେ ଯିହୋଶୂୟ ଏବଂ ଇସ୍ରାଏଲର ନେତାଗଣ ସୈନ୍ୟମାନଙ୍କୁ ଅୟ ଆଡ଼କୁ ଆଗେଇ ନେଲେ। 11 ସମସ୍ତ ସୈନ୍ୟ ଯେଉଁମାନେ କି ଯିହୋଶୂୟଙ୍କ ସହିତ ଥିଲେ, ସେମାନେ ଅୟ ଆଡ଼କୁ ଅଗ୍ରସର ହେଲେ। ସେମାନେ ନଗରର ସମ୍ମୁଖରେ ରହିଲେ। ସୈନ୍ୟମାନେ ସେମାନଙ୍କର ଛାଉଣି ଉତ୍ତର ପଟେ ପ୍ରସ୍ତୁତ କଲେ। ସୈନ୍ୟ ଛାଉଣି ଓ ଅୟର ମଧ୍ୟରେ ଏକ ଉପତ୍ୟକା ମଧ୍ୟ ଥିଲା।

12 ଏହା ପରେ ଯିହୋଶୂୟ 5,000 ସୈନ୍ୟମାନଙ୍କୁ ବାଛିଲେ ଏବଂ ସେମାନଙ୍କୁ ନଗରର ପଶ୍ଚିମ ପଟେ ଲୁଚି ରହିବାକୁ ପଠାଇ ଦେଲେ। ସେହି ସ୍ଥାନଟି ବୈଥେଲ୍ ଓ ଅୟର ମଝିରେ ଥିଲା। 13 ଏହିପରି ଭାବରେ ଯିହୋଶୂୟ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ। ସେମାନଙ୍କର ମୂଖ୍ୟ ଛାଉଣି ନଗରର ଉତ୍ତର ପଟେ ରହିଲା। ଅନ୍ୟ ଦଳଟି ନଗରର ପଶ୍ଚିମ ପଟେ ରହିଲେ। ସେହି ରାତ୍ରିରେ ଯିହୋଶୂୟ ଉପତ୍ୟକା ମଧ୍ୟକୁ ଗଲେ।

14 ଯେତେବେଳେ ଅୟର ରାଜା ଇସ୍ରାଏଲର ସୈନ୍ୟମାନଙ୍କୁ ଦେଖିଲେ, ଅୟର ରାଜା ଏବଂ ତାଙ୍କର ସୈନ୍ୟମାନେ ଇସ୍ରାଏଲର ସୈନ୍ୟମାନଙ୍କ ସହିତ ଯୁଦ୍ଧ କରିବାକୁ ତରବର ହୋଇ ବାହାରି ଆସିଲେ। ଅୟର ରାଜା ପୂର୍ବ ପଟରେ ଥିବା ଯର୍ଦ୍ଦନ ଉପତ୍ୟକା ଆଡ଼କୁ ଅଗ୍ରସର ହେଲେ। ସେ ଲକ୍ଷ୍ୟ କରି ନ ଥିଲେ ଯେ ସୈନ୍ୟମାନେ ନଗରର ପଛ ପଟେ ଲୁଚି ଅଛନ୍ତି ବୋଲି।

15 ଯିହୋଶୂୟ ଓ ତାଙ୍କ ସହିତ ଥିବା ସମସ୍ତ ସୈନିକ ସେମାନଙ୍କଠାରୁ ପରାସ୍ତ ହେଲାପରି ସେମାନଙ୍କ ଆଗରେ ମରୁଭୂମି ଆଡ଼କୁ ଦୌଡ଼ିଲେ। 16 ତେଣୁ ନଗରର ସମସ୍ତ ସୈନ୍ୟ ସେମାନଙ୍କ ପଛରେ ପାଟିକରି ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ତାଙ୍କ ପଛରେ ଦୌଡ଼ିଲେ। ଏହିପରି ଭାବରେ ସମସ୍ତ ଲୋକ ନଗର ପରିତ୍ୟାଗ କରିଥିଲେ। 17 ଅୟର ସମସ୍ତ ଲୋକ ଓ ବୈଥେ‌ଲ୍‌ର ସମସ୍ତ ଲୋକ ଇସ୍ରାଏଲୀୟ ସୈନ୍ୟମାନଙ୍କ ପଛରେ ଗୋଡ଼ଇ ଥିଲେ। ନଗରରେ କୌଣସି ଲୋକ ନ ଥିଲେ ଯେକି ନଗରକୁ ରକ୍ଷା କରି ପାରିବେ।

18 ଏହା ପରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ତୁମ୍ଭେ ନିଜର ବର୍ଚ୍ଛା ଅୟ ନଗର ଆଡ଼କୁ ବିସ୍ତାର କର।” ଯେହେତୁ ମୁଁ ତୁମ୍ଭକୁ ସେହି ନଗର ହସ୍ତାନ୍ତର କରିବି। ତେଣୁ ଯିହୋଶୂୟ ନିଜର ବର୍ଚ୍ଛା ନଗର ଆଡ଼କୁ ବିସ୍ତାର କଲେ। 19 ଇସ୍ରାଏଲର ସୈନ୍ୟମାନେ ସେମାନଙ୍କର ଲୁଚିବା ସ୍ଥାନରୁ ସେ ବର୍ଚ୍ଛା ବିସ୍ତାର କରୁଥିବାର ଦେଖିଲେ। ସେମାନେ ନଗର ଆଡ଼କୁ ତରବର ହୋଇ ଦୌଡ଼ିଲେ। ସେମାନେ ଏହିପରି ନଗର ମଧ୍ୟକୁ ପ୍ରବେଶ କଲେ ଓ ନଗରକୁ ନିଜର ଆୟତାଧୀନ କଲେ। ଏହା ପରେ ସୈନ୍ୟମାନେ ଗ୍ଭରିଆଡ଼େ ଅଗ୍ନି ସଂଯୋଗ କଲେ।

20 ଅୟର ଲୋକମାନେ ପଛକୁ ବୁଲି ଦେଖିଲେ, ସେମାନଙ୍କର ନଗର ନିଆଁରେ ଜଳୁଅଛି। ସେମାନେ ଦେଖିଲେ ଧୂଆଁ ଧାର ଆକାଶକୁ ଛୁଉଁଛି, ତେଣୁ ସେମାନେ ସେମାନଙ୍କର ଶକ୍ତି ଓ ସାହସ ହରାଇଲେ। ସେମାନେ ଆଉ ଇସ୍ରାଏଲ ସୈନ୍ୟମାନଙ୍କ ପଛରେ ଗୋଡ଼ାଇଲେ ନାହିଁ। ମରୁଭୂମି ଆଡ଼କୁ ଦୌଡ଼ୁଥିବା ଇସ୍ରାଏଲର ସୈନ୍ୟମାନେ ମଧ୍ୟ ଆଉ ଆଗେଇଲେ ନାହିଁ। ସେମାନେ ବୁଲି ପଡ଼ିଲେ ଓ ଅୟର ସୈନ୍ୟମାନଙ୍କୁ ଗୋଡ଼ାଇଲେ। ଅୟର ସୈନ୍ୟମାନଙ୍କ ପାଇଁ ଦୌଡ଼ି ପଳାଇବାକୁ ଆଉ ନିରାପଦ ସ୍ଥାନ ନ ଥିଲା। 21 ଯିହୋଶୂୟ ଓ ଇସ୍ରାଏଲର ଲୋକମାନେ ଅନୁଭବ କଲେ ଯେ, ଲୁଚିଥିବା ସୈନ୍ୟମାନେ ନଗରଟିକୁ ସେମାନଙ୍କର ନିୟନ୍ତ୍ରଣ ମଧ୍ୟକୁ ନେଇ ଗଲେଣି। ସେମାନେ ଧୂଆଁର ସ୍ତମ୍ଭ ଆକାଶରେ ଦେଖିବାକୁ ପାଇଲେ। ଏଣୁ ସେମାନେ ଅୟର ସୈନ୍ୟ ଆଡ଼କୁ ଦୌଡ଼ିଗଲେ ଓ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। 22 ଏହା ପରେ ଯେଉଁ ଲୋକମାନେ ଲୁଚିଥିଲେ, ସେମାନେ ବାହାରି ଆସିଲେ ଏବଂ ଯୁଦ୍ଧ କଲେ। ଏହିପରି ଅୟର ଲୋକମାନଙ୍କର ଉଭୟ ପାର୍ଶ୍ୱରେ ଇସ୍ରାଏଲର ସୈନ୍ୟମାନେ ଜଗି ଗଲେ ଓ ସେମାନଙ୍କୁ ପରାସ୍ତ କଲେ। ଇସ୍ରାଏଲର ସୈନ୍ୟମାନେ ଅୟର ଗୋଟିଏ ସୈନ୍ୟକୁ ମଧ୍ୟ ଛାଡ଼ିଲେ ନାହିଁ। 23 କିନ୍ତୁ ଅୟର ରାଜାଙ୍କୁ ଜୀବିତ ଅବସ୍ଥାରେ ଯିହୋଶୂୟଙ୍କ ନିକଟକୁ ଆଣିଲେ।

ଯୁଦ୍ଧର ବିବରଣ

24 ଯୁଦ୍ଧ ସମୟରେ ଇସ୍ରାଏଲର ସୈନିକମାନେ ଅୟ ସୈନ୍ୟମାନଙ୍କ ପଛରେ ଗୋଡ଼ାଇ କ୍ଷେତ ଓ ମରୁଭୂମି ଅଞ୍ଚଳକୁ ଆଣିଲେ। ସେମାନେ ସେହିଠାରେ ସେମାନଙ୍କୁ ହତ୍ୟା କଲେ। ଏହା ପରେ ଇସ୍ରାଏଲ ସୈନ୍ୟମାନେ ଅୟକୁ ଫେରି ଆସିଲେ ଏବଂ ଅୟ ସହରରେ ଜୀବିତ ଲୋକମାନଙ୍କୁ ଓ ସୈନ୍ୟମାନଙ୍କୁ ହତ୍ୟା କଲେ। 25 ସେହି ଦିନ ଅୟର ସମସ୍ତ ଲୋକମାନେ ମଲେ। ସେମାନେ ପ୍ରାୟ ସ୍ତ୍ରୀ ଓ ପୁରୁଷ ମିଶି 12,000 ଲୋକ ହେବେ। 26 ଅୟ ନିବାସୀ ସମସ୍ତଙ୍କୁ ବର୍ଜିତ ରୂପେ ବିନାଶ କରିବା ଯାଏ ଯିହୋଶୂୟ ନିଜ ହାତରେ ଧରିଥିବା ବର୍ଚ୍ଛାକୁ ବିସ୍ତାର କରିଥିଲେ। ଏହାକୁ ଯିହୋଶୂୟ ସଙ୍କୁଚିତ କଲେ ନାହିଁ। 27 ଇସ୍ରାଏଲର ଲୋକମାନେ ଅୟ ସହରରେ ସମସ୍ତ ପଶୁ ଓ ଦ୍ରବ୍ୟଗୁଡ଼ିକ ନିଜ ନିଜ ପାଇଁ ନେଲେ। ସେମାନେ ଏପରି କଲେ, କାରଣ ସଦାପ୍ରଭୁ ଏପରି କରିବାକୁ ଯିହୋଶୂୟଙ୍କୁ ଆଜ୍ଞା କରିଥିଲେ।

28 ଏହା ପରେ ଯିହୋଶୂୟ ଅୟ ସହରକୁ ପୋଡ଼ି ପାଉଁଶ କଲେ। ସେ ଏକ ଧ୍ୱଂସ ସ୍ତୁପରେ ପରିଣତ କଲେ ଏବଂ ଏହା ଆଜିଯାଏ ଅନୁର୍ବର ସ୍ଥାନ ହୋଇ ରହିଛି। 29 ଯିହୋଶୂୟ ଅୟର ରାଜାଙ୍କୁ ସନ୍ଧ୍ୟା ପର୍ଯ୍ୟନ୍ତ ଗଛରେ ଝୁଲେଇ ରଖିଲେ। ସୂର୍ଯ୍ୟାସ୍ତ ପରେ ଯିହୋଶୂୟଙ୍କ ଆଜ୍ଞାନୁସାରେ ଲୋକମାନେ ସେ ଶବକୁ ଗଛରୁ ଆଣିଲେ। ସେମାନେ ସେହି ଶବକୁ ନଗରର ପ୍ରବେଶ ଫାଟକ ସମ୍ମୁଖରେ ଫୋପାଡ଼ି ଦେଲେ ଏବଂ ତା’ ଉପରେ ପଥର ଗଦା କଲେ। ତାହା ସେଠାରେ ଆଜି ପର୍ଯ୍ୟନ୍ତ ମଧ୍ୟ ଅଛି।

ଆଶୀର୍ବାଦ ଓ ଅଭିଶାପ ପଠନ

30 ଏହା ପରେ ଯିହୋଶୂୟ ଏବଲ ପର୍ବତ ଉପରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କଲେ। 31 ସଦାପ୍ରଭୁଙ୍କ ସେବକ ମୋଶା ଇସ୍ରାଏଲ ସନ୍ତାନଗଣକୁ ଯେ ରୂପେ ଆଜ୍ଞା ଦେଇଥିଲେ, ସେହିପରି ଭାବରେ ମୋଶାଙ୍କର ବ୍ୟବସ୍ଥା ଗ୍ରନ୍ଥର ଲେଖାନୁସାରେ ଯହିଁ ଉପରେ କୌଣସି ମଣିଷ ଲୁହା ଉଞ୍ଚାଇ ନାହିଁ। ଏପରି ଅଚଞ୍ଛା ପଥରରେ ଯଜ୍ଞବେଦି ସେ ନିର୍ମାଣ କଲେ। ତହିଁ ଉପରେ ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।

32 ସେହି ସ୍ଥାନରେ ଯିହୋଶୂୟ ପ୍ରସ୍ତର ଫଳକ ଉପରେ ମୋଶାଙ୍କ ବ୍ୟବସ୍ଥା ପୁସ୍ତକ ଲେଖିଲେ। କାରଣ ତାହା ଇସ୍ରାଏଲ ଲୋକମାନଙ୍କୁ ଦେଖାଇବାକୁ ଯିହୋଶୂୟ ଏହା କଲେ। 33 ଇସ୍ରାଏଲର ସମସ୍ତ ଲୋକମାନେ, ସେମାନଙ୍କ ପ୍ରାଚୀନବର୍ଗ, ନେତୃବର୍ଗ, ସେମାନଙ୍କର ବିଗ୍ଭରକର୍ତ୍ତାଗଣ, ବିଦେଶୀଗଣ ଓ ଦେଶବାସୀ ପବିତ୍ର ସିନ୍ଦୁକ ସମ୍ମୁଖରେ ଛିଡ଼ା ହେଲେ। ସେମାନଙ୍କ ମଧ୍ୟରୁ ଅର୍ଦ୍ଧେକ ଏବଲ ପର୍ବତ ଆଗରେ ଓ ଅର୍ଦ୍ଧେକ ଗରିଷୀମ ପର୍ବତ ଆଗରେ ଛିଡ଼ା ହେଲେ। ସଦାପ୍ରଭୁଙ୍କ ପବିତ୍ର ନିୟମ-ସିନ୍ଦୁକବାହୀ ଲେବୀୟ ଯାଜକମାନଙ୍କ ସମ୍ମୁଖରେ ସେମାନେ ଠିଆ ହେଲେ। ସେମାନେ ଏପରି କଲେ କାରଣ ସଦାପ୍ରଭୁଙ୍କର ସେବକ ମୋଶା ଇସ୍ରାଏଲୀୟମାନଙ୍କୁ ଆଶୀର୍ବାଦ କରିବା ନିମନ୍ତେ ଏପରି କରିବାକୁ ଆଜ୍ଞା ଦେଇଥିଲେ।

34 ଏହା ପରେ ବ୍ୟବସ୍ଥା ପୁସ୍ତକରେ ଲେଖାଯାଇଥିବା ଉଭୟ ଆଶୀର୍ବାଦ ଓ ଅଭିଶାପ ବିଷୟକ ବ୍ୟବସ୍ଥାର ସମସ୍ତ ଶବ୍ଦ ସେ ପାଠକଲେ। 35 ଇସ୍ରାଏଲର ସମସ୍ତ ଲୋକମାନେ ସେଠାରେ ଉପସ୍ଥିତ ଥିଲେ। ସେଠାରେ ମଧ୍ୟ ସମସ୍ତ ସ୍ତ୍ରୀଲୋକ, ପୁରୁଷ ଲୋକ, ପିଲାମାନେ, ଏବଂ ବିଦେଶୀମାନେ ଉପସ୍ଥିତ ଥିଲେ। ବିଦେଶୀମାନେ ଇସ୍ରାଏଲଗଣ ସହିତ ବାସ କରୁଥିଲେ। ଏବଂ ସେଠାରେ ଯିହୋଶୂୟ ସମସ୍ତ ନିୟମ ପାଠ କରିଥିଲେ, ଯାହାକି ମୋଶାଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center