Beginning
ଯିହୁଦା ଓ ତାମର
38 ସେହି ସମୟରେ ଯିହୁଦା ତା'ର ଭାଇମାନଙ୍କୁ ଛାଡ଼ି ହୀରା ନାମକ ଏକ ଅଦୁଲ୍ଲମୀୟ ସହିତ ରିହବାକୁ ଗଲା। 2 ସେଠାରେ ଯିହୁଦା ଏକ ସ୍ତ୍ରୀଲୋକକୁ ଦେଖିଲା ଏବଂ ବିବାହ କଲା। ତା'ର ପିତା ଜଣେ କିଣାନୀୟ ଥିଲେ। ତାଙ୍କର ନାମ ଥିଲା ଶୂୟ। 3 ସେହି ସ୍ତ୍ରୀ ଏକ ସନ୍ତାନକୁ ଜନ୍ମ ଦେଲା। ସେ ତା'ର ନାମ ଦେଲା ଏର। 4 ଏହା ପରେ ସେ ଆଉ ଏକ ପୁତ୍ର ଜନ୍ମ ଦେଲା। ଏବଂ ତା'ର ନାମ ରଖିଲା ଓନନ୍। 5 ଏହା ପରେ ସେ ଆଉ ଏକ ପୁତ୍ରକୁ ଜନ୍ମ ଦେଲା ଏବଂ ତା'ର ନାମ ଦେଲେ ଶେଲା। ଯିହୁଦାର ତୃତୀୟ ପୁତ୍ର ଜନ୍ମ ସମୟରେ ସେ କଷୀବରେ ଥିଲା।
6 ଯିହୁଦା ତା'ର ପ୍ରଥମ ପୁତ୍ରକୁ ବିବାହ ଦେବା ପାଇଁ ଏକ ସ୍ତ୍ରୀ ପାଇଲା। ଯାହାର ନାମ ତାମର ଥିଲା। 7 କିନ୍ତୁ ସଦାପ୍ରଭୁ ଦେଖିଲେ ଯେ, ଯିହୁଦାର ପ୍ରଥମଜାତ ଏର ଦୁଷ୍ଟ ଥିଲା। ତେଣୁ ସେ ତାକୁ ବିନାଶ କଲେ। 8 ଏହା ପରେ ଯିହୁଦା ଏରର ଭାଇ ଓନନକୁ କହିଲା, “ତୁମ୍ଭେ ତୁମ୍ଭର ଭାଇର ସ୍ତ୍ରୀ ସହିତ ସହବାସ କର[a]। ଯଦି ସେ ପିଲା ଜନ୍ମ କରେ, ସେହି ପୁତ୍ର ତୁମ୍ଭ ଭାଇର ସନ୍ତାନ ବୋଲି ଜଣାଯିବ।”
9 ଓନନ ଜାଣିଥିଲା ଯେ ସେ ସନ୍ତାନ ତା'ର ବଂଶ ହେବ ନାହିଁ, ତେଣୁ ସେ ସହବାସ ସମୟରେ ଭୂମିରେ ରେତଃପାତ କଲା। 10 ଏଥିରେ ସଦାପ୍ରଭୁ କ୍ରୋଧିତ ହେଲେ ଓ ଓନନକୁ ମାରି ଦେଲେ। 11 ଏହା ପରେ ଯିହୁଦା ତା'ର ପୁତ୍ର ବଧୁ ତାମରକୁ କହିଲା, “ତୁମ୍ଭେ ତୁମ୍ଭର ପିତୃ ଗୃହକୁ ଯାଅ, ମୋର କନିଷ୍ଠ ପୁତ୍ର ଶେଲା ଯୁବକ ନ ହେବା ପର୍ଯ୍ୟନ୍ତ ବିବାହ କର ନାହିଁ।” ଯିହୁଦା ଭୟ କଲା ଯେ, ତା'ର ଭାଇମାନଙ୍କ ପରି ଶେଲା ହିଁ ମରିଯିବ। ଏଣୁ ତାମର ତା’ ପିତୃ ଗୃହକୁ ଯାଇ ବାସ କଲା।
12 ଅନେକ ସମୟ ପରେ ଶୂୟର କନ୍ୟା, ଯିହୁଦାର ସ୍ତ୍ରୀ ମୃତ୍ୟୁବରଣ କଲା। ଯେତେବେଳେ ଶୋକ ସମୟ ଅତିକ୍ରାନ୍ତ ହେଲା, ଯିହୁଦା ମେଷମାନଙ୍କ ବାଳ କାଟିବା ପାଇଁ ତା'ର ବନ୍ଧୁ ହୀରା ସହିତ ଗଲା। 13 ତାମର ଜାଣିଲା ଯେ, ତା'ର ଶ୍ୱଶୁର ମେଷମାନଙ୍କର ଲୋମ କାଟିବାକୁ ତିମ୍ନା ଯାଉଛନ୍ତି। 14 ତାମର ସର୍ବଦା ବିଧବା ବସ୍ତ୍ର ପିନ୍ଧୁଥିଲା। ତେଣୁ ସେ କିଛି ଅନ୍ୟ ପୋଷାକ ପିନ୍ଧି ତା'ର ମୁହଁକୁ ଲୁଗ୍ଭଇ ତିମ୍ନା ପଥ ପାର୍ଶ୍ୱସ୍ଥିତ ଐନମର ପ୍ରବେଶ ସ୍ଥାନରେ ବସି ରହିଲା। କାରଣ ସେ ଦେଖିଲା ଶେଲା ବଡ଼ ହେଲେ ହେଁ ତାକୁ ବିବାହ କଲା ନାହିଁ।
15 ଯିହୁଦା ସେହି ବାଟ ଦେଇ ଗଲାବେଳେ ତାକୁ ଦେଖିଲା। କିନ୍ତୁ ସେ ଭାବିଲା ସେ ଜଣେ ବେଶ୍ୟା କାରଣ ସେ ତାଙ୍କର ମୁହଁ ଲୁଗ୍ଭଇ ରଖିଥିଲା। 16 ତେଣୁ ଯିହୁଦା ତାର ପାଖକୁ ଗଲା ଏବଂ କହିଲା, “ତୁମ୍ଭ ସହିତ ମୋତେ ସହବାସ କରିବାକୁ ଦିଅ।” ସେ ତା'ର ପୁତ୍ରବଧୁ ବୋଲି ଯିହୁଦା ଜାଣି ନ ଥିଲା।
ସେ କହିଲା, “ତୁମ୍ଭେ ମୋତେ କ’ଣ ଦେବ?”
17 ଯିହୁଦା ଉତ୍ତର ଦେଲା, “ମୁଁ ମୋର ପଲ ମଧ୍ୟରୁ ଏକ ଯୁବା ଛେଳି ପଠାଇ ଦେବି।”
ସେ ଉତ୍ତର ଦେଲା, “ମୁଁ ଏଥିରେ ରାଜି। କିନ୍ତୁ ପ୍ରଥମେ ଯୁବା ଛେଳି ଆସିବା ପର୍ଯ୍ୟନ୍ତ ବନ୍ଧକ ଦିଅ।”
18 ଯିହୁଦା ପଗ୍ଭରିଲା, “ମୁଁ ତୁମ୍ଭକୁ କ’ଣ ଦିଏ ବୋଲି ଗ୍ଭହୁଁଛ?”
ତାମର କହିଲା, “ତୁମ୍ଭର ଏହି ମୋହର, ସୁତ୍ର ଆଉ ହସ୍ତ ଯଷ୍ଟି।” ଯିହୁଦା ତାହା ସବୁ ତାମରକୁ ଦେଲା। ଏହା ପରେ ଯିହୁଦା ଓ ତାମର ମଧ୍ୟରେ ଦୈହିକ ସମ୍ପର୍କରୁ ତାମର ଗର୍ଭବତୀ ହେଲା। 19 ଏହା ପରେ ତାମର ଗୃହକୁ ଗଲା ଓ ତା'ର ମୁହଁ ସର୍ବଦା ଲୁଗ୍ଭଇ ରଖିଲା ଏବଂ ସେ ପୁନର୍ବାର ବିଧବା ବସ୍ତ୍ର ପରିଧାନ କଲା।
20 ଏହା ପରେ ଯିହୁଦା ସେହି ସ୍ତ୍ରୀଠାରୁ ବନ୍ଧକ ଦ୍ରବ୍ୟ ନେବା ପାଇଁ ଆପଣା ଅଦୁଲ୍ଲମୀୟ ବନ୍ଧୁ ଦ୍ୱାରା ଛେଳିଛୁଆ ଦେଇ ପଠାଇଲା। ମାତ୍ର ସେ ତା'ର ଦେଖା ପାଇଲା ନାହିଁ। 21 ତେଣୁ ସେ ସେଠାକାର ଲୋକମାନଙ୍କୁ ପଗ୍ଭରିଲା, “ଐନମ ପଥ ପାର୍ଶ୍ୱରେ ଯେଉଁ ବେଶ୍ୟା ଥିଲା ସେ କାହିଁ?”
ଲୋକମାନେ ଉତ୍ତର ଦେଲେ, “ଏଠାରେ କୌଣସି ବେଶ୍ୟା ରହେ ନାହିଁ।”
22 ତେଣୁ ଯିହୁଦାର ବନ୍ଧୁ ଯିହୁଦା ନିକଟକୁ ଫେରି ଯାଇ କହିଲା, “ମୁଁ ସେହି ସ୍ତ୍ରୀଲୋକକୁ ପାଇଲି ନାହିଁ ଏବଂ ସେଠାକାର ଲୋକମାନଙ୍କୁ ପଗ୍ଭରିବାରୁ ସେମାନେ କହିଲେ ଏଠାରେ କୌଣସି ବେଶ୍ୟା ରହନ୍ତି ନାହିଁ।”
23 ତେଣୁ ଯିହୁଦା କହିଲା, “ସେ ଯେଉଁ ଜିନିଷ ରଖିଛି ତାହା ସେ ରଖୁ। ଆମ୍ଭେ କାହିଁକି ଲଜ୍ଜାସ୍ପଦ ହେବା। ଆମ୍ଭେ ଗ୍ଭହିଁ ଥିଲୁ ତାକୁ ଏକ ଛେଳିଛୁଆ ଦେବା ପାଇଁ କିନ୍ତୁ ତାକୁ ପାଇଲୁ ନାହିଁ। ଏତିକି ଯଥେଷ୍ଟ।”
ତାମରଙ୍କ ଗର୍ଭଧାରଣ
24 ପ୍ରାୟ ତିନି ମାସ ଯିବା ପରେ, କେହି ଜଣେ ଯିହୁଦାକୁ କହିଲା, “ତୁମ୍ଭର ପୁତ୍ରବଧୁ ତାମର ବେଶ୍ୟା ପରି ଗର୍ଭଧାରଣ କରିଛି।”
ଏହା ପରେ ଯିହୁଦା କହିଲା, “ତାକୁ ବାହାରକୁ ଆଣି ଅଗ୍ନିରେ ଦଗ୍ଧ କର।”
25 ଲୋକମାନେ ତାମରକୁ ମାରିବାକୁ ଗଲେ, କିନ୍ତୁ ସେ ତା'ର ଶ୍ୱଶୁରଙ୍କ ନିକଟକୁ ବାର୍ତ୍ତା ପଠାଇ କହିଲା, “ଏହି ସମସ୍ତବସ୍ତୁ ଯାହାର ସେ ମୋତେ ଗର୍ଭବତୀ କରିଛି। ଏହି ମୋହର, ସୁତ୍ର ଓ ଯଷ୍ଟି କାହାର, ତାହା ଚିହ୍ନି ଦେଖ?”
26 ଯିହୁଦା ସେ ସମସ୍ତ ବସ୍ତୁକୁ ଦେଖିଲା ଏବଂ କହିଲା, “ସେ ଠିକ୍ ଅଛି। ମୁଁ ଭୁଲ୍ କରିଥିଲି। ମୁଁ ପ୍ରତିଜ୍ଞା କରିଥିଲି ଶେଲାକୁ ଦେବା ପାଇଁ କିନ୍ତୁ ତାହା କରି ନ ଥିଲି।” ଏବଂ ଯିହୁଦା ଆଉ ତାଙ୍କ ସହିତ ଦୈହିକ ସମ୍ପର୍କ ରଖିଲା ନାହିଁ।
27 ତାମରର ଜନ୍ମ କରିବା ସମୟ ଆସିଲା, ସେମାନେ ଦେଖିଲେ ସେ ଯାଆଁଳା ଜନ୍ମ କରିବ। 28 ସେ ଯେତେବେଳେ ଜନ୍ମ କଲା, ସେ ସମୟରେ ଏକ ବାଳକର ହସ୍ତ ବାହାର ହେଲା, ତହିଁରେ ଧାତ୍ରୀ ତାହାର ସେହି ହସ୍ତରେ ସିନ୍ଦୁରବର୍ଣ୍ଣ ସୁତ୍ର ବାନ୍ଧି କହିଲା, “ଏ ଜ୍ୟେଷ୍ଠ।” 29 ମାତ୍ର ସେ ଆପଣା ହସ୍ତ ଟାଣି ନିଅନ୍ତେ, ଦେଖ ତାହାର ଭ୍ରାତା ଭୂମିଷ୍ଠ ହେଲା, ତହିଁରେ ଧାତ୍ରୀ କହିଲା, “ତୁମ୍ଭେ ଜୋର୍ କରି ଭେଦ କରିଅଛ।” ତେଣୁ ତା'ର ନାମ ପେରସ୍। 30 ଏହା ପରେ ଅନ୍ୟ ପିଲାଟି ଜନ୍ମ ନେଲା, ଏହି ପିଲାଟିର ହସ୍ତରେ ସିନ୍ଦୁରବର୍ଣ୍ଣ ସୁତ୍ର ଥିଲା, ସେ ତା'ର ନାମ ସେରହ ଦେଲେ।
ମିଶରରେ ଯୋଷେଫ ପୋଟୀଫରକୁ ବିକ୍ରି ହେଲେ
39 ଯୋଷେଫ ମିଶର ଦେଶକୁ ଅଣାଯାଆନ୍ତେ ଫାରୋଙ୍କର ଜଣେ ଭୃତ୍ୟ ଅର୍ଥାତ୍ ମିସ୍ରୀୟ ପୋଟୀଫର ନାମକ ରକ୍ଷକ ସେନାପତି ତାଙ୍କର ଆନୟନକାରୀ ଇଶ୍ମାଏଲୀୟମାନଙ୍କଠାରୁ ଯୋଷେଫଙ୍କୁ କିଣିଲା। 2 କିନ୍ତୁ ସଦାପ୍ରଭୁ ଯୋଷେଫଙ୍କର ସହାୟ ହେଲେ ଓ ଯୋଷେଫ ଜଣେ ଭାଗ୍ୟବାନ୍ ପୁରୁଷ ହେଲେ। ଆଉ ସେ ଆପଣା ମିସ୍ରୀୟ କର୍ତ୍ତାର ଗୃହରେ ବାସ କଲେ।
3 ପୋଟୀଫର ଦେଖିଲେ ଯେ ସଦାପ୍ରଭୁ ଯୋଷେଫଙ୍କର ସହାୟ ଅଟନ୍ତି। ପୋଟୀଫର ଦେଖିଲେ ସଦାପ୍ରଭୁ ସହାୟ ଯୋଗୁଁ ସେ ଯେଉଁ କାର୍ଯ୍ୟ କରୁଛି ତାହା ସୁଗ୍ଭରୁ ରୂପେ କରି ପାରୁଛି। 4 ପୋଟୀଫର ଯୋଷେଫଙ୍କୁ ପାଇ ବହୁତ ଖୁସୀ ହେଲେ। ସେ ଯୋଷେଫକୁ ଆପଣାର ଗୃହାଧ୍ୟକ୍ଷ କରି ତାଙ୍କର ହସ୍ତରେ ସର୍ବଶ୍ୱ ସମର୍ପଣ କଲେ। 5 ଏହି ପ୍ରକାରେ ସେ ଯୋଷେଫଙ୍କୁ ଆପଣା ଗୃହ ଓ ସର୍ବସ୍ୱର ଅଧ୍ୟକ୍ଷ କରିବା ଦିନଠାରୁ ସଦାପ୍ରଭୁ ଯୋଷେଫଙ୍କ ଲାଗି ସେହି ମିସ୍ରୀୟ ଲୋକର ଗୃହ ଉପରେ ଆଶୀର୍ବାଦ କଲେ। ଗୃହ ଓ କ୍ଷେତ୍ରସ୍ଥିତ ସମସ୍ତ ସମ୍ପଦ ପ୍ରତି ସଦାପ୍ରଭୁଙ୍କର ଆଶୀର୍ବାଦ ବର୍ଷିଲା। 6 ପୋଟୀଫର ଯୋଷେଫଙ୍କୁ ସବୁ ଦାୟୀତ୍ୱ ଦେଇ, ସେ ତାଙ୍କର ଖାଇବା ବିନା କୌଣସି ପାଇଁ ବ୍ୟସ୍ତ ହେଲେ ନାହିଁ।
ଯୋଷେଫ ପୋଟୀଫରର ସ୍ତ୍ରୀକୁ ଅସ୍ୱୀକାର କଲେ
ଯୋଷେଫ ଦେଖିବାକୁ ବହୁତ ସୁନ୍ଦର ଥିଲେ। 7 କିଛି ଦିନ ପରେ ଯୋଷେଫଙ୍କର ମୁନିବର ସ୍ତ୍ରୀ ଯୋଷେଫଙ୍କୁ ନଜର ପକେଇବାକୁ ଲାଗିଲା। ଦିନେ ସେହି ସ୍ତ୍ରୀ ଯୋଷେଫକୁ ଅନୁରୋଧ କଲା, “ମୋ’ ସହିତ ଶୟନ କର।”
8 କିନ୍ତୁ ଯୋଷେଫ ମନା କରି କହିଲେ, “ଦେଖ ଏ ଗୃହରେ ଯାହା ଅଛି ମୋ’ ମୁନିବ ତହିଁର ତତ୍ତ୍ୱ ନିଅନ୍ତି ନାହିଁ। ସେ ମୋ’ ହସ୍ତରେ ଆପଣାର ସର୍ବଶ୍ୱ ସମର୍ପଣ କରିଛନ୍ତି। 9 ଏହି ଗୃହରେ ସେ ମୋତେ ତାଙ୍କ ସହିତ ସମାନ କରିଛନ୍ତି। ମୁଁ ତାଙ୍କ ସ୍ତ୍ରୀ ସହିତ ଶୟନ କରି ପାରିବି ନାହିଁ। ଏହା ଭୁଲ୍ ଅଟେ, ଏହା ପରମେଶ୍ୱରଙ୍କ ବିରୁଦ୍ଧରେ ପାପ ତୁଲ୍ୟ।”
10 ସେହି ସ୍ତ୍ରୀଲୋକଟି ସର୍ବଦା ତାହାଙ୍କ ସହିତ କଥା ହୁଏ। କିନ୍ତୁ ସେ ତାଙ୍କ ସହ ଶୟନ କରିବା ପାଇଁ ସର୍ବଦା ମନା କରନ୍ତି। 11 ଦିନେ ଯୋଷେଫ ଘରକୁ ତାଙ୍କର କିଛି କାର୍ଯ୍ୟ କରିବାକୁ ଗଲେ। ସେହି ସମୟରେ ସେ ଏକା ସେହି ଘରେ ଥିଲେ। 12 ତାଙ୍କର ମୁନିବଙ୍କର ସ୍ତ୍ରୀ ତାଙ୍କର ବସ୍ତ୍ରକୁ ଧରି ଟାଣି କହିଲା, “ମୋ’ ପାଖରେ ଶୟନ କର।” କିନ୍ତୁ ଯୋଷେଫ ସେ ଘରୁ ଖସି ଦୌଡ଼ି ପଳାଇ ଆସିଲେ କିନ୍ତୁ ତା'ର ହାତରେ ତାଙ୍କର ବସ୍ତ୍ର ରହିଗଲା।
13 ସ୍ତ୍ରୀଲୋକଟି ଦେଖିଲା ତା’ ହାତରେ ଯୋଷେଫଙ୍କର ବସ୍ତ୍ର ରହିଗଲା ଏବଂ ସେ ଦୌଡ଼ି ପଳାଇଲା। 14 ସେ ଗୃହର ବାହାର ଲୋକମାନଙ୍କୁ ଡାକି କହିଲା, “ଦେଖ, ସେ ଆମ୍ଭମାନଙ୍କ ସଙ୍ଗରେ ପରିହାସ କରିବା ନିମନ୍ତେ ଜଣେ ଏବ୍ରୀୟକୁ ଆଣିଛନ୍ତି। ସେ ଭିତରକୁ ପଶି ମୋ’ ସହିତ ଶୟନ କରିବାକୁ କହିଲା। ମୁଁ ବଡ଼ ପାଟିରେ ଡାକ ପକାଇଲି। 15 ମୋର ବଡ଼ ପାଟିରେ ଡାକିବାର ଶୁଣି ସେ ତା'ର ବସ୍ତ୍ର ମୋ’ ପାଖରେ ଛାଡ଼ି ଦୌଡ଼ି ପଳାଇ ଗଲା।” 16 ଏହା ପରେ ସେ ସେହି ବସ୍ତ୍ର ତା'ର ସ୍ୱାମୀ ଆସିବା ପର୍ଯ୍ୟନ୍ତ ତା’ ପାଖରେ ରଖିଲା। 17 ସେ ତା'ର ସ୍ୱାମୀକୁ ସେହିସବୁ କଥାମାନ କହିଲା। ସେ କହିଲା, “ତୁମ୍ଭେ ଯେଉଁ ଏବ୍ରୀୟ ଦାସକୁ ଆଣିଅଛ ସେ ମୋତେ ପରିହାସ କରିବାକୁ ମୋ’ ପାଖକୁ ଆସିଲା। 18 କିନ୍ତୁ ସେ ଯେତେବେଳେ ମୋ’ ପାଖକୁ ଆସିଲା ମୁଁ ବଡ଼ ପାଟି କରିବାରୁ ସେ ତା'ର ବସ୍ତ୍ର ଛାଡ଼ି ବାହାରକୁ ଦୌଡ଼ି ପଳାଇଗଲା।”
19 ଯୋଷେଫଙ୍କର ମୁନିବ ତାଙ୍କର ସ୍ତ୍ରୀଠାରୁ ଏ ସମସ୍ତ ଶୁଣିଲେ। ଏବଂ ସେ ବହୁତ କ୍ରୋଧ ହେଲେ। 20 ସେଠାରେ ଏକ କାରାଗାର ଥିଲା ଯେଉଁଠାରେ ରାଜାଙ୍କର ଶତ୍ରୁମାନେ ରହୁଥିଲେ। ତେଣୁ ପୋଟୀଫର ଯୋଷେଫଙ୍କୁ ସେହି କାରାଗୃହରେ ରଖିଲା। ଏବଂ ଯୋଷେଫ ସେହିଠାରେ ରହିଲେ।
ଯୋଷେଫ କାରାଗାରରେ ରହିଲେ
21 କିନ୍ତୁ ସଦାପ୍ରଭୁ ଯୋଷେଫଙ୍କର ସହାୟ ଥିଲେ। ସଦାପ୍ରଭୁ ତାହା ପ୍ରତି କୃପା ପ୍ରକାଶ କରି କାରାଗାର ରକ୍ଷକଙ୍କର ଦୃଷ୍ଟିରେ ତାଙ୍କୁ ଅନୁଗ୍ରହର ପାତ୍ର କଲେ। 22 ତହିଁରେ ସେହି କାରାରକ୍ଷକ ବନ୍ଦୀଶାଳାସ୍ଥିତ ସମସ୍ତ ବନ୍ଦୀ ଲୋକଙ୍କର ଭାର ଯୋଷେଫଙ୍କ ହସ୍ତରେ ସମର୍ପଣ କଲେ। ପୁଣି ସେମାନେ ଯାହା କଲେ ସେହି ସକଳର କର୍ତ୍ତା ସେ ହେଲେ। 23 କାରାରକ୍ଷକ ଯୋଷେଫଙ୍କର ହସ୍ତଗତ କୌଣସି ବିଷୟରେ ଦୃଷ୍ଟିପାତ କଲେ ନାହିଁ। କାରଣ ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ଥିଲେ। ପୁଣି ସେ ଯାହା କଲେ ସଦାପ୍ରଭୁ ତାହା ସିଦ୍ଧ କଲେ।
ଯୋଷେଫ ଦୁଇଟି ସ୍ୱପ୍ନକୁ ବ୍ୟାଖ୍ୟା କଲେ
40 କିଛିଦିନ ପରେ ମିସ୍ରୀୟ ରାଜାଙ୍କର ପାନପତ୍ରବାହକ ଓ ସୂପକାର ଆପଣାମାନଙ୍କର ମୁନିବ ମିସ୍ରୀୟ ରାଜାଙ୍କୁ ଅସନ୍ତୁଷ୍ଟ କଲେ। 2 ତହିଁରେ ଫାରୋ ଏଇ ଦୁଇଟି ସେବକଙ୍କ ପ୍ରତି କ୍ରୋଧିତ ଥିଲେ, ରାଜାଙ୍କର ମୂଖ୍ୟ ପାନପାତ୍ର ବାହାକ ଓ ମୁଖ୍ୟ ସୂପକାର। 3 ରକ୍ଷକ ସୈନ୍ୟାଧିପତିର ଯେଉଁ ବନ୍ଦୀଗୃହରେ ଯୋଷେଫ ବନ୍ଦୀ ଥିଲେ, ସେହିଠାରେ ସେମାନଙ୍କୁ ବନ୍ଦୀ କରି ରଖିଲେ। 4 ଯେତେବେଳେ ପ୍ରହରୀମାନଙ୍କର ଅଧିନାୟକ ଯୋଷେଫଙ୍କୁ ତତ୍ତ୍ୱାବଧାନରେ ରଖିଲେ, ଯୋଷେଫ ସେମାନଙ୍କର ତତ୍ତ୍ୱାବଧାନ କଲେ ଓ ଯୋଗ ଦେଲେ। ଏହି ପ୍ରକାରେ ସେମାନେ ବହୁ ଦିନ କାରାଗାରରେ ରହିଲେ। 5 ଏକ ରାତିରେ ଦୁଇ ଜଣ ବନ୍ଦୀ ସ୍ୱପ୍ନ ଦେଖିଲେ। ସେହି ଦୁଇଜଣ ବନ୍ଦୀ ମିଶରର ରାଜାଙ୍କର ପାନପାତ୍ରବାହକ ଓ ସୂପକାର। ଉଭୟେ ଏକ ସ୍ୱପ୍ନ ଦେଖିଲେ ଓ ଉଭୟଙ୍କ ସ୍ୱପ୍ନର ଅର୍ଥ ଭିନ୍ନଥିଲା। 6 ଯୋଷେଫ ପ୍ରଭାତରେ ଦାଙ୍କ ନିକଟକୁ ଯା’ନ୍ତେ, ଯୋଷେଫ ଦେଖିଲେ ସେହି ଦୁଇ ବନ୍ଦୀ ଭାରି ବ୍ୟସ୍ତ ଅଛନ୍ତି। 7 ଯେଉଁମାନେ କାରାଗାରରେ ଥିଲେ, ଯୋଷେଫ ଫାରୋଙ୍କର ସେବକମାନଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ କାହିଁକି ଆଜି ଭାରି ଚିନ୍ତିତ ଦେଖାଯାଉଛ?”
8 ସେହି ଦୁଇ ବନ୍ଦୀ ଉତ୍ତର ଦେଲେ, “ଆମ୍ଭେ କାଲି ରାତିରେ ସ୍ୱପ୍ନ ଦେଖିଲୁ, କିନ୍ତୁ ତାହା ବୁଝି ପାରୁ ନାହୁଁ। ସେହି ସ୍ୱପ୍ନର ବ୍ୟାଖ୍ୟା କରିବାକୁ କେହି ନାହିଁ।”
ତେବେ ଯୋଷେଫ ସେମାନଙ୍କୁ କହିଲେ, “ପରମେଶ୍ୱର ଜଣେ ଯେ କି ସ୍ୱପ୍ନ ବୁଝିପାରନ୍ତି ଏବଂ ବ୍ୟାଖ୍ୟା ବି କରି ପାରନ୍ତି। ତେଣୁ ମୁଁ ତୁମ୍ଭକୁ ଅନୁରୋଧ କରୁଛି ସେହି ସ୍ୱପ୍ନ ବିଷୟରେ ଆମ୍ଭକୁ କୁହ।”
ଦ୍ରାକ୍ଷାରସ ଦେଉଥିବା ଲୋକର ସ୍ୱପ୍ନ
9 ତେଣୁ ରାଜାଙ୍କର ମୁଖ୍ୟ ପାନପାତ୍ରବାହକ ଯୋଷେଫଙ୍କୁ ତା'ର ସ୍ୱପ୍ନ ବିଷୟରେ କହିଲା, “ଦେଖ ଗୋଟିଏ ଦ୍ରାକ୍ଷାଲତା ମୋ’ ସମ୍ମୁଖରେ ଥିଲା। 10 ସେହି ଦ୍ରାକ୍ଷାଲତାରେ ତିନି ଶାଖା ଥିଲା। ତାହା ପଲ୍ଲବିତ ହେଲା ଓ ତହିଁରେ ଫୁଲ ଫୁଟିଲା। ଆଉ ତା'ର ପେଣ୍ଡାରେ ପେନ୍ଥା ପେନ୍ଥା ଅଙ୍ଗୁର ପାଚିଲା। 11 ସେତେବେଳେ ମୋ’ ହସ୍ତରେ ଫାରୋଙ୍କର ପାନପାତ୍ର ଥିବାରୁ ସେହି ପାତ୍ରରେ ମୁଁ ସେହି ଦ୍ରାକ୍ଷାଫଳ ଘେନି ଚିପୁଡ଼ି ଫାରୋଙ୍କର ହସ୍ତରେ ସେହି ପାତ୍ର ଦେଲି।”
12 ତହିଁରେ ଯୋଷେଫ ତାକୁ କହିଲେ, “ଏହାର ଅର୍ଥ ଏହି, ସେହି ତିନି ଶାଖା ତିନି ଦିନ ବୁଝାଏ। 13 ତିନି ଦିନ ମଧ୍ୟରେ ଫାରୋ ତୁମ୍ଭର ମସ୍ତକ ଉଠାଇ ତୁମ୍ଭକୁ ନିଜ ପଦରେ ପୁନର୍ବାର ନିଯୁକ୍ତି ଦେବେ। ତହିଁରେ ତୁମ୍ଭେ ପୂର୍ବପରି ପାନପାତ୍ରବାହକ ହୋଇ ପୁନର୍ବାର ଫାରୋଙ୍କ ହସ୍ତରେ ପାନପାତ୍ର ଦେବ। 14 କିନ୍ତୁ ତୁମ୍ଭର ମଙ୍ଗଳ ହେଲେ ମୋତେ ସ୍ମରଣ କରିବ। ପୁଣି ମୋ’ ପ୍ରତି ଦୟାକରି ଫାରୋଙ୍କ ଛାମୁରେ ମୋ’ ବିଷୟ କହି ମୋତେ ଏହି କାରାଗାରରୁ ମୁକ୍ତ କରିବ। 15 କାରଣ ଏବ୍ରୀୟମାନଙ୍କ ଦେଶରୁ ଲୋକମାନେ ମୋତେ ବଳପୂର୍ବକ ଅପହରଣ କରିଛନ୍ତି। ପୁଣି ଏ ସ୍ଥାନରେ ମଧ୍ୟ ମୁଁ କିଛି ଭୁଲ୍ କରି ନାହିଁ। ତଥାପି ସେମାନେ ମୋତେ ଏହି ଗହ୍ୱରରେ ପକାଇଲେ।”
ସୂପକାରର ସ୍ୱପ୍ନ
16 ପ୍ରଧାନ ସୂପକାର ଦେଖିଲା ଅନ୍ୟ ଭୃତ୍ୟର ସ୍ୱପ୍ନର ଉତ୍ତରଟି ଉତ୍ତମ ଅର୍ଥ ଥିଲା। ତେଣୁ ସୂପକାର ଯୋଷେଫକୁ କହିଲା, “ମୁଁ ମଧ୍ୟ ଏକ ସ୍ୱପ୍ନ ଦେଖିଲି। ମୋର ସ୍ୱପ୍ନରେ ମୋ’ ମସ୍ତକ ଉପରେ ତିନୋଟି ଶୀଷା ଡାଲା ଥିଲା। 17 ସବା ଉପରେ ଡାଲାରେ ଫାରୋଙ୍କର ଭୋଜନ ନିମନ୍ତେ ନାନା ପ୍ରକାର ସେକା ହେବା ଜିନିଷ ଥିଲା। ଆଉ ପକ୍ଷୀଗଣ ଆସି ମୋ’ ମସ୍ତକର ଡାଲାରୁ ତାହା ଖାଇଲେ।”
18 ଯୋଷେଫ ଉତ୍ତର କଲେ, “ଏହି ତିନି ଡାଲାର ଅର୍ଥ ତିନି ଦିନ। 19 ତିନି ଦିନ ମଧ୍ୟରେ ଫାରୋ ତୁମ୍ଭ ଗାତ୍ରରୁ ତୁମ୍ଭ ମସ୍ତକ ଉଠାଇ ତୁମ୍ଭକୁ ବୃକ୍ଷ ଉପରେ ଟଙ୍ଗାଇବେ। ପୁଣି ପକ୍ଷୀଗଣ ଆସି ତୁମ୍ଭ ଗାତ୍ରରୁ ତୁମ୍ଭ ମାଂସ ଖାଇବେ।”
ଯୋଷେଫଙ୍କୁ ଭୂଲିଗଲେ
20 ଏହା ପରେ ତୃତୀୟ ଦିନରେ ଫାରୋଙ୍କର ଜନ୍ମଦିନ ଉପସ୍ଥିତ ହେବାରୁ ସେ ଆପଣା ସମସ୍ତ ଦାସଙ୍କ ନିମନ୍ତେ ଭୋଜନ ପ୍ରସ୍ତୁତ କଲେ। ତହିଁରେ ସେ ଆପଣା ସମସ୍ତ ଦାସଙ୍କ ସାକ୍ଷାତରେ ପ୍ରଧାନ ପାନପାତ୍ରବାହକର ଓ ପ୍ରଧାନ ସୂପକାରର ମସ୍ତକ ଉଠାଇଲେ। 21 ଯେପରି ଯୋଷେଫ ତା'ର ସ୍ୱପ୍ନର ଅର୍ଥ ବିଷୟରେ କହିଥିଲେ, ସେହିପରି ଫାରୋ, ମୂଖ୍ୟ ପାନପାତ୍ରବାହକକୁ ତାହାର ନିଜ ପଦରେ ପୁନର୍ବାର ନିଯୁକ୍ତ କଲେ। ତହିଁରେ ସେ ଫାରୋଙ୍କର ହସ୍ତରେ ପାନପାତ୍ର ଦେବାକୁ ଲାଗିଲା। 22 ମାତ୍ର ସେ ପ୍ରଧାନ ସୂପକାରକୁ ବୃକ୍ଷରେ ଟଙ୍ଗାଇଲେ। 23 ତଥାପି ପ୍ରଧାନ ପାନପାତ୍ରବାହକ ଯୋଷେଫଙ୍କୁ ସ୍ମରଣ କଲା ନାହିଁ। ସେ ଯୋଷେଫଙ୍କ କଥା ଭୁଲି ଯାଇଥିଲା।
2010 by World Bible Translation Center