Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଆଦିପୁସ୍ତକ 30-31

30 ରାହେଲ ଦେଖିଲେ ଯେ, ସେ କୌଣସି ପିଲା ଜନ୍ମ କରିପାରୁ ନାହିଁ। ରାହେଲ ତା'ର ଭଊଣୀ ଲେୟା ପ୍ରତି ଈର୍ଷାନ୍ୱିତ ହେଲେ। ତେଣୁ ରାହେଲ ଯାକୁବକୁ କହିଲେ, “ମୋତେ ପିଲା ଦିଅ ନ ହେଲେ ମୁଁ ମରିବି।”

ଯାକୁବ ରାହେଲ ଉପରେ କ୍ରୋଧ କଲେ। ସେ କହିଲେ, “ମୁଁ ପରମେଶ୍ୱର ନୁହେଁ। କେବଳ ପରମେଶ୍ୱର ହିଁ ତୁମ୍ଭକୁ ସନ୍ତାନ ଦେଇ ପାରିବେ।”

ଏହା ପରେ ରାହେଲ କହିଲେ, “ମୋର ଦାସୀ ବିଲହା ଅଛି ତାହା ସହିତ ସହବାସ କର। ସେ ପିଲା ଜନ୍ମ କଲେ ମୁଁ ମା ହୋଇ ପାରିବି।”

ତେଣୁ ରାହେଲ ବିଲହାକୁ ଆଣି ଯାକୁବକୁ ଦେଲେ, ଯାକୁବ ତାହା ସହିତ ସହବାସ କଲେ। ଏହା ପରେ ବିଲହା ଗର୍ଭବତୀ ହୋଇ ପିଲାଜନ୍ମ କଲା।

ରାହେଲ କହିଲେ, “ପରମେଶ୍ୱର ମୋର ପ୍ରାର୍ଥନା ଗ୍ରହଣ କରିଛନ୍ତି, ମୋତେ ଏକ ପୁତ୍ର ସନ୍ତାନ ଦେବା ପାଇଁ ସେ ନିଷ୍ପତ୍ତି ନେଲେ।” ତେଣୁ ରାହେଲ ତା'ର ନାମ ରଖିଲେ ଦାନ।

ରାହେଲର ଦାସୀ ବିଲହା ଆଉଥରେ ଗର୍ଭବତୀ ହେଲା ଏବଂ ସେ ଯାକୁବଙ୍କ ପାଇଁ ଦ୍ୱିତୀୟ ପୁତ୍ର ଜନ୍ମ କଲା। ରାହେଲ କହିଲେ, “ମୁଁ ମୋର ଭଉଣୀ ସହିତ ସଂଘର୍ଷ କରି ଜୟ କଲି।” ଏଣୁ କରି ସେ ତାଙ୍କର ନାମ ନପ୍ତାଲି ରଖିଲେ।

ଲେୟା ଦେଖିଲେ ସେ ଆଉ ପିଲା ଜନ୍ମ କରି ପାରିବ ନାହିଁ। ତେଣୁ ସେ ଆପଣା ଦାସୀ ସିଳ୍ପାକୁ ଆଣି ଯାକୁବଙ୍କୁ ଦେଲେ। 10 ଏହା ପରେ ସିଳ୍ପା ଏକ ପିଲା ଜନ୍ମ କଲା। 11 ଲେୟା କହିଲେ, “ମୁଁ ଭାଗ୍ୟବତୀ” ତେଣୁ ସେ ତା'ର ନାମ ଦେଲା ଗାଦ୍। 12 ଲେୟାର ଦାସୀ ସିଳ୍ପା ଦ୍ୱିତୀୟ ପୁତ୍ର ଯାକୁବ ପାଇଁ ଜନ୍ମ କଲା। 13 ଲେୟା କହିଲେ, “ମୁଁ ବହୁତ ଖୁସୀ! ଯୁବତୀଗଣ ମୋତେ ଆନନ୍ଦିନି ବୋଲିବେ।” ଏଣୁ ସେ ତା'ର ନାମ ଆଶେର ଦେଲେ।

14 ଅନନ୍ତର ଗହମ କଟା ସମୟରେ ରୁବେନ୍ ବାହାରକୁ ଯାଇ କ୍ଷେତରୁ ଦୂଦାଫଳ ପାଇ ଆଣି ଆପଣାମାତା ଲେୟାକୁ ଦେଲା। ତହୁଁ ରାହେଲ ଲେୟାକୁ କହିଲେ, “ଦୟାକରି ତୁମ୍ଭ ପୁତ୍ର ଆଣିଥିବା ଦୂଦାଫଳ କିଛି ମୋତେ ଦିଅ।”

15 ଲେୟା ଉତ୍ତର ଦେଲେ, “ତୁମ୍ଭେ ମୋ’ ସ୍ୱାମୀକୁ ହରଣ କରିଛ ତୁମ୍ଭେ ମୋର ପୁତ୍ରର ଦୂଦାଫଳ ହରଣ କରିବାକୁ ଚେଷ୍ଟା କରୁଛ।”

କିନ୍ତୁ ରାହେଲ କହିଲେ, “ଯଦି ତୁମ୍ଭେ ମୋତେ ତୁମ୍ଭ ପୁତ୍ରର ଦୂଦାଫଳ ଦିଅ ତେବେ ତୁମ୍ଭେ ଆଜି ରାତ୍ରିରେ ଯାକୁବ ସହିତ ଶୟନ କରି ପାରିବ।”

16 ସେହିଦିନ ସନ୍ଧ୍ୟାରେ ଯାକୁବ କ୍ଷେତରୁ ଫେରିବା ପରେ ଲେୟା ତାଙ୍କୁ ସାକ୍ଷାତ କରିବା ପାଇଁ ବାହାରକୁ ଗଲେ ଏବଂ କହିଲେ, “ତୁମ୍ଭେ ଆଜି ରାତିରେ ମୋ’ ପାଖରେ ଶୟନ କରିବ। କାରଣ ମୁଁ ଦୂଦାଫଳ ଦେଇ ତା'ର ବଦଳରେ ତୁମ୍ଭକୁ ପାଇଛି।” ତେଣୁ ସେହି ରାତ୍ରି ସେ ତା’ ସହିତ ଶୋଇଲେ।

17 ଏହା ପରେ ପରମେଶ୍ୱର ଲେୟାର ପ୍ରାର୍ଥନା ଶୁଣିଲେ ଏବଂ ସେ ବର୍ଭବତୀ ହେଲେ। ସେ ପଞ୍ଚମ ପୁତ୍ରକୁ ଜନ୍ମ ଦେଲେ। 18 ଲେୟା କହିଲେ, “ମୁଁ ସ୍ୱାମୀ ପାଇଁ ଆପଣା ଦାସୀକୁ ଦେଇଥିଲି, ପରମେଶ୍ୱର ତାହାର ବର୍ତ୍ତନ ମୋତେ ଦେଇଛନ୍ତି।” ଏଥିପାଇଁ ସେ ତାହାର ନାମ ଇଷାଖର ରଖିଲେ।

19 ଲେୟା ପୁନରାୟ ଗର୍ଭବତୀ ହୋଇ ଷଷ୍ଠ ସନ୍ତାନକୁ ଜନ୍ମ ଦେଲେ। 20 ଲେୟା କହିଲେ, “ପରମେଶ୍ୱର ମୋତେ ଏକ ସୁନ୍ଦର ଉପହାର ଦେଲେ। ବର୍ତ୍ତମାନ ଯାକୁବ ମୋତେ ସମାଦର କରିବେ। କାରଣ ମୁଁ ତାଙ୍କୁ ଛଅଟି ପୁତ୍ର ଦେଇଅଛି।” ତେଣୁ ଲେୟା ତାହାର ନାମ ସବୂଲୂନ୍ ଦେଲେ।

21 ଏହା ପରେ ଲେୟା ଏକ କନ୍ୟା ସନ୍ତାନ ଜନ୍ମ କଲେ। ସେ ତା'ର ନାମ ଦେଲେ ଦୀଣା।

22 ଏହା ପରେ ପରମେଶ୍ୱର ରାହେଲର ପ୍ରାର୍ଥନା ଗ୍ରହଣ କଲେ, ପରମେଶ୍ୱର ରାହେଲକୁ ମାତୃତ୍ୱ ଦେଲେ। 23 ରାହେଲ ଗର୍ଭବତୀ ହୋଇ ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ। ରାହେଲ କହିଲେ, “ପରମେଶ୍ୱର ମୋର ଲଜ୍ଜା ନେଇ ଯାଇଛନ୍ତି। 24 ସେ ମଧ୍ୟ କହିଲେ, ପରମେଶ୍ୱର ମୋତେ ଆଉ ଗୋଟିଏ ପୁତ୍ର ଅଧିକ ଦିଅନ୍ତୁ।” ସେଥିପାଇଁ ରାହେଲ ତା'ର ନାମ ଯୋଷେଫ ରଖିଲେ।

ଯାକୁବ ଲାବନକୁ ଫାନ୍ଦରେ ପକାଇଲେ

25 ରାହେଲ ଯୋଷେଫକୁ ଜନ୍ମ ଦେବା ପରେ, ଯାକୁବ ଲାବନକୁ କହିଲେ, “ଏବେ ମୋତେ ମୋର ନିଜ ଦେଶକୁ ଯିବାକୁ ଦିଅ। 26 ମୋର ସ୍ତ୍ରୀ ଏବଂ ପିଲାମାନଙ୍କ ପାଇଁ ମୁଁ ତୁମ୍ଭ ପାଖରେ କାମ କରିଛି। ଏବଂ ତୁମ୍ଭେ ଜାଣ ମୁଁ ଭଲଭାବରେ ତୁମ୍ଭର ସେବା କରିଛି।”

27 ଲାବନ ତାଙ୍କୁ କହିଲେ, “ମୋତେ କିଛି କହିବାକୁ ଦିଅ। ମୁଁ ଗୁଣି ବିଦ୍ୟା କରି ଜାଣି ପାରିଛି ଯେ, ସଦାପ୍ରଭୁ ତୁମ୍ଭ ହେତୁରୁ ମୋତେ ଆଶୀର୍ବାଦ କରିଛନ୍ତି। 28 ମୋତେ କହିବାକୁ ଦିଅ, ମୋତେ ତୁମ୍ଭକୁ କ’ଣ ଦେବା ଉଚିତ୍। ଏବଂ ତାହା ମୁଁ ତୁମ୍ଭକୁ ଦେବି।”

29 ଯାକୁବ ଉତ୍ତର ଦେଲେ, “ତୁମ୍ଭେ ଜାଣ ମୁଁ ତୁମ୍ଭ ପାଇଁ କଠିନ ପରିଶ୍ରମ କରିଛି। ମୁଁ ତୁମ୍ଭର ପଶୁଗଣକୁ ବୃଦ୍ଧି କରିଅଛି। ଏବଂ ବହୁ ଯତ୍ନ ନେଇଅଛି। 30 ଯେତେବେଳେ ମୁଁ ଆସିଲି ତୁମ୍ଭର ଖୁବ୍ କମ୍ ସମ୍ପତ୍ତି ଥିଲା। ବର୍ତ୍ତମାନ ବହୁତ ବୃଦ୍ଧି ପାଇଛି, ସଦାପ୍ରଭୁ ମୋ’ କାରଣରୁ ତୁମ୍ଭକୁ ଆଶୀର୍ବାଦ କରିଛନ୍ତି। ବର୍ତ୍ତମାନ ମୋର ନିଜ ପରିବାରକୁ ଯୋଗାଇବା ପାଇଁ ସମୟ ଆସିଛି।”

31 ଲାବନ କହିଲେ, “ତେବେ ମୋତେ ତୁମ୍ଭକୁ କ’ଣ ଦେବା ଉଚିତ୍?”

ଯାକୁବ ଉତ୍ତର ଦେଲେ, “ତୁମ୍ଭେ ମୋତେ କିଛି ଦିଅ ନାହିଁ। ଯେବେ ତୁମ୍ଭେ ମୋ’ ପାଇଁ ଗୋଟିଏ କାମ କରିବ, ତେବେ ମୁଁ ତୁମ୍ଭର ପଶୁମାନଙ୍କୁ ପୁନର୍ବାର ଚରାଇ ପ୍ରତିପାଳନ କରିବି। 32 ଆଜି ମୁଁ ତୁମ୍ଭର ସକଳ ପଲ ମଧ୍ୟଦେଇ ଯାଇ ମେଷଗଣ ମଧ୍ୟରୁ ଚିତ୍ରବିଚିତ୍ର ଓ ବିନ୍ଦୁଚିହ୍ନିତ ଓ କୃଷ୍ଣବର୍ଣ୍ଣ ମେଷମାନଙ୍କୁ ପୁଣି ଛାଗଳଗଣ ମଧ୍ୟରୁ ବିନ୍ଦୁଚିହ୍ନିତ ଓ ଚିତ୍ରବିଚିତ୍ର ଛାଗଳମାନଙ୍କୁ ପୃଥକ କରିବି। ସେହିସବୁ ମୋର ବର୍ତ୍ତନ ସ୍ୱରୁପ ହେବ। 33 ଭବିଷ୍ୟତରେ ଯେତେବେଳେ ମୁଁ ସଚ୍ଚୋଟ ବୋଲି ତୁମ୍ଭେ ଜାଣି ପାରିବ। ଯଦି ତୁମ୍ଭେ ମୋର ମେଷପଲ ଦେଖିବାକୁ ଆସି ପାରିବ। ତୁମ୍ଭେ ମୋର ପଲକୁ ଦେଖି ପାର। ଅର୍ଥାତ୍ ଛାଗଳମାନଙ୍କ ମଧ୍ୟରେ ଚିତ୍ରବିଚିତ୍ର ଓ ବିନ୍ଦୁଚିହ୍ନିତ ଛାଗଳ ଛଡ଼ା ଓ ମେଷଗଣ ମଧ୍ୟରେ କୃଷ୍ଣବର୍ଣ୍ଣ ମେଷ ବ୍ୟତୀତ ଯେତେ ଥିବେ ତାହା ମୋହର ଚୌର୍ଯ୍ୟରୂପେ ଗଣ୍ୟ ହେବ।”

34 ଲାବନ ଉତ୍ତର ଦେଲେ, “ତୁମ୍ଭେ ଯାହା କହିଲ ଆମ୍ଭେ ତାହା କରିବା ପାଇଁ ତୁମ୍ଭ ସହିତ ଏକମତ।” 35 ସେହି ଦିନ ଲାବନ ବିନ୍ଦୁଚିହ୍ନିତ ଛାଗଳମାନଙ୍କୁ ଲୁଗ୍ଭଇ ଦେଲେ। ଏବଂ ଚିତ୍ରବିଚିତ୍ର ଛାଗ ସବୁକୁ ଲୁଗ୍ଭଇ ଦେଲେ। ଲାବନ ସମସ୍ତ ମାଟିଆ ବର୍ଣ୍ଣ ମେଷଗଣକୁ ସେ ତା'ର ପୁତ୍ରମାନଙ୍କୁ ଯତ୍ନ ନେବାକୁ ଦେଲେ। 36 ସେଥିପାଇଁ ତାଙ୍କର ପୁଅମାନେ ସମସ୍ତ ଚିତ୍ରିତ ପଶୁଗଣକୁ ତିନି ଦିନ ରାସ୍ତା ଦୂରର ଏକ ସ୍ଥାନକୁ ନେଇଗଲେ। ଯାକୁବ ଅନ୍ୟ ସମସ୍ତ ଛାଡ଼ି ଯାଇଥିବା ପଶୁମାନଙ୍କର ଯତ୍ନ ନେଲେ।

37 ଯାକୁବ ଲି‌ବ୍‌ନୀ, ଲୂ‌ସ୍‌ ଓ ଅର୍ମୋନ୍ ବୃକ୍ଷର ନୂତନ ଶାଖା କାଟି ତହିଁରୁ ବ‌କ୍‌କଳ କାଢ଼ି କାଠର ଶୁକ୍ଳ ରେଖା ବାହାର କଲେ। 38 ଏହା ପରେ ଯେଉଁ ସ୍ଥାନକୁ ପଶୁମାନେ ଜଳପାନ କରିବାକୁ ଆସନ୍ତି, ସେହି ସ୍ଥାନରେ ସେମାନଙ୍କ ସମ୍ମୁଖସ୍ଥ ଜଳକୁଣ୍ଡ ମଧ୍ୟରେ ସେହି ବ‌କ୍‌କଳଶୂନ୍ୟ ଶାଖାସବୁ ଉଚ୍ଚ କରି ରଖିଲେ। ତେଣୁ ଜଳପାନ କରିବା ସମୟରେ ସେମାନେ ଫଳବତୀ ହେଲେ। 39 ପୁଣି ସେହି ଶାଖା ନିକଟରେ ସେମାନଙ୍କର ସଙ୍ଗମ ହେବାରୁ ପଶୁମାନେ ରେଖାଙ୍କିତ, ଚିତ୍ରବିଚିତ୍ର ଓ ବିନ୍ଦୁଚିହ୍ନିତ ମେଷ ଛୁଆମାନ ଜନ୍ମ କଲେ।

40 ଯାକୁବ ସେହି ଚିତ୍ରବିଚିତ୍ର ଛୁଆମାନଙ୍କୁ ଅନ୍ୟ ପାଖରୁ ଭିନ୍ନ କଲେ। ପୁଣି ଲାବନ ରେଖାଙ୍କିତ ଓ କୃଷ୍ଣବର୍ଣ୍ଣ ସବୁ ମେଷ ପ୍ରତି ମେଷୀମାନଙ୍କର ଦୃଷ୍ଟି ରଖାଇଲେ। ଏହି ପ୍ରକାରେ ସେ ଲାବନର ପଲ ସହିତ ଆପଣା ପଲ ତନଖି ପୃଥକ କଲେ। 41 ଯେତେବେଳେ ବଳିଷ୍ଠ ପଶୁଗଣ ସଙ୍ଗମ କରନ୍ତି, ସେ ଜଳକୁଣ୍ଡ ମଧ୍ୟରେ ସେମାନଙ୍କର ଆଖିର ସମ୍ମୁଖରେ ସେହି ଶାଖାଗୁଡ଼ିକ ରଖିଲେ। କିନ୍ତୁ ସେ ଦୁର୍ବଳ ପଶୁମାନଙ୍କ ସମ୍ମୁଖରେ ରଖିଲେ ନାହିଁ। 42 ଦୁର୍ବଳ ପଶୁଗଣ ଲାବନର ଓ ବଳିଷ୍ଠ ପଶୁଗଣ ଯାକୁବର ହେଲେ। 43 ଏହିପରି ଯାକୁବ ଅତିଶୟ ଧନୀ ହେଲେ। ଏବଂ ତାଙ୍କର ପଶୁ, ଦାସଦାସୀ, ଓଟ ଓ ଗର୍ଦ୍ଦଭ ଯଥେଷ୍ଟ ହେଲେ।

ଛାଡ଼ିବା ସମୟରେ ଯାକୁବ ଦୌଡ଼ି ପଳାଇଲେ

31 ଦିନେ ଯାକୁବ, ଲାବନ ଓ ତା'ର ପୁତ୍ରମାନେ କଥାବାର୍ତ୍ତା ହେଉଥିବାର ଶୁଣିଲେ। ସେମାନେ କହିଲେ, “ଯାକୁବ ସବୁକିଛି ନେଇ ଯାଇଛି ଯାହା ତାଙ୍କର ପିତାଙ୍କର ଥିଲା। ଆମ୍ଭମାନଙ୍କ ପିତାଙ୍କଠାରୁ ସବୁ ନେଇ ସେ ଧନୀ ହୋଇଛି।” ଏହା ପରେ ଯାକୁବ ଜାଣି ପାରିଲେ ଯେ ଲାବନ ପୂର୍ବପରି ତା’ ସହିତ ବ୍ୟବହାର କରୁ ନାହିଁ। ସଦାପ୍ରଭୁ ଯାକୁବକୁ କହିଲେ, “ତୁମ୍ଭେ ଆପଣା ନିଜ ଦେଶର ଜ୍ଞାତିମାନଙ୍କ ନିକଟକୁ ଫେରିଯାଅ। ମୁଁ ତୁମ୍ଭ ସହିତ ରହିବି।”

ତେଣୁ ଯାକୁବ ପଶୁପଲ ନିକଟକୁ ଯାଇ ତାଙ୍କୁ ଦେଖା କରିବାକୁ ଲେୟା ଓ ରାହେଲକୁ କହିଲେ। ଯାକୁବ ରାହେଲ ଓ ଲେୟାକୁ କହିଲେ, “ମୁଁ ଦେଖୁଛି ଯେ, ତୁମ୍ଭର ପିତା ମୋତେ ଯେପରି ବ୍ୟବହାର କରୁଥିଲେ ସେପରି କରୁ ନାହାନ୍ତି। କିନ୍ତୁ ମୋ’ ପିତାଙ୍କର ପରମେଶ୍ୱର ମୋ’ ସହିତ ଅଛନ୍ତି। ତୁମ୍ଭେ ଉଭୟ ଜାଣ ମୁଁ ତୁମ୍ଭ ପିତାଙ୍କ ପାଇଁ ପାରୁ ପର୍ଯ୍ୟନ୍ତ ଖଟିଛି। ତୁମ୍ଭର ପିତା ମୋତେ ପ୍ରତାରଣା କଲେ। ତୁମ୍ଭର ପିତା ମୋର ବେତନ ଦଶ ଥର ବଦଳାଇଛନ୍ତି। କିନ୍ତୁ ସଦାପ୍ରଭୁ ମୋତେ ରକ୍ଷା କଲେ। ସେ ଲାବନକୁ ମୋର କ୍ଷତି କରିବାକୁ ଦେଲେ ନାହିଁ।

“ଥରେ ଲାବନ କହିଲେ, ‘ତୁମ୍ଭେ ସମସ୍ତ ଛିଟିଛିଟିକା ଦାଗଥିବା ପଶୁମାନଙ୍କୁ ରଖ ତାହା ତୁମ୍ଭର ବର୍ତ୍ତନ ହେବ।’ ସେ ଏହା କହି ସାରିବା ପରେ ସମସ୍ତ ପଶୁମାନେ ଛିଟିଛିଟିଆ ଦାଗଥିବା ଛୁଆ ଜନ୍ମ କଲେ। ତେଣୁ ସେ ସବୁ ମୋର ହେଲା। କିନ୍ତୁ ଏହା ପରେ ଲାବନ କହିଲେ, ‘ଗାର-ଗାର ପଡ଼ିଥିବା ପଶୁଗୁଡ଼ିକ ତୁମ୍ଭର। ସେହିସବୁ ତୁମ୍ଭର ବର୍ତ୍ତନ ହେବ।’ ସେ ଏହା କହିସାରିବା ପରେ, ସମସ୍ତ ପଶୁମାନେ ରେଖାଙ୍କିତ ପଶୁମାନଙ୍କୁ ଜନ୍ମ ଦେଲେ। ତେଣୁ ପରମେଶ୍ୱର ତୁମ୍ଭ ପିତାଙ୍କଠାରୁ ପଶୁମାନଙ୍କୁ ଆଣି ମୋତେ ଦେଲେ।

10 “ସେହି ସମୟରେ ମୁଁ ଏକ ସ୍ୱପ୍ନ ଦେଖିଥିଲି, ଯେଉଁ ପୁଂ ଛାଗ ମାଇ ଛାଗ ସହିତ ସଙ୍ଗମ କଲେ। ସେମାନେ ରେଖାଯୁକ୍ତ ଛିଟିଛିଟିକା ଓ ଦାଗ-ଦାଗ ଏବଂ ବିନ୍ଦୁଚିହ୍ନିତ ହୋଇଥିଲେ। 11 ସେତେବେଳେ ପରମେଶ୍ୱରଙ୍କର ଦୂତ ସ୍ୱପ୍ନରେ ମୋତେ ‘ଯାକୁବ’ ବୋଲି ଡାକନ୍ତେ!

“ମୁଁ କହିଲି, ‘ହଁ ମହାଶୟ, ମୁଁ ଏହିଠାରେ ଅଛି।’

12 “ପରମେଶ୍ୱରଙ୍କ ଦୂତ କହିଲେ, ‘ଏବେ ଅନାଇ ଦେଖ ମାଇ ଛାଗଗୁଡ଼ିକ ସହିତ ସଙ୍ଗମ କରୁଥିବା ପ୍ରତ୍ୟେକ ପୁଂ ଛାଗଗୁଡ଼ିକ ଗାର ଗାର, ଛିଟିଛିଟିକା ଓ ଦାଗ-ଦାଗ ହୋଇଗଲେ। ମୁଁ ଏହା ହେବାକୁ ଦେଉଛି କାରଣ ଲାବନ ତୁମ୍ଭ ସହିତ ଯେଉଁ ପ୍ରକାର ବ୍ୟବହାର କଲା ମୁଁ ଦେଖିଲି। 13 ମୁଁ ବୈଥେ‌ଲ୍‌ର ସେହି ପରମେଶ୍ୱର। ଯେଉଁଠାରେ ତୁମ୍ଭେ ଗୋଟିଏ ସ୍ତମ୍ଭ ଠିଆ କରିଥିଲ। ଏବଂ ମୋ’ ପାଖରେ ଏକ ଶପଥ କରିଥିଲ। ବର୍ତ୍ତମାନ ଉଠ ଏହି ଭୂମି ପରିତ୍ୟାଗ କରି ତୁମ୍ଭର ଗୃହକୁ ଯାଅ।’”

14 ରାହେଲ ଓ ଲେୟା ଉତ୍ତର ଦେଲେ, “ପିତାଙ୍କ ସମ୍ପତ୍ତିକୁ ପାଇବା ପାଇଁ କିଛି ବାକି ନାହିଁ। 15 ଆମ୍ଭେ ତାଙ୍କ ଆଖିରେ ବିଦେଶୀନି ତୁଲ୍ୟ। ସେ କେବଳ ଆମ୍ଭକୁ ତୁମ୍ଭଠାରେ ବିକ୍ରୟ କରି ନାହାନ୍ତି।” ସେ ସମସ୍ତ ଟଙ୍କା ଖର୍ଚ୍ଚ କରିଦେଇଛନ୍ତି, ଯାହା ଆମ୍ଭମାନଙ୍କର ହେବାର ଥିଲା। 16 ଏଣୁ ପରମେଶ୍ୱର ଆମ୍ଭମାନଙ୍କ ପିତାଙ୍କଠାରୁ ଯେଉଁସବୁ ଧନ ନେଇଅଛନ୍ତି, ସେହିସବୁ ଆମ୍ଭମାନଙ୍କର ଓ ଆମ୍ଭମାନଙ୍କ ସନ୍ତାନ ଗଣର। ଏଣୁ ପରମେଶ୍ୱର ଯାହା କହିଲେ, ତୁମ୍ଭେ ତାହା କର।”

17 ତେଣୁ ଯାକୁବ ଫେରିଯିବା ପାଇଁ ପ୍ରସ୍ତୁତ ହେଲେ। ତେଣୁ ସେ ତାଙ୍କର ପୁତ୍ରମାନଙ୍କୁ ଓ ସ୍ତ୍ରୀମାନଙ୍କୁ ଓଟରେ ବସାଇଲେ। 18 ତେଣୁ ସେମାନେ ଯାହା ପ୍ରାପ୍ତ ହୋଇଥିଲେ ପଦ୍ଦନ୍ ଅରାମରେ ସମସ୍ତ ଜୀବନ୍ତ ବସ୍ତୁ ଓ ସମ୍ପତ୍ତି ନେଲେ ଏବଂ ଗ୍ଭଲିଗଲେ। ସେମାନେ ଯାକୁବଙ୍କ ପିତା ଇ‌ସ୍‌ହାକଙ୍କ ଦେଶ କିଣାନକୁ ପ୍ରସ୍ଥାନ କଲେ।

19 ଏହି ସମୟରେ ଲାବନ ମେଷପଲରୁ ଲୋମ ଛେଦନ କରିବାକୁ ଯାଇଥିଲେ। ଯେତେବେଳେ ସେ ଯାଇଥିଲେ, ରାହେଲ ଆପଣା ପିତାଙ୍କର ଘରର ଦେବତାମାନଙ୍କୁ ଗ୍ଭେରି କଲେ।

20 ଏବଂ ଯାକୁବ ନ ଜଣାଇ ଦୂରକୁ ଯିବା ପାଇଁ ଲାବନଙ୍କୁ ଠକି ଦେଲେ। 21 ଯାକୁବ ତାଙ୍କର ପରିବାର ଓ ସମସ୍ତ ସମ୍ପତ୍ତି ଧରି ଶୀଘ୍ର ସେ ସ୍ଥାନ ଛାଡ଼ିଲେ। ସେ ଫରାତ୍ ନଦୀ ପାର ହୋଇ ଗିଲିୟଦ ପର୍ବତ ଅଞ୍ଚଳ ଆଡ଼େ ଗ୍ଭଲିଲେ।

22 ତିନି ଦିନ ଯିବାପରେ, ଲାବନକୁ କୁହାଗଲା, ଯାକୁବ ପଳାୟନ କରିଛି। 23 ତେଣୁ ଲାବନ ତା'ର ଲୋକମାନଙ୍କୁ ଏକତ୍ରିତ କରି ଯାକୁବକୁ ଧରିବା ପାଇଁ ତା’ ପଛରେ ଗୋଡ଼ାଇଲେ। ସାତ ଦିନ ପରେ ଲାବନ ଯାକୁବକୁ ଗିଲିୟଦର ପର୍ବତମୟ ଦେଶରେ ଭେଟିଲେ। 24 ସେହି ରାତିରେ ପରମେଶ୍ୱର ଲାବନକୁ ସ୍ୱପ୍ନରେ ଦର୍ଶନ ଦେଲେ। ପରମେଶ୍ୱର କହିଲେ, “ସାବଧାନ ହୁଅ! ଯାକୁବ କହିଥିବା ପ୍ରତ୍ୟେକ କଥା ପାଇଁ ସାବଧାନ ହୁଅ।”

ଗ୍ଭେରି ହୋଇଥିବା ଦେବତାଗଣର ଅନୁସନ୍ଧାନ

25 ତା’ ପରଦିନ ଲାବନ ଯାକୁବକୁ ଧରିଲେ। ଯାକୁବ ପର୍ବତ ଉପରେ ତାଙ୍କର ତମ୍ବୁ ପକାଇଲେ। ତେଣୁ ଲାବନ ଏବଂ ତାଙ୍କର ସମସ୍ତ ଲୋକମାନେ ପର୍ବତମୟ ଦେଶ ଗିଲିୟଦରେ ଛାଉଣି ପକାଇଲେ।

26 ଲାବନ ଯାକୁବକୁ କହିଲେ, “ତୁମ୍ଭେ କାହିଁକି ମୋତେ ପ୍ରତାରଣା କଲ? ତୁମ୍ଭେ କାହିଁକି ମୋର ଝିଅମାନଙ୍କୁ ଯୁଦ୍ଧ ବନ୍ଦୀପରି ନେଇଗଲ? 27 ମୋତେ ନ ଜଣାଇ ତୁମ୍ଭେ ପଳାଇ ଆସିଲ କାହିଁକି? ମୋତେ ତୁମ୍ଭେ ଜଣାଇ ଆସିଥିଲେ ମୁଁ ତୁମ୍ଭକୁ ଆହ୍ଲାଦ ଓ ଗାୟନ ପୁଣି ତବଲା ଓ ବୀଣାବାଦ୍ୟ ସହିତ ବିଦାୟ କରିଥା’ନ୍ତି। 28 ତୁମ୍ଭେ ମୋର ନାତି ଓ କନ୍ୟାଗଣଙ୍କୁ ବିଦାୟ କାଳୀନ ଚୁମ୍ବନ କରିବାକୁ ଦେଲ ନାହିଁ। ତୁମ୍ଭେ ଏପରି ଅଜ୍ଞାନ କର୍ମ କାହିଁକି କଲ? 29 ତୁମ୍ଭକୁ ଆଘାତ କରିବା ପାଇଁ ମୋର ଶକ୍ତି ଅଛି। କିନ୍ତୁ ଗତ ରାତିରେ ତୁମ୍ଭ ପିତାଙ୍କର ପରମେଶ୍ୱର ସ୍ୱପ୍ନରେ ମୋତେ ସତର୍କ କରାଇ ଦେଲେ, ତୁମ୍ଭକୁ ଉତ୍ସାହିତ ବା ହତୋତ୍ସାହିତ ନ କରିବାକୁ। 30 ମୁଁ ଜାଣେ ଯେ ତୁମ୍ଭେ ସ୍ୱଗୃହକୁ ଯିବାକୁ ଗ୍ଭହୁଁଥିଲ। ଯେଉଁଥିପାଇଁ ତୁମ୍ଭେ ସେ ସ୍ଥାନ ଛାଡ଼ିଲ। କିନ୍ତୁ ତୁମ୍ଭେ କାହିଁକି ମୋର ଦେବତାମାନଙ୍କୁ ଗ୍ଭେରାଇ ଆଣିଲ?”

31 ଯାକୁବ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ନ କହି ପଳାଇ ଆସିଲି କାରଣ ମୁଁ ତୁମ୍ଭକୁ ଭୟ କରୁଥିଲି। ମୁଁ ଭାବିଲି ତୁମ୍ଭେ ତୁମ୍ଭର କନ୍ୟାମାନଙ୍କୁ ମୋ'ଠାରୁ ଦୂରେଇ ନେବ। 32 କିନ୍ତୁ ମୁଁ ତୁମ୍ଭର ଦେବତାଗଣଙ୍କୁ ଗ୍ଭେରାଇ ଆଣି ନାହିଁ। ମାତ୍ର ତୁମ୍ଭେ ଯାହା ନିକଟରୁ ତାହା ପାଇବ ତାକୁ ହତ୍ୟା କରାଯିବ। ତୁମ୍ଭର ଲୋକମାନେ ମୋର ସାକ୍ଷୀ ରହିଲେ। ତୁମ୍ଭର ଏଠାରେ ଯାହାସବୁ ଅଛି ତୁମ୍ଭେ ତୁମ୍ଭର ଦେବତାଗଣଙ୍କୁ ଖୋଜି ପାରିବ। ତୁମ୍ଭର ଯାହା ଅଛି ତୁମ୍ଭେ ନେଇ ପାରିବ।” ରାହେଲ ତାହା ଗ୍ଭେରି କରିଛନ୍ତି ବୋଲି, ଯାକୁବ ଜାଣି ନ ଥିଲେ।

33 ତେଣୁ ଲାବନ ଯାକୁବର ଛାଉଣିରେ ଖୋଜିଲେ। ତା'ପରେ ସେ ଲେୟାର ତମ୍ବୁରେ ଖୋଜିଲେ। ଏହା ପରେ ସେ ଆସି ତାଙ୍କର ଦୁଇ ଦାସୀଙ୍କର ତମ୍ବୁରେ ଖୋଜିଲେ। କିନ୍ତୁ ସେଠାରେ ମଧ୍ୟ ସେ ପାଇଲେ ନାହିଁ। ଏହା ପରେ ଲାବନ ରାହେଲର ତମ୍ବୁକୁ ଗଲେ। 34 ରାହେଲ ସେହି ଦେବତାଗଣଙ୍କୁ ତାଙ୍କର ଓଟର ହାଉଦା ଭିତରେ ରଖି ତହିଁ ଉପରେ ବସିଥିଲା। ଲାବନ ସମସ୍ତ ତମ୍ବୁକୁ ଖୋଜିଲେ କିନ୍ତୁ କେଉଁଠାରେ ପାଇଲେ ନାହିଁ।

35 ଏବଂ ରାହେଲ ତାଙ୍କର ପିତାଙ୍କୁ କହିଲେ, “ମୋ’ ଉପରେ କ୍ରୋଧ କର ନାହିଁ। ମୁଁ ତୁମ୍ଭ ସମ୍ମୁଖରେ ଠିଆ ହେବାକୁ ଅସମର୍ଥ, କାରଣ ମୋର ମାସିକ ଋତୁସ୍ରାବ ହୋଇଅଛି।” ତେଣୁ ଲାବନ ସବୁଆଡ଼େ ଖୋଜିଲେ କିନ୍ତୁ କେଉଁଠାରେ ତାଙ୍କର ମୂର୍ତ୍ତିଗୁଡ଼ିକୁ ପାଇଲେ ନାହିଁ।

36 ଏହା ପରେ ଯାକୁବ ବହୁତ କ୍ରୋଧ କଲେ। ଯାକୁବ କହିଲେ, “ମୋର କି ଦୋଷ ଅଛି? ମୁଁ କିପରି ତୁମ୍ଭକୁ ଅପମାନିତ କଲି? କାହିଁକି ତୁମ୍ଭେ ମୋତେ ଗୋଡ଼ାଇଲ ଏବଂ ମୋତେ ଅଟକାଇଲ? 37 ମୋର ସମସ୍ତ ଦ୍ରବ୍ୟ ତୁମ୍ଭେ ଖୋଜିଲ କିନ୍ତୁ ତୁମ୍ଭର ଦେବତାଗଣଙ୍କୁ ପାଇଲ ନାହିଁ। ଯଦି ତୁମ୍ଭେ ତାହା ପାଇଛ ତେବେ ତୁମ୍ଭେ ତାହା ଦେଖାଅ, ଆମ୍ଭର ସମସ୍ତ ଲୋକ ତାହା ଦେଖିବେ। କେଉଁଟି ଠିକ୍ ତାହା ଲୋକମାନଙ୍କୁ ନିଷ୍ପତ୍ତି କରିବାକୁ ଦିଅ। 38 ମୁଁ ତୁମ୍ଭ ପାଇଁ କୋଡ଼ିଏ ବର୍ଷ କଠିନ ପରିଶ୍ରମ କରିଅଛି। ସେହି ସମସ୍ତ ସମୟରେ ତୁମ୍ଭର ମେଷ ଓ ଛେଳିଗୁଡ଼ିକ ଗର୍ଭପାତ ହୋଇ ନାହିଁ, କିମ୍ବା ମୁଁ ସେଗୁଡ଼ିକୁ ଖାଇଯାଇ ନାହିଁ। 39 ଯେତେବେଳେ ତୁମ୍ଭର ମେଷ ଓ ଛେଳି ହିଂସ୍ର ଜନ୍ତୁମାନଙ୍କ ଦ୍ୱାରା ଖଣ୍ଡିଆ ଖାବରା ହେଲେ, ମୁଁ ତୁମ୍ଭର କ୍ଷତି କରି ଛାଡ଼ି ଦେଲି ନାହିଁ। କିନ୍ତୁ ମୋର ନିଜର ମେଷ ବା ଛେଳି ତା’ ସ୍ଥାନରେ ରଖିଲି। ଯଦି କିଛି ରାତି ବା ଦିନରେ ଗ୍ଭେରି ହେଉଥିଲା ମୋର ନିଜର ପଶୁ ତା’ ସ୍ଥାନରେ ଯୋଗାଇଲି। 40 ଦିନର ଖରା ଏବଂ ରାତିର ଥଣ୍ଡାରେ ମୁଁ କାର୍ଯ୍ୟ କରିଛି, ମୁଁ ନ ଶୋଇ ତୁମ୍ଭର ସେବା କଲି। 41 ମୁଁ କୋଡ଼ିଏ ବର୍ଷକାଳ ତୁମ୍ଭ ନିକଟରେ ରହିଲି, ତୁମ୍ଭର ଦୁଇ ଝିଅ ନିମନ୍ତେ ଚଉତ ବର୍ଷ ଓ ପଶୁମାନଙ୍କ ନିମନ୍ତେ ଛଅ ବର୍ଷ କର୍ମ କଲି। ଏଥି ମଧ୍ୟରେ ତୁମ୍ଭେ ଦଶଥର ମୋହର ବର୍ତ୍ତନ ପରିବର୍ତ୍ତନ କରିଅଛ। 42 ମୋହର ପୂର୍ବପୁରୁଷଙ୍କ ପରମେଶ୍ୱର ଅବ୍ରହାମଙ୍କ ପରମେଶ୍ୱର ଓ ଇ‌ସ୍‌ହାକଙ୍କର ଭୟନାଶକ ପରମେଶ୍ୱର ଯେବେ ମୋ’ ସହିତ ନ ଥା’ନ୍ତେ, ତେବେ ଅବଶ୍ୟ ଏବେ ତୁମ୍ଭେ ମୋତେ ତୁଚ୍ଛା ହାତରେ ବିଦାୟ କରିଥା’ନ୍ତ। ପରମେଶ୍ୱର ମୋର ଦୁଃଖ ଓ ହସ୍ତର ପରିଶ୍ରମ ଦେଖି ଅଛନ୍ତି। ଏଣୁ ଗତ ରାତ୍ରିରେ ତୁମ୍ଭକୁ ଧମକାଇଲେ।”

ଯାକୁବ ଏବଂ ଲାବନର ଚୁକ୍ତି

43 ଲାବନ ଯାକୁବକୁ କହିଲେ, “ତୁମ୍ଭ ସ୍ତ୍ରୀମାନେ ମୋର କନ୍ୟା ଏବଂ ଏହି ପିଲାମାନେ ମଧ୍ୟ ମୋର। ଏବଂ ଏସମସ୍ତ ପଶୁମାନେ ମଧ୍ୟ ମୋର। ଏଠାରେ ଯେତେ ସବୁ ଦେଖୁଛ ତାହା ସବୁ ମୋର। ଏଣୁ ମୋର ଏହି କନ୍ୟାମାନଙ୍କୁ ଓ ଏମାନଙ୍କ ଜନ୍ମତି ସନ୍ତାନମାନଙ୍କୁ ମୁଁ କ’ଣ କରିବି? 44 ତେଣୁ ଆମ୍ଭେ ଦୁହେଁ ଚୁକ୍ତି ସ୍ଥିର କରିବା, ତାହା ଆମ୍ଭମାନଙ୍କର ସାକ୍ଷୀ ହେବ।”

45 ସେତେବେଳେ ଯାକୁବ ଖଣ୍ଡିଏ ପ୍ରସ୍ତର ଘେନି ସ୍ତମ୍ଭ ରୂପେ ସ୍ଥାପନ କଲେ। 46 ପୁଣି ଯାକୁବ ଆପଣା ନିଜ ଲୋକମାନଙ୍କୁ କହିଲେ, ତୁମ୍ଭେମାନେ ପ୍ରସ୍ତର ସଂଗ୍ରହକର, ତହିଁରେ ସେମାନେ ପ୍ରସ୍ତର ଆଣି ଗୋଟିଏ ରାଶି କରନ୍ତେ ସମସ୍ତେ ସେହି ସ୍ଥାନରେ ସେହି ପଥରଗଦା ଉପରେ ଭୋଜନ କଲେ। 47 ଲାବନ ସେହି ସ୍ଥାନର ନାମ ଦେଲେ ଯିଗର୍-ସାହଦୂଥା[a] କିନ୍ତୁ ଯାକୁବ ସେହି ସ୍ଥାନର ନାମ ରଖିଲେ ଗଲ-ୟଦ।

48 ଲାବନ ଯାକୁବକୁ କହିଲେ, “ଏହି ରାଶି ଆଜି ତୁମ୍ଭ ଆମ୍ଭର ସାକ୍ଷୀ ହୋଇ ରହିଲା” ଯେଉଁଥିପାଇଁ ତାହାର ନାମ ଗଲ-ୟଦ ଓ ମି‌ସ୍‌ପା ରଖିଲେ।

49 ଏହା ପରେ ଲାବନ କହିଲେ, “ସଦାପ୍ରଭୁ ଆମ୍ଭର ପର୍ଯ୍ୟବେକ୍ଷଣ କରନ୍ତୁ ଏବଂ ଆମ୍ଭର ମଧ୍ୟସ୍ଥ ହୁଅନ୍ତୁ।” ଯେତେବେଳେ ଆମ୍ଭେମାନେ ପରସ୍ପରଠାରୁ ଦୂରରେ ରହିବୁ। ତା'ପରେ ସେ ଏହାକୁ ମଧ୍ୟ ଡାକିଲେ: ମି‌ସ୍‌ପା।

50 ଏହା ପରେ ଲାବନ କହିଲେ, “ଯଦି ତୁମ୍ଭେ ମୋର କନ୍ୟାମାନଙ୍କୁ ଆଘାତ କର ତେବେ ପରମେଶ୍ୱର ତୁମ୍ଭକୁ ଆଘାତ ଦେବେ। ଯଦି ତୁମ୍ଭେ ଅନ୍ୟ ସ୍ତ୍ରୀକୁ ବିବାହ କର ମନେରଖ, ପରମେଶ୍ୱର ଦେଖୁଛନ୍ତି। 51 ଏହିଠାରେ ଯେଉଁ ରାଶି ପୋତା ଯାଇଅଛି ପୁଣି ଆମ୍ଭ ଦୁହିଁଙ୍କର ମଧ୍ୟବର୍ତ୍ତୀ ସ୍ଥାପିତ ଏହି ସ୍ତମ୍ଭ ଦେଖ ଯାହାକି ଆମ୍ଭେ ଚୁକ୍ତି କରିଛୁ। 52 ମୁଁ ଅହିତ କରିବା ପାଇଁ ଏହି ରାଶି ପାର ହୋଇ ତୁମ୍ଭ ନିକଟକୁ ଯିବି ନାହିଁ। ତୁମ୍ଭେ ମଧ୍ୟ ଏହାକୁ ପାର ହୋଇ ମୋ’ ନିକଟକୁ ଆସିବ ନାହିଁ। ଏଥିର ସାକ୍ଷୀ ଏହି ରାଶି ଓ ଏଥିର ସାକ୍ଷୀ ଏହି ସ୍ତମ୍ଭ। 53 ଅବ୍ରହାମଙ୍କର ପରମେଶ୍ୱର, ନାହୋରର ପରମେଶ୍ୱର ଓ ସେମାନଙ୍କର ପୂର୍ବପୁରୁଷଙ୍କ ପରମେଶ୍ୱର ଆମ୍ଭ ଓ ତୁମ୍ଭ ମଧ୍ୟରେ ବିଗ୍ଭର କରିବେ।”

ସେତେବେଳେ ଯାକୁବ ପରମେଶ୍ୱରଙ୍କଠାରେ ଶପଥ କଲେ ଯାହା ତାଙ୍କର ପିତା ଇ‌ସ୍‌ହାକଙ୍କର “ଭୟ ବୋଲି କହୁଥିଲେ”। 54 ଏହା ପରେ ସେ ସେହି ପର୍ବତରେ ବଳିଦାନ କରି ଆହାର କରିବା ନିମନ୍ତେ ଆପଣା ନିଜ ଲୋକଙ୍କୁ ଡାକିଲେ। ତହିଁରେ ସେମାନେ ଭୋଜନ କରି ପର୍ବତରେ ରାତ୍ରିସାରା ରହିଲେ। 55 ଏହା ପରେ ଲାବନ ପ୍ରଭାତରେ ଉଠି ଆପଣା କନ୍ୟାମାନଙ୍କୁ ଓ ବାଳକମାନଙ୍କୁ ଚୁମ୍ବନ କରି ଆଶୀର୍ବାଦ କଲେ। ଏହିରୂପେ ଲାବନ ସ୍ୱସ୍ଥାନକୁ ଫେରିଗଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center