Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଯାତ୍ରାପୁସ୍ତକ 7-9

ସଦାପ୍ରଭୁ ମୋଶାଙ୍କୁ କହିଲେ, “ମୁଁ ତୁମ୍ଭଙ୍କୁ ଫାରୋଙ୍କ ନିକଟରେ ପରମେଶ୍ୱର ତୁଲ୍ୟ କରିଅଛି। ଏବଂ ତୁମ୍ଭର ଭାଇ ହାରୋଣ ତୁମ୍ଭର ଭବିଷ୍ୟ‌ଦ୍‌ବକ୍ତା ହେବ। ତୁମ୍ଭର ଭାଇ ହାରୋଣଙ୍କୁ ମୋର ସମସ୍ତ ଆଜ୍ଞା କୁହ। ସେ ରାଜା ଫାରୋଙ୍କୁ କହିବ, ମୁଁ ଯାହାସବୁ କହିଅଛି, ଫାରୋ ନିଶ୍ଚୟ ଇସ୍ରାଏଲୀୟ ଲୋକମାନଙ୍କୁ ତାଙ୍କ ଦେଶରୁ ବାହାରକୁ ଯିବାକୁ ଛାଡ଼ି ଦେବ। କିନ୍ତୁ ମୁଁ ଫାରୋଙ୍କ ହୃଦୟ କଠିନ କରିବି। ତା'ପରେ ମିଶର ଦେଶରେ ବହୁତ ଆଶ୍ଚର୍ଯ୍ୟ ଓ ଅ‌ଦ୍‌ଭୂତ କର୍ମ କରିବି। ତଥାପି ଫାରୋ ତୁମ୍ଭମାନଙ୍କ କଥା ଶୁଣିବ ନାହିଁ। ତେଣୁ ଏହା ପରେ ମୁଁ ମିଶରକୁ ବହୁତ ଦଣ୍ଡ ଦେବି। ଏବଂ ତା'ପରେ ମୁଁ ମୋର ଲୋକମାନଙ୍କୁ ମିଶରରୁ ବାହାର କରି ଆଣିବି। ତାହାହେଲେ ମିଶରର ଲୋକମାନେ ଜାଣିବାକୁ ପାଇବେ ଯେ, ମୁଁ ହେଉଛି ସଦାପ୍ରଭୁ। ସେମାନଙ୍କ ବିରୁଦ୍ଧରେ ଯେତେବେଳେ ମୁଁ ହସ୍ତ ପ୍ରସାରଣ କରିବି ଏବଂ ସେମାନଙ୍କ ମଧ୍ୟରୁ ଇସ୍ରାଏଲୀୟ ଲୋକମାନଙ୍କୁ ବାହାର କରି ଆଣିବି।”

ମୋଶା ଏବଂ ହାରୋଣ ସଦାପ୍ରଭୁଙ୍କର ଆଜ୍ଞା ପାଳନ କଲେ। ଫାରୋଙ୍କ ସହିତ କଥାବାର୍ତ୍ତା କଲାବେଳେ ମୋଶାଙ୍କୁ ଅଶୀବର୍ଷ ଓ ହାରୋଣଙ୍କୁ ତେୟାଅଶୀ ବର୍ଷ ହୋଇଥିଲା।

ମୋଶାଙ୍କର ଆଶାବାଡ଼ି ଏକ ସର୍ପ ପାଲଟି ଗଲା

ସଦାପ୍ରଭୁ ମୋଶା ଓ ହାରୋଣକୁ କହିଲେ, “ଫାରୋ କହିବ ତୁମ୍ଭମାନଙ୍କର ପ୍ରମାଣ କିଛି ଦେଖାଅ। ସେ ତୁମ୍ଭମାନଙ୍କୁ ଅ‌ଦ୍‌ଭୂତ କର୍ମ ଦେଖାଇବାକୁ କହିବ। ହାରୋଣକୁ କୁହ ତା'ର ଆଶାବାଡ଼ି ଭୂମିରେ ପକାଇବ। ଏହି ଆଶାବାଡ଼ିଟି ଫାରୋଙ୍କ ସମ୍ମୁଖରେ ସର୍ପରେ ପରିଣତ ହେବ।”

10 ତେଣୁ ମୋଶା ଏବଂ ହାରୋଣ ଫାରୋଙ୍କ ନିକଟକୁ ଗଲେ ଏବଂ ସଦାପ୍ରଭୁଙ୍କ କହିବା ମୁତାବକ କାର୍ଯ୍ୟମାନ କଲେ। ହାରୋଣ ତାଙ୍କର ଆଶାବାଡ଼ିଟିକୁ ଭୂମିରେ ପକାଇଲେ। ଯେତେବେଳେ ଫାରୋ ଏବଂ ତାଙ୍କର କର୍ମକର୍ତ୍ତାଗଣ ଗ୍ଭହିଁଥିଲେ ସେମାନଙ୍କ ସମ୍ମୁଖରେ ଆଶାବାଡ଼ିଟି ସର୍ପରେ ପରିଣତ ହୋଇଗଲା।

11 ତେଣୁ ଫାରୋ ତାଙ୍କର ପଣ୍ଡିତ ଓ ମନ୍ତ୍ରଜ୍ଞମାନଙ୍କୁ ଡାକିଲେ। ସେମାନେ ମଧ୍ୟ ହାରୋଣଙ୍କ ପରି ତାଙ୍କ ଗୁପ୍ତ ଯାଦୁ ବିଦ୍ୟା ପ୍ରୟୋଗ କରି ଆଶାବାଡ଼ିକୁ ସର୍ପରେ ପରିଣତ କରି ଦେଲେ। 12 ସେମାନେ ତାଙ୍କର ଆଶାବାଡ଼ିକୁ ଭୂମିରେ ଫିଙ୍ଗି ଦେଲେ ଏବଂ ତାଙ୍କର ଆଶାବାଡ଼ି ସର୍ପରେ ପରିଣତ ହୋଇଗଲା। କିନ୍ତୁ ହାରୋଣଙ୍କର ଆଶାବାଡ଼ି ତାଙ୍କର ସମସ୍ତଙ୍କୁ ଖାଇଗଲା। 13 ତଥାପି ଫାରୋ କଠିନ ହେଲେ ଲୋକମାନଙ୍କୁ ଯିବାକୁ ଅନୁମତି ଦେଲେ ନାହିଁ। ଏହା ସେହିପରି ହୋଇଥିଲା ଯେପରି ସଦାପ୍ରଭୁ ହେବ ବୋଲି କହିଥିଲେ। ଫାରୋ ମୋଶା ଓ ହାରୋଣଙ୍କର କଥା ଶୁଣିଲେ ନାହିଁ।

ଜଳ ରକ୍ତରେ ପରିଣତ ହେଲା

14 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଫାରୋର ହୃଦୟ କଠିନ ହୋଇଅଛି, ସେ ଲୋକମାନଙ୍କୁ ଯିବାକୁ ଦେବେ ନାହିଁ। 15 ପ୍ରଭାତରେ, ଫାରୋ ନଦୀକୁ ଯିବେ। ନଦୀ କୂଳରେ ଫାରୋଙ୍କୁ ଅପେକ୍ଷା କର। ସେହି ଆଶାବାଡ଼ିକୁ ତୁମ୍ଭ ସହିତ ନିଅ ଯାହା ସର୍ପ ହୋଇ ଯାଇଥିଲା। 16 ତାଙ୍କୁ ଏହା କୁହ, ‘ସଦାପ୍ରଭୁ ଏବ୍ରୀୟମାନଙ୍କର ପରମେଶ୍ୱର ମୋତେ ତୁମ୍ଭ ନିକଟକୁ ପଠାଇଛନ୍ତି। ତାଙ୍କର ଲୋକମାନଙ୍କୁ ଛାଡ଼ିଦେବା ପାଇଁ କହିବାକୁ ଆପଣଙ୍କ ପାଖକୁ ସଦାପ୍ରଭୁ ମୋତେ ପଠାଇଛନ୍ତି। ସେମାନେ ତାଙ୍କୁ ଉପାସନା କରିବାକୁ ମରୁଭୂମିକୁ ଯିବେ। ଏପର୍ଯ୍ୟନ୍ତ ତୁମ୍ଭେ ସଦାପ୍ରଭୁଙ୍କର ଆଜ୍ଞା ଶୁଣି ନାହଁ। 17 ତେଣୁ ସଦାପ୍ରଭୁ କହିଲେ, ଯେ ସେ କିଛି କରିବେ ଯେଉଁଥିରେ ତୁମ୍ଭେ ଜାଣିବ ସେ ସଦାପ୍ରଭୁ ବୋଲି। ମୁଁ ନୀଳନଦୀରେ ଜଳକୁ ମୋର ଆଶାବାଡ଼ିରେ ଛୁଇଁବି ତାହା ସଙ୍ଗେ ସଙ୍ଗେ ନଦୀର ଜଳ ପରିବର୍ତ୍ତେ ରକ୍ତ ପ୍ରବାହୀତ ହେବ। 18 ନଦୀର ମାଛମାନେ ମରିଯିବେ ଏବଂ ନଦୀ ଦୁର୍ଗନ୍ଧ ଯୁକ୍ତ ହେବ। ତେଣୁ ମିଶରବାସୀ ଆଉ ନୀଳନଦୀର ଜଳ ପିଇ ପାରିବେ ନାହିଁ।’”

19 ସଦାପ୍ରଭୁ ମୋଶାଙ୍କୁ କହିଲେ, “ହାରୋଣକୁ କୁହ ସେ ତା'ର ଆଶାବାଡ଼ିକୁ ହାତରେ ଧରି ଏବଂ ଜଳଧାରଗୁଡ଼ିକୁ ଯଥା ନଦୀ, ହ୍ରଦ ଓ କେନାଲ ଯେଉଁଠାରେ ପାଣି ଗଚ୍ଛିତ ଅଛି ସବୁକୁ ସ୍ପର୍ଶ କରୁ। ଯେତେବେଳେ ସେ ଏପରି କଲା, ସମସ୍ତ ଜଳ ରକ୍ତରେ ପରିଣତ ହେଲା। ଏହିପରିକି କାଠ ପାତ୍ର ଓ ପ୍ରସ୍ତର ପାତ୍ରରେ ଥିବା ଜଳସବୁ ରକ୍ତରେ ପରିଣତ ହେଲା।”

20 ତେଣୁ ମୋଶା ଏବଂ ହାରୋଣ ସଦାପ୍ରଭୁଙ୍କର ଆଜ୍ଞାନୁସାରେ କାର୍ଯ୍ୟ କଲେ। ହାରୋଣ ତାଙ୍କର ହସ୍ତ ପ୍ରସାରଣ କରି ତାଙ୍କର ଆଶାବାଡ଼ି ଦ୍ୱାରା ନୀଳନଦୀର ଜଳକୁ ସ୍ପର୍ଶ କଲେ। ସେ ଏପରି ଫାରୋ ଓ ତାଙ୍କର କର୍ମଗ୍ଭରୀମାନଙ୍କ ସମ୍ମୁଖରେ କଲେ। ତେଣୁ ନଦୀର ସମସ୍ତ ଜଳ ରକ୍ତରେ ପରିଣତ ହୋଇଗଲା। 21 ନଦୀର ମତ୍ସ୍ୟମାନେ ମଲେ ଏବଂ ନଦୀର ଜଳ ଦୁର୍ଗନ୍ଧ ଯୁକ୍ତ ହେଲା। ତେଣୁ ମିଶରବାସୀ ଆଉ ନୀଳନଦୀରୁ ଜଳପାନ କରିପାରି ନ ଥିଲେ। ମିଶରର ସବୁଆଡ଼େ ଜଳଭାଗ ରକ୍ତରେ ପରିଣତ ହୋଇଗଲା।

22 ମନ୍ତ୍ରଜ୍ଞମାନେ ତାଙ୍କର ଗୁପ୍ତ ଯାଦୁବିଦ୍ୟା ପ୍ରୟୋଗ କରି ଠିକ୍ ଏପରି କଲେ। ଫାରୋ ପୁଣି କଠିନ ହେଲେ ହୃଦୟ କଠିନ କଲେ ଏବଂ ସେ ସେମାନଙ୍କର କଥା ଶୁଣିଲେ ନାହିଁ। ଏହା ଠିକ୍ ସଦାପ୍ରଭୁଙ୍କର ଆଜ୍ଞାନୁସାରେ ଘଟିଲା। 23 ଫାରୋ ମୋଶା ଏବଂ ହାରୋଣଙ୍କର କାର୍ଯ୍ୟରେ ଧ୍ୟାନ ନ ଦେଇ ଗୃହକୁ ଫେରିଗଲେ।

24 ମିଶରବାସୀମାନେ ଆଉ ନୀଳନଦୀରୁ ଜଳ ପାନ କରି ପାରି ନ ଥିଲେ। ତେଣୁ ସେମାନେ ନଦୀମାନଙ୍କରେ କୂପମାନ ଖନନ କରି ପିଇବା ପାଣି ସଂଗ୍ରହ କଲେ।

ବେଙ୍ଗଗୁଡ଼ିକ

25 ସଦାପ୍ରଭୁ ନୀଳନଦୀରୁ ଜଳକୁ ସାତ ଦିନ ପରେ ପରିବର୍ତ୍ତନ କଲେ।

ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଫାରୋଙ୍କ ନିକଟକୁ ଯାଅ ଏବଂ କୁହ, ସଦାପ୍ରଭୁ ଏହିକଥା କୁହନ୍ତି, ‘ମୋର ଲୋକମାନଙ୍କୁ ଯିବା ପାଇଁ ଦିଅ, ଯାହାଫଳରେ ସେମାନେ ମୋତେ ଉପାସନା କରିବେ। ଯଦି ତୁମ୍ଭେ ମୋର ଲୋକମାନଙ୍କୁ ଛାଡ଼ିବାକୁ ମନା କରିବ, ତେବେ ମୁଁ ମିଶରକୁ ସମ୍ପୂର୍ଣ୍ଣ ବେଙ୍ଗରେ ପରିପୂର୍ଣ୍ଣ କରି ଦେବି। ନୀଳନଦୀ ସମ୍ପୂର୍ଣ୍ଣ ବେଙ୍ଗରେ ପରିପୂର୍ଣ୍ଣ ହେବ। ସେମାନେ ନଦୀରୁ ଆସି ତୁମ୍ଭର ଘରେ ପଶିବେ। ସେମାନେ ତୁମ୍ଭର ଶୟନ କକ୍ଷ ଓ ଶେଯରେ ପଡ଼ି ରହିବେ ଏବଂ ସେମାନେ ତୁମ୍ଭର ଅଧିକାରୀଗଣଙ୍କ ଓ ତୁମ୍ଭ ଲୋକମାନଙ୍କ ଗୃହରେ ପ୍ରବେଶ କରିବେ ଏବଂ ବେଙ୍ଗଗୁଡ଼ିକ ତୁମ୍ଭର ଜଳପାତ୍ର, ଅଧିକାରୀମାନଙ୍କର ଚୁଲ୍ଲୀରେ ପ୍ରବେଶ କରିବେ। ବେଙ୍ଗମାନେ ତୁମ୍ଭର କର୍ମଗ୍ଭରୀ ଏବଂ ତୁମ୍ଭର ଲୋକମାନଙ୍କ ଓ ତୁମ୍ଭ ଉପରକୁ ଉଠିବେ।’”

ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ହାରୋଣକୁ କୁହ ସେ ତା'ର ଆଶାବାଡ଼ିକୁ ଧରି ନଦୀ, ହ୍ରଦ, କେନାଲ୍, ସବୁଆଡ଼େ ବୁଲାଉ। ଏହା ପରେ ବେଙ୍ଗମାନେ ମିଶରର ସ୍ଥଳଭାଗକୁ ଉଠି ଆସିବେ।”

ତେଣୁ ହାରୋଣ ମିଶରର ସମସ୍ତ ଜଳଭାଗ ଉପରେ ତାଙ୍କର ହସ୍ତ ପ୍ରସାରଣ କଲେ। ଏଥିରେ ବେଙ୍ଗମାନେ ଜଳଭାଗରୁ ବାହାରି ମିଶରର ଭୂମିରେ ପରିପୂର୍ଣ୍ଣ ହୋଇଗଲେ।

ମନ୍ତ୍ରଜ୍ଞମାନେ ମଧ୍ୟ ସେମାନଙ୍କର ଗୁପ୍ତ ଯାଦୁବିଦ୍ୟା ବଳରେ ଠିକ୍ ସେହିପରି ବେଙ୍ଗମାନଙ୍କୁ ବାହାର କରି ପାରିଲେ। ଯେଉଁଥିପାଇଁ ସମଗ୍ର ମିଶର ବେଙ୍ଗରେ ପରିପୂର୍ଣ୍ଣ ହୋଇଗଲା।

ଫାରୋ ମୋଶା ଏବଂ ହାରୋଣଙ୍କୁ ଡାକିଲେ। ଫାରୋ କହିଲେ, “ସଦାପ୍ରଭୁଙ୍କୁ କୁହ ମୋ’ ଉପରୁ, ମୋର ଲୋକମାନଙ୍କ ଉପରୁ ବେଙ୍ଗମାନଙ୍କୁ କାଢ଼ି ନିଅନ୍ତୁ। ମୁଁ ତାଙ୍କର ସମସ୍ତ ଲୋକଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ପାଇଁ ଛାଡ଼ି ଦେବି।”

ମୋଶା ଫାରୋଙ୍କୁ କହିଲେ, “ଦୟାକରି କୁହ ତୁମ୍ଭେ କେତେବେଳେ ଗ୍ଭହୁଁଛ ବେଙ୍ଗମାନେ ପଳାଇବା ପାଇଁ, ମୁଁ ତୁମ୍ଭ ପାଇଁ ପ୍ରାର୍ଥାନା କରିବି, ତୁମ୍ଭର କର୍ମଗ୍ଭରୀ ଏବଂ ତୁମ୍ଭର ଲୋକମାନଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରିବି। ତା'ପରେ ବେଙ୍ଗମାନେ ତୁମ୍ଭମାନଙ୍କଠାରୁ ପଳାଇବେ। ବେଙ୍ଗମାନେ କେବଳ ନଦୀରେ ରହିବେ।”

10 ଫାରୋ ଉତ୍ତର ଦେଲେ, “ଆସନ୍ତାକାଲି।”

ମୋଶା କହିଲେ, “ତୁମ୍ଭେ ଯେପରି କହିଲ ସେହିପରି ହେବ। ଏହି ପ୍ରକାରେ ତୁମ୍ଭେ ଜାଣିବ ଏପରି ଦେବତା ନାହିଁ ଯାହା ଆମ୍ଭର ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱରଙ୍କ ପରି ହେବ। 11 ବେଙ୍ଗମାନେ ତୁମ୍ଭକୁ, ତୁମ୍ଭର ଗୃହକୁ, ତୁମ୍ଭର ଲୋକମାନଙ୍କୁ ଏବଂ ତୁମ୍ଭର କର୍ମଗ୍ଭରୀମାନଙ୍କୁ ଛାଡ଼ି ପଳାଇବେ। ସେମାନେ କେବଳ ନଦୀରେ ରହିବେ।”

12 ମୋଶା ଏବଂ ହାରୋଣ ଫାରୋଙ୍କ ନିକଟରୁ ବିଦାୟ ନେଲେ। ସେ ଯେଉଁ ବେଙ୍ଗମାନଙ୍କୁ ଫାରୋଙ୍କ ବିରୁଦ୍ଧରେ ପଠାଇଥିଲେ, ସେଗୁଡ଼ିକୁ ହଟାଇ ନେବା ପାଇଁ ମୋଶା ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ। 13 ଏବଂ ମୋଶା ଯାହା ଗ୍ଭହିଁଲେ ସଦାପ୍ରଭୁ ସେହିପରି କଲେ। ଯେଉଁ ବେଙ୍ଗମାନେ ଘରେ, ଅଗଣାରେ ଏବଂ ଜମିରେ ଥିଲେ ସେଗୁଡ଼ିକ ମରିଗଲେ। 14 ସେମାନେ ଗଦା ହୋଇ ରୁଣ୍ଡ ହେଲେ ଏବଂ ସେଗୁଡ଼ିକ ଯୋଗୁଁ ସ୍ଥାନଟିରୁ ଦୁର୍ଗନ୍ଧ ବାହାରିଲା। 15 ଫାରୋ ହୃଦୟଙ୍ଗମ କଲେ ଯେ, ସେ ବେଙ୍ଗମାନଙ୍କ ଦାଉରୁ ରକ୍ଷା ପାଇଲେ। ଏବଂ ସେ ପୁଣି ଜି‌ଦ୍‌ଖୋର ହେଲେ। ସେ ସେମାନଙ୍କ କଥା ଶୁଣିଲେ ନାହିଁ। ସଦାପ୍ରଭୁ ଯେପରି କହିଥିଲେ, ସେହିପରି ସବୁ ଘଟିଗଲା।

ଉକୁଣିଆ ପୋକ

16 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ହାରୋଣକୁ କୁହ ତାଙ୍କର ଆଶାବାଡ଼ି ଉଠାଇ ଭୂମିରେ ଆଘାତ କରିବ। ଏବଂ ମିଶରର ସମସ୍ତ ଧୂଳି ଉକୁଣିଆ ପୋକରେ ପରିଣତ ହୋଇଯିବେ।”

17 ସେମାନେ ସେହିପରି କଲେ। ହାରୋଣ ତାଙ୍କର ଆଶାବାଡ଼ି ଉଠାଇ ଭୂମିରେ ଆଘାତ କଲେ ଏବଂ ମିଶରରେ ସମସ୍ତ ଧୂଳି ଉକୁଣିଆ ପୋକରେ ପରିଣତ ହୋଇଗଲା। ଉକୁଣିଆ ପୋକମାନେ ପଶୁ ଓ ମନୁଷ୍ୟମାନଙ୍କଠାରେ ବ୍ୟାପିଗଲେ।

18 ମିଶରର ମନ୍ତ୍ରଜ୍ଞମାନେ ସେମାନଙ୍କର ଗୁପ୍ତ ଯାଦୁବିଦ୍ୟା ଦ୍ୱାରା ଏପରି କରିବାକୁ ଚେଷ୍ଟା କଲେ, କିନ୍ତୁ ବିଫଳ ହେଲେ, ମନ୍ତ୍ରଜ୍ଞମାନେ ଧୂଳିରୁ ଉକୁଣିଆ ପୋକମାନ ସୃଷ୍ଟି କରି ପାରିଲେ ନାହିଁ। ଉକୁଣିଆ ପୋକମାନେ ପଶୁ ଓ ମନୁଷ୍ୟମାନଙ୍କଠାରେ ରହିଗଲେ। 19 ତେଣୁ ମନ୍ତ୍ରଜ୍ଞମାନେ ଫାରୋଙ୍କୁ କହିଲେ, ପରମେଶ୍ୱର ଏହା କରିଛନ୍ତି। କିନ୍ତୁ ଫାରୋ ପୁଣି ଜି‌ଦ୍‌ଖୋର ହେଲେ। ସେ ସେମାନଙ୍କ କଥା ଶୁଣିଲେ ନାହିଁ।

ମାଛିମାନେ

20 ପରମେଶ୍ୱର ମୋଶାଙ୍କୁ କହିଲେ, “ପ୍ରଭାତରୁ ଉଠି ଫାରୋଙ୍କ ନିକଟକୁ ଯାଅ। ସେ ଯେତେବେଳେ ନଦୀକୂଳକୁ ଯିବ। ଏହିପରି କୁହ ସଦାପ୍ରଭୁ କହିଲେ, ‘ମୋର ଲୋକମାନଙ୍କୁ ଛାଡ଼ ସେମାନେ ମୋର ଉପାସନା କରିବେ। 21 ଯଦି ତୁମ୍ଭେ ମୋର ଲୋକମାନଙ୍କୁ ଯିବାକୁ ନ ଦିଅ ତେବେ ମାଛିମାନଙ୍କ ଦ୍ୱାରା ତୁମ୍ଭର ଗୃହ ପରିପୂର୍ଣ୍ଣ ହେବ। ଏବଂ ମାଛିମାନେ ତୁମ୍ଭ ଉପରେ, ତୁମ୍ଭର ଲୋକମାନଙ୍କ ଉପରେ, ତୁମ୍ଭର କର୍ମଗ୍ଭରୀମାନଙ୍କ ଉପରେ ବ୍ୟାପିଯିବେ। ମିଶରର ସମସ୍ତ ଗୃହ ମାଛିରେ ପରିପୂର୍ଣ୍ଣ ହେବ। ଏବଂ ମାଛିମାନଙ୍କ ଦ୍ୱାରା ମଧ୍ୟ ଭୂମି ପରିପୂର୍ଣ୍ଣ ହେବ। 22 କିନ୍ତୁ ମୁଁ ଇସ୍ରାଏଲୀୟ ଲୋକମାନଙ୍କ ପ୍ରତି ଏପରି ବ୍ୟବହାର କରିବି ନାହିଁ ଯେପରି ମିଶର ଲୋକମାନଙ୍କ ପ୍ରତି ହେବ। ଗୋଶନରେ କୌଣସି ମାଛି ହେବ ନାହିଁ, ଯେଉଁଠାରେ ମୋର ଲୋକମାନେ ବାସ କରୁଛନ୍ତି। ଏହି ପ୍ରକାରେ ତୁମ୍ଭେ ଜାଣିବ ଯେ ମୁଁ ହେଉଛି ସଦାପ୍ରଭୁ, ଏହି ଭୂମିର ଅଟେ। 23 ତେଣୁ ଆସନ୍ତାକାଲିଠାରୁ ମୁଁ ମୋର ଲୋକମାନଙ୍କୁ ତୁମ୍ଭର ଲୋକମାନଙ୍କଠାରୁ ଭିନ୍ନ ଭାବରେ ବ୍ୟବହାର କରିବି ଏବଂ ତାହା ମୋର ପ୍ରମାଣ ସ୍ୱରୂପ ହେବ।’”

24 ତେଣୁ ସଦାପ୍ରଭୁ ଯେପରି କହିଥିଲେ, ସେହିପରି ବହୁସଂଖ୍ୟକ ମାଛି ମିଶରରେ ପ୍ରବେଶ କରାଇଲେ। ମାଛିମାନେ ଫାରୋଙ୍କ ଗୃହରେ, ତାଙ୍କର କର୍ମଗ୍ଭରୀମାନଙ୍କ ଗୃହରେ ଏବଂ ଏପରିକି ମିଶରର ଗ୍ଭରିଆଡ଼େ ଘେରିଗଲେ। ମାଛିମାନେ ଦେଶକୁ ନଷ୍ଟ କରିବାକୁ ଲାଗିଲେ। 25 ତେଣୁ ଫାରୋ ମୋଶା ଓ ହାରୋଣଙ୍କୁ ଡାକି ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯାଇ ଦେଶ ମଧ୍ୟରେ ତୁମ୍ଭର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କର।”

26 କିନ୍ତୁ ମୋଶା କହିଲେ, “ଏହା କଦାପି ଠିକ୍ ହେବ ନାହିଁ। ମିଶରବାସୀମାନେ ଭାବିବେ ଯେ, ପଶୁମାନଙ୍କୁ ମାରି ବଳିଦାନ କରିବା, ଏକ ଭୟଙ୍କର କାର୍ଯ୍ୟ ହେବ। ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱରଙ୍କ ପାଇଁ ଯଦି ଆମ୍ଭେ ଏପରି କାର୍ଯ୍ୟ ଏହିଠାରେ କରୁ ତେବେ ମିଶରବାସୀ ଆମ୍ଭମାନଙ୍କୁ ଦେଖିବେ, ଏବଂ ସେମାନେ ଆମ୍ଭମାନଙ୍କ ଉପରକୁ ପଥର ଫୋପାଡ଼ିବେ। 27 ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ ଉତ୍ସର୍ଗ କରିବା ନିମନ୍ତେ ଆମ୍ଭମାନଙ୍କୁ ତିନି ଦିନ ପାଇଁ ମରୁଭୂମିକୁ ଯିବାକୁ ଅନୁମତି ଦିଅ। ଯେହେତୁ ସଦାପ୍ରଭୁ ଆମ୍ଭମାନଙ୍କୁ ଏହା କରିବାକୁ ଆଜ୍ଞା କରିଅଛନ୍ତି।”

28 ତେଣୁ ଫାରୋ କହିଲେ, “ମୁଁ ତୁମ୍ଭମାନଙ୍କୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବାକୁ ମରୁଭୂମିକୁ ଯିବାକୁ ଅନୁମତି ଦେବି। କିନ୍ତୁ ତୁମ୍ଭେମାନେ ବେଶୀଦୂର ଯିବା ଉଚିତ୍ ନୁହେଁ। ବର୍ତ୍ତମାନ ଯାଅ ଏବଂ ମୋ’ ପାଇଁ ପ୍ରାର୍ଥନା କର।”

29 ମୋଶା କହିଲେ, “ଦେଖ, ଏ ସ୍ଥାନରୁ ଯାଇ ମୁଁ ତୁମ୍ଭ ପାଇଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବି ମାଛିମାନଙ୍କଠାରୁ ମୁକ୍ତି ପାଇବା ପାଇଁ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ ପାଇଁ ଯାଉଥିବା ଲୋକମାନଙ୍କୁ ଅଟକାଇବ ନାହିଁ।”

30 ତେଣୁ ମୋଶା ଫାରୋଙ୍କ ନିକଟରୁ ବିଦାୟ ନେଇ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ। 31 ଏବଂ ମୋଶା ଯେପରି ଗ୍ଭହିଁଲେ, ସଦାପ୍ରଭୁ ସେହିପରି କଲେ। ସଦାପ୍ରଭୁ ମାଛିମାନଙ୍କୁ ଫାରୋଙ୍କଠାରୁ, ତାଙ୍କର କର୍ମଗ୍ଭରୀ ଏବଂ ତାଙ୍କର ଲୋକମାନଙ୍କଠାରୁ ଦୂରେଇ ନେଲେ। କୌଣସି ମାଛି ରହିଲେ ନାହିଁ। 32 କିନ୍ତୁ ଫାରୋ ପୁଣି କଠିନ ହେଲେ ଏବଂ ଲୋକମାନଙ୍କୁ ଯିବାକୁ ଦେଲେ ନାହିଁ।

କୃଷିକ୍ଷେତ୍ରର ପଶୁମାନଙ୍କୁ ରୋଗ

ଏହା ପରେ ସଦାପ୍ରଭୁ ମୋଶାଙ୍କୁ ଫାରୋଙ୍କ ନିକଟକୁ ଯାଇ କହିବାକୁ କହିଲେ, “ସଦାପ୍ରଭୁ ଏବ୍ରୀୟମାନଙ୍କର ପରମେଶ୍ୱର କହନ୍ତି, ‘ମୋର ଲୋକମାନଙ୍କୁ ଯିବାକୁ ଦିଅ, ଯାହାଫଳରେ ସେମାନେ ମୋତେ ଉପାସନା କରି ପାରିବେ। ଯଦି ତୁମ୍ଭେ ଏପରି କର ଓ ମୋର ଲୋକମାନଙ୍କୁ ଯିବାକୁ ନ ଦିଅ। ତେବେ ସଦାପ୍ରଭୁ ତୁମ୍ଭର ପଶୁମାନଙ୍କ ଉପରେ ତାଙ୍କର ମହାନ ଶକ୍ତି ପ୍ରୟୋଗ କରିବେ। ସଦାପ୍ରଭୁ ତୁମ୍ଭମାନଙ୍କର ପଶୁ ଯଥା: ଘୋଡ଼ାମାନଙ୍କର, ଗଧମାନଙ୍କର, ଓଟମାନଙ୍କର, ଗାଈ ଗୋରୁମାନଙ୍କର, ମେଣ୍ଢାମାନଙ୍କଠାରେ ମାହାମାରୀ ସୃଷ୍ଟି କରିବେ। ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କର ପଶୁମାନଙ୍କ ପାଇଁ ଯେପରି ବ୍ୟବହାର କରିବେ, ସେପରି ମିଶରୀୟମାନଙ୍କର ପଶୁମାନଙ୍କୁ ବ୍ୟବହାର କରିବେ ନାହିଁ। ଇସ୍ରାଏଲୀୟମାନଙ୍କର କୌଣସି ପଶୁ ମରିବେ ନାହିଁ। ସଦାପ୍ରଭୁ ଏହା କରିବା ପାଇଁ ସମୟ ସ୍ଥିର କରିଛନ୍ତି। ଆସନ୍ତାକାଲି ସଦାପ୍ରଭୁ ତୁମ୍ଭର ଦେଶରେ ଏପରି କରିବାକୁ ଯାଉଛନ୍ତି।”’

ତା’ ପରଦିନ ସଦାପ୍ରଭୁ ଠିକ୍ ତାହା କଲେ। ମିଶରୀୟମାନଙ୍କର କୃଷି କ୍ଷେତ୍ରରେ ପଶୁମାନଙ୍କର ମୃତ୍ୟୁ ହେଲା। କିନ୍ତୁ ଇସ୍ରାଏଲୀୟମାନଙ୍କର ଗୋଟିଏ ବି ପଶୁ ମଲେ ନାହିଁ। ଫାରୋ ଲୋକମାନଙ୍କୁ ପଠାଇଲେ ଦେଖିବା ପାଇଁ ଯେ ଇସ୍ରାଏଲର କୌଣସି ପଶୁ ମରିଛନ୍ତି କି ନାହିଁ? ମାତ୍ର ଇସ୍ରାଏଲର କୌଣସି ପଶୁ ମରି ନ ଥିଲେ। ତଥାପି ଫାରୋ ଜି‌ଦ୍‌ଖୋର ହୋଇ ରହିଲେ ଓ ଲୋକମାନଙ୍କୁ ଯିବାକୁ ଦେଲେ ନାହିଁ।

ଦାହଯୁକ୍ତ ବଥ

ସଦାପ୍ରଭୁ ମୋଶା ଏବଂ ହାରୋଣଙ୍କୁ କହିଲେ, “ହାତ ମୁଠାକୁ ଭାଟିର ଭସ୍ମରେ ପୂର୍ଣ୍ଣ କର। ମୋଶା ତୁମ୍ଭେ ଫାରୋ ଦେଖୁଥିବା ସମୟରେ ଭସ୍ମ ପବନରେ ନିଶ୍ଚୟ ଉଡ଼ାଇ ଦେବ। ତାହା ମିଶରର ଧୂଳି ହୋଇ ଗ୍ଭରିଆଡ଼େ ବ୍ୟାପିଯିବ। ଯେତେବେଳେ ସେହି ଧୂଳି ମିଶରର ଯେଉଁଠାରେ ଲୋକମାନଙ୍କୁ ବା ପଶୁମାନଙ୍କୁ ଛୁଇଁବ, ତା'ର ଚମଡ଼ାରେ ଦାହଯୁକ୍ତ ବଥମାନ ବ୍ୟାପିଯିବ।”

10 ତେଣୁ ମୋଶା ଓ ହାରୋଣ ଏକ ଭାଟିରୁ ଭସ୍ମ ନେଲେ। ଏବଂ ସେମାନେ ଫାରୋଙ୍କ ସମ୍ମୁଖରେ ଛିଡ଼ା ହୋଇ ଆକାଶକୁ ଉଡ଼ାଇ ଦେଲେ। ଏହା ପରେ ଯନ୍ତ୍ରଣାଦାୟକ ଦାହଯୁକ୍ତ ବଥମାନ ମନୁଷ୍ୟ ଓ ପଶୁମାନଙ୍କଠାରେ ଦେଖା ଦେଲା। 11 ସେହି ବଥ ସକାଶେ ମନ୍ତ୍ରଜ୍ଞମାନେ ମୋଶାଙ୍କ ସମ୍ମୁଖୀନ ହୋଇ ପାରିଲେ ନାହିଁ। ପ୍ରତ୍ୟେକ ମିଶରବାସୀଙ୍କ ଓ ମନ୍ତ୍ରଜ୍ଞମାନଙ୍କ ଚର୍ମ ବଥରେ ବ୍ୟାପିଗଲା। 12 କିନ୍ତୁ ସଦାପ୍ରଭୁ ଫାରୋଙ୍କ ହୃଦୟକୁ ଆହୁରି କଠୋର କଲେ ଯେ, ସେ ମୋଶା ଓ ହାରୋଣଙ୍କର କୌଣସି କଥା ଶୁଣିଲେ ନାହିଁ। ଏହିପରି ଘଟିଲା ଯେପରି ସଦାପ୍ରଭୁ କହିଥିଲେ।

ଶିଳାବୃଷ୍ଟି

13 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ପ୍ରଭାତରେ ଉଠ ଏବଂ ଫାରୋଙ୍କ ନିକଟକୁ ଯାଅ। ତାଙ୍କୁ କୁହ ଏବ୍ରୀୟ ଲୋକମାନଙ୍କର ସଦାପ୍ରଭୁ ପରମେଶ୍ୱର କହନ୍ତି, ‘ମୋର ଲୋକମାନଙ୍କୁ ମୋର ଉପାସନା ପାଇଁ ଛାଡ଼। 14 ଏହି ସମୟରେ ମୋର ସମସ୍ତ ଶକ୍ତି ତୁମ୍ଭ ବିରୁଦ୍ଧରେ, ତୁମ୍ଭର କର୍ମଗ୍ଭରୀ ଏବଂ ତୁମ୍ଭର ସମସ୍ତ ଲୋକମାନଙ୍କ ବିରୁଦ୍ଧରେ କାର୍ଯ୍ୟ କରିବ। ଏହା ପରେ ତୁମ୍ଭେ ଜାଣିବ ଯେ, ମୋ’ ପରି ଆଉ କୌଣସି ପରମେଶ୍ୱର ପୃଥିବୀରେ ନାହାନ୍ତିା 15 ବର୍ତ୍ତମାନ ସୁଦ୍ଧା, ମୋର ପରାକ୍ରମ ଦ୍ୱାରା ଏକ ରୋଗଦ୍ୱାରା ତୁମ୍ଭଙ୍କୁ ଏବଂ ତୁମ୍ଭର ଲୋକମାନଙ୍କୁ ଶେଷ କରି ସାରନ୍ତିଣି। 16 କିନ୍ତୁ ମୁଁ ତୁମ୍ଭକୁ ଏଥିପାଇଁ ରଖିଛି ଯେ, ତୁମ୍ଭେ ମୋର ପରାକ୍ରମ ଜାଣିବ। ସମଗ୍ର ପୃଥିବୀରେ ମୋର ନାମ ବିଖ୍ୟାତ କରିବ। 17 ତଥାପି ମଧ୍ୟ ତୁମ୍ଭେ ମୋର ଲୋକମାନଙ୍କ ବିରୁଦ୍ଧାଚରଣ କରୁଛ। ତୁମ୍ଭେ ମୋର ଲୋକମାନଙ୍କୁ ମୁକ୍ତ କରୁ ନାହଁ। 18 ତେଣୁ, ଆସନ୍ତାକାଲି ଏହି ସମୟରେ, ମୁଁ ଏକ ଭୟଙ୍କର ଶିଳାବୃଷ୍ଟି କରିବି। ଏପରି ଶିଳାବୃଷ୍ଟି ମିଶରରେ କେବେବି ହୋଇ ନ ଥିବ। ଏପରିକି ମିଶର ଏକ ଦେଶ ହେଲାଠାରୁ ହୋଇ ନ ଥିବ। 19 ବର୍ତ୍ତମାନ, ତୁମ୍ଭେ ତୁମ୍ଭର ପଶୁମାନଙ୍କୁ ନିରାପଦ ସ୍ଥାନରେ ରଖ। ତୁମ୍ଭର ସମସ୍ତ ପଶୁଗୁଡ଼ିକ କ୍ଷେତରୁ ନିରାପଦ ସ୍ଥାନକୁ ନେଇ ଆସ। କାରଣ ଯେଉଁମାନେ କ୍ଷେତରେ ରହିବେ ମନୁଷ୍ୟ ହେଉ କି ପଶୁ ହେଉ ସେମାନେ ମରିବେ। ଘର ବାହାରେ ଥିବା ସମସ୍ତ ବସ୍ତୁ ଉପରେ ଶିଳାବୃଷ୍ଟି ହେବ।’”

20 କେତେକ କର୍ମଗ୍ଭରୀ ଫାରୋଙ୍କର, ଯେଉଁମାନେ କି ସଦାପ୍ରଭୁଙ୍କର ଆଜ୍ଞାରେ ଧ୍ୟାନ ଦେଲେ। ସେହି ଲୋକମାନେ ସେମାନଙ୍କର ପଶୁ ଏବଂ ଦାସମାନଙ୍କୁ ଗୃହକୁ ଆଣି ନିରାପଦରେ ରଖିଲେ। 21 କିନ୍ତୁ କେତେକ ଲୋକ ସଦାପ୍ରଭୁଙ୍କର ଆଜ୍ଞାକୁ ହେୟଜ୍ଞାନ ମଣିଲେ, ସେହି ଲୋକମାନେ ତାଙ୍କର ସମସ୍ତ ପଶୁ ଓ ଦାସମାନଙ୍କୁ କ୍ଷେତରେ ଛାଡ଼ି ଦେଲେ।

22 ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭର ହାତ ଆକାଶ ଆଡ଼େ ବିସ୍ତାର କର ଏବଂ ମିଶରର ଗ୍ଭରିଆଡ଼େ ଶିଳାବୃଷ୍ଟି ଆରମ୍ଭ ହୋଇଯିବ। ଏହି ଶିଳାବୃଷ୍ଟି ମିଶରର ଗ୍ଭରିଆଡ଼େ ମନୁଷ୍ୟ, ପଶୁ ଓ ତୃଣାଦି ଉପରେ ପଡ଼ିବ।”

23 ତେଣୁ ମୋଶା ତାଙ୍କର ଆଶାବାଡ଼ିକୁ ଆକାଶ ଆଡ଼େ ବିସ୍ତାର କଲେ ଏବଂ ସଦାପ୍ରଭୁ ବଜ୍ର ବୃଷ୍ଟି କଲେ। ବିଜୁଳି ମାରିଲା ଏବଂ ମିଶରର ଗ୍ଭରିଆଡ଼େ ଶିଳାବୃଷ୍ଟି ହେଲା। 24 ମିଶରର ଉତ୍ପତ୍ତିଠାରୁ ଏପରି ଶିଳାବୃଷ୍ଟି, ବିଜୁଳି ମାରିବା କେବେବି ହୋଇ ନ ଥିଲା। 25 ଏହି ଶିଳାବୃଷ୍ଟି ମିଶରର କ୍ଷେତ ମଧ୍ୟସ୍ଥ ସବୁକିଛି ନଷ୍ଟ କଲା। ଏହି ଶିଳାବୃଷ୍ଟି, ଲୋକମାନଙ୍କୁ, ପଶୁମାନଙ୍କୁ ଓ ବୃକ୍ଷାଦିମାନକୁ ଧ୍ୱଂସ କଲା। ଏହି ଶିଳାବୃଷ୍ଟି ମଧ୍ୟ କ୍ଷେତ ମଧ୍ୟସ୍ଥ ବୃକ୍ଷମାନକୁ ନଷ୍ଟ କରି ପକାଇଲା। 26 କେବଳ ଗୋଟିଏ ସ୍ଥାନ ଥିଲା ଯେଉଁଠାରେ ଶିଳାବୃଷ୍ଟି ହେଉ ନ ଥିଲା। ତାହା ଥିଲା ଗୋଶନ ଯେଉଁଠାରେ ଇସ୍ରାଏଲୀୟମାନେ ବାସ କରୁଥିଲେ।

27 ଫାରୋ ମୋଶା ଏବଂ ହାରୋଣଙ୍କୁ ଡକାଇ ପଠାଇଲେ। ଫାରୋ ସେମାନଙ୍କୁ କହିଲେ, “ଏଥର ମୁଁ ପାପ କରିଛି। ସଦାପ୍ରଭୁ ସତ୍ୟ, ସେ ଉତ୍ତମ କରିଛନ୍ତି। ମୁଁ ଏବଂ ମୋର ଲୋକମାନେ ପାପ କରିଅଛୁ। 28 ଏହି ଶିଳାବୃଷ୍ଟି ଯଥେଷ୍ଟ ହେଲା! ସଦାପ୍ରଭୁଙ୍କୁ କୁହ ଏହି ବୃଷ୍ଟି ବନ୍ଦ କରିବା ପାଇଁ ଏବଂ ମୁଁ ତୁମ୍ଭର ଲୋକମାନଙ୍କୁ ଛାଡ଼ି ଦେବି। ତୁମ୍ଭମାନଙ୍କର ଆଉ ଏଠାରେ ରହିବା ଦରକାର ନାହିଁ।”

29 ମୋଶା ଫାରୋଙ୍କୁ କିହିଲେ, “ଯେତେବେଳେ ମୁଁ ଏ ନଗର ଛାଡ଼ିବି, ମୁଁ ସେତେବେଳେ ସଦାପ୍ରଭୁଙ୍କୁ ହାତଟେକି ପ୍ରାର୍ଥନା କରିବି, ବଜ୍ର ଏବଂ ଶିଳାବୃଷ୍ଟି ବନ୍ଦ ହୋଇଯିବ। ସେତେବେଳେ ତୁମ୍ଭେ ଜାଣିବ ସଦାପ୍ରଭୁ ଏହି ଭୂମିରେ ଅଛନ୍ତି। 30 କିନ୍ତୁ ମୁଁ ଜାଣେ ତୁମ୍ଭେ ଏବଂ ତୁମ୍ଭର କର୍ମଗ୍ଭରୀମାନେ ବାସ୍ତବରେ ଏପର୍ଯ୍ୟନ୍ତ ସଦାପ୍ରଭୁଙ୍କୁ ଭୟ କରୁ ନାହଁ।”

31 ଯବ ଶିଷାଯୁକ୍ତ ହୋଇଥିଲା ଏବଂ ଫେସି ପୁଷ୍ପିତ ହୋଇଥିଲା। ତେଣୁ ସେହି ଶସ୍ୟଗୁଡ଼ିକ ନଷ୍ଟ ହୋଇଗଲା। 32 ମାତ୍ର ଗହମ ଓ ଯହ୍ନା ବଡ଼ ହୋଇ ନ ଥିବାରୁ ନଷ୍ଟ ହେଲା ନାହିଁ।

33 ମୋଶା ଫାରୋଙ୍କ ନିକଟରୁ ନଗର ବାହାରକୁ ଯାଇ ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବାରୁ ବର୍ଷା, ବଜ୍ର ଏବଂ ଶିଳାବୃଷ୍ଟି ବନ୍ଦ ହୋଇଗଲା।

34 ଯେତେବେଳେ ଫାରୋ ଦେଖିଲେ ବଜ୍ର ଓ ଶିଳାବୃଷ୍ଟି ବନ୍ଦ ହୋଇଗଲା ସେ ପୁନରାୟ ଅନ୍ୟାୟ କଲେ। ସେ ଏବଂ ତାଙ୍କର କର୍ମଗ୍ଭରୀମାନେ ପୁଣି କଠୋର ହୃଦୟ ହେଲେ। 35 ଫାରୋ ପୁଣି ଥରେ ଦୃଢ଼ ହେଲେ। ସେ ଇସ୍ରାଏଲର ଲୋକମାନଙ୍କୁ ଯିବାକୁ ଦେଲେ ନାହିଁ। ମୋଶାଙ୍କୁ ସଦାପ୍ରଭୁ ଯେପରି କହିଥିଲେ ସେହିପରି ହେଲା।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center