Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଦ୍ୱିତୀୟ ବିବରଣ 24-27

24 “ଜଣେ ଲୋକ ଏକ ସ୍ତ୍ରୀକୁ ବିବାହ କରି ଗ୍ରହଣ କଲାପରେ ଯେବେ ସେ ତାହାଠାରେ କୌଣସି ଲଜ୍ଜାକର ବିଷୟ ପାଇବାରୁ ସେହି ସ୍ତ୍ରୀ ତାହାଠାରେ ଅନୁଗ୍ରହ ନ ପାଏ। ତେବେ ସେହି ପୁରୁଷ ତାହା ନିମନ୍ତେ ଏକ ଛାଡ଼ପତ୍ର ଲେଖି ତାହା ହସ୍ତରେ ଦେଇ ଆପଣା ଗୃହରୁ ତାହାକୁ ବାହାର କରିଦେବା ଉଚିତ୍। ସେ ସ୍ତ୍ରୀ ତା'ର ଗୃହରୁ ବାହାରି ଗଲାପରେ ଅନ୍ୟ ପୁରୁଷର ସ୍ତ୍ରୀ ହୋଇ ପାରିବ। 3-4 ଧରାଯାଉ ତା’ ନୂତନ ସ୍ୱାମୀ ତାକୁ ଭଲ ପାଇଲା ନାହିଁ ଓ ତାକୁ ମଧ୍ୟ ଛାଡ଼ପତ୍ର ଦେଲା କିଅବା ନୂତନ ସ୍ୱାମୀର ମୃତ୍ୟୁ ହୁଏ, ତେବେ ମଧ୍ୟ ତା'ର ପ୍ରଥମ ସ୍ୱାମୀ ତାକୁ ଆଉ ପୁନଃ ବିବାହ କରିବା ଉଚିତ୍ ନୁହଁ। ସେ କଳୁଷିତ ହୋଇ ସାରିବା ପରେ, କାରଣ ଏହି କାର୍ଯ୍ୟ ସଦାପ୍ରଭୁଙ୍କ ଆଗରେ ଘୃଣ୍ୟ ଅଟେ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଯେଉଁ ଦେଶ ତୁମ୍ଭମାନଙ୍କୁ ଅଧିକାର କରିବା ପାଇଁ ଦେଉଛନ୍ତି ତାକୁ ପାପରେ ଦୋଷୀ କରାଅ ନାହିଁ।

“ଯଦି କୌଣସି ଲୋକ ନୂତନ ଭାବେ ବିବାହିତ ହୋଇଥାଏ ତେବେ ସେ ସୈନ୍ୟଦଳରେ ଯୋଗ ଦେବ ନାହିଁ। କିଅବା ତାଙ୍କୁ କୌଣସି ଦାୟିତ୍ୱ ପୂର୍ଣ୍ଣ କାର୍ଯ୍ୟଭାର ଦିଆଯିବ ନାହିଁ। ଏକ ବର୍ଷ ପାଇଁ ତାକୁ ସ୍ୱାଧୀନଭାବେ ବୁଲି ଖୁସୀ କରିବାକୁ ଦିଆଯିବ ସେ ତା'ର ନୂତନ ସ୍ତ୍ରୀକୁ ଧରି ଗୃହରେ ମନୋରଞ୍ଜନ କରି, ବାସ କରିବ।

“କେହି ଚକି ବା ଚକିର ଉପର ପଟ ବନ୍ଧକ ରଖିବ ନାହିଁ, କାରଣ ତାହା କଲେ ମନୁଷ୍ୟର ପ୍ରାଣ ବନ୍ଧକ ରଖିବା ସହିତ ସମାନ।

“ଧରାଯାଉ କୌଣସି ମନୁଷ୍ୟ ଯେବେ ତାଙ୍କର ପଡ଼ୋଶୀକୁ ଅପହରଣ କରେ ଓ ସେ ତାକୁ ଯଦି ଦାସରୂପେ ବ୍ୟବହାର କରେ, ବା ତାହାକୁ ବିକ୍ରୟ କରେ, ତେବେ ସେହି ଅପହରଣକର୍ତ୍ତାକୁ ହତ୍ୟା କରାଯିବା ଉଚିତ୍। ତେଣୁ ତୁମ୍ଭମାନଙ୍କ ମଧ୍ୟରୁ ସେହି ଦୁଷ୍କର୍ମ ଦୂର କରିବା ଉଚିତ୍।

“ତୁମ୍ଭେମାନେ ମାରାତ୍ମକ ଚର୍ମ ରୋଗ ପ୍ରତି ସାବଧାନ ହେବା ଉଚିତ୍। ଲେବୀୟ ଯାଜକମାନେ ତୁମ୍ଭକୁ ଯେଉଁସବୁ ଶିକ୍ଷା ଦିଅନ୍ତି, ତଦନୁସାରେ କର୍ମକରିବା ପାଇଁ ଯତ୍ନ ପୂର୍ବକ ମନୋଯୋଗ କର। ମୁଁ ସେମାନଙ୍କୁ ଯେପରି ଆଜ୍ଞା ଦେଇଅଛି ସେହିରୂପେ କରିବାକୁ ତୁମ୍ଭେମାନେ ମନୋଯୋଗ କରିବା ଉଚିତ୍। ତୁମ୍ଭେମାନେ ମିଶରରୁ ବାହାର ହୋଇ ଆସିବା ବେଳେ ପଥ ମଧ୍ୟରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ମରିୟମ ପ୍ରତି ଯାହା କରିଥିଲେ ସେସବୁକୁ ତୁମ୍ଭେମାନେ ସ୍ମରଣ କର।

10 “ତୁମ୍ଭେ ଆପଣା ପ୍ରତିବାସୀକି କୌଣସି ପ୍ରକାରେ ଋଣ ଦେଲେ ତାହାର ବନ୍ଧକ ଦ୍ରବ୍ୟ ଆଣିବା ପାଇଁ ତୁମ୍ଭେ ତାହା ଘର ଭିତରକୁ ଯିବ ନାହିଁ। 11 ତୁମ୍ଭେ ସର୍ବଦା ବାହାରେ ଛିଡ଼ା ହୋଇ ରହିବ। ତୁମ୍ଭେ ଯାହାକୁ ଋଣ ଦେଇଅଛ, ସେ ବ୍ୟକ୍ତି ଆପଣା ବନ୍ଧକ ଦ୍ରବ୍ୟ ବାହାର କରି ତୁମ୍ଭ ନିକଟକୁ ଆଣିବ। 12 ଧରାଯାଉ, ସେ ଜଣେ ଗରିବ ଲୋକ। ତେବେ ତୁମ୍ଭେ ତା'ର ବନ୍ଧକ ଦ୍ରବ୍ୟ ରଖିବା ପର୍ଯ୍ୟନ୍ତ ଶୋଇବା ଉଚିତ୍ ନୁହଁ। 13 ସେ ଯେପରି ଆପଣା ବସ୍ତ୍ର ଘେନି ଶୟନ କରି ତୁମ୍ଭକୁ ଆଶୀର୍ବାଦ କରିବ। ଏଥିପାଇଁ ସୂର୍ଯ୍ୟାସ୍ତ ସମୟରେ ତାହାର ବନ୍ଧକ ଦ୍ରବ୍ୟ ତାହାକୁ ଅବଶ୍ୟ ଫେରାଇ ଦେବ। ତହିଁରେ ତାହା ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସାକ୍ଷାତରେ ତୁମ୍ଭ ପ୍ରତି ଧାର୍ମିକତା ହେବ।

14 “ତୁମ୍ଭେ କଦାପି ଦୁଃଖୀ ଓ ଦରିଦ୍ର ଲୋକମାନଙ୍କର ଉପଦ୍ରବ କରିବ ନାହିଁ। ସେ ଇସ୍ରାଏଲୀୟ ହେଉ ବା ବିଦେଶୀୟ ହେଉ। 15 ସନ୍ଧ୍ୟା ପୂର୍ବରୁ ତାହାକୁ ତାହାର ବେତନ ଦେବ। କାରଣ ସେ ଦୁଃଖୀ ଲୋକ ତହିଁ ଉପରେ ତାହାର ମନ ଥାଏ। କେଜାଣି ସେ ତୁମ୍ଭ ବିରୁଦ୍ଧରେ ସଦାପ୍ରଭୁଙ୍କୁ ଡାକ ପକାଇବ, ତହିଁରେ ତୁମ୍ଭର ପାପ ହେବ।

16 “ପିଲାମାନଙ୍କର ପାପ ପାଇଁ ତାଙ୍କର ପିତାମାତାଙ୍କୁ ଦଣ୍ତ ଦେବ ନାହିଁ। କିମ୍ବା ପିତାମାତାଙ୍କ ପାଇଁ ପୁତ୍ରକୁ ମଧ୍ୟ ଦଣ୍ତ ଦେବ ନାହିଁ। ପ୍ରତ୍ୟେକ ଲୋକ ନିଜର ପାପ ପାଇଁ ଦଣ୍ତ ଭୋଗ କରିବ।

17 “ତୁମ୍ଭେ ବିଦେଶୀର କି ପିତୃମାତୃହୀନ ବିଗ୍ଭରରେ ଅନ୍ୟାୟ କରିବ ନାହିଁ। କିଅବା ବିଧବାର ବସ୍ତ୍ର ବନ୍ଧକ ରଖିବ ନାହିଁ। 18 ମାତ୍ର ତୁମ୍ଭେ ମିଶରରେ ସ୍ଥାୟୀଭାବେ ଦାସ ଥିଲ, ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ସେଠାରୁ ମୁକ୍ତ କରିଅଛନ୍ତି। ଏକଥାକୁ ସ୍ମରଣ କରିବ। ଏଣୁ ଆମ୍ଭେ ତୁମ୍ଭକୁ ଏହି କର୍ମ କରିବା ପାଇଁ ଆଜ୍ଞା ଦେଇ ଅଛୁ।

19 “ତୁମ୍ଭେ ଆପଣା କ୍ଷେତ୍ରରେ ଶସ୍ୟ କାଟିବା ବେଳେ ଗୋଟିଏ ବିଡ଼ା କ୍ଷେତ୍ରରେ ପାସୋରି ଆସିଲେ ତାହା ଆଣିବା ପାଇଁ ଫେରିଯିବ ନାହିଁ। ତାହା ବିଦେଶୀର, ପିତୃହୀନର ଓ ବିଧବାର ହେବ। ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ହସ୍ତକୃତ ସମସ୍ତ କର୍ମରେ ତୁମ୍ଭକୁ ଆଶୀର୍ବାଦ କରିବେ। 20 “ତୁମ୍ଭେ ଆପଣା ଜୀତବୃକ୍ଷରୁ ଫଳ ପାରିଲା ପରେ ଆଉ ଥରେ ଡାଳକୁ ଯିବ ନାହିଁ। ତାହା ବିଦେଶୀର, ପିତୃହୀନର ଓ ବିଧବାର ହେବ। 21 “ତୁମ୍ଭେ ଆପଣା ଦ୍ରାକ୍ଷାକ୍ଷେତ୍ରରୁ ଦ୍ରାକ୍ଷାଫଳ ସଂଗ୍ରହ କଲାବେଳେ ଆପଣା ଉତ୍ତାରେ ପୁନର୍ବାର ସାଉଣ୍ଟିବ ନାହିଁ। ତାହା ବିଦେଶୀର ପିତୃହୀନର ଓ ବିଧବାର ହେବ। 22 ଆଉ ତୁମ୍ଭେମାନେ ମିଶର ଦେଶରେ ବନ୍ଧା ଦାସ ଥିଲ, ଏହା ସର୍ବଦା ସ୍ମରଣ କରିବ। ଏଣୁ ଆମ୍ଭେ ତୁମ୍ଭକୁ ଏହି କର୍ମ କରିବା ପାଇଁ ଆଜ୍ଞା ଦେଇଅଛୁ।

25 “ଯେତେବେଳେ ଦୁଇଜଣଙ୍କ ମଧ୍ୟରେ ମାଡ଼ପିଟ୍ ଲାଗେ, ସେମାନେ ନ୍ୟାୟଳୟକୁ ଯିବା ଉଚିତ୍। କିଏ ଦୋଷୀ ଓ କିଏ ନିର୍ଦ୍ଦୋଷୀ ବିଗ୍ଭରକର୍ତ୍ତା ବିଗ୍ଭର କରିବେ। ଯଦି ଦୋଷୀଲୋକ ପ୍ରହାରିତ ହେବାର ଯୋଗ୍ୟ ହୁଏ, ତେବେ ବିଗ୍ଭରକର୍ତ୍ତା ତାହାକୁ ଶୁଆଇବ, ପୁଣି ତାହାର ଦୋଷ ଅନୁସାରେ ଗଣି ଗଣି ଆପଣା ସମ୍ମୁଖରେ ତାହାକୁ ପ୍ରହାର କରାଇବ। ତୁମ୍ଭେ କାହାରିକୁ ଗ୍ଭଳିଶ୍ ପ୍ରହାରରୁ ଅଧିକ ଦେବ ନାହିଁ। ଯଦି ତୁମ୍ଭେ କାହାକୁ ଗ୍ଭଳିଶ୍ ଥରରୁ ଅଧିକ ପ୍ରହାର କର ତେବେ ଏହା ଜଣାଯିବ ତୁମ୍ଭ ପାଇଁ ତାହାର ଜୀବନ ତୁଚ୍ଛ ଅଟେ।

“ବଳଦମାନେ ବେଁଙ୍ଗଲାରେ ବୁଲିବା ସମୟରେ ସେମାନଙ୍କର ମୁହଁ ବାନ୍ଧିବ ନାହିଁ।

“ଯଦି ଦୁଇଭାଇ ଏକତ୍ର ବାସ କରୁଥା’ନ୍ତି, ଯଦି ସେମାନଙ୍କ ମଧ୍ୟରୁ ଜଣେ ମରେ ଓ ତାହାର ସନ୍ତାନ ନ ଥାଏ, ତେବେ ସେହି ମୃତ ଲୋକର ସ୍ତ୍ରୀ ବାହାରର କୌଣସି ଲୋକକୁ ବିବାହ କରିବ ନାହିଁ। ତା'ର ଅନ୍ୟ ଭାଇଜଣକ ତାକୁ ବିବାହ କରିବ ଓ ତାହା ସହିତ ସହବାସ କରିବ। ପୁଣି ସେହି ସ୍ତ୍ରୀ ଯେଉଁ ପ୍ରଥମ ସନ୍ତାନ ଜନ୍ମ କରିବ, ସେ ତା'ର ମୃତ ଭ୍ରାତାର ଉତ୍ତରାଧିକାରୀ ହେବ। ତହିଁରେ ତାହାର ନାମ ଇସ୍ରାଏଲରୁ ଲୁପ୍ତ ହେବ ନାହିଁ। ଯଦି ସେହି ଲୋକର ଭାଇ ସେହି ସ୍ତ୍ରୀ ଲୋକକୁ ଗ୍ରହଣ କରିବାକୁ ମନାକରେ ତେବେ ସେହି ସ୍ତ୍ରୀ ନଗରଦ୍ୱାରରେ ପ୍ରାଚୀନବର୍ଗ ନିକଟକୁ ଯାଇ ଅଭିଯୋଗ କରି କହିବ ଯେ, ‘ଆମ୍ଭ ଦେବର ଇସ୍ରାଏଲ ମଧ୍ୟରେ ଆପଣା ଭ୍ରାତାର ନାମ ରଖିବାକୁ ଅସମ୍ମତ, ସେ ଆମ୍ଭ ପ୍ରତି ଦେବରର କର୍ତ୍ତବ୍ୟ କର୍ମ କରିବାକୁ ଇଚ୍ଛା କରେ ନାହିଁ।’ ତେବେ ତାହାର ନଗରସ୍ଥ ପ୍ରାଚୀନମାନେ ତାହାକୁ ଡାକି କହିବେ। ତହିଁରେ ଯେବେ ସେ ଛିଡ଼ା ହୋଇ କହେ ଯେ, ‘ତାହାକୁ ଗ୍ରହଣ କରିବାକୁ ଆମ୍ଭର ଇଚ୍ଛା ନାହିଁ।’ ତେବେ ତାହାର ଭାତୃ ସ୍ତ୍ରୀ ପ୍ରାଚୀନମାନଙ୍କ ସାକ୍ଷାତରେ ତାହାର ନିକଟକୁ ଆସି ତାହାର ପାଦରୁ ପାଦୁକା କାଢ଼ି ତାହା ମୁହଁରେ ଛେପ ପକାଇବ। ପୁଣି ପ୍ରତ୍ୟୁତ୍ତର କରି କହିବ, ‘ଯେକୌଣସି ଲୋକ ଆପଣା ଭାଇର ଘର ନ ତୋଳେ ତାହା ପ୍ରତି ଏହିରୂପେ କରାଯିବ।’ 10 ଇସ୍ରାଏଲ ମଧ୍ୟରେ ‘ଚ୍ୟୁତ ପାଦୁକ ବଂଶ’ ବୋଲି କୁହାଯିବ।

11 “ଦୁଇଜଣଙ୍କ ମଧ୍ୟରେ ଯଦି ବିବାଦ ସୃଷ୍ଟି ହୁଏ। ସେମାନଙ୍କ ମଧ୍ୟରୁ କାହାର ସ୍ତ୍ରୀ ଆସି ଯଦି ତା'ର ସ୍ୱାମୀକୁ ସାହାଯ୍ୟ କରିବାକୁ ଆସେ ଓ ହାତ ବଢ଼ାଇ ପ୍ରହାର କରି ଗୁପ୍ତାଙ୍ଗକୁ ଧରେ। 12 ତୁମ୍ଭେ ଏପରି ସ୍ତ୍ରୀଲୋକର ହାତକାଟି ପକାଇବ। ଏଥିପାଇଁ ତୁମ୍ଭେ ଦୁଃଖ କରିବାର କିଛି ନାହିଁ।

13 “ତୁମ୍ଭେ ଆପଣା ଥଳୀରେ ଊଣା ଅଧିକ ଓଜନର ନାନା ପ୍ରକାର ବଟଖରା ରଖିବ ନାହିଁ। 14 ତୁମ୍ଭେ ଆପଣା ଗୃହରେ ଊଣା ଅଧିକ ପରିମାଣର ପାତ୍ର ରଖିବ ନାହିଁ। 15 ତୁମ୍ଭେ ଯଥାର୍ଥ ଓ ନ୍ୟାୟ ବଟଖରା ରଖିବ। ପୁଣି ଯଥାର୍ଥ ଓ ନ୍ୟାୟ ପରିମାଣ ପାତ୍ର ରଖିବ, ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ, ସେହି ଦେଶରେ ତୁମ୍ଭର ଦିନ ଦୀର୍ଘ ହେବ। 16 ସଦାପ୍ରଭୁ ତୁମ୍ଭର ପରମେଶ୍ୱର ସେମାନଙ୍କୁ ଘୃଣା କରନ୍ତି। ଯେଉଁମାନେ ଠକନ୍ତି, ଓଜନରେ କମ୍ ଦିଅନ୍ତି। ହଁ ସେ ଏହିପରି ଲୋକମାନଙ୍କୁ ଅତି ଘୃଣା କରନ୍ତି।

ଅମାଲେକୀୟମାନଙ୍କୁ ଧ୍ୱଂସ କରିବ

17 “ତୁମ୍ଭେମାନେ ମିଶରରୁ ବାହାର ହୋଇ ଆସିବା ବେଳେ ପଥ ମଧ୍ୟରେ ଅମାଲେକୀୟ ଲୋକମାନେ ତୁମ୍ଭମାନଙ୍କ ପ୍ରତି ଯେପରି କରିଥିଲେ। 18 ତୁମ୍ଭେ ଶାନ୍ତ ଓ କ୍ଳାନ୍ତ ହେବା ସମୟରେ ସେ ପଥରେ ତୁମ୍ଭକୁ ଭେଟି ତୁମ୍ଭ ପଶ୍ଚା‌ଦ୍‌ବର୍ତ୍ତୀ ଦୁର୍ବଳ ଲୋକମାନଙ୍କୁ ତୁମ୍ଭ ପଛରେ କିପରି ଆକ୍ରମଣ କରିଥିଲା ଓ ସେ ପରମେଶ୍ୱରଙ୍କୁ ଭୟ କଲା ନାହିଁ। ଏହା ସ୍ମରଣ କର। 19 ଏଥିପାଇଁ ତୁମ୍ଭେମାନେ ଅମାଲେକୀୟମାନଙ୍କୁ ସମୂଳେ ଧ୍ୱଂସ କରିବ। ତୁମ୍ଭେମାନେ ଏପରି କରିବ ଯେତେବେଳେ ସଦାପ୍ରଭୁଙ୍କ ଦତ୍ତ ନୂତନ ଦେଶରେ ପ୍ରବେଶ କରିବ। ସେହି ଦେଶରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଚତୁର୍ଦ୍ଦିଗସ୍ଥ ତୁମ୍ଭ ଶତ୍ରୁମାନଙ୍କଠାରୁ ତୁମ୍ଭକୁ ବିଶ୍ରାମ ଦେଲେ, ତୁମ୍ଭେ ପୃଥିବୀରୁ ଅମାଲେକୀୟମାନଙ୍କୁ ସମୂଳେ ଧ୍ୱଂସ କରିବାକୁ ପଡ଼ିବ।

ପ୍ରଥମ ଅମଳ

26 “ତୁମ୍ଭେମାନେ ଖୁବ୍ ଶୀଘ୍ର ପ୍ରବେଶ କରିବ, ସେହି ଦେଶରେ ଯାହା ତୁମ୍ଭର ସଦାପ୍ରଭୁ ପରମେଶ୍ୱର ତୁମ୍ଭଙ୍କୁ ଦେବେ। ତୁମ୍ଭେମାନେ ସେଠାରେ ବାସ କରିବ। ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଦତ୍ତ ଆପଣା ସେହି ଦେଶରେ ଭୂମିରୁ ଫଳିଥିବା ସମସ୍ତ ଫଳ ଓ ପରିବାରୁ ପ୍ରଥମଜାତ ଫଳ କିଛି କିଛି ରଖି ଗ୍ଭଙ୍ଗୁଡ଼ିରେ ତାହା ନେଇ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତାଙ୍କ ନାମ ସ୍ଥାପନାର୍ଥେ ତାଙ୍କର ମନୋନୀତ ସ୍ଥାନକୁ ତୁମ୍ଭେ ଯିବ। ତୁମ୍ଭେ ସେହି ସମୟରେ ଯାଜକ ନିକଟକୁ ଯିବା ଉଚିତ୍ ଏବଂ କହିବ, ‘ସଦାପ୍ରଭୁ ଆମ୍ଭମାନଙ୍କୁ ଯେଉଁ ଦେଶ ଦେବା ପାଇଁ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ଶପଥ କରିଥିଲେ, ସେହି ଦେଶରେ ଆମ୍ଭେ ବାସ କରୁଅଛୁ। ଏହା ଆମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସାକ୍ଷାତରେ ଘୋଷଣା କରୁଅଛୁ।’

“ଏହା ପରେ ଯାଜକ ତୁମ୍ଭ ହାତରୁ ଗ୍ଭଙ୍ଗୁଡ଼ି ନେଇ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଯଜ୍ଞବେଦି ସମ୍ମୁଖରେ ରଖିବ। ତା'ପରେ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ସମ୍ମୁଖରେ ଉତ୍ତର ଦେଇ କହିବ,’ ଜଣେ ବୁଲୁଥିବା, ଅରାମୀୟ ଲୋକ ମୋର ପିତା ଥିଲେ ଓ ସେ ମିଶରକୁ ଗଲେ ଏବଂ ସେଠାରେ ଅଳ୍ପ କେତେକ ଲୋକ ସହିତ ବାସ କଲେ। ସେଠାରେ ସେ ଜାତୀୟ ଲୋକମାନଙ୍କ ମଧ୍ୟରେ ମହାନ ଓ ଶକ୍ତିଶାଳୀ ହେଲେ। ସେଥିରେ ମିସ୍ରୀୟ ଲୋକମାନେ ଆମ୍ଭମାନଙ୍କ ପ୍ରତି ଦୌରାତ୍ମ୍ୟ କଲେ ଓ ଆମ୍ଭମାନଙ୍କୁ କଷ୍ଟ ଦେଇ କଠିନ ପରିଶ୍ରମ କରାଇଲେ। ଏହା ପରେ ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପୂର୍ବପୁରୁଷଙ୍କର ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲୁ। ଆଉ ସଦାପ୍ରଭୁ ଆମ୍ଭମାନଙ୍କର ଡାକ ଶୁଣିଲେ ଓ ଆମ୍ଭମାନଙ୍କର କଷ୍ଟକୁ ହୃଦୟଙ୍ଗମ କଲେ ଓ ଉପଦ୍ରବ ଶ୍ରମ ଦେଖିଲେ। ତା'ପରେ ସଦାପ୍ରଭୁ ବଳବାନ ହସ୍ତ ଦ୍ୱାରା ଓ ବିସ୍ତୀର୍ଣ୍ଣ ବାହୁ ଦ୍ୱାରା ଓ ମହାତ୍ରାସ ଦ୍ୱାରା ଓ ନାନା ଚିହ୍ନ ଦ୍ୱାରା, ଆଶ୍ଚର୍ଯ୍ୟ କର୍ମମାନ ଦ୍ୱାରା ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲେ। ଏହା ପରେ ସେ ଆମ୍ଭମାନଙ୍କୁ ଏହି ସ୍ଥାନକୁ ଆଣିଛନ୍ତି ଓ ଏହି ଦେଶ ଦୁ‌‌ଗ୍‌‌ଧମଧୁପ୍ରବାହୀ ଦେଶ ଆମ୍ଭମାନଙ୍କୁ ଦେଇଛନ୍ତି। 10 ତେଣୁ, ହେ ସଦାପ୍ରଭୁ, ଦେଖ ତୁମ୍ଭେ ଆମ୍ଭକୁ ଯେଉଁ ଦେଶ ଦେଇଅଛ, ଆମ୍ଭେ ତହିଁର ପ୍ରଥମ ଫଳ ଆଣିଅଛୁ।’

“ଏହା ପରେ ତୁମ୍ଭେ ସଦାପ୍ରଭୁ, ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ତାହା ରଖିବ ଓ ପ୍ରଣାମ କରିବ। 11 ଏହା ପରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ପ୍ରତି ଓ ତୁମ୍ଭ ପରିବାର ପ୍ରତି ଯେଉଁସବୁ ମଙ୍ଗଳ କରିଛନ୍ତି, ସେ ସବୁରେ ତୁମ୍ଭେ ଓ ଲେବୀୟ ଓ ତୁମ୍ଭ ମଧ୍ୟବର୍ତ୍ତୀ ବିଦେଶୀୟ ଲୋକ ତୁମ୍ଭେମାନେ ସମସ୍ତେ ଆନନ୍ଦ କରିବ।

12 “ତୃତୀୟ ବର୍ଷରେ ଅର୍ଥାତ୍ ଦଶମାଂଶ ବର୍ଷରେ ତୁମ୍ଭେ ଆପଣା ଉତ୍ପନ୍ନ ଶସ୍ୟ ଆଦିର ଦଶମାଂଶ ଦେବାର ସମାପ୍ତ କଲାପରେ ତୁମ୍ଭେମାନେ ଲେବୀୟକୁ, ବିଦେଶୀକି, ପିତୃହୀନକୁ ଓ ବିଧବାକୁ ତାହା ଦେବ। ତହିଁରେ ସେମାନେ ତୁମ୍ଭ ନଗରଦ୍ୱାର ମଧ୍ୟରେ ଭୋଜନ କରି ତୃପ୍ତ ହେବେ। 13 ତେଣୁ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ନିଶ୍ଚୟ ଏହା କହିବ, ‘ତୁମ୍ଭର ସମସ୍ତ ଆଜ୍ଞା ଅନୁସାରେ ମୁଁ ଆପଣା ଗୃହରୁ ସମସ୍ତ ପବିତ୍ର ଖାଦ୍ୟ ବାହାର କରି ନେଇଛି। ଏବଂ ଲେବୀୟକୁ, ବିଦେଶୀମାନଙ୍କୁ, ପିତୃମାତୃହୀନମାନଙ୍କୁ ଓ ବିଧବାମାନଙ୍କୁ ଦେଇଅଛି। ମୁଁ ତୁମ୍ଭର କୌଣସି ଆଜ୍ଞା ଲଘଂନ କରି ନାହିଁ କିଅବା ସେଗୁଡ଼ିକ ପାଶୋରି ନାହିଁ। 14 ମୁଁ ଆପଣା ସେବା ସମୟରେ ତହିଁରୁ କିଛି ଭୋଜନ କରି ନାହିଁ। କିଅବା ଅଶୁଚି ହୋଇ ତହିଁରୁ କିଛି ରଖି ନାହିଁ। କିଅବା ମୃତ ଲୋକଙ୍କ ଉଦ୍ଦେଶ୍ୟରେ ତହିଁରୁ କିଛି ଦେଇ ନାହିଁ। ମୁଁ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ବାକ୍ୟରେ ଧ୍ୟାନ ଦେଇଅଛି। ତୁମ୍ଭେ ମୋତେ ଯାହା ଯାହା ଆଜ୍ଞା କଲ, ସେ ସବୁ ମୁଁ ପାଳନ କରିଛି। 15 ତୁମ୍ଭେ ଆପଣା ପବିତ୍ର ନିବାସ ସ୍ୱର୍ଗରୁ ଦୃଷ୍ଟିପାତ କର। ଏବଂ ତୁମ୍ଭର ଲୋକ ଇସ୍ରାଏଲକୁ ଓ ଆମ୍ଭମାନଙ୍କ ପୂର୍ବପୁରୁଷଗଣ ପ୍ରତି କୃତ ଆପଣା ଶପଥ ଅନୁସାରେ ଯେଉଁ ଭୂମି ଆମ୍ଭମାନଙ୍କୁ ଦେଇଅଛ, ସେହି ଦୁ‌‌ଗ୍‌‌ଧମଧୁପ୍ରବାହୀ ଦେଶକୁ ଆଶୀର୍ବାଦ କର।’

ସଦାପ୍ରଭୁଙ୍କର ନିର୍ଦ୍ଦେଶମାନ ପାଳନ କର

16 “ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆଜି ତୁମ୍ଭକୁ ଏହିସବୁ ବିଧି ଓ ଶାସନ ପାଳନ କରିବାକୁ ଆଜ୍ଞା ଦେଉ ଅଛନ୍ତି। ଏଥିପାଇଁ ତୁମ୍ଭେ ଆପଣା ସମସ୍ତ ହୃଦୟ ଓ ସମସ୍ତ ପ୍ରାଣ ସହିତ ତାହା ସବୁ ପାଳନ କରିବ। 17 ତୁମ୍ଭେମାନେ ଆଜି ସଙ୍କଳ୍ପ କରିଅଛ ଯେ, ସେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ହେବେ ଓ ତୁମ୍ଭେ ତାହାଙ୍କ ପଥରେ ଗ୍ଭଲିବ ଓ ତାଙ୍କର ବିଧି, ଆଜ୍ଞା, ଶାସନ ମାନି ଚଳିବ ଏବଂ ତାହାଙ୍କ ସ୍ୱର ଶୁଣ। 18 ଏବଂ ସଦାପ୍ରଭୁ ଆଜି ତାଙ୍କ ପ୍ରତିଜ୍ଞା ଅନୁସାରେ ଘୋଷଣା କରିଛନ୍ତି ଯେ, ତୁମ୍ଭେ ତାଙ୍କର ସଞ୍ଚିତ ଜାତି ହେବ ଓ ତାଙ୍କର ସମସ୍ତ ଆଜ୍ଞା ମାନିବା ଉଚିତ୍। 19 ସଦାପ୍ରଭୁ ତୁମ୍ଭମାନଙ୍କ ସମସ୍ତ ଜାତିଙ୍କଠାରୁ ମହାନ୍ କରିବେ। ସେ ତୁମ୍ଭକୁ ପ୍ରଶଂସା, ଖ୍ୟାତି ଓ ସମ୍ମାନ ଦେବେ। ଏବଂ ତୁମ୍ଭେମାନେ ତାଙ୍କର ନିଜର ପବିତ୍ର ଲୋକ ହେବ। ସେ ଯେପରି ପ୍ରତିଜ୍ଞା କରିଛନ୍ତି।”

ଲୋକଙ୍କ ପାଇଁ ପଥରର ସ୍ମୃତି ଫଳକ

27 ମୋଶା ଏବଂ ପ୍ରାଚୀନବର୍ଗ ଲୋକମାନଙ୍କୁ ଆଜ୍ଞା ଦେଲେ, “ମୁଁ ଆଜି ତୁମ୍ଭମାନଙ୍କୁ ଯେଉଁ ଆଜ୍ଞା ଦେଉଛି, ସେଗୁଡ଼ିକ ପାଳନ କର। ଯେଉଁ ଦିନ ତୁମ୍ଭେମାନେ ଯେତେବେଳେ ଯର୍ଦ୍ଦନ ନଦୀ ପାରହେଲ ଏବଂ ସେହି ଦେଶରେ ପ୍ରବେଶ କଲ, ଯାହା ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଦେଇଛନ୍ତି। ସେହି ଦିନ ହିଁ ଏକ ବୃହତ୍ ପ୍ରସ୍ତର ସ୍ଥାପନ କରି ତାହା ଲେପନ କରିବ। ତୁମ୍ଭେମାନେ ସେଠାରେ ପ୍ରବେଶ କରିବା ମାତ୍ରେ, ତୁମ୍ଭେମାନେ ଏହିସବୁ ନିୟମ ସେହି ପ୍ରସ୍ତର ଉପରେ ଲେଖିବା ଉଚିତ୍। ଏହାକର ଯେତେବେଳେ ତୁମ୍ଭେମାନେ ଯର୍ଦ୍ଦନ ନଦୀ ପାର ହୋଇ ସେହି ଦେଶରେ ପ୍ରବେଶ କରିବାକୁ ଯାଉଛ, ଯାହା ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭଙ୍କୁ ଦେଉଛନ୍ତି। ଦୁ‌‌ଗ୍‌‌ଧମଧୁପ୍ରବାହୀତ ହେଉଥିବାର ଦେଶ ତୁମ୍ଭମାନଙ୍କର ପୂର୍ବପୁରୁଷଗଣଙ୍କର ସଦାପ୍ରଭୁ ପରମେଶ୍ୱର ଯେହେତୁ ପ୍ରତିଜ୍ଞା କରିଥିଲେ।

“ପୁଣି ଆଜି ମୁଁ ଯେଉଁ ପ୍ରସ୍ତର ଗୁଡ଼ିକ ବିଷୟରେ ତୁମ୍ଭମାନଙ୍କୁ ଏହି ଆଜ୍ଞା ଦେଲି, ତୁମ୍ଭେମାନେ ଯର୍ଦ୍ଦନ ପାର ହେଲା ପରେ ଏବଲ ପର୍ବତରେ ସେହି ପ୍ରସ୍ତର ସବୁ ସ୍ଥାପନ କରିବ ଓ ତାହା ସବୁ ଚୂନରେ ଲେପିବ। ଆଉ ତୁମ୍ଭେ ସେଠାରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ଅର୍ଥାତ୍ ପଥରରେ ଏକ ଯଜ୍ଞବେଦି ନିର୍ମାଣ କରିବ। ସେହି ପଥର କାଟିବାରେ ଲୁହା ବ୍ୟବହାର କରିବ ନାହିଁ। ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଯଜ୍ଞବେଦି ସମସ୍ତ ଅଚଞ୍ଛା ପଥରରେ ନିର୍ମାଣ କରିବା ଉଚିତ୍ ଓ ତୁମ୍ଭେମାନେ ସେହି ସ୍ଥାନରେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କୁ ହୋମବଳି ଉତ୍ସର୍ଗ କରିବା ଉଚିତ୍। ତୁମ୍ଭେ ମଙ୍ଗଳାର୍ଥକ ବଳିଦାନ ଉତ୍ସର୍ଗ କରି ସେଠାରେ ଭୋଜନ କରିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ଆନନ୍ଦ କରିବ। ତୁମ୍ଭେ ସେହି ପ୍ରସ୍ତର ଉପରେ ଏହି ବ୍ୟବସ୍ଥାର ସମସ୍ତ କଥା ସୁନ୍ଦରଭାବେ ଖୋଳି ଲେଖିବ।”

ନିୟମ ନ ମାନିଲେ ଅଭିଶପ୍ତ ହେବେ

ମୋଶା ଓ ଯାଜକମାନେ ସମସ୍ତ ଇସ୍ରାଏଲକୁ କହିଲେ, “ହେ ଇସ୍ରାଏଲ ନୀରବରେ ଅନୁଧ୍ୟାନ କର, ଆଜି ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଲୋକ ହେଲ। 10 ଏଣୁ ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ କଥାରେ କର୍ଣ୍ଣପାତ କର ଓ ଆଜି ମୁଁ ତାଙ୍କର ଯେଉଁ ସମସ୍ତ ଆଜ୍ଞା ବିଧି ତୁମ୍ଭଙ୍କୁ ଆଜ୍ଞା କରୁଅଛି। ତାହା ପାଳନ କର।”

11 ସେହି ଦିନ ମୋଶା ଲୋକମାନଙ୍କୁ କହିଲେ, 12 “ତୁମ୍ଭେ ଯର୍ଦ୍ଦନ ପାର ହେବାପରେ ଶିମିୟୋନ, ଲେବୀ, ଯିହୁଦା, ଇଷାଖର, ଯୋଷେଫ ଓ ବିନ୍ୟାମୀନ ଗୋଷ୍ଠୀଗଣ ସମସ୍ତ ଲୋକମାନଙ୍କୁ ଆଶୀର୍ବାଦ ନିମନ୍ତେ ଗରିଷୀମ୍ ପର୍ବତ ଉପରେ ନିଶ୍ଚୟ ଛିଡ଼ା ହେବ। 13 ଏବଂ ରୁବେନ୍, ଗାଦ୍, ଆଶେର, ସବୂଲୂନ୍, ଦାନ, ନପ୍ତାଲି ଗୋଷ୍ଠୀୟକୁ ଅଭିଶାପ ଦେବା ନିମନ୍ତେ ଏବଲ ପର୍ବତରେ ଠିଆ ହେବେ।

14 “ଏବଂ ସମସ୍ତ ଲେବୀୟମାନେ ଖୁବ୍ ଉଚ୍ଚ ସ୍ୱରରେ ସମସ୍ତ ଇସ୍ରାଏଲୀୟ ଲୋକଙ୍କୁ ଉତ୍ତର ଦେଇ କହିବେ,

15 “‘ଯେଉଁ ମନୁଷ୍ୟ କୌଣସି ଖୋଦିତ କିଅବା ଛାଞ୍ଚ ଢଳା ମୂର୍ତ୍ତି ନିର୍ମାଣ କରେ ଯାହା ସଦାପ୍ରଭୁ ଘୃଣା କରନ୍ତି ଏବଂ ଏହାକୁ ଏକ ଗୋପନ ସ୍ଥାନରେ ସ୍ଥାପନ କରେ, ସେ ଶାପଗ୍ରସ୍ତ ହେବା ଉଚିତ୍।’

“ତହିଁରେ ସମସ୍ତ ଲୋକ ଉତ୍ତର ଦେଇ କହିବେ, ‘ଆମେନ୍’।

16 “ଲେବୀୟମାନେ କହିବେ, ‘ଆପଣା ପିତାମାତାଙ୍କୁ ଯିଏ ଅବଜ୍ଞା କରେ ଓ ଅସମ୍ମାନ କରେ ସେ ଅଭିଶପ୍ତ ହେଉ।’

“ସେଥିରେ ସମସ୍ତେ କହିବେ, ‘ଆମେନ୍’।

17 “ଲେବୀୟମାନେ କହିବେ, ‘ଯେଉଁ ଲୋକ ଆପଣା ପ୍ରତିବାସୀର ଭୂମିର ଚିହ୍ନ ଘୁଞ୍ଚାଏ, ସେ ଅଭିଶପ୍ତ ହେଉ।’

“ସେଥିରେ ସମସ୍ତେ କହିବେ, ‘ଆମେନ୍।’

18 “ଲେବୀୟମାନେ କହିବେ, ‘ଯେଉଁ ଲୋକ ଅନ୍ଧକୁ ବାଟ ଭୂଲାଏ, ସେ ଲୋକ ଅଭିଶପ୍ତ ହେଉ।’

“ସେଥିରେ ସମସ୍ତେ କହିବେ, ‘ଆମେନ୍।’

19 “ଲେବୀୟମାନେ କହିବେ, ‘ଯେଉଁ ଲୋକ ବିଧବା, ବିଦେଶୀ, ଅନାଥଙ୍କର ନ୍ୟାୟ କରିବାରେ ବାଧା ଦିଏ ସେ ଅଭିଶପ୍ତ ହେଉ।’

“ସେଥିରେ ସମସ୍ତେ କହିବେ, ‘ଆମେନ୍।’

20 “ଲେବୀୟମାନେ କହିବେ, ‘ଯେଉଁ ଲୋକ ଆପଣା ପିତାଙ୍କ ଭାର୍ଯ୍ୟା ସହିତ ଶୟନ କରେ ସେ ଅଭିଶପ୍ତ ହେଉ। କାରଣ ସେ ଯାହା ତା'ର ପିତାର ସେ ତାକୁ ଅନାବରଣ କରିଥାଏ।”

“ଏଥିରେ ସମସ୍ତେ କହିବେ, ‘ଆମେନ୍।’

21 “ଲେବୀୟମାନେ କହିବେ, ‘ଯେଉଁ ଲୋକର କୌଣସି ପଶୁ ସହିତ ଯୌନ ସମ୍ପର୍କ ଥାଏ, ସେ ଅଭିଶପ୍ତ ହେଉ।’

“ଏଥିରେ ସମସ୍ତେ କହିବେ, ‘ଆମେନ୍।’

22 “ଲେବୀୟମାନେ କହିବେ, ‘ଯେଉଁମାନେ ସେମାନଙ୍କ ଭଉଣୀ ବା ପିତୃକନ୍ୟା ବା ମାତୃକନ୍ୟା ସହିତ ଯୌନ ସମ୍ପର୍କ ରଖେ ସେ ଅଭିଶପ୍ତ ହେଉ।’

“ଏଥିରେ ସମସ୍ତେ କହିବେ, ଆମେନ୍।’

23 “ଲେବୀୟମାନେ କହିବେ, ‘ଯେକେହି ଆପଣା ଶାଶୁ ସଙ୍ଗେ ଯୌନ ସମ୍ପର୍କ ରକ୍ଷାକରେ ସେ ଅଭିଶପ୍ତ ହେଉ।’

“ଏଥିରେ ସମସ୍ତେ କହିବେ, ‘ଆମେନ୍।’

24 “ଲେବୀୟମାନେ କହିବେ, ‘ଯେଉଁ ଲୋକ ଆପଣା ପଡ଼ୋଶୀକୁ ଗୋପନରେ ହତ୍ୟା କରେ ସେ ଅଭିଶପ୍ତ ହେଉ।’

“ଏଥିରେ ସମସ୍ତେ କହିବେ, ‘ଆମେନ୍।’

25 “ଲେବୀୟମାନେ କହିବେ, ‘ଯେଉଁ ଲୋକ ନିର୍ଦ୍ଧୋଷ ପ୍ରାଣୀକୁ ହତ୍ୟା କରିବାକୁ ଅର୍ଥ ନିଏ ସେ ଅଭିଶପ୍ତ ହେଉ?’

“ଏଥିରେ ସମସ୍ତେ କହିବେ, ‘ଆମେନ୍।’

26 “ଲେବୀୟମାନେ କହିବେ, ‘ଯେଉଁ ଲୋକ ଏହି ବ୍ୟବସ୍ଥାର ପାଳନ କରେ ନାହିଁ କିମ୍ବା ଅନୁସରଣ କରେ ନାହିଁ, ସେ ଅଭିଶପ୍ତ ହେଉ।’

“ଏଥିରେ ସମସ୍ତେ କହିବେ, ‘ଆମେନ୍।’

Odia Holy Bible: Easy-to-Read Version (ERV-OR)

2010 by World Bible Translation Center