Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଦ୍ୱିତୀୟ ବିବରଣ 5-7

ଦଶ ଆଜ୍ଞା

ମୋଶା ସମସ୍ତ ଇସ୍ରାଏଲ ଲୋକମାନଙ୍କୁ ଡାକି ଏକତ୍ରିତ କଲେ ଏବଂ ସେମାନଙ୍କୁ କହିଲେ, “ହେ ଇସ୍ରାଏଲୀୟ ଲୋକମାନେ ଶୁଣ, ମୁଁ ତୁମ୍ଭକୁ ସଦାପ୍ରଭୁଙ୍କର ବ୍ୟବସ୍ଥା ଓ ବିଧି ସବୁ କହୁଅଛି। ଏହି ବିଧିସବୁ ଗ୍ରହଣ କର ଓ ପାଳନ କର। ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ହୋରେବରେ ଆମ୍ଭମାନଙ୍କ ସହିତ ଗୋଟିଏ ନିୟମ କଲେ। ସଦାପ୍ରଭୁ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ସହିତ ସେହି ନିୟମ କଲେ ନାହିଁ, କିନ୍ତୁ ସେ ଆମ୍ଭ ସମସ୍ତଙ୍କ ସହିତ ତାହା କଲେ, ଯେଉଁମାନେ ଏଠାରେ ଆଜି ବାସ କରୁଛନ୍ତି। ସଦାପ୍ରଭୁ ପର୍ବତରେ ଅଗ୍ନି ମଧ୍ୟରୁ ତୁମ୍ଭମାନଙ୍କ ସହିତ ମୁହାଁମୁହିଁ କଥା କହିଲେ। ସେହି ସମୟରେ, ମୁଁ ତୁମ୍ଭମାନଙ୍କୁ ସଦାପ୍ରଭୁଙ୍କ ବାକ୍ୟ କହିବା ନିମନ୍ତେ ସେହି ସ୍ଥାନରେ ସଦାପ୍ରଭୁଙ୍କର ଓ ତୁମ୍ଭମାନଙ୍କ ମଧ୍ୟରେ ଛିଡ଼ା ହେଲି କାରଣ ତୁମ୍ଭେମାନେ ଅଗ୍ନିକୁ ଭୟ କଲ, ଏବଂ ସେଥିପାଇଁ ତୁମ୍ଭେମାନେ ପର୍ବତ ଉପରକୁ ଗଲ ନାହିଁ। ତାଙ୍କର ବାକ୍ୟ ଏହିସବୁ,

ଯେ ଦାସ୍ୟଗୃହ ସ୍ୱରୂପ ମିଶର ଦେଶରୁ ତୁମ୍ଭକୁ ଦାସରୁ ମୁକ୍ତ କଲେ। ଆମ୍ଭେ ସେହି ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଅଟୁ।

“ଆମ୍ଭ ଛଡ଼ା ତୁମ୍ଭେମାନେ ଅନ୍ୟ କୌଣସି ଦେବତା ପୂଜା କର ନାହିଁ।

“ତୁମ୍ଭେମାନେ ନିଶ୍ଚିତ ନିଜ ପାଇଁ କୌଣସି ପ୍ରତିମୂର୍ତ୍ତି ତିଆରି କରିବ ନାହିଁ, ଯାହା ତୁମ୍ଭେମାନେ ସ୍ୱର୍ଗରେ, ମର୍ତ୍ତ୍ୟରେ ଓ ପାଣି ଭିତରେ ଦେଖୁଛ। ତୁମ୍ଭେମାନେ ସେଗୁଡ଼ିକର କୌଣସି ପ୍ରତିମୂର୍ତ୍ତି ତିଆରି କର ନାହିଁ। ତୁମ୍ଭେମାନେ ସେମାନଙ୍କର ପୂଜା କରିବ ନାହିଁ, କି ସେମାନଙ୍କର ସେବା କରିବ ନାହିଁ। ଯେହେତୁ ଆମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସ୍ୱଗୌରବ ରକ୍ଷଣରେ ଉ‌‌‌ଦ୍‌‌‌ଯୋଗୀ ପରମେଶ୍ୱର ଅଟୁ। ଯେଉଁମାନେ ଆମ୍ଭକୁ ଘୃଣା କରନ୍ତି, ଆମ୍ଭେ ସେମାନଙ୍କର ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନମାନଙ୍କ ଉପରେ ପୈତୃକ ଅପରାଧର ପ୍ରତିଫଳ ଦାତା। 10 କିନ୍ତୁ ଯେଉଁମାନେ ଆମ୍ଭକୁ ପ୍ରେମ କରନ୍ତି, ଆମ୍ଭର ଆଜ୍ଞା ପାଳନ କରନ୍ତି, ଆମ୍ଭେ ସେମାନଙ୍କର ସହସ୍ର ପୁରୁଷ ପର୍ଯ୍ୟନ୍ତ ଦୟା କରିବା।

11 ‘ତୁମ୍ଭେ ମୂଲ୍ୟହୀନ ଉଦ୍ଦେଶ୍ୟରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନାମ ନେବ ନାହିଁ। ଯଦି କୌଣସି ଲୋକ ମୂଲ୍ୟହୀନ ଉଦ୍ଦେଶ୍ୟରେ ତାଙ୍କର ନାମନିଏ, ସଦାପ୍ରଭୁ ତାଙ୍କୁ ନିରପରାଧୀ ବୋଲି ବିବେଚନା କରନ୍ତି ନାହିଁ।

12 ‘ବିଶ୍ରାମ ଦିନକୁ ସଦାପ୍ରଭୁଙ୍କର ଉଦ୍ଧିଷ୍ଟ ଦିନରୂପେ ପାଳନ କରିବ, ଯେପରି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଆଦେଶ ଦେଇଛନ୍ତି। 13 ସପ୍ତାହର ଛଦିନ ସମସ୍ତ କର୍ମ କର। 14 କିନ୍ତୁ ସପ୍ତମ ଦିନଟି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ବିଶ୍ରାମ ଦିନ ଅଟେ, ତହିଁରେ ତୁମ୍ଭେ, କି ତୁମ୍ଭର ପୁତ୍ର, କି ତୁମ୍ଭର କନ୍ୟା, କି ତୁମ୍ଭର ଦାସ, କି ତୁମ୍ଭର ଦାସୀ, କି ତୁମ୍ଭର ଗୋରୁ, କି ତୁମ୍ଭର ଗଧ, କି ତୁମ୍ଭର କୌଣସି ପଶୁ, କି ତୁମ୍ଭର ନଗର ଦ୍ୱାରବର୍ତ୍ତୀ ବିଦେଶୀ କେହି କୌଣସି କାର୍ଯ୍ୟ କରିବେ ନାହିଁ। ତହିଁରେ ତୁମ୍ଭର ଦାସ ଓ ଦାସୀ ତୁମ୍ଭପରି ବିଶ୍ରାମ କରିବେ। 15 ଏକଥା ତୁମ୍ଭେ ଭୁଲିବ ନାହିଁ ଯେ ତୁମ୍ଭେମାନେ ମିଶରରେ, ଏକଦା ଦାସ ଥିଲ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ପରାକ୍ରାନ୍ତ ହସ୍ତଦ୍ୱାରା ତୁମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲେ। ସେ ତୁମ୍ଭମାନଙ୍କୁ ମୁକ୍ତକଲେ। ଏହି ହେତୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ବିଶ୍ରାମ ଦିନ ପାଳନାର୍ଥେ ତୁମ୍ଭମାନଙ୍କୁ ଆଜ୍ଞା ଦେଇଛନ୍ତି।

16 ‘ତୁମ୍ଭମାନଙ୍କର ପିତାମାତାଙ୍କୁ ସମ୍ମାନ କର। ଏପରି କରିବାକୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ତୁମ୍ଭେମାନେ ଏହି ଆଦେଶ ପାଳନ କର, ତେବେ ତୁମ୍ଭମାନଙ୍କର ପରମାୟୁ ଦୀର୍ଘାୟୁ ହେବ ଓ ସେହି ଦେଶରେ ତୁମ୍ଭମାନଙ୍କର ମଙ୍ଗଳ ହେବ, ଯାହା ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଦେଉଛନ୍ତି।

17 ‘ତୁମ୍ଭେ ନରହତ୍ୟା କରିବ ନାହିଁ।

18 ‘ତୁମ୍ଭେମାନେ ବ୍ୟଭିଗ୍ଭର କରିବ ନାହିଁ।

19 ‘ତୁମ୍ଭେମାନେ ଗ୍ଭେରି କରିବ ନାହିଁ।

20 ‘ତୁମ୍ଭେମାନେ ଆପଣା ପ୍ରତିବାସୀ ବିରୁଦ୍ଧରେ ମିଥ୍ୟା ସାକ୍ଷୀ ଦେବ ନାହିଁ।

21 ‘ତୁମ୍ଭେ ଆପଣା ପ୍ରତିବାସୀର ଭାର୍ଯ୍ୟାକୁ ଲୋଭ କରିବ ନାହିଁ। ତୁମ୍ଭେ ଆପଣା ପ୍ରତିବାସୀର ଗୃହ, କ୍ଷେତ୍ର, ଦାସ, ଦାସୀ, ଗୋରୁ, ଗଧ, କି ସେମାନଙ୍କର କୌଣସି ବସ୍ତୁ ଲୋଭ କରିବ ନାହିଁ।’”

ଲୋକମାନେ ପରମେଶ୍ୱରଙ୍କୁ ଭୟ କରୁଥିଲେ

22 ମୋଶା କହିଲେ, “ସଦାପ୍ରଭୁ ପର୍ବତରେ ଅଗ୍ନି ଓ ମେଘ ଓ ଘୋର ଅନ୍ଧାର ମଧ୍ୟରୁ ତୁମ୍ଭମାନଙ୍କର ସମସ୍ତ ସମାଜ ପ୍ରତି ଏହି ସମସ୍ତ ବାକ୍ୟ ଉଚ୍ଚସ୍ୱରରେ କହିଲେ। ଆଉ କିଛି କହିଲେ ନାହିଁ। ତେଣୁ ସେ ଏହି ସମସ୍ତ କଥା ଦୁଇଖଣ୍ତ ପ୍ରସ୍ତର ପଟାରେ ଲେଖି ମୋତେ ଦେଲେ।

23 “ମାତ୍ର ପର୍ବତ ଅଗ୍ନିରେ ଜଳିବା ସମୟରେ ତୁମ୍ଭେମାନେ ଅନ୍ଧକାର ମଧ୍ୟରୁ ଶବ୍ଦ ଶୁଣିଲ। ଏହା ପରେ ତୁମ୍ଭମାନଙ୍କର ଗୋଷ୍ଠୀର ମୁଖ୍ୟ ଓ ପ୍ରାଚୀନ ମୋ’ ନିକଟକୁ ଆସିଲେ। 24 ସେମାନେ କହିଲେ, ଦେଖ, ‘ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କ ନିକଟରେ ଆପଣା ପ୍ରତାପ ଓ ମହିମା ପ୍ରକାଶ କରିଅଛନ୍ତି। ଆଉ ଆମ୍ଭେମାନେ ଅଗ୍ନି ମଧ୍ୟରୁ ତାହାଙ୍କ ବାକ୍ୟ ଶୁଣିଅଛୁ। ଆମ୍ଭେମାନେ ଆଜି ଦେଖିଲୁ ପରମେଶ୍ୱର ମନୁଷ୍ୟ ସହିତ କଥା କହିଲେ ହେଁ ସେ ବଞ୍ଚିପାରେ। 25 କିନ୍ତୁ ଯଦି ଆମ୍ଭେମାନେ ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କର ବାକ୍ୟ ଅଧିକ ଶୁଣୁ, ତା’ ନ ହେଲେ ଆମ୍ଭେମାନେ ମୃତ୍ୟୁବରଣ କରିବୁ। ସେହି ଭୟଙ୍କର ଅଗ୍ନି ଆମ୍ଭମାନଙ୍କୁ ଧ୍ୱଂସ କରିବ। ଆମ୍ଭେମାନେ ମରିବାକୁ ଗ୍ଭହୁଁ ନାହୁଁ। 26 ଅଗ୍ନି ମଧ୍ୟରୁ ଜୀବନ୍ତ ପରମେଶ୍ୱର କହିବାର କେହି ଶୁଣି ନାହାନ୍ତି। ଯେପରି ଆମ୍ଭେମାନେ ଶୁଣିଛୁ ଓ ବଞ୍ଚିଛୁ। 27 ହେ ମୋଶା ଯାଅ ଓ ଶୁଣ, ଯାହାସବୁ ସଦାପ୍ରଭୁ ଆମ୍ଭର ପରମେଶ୍ୱର କହନ୍ତି ଏବଂ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱରଙ୍କଠାରୁ ଯାହା ଶୁଣିଛ, ତାହା ଆମ୍ଭମାନଙ୍କୁ କୁହ ଏବଂ ଆମ୍ଭେମାନେ ତାହା ପାଳନ କରିବୁ।’

ସଦାପ୍ରଭୁ ମୋଶାଙ୍କ ସହିତ କଥାବାର୍ତ୍ତା କଲେ

28 “ତୁମ୍ଭେମାନେ ମୋତେ ଯେତେବେଳେ ଏପରି କହିଲ, ସେତେବେଳେ ସଦାପ୍ରଭୁ ତୁମ୍ଭମାନଙ୍କର ସେହି ବାକ୍ୟର କଥା ଶୁଣି ମୋତେ କହିଲେ, ‘ଏହି ଲୋକମାନେ ତୁମ୍ଭକୁ ଯାହା କହିଛନ୍ତି ଆମ୍ଭେ ସେହି କଥା ଶୁଣିଅଛୁ। ସେମାନେ ଯାହା କହିଛନ୍ତି ଭଲ କହିଛନ୍ତି। 29 ଆମ୍ଭେ ଗ୍ଭହୁଁ ତାଙ୍କର ଭାବନାର ପରିବର୍ତ୍ତନ ଘଟୁ। ଆମ୍ଭେ ଗ୍ଭହୁଁ ସେମାନେ ହୃଦୟତାର ସହକାରେ ଆମ୍ଭକୁ ସମ୍ମାନ କରି ଆମ୍ଭର ବାକ୍ୟ ପାଳନ କରନ୍ତୁ। ଏହା ପରେ ସେମାନଙ୍କର ଓ ତାଙ୍କ ସନ୍ତାନମାନଙ୍କର ଅନନ୍ତକାଳୀନ ମଙ୍ଗଳ ହେବ।

30 “‘ତୁମ୍ଭେ ଯାଇ ସେମାନଙ୍କୁ କୁହ ଯେ ତୁମ୍ଭେମାନେ ନିଜ ନିଜ ତମ୍ବୁକୁ ଫେରିଯାଅ। 31 ମାତ୍ର ତୁମ୍ଭେ ଏହି ସ୍ଥାନରେ ମୋ’ ନିକଟରେ ଠିଆ ହୁଅ। ମୁଁ ତୁମ୍ଭକୁ ଆଜ୍ଞା, ନିୟମ ଏବଂ ଶାସନସବୁ କହିବି, ମୁଁ ସେମାନଙ୍କୁ ସେମାନଙ୍କର ଅଧିକାର ଦେବି। ଯାହାକି ତୁମ୍ଭେ ସେମାନଙ୍କୁ ଶିକ୍ଷା ଦେବା ଉଚିତ୍ ଏବଂ ସେମାନେ ସେହି ଦେଶରେ ତାହା ମାନିବା ଉଚିତ୍।’

32 “ଏଥିପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଯେପରି ଆଜ୍ଞା ଦେଇଛନ୍ତି, ସେହିପରି ଭାବରେ ପାଳନ କରିବା ପାଇଁ ମନୋଯୋଗ କରିବେ। ତୁମ୍ଭେମାନେ ତହିଁର ଦକ୍ଷିଣରେ କି ବାମରେ ଫେରିବ ନାହିଁ। 33 ଦେଖ, ଯେପରି ତୁମ୍ଭେ ସେହି ରାସ୍ତାରେ ଗ୍ଭଲ ଯେଉଁ ରାସ୍ତାରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଗ୍ଭଲିବା ପାଇଁ ଆଦେଶ ଦେଇଛନ୍ତି, ଯେଉଁଥିପାଇଁ ତୁମ୍ଭେମାନେ ସେହି ଦେଶରେ ଦୀର୍ଘଦିନ ବଞ୍ଚିବ ଓ ତୁମ୍ଭେ ଯେଉଁ ଦେଶ ଅଧିକାର କରିବ, ସେଠାରେ ତୁମ୍ଭର ସର୍ବମଙ୍ଗଳ ହେବ।

ସର୍ବଦା ପରମେଶ୍ୱରଙ୍କୁ ପ୍ରେମ କର ଓ ତାଙ୍କର ଆଜ୍ଞା ପାଳନ କର

“ଏହିସବୁ ଆଜ୍ଞା, ବ୍ୟବସ୍ଥା ଓ ବିଧି ତୁମ୍ଭମାନଙ୍କୁ ଶିକ୍ଷା ଦେବା ପାଇଁ, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ମୋତେ କହିଲେ। ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ପାର ହୋଇ ଯାଉଅଛ, ସେଦି ଦେଶରେ ତୁମ୍ଭେମାନେ ଏହି ବ୍ୟବସ୍ଥା ପାଳନ କରିବା ଉଚିତ୍। ଏହା ଏପରି ଅଟେ ଯେ, ତୁମ୍ଭେମାନେ ତୁମ୍ଭମାନଙ୍କର ସନ୍ତାନଗଣ ଏବଂ ନାତିନାତୁଣୀଗଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ତୁମ୍ଭେମାନେ ବଞ୍ଚିଥିବା ପର୍ଯ୍ୟନ୍ତ ଭୟ କରିବା ପାଇଁ ଏବଂ ତାଙ୍କର ସମସ୍ତ ଆଜ୍ଞା ଓ ନିୟମ ପାଳନ କରିବା ପାଇଁ ମୁଁ ଯାହା ତୁମ୍ଭମାନଙ୍କୁ ଦେଉଛି, ସେଥିପାଇଁ ଦୀର୍ଘଜିବୀ ହେବ। ତେଣୁ ହେ ଇସ୍ରାଏଲ, ଶୁଣ ଓ ତାହା ପାଳନ କରିବାକୁ ମନୋଯୋଗ କର, ତହିଁରେ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷଗଣର ପରମେଶ୍ୱର ତୁମ୍ଭକୁ ଯେଉଁପରି ପ୍ରତିଜ୍ଞା କରିଛନ୍ତି; ସେହିପରି ଦୁ‌‌ଗ୍‌‌ଧମଧୁପ୍ରବାହୀ ଦେଶରେ ତୁମ୍ଭର ମଙ୍ଗଳ ହେବ ଓ ତୁମ୍ଭେମାନେ ଅଧିକ ବର୍ଦ୍ଧିଷ୍ଣୁ ହେବ।

“ହେ ଇସ୍ରାଏଲ ଶୁଣ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଏକମାତ୍ର ସଦାପ୍ରଭୁ ଅଟନ୍ତି। ଏଣୁ ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ଓ ସମସ୍ତ ଶକ୍ତି ସହିତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ପ୍ରେମ କରିବ। ଏବଂ ମୁଁ ଆଜି ତୁମ୍ଭକୁ ଯେଉଁ ଆଜ୍ଞା କରୁଅଛି, ତୁମ୍ଭେମାନେ ତାହାକୁ ଆପଣା ହୃଦୟରେ ରଖିବ। ଆଉ ତୁମ୍ଭେ ଆପଣା ସନ୍ତାନଗଣକୁ ଯତ୍ନପୂର୍ବକ ଏହିସବୁ ଶିକ୍ଷା ଦେବ। ତୁମ୍ଭେ ଆପଣା ଗୃହରେ ବସିବା ବେଳେ, ପଥରେ ଗ୍ଭଲିବା ବେଳେ, ତୁମ୍ଭେ ଶୟନ କରିବା ବେଳେ ଓ ତୁମ୍ଭେ ଉଠିବା ବେଳେ, ସେମାନଙ୍କର ସଙ୍ଗେ ସେ ବିଷୟରେ କଥାବାର୍ତ୍ତା କରିବ। ଆଉ ତୁମ୍ଭେ ସେଗୁଡ଼ିକୁ ଚିହ୍ନ ରୂପେ ନିଜ ହସ୍ତରେ ଓ ତୁମ୍ଭ କପାଳରେ ବାନ୍ଧିବା ଉଚିତ୍। ଆହୁରି ତୁମ୍ଭେ ଆପଣା ଗୃହଦ୍ୱାର ଚଉକାଠରେ ଓ ବାହାର ଦ୍ୱାରରେ ତାହା ଲେଖିବ।

10 “ତୁମ୍ଭ ପୂର୍ବପୁରୁଷ ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବ ନିକଟରେ ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି ଦେଶ ଦେବା ପାଇଁ ପ୍ରତିଜ୍ଞା କରିଥିଲେ। ସଦାପ୍ରଭୁ ଏହି ଦେଶକୁ ତୁମ୍ଭମାନଙ୍କୁ ଆଣିବେ ଏବଂ ନଗରଗୁଡ଼ିକ ସହିତ ଏହା ତୁମ୍ଭମାନଙ୍କୁ ଦେବେ, ଯେଉଁଗୁଡ଼ିକ ତୁମ୍ଭେମାନେ ନିର୍ମାଣ କରି ନାହଁ ଏବଂ ଯେଉଁଗୁଡ଼ିକ ବୃହତ ଓ ସୁନ୍ଦର ଅଟେ। 11 ଉତ୍ତମ ସାମଗ୍ରୀରେ ପରିପୂର୍ଣ୍ଣ ଗୃହସବୁ ଯାହା ତୁମ୍ଭେ ପୂର୍ଣ୍ଣ କରି ନାହଁ, କୂଅସବୁ ଯାହା ତୁମ୍ଭେ ଖୋଳିଲ ନାହିଁ, ଦ୍ରାକ୍ଷାକ୍ଷେତ୍ର ଓ ଜୀତବୃକ୍ଷ ଯାହାକୁ ତୁମ୍ଭେମାନେ ରୋପଣ କଲ ନାହିଁ, ସେଗୁଡ଼ିକ ତୁମ୍ଭେମାନେ ଭୋଗ କରି ତୃପ୍ତ ହେବ।

12 “ସେତେବେଳେ ତୁମ୍ଭେମାନେ ନିଶ୍ଚିତ ସାବଧାନ ହେବା ଉଚିତ୍ ଯେ, ଯିଏ ତୁମ୍ଭମାନଙ୍କୁ ଦାସ୍ୟଗୃହରୂପ ମିଶରରୁ ମୁକ୍ତ କରି ଆଣିଛନ୍ତି। ତୁମ୍ଭେମାନେ ସେହି ସଦାପ୍ରଭୁଙ୍କୁ ଭୂଲିଯାଅ ନାହିଁ। 13 ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ଭୟ କରିବ ଓ ତୁମ୍ଭେ ତାଙ୍କର ସେବା କରିବ ଓ ତାହାଙ୍କ ନାମରେ ଶପଥ କରିବ। 14 ତୁମ୍ଭେମାନେ ଅନ୍ୟ ଦେବଗଣର, ତୁମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ଅନ୍ୟ ଦେଶୀୟ ଲୋକଙ୍କ ଦେବଗଣର ପଶ୍ଚା‌ଦ୍‌ଗାମୀ ହେବ ନାହିଁ। 15 ତୁମ୍ଭେମାନେ ଯଦି ଏପରି କର, ସଦାପ୍ରଭୁଙ୍କର କ୍ରୋଧ ତୁମ୍ଭ ପ୍ରତିକୂଳରେ ପ୍ରଜ୍ୱଳିତ ହେବ ଓ ସେ ଦେଶରୁ ତୁମ୍ଭକୁ ବିନାଶ କରିବେ। କାରଣ ତୁମ୍ଭ ମଧ୍ୟରେ ଥିବା ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣାର ମହିମା ବଜାୟ ରଖିବା ପାଇଁ ଈର୍ଷାପରାୟଣ ଅଟନ୍ତି।

16 “ତୁମ୍ଭେମାନେ ମଃସାରେ ଯେମନ୍ତ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ପରୀକ୍ଷା କଲା ପରି, ପୁଣି ଥରେ ତୁମ୍ଭେମାନେ ତାଙ୍କୁ ପରୀକ୍ଷା କରିବା ଉଚିତ୍ ନୁହଁ। 17 ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ତୁମ୍ଭ ପ୍ରତି ଆଦିଷ୍ଟ ସମସ୍ତ ଆଜ୍ଞା ଓ ତାହାଙ୍କ ଶିକ୍ଷା ଓ ତାହାଙ୍କ ବିଧି ଯତ୍ନପୂର୍ବକ ପାଳନ କରିବ। 18 ଏହା ପରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ନ୍ୟାୟ ଓ ଉତ୍ତମ ତୁମ୍ଭେ ତାହା କରିବ, ତହିଁରେ ତୁମ୍ଭର ମଙ୍ଗଳ ହେବ ଓ ତୁମ୍ଭେମାନେ ଆସିବ ଓ ଉତ୍ତମ ଭୂମି ଅଧିକାର କରିବ ଯାହାକି ସଦାପ୍ରଭୁ ତୁମ୍ଭର ପୂର୍ବପୁରୁଷମାନଙ୍କଠାରେ ପ୍ରତିଜ୍ଞା କରିଥିଲେ। 19 ଏବଂ ସଦାପ୍ରଭୁ ତୁମ୍ଭମାନଙ୍କର ସମସ୍ତ ଶତ୍ରୁମାନଙ୍କୁ ତୁମ୍ଭମାନଙ୍କ ସମ୍ମୁଖରୁ ଦୂର କରି ଦେବେ, ଯେ ରୂପେ ସେ କହିଛନ୍ତି।

ପରମେଶ୍ୱରଙ୍କ କାର୍ଯ୍ୟ ବିଷୟରେ ତୁମ୍ଭର ସନ୍ତାନମାନଙ୍କୁ ଶିକ୍ଷା ଦିଅ

20 “ଭବିଷ୍ୟତରେ ଯଦି ତୁମ୍ଭର ସନ୍ତାନମାନେ ତୁମ୍ଭକୁ ପଗ୍ଭରିବେ, ‘ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁସବୁ ଆଜ୍ଞା, ବିଧି ଓ ଶାସନ ଦେଇଛନ୍ତି, ସେସବୁର ଅଭିପ୍ରାୟ କ’ଣ?’ 21 ତୁମ୍ଭେମାନେ ଆପଣା ସନ୍ତାନମାନଙ୍କୁ କହିବ, ‘ଆମ୍ଭେମାନେ ମିଶରରେ ଫାରୋର ବନ୍ଧାଦାସ ଥିଲୁ, ପୁଣି ସଦାପ୍ରଭୁ ବଳବାନ୍ ହସ୍ତଦ୍ୱାରା ଆମ୍ଭମାନଙ୍କୁ ମିଶରରୁ ବାହାରକରି ଆଣିଲେ। 22 ସଦାପ୍ରଭୁ ଆମ୍ଭମାନଙ୍କ ସାକ୍ଷାତରେ ମିଶର ପ୍ରତି, ଫାରୋଙ୍କ ପ୍ରତି ଓ ତାଙ୍କର ସମସ୍ତ ପରିବାର ପ୍ରତି, ମହତ୍ ଓ କ୍ଳେଶଦାୟକ ଚିହ୍ନ ଓ ଆଶ୍ଚର୍ଯ୍ୟକ୍ରିୟା ଦେଖାଇଲେ। 23 ପୁଣି ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ଦେଶ ବିଷୟରେ ଶପଥ କରିଥିଲେ। ସେ ଦେଶରେ ପରମେଶ୍ୱର ଆମ୍ଭମାନଙ୍କୁ ପହଞ୍ଚାଇ ତାହା ଦେବା ନିମନ୍ତେ ମିଶରରୁ ବାହାର କରି ଆଣିଲେ। 24 ଏବଂ ସଦାପ୍ରଭୁ ଆଜିଦିନ ପରି ଯେପରି ଆମ୍ଭମାନଙ୍କୁ ସଜୀବ ରକ୍ଷା କରି ପାରିବେ, ଏଥିପାଇଁ ଆମ୍ଭମାନଙ୍କ ନିତ୍ୟ ମଙ୍ଗଳ ନିମନ୍ତେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କୁ ଭୟ କରିବା ପାଇଁ ସେ ଆମ୍ଭମାନଙ୍କ ପାଳନାର୍ଥେ ଏହି ସକଳ ବିଧି ଆମ୍ଭମାନଙ୍କୁ ଆଜ୍ଞା କଲେ। 25 ଆଉ ଯେବେ ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସମ୍ମୁଖରେ ତାହାଙ୍କ ଆଜ୍ଞା ଅନୁସାରେ ଏହି ସମସ୍ତ ବ୍ୟବସ୍ଥା ପାଳନ କରିବାକୁ ମନୋଯୋଗ କରିବା, ତେବେ ତାହା ଆମ୍ଭମାନଙ୍କ ପ୍ରତି ଧାର୍ମିକତା ହେବ।’

ଇସ୍ରାଏଲ ପରମେଶ୍ୱରଙ୍କର ବିଶେଷ ଲୋକ

“ତୁମ୍ଭେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ ସେହି ଦେଶରେ ଯେତେବେଳେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ପ୍ରବେଶ କରାଇବେ ଓ ତୁମ୍ଭ ସାକ୍ଷାତରୁ ନାନା ଗୋଷ୍ଠୀୟ ଲୋକମାନଙ୍କୁ ହିତ୍ତୀୟ ଓ ଗିର୍ଗାସୀୟ ଓ ଇମୋରୀୟ ଓ କିଣାନୀୟ ଓ ପିରିଷୀୟ ଓ ହିବ୍ବୀୟ ଓ ଯିବୂଷୀୟ ତୁମ୍ଭଠାରୁ ମହାନ୍ ଓ ବଳବାନ୍ ଏହି ସାତ ଗୋଷ୍ଠୀଙ୍କୁ ଦୂର କରିବେ। ଯେତେବେଳେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ସେମାନଙ୍କୁ ତୁମ୍ଭ ସଦାପ୍ରଭୁ ସମର୍ପଣ କରିବେ ଏବଂ ତୁମ୍ଭେ ସେମାନଙ୍କୁ ପରାସ୍ତ କରିବ। ତୁମ୍ଭେ ସେମାନଙ୍କ ସହିତ କୌଣସି ସନ୍ଧି କରିବ ନାହିଁ ଅଥବା ଦୟା ଦେଖାଇବ ନାହିଁ। ତୁମ୍ଭେ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବ। ତୁମ୍ଭେମାନେ ସେମାନଙ୍କ ସହିତ ବିବାହ ସମ୍ବନ୍ଧ ରଖିବ ନାହିଁ। ତୁମ୍ଭେମାନେ ସେମାନଙ୍କ ପୁତ୍ରମାନଙ୍କ ସହିତ ଆପଣା କନ୍ୟାମାନଙ୍କୁ ବିବାହ ଦେବ ନାହିଁ। କିଅବା ଆପଣା ପୁତ୍ରମାନଙ୍କୁ ସେମାନଙ୍କ କନ୍ୟାମାନଙ୍କ ସହିତ ବିବାହ ଦେବ ନାହିଁ। କାରଣ ସେମାନେ ତୁମ୍ଭମାନଙ୍କର ସନ୍ତାନଗଣଙ୍କୁ ମୋତେ ଅନୁସରଣ କରିବାରୁ ବିମୁଖ କରିବେ ଏବଂ ତା'ପରେ ତୁମ୍ଭମାନଙ୍କର ସନ୍ତାନଗଣ ଅନ୍ୟ ଦେବଗଣର ସେବା କରିବେ। ତାହାହେଲେ ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ ତୁମ୍ଭମାନଙ୍କର ପରମେଶ୍ୱର କ୍ରୋଧ କରିବେ ଓ ସେ ତୁମ୍ଭକୁ ବହୁତ ଶୀଘ୍ର ବିନାଶ କରିବେ।

ମିଥ୍ୟା ଦେବତାଗଣଙ୍କୁ ଧ୍ୱଂସ

“ମାତ୍ର ତୁମ୍ଭେମାନେ ସେମାନଙ୍କ ପ୍ରତି ଏରୂପେ ବ୍ୟବହାର କରିବ। ତୁମ୍ଭେମାନେ ସେମାନଙ୍କ ଯଜ୍ଞବେଦି ସକଳ ଭଗ୍ନ କରିବ ଓ ସେମାନଙ୍କ ସ୍ମରଣାର୍ଥକ ପ୍ରସ୍ତର ସବୁ ଭାଙ୍ଗି ପକାଇବ ଓ ଆଶେରାର ମୂର୍ତ୍ତିସଳକ ହାଣି ପକାଇବ। ପୁଣି ସେମାନଙ୍କ ଖୋଦିତ ପ୍ରତିମାସବୁ ଅଗ୍ନିରେ ଦ‌‌ଗ୍‌‌ଧ କରିବ। କାରଣ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ପବିତ୍ର ଲୋକ ଅଟ। ପୃଥିବୀସ୍ଥ ସମସ୍ତ ଗୋଷ୍ଠୀରୁ ତୁମ୍ଭକୁ ଆପଣାର ସଞ୍ଚିତ ଧନ କରିବା ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ମନୋନୀତ କରିଅଛନ୍ତି। କାରଣ ତୁମ୍ଭେମାନେ ଅନ୍ୟ ଜାତିଗଣ ଅପେକ୍ଷା ଅଧିକ ସଂଖ୍ୟକ, ତାହା ନୁହଁ ଯେ, ସଦାପ୍ରଭୁ ତୁମ୍ଭମାନଙ୍କୁ ପ୍ରେମ କଲେ ଓ ମନୋନୀତ କଲେ। କାରଣ ତୁମ୍ଭେମାନେ ସମସ୍ତ ଲୋକ ଅପେକ୍ଷା ସବୁଠୁ କମ୍ ଥିଲ। କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କୁ ସ୍ନେହ କରିବାରୁ ଓ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ସେ ଯେଉଁ ଶପଥ କରିଥିଲେ, ତାହା ପ୍ରତିପାଳନ କରିବାକୁ ଇଚ୍ଛୁକ ହେବାରୁ ସଦାପ୍ରଭୁ ବଳବାନ୍ ହସ୍ତଦ୍ୱାରା ତୁମ୍ଭମାନଙ୍କୁ ବାହାର କରି ଆଣିଲେ। ସେ ତୁମ୍ଭମାନଙ୍କୁ ଦାସତ୍ୱରୁ ଓ ମିଶରର ରାଜା ଫାରୋଙ୍କ ହସ୍ତରୁ ରକ୍ଷା କଲେ।

“ତେଣୁ ମନେରଖ ଯେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର କେବଳ ଏକମାତ୍ର ପରମେଶ୍ୱର ଅଟନ୍ତି। ସେ ବିଶ୍ୱସ୍ତ ଅଟନ୍ତି। ସେ ତାଙ୍କର ନିୟମ ରକ୍ଷା କରନ୍ତି। ଯେଉଁମାନେ ତାଙ୍କୁ ପ୍ରେମ କରନ୍ତି ଓ ତାଙ୍କର ଆଜ୍ଞା ମାନନ୍ତି, ସଦାପ୍ରଭୁ ସେମାନଙ୍କ ଉପରେ କୃପା କରନ୍ତି। ଲୋକମାନଙ୍କ ପ୍ରତି ତାଙ୍କର କରୁଣା ଓ ତାଙ୍କର ଚୁକ୍ତି ପ୍ରତି ବିଶ୍ୱସନୀୟତା ସହସ୍ର ପୁରୁଷ ପର୍ଯ୍ୟନ୍ତ ଲାଗିରହେ। 10 କିନ୍ତୁ ଯେଉଁମାନେ ତାହାଙ୍କୁ ଘୃଣା କରନ୍ତି ସେମାନଙ୍କୁ ସଂହାର କରିବା ନିମନ୍ତେ ସେ ସେମାନଙ୍କ ସମ୍ମୁଖରେ ପରିଶୋଧ କରନ୍ତି। ଯେ ତାହାଙ୍କୁ ଘୃଣା କରେ, ସେ ତାହା ପ୍ରତି ବିଳମ୍ବ କରିବେ ନାହିଁ। ସେ ତାହାର ସମ୍ମୁଖରେ ପରିଶୋଧ କରିବେ। 11 ଏଥିପାଇଁ ମୁଁ ଆଜି ତୁମ୍ଭକୁ ଯେଉଁ ଯେଉଁ ଆଜ୍ଞା ଓ ବିଧି ଶାସନ ଆଜ୍ଞା ଦେଉଅଛି, ତାହା ମାନ୍ୟ କରି ପାଳନ କର।

12 “ଯଦି ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟସକଳ ଶାସନ ଶୁଣି, ମାନ ଓ ପାଳନ କର, ତେବେ ସଦାପ୍ରଭୁ ପରମେଶ୍ୱର ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ନିୟମ ଓ ଦୟା ବିଷୟରେ ଶପଥ କରିଅଛନ୍ତି, ସେ ତାହା ରକ୍ଷା କରିବେ। 13 ସେ ତୁମ୍ଭକୁ ସ୍ନେହ କରିବେ, ଆଶୀର୍ବାଦ କରିବେ ଓ ତୁମ୍ଭକୁ ବର୍ଦ୍ଧିଷ୍ଣୁ କରିବେ। ସେ ତୁମ୍ଭକୁ ଯେଉଁ ଦେଶ ଦେବା ପାଇଁ ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଶପଥ କରିଅଛନ୍ତି, ସେହି ଦେଶରେ ସେ ତୁମ୍ଭ ଗର୍ଭଫଳ ଓ ତୁମ୍ଭ ଭୂମିଫଳ ଓ ତୁମ୍ଭମାନଙ୍କର ଶସ୍ୟ ଓ ତୁମ୍ଭ ଦ୍ରାକ୍ଷାରସ ଓ ତୁମ୍ଭ ତୈଳ ଓ ତୁମ୍ଭ ଗୋରୁମାନଙ୍କ ବତ୍ସମାନଙ୍କ ସମସ୍ତଙ୍କୁ ଆଶୀର୍ବାଦ କରିବେ।

14 “ତୁମ୍ଭେ ସମସ୍ତ ଲୋକଙ୍କ ଅପେକ୍ଷା ଅଧିକ ଆଶୀର୍ବାଦ ପାଇବ, ତୁମ୍ଭମାନଙ୍କ ମଧ୍ୟରେ ପୁରୁଷ କି ସ୍ତ୍ରୀ କିମ୍ବା ତୁମ୍ଭମାନଙ୍କ ପଶୁଗଣ ମଧ୍ୟରେ କେହି ନିଃସନ୍ତାନ ହେବେ ନାହିଁ। 15 ପୁଣି ସଦାପ୍ରଭୁ ତୁମ୍ଭଠାରୁ ସମସ୍ତ ରୋଗ ଦୂର କରିବେ। ଆଉ ତୁମ୍ଭେ ମିସ୍ରୀୟ ଯେଉଁସବୁ ମନ୍ଦ ବ୍ୟାଧି ଜ୍ଞାତ ଅଟ, ତାହା ସେ ତୁମ୍ଭ ଉପରେ କରିବେ ନାହିଁ। ମାତ୍ର ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି, ସେମାନଙ୍କ ଉପରେ ତାହା କରିବେ। 16 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ହସ୍ତରେ ଯେଉଁ ଲୋକମାନଙ୍କୁ ସମର୍ପଣ କରିବେ, ତୁମ୍ଭେ ସେମାନଙ୍କୁ ଗ୍ରାସ କରିବ। ତୁମ୍ଭର ଚକ୍ଷୁ ସେମାନଙ୍କୁ ଦୟା କରିବ ନାହିଁ। କିଅବା ତୁମ୍ଭେ ସେମାନଙ୍କ ଦେବଗଣକୁ ସେବା କରିବ ନାହିଁ। କାରଣ ତାହା ତୁମ୍ଭମାନଙ୍କ ପାଇଁ ଫାନ୍ଦ ସ୍ୱରୂପ ହେବ।

ସଦାପ୍ରଭୁ ତାଙ୍କ ଲୋକମାନଙ୍କୁ ସାହାଯ୍ୟ କରିବାକୁ ପ୍ରତିଜ୍ଞା କଲେ

17 “ଯଦି ତୁମ୍ଭେମାନେ ‘ସେହି ଦେଶକୁ ତୁମ୍ଭମାନଙ୍କଠାରୁ ବଳଶାଳି ବୋଲି ବିବେଚନା କର, ତେବେ ତୁମ୍ଭେମାନେ ନିଜେ ଚିନ୍ତା କରିପାର ଆମ୍ଭେ କିପରି ସେମାନଙ୍କୁ ତଡ଼ି ଦେବା? ତଥାପି ତୁମ୍ଭେ ସେମାନଙ୍କୁ ଭୟ କରିବ ନାହିଁ।’ 18 ତୁମ୍ଭମାନଙ୍କର ମନେଥିବ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଫାରୋ ଓ ସମସ୍ତ ମିଶର ପ୍ରତି ଯେଉଁ କର୍ମମାନ କରିଛନ୍ତି। 19 ତୁମ୍ଭେମାନେ ଦେଖିଛ ଯେ ସଦାପ୍ରଭୁ ସେମାନଙ୍କ ପାଇଁ କି ଭୟଙ୍କର କାର୍ଯ୍ୟମାନ କରିଛନ୍ତି। ସେ କି ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି। ସେ ତାଙ୍କର ପରାକ୍ରାନ୍ତ ହସ୍ତଦ୍ୱାରା ତୁମ୍ଭମାନଙ୍କୁ ମିଶରରୁ ବହାର କରି ଆଣିଛନ୍ତି। ତୁମ୍ଭକୁ ଯେଉଁମାନେ ଭୟ ପ୍ରଦର୍ଶନ କରିବେ ସଦାପ୍ରଭୁ ପରମେଶ୍ୱର ସେମାନଙ୍କୁ ସେହିପରି କାର୍ଯ୍ୟମାନ ସେମାନଙ୍କ ପ୍ରତି କରିବେ।

20 “ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ସେମାନଙ୍କ ପାଇଁ ବିରୁଡ଼ି ପଠାଇବେ, ଯେଉଁମାନେ ତୁମ୍ଭମାନଙ୍କ ହସ୍ତରୁ ରକ୍ଷା ପାଇବେ। ସେ ସେହି ଲୋକମାନଙ୍କୁ ଧ୍ୱଂସ କରିବେ। 21 ଏହି ଲୋକମାନଙ୍କୁ ଭୟ କର ନାହିଁ, କାରଣ ସଦାପ୍ରଭୁ ପରମେଶ୍ୱର ତୁମ୍ଭମାନଙ୍କ ସହିତ ରହିଛନ୍ତି। ସେ ମହାନ ଓ ଭୟଯୁକ୍ତ। 22 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ସମ୍ମୁଖରୁ ସେହି ଗୋଷ୍ଠୀୟ ଲୋକମାନଙ୍କୁ ଅଳ୍ପ ଅଳ୍ପ କରି କାଢ଼ିବେ। ତୁମ୍ଭେ ସେମାନଙ୍କୁ ଏକାବେଳେ ବିନାଶ କରିବ ନାହିଁ, କଲେ ବନ ପଶୁମାନେ ତୁମ୍ଭ ପ୍ରତିକୂଳରେ ବଢ଼ି ଉଠିବେ। 23 ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ଆଗରେ ସେମାନଙ୍କୁ ସମର୍ପଣ କରିବେ ଓ ସେମାନେ ବିନଷ୍ଟ ନ ହେବାଯାଏ ସେମାନଙ୍କୁ ମହାବ୍ୟାକୁଳରେ ବ୍ୟାକୁଳ କରିବେ। 24 ଆଉ ସେ ସେମାନଙ୍କର ରାଜାଗଣକୁ ତୁମ୍ଭ ହସ୍ତରେ ସମର୍ପଣ କରିବେ, ଯାହାଫଳରେ ତୁମ୍ଭେ ଆକାଶ ମଣ୍ତଳର ତଳୁ ସେମାନଙ୍କ ନାମ ପୋଛି ଦେବ। ଯେତେବେଳେ ତୁମ୍ଭେ ସେମାନଙ୍କୁ ବିନାଶ କରିବ କେହି ତୁମ୍ଭମାନଙ୍କୁ ଅଟକାଇବାକୁ ସମର୍ଥ ହେବ ନାହିଁ।

25 “ତୁମ୍ଭେମାନେ ସେମାନଙ୍କ ଦେବଗଣର ଖୋଦିତ ପ୍ରତିମା ସକଳ ଅଗ୍ନିରେ ଦ‌‌ଗ୍‌‌ଧ କରିବ। ତୁମ୍ଭେ ଯେମନ୍ତ ଫାନ୍ଦରେ ନ ପଡ଼ିବ ସେଥିପାଇଁ ସେ ସବୁରେ ଥିବା ରୂପା କି ସୁନା ପ୍ରତି ଲୋଭ କରିବ ନାହିଁ। କିଅବା ଆପଣା ନିମନ୍ତେ ତାହା ଗ୍ରହଣ କରିବ ନାହିଁ। କାରଣ ତାହା ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଘୃଣିତ ବସ୍ତୁ ଅଟେ। 26 ତୁମ୍ଭେ ସେହି ଘୃଣିତ ବସ୍ତୁଗୁଡ଼ିକ ନିଜ ଗୃହ ଭିତରକୁ ଆଣିବ ନାହିଁ। କାଳେ ତୁମ୍ଭେମାନେ ତାହା ତୁଲ୍ୟ ଅଭିଶପ୍ତ ହୋଇପାର। ତୁମ୍ଭେମାନେ ସେଗୁଡ଼ିକୁ ଅତିଶୟ ଘୃଣା କରିବା ଉଚିତ୍ ଓ ସେମାନେ ଅଭିଶପ୍ତ ହୁଅନ୍ତୁ ବୋଲି ବିବେଚନା କରିବ କାରଣ ସେମାନେ ବିଧ୍ୱଂସିତ ହେବାର ବସ୍ତୁ ଅଟନ୍ତି।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center