Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଦ୍ୱିତୀୟ ବିବରଣ 1-2

ମୋଶା ଇସ୍ରାଏଲ ଲୋକମାନଙ୍କୁ କହିଲେ

ମୋଶା ଇସ୍ରାଏଲର ସମସ୍ତ ଲୋକମାନଙ୍କୁ ଏହା କହିଲେ। ଯେତେବେଳେ ସୂଫ ସେପାରିସ୍ଥିତ ପାରଣ, ତୋଫଲ, ଲାବନ, ହ‌ତ୍‌ସେରତ୍ ଓ ଦୀଷାହବର ମଧ୍ୟରେ ସେମାନେ ଯର୍ଦ୍ଦନ ନଦୀର ପୂର୍ବପାରସ୍ଥିତ ପ୍ରାନ୍ତରକୁ ପାର ହେଉଥିବା ସମୟରେ ମୋଶା ଏହି ବାର୍ତ୍ତାସବୁ କହିଥିଲେ।

ସେୟୀର ପର୍ବତ ଦେଇ ହୋରେବଠାରୁ କାଦେଶ-ବର୍ଣ୍ଣେୟ ପର୍ଯ୍ୟନ୍ତ ଯାତ୍ରା ସାଧାରଣତଃ ଏଗାର ଦିନ ଲାଗେ। କିନ୍ତୁ ଏହାଥିଲା ଗ୍ଭଳିଶତମ ବର୍ଷର ଏକାଦଶ ମାସର ପ୍ରଥମ ଦିନରେ ମୋଶା ଇସ୍ରାଏଲୀୟମାନଙ୍କୁ ସଦାପ୍ରଭୁଙ୍କର ଆଜ୍ଞା ଅନୁସାରେ ସଦାପ୍ରଭୁଙ୍କର ବାକ୍ୟମାନ କହିଥିଲେ। ସଦାପ୍ରଭୁ ହି‌ଷ୍‌ବୋନ ନିବାସୀ ଇମୋରୀୟମାନଙ୍କ ରାଜା ସୀହୋନକୁ ଓ ଅଷ୍ଠାରୋତ୍ ନିବାସୀ ବାଶନର ରାଜା ଓ‌ଗ୍‌କୁ ଇଦ୍ରିୟୀରେ ପରାସ୍ତ କଲାପରେ। ଇସ୍ରାଏଲୀୟମାନେ ଯର୍ଦ୍ଦନ ନଦୀର ପୂର୍ବପାରିରେ ଥିଲେ, ଯାହାକି ମୋୟାବ ଦେଶରେ ଥିଲା ଏବଂ ମୋଶା ବ୍ୟବସ୍ଥା ବ୍ୟାଖ୍ୟା କରିବାକୁ ଆରମ୍ଭ କଲେ।

“ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ହୋରେବରେ କହିଥିଲେ। ସେ କହିଲେ, ‘ତୁମ୍ଭେମାନେ ଏହି ପର୍ବତରେ ଯଥେଷ୍ଟ ସମୟ ବାସ କରିଅଛ। ଇମୋରୀୟମାନଙ୍କ ପର୍ବତ ଦେଶକୁ ଯାଅ। ତୁମ୍ଭେ ସେହି ଦେଶର ପଡ଼ୋଶୀ ଅଞ୍ଚଳ ଗୁଡ଼ିକୁ ଯାଅ, ପର୍ବତମୟ ଦେଶ, ଯର୍ଦ୍ଦନର ଉପତ୍ୟକାକୁ ତଳଭୂମି, ମରୁଭୂମି ଏବଂ ସମୁଦ୍ର ଉପକୂଳ ସମେତ କିଣାନୀୟମାନଙ୍କ ସମସ୍ତଦେଶ ଓ ଲିବାନୋନ୍ ଦେଇ ଫରାତ୍ ନଦୀ ପର୍ଯ୍ୟନ୍ତ ଯାଅ। ଦେଖ, ଆମ୍ଭେ ତୁମ୍ଭମାନଙ୍କୁ ଏହି ଦେଶ ଦେଇଅଛୁ, ଏହାସବୁ ତୁମ୍ଭମାନଙ୍କର, ଯାଅ ଏବଂ ଏହାକୁ ଅଧିକାର କର। ଆମ୍ଭେ ତୁମ୍ଭର ପୂର୍ବପୁରୁଷ ଯଥା: ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବକୁ ଏହା ଦେବା ପାଇଁ ଶପଥ କରିଥିଲୁ, ଆମ୍ଭେ ସେମାନଙ୍କୁ ଓ ସେମାନଙ୍କର ବଂଶଧରମାନଙ୍କୁ ଏହି ଦେଶମାନ ଦେବା ପାଇଁ ଶପଥ କରିଥିଲୁ।‌’”

ମୋଶା ନେତାମାନଙ୍କୁ ବାଛିଲେ

ମୋଶା କହିଲେ, “ସେ ସମୟରେ ମୁଁ ତୁମ୍ଭମାନଙ୍କୁ କହିଲି, ‘ମୁଁ ଏକା ତୁମ୍ଭମାନଙ୍କର ଭଲ ମନ୍ଦ ବୁଝିପାରିବି ନାହିଁ। 10 ବର୍ତ୍ତମାନ ତୁମ୍ଭମାନଙ୍କର ସଂଖ୍ୟା ବେଶୀ ଏବଂ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କର ସଂଖ୍ୟା ବୃଦ୍ଧି କରିଛନ୍ତି, ତେଣୁ ତୁମ୍ଭେମାନେ ଆକାଶର ତାରାମାନଙ୍କ ତୁଲ୍ୟ ବହୁତ। 11 ତୁମ୍ଭେମାନେ ଏବେ ଯେତେ ଅଛ, ସଦାପ୍ରଭୁ ତୁମ୍ଭମାନଙ୍କର ପୂର୍ବପୁରୁଷ ପରମେଶ୍ୱର ତୁମ୍ଭମାନଙ୍କୁ ସହସ୍ରଗୁଣ କରନ୍ତୁ। ସେ ଯେପରି ତୁମ୍ଭମାନଙ୍କୁ ପ୍ରତିଜ୍ଞା କରିଅଛନ୍ତି, ସେହିପରି ଆଶୀର୍ବାଦ କରନ୍ତୁ। 12 କିନ୍ତୁ ମୁଁ ଏକାକୀ ତୁମ୍ଭମାନଙ୍କର ସମସ୍ୟା, ବିବାଦ ଓ ଭାର ବୁଝି ପାରିବି ନାହିଁ। 13 ତେଣୁ ମୁଁ କହିଲି, ‘ତୁମ୍ଭେମାନେ ତୁମ୍ଭମାନଙ୍କ ପ୍ରତ୍ୟେକ ଗୋଷ୍ଠୀରୁ ବୁଦ୍ଧିମାନ ଓ ବିଖ୍ୟାତ ଲୋକମାନଙ୍କୁ ଜଣ ଜଣକୁ ବାଛ। ମୁଁ ସେମାନଙ୍କୁ ତୁମ୍ଭମାନଙ୍କ ଉପରେ ନେତା ରୂପେ ନିଯୁକ୍ତି କରିବି। ଏହିପରି ଲୋକମାନଙ୍କୁ ମନୋନୀତ କର, ଯେଉଁମାନେ ବୁଦ୍ଧିମାନ, ବିଗ୍ଭରଶୀଳ, ଜ୍ଞାନି ଓ ଅଭିଜ୍ଞ ହୋଇଥିବେ।’

14 “ଏବଂ ତୁମ୍ଭେମାନେ କହିଥିଲ, ‘ଏହା ଆମ୍ଭମାନଙ୍କର କରିବା ଭଲ।’

15 “ତେଣୁ ମୁଁ ତୁମ୍ଭମାନଙ୍କ ଗୋଷ୍ଠୀ ସମୂହ ମଧ୍ୟରୁ ଜ୍ଞାନି ଓ ଅଭିଜ୍ଞ ଲୋକମାନଙ୍କୁ ତୁମ୍ଭମାନଙ୍କ ଉପରେ ନେତାରୂପେ ନିଯୁକ୍ତି କଲି। ଏହିରୂପେ ତୁମ୍ଭମାନଙ୍କ ଉପରେ ସହସ୍ରପତି, ଶତପତି, ପଞ୍ଚାଶତପତି, ଦଶପତିମାନଙ୍କୁ ନିଯୁକ୍ତି କଲି, ଏବଂ ପ୍ରତ୍ୟେକ ଗୋଷ୍ଠୀ ପାଇଁ ଅଧ୍ୟକ୍ଷମାନଙ୍କୁ ମଧ୍ୟ ନିଯୁକ୍ତି ଦେଲି।

16 “ସେହି ସମୟରେ, ମୁଁ ତୁମ୍ଭର ବିଗ୍ଭରପତିମାନଙ୍କୁ କହିଥିଲି, ‘ତୁମ୍ଭେ ତୁମ୍ଭର ଲୋକମାନଙ୍କର ବିବାଦ ଶୁଣ ଓ ତାହାର ଯଥାର୍ଥ ବିଗ୍ଭରକର। ଏହା ଇସ୍ରାଏଲୀୟ ଓ ଇସ୍ରାଏଲୀୟମାନଙ୍କ ମଧ୍ୟରେ ହେଉ ବା ଇସ୍ରାଏଲୀୟ ଓ ବିଦେଶୀମାନଙ୍କ ମଧ୍ୟରେ ହେଉ, ତୁମ୍ଭର ବିଗ୍ଭର ନିରପେକ୍ଷ ହେବ। 17 ତୁମ୍ଭେ ଯେତେବେଳେ ବିଗ୍ଭର କରୁଛ ସେତେବେଳେ କୌଣସି ଲୋକକୁ ପ୍ରାଧାନ୍ୟ ଦିଅ ନାହିଁ, ସମସ୍ତଙ୍କୁ ସମାନ ନ୍ୟାୟ ଦିଅ। ତୁମ୍ଭେ କାହାରିକୁ ଭୟ କର ନାହିଁ, କାରଣ ତୁମ୍ଭର ବିଗ୍ଭର ପରମେଶ୍ୱରଙ୍କଠାରୁ ଆସିଥାଏ। କିନ୍ତୁ କୌଣସି ବିଗ୍ଭର ଯଦି ତୁମ୍ଭକୁ କଷ୍ଟ ହୁଏ ବା ଜଟିଳ ହୁଏ, ତେବେ ସେ ସମସ୍ୟା ମୋ’ ପାଖକୁ ଆଣିବ, ମୁଁ ତା'ର ସମାଧାନ କରି ଦେବି।’ 18 ସେହି ସମୟରେ, ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିଥିଲି, ତୁମ୍ଭର କର୍ତ୍ତବ୍ୟ ଓ କର୍ମ ବିଷୟରେ।

ଗୁପ୍ତଗ୍ଭେରମାନେ କିଣାନ ଦେଶକୁ ଗଲେ

19 “ଏହା ପରେ ଆମ୍ଭେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱରଙ୍କର ଆଜ୍ଞା ଅନୁସାରେ ହୋରେବ ପରିତ୍ୟାଗ କଲୁ। ଏବଂ ଇମୋରୀୟମାନଙ୍କର ପର୍ବତମୟ ଦେଶକୁ ଯାତ୍ରା କଲୁ। ଆମ୍ଭେମାନେ ଯେଉଁ ବିସ୍ତୀର୍ଣ୍ଣ, ଯେଉଁ ଭୟଙ୍କର ପ୍ରାନ୍ତର ଯିବା ବାଟରେ ଦେଖିଲୁ, ତା’ ମଧ୍ୟଦେଇ ଯାଇ କାଦେଶ ବର୍ଣ୍ଣେୟରେ ପହଞ୍ଚିଲୁ। 20 ଏହା ପରେ ମୁଁ ତୁମ୍ଭମାନଙ୍କୁ କହିଲି, ‘ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭମାନଙ୍କୁ ଯେଉଁ ଇମୋରୀୟମାନଙ୍କର ପର୍ବତମୟ ଦେଶ ଦେବେ, ସେହିଠାରେ ଆମ୍ଭେମାନେ ଏବେ ଉପସ୍ଥିତ। 21 ଦେଖ, ସଦାପ୍ରଭୁ ପରମେଶ୍ୱର ତୁମ୍ଭ ଆଗରେ ସେହି ଦେଶ ଦେଇଛନ୍ତି। ଯାଅ, ତୁମ୍ଭମାନଙ୍କ ପାଇଁ ତାହା ଅଧିକାର କର। ସଦାପ୍ରଭୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ପରମେଶ୍ୱରଙ୍କ ଆଜ୍ଞାନୁସାରେ ଏପରି କରିବାକୁ କହିଥିଲେ। ତେଣୁ ତୁମ୍ଭମାନଙ୍କର ଭୟ କି ନିରାଶ ହୁଅ ନାହିଁ।’

22 “କିନ୍ତୁ ତୁମ୍ଭେମାନେ ମୋ’ ନିକଟକୁ ଆସିଲ ଏବଂ କହିଲ, ‘ଆସ ଆମ୍ଭମାନଙ୍କ ଆଗରେ ଲୋକମାନଙ୍କୁ ପଠାଇବା, କିଏ ସେହି ଦେଶକୁ ଆମ୍ଭ ପାଇଁ ଗୋପନରେ ସନ୍ଧାନ କରିବ ଏବଂ ତଥ୍ୟ ଆଣିବ ଏବଂ ଆମ୍ଭମାନଙ୍କୁ ନିର୍ଦ୍ଦେଶ ଦେବ। କେଉଁ ପଥ ଦେଇ ଆମ୍ଭମାନଙ୍କର ଯିବା ପାଇଁ ଉଚିତ୍ ଏବଂ କେଉଁ ନଗରମାନଙ୍କୁ ଆମ୍ଭମାନଙ୍କର ଯିବା ଉଚିତ୍।’

23 “ମୁଁ ଭାବିଲି ଏହା ଏକ ଉତ୍ତମ ଧାରଣା ଥିଲା। ତେଣୁ ମୁଁ ତୁମ୍ଭମାନଙ୍କର ପ୍ରତ୍ୟେକ ପରିବାରବର୍ଗକୁ ଜଣେ ଜଣେ କରି ବାର ଜଣଙ୍କୁ ବାଛିଲି। 24 ଏହା ପରେ ସେମାନେ ସେହି ପର୍ବତମୟ ଦେଶକୁ ଗଲେ ଓ ଇଷ୍କୋଲ ଉପତ୍ୟକାରେ ପହଞ୍ଚିଲେ ଏବଂ ସେହି ଦେଶରେ ଗୁପ୍ତ ଦୃଷ୍ଟି ରଖିଲେ। 25 ସେମାନେ କିଛି ଫଳଧରି ସେହି ସ୍ଥାନରୁ ଆମ୍ଭମାନଙ୍କ ନିକଟକୁ ଆସିଲେ। ସେମାନେ ସେହି ଦେଶ ବିଷୟରେ ଆମ୍ଭମାନଙ୍କୁ କହିଲେ, ‘ସଦାପ୍ରଭୁ ଆମ୍ଭର ପରମେଶ୍ୱର ଆମ୍ଭମାନଙ୍କୁ ଏକ ଉତ୍ତମ ଦେଶ ଦେଇଛନ୍ତି।’

26 “କିନ୍ତୁ ତୁମ୍ଭେ ସେ ଦେଶକୁ ଯିବାକୁ ମନା କରିଦେଲ। ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ଆଜ୍ଞା ବିରୁଦ୍ଧରେ ବିଦ୍ରୋହାଚରଣ କଲ। 27 ତୁମ୍ଭେମାନେ ଆପଣାର ତୁମ୍ଭମାନଙ୍କର ତମ୍ବୁକୁ ଯାଇ ଅଭିଯୋଗ କରି କହିଲ, ‘ସଦାପ୍ରଭୁ ଆମ୍ଭକୁ ଘୃଣା କରନ୍ତି। ତେଣୁ ସେ ଆମ୍ଭମାନଙ୍କୁ ଇମୋରୀୟମାନଙ୍କ ହସ୍ତରେ ସମର୍ପଣ କରି ବିନାଶ କରିବା ନିମନ୍ତେ, ଆମ୍ଭମାନଙ୍କୁ ଏଠାକୁ ଆଣିଛନ୍ତି। 28 ଆମ୍ଭେମାନେ ବର୍ତ୍ତମାନ କେଉଁଠାକୁ ଯିବା? ଆମ୍ଭର ଭାଇମାନେ ଆମ୍ଭମାନଙ୍କ ମନରେ ତଥ୍ୟ ପ୍ରଦାନ କରି ଭୟ ସଞ୍ଚାର କରିଛନ୍ତି। ସେମାନେ କହିଲେ, ସେଠାକାର ଲୋକମାନେ ଆମ୍ଭମାନଙ୍କଠାରୁ ବଳବାନ ଓ ଦୀର୍ଘ୍ୟକାୟ। ତାଙ୍କର ନଗରମାନ ବୃହତ ଏବଂ ତା'ର ପ୍ରାଚୀରଗୁଡ଼ିକ ଆକାଶ ସ୍ପର୍ଶ କରିଛି। ଏବଂ ଆମ୍ଭେମାନେ ସେଠାରେ ଅନାକୀୟମାନଙ୍କର ଦୀର୍ଘ୍ୟକାୟ ସନ୍ତାନମାନଙ୍କୁ ଦେଖିଲୁ।’

29 “ତେଣୁ ମୁଁ ତୁମ୍ଭମାନଙ୍କୁ କହିଲି, ‘ତ୍ରାସ କର ନାହିଁ କି ଭୟ କର ନାହିଁ। 30 ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କର ଆଗେ ଆଗେ ଗମନ କରୁଛନ୍ତି। ସେ ମିଶରରେ ଯେପରି କରିଥିଲେ, ଏହିଠାରେ ମଧ୍ୟ ସେହିପରି କରିବେ। ସଦାପ୍ରଭୁ ତୁମ୍ଭମାନଙ୍କ ସପକ୍ଷରେ ଯୁଦ୍ଧ କରିବେ। 31 ମରୁଭୂମିରେ ତୁମ୍ଭେମାନେ ଦେଖିଅଛ, ମନୁଷ୍ୟମାନେ ଆପଣା ସନ୍ତାନମାନଙ୍କୁ ବୋହିବା ପରି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଏହିଠାରେ ପହଞ୍ଚିବା ପର୍ଯ୍ୟନ୍ତ, ତୁମ୍ଭମାନଙ୍କର ଗମନର ସମସ୍ତ ପଥରେ ତୁମ୍ଭମାନଙ୍କୁ କିପରି ବୋହିଛନ୍ତି।’

32 “କିନ୍ତୁ ତଥାପି ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କଠାରେ ବିଶ୍ୱାସ କଲ ନାହିଁ। 33 ଯେତେବେଳେ ତୁମ୍ଭେମାନେ ଯାତ୍ରା କରୁଥିଲ, ସେ ତୁମ୍ଭର ଆଗେ ଆଗେ ଯାଇ ତୁମ୍ଭମାନଙ୍କର ତମ୍ବୁ ପକାଇବା ନିମନ୍ତେ, ସ୍ଥାନ ନିରୂପଣ କରୁଥିଲେ। ଏବଂ ତୁମ୍ଭମାନଙ୍କୁ ପଥ ଦେଖାଇବା ପାଇଁ ସେ ରାତ୍ରିରେ ଅଗ୍ନିଶିଖା, ଦିନରେ ମେଘସ୍ତମ୍ଭ ଦ୍ୱାରା ଗମନ କଲେ।

ଲୋକମାନଙ୍କୁ କିଣାନରେ ପ୍ରବେଶ ନିଷେଧ

34 “ସଦାପ୍ରଭୁ ତୁମ୍ଭମାନଙ୍କର କଥା ଶୁଣିଲେ, ଏବଂ କ୍ରୋଧ କଲେ। ସେ ଦୃଢ଼ ପ୍ରତିଜ୍ଞା କରି କହିଲେ। 35 ‘ମୁଁ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଉତ୍ତମ ଦେଶ ଦେବାକୁ ଶପଥ କରିଥିଲି, ଏହା ସେହି ଦେଶ। ଏହି ପିଢ଼ିର ଦୁଷ୍ଟ ଲୋକମାନେ କେବେ ସେହି ଦେଶ ଦେଖିବେ ନାହିଁ। 36 କେବଳ ଯିଫୁନ୍ନିର ପୁତ୍ର କାଲେବ୍ ସେହି ଦେଶକୁ ଦେଖିବ। ମୁଁ କାଲେ‌ବ୍‌କୁ ସେହି ଦେଶ ଦେବି, ଯେଉଁ ଦେଶ ଦେଇ ସେ ଗଲା। ତାଙ୍କର ଭବିଷ୍ୟଦ୍ ବଂଶଧରମାନେ ମଧ୍ୟ ତାହା ପାଇବେ। କାରଣ କାଲେ‌ବ୍‌ ସଦାପ୍ରଭୁଙ୍କୁ ସମ୍ପୂର୍ଣ୍ଣଭାବରେ ଅନୁସରଣ କରୁଛନ୍ତି।’

37 “ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ମୋ’ ଉପରେ କ୍ରୋଧିତ ହେଲେ। ସେ ମୋତେ କହିଲେ, ‘ମୋଶା, ତୁମ୍ଭେ ମଧ୍ୟ ସେ ସ୍ଥାନରେ ପ୍ରବେଶ କରିବ ନାହିଁ। 38 କିନ୍ତୁ ତୁମ୍ଭର ସହକର୍ମୀ ପରିଗ୍ଭରକ ନୂନର ପୁତ୍ର ଯିହୋଶୂୟ ସେ ସ୍ଥାନରେ ପ୍ରବେଶ କରିବ। ତାକୁ ସାହସ ଦିଅ। ଯେହେତୁ ସେ ଇସ୍ରାଏଲକୁ ତାଙ୍କର ଭୂମିକୁ ଅଧିକାର କରାଇବ।’

39 “ସଦାପ୍ରଭୁ କହିଲେ, ‘ତୁମ୍ଭେମାନେ କହୁଥିଲ, ତୁମ୍ଭମାନଙ୍କର ଶତ୍ରୁମାନଙ୍କ ଦ୍ୱାରା ତୁମ୍ଭର ପିଲାମାନେ ଲୁଟିତ ହେବେ। କିନ୍ତୁ ସେହି ପିଲାମାନେ ସେହି ଦେଶକୁ ଯିବେ ଏବଂ ସେମାନଙ୍କୁ ସେହି ସ୍ଥାନ ଦେବା। ତୁମ୍ଭର ଦୋଷ ପାଇଁ, ଆମ୍ଭେ ତୁମ୍ଭର ପିଲାମାନଙ୍କୁ ଦୋଷ ଦେବା ନାହିଁ। କାରଣ ସେମାନଙ୍କର ଭଲମନ୍ଦ ବିଗ୍ଭର କରିବାର ଜ୍ଞାନ ନାହିଁ। ସେମାନେ ବହୁତ ସାନ, ସେମାନେ ଠିକ୍ ଭୁଲ୍ ବୁଝିପାରୁ ନାହାନ୍ତି। ତୁମ୍ଭମାନଙ୍କର ପିଲାମାନଙ୍କୁ ସେହି ଦେଶ ସବୁ ଦେବ। 40 କିନ୍ତୁ ତୁମ୍ଭେମାନେ ସୂଫସାଗର ପଥଦେଇ ପ୍ରାନ୍ତରକୁ ଫେରିଯାଅ।’

41 “ଏହା ପରେ ତୁମ୍ଭେମାନେ କହିଲ, ‘ମୋଶା, ଆମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛୁ। କିନ୍ତୁ ଏବେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭମାନଙ୍କୁ ଯେପରି ଆଜ୍ଞା ଦେଇଛନ୍ତି, ସେହିପରି ଆମ୍ଭେ ଯୁଦ୍ଧ କରିବା।’

“ଏହା ପରେ ତୁମ୍ଭେମାନେ ନିଜ ନିଜର ଯୁଦ୍ଧଅସ୍ତ୍ର ଧରି ପର୍ବତ ଉପରକୁ ଯିବାକୁ ଅଗ୍ରସର ହେଲ। ତୁମ୍ଭେମାନେ ଭାବିଲ ଏହା ଆମ୍ଭମାନଙ୍କ ପାଇଁ ପାର୍ବତ୍ୟମୟ ଦେଶ ଅଧିକାର କରିବାକୁ ସୁବିଧା ହେବ।

42 “କିନ୍ତୁ ସଦାପ୍ରଭୁ ମୋତେ କହିଲେ, ‘ଲୋକମାନଙ୍କୁ ମନାକର, ସେଠାକୁ ଯାଇ ଯୁଦ୍ଧ କରିବା ପାଇଁ। କାରଣ ଆମ୍ଭେ ସେମାନଙ୍କ ସହିତ ଯିବୁ ନାହିଁ, ତେଣୁ ସେମାନଙ୍କର ଶତ୍ରୁମାନେ ସେମାନଙ୍କୁ ପରାସ୍ତ କରିବେ।’

43 “ମୁଁ ତୁମ୍ଭମାନଙ୍କୁ ଏହା କହିଲି, କିନ୍ତୁ ତୁମ୍ଭେମାନେ ମୋ’ କଥା ଶୁଣିଲ ନାହିଁ। ତୁମ୍ଭେମାନେ ସଦାପ୍ରଭୁଙ୍କର ଆଦେଶ ବିରୁଦ୍ଧରେ ବିଦ୍ରୋହ କଲ। ନିଜ ବଳରେ ଯୁଦ୍ଧ କରିବା ପାଇଁ ତୁମ୍ଭେମାନେ ପର୍ବତ ଉପରକୁ ଚଢ଼ିଲ। 44 କିନ୍ତୁ ଇମୋରୀୟ ଲୋକମାନେ ତୁମ୍ଭମାନଙ୍କ ସହିତ ଯୁଦ୍ଧ କରିବାକୁ ବାହାରି ପଡ଼ିଲେ ଓ ସେମାନେ ମହୁମାଛି ପରି ସେମାନଙ୍କୁ ତଡ଼ି ଦେଲେ। ସେମାନେ ତୁମ୍ଭମାନଙ୍କୁ ସେୟୀରର ହର୍ମା ପର୍ଯ୍ୟନ୍ତ ତୁମ୍ଭମାନଙ୍କୁ ପରାସ୍ତ କଲେ। 45 ଏହା ପରେ ତୁମ୍ଭେମାନେ ଆମ୍ଭ ନିକଟକୁ ଫେରି ଆସି ସାହାଯ୍ୟ ପାଇଁ କ୍ରନ୍ଦନ କଲ। କିନ୍ତୁ ସଦାପ୍ରଭୁ ସେମାନଙ୍କର କ୍ରନ୍ଦନ ଶୁଣିଲେ ନାହିଁ। 46 ତେଣୁ ତୁମ୍ଭେମାନେ କାଦେଶରେ ବହୁଦିନ ପର୍ଯ୍ୟନ୍ତ ରହିଲ।

ଇସ୍ରାଏଲ ମରୁଭୂମିରେ ଇତଃସ୍ତତ ଭ୍ରମଣ କଲେ

“ଏହା ପରେ ସଦାପ୍ରଭୁ ଯେପରି କହିଲେ, ଆମ୍ଭେମାନେ ସେହିପରି କଲୁ। ଆମ୍ଭେମାନେ ସୂଫସାଗର ମଧ୍ୟଦେଇ ମରୁଭୂମି ଆଡ଼େ ଯାତ୍ରା କଲୁ। ଆମ୍ଭେମାନେ ସେୟୀର ପର୍ବତରେ ବହୁତ ଦିନ ଧରି ଭ୍ରମଣ କଲୁ। ଏହା ପରେ ସଦାପ୍ରଭୁ ମୋତେ କହିଲେ, ‘ତୁମ୍ଭେମାନେ ଏହି ପର୍ବତର ଚତୁର୍ପାର୍ଶ୍ୱରେ ବହୁତ ଦିନ ଧରି ଭ୍ରମଣ କରିଅଛ, ତେଣୁ ଉତ୍ତର ଦିଗ ଆଡ଼କୁ ଯାଅ। ଏହିକଥା ଲୋକମାନଙ୍କୁ କହିଦିଅ। ତୁମ୍ଭମାନଙ୍କୁ ସେୟୀର ଦେଇ ଯିବାକୁ ହେବ। ସେହି ଦେଶ ତୁମ୍ଭମାନଙ୍କ ବଂଶଧର ଅର୍ଥାତ୍ ଏଷୌ ସନ୍ତାନମାନଙ୍କର ଦେଶ। ସେମାନେ ତୁମ୍ଭମାନଙ୍କୁ ଭୟ କରିବେ। ସାବଧାନ! ସେମାନଙ୍କ ସହିତ ଯୁଦ୍ଧ କର ନାହିଁ, ମୁଁ ତୁମ୍ଭମାନଙ୍କୁ ସେହି ଦେଶ ଦେବି ନାହିଁ। ଏପରିକି ସେହି ଭୂମିରୁ ପାଦେ ମଧ୍ୟ ଭୂମି ତୁମ୍ଭମାନଙ୍କୁ ଦେବି ନାହିଁ। କାରଣ ମୁଁ ସେହି ପର୍ବତମୟ ଦେଶ ସେୟୀରକୁ, ଏଷୌକୁ ଉତ୍ତରାଧିକାରୀ ସୁତ୍ରରେ ଦେଇଅଛି। ଏଷୌର ଲୋକମାନଙ୍କୁ, ତୁମ୍ଭେମାନେ ଖାଉଥିବା ଖାଦ୍ୟ ଓ ପିଉଥିବା ପାଣି ପାଇଁ ମୁଦ୍ରା ଦେବାକୁ ହେବ। ମନେରଖ, ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭ ହସ୍ତର ସମସ୍ତ କର୍ମରେ ତୁମ୍ଭକୁ ଆଶୀର୍ବାଦ କରିଛନ୍ତି। ସେ ଏହି ବିସ୍ତୀର୍ଣ୍ଣ ପ୍ରାନ୍ତରରେ ଯିବାର ସେ ମଧ୍ୟ ଜାଣନ୍ତି। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଦୀର୍ଘ ଗ୍ଭଳିଶ୍ ବର୍ଷ ଧରି ତୁମ୍ଭର ସହାୟ ହୋଇ ଆସିଛନ୍ତି। ତୁମ୍ଭର କୌଣସି ଅଭାବ ସେ କରି ନାହାନ୍ତି।’

“ତେଣୁ ଆମ୍ଭେମାନେ ଆମ୍ଭର ଭାତୃଗଣ ସେୟୀର ନିବାସୀ ଏଷୌମାନଙ୍କ ପାଖଦେଇ ଗଲୁ, ସେଠାରୁ ଏଲତ୍ ଓ ଇ‌‌ତ୍‌‌ସିୟୋନ-ଗେବର ପଦାଭୂମିରେ ପଥଠାରୁ ଯାତ୍ରା କରି ସେଠାରୁ ଆମ୍ଭେ ଫେରି ମୋୟାବ ପ୍ରାନ୍ତର ପଥଦେଇ ଯାତ୍ରା କଲୁ।

ଆରଠାରେ ଇସ୍ରାଏଲ

“ସଦାପ୍ରଭୁ ମୋତେ କହିଲେ, ‘ମୋୟାବର ଲୋକମାନଙ୍କର କ୍ଷତି କର ନାହିଁ। ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କର ନାହିଁ। ମୁଁ ସେମାନଙ୍କର କୌଣସି ଭୂମି ତୁମ୍ଭମାନଙ୍କୁ ଦେବି ନାହିଁ। ସେମାନେ ଲୋଟର ଭବିଷ୍ୟଦ୍ ବଂଶଧର। ମୁଁ ସେମାନଙ୍କୁ ଆର ନଗର ସେମାନଙ୍କର ବଂଶଧର ରୂପେ ଦେଇଅଛି।‌’”

10 ଅତୀତରେ ସେହି ସ୍ଥାନରେ ଏମୀୟ ଲୋକମାନେ ବାସ କରୁଥିଲେ। ସେମାନେ ଶକ୍ତିଶାଳୀ ଥିଲେ, ସେମାନେ ବହୁତ ସଂଖ୍ୟକ ଥିଲେ। ଏବଂ ଅନାକୀୟମାନଙ୍କ ପରି ଦୀର୍ଘକାୟ ଥିଲେ। 11 ଅନାକୀୟ ଲୋକମାନେ ରଫାୟୀୟମାନଙ୍କର ଏକ ଅଂଶ ଥିଲେ। ମାତ୍ର ମୋୟାବୀୟ ଲୋକମାନେ ସେମାନଙ୍କୁ ଏମୀୟ ବୋଲି କହିଲେ। 12 ହୋରୀୟ ଲୋକମାନେ ସେଠାରେ ପୂର୍ବେ ବାସ କରୁଥିଲେ। ମାତ୍ର ଏଷୌର ସନ୍ତାନଗଣ ସେମାନଙ୍କୁ ସେଠାରୁ ତଡ଼ି ଦେଲେ। ସେମାନଙ୍କୁ ବିନାଶ କଲେ ଓ ସେମାନଙ୍କ ସ୍ଥାନରେ ବାସ କଲେ। ଯେପରି ଇସ୍ରାଏଲ ସଦାପ୍ରଭୁଙ୍କ ଦତ୍ତ ଆପଣା ଅଧିକାର ଭୂମିରେ କଲେ।

13 “ସଦାପ୍ରଭୁ ମୋତେ କହିଲେ, ‘ସେରଦ୍ ଉପତ୍ୟକାର ସେ ପାଖକୁ ଯାଅ।’ ତେଣୁ ଆମ୍ଭେ ସେରଦ ଉପତ୍ୟକା ପାର ହେଲୁ। 14 କାଦେଶ ବର୍ଣ୍ଣେୟଠାରୁ ସେରଦ ଉପତ୍ୟକା ପାରହେବା ପର୍ଯ୍ୟନ୍ତ ଆମ୍ଭକୁ ଅଠତିରିଶ୍ ବର୍ଷ ଲାଗିଥିଲା। ଆମ୍ଭ ଛାଉଣି ମଧ୍ୟରୁ ସେହି ପୁରୁଷର ସମସ୍ତ ଯୋଦ୍ଧା ମରିଗଲେ ସେହି ସମୟ ମଧ୍ୟରେ। ଏହା ସଦାପ୍ରଭୁଙ୍କର ପ୍ରତିଜ୍ଞା ଥିଲା। 15 ସଦାପ୍ରଭୁଙ୍କର ହସ୍ତ ସେମାନଙ୍କ ବିପକ୍ଷରେ ସମସ୍ତ ଲୋକମାନଙ୍କୁ ଧ୍ୱଂସ କରିବା ପର୍ଯ୍ୟନ୍ତ ଥିଲା।

16 “ସମସ୍ତ ଯୋଦ୍ଧା ଲୋକମାନେ ଉଚ୍ଛିନ୍ନ ହୋଇଗଲା ପରେ। 17 ସଦାପ୍ରଭୁ ମୋତେ କହିଲେ, 18 ‘ତୁମ୍ଭେ ଆଜି ମୋୟାବର ସୀମା ଆର ଦେଇ ଯିବାକୁ ହେବ। 19 ତୁମ୍ଭେମାନେ ଅମ୍ମୋନ୍ ସନ୍ତାନଗଣ ନିକଟରେ ପହଞ୍ଚିବ, କିନ୍ତୁ ତୁମ୍ଭେମାନେ ସେମାନଙ୍କୁ କ୍ଳେଶ ଦେବ ନାହିଁ। ସେମାନଙ୍କ ସହିତ ଯୁଦ୍ଧ କର ନାହିଁ। କାରଣ ତୁମ୍ଭକୁ ସେ ଦେଶ ଦେବା ନାହିଁ। କାରଣ ସେମାନେ ହେଉଛନ୍ତି ଲୋଟର ବଂଶଧର। ଆମ୍ଭେ ସେମାନଙ୍କୁ ଏହିଦେଶ ଦେଇଅଛୁ।‌’”

20 ସେହି ଦେଶ ରଫାୟୀୟମାନଙ୍କ ଦେଶଭାବେ ଜଣାଶୁଣା। ଅତୀତରେ ରଫାୟୀୟମାନେ ସେଠାରେ ବାସ କରୁଥିଲେ। ଅମ୍ମୋନ ଲୋକମାନେ ସେମାନଙ୍କୁ ସ‌ମ୍‌ସୁମ୍ମୀୟ ବୋଲି କହୁଥିଲେ। 21 ସେଠାରେ ବହୁସଂଖ୍ୟକ ଶକ୍ତିଶାଳୀ ସ‌ମ୍‌ସୁମ୍ମୀୟମାନେ ବାସ କରୁଥିଲେ। ସେମାନେ ବହୁତ ଡେଙ୍ଗା ଓ ଅନାକୀୟମାନଙ୍କ ପରି ଦୀର୍ଘକାୟ ଲୋକଥିଲେ। କିନ୍ତୁ ସଦାପ୍ରଭୁ ଅମ୍ମୋନୀୟ ଲୋକମାନଙ୍କର ସହାୟ ହେଲେ ସ‌ମ୍‌ସୁମ୍ମୀୟମାନଙ୍କୁ ବିନାଶ କରିବା ପାଇଁ। ଅମ୍ମୋନୀୟ ଲୋକମାନେ ସ‌ମ୍‌ସୁମ୍ମୀୟ ଲୋକମାନଙ୍କୁ ଅଧିକାର ଚ୍ୟୁତ କରି ସେହିଠାରେ ବାସ କଲେ। ଏବଂ ସେହିଠାରେ ଏବେ ମଧ୍ୟ ବାସ କରୁଛନ୍ତି। 22 ପରମେଶ୍ୱର ସେୟୀର ନିବାସୀ ଏଷୌ ସନ୍ତାନଗଣ ନିମନ୍ତେ ଠିକ୍ ସେହିପରି କରିଥିଲେ। ଅର୍ଥାତ୍ ସେମାନଙ୍କ ସମ୍ମୁଖରୁ ହୋରୀୟମାନଙ୍କୁ ବିନଷ୍ଟ କଲେ। ତହିଁରେ ସେମାନେ ସେମାନଙ୍କୁ ଅଧିକାରଚ୍ୟୁତ କରି ଆଜି ପର୍ଯ୍ୟନ୍ତ ସେହିଠାରେ ବାସ କରୁଛନ୍ତି। 23 ପରମେଶ୍ୱର ଠିକ୍ ସେହିପରି ମଧ୍ୟ କରିଥିଲେ। କପ୍ତୋରୀୟମାନଙ୍କ ପ୍ରତି ଅବ୍ବୀୟ ଲୋକମାନେ ଘସା ନିକଟବର୍ତ୍ତୀ ସହରରେ ବାସ କରୁଥିଲେ। କିନ୍ତୁ କପ୍ତୋରୀୟ ଲୋକେ ଅବ୍ବୀୟମାନଙ୍କୁ ଧ୍ୱଂସ କଲେ। ସେହି କପ୍ତୋରୀୟ ଲୋକମାନେ ସେମାନଙ୍କଠାରୁ ଅଧିକାର ଛିନ୍ନ କରି ସେଠାରେ ଏବେ ପର୍ଯ୍ୟନ୍ତ ବାସ କରୁଛନ୍ତି।

ଇମୋରୀୟ ଲୋକମାନଙ୍କ ସହିତ ଯୁଦ୍ଧ

24 “ସଦାପ୍ରଭୁ ମୋତେ କହିଲେ, ‘ଅର୍ଣ୍ଣୋନ ଉପତ୍ୟକା ପାର ହେବା ପାଇଁ ପ୍ରସ୍ତୁତ ହୁଅ। ଆମ୍ଭେ ହି‌ଷ୍‌ବୋନର ରାଜା ଇମୋରୀୟ ସୀହୋନକୁ ଓ ତାଙ୍କ ଦେଶକୁ ତୁମ୍ଭ ହସ୍ତରେ ସମର୍ପଣ କଲୁ। ତେଣୁ ତାଙ୍କ ସହିତ ଯୁଦ୍ଧ କର ଓ ତାଙ୍କର ଦେଶ ଅଧିକାର କର। 25 ଆଜି ଆମ୍ଭେ ସବୁଆଡ଼େ ସମସ୍ତଙ୍କ ମନରେ ତୁମ୍ଭ ବିଷୟରେ ଭୟ ସୃଷ୍ଟି କରିବୁ। ସେମାନେ ଏହି ଖବର ପାଇଲା ମାତ୍ରେ ସେମାନେ ବହୁତ ଭୟ କରିବେ ଓ ଭୟରେ ଥରିବେ।’

26 “ଯେତେବେଳେ ମୁଁ କଦେମୋତ୍ ପ୍ରାନ୍ତରରୁ ହି‌ଷ୍‌ବୋନର ରାଜା ସୀହୋନ ନିକଟକୁ ଦୂତଦ୍ୱାରା ଶାନ୍ତିବାର୍ତ୍ତା ପଠାଇଲି। ସେମାନେ କହିଲେ, 27 ‘ତୁମ୍ଭ ଦେଶ ଦେଇ ଆମ୍ଭକୁ ଯିବାକୁ ଦିଅ। ଆମ୍ଭେ ବାଟେ ବାଟେ ଯିବୁ, ବାମକୁ କିଅବା ଦକ୍ଷିଣକୁ ଯିବୁ ନାହିଁ। 28 ଆମ୍ଭେ ତୁମ୍ଭ ଦେଶରେ ଯେଉଁ ଖାଦ୍ୟ ଖାଇବୁ ଓ ପାନୀୟ ପିଇବୁ, ସେଥିପାଇଁ ଆମ୍ଭେ ତୁମ୍ଭକୁ ରୂପାର ମୂଲ୍ୟ ଦେବୁ। ତୁମ୍ଭ ଦେଶ ମଧ୍ୟରେ ଆମ୍ଭେ କେବଳ ପଦାଗ୍ଭରଣ କରି ଯିବୁ। 29 ଆମ୍ଭେ ଯର୍ଦ୍ଦନ ନଦୀ ପାର ହେବା ପର୍ଯ୍ୟନ୍ତ ତୁମ୍ଭ ଦେଶ ମଧ୍ୟଦେଇ ଯିବାକୁ ଦିଅ। ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭକୁ ଯେଉଁ ଦେଶ ଦେଇଛନ୍ତି, ସେ ଦେଶକୁ ଯିବା ପାଇଁ ଆମ୍ଭକୁ ତୁମ୍ଭ ଦେଶ ଦେଇ ଯିବାକୁ ଦିଅ। ଅନ୍ୟ ଲୋକମାନେ ଓ ଆଉ ନିବାସୀ ମୋୟାବୀୟମାନେ ଯଥା ଏଷୌର ସନ୍ତାନଗଣ ଆମ୍ଭମାନଙ୍କୁ ଯେପରି ଯିବାକୁ ଦେଇଛନ୍ତି, ସେହିପରି ତୁମ୍ଭେମାନେ ଆମ୍ଭମାନଙ୍କୁ ତୁମ୍ଭ ଦେଶ ଦେଇ ଯିବାକୁ ଦିଅ।’

30 “କିନ୍ତୁ ହି‌ଷ୍‌ବୋନର ରାଜା ସୀହୋନ୍ ତାଙ୍କ ଦେଶ ମଧ୍ୟଦେଇ ଆମ୍ଭମାନଙ୍କୁ ଯିବାକୁ ଦେଲେ ନାହିଁ। ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତାଙ୍କର ହୃଦୟ କଠିନ କରାଇଲେ। ସଦାପ୍ରଭୁ ଏପରି କଲେ, ତୁମ୍ଭେମାନେ ସୀହୋନକୁ ପରାସ୍ତ କରି ପାରିବ, ଏବଂ ଆଜି ଆମ୍ଭେ ଜାଣିଲୁ ବାସ୍ତବରେ କ’ଣ ସବୁ ଘଟିଲା।

31 “ସଦାପ୍ରଭୁ ମୋତେ କହିଲେ, ‘ଆମ୍ଭେ ସୀହୋନ ଏବଂ ତାଙ୍କର ରାଜାଙ୍କୁ ସମର୍ପଣ କରିବା। ବର୍ତ୍ତମାନ ଯାଅ ସେହି ଦେଶକୁ ଅଧିକାର କର!’

32 “ଏହା ପରେ ରାଜା ସୀହୋନ ଏବଂ ତାଙ୍କର ସମସ୍ତ ଲୋକେ ଆମ୍ଭ ସହିତ ଯୁଦ୍ଧ କରିବାକୁ ଯହସ ନାମକ ସ୍ଥାନକୁ ବାହାରି ଆସିଲେ। 33 କିନ୍ତୁ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭମାନଙ୍କ ହସ୍ତରେ ସେମାନଙ୍କୁ ସମର୍ପଣ କଲେ, ଆମ୍ଭେମାନେ ରାଜା ସୀହୋନକୁ, ତାଙ୍କର ପୁତ୍ରମାନଙ୍କୁ ଏବଂ ତାଙ୍କର ସମସ୍ତ ଲୋକମାନଙ୍କୁ ପରାସ୍ତ କଲୁ। 34 ସେ ସମୟରେ ରାଜା ସୀହୋନଙ୍କର ସମସ୍ତ ସହର ଓ ସମସ୍ତ ନଗରମାନଙ୍କୁ ହସ୍ତଗତ କଲୁ ଏବଂ ନଗରବାସୀ ସ୍ତ୍ରୀ ଓ ବାଳକ ସମେତ ସମସ୍ତ ଲୋକମାନଙ୍କୁ ବଧ କଲୁ। କାହାରିକୁ ଜୀବିତ ରଖିଲୁ ନାହିଁ। 35 ଆମ୍ଭେମାନେ କେବଳ ପଶୁଗଣକୁ ଓ ଯେଉଁ ଯେଉଁ ନଗର ହସ୍ତଗତ କଲୁ ତାହାର ସବୁ ଲୁଟିତ ଦ୍ରବ୍ୟ ଆମ୍ଭେମାନେ ନିଜ ନିଜ ପାଇଁ ଗ୍ରହଣ କଲୁ। 36 ଅର୍ଣ୍ଣୋନ ଉପତ୍ୟକା ନିକଟସ୍ଥ ଆରୋୟେରଠାରୁ ଏବଂ ଉପତ୍ୟକାର ମଧ୍ୟବର୍ତ୍ତୀଠାରୁ ଗିଲିୟଦ ପର୍ଯ୍ୟନ୍ତ, ଏହି ନଗର ହିଁ ଆମ୍ଭମାନଙ୍କର ଶକ୍ତିର ଅତିରିକ୍ତ ନ ଥିଲା। ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭ ସମ୍ମୁଖରେ ସବୁ ସମର୍ପଣ କଲେ। 37 କେବଳ ଅମ୍ମୋନ-ସନ୍ତାନଗଣଙ୍କ ଦେଶ ଅର୍ଥାତ ଯବ୍ବୋକ୍ ନଦୀର ପାର୍ଶ୍ୱସ୍ଥ ପ୍ରଦେଶ ଓ ପର୍ବତମୟ ସକଳ ନଗର ପ୍ରଭୃତି ଯେଉଁ ଦେଶ ବିଷୟରେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ନିଷେଧ କରିଥିଲେ, ତହିଁ ନିକଟକୁ ତୁମ୍ଭେମାନେ ଯାଅ ନାହିଁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center