Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଦ୍ୱିତୀୟ ବିବରଣ 17-20

କେବଳ ନିଖୁଣ ପ୍ରାଣୀକୁ ବଳି ଉତ୍ସର୍ଗ କର

17 “ତୁମ୍ଭେମାନେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଯେଉଁ ବଳି ଉତ୍ସର୍ଗ କରିବ ବାଛୁରି ହେଉ କିଅବା ମେଷ ହେଉ, ସେମାନଙ୍କର କୌଣସି ଖୁଣ ନ ଥିବ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତାହାକୁ ଘୃଣା କରନ୍ତି।

ମୂର୍ତ୍ତିପୂଜା ପାଇଁ ଦଣ୍ତ

“ଯଦି କେତେକ ପୁରୁଷ ଓ ସ୍ତ୍ରୀ ସଦାପ୍ରଭୁଙ୍କର ନିୟମ ଅବମାନନା କରନ୍ତି ଏବଂ ପାପ କରନ୍ତି ଏବଂ ମୋ’ ଆଦେଶ ବିରୁଦ୍ଧରେ ଯାଆନ୍ତି, ଯେକୌଣସି ନଗର ମଧ୍ୟରେ ଯେଉଁଗୁଡ଼ିକୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭମାନଙ୍କୁ ଦେଇଛନ୍ତି ଏବଂ ତାଙ୍କର ନିୟମ ଭଙ୍ଗ କରନ୍ତି। ଏବଂ ଅନ୍ୟ ଦେବଗଣର ସେବା କରନ୍ତି ଓ ସୂର୍ଯ୍ୟ, ଚନ୍ଦ୍ର କିଅବା କୌଣସି ଆକାଶୀୟ ବାହିନୀକୁ ପୂଜା କରନ୍ତି ଯାହା ମୁଁ ଆଦେଶ ଦେଇ ନାହିଁ। ଯଦି ତୁମ୍ଭେମାନେ ଏପରି କିଛି ଶୁଣ, ତେବେ ତୁମ୍ଭେ ଏଗୁଡ଼ିକୁ ଭଲଭାବେ ଅନୁଧ୍ୟାନ କରିବ। ଯଦି ତୁମ୍ଭେ ଜାଣିବ ଏହା ସତ୍ୟ ତେବେ ଜାଣିବ ଇସ୍ରାଏଲର ଘୋର ଅବନତୀ ଘଟିଛି। ଯଦି ତୁମ୍ଭେ ପ୍ରମାଣ କଲ ଏପରି ଘଟିଛି। ତେବେ ଏପରି ଅପକର୍ମ କରିଥିବା ସେହି ଲୋକଙ୍କୁ ଦଣ୍ତିତ କରିବ। ତୁମ୍ଭେ ସେହି ଲୋକଟିକୁ ନଗରଦ୍ୱାର ବାହାରକୁ ଆଣି ପଥର ଫିଙ୍ଗି ତାକୁ ସମସ୍ତଙ୍କ ଆଗରେ ମାରିବା ଉଚିତ୍, ସେ ପୁରୁଷ କିମ୍ବା ସ୍ତ୍ରୀ ହୋଇଥାଉ କେବଳ ଜଣେ ସାକ୍ଷୀ ପାଇଲେ ତାକୁ ମୃତ୍ୟୁଦଣ୍ତ ଦିଆଯିବା ଉଚିତ୍ ନୁହଁ। କିନ୍ତୁ ଯଦି ତା'ର ଦୁଇଟି ବା ଦୁଇଟିରୁ ଅଧିକ ସାକ୍ଷୀ ଥାଏ ତେବେ ତାକୁ ମୃତ୍ୟୁଦଣ୍ତ ଦିଆଯିବା ଉଚିତ୍। ସାକ୍ଷୀମାନେ ପ୍ରଥମେ ସେହି ଲୋକକୁ ମାରିବା ପାଇଁ ପ୍ରଥମେ ପଥର ଫିଙ୍ଗିବେ। ଏହା ପରେ ଅନ୍ୟ ସମସ୍ତ ଲୋକେ ତାକୁ ପଥରମାନ ଫିଙ୍ଗି ମାରିବେ। ଏହିପରି ଭାବରେ ତୁମ୍ଭମାନଙ୍କ ମଧ୍ୟରୁ ଦୁଷ୍ଟ ଲୋକମାନଙ୍କୁ ବାହାର କରିବ।

ନ୍ୟାୟାଳୟର କଠିନ ନିଷ୍ପତ୍ତି

“ଏପରି କେତେକ ଘଟିପାରେ ଯାହାକି ତୁମ୍ଭମାନଙ୍କ ବିଗ୍ଭର ପାଇଁ ତୁମ୍ଭମାନଙ୍କୁ କଷ୍ଟ ହୋଇପାରେ। ଏପରିକି ରକ୍ତପାତ, ଚୁକ୍ତି ବିବାଦ, ବିବାଦ ମଧ୍ୟରେ ଆଘାତ ଦେଖାଯାଏ। ଏପରି ଘଟଣାମାନ ବିଗ୍ଭର ପାଇଁ ଯଦି ତୁମ୍ଭମାନଙ୍କୁ କଠିନ ହୁଏ, ତେବେ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ନିରୂପିତ ସ୍ଥାନକୁ ସମସ୍ତେ ଆସିବ। ତୁମ୍ଭେ ଲେବୀ ପରିବାରବର୍ଗର ଯାଜକମାନଙ୍କ ପାଖକୁ ଓ ବିଗ୍ଭରକର୍ତ୍ତା ନିକଟକୁ ଯିବା ଉଚିତ୍, ଯେଉଁମାନେ ସେସମୟରେ ଉପସ୍ଥିତ ଥିଲେ। ଆଉ ତୁମ୍ଭେମାନେ ବୁଝିବ ତହିଁରେ ସେମାନେ ତୁମ୍ଭକୁ ବିଗ୍ଭରର ନିଷ୍ପତ୍ତି ଜଣାଇବେ। 10 ତେଣୁ ସଦାପ୍ରଭୁ ମନୋନୀତ ସ୍ଥାନରୁ ସେମାନେ ତୁମ୍ଭକୁ ଯେଉଁ ନିଷ୍ପତ୍ତି ଜଣାଇବେ, ତହିଁର ମର୍ମ ଅନୁସାରେ ତୁମ୍ଭେ କର୍ମ କରିବ। 11 ବ୍ୟବସ୍ଥାର ମର୍ମ ଅନୁସାରେ ସେମାନେ ତୁମ୍ଭକୁ ଯାହା ଶିଖାଇବେ ଓ ବିଗ୍ଭରର ନିଷ୍ପତ୍ତି ବିଷୟରେ ସେମାନେ ତୁମ୍ଭକୁ ଯାହା କହିବେ ଓ ତୁମ୍ଭେମାନେ ସେହିପରି କରିବ। ସେମାନେ ତୁମ୍ଭକୁ ଯେଉଁ ନିଷ୍ପତ୍ତି ଜଣାଇବେ, ତାହାକୁ ବଦଳାଇବ ନାହିଁ।

12 “ଯେଉଁ ବ୍ୟକ୍ତି ଯାଜକର ବିଗ୍ଭର ଅବମାନନା କରିବାକୁ ସାହସ କରେ ଯିଏ କି ଛିଡ଼ା ହୁଏ ଓ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ସେବା କରେ, ତାକୁ ମୃତ୍ୟୁ ଦଣ୍ତ ଦିଆଯିବା ଉଚିତ୍। ତେଣୁ ତୁମ୍ଭେ ଇସ୍ରାଏଲରୁ କୁକର୍ମ ବାହାର କରିଦେବା ଉଚିତ୍। 13 ଇସ୍ରାଏଲର ସମସ୍ତ ଲୋକେ ଏକଥା ଶୁଣିବେ, ସେମାନେ ଭୟ କରିବେ ଓ ଆଉ ଏପରି କରିବାକୁ କେହି ସାହସ କରିବେ ନାହିଁ।

କିପରି ରାଜା ବାଛିବ

14 “ତୁମ୍ଭେମାନେ ଯେତେବେଳେ ତୁମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ଦତ୍ତ ଦେଶମଧ୍ୟକୁ ପ୍ରବେଶ କରିବ। ତୁମ୍ଭେମାନେ ସେଠାରେ ବାସ କରିବ। ଏହା ପରେ ତୁମ୍ଭେମାନେ ଏପରି କହିବ ଯେ, ‘ଅନ୍ୟ ଗୋଷ୍ଠୀୟମାନଙ୍କ ପରି ଆମ୍ଭେ ମଧ୍ୟ ଆମ୍ଭମାନଙ୍କ ଉପରେ ଏକ ରାଜା ନିଯୁକ୍ତ କରିବା।’ 15 ସେତେବେଳେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଯାହାକୁ ମନୋନୀତ କରିବେ, ତାଙ୍କୁ ହିଁ ତୁମ୍ଭେ ତୁମ୍ଭମାନଙ୍କ ଉପରେ ରାଜା କରିବ। ତୁମ୍ଭେମାନେ ଆପଣା ଭାତୃଗଣମାନଙ୍କ ମଧ୍ୟରୁ ଜଣକୁ ଆପଣା ଉପରେ ରାଜାଭାବେ ନିଯୁକ୍ତ କରିବ। ଯିଏ ତୁମ୍ଭର ଭାଇ ନୁହେଁ ଏପରି ବିଦେଶୀୟ ବ୍ୟକ୍ତିକୁ ରାଜା ଭାବେ ମନୋନୀତ କରିବ ନାହିଁ। 16 କିନ୍ତୁ ସେହି ରାଜା ନିଜ ପାଇଁ ଅନେକ ଅଶ୍ୱ ରଖିବ ନାହିଁ। କିଅବା ଅନେକ ଅଶ୍ୱ ରଖିବା ନିମନ୍ତେ ଲୋକମାନଙ୍କୁ ମିଶରକୁ ପଠାଇବ ନାହିଁ। କାରଣ ସଦାପ୍ରଭୁ କହିଛନ୍ତି, ‘ଏହି ସମୟଠାରୁ ତୁମ୍ଭେମାନେ ଆଉ ଏ ପଥରେ ଫେରିବ ନାହିଁ।’ 17 କିଅବା ରାଜାମାନେ ଅନେକ ସ୍ତ୍ରୀ ରଖିପାରିବେ ନାହିଁ। ଯଦି ସେ ଏପରି କରେ, ତେବେ ସେ ବିପଥଗାମୀ ହେବ। ଯେଉଁ ଲୋକ ରାଜା ହେବ, ସେ ଆପଣା ପାଇଁ ଅଧିକ ସୁନା ଓ ରୂପା ରଖିପାରିବ ନାହିଁ।

18 “ଏବଂ ସେ ଯେତେବେଳେ ଶାସନ କରିବାକୁ ସିଂହାସନରେ ବସେ, ଲେବୀୟ ଯାଜକମାନେ ରଖିଥିବା ନଳାକାର ନିୟମ ପୁସ୍ତକରେ ଏକ ନକଲ ସେ ନିଜ ପାଇଁ କରିବା ଉଚିତ୍। 19 ଏବଂ ତାହା ତାଙ୍କ ନିକଟରେ ରହିବ। ଏବଂ ସେ ତାକୁ ଯାବଜ୍ଜୀବନ ପାଠ କରିବ। ତହିଁରେ ସେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ଭୟ କରିବାକୁ ଓ ଏହି ବ୍ୟବସ୍ଥାର ସମସ୍ତ ବାକ୍ୟ ଓ ବିଧି ପାଳନ କରିବାକୁ ଶିକ୍ଷା କରିବ। 20 ତାଙ୍କର ହୃଦୟ ଅହଙ୍କାରି ହେବା ଉଚିତ୍ ନୁହଁ। ସେ ନିୟମରୁ ବିମୁଖ ହେବା ଉଚିତ୍ ନୁହଁ। ନିୟମକୁ ଠିକ୍ ଭାବରେ ସେ ପାଳନ କରିବା ଉଚିତ୍। ତେବେ ସେ ଓ ତା'ର ଭବିଷ୍ୟଦ୍ ବଂଶଧରମାନେ ଇସ୍ରାଏଲରେ ବହୁଦିନ ଧରି ରାଜତ୍ୱ କରିବେ।

ଯାଜକ ଓ ଲେବୀମାନଙ୍କୁ ସମର୍ଥନ

18 “ଲେବୀୟ ପରିବାରବର୍ଗ ଇସ୍ରାଏଲଙ୍କଠାରୁ କୌଣସି ଅଂଶ କି ଅଧିକାର ପାଇବେ ନାହିଁ। ଯେଉଁମାନେ ଯାଜକ ହେବେ, ସେମାନେ ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାର ଓ ତାଙ୍କର ଅଧିକୃତ ଦ୍ରବ୍ୟ ଭୋଗ କରିବେ। ସେହି ଲେବୀୟମାନେ ଅନ୍ୟ ପରିବାରବର୍ଗ ପରି ଭୂମିରୁ ଅଧିକାର ପାଇବେ ନାହିଁ। ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ସଦାପ୍ରଭୁ ହିଁ ସେମାନଙ୍କର ଅଧିକାର।

“ତୁମ୍ଭେମାନେ ଯେତେବେଳେ ବଳିଦାନ କରିବ, ତୁମ୍ଭେମାନେ ଯାଜକଙ୍କୁ ଏହି ଅଂଶ ଯଥା: ଆଗ-ଚଟୁଆ, ଦୁଇଗାଲ ଓ ପାକସ୍ଥଳୀ ଦେବ। ତୁମ୍ଭେ ଆପଣା ଶସ୍ୟର, ଆପଣା ଦ୍ରାକ୍ଷାରସର, ଆପଣା ତୈଳର, ଆପଣା ମେଷ ଲୋମର ପ୍ରଥମ ଭାଗ ଯାଜକଗଣଙ୍କୁ ନିଶ୍ଚିତ ଦେବ। କାରଣ ସଦାପ୍ରଭୁଙ୍କ ନାମରେ ସେବା କରିବାକୁ ନିତ୍ୟ ଠିଆ ହେବା ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସମସ୍ତ ବଂଶଧର ମଧ୍ୟରୁ ତାହାକୁ ଓ ତାହାର ସନ୍ତାନଗଣକୁ ମନୋନୀତ କରିଅଛନ୍ତି।

“ସମସ୍ତ ଇସ୍ରାଏଲ ମଧ୍ୟରେ ତୁମ୍ଭର କୌଣସି ନଗରଦ୍ୱାରରେ ଯେଉଁ ଲେବୀୟ ଲୋକ ପ୍ରବାସ କରେ, ସେ ଯେବେ ଆପଣା ପ୍ରାଣର ସମ୍ପୂର୍ଣ୍ଣ ଇଚ୍ଛା ସହିତ ସଦାପ୍ରଭୁଙ୍କ ମନୋନୀତ ସ୍ଥାନକୁ ଆସିବ। ସେହି ସ୍ଥାନରେ ସେ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହେବାର ଆପଣା ସମସ୍ତ ଲେବୀୟ ଭାଇମାନଙ୍କ ପରି ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନାମରେ ସେବା କରିବ। ଲେବୀୟମାନେ ଆପଣା ପୈତୃକ ଅଧିକାରର ମୂଲ୍ୟଛଡ଼ା ସେମାନଙ୍କ ସମାନ ଭୋଜନର ଅଂଶ ପାଇବେ।

ଇସ୍ରାଏଲୀୟମାନେ ଅନ୍ୟ ଦେଶୀୟମାନଙ୍କ ପରି ରହିବେ ନାହିଁ

“ତୁମ୍ଭେମାନେ ଯେତେବେଳେ ତୁମ୍ଭ ସଦାପ୍ରଭୁ ପରମେଶ୍ୱରଙ୍କ ଦତ୍ତ ଦେଶରେ ପ୍ରବେଶ କରି ବାସ କରିବ, ସେ ଲୋକମାନଙ୍କ ତୁଲ୍ୟ ଘୃଣ୍ୟ କାର୍ଯ୍ୟଗୁଡ଼ିକ କରିବାକୁ ତୁମ୍ଭେମାନେ ଶିଖିବା ଉଚିତ୍ ନୁହେଁ। 10 ତୁମ୍ଭର ପୁତ୍ରକନ୍ୟାମାନଙ୍କୁ ଯଜ୍ଞବେଦି ଅଗ୍ନିରେ ଦ‌‌ଗ୍‌‌ଧ କରି ଉତ୍ସର୍ଗ କରିବ ନାହିଁ। ମନ୍ତ୍ରଜ୍ଞ, ଶୁଭାଶୁଭବାଦୀ, ଗଣକ କି ମାୟାବିଙ୍କଠାରୁ କିଛି ଶିକ୍ଷା କରିବ ନାହିଁ। 11 ମୋହକ, ଭୂତୁଡ଼ିୟା, ଗୁଣୀ କି ପ୍ରେତ ପରାମର୍ଶୀ ଲୋକ ତୁମ୍ଭ ମଧ୍ୟରେ କେହି ଯେପରି ଦେଖାଯିବ ନାହିଁ। 12 କାରଣ ଏପରି କର୍ମ ଯିଏ କରେ, ସେ ସଦାପ୍ରଭୁଙ୍କର ଘୃଣାର ପାତ୍ର, ଏବଂ ସେହି ଘୃଣ୍ୟକର୍ମ ସକାଶୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେମାନଙ୍କୁ ତୁମ୍ଭ ସମ୍ମୁଖରୁ ତଡ଼ି ଦେଉଛନ୍ତି। 13 ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ପ୍ରତି ତୁମ୍ଭେ ସିଦ୍ଧ ହେବ।

ସଦାପ୍ରଭୁଙ୍କର ବିଶେଷ ଭବିଷ୍ୟ‌ଦ୍‌ବକ୍ତା

14 “ସେହି ଅନ୍ୟ ଦେଶୀୟ ଲୋକମାନଙ୍କୁ ଯେଉଁମାନଙ୍କୁ ତୁମ୍ଭେମାନେ ଦେଶରୁ ତଡ଼ି ଦେଉଛ। ସେହି ଲୋକମାନେ ମନ୍ତ୍ରଜ୍ଞମାନଙ୍କର ଯାଦୁକାରୀ କଥା ଶୁଣନ୍ତି। କିନ୍ତୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭମାନଙ୍କୁ ଏପରି କରିବାକୁ ଦେବେ ନାହିଁ। 15 ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭମାନଙ୍କ ପାଇଁ ପବିତ୍ର ଭବିଷ୍ୟ‌ଦ୍‌ବକ୍ତାଙ୍କୁ ପଠାଇବେ। ଏହି ଭବିଷ୍ୟ‌ଦ୍‌ବକ୍ତାମାନେ ତୁମ୍ଭମାନଙ୍କ ମଧ୍ୟରୁ ବାଛିବେ। ସେ ମୋ’ ତୁଲ୍ୟ ହେବ। ତୁମ୍ଭେମାନେ ସେହି ଭବିଷ୍ୟ‌ଦ୍‌ବକ୍ତାଙ୍କ କଥାକୁ ପାଳନ କରିବ। 16 ପରମେଶ୍ୱର ତୁମ୍ଭମାନଙ୍କ ପାଇଁ ପବିତ୍ର ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ପଠାଇବେ। କାରଣ ତୁମ୍ଭେମାନେ ଏପରି କରିବାକୁ କହିଥିଲ। ଯେତେବେଳେ ତୁମ୍ଭେମାନେ ହୋରେବ ପର୍ବତ ନିକଟରେ ଏକତ୍ରିତ ହୋଇଥିଲ, ତୁମ୍ଭେମାନେ ସଦାପ୍ରଭୁ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲ। ଆମ୍ଭେ ଯେମନ୍ତ ମରୁ, ‘ଏଥିପାଇଁ ସଦାପ୍ରଭୁ ଆମ୍ଭ ପରମେଶ୍ୱରଙ୍କ ବାକ୍ୟ ପୁନର୍ବାର ନ ଶୁଣୁ କିଅବା ଏହି ମହାଗ୍ନି ଆଉ ଯେପରି ନ ଦେଖୁ, ନଚେତ୍ ଆମ୍ଭେ ସବୁ ମରିଯିବୁ।’

17 “ସଦାପ୍ରଭୁ ମୋତେ କହିଲେ, ‘ସେମାନେ ଯାହା କହିଛନ୍ତି, ତାହା ଭଲ କହିଛନ୍ତି। 18 ଆମ୍ଭେ ସେମାନଙ୍କ ନିମନ୍ତେ ସେମାନଙ୍କ ଭାତୃଗଣ ମଧ୍ୟରୁ ତୁମ୍ଭ ସଦୃଶ ଜଣେ ଭବିଷ୍ୟ‌ଦ୍‌ବକ୍ତା ଉତ୍ପନ୍ନ କରିବା ଓ ଆମ୍ଭେ ତାହାଙ୍କ ମୁଖରେ ଆପଣା ବାକ୍ୟ ଦେବା ଓ ଆମ୍ଭେ ତାହାଙ୍କୁ ଯେଉଁ ଆଜ୍ଞା ଦେବା, ତାହା ସେ ସେମାନଙ୍କୁ କହିବେ। 19 ଏହି ଭବିଷ୍ୟ‌ଦ୍‌ବକ୍ତାଗଣ ମୋର ବାକ୍ୟମାନ ପ୍ରଗ୍ଭର କରିବେ। ଏବଂ ସେ ଯେତେବେଳେ କହିବେ, ଯଦି କୌଣସି ଲୋକ ଏହାକୁ ଅମାନ୍ୟ କରେ, ତେବେ ଆମ୍ଭେ ସେହି ବ୍ୟକ୍ତିକୁ ଦଣ୍ତ ଦେବା।’

କିପରି ମିଥ୍ୟା ଭବିଷ୍ୟ‌ଦ୍‌ବକ୍ତାକୁ ଜାଣିବ

20 “କିନ୍ତୁ ଯେତେବେଳେ ଜଣେ ଭବିଷ୍ୟ‌ଦ୍‌ବକ୍ତା ମୋ’ ନାମରେ କୌଣସି ଅନୁଚିତ୍ କଥା କହେ, ଯାହା ମୁଁ ତାଙ୍କୁ କହିବା ପାଇଁ ନିର୍ଦ୍ଦେଶ ଦେଇ ନାହିଁ। ସେହି ଭବିଷ୍ୟ‌ଦ୍‌ବକ୍ତାର ମୃତ୍ୟୁଦଣ୍ତ ପାଇବା ଉଚିତ୍। ଏବଂ ଯଦି କେତେକ ଭବିଷ୍ୟ‌ଦ୍‌ବକ୍ତା ଅନ୍ୟ ଦେବଗଣଙ୍କ ନାମରେ କହନ୍ତି, ତେବେ ସେହି ଭବିଷ୍ୟ‌ଦ୍‌ବକ୍ତାଗଣ ନିଶ୍ଚୟ ମୃତ୍ୟୁଦଣ୍ତ ପାଇବେ। 21 ତୁମ୍ଭେମାନେ ଭାବୁଥିବ ଯେ, ‘ଆମ୍ଭେ କିପରି ଜାଣିବୁ ଯେ ଭବିଷ୍ୟ‌ଦ୍‌ବକ୍ତା ଯାହା କହୁଛନ୍ତି ତାହା ପରମେଶ୍ୱରଙ୍କଠାରୁ ଆସୁଛି କି ନାହିଁ।’ 22 ଯଦି କୌଣସି ଭବିଷ୍ୟ‌ଦ୍‌ବକ୍ତା କହେ ସେ ସଦାପ୍ରଭୁଙ୍କ ନାମ ଅନୁସାରେ କହୁଅଛି, କିନ୍ତୁ ସେପରି ଯଦି କିଛି ନ ହୁଏ, ତେବେ ତୁମ୍ଭେମାନେ ଜାଣିବ ଯେ ସଦାପ୍ରଭୁ ଏପରି କହି ନାହାନ୍ତି। ତୁମ୍ଭେମାନେ ଏହା ଜାଣିବ ଯେ ସେହି ଭବିଷ୍ୟ‌ଦ୍‌ବକ୍ତା ଜଣକ ତାଙ୍କର ମନରୁ ଏପରି କହୁଛନ୍ତି। ତୁମ୍ଭେମାନେ ଏପରି ଲୋକମାନଙ୍କୁ ଭୟ କରିବ ନାହିଁ।

ନିରାପଦ ନଗରୀ

19 “ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ ତାହା ଅନ୍ୟ ଦେଶୀୟମାନଙ୍କର ଅଟେ। ସଦାପ୍ରଭୁ ସେହି ଜାତିମାନଙ୍କୁ ଧ୍ୱଂସ କରିବେ। ତୁମ୍ଭେମାନେ ସେହିଠାରେ ବାସ କରିବ। ତୁମ୍ଭେମାନେ ତାଙ୍କର ଗୃହ ଓ ସହରଗୁଡ଼ିକ ଅଧିକାର କରିବ। ଏବଂ ଏଗୁଡ଼ିକ ହେବାପରେ, 2-3 ତୁମ୍ଭେମାନେ ସେହି ଦେଶକୁ ତିନି ଭାଗରେ ବିଭକ୍ତ କରିବା ଉଚିତ୍। ଏବଂ ପ୍ରତ୍ୟେକ ଅଂଶରେ ଏକ ନଗର ନିର୍ମାଣ କର ଯାହାକି ସେହି ଅଞ୍ଚଳ ମଧ୍ୟବର୍ତ୍ତୀ ହେବ। ଏବଂ ଏହା ପରେ ସେହି ନଗରକୁ ସବୁଆଡ଼ୁ ରାସ୍ତା ନିର୍ମାଣ କର। ଏହା ପରେ ସେଠାରେ ଯେକେହି ଦୁର୍ଘଟଣା ବଶତଃ ଅନ୍ୟକୁ ହତ୍ୟା କରେ, ସେ ସେହି ନିରାପଦ ନଗରକୁ ଯାଇ ନିରାପଦରେ ରହିପାରେ।

“ସେହି ନଗରକୁ ଯେଉଁ ନରହତ୍ୟାକାରୀମାନେ ଯିବେ, ସେମାନେ ଜାଣିଶୁଣି ନରହତ୍ୟା କରି ନ ଥିବେ। ଅଜ୍ଞାତ ସାରରେ ଏବଂ ସେ ଯାହାକୁ ହତ୍ୟା କରିଥିବ ତାଙ୍କୁ ଘୃଣା କରୁ ନ ଥିବ। ସେହି ଲୋକମାନେ କେବଳ ସେଠାକୁ ଯାଇ ଆଶ୍ରୟ ନେଇ ପାରିବ। ଉଦାହରଣ ସ୍ୱରୂପ ଜଣେ ଲୋକ ଅନ୍ୟ ଜଣେ ଲୋକଙ୍କ ସହିତ ଜଙ୍ଗଲକୁ କାଠ କାଟିବାକୁ ଯାଏ। କାଠ କାଟିବା ସମୟରେ ଯଦି ପଶାଟି ବେଣ୍ଟରୁ ବାହାରି କାଠରେ ନ ବାଜି ଅନ୍ୟ ଲୋକ ଜଣକୁ ଆଘାତ କରେ ଏବଂ ସେହି ଲୋକ ଜଣକର ମୃତ୍ୟୁ ଘଟେ। ଯେଉଁ ଲୋକ ଟାଙ୍ଗିଆ ବୁଲାଉଥିଲା। ସେ ସେହି ତିନି ନଗରକୁ ପଳାଇଯାଇ ନିରାପଦରେ ରହିପାରିବ। ଯଦି ନଗରଟି ସେଠାରୁ ବହୁତ ଦୂରରେ ଥାଏ। ଯଦି ସେଠାକୁ ଶୀଘ୍ର ଦୌଡ଼ି ନ ଯାଇପାରେ ତେବେ ରକ୍ତର ପ୍ରତିହନ୍ତା ତପ୍ତତିତ୍ତ ହୋଇ ନରହତ୍ୟା କାରୀର ପଛେ ଗୋଡ଼ାଇ ଦୂରପଥ ସକାଶୁ ତାହାକୁ ଧରି ଜୀବନରେ ମାରି ଦେବ। ମାତ୍ର ସେହି ଲୋକ ପ୍ରାଣଦଣ୍ତ ଯୋଗ୍ୟ ନୁହେଁ। କାରଣ ତାହା ପୂର୍ବରୁ ତାହାକୁ ହିଂସା କରୁ ନ ଥିଲା। ଏଥିପାଇଁ ମୁଁ ତୁମ୍ଭକୁ ଆପଣା ନିମନ୍ତେ ତିନୋଟି ପୃଥକ ନଗର ବାଛିବାକୁ କହୁଅଛି, ଯେଉଁ ନଗରୀଗୁଡ଼ିକ ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେବ।

“ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ସହିତ ପ୍ରତିଜ୍ଞା କରିଛନ୍ତି ଯେ ତୁମ୍ଭର ସୀମା ବୃଦ୍ଧି କରିବେ। ଯେଉଁ ଦେଶ ସେମାନଙ୍କୁ ଦେବାକୁ କହିଛନ୍ତି ତାହା ସବୁ ତୁମ୍ଭମାନଙ୍କୁ ଦେବେ। ସେ ଏପରି କରିବେ ଯେତେବେଳେ ତୁମ୍ଭେମାନେ ସମ୍ପୂର୍ଣ୍ଣ ଭାବେ ସର୍ବାନ୍ତକରଣରେ, ମୁଁ ଆଜି କହୁଥିବା ତାଙ୍କର ଆଜ୍ଞାମାନ ପାଳନ କରିବ। ଯଦି ତୁମ୍ଭେମାନେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କୁ ପ୍ରେମ କର ଏବଂ ତାଙ୍କର ଗ୍ଭହିଁବା ଅନୁସାରେ ତୁମ୍ଭେମାନେ ଚଳ। ଏହା ପରେ ପରମେଶ୍ୱର ତୁମ୍ଭମାନଙ୍କ ସୀମା ବୃଦ୍ଧି କଲେ ତୁମ୍ଭେମାନେ ଆଉ ତିନୋଟି ନିରାପଦ ନଗରୀ ନିର୍ମାଣ କରିବ। ସେଗୁଡ଼ିକ ପୂର୍ବ ନିରାପଦ ନଗର ସହିତ ସଂଯୁକ୍ତ କରିବ। 10 ତେବେ ଆଉ ନିରୀହ ଲୋକ କେହି ତୁମ୍ଭ ସଦାପ୍ରଭୁ ପରମେଶ୍ୱରଙ୍କ ଦତ୍ତ ଦେଶରେ ମୃତ୍ୟୁବରଣ କରିବେ ନାହିଁ। ଏବଂ ତୁମ୍ଭେମାନେ ନିରୀହମାନଙ୍କର ରକ୍ତପାତରେ ଦୋଷୀ ହେବ ନାହିଁ।

11 “ଏହା ଏପରି ହୋଇପାରେ ଯେ, କେହି ଜଣେ ଲୁଚି ରହିବ ଏବଂ ଫାନ୍ଦରେ ପକାଇବା ପାଇଁ ଅପେକ୍ଷା କରିବ, ଯାହାକୁ ସେ ଘୃଣା କରେ ତାକୁ ହତ୍ୟା କରିବାକୁ ଏବଂ ତାକୁ ହତ୍ୟା କରିବା ପରେ, ଧରାଯାଉ ସେ ସେହି ନଗରମାନଙ୍କରୁ ଏକ ନଗରକୁ ଦୌଡ଼େ ଓ ଏକ ନିରାପଦ ନଗରରେ ରହେ। 12 ଯଦି ଏପରି ଘଟେ, ତେବେ ତା'ର ନଗରର ପ୍ରାଚୀନମାନେ ତାକୁ ଡାକି ପଠାଇବେ ଏବଂ ତାକୁ ଫେରାଇ ଆଣିବେ। ଏବଂ ତାହାକୁ ହତ୍ୟା କରିବା ପାଇଁ ରକ୍ତର ପ୍ରତିହନ୍ତାର ହସ୍ତରେ ସମର୍ପଣ କରିବେ। ଏବଂ ତାକୁ ହତ୍ୟା କରାଯିବା ଉଚିତ୍। 13 ତୁମ୍ଭେମାନେ ତା’ ପାଇଁ ଦୁଃଖ କରିବ ନାହିଁ କାରଣ ସେ ଜଣେ ନିରପରାଧୀ ଲୋକକୁ ହତ୍ୟାକରି ପାପ କରିଛି। ତୁମ୍ଭେମାନେ ଇସ୍ରାଏଲରୁ ନିରୀହମାନଙ୍କର ରକ୍ତପାତ ଦୋଷରୁ ମୁକ୍ତି ପାଇବା ଉଚିତ୍। ତାହାହେଲେ କେବଳ ତୁମ୍ଭମାନଙ୍କର ମଙ୍ଗଳ ହେବ।

ସମ୍ପତ୍ତିର ଚିହ୍ନଟ

14 “ତୁମ୍ଭେମାନେ ଭୂମିରେ ଥିବା ପଥର ଚିହ୍ନକୁ ଘୁଞ୍ଚାଇବ ନାହିଁ। ଏହି ପଥର ଚିହ୍ନ ଅତୀତରେ ଦିଆଯାଇଥିବା ଭୂମିକୁ ଚିହ୍ନଟ କରିବା ପାଇଁ ସେହି ପଥର ଚିହ୍ନକୁ ପରିବର୍ତ୍ତନ କରିବ ନାହିଁ। ସେହି ପଥର ଚିହ୍ନିତ ଦେଶମାନଙ୍କୁ ତୁମ୍ଭକୁ ସଦାପ୍ରଭୁ ଦେବେ।

ସାକ୍ଷୀଗଣ

15 “ଯଦି କୌଣସି ଲୋକ ଅପରାଧ କରେ ବା ପାପ କରେ, ତା'ର ଦୋଷ ନିରୂପଣ ପାଇଁ ଗୋଟିଏ ସାକ୍ଷୀ ଯଥେଷ୍ଟ ନୁହେଁ। ସେହି ଲୋକକୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଦୁଇଟି, ତିନୋଟି ସାକ୍ଷୀ ଯଥେଷ୍ଟ ହେବ।

16 “ଧରାଯାଉ ଜଣେ ଅଧର୍ମୀ ଲୋକ ତା’ ବିରୁଦ୍ଧରେ ମିଥ୍ୟା ସାକ୍ଷୀ ଦେବା ପାଇଁ ଛିଡ଼ା ହୁଏ। 17 ଯେଉଁ ଦୁଇ ବ୍ୟକ୍ତି ମଧ୍ୟରେ ବିରୋଧ ଥାଏ, ସେ ଦୁହେଁ ସଦାପ୍ରଭୁଙ୍କ ସମ୍ମୁଖରେ ସେ ସମୟରେ ଯାଜକ ଓ ବିଗ୍ଭରକର୍ତ୍ତାଙ୍କ ଆଗରେ ଛିଡ଼ା ହେବେ। 18 ବିଗ୍ଭରକର୍ତ୍ତାମାନେ ନିଶ୍ଚୟ ପୁଙ୍ଖାନୁପୁଙ୍ଖ ଭାବରେ ତଦନ୍ତ କରିବେ। ସଠିକ୍ ଭାବରେ ଅନୁସନ୍ଧାନ କରିବେ। ଆଉ ଯଦି ସେମାନେ ଦେଖିଲେ ସେହି ଲୋକ ମିଥ୍ୟା ସାକ୍ଷ୍ୟ ଦେଇଛି, 19 ତେବେ ସେ ଆପଣା ଭାଇପ୍ରତି ଯେପରି କରିବାକୁ ଯୋଜନା କରିଥିଲା, ତାହା ପ୍ରତି ସେହିପରି କରିବ ଏବଂ ଏହି ପ୍ରକାରେ ତୁମ୍ଭେମାନେ ଇସ୍ରାଏଲରୁ ଦୁଷ୍ଟତା ଦୂର କରିବା ଉଚିତ୍। 20 ଅବଶିଷ୍ଟ ଲୋକମାନେ ତାହା ଶୁଣି ଭୟ କରିବେ। ସେହି ସମୟରେ ଆଉ କୌଣସି ଲୋକେ ଏପରି କରିବାକୁ ସାହସ କରିବେ ନାହିଁ।

21 “ସେହି ଲୋକମାନଙ୍କୁ ଦଣ୍ତଦେବା ସମୟରେ ତୁମ୍ଭେମାନେ ଦୁଃଖ କରିବା ଉଚିତ୍ ନୁହଁ। ଯଦି କେହି ଜଣେ ଅନ୍ୟ ଜୀବନ ନେଇ ଥାଏ ତେବେ ତାକୁ ତାହାର ଜୀବନ ଦେବା ଉଚିତ୍। ନିୟମ ଏପରି ହେବ, ଆଖି ପାଇଁ ଆଖି ଦେବାକୁ ପଡ଼ିବ, ଦାନ୍ତ ପାଇଁ ଦାନ୍ତ ଦେବାକୁ ପଡ଼ିବ, ହାତ ବଦଳରେ ହାତ ଓ ଗୋଡ଼ ବଦଳରେ ଗୋଡ଼ ଦେବାକୁ ପଡ଼ିବ।

ଯୁଦ୍ଧର ନିୟମ

20 “ଯେତେବେଳେ ତୁମ୍ଭେ ଆପଣା ଶତ୍ରୁମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରିବ, ଯଦି ତୁମ୍ଭେମାନେ ତାଙ୍କର ଅନେକ ଅଶ୍ୱାରୋହୀ, ରଥାରୋହୀ ଏବଂ ଯଦି ତାଙ୍କର ଅଧିକ ସଂଖ୍ୟକ ସୈନ୍ୟ ଥା’ନ୍ତି, ତେବେ ତୁମ୍ଭେମାନେ ସେମାନଙ୍କୁ ଭୟ କରିବାର କିଛି ନାହିଁ, କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭ ସହିତ ସର୍ବଦା ଅଛନ୍ତି। ଏବଂ ସେହି ସଦାପ୍ରଭୁ ତୁମ୍ଭମାନଙ୍କୁ ମିଶର ମଧ୍ୟରୁ ବାହାରକରି ଆଣିଛନ୍ତି।

“ଯେତେବେଳେ ତୁମ୍ଭେମାନେ ଯୁଦ୍ଧକୁ ଯିବ, ସେ ସମୟରେ ଯାଜକମାନେ ସୈନ୍ୟମାନଙ୍କ ପାଖକୁ ଯାଇ କହିବେ, ‘ହେ ଇସ୍ରାଏଲବାସୀ, ମୋର କଥା ଶୁଣ। ଆଜି ତୁମ୍ଭେମାନେ ତୁମ୍ଭର ଶତ୍ରୁମାନଙ୍କ ସହିତ ଯୁଦ୍ଧ କରିବାକୁ ଯିବ। ତୁମ୍ଭେମାନେ କେବେ ଭୟ କରିବ ନାହିଁ, ତୁମ୍ଭମାନଙ୍କର ହୃଦୟ ଦୁର୍ବଳ କର ନାହିଁ। କାରଣ, ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭ ସହିତ ଅଛନ୍ତି। ସଦାପ୍ରଭୁ ତୁମ୍ଭକୁ ଯୁଦ୍ଧରେ ସାହାଯ୍ୟ କରିବେ ଓ ସେ ତୁମ୍ଭକୁ ଯୁଦ୍ଧରେ ଜୟ ଯୁକ୍ତ କରାଇବେ।’

“ଅଧ୍ୟକ୍ଷଗଣ ଲୋକମାନଙ୍କୁ କହିବେ, ‘ଯେଉଁ ଲୋକ ନୂତନ ଗୃହ ନିର୍ମାଣ କରି ତାହା ପ୍ରତିଷ୍ଠା କରି ନାହିଁ? ସେ ତା'ର ଆପଣା ଗୃହକୁ ଯାଉ। ନଚେତ୍ ସେ ଯେବେ ମରିଯାଏ, ତେବେ ଅନ୍ୟ ଲୋକ ସେ ଗୃହରେ ପ୍ରବେଶ କରିବ। ଅନ୍ୟ କେଉଁ ଲୋକ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରି ତହିଁର ଫଳ ଭୋଗ କରି ନାହିଁ। ସେ ଫେରି ଆପଣା ଗୃହକୁ ଯାଉ କାରଣ ଯଦି ସେ ଯୁଦ୍ଧରେ ମରିଯାଏ, ତେବେ ଅନ୍ୟ କେହି ସେହି ଜମିକୁ ଭୋଗ କରିବ। ଆଉ କୌଣସି ଲୋକର ଏକ ସ୍ତ୍ରୀ ଲୋକକୁ ବିବାହ ପାଇଁ ସ୍ୱୀକୃତି ହୋଇଛି କିନ୍ତୁ ତାକୁ ଏପର୍ଯ୍ୟନ୍ତ ବିବାହ କରି ନାହିଁ। ସେ ଫେରି ଆପଣା ଗୃହକୁ ଯାଉ। ଯଦି ସେ ଯୁଦ୍ଧରେ ମରିଯାଏ, ଅନ୍ୟ କେହି ତାକୁ ବିବାହ କରିବ।’

“ଅଧିକାରୀଗଣ ଲୋକମାନଙ୍କୁ କହିବେ, ‘ଭୟାଳୁ ଓ ଦୁର୍ବଳ ହୃଦୟ ଲୋକ କିଏ ଅଛି କି? ସେ ଫେରି ଆପଣା ଗୃହକୁ ଯାଉ, ଯେମିତି ସେ ତା'ର ଭାଇର ହୃଦୟକୁ ଭୟରେ ତରଳାଇ ନ ଦେଉ।’ ଅଧ୍ୟକ୍ଷଗଣ ସୈନ୍ୟମାନଙ୍କ ସହିତ କଥା ସମାପ୍ତ କରିବା ପରେ, ସେମାନେ ସୈନ୍ୟ ଉପରେ ସେନାପତିମାନଙ୍କୁ ନିଯୁକ୍ତ କରିବେ।

10 “ଯେତେବେଳେ ତୁମ୍ଭେମାନେ ଗୋଟିଏ ନଗରକୁ ଆକ୍ରମଣ କରିବାକୁ ଯିବ ପ୍ରଥମେ ତାଙ୍କୁ ସନ୍ଧିର କଥା ଘୋଷଣା କର। 11 ଯଦି ସେମାନେ ତୁମ୍ଭମାନଙ୍କ ସନ୍ଧିରେ ରାଜି ହୋଇ ତୁମ୍ଭମାନଙ୍କ ନଗର ଗୁଡ଼ିକ ପାଇଁ ଦ୍ୱାର ଉନ୍ମୁକ୍ତ କରନ୍ତି, ତେବେ ସେହି ସହରର ସମସ୍ତ ଲୋକମାନେ ତୁମ୍ଭ ପାଇଁ କାମ କରିବାକୁ ବାଧ୍ୟ ଏବଂ ତୁମ୍ଭମାନଙ୍କର ଦାସ ହେବେ। 12 ଯଦି ସେହି ନଗରର ଲୋକମାନେ ତୁମ୍ଭର ସନ୍ଧିରେ ରାଜି ନ ହୁଅନ୍ତି। ତୁମ୍ଭମାନଙ୍କ ସହିତ ଯୁଦ୍ଧ କରନ୍ତି, ତେବେ ତୁମ୍ଭେମାନେ ସେମାନଙ୍କୁ ଘେରି ଯିବ। 13 ଯେତେବେଳେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତାହା ତୁମ୍ଭ ହସ୍ତରେ ସମର୍ପଣ କରିବେ, ସେତେବେଳେ ତୁମ୍ଭେ ତହିଁର ସମସ୍ତ ପୁରୁଷଙ୍କୁ ଖଣ୍ଡାରେ ହାଣି ହତ୍ୟା କରିବ। 14 କିନ୍ତୁ ସ୍ତ୍ରୀ, ପିଲା, ଗାଈଗୋରୁ ଓ ସମସ୍ତ ଦ୍ରବ୍ୟ ତୁମ୍ଭ ନିଜ ପାଇଁ ନେଇଯାଅ। ତୁମ୍ଭେ ଯାହା ବ୍ୟବହାର କରିବାକୁ ଗ୍ଭହଁ ତୁମ୍ଭର ନେବା ଓ ବ୍ୟବହାର କରିବା ଉଚିତ୍। ଏହିସବୁ ଜିନିଷ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭକୁ ଯୁଦ୍ଧରୁ ପ୍ରାପ୍ୟ ଦ୍ରବ୍ୟ ରୂପେ ଦେଇଛନ୍ତି। 15 ଯେଉଁସବୁ ନଗର ଏହି ପାଖାପାଖି ଗୋଷ୍ଠୀୟମାନଙ୍କର ନୁହେଁ, ତୁମ୍ଭଠାରୁ ଅତି ଦୂରବର୍ତ୍ତୀ ସମସ୍ତ ନଗର ପ୍ରତି ଏହା କର।

16 “ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଏହି ଲୋକମାନଙ୍କର ଯେଉଁ ଯେଉଁ ନଗର ତୁମ୍ଭର ଅଧିକାର ପାଇଁ ଦିଅନ୍ତି, ତୁମ୍ଭେ ତହିଁ ମଧ୍ୟରେ ନିଶ୍ୱାସଧାରୀ କାହାରିକି ସଜୀବ ରଖିବ ନାହଁ। 17 ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଆଜ୍ଞା ଅନୁସାରେ ତୁମ୍ଭେ ସେମାନଙ୍କୁ ହିତ୍ତୀୟ, ଇମୋରୀୟ, କିଣାନୀୟ, ପିରିଷୀୟ, ହିବ୍ବୀୟ ଓ ଯିବୂଷୀୟ ଲୋକମାନଙ୍କୁ ବର୍ଜିତ ରୂପେ ବିନାଶ କରିବ। 18 କାରଣ ସେମାନେ ତୁମ୍ଭମାନଙ୍କୁ ଶିକ୍ଷା ଦେବେ ନାହିଁ। ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିବା ପାଇଁ। ସେମାନେ ତାଙ୍କ ଦେବଗଣଙ୍କ ଉଦ୍ଦେଶ୍ୟରେ ଯେଉଁସବୁ ଭୟଙ୍କର କର୍ମମାନ କରିଛନ୍ତି, ତୁମ୍ଭମାନଙ୍କୁ ଏପରି କରିବାକୁ ପ୍ରବର୍ତ୍ତାଇ ପାରିବେ ନାହିଁ।

19 “ଯେତେବେଳେ ତୁମ୍ଭେମାନେ ବାହୁବଳଦ୍ୱାରା ଅବରୋଧ କରିବ। ସେତେବେଳେ ତୁମ୍ଭେମାନେ ନଗରମାନଙ୍କରେ ଥିବା ଗଛମାନଙ୍କୁ କାଟିବ ନାହିଁ। ତୁମ୍ଭେମାନେ ତାହାର ଫଳ ଖାଇ ପାରିବ। ସେହି ବୃକ୍ଷମାନେ ତୁମ୍ଭର ଶତ୍ରୁ ନୁହନ୍ତି ତେଣୁ ସେମାନଙ୍କୁ ତୁମ୍ଭେ କାଟିବ ନାହିଁ। 20 କିନ୍ତୁ ତୁମ୍ଭେମାନେ ଫଳ ନ ଫଳୁଥିବା ବୃକ୍ଷମାନକୁ କାଟି ପାରିବ। ସେଥିରେ ତୁମ୍ଭେମାନେ ଯୁଦ୍ଧାସ୍ତ୍ର ନିର୍ମାଣ କରି ସେହି ନଗର ବିରୁଦ୍ଧରେ ଯୁଦ୍ଧ କରିବ। ସେହି ନଗର ପତନ ପର୍ଯ୍ୟନ୍ତ ତୁମ୍ଭେ ଏହିପରି କରିବ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center