Beginning
ଇସ୍ରାଏଲ ସଦାପ୍ରଭୁଙ୍କର ସ୍ୱତନ୍ତ୍ର ଲୋକ
14 “ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ସନ୍ତାନ, ଯେତେବେଳେ ଜଣେ ମରି ଯାଉଛି ତୁମ୍ଭର ଦୁଃଖ ଜଣାଇବା ପାଇଁ ତୁମ୍ଭେ ତୁମ୍ଭର ଶରୀର କାଟି ପକାଇବ ନାହିଁ କିଅବା ଭୃଲତାର ମଧ୍ୟସ୍ଥଳ କ୍ଷୌର ହେବ ନାହିଁ। 2 କାହିଁକି ଜାଣ, କାରଣ ତୁମ୍ଭେମାନେ ଅନ୍ୟ ଲୋକମାନଙ୍କଠାରୁ ଭିନ୍ନ। ତୁମ୍ଭେମାନେ ସଦାପ୍ରଭୁଙ୍କର ପବିତ୍ର ଲୋକ। ପୃଥିବୀର ସମସ୍ତ ଲୋକମାନଙ୍କ ମଧ୍ୟରୁ ସେ ତୁମ୍ଭକୁ ପସନ୍ଦ କରିଛନ୍ତି।
ଏହି ଖାଦ୍ୟ ଇସ୍ରାଏଲୀୟମାନଙ୍କର ଭୋଜନ ପାଇଁ ଅନୁମତି
3 “ସଦାପ୍ରଭୁଙ୍କର ଘୃଣ୍ୟଦ୍ରବ୍ୟ ତୁମ୍ଭେମାନେ ଭକ୍ଷ୍ୟଣ କରିବ ନାହିଁ। 4 ତୁମ୍ଭେମାନେ ଏହି ସକଳ ପଶୁଗଣ ଭୋଜନ କରି ପାରିବ। ଯଥା: ଗାଈ, ମେଣ୍ଢା ଓ ଛେଳି। 5 ହରିଣ, କୃଷ୍ଣସାର, ମୃଗ, ବନଗୋରୁ, ବନଛାଗ, ଗବୟ, ବାହୁଟିଆ ହରିଣ ଓ ଚମରିଗାଈ। 6 ପଶୁଗଣ ମଧ୍ୟରୁ ଯେତେ ପଶୁର ବିଭକ୍ତ ଖୁରା ଓ ଦ୍ୱିଖଣ୍ଡ ଖୁରା ବିଶିଷ୍ଟ ଓ ପାକୁଳି କରନ୍ତି, ସେସବୁ ତୁମ୍ଭେମାନେ ଭୋଜନ କରିବ। 7 ତୁମ୍ଭେମାନେ ଓଟ, ଠେକୁଆ କିମ୍ବା ଶାଫନ୍ମାନଙ୍କୁ ଖାଇବ ନାହିଁ। ସେମାନେ ପାକୁଳି କରନ୍ତି, କିନ୍ତୁ ସେମାନଙ୍କର ଖୁରା ଦୁଇଫାଳ ବିଶିଷ୍ଟ। ତେଣୁ ସେହି ପଶୁଗୁଡ଼ିକ ତୁମ୍ଭମାନଙ୍କ ଖାଦ୍ୟ ପାଇଁ ଅପବିତ୍ର। 8 ତୁମ୍ଭେମାନେ ଘୁସୁରି ଖାଇବା ଉଚିତ୍ ନୁହଁ। କାରଣ ତାଙ୍କର ଖୁରା ଦୁଇଫାଳ ବିଶିଷ୍ଟ କିନ୍ତୁ ସେମାନେ ପାକୁଳି କରନ୍ତି ନାହିଁ। ତେଣୁ ତୁମ୍ଭମାନଙ୍କ ପାଇଁ ଘୁସୁରି ଅପବିତ୍ର ଅଟେ। ଏପରିକି ମୃତ ଘୁସୁରି ଶବକୁ ଛୁଅ ନାହିଁ।
9 “ତୁମ୍ଭେମାନେ କାତିଥିବା ବା ଡେଣା ଥିବା ମାଛ ଖାଇ ପାରିବ। 10 କିନ୍ତୁ ଜଳରେ ବାସ କରୁଥିବା ଜୀବ ଯେଉଁମାନଙ୍କର ଡେଣା ବା କାତି ନାହିଁ, ସେଗୁଡ଼ିକ ଖାଅ ନାହିଁ, କାରଣ ସେଗୁଡ଼ିକ ତୁମ୍ଭମାନଙ୍କ ପାଇଁ ଅଶୁଚି ଅଟେ।
11 “ତୁମ୍ଭେମାନେ ଯେକୌଣସି ଶୁଚି ପକ୍ଷୀ ଭୋଜନ କରି ପାରିବ। 12 କିନ୍ତୁ ତୁମ୍ଭେମାନେ ଏହି ପକ୍ଷୀମାନଙ୍କୁ ଭୋଜନ କରିବ ନାହିଁ ଯଥା: ଉତ୍କ୍ରୋଶ ହାଡ଼ଭଙ୍ଗା ଓ ବହୀରି, 13 ଗୃଧ୍ର, ଚିଲ, ବାଜ, 14 ଆପଣା ଜାତି ଅନୁସାରେ ସମସ୍ତ ଡାମରାକାଉ, 15 ଓଟପକ୍ଷୀ, ତାମସ ପକ୍ଷୀ, ସମୁଦ୍ର ଚିଲ ଓ ଆପଣା ଜାତି ଅନୁସାରେ ଛଞ୍ଚାଣ, 16 କୋଷପକ୍ଷୀ, ବଗ ଓ ଦୀର୍ଘ-ଗଳ ହଂସ, 17 ପାଣି ଭେଳା, ଶାଗୁଣା ଓ ପାଣିକୁଆ, 18 ଚରଳ, କଙ୍କ, ଟିଟ୍ଟିଭ, ଗ୍ଭମଚିକା।
19 “ଗମନକାରୀ ପକ୍ଷବାନ ଜନ୍ତୁ ସକଳ ତୁମ୍ଭମାନଙ୍କ ପାଇଁ ଅଶୁଚି। ସେମାନଙ୍କୁ ଖାଇବ ନାହିଁ। 20 ତୁମ୍ଭେମାନେ ସମସ୍ତ ଶୁଚି ପକ୍ଷୀକି ଭୋଜନ କରି ପାରିବ।
21 “ଆପେ ଆପେ ମରିଯାଇଥିବା କୌଣସି ମୃତ ପ୍ରାଣୀର ମାଂସ ଭକ୍ଷ୍ୟଣ କରିବ ନାହିଁ। ତୁମ୍ଭେମାନେ ଏହାକୁ ବିଦେଶୀମାନଙ୍କୁ ଭୋଜନ ପାଇଁ ଦେଇପାର, କିଅବା ବିଦେଶୀକୁ ତାହା ବିକ୍ରୟ କରିପାର। କାରଣ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ପବିତ୍ର ଲୋକ।
“ତୁମ୍ଭେମାନେ କେବେ ବି ଛାଗବତ୍ସକୁ ତା'ର ମାତାର ଦୁଗ୍ଧରେ ରୋଷେଇ କରିବ ନାହିଁ।
ଦଶମାଂଶ ଦେବ
22 “ପ୍ରତ୍ୟେକ ବର୍ଷ ଆପଣା କ୍ଷେତ୍ରରୁ ଉତ୍ପନ୍ନ ଶସ୍ୟର ଦଶମାଂଶ ସାଇତି ରଖିବ। 23 ଏହିସବୁ ପରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ନାମର ଉପାସନା ନିମନ୍ତେ ଯେଉଁସ୍ଥାନ ମନୋନୀତ କରିଛନ୍ତି ସେହି ସ୍ଥାନକୁ ଯାଅ। ସେହି ସ୍ଥାନରେ ତୁମ୍ଭ ଶସ୍ୟର ଦ୍ରାକ୍ଷାରସର ଓ ତୈଳର ଏକ ଦଶମାଂଶ ଦେବା ଉଚିତ୍ ଓ ତୁମ୍ଭ ପଶୁର ପ୍ରଥମଜାତ ତୁମ୍ଭେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ଭୋଜନ କରିବା ଉଚିତ୍। ଏହିପରି ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ସର୍ବଦା ଭୟ କରିବା ପାଇଁ ଶିକ୍ଷା କରିବ। 24 ଯଦି ତୁମ୍ଭେ ସେହି ସ୍ଥାନରୁ ଦୂରରେ ବାସ କର ଏବଂ ସମସ୍ତ ଦ୍ରବ୍ୟ ସହିତ ସେଠାକୁ ଯିବାକୁ ସହଜ ନ ହୁଏ ଯେଉଁଠାରେ ସେ ତୁମ୍ଭକୁ ଆଶୀର୍ବାଦ କରିଛନ୍ତି କାରଣ ଏହା ସେହି ସ୍ଥାନଠାରୁ ବହୁତ ଦୂର ଯେଉଁଠାରେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତାଙ୍କର ନାମ ସ୍ଥାପନ କରିବା ପାଇଁ ପସନ୍ଦ କରନ୍ତି। 25 ତେବେ ତୁମ୍ଭେମାନେ ସେହି ଶସ୍ୟସବୁକୁ ଟଙ୍କା ଆକାରରେ ସେହି ଟଙ୍କା ବାନ୍ଧି ଆପଣା ହାତରେ ନେଇ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ମନୋନୀତ ସ୍ଥାନକୁ ଯିବ। 26 ତୁମ୍ଭେ ଯାହା ଇଚ୍ଛା କର, ଗୋରୁ, ଛେଳି, ଦ୍ରାକ୍ଷାରସ, କିଅବା ଯାହାକିଛି ତୁମ୍ଭ ପ୍ରାଣ ତୁମ୍ଭଠାରୁ ଗ୍ଭହେଁ ତହିଁ ପାଇଁ ତୁମ୍ଭେ ସେହି ଟଙ୍କା ଦେବ। ତୁମ୍ଭେମାନେ ସେଠାରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ଭୋଜନ କରି ତୁମ୍ଭେ ଓ ତୁମ୍ଭ ପରିବାର ଆନନ୍ଦ କରିବ। 27 କିନ୍ତୁ ଏକଥା ଭୂଲିଯାଅ ନାହିଁ ଯେ, ଆପଣା ନଗର ଦ୍ୱାରବର୍ତ୍ତୀ ଲେବୀୟ ଲୋକକୁ ତ୍ୟାଗ କରିବ ନାହିଁ, କାରଣ ସେ ତୁମ୍ଭ ସଙ୍ଗରେ କୌଣସି ଅଧିକାର ପାଇ ନାହିଁ। ତେଣୁ ତୁମ୍ଭେ ଖାଦ୍ୟରେ ତାଙ୍କୁ ଭାଗ ଦେବ।
28 “ପ୍ରତି ତୃତୀୟ ବର୍ଷର ଶେଷରେ ତୁମ୍ଭେ ସେହି ବର୍ଷରେ ଉତ୍ପନ୍ନ ଆପଣା ଶସ୍ୟାଦିର ସମସ୍ତ ଦଶମାଂଶ ବାହାର କରି ଆଣି ଆପଣା ନଗର ଦ୍ୱାର ଭିତରେ ସଞ୍ଚୟ କରି ରଖିବ। 29 ଏହି ଖାଦ୍ୟ ସକଳ ସେହି ଲେବୀୟ ଲୋକମାନଙ୍କର, କାରଣ ସେମାନଙ୍କର କୌଣସି ନିଜସ୍ୱ ସମ୍ପତ୍ତି ନାହିଁ। ଏହି ଖାଦ୍ୟ ମଧ୍ୟ ଅନ୍ୟ ଲୋକମାନଙ୍କ ପାଇଁ ବିଦେଶୀମାନଙ୍କ ପାଇଁ ପିତୃହୀନ ଓ ବିଧବାମାନେ ଆସି ଭୋଜନ କରି ତୃପ୍ତ ହେବେ। ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ହସ୍ତକୃତ ସମସ୍ତ କର୍ମରେ ତୁମ୍ଭକୁ ଆଶୀର୍ବାଦ କରିବେ।
ଋଣ ଛାଡ଼ର ବିଶେଷ ବର୍ଷ
15 “ପ୍ରତି ସାତ ବର୍ଷର ଶେଷରେ, ତୁମ୍ଭେମାନେ ସମସ୍ତ ଋଣ ଛାଡ଼ କରିଦେବ। 2 ଏହାର ବ୍ୟବସ୍ଥା ଏହିପରି ହେବ ଯେକେହି ଆପଣା ପ୍ରତିବାସୀକୁ କରଜ ଦେଇଛି ତାହା ସେ ଛାଡ଼ କରିଦେବ। ସେ ତା'ର ପଡ଼ୋଶୀଙ୍କୁ ଋଣ ପରିଶୋଧ ନିମନ୍ତେ ପଗ୍ଭରିବା ଉଚିତ୍ ନୁହଁ। କାରଣ ସଦାପ୍ରଭୁ ବ୍ୟବସ୍ଥା ଅନୁଯାୟୀ ସେ ଏହାକୁ ଋଣ ଛାଡ଼ର ବର୍ଷ ଘୋଷଣା କରିଛନ୍ତି। 3 ତୁମ୍ଭେମାନେ ବିଦେଶୀମାନଙ୍କଠାରୁ ଏହି ଋଣ ପରିଶୋଧ କରି ପାରିବ କିନ୍ତୁ ଆପଣା ଭାଇ ଇସ୍ରାଏଲୀୟବାସୀଙ୍କୁ ତାହା ଛାଡ଼ କରିଦେବ। 4 ତଥାପି ତୁମ୍ଭ ଦେଶରେ କେହି ଗରିବ ହେବେ ନାହିଁ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି ଦେଶ ଦେଇଛନ୍ତି। ଏବଂ ସଦାପ୍ରଭୁ ତୁମ୍ଭମାନଙ୍କୁ ଅନ୍ତରଭରା ଆଶୀର୍ବାଦ କରିଛନ୍ତି। 5 କିନ୍ତୁ ଏପରି ହେବ ଯଦି ତୁମ୍ଭେମାନେ ସଦାପ୍ରଭୁ ପରମେଶ୍ୱରଙ୍କର ଆଜ୍ଞା ଓ ବିଧିମାନ ପାଳନ କରି ଚଳିବ। ତୁମ୍ଭେମାନେ ସାବଧାନତା ସହକାରେ ମୁଁ ଆଜି ତୁମ୍ଭକୁ ଯେଉଁ ଆଜ୍ଞା ବିଧି କହୁଅଛି ତାହା ପାଳନ କରିବ। 6 ତେବେ ତାଙ୍କର ପ୍ରତିଜ୍ଞା ଅନୁସାରେ ତୁମ୍ଭର ସଦାପ୍ରଭୁ ପରମେଶ୍ୱର ତୁମ୍ଭମାନଙ୍କୁ ଆଶୀର୍ବାଦ କରିବେ। ଏବଂ ତୁମ୍ଭେମାନେ ଅନେକ ରାଷ୍ଟ୍ରମାନଙ୍କୁ ଋଣ ଦେବ, ମାତ୍ର ତୁମ୍ଭେ ଋଣ କରିବ ନାହିଁ। ତୁମ୍ଭେମାନେ ଅନ୍ୟରାଷ୍ଟ୍ରମାନଙ୍କୁ ଶାସନ କରିବ ମାତ୍ର ତୁମ୍ଭ ଉପରେ କେହି ଶାସନ କରି ପାରିବେ ନାହିଁ।
7 “ଯେତେବେଳେ ତୁମ୍ଭେମାନେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କ ଦତ୍ତ ଦେଶରେ ବାସ କରିବ, ସେତେବେଳେ ତୁମ୍ଭମାନଙ୍କ ମଧ୍ୟରେ ଥିବା ଦରିଦ୍ର ଲୋକମାନଙ୍କୁ ଦୟା କରିବ, ତୁମ୍ଭେମାନେ ସ୍ୱାର୍ଥପର ହେବ ନାହିଁ। ତୁମ୍ଭେମାନେ ସେମାନଙ୍କୁ ସାହାଯ୍ୟ କରିବାକୁ ମନା କରିବ ନାହିଁ। 8 ତୁମ୍ଭେ ସେମାନଙ୍କ ପ୍ରତି କୃପା ଦୃଷ୍ଟି ରଖିବ, ତାହାର ପ୍ରୟୋଜନ ଅନୁସାରେ ତୁମ୍ଭେ ତାଙ୍କୁ ଯଥେଷ୍ଟ ରୂପେ ଋଣ ଦେବ।
9 “ଏପରି କାହାକୁ ଋଣ ଦେବାକୁ ମନା କର ନାହିଁ, ଯେହେତୁ ଋଣ କ୍ଷମାର ବର୍ଷ ନିକଟବର୍ତ୍ତୀ ହୋଇଗଲାଣି ବୋଲି। ତୁମ୍ଭମାନଙ୍କ ମଧ୍ୟରେ ଏପରି ମନ୍ଦ କଳ୍ପନା ରହିବା ଉଚିତ୍ ନୁହଁ। ସାବଧାନ ହୁଅ, ଗୋଟିଏ ନିଃଶ୍ୱ ଲୋକ ପ୍ରତି କୃପଣ ହୁଅ ନାହିଁ! କାରଣ ଯଦି ସେହି ବ୍ୟକ୍ତି ତୁମ୍ଭ ପ୍ରତିକୂଳରେ ସଦାପ୍ରଭୁଙ୍କୁ ଡାକେ, ତେବେ ତୁମ୍ଭକୁ ପାପରେ ଦୋଷୀ ବୋଲି ବିବେଚନା କରାଯିବ।
10 “ତୁମ୍ଭେମାନେ ନିଶ୍ଚିତ ଭାବରେ ହୃଦୟର ସହିତ ତାଙ୍କୁ ଦେବା ଉଚିତ୍। ତାଙ୍କୁ ଦେବା ବେଳେ ତୁମ୍ଭେ କୁଣ୍ଠିତ ହେବା ଉଚିତ୍ ନୁହେଁ। କାରଣ ସେହି କର୍ମ ହେତୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସମସ୍ତ କର୍ମରେ ଓ ତୁମ୍ଭେ ଯେଉଁ ବିଷୟରେ ଧ୍ୟାନ ଦିଅ, ସଦାପ୍ରଭୁ ସେଥିରେ ତୁମ୍ଭକୁ ଆଶୀର୍ବାଦ କରିବେ। 11 ଦେଶରେ ସର୍ବଦା ଗରିବ ଲୋକ ରହିବେ। ଯେଉଁଥିପାଇଁ ଆମ୍ଭେ ତୁମ୍ଭକୁ ଆଜ୍ଞା ଦେଇ କହୁଛୁ, ତୁମ୍ଭେମାନେ ତୁମ୍ଭର ଦରିଦ୍ର ଭାଇମାନଙ୍କୁ ନିଶ୍ଚୟ ସାହାଯ୍ୟ କରିବ। ତାଙ୍କର ଆବଶ୍ୟକତା ଅନୁସାରେ ସେମାନଙ୍କୁ ସାହାଯ୍ୟ କର।
କ୍ରିତଦାସମାନଙ୍କୁ ମୁକ୍ତ କରିଦେବା
12 “ତୁମ୍ଭେମାନେ ତୁମ୍ଭମାନଙ୍କର ସେବା କରିବା ପାଇଁ ଯେଉଁ ଏବ୍ରୀୟ ଲୋକ ବା ମହିଳାମାନଙ୍କୁ କ୍ରିତଦାସ ଭାବେ କିଣିଥିବ। ତୁମ୍ଭେମାନେ ସେମାନଙ୍କୁ ଛଅ ବର୍ଷ ରଖିପାରିବ। କିନ୍ତୁ ସପ୍ତମ ବର୍ଷ ତୁମ୍ଭେ ସେମାନଙ୍କୁ ନିଶ୍ଚୟ ମୁକ୍ତ କରିବ। 13 କିନ୍ତୁ ତୁମ୍ଭେମାନେ ଯେତେବେଳେ ତୁମ୍ଭର କ୍ରିତଦାସମାନଙ୍କୁ ମୁକ୍ତ କରିବ, ସେତେବେଳେ ସେମାନଙ୍କୁ ମୁକ୍ତ ହସ୍ତରେ ଯିବାକୁ ଦେବ ନାହିଁ। 14 ତୁମ୍ଭେମାନେ ସେମାନଙ୍କୁ ତୁମ୍ଭମାନଙ୍କର ପଶୁ ମଧ୍ୟରୁ କିଛି, କିଛି ଶସ୍ୟ ଏବଂ କିଛି ଦ୍ରାକ୍ଷାରସ ସେମାନଙ୍କୁ ଦେବା ଉଚିତ୍। ସଦାପ୍ରଭୁ ତୁମ୍ଭମାନଙ୍କୁ ଆଶୀର୍ବାଦ କରିଥିବା ଦ୍ରବ୍ୟରୁ କିଛି ନିଶ୍ଚିତ ଭାବରେ ସେମାନଙ୍କୁ ଦେବା ଉଚିତ୍। 15 ମନେରଖ, ଯେ ତୁମ୍ଭେମାନେ ମିଶର ଦେଶରେ ସମ୍ପୂର୍ଣ୍ଣ ଭାବରେ ଦାସରୂପେ ଥିଲ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ମୁକ୍ତ କଲେ। ଏଥିପାଇଁ ମୁଁ ତୁମ୍ଭକୁ ଏହି ଆଜ୍ଞା ଦେଉଅଛି।
16 “କିନ୍ତୁ ଏପରି ହୋଇପାରେ କୌଣସି ଦାସ ତୁମ୍ଭକୁ ଏପରି କହିପାରେ, ‘ମୁଁ ତୁମ୍ଭକୁ ଛାଡ଼ିଯିବି ନାହିଁ।’ ସେପରି କହିପାରେ କାରଣ ସେ ତୁମ୍ଭ ନିକଟରେ ସୁଖରେ ଥାଇପାରେ। ସେ ତୁମ୍ଭକୁ ଓ ତୁମ୍ଭ ପରିବାରକୁ ସ୍ନେହ କରୁଥାଏ। 17 ତେବେ ତୁମ୍ଭେ ଏକ ବିନ୍ଧଣୀ ନିଅ ଓ କବାଟ ଉପରେ ତାହାର କର୍ଣ୍ଣକୁ ଫୋଡ଼। ତହିଁରେ ସେ ସବୁଦିନ ତୁମ୍ଭର ଦାସ ହୋଇ ରହିବ। ପୁଣି ତୁମ୍ଭେ ଆପଣା ଦାସୀ ପ୍ରତି ଠିକ୍ ଏହିପରି କରିବା ଉଚିତ୍।
18 “ତୁମ୍ଭେ ତାହାକୁ ମୁକ୍ତ କରି ବିଦାୟ କରିବା ବେଳେ ଏହା ତୁମ୍ଭ ଦୃଷ୍ଟିରେ କଠିନ ବୋଧ ନ ହେଉ। କାରଣ ସେ ଛଅ ବର୍ଷ ଭିତରେ ଏକ ବେତନଜୀବିର ଦ୍ୱିଗୁଣ ବେତନର ଦାସ୍ୟକର୍ମ କରିଅଛି। ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସକଳ କାର୍ଯ୍ୟରେ ତୁମ୍ଭକୁ ଆଶୀର୍ବାଦ କରିବେ।
ପ୍ରଥମଜାତ ସନ୍ତାନଙ୍କ ପାଇଁ ନିୟମ
19 “ତୁମ୍ଭେମାନେ ଆପଣା ଗୋରୁ ପଲରୁ ଓ ମେଷ ପଲରୁ ଜନ୍ମ ହୋଇଥିବା ପ୍ରଥମ ଅଣ୍ତିରା ଛୁଆକୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପବିତ୍ର କରିବ। ତୁମ୍ଭେମାନେ ତୁମ୍ଭମାନଙ୍କର ଗୋରୁପଲର ପ୍ରଥମଜାତକ ଦ୍ୱାରା କିଛି କର୍ମ କରିବ ନାହିଁ। ମେଷପଲର ପ୍ରଥମଜାତ ସନ୍ତାନମାନଙ୍କର ଲୋମ ଛେଦନ କରିବ ନାହିଁ। 20 ସଦାପ୍ରଭୁ ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ତୁମ୍ଭେ ତୁମ୍ଭର ପରିବାର ସହିତ ପ୍ରତି ବର୍ଷ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉପସ୍ଥିତିରେ ତାହା ଭୋଜନ କରିବ।
21 “ଯଦି ସେହି ପଶୁଠାରେ କୌଣସି ଖୁଣ ଥାଏ, ଯଥା ସେ ଯଦି ଛୋଟା, କଣା କିମ୍ବା କୌଣସି ମନ୍ଦ ଖୁଣ ଯୁକ୍ତ ଥାଏ ତେବେ ତୁମ୍ଭେ ତାକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରି ପାରିବ ନାହିଁ। 22 କିନ୍ତୁ ନିଜ ଫାଟକ ଭିତରେ ତୁମ୍ଭେମାନେ ତାକୁ ଭୋଜନ କରି ପାରିବ। ଶୁଚି ଓ ଅଶୁଚି ଲୋକ ସମସ୍ତେ ଭୋଜନ କରି ପାରନ୍ତି। କୃଷ୍ଣସାର ଓ ହରିଣ ମାଂସ ଭୋଜନ କରିବାର ନିୟମ ଯାହା ଏହି ମାଂସ ଭୋଜନ କରିବାର ନିୟମ ଠିକ୍ ତାହା। 23 ତୁମ୍ଭେମାନେ କେବଳ ତା'ର ରକ୍ତ ଭୋଜନ କରି ପାରିବ ନାହିଁ। ତୁମ୍ଭେମାନେ ଜଳପରି ତାହାକୁ ଭୂମିରେ ଢାଳି ଦେବ।
ନିସ୍ତାରପର୍ବ
16 “ଆବୀବ ମାସର ପର୍ବକୁ ରଖ, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ସମ୍ମାନ ଦେବା ପାଇଁ ନିସ୍ତାରପର୍ବ ପାଳନ କର। କାରଣ ଆବୀବ ମାସରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ରାତ୍ରିକାଳରେ ମିଶରରୁ ବାହାର କରି ଆଣିଲେ। 2 ତୁମ୍ଭେ ନିସ୍ତାରପର୍ବୀୟ ନୈବେଦ୍ୟ ପାଇଁ ଗୋମେଷାଦି ପଲରୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କୁ ଦେବ, ଯେଉଁଠାରେ ସେ ତାଙ୍କର ନାମ ସ୍ଥାପନ ପାଇଁ ପସନ୍ଦ କରିଛନ୍ତି। 3 ତୁମ୍ଭେମାନେ ଏହି ପର୍ବରେ ଖମୀର ଭୋଜନ କରିବା ଉଚିତ୍ ନୁହଁ। ସାତ ଦିନ ପର୍ଯ୍ୟନ୍ତ ତୁମ୍ଭେମାନେ ‘ତାଡ଼ି ଶୂନ୍ୟ ରୋଟୀ’ ଭୋଜନ କରିବା ଉଚିତ୍, ଗରିବର ରୋଟୀ। କାରଣ ତରବର ହୋଇ ତୁମ୍ଭେମାନେ ମିଶର ଦେଶ ପରିତ୍ୟାଗ କଲ। ଏହିପରି ଭାବରେ ତୁମ୍ଭ ଜୀବନ ସାରା ମିଶର ଦେଶରୁ ଆସିଥିବା କଥା ମନେ ରଖିବ। 4 ଏବଂ ସାତ ଦିନ ତୁମ୍ଭର ସବୁଆଡ଼େ ତାଡ଼ି ଦେଖା ନ ଯାଉ। ପ୍ରଥମ ଦିନର ସନ୍ଧ୍ୟା ସମୟରେ ତୁମ୍ଭେ ଯେଉଁ ବଳି ଉତ୍ସର୍ଗ କରିବ, ତହିଁର କିଛି ମାଂସ ପ୍ରଭାତ ପର୍ଯ୍ୟନ୍ତ ଅବଶିଷ୍ଟ ନ ରହୁ।
5 “ସଦାପ୍ରଭୁ ତୁମ୍ଭକୁ ଯେଉଁ ନଗର ଦେବେ ତହିଁର କୌଣସି ନଗର ମଧ୍ୟରେ ତୁମ୍ଭେମାନେ ନିସ୍ତାରପର୍ବୀୟ ବଳି ଉତ୍ସର୍ଗ କରିବା ଉଚିତ୍ ନୁହେଁ। 6 ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ନାମ ପ୍ରତିଷ୍ଠା କରାଇବା ପାଇଁ ଯେଉଁ ସ୍ଥାନ ମନୋନୀତ କରିବେ, ସେଠାରେ ନିସ୍ତାରପର୍ବର ବଳି ଉତ୍ସର୍ଗ କରିବା ଉଚିତ୍। ସନ୍ଧ୍ୟା ସମୟର, ସୂର୍ଯ୍ୟାସ୍ତ ବେଳେ ତୁମ୍ଭେ ତାହା କର। ଠିକ୍ ସେହି ସମୟରେ ତୁମ୍ଭମାନଙ୍କୁ ମିଶରରୁ ବାହାର କରି ଅଣା ହୋଇଥିଲା। 7 ଆଉ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ତୁମ୍ଭେ ତାହା ରାନ୍ଧି ଭୋଜନ କରିବ। ତହୁଁ ତୁମ୍ଭେ ପ୍ରଭାତରେ ଆପଣା ତମ୍ବୁକୁ ଫେରିଯିବ। 8 ତୁମ୍ଭେମାନେ ଛଅ ଦିନ ତାଡ଼ିଶୂନ୍ୟ ରୋଟୀ ଭୋଜନ କରିବ, ପୁଣି ସପ୍ତମ ଦିନରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ମହାସଭା ହେବ। ତହିଁରେ ତୁମ୍ଭେ କୌଣସି କାର୍ଯ୍ୟ କରିବ ନାହିଁ।
ସପ୍ତାହର ପର୍ବ
9 “ତୁମ୍ଭେମାନେ କ୍ଷେତ୍ରର ଶସ୍ୟ ଛେଦନ କରିବାର ସମୟାବଧି ସାତ ସପ୍ତାହ ଗଣନା କରିବାକୁ ଆରମ୍ଭ କରିବ। 10 ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ଆଶୀର୍ବାଦ ଅନୁସାରେ ତୁମ୍ଭେ ପ୍ରଚୁର ପରିମାଣରେ ଆପଣା ହସ୍ତର ସ୍ୱେଚ୍ଛାଦତ୍ତ ଉପହାର ଦେଇ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ସପ୍ତାହ ସମୂହର ଉତ୍ସବ ପାଳନ କରିବ। 11 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ନାମ ପାଇଁ ଯେଉଁ ସ୍ଥାନ ନିର୍ଣ୍ଣୟ କରିବେ, ସେହି ସ୍ଥାନରେ ତାଙ୍କ ସମ୍ମୁଖରେ ତୁମ୍ଭେ ଓ ତୁମ୍ଭ ପୁତ୍ର ତୁମ୍ଭର କନ୍ୟା ଓ ତୁମ୍ଭର ଦାସ ଦାସୀ, ତୁମ୍ଭ ନଗର ଦ୍ୱାରର ଲେବୀୟ ଲୋକ ଓ ତୁମ୍ଭ ମଧ୍ୟରେ ଥିବା ବିଦେଶୀୟ ଲୋକ, ପିତୃହୀନ, ବିଧବା ସମସ୍ତେ ଆନନ୍ଦ କରିବ। 12 ପୁଣି ତୁମ୍ଭେ ଯେ ମିଶରରେ ଦାସ ଥିଲୁ, ତାହା ସ୍ମରଣ କରିବ ଓ ତୁମ୍ଭେ ଏହି ସକଳ ବିଧି ମନୋଯୋଗ କରି ପାଳନ କରିବ।
କୁଟୀର ପର୍ବ
13 “ତୁମ୍ଭେମାନେ ଯେତେବେଳେ ଖଳାରୁ ଶସ୍ୟ ସଂଗ୍ରହ କରି ସାରିଲା ପରେ ଓ ଯେତେବେଳେ ଆପଣା ଦ୍ରାକ୍ଷାକ୍ଷେତ୍ରରୁ ସଂଗ୍ରହ କଲାପରେ ସାତ ଦିନ ପାଇଁ କୁଟୀରପର୍ବ ପାଳନ କରିବ। 14 ଉତ୍ସବ ସମୟରେ ତୁମ୍ଭେ ଓ ତୁମ୍ଭ ପୁତ୍ର, କନ୍ୟା, ଦାସ, ଦାସୀ ନଗରଦ୍ୱାରବର୍ତ୍ତୀ ଲେବୀୟ ଲୋକ ଓ ବିଦେଶୀ ପିତୃହୀନ ଓ ବିଧବା ତୁମ୍ଭେ ସମସ୍ତେ ଆନନ୍ଦ କରିବ। 15 ସଦାପ୍ରଭୁଙ୍କର ମନୋନୀତ ସ୍ଥାନରେ ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ତୁମ୍ଭେ ସାତ ଦିନ ଉତ୍ସବ ପାଳନ କରିବ। କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ଭୂମିରୁ ଉତ୍ପନ୍ନ ସମସ୍ତ ଦ୍ରବ୍ୟରେ ଓ ତୁମ୍ଭ ସମସ୍ତ କଠିନ କର୍ମ ପାଇଁ ତୁମ୍ଭକୁ ଆଶୀର୍ବାଦ କରିବେ। ତେଣୁ ତୁମ୍ଭେ ଆନନ୍ଦିତ ହେବା ଉଚିତ୍।
16 “ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ସମ୍ମୁଖରେ ବର୍ଷକେ ତିନିଥର ତୁମ୍ଭର ପୁରୁଷ ସସସ୍ତେ ନିସ୍ତାରପର୍ବ ଓ ସପ୍ତାହ ସମୂହର ପର୍ବ ସମୟରେ ଓ କୁଟୀର ପର୍ବ ସମୟରେ ମାତ୍ର ସେମାନେ ତୁଚ୍ଛା ହାତରେ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ ହେବା ଉଚିତ୍ ନୁହଁ। 17 ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ତୁମ୍ଭ ପ୍ରତି ଦତ୍ତ ଆଶୀର୍ବାଦ ଅନୁସାରେ ତୁମ୍ଭର ପ୍ରତ୍ୟେକ ଜଣ ଆପଣା ସାଧ୍ୟ ପ୍ରମାଣେ ଦେବ।
ଲୋକମାନଙ୍କ ପାଇଁ ବିଗ୍ଭରକର୍ତ୍ତା ଓ ଅଧିକାରୀଗଣ
18 “ସଦାପ୍ରଭୁ ତୁମ୍ଭମାନଙ୍କର ଦ୍ୱାରା ଦତ୍ତ ସମସ୍ତ ସହର ପାଇଁ ବିଗ୍ଭରକର୍ତ୍ତା ଓ ଅଧିକାରୀମାନଙ୍କୁ ବାଛିବା ଉଚିତ୍। ପ୍ରତ୍ୟେକ ଗୋଷ୍ଠୀୟ ଏପରି କରିବା ଉଚିତ୍। ଏବଂ ସେହି ଲୋକମାନେ ସେମାନଙ୍କୁ ଶାସନ କରିବେ ଓ ନ୍ୟାୟ ସୁରକ୍ଷିତ କରିବେ। 19 ତୁମ୍ଭେ ସର୍ବଦା ନ୍ୟାୟବାନ ହେବ। ନ୍ୟାୟରେ ତୁମ୍ଭେ କାହାର ପକ୍ଷପାତ କରିବ ନାହିଁ। ତୁମ୍ଭେମାନେ ଉତ୍କୋଚ ନେଇ ଅନ୍ୟାୟ ବିଗ୍ଭର କରିବ ନାହିଁ। ଟଙ୍କା ଜ୍ଞାନି ଲୋକମାନଙ୍କୁ ଅନ୍ଧ କରିଦିଏ ଓ ଧାର୍ମିକମାନଙ୍କର ବାକ୍ୟ ଅନ୍ୟଥା କରେ। 20 ଯାହା ସର୍ବୋତଭାବେ ଯଥାର୍ଥ, ତୁମ୍ଭେ ତା'ର ଅନୁଗାମୀ ହୁଅ। ତହିଁରେ ତୁମ୍ଭେ ବଞ୍ଚିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ଦେଶ ଦିଅନ୍ତି, ତାହା ଅଧିକାର କରିବ।
ପ୍ରତିମାଗୁଡ଼ିକୁ ପରମେଶ୍ୱର ଘୃଣା କରନ୍ତି
21 “ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ତୁମ୍ଭେ ଯେଉଁ ଯଜ୍ଞବେଦି ନିର୍ମାଣ କରିବ, ତହିଁ ନିକଟରେ ଆଶେରାର ମୂର୍ତ୍ତି ବୋଲି କୌଣସି ପ୍ରକାର କାଠ ସ୍ଥାପନ କରିବ ନାହିଁ। 22 ମୂର୍ତ୍ତିଗୁଡ଼ିକ ସକାଶେ, କୌଣସି କୀର୍ତ୍ତୀସ୍ତମ୍ଭ ସ୍ଥାପନ କର ନାହିଁ, ଯାହାକୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଘୃଣା କରନ୍ତି।
2010 by World Bible Translation Center