Beginning
ଏଷୌଙ୍କ ସହିତ ପୁନର୍ମିଳନ
32 ଏଣୁ ଯାକୁବ ସେହିସ୍ଥାନ ଛାଡ଼ିଲେ। ସେ ଯିବା ବାଟରେ ପରମେଶ୍ୱରଙ୍କ ଦୂତମାନେ ତାଙ୍କୁ ଭେଟିଲେ। 2 ଯେତେବେଳେ ଯାକୁବ ସେମାନଙ୍କୁ ଦେଖିଲେ, ସେ କହିଲେ, “ଏହା ହେଉଛି ପରମେଶ୍ୱରଙ୍କର ଛାଉଣି” ତେଣୁ ଯାକୁବ ସେହି ସ୍ଥାନର ନାମ ମହନୟିମ୍ ରଖିଲେ।
3 ଯାକୁବଙ୍କ ଭାଇ ଏଷୌ ସେୟୀର ଅଞ୍ଚଳରେ ବାସ କରୁଥିଲେ। ସେ ଅଞ୍ଚଳ ଥିଲା ଇଦୋମର ପର୍ବତମୟ ଦେଶ। ଯାକୁବ ଏଷୌ ନିକଟକୁ ଦୂତ ପଠାଇଲେ। 4 ଯାକୁବ ଦୂତମାନଙ୍କୁ କହିଲେ, “ଏହି କଥା ମୋର ଜ୍ୟେଷ୍ଠ ଭ୍ରାତା ଏଷୌଙ୍କୁ କୁହ, ‘ତୁମ୍ଭର ଦାସ ଯାକୁବ କହିଲା, ଏହି ଦିନଗୁଡ଼ିକ ମୁଁ ଲାବନ ସହିତ ବାସ କରିଛି। 5 ମୋର ଗାଈଗୁଡ଼ିକ, ଗର୍ଦ୍ଦଭଗୁଡ଼ିକ, ପଶୁଗଣ, ମନୁଷ୍ୟଗଣ, ସେବକ ଓ ସେବିକାଗଣ ଅଛନ୍ତି। ମୁନିବ, ମୁଁ ଅନୁଗ୍ରହ ପାଇବା ନିମନ୍ତେ ଏହି ଦୂତଗଣଙ୍କୁ ପଠାଉଛି। ଦୟାକରି ସେମାନଙ୍କୁ ଗ୍ରହଣ କର।’”
6 ଦୂତଗଣ ଯାକୁବଙ୍କ ପାଖକୁ ଯାଇ କହିଲେ, “ଆମ୍ଭେ ତୁମ୍ଭର ଭାଇ ଏଷୌ ନିକଟକୁ ଗଲୁ। ସେ ତୁମ୍ଭକୁ ଭେଟିବାକୁ ଆସୁଛନ୍ତି ଓ ତାଙ୍କ ସହିତ 400 ଲୋକ ଅଛନ୍ତି।”
7 ସେହି ବାର୍ତ୍ତା ଯାକୁବଙ୍କୁ ଭୟଭୀତ କଲା। ସେ ତାଙ୍କ ସହିତ ଥିବା ଲୋକମାନଙ୍କୁ ଦୁଇ ଦଳରେ ବିଭକ୍ତ କଲେ। ଗୋମେଷାଦି ଆଦି ସମସ୍ତ ପଲ ଓ ଓଟମାନଙ୍କୁ ଭିନ୍ନ ଭିନ୍ନ ଦୁଇ ଦଳ କଲେ। 8 ଯାକୁବ ଚିନ୍ତା କଲେ, “ଯଦି ଏଷୌ ଆସି ଗୋଟିଏ ଦଳକୁ ବିନାଶ କରେ, ତେବେ ଅନ୍ୟ ଦଳ ଦୌଡ଼ିଯାଇ ଜୀବନ ରକ୍ଷା କରିବେ।”
9 ସେତେବେଳେ ଯାକୁବ କହିଲେ, “ହେ ମୋର ପିତା ଅବ୍ରହାମଙ୍କର ପରମେଶ୍ୱର! ମୋର ପିତା ଇସ୍ହାକର ପରମେଶ୍ୱର! ହେ ସଦାପ୍ରଭୁ ତୁମ୍ଭେ ମୋତେ କହିଲ, ମୋର ଜନ୍ମିତ ସ୍ଥାନକୁ ଫେରିଯିବା ପାଇଁ। ତୁମ୍ଭେ ମୋର ସହାୟ ହେବ। 10 ତୁମ୍ଭେ ମୋତେ ଦୟା ଦେଖାଇ ଆସିଅଛ। ତୁମ୍ଭେ ମୋର ବହୁତ ମଙ୍ଗଳ କରିଅଛ। ମୁଁ ସେ କୌଣସି ବିଷୟ ପାଇଁ ଯୋଗ୍ୟ ନୁହେଁ। ମୁଁ ଯେତେବେଳେ ପ୍ରଥମ ଥର ଯର୍ଦ୍ଦନ ନଦୀ ପାରି ହେଲି, କେବଳ ଏ ବାଡ଼ି ଛଡ଼ା ମୋର କିଛି ନ ଥିଲା। କିନ୍ତୁ ବର୍ତ୍ତମାନ ମୋର ପରିବାର, ଜୀବଜନ୍ତୁ ଏତେ ବେଶୀ ଯେ ଦୁଇଟା ଶିବିର ହୋଇପାରେ। 11 ମୁଁ ବିନତି କରୁଅଛି କୃପାକରି ମୋତେ ମୋର ଭାଇଠାରୁ ରକ୍ଷା କର। ମୋତେ ଏଷୌଠାରୁ ରକ୍ଷା କର। ମୁଁ ତାଙ୍କୁ ଭୟ କରୁଛି। ମୁଁ ଭୟ କରୁଛି ଯେ ସେ ଆମ୍ଭ ସମସ୍ତଙ୍କୁ ହତ୍ୟା କରିବ। ଏପରିକି ମା’ ଓ ତାଙ୍କ ପିଲାମାନଙ୍କୁ ମଧ୍ୟ। 12 ହେ ସଦାପ୍ରଭୁ, ତୁମ୍ଭେ ମୋତେ କହିଲ, ‘ମୁଁ ତୁମ୍ଭଙ୍କୁ ସାହାଯ୍ୟ କରିବି। ମୁଁ ତୁମ୍ଭର ପରିବାରକୁ ସମୁଦ୍ରର ବାଲି ପରି ବୃଦ୍ଧି କରିବି, ଯାହାକୁ କେହି ଗଣି ପାରିବେ ନାହିଁ।’”
13 ଯାକୁବ ରାତିରେ ସେହି ସ୍ଥାନରେ ରହିଲେ, ତାଙ୍କର ଭାଇ ଏଷୌକୁ କିଛି ଉପହାର ଦେବା ପାଇଁ ଯାକୁବ ପ୍ରସ୍ତୁତ ହେଲେ। 14 ଯାକୁବ ଦୁଇଶହ ମାଈଛେଳି ଓ କୋଡ଼ିଏଟି ଛେଳି, ଦୁଇଶହ ମାଈମେଣ୍ଢା ଓ କୋଡ଼ିଏଟି ଅଣ୍ଡିରା ମେଣ୍ଢା ଦେବାକୁ ସ୍ଥିର କଲେ। 15 ଯାକୁବ ସବତ୍ସା ଦୁଗ୍ଧବତୀ ତିରିଶ୍ ମାଈଓଟ, ଗ୍ଭଳିଶ୍ ଗାଈ, ଦଶ ବୃଷ, କୋଡ଼ିଏ ଗଧ ଓ ଦଶ ଗୋଟି ବାଛୁରି ପ୍ରସ୍ତୁତ କଲେ। 16 ଯାକୁବ ପଲସବୁ ପୃଥକ କରି ଆପଣା ଦାସମାନଙ୍କ ହସ୍ତରେ ଏକ ପଲ ସମର୍ପଣ କରି ସେମାନଙ୍କୁ ଆଜ୍ଞା ଦେଲେ, “ତୁମ୍ଭେମାନେ ମୋର ଆଗେ ଆଗେ ଯାଅ। ପୁଣି ମଝିରେ ମଝିରେ ସ୍ଥାନ ରଖି ପ୍ରତ୍ୟେକ ପଲକୁ ପୃଥକ କର।” 17 ଯାକୁବ ଏହି ଆଦେଶ ତାଙ୍କର ଦାସମାନଙ୍କୁ ଦେଲେ। ପ୍ରଥମ ଦଳର ଦାସକୁ ଯାକୁବ କହିଲେ, “ଯେତେବେଳେ ଏଷୌ, ମୋର ଭାଇ ତୁମ୍ଭ ପାଖକୁ ଆସି ପଗ୍ଭରେ, ‘ତୁମ୍ଭେ କାହାର ଦାସ? ତୁମ୍ଭେ କେଉଁଠାକୁ ଯାଉଛ? ଏହି ପଶୁଗୁଡ଼ିକ କାହାର?’ 18 ତା'ପରେ ତୁମ୍ଭେ ଉତ୍ତର ଦେବ, ଏହି ପଶୁଗୁଡ଼ିକ ତୁମ୍ଭ ଦାସ ଯାକୁବର, ମୋର ମୁନିବ ଯାକୁବ ତୁମ୍ଭକୁ ଏହା ଉପହାର ଦେଇଛନ୍ତି। ଏବଂ ଯାକୁବ ମଧ୍ୟ ଆମ ପଛେ ପଛେ ଆସୁଛନ୍ତି।”’
19 ଯାକୁବ ଏହିପରି କହିବାକୁ ତାଙ୍କର ଦ୍ୱିତୀୟ ଦଳର ଦାସ ଓ ତୃତୀୟ ଦଳର ଦାସ ଏବଂ ସମସ୍ତ ଦାସଙ୍କୁ ଏହିପରି କହିଲେ। ସେ କହିଲେ, “ତୁମ୍ଭେ ସମସ୍ତେ ଏହିପରି କହିବ ଯେତେବେଳେ ଏଷୌକୁ ତୁମ୍ଭେମାନେ ଭେଟିବ। 20 ତୁମ୍ଭେମାନେ କହିବ, ‘ଏହିସବୁ ତୁମ୍ଭ ପାଇଁ ଉପହାର ଅଟେ। ଏବଂ ତୁମ୍ଭର ଦାସ ଯାକୁବ ତୁମ୍ଭ ପଛରେ ଆସୁଛନ୍ତି।’”
ଯାକୁବ ଭାବିଲେ, “ଯଦି ମୁଁ ଏହି ଲୋକମାନଙ୍କୁ ଉପହାର ଦେଇ ଆଗରେ ପଠାଇ ଦିଏ, ହୋଇପାରେ ଏଷୌ ମୋତେ କ୍ଷମା ଦେଇପାରେ ଏବଂ ମୋତେ ଗ୍ରହଣ କରିପାରେ।” 21 ତେଣୁ ଯାକୁବ ଉପହାରଗୁଡ଼ିକ ଏଷୌ ନିକଟକୁ ପଠାଇ ଦେଲେ। କିନ୍ତୁ ଯାକୁବ ରାତ୍ରିରେ ସେହି ଛାଉଣିରେ ରହିଲେ।
22 ସେହି ରାତ୍ରିରେ ଯାକୁବ ଉଠି ସେହି ସ୍ଥାନ ଛାଡ଼ିଲେ। ଯାକୁବ ତାଙ୍କର ଦୁଇ ସ୍ତ୍ରୀ, ଏଗାର ଜଣ ପିଲାମାନଙ୍କୁ ଏବଂ ତାଙ୍କର ଦାସୀକୁ ନେଇ ଗଲେ। ଯାକୁବ ଯବ୍ବୋକ ପାର କରାଇବା ପାଇଁ ସଙ୍ଗରେ ନେଲେ। 23 ଯାକୁବ ତାଙ୍କର ପରିବାରକୁ ଏବଂ ତାଙ୍କର ସମସ୍ତ ଦ୍ରବ୍ୟକୁ ନଦୀ ପାର କରାଇଲେ।
ଜଣକ ସହିତ ଅନ୍ୟ ଜଣଙ୍କ ଯୁଦ୍ଧ
24 ଯାକୁବ ଏକୁଟିଆ ରହିଗଲେ ଏବଂ ଜଣେ ମନୁଷ୍ୟ ତାଙ୍କ ସହିତ ସକାଳ ପର୍ଯ୍ୟନ୍ତ ମଲ୍ଲଯୁଦ୍ଧ କଲେ। 25 ସେହି ଲୋକଟି ଦେଖିଲେ ସେ ଯାକୁବଙ୍କୁ ପରାସ୍ତ କରି ପାରିବେ ନାହିଁ। ତେଣୁ ସେ ଯାକୁବଙ୍କର ଗୋଡ଼କୁ ଟାଣି ଦେବାରୁ ତାଙ୍କର ଗୋଡ଼ ଖଞ୍ଜାରୁ ଛାଡ଼ିଗଲା।
26 ଆଉ ସେହି ଲୋକଟି ଯାକୁବଙ୍କୁ କହିଲେ, “ମୋତେ ଯିବାକୁ ଦିଅ କାରଣ ପ୍ରଭାତ ହୋଇଗଲା।”
କିନ୍ତୁ ଯାକୁବ କହିଲେ, “ମୁଁ ତୁମ୍ଭକୁ ଯିବାକୁ ଦେବି ନାହିଁ, ଯେପର୍ଯ୍ୟନ୍ତ ମୋତେ ଆଶୀର୍ବାଦ ନ କରିଛ।”
27 ଏବଂ ସେହି ଲୋକଟି ତାଙ୍କୁ କହିଲେ, “ତୁମ୍ଭର ନାମ କ’ଣ?”
ଏବଂ ଯାକୁବ ଉତ୍ତର ଦେଲେ, “ମୋର ନାମ ଯାକୁବ ଅଟେ।”
28 ଏହା ପରେ ସେହି ମନୁଷ୍ୟଟି କହିଲେ, “ଆଉ ତୁମ୍ଭର ନାମ ଯାକୁବ ହେବ ନାହିଁ। ତୁମ୍ଭର ନାମ ଇସ୍ରାଏଲ ହେବ ଏବଂ ତୁମ୍ଭେ ସେହି ନାମରେ ପରିଚିତ ହେବ କାରଣ ତୁମ୍ଭେ ପରମେଶ୍ୱରଙ୍କ ସହିତ ଏବଂ ମନୁଷ୍ୟ ସହିତ ଯୁଦ୍ଧ କରି ଜୟଲାଭ କଲ।”
29 ଏହା ପରେ ଯାକୁବ ତାଙ୍କୁ ପଗ୍ଭରିଲେ, “ଦୟାକରି ତୁମ୍ଭର ନାମ କୁହ।”
କିନ୍ତୁ ସେହି ଲୋକଟି କହିଲେ, “ତୁମ୍ଭେ କାହିଁକି ଆମ୍ଭର ନାମ ପଗ୍ଭରୁ ଅଛ?” ଏହି ସମୟରେ ସେହି ଲୋକଟି ଯାକୁବଙ୍କୁ ଆଶୀର୍ବାଦ କଲେ।
30 ତେଣୁ ଯାକୁବ ସେହି ସ୍ଥାନର ନାମ ପନୂୟେଲ ଦେଲେ। ତା'ପରେ ସେ କହିଲେ, “ମୁଁ ପରମେଶ୍ୱରଙ୍କୁ ମୁହାଁମୁହିଁ ଦେଖିଲେ ବି ମୋର ଜୀବନ ବଞ୍ଚି ରହିଲା।” 31 ଏହା ପରେ ସୂର୍ଯ୍ୟୋଦୟ ବେଳକୁ ସେ ପନୂୟେଲ ପାର ହେଲାମାତ୍ରେ ତାଙ୍କର ଗୋଡ଼ ଯୋଗୁଁ ଛୋଟାଇ ଗ୍ଭଲିଲେ। 32 ତେଣୁ ଆଜି ପର୍ଯ୍ୟନ୍ତ ଇସ୍ରାଏଲର ସନ୍ତାନମାନେ ଉପରିସ୍ଥ ସନ୍ଧିଶିରା ବା ଏ ସନ୍ଧିଶିରାର ମାଂସ ଭୋଜନ କରନ୍ତି ନାହିଁ। କାରଣ ସନ୍ଧିଶିରାରେ ଯାକୁବଙ୍କୁ ଆଘାତ ଲାଗିଥିଲା।
ଯାକୁବ ତାଙ୍କର ସାହସିକତା ଦେଖାଇଲେ
33 ଅନନ୍ତର ଯାକୁବ ଏଷୌ ଆସୁଥିବାର ଦେଖିଲେ। ଏଷୌ ତାଙ୍କ ସହିତ ଗ୍ଭରିଶହ ଲୋକଙ୍କୁ ଧରି ଆସୁଥିଲେ। ଯାକୁବ ତାଙ୍କର ପରିବାରକୁ ଗ୍ଭରି ଭାଗରେ ବିଭକ୍ତ କଲେ। ଲେୟା ଏବଂ ତା'ର ପିଲାମାନେ ଗୋଟିଏ ଦଳରେ ରହିଲେ। ରାହେଲ ଓ ଯୋଷେଫ ଗୋଟିଏ ଦଳରେ ରହିଲେ। ଦୁଇଦାସୀ ଏବଂ ତାଙ୍କର ପିଲାମାନେ ଦୁଇ ଗୋଟି ଦଳରେ ରହିଲେ। 2 ଯାକୁବ, ଆଗେ ଦୁଇ ଦାସୀ ଓ ସେମାନଙ୍କର ସନ୍ତାନଗଣଙ୍କୁ ତା’ ପଛେ ଲେୟା ଓ ତା'ର ସନ୍ତାନଗଣ, ସବା ଶେଷରେ ରାହେଲ ଓ ଯୋଷେଫକୁ ରଖିଲେ।
3 ସେମାନଙ୍କ ଆଗରେ ଯାକୁବ ଗଲେ, ସେ ଯେତେବେଳେ ଭାଇର ନିକଟବର୍ତ୍ତୀ ହେଲେ। ଭକ୍ତି ଦେଖାଇବା ପାଇଁ ଯାକୁବ ସାତଥର ଭୂମିଷ୍ଠ ପ୍ରଣାମ କଲେ।
4 ଯେତେବେଳେ ଏଷୌ ଯାକୁବଙ୍କୁ ଦେଖିଲେ ସେ ତାଙ୍କୁ ଭେଟିବା ପାଇଁ ଦୌଡ଼ିଗଲେ। ଏହା ପରେ ସେ ତାଙ୍କର ଗଳାଧରି ଆଲିଙ୍ଗନ ଓ ଚୁମ୍ବନ କଲେ, ପୁଣି ଦୁହେଁ କାନ୍ଦିବାକୁ ଲାଗିଲେ। 5 ଏଷୌ, ସ୍ତ୍ରୀ ଓ ପିଲାମାନଙ୍କୁ ଦେଖିଲେ, ସେ ପଗ୍ଭରିଲେ, “ତୁମ୍ଭ ସହିତ ଏହି ଲୋକମାନେ କିଏ?”
ଯାକୁବ ଉତ୍ତର ଦେଲେ, “ପରମେଶ୍ୱର ମୋତେ ଦୟା କରି ଏ ସମସ୍ତ ସନ୍ତାନ ଦେଇଛନ୍ତି।”
6 ଏହା ପରେ ଦୁଇଦାସୀ ଓ ତାହାର ପିଲାମାନେ ଏଷୌ ନିକଟକୁ ଗଲେ। ସେମାନେ ଏଷୌକୁ ଭୂମିଷ୍ଠ ପ୍ରଣାମ କଲେ। 7 ଏହା ପରେ ଲେୟା ଏବଂ ତାଙ୍କର ସନ୍ତାନଗଣ ଏଷୌକୁ ପ୍ରଣାମ କଲେ। ଏବଂ ଏହା ପରେ ରାହେଲ ଓ ଯୋଷେଫ ଏଷୌ ନିକଟକୁ ଯାଇ ପ୍ରଣାମ କଲେ।
8 ଏଷୌ କହିଲେ, “ମୁଁ ଆସିବା ସମୟରେ ଯେଉଁମାନଙ୍କୁ ଦେଖିଲି ସେମାନେ କିଏ? ସେ ପଶୁଗୁଡ଼ିକ କାହା ନିମନ୍ତେ ନେଉଛନ୍ତି।”
ଯାକୁବ ଉତ୍ତର ଦେଲେ, “ସେଗୁଡ଼ିକୁ ମୁଁ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇବା ନିମନ୍ତେ ଉପହାର ଦେଇଛି। ତେଣୁ ମୋତେ ଗ୍ରହଣ କର।”
9 କିନ୍ତୁ ଏଷୌ କହିଲେ, “ତୁମ୍ଭର ମୋତେ କିଛି ଉପହାର ଦେବା ଦରକାର ନାହିଁ, ଭାଇ ମୋ’ ପାଇଁ ବହୁତ ଅଛି।”
10 ଯାକୁବ କହିଲେ, “ନା ଭାଇ ମୁଁ ତୁମ୍ଭକୁ ଅନୁରୋଧ କରୁଛି। ଯଦି ତୁମ୍ଭେ ମୋତେ ବାସ୍ତବରେ ଗ୍ରହଣ କରୁଛ ତେବେ ମୋର ଉପହାରଗୁଡ଼ିକ ଗ୍ରହଣ କର, ଯାହା ମୁଁ ତୁମ୍ଭକୁ ଦେଇଅଛି। ମୁଁ ତୁମ୍ଭକୁ ପାଇ ବହୁତ ଖୁସୀ। ମୋତେ ପରମେଶ୍ୱରଙ୍କର ଦର୍ଶନ ପରି ଲାଗୁଛି। ଆଗ୍ରହର ସହକାରେ ତୁମ୍ଭେ ମୋତେ ଗ୍ରହଣ କରିଥିବାରୁ, ମୁଁ ଖୁସୀ। 11 ତେଣୁ ମୁଁ ବିନତି କରୁଛି ତୁମ୍ଭେ ମୋର ଉପହାର[a] ଗ୍ରହଣ କର। ପରମେଶ୍ୱର ମୋ’ ପ୍ରତି ସଦୟ ହୋଇଛନ୍ତି। ମୋର ଆବଶ୍ୟକତାଠାରୁ ଅଧିକ ପାଇଛି।” ଯାକୁବ ଏଷୌକୁ ଉପହାରଗୁଡ଼ିକ ଗ୍ରହଣ କରିବା ପାଇଁ ପ୍ରବର୍ତ୍ତାଇଲେ। ତେଣୁ ସେ ସେଗୁଡ଼ିକୁ ଗ୍ରହଣ କଲେ।
12 ଏହା ପରେ ଏଷୌ କହିଲେ, “ତୁମ୍ଭେ ତୁମ୍ଭର ଯାତ୍ରା ଗ୍ଭଲୁ ରଖ। ମୁଁ ମଧ୍ୟ ତୁମ୍ଭ ସହିତ ଯିବି।”
13 କିନ୍ତୁ ଯାକୁବ ତାଙ୍କୁ କହିଲେ, “ତୁମ୍ଭେ ଜାଣ ମୋର ସନ୍ତାନଗଣ ଛୋଟ ଏବଂ ମୁଁ ମୋର ପଶୁଗଣଙ୍କର ଓ ତାଙ୍କର ଛୁଆମାନଙ୍କ ପ୍ରତି ଯତ୍ନବାନ୍ ହେବାକୁ ପଡ଼ିବ। ମୁଁ ଯଦି ତାଙ୍କୁ ବଳପୂର୍ବକ ଗୋଟିଏ ଦିନରେ ବହୁତ ବାଟ ନେଇଯାଏ ତେବେ ସମସ୍ତ ପଶୁ ମରିଯିବେ। 14 ତେଣୁ ମୋର ପ୍ରଭୁ ତୁମ୍ଭେ ଆମ୍ଭ ଆଗରେ ଗ୍ଭଲ, ମୁଁ ତୁମ୍ଭକୁ ଧୀରେ ଧୀରେ ଅନୁସରଣ କରିବି, ପଶୁମାନଙ୍କର ନିରାପଦ ପାଇଁ। ମୁଁ ଏଥିପାଇଁ ଧୀରେ ଯିବି କାରଣ ମୋର ପିଲାମାନେ କ୍ଳାନ୍ତ ହୋଇ ପଡ଼ିବେ। ମୁଁ ତୁମ୍ଭକୁ ସେୟୀରରେ ସାକ୍ଷାତ କରିବି।”
15 ତେଣୁ ଏଷୌ କହିଲେ, “ତୁମ୍ଭର ସାହାଯ୍ୟ ପାଇଁ ମୁଁ ମୋର କିଛି ଲୋକଙ୍କୁ ଛାଡ଼ି ଯାଉଛି।”
କିନ୍ତୁ ଯାକୁବ କହିଲେ, “ଏହା ତୁମ୍ଭର ଦୟା ହେବ। କିନ୍ତୁ ଏସବୁ କରିବାର କିଛି ଆବଶ୍ୟକ ନାହିଁ।” ମାତ୍ର ପ୍ରଭୁଙ୍କର ଆନୁଗ୍ରହ ଥାଉ। 16 ତେଣୁ ସେହି ଦିନ ଏଷୌ ସେୟୀରକୁ ଫେରିବା ପାଇଁ ଯାତ୍ରା ଆରମ୍ଭ କଲେ। 17 କିନ୍ତୁ ଯାକୁବ ସୁକ୍କୋତକୁ ଗଲେ। ସେହି ସ୍ଥାନରେ ସେ ଆପଣା ପାଇଁ ଏକ ଗୃହ ତିଆରି କଲେ ଓ ପଶୁମାନଙ୍କ ପାଇଁ କୁଡ଼ିଆ ତିଆରି କଲେ। ତେଣୁ ସେହି ସ୍ଥାନର ନାମ ସୁକ୍କୋତ ହେଲା।
18 ଏହି ପ୍ରକାରେ ଯାକୁବ ପଦ୍ଦନ୍ ଅରାମଠାରୁ ବାହାରି କୁଶଳରେ କିଣାନ ଦେଶସ୍ଥ ଶିଖିମର ଏକ ନଗରରେ ଉପସ୍ଥିତ ହୋଇ ନଗରର ବାହାରେ ତମ୍ବୁ ସ୍ଥାପନ କଲେ। 19 ଏହା ପରେ ଶିଖିମର ପିତା ହମୋରର ସନ୍ତାନମାନଙ୍କୁ ଏକଶ କସୀତା ନାମକ ରୌପ୍ୟ ମୁଦ୍ରାଦେଇ ସେହି ତମ୍ବୁ ସ୍ଥାନଟିକୁ କିଣିଲେ। 20 ପୁଣି ଯାକୁବ ସେଠାରେ ପରମେଶ୍ୱରଙ୍କର ଉପାସନା ପାଇଁ ଏକ ଯଜ୍ଞବେଦି ସ୍ଥାପନ କଲେ। ଯାକୁବ ସେହି ସ୍ଥାନର ନାମ ଦେଲେ, “ଏଲ ଇସ୍ରାଏଲର ପରମେଶ୍ୱର।”
ଦୀଣାର ଧର୍ଷଣ
34 ଲେୟା ଓ ଯାକୁବର କନ୍ୟା ଥିଲା ଦୀଣା। ଦିନେ ଦୀଣା ସେହି ସ୍ଥାନର ସ୍ତ୍ରୀଲୋକମାନଙ୍କୁ ଭେଟିବାକୁ ଗଲା। 2 ସେହି ଦେଶର ରାଜା ଥିଲେ ହମୋର। ତାଙ୍କର ପୁତ୍ର ଶିଖିମ ଦୀଣାକୁ ଦେଖିଲା। ଶିଖିମ ଦୀଣାକୁ ବଳପୂର୍ବକ ନେଇଗଲା ଏବଂ ତାକୁ ଧର୍ଷଣ କଲା। 3 ଏହା ପରେ ଶିଖିମ ଦୀଣାର ପ୍ରେମରେ ପଡ଼ିଗଲା ଓ ତାକୁ ବିବାହ ହେବାକୁ ଗ୍ଭହିଁଲା। 4 ଶିଖିମ ତା'ର ପିତା ହମୋରକୁ କହିଲା, “ଦୟାକରି ଏହି ଝିଅ ସହିତ ମୋର ବିବାହର ବନ୍ଦୋବସ୍ତ କର।”
5 ଯାକୁବ ଜାଣିବାକୁ ପାଇଲେ ଯେ, ସେହି ଯୁବକ ଦୀଣା ଉପରେ ଅପମାନ ଆଣିଛି। କିନ୍ତୁ ଯାକୁବର ସମସ୍ତ ପୁଅମାନେ କ୍ଷେତ୍ରରେ ପଶୁପଲଙ୍କ ସହିତ ଥିଲେ। ସେ କିଛି କଲେ ନାହିଁ, ତାଙ୍କର ପୁତ୍ରମାନେ ଫେରିବା ପର୍ଯ୍ୟନ୍ତ ଅପେକ୍ଷା କଲେ। 6 ସେହି ସମୟରେ, ଶିଖିମର ପିତା ହମୋର ଯାକୁବ ସହିତ କଥା ହେବାକୁ ବାହାରି ଗଲେ।
7 ଯେତେବେଳେ ସେମାନେ କ୍ଷେତରୁ ଫେରିଲେ, ତା'ର ସମସ୍ତ ଭାଇମାନେ ଏହି କଥା ଶୁଣିଲେ, ସେମାନେ ଭୟଙ୍କର ଭାବରେ ରାଗିଗଲେ କାରଣ ଶିଖିମ ଇସ୍ରାଏଲରେ ଏପରି ଅପମାନଜନକ କାର୍ଯ୍ୟ କଲା। ସେ ଯାକୁବର କନ୍ୟାକୁ ଧର୍ଷଣ କରିବା ଉଚିତ୍ ନ ଥିଲା।
8 କିନ୍ତୁ ହମୋର ଭାଇମାନଙ୍କୁ କହିଲେ, “ମୋର ପୁତ୍ର ଶିଖିମ ଦୀଣାକୁ ବିବାହ ହେବାକୁ ଗ୍ଭହେଁ। ଦୟାକରି ତାକୁ ତାହା ସହିତ ବିବାହ ଦିଅ। 9 ଏହି ବିବାହ ଆମ୍ଭ ମଧ୍ୟରେ ଏକ ଚୁକ୍ତି ହେବ। ଏହା ପରେ ଆମ୍ଭର ଲୋକମାନେ ତୁମ୍ଭର କନ୍ୟାମାନଙ୍କୁ ଏବଂ ତୁମ୍ଭର ଲୋକମାନେ ଆମ୍ଭର କନ୍ୟାମାନଙ୍କୁ ବିବାହ କରି ପାରିବେ। 10 ତୁମ୍ଭେମାନେ ଆମ୍ଭମାନଙ୍କ ସହିତ ଏହି ଦେଶରେ ବାସ କରିବ, ବାଣିଜ୍ୟ କରିବ ଓ ଭୂମି ଗ୍ରହଣ କରି ପାରିବ।”
11 ଶିଖିମ ମଧ୍ୟ ଯାକୁବ ଓ ତାଙ୍କର ଭାଇମାନଙ୍କ ସହିତ କଥା ହେଲା। ଶିଖିମ କହିଲା, “ଦୟାକରି ମୋତେ ଗ୍ରହଣ କର। ତୁମ୍ଭେ ଯାହା କହିବ ମୁଁ ତାହା କରିବାକୁ ପ୍ରସ୍ତୁତ। 12 ମୁଁ ତୁମ୍ଭକୁ ସବୁକିଛି ଉପହାର ଦେବି ଏବଂ ସବୁ ଟଙ୍କା ଦେବି, ଯାହା ତୁମ୍ଭେ ମାଗୁଛ। ମାତ୍ର ଏହି କନ୍ୟାକୁ ମୋତେ ବିବାହ ଦିଅ।”
13 ଯାକୁବର ପୁତ୍ରମାନେ ଶିଖିମକୁ ଓ ତା'ର ପିତାଙ୍କୁ ମିଥ୍ୟା କହିବା ପାଇଁ ନିଷ୍ପତ୍ତି ନେଲେ। ତା'ର ଭାଇମାନେ ସେତେବେଳେ ପାଗଳ ପ୍ରାୟ ଥିଲେ କାରଣ ଦୀଣାକୁ ଶିଖିମ ଭ୍ରଷ୍ଟା କରିଥିଲା। 14 ତେଣୁ ଭାଇମାନେ ତାକୁ କହିଲେ, “ଆମ୍ଭେମାନେ ତୁମ୍ଭ ସହିତ ଆମ୍ଭର ଭଉଣୀକୁ ବିବାହ ଦେଇ ପାରିବୁ ନାହିଁ। କାରଣ ତୁମ୍ଭେମାନେ ଏପର୍ଯ୍ୟନ୍ତ ସୁନ୍ନତ ହୋଇ ନାହଁ। ଆମ୍ଭ ଭଉଣୀ ସହିତ ବିବାହ କରିବା ବହୁତ ଭୁଲ୍ ହେବ। 15 କିନ୍ତୁ ଆମ୍ଭେ ଆମ୍ଭ ଭଉଣୀ ସହିତ ତୁମ୍ଭକୁ ବିବାହ ଦେବୁ ଯଦି ତୁମ୍ଭେ ଓ ତୁମ୍ଭ ସହରର ପ୍ରତ୍ୟେକ ଲୋକ ଆମ୍ଭମାନଙ୍କ ପରି ସୁନ୍ନତ ହେବ। 16 ଏହା ପରେ ତୁମ୍ଭର ଲୋକମାନେ ଆମ୍ଭର କନ୍ୟାମାନଙ୍କୁ ବିବାହ କରି ପାରିବେ। ଏବଂ ଆମ୍ଭର ପୁରୁଷମାନେ ତୁମ୍ଭର କନ୍ୟାମାନଙ୍କୁ ବିବାହ କରି ପାରିବେ। ଏହା ପରେ ଆମ୍ଭେମାନେ ଏକା ସଙ୍ଗେ ବାସ କରି ଏକାପରି ହୋଇ ପାରିବା। 17 ଯଦି ତୁମ୍ଭେ ସୁନ୍ନତ ହେବା ପାଇଁ ମନା କର ତେବେ ଆମ୍ଭେ ଆମ୍ଭର ଭଉଣୀ ଦୀଣାକୁ ନେଇଯିବୁ।”
18 ଏହି ଚୁକ୍ତି ହମୋର ଓ ଶିଖିମକୁ ଖୁସୀ କରାଇଲା। 19 ଦୀଣାର ଭାଇମାନଙ୍କର କଥାନୁସାରେ ସୁନ୍ନତ ହେବାକୁ ଖୁସୀରେ ଗ୍ରହଣ କଲେ।
ଶିଖିମ ତାଙ୍କ ବଂଶରେ ବହୁ ସମ୍ମାନୀୟ ବ୍ୟକ୍ତି ଥିଲା। 20 ହମୋର ଓ ଶିଖିମ ତାଙ୍କ ସହରର ସଭାସ୍ଥଳକୁ ଗଲେ। ସେମାନେ ସେହି ସହରର ଲୋକମାନଙ୍କୁ କହିଲେ, 21 “ଏହି ଲୋକମାନେ ଆମ୍ଭ ସହିତ ବନ୍ଧୁତା କରିବାକୁ ଗ୍ଭହୁଁଛନ୍ତି। ଆମ୍ଭେମାନେ ଆମ୍ଭ ଦେଶରେ ତାଙ୍କୁ ଶାନ୍ତିରେ ବାସ କରିବାକୁ ଦେବା। ଆମ୍ଭମାନଙ୍କ ଓ ସେମାନଙ୍କ ପାଇଁ ଯଥେଷ୍ଟ ଭୂମି ଅଛି। ଆମ୍ଭେମାନେ ତାଙ୍କ କନ୍ୟାମାନଙ୍କୁ ବିବାହ କରି ପାରିବା। ଆମ୍ଭେମାନେ ମଧ୍ୟ ଆମ୍ଭମାନଙ୍କର କନ୍ୟାମାନଙ୍କୁ ତାଙ୍କ ସହିତ ବିବାହ ଦେଇ ପାରିବା। 22 ସେମାନେ ଆମ୍ଭମାନଙ୍କୁ ଗ୍ରହଣ କରିବା ପାଇଁ ଏବଂ ଆମ୍ଭମାନଙ୍କ ମଧ୍ୟରେ ବାସ କରିବା ପାଇଁ ଗୋଟିଏ କଥା ଆମ୍ଭ ସମସ୍ତଙ୍କୁ କରିବାକୁ ହେବ। ସେମାନଙ୍କ ପରି ଆମ୍ଭମାନଙ୍କୁ ସୁନ୍ନତ ହେବାକୁ ପଡ଼ିବ। 23 ଯଦି ଆମ୍ଭେ ଏପରି କରିବା, ତେବେ ତାଙ୍କର ପଶୁମାନଙ୍କ ଦ୍ୱାରା ଆମ୍ଭେ ଧନୀ ହୋଇ ପାରିବା। ତେଣୁ ଆମ୍ଭେ ସେମାନଙ୍କ ସହିତ ଚୁକ୍ତି କରିବା ଉଚିତ୍। ଏବଂ ସେମାନେ ଏହିଠାରେ ଆମ୍ଭମାନଙ୍କ ସହିତ ବାସ କରିବେ।” 24 ସଭାସ୍ଥଳର ସମସ୍ତ ଲୋକ ହମୋର ଓ ଶିଖିମ କଥାରେ ରାଜି ହୋଇଗଲେ। ଏବଂ ଏକା ସମୟରେ ସମସ୍ତେ ସୁନ୍ନତ ହେଲେ।
25 ତିନି ଦିନ ପରେ, ସେହି ସ୍ଥାନର ଲୋକମାନେ ସୁନ୍ନତ ଯୋଗୁଁ କଷ୍ଟରେ ଥିଲେ। ଯାକୁବର ଦୁଇପୁତ୍ର ଶିମିୟୋନ ଓ ଲେବୀ, ତାଙ୍କର ଖଡ଼୍ଗ ନେଲେ ଏବଂ ନିର୍ଭୟରେ ସେହି ନଗରର ପ୍ରତ୍ୟେକ ପୁରୁଷମାନଙ୍କୁ ମାରି ଦେଲେ। 26 ଦୀଣାର ଭାଇ ଶିମିୟୋନ ଓ ଲେବୀ, ଶିଖିମ ଓ ହମୋରକୁ ହତ୍ୟା କଲେ। ଏହା ପରେ ସେମାନେ ଦୀଣାକୁ ଶିଖିମର ଘରୁ ନେଇଗଲେ। 27 ଯାକୁବର ପୁତ୍ରମାନେ ସେହି ନଗରକୁ ଗଲେ, ଯେଉଁଠାରେ ତାଙ୍କ ଭଉଣୀ କଳୁଷିତା ହୋଇଥିଲା, ଏବଂ ପ୍ରତ୍ୟେକ ଦ୍ରବ୍ୟ ହରଣ କଲେ। 28 ସେଥିପାଇଁ ତା'ର ଭାଇମାନେ ସେହି ସହରରୁ ଓ କ୍ଷେତ୍ରରୁ ସମସ୍ତ ପଶୁପଲ, ମେଷ, ଛେଳି ଏବଂ ଗଧ ନେଇଗଲେ। 29 ସେହି ଲୋକମାନଙ୍କର ଯାହାସବୁ ଥିଲା ସମସ୍ତ ଏମାନେ ନେଇ ଆସିଲେ। ତା'ର ଭାଇମାନେ ଏପରିକି ତାଙ୍କର ସ୍ତ୍ରୀ ଓ ପିଲାମାନଙ୍କୁ ବନ୍ଦୀକରି ନେଇ ଆସିଲେ।
30 କିନ୍ତୁ ଯାକୁବ, ଶିମିୟୋନ ଓ ଲେବୀକୁ କହିଲେ, “ତୁମ୍ଭେମାନେ ମୋତେ ବହୁ ଅସୁବିଧାରେ ପକାଇଲଣି। ଏଠାକାର ସମସ୍ତ ଲୋକେ ମୋତେ ଘୃଣା କରିବେ। ସମସ୍ତ କିଣାନୀୟ ସମସ୍ତ ପିରିଜୀୟ ସମସ୍ତ ଲୋକେ ମୋର ବିରୁଦ୍ଧାଚରଣ କରିବେ। ଆମ୍ଭମାନଙ୍କର ବହୁତ କମ୍ ଲୋକ। ଯଦି ଏହି ସ୍ଥାନର ଲୋକମାନେ ଆମ୍ଭ ସହ ଯୁଦ୍ଧ କରିବା ପାଇଁ ଏକତ୍ରିତ ହେବେ, ତେବେ ଆମ୍ଭେ ଧ୍ୱଂସ ପାଇଯିବା। ଏବଂ ଆମ୍ଭର ସମସ୍ତ ଲୋକ ମୋ’ ସହିତ ଶେଷ ହୋଇଯିବେ।”
31 କିନ୍ତୁ ଭାଇମାନେ କହିଲେ, “ସେହି ଲୋକମାନେ ଆମ ଭଉଣୀ ପ୍ରତି ଏକ ବେଶ୍ୟା ଭଳି ବ୍ୟବହାର କରି ଠିକ୍ କରି ନାହାନ୍ତି।”
2010 by World Bible Translation Center