Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଦ୍ୱିତୀୟ ବିବରଣ 8-10

ସଦାପ୍ରଭୁଙ୍କୁ ସ୍ମରଣ କର

“ଯାହା ମୁଁ ଆଜି ତୁମ୍ଭକୁ ଆଦେଶ ଦେଉଛି, ତୁମ୍ଭେମାନେ ମୋର ସମସ୍ତ ଆଦେଶମାନ ମାନିବା ଉଚିତ୍। ତୁମ୍ଭେମାନେ ବଞ୍ଚିବା ପାଇଁ ଓ ବୃଦ୍ଧି ହେବା ପାଇଁ ଓ ସେହି ସ୍ଥାନରେ ପ୍ରବେଶ କରିବା ପାଇଁ ଓ ଅଧିକାର କରିବା ପାଇଁ ଯାହାକି ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷଗଣଙ୍କ ନିକଟରେ ଶପଥ କରିଛନ୍ତି। ଆଉ ତୁମ୍ଭେମାନେ ସ୍ମରଣ କର ଯେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଯେଉଁ ଗ୍ଭଳିଶ୍ ବର୍ଷ ପ୍ରାନ୍ତର ମଧ୍ୟରେ ତୁମ୍ଭମାନଙ୍କୁ ଯେଉଁ ଭଳି ଭାବରେ ଗମନ କରାଇ ଅଛନ୍ତି, ସେ ତୁମ୍ଭର ପରୀକ୍ଷା ନେବା ପାଇଁ ତୁମ୍ଭେମାନେ ତାଙ୍କର ଆଜ୍ଞାପାଳନ କରିବ କି ନାହିଁ ଏବଂ ତୁମ୍ଭର ମନ ଜାଣିବା ପାଇଁ ଏହା କରିଛନ୍ତି। ମନୁଷ୍ୟ ଯେ କେବଳ ରୋଟୀରେ ବଞ୍ଚେ ନାହିଁ, ମାତ୍ର ସଦାପ୍ରଭୁଙ୍କ ମୁଖରୁ ଯାହା ନିର୍ଗତ ହୁଏ, ତହିଁରେ ବଞ୍ଚେ। ଏହା ତୁମ୍ଭମାନଙ୍କୁ ଜଣାଇବା ପାଇଁ ସେ ତୁମ୍ଭମାନଙ୍କୁ ନମ୍ର ଓ କ୍ଷୁଧିତ କରିଅଛନ୍ତି, ସେ ତୁମ୍ଭକୁ ଓ ତୁମ୍ଭ ପୂର୍ବପୁରୁଷଗଣଙ୍କୁ ଅଜ୍ଞାତ ମାନ୍ନା ଦେଇ ପ୍ରତିପାଳନ କରିଅଛନ୍ତି। ଏହି ଗ୍ଭଳିଶ୍ ବର୍ଷ ତୁମ୍ଭମାନଙ୍କ ବସ୍ତ୍ର ଜୀର୍ଣ୍ଣ ହେଲା ନାହିଁ ଓ ତୁମ୍ଭମାନଙ୍କର ପାଦ ଫୁଲିଲା ନାହିଁ। ତେଣୁ ତୁମ୍ଭେମାନେ ହୃଦୟର ସହିତ ଜାଣିବା ଉଚିତ୍ ଯେ, ଜଣେ ପିତା ତା'ର ସନ୍ତାନଗଣଙ୍କୁ ଯେପରି ଅନୁଶାସିତ କରେ ସେହିପରି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭକୁ ଅନୁଶାସିତ କରିଛନ୍ତି।

“ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ଆଦେଶ ମାନି ପାଳନ କରିବ ଓ ତାହାଙ୍କ ପଥରେ ଗମନ କରିବ ଓ ତାହାଙ୍କୁ ଭୟ କରିବ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଏକ ଉତ୍ତମ ଦେଶକୁ ନେଇ ଯାଉଛନ୍ତି, ଯେଉଁ ଭୂମିକି ଜଳରାଶିରେ, ଝରଣାରେ ଓ ଗଭୀର ଜଳସ୍ରୋତରେ ପୂର୍ଣ୍ଣ, ତାହା ଉପତ୍ୟକା ଓ ପର୍ବତ ଦେଇ ଝରିଯାଏ। ଏହି ଦେଶ ଗହମ, ଯବ, ଦ୍ରାକ୍ଷା, ଡିମ୍ବିରି ଓ ଡାଳିମ୍ବ ବୃକ୍ଷମୟ ଅଟେ। ସେହି ଦେଶ ମଧ୍ୟ ଜୀତତୈଳ ଓ ମଧୁମୟ ଅଟେ। ସେଠାରେ ତୁମ୍ଭେମାନେ ପ୍ରଚୁର ପରିମାଣର ଖାଦ୍ୟ ପାଇବ। ସେଠାରେ ତୁମ୍ଭମାନଙ୍କର ଆବଶ୍ୟକ ଦ୍ରବ୍ୟମାନ ଉପଲବ୍ଧ ହେବ। ସେହି ଦେଶର ପଥର ଲୁହା ଅଟେ, ତୁମ୍ଭେମାନେ ସେଠାକାର ପର୍ବତରୁ ପିତ୍ତଳ ଖୋଳି ପାରିବ। 10 ଆଉ ତୁମ୍ଭେମାନେ ସେଠାରେ ଖାଦ୍ୟରେ ତୃପ୍ତ ହେବ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଉତ୍ତମ ଦେଶ ଦେଇ ଅଛନ୍ତି, ସେଥିପାଇଁ ତାଙ୍କର ଧନ୍ୟବାଦ କରିବ।

ସଦାପ୍ରଭୁଙ୍କର କର୍ମମାନ ଭୁଲ ନାହିଁ

11 “ସାବଧାନ, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ଭୁଲ ନାହିଁ। ସାବଧାନତା ସହକାରେ ତାହାଙ୍କ ନିର୍ଦ୍ଦେଶମାନ, ତାଙ୍କର ବିଧି ପାଳନ କର, ମୁଁ ତୁମ୍ଭମାନଙ୍କୁ ଆଜି ଯେଉଁସବୁ ଆଜ୍ଞା, ବିଧି ଓ ଶାସନ ଆଜ୍ଞା କରୁଅଛି। 12 ଏହା ପରେ ତୁମ୍ଭେମାନେ ଉତ୍ତମ ଖାଦ୍ୟ ଖାଇବାକୁ ପାଇବ ଓ ସୁନ୍ଦର ଗୃହମାନ ନିର୍ମାଣ କରିବ ସେଥିରେ ବାସ କରିବାକୁ। 13 ତୁମ୍ଭମାନଙ୍କ ଗୋବତ୍ସ, ମେଷ, ଛେଳିର ସଂଖ୍ୟା ବର୍ଦ୍ଧିଷ୍ଣୁ ହେବ। ତୁମ୍ଭେ ପ୍ରଚୁର ପରିମାଣର ସୁନା, ରୂପା ପାଇବ। ତୁମ୍ଭମାନଙ୍କର ଯାହାସବୁ ଅଛି ତାହା ବୃଦ୍ଧି ପାଇବ। 14 ଯେତେବେଳେ ଏପରି ହେବ ସାବଧାନ, ଗର୍ବ କରିବ ନାହିଁ। ଏକଥା ଭୁଲ ନାହିଁ ଯେ, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ମିଶରରୁ ତୁମ୍ଭମାନଙ୍କୁ ଦାସତ୍ୱରୁ ମୁକ୍ତ କରିଛନ୍ତି ଓ ମିଶରରୁ ବାହାର କରି ଆଣିଛନ୍ତି। 15 ସେ ତୁମ୍ଭର ଭବିଷ୍ୟତ ମଙ୍ଗଳ ନିମନ୍ତେ ତୁମ୍ଭକୁ ନମ୍ର କରିବାକୁ ଓ ତୁମ୍ଭର ପରୀକ୍ଷା ନେବାକୁ ବିଷଧର ସର୍ପ ଓ ବିଛା ପୁଣି ନିର୍ଜଳ ଶୁଷ୍କ ଭୂମିଥିବା ଏହି ବିସ୍ତୀର୍ଣ୍ଣ ଓ ଭୟାନକ ମରୁଭୂମି ଦେଇ ତୁମ୍ଭମାନଙ୍କୁ ଗମନ କରାଇ ଆଣିଲେ। ସେ ତୁମ୍ଭମାନଙ୍କ ପାଇଁ ଚ‌‌କ୍‌‌ମକି ପ୍ରସ୍ତରମୟ ଶୈଳରୁ ଜଳ ବାହାର କଲେ। 16 ସେ ତୁମ୍ଭ ପୂର୍ବପୁରୁଷମାନଙ୍କ ଅଜ୍ଞାତ ମାନ୍ନାଦ୍ୱାରା ପ୍ରାନ୍ତରରେ ତୁମ୍ଭକୁ ପ୍ରତିପାଳନ କଲେ। ଏହିପରି ଭାବେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ତୁମ୍ଭେ ସ୍ମରଣ କର। 17 ତୁମ୍ଭେ କେବେ କୁହ ନାହିଁ ଯେ, ‘ଆପଣା ପରାକ୍ରମ ଓ ବାହୁ ବଳଦ୍ୱାରା ଏହି ସମସ୍ତ ଐଶ୍ୱର୍ଯ୍ୟ ଲାଭ କରିଛ ବୋଲି।’ 18 ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ସ୍ମରଣ କର। ଏହି କଥା ମନେରଖ ଯେ, ତୁମ୍ଭମାନଙ୍କୁ ସେ ଏପରି କରିବା ପାଇଁ ଶକ୍ତି ଦେଇଛନ୍ତି। ସଦାପ୍ରଭୁ କାହିଁକି ଏପରି କଲେ? କାରଣ ସେ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ସହିତ ପ୍ରତିଜ୍ଞା କରିଥିଲେ ଏପରି କରିବା ପାଇଁ ଯାହାସବୁ ସେ ଆଜି କରିଛନ୍ତି।

19 “କେବେ ବି ତୁମ୍ଭେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କୁ ଭୁଲିବ ନାହିଁ। ଅନ୍ୟ ଦେବତାଗଣଙ୍କୁ ମାନିବ ନାହିଁ କି ତାଙ୍କର ସେବା କରିବ ନାହିଁ। ଯଦି ତୁମ୍ଭେମାନେ ଏପରି କର, ତେବେ ମୁଁ ତୁମ୍ଭମାନଙ୍କୁ ସତର୍କ କରାଇଦେଉଛି ତୁମ୍ଭେମାନେ ନିଶ୍ଚିତରେ ବିନଷ୍ଟ ହେବ। 20 ସଦାପ୍ରଭୁ ତୁମ୍ଭମାନଙ୍କ ଆଗରେ ଅନ୍ୟ ଦେଶକୁ ଧ୍ୱଂସ କରିଛନ୍ତି। କିନ୍ତୁ ତୁମ୍ଭେମାନେ ଯଦି ଅନ୍ୟ ଦେବତାଗଣଙ୍କୁ ମାନ, ତେବେ ଅନ୍ୟ ଲୋକମାନଙ୍କ ପରି ସେ ତୁମ୍ଭମାନଙ୍କୁ ଧ୍ୱଂସ କରିବେ। କାରଣ ତୁମ୍ଭେମାନେ ତାଙ୍କର ଆଜ୍ଞା ମାନିଲ ନାହିଁ।

ସଦାପ୍ରଭୁ ଇସ୍ରାଏଲର ସହାୟ ହେବେ

“ହେ ଇସ୍ରାଏଲର ଲୋକମାନେ, ଶୁଣ! ତୁମ୍ଭେମାନେ ଆଜି ଯର୍ଦ୍ଦନ ନଦୀ ପାର ହୋଇ ଯାଉଛ, ଜାତିମାନଙ୍କୁ ତଡ଼ିଦେବା ପାଇଁ ଯାଉଅଛ ଯାହାକି ବୃହତ ଓ ତୁମ୍ଭମାନଙ୍କ ଅପେକ୍ଷା ଶକ୍ତିଶାଳୀ ଏବଂ ସେମାନଙ୍କର ବୃହତ ନଗରଗୁଡ଼ିକ ଏବଂ ସେମାନଙ୍କର ପ୍ରାଚୀରଗୁଡ଼ିକ ଆକାଶକୁ ଛୁଏଁ। ସେହି ଲୋକମାନେ ଅନାକୀୟମାନଙ୍କ ସନ୍ତାନ ବଳବାନ ଓ ଦୀର୍ଘକାୟ ତୁମ୍ଭେ ସେମାନଙ୍କୁ ଜାଣୁଅଛ, ପୁଣି ସେମାନଙ୍କ ବିଷୟରେ ଏହା କୁହାଯିବାରୁ ଏହା ଶୁଣିଅଛ। ଯେ, ‘ସେମାନଙ୍କ ସମ୍ମୁଖରେ କେହି ଛିଡ଼ା ହେବାକୁ ସାହସ କରନ୍ତି ନାହିଁ।’ ଏଣୁ ଆଜି ଏହା ଜ୍ଞାତ ହୁଅ, ଯେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସ୍ୱୟଂ ଗ୍ରାସକାରୀ ଅଗ୍ନିସ୍ୱରୂପ ହୋଇ ତୁମ୍ଭ ଆଗେ ଆଗେ ଗମନ କରୁଅଛନ୍ତି। ସେମାନଙ୍କୁ ସଂହାର କରିବେ ଓ ସେମାନଙ୍କୁ ତୁମ୍ଭମାନଙ୍କ ସମ୍ମୁଖରେ ନତ କରିବେ। ତହିଁରେ ତୁମ୍ଭ ପ୍ରତି ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ତୁମ୍ଭେ ସେମାନଙ୍କୁ ତଡ଼ି ଦେବ ଓ ସେମାନଙ୍କୁ ଶୀଘ୍ର ବିନାଶ କରିବ।

“ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭ ସମ୍ମୁଖରୁ ସେମାନଙ୍କୁ ତଡ଼ି ଦେଲାପରେ ତୁମ୍ଭେ ଏପରି କୁହ ନାହିଁ ଯେ, ‘ଆମ୍ଭମାନଙ୍କର ଧାର୍ମିକତା ଯୋଗୁଁ ସଦାପ୍ରଭୁ ଆମ୍ଭକୁ ଏହି ଦେଶ ଅଧିକାର କରିବା ପାଇଁ ଏପରି କହିଛନ୍ତି।’ ଯେହେତୁ ସେହି ଗୋଷ୍ଠୀୟ ଲୋକମାନଙ୍କ ଦୁଷ୍ଟତା ସକାଶୁ ସଦାପ୍ରଭୁ ତୁମ୍ଭ ସମ୍ମୁଖରୁ ସେମାନଙ୍କୁ ତଡ଼ି ଦେବେ। ତୁମ୍ଭେ ଆପଣା ଧାର୍ମିକତା ଅବା ହୃଦୟର ସରଳତା ହେତୁରୁ ସେମାନଙ୍କ ଦେଶ ଅଧିକାର କରିବାକୁ ଯାଉଅଛ, ତାହା ନୁହେଁ, ମାତ୍ର ଏହି ଗୋଷ୍ଠୀୟ ଲୋକମାନଙ୍କ ଦୁଷ୍ଟତା ପାଇଁ ଆଉ ତୁମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବଙ୍କୁ ଶପଥପୂର୍ବକ ଯେଉଁ ବାକ୍ୟ କହିଥିଲେ, ତାହା ସଫଳ କରିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କ ସମ୍ମୁଖରୁ ସେମାନଙ୍କୁ ତଡ଼ି ଦେବେ। ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କର ଧାର୍ମିକତା ହେତୁରୁ ତୁମ୍ଭକୁ ଏହି ଉତ୍ତମ ଦେଶ ଅଧିକାର କରିବାକୁ ଦେଉ ନାହାନ୍ତି। ଏହା ତୁମ୍ଭେମାନେ ଜାଣ, ଯେହେତୁ ତୁମ୍ଭେମାନେ ଜି‌ଦ୍‌ଖୋର ଲୋକ।

ସଦାପ୍ରଭୁଙ୍କର କ୍ରୋଧକୁ ସ୍ମରଣ କର

“ତୁମ୍ଭେମାନେ ଏହି ପ୍ରାନ୍ତର ମଧ୍ୟରେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ କିପରି କ୍ରୋଧ କରାଇ ଅଛ ତାହା ସ୍ମରଣ କର। ତୁମ୍ଭେମାନେ ତାହା ପାଶୋରି ଯାଅ ନାହିଁ। ତୁମ୍ଭେ ମିଶର ଦେଶରୁ ବାହାର ହେବା ଦିନଠାରୁ ଏହି ସ୍ଥାନକୁ ଆସିବା ପର୍ଯ୍ୟନ୍ତ ତୁମ୍ଭେମାନେ ସଦାପ୍ରଭୁଙ୍କର ବିଦ୍ରୋହାଗ୍ଭରୀ ହୋଇଅଛ। ତୁମ୍ଭେମାନେ ହୋରେବରେ ସଦାପ୍ରଭୁଙ୍କୁ କ୍ରୋଧ କରାଇଲ, ତହିଁରେ ସଦାପ୍ରଭୁ କ୍ରୋଧ କରି ତୁମ୍ଭମାନଙ୍କୁ ବିନାଶ କରିବାକୁ ଉଦ୍ୟତ ହେଲେ। ଯେତେବେଳେ ମୁଁ ପ୍ରସ୍ତରଦ୍ୱୟ ଅର୍ଥାତ୍, ତୁମ୍ଭମାନଙ୍କ ସହିତ ସଦାପ୍ରଭୁଙ୍କ କୃତ ନିୟମର ଦୁଇ ପ୍ରସ୍ତର ଫଳକ ଗ୍ରହଣ କରିବା ପାଇଁ ପର୍ବତ ଉପରକୁ ଗଲି। ସେତେବେଳେ ମୁଁ ପର୍ବତରେ ଗ୍ଭଳିଶ୍ ଦିନ ଓ ଗ୍ଭଳିଶ୍ ରାତି ରହିଲି, ମୁଁ ଖାଦ୍ୟ କିଅବା ଜଳପାନ ମଧ୍ୟ କଲି ନାହିଁ। 10 ତା'ପରେ ସଦାପ୍ରଭୁ ମୋତେ ପରମେଶ୍ୱରଙ୍କ ଅଙ୍ଗୁଳି ଲିଖିତ ସେହି ଦୁଇ ପ୍ରସ୍ତର ଫଳକ ଦେଲେ। ସମସ୍ତ ବାକ୍ୟ ଯାହା ସଭାଦିନରେ ପର୍ବତର ଅଗ୍ନି ମଧ୍ୟରୁ ସଦାପ୍ରଭୁ ତୁମ୍ଭମାନଙ୍କୁ କହିଲେ, ତାହା ସବୁ ସେଠାରେ ଲିଖିତ ହେଲା।

11 “ଆଉ ଗ୍ଭଳିଶ୍ ଦିନ ଓ ଗ୍ଭଳିଶ୍ ରାତ୍ରିର ଶେଷରେ ସଦାପ୍ରଭୁ ସେହି ଦୁଇ ପ୍ରସ୍ତରଫଳକ, ଅର୍ଥାତ ନିୟମର ପ୍ରସ୍ତରଫଳକ ମୋତେ ଦେଲେ। 12 ସଦାପ୍ରଭୁ ମୋତେ କହିଲେ, ‘ଉଠ, ଏସ୍ଥାନରୁ ଶୀଘ୍ର ତଳକୁ ଯାଅ, କାରଣ ତୁମ୍ଭେ ଯେଉଁ ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଅଛ। ତୁମ୍ଭର ସେହି ଲୋକମାନେ ନିଜକୁ ଦୁର୍ନୀତିଗ୍ରସ୍ତ କରିଅଛନ୍ତି। ମୁଁ ସେମାନଙ୍କୁ ଯେଉଁ ପଥ ନିର୍ଦ୍ଦେଶ ଦେଇଥିଲି ତହିଁରୁ ସେମାନେ ଶୀଘ୍ର ବିମୁଖ ହେଲେ। ସେମାନେ ସେମାନଙ୍କ ନିମନ୍ତେ ଏକ ସ୍ୱର୍ଣ୍ଣ ପ୍ରତିମା ନିର୍ମାଣ କରିଅଛନ୍ତି।’

13 “ସଦାପ୍ରଭୁ ମୋତେ କହିଲେ, ‘ଆମ୍ଭେ ଏହି ଲୋକମାନଙ୍କୁ ଦେଖିଲୁ, ଆଉ ଏମାନେ ଶକ୍ତଗ୍ରୀବ ଲୋକ। 14 ଆମ୍ଭକୁ ଛାଡ଼ିଦିଅ, ତହିଁରେ ଆମ୍ଭେ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିବା ଓ ଆକାଶ ମଣ୍ତଳ ତଳୁ ସେମାନଙ୍କ ନାମ ଲୋପ କରିବା। ମାତ୍ର ଆମ୍ଭେ ତୁମ୍ଭଠାରୁ ସେମାନଙ୍କ ଅପେକ୍ଷା ଅଧିକ ବଳବତୀ ଓ ଏକ ମହାନ ଗୋଷ୍ଠୀ ଉତ୍ପନ୍ନ କରିବା।’

ସୁବର୍ଣ୍ଣ ବାଛୁରି

15 “ତହିଁରେ ମୁଁ ଫେରି ପର୍ବତ ତଳକୁ ଆସିଲି, ଆଉ ପର୍ବତ ଅଗ୍ନିରେ ଜଳୁଥିଲା। ଆଉ ନିୟମର ସେହି ଦୁଇ ପ୍ରସ୍ତର ଫଳ ମୋର ଦୁଇ ହସ୍ତରେ ଥିଲା। 16 ଆଉ ମୁଁ ଦେଖିବାକୁ ପାଇଲି ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ପ୍ରତିକୂଳରେ ପାପ କରିଅଛ। ତୁମ୍ଭେମାନେ ଆପଣାମାନଙ୍କ ନିମନ୍ତେ ଛାଞ୍ଚରେ ଢଳା ଏକ ବାଛୁରି ନିର୍ମାଣ କରିଅଛ। ସଦାପ୍ରଭୁ ତୁମ୍ଭମାନଙ୍କୁ ଯେଉଁ ପଥ ବିଷୟରେ ଆଜ୍ଞା ଦେଇଥିଲେ, ତୁମ୍ଭେମାନେ ଶୀଘ୍ର ତହିଁରୁ ବିମୁଖ ହୋଇଅଛ। 17 ତେଣୁ ମୁଁ ସେହି ପ୍ରସ୍ତରଫଳକ ଦ୍ୱୟକୁ ତଳେ ଫିଙ୍ଗି ଦେଲି ଏବଂ ତାହା ତୁମ୍ଭମାନଙ୍କ ସମ୍ମୁଖରେ ଭାଙ୍ଗିଗଲା। 18 ତୁମ୍ଭେମାନେ କରିଥିବା ପାପର ପ୍ରାୟଶ୍ଚିତ କରିବା ପାଇଁ ଯାହାକି ସଦାପ୍ରଭୁଙ୍କୁ କ୍ରୋଧିତ କଲା, ମୁଁ ଗ୍ଭଳିଶ୍ ଦିନ ଓ ଗ୍ଭଳିଶ୍ ରାତି ଉପବାସ କଲି। ପ୍ରଥମ ଥର ପରି ସଦାପ୍ରଭୁଙ୍କୁ ଭୂମିଷ୍ଠ ପ୍ରଣାମ କଲି। ମୁଁ ଅନ୍ନ ଭୋଜନ କିଅବା ଜଳପାନ କଲି ନାହିଁ। 19 କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ବିନାଶ କରିବା ପାଇଁ ତୁମ୍ଭମାନଙ୍କ ବିରୁଦ୍ଧରେ ଯେଉଁ କ୍ରୋଧ କଲେ, ସେହି କୋପ ଓ ପ୍ରଚଣ୍ତତା ଆଗରେ ମୁଁ ଭୟ କଲି, ମାତ୍ର ସଦାପ୍ରଭୁ ସେଥିରେ ମଧ୍ୟ ମୋର କଥା ଶୁଣିଲେ। 20 ସଦାପ୍ରଭୁ ହାରୋଣଙ୍କୁ ବିନାଶ କରିବା ପାଇଁ ଅତିଶୟ କୋପ କଲେ, ମୁଁ ସେ ସମୟରେ ମଧ୍ୟ ହାରୋଣଙ୍କ ପାଇଁ ପ୍ରାର୍ଥନା କଲି। 21 ମୁଁ ତୁମ୍ଭମାନଙ୍କର ପାପପୂର୍ଣ୍ଣ ବସ୍ତୁକୁ ଦ‌‌ଗ୍‌‌ଧ କଲି। ତୁମ୍ଭେମାନେ ଛାଞ୍ଚରେ ଢଳାଇଥିବା ବାଛୁରିକୁ ଅଗ୍ନିରେ ଦ‌‌ଗ୍‌‌ଧ କଲି। ତା'ପରେ ମୁଁ ଏହାକୁ ଚୂର୍ଣ୍ଣ କଲି ଏବଂ ଧୂଳି ପରି ସୂକ୍ଷ୍ମ ହେବା ପର୍ଯ୍ୟନ୍ତ ମୁଁ ଏହାକୁ ଦଳିଲି। ତା'ପରେ ଢାଞ୍ଚା ନିର୍ମିତ ବାଛୁରିର ଭସ୍ମକୁ ଜଳସ୍ରୋତରେ ନିକ୍ଷେପ କଲି। ଯାହା ପର୍ବତରୁ ଆସୁଥିଲା।

ଇସ୍ରାଏଲକୁ କ୍ଷମା କରିବା ପାଇଁ ମୋଶା ପରମେଶ୍ୱରଙ୍କୁ ପ୍ରାର୍ଥନା କଲେ

22 “ତୁମ୍ଭେମାନେ ତବିୟେରାରେ ଓ ମଃସାରେ ଓ କିବ୍ରୋ‌‌‌ତ୍‌‌‌ହତ୍ତାବାରେ ସଦାପ୍ରଭୁଙ୍କୁ କ୍ରୋଧ କରାଇଲ। 23 ଏହା ପରେ ସଦାପ୍ରଭୁ ଯେଉଁ ସମୟରେ କାଦେଶ ବର୍ଣ୍ଣେୟଠାରୁ ତୁମ୍ଭମାନଙ୍କୁ ପଠାଇ କହିଲେ, ‘ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦେଇଅଛୁ, ତୁମ୍ଭେମାନେ ଉଠିଯାଇ ଅଧିକାର କର।’ ସେ ସମୟରେ ତୁମ୍ଭେମାନେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଆଜ୍ଞାରେ ବିଦ୍ରୋହାଗ୍ଭରୀ ହେଲ ଓ ତୁମ୍ଭେମାନେ ତାହାଙ୍କୁ ବିଶ୍ୱାସ କଲ ନାହିଁ, କିଅବା ତାହାଙ୍କ କଥା ଶୁଣିଲ ନାହିଁ। 24 ମୁଁ ତୁମ୍ଭମାନଙ୍କୁ ଜାଣିବା ଦିନଠାରୁ ତୁମ୍ଭେମାନେ ସଦାପ୍ରଭୁଙ୍କର ବିଦ୍ରୋହାଗ୍ଭରୀ ହୋଇ ଆସିଅଛ।

25 “ଏହିପରି ମୁଁ, ମୁହଁ ମାଡ଼ି ଗ୍ଭଳିଶ୍ ଦିନ ଗ୍ଭଳିଶ୍ ରାତି ସଦାପ୍ରଭୁଙ୍କ ସମ୍ମୁଖରେ ପଡ଼ି ରହିଲି। କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ବିନାଶ କରିବାକୁ କହିଥିଲେ। 26 ମୁଁ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲି, ‘ହେ ପ୍ରଭୁ ସଦାପ୍ରଭୁ, ତୁମ୍ଭେ ଆପଣା ଲୋକଙ୍କୁ ଓ ଆପଣା ଅଧିକାରକୁ ବିନାଶ କର ନାହିଁ। ତୁମ୍ଭେ ଆପଣା ମହିମାରେ ସେମାନଙ୍କୁ ମୁକ୍ତ କରିଅଛ, ତୁମ୍ଭେ ସେମାନଙ୍କୁ ବଳବାନ୍ ହସ୍ତଦ୍ୱାରା ମିଶରରୁ ବାହାର କରି ଆଣିଅଛ। 27 ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବ ତୁମ୍ଭର ଏହି ଦାସମାନଙ୍କୁ ସ୍ମରଣ କର। ଏହି ଲୋକମାନଙ୍କର ଅବାଧ୍ୟତା ପ୍ରତି କି ସେମାନଙ୍କ ଦୁଷ୍ଟତା ପ୍ରତି କିଅବା ସେମାନଙ୍କର ପାପ ପ୍ରତି ଦୃଷ୍ଟି ଦିଅ ନାହିଁ। 28 ସେହି ଦେଶ, ଯେଉଁ ଦେଶରୁ ତୁମ୍ଭେ ସେମାନଙ୍କୁ ବାହାର କରି ଆଣିଛ ତୁମ୍ଭ ବିଷୟରେ କହିବ। ସେମାନେ କହିବେ, “ସଦାପ୍ରଭୁ ଏମାନଙ୍କୁ ଯେଉଁ ଦେଶ ଦେବାକୁ ପ୍ରତିଜ୍ଞା କରିଥିଲେ, ସେଠାକୁ ସେମାନଙ୍କୁ ନେଇଯିବାକୁ ସମର୍ଥ ହେଲେ ନାହିଁ ଏବଂ ସେ ସେମାନଙ୍କୁ ଯେହେତୁ ଘୃଣା କଲେ। ତେଣୁ ସେ ଏହି ପ୍ରାନ୍ତରରେ ସେମାନଙ୍କୁ ହତ୍ୟା କରିବାକୁ ବାହାର କରି ଆଣିଛନ୍ତି।” 29 ତଥାପି ସେମାନେ ତ ତୁମ୍ଭମାନଙ୍କର ଲୋକ ଅଟନ୍ତି ଓ ତୁମ୍ଭର ଅଧିକାର ସେମାନଙ୍କ ଉପରେ ଅଛି। ତୁମ୍ଭେ ସେମାନଙ୍କୁ ଆପଣା ମହାଶକ୍ତି ଓ ବିସ୍ତାରିତ ବାହୁଦ୍ୱାରା ବାହାର କରି ଆଣିଅଛ।’

ନୂତନ ପ୍ରସ୍ତର ପଟା

10 “ସେହି ସମୟରେ, ସଦାପ୍ରଭୁ ମୋତେ କହିଲେ, ‘ତୁମ୍ଭେ ପ୍ରଥମଟି ପରି ଆଉ ଦୁଇଟି ପ୍ରସ୍ତର ଫଳକ ପ୍ରସ୍ତୁତ କରିବା ଉଚିତ୍। ଏହା ପରେ ତୁମ୍ଭେ ଏହି ପର୍ବତ ଉପରେ ମୋ’ ପାଖକୁ ଆସ ଏବଂ ଆପଣା ପାଇଁ ଏକ କାଠ ସିନ୍ଦୁକ ନିର୍ମାଣ କର। ଆମ୍ଭେ ଏହି ପ୍ରସ୍ତର ଫଳକରେ ପୂର୍ବପରି ଲେଖିବା, ଏହା ପରେ ଏହି ନୂଆ ପ୍ରସ୍ତରଫଳକ ଦ୍ୱୟକୁ ଏକ ସିନ୍ଦୁକରେ ରଖିବ।’

“ତେଣୁ ମୁଁ ଏକ ସିନ୍ଦୁକଟିକୁ ଶିଟୀମ୍ କାଠରେ ପ୍ରସ୍ତୁତ କଲି ଏବଂ ପୂର୍ବପରି ଦୁଇଟି ପ୍ରସ୍ତର ଫଳକ ତିଆରି କରି ପର୍ବତ ଉପରକୁ ଗଲି। ସଦାପ୍ରଭୁ ଏହି ପ୍ରସ୍ତର ଫଳକ ଉପରେ ସ୍ୱହସ୍ତରେ ପୂର୍ବପରି ଲେଖି ଦେଲେ। ସେ ତୁମ୍ଭମାନଙ୍କୁ ଅଗ୍ନି ମଧ୍ୟରୁ ଯେଉଁ ଦଶ ଆଜ୍ଞା କହିଥିଲେ। ତାହା ସେ ଲେଖି ଦେଲେ। ଏହା ପରେ ସଦାପ୍ରଭୁ ସେହି ପ୍ରସ୍ତର ଫଳକଦ୍ୱୟ ମୋତେ ଦେଲେ। ମୁଁ ବୁଲି ପଡ଼ିଲି ଓ ସେମାନଙ୍କୁ ପର୍ବତ ତଳକୁ ଆଣିଲି। ମୁଁ କରିଥିବା ଶିଟୀମକାଠର ସିନ୍ଦୁକରେ ସେମାନଙ୍କୁ ରଖିଲି। ସଦାପ୍ରଭୁ ମୋତେ ନିର୍ଦ୍ଦେଶ ଦେଇଥିଲେ ସେଗୁଡ଼ିକ ତାହା ମଧ୍ୟରେ ରଖିବାକୁ। ଏପରିକି ଆଜି ପର୍ଯ୍ୟନ୍ତ ସେହି ପ୍ରସ୍ତର ଫଳକଦ୍ୱୟ ସେହି ସିନ୍ଦୁକ ମଧ୍ୟରେ ସେହି ସ୍ଥାନରେ ରହିଅଛି।”

ଏହା ପରେ ଇସ୍ରାଏଲ ସନ୍ତାନଗଣ ବେରୋତ୍-ବନେୟାକନଠାରୁ ମୋଷେରତକୁ ଯାତ୍ରା କଲେ, ସେ ସ୍ଥାନରେ ହାରୋଣ ମଲେ ଓ ସେହି ସ୍ଥାନରେ ସେ କବର ପାଇଲେ। ପୁଣି ତାଙ୍କର ପୁତ୍ର ଇଲିୟାସର ତାଙ୍କ ପଦରେ ଯାଜକ କର୍ମ କଲା। ଏହା ପରେ ସେଠାରୁ ସେମାନେ ଗୁ‌ଦ୍‌ଗୋଦାକୁ ଯାତ୍ରା କଲେ ଓ ଗୁ‌ଦ୍‌ଗୋଦାରୁ ଜଳସ୍ରୋତମୟ ଦେଶ ଯଟବାଥାକୁ ଯାତ୍ରା କଲେ। ସେ ସମୟରେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ବହିବା ପାଇଁ ଓ ସଦାପ୍ରଭୁଙ୍କ ସେବାକର୍ମ ପାଇଁ ତାହାଙ୍କ ଛାମୁରେ ଠିଆ ହେବାକୁ ଓ ତାହାଙ୍କ ନାମରେ ଆଶୀର୍ବାଦ କରିବାକୁ ସଦାପ୍ରଭୁ ଆଜି ପର୍ଯ୍ୟନ୍ତ ଲେବୀ ପରିବାରବର୍ଗଙ୍କୁ ପୃଥକ କରିଛନ୍ତି। ଏଥିପାଇଁ ଲେବୀର ଆପଣା ପରିବାରବର୍ଗ ମଧ୍ୟରେ କୌଣସି ଅଂଶ କି ଅଧିକାର ନାହିଁ। ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତାହାକୁ ଯାହା କହିଅଛନ୍ତି, ତଦନୁସାରେ ସଦାପ୍ରଭୁ ହିଁ ତାହାର ଅଧିକାର।

10 “ପ୍ରଥମଥର ପରି ମୁଁ ଗ୍ଭଳିଶ୍ ଦିନ ଓ ଗ୍ଭଳିଶ୍ ରାତି ପର୍ବତରେ ରହିଲି। ଏହିଥର ମଧ୍ୟ ପରମେଶ୍ୱର ମୋ’ କଥା ଶୁଣିଲେ, କାରଣ ସେ ତୁମ୍ଭକୁ ବିନାଶ କରିବା ପାଇଁ ଗ୍ଭହିଁଲେ ନାହିଁ। 11 ଏହା ପରେ ସଦାପ୍ରଭୁ ମୋତେ କହିଲେ, ‘ଉଠ, ଯାତ୍ରା ନିମନ୍ତେ ଲୋକମାନଙ୍କୁ ଆଗେଇ ନିଅ। ପୁଣି ମୁଁ ଯେଉଁ ଦେଶ ସେମାନଙ୍କ ପୂର୍ବପୁରୁଷମାନଙ୍କୁ ଦେବା ନିମନ୍ତେ ପ୍ରତିଜ୍ଞା କରିଅଛି, ସେମାନେ ସେହି ଦେଶରେ ପ୍ରବେଶ କରିବେ ଓ ତାହା ଅଧିକାର କରିବେ।’

ସଦାପ୍ରଭୁ ବାସ୍ତବରେ କ’ଣ ଗ୍ଭହାନ୍ତି

12 “ଏବେ ହେ ଇସ୍ରାଏଲ, ଶୁଣ! ସଦାପ୍ରଭୁ ତୁମ୍ଭ ପରମେଶ୍ୱର ବାସ୍ତବରେ ତୁମ୍ଭଠାରୁ କ’ଣ ଗ୍ଭହାନ୍ତି ଜାଣ? ସେ ଗ୍ଭହାନ୍ତି ତାଙ୍କର ବାକ୍ୟ ଅନୁସାରେ କର୍ମମାନ କର। ବିଧି ନିୟମ ପାଳନ କର। ପରମେଶ୍ୱର ଗ୍ଭହାନ୍ତି ତୁମ୍ଭେମାନେ ଅନ୍ତକରଣ ସହକାରେ ସଦାପ୍ରଭୁଙ୍କୁ ପ୍ରେମ କର ଓ ତାଙ୍କର ସେବା କର। ତାଙ୍କର ବ୍ୟବସ୍ଥା ଓ ଆଦେଶ ମାନି ଚଳ। 13 ତେଣୁ ତୁମ୍ଭେମାନେ ତାଙ୍କର ବ୍ୟବସ୍ଥା ଓ ଆଦେଶ ମାନି ଚଳ, ଯାହା ମୁଁ ଆଜି ତୁମ୍ଭକୁ କହୁଅଛି। ଏହା ତୁମ୍ଭର ମଙ୍ଗଳାର୍ଥ, ତାହା ତୁମ୍ଭେମାନେ ପାଳନ କର।

14 “ଆକାଶମଣ୍ତଳ ଓ ତହିଁ ଉପରିସ୍ଥ ସ୍ୱର୍ଗ, ପୁଣି ପୃଥିବୀ ଓ ତହିଁ ମଧ୍ୟସ୍ଥିତ ସମସ୍ତ ବସ୍ତୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର। 15 କେବଳ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ପ୍ରତି ସ୍ନେହ କରିବାକୁ ଏବଂ ସେମାନଙ୍କ ପରେ ସେମାନଙ୍କର ବଂଶଧରମାନଙ୍କୁ ବାଛିବାକୁ ସଦାପ୍ରଭୁଙ୍କର ସନ୍ତୋଷ ଥିଲେ। ସେମାନଙ୍କ ପରେ ଆଜି ପର୍ଯ୍ୟନ୍ତ ସମସ୍ତ ଜାତି ମଧ୍ୟରୁ ତୁମ୍ଭ ଜାତିଗଣଙ୍କୁ ମନୋନୀତ କରିଛନ୍ତି।

16 “ଏଥିପାଇଁ ତୁମ୍ଭେମାନେ ହୃଦୟର ସୁନ୍ନତ ହେବା[a] ଉଚିତ୍ ଏବଂ ଆଉ ଅଧିକ ଜି‌ଦ୍‌ଖୋର ହେବା ଉଚିତ୍ ନୁହଁ। 17 କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର, ସେ ଦେବଗଣର ଦେବ ଓ ପ୍ରଭୁମାନଙ୍କର ପ୍ରଭୁ, ମହାନ୍, ସର୍ବଶକ୍ତିମାନ ଓ ଭୟଙ୍କର ପରମେଶ୍ୱର, ସେ ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ, କିଅବା ଲାଞ୍ଚ ଗ୍ରହଣ କରନ୍ତି ନାହିଁ। 18 ସେ ପିତୃହୀନ ଓ ବିଧବାର ବିଗ୍ଭର ନିଷ୍ପତ୍ତି କରନ୍ତି ଓ ବିଦେଶୀକି ଅନ୍ନବସ୍ତ୍ର ଦେଇ ପ୍ରେମ କରନ୍ତି। 19 ଏଥିପାଇଁ ତୁମ୍ଭେମାନେ ବିଦେଶୀକୁ ପ୍ରେମ କର, କାରଣ ତୁମ୍ଭେମାନେ ମିଶର ଦେଶରେ ବିଦେଶୀ ଥିଲ।

20 “ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ଭୟ କରିବ। ତାଙ୍କର ଉପାସନା କରିବ। ତାହାଙ୍କଠାରେ ତୁମ୍ଭେ ଆସକ୍ତ ହେବ। ତାହାଙ୍କ ନାମରେ ତୁମ୍ଭେ ଶପଥ କରିବ। 21 ତୁମ୍ଭର ପ୍ରଶଂସା ସଦାପ୍ରଭୁ ଅଟନ୍ତି, ସେ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭେ ଯାହା ଯାହା ଦେଖୁଛ ସେହିସବୁ ମହତ୍ ଓ ଭୟଙ୍କର କର୍ମ ସେ ତୁମ୍ଭ ପାଇଁ କରିଛନ୍ତି। 22 ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ସତୁରି ପ୍ରାଣୀ ସହିତ ମିଶରକୁ ଯାଇଥିଲେ। ମାତ୍ର ଏବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆକାଶ ମଣ୍ତଳର ତାରାଗଣ ପରି ତୁମ୍ଭମାନଙ୍କୁ ବହୁସଂଖ୍ୟକ କରିଛନ୍ତି।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center