Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଆଦିପୁସ୍ତକ 19-21

ଲୋଟର ପରିଦର୍ଶକମାନେ

19 ସେହି ସନ୍ଧ୍ୟାରେ ଦୁଇଜଣ ସ୍ୱର୍ଗଦୂତ ସଦୋମରେ ଉପସ୍ଥିତ ହେଲେ। ସେହି ସମୟରେ ଲୋଟ ନଗରଦ୍ୱାର ଫାଟକ ନିକଟରେ ବସିଥିଲେ। ସେ ଯେତେବେଳେ ସ୍ୱର୍ଗଦୂତଙ୍କୁ ଦେଖିଲେ, ସେ ଉଠିଲେ ଏବଂ ତାଙ୍କୁ ସାକ୍ଷାତ କରିବାକୁ ଗଲେ। ସେ ଭକ୍ତିଭାବରେ ସେମାନଙ୍କୁ ପ୍ରଣାମ କଲେ। ଲୋଟ ସେମାନଙ୍କୁ କହିଲେ, “ହେ ମହାଶୟଗଣ ମୋର ଗୃହକୁ ଆସିବା ହେଉନ୍ତୁ ଏବଂ ମୁଁ ଆପଣମାନଙ୍କର ସେବା କରିବି। ଆପଣମାନେ ପାଦ ଧୋଇ ମୋର ଗୃହକୁ ଆସନ୍ତୁ ଏବଂ ଏହିଠାରେ ରାତ୍ରିଯାପନ କରନ୍ତୁ। ଏହା ପରେ ଆସନ୍ତାକାଲି ଆପଣମାନେ ଶୀଘ୍ର ଉଠିବେ ଏବଂ ଆପଣମାନଙ୍କର ଯାତ୍ରା ଗ୍ଭଲୁ ରଖିବେ।”

ସ୍ୱର୍ଗଦୂତମାନେ ଉତ୍ତର ଦେଲେ, “ନାଁ, ଆମ୍ଭେମାନେ ଏହି ନଗର ଚୌରାହରେ ସମସ୍ତ ରାତ୍ରି ଯାପନ କରିବୁ।”

କିନ୍ତୁ ଲୋଟ ସେମାନଙ୍କୁ ତାଙ୍କର ଗୃହକୁ ଯିବା ପାଇଁ ବାରମ୍ବାର ଅନୁରୋଧ କଲେ। ତେଣୁ ସ୍ୱର୍ଗଦୂତଗଣ ତାଙ୍କ ଗୃହକୁ ଯିବା ପାଇଁ ରାଜି ହେଲେ। ଲୋଟ ସେମାନଙ୍କୁ କିଛି ଦ୍ରାକ୍ଷାରସ ପିଇବାକୁ ଦେଲେ। ଲୋଟ ସେମାନଙ୍କ ପାଇଁ କିଛି ଖମୀର ଶୂନ୍ୟ ରୋଟୀ ପ୍ରସ୍ତୁତ କଲେ, ସେମାନେ ତାହା ଗ୍ରହଣ କଲେ।

ସେହି ଦୁଇଜଣ ଅତିଥି ବିଛଣାକୁ ଯିବା ପୂର୍ବରୁ, ସଦୋମର ସମସ୍ତ ଯୁବା ଏବଂ ବୃଦ୍ଧ ଲୋକ, କୌଣସି ବ୍ୟତିକ୍ରମ ନ ଥାଇ ଆସିଲେ ଏବଂ ଲୋଟଙ୍କ ଘରକୁ ଘେରିଗଲେ। ତା'ପରେ ସେମାନେ ଲୋଟଙ୍କୁ ଚିତ୍କାର କରି କହିଲେ, “ଆଜି ରାତ୍ରରେ ଯେଉଁ ଦୁଇଜଣ ମନୁଷ୍ୟ ତୁମ୍ଭ ଘରକୁ ଆସିଥିଲେ ସେମାନେ କାହାନ୍ତି? ସେମାନଙ୍କୁ ବାହାରକୁ ଆଣ ଆମ୍ଭେମାନେ ତାଙ୍କ ସହିତ ଯୌନ ସମ୍ପର୍କ କରିବା।”

ଲୋଟ ବାହାରକୁ ଗଲେ ଓ ଦ୍ୱାର ବନ୍ଦ କରିଦେଲେ। ଲୋଟ ସେମାନଙ୍କୁ କହିଲେ, “ନା! ଭାଇମାନେ ମୁଁ ତୁମ୍ଭଙ୍କୁ ବିନୟ କରୁଅଛି, ଏପରି କୁକାର୍ଯ୍ୟ କର ନାହିଁ। ଦେଖ, ମୋର ଦୁଇଟି କୁମାରୀ କନ୍ୟା ଅଛନ୍ତି। ମୁଁ ସେମାନଙ୍କୁ ତୁମ୍ଭ ସମ୍ମୁଖକୁ ଆଣୁଛି। ତୁମ୍ଭେମାନେ ଯାହା ଇଚ୍ଛା ସେମାନଙ୍କ ପ୍ରତି କର। କିନ୍ତୁ ସେହି ଲୋକମାନଙ୍କୁ କିଛି କର ନାହିଁ। ସେମାନେ ମୋ’ ଗୃହରେ ଅତୀଥି ଥିବାରୁ ମୁଁ ସେମାନଙ୍କୁ ସୁରକ୍ଷା ଦେବି।”

ଘରକୁ ଘେରି ରହିଥିବା ଲୋକମାନେ ଲୋଟଙ୍କୁ କହିଲେ, “ଏହିଠାକୁ ଆସ!” ଏହା ପରେ ପରସ୍ପରକୁ କହିଲେ, “ଏହି ଲୋଟ, ଆମ ସହରରେ ଏକ ଭ୍ରମଣକାରୀ। ବର୍ତ୍ତମାନ ସେ ଆମ୍ଭର ଜୀବନ ଶୈଳୀକୁ ସମାଲୋଚନା କରିବାକୁ ସାହସ କରୁଛି!” ତା'ପରେ ସେହି ଲୋକମାନେ ଲୋଟକୁ କହିଲେ, “ଆମ୍ଭେମାନେ ସେମାନଙ୍କୁ ଯେତିକି ଆଘାତ କରିବା ପାଇଁ ଯୋଜନା କରିଛୁ ତା’ ଅପେକ୍ଷା ଆମ୍ଭେ ତୁମ୍ଭକୁ ଅଧିକ ଆଘାତ କରିବୁ। ସେମାନେ ସେମାନଙ୍କର କଥାରେ ତା’ ଉପରେ ଗ୍ଭପ ପକାଇଲେ।” ଏହା ପରେ ସେମାନେ ଅତି ନିକଟତର ହେବାକୁ ଲାଗିଲେ ଓ କବାଟ ଭାଙ୍ଗିବାକୁ ଉଦ୍ୟତ ହେଲେ।

10 ମାତ୍ର ସେହି ଦୁଇଜଣ ଲୋକ ହାତ ବଢ଼ାଇ ଲୋଟକୁ ଭିତରକୁ ନେଇ କବାଟ ବନ୍ଦ କରିଦେଲେ। 11 ତା'ପରେ ବାହାରେ ଥିବା ସମସ୍ତ ଯୁବା ଓ ବୃଦ୍ଧ ଲୋକ ଅନ୍ଧ ହୋଇଗଲେ। ତେଣୁ ସେଇ ଲୋକମାନେ ଘରର ଫାଟକ ପାଇଲେ ନାହିଁ।

ସେମାନେ ସଦୋମରୁ ପଳାୟନ କଲେ

12 ସେହି ଦୁଇ ଜଣ ଲୋଟକୁ କହିଲେ, “ତୁମ୍ଭ ପରିବାରର ଅନ୍ୟ କୌଣସି ଲୋକ ଏହି ସହରରେ ବାସ କରୁଛନ୍ତି କି? ତୁମ୍ଭର ଆଉ ପୁଅ, ଝିଅ, ଜ୍ୱାଇଁ ଅଛନ୍ତି କି? ତେବେ ଶୀଘ୍ର ଏ ସ୍ଥାନ ପରିତ୍ୟାଗ କରିବା ପାଇଁ ତାଙ୍କୁ କୁହ। 13 ଆମ୍ଭେ ବର୍ତ୍ତମାନ ଏହି ସହରକୁ ଧ୍ୱଂସ କରିବାକୁ ଯାଉଛୁ। ସଦାପ୍ରଭୁ ପରମେଶ୍ୱର ଜାଣନ୍ତି ଏହି ସହର କେତେ ଖରାପ ଏବଂ ଏହି ନଗର ଧ୍ୱଂସ କରିବା ପାଇଁ ଆମ୍ଭକୁ ପଠାଇଛନ୍ତି।”

14 ତେଣୁ ଲୋଟ ବାହାରକୁ ଯାଇ ତାଙ୍କର ଜ୍ୱାଇଁଙ୍କୁ କହିଲେ, “ଶୀଘ୍ର ଏ ସହର ପରିତ୍ୟାଗ କର! ପରମେଶ୍ୱର ଖୁବ୍ ଶୀଘ୍ର ଏହି ସହର ଧ୍ୱଂସ କରିବେ।” କିନ୍ତୁ ସେହି ଲୋକମାନେ ଭାବିଲେ ଲୋଟ ସେମାନଙ୍କ ସହିତ ଥଟ୍ଟା ହେଉଛନ୍ତି।

15 ତା’ ପରଦିନ ସୂର୍ଯ୍ୟୋଦୟ ପୂର୍ବରୁ ଦୂତମାନେ ଲୋଟକୁ ତତ୍ପର କରାଇ କହିଲେ, “ଯାଅ, ତୁମ୍ଭର ସ୍ତ୍ରୀ ଏବଂ ଦୁଇ ଝିଅ ସହିତ ଏ ସ୍ଥାନ ପରିତ୍ୟାଗ କର, ଯେଉଁମାନେ ତୁମ୍ଭ ସହିତ ରହୁଛନ୍ତି। ତାହାହାଲେ ତୁମ୍ଭେ ଧ୍ୱଂସ ପାଇବ ନାହିଁ, ଯେତେବେଳେ ଏହି ନଗର ଦଣ୍ଡିତ ହେବ।”

16 କିନ୍ତୁ ଲୋଟ ତାଙ୍କର ସମୟ ନେଲେ ଏବଂ ଛାଡ଼ିବାକୁ ତତ୍ପର ହେଲେ ନାହିଁ ସେ ଧିର ଥିଲେ, ତେଣୁ ସେହି ସ୍ୱର୍ଗଦୂତଗଣ ଲୋଟ, ତାଙ୍କ ସ୍ତ୍ରୀ ଏବଂ ତାଙ୍କର ଦୁଇ କନ୍ୟାଙ୍କର ହାତ ଧରି ନିରାପଦ ସ୍ଥାନକୁ ଆଗେଇ ନେଲେ। ସଦାପ୍ରଭୁ ସେମାନଙ୍କ ପ୍ରତି ସଦୟ ଥିଲେ। ତେଣୁ ସେହି ଦୁଇଜଣ ସ୍ୱର୍ଗଦୂତ ଲୋଟର ପରିବାରକୁ ନଗର ବାହାରକୁ ନେଇଗଲେ। 17 ସେମାନେ ନଗର ବାହାରକୁ ଆସିବା ମାତ୍ରେ ଜଣେ ସ୍ୱର୍ଗଦୂତ ସେମାନଙ୍କୁ କହିଲେ, “ବର୍ତ୍ତମାନ ତୁମ୍ଭର ଜୀବନ ରକ୍ଷା ପାଇଁ ପଛକୁ ନ ଅନାଇ ଶୀଘ୍ର ଦୌଡ଼। ଏହି ଉପତ୍ୟକାର କୌଣସି ଜାଗାରେ ରୁହ ନାହିଁ। ତୁମ୍ଭେ ପର୍ବତରେ ପହଞ୍ଚିବା ପର୍ଯ୍ୟନ୍ତ ଦୌଡ଼। ଯଦି ତୁମ୍ଭେ ଅଟକି ଯାଅ ତେବେ ଏହି ନଗର ସହିତ ତୁମ୍ଭେ ଧ୍ୱଂସ ପାଇଯିବ।”

18 କିନ୍ତୁ, ଲୋଟ ସେହି ଦୁଇଜଣ ସ୍ୱର୍ଗଦୂତଙ୍କୁ କହିଲେ, “ହେ ମହାଶୟଗଣ, ଏପରି ନ ହେଉ।” 19 ଆପଣ ମୋତେ ମୋର ଜୀବନକୁ ରକ୍ଷାକରି, କିଛି ସମୟ ପୂର୍ବରୁ ଆମ୍ଭଙ୍କୁ ଅତ୍ୟନ୍ତ ଦୟା ଓ ଅନୁଗ୍ରହ ଦେଖାଇଛନ୍ତି। କିନ୍ତୁ ମୁଁ ପର୍ବତକୁ ପଳାଇ ଯାଇ ନ ପାରେ। ଏହି ବିପତ୍ତି ହୁଏତ ମୋତେ ଧରି ପକାଇବ ଓ ମାରିଦେବ। 20 ଦେଖ, ଏହି ସ୍ଥାନ ନିକଟରେ ଏକ ଛୋଟ ସହର ଅଛି। ଆପଣ ମୋତେ ସେହି ସ୍ଥାନକୁ ଦୌଡ଼ି ଯିବାକୁ ଅନୁମତି ଦିଅନ୍ତୁ। ମୁଁ ସେଠାରେ ନିରାପଦରେ ବାସ କରି ପାରିବି। ତାହା ଗୋଟିଏ ଛୋଟ ସହର ମାତ୍ର।”

21 ସ୍ୱର୍ଗଦୂତ ଲୋଟକୁ କହିଲେ, “ଉତ୍ତମ, ଆମ୍ଭେ ତୁମ୍ଭକୁ ଅନୁମତି ଦେଲୁ। ମୁଁ ସେହି ସହରକୁ ଧ୍ୱଂସ କରିବି ନାହିଁ। 22 କିନ୍ତୁ ଶୀଘ୍ର ସେଠାକୁ ଦୌଡ଼ିଯାଅ। କାରଣ ଯେପର୍ଯ୍ୟନ୍ତ ତୁମ୍ଭେମାନେ ନିରାପଦରେ ନ ପହଞ୍ଚିଛ, ମୁଁ ସଦୋମକୁ ଧ୍ୱଂସ କରି ପାରିବି ନାହିଁ।” ସେହି ସହରର ନାମ ଥିଲା ସୋୟର କାରଣ ଏହା ଅତି କ୍ଷୁଦ୍ର ଥିଲା।

ସଦୋମ ଓ ହମୋରା ଧ୍ୱଂସ ହେଲା

23 ସୂର୍ଯ୍ୟୋଦୟ ହୁଅନ୍ତେ ଲୋଟ ସୋୟରରେ ପହଞ୍ଚିଗଲେ। 24 ଠିକ୍ ସେହି ସମୟରେ, ସଦାପ୍ରଭୁ ସଦୋମ ଏବଂ ହମୋରାକୁ ଧ୍ୱଂସ କଲେ। ସଦାପ୍ରଭୁ ଆକାଶରୁ ସଦୋମ ଓ ହମୋରା ଉପରେ ଗନ୍ଧକ ଓ ଅଗ୍ନି ବୃଷ୍ଟି କଲେ। 25 ସେହି ନଗରଗୁଡ଼ିକୁ, ସମୁଦାୟ ଉପତ୍ୟକା କ୍ଷେତ୍ରଗୁଡ଼ିକ ଓ ତନ୍ମଧ୍ୟସ୍ଥ ସମସ୍ତ ଲୋକ ଓ ସମସ୍ତ ବୃକ୍ଷଲତା ଧ୍ୱଂସ ହୋଇଗଲା।

26 ସେହି ସମୟରେ ଲୋଟର ସ୍ତ୍ରୀ ପଛଆଡ଼କୁ ଅନାଇବାରୁ ସେ ଲବଣ ସ୍ତମ୍ଭ ହେଲେ।

27 ସେହି ଦିନ ପ୍ରତ୍ୟୁଷରେ, ଅବ୍ରହାମ ପୂର୍ବେ ଯେଉଁ ସ୍ଥାନରେ ଠିଆ ହୋଇ ସଦାପ୍ରଭୁଙ୍କ ସହିତ କଥା ହୋଇଥିଲେ, ସେହି ସ୍ଥାନକୁ ଗଲେ ଓ ଦେଖିଲେ ଯେ, 28 ସଦୋମ ଓ ହମୋରା ଓ ପ୍ରାନ୍ତରସ୍ଥ ସମସ୍ତ ଅଞ୍ଚଳକୁ ଅନାନ୍ତେ ସେହି ଦେଶରୁ ଭାଟୀର ଧୂମତୁଲ୍ୟ ଧୂମ ଉଠିବାର ଦେଖିଲେ।

29 ଏହିରୂପେ ସେହି ପ୍ରାନ୍ତର ସ୍ଥିତ ସମସ୍ତ ନଗରର ବିନାଶ ସମୟରେ ପରମେଶ୍ୱର ଅବ୍ରହାମଙ୍କୁ ମନେ କଲେ। ପୁଣି ଲୋଟ ଯେଉଁ ଯେଉଁ ନଗରରେ ବାସ କରିଥିଲେ, ସେହି ନଗରର ଉତ୍ପାଟନ ସମୟରେ ସେ ଲୋଟକୁ ତନ୍ମଧ୍ୟରୁ ବାହାର କରୁଥିଲେ।

ଲୋଟ ଏବଂ ତାଙ୍କର ଝିଅମାନେ

30 ଲୋଟ ସୋୟରରେ ରହିବାକୁ ଭୟ କଲେ। ତେଣୁ ସେ ଏବଂ ତାଙ୍କର କନ୍ୟା ରହିବା ପାଇଁ ପର୍ବତକୁ ପଳାଇଲେ, ସେମାନେ ସେଠାରେ ଏକ ଗୁମ୍ଫାରେ ବାସ କଲେ। 31 ଦିନେ ବଡ଼ ଭଉଣୀ ତାଙ୍କର ସାନ ଭଉଣୀକୁ କହିଲା, “ଆମ୍ଭର ପିତା ବୃଦ୍ଧ, ସାଧାରଣ ଭାବେ ଆମକୁ ବିବାହ କରିବା ପାଇଁ କେହି ଜଣେ ହେଲେ ନାହାନ୍ତି। 32 ତେଣୁ ଆସ ଆମ୍ଭେ ଆମ୍ଭର ପିତାଙ୍କୁ ମଦ୍ୟପାନ କରାଇବା ତାହାପରେ ଆମ୍ଭେ ତାଙ୍କ ସହିତ ସହବାସ କରିବା, ଏହି ଉପାୟରେ ଆମ୍ଭେ ଆମ୍ଭର ବଂଶ ରକ୍ଷା କରି ପାରିବା।”

33 ସେହି ରାତ୍ରିରେ ସେହି ଦୁଇ ଝିଅ ତାଙ୍କ ପିତାଙ୍କ ନିକଟକୁ ଗଲେ ଏବଂ ତାଙ୍କର ପିତାଙ୍କୁ ମଦ ପିଆଇଲେ। ଏହା ପରେ ତାଙ୍କର ବଡ଼ ଝିଅ ତାଙ୍କ ପିତାଙ୍କ ଶୟନ କକ୍ଷକୁ ଗଲା ଏବଂ ତାଙ୍କ ସହିତ ସହବାସ କଲା। ଲୋଟ ପୁରାପୁରି ମାତାଲ ଥିଲେ ଏବଂ ଜାଣି ପାରିଲେ ନାହିଁ ଯେ, ସେ କେତେବେଳେ ତା'ର ବିଛଣାକୁ ଆସିଥିଲା ଏବଂ ସେ କେତେବେଳେ ଉଠି କୋଠରୀକୁ ପରିତ୍ୟାଗ କଲା।

34 ତା’ ପରଦିନ ବଡ଼ ଝିଅ ସାନ ଝିଅକୁ କହିଲା, “ଗତ ରାତିରେ ମୁଁ ପିତାଙ୍କ ନିକଟରେ ଶୟନ କରିଥିଲି। ଆସ ତାଙ୍କୁ ପୁଣି ଆଜି ମଦ୍ୟପାନ କରାଇବା, ତା'ପରେ ତୁ ତାଙ୍କ ସାଙ୍ଗରେ ଯାଇ ସହବାସ କର। ଏହି ଉପାୟରେ ଆମ୍ଭେ ଆମ୍ଭର ସନ୍ତାନମାନଙ୍କୁ ଜନ୍ମ କରିବା। ଆଉ ଆମ୍ଭେ ଆମ୍ଭର ପିତାଙ୍କ ମାଧ୍ୟମରେ ଆମ୍ଭର ପରିବାର ନଷ୍ଟ ହେବାରୁ ରକ୍ଷା କରି ପାରିବା।” 35 ତେଣୁ ସେହି ରାତିରେ ସେ ଦୁହେଁ ମିଶି ତାଙ୍କର ପିତାଙ୍କୁ ମଦ୍ୟପାନ କରାଇଲେ। ତା'ପରେ ତାଙ୍କର ସାନ ଝିଅ ଯାଇ ତାଙ୍କ ସହିତ ସହବାସ କଲା। ଆଉଥରେ ଲୋଟ ଅତ୍ୟଧିକ ମଦ୍ୟପାନ କରିଥିବାରୁ ତାଙ୍କ ଝିଅ କେତେବେଳେ ଆସି କେତେବେଳେ ସହବାସ କରି ଯାଇଛି ସେ ଜାଣିପାରି ନ ଥିଲେ।

36 ଲୋଟଙ୍କର ଦୁଇ ଝିଅ ଏହିପରି ଭାବରେ ଗର୍ଭବତୀ ହେଲେ। 37 ବଡ଼ଝିଅ ଏକ ପୁତ୍ରକୁ ଜନ୍ମ କଲା। ତାହାର ନାମ ସେ ମୋୟାବ ରଖିଲା। ମୋୟାବ ହେଲା ବର୍ତ୍ତମାନ ମୋୟାବୀୟ ଲୋକମାନଙ୍କର ଆଦିପିତା। 38 ସାନ ଝିଅ ଯେଉଁ ପୁତ୍ର ଜନ୍ମ କଲା ତା'ର ନାମ ସେ ଦେଲେ ବିନ-ଅମ୍ମି। ସେ ବର୍ତ୍ତମାନ କାଳର ଅମ୍ମୋନୀୟ ଲୋକମାନଙ୍କର ଆଦିପିତା ଅଟନ୍ତି।

ଅବ୍ରହାମ ଗରାରକୁ ଗଲେ

20 ଏହା ପରେ ଅବ୍ରହାମ ସେଠାରୁ ଦକ୍ଷିଣ ଦେଶକୁ ଯାତ୍ରା କରି କାଦେଶ ଓ ଶୁରର ମଧ୍ୟସ୍ଥାନରେ ଥାଇ ଗରାରରେ ବାସ କଲେ। ଯେତେବେଳେ ଗରାରରେ ଥିଲେ, ଅବ୍ରହାମ ଲୋକମାନଙ୍କୁ କହିଲେ, ସାରା ହେଉଛି ତାଙ୍କର ଭଉଣୀ, ଗରାରର ରାଜା ଅବିମେଲକ୍ ଏ କଥା ଶୁଣିଲେ। ଅବିମେଲକ ସାରାଙ୍କୁ ଗ୍ଭହୁଁଥିଲେ। ତେଣୁ ସେ ତାଙ୍କୁ ଆଣିବା ପାଇଁ କେତେକ ଦାସକୁ ପଠାଇଲେ। କିନ୍ତୁ ଏକ ରାତିରେ, ପରମେଶ୍ୱର ଅବିମେଲକକୁ ସ୍ୱପ୍ନରେ କହିଲେ, “ତୁମ୍ଭେ ମରିବ, ତୁମ୍ଭେ ଯେଉଁ ସ୍ତ୍ରୀଲୋକକୁ ଆଣିଛ ସେ ବିବାହିତା।”

କିନ୍ତୁ ସେପର୍ଯ୍ୟନ୍ତ ଅବିମେଲକ ସାରା ସହିତ ସହବାସ କରି ନ ଥିଲେ। ତେଣୁ ଅବିମେଲକ କହିଲେ, “ତୁମ୍ଭେ କ’ଣ ଏକ ନିର୍ଦ୍ଦୋଷ ବ୍ୟକ୍ତିକୁ ହତ୍ୟା କରିବ? ଅବ୍ରହାମ ନିଜେ ମୋତେ କହିଲେ, ‘ଏହି ସ୍ତ୍ରୀ ମୋର ଭଉଣୀ’ ଏବଂ ସେହି ସ୍ତ୍ରୀ ମଧ୍ୟ କହିଲେ, ‘ଅବ୍ରହାମ ମୋର ଭାଇ’, ମୁଁ ନିର୍ଦ୍ଦୋଷ, ମୁଁ ଜାଣି ନ ଥିଲି। ନିର୍ଦ୍ଦୋଷତାରେ ମୁଁ ଏହି କାର୍ଯ୍ୟ କରିଛି।”

ଏହା ପରେ ପରମେଶ୍ୱର ଅବିମେଲକକୁ ସ୍ୱପ୍ନରେ କହିଲେ, “ହଁ, ମୁଁ ଜାଣେ ତୁମ୍ଭେ ନିର୍ଦ୍ଦୋଷ। ତେଣୁ ମୁଁ ତୁମ୍ଭକୁ ରକ୍ଷା କଲି। ମୁଁ ତୁମ୍ଭକୁ ମୋ’ ବିରୁଦ୍ଧରେ ପାପ କରିବାକୁ ଦେବି ନାହିଁ। ମୁଁ ତୁମ୍ଭକୁ ତାଙ୍କ ସହିତ ସହବାସ କରିବାକୁ ଦେଇ ନ ଥିଲି। ତେଣୁ ତୁମ୍ଭେ ଅବ୍ରହାମଙ୍କୁ ପୁନରାୟ ତାଙ୍କ ସ୍ତ୍ରୀଙ୍କୁ ତାଙ୍କୁ ଫେରାଇଦିଅ। ଅବ୍ରହାମ ଜଣେ ଭବିଷ୍ୟ‌ଦ୍‌ବକ୍ତା। ସେ ତୁମ୍ଭ ପାଇଁ ପ୍ରାର୍ଥନା କରିବ। ତୁମ୍ଭେ ବଞ୍ଚି ରହିବ। ତୁମ୍ଭେ ଯଦି ସାରାକୁ ନ ଫେରାଅ ତେବେ ମୁଁ ତୁମ୍ଭକୁ ପ୍ରତିଜ୍ଞା କରି କହୁଛି ତୁମ୍ଭେ ମରିବ। ଏବଂ ତୁମ୍ଭର ପରିବାର ତୁମ୍ଭ ସହିତ ମୃତ୍ୟୁବରଣ କରିବେ।”

ତେଣୁ ତା’ ପରଦିନ ପ୍ରଭାତରୁ ଅବିମେଲକ ତାଙ୍କର ଦାସମାନଙ୍କୁ ଡାକିଲେ ଏବଂ ତାଙ୍କର ସ୍ୱପ୍ନ ବିଷୟରେ କହିଲେ। ଦାସମାନେ ଭୟରେ ଥରିଲେ। ଏହା ପରେ ଅବିମେଲକ ଅବ୍ରହାମଙ୍କୁ ଡାକି କହିଲେ, “ତୁମ୍ଭେ କାହିଁକି ଆମ୍ଭ ପ୍ରତି ଏପରି କଲ? ମୁଁ ତୁମ୍ଭର ତ କିଛି ଦୋଷ କରି ନାହିଁ? ମୁଁ ତୁମ୍ଭ ପ୍ରତି କ’ଣ କରିଛି ଯେ, ମୋ’ ଦେଶ ପ୍ରତି ବିପଦ ଆଣିବାକୁ ତୁମ୍ଭେ ଇଚ୍ଛା କଲ? ତୁମ୍ଭର ମୋ’ ପ୍ରତି ଏପରି କରିବାର ନ ଥିଲା। 10 କାହିଁକି ତୁମ୍ଭେ ମୋ’ ପ୍ରତି ଏପରି ବ୍ୟବହାର କଲ?”

11 ଏହା ପରେ ଅବ୍ରହାମ କହିଲେ, “ଏଠାରେ କେହି ପରମେଶ୍ୱରଙ୍କୁ ଭୟ କରୁ ନାହିଁ ବୋଲି ମୁଁ ଜାଣିଲି। ମୁଁ ଭାବିଲି ଏଠାରେ କାଳେ କିଏ ମୋତେ ହତ୍ୟାକରି ସାରାକୁ ମୋ'ଠାରୁ ନେଇଯିବ। 12 ସେ ମୋର ସ୍ତ୍ରୀ, କିନ୍ତୁ ସେ ମଧ୍ୟ ମୋର ଭଉଣୀ। ସେ ହେଉଛି ମୋ’ ବାପାଙ୍କର ଏକ ଝିଅ। କିନ୍ତୁ ସେ ମୋ’ ମା’ର ଝିଅ ନୁହେଁ। 13 ପରମେଶ୍ୱର ମୋତେ ମୋର ପିତାଙ୍କ ଗୃହରୁ ଦୂରକୁ ଆଗେଇ ନେଲେ। ପରମେଶ୍ୱର ମୋତେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ବୁଲାଇଲେ। ଏପରି ଯେତେବେଳେ ହେଲା ମୁଁ ସାରାକୁ କହିଲି, ‘ଦୟାକରି ମୋ’ ପାଇଁ ଏହା କର! ଆମ୍ଭେ ଯେଉଁଠାକୁ ଯିବା, ତୁମ୍ଭେ ଲୋକମାନଙ୍କୁ କହିବ ମୁଁ ତୁମ୍ଭର ଭାଇ।’”

14 ତେଣୁ ଅବିମେଲକ ସାରାକୁ ଫେରାଇ ଦେଲେ। ଅବିମେଲକ ମଧ୍ୟ ତାଙ୍କୁ କିଛି ମେଷ, ଗାଈ, ଗୋରୁ ଏବଂ କିଛି ସେବକ ଓ ସେବିକାଗଣଙ୍କୁ ଦେଲେ। 15 ଏବଂ ଅବିମେଲକ କହିଲେ, “ତୁମ୍ଭ ଚତୁର୍ପାର୍ଶ୍ୱକୁ ଗ୍ଭହଁ ଏହା ମୋର ଭୂମି, ତୁମ୍ଭେ ଯେଉଁଠାରେ ଗ୍ଭହଁ ସେଠାରେ ରହିପାର।”

16 ଅବିମେଲକ ସାରାକୁ କହିଲେ, “ମୁଁ ତୁମ୍ଭର ଭାଇକୁ ସହସ୍ର ରୂପା ଖଣ୍ଡ ଦେଉଛି। ମୁଁ ଏପରି କରୁଛି କାରଣ ମୁଁ ଅନୁତପ୍ତ ଯେ ଯାହା କରିଛି ଭୁଲ୍ କରିଛି। ମୁଁ ଗ୍ଭହେଁ ପ୍ରତ୍ୟେକେ ଦେଖନ୍ତୁ ଓ ହୃ‌ଦ୍‌ବୋଧ କରନ୍ତୁ ଯେ, ମୁଁ ଠିକ୍ କରୁଛି ବୋଲି।”

17-18 ସଦାପ୍ରଭୁ ଅବିମେଲକଙ୍କର ସମସ୍ତ ସ୍ତ୍ରୀଙ୍କୁ ବନ୍ଧ୍ୟା କଲେ। ପରମେଶ୍ୱର ଏପରି କଲେ, କାରଣ ଅବିମେଲକ ଅବ୍ରହାମଙ୍କ ସ୍ତ୍ରୀ ସାରାଙ୍କୁ ନେଇଥିଲେ। କିନ୍ତୁ ଅବ୍ରହାମ ପରମେଶ୍ୱରଙ୍କୁ ପ୍ରାର୍ଥନା କଲେ ଏବଂ ପରମେଶ୍ୱର ଅବିମେଲକ, ତାଙ୍କର ସମସ୍ତ ସ୍ତ୍ରୀଗଣଙ୍କୁ ଓ ଦାସୀଗଣଙ୍କୁ ଆରୋଗ୍ୟ କଲେ। ଏବଂ ସେମାନଙ୍କର ସନ୍ତାନସନ୍ତତି ଜାତ ହେଲେ।

ଶେଷରେ ସାରା ଏକ ଶିଶୁକୁ ଜନ୍ମ ଦେଲେ

21 ସଦାପ୍ରଭୁ ସାରାଙ୍କଠାରେ କରିଥିବା ତାଙ୍କର ପ୍ରତିଜ୍ଞା ରକ୍ଷା କଲେ। ସେ ସାରାକୁ ଯାହା ପ୍ରତିଜ୍ଞା କରିଥିଲେ ତାଙ୍କ ପାଇଁ ସେପରି କଲେ। ସାରା ଗର୍ଭବତୀ ହୋଇ ଅବ୍ରହାମଙ୍କ ବାର୍ଦ୍ଧକ୍ୟ ଅବସ୍ଥାରେ ଏକ ଶିଶୁକୁ ଜନ୍ମ ଦେଲେ। ଏସବୁ ପରମେଶ୍ୱରଙ୍କ ନିରୂପିତ ସମୟରେ ଘଟିଲା। ସାରା ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ, ଏବଂ ଅବ୍ରହାମ ତାଙ୍କର ନାମକରଣ କରି ତା'ର ନାମ ଦେଲେ ଇ‌ସ୍‌ହାକ, ଅବ୍ରହାମ ପରମେଶ୍ୱରଙ୍କ ନିର୍ଦ୍ଦେଶ ଅନୁସାରେ ଇ‌ସ୍‌ହାକକୁ ଠିକ୍ ଆଠଦିନ ପରେ ସୁନ୍ନତ କଲେ।

ଇ‌ସ୍‌ହାକଙ୍କ ଜନ୍ମ ବେଳକୁ ଅବ୍ରହାମଙ୍କର ଏକଶହ ବର୍ଷ ବୟସ ହୋଇଥିଲା। ଏବଂ ସାରା କହିଲେ, “ପରମେଶ୍ୱର ମୋ’ ନିମନ୍ତେ ହସ ଦେଲେ ଏବଂ ଯିଏ ଏହା ଶୁଣିବ ସେ ମଧ୍ୟ ହସିବ। କୌଣସି ଲୋକ ଚିନ୍ତା କଲେ ନାହିଁ ଯେ, ମୁଁ ଅବ୍ରହାମଠାରୁ ପିଲାକୁ ଜନ୍ମ ଦେବି। କିନ୍ତୁ ମୁଁ ତାଙ୍କୁ ବୃଦ୍ଧାବସ୍ଥାରେ ଏକ ପୁତ୍ର ଦେଲି।”

ଗୃହରେ ବିବାଦ ଦେଖା ଦେଲା

ଯେତେବେଳେ ଇ‌ସ୍‌ହାକ ଯଥେଷ୍ଟ ବଡ଼ ହେଲେ ଖାଦ୍ୟ ଖାଇବା ଆରମ୍ଭ କଲେ। ତେଣୁ ଅବ୍ରହାମ ଏକ ବିରାଟ ଭୋଜିର ଆୟୋଜନ କଲେ। ହାଗାରର ପୁଅ ଖେଳୁଥିବାର[a] ସାରା ଦେଖିଲେ। ଯାହା ହାଗାର ମିଶରୀୟ ଏହି ପୁତ୍ର ଅବ୍ରହାମଙ୍କ ଦ୍ୱାରା ହୋଇଥିଲା। 10 ସାରା ଅବ୍ରହାମଙ୍କୁ କହିଲେ, “ସେହି ଦାସୀ ଓ ତା'ର ପୁତ୍ରକୁ ଦୂରସ୍ଥାନକୁ ତଡ଼ିଦିଅ। ଯେତେବେଳେ ଆମ୍ଭେ ମରିଯିବା ମୋର ପୁତ୍ର ଇ‌ସ୍‌ହାକ ଆମ୍ଭର ଉତ୍ତରାଧିକାରୀ ହେବ। ମୁଁ ସେହି ଦାସୀର ପୁତ୍ର, ଇ‌ସ୍‌ହାକ ସହିତ ଅଂଶ ଅଧିକାର ପାଉ ବୋଲି ଗ୍ଭହେଁ ନାହିଁ।”

11 ଏହି ଦୁଃଖ ଅବ୍ରହାମଙ୍କୁ ଘାରିଲା, ସେ ତାଙ୍କର ପୁତ୍ର ଇଶ୍ମାଏଲ ବିଷୟରେ ବହୁତ ଭାବିଲେ। 12 କିନ୍ତୁ ପରମେଶ୍ୱର ଅବ୍ରହାମଙ୍କୁ କହିଲେ, “ତୁମ୍ଭର ସେହି ଦାସୀ ଏବଂ ତାଙ୍କର ପୁତ୍ର ପାଇଁ ବ୍ୟସ୍ତ ହେବାର ନାହିଁ। ସାରା ଯେପରି ଗ୍ଭହୁଁଛି ସେପରି କର। ଇ‌ସ୍‌ହାକ ତୁମ୍ଭର ପରିବାରର ନାମ ରଖିବ। 13 କିନ୍ତୁ ମୁଁ ତୁମ୍ଭର ଦାସୀର ପୁତ୍ରଠାରୁ ମଧ୍ୟ ଏକ ମହାନ ଜାତି ନିର୍ମାଣ କରିବି। କାରଣ ସେ ତୁମ୍ଭର ପୁତ୍ର।”

14 ତା’ ପରଦିନ ପ୍ରତ୍ୟୁଷରୁ ଅବ୍ରହାମ କିଛି ଖାଦ୍ୟ ଓ ପାଣିଥଳି ଆଣିଲେ। ଅବ୍ରହାମ ତାହା ହାଗାରକୁ ଦେଲେ। ଅବ୍ରହାମ ହାଗାର ଓ ତା'ର ପୁତ୍ରକୁ ସେହି ଜିନିଷ ସହିତ ପଠାଇ ଦେଲେ। ହାଗାର ସେ ସ୍ଥାନ ଛାଡ଼ି ‌ବେ‌ର୍‌ଶେବା ମରୁଭୂମିରେ ଭ୍ରମଣ କଲେ।

15 ଯେତେବେଳେ ସମସ୍ତ ପାଣି ଶେଷ ହୋଇଗଲା ସେତେବେଳେ ହାଗାର ତା'ର ପୁତ୍ରକୁ ଏକ ବୁଦା ତଳେ ରଖିଲା। 16 ହାଗାର ସେଠାରୁ କିଛି ଦୂରକୁ ଗଲା, ସେତେ ଦୂର ଯେତେ ଦୂର ଗୋଟିଏ ଧନୁରୁ ଶର ମାରିଲେ ଯାଏ। ସେଠାରେ ସେ ଯାଇ ବସି ପଡ଼ିଲା। ହାଗାର ତା'ର ପିଲାଟି ମୃତ୍ୟୁବରଣ କରୁଥିବାର ଦେଖିବାକୁ ଗ୍ଭହିଁଲା ନାହିଁ। ତେଣୁ ସେ ସେଠାରେ କ୍ରନ୍ଦନ କଲା।

17 ପରମେଶ୍ୱର ସେହି ବାଳକର କ୍ରନ୍ଦନ ଶୁଣିପାରିଲେ ଏବଂ ପରମେଶ୍ୱରଙ୍କର ଦୂତ ସ୍ୱର୍ଗରୁ ହାଗାରକୁ କହିଲେ, “କ’ଣ ହେଲା ହାଗାର? ଭୟ କର ନାହିଁ! ସଦାପ୍ରଭୁ ସେହି ସ୍ଥାନରୁ ସେ ପିଲାର କ୍ରନ୍ଦନ ଶୁଣି ପାରୁଛନ୍ତି। 18 ଯାଅ ଏବଂ ବାଳକକୁ ସାହାଯ୍ୟ କର। ତା'ର ହାତ ଧରି ତାକୁ ଆଗେଇ ନିଅ। ମୁଁ ତାଙ୍କୁ ବହୁ ସନ୍ତାନର ପିତା କରିବି।”

19 ଏହା ପରେ ପରମେଶ୍ୱର ହାଗାରକୁ ଏକ କୂପ ଦେଖାଇଲେ। ତେଣୁ ହାଗାର ସେହି କୂପ ପାଖକୁ ଯାଇ ତାଙ୍କର ଥଳିରେ ପାଣି ଭର୍ତ୍ତିକଲା। ଏହା ପରେ ତା'ର ପୁତ୍ରକୁ ସେଥିରୁ ପାଣି ପିଇବାକୁ ଦେଲା।

20 ପରମେଶ୍ୱରଙ୍କର ଦୟାରୁ ସେହି ବାଳକ ବଡ଼ ହେଲା। ଇଶ୍ମାଏଲ ମରୁଭୂମିରେ ବାସକଲା ଏବଂ ଏକ ଶିକାରୀ ହେଲା। ସେ ଧନୁ ମାରିବା ନିପୁଣଭାବରେ ଶିକ୍ଷା କଲା। 21 ତା'ର ମା ତା’ ପାଇଁ ଏକ ସ୍ତ୍ରୀ ମିଶରରେ ଠିକ୍ କଲା। ସେମାନେ ପାରଣ ନାମକ ମରୁଭୂମିରେ ବାସ କଲେ।

ଅବିମେଲକ ସହିତ ଅବ୍ରହାମଙ୍କର ମୂଲଗ୍ଭଲ

22 ଏହା ପରେ ଅବିମେଲକ ଏବଂ ଫୀଖୋଲ୍ ନାମକ ଅବ୍ରହାମଙ୍କର ସେନାପତି ଅବ୍ରହାମଙ୍କୁ କହିଲେ, “ପରମେଶ୍ୱର ତୁମ୍ଭର ପ୍ରତ୍ୟେକ କାର୍ଯ୍ୟରେ ସହାୟ ଅଟନ୍ତି। 23 ତେଣୁ ତୁମ୍ଭେ ମୋ'ଠାରେ ପରମେଶ୍ୱରଙ୍କ ଆଗରେ ପ୍ରତିଜ୍ଞା କର। ତୁମ୍ଭେ ଏହି ପ୍ରତିଜ୍ଞା କର ଯେ ତୁମ୍ଭେ ମୋ’ ପ୍ରତି ଓ ମୋର ସନ୍ତାନମାନଙ୍କ ପ୍ରତି ବିଶ୍ୱାସଘାତ କରିବ ନାହିଁ। ପ୍ରତିଜ୍ଞା କର ତୁମ୍ଭେ ମୋ’ ପ୍ରତି ଦୟା ଦେଖାଇବ ଏବଂ ମୋର ଦେଶ ଯେଉଁଠାରେ ତୁମ୍ଭେ ଏକ ବିଦେଶୀ ପରି ବାସ କରୁଛ। ପ୍ରତିଜ୍ଞା କର ତୁମ୍ଭେ ମୋ’ ପ୍ରତି ଦୟା କରିବ। ମୁଁ ଯେପରି ତୁମ୍ଭକୁ ଦୟା ଦେଖାଇଛି।”

24 ତହିଁରେ ଅବ୍ରହାମ କହିଲେ, “ମୁଁ ପ୍ରତିଜ୍ଞା କରୁଛି।” 25 ଏହା ପରେ ଅବ୍ରହାମ ଅବିମେଲକଠାରେ ଅଭିଯୋଗ କଲେ। କାରଣ ଅବିମେଲକର ଦାସମାନେ ଏକ କୂଅକୁ କ‌ବ୍‌ଜା କରି ନେଇଛନ୍ତି।

26 କିନ୍ତୁ ଅବିମେଲକ କହିଲେ, “ମୁଁ ଜାଣେ ନାହିଁ କିଏ ଏହା କରିଛି। ତୁମ୍ଭେ ଆଗରୁ ମୋତେ ଏ ବିଷୟରେ କିଛି କହିଲ ନାହିଁ। ମୁଁ ଆଜି ଏ ବିଷୟରେ ଶୁଣିବାକୁ ପାଇଲି।”

27 ତେଣୁ ଅବ୍ରହାମ ଓ ଅବିମେଲକ ମଧ୍ୟରେ ଏକ ଚୁକ୍ତି ହେଲା। ଅବ୍ରହାମ ଅବିମେଲକକୁ ଚୁକ୍ତିର ପ୍ରମାଣ ସ୍ୱରୂପ କିଛି ମେଷ ଓ ଗୋରୁ ଦେଲେ। 28 ଅବ୍ରହାମ ମଧ୍ୟ ମେଷପଲରୁ ସାତୋଟା ମେଷବତ୍ସା ଅଲଗା କରି ରଖିଲେ।

29 ଅବିମେଲକ ଅବ୍ରହାମଙ୍କୁ ପଗ୍ଭରିଲେ, “କାହିଁକି ତୁମ୍ଭେ ଏହି ସାତୋଟା ମେଷକୁ ଅଲଗା କଲ?”

30 ଅବ୍ରହାମ ଉତ୍ତର ଦେଲେ, “ମୁଁ ଯେ ଏହି କୂପ ଖୋଳିଅଛି ତହିଁର ପ୍ରମାଣ ନିମନ୍ତେ ମୋ'ଠାରୁ ଏହି ସାତୋଟା ମେଷ ବତ୍ସା ନେବାକୁ ହେବ।”

31 ଏଣୁ ସେହି ସ୍ଥାନର ନାମ ‌ବେ‌ର୍‌ଶେବା ହେଲା, ସେ ସେହି କୂପର ନାମ ଏପରି ଦେଲେ, କାରଣ ସେହି ସ୍ଥାନରେ ଉଭୟ ପ୍ରତିଜ୍ଞା କରିଥିଲେ।

32 ତେଣୁ ଅବ୍ରହାମ ଏବଂ ଅବିମେଲକ ‌ବେ‌ର୍‌ଶେବାଠାରେ ଏକ ଚୁକ୍ତି କଲେ। ଏହା ପରେ ଅବିମେଲକ ଏବଂ ତାଙ୍କର ସେନାପତି ପଲେଷ୍ଟୀୟମାନଙ୍କ ଦେଶକୁ ଫେରିଗଲେ।

33 ଅବ୍ରହାମ ଏକ ବିଶେଷ ଗଛ ସେଠାରେ ରୋପଣ କଲେ। ସେହି ସ୍ଥାନରେ ଅବ୍ରହାମ ଅନାଦି ଅନନ୍ତ ପରମେଶ୍ୱରଙ୍କୁ ପ୍ରାର୍ଥନା କଲେ। 34 ଏବଂ ଅବ୍ରହାମ ପଲେଷ୍ଟୀୟମାନଙ୍କ ଦେଶରେ ବହୁ ଦିନ ବାସ କଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center