Beginning
ଯଦି କୌଣସି ବ୍ୟକ୍ତି ମୃତ ଅବସ୍ଥାରେ ମିଳେ
21 “ଧରାଯାଉ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭମାନଙ୍କ ଅଧିକାରାର୍ଥେ ସେହି ଦେଶରେ ଯେଉଁ କ୍ଷେତ ଦେଇଛନ୍ତି, ସେହି ଭୂମିର କ୍ଷେତ୍ର ମଧ୍ୟରେ ଯେବେ କୌଣସିଠାରେ ଏକ ମୃତ ଶରୀର ମିଳେ, ତାକୁ ହତ୍ୟା କରିଥିବା ଲୋକ ଯଦି ଜଣା ନ ପଡ଼େ। 2 ତେବେ ପ୍ରାଚୀନବର୍ଗ ଓ ବିଗ୍ଭରକର୍ତ୍ତାମାନେ ଯିବେ ଏବଂ ଶବର ଚତୁର୍ପାର୍ଶ୍ୱରେ ଥିବା ପ୍ରତ୍ୟେକ ନଗରକୁ ମାପିବେ। 3 ସେହି ମୃତ ଲୋକଠାରୁ ଯେଉଁ ନଗର ନିକଟବର୍ତ୍ତୀ ହେବ, ତା'ର ପ୍ରାଚୀନବର୍ଗ ଗୋଠରୁ ଏପରି ବାଛୁରି ନେବେ ଯାହା କେବେ କାମ କରି ନାହିଁ କିଅବା ଯୁଆଳି ଟାଣି ନାହିଁ। 4 ସେହି ନଗରର ପ୍ରାଚୀନବର୍ଗମାନେ ସେହି ବାଛୁରିକୁ ଏକ ଜଳ ଉପତ୍ୟକାକୁ ନେବେ ଯେଉଁଠାରେ ଜଳପ୍ଳାବିତ ହେଉଥିବ ଓ ସେହି ସ୍ଥାନ କେବେ ଗ୍ଭଷ କରାଯାଇ ନ ଥିବ କିଅବା କୌଣସି ବୃକ୍ଷ ସେଠାରେ ଲଗାଯାଇ ନ ଥିବ। ଏହା ପରେ ସେହି ଉପତ୍ୟକାରେ ଉକ୍ତ ବାଛୁରିଟିର ବେକକୁ ଭାଙ୍ଗି ଦେବେ। 5 ଏହା ପରେ ଲେବୀ ବଂଶଧର ଯାଜକମାନେ ତାହା ନିକଟକୁ ଆସିବେ କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ସେବାର୍ଥେ ଓ ସଦାପ୍ରଭୁଙ୍କ ନାମରେ ଆଶୀର୍ବାଦ କରଣାର୍ଥେ ସେମାନଙ୍କୁ ମନୋନୀତ କରିଅଛନ୍ତି। ଏଣୁ ସେମାନଙ୍କ ବାକ୍ୟ ଅନୁସାରେ ପ୍ରତ୍ୟେକ ବିରୋଧରେ ଓ ଆଘାତରେ ବିଗ୍ଭର ହେବ। 6 ଏହା ପରେ ମୃତ ଲୋକର ବନ୍ଧୁବାନ୍ଧବ ଓ ସେହି ନଗରର ସମସ୍ତ ପ୍ରଚୀନବର୍ଗ, ଉପତ୍ୟକାରେ ସେହି ବାଛୁରି ଉପରେ ନିଜ ନିଜ ହସ୍ତ ପ୍ରକ୍ଷାଳନ କରିବେ। 7 ଏବଂ ସେମାନେ ଉତ୍ତର ଦେଇ କହିବେ, ‘ଆମ୍ଭମାନଙ୍କ ହସ୍ତ ଏହି ରକ୍ତପାତ କରି ନାହିଁ। କିଅବା ଏହାକୁ କିଏ ହତ୍ୟା କରିଛି ଆମ୍ଭେ ଏହା ଦେଖି ନାହୁଁ। 8 ହେ ସଦାପ୍ରଭୁ, ତୁମ୍ଭେ ଆପଣାର ଯେଉଁ ଇସ୍ରାଏଲର ଲୋକମାନଙ୍କୁ ମୁକ୍ତ କରିଅଛ, ସେମାନଙ୍କୁ କ୍ଷମା କର। ଆପଣା ଇସ୍ରାଏଲ ଲୋକ ମଧ୍ୟରେ ନିରପରାଧର ରକ୍ତପାତ ଦୋଷ ରହିବାକୁ ଦିଅ ନାହିଁ।’ ତହିଁରେ ସେମାନଙ୍କ ପ୍ରତି ସେହି ରକ୍ତପାତ ଦୋଷ କ୍ଷମା ହେବ। 9 ତୁମ୍ଭମାନଙ୍କ ମଧ୍ୟରୁ ନିରୀହମାନଙ୍କର ହତ୍ୟା ଜନିତ ପାପ ମୋଚନର ଏହା ହିଁ ପଥ। କାରଣ ତୁମ୍ଭେ ପରମେଶ୍ୱରଙ୍କ ଦୃଷ୍ଟିରେ ଯଥାର୍ଥ କାର୍ଯ୍ୟ କରିବା ଉଚିତ୍।
ଯୁଦ୍ଧରେ ବନ୍ଦୀ ହୋଇଥିବା ନାରୀ
10 “ତୁମ୍ଭେମାନେ ଆପଣା ଶତ୍ରୁମାନଙ୍କ ସହିତ ଯୁଦ୍ଧ କରିବାକୁ ଗଲେ ଯଦି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରନ୍ତି ଓ ତୁମ୍ଭେମାନେ ସେମାନଙ୍କୁ ବନ୍ଦୀକରି ଘେନିଯାଅ। 11 ସେହି ବନ୍ଦୀମାନଙ୍କ ମଧ୍ୟରେ କୌଣସି ସୁନ୍ଦରୀ ସ୍ତ୍ରୀ ଦେଖି ତାହା ପ୍ରତି ପ୍ରେମାସକ୍ତ ହେଲେ ଯେବେ ତାହାକୁ ବିବାହ କରିବାକୁ ଇଚ୍ଛା କର, 12 ତେବେ ତୁମ୍ଭେ ତାହାକୁ ଆପଣା ଗୃହକୁ ଆଣିବ ପୁଣି ସେ ଆପଣା ମସ୍ତକ ମଣ୍ତନ କରି ନଖ କାଟିବ। 13 ଆଉ ତା'ପରେ ସେ ବନ୍ଦୀଥିବା ଅବସ୍ଥାରେ ପିନ୍ଧିଥିବା ବସ୍ତ୍ର ତ୍ୟାଗ କରି ତୁମ୍ଭ ଗୃହରେ ବାସ କରିବ ଓ ନିଜର ପିତା ଓ ମାତାଙ୍କ ପାଇଁ ଏକ ମାସ ବିଳାପ କରିବ। ଏହା ପରେ ତୁମ୍ଭେ ତା’ ସହିତ ମିଳାମିଶା ସହବାସ କରିବ ଓ ତା'ର ସ୍ୱାମୀ ହେବ ଏବଂ ସେ ତୁମ୍ଭର ସ୍ତ୍ରୀ ହେବ। 14 ଯେବେ ତାହା ଉପରେ ତୁମ୍ଭେ ସନ୍ତୁଷ୍ଟ ନୁହଁ, ତେବେ ତୁମ୍ଭେ ତାକୁ ଛାଡ଼ପତ୍ର ଦେବ ଏବଂ ତା'ର ଇଚ୍ଛା ଅନୁସାରେ ତାକୁ ଯିବାକୁ ଦେବ। ମାତ୍ର ଟଙ୍କା ବିନିମୟରେ ତାକୁ କାହାକୁ ବିକିବ ନାହିଁ। ତୁମ୍ଭେ ତା’ ପ୍ରତି ଦାସୀ ପରି ବ୍ୟବହାର କରିବ ନାହିଁ। କାରଣ ତୁମ୍ଭେ ତାହା ସହିତ ସହବାସ କରିଛ।
ଜ୍ୟେଷ୍ଠ ସନ୍ତାନ
15 “ଯଦି କୌଣସି ଲୋକର ଦୁଇଟି ସ୍ତ୍ରୀ ଥାଏ, ସେ ଜଣକୁ ଅନ୍ୟ ଜଣ ଅପେକ୍ଷା ଅଧିକ ଭଲ ପାଉଥାଏ, ଏବଂ ଯଦି ସେହି ଦୁଇଜଣ ଯାକ ତୁମ୍ଭର ପୁତ୍ର ସନ୍ତାନ ପ୍ରସବ କରନ୍ତି। ଯଦି ପ୍ରଥମ ପୁତ୍ରକୁ ତୁମ୍ଭେ ଭଲ ପାଉ ନ ଥିବା ସ୍ତ୍ରୀ ଜନ୍ମ ଦେଇଥାଏ। 16 ଯେତେବେଳେ ସେହି ଲୋକ ତା'ର ସମ୍ପତ୍ତି ବାଣ୍ଟିବ ତା'ର ପିଲାମାନଙ୍କ ମଧ୍ୟରେ ଜ୍ୟେଷ୍ଠତାର ଅଧିକାର ସେ ପ୍ରିୟର ପୁତ୍ରକୁ ଦେଇ ପାରିବ ନାହିଁ। 17 ମାତ୍ର ସେ ଅପ୍ରିୟର ପୁତ୍ରକୁ ଜ୍ୟେଷ୍ଠ ବୋଲି ସ୍ୱୀକାର କରି ଆପଣା ସର୍ବଶ୍ୱରୁ ଦୁଇଗୁଣ ଅଂଶ ତାହାକୁ ଦେବ। କାରଣ ସେ ତା'ର ଶକ୍ତିର ପ୍ରଥମଜାତ ସନ୍ତାନ ଓ ଜ୍ୟେଷ୍ଠ ଅଧିକାର ତା'ର ଅଟେ।
ଯେଉଁ ସନ୍ତାନମାନେ ମାନିବାକୁ ବାରଣ କରନ୍ତି
18 “ଯେବେ କାହାର ପୁତ୍ର ଅବାଧ୍ୟ ଓ ପିତାମାତାଙ୍କ କଥା ପାଳନ ନ କରେ, ପିତାମାତାଙ୍କ ପ୍ରତି ଅବଜ୍ଞା ପ୍ରଦର୍ଶନ କରେ। ସେମାନଙ୍କ ତାଗିଦ୍ସତ୍ତ୍ୱେ ସେ ତାହା ପ୍ରତି କର୍ଣ୍ଣପାତ ମଧ୍ୟ କରେ ନାହିଁ। 19 ତେବେ ତାହାର ପିତାମାତା ତାହାକୁ ଧରି ନଗରସ୍ଥ ଫାଟକ ନିକଟରେ ଥିବା ପ୍ରାଚୀନବର୍ଗଙ୍କ ନିକଟକୁ ନେବା ଉଚିତ୍। 20 ସେମାନେ ନଗରର ପ୍ରାଚୀନବର୍ଗମାନଙ୍କୁ କହନ୍ତୁ, ‘ଆମ୍ଭ ପୁତ୍ର ଅବାଧ୍ୟ ଓ ଆଦେଶ ପାଳନ ପାଇଁ ଅବଜ୍ଞା କରୁଛି। ସେ ଅତ୍ୟଧିକ ଖାଦ୍ୟ ଓ ପ୍ରଚୁର ଦ୍ରାକ୍ଷାରସ ପାନ କରୁଛି।’ 21 ତା'ପରେ ନଗରର ବ୍ୟକ୍ତିମାନେ ତାକୁ ପଥର ଫିଙ୍ଗି ହତ୍ୟା କରିବା ଉଚିତ୍। ଏହିପରି ଭାବରେ ତୁମ୍ଭେ ଆପଣା ଭିତରୁ ମନ୍ଦ ଦୂର କରିବା ଉଚିତ୍। ଇସ୍ରାଏଲର ଲୋକମାନେ ଏହା ଶୁଣି ଭୟଭୀତ ହେବେ।
ଅପରାଧୀମାନଙ୍କୁ ହତ୍ୟାକରି ଗଛରେ ଟଙ୍ଗାଇ ଦିଆଯାଏ
22 “ଯଦି କୌଣସି ବ୍ୟକ୍ତି କୌଣସି ଦୋଷ କରେ ଯାହାକି ମୃତ୍ୟୁଦଣ୍ତ ଯୋଗ୍ୟ ହୁଏ, ତାକୁ ହତ୍ୟା କରାଯିବା ଉଚିତ୍” ଏବଂ ତା'ର ଶରୀରକୁ ଗୋଟିଏ ଗଛରେ ଝୁଲାଇ ଦେବା ଉଚିତ୍। 23 କିନ୍ତୁ ତା'ର ମୃତ ଶରୀରକୁ ରାତ୍ରି ତମାମ ଓହଳାଇ ରଖିବା ଉଚିତ୍ ନୁହଁ। ତା'ର ମୃତ ଶରୀରକୁ ସେହି ଏକା ଦିନରେ କବର ଦିଆଯିବା ଉଚିତ୍। କାରଣ, କେହି ବ୍ୟକ୍ତି ଗଛରେ ଝୁଲା ହୋଇ ରହିଲେ ପରମେଶ୍ୱରଙ୍କ ଦ୍ୱାରା ଅଭିଶାପ ଗ୍ରସ୍ତ ହୁଏ। ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ଭୂମି ଦେଇଛନ୍ତି ତୁମ୍ଭେ ତାହାକୁ ଅଶୁଚି କର ନାହିଁ।
ଅନ୍ୟାନ୍ୟ ନିୟମଗୁଡ଼ିକ
22 “ଯଦି ତୁମ୍ଭେ ଏହା ଦେଖ ଯେ ତୁମ୍ଭର ପଡ଼ୋଶୀମାନଙ୍କର ଗାଈ କିଅବା ମେଷ ବଣା ହୋଇ ଯିବାର, ତୁମ୍ଭେ ନିଶ୍ଚୟ ତାହାକୁ ତାଙ୍କର ମାଲିକକୁ ଫେରାଇ ଦେବ। 2 ଯଦି ତା'ର ମାଲିକ ତୁମ୍ଭଠାରୁ ଦୂରରେ ବାସ କରୁଥାଏ, କିଅବା ତୁମ୍ଭେ ତା'ର ମାଲିକକୁ ଜାଣି ନ ଥାଅ, ତେବେ ତାକୁ ତୁମ୍ଭ ଗୃହକୁ ନେଇଯାଅ। ତୁମ୍ଭେ ସେମାନଙ୍କୁ ତୁମ୍ଭ ପାଖରେ ତା'ର ମାଲିକ ଖୋଜି ଖୋଜି ଆସିବା ପର୍ଯ୍ୟନ୍ତ ରଖିପାରିବ। ଏହା ପରେ ତୁମ୍ଭେମାନେ ତା'ର ମାଲିକକୁ ସେମାନଙ୍କୁ ଫେରାଇ ଦେବା ଉଚିତ୍। 3 ତୁମ୍ଭେ ତୁମ୍ଭର ପଡ଼ୋଶୀଙ୍କ ଗର୍ଦ୍ଦଭ ପାଇଲେ ମଧ୍ୟ ତୁମ୍ଭେ ତାହା ପ୍ରତି ଠିକ୍ ସେହିପରି କର, ତୁମ୍ଭେ ସର୍ବଦା ତୁମ୍ଭର ପଡ଼ୋଶୀମାନଙ୍କୁ ସାହାଯ୍ୟ କରିବ। ଯଦି ସେମାନଙ୍କର ଲୁଗା କିଅବା ଅନ୍ୟ କିଛି ଦ୍ରବ୍ୟ ସେମାନେ ହରାଇଥା’ନ୍ତି।
4 “ଯଦି ତୁମ୍ଭର ପଡ଼ୋଶୀମାନଙ୍କର ଗଧ ଅବା ଗାଈ ବାଟରେ ପଡ଼ି ଯିବାର ଦେଖିବ ତୁମ୍ଭେ ସେମାନଙ୍କୁ ଉଠାଇ ଦେବ କିଅବା ଉଠାଇବାରେ ସାହାଯ୍ୟ କରିବ।
5 “ଜଣେ ସ୍ତ୍ରୀଲୋକ ପୁରୁଷ ଲୋକମାନଙ୍କର ପୋଷାକ ପିନ୍ଧିବ ନାହିଁ। ଏବଂ ଜଣେ ପୁରୁଷ କେବେବି ସ୍ତ୍ରୀ ଲୋକର ପୋଷାକ ପିନ୍ଧିବ ନାହିଁ। ଏସବୁ ତୁମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କର ଘୃଣାଯୋଗ୍ୟ ଅଟେ।
6 “ପଥ ପାର୍ଶ୍ୱସ୍ଥ କୌଣସି ଗଛରେ କିଅବା ଭୂମିରେ ତୁମ୍ଭ ସମ୍ମୁଖରେ କୌଣସି ପକ୍ଷୀର ବସାରେ ଛୁଆ କିଅବା ଡିମ୍ବ ଥାଏ ଏବଂ ସେହି ଡିମ୍ବ ଉପରେ ବା ପକ୍ଷୀ ଛୁଆ ଉପରେ ଯଦି ମା ପକ୍ଷୀ ବସିଥାଏ, ତେବେ ତୁମ୍ଭେ ପକ୍ଷୀ ସହିତ ଛୁଆକୁ ଆଣିବ ନାହିଁ। 7 ତୁମ୍ଭେ ତୁମ୍ଭମାନଙ୍କ ପାଇଁ ପକ୍ଷୀ ଛୁଆମାନଙ୍କୁ ଆଣି ପାରିବ କିନ୍ତୁ ତା'ର ମା’ ପକ୍ଷୀକୁ ମୁକ୍ତ କରିଦେବ। ଯଦି ତୁମ୍ଭେମାନେ ଏହି ନିୟମଗୁଡ଼ିକ ମାନିବ ତେବେ ତୁମ୍ଭମାନଙ୍କର ଦୀର୍ଘଜୀବୀ ହେବ ଏବଂ ତୁମ୍ଭମାନଙ୍କର ମଙ୍ଗଳ ହେବ।
8 “ଯେତେବେଳେ ତୁମ୍ଭେମାନେ ଏକ ନୂତନ ଗୃହ ନିର୍ମାଣ କର, ତୁମ୍ଭେମାନେ ସେହି ଛାତର ଚତୁର୍ପାର୍ଶ୍ୱରେ ପାଚେରୀ ଉଠାଇବ। ତେବେ ତୁମ୍ଭେମାନେ କୌଣସି ଲୋକ ଛାତ ଉପରୁ ପଡ଼ି ମରିବା ପାଇଁ ଦୋଷୀ ହେବ ନାହିଁ।
ଏହିସବୁ ବସ୍ତୁ ଏକାଠି ରଖିବା ନିଷେଧ
9 “ତୁମ୍ଭେମାନେ ତୁମ୍ଭମାନଙ୍କର ଦ୍ରାକ୍ଷାକ୍ଷେତ୍ରରେ ମିଶ୍ରିତ ବୀଜ ରୋପଣ କର ନାହିଁ। ତୁମ୍ଭେ ଏପରି ଯଦି କର, ଯେଉଁ ବୀଜ ବୁଣା ଯାଇଥିଲା ବା ଯେଉଁ ଫଳ ଫଳିଛି, ସେଗୁଡ଼ିକ ତୁମ୍ଭକୁ ବ୍ୟବହାର କରିବା ପାଇଁ ଅନୁମତି ଦିଆଯିବ ନାହିଁ।
10 “ତୁମ୍ଭେ ବଳଦ ଓ ଗଧ ଏକତ୍ର ଯୋଡ଼ି ଗ୍ଭଷ କରିବ ନାହିଁ।
11 “ଏପରି ପୋଷାକ ପିନ୍ଧ ନାହିଁ, ଯାହାକି ରେଶମ ଓ ଲାଇଲନ୍ ସୂତାରେ ପ୍ରସ୍ତୁତ ହୋଇଥିବ।
12 “ତୁମ୍ଭେ ଆପଣା ଶରୀରରେ ଉତ୍ତରୀୟ ବସ୍ତ୍ର ଗ୍ଭରି ଅଞ୍ଚଳରେ ଝୁମ୍ପା ବନାଇବ।
ବିବାହ ନିୟମଗୁଡ଼ିକ
13 “ଜଣେ ପୁରୁଷ ଜଣେ ସ୍ତ୍ରୀକୁ ବିବାହ କରି ତା'ସହିତ ଶାରୀରୀକ ସମ୍ପର୍କ ରଖି ଯେବେ ତାକୁ ପରେ ଘୃଣା କରେ। 14 ଯଦି ତାହା ବିରୁଦ୍ଧରେ ମନ୍ଦ କଥା ଆରୋପ କରେ ଓ ତା'ର ଦୁର୍ନାମ କରେ କି, ‘ଆମ୍ଭେ ଏହି ସ୍ତ୍ରୀକୁ ବିବାହ କଲୁ ମାତ୍ର ସହବାସ କାଳରେ ଏହାର କୁମାରୀତ୍ୱ ଲକ୍ଷଣ ପାଇଲୁ ନାହିଁ।’ 15 ତେବେ ସେହି କନ୍ୟାର ପିତାମାତା ତାହାର କୁମାରୀତ୍ୱର ପ୍ରମାଣ କୌମାର୍ଯ୍ୟର ଚିହ୍ନ ନେଇ ନଗର ଫାଟକରେ ପ୍ରାଚୀନମାନଙ୍କ ନିକଟକୁ ଆଣିବେ। 16 ସେହି କନ୍ୟାର ପିତା ପ୍ରାଚୀନବର୍ଗମାନଙ୍କୁ କହିବେ, ‘ଆମ୍ଭେ ଏହି ଲୋକ ସଙ୍ଗରେ ଆମ୍ଭ କନ୍ୟାକୁ ବିବାହ ଦେଲୁ। 17 ମାତ୍ର ସେ ତାକୁ ଘୃଣା କଲା, ଆଉ ଦେଖ, ସେ ତାହା ବିରୁଦ୍ଧରେ ମନ୍ଦକଥା ଆରୋପ କରି କହୁଅଛି କି, “ଆମ୍ଭେ ତୁମ୍ଭ କନ୍ୟାର କୁମାରୀତ୍ୱ ଲକ୍ଷଣ ପାଇଲୁ ନାହିଁ।” ମାତ୍ର ଆମ୍ଭ କନ୍ୟାର କୁମାରୀତ୍ୱର ଚିହ୍ନ ଏହି।’ ତହୁଁ ସେମାନେ ନଗରସ୍ଥ ପ୍ରାଚୀନମାନଙ୍କ ସାକ୍ଷାତରେ ସେହି ଲୁଗା ମେଲାଇ ଦେବେ। 18 ଏହା ପରେ ନଗରର ପ୍ରାଚୀନମାନେ ସେହି ପୁରୁଷକୁ ଧରି ଶାସ୍ତି ଦେବେ। 19 ପୁଣି ସେମାନେ ତାହାକୁ ଶହେ ଶେକଲ ରୂପା ଦଣ୍ତ କରି କନ୍ୟାର ପିତାକୁ ଦେବେ। କାରଣ ସେ ଇସ୍ରାଏଲୀୟ ଏକ କନ୍ୟା ଉପରେ ଦୁର୍ନାମ ଦେଇଛି। ତହିଁରେ ସେ ତା'ର ଭାର୍ଯ୍ୟା ହେବ। ସେ ତାହାକୁ ଯାବଜ୍ଜୀବନ ପାଇଁ ତ୍ୟାଗ କରି ପାରିବ ନାହିଁ।
20 “ମାତ୍ର କଥା ଯେବେ ସତ୍ୟ ହେବ ଯେ କନ୍ୟାର କୁମାରୀତ୍ୱର ଚିହ୍ନ ଦେଖା ନ ଯାଏ। 21 ତେବେ ସେମାନେ ସେହି କନ୍ୟାକୁ ବାହାର କରି ପିତୃ ଗୃହର ଦ୍ୱାର ନିକଟକୁ ଆଣିବେ। ଆଉ ନଗରସ୍ଥ ଲୋକମାନେ ତାକୁ ପଥର ପିଙ୍ଗି ହତ୍ୟା କରିବେ। କାରଣ ପିତୃଗୃହରେ ଯୌନକ୍ରିୟା ଜନିତ ପାପ ବ୍ୟଭିଗ୍ଭର କରିବାରୁ ସେ ଇସ୍ରାଏଲ ମଧ୍ୟରେ ଦୁଷ୍କର୍ମ କଲା। ଏହି ଉପାୟରେ ତୁମ୍ଭେମାନେ ଇସ୍ରାଏଲରୁ ଦୁଷ୍କର୍ମ ଦୂର କରିବା ଉଚିତ୍।
ଶାରୀରୀକ ପାପ
22 “ଯଦି କୌଣସି ଲୋକ ଅନ୍ୟ ଜଣେ ବିବାହିତ ସ୍ତ୍ରୀ ସହିତ ଶାରୀରୀକ ଯୌନ ସମ୍ପର୍କ ଥିବାର ଦେଖିବାକୁ ତୁମ୍ଭେ ପାଅ। ସେ ଦୁହିଁଙ୍କୁ ମୃତ୍ୟୁ ଦଣ୍ତ ଦିଆଯିବା ଉଚିତ୍। ତୁମ୍ଭେମାନେ ଇସ୍ରାଏଲରୁ ଏହି ଦୁଷ୍କର୍ମ ଦୂରକରିବା ଉଚିତ୍।
23 “ଯେବେ କୌଣସି କୁମାରୀତ୍ୱ କନ୍ୟା ସହିତ କୌଣସି ପୁରୁଷ ପ୍ରତି ବାଗ୍ଦତ୍ତା ଥାଏ ଓ କୌଣସି ପୁରୁଷ ତାହାକୁ ନଗର ମଧ୍ୟରେ ପାଇ ତାହା ସହିତ ଶୟନ କରେ। 24 ତେବେ ତୁମ୍ଭେମାନେ ସେହି ଦୁଇଜଣଙ୍କୁ ବାହାର କରି ନଗରଦ୍ୱାର ନିକଟକୁ ଆଣି ପଥର ଫିଙ୍ଗି ହତ୍ୟା କରିବା ଉଚିତ୍। କାରଣ ସେହି କନ୍ୟା ନଗର ମଧ୍ୟରେ ଥାଇ ମଧ୍ୟ ଡାକ ପକାଇଲା ନାହିଁ। ଏବଂ ସେହି ପୁରୁଷ ଆପଣା ପ୍ରତିବାସୀର ଭାର୍ଯ୍ୟାକୁ ଭ୍ରଷ୍ଟ କଲା। ତୁମ୍ଭେମାନେ ଇସ୍ରାଏଲରୁ ଏହି ଦୁଷ୍କର୍ମ ଦୂର କରିବା ଉଚିତ୍।
25 “କିନ୍ତୁ ଧରାଯାଉ ଏକ କୁମାରୀ କନ୍ୟା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମୟରେ ଯଦି କୌଣସି ପୁରୁଷ ତାକୁ ଯୌନ ସମ୍ପର୍କ ପାଇଁ ବାଧ୍ୟ କରେ, ତେବେ କେବଳ ସେହି ପୁରୁଷକୁ ହତ୍ୟା କରାଯିବା ଉଚିତ୍। 26 କିନ୍ତୁ ତୁମ୍ଭେମାନେ ସେହି କନ୍ୟା ପ୍ରତି କିଛି କରିବ ନାହିଁ। ସେହି କନ୍ୟାଠାରେ ପ୍ରାଣଦଣ୍ତ ଯୋଗ୍ୟ ପାପ ନାହିଁ। କାରଣ କୌଣସି ମନୁଷ୍ୟ ଯେପରି ଆପଣା ପ୍ରତିବାସୀର ପ୍ରତିକୂଳରେ ଉଠି ତାହାକୁ ବଧକରେ, ଏହି କଥା ଠିକ୍ ସେହିପରି ଅଟେ। 27 କାରଣ ସେହି ପୁରୁଷ ଜଣକ ସେହି କାର୍ଯ୍ୟାରତ ବାଳିକାକୁ କ୍ଷେତ୍ର ମଧ୍ୟରେ ପାଇ ତାକୁ ଆକ୍ରମଣ କଲା। ସେ ସାହାଯ୍ୟ ପାଇଁ ଡାକ ପକାଇଲା ତଥାପି ତାକୁ ରକ୍ଷା କରିବାକୁ କେହି ନ ଥିଲେ,
28 “ଯଦି କୌଣସି ପୁରୁଷ ଅବାଗ୍ଦତ୍ତା କୁମାରୀତ୍ୱ କନ୍ୟାକୁ ପାଇ ତାହାକୁ ଧରି ତାହା ସଙ୍ଗେ ଶୟନ କରେ ଓ ସେମାନେ ଧରା ପଡ଼ନ୍ତି। 29 ତେବେ ତାହା ସହିତ ଶୟନକାରୀ ସେହି ପୁରୁଷ କନ୍ୟାର ପିତାକୁ ପଗ୍ଭଶ୍ ଶେକଲ ରୂପା ଦେବ ଓ ସେ ତାହାକୁ ଭ୍ରଷ୍ଟ କରିବାରୁ ସେ ତାହାର ଭାର୍ଯ୍ୟା ହେବ। ସେହି ପୁରୁଷ ତାହାକୁ ଯାବଜ୍ଜୀବନ ତ୍ୟାଗ କରି ପାରିବ ନାହିଁ।
30 “କୌଣସି ପୁରୁଷ ଆପଣା ପିତୃଭାର୍ଯ୍ୟାକୁ ଗ୍ରହଣ କରିବ ନାହିଁ ଓ ଆପଣା ପିତାର ଅଞ୍ଚଳ ଅନାବୃତ୍ତ କରିବ ନାହିଁ।
କେଉଁ ଲୋକମାନେ ଉପାସନା କରି ପାରିବେ
23 “ଚୂର୍ଣ୍ଣକୋଷ କିଅବା ଛିନ୍ନଲିଙ୍ଗ ବ୍ୟକ୍ତି ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରିବ ନାହିଁ। 2 ଯଦି କୌଣସି ଲୋକର ପିତାମାତାଙ୍କର ବିବାହ ନିୟମାନୁଯାୟୀ ହୋଇ ନ ଥାଏ, ତେବେ ସେହିଲୋକ ଏବଂ ତାଙ୍କର ବଂଶଧରମାନେ ଦଶ ପୁରୁଷ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଧାର୍ମିକ ସମାଜରେ ପ୍ରବେଶ କରି ପାରିବେ ନାହିଁ।
3 “ଅମ୍ମୋନୀୟ କି ମୋୟାବୀୟ ଲୋକ ଏବଂ ତାଙ୍କର ଦଶ ପୁରୁଷ ପର୍ଯ୍ୟନ୍ତ ମଧ୍ୟ ସଦାପ୍ରଭୁଙ୍କ ଧାର୍ମିକ ସମାଜରେ ପ୍ରବେଶ କରି ପାରିବ ନାହିଁ। 4 କାରଣ ତୁମ୍ଭେମାନେ ମିଶରରୁ ବାହାର ହୋଇ ଆସିବା ବେଳେ ସେହି ସମୟରେ ସେମାନେ ଅନ୍ନଜଳ ସହିତ ତୁମ୍ଭମାନଙ୍କୁ ପଥରେ ଭେଟିଲେ ନାହିଁ। ପୁଣି ସେମାନେ ତୁମ୍ଭମାନଙ୍କୁ ଶାପଦେବା ନିମନ୍ତେ ମେସୋପଟାମିଆର ପଥୋର ସହର ନିବାସୀ ବିଲିୟମକୁ ପାରଶ୍ରମିକ ଦେଲେ। 5 ତଥାପି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ବିଲିୟମର କଥା ଶୁଣିବାକୁ ସମ୍ମତ ହେଲେ ନାହିଁ। ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ପ୍ରେମ କରିବାରୁ ସେହି ଶାପକୁ ଲେଉଟାଇ ଆଶୀର୍ବାଦ କଲେ। 6 ତୁମ୍ଭେ ଯାବଜ୍ଜୀବନ ଅନନ୍ତକାଳ ପର୍ଯ୍ୟନ୍ତ ଅମ୍ମୋନୀୟ ଓ ମୋୟାବୀୟ ସନ୍ତାନମାନଙ୍କ ଶାନ୍ତି ଓ ମଙ୍ଗଳ ଲୋଡ଼ିବ ନାହିଁ।
ଇସ୍ରାଏଲୀୟମାନେ କେଉଁମାନଙ୍କୁ ଗ୍ରହଣ କରିବେ
7 “ତୁମ୍ଭେମାନେ ଇଦୋମୀୟ ଲୋକମାନଙ୍କୁ ଘୃଣା କରିବା ଉଚିତ୍ ନୁହେଁ। କାରଣ ସେମାନେ ତୁମ୍ଭମାନଙ୍କର ଭାଇ ଅଟନ୍ତି ଏବଂ ତୁମ୍ଭେମାନେ ମିଶରୀୟମାନଙ୍କୁ ଘୃଣା କରିବା ଉଚିତ୍ ନୁହେଁ କାରଣ ତୁମ୍ଭେମାନେ ସେମାନଙ୍କ ଦେଶରେ ବିଦେଶୀପରି ବାସ କରୁଥିଲ। 8 ସେମାନଙ୍କ ତୃତୀୟ ପୁରୁଷ ପରେ, ସେମାନେ ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରି ପାରିବେ।
ସୈନ୍ୟମାନଙ୍କର ଛାଉଣିକୁ ପରିଷ୍କାର ରଖିବ
9 “ଯେତେବେଳେ ତୁମ୍ଭେମାନେ ଆପଣା ଶତ୍ରୁମାନଙ୍କ ସହିତ ଯୁଦ୍ଧ କରିବ। ତୁମ୍ଭମାନଙ୍କୁ ଯାହା ଅପବିତ୍ର କରିବ ତାହାଠାରୁ ଦୂରେଇ ରହିବ। 10 ତୁମ୍ଭମାନଙ୍କ ମଧ୍ୟରେ ଯେବେ କୌଣସି ବ୍ୟକ୍ତି ରାତ୍ରି ଘଟିତ କୌଣସି ଅଶୁଚିତାରେ ଅଶୁଚି ହୁଏ, ତେବେ ସେ ଛାଉଣି ଭିତରୁ ବାହାରି ଯିବ। ସେ ଛାଉଣି ମଧ୍ୟରେ ପ୍ରବେଶ କରିବ ନାହିଁ। 11 ମାତ୍ର ସନ୍ଧ୍ୟା ଉପସ୍ଥିତ ହେଲେ ସେ ଜଳରେ ସ୍ନାନ କରିବ ଓ ସୂର୍ଯ୍ୟାସ୍ତ ହେବାପରେ ସେ ଛାଉଣି ମଧ୍ୟକୁ ପ୍ରବେଶ କରିବ।
12 “ତୁମ୍ଭେ ମଧ୍ୟ ବାହାରକୁ ଯିବା ନିମନ୍ତେ ଛାଉଣି ବାହାରେ ଏକସ୍ଥାନ କରିବ। 13 ତୁମ୍ଭେ ଆପଣା ସାମଗ୍ରୀ ସଙ୍ଗେ ଗୋଟିଏ କୋଦାଳ ରଖିବ। ତୁମ୍ଭେ ଏକ ଗର୍ତ୍ତ ଖୋଳିବା ଉଚିତ୍ ଓ ଅନ୍ତନାଡ଼ିରୁ ଯାହା ବାହାରେ ତାକୁ ପୋତି ପକାଇବା ଉଚିତ୍। 14 ତୁମ୍ଭକୁ ରକ୍ଷା କରିବା ପାଇଁ ଓ ତୁମ୍ଭ ହସ୍ତରେ ତୁମ୍ଭର ଶତ୍ରୁମାନଙ୍କୁ ସମର୍ପଣ କରିବା ପାଇଁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ଛାଉଣି ମଧ୍ୟରେ ଗମନାଗମନ କରନ୍ତି। ଏଥିପାଇଁ ସେ ଯେପରି ତୁମ୍ଭମାନଙ୍କ ମଧ୍ୟରେ ଲଜ୍ଜାକର ବିଷୟ ନ ଦେଖନ୍ତି ଓ ତୁମ୍ଭ ନିକଟରୁ ବିମୁଖ ନ ହୁଅନ୍ତି। ଏଥିପାଇଁ ତୁମ୍ଭର ଛାଉଣି ସର୍ବଦା ପବିତ୍ର ହେବା ଉଚିତ୍।
ଅନ୍ୟାନ୍ୟ ନିୟମଗୁଡ଼ିକ
15 “ଯଦି ଜଣେ ଦାସ ତା'ର ମୁନିବ ନିକଟରୁ ତୁମ୍ଭ ନିକଟକୁ ପଳାଇ ଆସିବ, ତେବେ ତୁମ୍ଭେ ତାକୁ ତା'ର ମୁନିବଙ୍କ ହସ୍ତରେ ସମର୍ପଣ କରିବ ନାହିଁ। 16 ସେ ତୁମ୍ଭର କୌଣସି ଏକ ନଗର ଦ୍ୱାର ମଧ୍ୟରେ ଆପଣା ଇଚ୍ଛାମତେ ମନୋନୀତ ସ୍ଥାନରେ ତୁମ୍ଭ ମଧ୍ୟରେ ବାସ କରିବା ଉଚିତ୍, ତୁମ୍ଭେମାନେ ତାକୁ ଶୋଷଣ କିଅବା ଠକିବା ଉଚିତ୍ ନୁହେଁ।
17 “ଇସ୍ରାଏଲର ସ୍ତ୍ରୀଲୋକ ବା ପୁରୁଷ କେହି ମନ୍ଦିରର ବେଶ୍ୟାରୂପେ ସେବା କରିବା ଉଚିତ୍ ନୁହେଁ। 18 ତୁମ୍ଭେ କୌଣସି ମାନତ ନିମନ୍ତେ କୌଣସି ବେଶ୍ୟାର ବେତନ କିଅବା କୁକୁରର ମୂଲ୍ୟ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଗୃହକୁ ଆଣିବ ନାହିଁ। କାରଣ ସେ ଉଭୟ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଘୃଣ୍ୟ ଅଟନ୍ତି।
19 “ତୁମ୍ଭେ ଯେତେବେଳେ ଅନ୍ୟ ଇସ୍ରାଏଲକୁ ଋଣ ଦିଅ, ତା'ର ସୁଧ ମାଗ ନାହିଁ। ତାକୁ ସୁନା, ରୂପା, ଖାଦ୍ୟଦ୍ରବ୍ୟ କିଅବା ଅନ୍ୟ କିଛି ସୁଧ ନିଅ ନାହିଁ। ଯାହା ଜଣେ ବ୍ୟକ୍ତି ଦେଇ ପାରିବ। 20 ତୁମ୍ଭେମାନେ ବିଦେଶୀମାନଙ୍କଠାରୁ ସୁଧ ଗ୍ରହଣ କରି ପାରିବ। କିନ୍ତୁ ତୁମ୍ଭେମାନେ କୌଣସି ଇସ୍ରାଏଲ ଲୋକଠାରୁ ସୁଧ ନେବା ଉଚିତ୍ ନୁହଁ। ତେଣୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭେ ଯାହା କରୁଛ ପ୍ରତ୍ୟେକର ଆଶୀର୍ବାଦ କରିବେ, ଯାହା ତୁମ୍ଭେ ଅଧିକାର କରିବା ପାଇଁ ଯାଉଛ। ତୁମ୍ଭେ ଏହି ନିୟମ ଅନୁସରଣ କର, ତେବେ ତୁମ୍ଭେ ତୁମ୍ଭ ସଦାପ୍ରଭୁ ପରମେଶ୍ୱରଙ୍କର ଆଶୀର୍ବାଦର ପାତ୍ର ହେବ। ସଦାପ୍ରଭୁ ତୁମ୍ଭକୁ ସବୁ କାର୍ଯ୍ୟରେ ତୁମ୍ଭକୁ ଆଶୀର୍ବୀଦ କରିବେ।
21 “ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ତୁମ୍ଭେ ମାନସିକ କଲେ ତାହା ଦେବାକୁ ବିଳମ୍ବ କରିବ ନାହିଁ। କାରଣ ତାହା ତୁମ୍ଭର ପାପ ହେବ। ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅବଶ୍ୟ ତୁମ୍ଭଠାରୁ ତାହା ଆଦାୟ କରିବେ। 22 କିନ୍ତୁ ଯଦି ତୁମ୍ଭେ ମାନସିକ ନ କର ତେବେ ତହିଁରେ ତୁମ୍ଭର ପାପ ହେବ ନାହିଁ। 23 ଯାହା ତୁମ୍ଭ ଓଠରୁ ନିର୍ଗତ ହୋଇଅଛି, ତାହା କରିବାକୁ ମନୋଯୋଗ କରିବ। ତୁମ୍ଭେ ନିଜ ମୁଖରେ ପ୍ରତିଜ୍ଞା କର ଯେପରି ସ୍ୱେଚ୍ଛାଦତ୍ତ ଉପହାର ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ମାନସିକ କରିଅଛ, ସେହି ଅନୁସାରେ କରିବ।
24 “ତୁମ୍ଭେ ଆପଣା ପ୍ରତିବାସୀର ଦ୍ରାକ୍ଷାକ୍ଷେତ୍ରକୁ ଗଲେ ସ୍ୱେଚ୍ଛାନୁସାରେ ଆପଣା ତୃପ୍ତି ପର୍ଯ୍ୟନ୍ତ ଦ୍ରାକ୍ଷାଫଳ ଭୋଜନ କରି ପାରିବ। ମାତ୍ର ତୁମ୍ଭେ ଆପଣା ପାତ୍ରରେ କିଛି ଅବଶିଷ୍ଟ ରଖିବ ନାହିଁ। 25 ତୁମ୍ଭେ ଆପଣା ପ୍ରତିବାସୀର ବଢ଼ନ୍ତା ଶସ୍ୟକ୍ଷେତ୍ରକୁ ଗଲେ ଆପଣା ହାତରେ ଶିଷା ଛିଣ୍ତାଇ ଖାଇ ପାରିବ, ମାତ୍ର ତୁମ୍ଭେ ଆପଣା ପ୍ରତିବାସୀର ଶସ୍ୟ କାଟି ଆଣି ପାରିବ ନାହିଁ।
2010 by World Bible Translation Center