Beginning
ଲୋକମାନେ ପୁନର୍ବାର ଅଭିଯୋଗ କରନ୍ତି
14 ସମସ୍ତ ମଣ୍ତଳୀ ସେହି ରାତ୍ରିରେ ଛାଉଣିରେ ଉଚ୍ଚସ୍ୱରରେ ରୋଦନ କଲେ। 2 ପୁଣି ଇସ୍ରାଏଲ ଲୋକମାନେ ସମସ୍ତେ ମୋଶା ଓ ହାରୋଣଙ୍କ ବିରୁଦ୍ଧରେ ଅଭିଯୋଗ କଲେ, ଆଉ ସମସ୍ତ ମଣ୍ତଳୀ ସେମାନଙ୍କ ଆଗରେ ଅଭିଯୋଗ କଲେ, “ଯଦି ଆମ୍ଭେମାନେ ସେହି ମିଶର ଦେଶରେ କିମ୍ବା ମରୁଭୂମିରେ ମରିଯାଇଥା’ନ୍ତୁ, ତେବେ ଭଲ ହୋଇଥା’ନ୍ତା। 3 ସଦାପ୍ରଭୁ ଆମ୍ଭମାନଙ୍କୁ ଖଡ଼୍ଗରେ ନିପାତ କରିବାକୁ କାହିଁକି ଏ ଦେଶକୁ ଆଣିଲେ? ଆମ୍ଭମାନଙ୍କ ସ୍ତ୍ରୀ ଓ ବାଳକମାନେ ବନ୍ଦୀରୂପେ ନିଆଯିବେ। ମିଶରକୁ ଫେରି ଯିବାଟା ଆମ୍ଭମାନଙ୍କ ପକ୍ଷରେ ଭଲ ହୁଅନ୍ତା।”
4 ସେମାନେ ପରପ୍ପର ମଧ୍ୟରେ କଥା ହେଲେ, “ଆସ, ଆମ୍ଭେମାନେ ଜଣକୁ ପ୍ରାଧାନ କରି ମିଶରକୁ ଫେରିଯିବା।”
5 ତହିଁରେ ମୋଶା ଓ ହାରୋଣ ଏତେ ବ୍ୟତିବ୍ୟସ୍ତ ହୋଇଗଲେ ଯେ, ସେମାନେ ଇସ୍ରାଏଲର ଲୋକମାନଙ୍କ ଆଗରେ ମୁହଁ ମାଡ଼ି ଭୂମିରେ ପଡ଼ିଗଲେ। 6 ତହୁଁ ଦେଶ ଅନୁସନ୍ଧାନକାରୀ ଲୋକମାନଙ୍କ ମଧ୍ୟରୁ ନୂନର ପୁତ୍ର ଯିହୋଶୂୟ ଓ ଯିଫୁନ୍ନିର ପୁତ୍ର କାଲେବ୍ ନିଜ ନିଜ ବସ୍ତ୍ର ଚିରିଲେ। 7 ଆଉ ଏହି ଦୁଇଲୋକ ଇସ୍ରାଏଲ ଲୋକମାନଙ୍କର ସମସ୍ତ ମଣ୍ତଳୀକି କହିଲେ, “ଆମ୍ଭେମାନେ ଯେଉଁ ଦେଶ ଅନୁସନ୍ଧାନ କରିବାକୁ ଯାଇଥିଲୁ, ତାହା ଅତ୍ୟନ୍ତ ଉତ୍ତମ ଦେଶ। 8 ଯେବେ ସଦାପ୍ରଭୁ ଆମ୍ଭମାନଙ୍କଠାରେ ସନ୍ତୁଷ୍ଟ ହୁଅନ୍ତି ତେବେ ସେ ଆମ୍ଭମାନଙ୍କୁ ସେହି ଦେଶକୁ ଆଣିବେ ଓ ତାହା ଆମ୍ଭମାନଙ୍କୁ ଦେବେ, ସେହି ଦେଶ ଦୁଗ୍ଧମଧୁପ୍ରବାହୀ ଅଟେ। 9 ତେଣୁ ସଦାପ୍ରଭୁଙ୍କ ବିରୁଦ୍ଧରେ ଯାଅ ନାହିଁ, ଆଉ ସେହି ଦେଶର ଲୋକମାନଙ୍କୁ ଭୟ କର ନାହିଁ। ସେମାନେ ଆମ୍ଭମାନଙ୍କର ଖାଦ୍ୟ ସ୍ୱରୂପ। ସେମାନଙ୍କର ଆଶ୍ରୟ ସେମାନଙ୍କ ଉପରୁ ଘୁଞ୍ଚାଗଲାଣି। ପୁଣି ସଦାପ୍ରଭୁ ଆମ୍ଭମାନଙ୍କ ସଙ୍ଗରେ ଅଛନ୍ତି, ଭୟ କର ନାହିଁ।”
10 ମାତ୍ର ସମସ୍ତ ମଣ୍ତଳୀ ସେମାନଙ୍କୁ ପଥର ମାରି ହତ୍ୟା କରିବାକୁ କହିଲେ। ସେତେବେଳେ ସଦାପ୍ରଭୁଙ୍କର ମହିମା ସମାଗମ-ତମ୍ବୁରେ ଇସ୍ରାଏଲର ସମସ୍ତ ଲୋକମାନଙ୍କ ପ୍ରତି ପ୍ରକାଶିତ ହେଲା। 11 ସଦାପ୍ରଭୁ ମୋଶାଙ୍କୁ କହିଲେ, “ଏହି ଲୋକମାନେ କେତେକାଳ ମୋତେ ପ୍ରତ୍ୟାଖ୍ୟାନ କରିବେ? ଆଉ ସେମାନଙ୍କ ମଧ୍ୟରେ କରିଥିବା ଆଶ୍ଚର୍ଯ୍ୟ କାର୍ଯ୍ୟ ସତ୍ତ୍ୱେ, କେତେ ଦିନ ସେମାନେ ମୋତେ ଅବିଶ୍ୱାସ କରିବେ? 12 ମୁଁ ମହାମାରୀଦ୍ୱାରା ସେମାନଙ୍କୁ ସଂହାର କରିବି ଓ ସେମାନଙ୍କର ଅଧିକାର ଛଡ଼େଇ ନେବି। ପୁଣି ସେମାନଙ୍କଠାରୁ ତୁମ୍ଭକୁ ବଡ଼ ଓ ବଳବାନ ଜାତି କରିବି।”
13 ତା'ପରେ ମୋଶା ସଦାପ୍ରଭୁଙ୍କୁ କହିଲେ, “ତେବେ ମିଶରୀୟ ଲୋକମାନେ ତ ଏହା ଶୁଣିବେ, କାରଣ ତୁମ୍ଭେ ଆପଣା ପରାକ୍ରମ ଦ୍ୱାରା ସେମାନଙ୍କ ମଧ୍ୟରୁ ଏହି ଲୋକମାନଙ୍କୁ ଆଣିଅଛ। 14 ପୁଣି ସେମାନେ ଏ ଦେଶ ନିବାସୀମାନଙ୍କୁ ତାହା କହିବେ, ସେମାନେ ଶୁଣିଛନ୍ତି ଯେ, ତୁମ୍ଭେ ସଦାପ୍ରଭୁ ଏହି ଲୋକମାନଙ୍କ ମଧ୍ୟରେ ଅଛନ୍ତି, କାରଣ ତୁମ୍ଭେ ସେମାନଙ୍କୁ ପ୍ରତ୍ୟକ୍ଷ ଦର୍ଶନ ଦେଉଅଛ ଓ ତୁମ୍ଭ ମେଘ ସେମାନଙ୍କ ଉପରେ ଅବସ୍ଥାନ କରୁଅଛି। ତୁମ୍ଭେ ଦିନ ବେଳେ ମେଘସ୍ତମ୍ଭରେ ଓ ରାତ୍ରି ବେଳେ ଅଗ୍ନି ସ୍ତମ୍ଭରେ ସେମାନଙ୍କ ଆଗେ ଆଗେ ଗମନ କରୁଅଛ। 15 ଯଦି ତୁମ୍ଭେ ଏହି ଲୋକମାନଙ୍କୁ ଏକାଥରେ ବଧ କରିବ, ତେବେ ଯେଉଁ ଅନ୍ୟ ଦେଶୀୟ ଲୋକମାନେ ତୁମ୍ଭ ଶକ୍ତିର କଥା ଶୁଣିଛନ୍ତି, ସେମାନେ କହିବେ, 16 ‘ସଦାପ୍ରଭୁ ଏହି ଲୋକମାନଙ୍କୁ ଯେଉଁ ଦେଶ ଦେବାକୁ ପ୍ରତିଜ୍ଞା କରିଥିଲେ, ସେହି ଦେଶକୁ ସେମାନଙ୍କୁ ଆଣି ପାରିଲେ ନାହିଁ, ଏଣୁ ସେ ସେମାନଙ୍କୁ ମରୁଭୂମିରେ ବଧ କରିଅଛନ୍ତି।’
17 “ଯେପରି ତୁମ୍ଭେ କହିଅଛ, ଏବେ ମୁଁ ବିନୟ କରୁଅଛି, ପ୍ରଭୁଙ୍କ ପରାକ୍ରମ ମହାନ୍ ହେଉ। 18 ‘ସଦାପ୍ରଭୁ କ୍ରୋଧରେ ଧୀର ଓ ଦୟାରେ ପରିପୂର୍ଣ୍ଣ ଓ ଅପରାଧୀ ଓ ବ୍ୟବସ୍ଥା ଲଘଂନକାରୀର କ୍ଷମାକାରୀ। ତଥାପି ଦୋଷୀର ଦଣ୍ତଦାତା, ପୁଣି ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନଗଣ ଉପରେ ପିତୃଗଣର ଅପରାଧର ଫଳ ସେ ଦେଇଥା’ନ୍ତି।’ 19 ମୁଁ ବିନୟ କରୁଅଛି, ତୁମ୍ଭେ ଆପଣା ଦୟାର ମହତ୍ତ୍ୱ ଅନୁସାରେ ଏହି ଲୋକମାନଙ୍କୁ ମିଶରଠାରୁ ଏପର୍ଯ୍ୟନ୍ତ ଯେପରି କ୍ଷମା କରିଅଛ ତଦନୁସାରେ ଏହି ଲୋକମାନଙ୍କର ଅପରାଧ କ୍ଷମା କର।”
20 ସଦାପ୍ରଭୁ କହିଲେ, “ଯେପରି ତୁମ୍ଭେ ମୋତେ ଅନୁରୋଧ କଲ, ମୁଁ ସେମାନଙ୍କୁ କ୍ଷମା ଦେଲି। 21 କିନ୍ତୁ ମୁଁ ପ୍ରତିଜ୍ଞା କରୁଅଛି ଯେ, ଏହି ସମସ୍ତ ପୃଥିବୀ ସଦାପ୍ରଭୁଙ୍କ ମହିମାରେ ପରିପୂର୍ଣ୍ଣ ହେବ। 22 ଏମାନଙ୍କ ମଧ୍ୟରୁ ଏହି ଲୋକ ମୋର ମହିମା ଦେଖିଲେ, ପୁଣି ଯେଉଁମାନେ ମିଶରରେ ଓ ମରୁଭୂମିରେ ଚିହ୍ନସ୍ୱରୂପ ମୋର କୃତ କର୍ମ ଦେଖାଇଛନ୍ତି ଏବଂ ଯେଉଁମାନେ ମୋତେ ବହୁତ ଥର ପରୀକ୍ଷା କରିଛନ୍ତି ଓ ଯେଉଁମାନେ ମୋ’ ବାକ୍ୟ ରବରେ ଅମନୋଯୋଗୀ ହୋଇଅଛନ୍ତି, 23 ସେମାନଙ୍କ ପୂର୍ବପୁରୁଷମାନଙ୍କ ପ୍ରତି ଆମ୍ଭେ ଯେଉଁ ଦେଶ ବିଷୟରେ ଶପଥ କରିଅଛୁ, ଏମାନଙ୍କ ମଧ୍ୟରୁ କେହି ସେ ଦେଶ ଦେଖି ପାରିବେ ନାହିଁ। କାରଣ ସେମାନେ ମୋତେ ଅବଜ୍ଞା କରିଛନ୍ତି, ତେଣୁ ସେମାନଙ୍କ ମଧ୍ୟରୁ କେହି ତାହା ଦେଖିବେ ନାହିଁ। 24 ମାତ୍ର ଆମ୍ଭର ସେବକ କାଲେବ ସେମାନଙ୍କଠାରୁ ଭିନ୍ନ। ସେ ସମ୍ପୂର୍ଣ୍ଣ ରୂପେ ଆମ୍ଭର ଅନୁଗତ ହୋଇଅଛି। ଏଣୁ ସେ ଯେଉଁ ଦେଶକୁ ଯାଇଥିଲା, ସେହି ଦେଶରେ ଆମ୍ଭେ ତାହାକୁ ପ୍ରବେଶ କରାଇବା ଓ ତାହାର ବଂଶ ତାହା ଅଧିକାର କରିବେ। 25 ବର୍ତ୍ତମାନ ଅମାଲେକୀୟ ଓ କିଣାନୀୟମାନେ ତଳ ଭୂମିରେ ବାସ କରନ୍ତି। କାଲି ତୁମ୍ଭେମାନେ ଫେରି ଲୋହିତ ସାଗର ପଥଦେଇ ମରୁଭୂମିକୁ ଗମନ କରିବା ଉଚିତ୍।”
ସଦାପ୍ରଭୁ ଲୋକମାନଙ୍କୁ ଶାସ୍ତି ଦେଲେ
26 ଅନନ୍ତର ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, 27 “ମୋ’ ବିରୁଦ୍ଧରେ ଅଭିଯୋଗ କରାଯାଉଛି, ମୁଁ କେତେକାଳ ସହିବି ଏହି ଦୁଷ୍ଟ ଲୋକମାନଙ୍କ ନିମନ୍ତେ? ଇସ୍ରାଏଲର ଲୋକମାନେ ଯେଉଁ ଅଭିଯୋଗ କରୁଛନ୍ତି ତାହା ମୁଁ ଶୁଣିଲି। 28 ସେମାନଙ୍କୁ କୁହ, ‘ସଦାପ୍ରଭୁ ପ୍ରତିଜ୍ଞା କରନ୍ତି। ସେମାନେ ଯାହା ଅଭିଯୋଗ କରିଛନ୍ତି’ ତାହା ହିଁ ମୁଁ କରିବି। 29 ତୁମ୍ଭେମାନେ ଏହି ମରୁଭୂମି ମଧ୍ୟରେ ମରିବ। କୋଡ଼ିଏ ବର୍ଷରୁ ଅଧିକ ବୟସ୍କ ତୁମ୍ଭମାନଙ୍କ ମଧ୍ୟରୁ ଗଣ୍ୟ ହୋଇଥିବା ଲୋକମାନେ ସମ୍ପୂର୍ଣ୍ଣ ସଂଖ୍ୟା ଅନୁସାରେ ଯେଉଁମାନେ ମୋ’ ବିରୁଦ୍ଧରେ ଅଭିଯୋଗ କରିଛନ୍ତି, ସମସ୍ତେ ମରିବେ। 30 ତୁମ୍ଭମାନଙ୍କ ମଧ୍ୟରୁ କେହି, ଆମ୍ଭେ ଯେଉଁ ଦେଶ ତୁମ୍ଭମାନଙ୍କୁ ଦେବାକୁ ପ୍ରତିଜ୍ଞା କରିଥିଲୁ, ସେଠାରେ ପ୍ରବେଶ କରି ପାରିବ ନାହିଁ। କେବଳ ଯିଫୁନ୍ନିର ପୁତ୍ର କାଲେବ ଓ ନୂନର ପୁତ୍ର ଯିହୋଶୂୟ ସେ ଦେଶରେ ପ୍ରବେଶ କରିବେ। 31 ତୁମ୍ଭେ କହିଲ, ତୁମ୍ଭ ପିଲାମାନଙ୍କୁ ବୋହି ନିଆଯିବ। କିନ୍ତୁ ସେମାନଙ୍କୁ ମୁଁ ସେହି ସ୍ଥାନକୁ ଆଣିବି। ଆଉ ତୁମ୍ଭେମାନେ ଯେଉଁ ଦେଶକୁ ପ୍ରତ୍ୟାଖ୍ୟାନ କରିଥିଲ, ସେମାନେ ତାହା ଉପଭୋଗ କରିବେ। 32 ମାତ୍ର ତୁମ୍ଭେମାନେ ଏହି ମରୁଭୂମିରେ ମୃତ୍ୟୁବରଣ କରିବ।
33 “‘ତୁମ୍ଭମାନଙ୍କ ସନ୍ତାନଗଣ ଗ୍ଭଳିଶ୍ ବର୍ଷ ଏହି ପ୍ରାନ୍ତରରେ ଭ୍ରମଣ କରିବେ ଓ ସେମାନେ ତୁମ୍ଭମାନଙ୍କର ଅବିଶ୍ୱସ୍ତତା ପାଇଁ ଯନ୍ତ୍ରଣା ଭୋଗ କରିବେ। ତୁମ୍ଭମାନଙ୍କ ଶବ ଏହି ମରୁଭୂମିରେ ବିନଷ୍ଟ ନ ହେବା ପର୍ଯ୍ୟନ୍ତ ସେମାନେ ତୁମ୍ଭମାନଙ୍କ ବ୍ୟଭିଗ୍ଭରର, ତୁମ୍ଭେ ତୁମ୍ଭର ପାପର ଫଳ ଭୋଗିବ। 34 ଗୋଟିଏ ବର୍ଷ ଗୋଟିଏ ଦିନ ହିସାବରେ ତୁମ୍ଭେମାନେ ଗ୍ଭଳିଶ୍ ବର୍ଷ ସେହି ଦେଶ ଅନୁସନ୍ଧାନ କରିବା ସମୟରେ ପ୍ରାନ୍ତରର ଏଣେ ତେଣେ ବୁଲିବ, ତା'ପରେ ମୋର କ୍ରୋଧ ତୁମ୍ଭେ ଜାଣିବ।’
35 “ମୁଁ ସଦାପ୍ରଭୁ ଅନନ୍ତର ଏହା କହିଲି, ମୋ’ ବିଷୟରେ ଯେଉଁ ଦୁଷ୍ଟ ମଣ୍ତଳୀ ଏକତ୍ରିତ ହୋଇଅଛନ୍ତି, ତାହା ପ୍ରତି ମୁଁ ନିଶ୍ଚୟ ପ୍ରତିଫଳ କରିବି। ସେମାନେ ଏଠାରେ ନଷ୍ଟ ହେବେ ଓ ଏହି ସ୍ଥାନରେ ସେମାନେ ମରିବେ।”
36 ଯେଉଁ ଲୋକମାନଙ୍କୁ ମୋଶା ସେ ଦେଶ ଅନୁସନ୍ଧାନ କରିବାକୁ ପ୍ରେରଣ କରିଥିଲେ, ସେମାନେ ଫେରି ଆସି ସେହି ଦେଶର ଅଖ୍ୟାତି ପ୍ରଗ୍ଭର କଲେ ଓ ସମସ୍ତ ମଣ୍ତଳୀ ବିରୁଦ୍ଧରେ ଅଭିଯୋଗ ଆଣିଲେ। 37 ଯେଉଁମାନେ ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ ସେ ଦେଶର ଅପଖ୍ୟାତି ପ୍ରଗ୍ଭର କରିଥିଲେ, ସେମାନେ ସଦାପ୍ରଭୁଙ୍କ ଉପସ୍ଥିତରେ ମହାମାରୀ ଦ୍ୱାରା ମଲେ। 38 ମାତ୍ର ଦେଶ ଅନୁସନ୍ଧାନକାରୀ ଲୋକମାନଙ୍କ ମଧ୍ୟରୁ କେବଳ ନୂନର ପୁତ୍ର ଯିହୋଶୂୟ ଓ ଯିଫୁନ୍ନିର ପୁତ୍ର କାଲେବ୍ ଜୀବିତ ରହିଲେ।
ଲୋକମାନେ କିଣାନ ଦେଶକୁ ଯିବାକୁ ଚେଷ୍ଟା କଲେ
39 ଆଉ ମୋଶା ଇସ୍ରାଏଲର ସମସ୍ତ ଲୋକଙ୍କୁ ଏହିକଥା କହିଲେ, ତହିଁରେ ଲୋକମାନେ ଅତିଶୟ ବିଳାପ କଲେ। 40 ତହୁଁ ସେମାନେ ଅତି ପ୍ରାତଃକାଳରୁ ଉଠି ପର୍ବତ ଶୃଙ୍ଗ ଉପରକୁ ଯିବାକୁ ବାହାରି ସେମାନେ କହିଲେ, “ଦେଖ ଆମ୍ଭେମାନେ ଏଠାରେ ଅଛୁ, ସଦାପ୍ରଭୁ ଯେଉଁ ସ୍ଥାନ ବିଷୟରେ ପ୍ରତିଜ୍ଞା କରିଥିଲେ, ସେହି ସ୍ଥାନକୁ ଯିବା, କାରଣ ଆମ୍ଭେମାନେ ପାପ କରିଅଛୁ।”
41 ତହିଁରେ ମୋଶା କହିଲେ, “ଏବେ ତୁମ୍ଭେମାନେ କି କାରଣରୁ ସଦାପ୍ରଭୁଙ୍କ ଆଜ୍ଞା ଲଘଂନ କରୁଅଛ? ତୁମ୍ଭମାନଙ୍କର ଏହି କର୍ମ ସଫଳ ହେବ ନାହିଁ। 42 ତୁମ୍ଭେମାନେ ଉପରକୁ ଯାଅ ନାହିଁ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ନାହାନ୍ତି। ତେଣୁ ତୁମ୍ଭେ ଅକ୍ଳେଶରେ ଶତ୍ରୁମାନଙ୍କଦ୍ୱାରା ପରାସ୍ତ ହେବ। 43 ଯେହେତୁ ଅମାଲେକୀୟ ଓ କିଣାନୀୟ ଲୋକମାନେ ସେଠାରେ ଅଛନ୍ତି, ତୁମ୍ଭେମାନେ ଖଡ଼୍ଗରେ ନିହତ ହେବ। ତୁମ୍ଭେମାନେ ସଦାପ୍ରଭୁଙ୍କ ବିଶ୍ୱାସଠାରୁ ବିମୁଖ ହେବାରୁ ସଦାପ୍ରଭୁ ତୁମ୍ଭମାନଙ୍କର ସହବର୍ତ୍ତୀ ହେବେ ନାହିଁ।”
44 ତଥାପି ସେମାନେ ପର୍ବତ ଶୃଙ୍ଗ ଉପରକୁ ଯିବାକୁ ଦୁଃସାହସ କଲେ। ମାତ୍ର ସଦାପ୍ରଭୁଙ୍କ ନିୟମ ସିନ୍ଦୁକ ଓ ମୋଶା ସେମାନଙ୍କ ସହିତ ଗଲେ ନାହିଁ। 45 ସେତେବେଳେ ସେହି ପର୍ବତବାସୀ ଅମାଲେକୀୟ ଓ କିଣାନୀୟ ଲୋକମାନେ ଓହ୍ଲାଇ ଆସି ସେମାନଙ୍କୁ ଆକ୍ରମଣ କଲେ ଓ ସେମାନଙ୍କୁ ପରାସ୍ତକରି ହର୍ମା ପର୍ଯ୍ୟନ୍ତ ତଡ଼ି ଦେଲେ।
ବଳିଦାନ ସମ୍ବନ୍ଧୀୟ ବିଧି
15 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 2 “ଇସ୍ରାଏଲର ଲୋକମାନଙ୍କୁ କୁହ। ତୁମ୍ଭେ ଯେତେବେଳେ ପ୍ରବେଶ କରିବ ମୁଁ ସେହି ଦେଶ ଦେଉଛି ତୁମ୍ଭେ କେବେ ପ୍ରବେଶ କରିବ। 3 ତୁମ୍ଭମାନଙ୍କ ପ୍ରତିଜ୍ଞା ପୂରଣ କରିବା ପାଇଁ କିମ୍ବା ସ୍ୱେଚ୍ଛାଦତ୍ତ ଉପହାର ପାଇଁ କିମ୍ବା ତୁମ୍ଭମାନଙ୍କ ନିରୂପିତ ପର୍ବରେ ଗୋମେଷାଦି ପଲରୁ ସଦାପ୍ରଭୁଙ୍କ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ହୋମବଳି ଉତ୍ସର୍ଗ କରିବ।
4 “ଯେଉଁ ଲୋକ ଶସ୍ୟ ନୈବେଦ୍ୟ ଉତ୍ସର୍ଗ କରୁଛି, ଏକ ଐଫାର ଦଶମାଂଶ ସରୁ ମଇଦା ଏକ ହିନର ଚତୁର୍ଥାଂଶ ତୈଳ ସହିତ ମିଶ୍ରିତ କରି ଆଣିବ। 5 ପ୍ରତ୍ୟେକ ଥର ତୁମ୍ଭେ ଏକ ମେଷବତ୍ସ ହୋମାର୍ଥକ ବଳି ଓ ହିନର ଏକ ତରୁର୍ଥାଂଶ ଦ୍ରାକ୍ଷାରସର ପେୟନୈବେଦ୍ୟ ପ୍ରସ୍ତୁତ କରିବା ଉଚିତ୍।
6 “ଆଉ ଏକ ମେଷ ନିମନ୍ତେ ତୁମ୍ଭେ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ହିନର ଏକ ତୃତୀୟାଂଶ ତୈଳରେ ମିଶ୍ରିତ ଏକ ଐଫାର ଦୁଇ ଦଶମାଂଶ ସରୁ ମଇଦାର ନୈବେଦ୍ୟ ପ୍ରସ୍ତୁତ କରିବ। 7 ପୁଣି ତୁମ୍ଭେ ପେୟନୈବେଦ୍ୟ ନିମନ୍ତେ ହିନର ଏକ ତୃତୀୟାଂଶ ଦ୍ରାକ୍ଷାରସ ଉତ୍ସର୍ଗ କରିବ। ଏହିସବୁ ସଦାପ୍ରଭୁଙ୍କ ମଙ୍ଗଳାର୍ଥକ ଉପହାର ନିମନ୍ତେ।
8 “ଆଉ ତୁମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ନିମନ୍ତେ ଅବା ମାନସିକ ପୂରଣାର୍ଥକ ବଳି ନିମନ୍ତେ କିମ୍ବା ମଙ୍ଗଳାର୍ଥକ ଉପହାର ନିମନ୍ତେ ଯେବେ ଗୋବତ୍ସ ଉତ୍ସର୍ଗ କର, 9 ତେବେ ସେହି ଗୋବତ୍ସ ସହିତ ଅର୍ଦ୍ଧହିନ ତୈଳମିଶ୍ରିତ ଏକ ଐଫାର ତିନି ଦଶମାଂଶ ସରୁ ମଇଦାର ଶସ୍ୟ ନୈବେଦ୍ୟ ଆଣିବା ଉଚିତ୍। 10 ଆଉ ମଧ୍ୟ ତୁମ୍ଭେ ସଦାପ୍ରଭୁଙ୍କ ତୁଷ୍ଟିଜନକ ଆଘ୍ରାଣାର୍ଥକ ଅଗ୍ନିକୃତ ଉପହାରର ପେୟନୈବେଦ୍ୟ ନିମନ୍ତେ ଅର୍ଦ୍ଧହିନ ଦ୍ରାକ୍ଷାରସ ଆଣିବ। 11 ଏହିରୂପେ ପ୍ରତ୍ୟେକ ଗୋରୁ, ପ୍ରତ୍ୟେକ ମେଷ, ପ୍ରତ୍ୟେକ ମେଷବତ୍ସ ଅବା ଛାଗବତ୍ସ ସଦାପ୍ରଭୁଙ୍କ ନିମନ୍ତେ ଉତ୍ସର୍ଗ ପାଇଁ ପ୍ରସ୍ତୁତ କରାଯିବା ଉଚିତ୍। 12 ତୁମ୍ଭେମାନେ ପ୍ରସ୍ତୁତ କରିବା ସଂଖ୍ୟା ଅନୁସାରେ ପ୍ରତ୍ୟେକ ପଶୁ ପ୍ରତି ସେମାନଙ୍କ ସଂଖ୍ୟା ପ୍ରାମାଣେ ସେହିରୂପେ କରିବ।
13 “ପ୍ରତ୍ୟେକ ନାଗରୀକ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ଉତ୍ସର୍ଗ କଲେ ଏହି ବ୍ୟବସ୍ଥା ଅନୁସାରେ ଏହିସବୁ କାର୍ଯ୍ୟ କରିବ। 14 ଯଦି ତୁମ୍ଭ ସହିତ ବାସ କରୁଥିବା ଜଣେ ବିଦେଶୀ ଲୋକ କିମ୍ବା ସେ ସମନ୍ଧରେ କୌଣସି ବିଦେଶୀଗତ ସ୍ଥାୟୀ ଅଧିବାସୀ କିମ୍ବା ଯେକେହି ତୁମ୍ଭ ସହିତ ଦୀର୍ଘଦିନ ଧରି ବାସ କରୁଥିବା ଲୋକ ସଦାପ୍ରଭୁଙ୍କୁ ସୁବାସିତ ଉପହାର ଅର୍ପଣ କରିବାକୁ ଇଚ୍ଛା କରେ, ତେବେ ତୁମ୍ଭ ପ୍ରତି ପ୍ରଯୁଜ୍ୟ ହେଉଥିବା ସମାନ ପଦ୍ଧତି ତା’ ପାଇଁ ଅନୁସୃତ ହେବା ଉଚିତ୍। 15 ସମାଜ ନିମନ୍ତେ ଅର୍ଥାତ୍ ତୁମ୍ଭମାନଙ୍କ ନିମନ୍ତେ ଓ ପ୍ରବାସକାରୀ ବିଦେଶୀ ନିମନ୍ତେ ଏକ ବ୍ୟବସ୍ଥା ହେବ। ଏହା ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ଅନନ୍ତକାଳୀନ ବିଧି; ସଦାପ୍ରଭୁଙ୍କ ଦୃଷ୍ଟିରେ ତୁମ୍ଭେମାନେ ଓ ବିଦେଶୀମାନେ ସମାନ। 16 ତୁମ୍ଭମାନଙ୍କ ନିମନ୍ତେ ଓ ତୁମ୍ଭମାନଙ୍କ ମଧ୍ୟରେ ବିଦେଶୀ ମୂଳ ବ୍ୟକ୍ତି ନିମନ୍ତେ ଏକ ବ୍ୟବସ୍ଥା ଓ ଏକ ବିଧି ହେବ।”
17 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 18 “ମୁଁ ତୁମ୍ଭମାନଙ୍କୁ ଯେଉଁ ଦେଶକୁ ନେଇଯାଉଅଛି, ସେହି ଦେଶରେ ଉପସ୍ଥିତ ହେଲେ ତୁମ୍ଭେମାନେ ଏହିରୂପେ କରିବ। 19 ତୁମ୍ଭେମାନେ ସେହି ଦେଶର ଅନ୍ନ ଭୋଜନ କରିବା ବେଳେ ସଦାପ୍ରଭୁଙ୍କୁ ଏହାର କିଛି ଅଂଶ ଅର୍ପଣ କରିବା ଉଚିତ୍। 20 ତୁମ୍ଭେମାନେ ନିଜ ନିଜ ପ୍ରଥମ ଶସ୍ୟରୁ ଉତ୍ତୋଳନୀୟ ଉପହାର ନିମନ୍ତେ ଏକ ପିଠା ଉତ୍ସର୍ଗ କରିବ। ଯେପରି ଶସ୍ୟ ମର୍ଦ୍ଦନ ସ୍ଥାନରେ ଉତ୍ତୋଳନୀୟ ଉପହାର, ସେହିପରି ତାହା ଉତ୍ତୋଳନ କରିବା ଉଚିତ୍। 21 ତୁମ୍ଭେମାନେ ପୁରୁଷାନୁକ୍ରମେ ଆପଣା ଆପଣା ପ୍ରଥମ ଦଳା ଅଟାର ଏକ ଅଂଶ ଉତ୍ସର୍ଗ କରିବ।
22 “ଯେତେବେଳେ ତୁମ୍ଭେମାନେ ଭୁଲରେ ଏବଂ ଏହିସବୁ ଆଜ୍ଞାଗୁଡ଼ିକ ପାଳନ କର ନାହିଁ, ଯାହା ସଦାପ୍ରଭୁ ମୋଶାଙ୍କୁ କହିଲେ। 23 ସଦାପ୍ରଭୁ ମୋଶାଙ୍କ ଦ୍ୱାରା ସେ ସମସ୍ତ ଆଜ୍ଞା ଦେଇଛନ୍ତି। ସେହିସବୁ ଆଜ୍ଞା ସଦାପ୍ରଭୁ ଦେବା ଦିନଠାରୁ ପୁରୁଷାନୁକ୍ରମେ ଚିରକାଳ ପାଳନ କରିବା ଉଚିତ୍। 24 ଯଦି ତାହା ମଣ୍ତଳୀର ଅଗୋଚରରେ ଭ୍ରାନ୍ତିରେ ହୋଇଥାଏ ତେବେ ସମସ୍ତ ମଣ୍ତଳୀ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ନିମନ୍ତେ ଏକ ଗୋବତ୍ସ ଓ ବିଧିମତେ ତାହା ସହିତ ତହିଁର ଭକ୍ଷ୍ୟ ନୈବେଦ୍ୟ ଓ ତହିଁର ପେୟନୈବେଦ୍ୟ ଏବଂ ପାପାର୍ଥକ ବଳି ନିମନ୍ତେ ଏକ ଛାଗ ଅର୍ପଣ କରିବା ଉଚିତ୍।
25 “ଆଉ ଯାଜକ ଇସ୍ରାଏଲର ଲୋକମାନଙ୍କ ସମସ୍ତ ମଣ୍ତଳୀ ନିମନ୍ତେ ପ୍ରାୟଶ୍ଚିତ କରିବା ଉଚିତ୍; ତହିଁରେ ସେମାନେ କ୍ଷମା ପାଇବେ, କାରଣ ତାହା ଭ୍ରାନ୍ତି ଓ ସେମାନେ ସେହି ଭ୍ରାନ୍ତି ସକାଶେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିଜ ନିଜ ଉପହାର ଅର୍ଥାତ୍ ଅଗ୍ନିକୃତ ଉପହାର ଓ ପାପାର୍ଥକ ବଳି ସଦାପ୍ରଭୁଙ୍କ ଛାମୁକୁ ଆଣି ଅଛନ୍ତି। 26 ଇସ୍ରାଏଲର ସମସ୍ତ ଲୋକ ଓ ବିଦେଶୀ ମୂଳ ବାସୀନ୍ଦା କ୍ଷମା ପାଇବେ। କାରଣ ସେହି ସମସ୍ତ ଲୋକମାନେ ଭୁଲ୍ କରିଥିଲେ।
27 “ଆଉ ଯଦି ଜଣେ ବ୍ୟକ୍ତି ଅନିଛାରେ ପାପ କରେ, ତେବେ ସେ ପାପାର୍ଥକ ବଳିରୂପେ ଏକ ବର୍ଷୀୟ ଏକ ଛାଗବତ୍ସ ଆଣିବା ଉଚିତ୍। 28 ଯେଉଁ ଲୋକ ଅନିଛାରେ ଅପରାଧ କରେ, ଯାଜକ ତାହା ପାଇଁ ପ୍ରାୟଶ୍ଚିତ କରିବ, ତହିଁରେ ତାକୁ କ୍ଷମା କରାଯିବ। 29 ଇସ୍ରାଏଲର ସମସ୍ତ ଲୋକଙ୍କ ନିମନ୍ତେ ଓ ସେମାନଙ୍କ ମଧ୍ୟରେ ବାସ କରୁଥିବା ବିଦେଶୀ ମୂଳ ବାସୀନ୍ଦା ନିମନ୍ତେ ଅନିଛାରେ କରାଯାଇଥିବା ପାପର ପ୍ରାୟଶ୍ଚିତ ନିମନ୍ତେ ଏକା ବ୍ୟବସ୍ଥା ହେବ।
30 “ଯଦି ଯେଉଁ ବ୍ୟକ୍ତି ଉଦ୍ଦେଶ୍ୟମୂଳକ ଭାବରେ ପାପକର୍ମ କରେ ସେ ଇସ୍ରାଏଲୀୟ କି ବିଦେଶୀ ମୂଳ ସ୍ଥାୟୀ ବାସୀନ୍ଦା ହେଉ, ଯଦି ସଦାପ୍ରଭୁଙ୍କର ନିନ୍ଦା କରେ, ତେବେ ସେ ବ୍ୟକ୍ତି ଆପଣା ଲୋକଙ୍କଠାରୁ ବହିସ୍କାର ହେବ। 31 କାରଣ ସେ ସଦାପ୍ରଭୁଙ୍କର ବାକ୍ୟ ଅବଜ୍ଞା କଲା ଓ ତାଙ୍କର ଆଜ୍ଞା ଭଙ୍ଗ କଲା, ତେଣୁ ସେ ବ୍ୟକ୍ତି ନିଶ୍ଚିତ ବହିସ୍କାର ହେବ ଓ ତା'ର ପାପ ସେ ବହନ କରିବ।”
ବିଶ୍ରାମବାରରେ ଏକବ୍ୟକ୍ତି କାର୍ଯ୍ୟ କରିବା
32 ସେତେବେଳେ ଇସ୍ରାଏଲ ଥିବା ସମୟରେ ଗୋଟିଏ ବ୍ୟକ୍ତିକୁ ବିଶ୍ରାମ ବାରରେ କାଠ ସଂଗ୍ରହ କରୁଥିବାର ଦେଖିଲେ। 33 ପୁଣି ଯେଉଁମାନେ ତାକୁ କାଠ ସଂଗ୍ରହ କରୁଥିବାର ଦେଖିଲେ ସେମାନେ ମୋଶା ଓ ହାରୋଣ ନିକଟକୁ ତାକୁ ଆଣିଲେ ଓ ସମସ୍ତ ମଣ୍ତଳୀ ତା'ର ଗ୍ଭରିପଟେ ଏକତ୍ରିତ ହେଲେ। 34 ଆଉ ସେମାନେ ତାହାକୁ ସେଠାରେ ରଖିଲେ। କାରଣ ତା’ ପ୍ରତି କି ପ୍ରକାର ଶାସ୍ତି ବିଧାନ ହେବ ସେମାନେ ଜାଣି ନ ଥିଲେ।
35 ତା'ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ସେ ମନୁଷ୍ୟକୁ ଆଇନ ସଙ୍ଗତ ଦଣ୍ତ ଦିଆଯିବ। ସମଗ୍ର ମଣ୍ତଳୀ ତାହାକୁ ଛାଉଣି ବାହାରେ ପଥର ପକାଇ ବଧ କରିବେ।” 36 ତେଣୁ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସମଗ୍ର ମଣ୍ତଳୀ ତାହାକୁ ଛାଉଣି ବାହାରକୁ ଆଣି ପଥର ଫିଙ୍ଗି ହତ୍ୟା କଲେ।
ପରମେଶ୍ୱରଙ୍କ ଆଜ୍ଞାକୁ ସ୍ମରଣ କରିବାର ମାର୍ଗ
37 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 38 “ଇସ୍ରାଏଲ ଲୋକମାନଙ୍କୁ କୁହ, ଏହି ଆଜ୍ଞା ଜଣାଇ ଦିଅ, ସେମାନେ ନିଜ ନିଜ ବସ୍ତ୍ରର ଅଞ୍ଚଳରେ ଝାଲର ପ୍ରସ୍ତୁତ ଓ ପ୍ରତ୍ୟେକ ଅଞ୍ଚଳର ଝାଲର ଉପରେ ନୀଳ ସୂତ୍ର ଦିଅନ୍ତୁ। ପୁରୁଷାନୁକ୍ରମେ ତାକୁ ଚିରକାଳ ପରିଧାନ କରିବା ଉଚିତ୍। 39 ତୁମ୍ଭେମାନେ ଯେପରି ସେହି ଝାଲର ଏକାଠି ବନ୍ଧା ହୋଇଥିବା ଦେଖି ସଦାପ୍ରଭୁଙ୍କର ସମସ୍ତ ଆଜ୍ଞା ମନେ କରି ପାଳନ କରିବ। ଆଉ ତୁମ୍ଭେମାନେ ସଦାପ୍ରଭୁଙ୍କ ଆଜ୍ଞାକୁ ଭୁଲି ମନ ଓ ଚକ୍ଷୁ ଅନୁସାରେ ବ୍ୟଭିଗ୍ଭର କର ନାହିଁ। 40 ତୁମ୍ଭେମାନେ ମୋର ସସସ୍ତ ଆଜ୍ଞା ସ୍ମରଣ କରି ପାଳନ କରିବା ଉଚିତ୍। ତୁମ୍ଭେମାନେ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ପବିତ୍ର ଲୋକ ହେବା ଉଚିତ୍। 41 ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର। ମୁଁ ତୁମ୍ଭମାନଙ୍କର ପରମେଶ୍ୱର ହେବାକୁ ତୁମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଅଛି।”
2010 by World Bible Translation Center