Beginning
ସଦାପ୍ରଭୁ ଇସ୍ରାଏଲକୁ ଆଗେଇ ନେବା ପାଇଁ ଯିହୋଶୂୟଙ୍କୁ ବାଛିଲେ
1 ମୋଶା ସଦାପ୍ରଭୁଙ୍କର ଦାସ ଥିଲେ। ନୂନର ପୁତ୍ର ଯିହୋଶୂୟ ମୋଶାଙ୍କର ପରିଗ୍ଭରକ ଥିଲେ। ମୋଶାଙ୍କର ମୃତ୍ୟୁ ପରେ, ସଦାପ୍ରଭୁ ଯିହୋଶୂୟକୁ କହିଲେ। 2 “ମୋର ସେବକ ମୋଶାର ମୃତ୍ୟୁ ହୋଇଅଛି। ବର୍ତ୍ତମାନ ତୁମ୍ଭେ ଏହି ଲୋକମାନଙ୍କୁ ନେଇ ଯର୍ଦ୍ଦନ ନଦୀ ପାର ହୋଇ ଯାଅ। ମୁଁ ଯେଉଁ ଦେଶସବୁ ଇସ୍ରାଏଲ ଲୋକମାନଙ୍କୁ ଦେବାକୁ କହିଅଛି, ତୁମ୍ଭେ ସେହି ଦେଶକୁ ଯାଅ। 3 ଯେଉଁ ଯେଉଁ ସ୍ଥାନରେ ତୁମ୍ଭର ପାଦ ପଡ଼ିବ, ସେ ସବୁ ସ୍ଥାନ ମୁଁ ମୋଶା ସହିତ କରିଥିବା ପ୍ରତିଜ୍ଞାନୁସାରେ ତୁମ୍ଭମାନଙ୍କୁ ଦେବି। 4 ହିତ୍ତୀୟମାନଙ୍କ ସମସ୍ତ ଦେଶ ସହିତ ଭୂମଧ୍ୟସାଗର ପର୍ଯ୍ୟନ୍ତ ଓ ପଶ୍ଚିମରେ ମହାନ ଫରାତ୍ ନଦୀ ପାଖର ମରୁଭୂମି ଓ ଲିବାନୋନ୍ର ସମସ୍ତ ଭୂମି ତୁମ୍ଭର ହେବ। 5 ମୁଁ ତୁମ୍ଭମାନଙ୍କ ସହିତ ରହିବି ଯେପରି ମୋଶା ସହିତ ଥିଲି। ତୁମ୍ଭେ ବଞ୍ଚିଥିବା ପର୍ଯ୍ୟନ୍ତ ତୁମ୍ଭକୁ ପ୍ରତିବାଦ କରିବାକୁ କେହି ସମର୍ଥ ହୋଇ ପାରିବେ ନାହିଁ। ମୁଁ ତୁମ୍ଭକୁ ଛାଡ଼ିବି ନାହିଁ। ମୁଁ ତୁମ୍ଭକୁ ପରିତ୍ୟାଗ କରିବି ନାହିଁ।
6 “ଯିହୋଶୂୟ, ତୁମ୍ଭେ ବଳବାନ୍ ଓ ସାହସୀ ହୁଅ। ତୁମ୍ଭେ ଏହି ଲୋକମାନଙ୍କୁ ଆଗେଇ ନିଅ, ଯେପରି କି ସେମାନେ ସେମାନଙ୍କର ଦେଶ ଅଧିକାର କରି ପାରିବେ। ମୁଁ ତାଙ୍କ ପୂର୍ବପୁରୁଷମାନଙ୍କଠାରେ ପ୍ରତିଜ୍ଞା କରିଥିଲି ଯେ, ମୁଁ ସେମାନଙ୍କୁ ସେହି ଦେଶ ଦେବି। 7 କିନ୍ତୁ ତୁମ୍ଭେ ବଳବାନ ଓ ସାହସୀ ହୁଅ। ଅନ୍ୟ କଥା ମାନିବାକୁ ତୁମ୍ଭେ ନିଶ୍ଚିତ ମୋର ଦାସ ମୋଶାଙ୍କର ଆଦେଶ ପାଳନ କରିବ। ଯଦି ତୁମ୍ଭେ ତାଙ୍କର ଉପଦେଶ ଠିକ୍ ଭାବରେ ପାଳନ କରିବ, ତେବେ ତୁମ୍ଭେ ଯେଉଁ କର୍ମ କରିବ ସେଥିରେ ଉତ୍ତୀର୍ଣ୍ଣ ହେବ। 8 ସର୍ବଦା ଏହି ବ୍ୟବସ୍ଥା ପୁସ୍ତକ ତୁମ୍ଭ ସମ୍ମୁଖରୁ ବିଚଳିତ ନ ହେଉ। ଦିନରାତି ଏହି ନିୟମ ପୁସ୍ତକକୁ ପଠନ କର। ତେବେ ତୁମ୍ଭେ ନିଶ୍ଚିତ ହୋଇ ପାରିବ। ଏହି ନିୟମକୁ ପାଳନ କର, ଯାହା ଏହି ପୁସ୍ତକରେ ଲେଖା ହୋଇ ଅଛି। ଯଦି ତୁମ୍ଭେ ଏପରି କର, ତେବେ ତୁମ୍ଭେ ବୁଦ୍ଧିମାନ ଓ ପ୍ରତ୍ୟେକ କାର୍ଯ୍ୟରେ କୃତକାର୍ଯ୍ୟ ହେବ, ଯାହା ତୁମ୍ଭେ କରିବ। 9 ମନେରଖ, ମୁଁ ତୁମ୍ଭକୁ ସାହସୀ ଓ ଶକ୍ତିଶାଳୀ ହେବା ପାଇଁ ନିର୍ଦ୍ଦେଶ ଦେଇଅଛି। ତେଣୁ ତୁମ୍ଭେ ଭୟଭୀତ କିଅବା ହତାଶ ହୁଅ ନାହିଁ, କାରଣ ତୁମ୍ଭେ ଯେଉଁଆଡ଼େ ଯିବ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସଙ୍ଗୀ ହେବେ।”
ଯିହୋଶୂୟ ଆଦେଶ ଦେଲେ
10 ତେଣୁ ଯିହୋଶୂୟ ଲୋକମାନଙ୍କ ଅଧ୍ୟକ୍ଷମାନଙ୍କୁ ଆଜ୍ଞା ଦେଇ କହିଲେ, 11 “ଛାଉଣି ମଧ୍ୟଦେଇ ଯାଅ ଓ ଲୋକମାନଙ୍କୁ କୁହ, ‘ତୁମ୍ଭେମାନେ ଆପଣାମାନଙ୍କ ପାଇଁ ଯଥେଷ୍ଟ ସାମଗ୍ରୀ ପ୍ରସ୍ତୁତ କର। ତିନି ଦିନ ମଧ୍ୟରେ ଆମ୍ଭକୁ ଯର୍ଦ୍ଦନ ନଦୀ ପାର ହୋଇଯିବାକୁ ହେବ। ଆମ୍ଭେମାନେ ଯିବୁ ଏବଂ ସେହି ଦେଶ ଅଧିକାର କରିବୁ, ଯାହା ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଦେଇଛନ୍ତି।’”
12 ତା'ପରେ ଯିହୋଶୂୟ ରୁବେନୀୟ ଗୋଷ୍ଠୀବର୍ଗଙ୍କୁ ଓ ଗାଦୀୟ ଏବଂ ମିନଃଶିର ଅର୍ଦ୍ଧ ଗୋଷ୍ଠୀବର୍ଗଙ୍କୁ କହିଲେ, 13 “ମନେରଖ, ସଦାପ୍ରଭୁଙ୍କର ସେବକ ମୋଶା ତୁମ୍ଭମାନଙ୍କୁ ଯେଉଁ ଆଜ୍ଞା ଦେଇଥିଲେ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଏକ ବିଶ୍ରାମ ସ୍ଥାନ ଦେବେ। ସେ ତୁମ୍ଭମାନଙ୍କୁ ଏହି ଦେଶ ଦେବେ। 14 ତୁମ୍ଭର ସ୍ତ୍ରୀ ଏବଂ ପିଲାମାନେ ଯର୍ଦ୍ଦନର ପୂର୍ବ ଦିଗସ୍ଥ ଭୂମିରେ ବାସ କରିବେ, ଯାହା ସଦାପ୍ରଭୁ ତୁମ୍ଭକୁ ଦେଇଛନ୍ତି। ସେମାନେ ସେଠାରେ ସେମାନଙ୍କର ଗୋରୁଗାଈ ସହିତ ବାସ କରିବେ। କିନ୍ତୁ ତୁମ୍ଭର ଶକ୍ତିଶାଳୀ ଯୋଦ୍ଧାଗଣ ତୁମ୍ଭମାନଙ୍କର ଭାତୃଗଣ ସହିତ ଅସ୍ତ୍ରରେ ସୁସଜ୍ଜିତ ହୋଇ ଯର୍ଦ୍ଦନ ନଦୀ ପାର ହେବା ଉଚିତ୍। ତୁମ୍ଭେ ସେମାନଙ୍କୁ ସେମାନଙ୍କ ଭୂମି ଫେରାଇବା ପାଇଁ କରୁଥିବା ଯୁଦ୍ଧରେ ସାହାଯ୍ୟ କରିବା ଉଚିତ୍। 15 ସଦାପ୍ରଭୁ ତୁମ୍ଭକୁ ବିଶ୍ରାମ କରିବା ପାଇଁ ଏକ ବିଶ୍ରାମ ସ୍ଥାନ ଦେଇଛନ୍ତି। ଏବଂ ତୁମ୍ଭମାନଙ୍କ ଭାଇମାନଙ୍କ ପାଇଁ ସେ ତାହା କରିବେ, କିନ୍ତୁ ତୁମ୍ଭେ ସେମାନଙ୍କୁ ସାହାଯ୍ୟ କରିବ, ସେମାନେ ସ୍ଥାନ ଅଧିକାର କରିବା ପର୍ଯ୍ୟନ୍ତ, ଯାହାକି ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ସେମାନଙ୍କୁ ଦେଇଛନ୍ତି। ତା'ପରେ ତୁମ୍ଭେ ଯର୍ଦ୍ଦନର ପୂର୍ବରେ ଅବସ୍ଥିତ ତୁମ୍ଭର ସ୍ୱଦେଶକୁ ଫେରି ଆସିବ। ଯାହାକି ସଦାପ୍ରଭୁଙ୍କର ଦାସ ମୋଶା ତୁମ୍ଭକୁ ଦେଇଛନ୍ତି।”
16 ତା'ପରେ ଯିହୋଶୂୟଙ୍କୁ ଉତ୍ତର ଦେଇ ଲୋକମାନେ କହିଲେ, “ତୁମ୍ଭେ ଆମ୍ଭକୁ ଯେଉଁ ଆଦେଶ ଦେଇଅଛ, ଆମ୍ଭେ ତାହା ପାଳନ କରିବୁ। ତୁମ୍ଭେ ଯେଉଁଠାକୁ କହିବ, ଆମ୍ଭେ ଯିବୁ। 17 ଆମ୍ଭେମାନେ ତୁମ୍ଭଙ୍କୁ ମାନିବୁ, ଯେପରି ଆମ୍ଭେ ମୋଶାଙ୍କୁ ମାନିଥିଲୁ। କିନ୍ତୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭ ସହିତ ରୁହନ୍ତୁ ଯେପରି ମୋଶାଙ୍କ ସହିତ ଥିଲେ। 18 ସେଥିପାଇଁ ଯଦି କୌଣସି ଲୋକ ତୁମ୍ଭଙ୍କୁ ଅବମାନନା କରେ ଅବା କୌଣସି ଲୋକ ତୁମ୍ଭର ବିରୁଦ୍ଧାଚରଣ କରେ, ସେ ଲୋକକୁ ହତ୍ୟା କରାଯିବ। ତେଣୁ ସାହସୀ ଓ ଶକ୍ତିଶାଳୀ ହୁଅ।”
ଯିରୀହୋ ନଗରରେ ଗୁପ୍ତଚରଗଣ
2 ନୂନର ପୁତ୍ର ଯିହୋଶୂୟ ଏବଂ ସମସ୍ତ ଲୋକ ଆକାସିଆରେ ଛାଉଣି ସ୍ଥାପନ କଲେ। ଯିହୋଶୂୟ ଦୁଇଜଣ ଗୁପ୍ତଚରଙ୍କୁ ପଠାଇଲେ, କୌଣସି ଲୋକ ଏ କଥା ଜାଣି ନ ଥିଲେ, ସେ ଏମାନଙ୍କୁ ଗୋପନରେ ପଠାଇ ଥିଲେ। ଯିହୋଶୂୟ ଦୁଇ ଜଣଙ୍କୁ କହିଲେ, “ଯାଅ, ବିଶେଷତଃ ଯିରୀହୋ ନଗର ନିରୀକ୍ଷଣ କର।”
ତେଣୁ ସେମାନେ ଯିରୀହୋ ନଗରକୁ ଗଲେ, ସେମାନେ ଯାଇ ଏକ ବ୍ୟଭିଗ୍ଭରିଣୀ ଗୃହରେ ରହିଲେ। ସେହି ବ୍ୟଭିଗ୍ଭରିଣୀର ନାମ ରାହାବ ଥିଲା।
2 କେହି ଲୋକ ଯିରୀହୋର ରାଜାଙ୍କୁ ଏ କଥା ଜଣାଇଲା, “ଗତ ରାତ୍ରିରେ ଇସ୍ରାଏଲର କେତେକ ଲୋକ ଆମ୍ଭ ଦେଶର ଦୁର୍ବଳତା ଖୋଜିବା ପାଇଁ ଏହି ସ୍ଥାନକୁ ଆସିଲେ।”
3 ତେଣୁ ଯିରୀହୋର ରାଜା ଏହି ବାର୍ତ୍ତା ରାହାବ ନିକଟକୁ ପଠାଇଲେ, “ଯେଉଁ ଲୋକମାନେ ଆସି ତୁମ୍ଭ ଗୃହରେ ପ୍ରବେଶ କରିଛନ୍ତି, ସେମାନଙ୍କୁ ବାହାର କରି ଆଣ। ଯେହେତୁ ସେମାନେ ସମସ୍ତେ ଦେଶ ଅନୁସନ୍ଧାନରେ ଆସିଛନ୍ତି।”
4 ଏଥିରେ ସେ ସ୍ତ୍ରୀଲୋକ ସେହି ଦୁଇ ଜଣଙ୍କୁ ଲୁଗ୍ଭଇ ରଖିଲା। କିନ୍ତୁ ସ୍ତ୍ରୀଲୋକଟି କହିଲା, “ହଁ, ଦୁଇ ଜଣ ଲୋକ ମୋ’ ପାଖକୁ ଆସିଥିଲେ, କିନ୍ତୁ ସେମାନେ କେଉଁଠାରୁ ଆସିଥିଲେ ମୁଁ ଜାଣି ପାରିଲି ନାହିଁ। 5 ସନ୍ଧ୍ୟା ସମୟରେ ଯେତେବେଳେ ଆମ୍ଭର ଫାଟକ ବନ୍ଦ କରିବା ସମୟ ହେଲା, ସେହି ଲୋକମାନେ ଏ ସ୍ଥାନ ପରିତ୍ୟାଗ କରି ଗ୍ଭଲିଗଲେ। ମୁଁ ଜାଣେ ନାହିଁ ସେମାନେ କେଉଁଠାକୁ ଗଲେ। କିନ୍ତୁ ତୁମ୍ଭେ ଯଦି ଶୀଘ୍ର ସେମାନଙ୍କୁ ଅନୁଧାବନ କର, ତେବେ ତୁମ୍ଭେ ସେମାନଙ୍କୁ ନିଶ୍ଚୟ ଧରି ପାରିବ।” 6 ରାହାବ ଏହିସବୁ କଥା ସେମାନଙ୍କୁ କହିଲା, କିନ୍ତୁ ବାସ୍ତବରେ ସେ ସେମାନଙ୍କୁ ଛାତ ଉପରେ ଛଣ କାଠିଗଦା ଭିତରେ ଲୁଗ୍ଭଇ ରଖିଥିଲା।
7 ତେଣୁ ସେହି ଲୋକମାନେ ଗୁପ୍ତଚର ପଛରେ ଗୋଡ଼ାଇ ଗୋଡ଼ାଇ ଯର୍ଦ୍ଦନ ବାଟରେ ଘାଟ ପର୍ଯ୍ୟନ୍ତ ଧାଇଁଲେ। ପୁଣି ଗୁପ୍ତଚରମାନଙ୍କୁ ଗୋଡ଼ାଇବା ଲୋକେ ବାହାରି ଯିବା କ୍ଷଣେ ନଗରବାସୀଗଣ ନଗରଦ୍ୱାର ବନ୍ଦ କଲେ।
8 ସେମାନେ ରାତ୍ରିଶୟନ ପାଇଁ ପ୍ରସ୍ତୁତ ହେବା ସମୟରେ ରାହାବ ଗୁପ୍ତଚରମାନଙ୍କ ପାଖକୁ ଛାତ ଉପରକୁ ଯାଇ କହିଲା, 9 “ମୁଁ ଜାଣେ, ସଦାପ୍ରଭୁ ଏହି ଦେଶକୁ ତୁମ୍ଭ ଲୋକମାନଙ୍କୁ ଦେଇଛନ୍ତି ଏବଂ ତୁମ୍ଭେମାନେ ଆମ୍ଭଙ୍କୁ ଭୟ ଜନ୍ମାଉଅଛ, ଏହି ସକାଶେ ଏହି ଦେଶ ନିବାସୀ ସମସ୍ତେ ତୁମ୍ଭମାନଙ୍କୁ ଭୟ କରିଛନ୍ତି। 10 ଆମ୍ଭେମାନେ ଭୟ କରୁଅଛୁ କାରଣ ଆମ୍ଭେ ଶୁଣିଛୁ ସଦାପ୍ରଭୁ କିପରି ଭାବରେ ତୁମ୍ଭମାନଙ୍କୁ ସାହାଯ୍ୟ କରିଛନ୍ତି। ଆମ୍ଭେ ଜାଣୁ ତୁମ୍ଭେ ମିଶରରୁ ବାହାରି ଆସିବା ବାଟରେ ସେ କିପରି ଲୋହିତ ସାଗରକୁ ଶୁଖାଇ ଦେଲେ। ଆମ୍ଭେ ଆହୁରି ଜାଣୁ ତୁମ୍ଭେ କିପରି ଯର୍ଦ୍ଦନ ପୂର୍ବ ପାରିସ୍ଥ ସୀହୋନ ଓ ଓଗ୍ ନାମକ ଦୁଇଜଣ ଇମୋରୀୟ ରାଜାଙ୍କୁ ବିନାଶ କରିଅଛ। 11 ଆମ୍ଭେମାନେ ଏହିପରି ମର୍ମନ୍ତୁକ କଥାମାନ ଶୁଣି ଅତ୍ୟନ୍ତ ଭୟଭୀତ ହୋଇ ଯାଇଛୁ ଏବଂ କେହି ତୁମ୍ଭ ବିପକ୍ଷରେ ଯୁଦ୍ଧ କରିବା ପାଇଁ ସାହସ କରୁ ନାହାନ୍ତି? କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଉପରିସ୍ଥ ସ୍ୱର୍ଗର ଓ ନୀଚସ୍ଥ ପୃଥିବୀର ପରମେଶ୍ୱର ଅଟନ୍ତି। 12 ଏଣୁ ମୁଁ ଗ୍ଭହେଁ, ତୁମ୍ଭେମାନେ ସଦାପ୍ରଭୁଙ୍କ ନାମରେ ଶପଥ କର। ମୁଁ ତୁମ୍ଭମାନଙ୍କ ପ୍ରତି ଦୟା ଦେଖାଇଅଛି। ଏଥିପାଇଁ ତୁମ୍ଭେମାନେ ମଧ୍ୟ ମୋର ପରିବାର ପାଇଁ ଦୟା ଦେଖାଇବ। ଏ ବିଷୟରେ ମୋତେ ଏକ ସତ୍ୟ ଚିହ୍ନ ଦିଅ। 13 ମୋତେ କୁହ ଯେ ତୁମ୍ଭେ ମୋର ପରିବାରବର୍ଗକୁ ବଞ୍ଚାଇ ରଖିବ। ମୋର ପିତା, ମାତା, ଭାଇମାନଙ୍କୁ, ଭଉଣୀମାନଙ୍କୁ ଏବଂ ତାଙ୍କର ସମସ୍ତ ପରିବାରବର୍ଗଙ୍କୁ ରକ୍ଷା କରିବ। ଦୟାକରି ଆମ୍ଭମାନଙ୍କ ଜୀବନକୁ ମୃତ୍ୟୁମୁଖରୁ ରକ୍ଷା କରିବ ବୋଲି ପ୍ରତିଜ୍ଞା କର।”
14 ସେମାନେ ଏଥିରେ ସମ୍ମତ ହେଲେ ଓ କହିଲେ, “ତୁମ୍ଭେ ଯେବେ ଆମ୍ଭେମାନେ ଯାହା କରୁଛୁ ପ୍ରକାଶ ନ କରିବ, ତେବେ ଆମ୍ଭମାନଙ୍କର ପ୍ରାଣ ବଦଳରେ ତୁମ୍ଭମାନଙ୍କର ପ୍ରାଣ ରକ୍ଷା କରିବୁ। ଆଉ ଯେତେବେଳେ ସଦାପ୍ରଭୁ ଆମ୍ଭମାନଙ୍କୁ ଏ ଦେଶ ଦେବେ, ଆମ୍ଭେ ତୁମ୍ଭ ପ୍ରତି ଦୟା ଓ ବିଶ୍ୱସ୍ତତା ପ୍ରଦର୍ଶନ କରିବୁ।”
15 ସେହି ସ୍ତ୍ରୀଲୋକଟିର ଘର ନଗରର ପ୍ରାଚୀର ଉପରେ ଥିଲା। ଏହା ପ୍ରାଚୀରର ଏକ ଅଂଶ ଥିଲା। ତେଣୁ ସ୍ତ୍ରୀଲୋକଟି ଏକ ଦଉଡ଼ି ସାହାଯ୍ୟରେ ଝରକା ଦେଇ ଏ ଲୋକମାନଙ୍କୁ ଖସି ଯିବାକୁ ସାହାଯ୍ୟ କଲା। 16 ତା'ପରେ ସେ ସ୍ତ୍ରୀଲୋକଟି କହିଲା, “ପର୍ବତମୟ ଦେଶ ମଧ୍ୟକୁ ଯାଅ ରାଜାଙ୍କର ଲୋକମାନେ ହଠାତ୍ ତୁମ୍ଭକୁ ପାଇବାକୁ ସକ୍ଷମ ହେବେ ନାହିଁ। ସେଠାରେ ତିନି ଦିନ ଲୁଚି ରୁହ, ଯେତେବେଳେ ରାଜାଙ୍କର ଲୋକମାନେ ଫେରି ଆସିବେ ତୁମ୍ଭେମାନେ ତୁମ୍ଭ ବାଟରେ ଗ୍ଭଲିଯିବ।”
17 ସେମାନେ ସ୍ତ୍ରୀଲୋକଟିକୁ କହିଲେ, “ଆମ୍ଭେ ତୁମ୍ଭକୁ କଥା ଦେଇଛୁ। ଗୋଟିଏ କାମ କର ନଚେତ୍ ଆମ୍ଭେ ଆପଣା ପ୍ରତିଜ୍ଞାରୁ ମୁକ୍ତ ହୋଇ ପାରିବୁ। 18 ତୁମ୍ଭେ ଯେଉଁ ଝରକା ଦେଇ ଆମ୍ଭମାନଙ୍କୁ ରକ୍ଷା କରିଛ, ଆମ୍ଭେମାନେ ଏ ଦେଶକୁ ଆସିବା ବେଳେ ତୁମ୍ଭେ ସେହି ଝରକାରେ ଏହି ନାଲିଧଡ଼ି ଫିତା ବାନ୍ଧି ରଖିଥିବ। ପୁଣି ତୁମ୍ଭେ ଆପଣା ପିତା, ଆପଣା ମାତା, ଭାଇମାନଙ୍କୁ ଓ ଆପଣା ପିତୃକୂଳ ସମସ୍ତଙ୍କୁ ତୁମ୍ଭର ନିକଟରେ ଏକତ୍ର କରିବ। 19 ଆମ୍ଭେ ସମସ୍ତଙ୍କୁ ସୁରକ୍ଷା ଦେବୁ, ଯେଉଁମାନେ କି ତୁମ୍ଭ ନିକଟରେ ଥିବେ। ଯଦି ତୁମ୍ଭ ସ୍ୱଗୃହରେ କେହି ଆଘାତ ପାଏ। ସେଥିପାଇଁ ଆମ୍ଭେ ଦାୟୀ ରହିବୁ। ଯଦି କୌଣସି ଲୋକ ତୁମ୍ଭର ଗୃହ ବାହାରକୁ ଯାଏ, ତାକୁ ହୁଏତ ହତ୍ୟା କରାଯିବ। ଆମ୍ଭେମାନେ ସେ ଲୋକର ମୃତ୍ୟୁ ପାଇଁ ଦାୟୀ ହେବୁ ନାହିଁ। ଏହା ତା'ର ନିଜର ଭୁଲ ହେବ। 20 ଏହି ଚୁକ୍ତି ଆମ୍ଭେ ତୁମ୍ଭ ସହିତ କରୁଅଛୁ। ଆମ୍ଭେ ଯାହା କରିଅଛୁ, ଯଦି ତୁମ୍ଭେ ଏହା କାହା ଆଗରେ ପ୍ରକାଶ କର, ତେବେ ଆମ୍ଭେ ଏ ଚୁକ୍ତିରୁ ବିରତ ହେବୁ।”
21 ସେ ସ୍ତ୍ରୀଲୋକଟି ଉତ୍ତର ଦେଇ କହିଲା, “ତୁମ୍ଭେ ଯାହା କହିଲ ମୁଁ ଠିକ୍ ସେହିପରି କରିବି।” ସ୍ତ୍ରୀଲୋକଟି ସେମାନଙ୍କୁ ବିଦାୟ ଦେଲା, ତା'ପରେ ସେ ଲୋକମାନେ ସ୍ଥାନ ପରିତ୍ୟାଗ କଲେ। ତା'ପରେ ସେହି ସ୍ତ୍ରୀଲୋକ ଜଣକ ସେହି ନାଲି ଧଡ଼ି ଫିତାଟିକୁ ସେହି ଝରକାରେ ବାନ୍ଧି ରଖିଲା।
22 ସେହି ଲୋକମାନେ ସେ ସ୍ଥାନ ପରିତ୍ୟାଗ କରି ପର୍ବତରେ ପହଞ୍ଚିଲେ। ସେମାନେ ସେଠାରେ ତିନି ଦିନ ରହିଲେ, ରାଜାଙ୍କର ଲୋକମାନେ ସେମାନଙ୍କୁ ଗ୍ଭରିଆଡ଼େ ଖୋଜା ଖୋଜି କଲେ। ତିନି ଦିନ ପରେ, ରାଜାଙ୍କ ଲୋକମାନେ ଖୋଜିବା ବନ୍ଦ କରି ନିଜ ସହରକୁ ପ୍ରତ୍ୟାବର୍ତ୍ତନ କଲେ। 23 ସେହି ଦୁଇଜଣ ଲୋକ ପର୍ବତରୁ ଓହ୍ଲାଇ ନଦୀ ପାର ହୋଇ ନୂନର ପୁତ୍ର ଯିହୋଶୂୟଙ୍କ ନିକଟକୁ ଫେରି ଆସିଲେ। ଯାହାସବୁ ଘଟିଥିଲା, ସେମାନେ ତାହା ବର୍ଣ୍ଣନା କଲେ। 24 ସେମାନେ ଯିହୋଶୂୟଙ୍କୁ କହିଲେ, “ସଦାପ୍ରଭୁ ବାସ୍ତବରେ ଆମ୍ଭକୁ ସମସ୍ତ ଦେଶ ଦାନ କରିଛନ୍ତି। ସେହି ଦେଶରେ ସମସ୍ତ ଲୋକ ଆମ୍ଭକୁ ଭୟ କରୁଛନ୍ତି।”
ଯର୍ଦ୍ଦନ ନଦୀରେ ଅଲୌକିକ ଘଟଣା ଘଟିଲା
3 ପ୍ରତ୍ୟୁଷରୁ ଯିହୋଶୂୟ ଓ ଇସ୍ରାଏଲର ସମସ୍ତ ଲୋକମାନେ ଆକାସିଆ ସହର ପରିତ୍ୟାଗ କରି ଯର୍ଦ୍ଦନ ନଦୀ କୂଳକୁ ଯାତ୍ରା କଲେ। ସେମାନେ ନଦୀ ପାର ହୋଇଯିବା ପର୍ଯ୍ୟନ୍ତ ସେହି ନଦୀ କୂଳରେ ଛାଉଣି କଲେ। 2 ତିନି ଦିନ ପରେ ଅଧ୍ୟକ୍ଷମାନେ ଛାଉଣି ମଧ୍ୟଦେଇ ଗଲେ। 3 ନେତୃବର୍ଗଗଣ ଲୋକମାନଙ୍କୁ ନିର୍ଦ୍ଦେଶ ଦେଲେ, “ଯେତେବେଳେ ଲେବୀୟ ଯାଜକମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ନିୟମ-ସିନ୍ଦୁକକୁ ନେଇ ଯିବେ, ତୁମ୍ଭେମାନେ ସମସ୍ତେ ସେମାନଙ୍କୁ ଅନୁସରଣ କରିବା ଉଚିତ୍। 4 କିନ୍ତୁ ତୁମ୍ଭେମାନେ ନିଶ୍ଚିତ ସେମାନଙ୍କର ଅଧିକ ନିକଟବର୍ତ୍ତୀ ହେବ ନାହିଁ। ତାଙ୍କ ପଛରେ 2,000 ହାତ ପର୍ଯ୍ୟନ୍ତ ତୁମ୍ଭ ଓ ନିୟମ-ସିନ୍ଦୁକ ମଧ୍ୟରେ ବ୍ୟବଧାନରେ ରହିବ। ତୁମ୍ଭେ ଏ ବାଟ ଦେଇ ଆଗରୁ ଯାଇ ନାହଁ। କିନ୍ତୁ ଯଦି ତୁମ୍ଭେ ସେମାନଙ୍କୁ ଅନୁସରଣ କର, ତେବେ ତୁମ୍ଭେମାନେ ଜାଣି ପାରିବ ଯେ, ତୁମ୍ଭେମାନେ କେଉଁ ରାସ୍ତାରେ ଯିବା ଉଚିତ୍।”
5 ତା'ପରେ ଯିହୋଶୂୟ ତାଙ୍କର ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ନିଜକୁ ପବିତ୍ର କର। ଆସନ୍ତା କାଲି ସଦାପ୍ରଭୁ ତୁମ୍ଭମାନଙ୍କ ଆଗରେ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବେ।”
6 ତା'ପରେ ଯିହୋଶୂୟ ଯାଜକମାନଙ୍କୁ କହିଲେ, “ନିୟମ-ସିନ୍ଦୁକ ଉଠାଅ ଏବଂ ଲୋକମାନଙ୍କର ସମ୍ମୁଖରେ ନଦୀ ମଧ୍ୟରେ ଏହା ବହି ନିଅ।” ତେଣୁ ଯାଜକମାନେ ନିୟମ-ସିନ୍ଦୁକ ବହନ କରି ଲୋକମାନଙ୍କର ଆଗେ ଆଗେ ଗ୍ଭଲିଲେ।
7 ତା'ପରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ଆଜି ମୁଁ ତୁମ୍ଭକୁ ସମୁଦାୟ ଇସ୍ରାଏଲ ସମ୍ମୁଖରେ ତୁମ୍ଭକୁ ସମ୍ଭ୍ରାନ୍ତ କରିବାକୁ ଆରମ୍ଭ କରିବି। ଏଥିରେ ଲୋକମାନେ ଜାଣିବେ ଯେ ମୁଁ ଯେପରି ମୋଶାଙ୍କ ସହିତ ଥିଲି, ତୁମ୍ଭ ସହିତ ସେହିପରି ଅଛି। 8 ନିୟମ-ସିନ୍ଦୁକ ବାହକ ଯାଜକମାନଙ୍କୁ କୁହ, ‘ପାଣିରେ ପଶିବା ପୂର୍ବରୁ ଯର୍ଦ୍ଦନ ନଦୀ କୂଳରେ ଠିଆ ହୋଇ ରୁହ।’”
9 ତା'ପରେ ଯିହୋଶୂୟ ଇସ୍ରାଏଲର ଲୋକମାନଙ୍କୁ କହିଲେ, “ଏହିଠାକୁ ଆସ ଓ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର କଥାମାନ ଶୁଣ। 10 ଜୀବିତ ପରମେଶ୍ୱର ଯେ ତୁମ୍ଭମାନଙ୍କ ସହିତ ଅଛନ୍ତି ଏହା ଦ୍ୱାରା ତୁମ୍ଭେମାନେ ଜାଣି ପାରିବ। ସେ କିଣାନୀୟ, ହିତ୍ତୀୟ, ହିବ୍ବୀୟ, ପିରିଷୀୟ, ଗିର୍ଗାଶୀୟ, ଇମୋରୀୟ ଓ ଯିବୂଷୀୟ ଲୋକମାନଙ୍କୁ ତୁମ୍ଭମାନଙ୍କ ସମ୍ମୁଖରୁ, ସେହି ଭୂମିରୁ ନିଶ୍ଚିତ ତଡ଼ି ଦେବେ। 11 ଏହା ଏକ ପ୍ରମାଣ। ସମଗ୍ର ଜଗତର ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ତୁମ୍ଭମାନଙ୍କ ସମ୍ମୁଖରେ ଯର୍ଦ୍ଦନକୁ ପାର ହୋଇ ତୁମ୍ଭମାନଙ୍କ ଆଗରେ ଯାଉଅଛି, ଯେହେତୁ ତୁମ୍ଭେମାନେ ଯର୍ଦ୍ଦନ ନଦୀ ପାର ହେଉଅଛ। 12 ବର୍ତ୍ତମାନ ତୁମ୍ଭେ ବାର ଜଣ ଲୋକଙ୍କୁ ବାଛ। ତୁମ୍ଭେମାନେ ଇସ୍ରାଏଲର ବାର ପରିବାରରୁ ଜଣ ଜଣ କରି ବାର ଜଣଙ୍କୁ ବାଛ। 13 ଯେତେବେଳେ ଯାଜକଗଣ ସମଗ୍ର ଜଗତର ସଦାପ୍ରଭୁଙ୍କର ନିୟମ-ସିନ୍ଦୁକ ବହନ କରି ଯର୍ଦ୍ଦନ ନଦୀରେ ପ୍ରବେଶ କରିବେ, ଯର୍ଦ୍ଦନର ପ୍ରବାହ ବନ୍ଦ ହୋଇଯିବ। ଯର୍ଦ୍ଦନର ପାଣିସବୁ ରୋକିବ ଓ ଗୋଟିଏ ରାଶି ହୋଇ ସ୍ଥଗିତ ରହିବ।”
14 ଯେତେବେଳେ ଲୋକମାନେ ଛାଉଣି ପକାଇଥିବା ସ୍ଥାନରୁ ଯର୍ଦ୍ଦନ ନଦୀ ପାର ହେବା ପାଇଁ ଯାତ୍ରା ଆରମ୍ଭ କଲେ, ଯାଜକମାନେ ଲୋକମାନଙ୍କ ଆଗେ ଆଗେ ନିୟମ-ସିନ୍ଦୁକ ବହି ନେଉଥିଲେ। 15 ଯଦିଓ ଶସ୍ୟଅମଳ ସମୟରେ ଯର୍ଦ୍ଦନ ନଦୀ ସର୍ବଦା କୂଳ ଲଙ୍ଘନ କରୁଥାଏ, ଯାଜକମାନେ ନଦୀ ଶଯ୍ୟାରେ ପ୍ରବେଶ କଲା ମାତ୍ରେ ହଠାତ୍ ତା'ର ପ୍ରବାହ ବନ୍ଦ ହୋଇଗଲା। 16 ତା'ପରେ ଉପରୁ ବହୁଥିବା ଜଳ ପ୍ରବାହ ହଠାତ୍ ସର୍ତ୍ତନ ସହର ନିକଟବର୍ତ୍ତୀ ଆଦମ୍ ପର୍ଯ୍ୟନ୍ତ ବନ୍ଦ ହୋଇଗଲା ଓ ଗୋଟିଏ ରାଶିରେ ପରିଣତ ହୋଇ ସ୍ଥଗିତ ହେଲା। ଏବଂ ମୃତ ସମୁଦ୍ରକୁ ଯାଉଥିବା ନିମ୍ନଗାମୀ ଜଳସ୍ରୋତ ବନ୍ଦ ହୋଇଗଲା। ଇତ୍ୟବସରେ ଲୋକମାନେ ଯିରୀହୋ ନିକଟରେ ଯର୍ଦ୍ଦନ ନଦୀ ପାର ହେଲେ। 17 ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ନେଇ ଯାଉଥିବା ଯାଜକଗଣ ଦୃଢ଼ ଭାବରେ ଯର୍ଦ୍ଦନ ନଦୀର ମଝିରେ ଅଟକି ଗଲେ, ଯେପର୍ଯ୍ୟନ୍ତ ଇସ୍ରାଏଲର ସମସ୍ତ ଲୋକ ଶୁଖିଲା ଭୂମିରେ ନଦୀ ପାର ହୋଇ ନାହାନ୍ତି।
ଲୋକମାନଙ୍କ ସ୍ମରଣ ପାଇଁ ଅଦ୍ଭୂତ ଶିଳା
4 ସମସ୍ତ ଲୋକ ଯର୍ଦ୍ଦନ ନଦୀ ପାର ହୋଇ ସାରିବା ପରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, 2 “ବାର ଜଣ ଲୋକଙ୍କୁ ବାରଟି ଗୋଷ୍ଠୀବର୍ଗରୁ ବାଛ। ପ୍ରତ୍ୟେକ ଗୋଷ୍ଠୀବର୍ଗରୁ ଜଣେ। 3 ଏହିପରି ଭାବେ ସେମାନଙ୍କୁ ଆଦେଶ ଦିଅ, ଯେଉଁଠାରେ ଯାଜକଗଣ ନଦୀ ମଝିରେ ଛିଡ଼ା ହୋଇଥିଲେ ବାରଟି ଶିଳାଖଣ୍ତ ସଂଗ୍ରହ କର। ତୁମ୍ଭ ସହିତ ସେହି ବାରଟି ଶିଳାଖଣ୍ଡକୁ ବହିନିଅ। ତୁମ୍ଭେ ଯେଉଁଠାରେ ରାତି କଟାଇବାକୁ ଯୋଜନା କରିଛ, ସେଗୁଡ଼ିକ ସେଠାରେ ରଖ।”
4 ତେଣୁ ଯିହୋଶୂୟ ବାରଟି ଗୋଷ୍ଠୀବର୍ଗରୁ ବାର ଜଣଙ୍କୁ ବାଛିଲେ। ପ୍ରତ୍ୟେକ ଗୋଷ୍ଠୀବର୍ଗରୁ ଜଣେ। ତା'ପରେ ସେ ସେହି ବାର ଜଣ ଲୋକଙ୍କୁ ଗୋଟିଏ ଜାଗାରେ ଏକତ୍ର କଲେ। 5 ଯିହୋଶୂୟ ସେହି ବାର ଜଣ ଲୋକଙ୍କୁ କହିଲେ, “ଯର୍ଦ୍ଦନ ନଦୀର ମଝିକୁ ଯାଅ ଯେଉଁଠାରେ ଯାଜକମାନେ ସଦାପ୍ରଭୁଙ୍କର ପବିତ୍ର ନିୟମ-ସିନ୍ଦୁକ ଧରି ଠିଆ ହୋଇ ଥିଲେ, ତୁମ୍ଭେମାନେ ବାରଟି ଶିଳାଖଣ୍ତ ପାଇବା ଉଚିତ୍। ସେଠାରୁ ତୁମ୍ଭେମାନେ ପ୍ରତ୍ୟେକେ ଗୋଟିଏ ଲେଖାଏଁ ଶିଳା ତୁମ୍ଭ କାନ୍ଧରେ ବହି ଆଣିବ। 6 ସେହି ଶିଳାଗୁଡ଼ିକ ତୁମ୍ଭମାନଙ୍କର ଏକ ପ୍ରତୀକ ହୋଇ ରହିବ। ଭବିଷ୍ୟତରେ ଯେତେବେଳେ ତୁମ୍ଭର ପିଲାମାନେ ଉତ୍ସୁକ ହୋଇ ତୁମ୍ଭକୁ ପଗ୍ଭରିବେ, ‘ଏହି ପଥରଗୁଡ଼ିକ ତୁମ୍ଭ ପାଇଁ କ’ଣ?’ 7 ତୁମ୍ଭେ ତୁମ୍ଭର ପିଲାମାନଙ୍କୁ କହିବ ଯେ ସଦାପ୍ରଭୁ ଯର୍ଦ୍ଦନ ନଦୀର ଜଳ ଧାରକୁ ବନ୍ଦ କରିଥିଲେ। ସେହି ସମୟରେ ଯାଜକମାନେ ସଦାପ୍ରଭୁଙ୍କର ଚୁକ୍ତିର ପବିତ୍ର ସିନ୍ଦୁକ ସହିତ ଧରି ନଦୀ ପାର ହେଉଥିଲେ, ଏହି ଶିଳା ଖଣ୍ତଗୁଡ଼ିକ ସବୁଦିନ ପାଇଁ ଇସ୍ରାଏଲବାସୀଙ୍କର କଥାକୁ ମନେପକାଉ ଥିବ।”
8 ତେଣୁ ଇସ୍ରାଏଲ ଲୋକମାନେ ଯିହୋଶୂୟଙ୍କର ନିର୍ଦ୍ଦେଶ ମାନିଲେ। ସେମାନେ ସେହି ବାର ଖଣ୍ତ ଶିଳାଗୁଡ଼ିକୁ ନଦୀ ଶଯ୍ୟାରୁ ଆଣିଲେ। ସଦାପ୍ରଭୁ ଯିହୋଶୂୟଙ୍କୁ ଦେଇଥିବା ନିର୍ଦ୍ଦେଶ ଅନୁସାରେ ପ୍ରତ୍ୟେକ ପରିବାରବର୍ଗକୁ ଜଣେ ଗୋଟିଏ ଶିଳାଖଣ୍ତ ନେଲେ। ଲୋକମାନେ ସେମାନଙ୍କ ସହିତ ଶିଳାଖଣ୍ତ ବହିଲେ। ଏବଂ ସେମାନେ ଯେଉଁଠାରେ ରାତ୍ରି ଯାପନ କରନ୍ତି, ସେଠାରେ ଶିଳାଖଣ୍ଡକୁ ରଖନ୍ତି। 9 ଯିହୋଶୂୟ ଯର୍ଦ୍ଦନ ନଦୀର ମଝିରେ ବାର ଖଣ୍ତ ପଥର ବସାଇଲେ। ଯେଉଁଠାରେ ବାର ଜଣ ଯାଜକ ସଦାପ୍ରଭୁଙ୍କର ନିୟମ-ସିନ୍ଦୁକ ଧରି ଠିଆ ହୋଇଥିଲେ। ଯାହାକି ଆଜି ପର୍ଯ୍ୟନ୍ତ ପଥରଖଣ୍ତଗୁଡ଼ିକ ସେହି ସ୍ଥାନରେ ଅଛି।
10 ସଦାପ୍ରଭୁ ଯିହୋଶୂୟଙ୍କୁ ନିର୍ଦ୍ଦେଶ କରିଥିଲେ, ଲୋକମାନଙ୍କୁ କହିବା ପାଇଁ, ଯାହା ମୋଶା ଯିହୋଶୂୟଙ୍କୁ କହିଥିଲେ। ତେଣୁ ଯାଜକମାନେ ଯେଉଁମାନେ ସଦାପ୍ରଭୁଙ୍କର ସିନ୍ଦୁକ ବହୁଥିଲେ, ସମସ୍ତ ଇସ୍ରାଏଲ ଲୋକମାନେ ନଦୀ ପାର ନ ହେବା ପର୍ଯ୍ୟନ୍ତ, ସେମାନେ ସେହି ନଦୀ ଶଯ୍ୟାରେ ଠିଆ ହୋଇ ରହିଲେ। 11 ଯେତେବେଳେ ସମସ୍ତ ଲୋକମାନେ ନଦୀ ପାର ହୋଇଗଲେ, ଏହା ପରେ ଯାଜକଗଣ ସଦାପ୍ରଭୁଙ୍କର ପବିତ୍ର ନିୟମ-ସିନ୍ଦୁକ ଧରି ଯର୍ଦ୍ଦନ ନଦୀ ପାର ହୋଇଗଲେ।
12 ରୁବେନ୍ ଗୋଷ୍ଠୀର ମନୁଷ୍ୟମାନେ, ଗାଦ୍ ଗୋଷ୍ଠୀର ମନୁଷ୍ୟମାନେ ଓ ମନଃଶିର ଅର୍ଦ୍ଧେକ ଗୋଷ୍ଠୀଗଣ, ଯୁଦ୍ଧାସ୍ତ୍ରରେ ସଜ୍ଜିତ ଓ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ଇସ୍ରାଏଲୀୟମାନଙ୍କ ଆଗରେ ନଦୀ ପାର ହୋଇଗଲେ, ଠିକ୍ ମୋଶା ଯେପରି ସେମାନଙ୍କୁ କହିଲେ[a]। 13 ପ୍ରାୟ 40,000 ସୈନ୍ୟ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇ ସଦାପ୍ରଭୁଙ୍କ ସମ୍ମୁଖରେ ପାର ହୋଇ ଯିରୀହୋ ପଦାକୁ ଗଲେ।
14 ସେହି ଦିନ ସଦାପ୍ରଭୁ ଇସ୍ରାଏଲର ଲୋକମାନଙ୍କ ଆଗରେ ଯିହୋଶୂୟଙ୍କୁ ସମ୍ଭ୍ରାନ୍ତ କଲେ। ତହିଁରେ ଲୋକମାନେ ମୋଶାଙ୍କୁ ଯେପରି ଭୟ କରୁଥିଲେ, ସମ୍ମାନ କରୁଥିଲେ, ସେହିପରି ତାଙ୍କର ଜୀବନସାରା ତାଙ୍କୁ ଭୟ ଓ ସମ୍ମାନ କଲେ।
15 ଯେତେବେଳେ ଯାଜକମାନେ ନିୟମ-ସିନ୍ଦୁକ ନଦୀ ମଧ୍ୟରେ ପାର କରୁଥିଲେ ସେ ସମୟରେ ସେମାନେ ନଦୀରେ ଛିଡ଼ା ହୋଇଥିଲେ, ସେ ସମୟରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, 16 “ତୁମ୍ଭେ ଯାଜକମାନଙ୍କୁ ନିର୍ଦ୍ଦେଶ ଦିଅ ଯର୍ଦ୍ଦନ ନଦୀ ମଧ୍ୟରୁ ବାହାରକୁ ଆସିବା ପାଇଁ।”
17 ତେଣୁ ଯିହୋଶୂୟ ନିର୍ଦ୍ଦେଶ ଦେଇ ଯାଜକମାନଙ୍କୁ, କହିଲେ, “ଯର୍ଦ୍ଦନ ନଦୀରୁ ବାହାରକୁ ଆସ।”
18 ଯାଜକମାନେ ଯିହୋଶୂୟଙ୍କୁ ମାନିଲେ। ସେମାନେ ସେହି ପବିତ୍ର ସିନ୍ଦୁକକୁ ଧରି ନଦୀରୁ କୂଳକୁ ଆସିଲେ। ଯେତେବେଳେ ଯାଜକମାନଙ୍କର ପାଦ ନଦୀରୁ ବାହାରି ଆସିଲା, ଯର୍ଦ୍ଦନ ନଦୀ ପୂର୍ବପରି ବହିବାକୁ ଲାଗିଲା। ଏହି ନଦୀ ପୂର୍ବପରି ତା'ର କୂଳ ଲଙ୍ଘନ କଲା।
19 ପ୍ରଥମ ମାସର ଦଶମ ଦିନରେ ଲୋକମାନେ ଯର୍ଦ୍ଦନ ନଦୀ ପାର ହୋଇ ଯିରୀହୋର ପୂର୍ବ ସୀମାସ୍ଥିତ ଗିଲ୍ଗଲ୍ଠାରେ ଛାଉଣି ସ୍ଥାପନ କଲେ। 20 ସେମାନେ ଯର୍ଦ୍ଦନରୁ ଆଣିଥିବା ସେହି ବାରଟି ଶିଳାଖଣ୍ଡକୁ ଯିହୋଶୂୟ ଗିଲ୍ଗଲ୍ଠାରେ ସ୍ଥାପନ କଲେ। 21 ତା'ପରେ ଯିହୋଶୂୟ ଇସ୍ରାଏଲ ଲୋକମାନଙ୍କୁ କହିଲେ, “ଭବିଷ୍ୟତରେ ତୁମ୍ଭର ପିଲାମାନେ ସେମାନଙ୍କର ପିତାମାତାଙ୍କୁ ପଗ୍ଭରିବେ, ‘ଏ ପଥରଗୁଡ଼ିକ କ’ଣ?’ 22 ତୁମ୍ଭେ ତୁମ୍ଭର ପିଲାମାନଙ୍କୁ କହିବ, ‘ଏହି ଶିଳାଖଣ୍ତଗୁଡ଼ିକ ଅତୀତର ସ୍ମୃତି, କିପରି ଇସ୍ରାଏଲର ଲୋକମାନେ ଶୁଖିଲା ଭୂମିରେ ଯର୍ଦ୍ଦନ ନଦୀ ପାର ହୋଇଥିଲେ। 23 ଆମ୍ଭେମାନେ ପାର ହେବାଯାଏ, ଯେପରି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତାଙ୍କର ଶକ୍ତିବଳରେ ସୂଫସାଗର ଶୁଷ୍କ କରିଥିଲେ, ସେହିପରି ତୁମ୍ଭେମାନେ ପାର ହେବା ପର୍ଯ୍ୟନ୍ତ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କ ସମ୍ମୁଖରେ ଯର୍ଦ୍ଦନ ନଦୀ ଶୁଷ୍କ କଲେ।’ 24 ସଦାପ୍ରଭୁ ଏହିପରି କଲେ, କାରଣ ପୃଥିବୀସ୍ଥ ସମୁଦାୟ ଲୋକ ସଦାପ୍ରଭୁ ଶକ୍ତିଶାଳୀ ବୋଲି ଜାଣି ପାରିବେ, ସେଥିପାଇଁ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ସର୍ବଦା ଭୟ ଓ ସମ୍ମାନ କରିବ।”
2010 by World Bible Translation Center