Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଯାତ୍ରାପୁସ୍ତକ 33-35

ମୁଁ ତୁମ୍ଭ ସହିତ ଯିବି ନାହିଁ

33 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଏବଂ ମିଶରରୁ ବାହାର କରି ଆଣିଥିବା ଲୋକମାନଙ୍କ ସହିତ ଏ ଦେଶ ପରିତ୍ୟାଗ କର। ମୁଁ ଅବ୍ରହାମ ଓ ଇ‌ସ୍‌ହାକ ଓ ଯାକୁବ ନିକଟରେ ପ୍ରତିଜ୍ଞା କରିଥିଲି, ସେମାନଙ୍କ ଭବିଷ୍ୟଦ୍ ବଂଶଧରମାନଙ୍କୁ ଦେବି ବୋଲି। ତେଣୁ ମୁଁ ତୁମ୍ଭ ଆଗେ ଆଗେ ଏକ ସ୍ୱର୍ଗଦୂତ ପଠାଇବି ପୁଣି ମୁଁ କିଣାନୀୟ ଓ ଇମୋରୀୟ, ହିତ୍ତୀୟ, ପିରିଷୀୟ, ହିବ୍ବୀୟ ଓ ଯିବୂଷୀୟ ଲୋକମାନଙ୍କୁ ତଡ଼ି ଦେବି। ତେଣୁ ତୁମ୍ଭେମାନେ ସେହି ଦୁ‌ଗ୍‌ଧମଧୁପ୍ରବାହୀ ଦେଶକୁ ଯାଅ କିନ୍ତୁ ମୁଁ ତୁମ୍ଭ ସହିତ ଯିବି ନାହିଁ। ମୁଁ ତୁମ୍ଭମାନଙ୍କୁ ହତ୍ୟା କରିବି, ଯେହେତୁ ତୁମ୍ଭେମାନେ ଜି‌ଦ୍‌ଖୋର ଲୋକ।”

ଲୋକମାନେ ଏହିପରି ଅଶୁଭ ସମ୍ବାଦ ଶୁଣିବା ପରେ ସେମାନେ ଶୋକ କଲେ ଏବଂ ଲୋକମାନେ ଆଉ କର୍ଣ୍ଣକୁଣ୍ଡଳ ପିନ୍ଧିଲେ ନାହିଁ। କାରଣ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଇସ୍ରାଏଲ ଲୋକମାନଙ୍କୁ କୁହ, ‘ତୁମ୍ଭେମାନେ ଶକ୍ତଗ୍ରୀବ ଲୋକ। ମୁଁ ଯଦି ଅଳ୍ପ ସମୟ ପାଇଁ ତୁମ୍ଭମାନଙ୍କ ସହିତ ଯିବି ତେବେ ତୁମ୍ଭମାନଙ୍କୁ ଧ୍ୱଂସ କରିବି। ତେଣୁ ଆପଣା ଶରୀରରୁ ସୁବର୍ଣ୍ଣ ବାହାର କର। ଏହା ପରେ ତୁମ୍ଭମାନଙ୍କ ପାଇଁ କ’ଣ କରାଯିବ ବିଗ୍ଭର କରିବା।’” ତେଣୁ ଇସ୍ରାଏଲୀୟ ଲୋକମାନେ ହୋରେବ ପର୍ବତ ନିକଟରୁ ଆସିବାଠାରୁ ଆଉ ସୁବର୍ଣ୍ଣ ପିନ୍ଧିଲେ ନାହିଁ।

ଅସ୍ଥାୟୀ ସମାଗମ-ତମ୍ବୁ

ମୋଶା ତମ୍ବୁ ନେଇ ଛାଉଣିଠାରୁ କିଛି ଦୂରରେ ଅଲଗା ଛାଉଣି ସ୍ଥାପନ କଲେ। ସେ ସେହି ତମ୍ବୁର ନାମ “ସମାଗମ-ତମ୍ବୁ ଦେଲେ।” ଯେଉଁ ଲୋକ ସଦାପ୍ରଭୁଙ୍କ ଇଚ୍ଛା ବିଷୟରେ ଜାଣିବାକୁ ଗ୍ଭହିଁଲେ ତାଙ୍କୁ ସେହି ସମାଗମ-ତମ୍ବୁକୁ ଯିବାକୁ ପଡ଼ିଲା। ମୋଶା ବାହାର ହୋଇ ତମ୍ବୁ ନିକଟକୁ ଯିବା ସମୟରେ ସମସ୍ତ ଲୋକେ ଉଠି ନିଜ ନିଜ ତମ୍ବୁ ବାହାରେ ଠିଆ ହେଲେ, ଆଉ ଯେପର୍ଯ୍ୟନ୍ତ ମୋଶା ସେହି ସମାଗମ-ତମ୍ବୁରେ ପ୍ରବେଶ ନ କଲେ, ସେପର୍ଯ୍ୟନ୍ତ ସେମାନେ ତାଙ୍କ ପଥକୁ ଅନାଇ ରହିଲେ। ମୋଶା ତମ୍ବୁରେ ପ୍ରବେଶ କରନ୍ତେ ମେଘସ୍ତମ୍ଭ ତମ୍ବୁ ଦ୍ୱାରରେ ଉପସ୍ଥିତ ହେଲା। ତହିଁରେ ସଦାପ୍ରଭୁ ମୋଶାଙ୍କ ସହିତ କଥାବାର୍ତ୍ତା କଲେ। 10 ତେଣୁ ଯେତେବେଳେ ଲୋକମାନେ ତମ୍ବୁର ଦ୍ୱାର ଦେଶରେ ମେଘ ସ୍ତମ୍ଭ ଦେଖିଲେ। ସେତେବେଳେ ଲୋକମାନେ ଆପଣା ଆପଣା ତମ୍ବୁ ଦ୍ୱାରରେ ଥାଇ ପ୍ରଣାମ କଲେ।

11 ଏହି ପ୍ରକାରେ ସଦାପ୍ରଭୁ ମୋଶାଙ୍କ ସହିତ ମୁହାଁମୁହିଁ କଥାବାର୍ତ୍ତା ହେଲେ। ସଦାପ୍ରଭୁ ମୋଶାଙ୍କ ସହିତ କଥାବାର୍ତ୍ତା ହେଉଥିଲେ ଯେପରି ସେ ତାଙ୍କର ବନ୍ଧୁ। ସଦାପ୍ରଭୁଙ୍କ ସହିତ ମୋଶା କଥାବାର୍ତ୍ତା କରି ସାରିବା ପରେ ଛାଉଣିକୁ ଫେରି ଆସିଲେ କିନ୍ତୁ ତାଙ୍କର ପରିଗ୍ଭରକ ସର୍ବଦା ତମ୍ବୁରେ ରହୁଥିଲେ। ସେହି ପରିଗ୍ଭରକର ନାମ ଥିଲା ଯିହୋଶୂୟ, ସେ ଥିଲେ ନୂନର ପୁତ୍ର।

ମୋଶା ସଦାପ୍ରଭୁଙ୍କର ମହିମା ଦେଖିଲେ

12 ମୋଶା ସଦାପ୍ରଭୁଙ୍କୁ କହିଲେ, “ତୁମ୍ଭେ ମୋତେ ଆଜ୍ଞା ଦେଲ ଏହି ଲୋକମାନଙ୍କୁ ଆଗେଇ ନେବା ପାଇଁ କିନ୍ତୁ ତୁମ୍ଭେ କହିଲ ନାହିଁ ମୋ’ ସହିତ କାହାକୁ ପଠାଇବ। ତୁମ୍ଭେ ମୋତେ କହିଛ ଯେ, ‘ତୁମ୍ଭେ ମୋତେ ଭଲଭାବେ ଜାଣ, ଏବଂ ତୁମ୍ଭେ ମୋ’ ପ୍ରତି ପ୍ରୀତ।’ 13 ଯଦି ମୁଁ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହର ପାତ୍ର ହୋଇଅଛି, ତେବେ ବିନୟ କରୁଛି ତୁମ୍ଭେ ମୋତେ ତୁମ୍ଭର ପଥସବୁ ଶିକ୍ଷା ଦିଅ, ଯେଉଁଥିପାଇଁ ମୁଁ ତୁମ୍ଭକୁ ଖୁସୀ କରି ପାରିବି। ମୁଁ ତୁମ୍ଭ ବିଷୟରେ ଜାଣିବାକୁ ଗ୍ଭହେଁ। ଦୟା କରି ତୁମ୍ଭର ଲୋକମାନଙ୍କର ଦଳରେ ମୋତେ ବିବେଚନା କର।”

14 ସଦାପ୍ରଭୁ ଉତ୍ତର ଦେଲେ, “ମୋର ଉପସ୍ଥିତି ତୁମ୍ଭ ସହିତ ଯିବ ଏବଂ ତୁମ୍ଭକୁ ବିଶ୍ରାମ ଦେବ।”

15 ଏହା ପରେ ମୋଶା ସଦାପ୍ରଭୁଙ୍କୁ କହିଲେ, “ଯଦି ତୁମ୍ଭର ଉପସ୍ଥିତି ଆମ୍ଭମାନଙ୍କ ସହିତ ନ ରହେ, ତେବେ ଆମ୍ଭମାନଙ୍କୁ କେଉଁଠାକୁ ପଠାଅ ନାହିଁ। 16 କାରଣ ମୁଁ ଓ ତୁମ୍ଭର ସମସ୍ତ ଲୋକମାନେ ଯେ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହର ପାତ୍ର ହୋଇଅଛୁ ଏହା ଆମ୍ଭେ କିପରି ଜାଣିବା? ଯଦି ତୁମ୍ଭେ ଆମ୍ଭ ସହିତ ଯାଅ, ଆମ୍ଭେମାନେ ନିଶ୍ଚିତ ଭାବରେ ଜାଣିବୁ। ଯେମନ୍ତ ଆମ୍ଭେ ତୁମ୍ଭର ଲୋକମାନେ ପୃଥିବୀସ୍ଥ ସମସ୍ତ ଲୋକମାନଙ୍କଠାରୁ ବିଶେଷ ଲୋକ ହେବା। ଯଦି ତୁମ୍ଭେ ଆମ୍ଭମାନଙ୍କ ସହିତ ନ ଯାଅ, ତେବେ ପୃଥିବୀର ଅନ୍ୟ ଲୋକମାନଙ୍କଠାରୁ ଆମ୍ଭେମାନେ ଭିନ୍ନ ନୋହୁଁ।”

17 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭର କଥା ଅନୁଯାୟୀ ମୁଁ କରିବି କାରଣ ମୁଁ ତୁମ୍ଭ ପ୍ରତି ପ୍ରୀତ ଓ ତୁମ୍ଭକୁ ମୁଁ ତୁମ୍ଭର ନାମଦ୍ୱାରା ଜାଣିଅଛି।”

18 ଏହା ପରେ ମୋଶା କହିଲେ, “ବର୍ତ୍ତମାନ ତୁମ୍ଭର ମହିମା ମୋତେ ଦେଖାଅ।”

19 ଏହା ପରେ ସଦାପ୍ରଭୁ ଉତ୍ତର ଦେଲେ, “ମୁଁ ତୁମ୍ଭ ସମ୍ମୁଖରେ ଆପଣାର ସମସ୍ତ ଉତ୍ତମତା ଗମନ କରାଇବି, ତୁମ୍ଭ ସମ୍ମୁଖରେ ସଦାପ୍ରଭୁଙ୍କର ନାମ ଘୋଷଣା କରାଇବି। ମୁଁ ଯାହାକୁ ଅନୁଗ୍ରହ କରେ ତାହାକୁ ଅନୁଗ୍ରହ କରିବି ଓ ଯାହାକୁ ଦୟାକରେ ତାହାକୁ ଦୟା କରିବି। 20 କିନ୍ତୁ ତୁମ୍ଭେ ମୋର ମୁଖ ଦେଖି ପାରିବ ନାହିଁ। କାରଣ କେହି ମୋତେ ଦେଖିଲେ ଜୀବିତ ରହି ପାରିବେ ନାହିଁ।

21 “ମୋ’ ନିକଟରେ ଏକ ଶୈଳ ଅଛି। ତୁମ୍ଭେ ସେହି ଶୈଳ ଉପରେ ଛିଡ଼ା ହେବ। 22 ତୁମ୍ଭ ନିକଟ ଦେଇ ଆମ୍ଭ ମହିମାର ଗମନ ସମୟରେ ମୁଁ ତୁମ୍ଭକୁ ଶୈଳର ସେହି ଛିଦ୍ରରେ ରଖିବି ଓ ମୁଁ ଗମନର ଶେଷ ପର୍ଯ୍ୟନ୍ତ ଆପଣା ହସ୍ତରେ ତୁମ୍ଭକୁ ଆଛନ୍ନ କରିବି। 23 ଏହା ପରେ ଆମ୍ଭେ ଆପଣା ହସ୍ତ କାଢ଼ି ନେଲେ, ତୁମ୍ଭେ ଆମ୍ଭର ପୃଷ୍ଠ ଦେଖିବ। ମାତ୍ର ଆମ୍ଭର ମୁଖ ଦେଖି ପାରିବ ନାହିଁ।”

ନୂତନ ପଥର ଫଳକ

34 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ପ୍ରଥମ ପ୍ରସ୍ତର ଫଳକ ପରି ଆଉ ଦୁଇଟି ପ୍ରସ୍ତର ଫଳକ ତିଆରି କର। ଆଗ ପ୍ରସ୍ତର ଫଲକରେ ଯାହା ଲେଖା ଥିଲା ଯାହା ତୁମ୍ଭେ ଚୂର୍ଣ୍ଣ କରିଛ ମୁଁ ଏହି ପ୍ରସ୍ତର ଫଳକରେ ତାହା ସବୁ ଲେଖିବି। ଆଉ ତୁମ୍ଭେ ଆସନ୍ତାକାଲି ପ୍ରଭାତ ପାଇଁ ପ୍ରସ୍ତୁତ ହୁଅ ଏବଂ ପ୍ରଭାତରେ ସୀନୟ ପର୍ବତକୁ ଆସ ଏବଂ ମୋ’ ଉପସ୍ଥିତିରେ ପର୍ବତର ଶୀର୍ଷରେ ଛିଡ଼ା ହୁଅ। ତୁମ୍ଭ ସହିତ ଆଉ କୌଣସି ଲୋକ ଯିବା ଉଚିତ୍ ନୁହେଁ। ଏବଂ ଏହି ପର୍ବତରେ କେହି ନ ରହୁ, ଏପରିକି ଗୋମେଷାଦି ମଧ୍ୟ ପର୍ବତ ଚତୁର୍ପାର୍ଶ୍ୱରେ ଚରିବା ଉଚିତ୍ ନୁହେଁ।”

ତହୁଁ ମୋଶା ପ୍ରଥମ ଫଳକ ପରି ଦୁଇଟି ଫଳକ କାଟିଲେ ଏବଂ ତା’ ପରଦିନ ପ୍ରଭାତରୁ ସେ ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ସୀନୟ ପର୍ବତ ଉପରକୁ ଗଲେ ଏବଂ ସେହି ପ୍ରସ୍ତର ଫଳକକୁ ନିଜ ସହିତ ନେଇଗଲେ। ସଦାପ୍ରଭୁ ମେଘରେ ତାଙ୍କ ନିକଟକୁ ଓହ୍ଲାଇ ଆସିଲେ। ସେଠାରେ ତାଙ୍କ ସହିତ ଠିଆ ହୋଇ ସଦାପ୍ରଭୁ ତାଙ୍କର ନାମ ଯିହୋବାଃ ବୋଲି ଘୋଷଣା କଲେ। ସଦାପ୍ରଭୁ ମୋଶାଙ୍କ ସମ୍ମୁଖକୁ ଆସି ଏହା ଘୋଷଣା କଲେ। “ଯିହୋବାଃ, ଯିହୋବାଃ ଦୟାଶୀଳ ପରମେଶ୍ୱର, ସେ କ୍ରୋଧରେ ଧିର। ସେ ଦୟାଳୁ ଓ ସତ୍ୟତାରେ ପରିପୂର୍ଣ୍ଣ। ସଦାପ୍ରଭୁ ତାଙ୍କର ହଜାର ହଜାର ବଂଶଧରଙ୍କୁ ଦୟା ଦେଖାଇଛନ୍ତି। ସଦାପ୍ରଭୁ ସେମାନଙ୍କର ସମସ୍ତ ଦୋଷ କ୍ଷମା କରିଛନ୍ତି। କିନ୍ତୁ ସଦାପ୍ରଭୁ ଦୋଷୀକୁ ଦଣ୍ଡ ଦେଇଛନ୍ତି। ସଦାପ୍ରଭୁ ଦୋଷୀକୁ ତା'ର ସନ୍ତାନମାନଙ୍କୁ ଓ ତାର ନାତି ନାତୁଣୀମାନଙ୍କୁ ଦଣ୍ଡିତ କରିବେ। ଅର୍ଥାତ୍ ଦୋଷୀ ତାର ତୃତୀୟ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ଦଣ୍ଡ ଭୋଗ କରନ୍ତି।”

ଏହା ପରେ ମୋଶା ତ‌ତ୍‌କ୍ଷଣାତ୍ ଭୂମିଷ୍ଠ ହୋଇ ସଦାପ୍ରଭୁଙ୍କର ଉପାସନା କରି କହିଲେ, “ହେ ସଦାପ୍ରଭୁ, ଯଦି ତୁମ୍ଭେ ମୋ’ ପ୍ରତି ସଦୟ, ତେବେ ଆମ୍ଭମାନଙ୍କ ସହିତ ଦୟାକରି ଆସ। ମୁଁ ଜାଣେ ଏହି ଲୋକମାନେ ଶକ୍ତଗ୍ରୀବ ଲୋକ। କିନ୍ତୁ ଦୟାକରି ଆମ୍ଭମାନଙ୍କ ପାପ କ୍ଷମା କର! ତୁମ୍ଭର ଲୋକମାନଙ୍କ ପରି ଆମ୍ଭକୁ ଗ୍ରହଣ କର।”

10 ଏହା ପରେ ସଦାପ୍ରଭୁ କହିଲେ, “ମୁଁ ଏହି ନିୟମ ତୁମ୍ଭମାନଙ୍କର ସହିତ କରିଅଛି, ମୁଁ ତୁମ୍ଭମାନଙ୍କ ପ୍ରତି ଏପରି କାର୍ଯ୍ୟ କରିବି ଯେ, ପୃଥିବୀରେ କୌଣସି ଲୋକମାନଙ୍କ ପାଇଁ ଏପରି କରାଯାଇ ନାହିଁ। ତୁମ୍ଭମାନଙ୍କ ସହିତ ଥିବା ଲୋକମାନେ ମୋର ମହାନତା ଜାଣି ପାରିବେ ଯେ, ମୁଁ ସଦାପ୍ରଭୁ ମହାନ। ଲୋକମାନେ ମୋର ଆଶ୍ଚର୍ଯ୍ୟ କର୍ମମାନ ଦେଖିବେ ଯାହା ତୁମ୍ଭମାନଙ୍କ ପାଇଁ ମୁଁ କରିବି। 11 ଏହି ଆଜ୍ଞା ପାଳନ କର। ଯାହା ଆଜି ମୁଁ ତୁମ୍ଭକୁ ଆଜ୍ଞା ଦେଲି ତାହା ଅନୁସରଣ କର ମୁଁ ତୁମ୍ଭର ଶତ୍ରୁମାନଙ୍କୁ ଏହି ଦେଶରୁ ବିତାଡ଼ିତ କରିବି। ମୁଁ କିଣାନୀୟ, ହିତ୍ତୀୟ, ପିରିଷୀୟ, ହିବ୍ବୀୟ ଓ ଯିବୂଷୀୟ ଲୋକମାନଙ୍କୁ ବିତାଡ଼ିତ କରିବି। 12 ସାବଧାନ! ତୁମ୍ଭେମାନେ ଯେଉଁ ଦେଶକୁ ଯାଉଛ ସେମାନଙ୍କ ସହିତ କୌଣସି ଚୁକ୍ତି କର ନାହିଁ। ଯଦି ତୁମ୍ଭେମାନେ ସେହି ଲୋକମାନଙ୍କ ସହିତ କୌଣସି ଚୁକ୍ତି କର, ତେବେ ଏହା ତୁମ୍ଭମାନଙ୍କ ପାଇଁ ଅସୁବିଧା ହେବ। 13 ତେଣୁ ସେମାନଙ୍କର ଯଜ୍ଞବେଦି ସବୁ ଧ୍ୱଂସ କର। ସେମାନଙ୍କର ସ୍ତମ୍ଭସବୁ ଭାଙ୍ଗିଦିଅ। ସେମାନଙ୍କର ପବିତ୍ର କାଷ୍ଠ ସ୍ତମ୍ଭସବୁ କାଟି ପକାଇବ। 14 ଅନ୍ୟ କୌଣସି ଦେବତାର ଉପାସନା କର ନାହିଁ, କାରଣ ମୋର ନାମ ଯିହୋବାଃ, ସ୍ୱଗୌରବ ରକ୍ଷଣରେ ଉ‌ଦ୍‌ଯୋଗୀ, ମୁଁ ସ୍ୱଗୌରବ ରକ୍ଷଣରେ ଉ‌ଦ୍‌ଯୋଗୀ ପରମେଶ୍ୱର।

15 “ସାବଧାନ, ତୁମ୍ଭେ ଯେଉଁ ଦେଶରେ ବାସ କରିବ ସେମାନଙ୍କ ସହିତ କୌଣସି ଚୁକ୍ତି କରିବ ନାହିଁ। ଯଦି ତୁମ୍ଭେ ଏପରି କର, ତେବେ ତୁମ୍ଭେମାନେ ସେମାନଙ୍କ ଦେବଗଣମାନଙ୍କର ଅନୁଚର ହେବ। କିମ୍ବା ସେମାନେ ତୁମ୍ଭମାନଙ୍କୁ ନିମନ୍ତ୍ରଣ କଲେ ତୁମ୍ଭେ ସେମାନଙ୍କ ସହିତ ଯୋଗ ଦେବ। ତୁମ୍ଭେ ସେମାନଙ୍କର ବଳିଦାନ ଭକ୍ଷ୍ୟଣ କରିବ। 16 ତୁମ୍ଭେମାନେ ସେମାନଙ୍କର କନ୍ୟାମାନଙ୍କୁ ଗ୍ରହଣ କରିପାର। ତୁମ୍ଭମାନଙ୍କର ପୁତ୍ରମାନଙ୍କ ପାଇଁ, ତାଙ୍କର କନ୍ୟାଗଣ ସେମାନଙ୍କର ଦେବଗଣମାନଙ୍କର ଅନୁଗାମୀ ହୋଇଥିବେ। ସେମାନେ ତୁମ୍ଭମାନଙ୍କୁ ବା ତୁମ୍ଭର ପୁତ୍ରମାନଙ୍କୁ ତାଙ୍କ ଦେବତାମାନଙ୍କର ଅନୁଗାମୀ କରାଇ ପାରନ୍ତି।

17 “ତୁମ୍ଭେମାନେ କୌଣସି ଛାଞ୍ଚରେ ଢଳା ଦେବତା ତୁମ୍ଭମାନଙ୍କ ପାଇଁ କର ନାହିଁ।

18 “ତୁମ୍ଭେମାନେ ତାଡ଼ିଶୂନ୍ୟ ରୋଟୀର ପର୍ବ ପାଳନ କର। ପୁଣି ଆବୀବ୍ ମାସର ଯେଉଁ ସମୟରେ ଯେଉଁପରି କରିବାକୁ ତୁମ୍ଭମାନଙ୍କୁ ଆଜ୍ଞା ଦେଇଅଛୁ। ସେହିରୂପେ ତୁମ୍ଭେମାନେ ସାତ ଦିନ ତାଡ଼ିଶୂନ୍ୟ ରୋଟୀ ଖାଇବ। କାରଣ ସେହି ଆବୀବ୍ ମାସରେ ତୁମ୍ଭେ ମିଶର ଦେଶରୁ ବାହାର ହୋଇ ଆସିଥିଲ।

19 “କୌଣସି ସ୍ତ୍ରୀର ପ୍ରଥମ ସନ୍ତାନ ମୋର। ଏପରିକି ଗୋମେଷାଦି ପଲର ପ୍ରଥମଜାତ ସନ୍ତାନ ମୋର। 20 ଯଦି ତୁମ୍ଭେ ଏକ ପ୍ରଥମଜାତ ଗଧକୁ ରଖିବାକୁ ଗ୍ଭହୁଁଛ, ତେବେ ତୁମ୍ଭେମାନେ ଏକ ମେଷ ବଦଳରେ ତାହା କ୍ରୟ କରି ପାରିବ। କିନ୍ତୁ ଯଦି ତୁମ୍ଭେ ମେଷ ବଦଳରେ ତାହା କ୍ରୟ ନ କର, ତେବେ ତୁମ୍ଭେ ସେହି ଗଧର ବେକ ଭାଙ୍ଗିବ। ତୁମ୍ଭେମାନେ ତୁମ୍ଭର ସମସ୍ତ ପ୍ରଥମଜାତ ପୁତ୍ରମାନଙ୍କୁ ମୁକ୍ତ କରି ପାରିବ। କୌଣସି ବ୍ୟକ୍ତି ବିନା ଉପହାରରେ ମୋ’ ପାଖକୁ ଆସିବ ନାହିଁ।

21 “ତୁମ୍ଭେମାନେ ଛଅ ଦିନ କାମ କରିବ। କିନ୍ତୁ ସପ୍ତମ ଦିନ ତୁମ୍ଭେମାନେ ବିଶ୍ରାମ ନେବ। ତୁମ୍ଭେମାନେ ଏପରିକି ଶସ୍ୟ ବୁଣା ଏବଂ ଶସ୍ୟଅମଳ ସମୟରେ ଏହି ନିୟମ ପାଳନ କରିବ।

22 “ତୁମ୍ଭେମାନେ ସପ୍ତାହର ପର୍ବ ପ୍ରଥମ ଗହମ କଟା ପର୍ବ ଓ ବର୍ଷର ଶେଷ ଭାଗରେ ଶସ୍ୟଅମଳର ପର୍ବ ପାଳନ କରିବା ଉଚିତ୍।

23 “ତିନିଥର ପ୍ରତ୍ୟେକ ବର୍ଷ ତୁମ୍ଭମାନଙ୍କର ସମସ୍ତ ପୁରୁଷ ପ୍ରଭୁ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଛାମୁରେ ଉପସ୍ଥିତ ହେବ।

24 “ଯେତେବେଳେ ତୁମ୍ଭେ ତୁମ୍ଭର ଦେଶକୁ ଯାଅ ମୁଁ ତୁମ୍ଭର ଶତ୍ରୁମାନଙ୍କୁ ସେଠାରୁ ତଡ଼ି ଦେବି। ମୁଁ ତୁମ୍ଭମାନଙ୍କର ସୀମା ବୃଦ୍ଧି କରିବି। ତୁମ୍ଭେମାନେ ଅଧିକରୁ ଅଧିକ ଭୂମି ପାଇବ। କୌଣସି ଲୋକ ତୁମ୍ଭମାନଙ୍କଠାରୁ ଏହି ଭୂମି ନେଇ ପାରିବ ନାହିଁ। ଯେତେବେଳେ ତୁମ୍ଭେ ବର୍ଷରେ ତିନିଥର ତୁମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କୁ ଦର୍ଶନ କରିବା ପାଇଁ ଯିବ।

25 ଯେତେବେଳେ ତୁମ୍ଭେମାନେ ଆମ୍ଭକୁ ବଳିଦାନର ରକ୍ତ ଉତ୍ସର୍ଗ କରିବ ସେ ସମୟରେ ତାଡ଼ିଯୁକ୍ତ ଦ୍ରବ୍ୟ ଆମ୍ଭକୁ ଉତ୍ସର୍ଗ କରିବ ନାହିଁ।

“ଏହି ସମୟରେ ନିସ୍ତାରପର୍ବ ଉତ୍ସବର ବଳି ଦ୍ରବ୍ୟ ପ୍ରାତଃକାଳ ପର୍ଯ୍ୟନ୍ତ ରଖିବ ନାହିଁ।

26 “ତୁମ୍ଭମାନଙ୍କର ପ୍ରଥମ ଶସ୍ୟ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବ। ସେହିସବୁକୁ ପ୍ରଥମେ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କ ଗୃହକୁ ଆଣିବ।

“କଦାପି ଗୋଟିଏ ମେଷକୁ ତା'ର ମା ଦୁ‌ଗ୍‌ଧରେ ପାକ କରିବ ନାହିଁ।

27 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଏ ସମସ୍ତ ଲେଖ ଯାହା ଆମ୍ଭେ ସବୁ କହିଲୁ। ଏହି ଚୁକ୍ତି ଆମ୍ଭେ ତୁମ୍ଭ ସହିତ ଏବଂ ତୁମ୍ଭର ଇସ୍ରାଏଲୀୟ ଲୋକମାନଙ୍କ ସହିତ କଲୁ।

28 ମୋଶା ସେଠାରେ ସଦାପ୍ରଭୁଙ୍କ ସହିତ ଗ୍ଭଳିଶ୍ ଦିନ ଓ ଗ୍ଭଳିଶ୍ ରାତି ରହିଲେ। ମୋଶା କୌଣସି ଖାଦ୍ୟ କିମ୍ବା ପାନୀୟ ସେଠାରେ ଗ୍ରହଣ କଲେ ନାହିଁ। ଏବଂ ସେ ଚୁକ୍ତିର ବାକ୍ୟସବୁ ସେହି ଦଶଆଜ୍ଞା ପ୍ରସ୍ତର ଫଳକରେ ଖୋଦିତ କଲେ।

ମୋଶାଙ୍କର ଉଜ୍ଜ୍ୱଳ ମୁହଁ

29 ଏହା ପରେ ମୋଶା ସୀନୟ ପର୍ବତ ଉପରୁ ତଳକୁ ଓହ୍ଲାଇଲେ। ସେ ସେହି ଦୁଇଟି ପ୍ରସ୍ତର ଫଳକ ଚୁକ୍ତି ସାଙ୍ଗରେ ନେଇ ଆସିଥିଲେ। ମୋଶାଙ୍କର ମୁଖ ଉଜ୍ଜ୍ୱଳ ଦିଶୁଥିଲା କାରଣ ସେ ସଦାପ୍ରଭୁଙ୍କ ସହିତ କଥୋପକଥନ କରିଥିଲେ, କିନ୍ତୁ ମୋଶାଙ୍କୁ ଏହା ଜଣା ନ ଥିଲା। 30 ହାରୋଣ ଏବଂ ସମସ୍ତ ଇସ୍ରାଏଲୀୟ ଲୋକମାନେ ଦେଖିଲେ ମୋଶାଙ୍କର ମୁଖ ଅତି ଉଜ୍ଜ୍ୱଳ ଦିଶୁଛି। ତେଣୁ ସେମାନେ ତାଙ୍କ ନିକଟକୁ ଯିବାକୁ ଭୟ କଲେ। 31 କିନ୍ତୁ ମୋଶା ସେମାନଙ୍କୁ ନିକଟକୁ ଡାକିଲେ। ତେଣୁ ହାରୋଣ ଏବଂ ସମସ୍ତ ଅଧ୍ୟକ୍ଷଗଣ ମୋଶାଙ୍କ ନିକଟକୁ ଗଲେ। ମୋଶା ସେମାନଙ୍କ ସହିତ କଥୋପକଥନ କଲେ। 32 ଏହା ପରେ ଇସ୍ରାଏଲର ସମସ୍ତ ଲୋକେ ମୋଶାଙ୍କ ନିକଟକୁ ଆସିଲେ। ଏହା ପରେ ମୋଶା ସେମାନଙ୍କୁ ସଦାପ୍ରଭୁଙ୍କର ନିର୍ଦ୍ଦେଶ ଦେଲେ ଯାହା ସୀନୟ ପର୍ବତରେ ସଦାପ୍ରଭୁ ମୋଶାଙ୍କୁ କହିଥିଲେ।

33 ମୋଶା ଲୋକମାନଙ୍କୁ କହିସାରିବା ପରେ ତାଙ୍କର ମୁହଁ ଆବରଣ କରି ଦେଲେ। 34 ଯେତେବେଳେ ମୋଶା ସଦାପ୍ରଭୁଙ୍କ ସହିତ କଥା ହେବାକୁ ଭିତରକୁ ଗଲେ। ସେ ଓଢ଼ଣୀକୁ ହଟାଇଲେ, ତା'ପରେ ସେ ବାହାରି ଆସିଲେ ଏବଂ ସଦାପ୍ରଭୁ ଯାହା ଆଜ୍ଞା ଦେଇଥିଲେ, ତାହା ଇସ୍ରାଏଲର ଲୋକମାନଙ୍କୁ କହିଲେ। 35 ଲୋକମାନେ ଦେଖି ପାରିଲେ ଯେ ମୋଶାଙ୍କର ମୁଖ ଉଜ୍ଜ୍ୱଳ ଦିଶୁଛି। ତେଣୁ ମୋଶା ତାଙ୍କର ମୁହଁରେ ଆବରଣ ଦେଲେ। ମୋଶା ସଦାପ୍ରଭୁଙ୍କ ସହିତ ପୁନରାୟ କଥା ହେବା ପର୍ଯ୍ୟନ୍ତ ତାଙ୍କର ମୁହଁ ଆବରଣ କରି ରଖିଲେ।

ବିଶ୍ରାମ ଦିନର ବିଧି

35 ମୋଶା ଇସ୍ରାଏଲର ସମସ୍ତ ଲୋକମାନଙ୍କୁ ଏକତ୍ରିତ କରାଇଲେ। ମୋଶା ସେମାନଙ୍କୁ କହିଲେ, “ସଦାପ୍ରଭୁ ତୁମ୍ଭମାନଙ୍କୁ ପାଳନ କରିବା ପାଇଁ କହିଥିବା ବାକ୍ୟଗୁଡ଼ିକ ମୁଁ ତୁମ୍ଭକୁ କହିବି। ସେଗୁଡ଼ିକ ତୁମ୍ଭେ ପାଳନ କରିବ।

“ଛଅ ଦିନ କର୍ମ କରିବ। କିନ୍ତୁ ସପ୍ତମ ଦିନଟି ତୁମ୍ଭମାନଙ୍କ ବିଶ୍ରାମ ପାଇଁ ଏକ ସ୍ୱତନ୍ତ୍ର ଦିନ। ତାହା ସଦାପ୍ରଭୁଙ୍କ ପାଇଁ ବିଶ୍ରାମ ଦିନ ହେବ। ଯେକେହି ସେହି ପବିତ୍ର ଦିନରେ କର୍ମ କରିବ, ତାକୁ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ୍। ତୁମ୍ଭେମାନେ ବିଶ୍ରାମ ଦିନରେ କୌଣସି ବାସଗୃହରେ ଅଗ୍ନି ଜାଳିବ ନାହିଁ।”

ପବିତ୍ର ତମ୍ବୁ ପାଇଁ ବସ୍ତୁମାନ

ମୋଶା ସମସ୍ତ ଇସ୍ରାଏଲ ଲୋକମାନଙ୍କ ସମଗ୍ର ସଭାରେ ଏହା କହିଲେ, “ସଦାପ୍ରଭୁ ଏହିସବୁ ଆଜ୍ଞା ଦେଇଛନ୍ତି। ତୁମ୍ଭେମାନେ ସଦାପ୍ରଭୁଙ୍କ ନିମନ୍ତେ ବିଶେଷ ଉପହାର ସଂଗ୍ରହ କର। ପ୍ରତ୍ୟେକ ତାଙ୍କର ଇଚ୍ଛାମତେ ଉପହାର ଦେବେ। ଏବଂ ଏହା ପରେ ସେହି ଉପହାରଗୁଡ଼ିକ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣ। ଏହି ଉପହାର ଯଥା: ସୁନା, ରୂପା ଓ ପିତ୍ତଳ। ନୀଳ ବର୍ଣ୍ଣ, ଧୂମ୍ର ବର୍ଣ୍ଣ, ସିନ୍ଦୁରବର୍ଣ୍ଣ, ଶୂଭ୍ର ବର୍ଣ୍ଣ, କ୍ଷୋମସୂତ୍ର ଓ ଛାଗଲୋମ, ରକ୍ତୀକୃତ, ମେଷଚର୍ମ, ସୂକ୍ଷ୍ମ ଶିଶୁକଚର୍ମ ଓ ଶିଟୀମକାଠ, ଦୀପ ପାଇଁ ତୈଳ, ଅଭିଷେକାର୍ଥକ ତୈଳ ପାଇଁ ମସଲା ଓ ଧୂପ। ଗୋମେଦକମଣି ଏବଂ ଅନ୍ୟାନ୍ୟ ଅଳଙ୍କାର ଏଫୋଦ ଓ ବିଗ୍ଭରାର୍ଥକ ବୁକୁପଟାରେ ଖଚିତ କରିବା ପାଇଁ।

10 “ତୁମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ କର୍ମରେ ନିପୁଣ ସେମାନେ ସଦାପ୍ରଭୁଙ୍କ ଆଜ୍ଞାରେ ସବୁକିଛି ନିର୍ମାଣ କର। 11 ତହିଁର ତମ୍ବୁ ଓ ଛାତ, ଘୁଣ୍ଡି, ପଟା ଓ ଅର୍ଗଳ, ସ୍ତମ୍ଭ ଓ ଚୁଙ୍ଗୀ, 12 ଏବଂ ପବିତ୍ର ସିନ୍ଦୁକ ତହିଁର ସାଙ୍ଗୀ, ଆଚ୍ଛାଦକ ବସ୍ତ୍ର ଏବଂ ପରଦା, 13 ମେଜ ଓ ତହିଁର ସାଙ୍ଗୀ, ସମସ୍ତ ପାତ୍ର ଓ ଦର୍ଶନୀୟ ରୋଟୀ, 14 ଦୀପ୍ତି ନିମନ୍ତେ ଦୀପରୁଖା, ତହିଁର ପାତ୍ର, ଦୀପ ଓ ଦୀପ ପାଇଁ ତୈଳ, 15 ଧୂପବେଦି, ତାରସାଙ୍ଗୀ, ଅଭିଷେକାର୍ଥକ ତୈଳ, ସୁଗନ୍ଧିଧୂପ, ପବିତ୍ର ତମ୍ବୁ ପ୍ରବେଶ ଦ୍ୱାରର ଆଚ୍ଛାଦନ ବସ୍ତ୍ର। 16 ନୈବେଦ୍ୟ ଉତ୍ସର୍ଗ ନିମନ୍ତେ ଯଜ୍ଞବେଦି ତାର କଂସା ଜାଲି, ସାଙ୍ଗୀ ଓ ତାର ସାମଗ୍ରୀ, ପ୍ରକ୍ଷାଳନ ପାତ୍ର ଏବଂ ତାର ଆଧାର। 17 ପ୍ରାଙ୍ଗଣର ପରଦା, ସ୍ତମ୍ଭ, ଆଙ୍କଡ଼ା ଓ ପ୍ରାଙ୍ଗଣର ପ୍ରବେଶ ପଥର ପରଦା। 18 ତମ୍ବୁର ମେଖ, ପ୍ରାଙ୍ଗଣର ଖିଲ ଓ ଉଭୟର ରଜ୍ଜୁ। 19 ପବିତ୍ର ସ୍ଥାନର ସେବା ନିମନ୍ତେ ସୁଶୋଭିତ ବୁଣା ବସ୍ତ୍ର, ଏହିସବୁ ବିଶେଷ ବସ୍ତ୍ରଗୁଡ଼ିକ ଯାଜକ ହାରୋଣଙ୍କ ନିମନ୍ତେ, ତାଙ୍କର ପୁତ୍ରମାନଙ୍କର ପରିଧାନ ନିମନ୍ତେ ଅଟେ, ଯେତେବେଳେ ସେମାନେ ଯାଜକ ରୂପେ ସେବା କରନ୍ତି।”

ଲୋକମାନଙ୍କର ମହାନ ନୈବେଦ୍ୟ

20 ଏହା ପରେ ଇସ୍ରାଏଲର ସଭାର ସମସ୍ତ ଲୋକେ ମୋଶାଙ୍କ ନିକଟରୁ ବିଦାୟ ନେଲେ। 21 ସମସ୍ତ ଲୋକମାନେ ସଦାପ୍ରଭୁଙ୍କ ନିକଟକୁ ଉପହାର ଆଣିଲେ। ଯେହେତୁ ସେମାନଙ୍କର ହୃଦୟ ଉଦାର ହୋଇଗଲା। ଏହି ସମସ୍ତ ଉପହାର ଦ୍ରବ୍ୟ ତମ୍ବୁରେ ଥିବା ସମସ୍ତ ଦ୍ରବ୍ୟ, ସମାଗମ-ତମ୍ବୁ ଭିତରେ ଥିବା ଅନ୍ୟାନ୍ୟ ସାମଗ୍ରୀ ଓ ବିଶେଷ ବସ୍ତ୍ର ତିଆରି କରିବାରେ ବ୍ୟବହୃତ ହେଲା। 22 ପୁରୁଷ ଓ ସ୍ତ୍ରୀ ଯେତେ ଲୋକ ସ୍ୱଚ୍ଛନ୍ଦମନା ଥିଲେ, ସେ ସମସ୍ତ ଆସି ଶିରୋମଣି ଓ କୁଣ୍ଡଳ ଓ ଅଙ୍ଗୁରୀୟ ହାର ପ୍ରଭୃତି ସ୍ୱର୍ଣ୍ଣ ଅଳଙ୍କାରସବୁ ଆଣିଲେ। ପ୍ରତ୍ୟେକ ଲୋକ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସୁବର୍ଣ୍ଣର ମହାନ ଉପହାର ଉତ୍ସର୍ଗ କଲେ।

23 ଯେଉଁମାନଙ୍କ ନିକଟରେ ନୀଳ ଓ ଧୂମ୍ର ଓ ସିନ୍ଦୁରବର୍ଣ୍ଣ ଓ ଶୁଭ୍ର କ୍ଷୋମସୂତ୍ର ଥିଲା, ସେମାନେ ତାହା ଆଣିଲେ। ସେମାନେ ମଧ୍ୟ ଛାଗ ଲୋମ, ଲାଲ ରଙ୍ଗରେ ରଂଜିତ ମେଷଚର୍ମ ଏବଂ ସୂକ୍ଷ୍ମ ଚମଡ଼ା ଆଣିଲେ। 24 ପୁଣି ଯିଏ ରୂପାର କି ପିତ୍ତଳର ଉପହାର ଉତ୍ସର୍ଗ କଲା, ସେ ସଦାପ୍ରଭୁଙ୍କର ଉପହାର ଆଣିଲା। ଆଉ ଯାହା ନିକଟରେ ସେବାର କୌଣସି କର୍ମ ନିମନ୍ତେ ଶିଟୀମ୍ କାଠ ଥିଲା, ସେ ତାହା ଆଣିଲା। 25 ଦକ୍ଷ ସ୍ତ୍ରୀଲୋକମାନେ ନିଜ ନିଜ ହସ୍ତରେ ସୂତା କାଟି ନୀଳ, ଧୂମ୍ର, ସିନ୍ଦୁରବର୍ଣ୍ଣ ଓ ଶୁଭ୍ର କ୍ଷୋମସୂତ୍ର ଆଣିଲେ। 26 ନିପୁଣା ସ୍ତ୍ରୀଲୋକମାନେ ସ୍ୱଇଚ୍ଛାରେ ଛାଗ ଲୋମରେ ସୂତା କାଟିଲେ।

27 ଅଧ୍ୟକ୍ଷଗଣ ଏଫୋଦ ଓ ବୁକୁପଟା ନିମନ୍ତେ ଗୋମେଦକାଦି ଖଚନାର୍ଥକ ମଣି ଆଣିଲେ। 28 ଆଉ ମସଲା, ଦୀପ ପାଇଁ ତୈଳ, ଅଭିଷେକାର୍ଥକ ତୈଳ ଓ ଧୂପ ଆଣିଲେ। 29 ପ୍ରତ୍ୟେକ ପୁରୁଷ ଓ ସ୍ତ୍ରୀ ଯେଉଁମାନଙ୍କର ହୃଦୟ ସେମାନଙ୍କୁ ଉଦାର କଲା, ସଦାପ୍ରଭୁ ମୋଶାଙ୍କ ମାଧ୍ୟମରେ ଦେଇଥିବା ଆଜ୍ଞାନୁସାରେ କାର୍ଯ୍ୟ ପାଇଁ ଉପହାର ଆଣିଲେ। ତେଣୁ ଇସ୍ରାଏଲର ଲୋକମାନେ ସଦାପ୍ରଭୁଙ୍କ ନିକଟକୁ ସ୍ୱେଚ୍ଛାଦତ୍ତ ନୈବେଦ୍ୟ ଆଣିଲେ।

ବତ୍ସଲେଲ ଓ ଅହଲୀୟାବ

30 ଏହା ପରେ ମୋଶା ଇସ୍ରାଏଲର ଲୋକମାନଙ୍କୁ କହିଲେ, “ଦେଖ, ସଦାପ୍ରଭୁ ବତ୍ସଲେଲକୁ ମନୋନୀତ କଲେ। ଯିଏ ଯିହୁଦା ପରିବାରବର୍ଗର ଅନ୍ତର୍ଭୁକ୍ତ ଅଟେ। ବତ୍ସଲେଲ ଊରିର ପୁତ୍ର ଏବଂ ଊରି ହୂରର ପୁତ୍ର ଅଟେ। 31 ସଦାପ୍ରଭୁ ବତ୍ସଲେଲକୁ ପରମେଶ୍ୱରଙ୍କ ଜ୍ଞାନରେ ପୂର୍ଣ୍ଣ କଲେ। ସେ ତାଙ୍କୁ ସମସ୍ତ ପ୍ରକାର କାର୍ଯ୍ୟ କରିବା ପାଇଁ ସମସ୍ତ କୌଶଳ ଓ ଜ୍ଞାନ ଦେଲେ। 32 ସେ ଚିତ୍ର କର୍ମମାନ ସ୍ୱର୍ଣ୍ଣ, ରୌପ୍ୟ, ପିତ୍ତଳ, ଆଦିରେ ସୁନ୍ଦର କର୍ମମାନ କରି ପାରନ୍ତି। 33 ଖଚନାର୍ଥକ ମଣିକର୍ତ୍ତନ ଓ ନାନା ଶିଳ୍ପ କର୍ମ ନିମନ୍ତେ କାଠ ଖୋଦନ ଏହିସବୁ କାର୍ଯ୍ୟମାନ କରିବା ପାଇଁ ତାଙ୍କୁ ନିପୁଣ କଲେ। 34 ସଦାପ୍ରଭୁ ବତ୍ସଲେଲ ଓ ଅହଲୀୟାବକୁ ପ୍ରବୃତ୍ତ ଦେଲେ ଯେଉଁଥିରେ ସେମାନେ ଲୋକମାନଙ୍କୁ ଏ ବିଷୟରେ ଶିକ୍ଷା ଦେଇ ପାରିବେ। ଅହଲୀୟାବ ଥିଲେ ଅହୀଷାମଙ୍କର ପୁତ୍ର, ଯିଏ କି ଦାନ୍ ବଂଶର ଥିଲେ। 35 ସଦାପ୍ରଭୁ ସେ ଦୁହିଁଙ୍କୁ ସ୍ୱତନ୍ତ୍ର ଜ୍ଞାନ କୌଶଳରେ ପରିପୂର୍ଣ୍ଣ କରିଛନ୍ତି, ସେମାନେ ଯେକୌଣସି କାର୍ଯ୍ୟମାନ କରି ପାରିବେ। ସେମାନେ କାଠ କାମ, ପିତ୍ତଳ ନିର୍ମିତ କର୍ମମାନ କରି ପାରିବେ। ସେମାନେ ସୁନ୍ଦର କାର୍ଯ୍ୟମାନ ଯଥା: ନୀଳ, ଧୂମ୍ର, ସିନ୍ଦୁରବର୍ଣ୍ଣ ଓ ଶୁଭ୍ର କ୍ଷୋମ ସୂତ୍ରରେ ସୂଚୀ କର୍ମରେ ଓ ତନ୍ତି କର୍ମମାନ କରିବା ନିମନ୍ତେ ଯାବତୀୟ କର୍ମରେ ସେମାନଙ୍କୁ ନିପୁଣ କରିଛନ୍ତି।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center