Beginning
ଯାଜକମାନଙ୍କର ବସ୍ତ୍ର
28 ତହିଁରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭର ଭାଇ ହାରୋଣ ଏବଂ ତାଙ୍କର ପୁତ୍ର ନାଦବ୍, ଅବୀହୂ, ଇଲିୟାଜର ଓ ଈଥାମରକୁ ଇସ୍ରାଏଲର ଲୋକମାନଙ୍କ ମଧ୍ୟରୁ ଆଣ। ସେମାନେ ମୋର ଯାଜକଗଣ ହେବେ।
2 “ତୁମ୍ଭର ଭାଇ ହାରୋଣଙ୍କ ପାଇଁ ପବିତ୍ର ବସ୍ତ୍ର ତିଆରି କର। ସେହି ବସ୍ତ୍ର ପିନ୍ଧିଲେ ସେ ସମ୍ମାନ ପାଇବେ ଓ ସୁନ୍ଦର ଦିଶିବେ। 3 ସେହି ନିପୁଣ ଲୋକମାନଙ୍କୁ ପଗ୍ଭର, ଯେଉଁମାନଙ୍କୁ ମୁଁ ହାରୋଣକୁ ଯାଜକ ରୂପେ ଉତ୍ସର୍ଗୀକୃତ କରିବା ପାଇଁ ବସ୍ତ୍ର ତିଆରି କରିବା ପାଇଁ ଜ୍ଞାନ ପ୍ରଦାନ କଲି। 4 ବୁକୁପଟା, ଏଫୋଦ, ଗୋଟିଏ ଗ୍ଭେଗା, ଶୁକ୍ଳ ସୁତାରେ ବୁଣା ଯାଇଥିବା ଗ୍ଭେଗା, ପଗଡ଼ି ଓ କଟି ବନ୍ଧନ ସେମାନେ ପ୍ରସ୍ତୁତ କରିବା ଉଚିତ୍। ଏହି ଲୋକମାନେ ଏହିସବୁ ପବିତ୍ର ବସ୍ତ୍ର ତୁମ୍ଭର ଭାଇ ହାରୋଣ ଓ ତାହାର ପୁତ୍ରଗଣ ପାଇଁ ପ୍ରସ୍ତୁତ କରିବେ, ଯେଉଁଥିପାଇଁ ସେମାନେ ମୋର ଯାଜକ ରୂପେ ସେବା କରିବେ। 5 ସେମାନେ ସୁବର୍ଣ୍ଣ, ନୀଳ ଓ ଧୂମ୍ର ଓ ସିନ୍ଦୁରବର୍ଣ୍ଣ ଓ ବଳା ଶୁଭ୍ର କ୍ଷୋମ ସୁତ୍ର ହେବ।
ଏଫୋଦ ଓ କଟିବନ୍ଧନ
6 “ସେମାନେ ନୀଳ, ଧୂମ୍ର, ସିନ୍ଦୁରବର୍ଣ୍ଣ ଓ ବଳା ଶୁଭ୍ର କ୍ଷୋମ ସୁତ୍ରରେ ନିପୁଣ ଶିଳ୍ପକାରର କର୍ମ ଦ୍ୱାରା ସେହି ଏଫୋଦ ବସ୍ତ୍ର ପ୍ରସ୍ତୁତ କରନ୍ତୁ। 7 ଏହାର ଦୁଇ ମୁଣ୍ଡରେ ପରସ୍ପର ସଂଯୁକ୍ତ ଦୁଇ ସ୍କନ୍ଧପଟି ରହିବ। ଏହିପରି ଭାବରେ ତାହା ଯୁକ୍ତ ହେବ।
8 “ଏଫୋଦର ଯେଉଁ ଚିତ୍ରିତ ପଟୁକା ତହିଁ ଉପରେ ରହିବ, ତହିଁର ଚିତ୍ରିତ କର୍ମ ସେହି ବସ୍ତ୍ର ଅନୁସାରେ ହେବ। ଅର୍ଥାତ୍ ସ୍ୱର୍ଣ୍ଣରେ ନୀଳ ଓ ଧୂମ୍ର ଓ ସିନ୍ଦୁରବର୍ଣ୍ଣ ଓ ବଳା ଶୁଭ୍ର କ୍ଷୋମ ସୂତ୍ରରେ ହେବ।
9 “ଦୁଇଟି ଗୋମେଦକମଣି ନେଇ ତହିଁ ଉପରେ ଇସ୍ରାଏଲ ପୁତ୍ରମାନଙ୍କ ନାମ ଖୋଦିତ କରିବ। 10 ଛଅଟି ନାମ ଏକ ମଣି ଉପରେ ଓ ଅବଶିଷ୍ଟ ଛଅଟି ନାମ ମଣି ଉପରେ ରହିବ। ଏହିସବୁ ନାମଗୁଡ଼ିକ ସେମାନଙ୍କର ଜନ୍ମ ଅନୁସାରେ ତାଲିକାଭୁକ୍ତ କରାଯିବା ଉଚିତ୍। 11 ଶିଳ୍ପ କର୍ମରେ ମୁଦ୍ରା ଖୋଳିବା ନ୍ୟାୟ ସେହି ଦୁଇ ମଣି ଉପରେ ଇସ୍ରାଏଲ ପୁତ୍ରଗଣର ନାମ ଖୋଳିବ। ପୁଣି ତାହା ଦୁଇ ସ୍ୱର୍ଣ୍ଣ ଧାରରେ ବନ୍ଦ କରିବ। 12 ଏହା ପରେ ଇସ୍ରାଏଲ ସନ୍ତାନଗଣକୁ ସ୍ମରଣ କରିବା ନିମନ୍ତେ ତୁମ୍ଭେ ସେହି ଦୁଇ ମଣି ଏଫୋଦର ଦୁଇସ୍କନ୍ଧ ପଟିରେ ଦେବ। ତହିଁରେ ହାରୋଣ ସ୍ମରଣାର୍ଥେ ସଦାପ୍ରଭୁଙ୍କ ସମ୍ମୁଖରେ ଆପଣା ଦୁଇ ସ୍କନ୍ଧରେ ସେମାନଙ୍କ ନାମ ବହିବ। 13 ଶୁଦ୍ଧ ସୁବର୍ଣ୍ଣରେ ଏହି ପଥର ଏଫୋଦର ରହିବ। 14 ଦୁଇ ମୋଡ଼ା ହୋଇଥିବା ସୁବର୍ଣ୍ଣ ଜଞ୍ଜିର କରି ସେହି ଏଫୋଦରେ ଲଗାଇବ।
ବିଗ୍ଭରାର୍ଥକ ବୁକୁପଟା
15 “ନିପୁଣ କାରିଗର ଦ୍ୱାରା ନିପୁଣ ଭାବରେ ବୁକୁପଟା ପ୍ରସ୍ତୁତ କର। ବୁକୁପଟା ଏଫୋଦ ପରି ସୂକ୍ଷ୍ମ ମଲ୍ମଲ୍ ଏବଂ ସୁବର୍ଣ୍ଣ, ନୀଳ, ବାଇଗଣି ଏବଂ ଲାଲ୍ ମଲ୍ମଲ୍ ନିପୁଣ କଳାକୃତିରେ ନିର୍ମାଣ ହେବା ଉଚିତ୍। 16 ଚତୁଷ୍କୋଣ ଓ ଦୋହରା ହେବ। ତହିଁର ଦୀର୍ଘତା ଏକ ଗ୍ଭଖଣ୍ଡ ଓ ପ୍ରସ୍ଥ ଏକ ଗ୍ଭଖଣ୍ଡ ହେବ। 17 ତାହାକୁ ଗ୍ଭରି ମଣି ପଂକ୍ତିରେ ଖଚିତ କରିବ। ତହିଁରେ ପ୍ରଥମ ପଂକ୍ତିରେ ଚୂଣୀ ଓ ପୀତମଣି ମର୍କତ, 18 ଦ୍ୱିତୀୟ ପଂକ୍ତିରେ ପଦ୍ମରାଗ ଓ ନୀଳକାନ୍ତ ହୀରକ, 19 ତୃତୀୟ ପଂକ୍ତିରେ ପେରୋଜ, ଯିସ୍ମ ଓ କଟାହେଳା। 20 ଚତୁର୍ଥ ପଂକ୍ତିରେ ବୈଦୂର୍ଯ୍ୟ, ଗୋମେଦକ ଓ ସୂର୍ଯ୍ୟକାନ୍ତ। ଏହିସବୁ ସ୍ୱର୍ଣ୍ଣରେ ନିଜ ନିଜ ପଂକ୍ତିରେ ବସାଯିବ। 21 ଏହି ମଣି ଇସ୍ରାଏଲ ପୁତ୍ରମାନଙ୍କ ନାମ ନିମନ୍ତେ ସେମାନଙ୍କ ନାମ ଅନୁସାରେ ଦ୍ୱାଦଶ ହେବ। ମୁଦ୍ରା ନ୍ୟାୟ ଖୋଦିତ ପ୍ରତ୍ୟେକ ମଣିରେ ସେହି ଦ୍ୱାଦଶ ବଂଶ ନିମନ୍ତେ ପ୍ରତ୍ୟେକ ପୁତ୍ରର ନାମ ରହିବ।
22 “ବୁକୁପଟା ନିମନ୍ତେ ହାରଗୁଡ଼ିକ ତିଆରି କର। ଏହି ହାର ଶୁଦ୍ଧ ସୁବର୍ଣ୍ଣରେ ମୋଡ଼ା ଯାଇଥିବ। 23 ବୁକୁପଟା ଉପରେ ସ୍ୱର୍ଣ୍ଣର ଦୁଇ କଡ଼ା ରହିବ। ବୁକୁପଟାର ଦୁଇ ପ୍ରାନ୍ତରେ ସେହି ଦୁଇ କଡ଼ା ଲଗାଇବ। 24 ବୁକୁପଟା ସ୍ଥିତ ଦୁଇ ସୁବର୍ଣ୍ଣ କଡ଼ା ମଧ୍ୟରେ ସେହି ଦୁଇଟି ସୁବର୍ଣ୍ଣ ହାର ଲଗାଇବ। 25 ଦୁଇ ସୁବର୍ଣ୍ଣ ହାରର ଦୁଇ ମୁଣ୍ଡକୁ ଏଫୋଦର ସ୍କନ୍ଧ ପଟିରେ ବାନ୍ଧ। 26 ଆଉ ଦୁଇଟି ସୁବର୍ଣ୍ଣର କଡ଼ା ନିର୍ମାଣ କର ଏବଂ ବୁକୁପଟାର ଏଫୋଦ ଭିତର ଭାଗସ୍ଥ ଦୁଇ କୋଣରେ ତାକୁ ଲଗାଅ। 27 ଆହୁରି ଦୁଇଟି ସ୍ୱର୍ଣ୍ଣ କଡ଼ା କରି ଏଫୋଦ ବସ୍ତ୍ରର ଦୁଇ ସ୍କନ୍ଦପଟି ତଳେ ତହିଁର ସମ୍ମୁଖ ଭାଗରେ ଯୋଡ଼ ସ୍ଥାନରେ ଏଫୋଦର ଚିତ୍ରିତ ପଟୁକା ଉପରେ ତାହା ରଖିବ। 28 ବୁକୁପଟା ଯେମନ୍ତ ଏଫୋଦର ଚିତ୍ରିତ ପଟୁକା ଉପରେ ଥାଇ ଏଫୋଦରୁ ନ ଯିବ ଏଥିପାଇଁ ସେମାନେ ବୁକୁପଟାରକୁ ନିଜ କଡ଼ାରେ ନୀଳସୂତ୍ର ଦ୍ୱାରା ଏଫୋଦର କଡ଼ା ସହିତ ବନ୍ଦ ରଖିବେ।
29 “ଯେତେବେଳେ ହାରୋଣ ପବିତ୍ର ସ୍ଥାନକୁ ପ୍ରବେଶ କରିବ, ସେହି ସମୟରେ ସଦାପ୍ରଭୁଙ୍କ ସମ୍ମୁଖରେ ନିତ୍ୟ ସ୍ମରଣାର୍ଥେ ସେ ବିଗ୍ଭରାର୍ଥକ ବୁକୁପଟାରେ ଇସ୍ରାଏଲ ପୁତ୍ରଗଣର ନାମ ସକଳ ଆପଣା ହୃଦୟ ଉପରେ ବହନ କରିବ। 30 ସେହି ବିଗ୍ଭରାର୍ଥକ ବୁକୁପଟାରେ ତୁମ୍ଭେ ଊରୀମ୍ ଓ ତୁମ୍ମୀମ୍ (ଦୀପ୍ତି ଓ ସିଦ୍ଧି) ରଖିବ। ତହିଁରେ ହାରୋଣ ଯେଉଁ ସମୟରେ ସଦାପ୍ରଭୁଙ୍କ ଛାମୁରେ ପ୍ରବେଶ କରିବ। ସେହି ସମୟରେ ହାରୋଣର ହୃଦୟ ଉପରେ ତାହା ରହିବ, ପୁଣି ହାରୋଣ ସଦାପ୍ରଭୁଙ୍କ ଛାମୁରେ ପ୍ରତ୍ୟେକ ଦିନ ଇସ୍ରାଏଲ ସନ୍ତାନଗଣର ବିଗ୍ଭର ଆପଣା ହୃଦୟ ଉପରେ ବହିବ।
ଯାଜକମାନଙ୍କ ପାଇଁ ଅନ୍ୟାନ୍ୟ ସମସ୍ତ ବସ୍ତ୍ର
31 “ଏଫୋଦ ନିମନ୍ତେ ସମ୍ପୂର୍ଣ୍ଣ ନୀଳବର୍ଣ୍ଣରେ ଗ୍ଭେଗା ତିଆରି କର। 32 ଏହାର ମଧ୍ୟସ୍ଥଳରେ ମସ୍ତକ ପ୍ରବେଶ ନିମନ୍ତେ ଏକ ଛିଦ୍ର ରହିବ। ସାଞ୍ଚୁଆର ଗଳଦେଶ ନ୍ୟାୟ ସେହି ଛିଦ୍ରର ଚତୁର୍ଦ୍ଦିଗରେ ବୁଣା କର୍ମ ହେବ। ତହିଁରେ ତାହା ଛିଣ୍ଡି ଯିବ ନାହିଁ। 33 ତୁମ୍ଭେ ତହିଁର ଅଞ୍ଚଳର ଚତୁର୍ଦ୍ଦିଗରେ ନୀଳ, ଧୂମ୍ର ଓ ସିନ୍ଦୁରବର୍ଣ୍ଣର ଡାଳିମ୍ବ କରିବ। ଆଉ ଗ୍ଭରି ଦିଗରେ ତହିଁ ମଧ୍ୟରେ ସ୍ୱର୍ଣ୍ଣଘଣ୍ଟି ରହିବ। 34 ସେହି ଗ୍ଭେଗାର ଅଞ୍ଚଳର ଚତୁର୍ଦ୍ଦିଗରେ ଗୋଟିଏ ସ୍ୱର୍ଣ୍ଣଘଣ୍ଟି ଓ ଗୋଟିଏ ଡାଳିମ୍ବ ରହିବ, ପୁଣି ଗୋଟିଏ ସ୍ୱର୍ଣ୍ଣଘଣ୍ଟି ଓ ଗୋଟିଏ ଡାଳିମ୍ବ ରହିବ। 35 ହାରୋଣ ସେବା କରିବା ସମୟରେ ତାହା ପିନ୍ଧିବ। ଯେଉଁଥିରେ ସେ ଯେତେବେଳେ ସଦାପ୍ରଭୁଙ୍କ ଛାମୁରେ ପବିତ୍ର ସ୍ଥାନରେ ପ୍ରବେଶ କରିବ ଓ ପ୍ରସ୍ଥାନ କରିବ, ସେତେବେଳେ ଘଣ୍ଟି ଶବ୍ଦ ଶୁଣାଯିବ। ଏହି ପ୍ରକାରେ ହାରୋଣ ମରିବ ନାହିଁ।
36 “ଶୁଦ୍ଧ ସୁବର୍ଣ୍ଣର ଏକ ପାତ୍ର ତିଆରି କର ଏବଂ ଛୋଟ ମୋହରରେ ଖୋଦିତ କଲାପରି ଏହା ଉପରେ ଖୋଦନ କର, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର। 37 ପୁଣି ପାଗ ଉପରେ ରହିବା ପାଇଁ ତାହା ନୀଳ ସୁତ୍ରରେ ବନ୍ଦ କରି ପାଗର ସମ୍ମୁଖରେ ରଖିବ। 38 ଏହା ହାରୋଣର କପାଳ ଉପରେ ରହିବ। ଇସ୍ରାଏଲୀୟମାନେ ଉତ୍ସର୍ଗ କରୁଥିବା ପବିତ୍ର ଉପହାର ପାଇଁ ହାରୋଣ ଦାୟୀ ହେବ। ଏହା ସର୍ବଦା ତା'ର କପାଳରେ ରହିବ, ଯାହା ଫଳରେ ସେହି ଉପହାରଟି ସଦାପ୍ରଭୁଙ୍କର ଗ୍ରହଣୀୟ ହେବ।
39 “ତୁମ୍ଭେ ଜାମାକୁ ବୁଟାଦାର ଶୁଭ୍ର କ୍ଷୋମ ବସ୍ତ୍ରରେ ଓ ପାଗକୁ ଶୁଭ୍ର କ୍ଷୋମ ସୂତ୍ରରେ ପ୍ରସ୍ତୁତ କରିବ। ପୁଣି କଟିବନ୍ଧନ ସୂଚୀକର୍ମ ଦ୍ୱାରା ଚିତ୍ରବିଚିତ୍ର କରିବ। 40 ହାରୋଣର ପୁତ୍ରଗଣଙ୍କ ନିମନ୍ତେ ଗ୍ଭେଗା, କଟିବନ୍ଧନ ଓ ପଗଡ଼ି ପ୍ରସ୍ତୁତ କର। ଏହି ବସ୍ତ୍ରଗୁଡ଼ିକ ସେମାନଙ୍କୁ ଗୌରବ ଓ ସୌନ୍ଦର୍ଯ୍ୟ ଦେବ। 41 ପୁଣି ତୁମ୍ଭର ଭ୍ରାତା ହାରୋଣକୁ ଓ ତା'ର ପୁତ୍ରଗଣକୁ ସେହିସବୁ ବସ୍ତ୍ର ପରିଧାନ କରାଅ। ତା'ପରେ ସେମାନଙ୍କୁ ଅଭିଷିକ୍ତ କର ଓ ଧର୍ମ ସମ୍ପ୍ରଦାୟଭୁକ୍ତ କର, ତା'ପରେ ସେମାନଙ୍କୁ ଯାଜକ ରୂପେ ମୋର ସେବା କରିବା ପାଇଁ ଛାଡ଼ିଦିଅ।
42 “ସେମାନଙ୍କର ଉଲଗ୍ନତା ଆଚ୍ଛାଦନ ନିମନ୍ତେ କଟିଠାରୁ ଜଙ୍ଘ ପର୍ଯ୍ୟନ୍ତ ଶୁକ୍ଳ ଜଙ୍ଘିଆ ତିଆରି କର। 43 ଏବଂ ଯେତେବେଳେ ହାରୋଣ ଓ ତାହାର ପୁତ୍ରଗଣ ସମାଗମ-ତମ୍ବୁରେ ପ୍ରବେଶ କରିବେ କିମ୍ବା ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ଯଜ୍ଞବେଦିର ନିକଟବର୍ତ୍ତୀ ହେବେ, ସେତେବେଳେ ସେମାନେ ଏହି ବସ୍ତ୍ର ପରିଧାନ କରିବା ଉଚିତ୍, ତାହାହେଲେ ସେମାନେ ଦୋଷୀ ହେବେ ନାହିଁ ଓ ମୃତ୍ୟୁବରଣ କରିବେ ନାହିଁ। ସବୁ ସମୟରେ ସେମାନେ ଯାଜକ ରୂପେ କାର୍ଯ୍ୟ କରନ୍ତୁ ଏହା ହାରୋଣର ଓ ତାହାର ଭବିଷ୍ୟଦ୍ ବଂଶଧର ପାଇଁ ଅନନ୍ତକାଳୀନ ବିଧି ଅଟେ।
ଯାଜକମାନଙ୍କର ନିଯୁକ୍ତି ପର୍ବ
29 “ବର୍ତ୍ତମାନ ମୁଁ ତୁମ୍ଭକୁ କହିବି, ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କୁ କିପରି ଯାଜକ ଭାବେ ନିଯୁକ୍ତି କରିବା ପାଇଁ ହେବ। ଏକ ନିଖୁଣ ବାଛୁରି ଓ ଦୁଇଟି ନିଖୁଣ ଅଣ୍ଡିରା ମେଷ ନିଅ। 2 ଏହା ପରେ ତାଡ଼ିଶୂନ୍ୟ ରୋଟୀ ଓ ତୈଳଯୁକ୍ତ ତାଡ଼ିଶୂନ୍ୟ ଚକୁଳୀ, ଏବଂ ତୈଳଯୁକ୍ତ ସରୁ ପିଠା, ଏହିସବୁ ଭଲ ଗହମରୁ ପ୍ରସ୍ତୁତ ତାଡ଼ିଶୂନ୍ୟ ଅଟାରୁ ପ୍ରସ୍ତୁତ କରିବ। 3 ଏହି ପିଠା ଓ ରୋଟୀତକ ଡାଲାରେ ରଖ। ଏହା ପରେ ସେହି ଡାଲା ସହିତ ଏକ ଗୋବତ୍ସ ଓ ଦୁଇଟି ଅଣ୍ଡିରା ମେଷ ସମାଗମ-ତମ୍ବୁ ନିକଟକୁ ଆଣ।
4 “ଏହା ପରେ ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କୁ ପବିତ୍ର ସମାଗମ-ତମ୍ବୁ ସ୍ଥାନର ଦ୍ୱାର ଦେଶକୁ ଆଣ। ସେମାନଙ୍କୁ ଗାଧୋଇ ଦିଅ। 5 ହାରୋଣକୁ ସେହି ସ୍ୱତନ୍ତ୍ର ବସ୍ତ୍ର ପିନ୍ଧାଅ। ଶୁକ୍ଳ ସୂତ୍ରରେ ବୁଣା ଯାଇଥିବା ଗ୍ଭେଗା ଏବଂ ଏଫୋଦର ଗ୍ଭେଗା ଓ ବୁକୁପଟା ସହିତ ପରିଧାନ କରାଇବ। ଆଉ ଚିତ୍ରିତ କଟିବନ୍ଧନ ତାହାର କଟିରେ ବାନ୍ଧ। 6 ତାହାର ମସ୍ତକରେ ପାଗ ବାନ୍ଧି ତା’ ଉପରେ ଏକ ପବିତ୍ର ମୁକୁଟ ଦେବ। 7 ଏହା ପରେ ଅଭିଷେକାର୍ଥକ ତୈଳ ନେଇ ତାହାର ମସ୍ତକ ଉପରେ ଢାଳି ତାକୁ ଅଭିଷେକ କରିବ।
8 “ଏହା ପରେ ହାରୋଣର ପୁତ୍ରମାନଙ୍କୁ ସେହି ସ୍ଥାନକୁ ଆଣ। ସେମାନଙ୍କୁ ଧଳା ଜାମା ପରିଧାନ କରାଇବ। 9 ହାରୋଣର ଓ ତା'ର ପୁତ୍ରମାନଙ୍କର କଟିରେ କଟିବନ୍ଧନ ବାନ୍ଧିଦିଅ ଓ ସେମାନଙ୍କ ମସ୍ତକରେ ପଗଡ଼ି ବାନ୍ଧ। ତହିଁରେ ସେମାନେ ବିଶେଷ ବ୍ୟବସ୍ଥା ଅନୁସାରେ ସର୍ବଦା ଯାଜକ ହେବେ।
10 “ତା'ପରେ ସେହି ବାଛୁରିକୁ ସମାଗମ-ତମ୍ବୁ ନିକଟକୁ ଆଣ। ହାରୋଣ ଏବଂ ତା'ର ପୁତ୍ରମାନେ ସେହି ଗୋବତ୍ସ ମସ୍ତକରେ ହାତ ରଖିବେ। 11 ଏହା ପରେ ସେହି ବାଛୁରିକୁ ସେହିଠାରେ ଅର୍ଥାତ୍ ସେହି ପ୍ରବେଶ ଦ୍ୱାର ନିକଟରେ ହତ୍ୟା କର। ଏହା ସଦାପ୍ରଭୁଙ୍କ ସମ୍ମୁଖରେ ହେବ। 12 ଏହା ପରେ ସେହି ବାଛୁରିର କିଛି ରକ୍ତ ଯଜ୍ଞବେଦି ନିକଟକୁ ନିଅ। ତୁମ୍ଭର ଅଙ୍ଗୁଳିରେ ରକ୍ତ ନେଇ ଯଜ୍ଞବେଦିର ଶିଙ୍ଗ ଉପରେ ଦିଅ ଓ ଅବଶିଷ୍ଟ ରକ୍ତ ବେଦି ମୂଳରେ ଢାଳ। 13 ତା'ପରେ ତା'ର ଭିତରର ମେଦ, କଲିଜାର ମେଦ ଅଂଶ, ଯକୃତ ଏବଂ ଗ୍ଭରିପଟେ ଥିବା ମେଦକୁ ଯଜ୍ଞବେଦିରେ ଦଗ୍ଧ କର। 14 ଏହା ପରେ ବାଛୁରିର ମାଂସ, ଚର୍ମ ଏବଂ ତା'ର ଗୋବର ନେଇ ଛାଉଣି ବାହାରେ ଦଗ୍ଧ କର। ଏହା ଯାଜକମାନଙ୍କ ପାଇଁ ନୈବେଦ୍ୟ ହେବ।
15 “ଏହା ପରେ ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କୁ କୁହ ସେମାନେ ତାଙ୍କର ହସ୍ତ ଏକ ଅଣ୍ଡିରା ମେଷର ମସ୍ତକ ଉପରେ ରଖିବେ। 16 ସେହି ଅଣ୍ଡିରା ମେଷକୁ ହତ୍ୟା କର ଓ ତା'ର ରକ୍ତ ସଂଗ୍ରହ କର। ସେହି ରକ୍ତକୁ ଯଜ୍ଞବେଦିର ଗ୍ଭରିକାନ୍ଥରେ ଛିଞ୍ଚି ଦିଅ। 17 ଏହା ପରେ ଅଣ୍ଡିରା ମେଷକୁ ଖଣ୍ଡ ଖଣ୍ଡ କରି କାଟ। ତାହାର ଅନ୍ତ ଓ ଗୋଡ଼ ଧୌତ କରି ତାହା ସବୁ ସେହି ଖଣ୍ଡ ସକଳ ଓ ତା'ର ମସ୍ତକ ସହିତ ରଖ। 18 ଏହା ପରେ ଗୋଟା ମେଷକୁ ଯଜ୍ଞବେଦି ଉପରେ ଦଗ୍ଧ କରିବ। ତାହା ସଦାପ୍ରଭୁଙ୍କ ପାଇଁ ହୋମବଳି। ଏହା ସଦାପ୍ରଭୁଙ୍କ ପାଇଁ ସୁବାସିତ ଉପହାର।
19 “ହାରୋଣକୁ ଏବଂ ତାଙ୍କର ପୁତ୍ରମାନଙ୍କୁ ଅନ୍ୟ ଅଣ୍ଡିରା ମେଷ ମୁଣ୍ଡ ଉପରେ ହାତ ରଖିବାକୁ କୁହ। 20 ସେହି ଅଣ୍ଡିରା ମେଷକୁ ହତ୍ୟା କର ଏବଂ ତା'ର କିଛି ରକ୍ତ ସଂଗ୍ରହ କର। ସେହି ରକ୍ତକୁ ହାରୋଣର ଦକ୍ଷିଣକର୍ଣ୍ଣ ପ୍ରାନ୍ତରେ ଓ ତା'ର ପୁତ୍ରଗଣର ଦକ୍ଷିଣ କର୍ଣ୍ଣ ପ୍ରାନ୍ତରେ ଲଗାଅ। ସେମାନଙ୍କର ଦକ୍ଷିଣହସ୍ତର ବୃଦ୍ଧା ଆଙ୍ଗୁଠି ଉପରେ ଓ ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଠି ଉପରେ ଏହା ଲଗାଅ। ପୁଣି ଯଜ୍ଞବେଦିର ଗ୍ଭହିଆଡ଼େ ରକ୍ତ ଛିଞ୍ଚ। 21 ଏହା ପରେ ଯଜ୍ଞବେଦିର ଉପରିସ୍ଥିତ ରକ୍ତରୁ ଓ ଅଭିଷେକାର୍ଥକ ତୈଳରୁ କିଛି ନେଇ ହାରୋଣ ଉପରେ ଓ ତାହାର ବସ୍ତ୍ର ଉପରେ, ପୁଣି ତାହା ସହିତ ତାହାର ପୁତ୍ରଗଣ ଉପରେ ଓ ସେମାନଙ୍କ ବସ୍ତ୍ର ଉପରେ ଛିଞ୍ଚିବ। ତହିଁରେ ସେ ଓ ତାହା ସହିତ ତାହାର ବସ୍ତ୍ର, ପୁଣି ତାହାର ପୁତ୍ରଗଣ ଓ ସେମାନଙ୍କ ବସ୍ତ୍ର ପବିତ୍ର ହେବ।
22 “ଆହୁରି ତୁମ୍ଭେ ସେହି ଉତ୍ସର୍ଗୀତ ମେଷର ମେଦ ଓ ମେଦମୟ ଲାଙ୍ଗୁଳ ଓ ଅନ୍ତ ଉପରିସ୍ଥ ମେଦ ଓ ଯକୃତର ଉପରିସ୍ଥ ଅନ୍ତାପ୍ଳାବକ ଓ ଦୁଇ ଗୁରୁଦା ଓ ତହିଁ ଉପରିସ୍ଥ ମେଦ ଓ ଡାହାଣ ଚଟୁଆ ନିଅ। ଯେହେତୁ ତାହା ଏକ ଉତ୍ସର୍ଗୀକୃତ ଅଣ୍ଡିରା ମେଷ। 23 ଏହା ପରେ ତାଡ଼ିଶୂନ୍ୟ ରୋଟୀ ଡାଲା ନେଇ ସେହି ଡାଲାକୁ ସଦାପ୍ରଭୁଙ୍କ ସମ୍ମୁଖରେ ଥୋଇବ। ସେହି ଡାଲାରୁ ଏକ ରୋଟୀ, ତୈଳମିଶ୍ରିତ ଏକ ପିଠା ଓ ଏକ ସରୁ ଚକୁଳି ନେବ। 24 ଏହିସବୁ ନେଇ ହାରୋଣ ଏବଂ ତା'ର ପୁତ୍ରମାନଙ୍କ ହାତରେ ଦେବ। ତାଙ୍କୁ କୁହ ସେମାନେ ଏହିସବୁ ସଦାପ୍ରଭୁଙ୍କ ସମ୍ମୁଖରେ ହାତରେ ଧରିବେ ଏହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବିଶିଷ୍ଟ ନୈବେଦ୍ୟ ହେବ। 25 ଏହା ପରେ ହାରୋଣ ଏବଂ ତାଙ୍କର ପୁତ୍ରଙ୍କ ହସ୍ତରୁ ଏହି ନୈବେଦ୍ୟ ନେଇ ଯଜ୍ଞବେଦିର ହୋମବଳି ଉପରେ ଦଗ୍ଧ କର। ଏହା ସଦାପ୍ରଭୁଙ୍କ ପାଇଁ ଏକ ସୁବାସିତ ଉପହାର।
26 “ହାରୋଣଙ୍କର ଉତ୍ସର୍ଗୀକୃତ ଅଣ୍ଡିରା ମେଷର ଛାତି ନିଅ ଏବଂ ଏହାକୁ ବିଶେଷ ନୈବେଦ୍ୟରୂପେ ସଦାପ୍ରଭୁଙ୍କ ସମ୍ମୁଖରେ ଧର। ଏହା ତୁମ୍ଭର ଅଂଶ ହେବ। 27 ଉତ୍ସର୍ଗୀକୃତ ମେଷର ଛାତି ଓ ଗୋଡ଼କୁ ନିଅ ଏବଂ ଏହାକୁ ପବିତ୍ର ରୂପେ ପୃଥକ କର। ଏହି ଅଂଶସବୁ ହାରୋଣ ଓ ତାଙ୍କର ପୁତ୍ରମାନଙ୍କୁ ଦିଅ। 28 ଇସ୍ରାଏଲୀୟମାନେ ସର୍ବଦା ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କୁ ଏହିସବୁ ଅଂଶ ଦେବେ। ଯେତେବେଳେ ଇସ୍ରାଏଲର ଲୋକମାନେ ସେହିସବୁ ନୈବେଦ୍ୟ ଦେବେ ସେହି ସମୟରେ ହାରୋଣ ଏବଂ ତାଙ୍କର ପୁତ୍ରମାନେ ଏହିସବୁ ଅଂଶ ପାଇବେ। ସେମାନେ ଯାଜକକୁ ଯେତେବେଳେ ଏହିସବୁ ଅଂଶ ଦେବେ, ଏହା ଯାଜକମାନଙ୍କ ଦ୍ୱାରା ଗ୍ରହଣ କରାଯିବ।
29 “ହାରୋଣଙ୍କ ପାଇଁ ପ୍ରସ୍ତୁତ ଏହି ସ୍ୱତନ୍ତ୍ର ବସ୍ତ୍ରକୁ ସାଇତି ରଖ। ତାଙ୍କର ମୃତ୍ୟୁ ପରେ ଏହି ପୋଷାକ ତାଙ୍କର ଭବିଷ୍ୟଦ୍ ବଂଶଧରମାନଙ୍କ ଦ୍ୱାରା ବ୍ୟବହାର ହେବ। ସେ ଏହାକୁ ପିନ୍ଧିବେ ଯେତେବେଳେ ସେ ଅଭିଷିକ୍ତ ଓ ଯାଜକ ପଦରେ ସମ୍ପ୍ରଦାୟଭୁକ୍ତ ହେବେ। 30 ହାରୋଣଙ୍କ ମୃତ୍ୟୁ ପରେ ତାଙ୍କର ପୁତ୍ର ମହାଯାଜକ ହେବେ। ତାଙ୍କର ପୁତ୍ର ଏହି ବିଶେଷ ପୋଷାକକୁ ସାତ ଦିନ ଧରି ପରିଧାନ କରିବେ। ଯେତେବେଳେ ସେମାନେ ସମାଗମ-ତମ୍ବୁକୁ ଆସିବେ, ସେହି ପବିତ୍ର ସ୍ଥାନରେ ସେବା କରିବେ।
31 “ଏହା ପରେ ସେହି ପଦନିଯୋଗାର୍ଥକ ଅଣ୍ଡିରା ମେଷର ମାଂସ ନେଇ ଗୋଟିଏ ପବିତ୍ର ସ୍ଥାନରେ ରୋଷେଇ କର। 32 ଏହା ପରେ ହାରୋଣ ଏବଂ ତାଙ୍କର ପୁତ୍ରମାନେ ସମାଗମ-ତମ୍ବୁ ଦ୍ୱାର ଦେଶରେ ଏହାକୁ ଖାଇବେ। ଡାଲାରେ ଥିବା ରୋଟୀକୁ ମଧ୍ୟ ସେମାନେ ଖାଇବେ। 33 ସେମାନଙ୍କୁ ପଦରେ ନିଯୁକ୍ତ ଓ ପ୍ରତିଷ୍ଠା କରିବା ନିମନ୍ତେ ଯାହାଦ୍ୱାରା ପ୍ରାୟଶ୍ଚିତ ହେଲା, ତାହା ସେମାନେ ଭୋଜନ କରିବେ। ମାତ୍ର କୌଣସି ଅନ୍ୟ ବଂଶୀୟ ଲୋକ ତାହା ଭୋଜନ କରିବ ନାହିଁ କାରଣ ତାହା ସବୁ ପବିତ୍ର ବସ୍ତୁ। 34 “ଯଦି ପଦନିଯୋଗାର୍ଥକ ମାଂସର କିଛି ଅଂଶ କିମ୍ବା ରୋଟୀ ସକାଳ ପର୍ଯ୍ୟନ୍ତ ରହିଯାଏ, ତେବେ ତାକୁ ଅଗ୍ନିରେ ଦଗ୍ଧ କର। ତୁମ୍ଭେମାନେ କେହି ଏହାକୁ ଖାଇବା ଉଚିତ୍ ନୁହଁ, କରଣ ଏହା ପବିତ୍ର ଅଟେ।
35 “ତୁମ୍ଭେମାନେ ଏହିସବୁ ନିଶ୍ଚିତ କରିବ, ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କ ପାଇଁ ଆମ୍ଭେ ତୁମ୍ଭକୁ ଦେଇଥିବା ଆଜ୍ଞାନୁସାରେ ନିଶ୍ଚୟ କରିବ। ତାଙ୍କର ପଦନିଯୋଗ ପାଇଁ ନିଶ୍ଚିତ ଭାବରେ ସାତ ଦିନ ପାଇଁ ଲାଗିବ। 36 ପ୍ରସ୍ତୁତ କରିବା ପାଇଁ ଏବଂ ଯଜ୍ଞବେଦିକୁ ପବିତ୍ର କରିବା ପାଇଁ ତୁମ୍ଭେମାନେ ସାତ ଦିନ ପାଇଁ ପ୍ରତ୍ୟେକ ଦିନ ଏକ ବାଛୁରି ବଳିରୂପେ ଉତ୍ସର୍ଗ କରିବା ଉଚିତ୍। ଉତ୍ସର୍ଗୀତ କରିବା ପାଇଁ ଏହା ଉପରେ ଅଲିଭ ତୈଳ ଢାଳ। 37 ସାତ ଦିନ ଯାଏ ଯଜ୍ଞବେଦିକୁ ପ୍ରସ୍ତୁତ କର। ଏହିପରି ଯଜ୍ଞବେଦିଟି ଅତି ପବିତ୍ର ହେବ। ଯାହାକିଛି ଯଜ୍ଞବେଦିକୁ ସ୍ପର୍ଶ କରେ ନିଶ୍ଚୟ ସେସବୁ ପବିତ୍ର ହେବ।
38 “ପ୍ରତ୍ୟେକ ଦିନ ସେହି ଯଜ୍ଞବେଦି ଉପରେ ତୁମ୍ଭେ ନୈବେଦ୍ୟ ଉତ୍ସର୍ଗ କରିବ। ଏହି ବଳି ପାଇଁ ମେଷଶାବକ ଏକ ବର୍ଷୀୟ ହେବ ଏବଂ ପ୍ରତ୍ୟେକ ଦିନ ଏହା ଦୁଇଟି ବଳି ହେବ। 39 ପ୍ରଥମ ମେଷଶାବକ ପ୍ରଭାତରେ ଓ ଅନ୍ୟଟି ସନ୍ଧ୍ୟା ସମୟରେ ଉତ୍ସର୍ଗ କରିବ। 40 ଯେତେବେଳେ ତୁମ୍ଭେ ପ୍ରଥମ ମେଷଶାବକ ସହିତ ଚତୁର୍ଥାଂଶ ନିର୍ମଳ ପେଷା ତୈଳରେ ମିଶ୍ରିତ ଏକ ଐଫାର ଦଶମାଂଶ ମଇଦା ଓ ପେୟନୈବେଦ୍ୟ ନିମନ୍ତେ ହିନର ଚତୁର୍ଥାଂଶ ଦ୍ରାକ୍ଷାରସ ଉତ୍ସର୍ଗ କର। 41 ସନ୍ଧ୍ୟା ସମୟରେ ଯେତେବେଳେ ଦ୍ୱିତୀୟ ମେଷ ଶାବକକୁ ଉତ୍ସର୍ଗ କରିବ, ପ୍ରଭାତରେ ଭକ୍ଷ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ପ୍ରମାଣେ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନି ଉପହାର ସ୍ୱରୂପେ ତାହା ଉତ୍ସର୍ଗ କରିବ।
42 “ଏହା ସମାଗମ-ତମ୍ବୁ ଦ୍ୱାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ନିତ୍ୟ ହୋମବଳି ହେବ। ସେହି ସ୍ଥାନରେ ମୁଁ ତୁମ୍ଭ ସହିତ ଆଳାପ କରିବା ନିମନ୍ତେ ତୁମ୍ଭମାନଙ୍କ ସହିତ ସାକ୍ଷାତ କରିବି। 43 ସେହି ସ୍ଥାନରେ ମୁଁ ଇସ୍ରାଏଲ ଲୋକମାନଙ୍କ ସହିତ ସାକ୍ଷାତ କରିବି। ମୋର ମହିମାରେ ତମ୍ବୁଟି ପବିତ୍ର ହେବ।
44 “ମୁଁ ସମାଗମ-ତମ୍ବୁ ଓ ଯଜ୍ଞବେଦି ପବିତ୍ର କରିବି ଏବଂ ହାରୋଣ ଓ ତା'ର ପୁତ୍ରଗଣକୁ ଯାଜକ ରୂପେ ମୋର ସେବା କରିବା ପାଇଁ ଉତ୍ସର୍ଗ କରିବି। 45 ମୁଁ ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ ବାସ କରିବି ଏବଂ ସେମାନଙ୍କର ପରମେଶ୍ୱର ହେବି। 46 ତହିଁରେ ଆମ୍ଭେ ଯେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ତାହା ସେମାନେ ଜାଣିବେ। ସେମାନଙ୍କ ମଧ୍ୟରେ ବାସ କରିବା ନିମନ୍ତେ ଆମ୍ଭେ ମିଶର ଦେଶରୁ ସେମାନଙ୍କୁ ବାହାର କରି ଆଣିଅଛୁ, ତାହା ସେମାନେ ଜାଣିବେ। ଆମ୍ଭେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର।
2010 by World Bible Translation Center