Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଗଣନା ପୁସ୍ତକ 28-30

ଦୈନିକ ନୈବେଦ୍ୟ

28 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ଇସ୍ରାଏଲର ଲୋକମାନଙ୍କୁ ଆଜ୍ଞା ଦିଅ ଓ ସେମାନଙ୍କୁ କୁହ, ସେମାନେ ମୋର ନୈବେଦ୍ୟ ମୋର ଖାଦ୍ୟ ଠିକ୍ ସମୟରେ ସୁବାସିତ ଉପହାରରୂପେ ମୋ’ ନିକଟକୁ ଆଣିବେ। ସେମାନଙ୍କୁ କୁହ, ସେମାନେ ନିମ୍ନରେ ଦର୍ଶାଯାଇଥିବା ଉପହାରଗୁଡ଼ିକ ସଦାପ୍ରଭୁଙ୍କ ନିକଟକୁ ଆଣିବେ। ନିତ୍ୟ ହୋମ ନିମନ୍ତେ ଏକ ବର୍ଷୀୟ ନିଖୁଣ ଦୁଇଟି ମେଷବତ୍ସ ଉତ୍ସର୍ଗ କରିବେ। ପ୍ରାତଃକାଳରେ ଏକ ମେଷବତ୍ସ ଉତ୍ସର୍ଗ କରିବ ଓ ସନ୍ଧ୍ୟା କାଳରେ ଏକ ମେଷବତ୍ସ ଉତ୍ସର୍ଗ କରିବ। ଶସ୍ୟ ନୈବେଦ୍ୟ ନିମନ୍ତେ ଏକ ଅର୍ଦ୍ଧହିନର ପେଷା ତୈଳମିଶ୍ରିତ ଅର୍ଦ୍ଧହିନର ସରୁ ମଇଦା ଦେବ।” ଏହା ନିତ୍ୟ ହୋମବଳି, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସୁବାସିତ ନୈବେଦ୍ୟ ସୀନୟ ପର୍ବତରେ ନିରୂପିତ ହୋଇଥିଲା। “ପୁଣି ତହିଁର ଏକ ମେଷବତ୍ସ ନିମନ୍ତେ ଏକ ହିନର ଚତୁର୍ଥାଂଶ ପେୟନୈବେଦ୍ୟ ଦେବ। ତୁମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ପେୟନୈବେଦ୍ୟରୂପେ ଦ୍ରାକ୍ଷାରସ ଢାଳିବ। ଆଉ ତୁମ୍ଭେ ଅନ୍ୟ ମେଷବତ୍ସକୁ ସନ୍ଧ୍ୟାବେଳେ ଉତ୍ସର୍ଗ କରିବ। ଯେପରି ପ୍ରାତଃକାଳରେ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ଉତ୍ସର୍ଗ କରିବ, ସେହିପରି ତୁମ୍ଭେ ସଦାପ୍ରଭୁଙ୍କୁ ଏକ ସୁବାସିତ ଉପହାର ରୂପେ ଉତ୍ସର୍ଗ କରିବ।

ବିଶ୍ରାମ ଦିନର ନୈବେଦ୍ୟ

“ଆଉ ବିଶ୍ରାମ ଦିନରେ, ଏକ ବର୍ଷୀୟ ଦୁଇଟି ନିଖୁଣ ମେଷବତ୍ସ ଓ ତୈଳମିଶ୍ରିତ ଏକ ଐଫାର ଦୁଇ ଦଶମାଂଶ ସରୁ ମଇଦାର ଶସ୍ୟ ନୈବେଦ୍ୟ ଓ ତହିଁର ପେୟନୈବେଦ୍ୟ ଉତ୍ସର୍ଗ କରିବ। 10 ଏହି ହୋମବଳି, ନିତ୍ୟ ହୋମବଳି, ପେୟନୈବେଦ୍ୟ ସହିତ ପ୍ରତି ବିଶ୍ରାମବାରରେ ଉତ୍ସର୍ଗ କରିବ।

ମାସିକ ସମାଗମ

11 “ଆଉ ପ୍ରତିମାସର ପ୍ରଥମ ଦିନରେ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ନିମନ୍ତେ ଦୁଇଟି ଷଣ୍ଢ, ଏକ ଅଣ୍ତିରା ମେଷ ଓ ଏକବର୍ଷୀୟ ସାତୋଟି ମେଷଶାବକ ବିଶେଷ ହୋମବଳି ରୂପେ ଉତ୍ସର୍ଗ କରିବ। ଏମାନେ ସମସ୍ତେ ନିଖୁଣ ହୋଇ ଥିବେ। 12 ପୁଣି ପ୍ରତ୍ୟେକ ଷଣ୍ଢ ନିମନ୍ତେ ଏକ ଐଫାର ତିନି ଦଶମାଂଶ ତୈଳମିଶ୍ରିତ ସରୁ ମଇଦାର ଭକ୍ଷ୍ୟ ନୈବେଦ୍ୟ; ଆଉ ଏକ ମେଷ ନିମନ୍ତେ ଦୁଇ ଦଶମାଂଶ ତୈଳମିଶ୍ରିତ ସରୁ ମଇଦାର ଭକ୍ଷ୍ୟ ନୈବେଦ୍ୟ; 13 ପୁଣି ପ୍ରତ୍ୟେକ ମେଷଶାବକ ନିମନ୍ତେ ଏକ ଐଫାର ଦଶମାଂଶ ତୈଳମିଶ୍ରିତ ସରୁ ମଇଦାର ଭକ୍ଷ୍ୟ ନୈବେଦ୍ୟ ଦେବ। ତହିଁରେ ସଦାପ୍ରଭୁଙ୍କୁ ତାହା ଏକ ସୁବାସିତ ଉପହାର ରୂପେ ଉତ୍ସର୍ଗ କରିବ। 14 ଆଉ ଏକ ଷଣ୍ଢ ନିମନ୍ତେ ଏକ ହିନର ଅର୍ଦ୍ଧେକ, ଏକ ମେଷ ନିମନ୍ତେ ଏକ ହିନର ତୃତୀୟାଂଶ ଓ ଏକ ମେଷବତ୍ସ ନିମନ୍ତେ ହିନର ଏକ ଚତୁର୍ଥାଂଶ ଦ୍ରାକ୍ଷାରସ ପେୟନୈବେଦ୍ୟ ହେବ; ଏହା ବର୍ଷର ପ୍ରତିମାସର ଅମାବାସ୍ୟାରେ ମାସିକ ହୋମବଳି ହେବ। 15 ହୋମବଳି ଓ ପେୟନୈବେଦ୍ୟ ଛଡ଼ା, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛେଳି ଉତ୍ସର୍ଗ କରାଯିବ।

ନିସ୍ତାରପର୍ବ

16 “ପ୍ରଥମ ମାସର ଚତୁର୍ଦ୍ଦଶ ଦିବସରେ ସଦାପ୍ରଭୁଙ୍କର ନିସ୍ତାରପର୍ବ ହେବ। 17 ପୁଣି ସେହି ମାସର ପଞ୍ଚଦଶ ଦିବସରେ ଉତ୍ସବ ହେବା ଉଚିତ୍; ଏହା ସାତ ଦିନ ଯାଏ ପାଳିତ ହେବା ଉଚିତ୍ ଓ ଏହି ସାତ ଦିନ ତୁମ୍ଭେମାନେ ତାଡ଼ିଶୂନ୍ୟ ରୋଟୀ ଭୋଜନ କରିବା ଉଚିତ୍। 18 ପ୍ରଥମ ଦିନରେ ଏକ ପବିତ୍ର ସଭା ହେବା ଉଚିତ୍। ସେଦିନ ତୁମ୍ଭେମାନେ କୌଣସି ପ୍ରକାର କାର୍ଯ୍ୟ କରିବା ଉଚିତ୍ ନୁହଁ। 19 ମାତ୍ର ସଦାପ୍ରଭୁଙ୍କୁ ଉପହାର ଓ ହୋମବଳି ରୂପେ ଦୁଇଟି ଷଣ୍ଢ ଗୋଟିଏ ଅଣ୍ତିରା ମେଷ ଓ ସାତୋଟି ଏକ ବର୍ଷିୟ ମେଷଶାବକ ଉତ୍ସର୍ଗ କରିବା ଉଚିତ୍। ଏହିସବୁ ପଶୁଗୁଡ଼ିକ ଖୁଣ ନ ଥିବ। 20-21 ଗୋଟିଏ ଗୋବତ୍ସ ପାଇଁ ଦେଢ଼ ହିନ ପ୍ରତ୍ୟେକ ଅଣ୍ତିରା ମେଷ ପାଇଁ ଏକ ହିନ ଏବଂ ପ୍ରତ୍ୟେକ ମେଷଶାବକ ପାଇଁ ଅର୍ଦ୍ଧହିନ ହିସାବରେ ତୈଳାକ୍ତ ସରୁ ମଇଦା ଶସ୍ୟ ନୈବେଦ୍ୟ ରୂପେ ଉତ୍ସର୍ଗ କରିବା ଉଚିତ୍। 22 ତୁମ୍ଭ ପାଇଁ ପ୍ରାୟଶ୍ଚିତ କରିବାକୁ ପାପାର୍ଥକ ନୈବେଦ୍ୟ ରୂପେ ଏକ ଛାଗ ଉତ୍ସର୍ଗ କରିବା ଉଚିତ୍। 23 ତୁମ୍ଭେମାନେ ପ୍ରତ୍ୟହ ପ୍ରାତଃକାଳୀନ ହୋମବଳି ଛଡ଼ା ଏ ସମସ୍ତ ଉତ୍ସର୍ଗ କରିବ।

24 “ଏହି ବିଧି ଅନୁସାରେ ତୁମ୍ଭେମାନେ ସାତ ଦିନ ଯାଏ ପ୍ରତିଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ଷ୍ୟରୂପେ ସୁବାସିତ ନୈବେଦ୍ୟ ଉପହାର ଉତ୍ସର୍ଗ କରିବା ଉଚିତ୍। ଏହା ନିତ୍ୟ ହୋମବଳି ଓ ତହିଁର ପେୟନୈବେଦ୍ୟ ଛଡ଼ା ତାହା ଉତ୍ସର୍ଗୀତ ହେବ।

25 “ତା'ପରେ ସପ୍ତମ ଦିନରେ ତୁମ୍ଭମାନଙ୍କର ପୁଣି ଏକ ପବିତ୍ର ସଭା ହେବ ଓ ସେଦିନ ତୁମ୍ଭେମାନେ କୌଣସି କାର୍ଯ୍ୟ କରିବା ଉଚିତ୍ ନୁହଁ।

ସାପ୍ତାହିକ ପର୍ବ (ପେଣ୍ଟିକଷ୍ଟ)

26 “ପୁଣି ପ୍ରଥମ ଫଳର ଦିନରେ ଅର୍ଥାତ୍ ଯେତେବେଳେ ତୁମ୍ଭେମାନେ ସାପ୍ତାହିକ ପର୍ବରେ ସଦାପ୍ରଭୁଙ୍କ ଛାମୁକୁ ନୂତନ ଭକ୍ଷ୍ୟ ନୈବେଦ୍ୟ ଆଣିବ, ସେତେବେଳେ ତୁମ୍ଭମାନଙ୍କର ପବିତ୍ର ସଭା ହେବା ଉଚିତ୍। ତୁମ୍ଭେମାନେ ସେଦିନ କୌଣସି କାର୍ଯ୍ୟ କରିବା ଉଚିତ୍ ନୁହଁ। 27 ମାତ୍ର ତୁମ୍ଭେମାନେ ସଦାପ୍ରଭୁଙ୍କୁ ସୁବାସିତ ଉପହାର ରୂପେ ଦୁଇଟି ଷଣ୍ଢ, ଗୋଟିଏ ଅଣ୍ତିରା ମେଷ ଓ ସାତୋଟି ମେଷଶାବକକୁ ହୋମବଳି ରୂପେ ଉତ୍ସର୍ଗ କରିବା ଉଚିତ୍। 28-29 ପୁଣି ଏକ ଗୋବତ୍ସ ନିମନ୍ତେ ତିନି ଦଶମାଂଶ ଓ ଏକ ମେଷ ନିମନ୍ତେ ଦୁଇ ଦଶମାଂଶ ଐଫା ତୈଳମିଶ୍ରିତ ସରୁ ମଇଦା ଭକ୍ଷ୍ୟ ନୈବେଦ୍ୟ, ପୁଣି ସାତ ମେଷବତ୍ସ ମଧ୍ୟରୁ ପ୍ରତି ମେଷବତ୍ସ ନିମନ୍ତେ ଏକ ଦଶମାଂଶ ଐଫା ତୈଳମିଶ୍ରିତ ସରୁ ମଇଦାର ଭକ୍ଷ୍ୟ ନୈବେଦ୍ୟ; 30 ଆଉ ତୁମ୍ଭମାନଙ୍କ ପ୍ରାୟଶ୍ଚିତ କରଣାର୍ଥେ ଏକ ଛାଗ ଉତ୍ସର୍ଗ କରିବ; 31 ତୁମ୍ଭେମାନେ ପ୍ରତିଦିନର ହୋମବଳି, ତହିଁର ଭକ୍ଷ୍ୟ ନୈବେଦ୍ୟ ସେମାନଙ୍କର ସମସ୍ତ ଓ ତହିଁର ପେୟନୈବେଦ୍ୟ ଉତ୍ସର୍ଗ କରିବ। ଏହି ପଶୁଗୁଡ଼ିକ ନିଖୁଣ ହେବା ଉଚିତ୍।

ତୂରୀଧ୍ୱନିର ପର୍ବ

29 “ଆଉ ସପ୍ତମ ମାସର ପ୍ରଥମ ଦିନରେ, ତୁମ୍ଭମାନଙ୍କର ଗୋଟିଏ ପବିତ୍ରସଭା ହେବା ଉଚିତ୍। ସେହି ଦିନରେ ତୁମ୍ଭେମାନେ କୌଣସି କାର୍ଯ୍ୟ କରିବା ଉଚିତ୍ ନୁହଁ। ସେହି ଦିନଟି ତୁମ୍ଭମାନଙ୍କ ପାଇଁ ତୂରୀଧ୍ୱନି କରିବାର ଦିନ। ତୁମ୍ଭେମାନେ ସଦାପ୍ରଭୁଙ୍କୁ ସୁବାସିତ ଉପହାରରୂପେ ଏକ ଅଣ୍ତିରା ମେଷ ଓ ସାତୋଟି ଏକବର୍ଷୀୟ ମେଷଶାବକ ହୋମବଳିରୂପେ ଉତ୍ସର୍ଗ କରିବା ଉଚିତ୍। ଏହି ପଶୁଗୁଡ଼ିକର କୌଣସି ଖୁଣ ନ ଥିବା ଉଚିତ୍। ଗୋଟିଏ ଷଣ୍ଢ ନିମନ୍ତେ ଦେଢ଼ ହିନ ଓ ଅଣ୍ତିରା ମେଷ ନିମନ୍ତେ ଏକ ହିନ ତୈଳମିଶ୍ରିତ ସରୁ ମଇଦା ଆଉ ଶସ୍ୟ ନୈବେଦ୍ୟରୂପେ ଉତ୍ସର୍ଗ ହେବ। ଓ ସାତୋଟି ମେଷଶାବକ ମଧ୍ୟରୁ ପ୍ରତି ମେଷଶାବକ ନିମନ୍ତେ ଅର୍ଦ୍ଧହିନ ତୈଳମିଶ୍ରିତ ସରୁମଇଦା ଉତ୍ସର୍ଗ କରିବ। ପୁଣି ତୁମ୍ଭର ପାପର ପ୍ରାୟଶ୍ଚିତ ପାଇଁ ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛାଗ ଉତ୍ସର୍ଗ କରିବା ଉଚିତ୍। ଅମାବାସ୍ୟାରେ ନିତ୍ୟ ହୋମବଳି ସହିତ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ଏ ସମସ୍ତ ଉତ୍ସର୍ଗ କରିବ। ଏହା ସଦାପ୍ରଭୁଙ୍କୁ ସୁବାସିତ ଉପହାର ହେବ।

ପ୍ରାୟଶ୍ଚିତ୍ତର ଦିନ

“ପୁଣି ସପ୍ତମ ମାସର ଦଶମ ଦିନରେ, ତୁମ୍ଭମାନଙ୍କର ଏକ ପବିତ୍ର ସଭା ହେବା ଉଚିତ୍। ସେ ଦିନରେ ତୁମ୍ଭେମାନେ ଆପଣା ଆପଣା ପ୍ରାଣକୁ ନମ୍ର କରିବା ଉଚିତ୍ ଏବଂ ସେହି ଦିନ କୌଣସି ପ୍ରକାର କାର୍ଯ୍ୟ କରିବା ଉଚିତ୍ ନୁହଁ। ମାତ୍ର ତୁମ୍ଭେମାନେ ସଦାପ୍ରଭୁଙ୍କୁ ସୁବାସିତ ଉପହାର ରୂପେ ଏକ ଷଣ୍ଢ, ଏକ ଅଣ୍ତିରା ମେଷ ଓ ଏକବର୍ଷୀୟ ସାତୋଟି ମେଷଶାବକ ଉତ୍ସର୍ଗ କରିବ। ଏହି ପଶୁଗୁଡ଼ିକର କୌଣସି ଖୁଣ ନ ଥିବ। ପୁଣି ତହିଁରେ ଶସ୍ୟ ନୈବେଦ୍ୟରୂପେ ଏକ ଷଣ୍ଢ ନିମନ୍ତେ ଦେଢ଼ ହିନ ଓ ଏକ ଅଣ୍ତିରା ମେଷ ନିମନ୍ତେ ଏକ ହିନ ତୈଳମିଶ୍ରିତ ସରୁ ମଇଦା ନେବ। 10 ଓ ସାତ ମେଷଶାବକ ମଧ୍ୟରୁ ପ୍ରତି ମେଷଶାବକ ନିମନ୍ତେ ଅର୍ଦ୍ଧହିନ ତୈଳମିଶ୍ରିତ ସରୁ ମଇଦା; 11 ପୁଣି ପାପାର୍ଥକ ବଳିରୂପେ ଏକ ଛାଗ ନୈବେଦ୍ୟ ଉତ୍ସର୍ଗ କରିବା ଉଚିତ୍। ପ୍ରାୟଶ୍ଚିତାର୍ଥକ ନୈବେଦ୍ୟ, ନିତ୍ୟ ହୋମବଳି ଓ ସେମାନଙ୍କର ନୈବେଦ୍ୟ ଓ ପେୟନୈବେଦ୍ୟ ଛଡ଼ା ଏହିସବୁ ତୁମ୍ଭେମାନେ ଉତ୍ସର୍ଗ କରିବା ଉଚିତ୍।

ପତ୍ରକୁଟୀର ପର୍ବ

12 “ଆଉ ସପ୍ତମ ମାସର ପଞ୍ଚଦଶ ଦିନରେ ତୁମ୍ଭମାନଙ୍କର ଗୋଟିଏ ପବିତ୍ର ସଭା ହେବା ଉଚିତ୍। ସେହି ଦିନ ତୁମ୍ଭେମାନେ କୌଣସି ପ୍ରକାର କାର୍ଯ୍ୟ କରିବା ଉଚିତ୍ ନୁହଁ। ପୁଣି ସାତ ଦିନ ଯାଏ ଉତ୍ସବ ପାଳନ କରିବା ଉଚିତ୍। 13 ଆଉ ତୁମ୍ଭେମାନେ ସଦାପ୍ରଭୁଙ୍କୁ ସୁବାସିତ ନୈବେଦ୍ୟ ରୂପେ ତେରଟି ଷଣ୍ଢ, ଦୁଇଟି ଅଣ୍ତିରା ମେଷ ଓ ଏକବର୍ଷୀୟ ଚଉଦଟି ମେଷଶାବକ ଉତ୍ସର୍ଗ କରିବା ଉଚିତ୍। ଏହି ପଶୁଗୁଡ଼ିକର କୌଣସି ଖୁଣ ନ ଥିବା ଉଚିତ୍। 14 ଶସ୍ୟ ନୈବେଦ୍ୟ ରୂପେ ପ୍ରତି ଷଣ୍ଢ ପାଇଁ ଦେଢ଼ ହିନ, ପ୍ରତି ଅଣ୍ତିରା ମେଷ ପାଇଁ ଏକ ହିନ, 15 ଓ ପ୍ରତି ମେଷବତ୍ସ ପାଇଁ ଅର୍ଦ୍ଧହିନ ତୈଳମିଶ୍ରିତ ସରୁ ମଇଦା; 16 ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛେଳି ଉତ୍ସର୍ଗ କରିବା ଉଚିତ୍। ଏହି ସମସ୍ତ ତୁମ୍ଭେମାନେ ନିତ୍ୟ ହୋମବଳି ସେମାନଙ୍କର ଶସ୍ୟ ଓ ପେୟନୈବେଦ୍ୟ ଉତ୍ସର୍ଗ କରିବା ଉଚିତ୍।

17 “ଆଉ ଦ୍ୱିତୀୟ ଦିନରେ, ବାରଟି ଷଣ୍ଢ, ଦୁଇଟି ଅଣ୍ତିରା ମେଷ ଓ ଏକବର୍ଷୀୟ ଚଉଦଟି ମେଷଶାବକ ଉତ୍ସର୍ଗ କରାଯିବା ଉଚିତ୍। ଏହି ପଶୁଗୁଡ଼ିକର କୌଣସି ଖୁଣ ନ ଥିବା ଉଚିତ୍। 18 ପୁଣି ଗୋବତ୍ସର, ମେଷର ଓ ମେଷ ବତ୍ସମାନଙ୍କ ସଂଖ୍ୟା ଅନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟନୈବେଦ୍ୟ, 19 ଆଉ ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛାଗ ଉତ୍ସର୍ଗ କରିବା ଉଚିତ୍। ନିତ୍ୟ ହୋମବଳି ଓ ସେମାନଙ୍କ ଅନୁରୂପ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ବ୍ୟତିତ ତୁମ୍ଭେମାନେ ଏହିସବୁ ଉତ୍ସର୍ଗ କରିବା ଉଚିତ୍।

20 “ଆଉ ଉତ୍ସବର ତୃତୀୟ ଦିନରେ ଏଗାରଟି ଷଣ୍ଢ, ଦୁଇଟି ଅଣ୍ତିରା ମେଷ ଓ ଏକବର୍ଷୀୟ ଚଉଦଟି ମେଷଶାବକ ଉତ୍ସର୍ଗ କରାଯିବା ଉଚିତ୍। ଏହି ପଶୁଗୁଡ଼ିକର କୌଣସି ଖୁଣ ନ ଥିବା ଉଚିତ୍। 21 ପୁଣି ଗୋବତ୍ସର, ମେଷର ଓ ମେଷ ବତ୍ସମାନଙ୍କର ସଂଖ୍ୟା ଅନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟନୈବେଦ୍ୟ, 22 ଆଉ ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛେଳି ଉତ୍ସର୍ଗ କରିବା ଉଚିତ୍। ଏ ସମସ୍ତ ନିତ୍ୟ ହୋମବଳି ଓ ସେମାନଙ୍କ ଅନୁରୂପ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ବ୍ୟତୀତ ସେହିସବୁ ତୁମ୍ଭେମାନେ ଉତ୍ସର୍ଗ କରିବ।

23 “ଆଉ ଚତୁର୍ଥ ଦିନରେ, ଦଶ ଗୋଟି ଷଣ୍ଢ, ଦୁଇଟି ଅଣ୍ତିରା ମେଷ ଓ ଏକବର୍ଷୀୟ ଚଉଦଟି ମେଷଶାବକ ଉତ୍ସର୍ଗ କରାଯିବା ଉଚିତ୍। ଏହି ପଶୁଗୁଡ଼ିକର କୌଣସି ଖୁଣ ନ ଥିବା ଉଚିତ୍। 24 ଓ ଗୋବତ୍ସର, ମେଷର ଓ ମେଷ ବତ୍ସମାନଙ୍କର ସଂଖ୍ୟା ଅନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟନୈବେଦ୍ୟ, 25 ପୁଣି ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛେଳି ଉତ୍ସର୍ଗ କରାଯିବା ଉଚିତ୍। ଏ ସମସ୍ତ ତୁମ୍ଭେମାନେ ନିତ୍ୟ ହୋମବଳି ଓ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ବ୍ୟତୀତ ଏହିସବୁ ଉତ୍ସର୍ଗ କରିବା ଉଚିତ୍।

26 “ଆଉ ପଞ୍ଚମ ଦିନରେ ନଅ ଗୋଟି ଷଣ୍ଢ ଦୁଇଟି ଅଣ୍ତିରା ମେଷ ଓ ଏକବର୍ଷୀୟ ଚଉଦଟି ମେଷଶାବକ ଉତ୍ସର୍ଗ କରାଯିବା ଉଚିତ୍। ଏହିସବୁ ପଶୁଗୁଡ଼ିକର କୌଣସି ଖୁଣ ନ ଥିବା ଉଚିତ୍। 27 ପୁଣି ଗୋବତ୍ସର, ମେଷର ଓ ମେଷ ବତ୍ସମାନଙ୍କର ସଂଖ୍ୟା ଅନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟନୈବେଦ୍ୟ, 28 ପୁଣି ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛେଳି ଉତ୍ସର୍ଗ କରାଯିବା ଉଚିତ୍। ଏ ସମସ୍ତ ନିତ୍ୟ ହୋମବଳି, ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ବ୍ୟତୀତ ଏହିଗୁଡ଼ିକ ତୁମ୍ଭେମାନେ ଉତ୍ସର୍ଗ କରିବା ଉଚିତ୍।

29 “ଆଉ ପର୍ବର ଷଷ୍ଠ ଦିନରେ ଆଠଟି ଷଣ୍ଢ, ଦୁଇଟି ଅଣ୍ତିରା ମେଷ ଓ ଏକବର୍ଷୀୟ ଚଉଦଟି ମେଷଶାବକ ଉତ୍ସର୍ଗ କରିବା ଉଚିତ୍। ଏହି ପଶୁଗୁଡ଼ିକର କୌଣସି ଖୁଣ ନ ଥିବା ଉଚିତ୍। 30 ଆଉ ଗୋବତ୍ସର, ମେଷର ଓ ମେଷ ବତ୍ସମାନଙ୍କର ସଂଖ୍ୟା ଅନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟନୈବେଦ୍ୟ, 31 ପୁଣି ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛେଳି ଉତ୍ସର୍ଗ କରିବା ଉଚିତ୍। ଏ ସମସ୍ତ ତୁମ୍ଭେମାନେ ନିତ୍ୟ ହୋମବଳି ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ବ୍ୟତୀତ ଏହିସବୁ ଉତ୍ସର୍ଗ କରିବା ଉଚିତ୍।

32 “ଆଉ ସପ୍ତମ ଦିନରେ ସାତୋଟି ଷଣ୍ଢ, ଦୁଇଟି ମେଷ ଓ ଏକବର୍ଷୀୟ ଚଉଦଟି ମେଷଶାବକ ଉତ୍ସର୍ଗ କରାଯିବା ଉଚିତ୍। ଏହି ପଶୁଗୁଡ଼ିକର କୌଣସି ଖୁଣ ନ ଥିବା ଉଚିତ୍। 33 ଆଉ ଗୋବତ୍ସର, ମେଷର ଓ ମେଷ ବତ୍ସମାନଙ୍କର ସଂଖ୍ୟା ଅନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟନୈବେଦ୍ୟ, 34 ପୁଣି ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛେଳି ଉତ୍ସର୍ଗ କରିବା ଉଚିତ୍। ଏ ସମସ୍ତ ତୁମ୍ଭେମାନେ ନିତ୍ୟ ହୋମବଳି ଓ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ବ୍ୟତୀତ ତୁମ୍ଭେମାନେ ଏହିସବୁ ଉତ୍ସର୍ଗ କରିବା ଉଚିତ୍।

35 “ଆଉ ଅଷ୍ଟମ ଦିନରେ, ତୁମ୍ଭମାନଙ୍କର ଏକ ପବିତ୍ର ସଭା ହେବ। ସେହି ଦିନ ତୁମ୍ଭେମାନେ କୌଣସି କାର୍ଯ୍ୟ କରିବା ଉଚିତ୍ ନୁହଁ। 36 ମାତ୍ର ସଦାପ୍ରଭୁଙ୍କୁ ହୋମବଳିରୂପେ ଏକ ଷଣ୍ଢ, ଏକ ଅଣ୍ତିରା ମେଷ ଓ ଏକବର୍ଷୀୟ ସାତୋଟି ମେଷଶାବକ ଉତ୍ସର୍ଗ କରିବା ଉଚିତ୍। ଏହି ପଶୁଗୁଡ଼ିକର କୈଣସି ଖୁଣ ନ ଥିବ। 37 ଆଉ ଗୋବତ୍ସର, ମେଷର ଓ ମେଷବତ୍ସମାନଙ୍କର ସଂଖ୍ୟା ଅନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟନୈବେଦ୍ୟ, 38 ପୁଣି ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛେଳି, ଏ ସମସ୍ତ ନିତ୍ୟ ହୋମବଳି ଓ ସେମାନଙ୍କ ଅନୁରୂପ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ଉତ୍ସର୍ଗ କରିବ।

39 “ତୁମ୍ଭେମାନେ ତୁମ୍ଭମାନଙ୍କର ପର୍ବଦିନରେ ସଦାପ୍ରଭୁଙ୍କୁ ଏହିସବୁ ବଳିଦାନ ଦିଅ। ତୁମ୍ଭମାନଙ୍କ ହୋମବଳି ତୁମ୍ଭମାନଙ୍କ ଶସ୍ୟ ନୈବେଦ୍ୟ, ତୁମ୍ଭମାନଙ୍କ ପେୟନୈବେଦ୍ୟ ଓ ତୁମ୍ଭମାନଙ୍କ ମଙ୍ଗଳାର୍ଥକ ବଳି। ତୁମ୍ଭମାନଙ୍କ ସଂଯୋଗ ବିଶେଷ ପ୍ରତିଜ୍ଞା ନୈବେଦ୍ୟ ଓ ସ୍ୱେଚ୍ଛାମୂଳକ ନୈବେଦ୍ୟ ଉତ୍ସର୍ଗ କର।”

40 ସଦାପ୍ରଭୁ ମୋଶାଙ୍କୁ ଯେଉଁସବୁ ଆଜ୍ଞା ଦେଇଥିଲେ, ମୋଶା ସେ ସମସ୍ତ ଇସ୍ରାଏଲ ଲୋକମାନଙ୍କୁ କହିଲେ।

ବିଶେଷ ପ୍ରତିଜ୍ଞା

30 ଅନନ୍ତର ମୋଶା ଇସ୍ରାଏଲ ପରିବାର ବର୍ଗଗୁଡ଼ିକରେ ପ୍ରଧାନବର୍ଗଙ୍କୁ କହିଲେ, ସଦାପ୍ରଭୁ ଏହି ଆଜ୍ଞା ଦେଇଅଛନ୍ତି।

“କୌଣସି ପୁରୁଷ ଯେବେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରତିଜ୍ଞା କରେ କିମ୍ବା ବ୍ରତଦ୍ୱାରା ଆପଣା ପ୍ରାଣକୁ ଆବଦ୍ଧ କରିବା ପାଇଁ ଶପଥ କଲେ, ତେବେ ସେ ଆପଣା ବାକ୍ୟ ଲଘଂନ କରିବ ନାହିଁ, ସେ ମୁଖନିଃସୃତ ବାକ୍ୟ ଅନୁସାରେ ସମସ୍ତ ସାଧନ କରିବ।

“ଆଉ ମଧ୍ୟ କୌଣସି ଯୁବତୀ ନିଜ ପିତୃଗୃହରେ ଥିବା ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯଦି ପ୍ରତିଜ୍ଞା କରେ ଓ ବ୍ରତଦ୍ୱାରା ନିଜକୁ ଆବଦ୍ଧ କରେ, ଯଦି ତା'ର ପିତା, ସେ ପ୍ରତିଜ୍ଞା କରିଥିବା ବିରୋଧ ନ କରେ ତେବେ, ତା'ର ସବୁ ଶପଥ ଓ ପ୍ରତିଜ୍ଞା କରିଥିବା ଏହା ପାଳନ କରାଯିବ। ଯଦି ତା'ର ପିତା, ସେ କରିଥିବା ପ୍ରତିଜ୍ଞା ଓ ଶପଥ ପାଇଁ ଆପତ୍ତି କରେ, ସେଗୁଡ଼ିକ ପାଳନ କରାଯିବ ନାହିଁ। ସଦାପ୍ରଭୁ ତାକୁ କ୍ଷମା କରି ଦେବେ, ଯେହେତୁ ତା'ର ପିତା ତାକୁ ଏହା କରିବା ପାଇଁ ମନା କଲେ।

“ସେ ଶପଥ କିମ୍ବା ଅସାଧାରଣ ପ୍ରତିଜ୍ଞା କଲାପରେ ସେ ହୁଏତ କାହାକୁ ବିବାହ କରିପାରେ। ପୁଣି ତା'ର ସ୍ୱାମୀ ତାହା ଶୁଣି କୌଣସି ଅଭିଯୋଗ ନ କରେ, ତେବେ ତା'ର ପ୍ରତିଜ୍ଞା ପାଳନ ହେବ ଓ ସେ କରିଥିବା ଶପଥ ପାଳନ କରାଯିବ। ମାତ୍ର ଯଦି ତା'ର ସ୍ୱାମୀ ଏ ବିଷୟରେ ଶୁଣେ ଓ ତାହାକୁ ତା'ର ପ୍ରତିଜ୍ଞା ତାକୁ ପାଳନ କରିବାକୁ ବାରଣ କରେ, ତେବେ କରାଯାଇଥିବା ପ୍ରତିଜ୍ଞା ବାତିଲ ହୁଏ ଓ ସଦାପ୍ରଭୁ ଏଥିପାଇଁ ତାକୁ କ୍ଷମା କରନ୍ତି।

“ମାତ୍ର ବିଧବା କି ସ୍ୱାମୀ ପରିତ୍ୟକ୍ତା ସ୍ତ୍ରୀ ମାନତ କଲେ, ସେ ଯେକୌଣସି ବିଷୟରେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି ସେ ତାହା କରିବା ଅନୁସାରେ ପୂରଣ କରିବ।

10 “କିନ୍ତୁ ଜଣେ ବିବାହିତ ସ୍ତ୍ରୀ ହୁଏତ ପ୍ରତିଜ୍ଞା କରିପାରେ କିମ୍ବା କିଛି ଶପଥରେ ନିଜକୁ ବାନ୍ଧି ପାରେ। 11 ପୁଣି ତାହାର ସ୍ୱାମୀ ତାହା ଶୁଣି ତାହା ପ୍ରତି ତୁନି ହୋଇ ରହେ ଓ ତାହାକୁ ନିଷେଧ ନ କରେ, ତେବେ ତା'ର ସମସ୍ତ ପ୍ରତିଜ୍ଞା ପାଳନ ହେବ, ପୁଣି ସେ ଯେଉଁ ବ୍ରତଦ୍ୱାରା ଆପଣା ପ୍ରାଣକୁ ଆବଦ୍ଧ କଲା, ତାହା ସବୁ ପାଳନ ହେବ। 12 ମାତ୍ର ତା'ର ସ୍ୱାମୀ ଯଦି ଶୁଣିବା ପରେ ତାକୁ ଅସ୍ୱୀକାର କରେ, ତେବେ ସେ କରିଥିବା ସମସ୍ତ ପ୍ରତିଜ୍ଞା ଓ ନେଇଥିବା ଶପଥସବୁ ବାତିଲ ହୋଇଯିବ। ତା'ର ସ୍ୱାମୀ ପ୍ରତିଜ୍ଞା ଭଙ୍ଗ କରାଇଲା। ତେଣୁ ସଦାପ୍ରଭୁ ତାକୁ କ୍ଷମା କରିବେ। 13 ତାହାର ସ୍ୱାମୀ ତାହାର ପ୍ରତ୍ୟେକ ମାନତ ଓ ପ୍ରାଣକୁ କ୍ଳେଶ ଦେବାର ପ୍ରତିଜ୍ଞାଯୁକ୍ତ ପ୍ରତ୍ୟେକ ଶପଥ ସ୍ଥିର କରିପାରେ, କିମ୍ବା ତାହା ସ୍ୱାମୀ ଭଙ୍ଗ କରିପାରେ। 14 ଯଦି ତା'ର ସ୍ୱାମୀ ଶୁଣିବା ପରଠାରୁ ନୀରବ ହୋଇ ରହେ, ତେବେ ତା'ର ପ୍ରତିଜ୍ଞାଗୁଡ଼ିକ ପାଳନ କରାଯିବ କାରଣ ତା'ର ସ୍ୱାମୀ ନୀରବ ହୋଇ ରହିଲା, ଯେତେବେଳେ ସେ ଏବିଷୟରେ ଶୁଣିଲା। 15 କିନ୍ତୁ ଯଦି ସେ ପରେ ତା'ର (ସ୍ତ୍ରୀ) ଶପଥକୁ ପ୍ରତ୍ୟାଖ୍ୟାନ କରେ (ପ୍ରଥମ ଦିନପରେ) ତାହାହାଲେ ସେ (ସ୍ୱାମୀ) ତା'ର (ସ୍ତ୍ରୀର) ଦୋଷ ବହନ କରିବ।”

16 ପୁରୁଷ ଓ ତାହାର ସ୍ତ୍ରୀ ବିଷୟରେ, ପିତା ଓ ପିତ୍ରାଳୟର ଯୁବତୀ କନ୍ୟା ବିଷୟରେ ସଦାପ୍ରଭୁ ମୋଶାଙ୍କୁ ଏହିସବୁ ଆଜ୍ଞା ଦେଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center