Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଗଣନା ପୁସ୍ତକ 21-22

କିଣାନବଂଶୀୟଙ୍କ ସହିତ ଯୁଦ୍ଧ

21 କିଣାନ ବଂଶୀୟ ରାଜା ଆରାଦ ଦକ୍ଷିଣ ପ୍ରଦେଶରେ ବାସ କରୁଥିବା ବେଳେ ଶୁଣିଲେ ଯେ ଇସ୍ରାଏଲର ଲୋକମାନେ ଅଥାରୀମର ପଥ ଦେଇ ଆସୁଛନ୍ତି। ତେଣୁ ସେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ ଓ ସେମାନଙ୍କ ମଧ୍ୟରୁ କେତେକଙ୍କୁ ବନ୍ଦୀ କଲେ। ଇସ୍ରାଏଲର ଲୋକମାନେ ସଦାପ୍ରଭୁଙ୍କଠାରେ ପ୍ରତିଜ୍ଞା କଲେ: “ଯଦି ତୁମ୍ଭେ ଏହି ଲୋକମାନଙ୍କୁ ଆମ୍ଭ ହସ୍ତରେ ସମର୍ପଣ କର, ତେବେ ଆମ୍ଭେ ସେମାନଙ୍କ ନଗରସବୁ ବିନାଶ କରିବୁ।”

ତହୁଁ ସଦାପ୍ରଭୁ ସେମାନଙ୍କ ପ୍ରାର୍ଥନା ଶୁଣିଲେ, ସେ କିଣାନୀୟମାନଙ୍କୁ ଇସ୍ରାଏଲ ହସ୍ତରେ ସମର୍ପଣ କଲେ ଓ ସେମାନଙ୍କ ସମସ୍ତ ନଗର ବର୍ଜ୍ଜନୀୟ ରୂପେ ବିନାଶ ହେଲା। ତେଣୁ ସେହି ସ୍ଥାନର ନାମ ହର୍ମା ହେଲା।

ପିତ୍ତଳ ସର୍ପ

ତା'ପରେ ସେମାନେ ଇଦୋମ ଦେଶ ପ୍ରଦକ୍ଷିଣ କରିବା ନିମନ୍ତେ ହୋର ପର୍ବତରୁ ଲୋହିତ ସାଗର ପଥ ଦେଇ ଯାତ୍ରା କଲେ। ପୁଣି ଦୀର୍ଘପଥ ଯୋଗୁଁ ସେମାନେ ଧୈର୍ଯ୍ୟହରା ହୋଇଗଲେ। ତହିଁରେ ଲୋକମାନେ ପରମେଶ୍ୱର ଓ ମୋଶାଙ୍କ ବିରୁଦ୍ଧରେ ଅଭିଯୋଗ କଲେ ଏବଂ କହିଲେ, “କାହିଁକି ତୁମ୍ଭେମାନେ ଆମ୍ଭମାନଙ୍କୁ ଏହି ମରୁଭୂମିରେ ମାରିବାକୁ ମିଶର ଦେଶରୁ ବାହାର କରି ଆଣିଲ? ଏଠାରେ ରୋଟୀ ନାହିଁ କି ଜଳ ନାହିଁ। ଆମ୍ଭେମାନେ ଏହି ଅଖାଦ୍ୟକୁ ଘୃଣା କରୁ।”

ତେଣୁ ସଦାପ୍ରଭୁ ସେମାନଙ୍କ ମଧ୍ୟକୁ ବିଷଧର ସର୍ପ ପ୍ରେରଣ କଲେ। ସେହି ସର୍ପମାନେ ଲୋକମାନଙ୍କୁ ଦଂଶନ କରିବାରୁ ଇସ୍ରାଏଲର ଅନେକ ଲୋକ ମଲେ। ଏଥିରେ ଲୋକମାନେ ମୋଶାଙ୍କ ନିକଟକୁ ଆସି ନିବେଦନ କଲେ, “ଆମ୍ଭେମାନେ ସଦାପ୍ରଭୁ ଓ ତୁମ୍ଭ ବିରୁଦ୍ଧରେ ଅଭିଯୋଗ କରି ପାପ କରିଅଛୁ। ତେଣୁ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର, ସେ ଯେପରି ଆମ୍ଭମାନଙ୍କଠାରୁ ଏହି ସର୍ପମାନଙ୍କୁ ଦୂରେଇ ନେବେ।” ତେଣୁ ମୋଶା ଲୋକମାନଙ୍କ ପାଇଁ ପ୍ରାର୍ଥନା କଲେ।

ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଗୋଟିଏ ପିତ୍ତଳ ସର୍ପ ନିର୍ମାଣ କରି ଗୋଟିଏ ସ୍ତମ୍ଭ ଉପରେ ରଖ। ସର୍ପଦ୍ୱାରା ଦଂଶିତ ହୋଇଥିବା ଲୋକମାନେ ମୃତ୍ୟୁବରଣ କରିବେ ନାହିଁ, ଯଦି ସେମାନେ ସ୍ତମ୍ଭ ଉପରେ ଥିବା ସର୍ପକୁ ଦେଖନ୍ତି।” ତେଣୁ ମୋଶା ସଦାପ୍ରଭୁଙ୍କ ଆଜ୍ଞା ପାଳନ କଲେ। ସେ ଏକ ପିତ୍ତଳର ସର୍ପ ନିର୍ମାଣ କରି ଗୋଟିଏ ଖମ୍ବ ଉପରେ ସ୍ଥାପନ କଲେ। ତେଣୁ ସର୍ପ ଦଂଶିତ ବ୍ୟକ୍ତି ସେହି ଖମ୍ବସ୍ଥିତ ପିତ୍ତଳ ସର୍ପ ପ୍ରତି ଦୃଷ୍ଟିପାତ କରି ବଞ୍ଚିଲେ।

ମୋୟାବକୁ ଯାତ୍ରା

10 ଅନନ୍ତର ଇସ୍ରାଏଲର ଲୋକମାନେ ଯାତ୍ରା କରି ଓବୋତରେ ଛାଉଣି ସ୍ଥାପନ କଲେ। 11 ତାହାପରେ ଓବୋତରୁ ଯାତ୍ରା କରି ପୂର୍ବ ଦିଗରେ ମୋୟାବର ପୂର୍ବଦିଗସ୍ଥିତ ମରୁଭୂମିରେ ଇୟୀଅବାରୀମରେ ଛାଉଣି ସ୍ଥାପନ କଲେ। 12 ପୁଣି ସେମାନେ ସେଠାରୁ ଯାତ୍ରା କରି ସେରଦ୍ ଉପତ୍ୟକାରେ ଛାଉଣି ସ୍ଥାପନ କଲେ। 13 ସେଠାରୁ ସେମାନେ ଯାତ୍ରା କରି ଇମୋରୀୟମାନଙ୍କ ସୀମାରୁ ନିର୍ଗତ ଅର୍ଣ୍ଣୋନ ନଦୀର ଅନ୍ୟ ପାର୍ଶ୍ୱ ମରୁଭୂମିରେ ଛାଉଣି ସ୍ଥାପନ କଲେ। କାରଣ ମୋୟାବର ଓ ଇମୋରୀୟମାନଙ୍କର ମଧ୍ୟବର୍ତ୍ତୀ ଅର୍ଣ୍ଣୋନ ମୋୟାବର ସୀମା ଥିଲା। 14 ଏଥିନିମନ୍ତେ ସଦାପ୍ରଭୁଙ୍କ ଯୁଦ୍ଧ ପୁସ୍ତକରେ କଥିତ ଅଛି, ଯଥା:

“ଘୂର୍ଣିବାୟୁରେ ବାହେବକୁ ଓ ଅର୍ଣ୍ଣୋନର ସକଳ ଉପତ୍ୟକା। 15 ଘାଟିର ଗଡ଼ାଣିଗୁଡ଼ିକ ଯେଉଁଗୁଡ଼ିକ ଆରର ନିବାସ ଆଡ଼େ ଯାଇଥିଲା ଏବଂ ସେଗୁଡ଼ିକ ମୋୟାବର ସୀମାରେ ଅବସ୍ଥିତ ଥିଲା।”

16 ସେଠାରୁ ସେମାନେ ବେର ନାମକ ସ୍ଥାନକୁ ଆସିଲେ। ସେହି କୂପ ବିଷୟରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଏହି ସ୍ଥାନରେ ଲୋକମାନଙ୍କୁ ଏକତ୍ର କର। ମୁଁ ସେମାନଙ୍କୁ ଜଳ ଦେବି।” 17 ସେହି ସମୟରେ ଇସ୍ରାଏଲ ଏହି ଗୀତ ଗାଇଲେ:

“ହେ କୂପଜଳ, ଉଚ୍ଛୁଳିଉଠ,
    ତହିଁ ଉଦ୍ଦେଶ୍ୟରେ ଗାନ କର।
18 ରାଜାମାନେ ଓ ଅଧିପତିମାନେ
    ସେହି କୂପ ଖୋଳିଛନ୍ତି।
କୁଳୀନମାନେ ଓ ରାଜାମାନେ ସେମାନଙ୍କର ଆଶାବାଡ଼ିରେ ଓ ରାଜଦଣ୍ଡରେ ତାହା ଖୋଳିଛନ୍ତି।
    ଏହା ମରୁଭୂମି ମଧ୍ୟରେ ଏକ ଉପହାର ଅଟେ।”

19 ଲୋକମାନେ ମତ୍ତାନରୁ ନହଲୀୟେଲକୁ ଓ ନହଲୀୟେଲଠାରୁ ବାମୋତକୁ ଯାତ୍ରା କଲେ। 20 ବାମୋତରୁ ମୋୟାବ କ୍ଷେତ୍ରସ୍ଥିତ ଉପତ୍ୟକା ଦେଇ ପି‌ସ୍‌ଗା ପର୍ବତର ଶୃଙ୍ଗକୁ ଯାତ୍ରା କଲେ। ତାହା ମରୁଭୂମି ଆଡ଼କୁ ଥିଲା।

ସୀହୋନ ଓ ଓଗ

21 ଅନନ୍ତର ଇସ୍ରାଏଲ ଇମୋରୀୟମାନଙ୍କ ରାଜା ସୀହୋନ ନିକଟକୁ କେତେକ ଦୂତଙ୍କୁ ପଠାଇଲେ, ସେମାନେ ରାଜାଙ୍କୁ କହିଲେ,

22 “ଦୟାକରି ତୁମ୍ଭ ରାଜ୍ୟ ଦେଇ ଆମ୍ଭମାନଙ୍କୁ ଯିବାକୁ ଦିଅ। ଆମ୍ଭେମାନେ ତୁମ୍ଭ ଶସ୍ୟକ୍ଷେତ୍ର କିମ୍ବା ଦ୍ରାକ୍ଷାଲତାକୁ ପ୍ରବେଶ କରିବୁ ନାହିଁ। ଆମ୍ଭେମାନେ ତୁମ୍ଭ କୂପରୁ ଜଳପାନ କରିବୁ ନାହିଁ। ଆମ୍ଭେମାନେ ତୁମ୍ଭ ଦେଶସୀମା ପାର ହେବା ପର୍ଯ୍ୟନ୍ତ କେବଳ ରାଜପଥ ଦେଇ ଗମନ କରିବୁ।”

23 ମାତ୍ର ସୀହୋନର ରାଜା ଆପଣା ଦେଶ ମଧ୍ୟଦେଇ ଇସ୍ରାଏଲକୁ ଯାତ୍ରା କରିବାକୁ ଦେଲେ ନାହିଁ। ସେ ଆପଣାର ସମସ୍ତ ଲୋକଙ୍କୁ ଏକତ୍ରିତ କରି ଇସ୍ରାଏଲ ବିରୁଦ୍ଧରେ ବାହାରିଲେ। ଯହସଠାରେ ପହଞ୍ଚି ସେ ଇସ୍ରାଏଲର ବିରୁଦ୍ଧରେ ଯୁଦ୍ଧ କଲେ।

24 ମାତ୍ର ଇସ୍ରାଏଲର ଲୋକମାନେ ରାଜାଙ୍କୁ ହତ୍ୟା କଲେ। ତା'ପରେ ସେମାନେ ଅର୍ଣ୍ଣୋନଠାରୁ ଯଦ୍ଦୋକ ପର୍ଯ୍ୟନ୍ତ ଅର୍ଥାତ୍ ଅମ୍ମୋନୀୟମାନଙ୍କର ସୀମା ପର୍ଯ୍ୟନ୍ତ ଅଗ୍ରସର ହେଲେ। ସେମାନେ ସେମାନଙ୍କର ଦେଶ ଅଧିକାର କଲେ କିନ୍ତୁ ଆଗକୁ ଯାଇ ପାରିଲେ ନାହିଁ। କାରଣ ଅମ୍ମୋନୀୟମାନେ ଶକ୍ତିଶାଳୀ ଥିଲେ। 25 ଏହିରୂପେ ଇସ୍ରାଏଲ ସେ ସମସ୍ତ ନଗର ଦଖଲ କଲେ। ଇସ୍ରାଏଲ ଇମୋରୀୟମାନଙ୍କ ସମସ୍ତ ନଗରରେ ଅର୍ଥାତ୍ ହି‌ଷ୍‌ବୋନରେ ଓ ତହିଁର ସମସ୍ତ ନଗରରେ ବାସକଲେ। 26 କାରଣ ହି‌ଷ୍‌ବୋନ ଇମୋରୀୟମାନଙ୍କ ରାଜା ସୀହୋନଙ୍କ ରାଜକୀୟ ନଗର ଥିଲା। ସେ ମୋୟାବର ପୂର୍ବ ରାଜା ବିପକ୍ଷରେ ଯୁଦ୍ଧ କଲେ ଏବଂ ଅର୍ଣ୍ଣୋନ ପର୍ଯ୍ୟନ୍ତ ଦେଶ ଅଧିକାର କଲେ। 27 ଏଥିନିମନ୍ତେ କବିମାନେ କହନ୍ତି,

“ତୁମ୍ଭେମାନେ ହି‌ଷ୍‌ବୋନକୁ ଆସ,
    ସୀହୋନ ନଗର ନିର୍ମିତ ହେଉ ଓ ଦୃଢ଼ିଭୂତ ହେଉ।
28 ହି‌ଷ୍‌ବୋନଠାରୁ ଅଗ୍ନି ନିର୍ଗତ ହୋଇଅଛି।
    ଏକ ଶିଖା ସୀହୋନ ନଗରରୁ ବାହାରିଲା।
ସେହି ଅଗ୍ନି ମୋୟାବର ଆର ନଗରକୁ ଧ୍ୱଂସ କଲା
    ଏବଂ ଅର୍ଣ୍ଣୋନର ପର୍ବତଗୁଡ଼ିକୁ ଧ୍ୱଂସ କଲା।
29 ହେ ମୋୟାବ, ତୁମ୍ଭେ ଦୁଃଖିତ ଅଟ।
    ତୁମ୍ଭେ କମୋଶର ଲୋକମାନଙ୍କୁ ହରାଇଛ।
ତା'ର ପୁତ୍ରଗଣ ପଳାୟନ କରିଛନ୍ତି,
    ତା'ର କନ୍ୟାମାନେ ଇମୋରୀୟ ଶାସକ କର୍ତ୍ତା ରାଜା ସୀହୋନ ହସ୍ତରେ ବନ୍ଦୀ ହୋଇଛନ୍ତି।
30 ସେମାନଙ୍କର ଭବିଷ୍ୟଦ୍ ବଂଶଧରଗଣ ହି‌ଷ୍‌ବୋନଠାରୁ ଦୀବୋନ ପର୍ଯ୍ୟନ୍ତ ଧ୍ୱଂସ ହୋଇଛନ୍ତି।
    ଆମ୍ଭେମାନେ ସେମାନଙ୍କୁ ଶର ନିକ୍ଷେପ କରିଅଛୁ।
    ହି‌ଷ୍‌ବୋନ୍ ଦୀବୋନ୍ ପର୍ଯ୍ୟନ୍ତ ହେଲା।
    ଆମ୍ଭେମାନେ ନୋଫହ ପର୍ଯ୍ୟନ୍ତ ଧ୍ୱଂସ କଲୁ, ଯାହା ମେଦବା ନିକଟରେ ଅଛି।”

31 ଏହିରୂପେ ଇସ୍ରାଏଲ ଇମୋରୀୟମାନଙ୍କ ଦେଶରେ ବାସ କଲେ।

32 ମୋଶା ଯାସେର ଅନୁସନ୍ଧାନ କରିବା ପାଇଁ ତାଙ୍କର ଲୋକ ପଠାଇଲେ ଏବଂ ତାଙ୍କର ଲୋକମାନେ ତହିଁର ସମସ୍ତ ଛୋଟ ନଗରଗୁଡ଼ିକୁ ଅକ୍ତିଆର କଲେ ଓ ସେଠାରେ ବାସ କରୁଥିବା ଇମୋରୀୟମାନଙ୍କୁ ତଡ଼ି ଦେଲେ।

33 ତହୁଁ ସେମାନେ ବାଶନ ଆଡ଼କୁ ଅଗ୍ରସର ହେଲେ। ବାଶନର ରାଜା ଓଗ ତାହାର ଲୋକମାନେ ସେମାନଙ୍କ ସହିତ ଇଦ୍ରିୟୀଠାରେ ଯୁଦ୍ଧ କଲେ।

34 ସଦାପ୍ରଭୁ ମୋଶାଙ୍କୁ କହିଲେ, “ସେ ରାଜାକୁ ଭୟ କର ନାହିଁ, କାରଣ ମୁଁ ତାହାକୁ, ତାହାର ସମସ୍ତ ଲୋକଙ୍କୁ ଓ ତାହାର ଦେଶକୁ ତୁମ୍ଭ ହସ୍ତରେ ସର୍ମପଣ କରିବି। ତୁମ୍ଭେ ହି‌ଷ୍‌ବୋନବାସୀ ଇମୋରୀୟ ରାଜା ସୀହୋନ ପ୍ରତି ଯେପରି କରିଥିଲ, ତାହା ପ୍ରତି ସେହିପରି କରିବ।”

35 ଏଣୁ କେହି ଅବଶିଷ୍ଟ ନ ରହିବା ପର୍ଯ୍ୟନ୍ତ ସେମାନେ ତାହାକୁ ଓ ତାହାର ପୁତ୍ରଗଣକୁ ଓ ତାହାର ସମସ୍ତ ଲୋକଙ୍କୁ ଆକ୍ରମଣ କଲେ ଏବଂ ସେମାନେ ତାହାର ରାଜ୍ୟ ଅଧିକାର କଲେ।

ବିଲିୟମ ଓ ମୋୟାବର ରାଜା

22 ତା'ପରେ ଇସ୍ରାଏଲର ଲୋକମାନେ ମୋୟାବର ଯର୍ଦ୍ଦନର ସମତଳ ଭୂମିକୁ ଯାତ୍ରା କଲେ। ସେମାନେ ଯର୍ଦ୍ଦନ ନିକଟସ୍ଥ ଯିରୀହୋଠାରେ ସେମାନଙ୍କର ଛାଉଣି ସ୍ଥାପନ କଲେ।

ଇସ୍ରାଏଲ ଇମୋରୀୟମାନଙ୍କ ପ୍ରତି ଯାହା ଯାହା କରିଥିଲେ, ତାହା ସି‌ପ୍‌ପୋରର ପୁତ୍ର ବାଲାକ୍ ଦେଖିଲେ। ଏଣୁ ସେ ମୋୟାବ ଇସ୍ରାଏଲ ଲୋକମାନଙ୍କ ସକାଶୁ ଭୀତ ହେଲେ। ସେମାନଙ୍କର ସଂଖ୍ୟା ବହୁତ ଥିଲା, ଆଉ ମୋୟାବ ଇସ୍ରାଏଲ ଲୋକମାନଙ୍କ ସକାଶୁ ଉଦବିଗ୍ନ ଥିଲେ।

ମୋୟାବ ମିଦିୟନୀୟ ପ୍ରାଚୀନଗଣକୁ କହିଲେ ଯେ, “ଏହିସବୁ ଲୋକମାନେ ଗାଈପରି ସମଗ୍ର ଇସ୍ରାଏଲ ଭୂମିରେ ଚରିଯିବେ। ଗୋରୁ ଯେପରି ପଦାରୁ ଘାସ ଗ୍ଭଟିଖାଏ, ସେହିପରି ଏହି ଜନତା ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ସବୁ ଗ୍ଭଟି ପକାଇବେ।”

ସେ ସମୟରେ ବାଲାକ୍ ମୋୟାବର ରାଜା ଥିଲେ। ସେ ସି‌ପ୍‌ପୋର ପୁତ୍ର ଥିଲେ। ତହୁଁ ସେ ବିୟୋରର ପୁତ୍ର ବିଲିୟମ ନିକଟକୁ ବାର୍ତ୍ତାବହ ପଠାଇଲେ। ସେହି ସମୟରେ ବିଲିୟମ ନିଜ ସମ୍ପର୍କୀୟମାନଙ୍କର ଦେଶର ଫରାତ୍ ନଦୀ ନିକଟସ୍ଥ ପାଥୋର ନଗରରେ ଥିଲେ। ବାଲା‌କ୍‌‌ର ବାର୍ତ୍ତା ଥିଲା,

“ମିଶରରୁ ବହୁତ ଲୋକ ଆସିଲେ। ସେମାନେ ସମଗ୍ର ଦେଶକୁ ଆଚ୍ଛନ୍ନ କରିଅଛନ୍ତି ଏବଂ ବର୍ତ୍ତମାନ ଆମ୍ଭ ନିକଟବର୍ତ୍ତୀ ହୋଇଛନ୍ତି। ଏଣୁ ଆମ୍ଭେ ତୁମ୍ଭକୁ ଆସିବାକୁ ଓ ଆମ୍ଭ ତରଫରୁ ଏହିସବୁ ଲୋକମାନଙ୍କୁ ଅଭିଶାପ ଦେବା ପାଇଁ ନିବେଦନ କରୁଅଛୁ। କାରଣ ସେମାନେ ଆମ୍ଭମାନଙ୍କଠାରୁ ବଳବାନ୍ ଅଛନ୍ତି। ତୁମ୍ଭ ସାହାଯ୍ୟ ଦ୍ୱାରା ଆମ୍ଭେ ସେମାନଙ୍କୁ ଆମ୍ଭ ରାଜ୍ୟରୁ ବାହାର କରି ପାରିବୁ। ଆମ୍ଭେ ଜାଣୁ ତୁମ୍ଭେ ଯାହାକୁ ଆଶୀର୍ବାଦ କର, ସେମାନେ ଭାଗ୍ୟବାନ୍ ଏବଂ ତୁମ୍ଭେ ଯାହାକୁ ଶାପ ଦିଅ, ସେ ଶାପଗ୍ରସ୍ତ ହୁଏ।”

ତହୁଁ ମୋୟାବର ଓ ମିଦିୟନର ପ୍ରାଚୀନବର୍ଗ ଉପହାର ନେଇ ଆସିଲେ। ସେମାନେ ବିଲିୟମ ନିକଟରେ ଉପସ୍ଥିତ ହୋଇ ବାଲାକ ଯାହା କହିଥିଲେ ତାହା କହିଲେ।

ତହୁଁ ବିଲିୟମ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଆଜି ରାତ୍ରି ଏଠାରେ ରୁହ, ଆଉ ସଦାପ୍ରଭୁ ମୋତେ ଯାହା କହିବେ ତାହା ମୁଁ ପୁନର୍ବାର ତୁମ୍ଭକୁ ଜଣାଇବି।” ତହୁଁ ମୋୟାବର ଅଧିପତିମାନେ ବିଲିୟମ ସହିତ ରାତ୍ରି ଯାପନ କଲେ।

ପରମେଶ୍ୱର ସ୍ୱପ୍ନରେ ବିଲିୟମ ନିକଟରେ ଆବିର୍ଭାବ ହେଲେ ଏବଂ ତାଙ୍କୁ ପଗ୍ଭରିଲେ, “ତୁମ୍ଭ ସହିତ ବସବାସ କରୁଥିବା ଏହି ଲୋକମାନେ କିଏ?”

10 ବିଲିୟମ ପରମେଶ୍ୱରଙ୍କୁ କହିଲା, “ମୋୟାବର ରାଜା ସି‌ପ୍‌ପୋରର ପୁତ୍ର ବାଲାକ୍ ମୋ’ ନିକଟକୁ ଏକ ବାର୍ତ୍ତା ପଠାଇଅଛନ୍ତି। 11 ଦେଖ, ଏହି ଲୋକମାନେ ମିଶରରୁ ଆସିଛନ୍ତି। ସେମାନଙ୍କର ସଂଖ୍ୟା ଏତେ ଅଧିକ ଯେ ସେମାନେ ସମଗ୍ର ଦେଶକୁ ଆଚ୍ଛାଦିତ କରିଛନ୍ତି। ଆସ ଏବଂ ମୋ’ ତରଫରୁ ସେମାନଙ୍କୁ ଅଭିଶାପ ଦିଅ। ତାହାହେଲେ ଆମ୍ଭେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ସମର୍ଥ ହେବୁ ଓ ସେମାନଙ୍କୁ ତଡ଼ି ଦେଇ ପାରିବୁ।”

12 କିନ୍ତୁ ପରମେଶ୍ୱର ବିଲିୟମକୁ କହିଲେ, “ତୁମ୍ଭେ ସେମାନଙ୍କ ସହିତ ଯିବା ଉଚିତ୍ ନୁହଁ, ତୁମ୍ଭେ ସେହି ଲୋକମାନଙ୍କୁ ଅଭିଶାପ ଦେବା ଉଚିତ୍ ନୁହଁ। କାରଣ ଇସ୍ରାଏଲ ମୋର ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୋଇଅଛି।”

13 ଏଥିରେ ବିଲିୟମ ପ୍ରାତଃକାଳରେ ଉଠି ବାଲାକଙ୍କ ଅଧିପତିମାନଙ୍କୁ କହିଲେ, “ତୁମ୍ଭେମାନେ ଆପଣା ଦେଶକୁ ଗ୍ଭଲିଯାଅ, କାରଣ ସଦାପ୍ରଭୁ ମୋତେ ତୁମ୍ଭମାନଙ୍କ ସହିତ ଯିବାକୁ ଅନୁମତି ଦେଲେ ନାହିଁ।”

14 ତେଣୁ ମୋୟାବର ଅଧିପତିମାନେ ବାଲାକଙ୍କ ନିକଟକୁ ଯାଇ କହିଲେ, “ବିଲିୟମ ଆମ୍ଭମାନଙ୍କ ସହିତ ଆସିବାକୁ ନାସ୍ତି କଲେ।”

15 ଏହା ପରେ ବାଲାକ୍ ପୂର୍ବାପେକ୍ଷା ଅଧିକ ସଂଖ୍ୟକ ଓ ଅଧିକ ସମ୍ଭ୍ରାନ୍ତ ଅଧିପତିମାନଙ୍କୁ ପୁନର୍ବାର ବିଲିୟମ ନିକଟକୁ ପଠାଇଲେ। 16 ସେମାନେ ବିଲିୟମ ନିକଟକୁ ଯାଇ କହିଲେ, “ସି‌ପ୍‌ପୋରର ପୁତ୍ର ବାଲାକ୍ ଏହି କଥା କହନ୍ତି, ଆମ୍ଭେ ବିନୟ କରୁଅଛୁ, ଆମ୍ଭ ନିକଟକୁ ଆସିବାକୁ ତୁମ୍ଭେ ବାରଣ କରିବ ନାହିଁ। 17 ତୁମ୍ଭେ ଯଦି ମୋତେ ସାହାଯ୍ୟ କର, ମୁଁ ତୁମ୍ଭକୁ ବହୁତ ଭଲ ଭାବରେ ପୁରସ୍କାର ଦେବି। ତୁମ୍ଭେ ମୋତେ ଯାହା କହିବ ତାହା ମୁଁ କରିବି, ଏଣୁ ପ୍ରାର୍ଥନା କରି ମୁଁ ବିନୟ କରୁଅଛି, ମୋ’ ନିମନ୍ତେ ଏହି ଲୋକମାନଙ୍କୁ ଅଭିଶାପ ଦିଅ।”

18 ଏଥିରେ ବିଲିୟମ ବାଲା‌କ୍‌‌ର ଦାସମାନଙ୍କୁ କହିଲେ, “ଯଦି ବାଲାକ୍ ସୁନା, ରୂପାରେ ପରିପୂର୍ଣ୍ଣ ନିଜର ଗୃହକୁ ମୋତେ ଦେଇ ଦିଅନ୍ତି, ତଥାପି ମୁଁ ସଦାପ୍ରଭୁ ମୋର ପରମେଶ୍ୱରଙ୍କ ଆଜ୍ଞା ବାହାରକୁ ଯାଇ ପାରିବି ନାହିଁ। 19 ମାତ୍ର ମୁଁ ତୁମ୍ଭମାନଙ୍କୁ ବିନୟ କରୁଛି, ତୁମ୍ଭେମାନେ ପୂର୍ବ ଲୋକମାନଙ୍କ ପରି ଆଜି ରାତ୍ରି ଏଠାରେ ରୁହ। ସଦାପ୍ରଭୁ ମୋତେ ଆଉ ଯାହା କହିବେ ତାହା ମୁଁ ଜାଣିବି।”

20 ସେହି ରାତ୍ରିରେ ପରମେଶ୍ୱର ବିଲିୟମ ନିକଟକୁ ଆସିଲେ ଏବଂ କହିଲେ, “ଯଦି ଏହି ଲୋକମାନେ ତୁମ୍ଭକୁ ସେମାନଙ୍କ ସଙ୍ଗରେ ଯିବାକୁ ଅନୁରୋଧ କରୁଛନ୍ତି, ତୁମ୍ଭେ ଯାଇପାର, କିନ୍ତୁ ମୁଁ ତୁମ୍ଭକୁ ଯାହା କହିଅଛି, ତୁମ୍ଭେ ତାହା ହିଁ କରିବା ଉଚିତ୍।”

ବିଲିୟମ ଓ ତାଙ୍କର ଗଧ

21 ତା’ ପରଦିନ, ବିଲିୟମ ନିଜର ଗଧ ଉପରେ ଆରୋହଣ କରି ମୋୟାବର ଅଧିପତିମାନଙ୍କ ସହିତ ଗମନ କଲେ। 22 ସେତେବେଳେ ବିଲିୟମ ଆପଣା ଦୁଇ ଦାସଙ୍କ ସହିତ ଗଧ ଉପରେ ଚଢ଼ି ଯାଉଥିଲେ। ପରମେଶ୍ୱରଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା। ଆଉ ସଦାପ୍ରଭୁଙ୍କ ଦୂତ ତାହାର ଶତ୍ରୁରୂପେ ପଥ ମଧ୍ୟରେ ଠିଆ ହୋଇ ରହିଲେ।

23 ଏଥିରେ ବିଲିୟମଙ୍କର ଗଧ ସଦାପ୍ରଭୁଙ୍କ ଖ‌ଡ଼୍‌ଗଧାରୀ ଦୂତକୁ ଦେଖିଲା। ତହୁଁ ସେ ବାଟ ଛାଡ଼ି ବିଲ ଆଡ଼କୁ ଗଲା। ତେଣୁ ବିଲିୟମ ରାଗିଯାଇ ଗଧକୁ ବାଟକୁ ଆଣିବା ପାଇଁ ପ୍ରହାର କଲା।

24 ପରେ ସଦାପ୍ରଭୁଙ୍କ ଦୂତ ଦୁଇ ଦ୍ରାକ୍ଷାକ୍ଷେତ୍ରର ଦୁଇ ପ୍ରାଚୀର ମଧ୍ୟରେ ଥିବା ଗଳି ପଥରେ ଠିଆ ହେଲେ। 25 ସେତେବେଳେ ଗଧ ସଦାପ୍ରଭୁଙ୍କ ଦୂତକୁ ଦେଖି କାନ୍ଥ ଆଡ଼କୁ ଠେଲି ହୋଇଯିବାରୁ ବିଲିୟମର ଗୋଡ଼ କାନ୍ଥରେ ଘସି ହୋଇଗଲା। ତେଣୁ ସେ ପୁନର୍ବାର ଗଧକୁ ଗ୍ଭବୁକ ମାରିଲେ।

26 ଏହା ପରେ ସଦାପ୍ରଭୁଙ୍କ ଦୂତ ଆହୁରି ଆଗକୁ ଯାଇ ଏକ ସଂକୀର୍ଣ୍ଣ ସ୍ଥାନରେ ଠିଆ ହେଲେ, ସେଠାରେ ଗଧକୁ ବାମ କିମ୍ବା ଡାହାଣକୁ ଫେରିବାର ସ୍ଥାନ ନ ଥିଲା। 27 ସେତେବେଳେ ଗଧ ସଦାପ୍ରଭୁଙ୍କ ଦୂତକୁ ଦେଖି ବିଲିୟମକୁ ପିଠିରେ ଧରି ତଳେ ଶୋଇ ପଡ଼ିଲା। ଏଥିରେ ବିଲିୟମର କ୍ରୋଧ ପ୍ରଜ୍ୱଳିତ ହେଲା ଓ ଗଧକୁ ଆପଣା ଆଶାବାଡ଼ିରେ ପ୍ରହାର କଲେ।

28 ତହୁଁ ସଦାପ୍ରଭୁ ଗଧ ମୁଖରେ ଭାଷା ଦେଲେ, ତେଣୁ ସେ ବିଲିୟମକୁ କହିଲା, “ମୁଁ ତୁମ୍ଭର କ’ଣ କଲି? କାହିଁକି ତୁମ୍ଭେ ରାଗି ମୋତେ ତିନିଥର ପ୍ରହାର କଲ?”

29 ତହୁଁ ବିଲିୟମ ଗଧକୁ କହିଲା, “କାରଣ ତୁମ୍ଭେ ମୋତେ ଦେଖିବାକୁ ନିର୍ବୋଧପରି କଲ। ଯଦି ମୋ’ ହାତରେ ଖଣ୍ତା ଥା’ନ୍ତା, ମୁଁ ତୋତେ ବର୍ତ୍ତମାନ ହତ୍ୟା କରିଥା’ନ୍ତି।”

30 ପୁଣି ଗଧ ବିଲିୟମକୁ କହିଲା, “ତୁମ୍ଭେ ଜନ୍ମାବଧି ଆଜି ପର୍ଯ୍ୟନ୍ତ ଯେଉଁ ଗଧ ଉପରେ ଚଢ଼ି ଆସିଅଛ, ମୁଁ କ’ଣ ତୁମ୍ଭର ସେହି ଗଧ ନୁହେଁ? ମୁଁ କ’ଣ ଅତୀତରେ ତୁମ୍ଭ ପ୍ରତି କେବେ ଏପରି ବ୍ୟବହାର କରିଥିଲି?”

ତହୁଁ ସେ କହିଲା, “ନା।”

31 ଏଥିରେ ସଦାପ୍ରଭୁ ବିଲିୟମର ଚକ୍ଷୁ ଖୋଲି ଦେଲେ ଏବଂ ସେ ସଦାପ୍ରଭୁଙ୍କ ଦୂତକୁ ପଥ ମଧ୍ୟରେ ଖ‌ଡ଼୍‌ଗ ଧାରଣ କରି ଛିଡ଼ା ହୋଇଥିବା ଦେଖିଲା। ତହିଁରେ ସେ ହତାଶ ହୋଇ ଭୂମିରେ ପଡ଼ି ଗଲା।

32 ସେତେବେଳେ ସଦାପ୍ରଭୁଙ୍କ ଦୂତ ତାକୁ କହିଲେ, “ତୁମ୍ଭେ ତିନିଥର ଏହି ଗଧକୁ କାହିଁକି ପ୍ରହାର କଲ? ଦେଖ, ମୁଁ ତୁମ୍ଭର ଶତ୍ରୁରୂପେ ଆସିଅଛି, ଯେହେତୁ ତୁମ୍ଭର ଯାତ୍ରା ଭୁଲ୍ ଅଟେ। 33 ତୁମ୍ଭର ଗଧ ମୋତେ ଦେଖି ତିନିଥର ମୋ’ ସମ୍ମୁଖରୁ ଗ୍ଭଲିଗଲା। ସେ ଯେବେ ମୋ’ ସମ୍ମୁଖରୁ ଫେରି ଯାଇ ନ ଥା’ନ୍ତା, ତେବେ ନିଶ୍ଚୟ ମୁଁ ଗଧକୁ ଜୀବିତ ରଖି ତୁମ୍ଭଙ୍କୁ ବଧ କରିଥା’ନ୍ତି।”

34 ତହୁଁ ବିଲିୟମ ସଦାପ୍ରଭୁଙ୍କ ଦୂତକୁ କହିଲା, “ମୁଁ ପାପ କରିଅଛି, କାରଣ ତୁମ୍ଭେ ମୋ’ ବିପକ୍ଷରେ ପଥରେ ଠିଆ ହୋଇଅଛ। ଏହା ମୁଁ ଜାଣି ନ ଥିଲି। ମୋ’ ଯାତ୍ରା ଯଦି ତୁମ୍ଭ ଦୃଷ୍ଟିରେ ମନ୍ଦ ହୁଏ, ତେବେ ମୁଁ ଗୃହକୁ ଫେରିଯିବି।”

35 ତା'ପରେ ସଦାପ୍ରଭୁଙ୍କ ଦୂତ ବିଲିୟମକୁ କହିଲେ, “ସେହି ଲୋକମାନଙ୍କ ସଙ୍ଗେ ଯାଅ। ମାତ୍ର ଆମ୍ଭେ ତୁମ୍ଭକୁ ଯେଉଁ କଥା କହିବା କେବଳ ତାହା ତୁମ୍ଭେ କହିବ।” ତହୁଁ ବିଲିୟମ ବାଲାକଙ୍କ ଅଧିପତିମାନଙ୍କ ସହିତ ଗମନ କଲା।

36 ବାଲାକ୍ ଶୁଣିଲା ଯେ, ବିଲିୟମ ଆସୁଅଛି, ତେଣୁ ସେ (ବାଲାକ୍) ମୋୟାବ ନଗରକୁ ବିଲିୟମକୁ ସାକ୍ଷାତ କରିବା ପାଇଁ ଗଲେ। ଅର୍ଣ୍ଣୋନ ନଦୀ ନିକଟସ୍ଥ ଦେଶର ଉପାନ୍ତରେ ସେହି ନଗର ଥିଲା। 37 ବାଲାକ୍ ବିଲିୟମକୁ କହିଲେ, “ମୁଁ ତୁମ୍ଭକୁ ମୋର କୁଳିନମାନଙ୍କ ମାଧ୍ୟମରେ ନିମନ୍ତ୍ରଣ କଲି। କିନ୍ତୁ ତୁମ୍ଭେ ଆସିଲ ନାହିଁ। ମୁଁ କ’ଣ ତୁମ୍ଭକୁ ପୁରସ୍କାର ଦେବାକୁ ସମର୍ଥ ନୁହେଁ କି?”

38 ତହୁଁ ବିଲିୟମ ବାଲାକଙ୍କୁ କହିଲା, “ମୁଁ ତୁମ୍ଭ ନିକଟକୁ ଆସିଛି, ମାତ୍ର ପରମେଶ୍ୱର, ମୋ’ ମୁଖରେ ଯେଉଁ ବାକ୍ୟ ଦେବେ ତାହା ହିଁ ମୁଁ କହିବି।”

39 ଏହା ପରେ ବିଲିୟମ ବାଲାକ୍ ସହିତ ଗମନ କରି କିରିୟତ ହୁଷୋତରେ ଉପସ୍ଥିତ ହେଲା। 40 ତହୁଁ ବାଲାକ୍ କିଛି ଗାଈ ଓ ମେଷ ବଳିଦାନ କରି ବିଲିୟମ ତାହାର (ବାଲାକ୍) ସଙ୍ଗୀ ଅଧିପତିମାନଙ୍କୁ ମାଂସ ଦେଲେ।

41 ତା’ ପରଦିନ ବାଲାକ୍ ବିଲିୟମକୁ ନେଇ ବାମୋତ ବାଲକୁ ଗଲା। ଆଉ ସେହିଠାରୁ ସେ ଲୋକମାନଙ୍କର ଏକତ୍ରିତ ସମାବେଶ ଦେଖିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center