Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଗଣନା ପୁସ୍ତକ 1-2

ମୋଶା ଇସ୍ରାଏଲ ଲୋକଙ୍କୁ ଗଣନା କଲେ

ଦ୍ୱିତୀୟ ବର୍ଷର ଦ୍ୱିତୀୟ ମାସ ପ୍ରଥମ ଦିନରେ ଇସ୍ରାଏଲର ଲୋକମାନେ ମିଶର ଛାଡ଼ିଲାପରେ, ସଦାପ୍ରଭୁ ସୀନୟ ମରୁଭୂମିରେ ସମାଗମ-ତମ୍ବୁ[a] ମଧ୍ୟରେ ମେଶାଙ୍କୁ କହିଲେ, “ତୁମ୍ଭେମାନେ ଇସ୍ରାଏଲର ସମସ୍ତ ଲୋକଙ୍କୁ ଗଣନା କର। ସମସ୍ତ ମଣ୍ତଳୀର ଅନୁସାରେ ଓ ପରିବାରବର୍ଗ ଅନୁସାରେ ପ୍ରତ୍ୟେକ ପୁରୁଷ ଲୋକର ନାମ ତାଲିକା କର। ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତହିଁରୁ ଅଧିକ ସେହି ସମସ୍ତଙ୍କୁ ଗଣନା କର। ଏହି ଲୋକମାନେ, ଯିଏ କି ସୈନ୍ୟମାନଙ୍କ ସହିତ ଯାଇ ପାରିବେ। ତୁମ୍ଭେ ଓ ହାରୋଣ ସେମାନଙ୍କର ବିଭାଗ[b] ଅନୁସାରେ ସେମାନଙ୍କୁ ତାଲିକାଭୁକ୍ତ କର। ପ୍ରତ୍ୟେକ ପରିବାରବର୍ଗରୁ ଜଣେ ଅର୍ଥାତ୍ ପରିବାରବର୍ଗର ପ୍ରଧାନ ଲୋକ ତୁମ୍ଭମାନଙ୍କର ସହାୟକ ହେବ। ଆଉ ଯେଉଁମାନେ ତୁମ୍ଭମାନଙ୍କର ସହକାରୀ ହେବେ, ସେମାନଙ୍କର ନାମ ଏହି;

ଯଥା: ରୁବେନ୍ ପରିବାରବର୍ଗର ଶଦେୟରର ପୁତ୍ର ଇଲୀଷୂର।

ଶିମିୟୋନ ପରିବାରବର୍ଗର, ସୂରୀଶଦ୍ଦୟର ପୁତ୍ର ଶଲୁମୀୟେଲ।

ଯିହୁଦା ପରିବାରବର୍ଗର, ଅମ୍ମୀନାଦବର ପୁତ୍ର ନହଶୋନ।

ଇଷାଖର ପରିବାରବର୍ଗର, ସୂୟାରର ପୁତ୍ର ନଥନେଲ।

ସବୁଲୂନ ପରିବାରବର୍ଗର, ହେଲୋନର ପୁତ୍ର ଇଲୀୟାବ।

10 ଇଫ୍ରୟିମ ଗୋଷ୍ଠୀର, ଅମ୍ମୀହୂଦର ପୁତ୍ର ଇଲୀଶାମା।

ମନଃଶି ବଂଶଧର, ପଦାହସୂରର ପୁତ୍ର ଗମଲିୟେଲ। (ଇଫ୍ରୟିମ ଏବଂ ମନଃଶି ଯୋଷେଫଙ୍କ ପୁତ୍ର ଅଟନ୍ତି)।

11 ବିନ୍ୟାମୀନ ପରିବାରବର୍ଗର, ଗିଦିୟୋନିର ପୁତ୍ର ଅବୀଦାନ।

12 ଦାନ ପରିବାରବର୍ଗର ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷର।

13 ଆଶେର ପରିବାରବର୍ଗର, ଅକ୍ରଣର ପୁତ୍ର ପଗୀୟେଲ।

14 ଗାଦ୍ ପରିବାରବର୍ଗର, ଦ୍ୟୂୟେଲର ପୁତ୍ର ଇଲୀୟାସଫ।

15 ନପ୍ତାଲି ପରିବାରବର୍ଗର, ଐନନର ପୁତ୍ର ଅହୀର।”

16 ଏମାନେ ହେଉଛନ୍ତି ସେହି ଲୋକ ସମାଜ ମଧ୍ୟରୁ ବଛା ଯାଇଛନ୍ତି। ସେମାନେ ସେମାନଙ୍କର ପିତାଙ୍କର ପରିବାରବର୍ଗର ନେତା ଆଉ ଇସ୍ରାଏଲର ବିଭାଗର ନେତା ଥିଲେ। 17 ଆଉ ଯେଉଁମାନେ ବଛା ଯାଇଥିଲେ, ମୋଶା ଓ ହାରୋଣ ଏହି ଲୋକମାନଙ୍କୁ ଦେଲେ। 18 ମୋଶା ଓ ହାରୋଣ ଦ୍ୱିତୀୟ ମାସର ପ୍ରଥମ ଦିନରେ ଇସ୍ରାଏଲର ସମସ୍ତ ଲୋକମାନଙ୍କୁ ଏକତ୍ରିତ କଲେ ଏବଂ ସେମାନଙ୍କର ପିତୃବଂଶ ଓ ପିତୃପରିବାର ଅନୁସାରେ କୋଡ଼ିଏ ବର୍ଷ କିମ୍ବା ତତୁର୍ଦ୍ଧ୍ୱ ବୟସ୍କ ଲୋକମାନଙ୍କର ନାମ ଲେଖିଲେ। 19 ଏହିରୂପେ, ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସୀନୟର ମରୂଭୂମିରେ ସେମାନଙ୍କୁ ଗଣନା କଲେ।

20 ରୁବେନ୍ ବଂଶଧର ଇସ୍ରାଏଲଙ୍କର ପ୍ରଥମଜାତ ସେମାନଙ୍କର କୋଡ଼ିଏ ବର୍ଷ କିମ୍ବା ତତୁର୍ଦ୍ଧ୍ୱ ବୟସ୍କ ଲୋକମାନଙ୍କର ନାମ ଓ ସଂଖ୍ୟାନୁସାରେ ସୈନ୍ୟବାହିନୀରେ ଯୋଗଦେବା ପାଇଁ ଯୋଗ୍ୟ ତାଲିକାଭୁକ୍ତ କରାଗଲା। 21 ରୁବେନ୍ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 46,500

22 ଶିମିୟୋନ ବଂଶର ସେମାମାନଙ୍କର ପିତୃଗୃହ, ନାମ ଏବଂ ସଂଖ୍ୟା କୋଡ଼ିଏ ବର୍ଷ ଓ ତହିଁରୁ ଅଧିକ ପୁରୁଷ ସୈନ୍ୟ ବିଭାଗରେ ଦାଖଲ ହେବାକୁ ଯୋଗ୍ୟ। 23 ଶିମିୟୋନ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 59,300

24 ଗା‌ଦ୍‌ ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା। 25 ଗାଦ୍ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 45,650

26 ଯିହୁଦା ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା। 27 ଯିହୁଦା ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 74,600

28 ଇଷାଖର ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା। 29 ଇଷାଖର ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 54,400

30 ସବୂଲୂନ ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା। 31 ସବୂଲୂନ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 57,400

32 ଇଫ୍ରୟିମଙ୍କର ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା। 33 ଇଫ୍ରୟିମ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 40,500

34 ମନଃଶି ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା। 35 ମନଃଶି ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 32,200

36 ବିନ୍ୟାମୀନ ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା। 37 ବିନ୍ୟାମୀନ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 35,400

38 ଦାନ୍ ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା। 39 ଦାନ ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 62,700

40 ଆଶେର ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା। 41 ଆଶେର ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 41,500

42 ନପ୍ତାଲି ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା। 43 ନପ୍ତାଲି ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମୋଟ ସଂଖ୍ୟା 53,400

44 ମୋଶା, ହାରୋଣ ଓ ଇସ୍ରାଏଲର ବାର ଜଣ ଅଧିପତି ଏହି ଲୋକମାନଙ୍କୁ ଗଣନା କଲେ। ପ୍ରତ୍ୟେକ ପିତୃଗୃହ ନିମନ୍ତେ ଜଣେ ଜଣେ ଅଧିପତି ସେମାନଙ୍କୁ ଗଣନା କଲେ। 45 ଏହିରୂପେ ଇସ୍ରାଏଲର ସମସ୍ତ ଲୋକ କୋଡ଼ିଏ ବର୍ଷ ଏବଂ ତହିଁରୁ ଅଧିକ ସନ୍ତାନଗଣ ନିଜ ନିଜ ପିତୃଗୃହ ଅନୁସାରେ ଇସ୍ରାଏଲ ମଧ୍ୟରୁ ଯୁଦ୍ଧକୁ ଯିବା ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା। 46 ଗଣନା ଅନୁସାରେ ସମସ୍ତ ମନୁଷ୍ୟଙ୍କ ସଂଖ୍ୟା 603,550 ହୋଲା।

47 ମାତ୍ର ଲେବୀୟମାନେ ସେମାନଙ୍କର ପରିବାରବର୍ଗ ଅନ୍ୟମାନଙ୍କ ସହିତ ଗଣାଯାଇ ନ ଥିଲେ। 48 କାରଣ ସଦାପ୍ରଭୁ ମୋଶାଙ୍କୁ କହିଥିଲେ। 49 “ଲେବୀୟମାନଙ୍କୁ ଇସ୍ରାଏଲର ଲୋକମାନଙ୍କ ସନ୍ତାନଗଣଙ୍କ ସହିତ ଗଣନା ବେଳେ ମିଶାଇବ ନାହିଁ। 50 ମାତ୍ର ତୁମ୍ଭେ ପବିତ୍ର ତମ୍ବୁ ଓ ତହିଁର ସମସ୍ତ ଦ୍ରବ୍ୟ ଏବଂ ଯେଉଁ ସମସ୍ତ ଜିନିଷ ତାହା ସହିତ ତା’ ଉପରେ ଲେବୀୟମାନଙ୍କୁ ନିଯୁକ୍ତ କରିବ; ସେମାନେ ପବିତ୍ର ତମ୍ବୁ ଓ ତହିଁର ସମସ୍ତ ଦ୍ରବ୍ୟ ବୋହିବେ ଓ ସେମାନେ ତହିଁର ସେବା କରିବେ ଓ ତମ୍ବୁର ଗ୍ଭରିଆଡ଼େ ଛାଉଣି କରି ରହିବେ। 51 ଯେତେବେଳେ ପବିତ୍ର ତମ୍ବୁ ସ୍ଥାନାନ୍ତରିତ କରାଯିବ, ଲେବୀୟମାନେ ତାହାକୁ ତଳକୁ ଆଣିବା ଉଚିତ୍ ଏବଂ ପୁଣି ଥରେ ସ୍ଥାପନ କରିବା ଉଚିତ୍। ଲେବୀୟ ବ୍ୟତୀତ, ଅନ୍ୟ ଯେକେହି ସେଠାକୁ ଯାଏ, ତାକୁ ହତ୍ୟା କରାଯିବ। 52 ଇସ୍ରାଏଲୀୟ ଲୋକମାନେ ସେମାନଙ୍କର ଶିବିର ଅଲଗା ଅଲଗା ଦଳରେ ବିଭକ୍ତ କଲେ। ପ୍ରତ୍ୟେକର ନିଜ ଧ୍ୱଜା ରହିବା ଉଚିତ୍। 53 କିନ୍ତୁ ଲେବୀୟମାନେ ନିୟମର ପବିତ୍ର ତମ୍ବୁର ଚତୁର୍ଦ୍ଦିଗରେ ଛାଉଣି ସ୍ଥାପନ କରିବେ ଓ ସେମାନେ ନିୟମର ପବିତ୍ର ତମ୍ବୁକୁ ରକ୍ଷା କରିବେ। ଏହିପରି ପରମେଶ୍ୱରଙ୍କର କ୍ରୋଧ, ଇସ୍ରାଏଲର ଲୋକମାନଙ୍କ ଉପରେ ବ୍ୟାପିବ ନାହିଁ।”

54 ସଦାପ୍ରଭୁ ମୋଶାଙ୍କୁ ଯେଉଁସବୁ ଆଜ୍ଞା ଦେଇଥିଲେ, ଇସ୍ରାଏଲୀୟମାନେ ସେହିରୂପେ ମାନି କାର୍ଯ୍ୟ କଲେ।

ଛାଉଣିର ବ୍ୟବସ୍ଥା

ଅନନ୍ତର ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ; “ଇସ୍ରାଏଲର ଲୋକମାନେ ସମାଗମ-ତମ୍ବୁର ଚତୁର୍ଦ୍ଦିଗରେ ଛାଉଣି ସ୍ଥାପନ କରିବେ। ପ୍ରତ୍ୟେକ ଦଳରେ ତାଙ୍କ ନିଜ ଦଳର ଧ୍ୱଜା ରହିବ। ଏବଂ ପ୍ରତ୍ୟେକ ବ୍ୟକ୍ତିର ପାଖରେ ତା'ର ଦଳର ଧ୍ୱଜା ପାଖରେ ଛାଉଣି ସ୍ଥାପନ କରିବ।

“ଯିହୁଦାର ବିଭାଗ ଛାଉଣି ସ୍ଥାପନ କରିବେ ତାଙ୍କ ଧ୍ୱଜା ସହିତ ପୂର୍ବଦିଗର ସୂର୍ଯ୍ୟଦୋୟ ଆଡ଼େ, ପୁଣି ଅମ୍ମୀନାଦବର ପୁତ୍ର ନହଶୋନ ଯିହୁଦାର ଲୋକମାନଙ୍କର ନେତା ହେବ। ତାଙ୍କର ସୈନ୍ୟ ସଂଖ୍ୟା 74,600

“ଯିହୁଦା ଗୋଷ୍ଠୀର ପାଖରେ ଇଷାଖର ଗୋଷ୍ଠୀ ଛାଉଣି ସ୍ଥାପନ କରିବେ। ସୂୟାରର ପୁତ୍ର ନଥନେଲ, ଇଷାଖର ଲୋକମାନଙ୍କର ଅଧିପତି ହେବ। ସେହି ସୈନ୍ୟ ସଂଖ୍ୟା 54,600 ହେବେ।

“ସବୁଲୂନର ଗୋଷ୍ଠୀ ମଧ୍ୟ ଯିହୁଦାର ପାର୍ଶ୍ୱରେ ଛାଉଣି ସ୍ଥାପନ କରିବେ, ହେଲୋନର ପୁତ୍ର ଇଲୀୟାବ ସବୁଲୂନର ଲୋକମାନଙ୍କର ଅଧିପତି ହେବ। ତାହାର ସୈନ୍ୟ ସଂଖ୍ୟା 57,400 ହେବ।

“ଯିହୁଦା ଛାଉଣିର ସମୁଦାୟ ସୈନ୍ୟ ସଂଖ୍ୟା 186,400 ସେମାନେ ପ୍ରଥମେ ଅଗ୍ରସର ହେବେ।

10 “ରୁବେନ୍ ବିଭାଗର ଛାଉଣିର ଧ୍ୱଜା ଦକ୍ଷିଣ ଦିଗକୁ ରହିବ। ଶଦେୟରର ପୁତ୍ର ଇଲୀଷୂର ରୁବେନ୍ ଗୋଷ୍ଠୀର ଅଧିପତି ହେବ। 11 ତାଙ୍କର ସୈନ୍ୟବାହିନୀର ସାମର୍ଥ୍ୟ 46,500

12 “ରୁବେ‌ନ୍‌ର ଗୋଷ୍ଠୀ ଛାଉଣି ପାଖରେ ଶିମିୟୋନ ପରିବାରବର୍ଗ ଛାଉଣି ସ୍ଥାପନ କରିବେ ଓ ସୂରୀଶଦ୍ଦୟର ପୁତ୍ର ଶଲୁମୀୟେଲ ଶିମିୟୋନ ଲୋକମାନଙ୍କର ଅଧିପତି ହେବ। 13 ତାଙ୍କର ସୈନ୍ୟବାହିନୀର ସାମର୍ଥ୍ୟ 59,300

14 “ରୁବେ‌ନ୍‌ର ଲୋକମାନଙ୍କ ଛାଉଣି ପାଖରେ ଗାଦ୍ ଗୋଷ୍ଠୀ ଛାଉଣି ସ୍ଥାପିତ ହେବ। ରୂୟେଲର[c] ପୁତ୍ର ଇଲୀୟାସଫ ଗାଦ୍ ଲୋକମାନଙ୍କର ଅଧିପତି ହେବ। 15 ତାଙ୍କର ସୈନ୍ୟବାହିନୀର ସାମର୍ଥ୍ୟ 45,650

16 “ରୁବେନ୍ ଛାଉଣିର ସୈନ୍ୟ ସଂଖ୍ୟା ଗଣନା ଅନୁସାରେ 151,450 ସେମାନେ ଦ୍ୱିତୀୟରେ ଅଗ୍ରସର ହେବେ।

17 “ଏହା ପରେ ଲେବୀୟମାନଙ୍କ ଛାଉଣି ସହିତ ସମାଗମ-ତମ୍ବୁ ଛାଉଣିମାନଙ୍କ ମଧ୍ୟବର୍ତ୍ତୀ ହୋଇ ଅଗ୍ରସର ହେବ। ସେମାନେ ସେହି ନିୟମରେ ଅଗ୍ରସର ହେବେ, ଯେପରି ଛାଉଣି ସ୍ଥାପନ କରିବେ, ସମସ୍ତେ ତାଙ୍କ ଧ୍ୱଜା ପାଖରେ ସର୍ବଦା ରହିବେ।

18 “ଇଫ୍ରୟିମ ବିଭାଗର ଛାଉଣିର ଧ୍ୱଜା ପଶ୍ଚିମ ଦିଗକୁ ରହିବ। ପୁଣି ଅମ୍ମୀହୂଦର ପୁତ୍ର ଇଲୀଶାମା ଇଫ୍ରୟିମ ଲୋକମାନଙ୍କର ଅଧିପତି ହେବ। 19 ତାଙ୍କର ସୈନ୍ୟବାହିନୀର ସାମର୍ଥ୍ୟ 40,500

20 “ଇଫ୍ରୟିମ ଗୋଷ୍ଠୀ ଛାଉଣିର ପରେ ମନଃଶି ଗୋଷ୍ଠୀ ଛାଉଣି ସ୍ଥାପନ କରିବେ। ପୁଣି ପଦାହସୂରର ପୁତ୍ର ଗମଲିୟେଲ ମନଃଶି ଲୋକମାନଙ୍କର ଅଧିପତି ହେବ। 21 ତାଙ୍କର ସୈନ୍ୟବାହିନୀର ସାମର୍ଥ୍ୟ 32,200

22 “ବିନ୍ୟାମୀନ ଗୋଷ୍ଠୀ ଇଫ୍ରୟିମ ଗୋଷ୍ଠୀ ଭୟରେ ଛାଉଣି ସ୍ଥାପନ କରିବେ। ପୁଣି ଗିଦିୟୋନିର ପୁତ୍ର ଅବୀନାସ ବିନ୍ୟାମୀନ ଲୋକମାନଙ୍କର ଅଧିପତି ହେବ। 23 ତାଙ୍କର ସୈନ୍ୟବାହିନୀର ସାମର୍ଥ୍ୟ 35,400

24 “ଇଫ୍ରୟିମ ଛାଉଣିର ଗଣ୍ୟ ସୈନ୍ୟସଂଖ୍ୟା 108,100 ସେମାନେ ତୃତୀୟରେ ଅଗ୍ରସର ହେବେ।

25 “ଦାନ ବିଭାଗର ଛାଉଣିର ଧ୍ୱଜା ଉତ୍ତର ଦିଗକୁ ରହିବ। ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷର ଦାନ ସନ୍ତାନଗଣର ଅଧିପତି ହେବ। 26 ତାଙ୍କର ସୈନ୍ୟବାହିନୀର ସାମର୍ଥ୍ୟ 62,700

27 “ଦାନ ଗୋଷ୍ଠୀର ଛାଉଣି ପାଖରେ ଆଶେର ଗୋଷ୍ଠୀର ଛାଉଣି ରହିବ; ଅକ୍ରଣର ପୁତ୍ର ପଗୀୟେଲ ଆଶେର ସନ୍ତାନଗଣର ଅଧିପତି ହେବ। 28 ତାଙ୍କର ସୈନ୍ୟବାହିନୀର ସାମର୍ଥ୍ୟ 41,500

29 “ନପ୍ତାଲି ଗୋଷ୍ଠୀର ଛାଉଣି ଦାନ ଗୋଷ୍ଠୀ ପରେ ରହିବ। ଐନନର ପୁତ୍ର ଅହୀର ନପ୍ତାଲିର ଲୋକମାନଙ୍କର ଅଧିପତି ହେବ। 30 ତାଙ୍କର ସୈନ୍ୟବାହିନୀର ସାମର୍ଥ୍ୟ 53,400

31 “ଦାନ ଛାଉଣିରେ ମୋଟ ମନୁଷ୍ୟମାନଙ୍କର ସଂଖ୍ୟା 157,600 ସେମାନେ ସେମାନଙ୍କର ଧ୍ୱଜା[d] ଧରି ସମସ୍ତଙ୍କ ପଛରେ ଅଗ୍ରସର ହେବେ।”

32 ସେମାନେ ସବୁ ଇସ୍ରାଏଲ ଲୋକମାନେ ଓ ସେମାନେ ନିଜର ପିତୃଗୃହ ଅନୁସାରେ ଗଣ୍ୟ ହେଲେ। ସେମାନଙ୍କର ଛାଉଣିର ମୋଟ ସୈନ୍ୟ ସଂଖ୍ୟା ଗଣନା ଅନୁସାରେ 603,500 33 ମାତ୍ର ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ଲେବୀୟମାନଙ୍କୁ ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ ଗଣନା କଲେ ନାହିଁ।

34 ମୋଶାଙ୍କୁ ସଦାପ୍ରଭୁ ଯାହା ଆଜ୍ଞା ଦେଇଥିଲେ, ଇସ୍ରାଏଲର ଲୋକମାନେ ସେ ସମସ୍ତ କଲେ। ସେମାନେ ନିଜ ନିଜ ବଂଶ ନିକଟରେ ନିଜ ନିଜ ପିତୃଗୃହ ଅନୁସାରେ ଓ ଆପଣା ଧ୍ୱଜା ନିକଟରେ ଛାଉଣି ସ୍ଥାପନ କଲେ ଓ ସେହିପରି ସେମାନେ ଅଗ୍ରସର ହେଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center