Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଆଦିପୁସ୍ତକ 27-29

ଇ‌ସ୍‌ହାକଙ୍କୁ ଯାକୁବର ପ୍ରବଞ୍ଚନା

27 ଇ‌ସ୍‌ହାକ ବୃଦ୍ଧ ହେଲା ପରେ ତାଙ୍କ ଆଖିକୁ ଭଲ ଦେଖା ଗଲା ନାହିଁ। ଦିନେ ସେ ତାଙ୍କର ବଡ଼ ପୁତ୍ର ଏଷୌକୁ ପାଖକୁ ଡାକି କହିଲେ, “ହେ ପୁତ୍ର” ଏଷୌ!

ସେ ଉତ୍ତର ଦେଲେ, “ମୁଁ ଏହିଠାରେ,”

ଇ‌ସ୍‌ହାକ କହିଲେ, “ମୁଁ ବୃଦ୍ଧ। ମୁଁ ଜାଣିନି, କେବେ ମରିବିା ତେଣୁ ତୁମ୍ଭେ ତୁମ୍ଭର ଧନୁ ଏବଂ ଶର ନେଇ ଶିକାର କରିବାକୁ ଯାଅ। ମୋ’ ଖାଦ୍ୟ ପାଇଁ ଏକ ମୃଗ ଶିକାର କର। ମୁଁ ଯେଉଁ ପରି ଖାଦ୍ୟକୁ ଭଲ ପାଏ ସେହିପରି ଖାଦ୍ୟ ପ୍ରସ୍ତୁତ କରି ଭୋଜନ ନିମନ୍ତେ ମୋ’ ପାଇଁ ଆଣ। ତହିଁରେ ମୋର ମୃତ୍ୟୁ ପୂର୍ବରୁ ତୁମ୍ଭକୁ ଆଶୀର୍ବାଦ କରିବି।” ତେଣୁ ଏଷୌ ଶିକାରକୁ ଗଲେ।

ରିବିକା ଏହିକଥା ଶୁଣୁଥିଲେ ଯେତେବେଳେ ଇ‌ସ୍‌ହାକ ତାଙ୍କର ବଡ଼ପୁଅ ଏଷୌକୁ କହୁଥିଲେ। ରିବିକା ତାଙ୍କର ପୁତ୍ର ଯାକୁବକୁ କହିଲେ, “ଶୁଣ, ତୁମ୍ଭର ପିତା ଏଷୌକୁ କହିବାର କଥା ମୁଁ ଶୁଣିଛି। ତୁମ୍ଭର ପିତା କହିଲେ, ‘ମୋ’ ପାଇଁ ମୃଗୟା ମାଂସ ରାନ୍ଧି କରି ମୋତେ ଖୁଆଅ। ମୋ’ ପାଇଁ ଖାଦ୍ୟ ପ୍ରସ୍ତୁତ କରି ଆଣ, ମୁଁ ତାହା ଖାଇ ମରିବା ପୂର୍ବରୁ ତୁମ୍ଭକୁ ଆଶୀର୍ବାଦ କରିବି।’ ତେଣୁ ପୁତ୍ର, ମୋର କଥା ଶୁଣ। ମୁଁ ଯେପରି କହୁଛି ସେହିପରି କର। ଆମ୍ଭର ଗୋଠରୁ ଦୁଇଟି ଯୁବା ଛେଳି ଆଣ। ତୁମ୍ଭର ପିତାଙ୍କର ରୁଚି ମୁତାବକ ଖାଦ୍ୟ ମୁଁ ପ୍ରସ୍ତୁତ କରି ଦେବି। 10 ଏହା ପରେ ତୁମ୍ଭେ ତୁମ୍ଭ ପିତାଙ୍କ ନିକଟକୁ ଖାଦ୍ୟ ନେଇ ଯିବ। ଏବଂ ସେ ମରିବା ପୂର୍ବରୁ ତୁମ୍ଭକୁ ଆଶୀର୍ବାଦ ଦେବେ।”

11 କିନ୍ତୁ ଯାକୁବ ତା'ର ମାତା ରିବିକାକୁ କହିଲେ, “ମୋର ଭାଇ ଏଷୌ ଲୋମଶ ଶରୀର। ମୁଁ ତାଙ୍କ ପରି ଲୋମଶ ନୁହେଁ। 12 ଯଦି ମୋର ପିତା ମୋତେ ସ୍ପର୍ଶ କରନ୍ତି। ସେ ଜାଣି ପାରିବେ ଯେ ମୁଁ ଏଷୌ ନୁହେଁ। ତା'ପରେ ସେ ମୋତେ ଆଶୀର୍ବାଦ କରିବା ପରିବର୍ତ୍ତେ ଅଭିଶାପ ଦେବେ। କାରଣ ମୁଁ ତାଙ୍କୁ ପ୍ରବଞ୍ଚନା କରିବାକୁ ଚେଷ୍ଟା କରୁଛି।”

13 ତେଣୁ ରିବିକା ତାଙ୍କୁ କହିଲେ, “ଯଦି କିଛି ସମସ୍ୟା ଆସେ ତେବେ ମୁଁ ସହିନେବି। ମୁଁ ଯାହା କହୁଛି ତୁମ୍ଭେ ସେହିପରି କର। ଯାଅ ମୋ’ ପାଇଁ ଛେଳି ଧରି ଆସ।”

14 ତେଣୁ ଯାକୁବ ଯାଇ ଦୁଇଟି ଛେଳି ଆଣି ତାଙ୍କର ମାଙ୍କୁ ଦେଲେ। ଏହା ପରେ ତାଙ୍କର ମା’ ତାଙ୍କ ପିତାଙ୍କର ରୁଚି ଅନୁସାରେ ଖାଦ୍ୟ ପ୍ରସ୍ତୁତ କଲେ। 15 ରିବିକା ତାଙ୍କର ବଡ଼ପୁଅର ପୋଷାକ, ଯାହା ଘରେ ତାଙ୍କ ନିକଟରେ ଥିଲା, ନେଇ ଆଣି ତା'ର ସାନ ପୁଅ ଯାକୁବକୁ ସେହି ବସ୍ତ୍ର ପିନ୍ଧାଇ ଦେଲେ। 16 ରିବିକା ଛେଳି ଚମଡ଼ା ଆଣି ଯାକୁବର ହାତରେ ଏବଂ ତାଙ୍କ ଗଳାଦେଶରେ ଗୁଡ଼ାଇ ଦେଲେ। 17 ଏହା ପରେ ରିବିକା ପ୍ରସ୍ତୁତ ଖାଦ୍ୟକୁ ଆଣି ଯାକୁବକୁ ଦେଲେ।

18 ଯାକୁବ ତାଙ୍କର ପିତାଙ୍କ ନିକଟକୁ ଯାଇ କହିଲେ, “ପିତା”।

ତାଙ୍କର ପିତା କହିଲେ, “ହଁ ପୁତ୍ର, ତୁମ୍ଭେ କିଏ?”

19 ଯାକୁବ ତାଙ୍କର ପିତାଙ୍କୁ କହିଲେ, “ମୁଁ ଏଷୌ, ତୁମ୍ଭର ପ୍ରଥମ ସନ୍ତାନ ଅଟେ। ତୁମ୍ଭର ବାକ୍ୟ ଅନୁସାରେ ମୁଁ କରିଛି। ବର୍ତ୍ତମାନ ବସି ଶିକାର ମାଂସ ଭୋଜନ କରି ମୋତେ ଆଶୀର୍ବାଦ କର।”

20 କିନ୍ତୁ ଇ‌ସ୍‌ହାକ ତାଙ୍କ ପୁତ୍ରଙ୍କୁ କହିଲେ, “ତୁମ୍ଭେ ଏତେ ଶୀଘ୍ର ଶିକାରରୁ କିପରି ଫେରିଲ?”

ଯାକୁବ ଉତ୍ତର ଦେଲେ, “କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ମୋତେ ତାହା ଶୀଘ୍ର ଭେଟାଇ ଦେଲେ।”

21 ଏହା ପରେ ଇ‌ସ୍‌ହାକ ଯାକୁବକୁ କହିଲେ, “ପୁତ୍ର, ମୋର ପାଖକୁ ଆସ ତେବେ ମୁଁ ଜାଣି ପାରିବି। ଯଦି ମୁଁ ତୁମ୍ଭକୁ ସ୍ପର୍ଶ କରେ ତେବେ ମୁଁ ଜାଣି ପାରିବି ଯେ ତୁମ୍ଭେ ମୋର ପୁତ୍ର ଏଷୌ କି ନୁହେଁ।”

22 ତେଣୁ ଯାକୁବ ତାଙ୍କର ପିତାଙ୍କ ନିକଟକୁ ଗଲେ। ଇ‌ସ୍‌ହାକ ସ୍ପର୍ଶ କରି କହିଲେ, “ତୁମ୍ଭର ସ୍ୱର ଯାକୁବର ସ୍ୱର ପରି କିନ୍ତୁ ତୁମ୍ଭର ହାତ ଲୋମଶ ଠିକ୍ ଏଷୌର ହାତ ପରି।” 23 ଇ‌ସ୍‌ହାକ ତାଙ୍କୁ ଚିହ୍ନି ପାରିଲେ ନାହିଁ, କାରଣ ତା'ର ହାତଗୁଡ଼ିକ ଏଷୌର ଲୋମଶ ହାତ ପରି। ତେଣୁ ସେ ତାଙ୍କୁ ଆଶୀର୍ବାଦ କଲେ।

24 ଇ‌ସ୍‌ହାକ କହିଲେ, “ତୁମ୍ଭେ କ’ଣ ମୋର ପୁତ୍ର ଏଷୌ?”

ଯାକୁବ ଉତ୍ତର ଦେଲେ, “ହଁ ମୁଁ ଏଷୌ।”

ଯାକୁବଙ୍କ ପାଇଁ ଆଶୀର୍ବାଦ

25 ଏହା ପରେ ଇ‌ସ୍‌ହାକ କହିଲେ, “ସେହି ଖାଦ୍ୟ ମୋ’ ପାଇଁ ଆଣ। ମୁଁ ତାହାକୁ ଖାଇ ତୁମ୍ଭକୁ ଆଶୀର୍ବାଦ ଦେବି।” ତେଣୁ ଯାକୁବ ତାଙ୍କୁ ଖାଦ୍ୟ ଦେଲେ ଏବଂ ସେ ତାକୁ ଖାଇଲେ। ଏବଂ ଯାକୁବ ତାଙ୍କୁ ଦ୍ରାକ୍ଷାରସ ଦେଲେ, ସେ ତାହା ପିଇଲେ।

26 ଏହା ପରେ ଇ‌ସ୍‌ହାକ ତାଙ୍କୁ କହିଲେ, “ମୋର ପୁତ୍ର ମୋ’ ପାଖକୁ ଆସ ମୋତେ ଚୁମ୍ବନ ଦିଅ।” 27 ଯାକୁବ ତାଙ୍କର ପିତାଙ୍କ ନିକଟକୁ ଗଲେ ଓ ତାଙ୍କୁ ଚୁମ୍ବନ ଦେଲେ। ଇ‌ସ୍‌ହାକ ତାଙ୍କର ଗନ୍ଧ ବାରି ପାରିଲେ। ତାହା ଏଷୌର ପୋଷାକର ଗନ୍ଧ ଥିଲା। ଏବଂ ଇ‌ସ୍‌ହାକ ତାଙ୍କୁ ଆଶୀର୍ବାଦ ଦେଇ କହିଲେ,

“ସଦାପ୍ରଭୁଙ୍କର ଆଶୀର୍ବାଦପ୍ରାପ୍ତ କ୍ଷେତ୍ରର ସୁଗନ୍ଧି ତୁଲ୍ୟ
    ମୋ’ ପୁତ୍ରର ସୁଗନ୍ଧି।
28 ସଦାପ୍ରଭୁ ତୁମ୍ଭକୁ ଯଥେଷ୍ଟ ବର୍ଷା ଦିଅନ୍ତୁ।
    ତେଣୁ ତୁମ୍ଭେ ବହୁତ ଫସଲ ଓ ଦ୍ରାକ୍ଷାରସ ପାଇବ।
29 ସବୁ ଲୋକ ତୁମ୍ଭର ସେବା କରନ୍ତୁ।
    ସବୁ ଜାତି ତୁମ୍ଭ ନିକଟରେ ମସ୍ତକ ଅବନତ କରନ୍ତୁ।
ତୁମ୍ଭର ଭାଇ ଉପରେ ତୁମ୍ଭେ ଶାସନ କର।
    ତୁମ୍ଭର ମା’ର ସନ୍ତାନ ତୁମ୍ଭକୁ ମାନୁ।
ଯେ ତୁମ୍ଭକୁ ଅଭିଶାପ ଦିଏ ସେ ଅଭିଶପ୍ତ ହେଉ।
    ଯେ ତୁମ୍ଭକୁ ଆଶୀର୍ବାଦ କରେ ସେ ଆଶୀର୍ବାଦ ପ୍ରାପ୍ତ ହେଉ।”

ଏଷୌ ତାଙ୍କ ପିତାଙ୍କର “ଆଶୀର୍ବାଦ” ଗ୍ଭହେଁ

30 ଇ‌ସ୍‌ହାକ ଯାକୁବକୁ ଆଶୀର୍ବାଦ ଦେଇ ସାରିଲେ। ଏହା ପରେ ସେ ସେହି ସ୍ଥାନ ପରିତ୍ୟାଗ କଲେ। ଏହି ସମୟରେ ଏଷୌ ଶିକାରରୁ ଫେରିଲେ। 31 ତାଙ୍କର ପିତାଙ୍କ ରୁଚି ଅନୁସାରେ ସେ ଖାଦ୍ୟ ପ୍ରସ୍ତୁତ କଲେ। ଏବଂ ତାହା ତାଙ୍କ ପିତାଙ୍କ ନିକଟକୁ ଆଣିଲେ। ସେ ତାଙ୍କ ପିତାଙ୍କୁ କହିଲେ, “ପିତା, ମୁଁ ତୁମ୍ଭର ପୁତ୍ର, ଉଠ ଏବଂ ମାଂସ ଖାଅ, ମୁଁ ତାହା ତୁମ୍ଭ ପାଇଁ ରାନ୍ଧି ଆଣିଛି। ତା'ପରେ ତୁମ୍ଭେ ମୋତେ ଆଶୀର୍ବାଦ କରିବ।”

32 କିନ୍ତୁ ଇ‌ସ୍‌ହାକ ତାଙ୍କୁ କହିଲେ, “ତୁମ୍ଭେ କିଏ?”

ସେ ଉତ୍ତର ଦେଲେ, “ମୁଁ ତୁମ୍ଭର ପ୍ରଥମ ପୁତ୍ର ଏଷୌ ଅଟେ।”

33 ଏହା ପରେ ଇ‌ସ୍‌ହାକ ବହୁତ ବ୍ୟସ୍ତ ହେଲେ ଏବଂ କହିଲେ, “ତେବେ ସିଏ କିଏ ଥିଲା, ଯେ ପ୍ରଥମେ ତୁମ୍ଭ ପୂର୍ବରୁ ରନ୍ଧାମାଂସ ଧରି ଆସିଥିଲା? ମୁଁ ତାହା ଖାଇ ତାଙ୍କୁ ଆଶୀର୍ବାଦ କଲି। ବର୍ତ୍ତମାନ ମୋର ଆଶୀର୍ବାଦ ଫେରାଇବା ପାଇଁ ଡେରି ହୋଇଛି।”

34 ଏଷୌ ପିତାଙ୍କର କଥା ଶୁଣିଲେ! ସେ ବହୁତ ରାଗିଗଲେ ଏବଂ ଚିତ୍କାର କଲେ। ସେ ତାଙ୍କ ପିତାଙ୍କୁ କହିଲେ, “ତେବେ ମୋତେ ଆଶୀର୍ବାଦ କର ପିତା।”

35 ଇ‌ସ୍‌ହାକ କହିଲେ, “ତୁମ୍ଭର ଭାଇ ମୋତେ ପ୍ରବଞ୍ଚନା କଲା। ସେ ଆସି ତୁମ୍ଭର ଆଶୀର୍ବାଦ ନେଇଗଲା।”

36 ଏଷୌ କହିଲେ, “ତା'ର ନାମ ହେଲା ଯାକୁବ ତାହା କ’ଣ ଯଥାର୍ଥ ନୁହେଁ। ସେ ମୋତେ ଦୁଇଥର ପ୍ରବଞ୍ଚନା କଲା। ସେ ମୋର ଜ୍ୟେଷ୍ଠ ଅଧିକାର ଛଡ଼ାଇ ନେଲା। ଏବଂ ମୋର ଆଶୀର୍ବାଦ ନେଇଗଲା।” ଏହା ପରେ ଏଷୌ କହିଲେ, “ମୋ’ ପାଇଁ କିଛି ଆଶୀର୍ବାଦ ରଖିଛ କି?”

37 ଇ‌ସ୍‌ହାକ ଉତ୍ତର ଦେଲେ, “ହୋଇଗଲା, ତୁମ୍ଭକୁ ଶାସନ କରିବା ପାଇଁ, ମୁଁ ଯାକୁବକୁ କ୍ଷମତା ଦେଲି। ଏବଂ ମୁଁ ତାଙ୍କୁ କହିଲି ତୁମ୍ଭର ସମସ୍ତ ଭାଇ ତୁମ୍ଭର ସେବା କରିବେ। ଏବଂ ମୁଁ ତାଙ୍କୁ ପ୍ରବଳ ଫସଲ ଓ ପ୍ରଚୁର ଦ୍ରାକ୍ଷାରସ ଜାତ ହେବା ପାଇଁ ଆଶୀର୍ବାଦ କରି ସାରିଛି। କ’ଣ ମୁଁ କରି ପାରିବି, ମୋ’ ପୁତ୍ର।”

38 କିନ୍ତୁ ଏଷୌ କହିଲେ, “ମୋ’ ପିତା, ତୁମ୍ଭର କ’ଣ କେବଳ ଗୋଟିଏ ଆଶୀର୍ବାଦ ଅଛି? ଆଶୀର୍ବାଦ କର ମୋତେ ମଧ୍ୟ, ପିତା।” ଏବଂ ଏହା କହି ଏଷୌ ଜୋ‌ର୍‌ରେ କାନ୍ଦିଲା।

39 ତା'ପରେ ଇ‌ସ୍‌ହାକ ତାଙ୍କୁ କହିଲେ,

“ତୁମ୍ଭେ ବାହାରରେ ବର୍ଷାରେ ରହିବ
    ଯାହା ଭୂମି ଉତ୍ପାଦନ କରିବ ଛାଡ଼ି ଦେବ।
40 ତୁମ୍ଭେ ଖ‌‌‌‌ଡ଼୍‌‌‌‌ଗଜୀବି
    ଓ ଆପଣା ଭ୍ରାତାର ଦାସ ହେବ।
କିନ୍ତୁ ତୁମ୍ଭେ ଯେତେବେଳେ ପ୍ରସ୍ତୁତ,
    ତୁମ୍ଭ କାନ୍ଧରୁ ଜୁଆଳି କାଢ଼ି ଦେବ, ତେବେ ତୁମ୍ଭେ ମୁକ୍ତି ପାଇବ।”

41 ଏହି ପ୍ରକାରେ ଯାକୁବ ଆପଣା ପିତାଠାରୁ ଆଶୀର୍ବାଦ ପାଇବା ହେତୁରୁ ଏଷୌ ତାହା ପ୍ରତି ଈର୍ଷାଭାବ ବହି ସେ ସ୍ଥିର କଲେ, “ମୁଁ ଅପେକ୍ଷା କରିବି ମୋର ପିତାଙ୍କର ଶୋକର ସମୟ ବିତିବା ଯାଏ। ଏହା ପରେ ମୁଁ ଆପଣା ଭ୍ରାତା ଯାକୁବକୁ ବଧ କରିବି।”

42 କିନ୍ତୁ ସେହି ବାକ୍ୟଗୁଡ଼ିକ ରିବିକାକୁ ଶୁଣା ଯାଇଥିଲା। ଏଷୌ ଯାକୁବକୁ ହତ୍ୟା କରିବାର ଯୋଜନା କରିଅଛି। ସେ ଯାକୁବକୁ ଡାକି କହିଲେ, “ଶୁଣ ତୁମ୍ଭର ଭାଇ ଏଷୌ ତୁମ୍ଭକୁ ମାରିବା ପାଇଁ ଯୋଜନା କରିଛି। 43 ତେଣୁ ହେ ମୋର ପୁତ୍ର ମୁଁ ଯେମନ୍ତ କହୁଛି, ସେହିପରି କର। ମୋର ଭ୍ରାତା ଲାବନ ହାରଣରେ ବାସ କରୁଛି। ତୁମ୍ଭେ ତା’ ପାଖରେ ଯାଇ ଲୁଚ। 44 ତାଙ୍କ ପାଖରେ ଅଳ୍ପ ସମୟ ପାଇଁ ରୁହ। ତୁମ୍ଭ ଭାଇର ରାଗ ଶାନ୍ତ ହେବା ପର୍ଯ୍ୟନ୍ତ ତୁମ୍ଭେ ସେଠାରେ ରୁହ। 45 କିଛି ସମୟ ପରେ ତୁମ୍ଭ ଭାଇ ଭୁଲିଯିବ ତୁମ୍ଭେ ତା’ ପ୍ରତି କ’ଣ କରିଥିଲ। ତା'ପରେ ମୁଁ ଗ୍ଭକର ପଠାଇ ତୁମ୍ଭକୁ ନେଇ ଆସିବି। ମୁଁ ଏକାଦିନେ ଦୁଇ ଜଣକୁ ହରାଇବାକୁ ଗ୍ଭହୁଁ ନାହିଁ।”

46 ଏହା ପରେ ରିବିକା ଇ‌ସ୍‌ହାକଙ୍କୁ କହିଲେ, “ତୁମ୍ଭର ପୁତ୍ର ଏଷୌ ହିତ୍ତୀୟ କନ୍ୟାକୁ ବିବାହ କଲା, ଏହା ମୋର ପ୍ରାଣକୁ କଷ୍ଟ ଦେଉଅଛି। କାରଣ ସେମାନେ ଆମ୍ଭର ଲୋକ ନୁହନ୍ତି। ଯଦି ଯାକୁବ ଏହି ଦେଶର କନ୍ୟାକୁ ବିବାହ କରେ ତେବେ ମୁଁ ମରିଯିବି।”

28 ଇ‌ସ୍‌ହାକ ଯାକୁବକୁ ଡାକି ଆଶୀର୍ବାଦ ଦେଲେ। ଏହି ଆଜ୍ଞା ଦେଇ ତାଙ୍କୁ କହିଲେ, “ତୁମ୍ଭେ କିଣାନୀୟ କନ୍ୟାକୁ ବିବାହ କରିବ ନାହିଁ। ତେଣୁ ତୁମ୍ଭେ ଏ ସ୍ଥାନ ଛାଡ଼ି ପଦ୍ଦନ୍ ଅରାମକୁ ଯାଅ। ନିଜ ମାତାର ପରିବାରକୁ ଯାଇ, ବଥୂୟେଲର ଗୁହକୁ ଯାଇ ସେଠାରେ ନିଜର ମାମୁଁ ଲାବନର କୌଣସି କନ୍ୟାକୁ ବିବାହ କର। ସର୍ବଶକ୍ତିମାନ ପରମେଶ୍ୱର ଆଶୀର୍ବାଦ କରି ଅନେକ ଜନସମାଜ ହେବା ପାଇଁ ଯଥେଷ୍ଟ ବଂଶଧର କରନ୍ତୁ। ପରମେଶ୍ୱର ଅବ୍ରହାମଙ୍କୁ ଆଶୀର୍ବାଦ କଲା ପରି ତୁମ୍ଭଠାରେ ଓ ତୁମ୍ଭ ବଂଶକୁ ଆଶୀର୍ବାଦ ଦେଉନ୍ତୁ। ତହିଁରେ ପରମେଶ୍ୱର ତୁମ୍ଭର ପ୍ରବାସ ସ୍ଥାନ ଯେଉଁଠାରେ ତୁମ୍ଭେ ବର୍ତ୍ତମାନ ବାସ କରୁଛ। ତାହା ପରମେଶ୍ୱର ଅବ୍ରହାମଙ୍କୁ ଦେଇଥିଲେ।”

ଏହା ପରେ ଇ‌ସ୍‌ହାକ ଯାକୁବକୁ ବିଦାୟ କରନ୍ତେ ସେ ପଦ୍ଦନ୍ ଅରାମରେ ଅରାମୀୟ ବଥୂୟେଲର ପୁତ୍ର ଅର୍ଥାତ୍ ଯାକୁବ ଓ ଏଷୌର ମାତା ରିବିକାର ଭ୍ରାତା ଲାବନ ନିକଟକୁ ଯାତ୍ରା କଲେ। ରିରିକା ଯାକୁବ ଏବଂ ଏଷୌର ମାତା ଥିଲେ।

ଏଷୌ ଏହା ଜାଣିଲେ ଯେ ତାଙ୍କର ପିତା ଇ‌ସ୍‌ହାକ ଯାକୁବକୁ ଆଶୀର୍ବାଦ ଦେଲେ। ଏବଂ ଏଷୌ ଜାଣିଲେ ଯେ, ଇ‌ସ୍‌ହାକ ଯାକୁବକୁ ସ୍ତ୍ରୀ ଖୋଜିବା ପାଇଁ ପଦ୍ଦନ୍ ଅରାମକୁ ପଠାଇଛନ୍ତି। ଏଷୌ ଜାଣିଲେ ଯେ, ଯାକୁବକୁ କିଣାନ ଦେଶର କନ୍ୟାକୁ ବିବାହ ନ ହେବା ପାଇଁ, ତାଙ୍କର ପିତା ନିର୍ଦ୍ଦେଶ ଦେଇଛନ୍ତି। ଏବଂ ଏଷୌ ଜାଣିଲେ ଯେ ଯାକୁବ ତାଙ୍କର ପିତାମାତାଙ୍କର କଥା ମାନି ପଦ୍ଦନ୍ ଅରାମକୁ ପଳାଇଛି। ଏଷୌ ଏ କଥା ଜାଣିଲେ ଯେ ତାଙ୍କର ପିତା ଗ୍ଭହୁଁ ନାହାନ୍ତି ତାଙ୍କର ପୁତ୍ର କିଣାନୀୟ କନ୍ୟାକୁ ବିବାହ କରନ୍ତୁ। ଏଷୌର ଦୁଇଟି କିଣାନୀୟ ସ୍ତ୍ରୀ ଥିଲେ। କିନ୍ତୁ ଏହା ପରେ ସେ ଇଶ୍ମାଏଲକୁ ଗଲେ ଓ ଆଉ ଏକ ସ୍ତ୍ରୀକୁ ବିବାହ କଲେ ସେ ଇଶ୍ମାଏଲର କନ୍ୟା ମହଲ‌‌‌‌‌ତ୍‌‌‌‌‌କୁ ବିବାହ କଲେ। ଇଶ୍ମାଏଲ ଅବ୍ରହାମଙ୍କର ପୁତ୍ର। ମହଲତ୍ ନବାୟୋତର ଭଉଣୀ।

10 ଯାକୁବ ‌ବେ‌ର୍‌ଶେବା ଛାଡ଼ି ହାରଣକୁ ଗଲେ। 11 ଯାକୁବ ଯାତ୍ରା କରିଥିବା ସମୟରେ ସୂର୍ଯ୍ୟାସ୍ତ ହେଲା। ତେଣୁ ଯାକୁବ ରାତ୍ରି ଯାପନ କରିବା ପାଇଁ ଏକ ସ୍ଥାନକୁ ଗଲେ। ଯାକୁବ ଏକ ପଥରଖଣ୍ଡ ପାଇଲେ, ସେହି ସ୍ଥାନରେ ପଥର ଉପରେ ମୁଣ୍ଡ ଦେଇ ସେ ଶୋଇ ପଡ଼ିଲେ। 12 ଯାକୁବ ଏକ ସ୍ୱପ୍ନ ଦେଖିଲେ। ସେ ସ୍ୱପ୍ନରେ ଦେଖିଲେ ଯେ ଏକ ଶିଡ଼ି ଭୂମିରୁ ସ୍ୱର୍ଗକୁ ଲାଗିଛି। ଯାକୁବ ଦେଖିଲେ ପରମେଶ୍ୱରଙ୍କର ଦୂତଗଣ ସେହି ଶିଡ଼ି ଦେଇ ଚଢୁଛନ୍ତି ଓ ଓହ୍ଲାଉଛନ୍ତି। 13 ଯାକୁବ ଦେଖିଲେ ସଦାପ୍ରଭୁ ସେହି ଶିଡ଼ି ପାଖରେ ଛିଡ଼ା ହୋଇଛନ୍ତି। ସଦାପ୍ରଭୁ କହୁଥିଲେ, “ଆମ୍ଭେ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଅବ୍ରହାମଙ୍କର ପରମେଶ୍ୱର, ମଧ୍ୟ ଇ‌ସ୍‌ହାକର ପରମେଶ୍ୱର। ତୁମ୍ଭେ ଶୋଇଥିବା ଭୂମି ଆମ୍ଭେ ତୁମ୍ଭକୁ ଦେବା। ଆମ୍ଭେ ଏହି ଜମି ତୁମ୍ଭକୁ ଓ ତୁମ୍ଭ ସନ୍ତାନମାନଙ୍କୁ ଦେବା। 14 ତୁମ୍ଭର ବହୁତ ବଂଶ ହେବେ। ତାହା ପୃଥିବୀର ଧୂଳି ପରି ଅସଂଖ୍ୟ ହେବେ। ସେମାନେ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣକୁ ବ୍ୟାପିବେ। ପୃଥିବୀର ସମସ୍ତ ପରିବାର ତୁମ୍ଭ ବଂଶଧରମାନଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ।

15 “ଆମ୍ଭେ ତୁମ୍ଭ ସହିତ ଅଛୁ। ଆମ୍ଭେ ତୁମ୍ଭକୁ ସବୁଠାରେ ସୁରକ୍ଷା ଦେବା। ପୁଣି ଆମ୍ଭେ ତୁମ୍ଭକୁ ଏହି ଭୂମିକୁ ଫେରାଇ ଆଣିବୁ। ଆମ୍ଭର ପ୍ରତିଜ୍ଞା ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଆମ୍ଭେ ତୁମ୍ଭକୁ ଛାଡ଼ୁ ନାହୁଁ।”

16 ଏହା ପରେ ଯାକୁବ ନିଦ୍ରାରୁ ଉଠିଲେ, ଏବଂ କହିଲେ, “ମୁଁ ଜାଣେ ଯେ ସଦାପ୍ରଭୁ ଏହିଠାରେ ଅଛନ୍ତି। କିନ୍ତୁ ମୁଁ ସଦାପ୍ରଭୁ ଏଠାରେ ଥିଲେ ବୋଲି ଜାଣି ନ ଥିଲି।”

17 ଯାକୁବ ଭୟ କଲେ ଓ ସେ କହିଲେ, “ଏହି ସ୍ଥାନ ଭୟାନକ ଅଟେ। ଏହା ପରମେଶ୍ୱରଙ୍କର ପବିତ୍ର ଗୃହ ଅଟେ। ଏହି ସ୍ଥାନ ହେଉଛି ସ୍ୱର୍ଗର ଦ୍ୱାର।”

18 ଯାକୁବ ପ୍ରତ୍ୟୁଷରୁ ଉଠିଲେ। ଯେଉଁ ପ୍ରସ୍ଥର ମୁଣ୍ଡତଳେ ଦେଇଥିଲେ, ତାହା ନେଇ ସ୍ତମ୍ଭରୂପେ ସ୍ଥାପନ କଲେ। ଏହା ପରେ ସେ ତା’ ଉପରେ ତୈଳ ଢାଳିଲେ। 19 ସେହି ସ୍ଥାନର ନାମ ଥିଲା “ଲୂସ୍” କିନ୍ତୁ ଯାକୁବ ସେହି ସ୍ଥାନର ନାମ ଦେଲେ “ବୈଥେଲ୍”।

20 ଏହା ପରେ ଯାକୁବ ଏକ ପ୍ରତିଜ୍ଞା କଲେ, ସେ କହିଲେ, “ଯଦି ପରମେଶ୍ୱର ମୋ’ ସହିତ ରହିବେ, ଯଦି ଏହି ଯାତ୍ରାରେ ପରମେଶ୍ୱର ମୋର ସହାୟ ହେବେ, ଯଦି ପରମେଶ୍ୱର ମୋତେ ଖାଦ୍ୟ ବସ୍ତ୍ର ଯୋଗାଇବେ। 21 ଯଦି ପରମେଶ୍ୱର ମୋତେ ନିରାପଦରେ ମୋ’ ଗୃହକୁ ଫେରାଇ ଆଣନ୍ତି। ତେବେ ସଦାପ୍ରଭୁ ମୋର ପରମେଶ୍ୱର ହେବେ। 22 ମୁଁ ଏହି ପଥରଖଣ୍ଡକୁ ଏକ ସ୍ମରଣାର୍ଥକ ପ୍ରସ୍ତର ରୂପେ ସ୍ଥାପନ କରିଅଛି। ଏହା ପରମେଶ୍ୱରଙ୍କର ଏକ ପବିତ୍ର ସ୍ଥାନ ହେବ। ଆଉ ତୁମ୍ଭେ ଯାହାସବୁ ମୋତେ ଦେବ, ତହିଁର ଦଶମାଂଶ ମୁଁ ତୁମ୍ଭକୁ ଅବଶ୍ୟ ଦେବି।”

ଯାକୁବ ରାହେଲଙ୍କୁ ସାକ୍ଷାତ କଲେ

29 ଏହା ପରେ ଯାକୁବ ତାଙ୍କର ଯାତ୍ରା ଗ୍ଭଲୁ ରଖିଲେ, ସେ ପୂର୍ବଦିଗସ୍ଥ ଦେଶକୁ ଗଲେ। ଯାକୁବ ଦେଖିଲେ, ସେହି ଭୂମିରେ ଏକ କୂପ। ମେଷମାନେ, ସେହି କୂପ ନିକଟରେ ବିଶ୍ରାମ ନେଉଥିଲେ। ଏହା ହେଉଛି ସେହି ସ୍ଥାନ, ମେଷମାନେ ଜଳପାନ କରୁଥିଲେ। ଗୋଟିଏ ବଡ଼ ଶୀଳାଖଣ୍ଡ କୂପର ମୁହଁ ଘୋଡ଼ାଇ ରଖିଥିଲା। ଯେତେବେଳେ ସବୁ ମେଷପଲ ସେହି କୂପ ନିକଟରେ ଉପସ୍ଥିତ ହୁଅନ୍ତି ସେତେବେଳେ ମେଷପାଳକମାନେ ଏହି ଶୀଳାକୁ କୂପର ସମ୍ମୁଖରୁ କାଢ଼ିଦିଅନ୍ତି। ମେଷମାନେ ପାଣି ପିଇ ସାରିବା ପରେ ସେମାନେ କୂପର ମୁହଁକୁ ପଥର ସହିତ ଆଚ୍ଛାଦନ କରନ୍ତି।

ଯାକୁବ ସେଠାରେ ସେହି ମେଷପାଳକମାନକୁ କହିଲେ, “ହେ ଭାଇମାନେ ତୁମ୍ଭର ଘର କେଉଁଠି?”

ସେମାନେ ଉତ୍ତର ଦେଇ କହିଲେ, “ଆମ୍ଭ ଘର ହାରଣରେ।”

ଏହା ପରେ ଯାକୁବ କହିଲେ, “ତୁମ୍ଭେମାନେ ଲାବନଙ୍କୁ ଜାଣିଛ କି, ଯେ କି ନାହୋରର ପୁତ୍ର?”

ମେଷପାଳକମାନେ କହିଲେ, “ହଁ, ଆମ୍ଭେମାନେ ତାଙ୍କୁ ଜାଣିଛୁ।”

ଏହା ପରେ ଯାକୁବ ତାଙ୍କୁ ପଗ୍ଭରିଲେ, “ସେ କିପରି ଅଛନ୍ତି?”

ସେମାନେ ଉତ୍ତର ଦେଲେ, “ସେ ଭଲ ଅଛନ୍ତି, ତାଙ୍କର ସମସ୍ତ କୁଶଳ। ଦେଖ ତାଙ୍କର କନ୍ୟା ରାହେଲ ତାଙ୍କ ମେଷପଲ ସହିତ ଆସୁଛନ୍ତି।”

ଯାକୁବ କହିଲେ, “ଦେଖ, ଏବେ ବହୁତ ବେଳ ଅଛି। ମେଷପଲ ଏକତ୍ର କରିବାର ସମୟ ହୋଇ ନାହିଁ। ତୁମ୍ଭେମାନେ ମେଷଗଣଙ୍କୁ ଜଳପାନ କରାଇ ପୁନର୍ବାର ଚରାଇବାକୁ ନେଇଯାଅ।”

କିନ୍ତୁ ମେଷପାଳକ କହିଲେ, “ଯେପର୍ଯ୍ୟନ୍ତ ସମସ୍ତ ମେଷ ଏକତ୍ର ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ଆମ୍ଭେ ଏହା କରି ପାରିବୁ ନାହିଁ। ସମସ୍ତ ଏକତ୍ର ହେବାପରେ ଆମ୍ଭେ କୂପ ସମ୍ମୁଖରୁ ପଥର କାଢ଼ିବୁ ଏବଂ ସମସ୍ତ ମେଷମାନେ ପାଣି ପିଇ ପାରିବେ।”

ଯେତେବେଳେ ଯାକୁବ ମେଷପାଳକମାନଙ୍କ ସହିତ କଥା ହେଉଥିଲେ ସେହି ସମୟରେ ରାହେଲ ତାଙ୍କ ପିତାଙ୍କର ମେଷପଲ ସହିତ ଉପସ୍ଥିତ ହେଲେ। ନିଜ ପିତାଙ୍କ ମେଷମାନଙ୍କର ଯତ୍ନ ନେବା ରାହେଲଙ୍କର କାର୍ଯ୍ୟ ଥିଲା। 10 ରାହେଲ ଥିଲେ ଲାବନର ଝିଅ। ଲାବନ ଥିଲେ ଯାକୁବର ମା’ ରିବିକାର ଭାଇ। ଯାକୁବ ଯେତେବେଳେ ମାତୁଳ ଲାବନର କନ୍ୟା ମେଷ ସହିତ ରାହେଲକୁ ଦେଖିଲେ, ସେ ଯାଇ ପଥର ଘୁଞ୍ଚାଇଲେ ଓ ତାଙ୍କର ମେଷମାନେ ଜଳପାନ କଲେ। 11 ଏହା ପରେ ଯାକୁବ ତାଙ୍କୁ ଚୁମ୍ବନ ଦେଲେ ଏବଂ କାନ୍ଦିଲେ। 12 ଯାକୁବ ରାହେଲକୁ କହିଲେ ଯେ, ସେ ହେଉଛନ୍ତି ରିବିକାର ପୁତ୍ର। ତେଣୁ ରାହେଲ ଘରକୁ ଦୌଡ଼ିଯାଇ ତାଙ୍କ ପିତାଙ୍କୁ କହିଲେ।

13 ଲାବନ ତାଙ୍କ ଭଉଣୀର ପୁତ୍ର ଯାକୁବ ବିଷୟରେ ସମସ୍ତ ଶୁଣିଲେ। ତେଣୁ ଲାବନ ତାଙ୍କୁ ଦେଖିବା ପାଇଁ ଦୌଡ଼ିଗଲେ, ଲାବନ ତାଙ୍କୁ ଆଲିଙ୍ଗନ କଲେ ଓ ଚୁମ୍ବନ ଦେଲେ। ଏବଂ ତାଙ୍କୁ ଗୃହକୁ ଆଣିଲେ। ଯାକୁବ ଲାବନକୁ ସବୁକିଛି କହିଲେ।

14 ଏହା ପରେ ଲାବନ କହିଲେ, “ଏହା ଆଶ୍ଚର୍ଯ୍ୟ! ତୁମ୍ଭେ ମୋ’ ବଂଶଧର।” ତେଣୁ ଯାକୁବ ଲାବନଙ୍କ ଘରେ ଏକ ମାସ ରହିଲେ।

ଲାବନ ଯାକୁବଙ୍କୁ ଫାନ୍ଦରେ ପକାଇଲେ

15 ଦିନେ ଲାବନ ଯାକୁବଙ୍କୁ କହିଲେ, “ତୁମ୍ଭେ ମୋର କୁଟୁମ୍ବ ବୋଲି କ’ଣ ବିନା ବର୍ତ୍ତନରେ ମୋର ଦାସକର୍ମ କରିବ? ଏଣୁ କି ବର୍ତ୍ତନ ନେବ? ତାହା କୁହ।”

16 ଲାବନର ଦୁଇଟି ଝିଅ ଥିଲେ। ବଡ଼ ଝିଅର ନାମ ଲେୟା ଓ ସାନ ଝିଅର ନାମ ରାହେଲ।

17 ରାହେଲ ବହୁତ ସୁନ୍ଦରୀ, ରୂପବତୀ ଥିଲେ ଏବଂ ଲେୟାର ନୟନ କୋମଳ ଓ ଦୁର୍ବଳ ଥିଲା[a] 18 ଯାକୁବ ରାହେଲକୁ ପ୍ରେମ କଲେ। ଯାକୁବ ଲାବନକୁ କହିଲେ, “ମୁଁ ତୁମ୍ଭ ପାଇଁ ସାତ ବର୍ଷ କାମ କରିବି ଯଦି ତୁମ୍ଭେ ମୋତେ ତୁମ୍ଭର ସାନ ଝିଅ ରାହେଲ ସହିତ ବିବାହ ଦିଅ।”

19 ଲାବନ କହିଲା, “ଅନ୍ୟକୁ ବିବାହ କରିବା ଅପେକ୍ଷା ସେ ତୁମ୍ଭକୁ ବିବାହ କଲେ ନିଶ୍ଚିତ ଭଲ ହେବ। ତେଣୁ ତୁମ୍ଭେ ମୋ’ ସହିତ ରୁହ।”

20 ତେଣୁ ଯାକୁବ ତାଙ୍କ ସହ ସେଠାରେ ସାତ ବର୍ଷ ରହି କାମ କଲେ। କିନ୍ତୁ ଏହା ତାଙ୍କୁ ଖୁବ୍ କମ ସମୟ ପରି ଜଣାଗଲା କାରଣ ସେ ରାହେଲକୁ ବହୁତ ଭଲ ପାଉଥିଲେ।

21 ସାତ ବର୍ଷ ପରେ ଯାକୁବ ଲାବନକୁ କହିଲେ, “ମୋତେ ରାହେଲକୁ ଦିଅ ମୁଁ ତାଙ୍କୁ ବିବାହ କରିବି। ତୁମ୍ଭ ପାଇଁ ମୋର କାମ କରିବା ସମୟ ସରି ଯାଇଛି।”

22 ତେଣୁ ଲାବନ ସେଠାକାର ସମସ୍ତ ଲୋକମାନଙ୍କୁ ଏକ ଭୋଜି ଦେଲେ। 23 ସେହି ଦିନ, ରାତିରେ ଲାବନ ଯାକୁବଙ୍କ ପାଇଁ ତାଙ୍କର ଝିଅ ଲେୟାକୁ ଆଣିଲେ। ଯାକୁବ ଏବଂ ଲେୟା ଉଭୟ ସହବାସ କଲେ। 24 ଆଉ ଲାବନ ଆପଣା କନ୍ୟା ଲେୟାର ଦାସୀ ହେବା ନିମନ୍ତେ ସିଳ୍ପା ନାମ୍ନୀ ଆପଣା ଦାସୀକୁ ଦେଲେ। 25 ତା’ ପରଦିନ ପ୍ରଭାତରେ ଯାକୁବ ଦେଖିଲେ ସେ ଯାହା ସହିତ ରାତି ବିତାଇଛନ୍ତି ସେ ଲେୟା ଥିଲା। ଯାକୁବ ଲାବନକୁ କହିଲେ, “ତୁମ୍ଭେ ମୋତେ ଠକିଛ। ମୁଁ ତୁମ୍ଭ ପାଇଁ କଠିନ ପରିଶ୍ରମ କଲି, ଯଦ୍ଦ୍ୱାରା ମୁଁ ରାହେଲକୁ ବିବାହ କରି ପାରିବି। ତୁମ୍ଭେ କାହିଁକି ମୋତେ ଠକିଲ?”

26 ଲାବନ କହିଲେ, “ଆମ୍ଭ ଦେଶରେ ଅଛି ଯେ, ବଡ଼ ବିବାହ କରିବା ପୂର୍ବରୁ ସାନ ବିବାହ କରି ପାରିବ ନାହିଁ। 27 କିନ୍ତୁ ତୁମ୍ଭେ ଏଠାରେ ବିବାହ ଉତ୍ସବ ସାତ ଦିନ ଧରି ପାଳନ କର ତା'ପରେ ମୁଁ ତୁମ୍ଭକୁ ରାହେଲ ସହିତ ବିବାହ ଦେବି। କିନ୍ତୁ ତୁମ୍ଭକୁ ମୋ’ ପାଇଁ ଆଉ ସାତ ବର୍ଷ ପରିଶ୍ରମ କରିବାକୁ ପଡ଼ିବ।”

28 ତେଣୁ ଯାକୁବ ଏହିପରି କଲେ, ଏବଂ ଏକ ସପ୍ତାହ ବିତାଇଲେ। ଏହା ପରେ ଲାବନ ରାହେଲକୁ ତା'ର ସ୍ତ୍ରୀ ଭାବେ ତାଙ୍କୁ ଦେଲେ। 29 ଲାବନ ରାହେଲର ଦାସୀ ନିମନ୍ତେ ଆପଣାର ବିଲହା ନାମ୍ନୀ ଦାସୀକି ଦେଲେ। 30 ତେଣୁ ଯାକୁବ ରାହେଲ ସହିତ ସହବାସ କଲେ, ଏବଂ ଯାକୁବ ଲେୟା ଅପେକ୍ଷା ରାହେଲକୁ ଅଧିକ ଭଲ ପାଇଲେ। ଯାକୁବ ଲାବନ ପାଇଁ ଆଉ ସାତ ବର୍ଷ କାମ କଲେ।

ଯାକୁବର ପରିବାର ବଢ଼ିଲେ

31 ସଦାପ୍ରଭୁ ଦେଖିଲେ ଲେୟା ଘୃଣିତ ହେଉଛି, ସେଥିପାଇଁ ସଦାପ୍ରଭୁ ଲେୟାକୁ ଗର୍ଭବତୀ କରାଇଲେ। ରାହେଲର କୌଣସି ସନ୍ତାନ ଜନ୍ମ ହେଲା ନାହିଁ।

32 ଲେୟା ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ। ସେ ତାହାର ନାମ ରୁବେନ୍ ଦେଲେ। ଲେୟା ତାଙ୍କର ଏପରି ନାମ ଦେଲେ କାରଣ ସେ କହିଲେ, “ସଦାପ୍ରଭୁ ମୋର ଦୁଃଖ ଦେଖି ଅଛନ୍ତି। ମୋର ସ୍ୱାମୀ ମୋତେ ଭଲ ପାଇବେ।”

33 ଲେୟା ପୁନରାୟ ଗର୍ଭବତୀ ହୋଇ ଅନ୍ୟ ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ। ସେ ତାଙ୍କର ନାମ ଦେଲେ ଶିମିୟୋନ, ସେ ଶୁଣି ପାରିଲା। ଲେୟା କହିଲେ, “ସଦାପ୍ରଭୁ ଶୁଣିଲେ ଯେ ମୋ’ ସ୍ୱାମୀ ମୋତେ ଘୃଣା କରନ୍ତି। ତେଣୁ ସେ ମୋ’ କୋଳରେ ଏହି ସନ୍ତାନ ଦେଇଛନ୍ତି।”

34 ଲେୟା ପୁଣି ଗର୍ଭବତୀ ହେଲେ, ଏବଂ ଅନ୍ୟ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲେ। ସେ ସେହି ପିଲାର ନାମ ଦେଲା ଲେବୀ। ଲେୟା କହିଲେ, “ଏବେ ମୋ’ ସ୍ୱାମୀ ମୋ'ଠାରେ ଆସକ୍ତ ହେବେ। ଯେହେତୁ ମୁଁ ତାଙ୍କୁ ତିନୋଟି ପୁତ୍ର ଦେଇଅଛି।”

35 ଏହା ପରେ ଲେୟା ଅନ୍ୟ ଏକ ସନ୍ତାନ ଜନ୍ମ ଦେଲେ। ସେ ତାହାର ନାମ ଦେଲେ ଯିହୁଦା, ସେ କହିଲେ, “ବର୍ତ୍ତମାନ ମୁଁ ସଦାପ୍ରଭୁଙ୍କର ପ୍ରଶଂସା କରିବି।” ଏହା ପରେ ଲେୟା ପିଲା ଜନ୍ମ କରିବା ବନ୍ଦ କରିଦେଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center