Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଯାତ୍ରାପୁସ୍ତକ 22-24

22 “ଜଣେ ବ୍ୟକ୍ତି ପାଇଁ କ’ଣ ଦଣ୍ଡ ଅଛି ଯିଏ ଗୋରୁ କିମ୍ବା ମେଷ ଗ୍ଭେରି କରେ, ଯଦି ସେ ତାକୁ ହତ୍ୟା କରେ କିମ୍ବା ବିକ୍ରୀ କରେ। ସେ ଏହାକୁ ଫେରାଇ ପାରିବ ନାହିଁ। ତେଣୁ ସେ ଏକ ଗୋରୁ ବଦଳରେ ପାଞ୍ଚୋଟି ଗୋରୁ, ଏବଂ ଏକ ମେଷ ବଦଳରେ ଗ୍ଭରୋଟି ମେଷ ଦେବ। ଯଦି ଏକ ଗ୍ଭେର ଗ୍ଭେରି କରିବା ସମୟରେ ରାତ୍ରିରେ ମରିଯାଏ, ତେବେ ତା'ର ମୃତ୍ୟୁ ପାଇଁ କେହି ଦାୟୀ ହେବେ ନାହିଁ। ଯଦି ଏପରି ଦିନରେ ଘଟିଥାଏ ତେବେ ହତ୍ୟା କରିଥିବା ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହେବ।

“ଯଦି ଜଣେ ଲୋକ ଗ୍ଭେରି କରୁଥିବା ସମୟରେ ଧରାପଡ଼େ, ସେ ନିଶ୍ଚୟ ଫେରାଇଦେବ, ଯାହା ଗ୍ଭେରି କରିଥିଲା। ଏବଂ ଯଦି ସେହି ଲୋକର ନିଜର କିଛି ନ ଥାଏ, ତେବେ ତାକୁ କ୍ରୀତଦାସ ରୂପେ ବିକ୍ରୀ କରାଯିବ।

ଯଦି ଗ୍ଭେରି ହୋଇଥିବା ପଶୁଟି ସେହି ଲୋକ ପାଖରେ ମିଳେ, ଏହା ବଳଦ ହେଉ, ଗଧ କିମ୍ବା ମେଷ ହେଉ, ସେ ଗ୍ଭେରି କରିଥିବା ଜିନିଷର ଦୁଇଗୁଣ ଦେବ।

“ଯଦି କୌଣସି ବ୍ୟକ୍ତି ଅନ୍ୟ ଜଣେ ଲୋକର ଦ୍ରାକ୍ଷାକ୍ଷେତ୍ର‌ରେ ପଶୁ ଚରାଏ ତେବେ ସେ ଲୋକ ତା'ର ଉତ୍ତମ କ୍ଷେତର ଫସଲ ଉକ୍ତ ଲୋକକୁ ଦେବ।

“ଯଦି କୌଣସି ଲୋକ କଣ୍ଟକ ବନରେ ଅଗ୍ନି ସଂଯୋଗ କରେ ଓ ସେହି ଅଗ୍ନିରେ ଯଦି କାହାର କ୍ଷେତର ଫସଲ ବା ଶସ୍ୟଗଦା କିମ୍ବା କ୍ଷେତଟି ପୋଡ଼ି ନଷ୍ଟ ହୁଏ ତେବେ ସେହି ଲୋକକୁ ଉକ୍ତ କ୍ଷତିର ଭରଣା କରିବାକୁ ହେବ।

“ଆଉ କେହି ଆପଣା ପଡ଼ୋଶୀ ନିକଟରେ ମୁଦ୍ରା ଅବା ଆଉ କୌଣସି ଦ୍ରବ୍ୟ ରଖିବା ପାଇଁ ସମର୍ପଣ କଲେ ତାହା ଯେବେ କେହି ସେହି ଲୋକର ଗୃହରୁ ଗ୍ଭେରି କରେ ଓ ସେହି ଗ୍ଭେର ଧରାପଡ଼େ, ତେବେ ସେ ତା'ର ଦୁଇଗୁଣ ଦେବ। କିନ୍ତୁ ଯଦି ଗ୍ଭେର ଧରା ନ ପଡ଼େ, ତେବେ ଗୃହସ୍ୱାମୀ ପ୍ରତିବାସୀର ଦ୍ରବ୍ୟରେ ହସ୍ତ ଦେଇ ଅଛି କି ନାହିଁ, ଏହା ଜଣାଯିବା ନିମନ୍ତେ ସେ ପରମେଶ୍ୱରଙ୍କ ସାକ୍ଷାତରେ ଉପସ୍ଥିତ ହେବ।

“ପୁଣି ସର୍ବପ୍ରକାର ଅଧର୍ମ ବିଷୟରେ, ଅର୍ଥାତ୍ ଗୋରୁ କି ଗଧ, ମେଷ କିଅବା ବସ୍ତ୍ର ଯେକୌଣସି ହଜିଲା ଦ୍ରବ୍ୟ ବିଷୟରେ ଯେବେ କେହି କହେ, ‘ଏହା ସେହି ଦ୍ରବ୍ୟ’ ଏବଂ ଅନ୍ୟ ଜଣେ କହିବ, ‘ନା ଏହା ତାହା ନୁହେଁ’ ତେବେ ଉଭୟ ପକ୍ଷଙ୍କ କଥା ପରମେଶ୍ୱରଙ୍କ ସାକ୍ଷାତରେ ଉପସ୍ଥିତ ହେବ, ତହିଁରେ ପରମେଶ୍ୱର ଯାହାକୁ ଦୋଷୀ ବିଗ୍ଭର କରିବେ ସେ ଆପଣା ପଡ଼ୋଶୀକୁ ଦୁଇଗୁଣ ଦେବ।

10 “କୌଣସି ଲୋକ ଯଦି ଅନ୍ୟ କାହାର ଗଧ କି ଗୋରୁ, କି ମେଷ, କିଅବା କୌଣସି ପଶୁ ପ୍ରତିପାଳନାର୍ଥେ ରଖିଥାଏ, ଯଦି ଅଦେଖାରେ ସେ ପଶୁ ମରେ କିମ୍ବା ଅଙ୍ଗହାନି ହୁଏ କିମ୍ବା ତଡ଼ି ଦିଆଯାଏ, 11 ତେବେ ସେ ପ୍ରତିବାସୀର ଦ୍ରବ୍ୟରେ ହସ୍ତ ଦେଇଅଛି କି ନାହିଁ, ଏ ବିଷୟରେ ଉଭୟଙ୍କ ମଧ୍ୟରେ ସଦାପ୍ରଭୁଙ୍କର ଶପଥ ହେବ। ପଶୁର ମାଲିକ ସେହି ଶପଥ ଗ୍ରହଣ କରିବ। ପୁଣି ସେ ପରିଶୋଧ କରିବ ନାହିଁ। 12 ମାତ୍ର ଯେବେ ତାହା ନିକଟରୁ ଗ୍ଭେରି ଯାଏ, ତେବେ ସେ ତା'ର ମୁନିବକୁ ତାହାର ମୂଲ୍ୟ ଦେବ। 13 ଯଦି କୌଣସି ବନ୍ୟ ଜନ୍ତୁ ତାକୁ ହତ୍ୟା କରେ, ଦେବେ ତାହା ଯଦି ସେ ପ୍ରମାଣ କରେ ତେବେ ତାକୁ ସେହି ପଶୁର ମୂଲ୍ୟ ଦେବାକୁ ପଡ଼ିବ ନାହିଁ।

14 “କୌଣସି ଲୋକ ଯଦି ତା'ର ପଡ଼ୋଶୀଠାରୁ କିଛି ଧାର ଆଣିଥାଏ ତେବେ ସେ ସେହି ଜିନିଷ ପାଇଁ ଦାୟୀ ରହିବ। ଯଦି ଗୋଟିଏ ପଶୁ ଆଘାତ ପାଏ ଯଦି ଏ ପଶୁ ମରିଯାଏ, ତେବେ ତା'ର ପଡ଼ୋଶୀକୁ ତା'ର ପଶୁ ମୁନିବକୁ ତା'ର ମୂଲ୍ୟ ଦେବାକୁ ପଡ଼ିବ। ଏଥିପାଇଁ ତା'ର ପଡ଼ୋଶୀ ସମ୍ପୂର୍ଣ୍ଣ ରୂପେ ଦାୟୀ ରହିବ। କାରଣ ତା'ର ମୁନିବ ସେଠାରେ ନ ଥାଏ। 15 କିନ୍ତୁ ଯଦି ପଶୁ ନିକଟରେ ତା'ର ମୁନିବ ଥାଏ, ତେବେ ତା'ର ପଡ଼ୋଶୀକୁ କିଛି ଦେବାକୁ ପଡ଼ିବ ନାହିଁ। କିମ୍ବା ଯଦି ତା'ର ପଡ଼ୋଶୀ ସେହି ପଶୁକୁ ବ୍ୟବହାର କରି ପଇସା ଦେଉଥାଏ, ତେବେ ତାକୁ ପଇସା ଦେବାକୁ ପଡ଼ିବ ନାହିଁ। ଯେବେ ସେହି ପଶୁଟି ମରିଯାଏ, ବ୍ୟବହାର ସମୟରେ ଯେତିକି ଅର୍ଥ ଦେଇଥିବ ତାହା ଯଥେଷ୍ଟ।

16 “ଯଦି କୌଣସି ଲୋକର କୌଣସି ଅବିବାହିତା ଯୁବତୀ ସହ ଯୌନ ସମ୍ପର୍କ ଥାଏ, ତେବେ ସେ ତାକୁ ବିବାହ କରିବାକୁ ବାଧ୍ୟ। ଏବଂ ତାକୁ ମଧ୍ୟ ସେ ଝିଅର ପିତାକୁ ଯୌତୁକ ଦେବାକୁ ପଡ଼ିବ। 17 ଯଦି ତାଙ୍କର ପିତା ଦୁହିଁଙ୍କୁ ବିବାହ ଦେବାକୁ ମନା କରେ ତଥାପି ମଧ୍ୟ ସେହି ଯୁବକକୁ ଅର୍ଥ ଦେବାକୁ ପଡ଼ିବ। ସେ ତାଙ୍କୁ ସମ୍ପୂର୍ଣ୍ଣ ଅର୍ଥ ଦେବାକୁ ପଡ଼ିବ।

18 “ତୁମ୍ଭେ ନିଶ୍ଚିତ କୌଣସି ସ୍ତ୍ରୀ ଲୋକକୁ ମନ୍ଦ ଯାଦୁବିଦ୍ୟା ଅଭ୍ୟାସ କରିବା ପାଇଁ ଅନୁମତି ଦେବା ଉଚିତ୍ ନୁହେଁ। ଯଦି କିଏ ଏପରି କରେ ତେବେ ତାକୁ ଜୀବିତ ରଖିବ ନାହିଁ।

19 “କୌଣସି ଲୋକକୁ ପଶୁ ସହିତ ଯୌନ ସମ୍ପର୍କ ରଖିବାକୁ ଦେବ ନାହିଁ। ଯଦି ଏପରି କେହି କରେ, ତେବେ ତାକୁ ମୃତ୍ୟୁ ଦଣ୍ଡ ଦେବ।

20 “ଯଦି କେହି ଲୋକ ସଦାପ୍ରଭୁଙ୍କ ବିନା ଅନ୍ୟ କୌଣସି ଦେବତାଙ୍କୁ ବଳିଦାନ ଉତ୍ସର୍ଗ କରେ, ତେବେ ସେ ବର୍ଜ୍ଜନୀୟ ହୋଇ ବିନଷ୍ଟ ହେବ।

21 “ମନେରଖ, ଅତୀତରେ ତୁମ୍ଭେମାନେ ମିଶରରେ ବିଦେଶୀ ରୂପେ ଥିଲ। ତେଣୁ ତୁମ୍ଭ ଦେଶରେ କୌଣସି ବିଦେଶୀକୁ ଠକିବ ନାହିଁ କିମ୍ବା ଆଘାତ କରିବ ନାହିଁ।

22 “କୌଣସି ବିଧବା କିମ୍ବା ପିତାମାତାହୀନ ସନ୍ତାନଙ୍କର କୌଣସି କ୍ଷତି କରିବ ନାହିଁ। 23 ଯଦି ତୁମ୍ଭେ କେହି ଅସହାୟ ବିଧବା କିମ୍ବା ପିତାମାତାହୀନ ଅନାଥଙ୍କର କିଛି ଅନିଷ୍ଟ କର ତେବେ ମୁଁ ତାଙ୍କର ଦୁଃଖ ଶୁଣିବି। 24 ଏବଂ ଏଥିରେ ଅଧିକ କ୍ରୋଧିତ ହେବି। ମୁଁ ତାକୁ ଏକ ଖ‌ଡ଼୍‌ଗରେ ହତ୍ୟା କରିବି। ଏହା ପରେ ତୁମ୍ଭର ସ୍ତ୍ରୀ ବିଧବା ହେବ ଏବଂ ତୁମ୍ଭର ପିଲାମାନେ ଅନାଥ ହେବେ।

25 “ଯଦି ତୁମ୍ଭେ ଗରିବ ଲୋକକୁ ଧାର ଦିଅ, ଯିଏକି ମୋର ଲୋକ ତୁମ୍ଭେ ତା’ ନିକଟରୁ ସୁଧ ନେବ ନାହିଁ। ମହାଜନ ପରି ବ୍ୟବହାର କର ନାହିଁ। 26 ଯେବେ ତୁମ୍ଭେ ଆପଣା ପଡ଼ୋଶୀର ବସ୍ତ୍ର ବନ୍ଧକ ରଖିବ ତେବେ ତାହା ସୂର୍ଯ୍ୟାସ୍ତ ପୂର୍ବରୁ ଫେରାଇ ଦେବ। 27 ଯଦି ସେ ଲୋକର ଶରୀରକୁ ଆଚ୍ଛାଦନ କରିବା ପାଇଁ କୌଣସି ବସ୍ତ୍ର ନ ଥାଏ, ତେବେ ସେ କେଉଁଥିରେ ଶୋଇବ? ଏବଂ ସେ ଯଦି ମୋତେ ଦୁଃଖରେ ଡାକେ, ତେବେ ମୁଁ ତା'ର କଥା ଶୁଣିବି କାରଣ ମୁଁ ଦୟାଳୁ।

28 “ତୁମ୍ଭେ କୌଣସି ଅବଜ୍ଞା କରିବ ନାହିଁ ଆପଣା ପରମେଶ୍ୱରଙ୍କୁ। ଏବଂ ତୁମ୍ଭର କୌଣସି ଅଧ୍ୟକ୍ଷଙ୍କୁ ଶାପ ଦେବ ନାହିଁ।

29 “ଶସ୍ୟଅମଳ ସମୟରେ ତୁମ୍ଭର ପ୍ରଥମ ଶସ୍ୟ ଏବଂ ପ୍ରଥମ ଫଳର ରସ ଦେବାରେ କୌଣସି ବିଳମ୍ବ କରିବ ନାହିଁ।

ଏବଂ “ତୁମ୍ଭର ପ୍ରଥମଜାତ ସନ୍ତାନ ମୋତେ ଉତ୍ସର୍ଗ କରିବ। 30 ତୁମ୍ଭମାନଙ୍କର ମେଷ, ଗୋବତ୍ସା ଇତ୍ୟାଦି ତାଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ତାଙ୍କର ମା ପାଖରେ ସାତ ଦିନ ରଖି ଅଷ୍ଟମ ଦିନରେ ମୋ'ଠାରେ ଉତ୍ସର୍ଗ କରିବ।

31 “ତୁମ୍ଭେମାନେ ମୋର ବିଶେଷ ଲୋକ। ତେଣୁ ତୁମ୍ଭେ କୌଣସି ପଶୁମାନଙ୍କ ଦ୍ୱାରା ମରିଥିବା ପଶୁକୁ ଖାଇବ ନାହିଁ। କୁକୁରମାନଙ୍କୁ ତା'ର ମାଂସ ଖାଇବାକୁ ଦେବ।

23 “ଅନ୍ୟ ଲୋକମାନଙ୍କ ବିଷୟରେ ମିଥ୍ୟା କୁହ ନାହିଁ। କାହାରି ପାଇଁ ମିଥ୍ୟା ସାକ୍ଷୀ ଦେଇ, ତାକୁ ଅସୁବିଧାରେ ପକାଇବାକୁ ଦୁଷ୍ଟ ଲୋକମାନଙ୍କ ସହିତ ଷଡ଼ଯନ୍ତ୍ର କର ନାହିଁ।

“ତୁମ୍ଭେ ଲୋକ ଗହଳି ସହିତ ଯୋଗଦେବା ଉଚିତ୍ ନୁହଁ ଏବଂ ନ୍ୟାୟକୁ ଭ୍ରଷ୍ଟ କରିବା ଉଚିତ୍ ନୁହଁ, ଯେତେବେଳେ ତୁମ୍ଭେ ନ୍ୟାୟାଳୟରେ ସାକ୍ଷ୍ୟ ଦିଅ।

“ସେ ଗରିବ ବୋଲି ନ୍ୟାୟାଳୟରେ ତାକୁ ବିଶେଷ ଅନୁକମ୍ପା ଦେଖାଅ ନାହିଁ।

“ଯଦି ତୁମ୍ଭେ ପଥହରା ଗୋରୁ କିମ୍ବା ଗଧ ଦେଖ, ତେବେ ତାକୁ ତା'ର ମୁନିବକୁ ଫେରାଇ ଦିଅ, ଯଦି ସେ ତୁମ୍ଭର ଶତ୍ରୁ ବି ହୋଇଥାଏ।

“ତୁମ୍ଭେ ଆପଣା ଶତ୍ରୁର ଗଧକୁ ଭାରତଳେ ପଡ଼ିଥିବାର ଦେଖିବ, ତାକୁ ଛାଡ଼ି ଯିବାରୁ ନିବୃତ୍ତ ହୁଅ। ତୁମ୍ଭେ ଅବଶ୍ୟ ତା’ ସଙ୍ଗରେ ତାକୁ ମୁକ୍ତ କରିବ।

“ଦରିଦ୍ରର ବିଗ୍ଭରରେ ତୁମ୍ଭେ ତା’ ପ୍ରତି ଅନ୍ୟାୟ କରିବ ନାହିଁ। ତାକୁ ଅନ୍ୟ ଲୋକଙ୍କ ପରି ନ୍ୟାୟ ଦେବ।

“କୌଣସି ଲୋକକୁ ଅଯଥା ବ‌ଦ୍‌ନାମ କର ନାହିଁ। ତା’ ନାମରେ ମିଥ୍ୟା ଦାବି କର ନାହିଁ। କୌଣସି ନିରୀହ ଲୋକକୁ ଅନ୍ୟାୟରେ ସେ ନ କରିଥିବା କର୍ମ ପାଇଁ ଦଣ୍ଡ ଦିଅ ନାହିଁ। ଯଦି କୌଣସି ଲୋକ ଏକ ନିରୀହ ଲୋକକୁ ହତ୍ୟା କରିଥାଏ ତେବେ ମୁଁ ତାକୁ କ୍ଷମା ଦେବି ନାହିଁ।

“ଯଦି କୌଣସି ଲୋକ ତା'ର ଭୁଲ୍ ପାଇଁ, ତାହା ସହ ଏକମତ ହେବା ପାଇଁ ତୁମ୍ଭକୁ ଲାଞ୍ଚ ଦିଏ ତେବେ ତୁମ୍ଭେ ତାହା ଗ୍ରହଣ କର ନାହିଁ। କାରଣ ଲାଞ୍ଚ ଲୋକମାନଙ୍କୁ ଅନ୍ଧ କରିଥାଏ। ବିଗ୍ଭରକ ସତ୍ୟତା ଦେଖି ପାରେ ନାହିଁ। ଏବଂ ଲାଞ୍ଚ ମଧ୍ୟ ଏକ ଉତ୍ତମ ଲୋକର ବ୍ୟବହାର ବଦଳାଇ ଦେଇ ପାରିବ।

“ତୁମ୍ଭେ କେବେବି ବିଦେଶୀମାନଙ୍କ ପାଇଁ ଅନ୍ୟାୟ କର ନାହିଁ। ମନେରଖ, ଏକ ସମୟରେ ତୁମ୍ଭେମାନେ ମଧ୍ୟ ବିଦେଶୀ ଥିଲ ଯେତେବେଳେ ତୁମ୍ଭେମାନେ ମିଶରରେ ବାସ କରୁଥିଲ।

10 “ମଞ୍ଜି ବୁଣା, ଶସ୍ୟଅମଳ କର, ଭୂମିକୁ ଛଅ ବର୍ଷ ପାଇଁ ଫସଲ କର। 11 କିନ୍ତୁ ସପ୍ତମ ବର୍ଷ ଜମିରେ ଆଉ ଫସଲ କର ନାହିଁ। ସପ୍ତମ ବର୍ଷଟି ଭୂମିକୁ ପଡ଼ିଆ ରଖ। ଏହି ସମୟରେ ତୁମ୍ଭର କ୍ଷେତ୍ରରେ କୌଣସି ଫସଲ କର ନାହିଁ। ଯଦି କୌଣସି ଫସଲ ହୁଏ ତେବେ ଦରିଦ୍ର ଲୋକମାନଙ୍କ ପାଇଁ ଛାଡ଼ିଦିଅ ଏବଂ ଅବଶିଷ୍ଟକୁ ବଣ୍ୟଜନ୍ତୁମାନଙ୍କୁ ଖାଇବାକୁ ଛାଡ଼ିଦିଅ। ଏପରିକି ତୁମ୍ଭମାନଙ୍କର ଦ୍ରାକ୍ଷାକ୍ଷେତ୍ର ଏବଂ ଜୀତବୃକ୍ଷ ଥିବା କ୍ଷେତ୍ର ପାଇଁ ଏହିପରି କର।

12 “ଛଅ ଦିନ ଧରି କାର୍ଯ୍ୟ କର ଏବଂ ସପ୍ତମ ଦିନରେ ବିଶ୍ରାମ କର। ଏପରି ମଧ୍ୟ ତୁମ୍ଭମାନଙ୍କର ଦାସମାନଙ୍କ ପାଇଁ ଏବଂ ବିଦେଶୀମାନଙ୍କ ପ୍ରତି ଏହିପରି କର ଏବଂ ତୁମ୍ଭମାନଙ୍କର ଗୋରୁ ଏବଂ ଗଧମାନଙ୍କ ପାଇଁ ମଧ୍ୟ ଏପରି କରିବ। ସେମାନଙ୍କ ପାଇଁ ସପ୍ତମ ଦିନଟି ବିଶ୍ରାମ ଦେବ।

13 “ସାବଧାନ, ତୁମ୍ଭେ ମୋର ସମସ୍ତ ବ୍ୟବସ୍ଥା ମାନିବ। ଅନ୍ୟ ଦେବତାମାନଙ୍କୁ ପୂଜା କର ନାହିଁ, କିମ୍ବା ତାଙ୍କର ନାମ ତୁମ୍ଭମାନଙ୍କର ମୁଖରେ ଧର ନାହିଁ।

14 “ତୁମ୍ଭେମାନେ ବର୍ଷରେ ତିନିଥର ମୋ’ ଉଦ୍ଦେଶ୍ୟରେ ଉତ୍ସବ କର। ସେହି ଉତ୍ସବ ଗୁଡ଼ିକରେ ତୁମ୍ଭେମାନେ ମୋର ପବିତ୍ର ସ୍ଥାନକୁ ଆସି ଉପାସନା କର। 15 ପ୍ରଥମ ଉତ୍ସବଟି ତାଡ଼ିଶୂନ୍ୟ ରୋଟୀର ଉତ୍ସବ। ଏହା ମୋର ଆଜ୍ଞାନୁସାରେ ପାଳନ କରିବ। ଏହିପରି ତୁମ୍ଭେମାନେ ସାତ ଦିନ ଯାଏ ପାଳନ କରିବ। ଏହି ଉତ୍ସବଟିକୁ ତୁମ୍ଭେମାନେ ଆବୀବ୍ ମାସରେ ପାଳନ କରିବ। କାରଣ ଏହି ମାସରେ ତୁମ୍ଭେମାନେ ମିଶରରୁ ମୁକ୍ତ ହୋଇଥିଲ। ପ୍ରତ୍ୟେକ ଲୋକ ମୋତେ ନୈବେଦ୍ୟ ଉତ୍ସର୍ଗ କରିବ।

16 “ପ୍ରଥମ ଫସଲର ଫଳ ସଂଗ୍ରହ ଉତ୍ସବ ହେଉଛି ଦ୍ୱିତୀୟ ଉତ୍ସବ। ତୁମ୍ଭେମାନେ ଏହାକୁ ଗ୍ରୀଷ୍ମ ସମୟର ଆରମ୍ଭରେ ପାଳନ କରିବ।

“ଏବଂ ତୃତୀୟ ଉତ୍ସବଟି ହେଉଛି ସଂଗ୍ରହର ଉତ୍ସବ। ଏହି ଉତ୍ସବଟି ବର୍ଷ ଶେଷରେ ଫଳ ସଂଗ୍ରହ କଲାବେଳେ ପାଳନ କରିବ।

17 “ତେଣୁ ବର୍ଷ ମଧ୍ୟରେ ତିନିଥର ସମସ୍ତ ପୁରୁଷ ପ୍ରଭୁ ତୁମ୍ଭର ସଦାପ୍ରଭୁଙ୍କ ସାକ୍ଷାତରେ ସ୍ୱତନ୍ତ୍ର ସ୍ଥାନରେ ଉପସ୍ଥିତ ହେବେ।

18 “ଯେତେବେଳେ ତୁମ୍ଭେମାନେ ପଶୁ ହତ୍ୟା କରିବ ତା'ର ରକ୍ତ ମୋ’ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ। ତୁମ୍ଭେମାନେ ତାଡ଼ିଯୁକ୍ତ ରୋଟୀ ମୋତେ ଉତ୍ସର୍ଗ କରିବ ନାହିଁ। ଏବଂ ତୁମ୍ଭେ ଯେତେବେଳେ ବଳିର ମାଂସ ଖାଇବ ସେତେବେଳେ ସେହି ମାଂସକୁ ଗୋଟିଏ ଦିନରେ ଖାଇ ଶେଷ କରିବ। ତା’ ପରଦିନକୁ ବଳକା ମାଂସ ରଖିବ ନାହିଁ।

19 “ଶସ୍ୟଅମଳ ସମୟରେ ତୁମ୍ଭେ ଯେତେବେଳେ ଶସ୍ୟ ସାଇତିବ ପ୍ରଥମ ଶସ୍ୟ ଆଗେ ତୁମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କ ଗୃହକୁ ଆଣିବ।

“ତୁମ୍ଭେ କୌଣସି ଯୁବା ଛାଗର ମାଂସକୁ ତା'ର ମାତୃ ଦୁ‌ଗ୍‌ଧରେ ପାକ କରିବ ନାହିଁ।”

ପରମେଶ୍ୱର ଇସ୍ରାଏଲଙ୍କୁ ଆପଣା ଜମି ନେବାକୁ ସାହାଯ୍ୟ କରିବେ

20 ପରମେଶ୍ୱର କହିଲେ, “ଆମ୍ଭେ ତୁମ୍ଭ ନିକଟକୁ ସ୍ୱର୍ଗଦୂତ ପଠାଉଛୁ ସେ ତୁମ୍ଭମାନଙ୍କୁ ଆମ୍ଭେ ପ୍ରସ୍ତୁତ କରିଥିବା ଦେଶକୁ ନେଇଯିବେ। ସେହି ସ୍ୱର୍ଗଦୂତ ତୁମ୍ଭମାନଙ୍କୁ ସୁରକ୍ଷା ଦେବେ। 21 ସ୍ୱର୍ଗଦୂତଙ୍କ କଥା ତୁମ୍ଭେମାନେ ମାନ ଏବଂ ତାଙ୍କୁ ଅନୁସରଣ କର। ତାଙ୍କର ବିରୁଦ୍ଧାଚରଣ କର ନାହିଁ। କାରଣ ସେ ତୁମ୍ଭମାନଙ୍କର ଅଧର୍ମକୁ କ୍ଷମା କରିବେ ନାହିଁ। ମୋର ଶକ୍ତି ତାଙ୍କଠାରେ ନିହିତ ଅଛି। 22 ତାଙ୍କର ପ୍ରତ୍ୟେକ କଥାକୁ ମାନ। ସେ ତୁମ୍ଭମାନଙ୍କୁ ଯାହାସବୁ କହିବେ ତାହା ସବୁ ପାଳନ କର। ଯଦି ତୁମ୍ଭେ ତାହା ପାଳନ କର ଦେବେ ଆମ୍ଭେ ତୁମ୍ଭ ସହିତ ରହିବା। ଏବଂ ଆମ୍ଭେ ତୁମ୍ଭମାନଙ୍କର ସମସ୍ତ ଶତ୍ରୁମାନଙ୍କର ବିରୋଧ କରିବା। ଯେଉଁମାନେ ତୁମ୍ଭକୁ ବିରୋଧ କରିବେ ସେମାନେ ଆମ୍ଭର ଶତ୍ରୁ ହେବେ।”

23 ପରମେଶ୍ୱର କହିଲେ, “ଆମ୍ଭର ଦୂତ ତୁମ୍ଭକୁ କ୍ଷେତ୍ର ମଧ୍ୟଦେଇ ଆଗେଇ ନେବେ। ସେ ତୁମ୍ଭମାନଙ୍କୁ ଇମୋରୀୟ, ହିତ୍ତୀୟ, ପିରିଷୀୟ, କିଣାନୀୟ, ହିବ୍ବୀୟ ଓ ଯିବୂଷୀୟମାନଙ୍କ ଦେଶକୁ ଆଣିବେ। ପୁଣି ଆମ୍ଭେ ସେମାନଙ୍କୁ ଉଚ୍ଛିନ୍ନ କରିବା।

24 “ତୁମ୍ଭେମାନେ ସେମାନଙ୍କ ଦେବତାଗଣଙ୍କୁ ପୂଜା କରିବ ନାହିଁ। ସେମାନଙ୍କ ସମ୍ମୁଖରେ ପ୍ରଣାମ କରିବ ନାହିଁ, ସେମାନଙ୍କ କ୍ରିୟାନୁସାରେ କ୍ରିୟା କରିବ ନାହିଁ। ମାତ୍ର ସେମାନଙ୍କୁ ସମୂଳେ ଉତ୍ପାଟନ କରିବ। ସେମାନଙ୍କର ସ୍ତମ୍ଭସବୁ ଭାଙ୍ଗି ପକାଇବ। 25 ତୁମ୍ଭେ ସର୍ବଦା ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କର ସେବା କରିବ। ତହିଁରେ ସେ ତୁମ୍ଭମାନଙ୍କୁ ଅନ୍ନଜଳରେ ଆଶୀର୍ବାଦ କରିବେ। ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରୁ ରୋଗ ଦୂର କରିବା। 26 ତୁମ୍ଭର ସମସ୍ତ ସ୍ତ୍ରୀଲୋକ ମାତୃତ୍ୱର ଅଧିକାରୀ ହେବେ। କେହି ବନ୍ଧ୍ୟା ରହିବେ ନାହିଁ କି ସନ୍ତାନ ଜନ୍ମ ସମୟରେ କୌଣସି ଶିଶୁର ମୃତ୍ୟୁ ଘଟିବ ନାହିଁ। ପୁଣି ତୁମ୍ଭେମାନେ ଦୀର୍ଘଜୀବୀ ହେବ।

27 “ଯେତେବେଳେ ତୁମ୍ଭେମାନେ ତୁମ୍ଭମାନଙ୍କର ଶତ୍ରୁମାନଙ୍କ ସହିତ ଯୁଦ୍ଧ କରିବ ସେ ସମୟରେ ମୋର ମହାନ୍ ଶକ୍ତି ତୁମ୍ଭମାନଙ୍କର ସହାୟ ହେବ। ତୁମ୍ଭେମାନେ ତୁମ୍ଭର ସମସ୍ତ ଶତ୍ରୁମାନଙ୍କୁ ଯୁଦ୍ଧରେ ପରାସ୍ତ କରିବ। ଯେଉଁମାନେ ତୁମ୍ଭ ସହିତ ଯୁଦ୍ଧ କରିବେ ସେମାନେ ଇତସ୍ତତଃ ହୋଇ ଦୌଡ଼ି ପଳାଇବେ। 28 ମୁଁ ତୁମ୍ଭ ଆଗେ, ଆଗେ ବିରୁଡ଼ିମାନଙ୍କୁ ପାଠାଇବି। ସେମାନେ ହିବ୍ବୀୟ, କିଣାନୀୟ, ହିତ୍ତୀୟମାନଙ୍କୁ ତୁମ୍ଭ ଦେଶରୁ ଘଉଡ଼ାଇ ଦେବେ। 29 ମାତ୍ର ଏକ ବର୍ଷରେ ତୁମ୍ଭ ସମ୍ମୁଖରୁ ସେମାନଙ୍କୁ ଘଉଡ଼ାଇ ଦେବା ନାହିଁ। ତାହାହେଲେ ଦେଶ ଶୂନ୍ୟ ହୋଇଯିବ ଓ ତୁମ୍ଭ ପ୍ରତିକୂଳରେ ବନ୍ୟ ପଶୁମାନଙ୍କ ସଂଖ୍ୟା ବୃଦ୍ଧି ପାଇବ। 30 ଆମ୍ଭେ ସେମାନଙ୍କୁ ଧୀରେ ଧୀରେ ତୁମ୍ଭ ସମ୍ମୁଖରୁ ଘଉଡ଼ାଇ ଦେବା ତୁମ୍ଭମାନଙ୍କର ବର୍ଦ୍ଧିତ ହେବା ପର୍ଯ୍ୟନ୍ତ ଓ ଦେଶ ଅଧିକାର କରିବା ପର୍ଯ୍ୟନ୍ତ।

31 “ମୁଁ ସୂଫସାଗରଠାରୁ ଫରାତ୍ ନଦୀ ପର୍ଯ୍ୟନ୍ତ ତୁମ୍ଭର ସୀମା ନିର୍ଦ୍ଧାରଣ କରିବି। ପଲେଷ୍ଟୀୟମାନଙ୍କର ସମୁଦ୍ର ତୁମ୍ଭର ପଶ୍ଚିମ ସୀମାରେ ଏବଂ ଆରବ ମରୁଭୂମି ପୂର୍ବ ସୀମାରେ ରହିବ। କାରଣ ମୁଁ ସେହି ଲୋକମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବି। ଏବଂ ତୁମ୍ଭେ ଆପଣା ସମ୍ମୁଖରୁ ସେମାନଙ୍କୁ ଘଉଡ଼ାଇ ଦେବ।

32 “ତୁମ୍ଭେ ସେମାନଙ୍କ ସହିତ କିମ୍ବା ସେମାନଙ୍କ ଦେବତାଗଣ ସହିତ କୌଣସି ଚୁକ୍ତି କରିବ ନାହିଁ। 33 ସେମାନେ ତୁମ୍ଭ ଦେଶରେ ବାସ କରିବେ ନାହିଁ। ସେମାନେ ବାସ କଲେ ଆମ୍ଭ ବିରୁଦ୍ଧରେ ତୁମ୍ଭକୁ ପାପ କରାଇବେ। ତୁମ୍ଭେ ଯେବେ ସେମାନଙ୍କ ଦେବତାଗଣଙ୍କୁ ପୂଜା କର, ତେବେ ତାହା ତୁମ୍ଭର ଫାନ୍ଦ ସ୍ୱରୂପ ହେବ।”

ପରମେଶ୍ୱର ଓ ଇସ୍ରାଏଲ ମଧ୍ୟରେ ଚୁକ୍ତି

24 ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ହାରୋଣ ସହିତ ନାଦବ୍, ଅବୀହୂ ଏବଂ ଇସ୍ରାଏଲର ସତୁରି ଜଣ ପ୍ରାଚୀନବର୍ଗ ସଦାପ୍ରଭୁଙ୍କୁ ଉପାସନା କରିବାକୁ ପର୍ବତ ଆରୋହଣ କରିବ। ତୁମ୍ଭେମାନେ ଦୂରରୁ ମୋତେ ଉପାସନା କରିବ। କେବଳ ମୋଶା ଉପାସନା କରିବାକୁ ସଦାପ୍ରଭୁଙ୍କ ନିକଟକୁ ଆସିବ। ଅନ୍ୟମାନେ ସଦାପ୍ରଭୁଙ୍କ ନିକଟକୁ ଆସିବେ ନାହିଁ। ଏବଂ ଏପରିକି ଲୋକମାନେ ମଧ୍ୟ ମୋଶାଙ୍କ ସହିତ ପର୍ବତ ଉପରକୁ ଯିବେ ନାହିଁ।”

ମୋଶା ସଦାପ୍ରଭୁଙ୍କ ନିୟମ ଏବଂ ଆଜ୍ଞା ସେମାନଙ୍କୁ ଜଣାଇଲେ। ଏହା ପରେ ସମସ୍ତ ଲୋକ ଏକ ସ୍ୱରରେ କହିଲେ, “ସଦାପ୍ରଭୁଙ୍କର ସମସ୍ତ ନିୟମଗୁଡ଼ିକ ଆମ୍ଭେମାନେ ପାଳନ କରିବୁ।”

ତେଣୁ ମୋଶା ସଦାପ୍ରଭୁଙ୍କର ସମସ୍ତ ବାକ୍ୟ ଲେଖିଲେ। ପ୍ରଭାତରେ ଉଠି ପର୍ବତ ତଳେ ଏକ ଯଜ୍ଞବେଦି ଓ ଇସ୍ରାଏଲର ଦ୍ୱାଦଶ ବଂଶ ନିମନ୍ତେ ଦ୍ୱାଦଶ ସ୍ତମ୍ଭ ନିର୍ମାଣ କଲେ। ଏହା ପରେ ମୋଶା ଇସ୍ରାଏଲର ଯୁବକମାନଙ୍କୁ ବଳିଦାନ ଉତ୍ସର୍ଗ କରିବା ପାଇଁ ପଠାଇଲେ। ସେହି ଯୁବକଗଣ ପରମେଶ୍ୱରଙ୍କ ନିକଟରେ ହୋମବଳି ଓ ମଙ୍ଗଳାର୍ଥକ ବଳି ସ୍ୱରୂପେ ବୃଷମାନଙ୍କୁ ବଳିଦାନ ଦେଲେ।

ମୋଶା ସମସ୍ତ ରକ୍ତ ସଂଗ୍ରହ କଲେ, ଏହାର ଅଧା ପାତ୍ରରେ ରଖିଲେ ଏବଂ ଆଉ ଅର୍ଦ୍ଧେକ ରକ୍ତ ବେଦି ଉପରେ ଢାଳିଲେ।

ମୋଶା ବିଶେଷ ନିୟମ ଲେଖାଯାଇଥିବା ନଳାକାର ପୁସ୍ତକ ନେଇ ଲୋକମାନଙ୍କ ଆଗରେ ପାଠ କଲେ। ସେମାନେ କହିଲେ, “ସଦାପ୍ରଭୁ ଯାହାସବୁ କରିଛନ୍ତି ଆମ୍ଭେମାନେ ତାହା କରିବୁ ଏବଂ ଆମ୍ଭେମାନେ ମାନିବୁ।”

ଏହା ପରେ ମୋଶା ସେହି ରକ୍ତ ଲୋକମାନଙ୍କ ଉପରେ ଛିଞ୍ଚିଲେ ଏବଂ କହିଲେ, “ଏହାକୁ ଦେଖ, ଏହା ସଦାପ୍ରଭୁ ଓ ତୁମ୍ଭମାନଙ୍କ ସହିତ ହୋଇଥିବା ନିୟମର ରକ୍ତ।”

ମୋଶା, ହାରୋଣ, ନାଦବ୍, ଅବୀହୂ ଏବଂ ଇସ୍ରାଏଲର ସତୁରି ଜଣ ପ୍ରାଚୀନବର୍ଗ ପର୍ବତ ଆରୋହଣ କଲେ। 10 ଏବଂ ସେମାନେ ଇସ୍ରାଏଲର ପରମେଶ୍ୱରଙ୍କୁ ଦେଖିଲେ। ପର୍ବତ ଉପରେ ତାଙ୍କ ପାଦତଳେ ରାସ୍ତା ଉଜ୍ଜ୍ୱଳ ନୀଳକାନ୍ତମଣି ନିର୍ମିତ କାର୍ଯ୍ୟ ତୁଲ୍ୟ ଓ ନିର୍ମଳତାରେ ଠିକ୍ ନୀଳ ଆକାଶ ପରି ଥିଲା। 11 ପରମେଶ୍ୱର ଇସ୍ରାଏଲର ନେତାଗଣଙ୍କ ବିରୁଦ୍ଧରେ ହସ୍ତ ବିସ୍ତାର କଲେ ନାହିଁ। ସେମାନେ ସମସ୍ତେ ପରମେଶ୍ୱରଙ୍କୁ ଦର୍ଶନ କଲେ। ଏବଂ ସେମାନେ ଭୋଜନ ଓ ପାନ କଲେ।

ମୋଶା ପରମେଶ୍ୱରଙ୍କ ବ୍ୟବସ୍ଥା ପୁସ୍ତକ ଆଣିବାକୁ ଗଲେ

12 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ପର୍ବତ ଉପରେ ମୋ’ ପାଖକୁ ଆସ। ଏଠାରେ ରୁହ। ମୁଁ ପ୍ରସ୍ତର ଫଳକ ତୁମ୍ଭକୁ ଦେବି, ବ୍ୟବସ୍ଥା ଓ ଆଜ୍ଞା, ଯାହା ମୁଁ ସେମାନଙ୍କୁ ଶିକ୍ଷା ଦେବାକୁ ଲେଖିଛି।”

13 ଏହା ପରେ ମୋଶା ଓ ତାଙ୍କର ପରିଗ୍ଭରକ ଯିହୋଶୂୟ ଉଠିଲେ, ମୋଶା ପରମେଶ୍ୱରଙ୍କର ପର୍ବତକୁ ଆରୋହଣ କଲେ। 14 ମୋଶା ପ୍ରାଚୀନବର୍ଗଙ୍କୁ କହିଲେ, “ଆମ୍ଭେମାନେ ଯେପର୍ଯ୍ୟନ୍ତ ତୁମ୍ଭମାନଙ୍କ ନିକଟକୁ ଫେରି ନ ଆସିଛୁ ସେପର୍ଯ୍ୟନ୍ତ ତୁମ୍ଭେମାନେ ଏହିଠାରେ ଥାଅ। ଦେଖ ହାରୋଣ ଓ ହୂର ତୁମ୍ଭମାନଙ୍କ ନିକଟରେ ଅଛନ୍ତି। କାହାର କୌଣସି ବିବାଦର କଥା ଉପସ୍ଥିତ ହେଲେ ସେମାନେ ତାଙ୍କର ନିକଟକୁ ଯିବେ।”

ମୋଶା ପରମେଶ୍ୱରଙ୍କୁ ସାକ୍ଷାତ କଲେ

15 ଏହା ପରେ ମୋଶା ପର୍ବତ ଉପରକୁ ଚଢ଼ିଲେ, ପୁଣି ମେଘ ପର୍ବତକୁ ଢାଙ୍କିଲା। 16 ଏଥିରେ ସୀନୟ ପର୍ବତ ଉପରେ ସଦାପ୍ରଭୁଙ୍କ ପ୍ରତାପ ଅବସ୍ଥିତ କଲା। ଆଉ ତାହା ଛଅ ଦିନ ମେଘାଚ୍ଛନ୍ନ ହୋଇ ରହିଲା। ଏହା ପରେ ସଦାପ୍ରଭୁ ସପ୍ତମ ଦିନ ମେଘ ମଧ୍ୟରୁ ମୋଶାଙ୍କୁ ଡାକିଲେ। 17 ସେଠାରେ ସଦାପ୍ରଭୁଙ୍କର ମହିମା ପର୍ବତ ଶିଖର ଉପରେ ଦେଖାଗଲା। ଇସ୍ରାଏଲର ଲୋକଙ୍କୁ ଏହା ଗ୍ରାସକାରୀ ଅଗ୍ନି ପରି ଦେଖାଗଲା।

18 ପୁଣି ମୋଶା ମେଘ ମଧ୍ୟରେ ପ୍ରବେଶ କରି ପର୍ବତ ଉପରକୁ ଉଠି ଗ୍ଭଳିଶ୍ ଦିନ ସେହି ପର୍ବତ ଉପରେ ରହିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center