Beginning
ହାଗାର, ଦାସୀବାଳିକା
16 ଅବ୍ରାମଙ୍କର ସ୍ତ୍ରୀ ସାରୀ ନିଃସନ୍ତାନ ଥିଲେ। ତାଙ୍କର ଗୋଟିଏ ହାଗାର ନାମ୍ନୀ ମିଶର ଦେଶୀୟ ଦାସୀ ଥିଲା। 2 ସାରୀ ଅବ୍ରାମଙ୍କୁ କହିଲେ, “ସଦାପ୍ରଭୁ ମୋତେ ସନ୍ତାନସନ୍ତତିରୁ ବଞ୍ଚିତ କରିଅଛନ୍ତି। ତେଣୁ ହାଗାର ସହିତ ସହବାସ କର। ପ୍ରାୟ ତା’ ମାଧ୍ୟମରେ ମୁଁ ଏକ ପୁତ୍ର ପାଇ ପାରିବି।” ଅବ୍ରାମ ତାଙ୍କ ସ୍ତ୍ରୀଙ୍କର କଥା ଗ୍ରହଣ କଲେ।
3 ଅବ୍ରାମ କିଣାନ ଦେଶରେ ଦଶ ବର୍ଷ କଟାଇଲା ପରେ ଏହିପରି ହୋଇଥିଲା ଯେ, ତାଙ୍କର ସ୍ତ୍ରୀ ସାରୀ ତାହାଙ୍କ ମିଶରୀୟ ଦାସୀ ହାଗାରକୁ ତାଙ୍କ ସ୍ୱାମୀ ଅବ୍ରାମଙ୍କ ସହିତ ବିବାହ ଦେଲେ, ଯାହାଫଳରେ ସେ ତା’ ସହିତ ସହବାସ କରି ପାରିବେ। 4 ହାଗାର ଅବ୍ରାମଙ୍କ ଦ୍ୱାରା ଗର୍ଭବତୀ ହେଲା। ଯେତେବେଳେ ହାଗାର ଏହା ଜାଣିଲା ତା'ର ମାଲିକାଣୀଙ୍କୁ ସେ ବେଶି ସମ୍ମାନ ଦେଲା ନାହିଁ। 5 କିନ୍ତୁ ସାରା ଅବ୍ରାମଙ୍କୁ କହିଲେ “ଏହା ତୁମ୍ଭର ଭୁଲ୍ ଯେ ମୋର ଦାସୀ ମୋତେ ଖରାପ ବ୍ୟବହାର କରୁଛି। ମୁଁ ତାକୁ ତୁମ୍ଭକୁ ଦେଇଥିଲି, ତା'ପରେ ସେ ଗର୍ଭବତୀ ହେଲା ଏବଂ ଏହା ପରେ ସେ ମୋତେ ଯେତିକି ସମ୍ମାନ ଦେବା ଉଚିତ୍ ସେତିକି ସମ୍ମାନ ଦେଉ ନାହିଁ। ମୁଁ ଗ୍ଭହୁଁଛି ସଦାପ୍ରଭୁ ତୁମ୍ଭ ଓ ମୋର ବିଗ୍ଭର କରନ୍ତୁ।”
6 କିନ୍ତୁ ଅବ୍ରାମ ସାରୀକୁ କହିଲେ, “ହାଗାର ତୁମ୍ଭର ଦାସୀ। ତୁମ୍ଭେ ତା’ ପ୍ରତି ଯାହା ଗ୍ଭହଁ ତାହା କରିପାର।” ତେଣୁ ସାରୀ ତା’ ପ୍ରତି କଠିନ ବ୍ୟବହାର କରନ୍ତେ, ହାଗାର ଛାଡ଼ି ପଳାଇଲା।
ହାଗାରର ପୁତ୍ର ଇଶ୍ମାଏଲ
7 ସଦାପ୍ରଭୁଙ୍କର ଦୂତ ତାହାଙ୍କୁ ଏକ ମରୁଭୂମିର ଝରଣା ନିକଟରେ ଦେଖିଲେ। ସେହି ଝରଣାଟି, ଶୂରକୁ ଯାଉଥିବା ରାସ୍ତାର ପାଖରେ ଥିଲା। 8 ସଦାପ୍ରଭୁଙ୍କର ଦୂତ କହିଲେ, “ହାଗାର, ସାରୀର ଦାସୀ, ତୁମ୍ଭେ କେଉଁଠାରୁ ଆସିଛ ଓ ତୁମ୍ଭେ କେଉଁଠାକୁ ଯାଉଛ?”
ହାଗାର ଉତ୍ତର ଦେଲା, “ମୁଁ ମୋର ମାଲିକାଣୀ ସାରୀ ପାଖରୁ ଦୌଡ଼ି ପଳାଇ ଯାଉଛି।”
9 ସଦାପ୍ରଭୁଙ୍କର ଦୂତ ହାଗାରକୁ କହିଲେ, “ତୁମ୍ଭର ମାଲିକାଣୀ ପାଖକୁ ଫେରିଯାଅ ଓ ନିଜକୁ ତା'ର ପାଖରେ ସମର୍ପଣ କର।” 10 ସଦାପ୍ରଭୁଙ୍କର ଦୂତ ହାଗାରକୁ ପୁଣି କହିଲେ, “ତୁମ୍ଭର ଅନେକ ବଂଶଧର ଜନ୍ମ ହେବେ। ସେମାନଙ୍କୁ ଗଣି ହେବ ନାହିଁ।”
11 ସଦାପ୍ରଭୁଙ୍କର ଦୂତ ମଧ୍ୟ ଏପରି କହିଲେ,
“ହାଗାର ତୁମ୍ଭେ ବର୍ତ୍ତମାନ ଗର୍ଭବତୀ।
ତୁମ୍ଭଠାରୁ ଏକ ପୁତ୍ର ସନ୍ତାନ ଜନ୍ମିବ।
ତୁମ୍ଭେ ତା'ର ନାମ ଇଶ୍ମାଏଲ ଦେବ।
କାରଣ ସଦାପ୍ରଭୁ ଶୁଣିଛନ୍ତି, ତୁମ୍ଭେ ଯେତେବେଳେ ଦୁଃଖ ପାଉଥିଲ।
12 ତୁମ୍ଭର ପୁତ୍ର ବନ୍ୟ ଗର୍ଦ୍ଦଭ ଭଳି
ଜୀବନଯାପନ କରିବ।
ତା'ର ହସ୍ତ ସମସ୍ତଙ୍କ ବିରୁଦ୍ଧରେ
ଓ ସମସ୍ତଙ୍କର ହସ୍ତ ତା'ର ବିରୁଦ୍ଧରେ ଥିବ।
ଏବଂ ସେ ତା'ର ଭାଇମାନଙ୍କ ସମ୍ମୁଖରେ ବାସ କରିବ।”
13 ଏହା ପରେ ହାଗାର ସଦାପ୍ରଭୁଙ୍କର ଏହି ନାମ ରଖିଲା ଯଥା, “ଯେଉଁ ପରମେଶ୍ୱର ମୋତେ ଦେଖନ୍ତି” ସେ (ସ୍ତ୍ରୀ) ଏହା କହିଲା, କାରଣ ସେ ଚିନ୍ତା କଲା, “ମୁଁ କ’ଣ ପ୍ରକୃତରେ ତାଙ୍କୁ ଏଠାରେ ଦେଖିଲି ଯିଏ ମୋତେ ଦେଖନ୍ତି?”[a] 14 ତେଣୁ ସେହି କୂପର ନାମ ବେରଲହୟ-ରୋୟୀ ରଖିଲା। ସେହି କୂପ କାଦେଶ ଓ ବେରଦ ମଧ୍ୟରେ ଅଛି।
15 ହାଗାର ଅବ୍ରାମଙ୍କର ପୁତ୍ରକୁ ଜନ୍ମ ଦେଲା ଏବଂ ଅବ୍ରାମ ତା'ର ନାମ ଇଶ୍ମାଏଲ ଦେଲେ। 16 ଅବ୍ରାମ ଛୟାଅଶୀ ବର୍ଷ ହୋଇଥିଲେ, ଯେତେବେଳେ ଇଶ୍ମାଏଲ ହାଗାରଠାରୁ ଜନ୍ମ ଲାଭ କଲା।
ସୁନ୍ନତ୍-ଚୁକ୍ତିର ପ୍ରମାଣ
17 ଯେତେବେଳେ ଅବ୍ରାମଙ୍କୁ ଅନେଶ୍ୱତ ବର୍ଷ ସେତେବେଳେ ସଦାପ୍ରଭୁ ତାଙ୍କୁ ଦର୍ଶନ ଦେଲେ ଏବଂ କହିଲେ, “ମୁଁ ସର୍ବଶକ୍ତିମାନ ପରମେଶ୍ୱର। ଉତ୍ତମ କାର୍ଯ୍ୟମାନ କର। ମୋତେ ମାନ ଏବଂ ନିଷ୍ଠାପର ଜୀବନଯାପନ କର। 2 ଯଦି ତୁମ୍ଭେ ଏପରି କର, ମୁଁ ତୁମ୍ଭ ସହିତ ଏକ ଚୁକ୍ତି କରିବାକୁ ପ୍ରସ୍ତୁତ ଅଛି। ମୁଁ ପ୍ରତିଜ୍ଞା କରୁଛି ତୁମ୍ଭର ଲୋକମାନଙ୍କୁ ନେଇ ମୁଁ ଏକ ବିରାଟ ଜାତି ସୃଷ୍ଟି କରିବି।”
3 ତହିଁରେ ଅବ୍ରାମ ପରମେଶ୍ୱରଙ୍କଠାରେ ମଥାନତ କଲେ। ପରମେଶ୍ୱର ତାଙ୍କୁ କହିଲେ, 4 “ଏହା ହେଉଛି ତୁମ୍ଭ ସହିତ ମୋର ଚୁକ୍ତିର ଏକ ଅଂଶ। ମୁଁ ତୁମ୍ଭକୁ ବହୁଜାତିର ପିତା କରିବି। 5 ମୁଁ ତୁମ୍ଭର ନାମ ପରିବର୍ତ୍ତନ କରି ଦେବି। ତୁମ୍ଭର ନାମ ଅବ୍ରାମ ରହିବ ନାହିଁ। ତୁମ୍ଭର ନାମ ଅବ୍ରହାମ ରହିବ। ମୁଁ ତୁମ୍ଭକୁ ଏପରି ନାମ ଦେବି କାରଣ ମୁଁ ତୁମ୍ଭକୁ ଅନେକ ଜାତିଗଣର ଜନକ କରିବି। 6 ଆମ୍ଭେ ତୁମ୍ଭକୁ ବହୁତ ବଂଶଧର କରିବୁ। ନୂଆ ଜାତି ଓ ନୂତନ ରାଜା ତୁମ୍ଭଠାରୁ ସୃଷ୍ଟି ହେବେ। 7 ମୁଁ ତୁମ୍ଭ ସହିତ ଏକ ଚୁକ୍ତି କରିବି। ସେହି ଚୁକ୍ତି ମଧ୍ୟ ତୁମ୍ଭର ବଂଶଧରମାନଙ୍କ ପାଇଁ ହେବ। ଏହି ଚୁକ୍ତି ଅନନ୍ତକାଳସ୍ଥାୟୀ ହେବ। ତହିଁରେ ମୁଁ ତୁମ୍ଭର ଓ ତୁମ୍ଭ ଭବିଷ୍ୟଦ୍ ବଂଶଧରମାନଙ୍କର ପରମେଶ୍ୱର ହେବି। 8 ବର୍ତ୍ତମାନ ତୁମ୍ଭେ ଯେଉଁ ଦେଶରେ ଅସ୍ଥାୟୀ ଭାବରେ ବାସ କରୁଅଛ ତାହା ଚିରଦିନ ପାଇଁ ତୁମ୍ଭର ହେବ। ମୁଁ ତୁମ୍ଭକୁ ଏବଂ ତୁମ୍ଭ ଭବିଷ୍ୟଦ୍ ବଂଶଧରମାନଙ୍କୁ କିଣାନର ସମଗ୍ର ଦେଶ ଚିରକାଳ ପାଇ ଦେବି ଏବଂ ମୁଁ ସେମାନଙ୍କର ପରମେଶ୍ୱର ହେବି।”
9 ଏବଂ ପରମେଶ୍ୱର ଅବ୍ରହାମଙ୍କୁ କହିଲେ, “ବର୍ତ୍ତମାନ ଏହା ତୁମ୍ଭର ଚୁକ୍ତିର ଏକ ଅଂଶ। ତୁମ୍ଭେ ଓ ତୁମ୍ଭର ବଂଶ ଆମ୍ଭର ଚୁକ୍ତିକୁ ମାନି ଚଳିବ। 10 ଏହି ଚୁକ୍ତିକୁ ତୁମ୍ଭେମାନେ ନିଶ୍ଚୟ ପାଳନ କରିବ। ଏହା ହେଉଛି ତୁମ୍ଭ ଓ ମୋ’ ମଧ୍ୟରେ ଚୁକ୍ତି ଏବଂ ଏହା ମଧ୍ୟ ତୁମ୍ଭର ବଂଶଧରମାନଙ୍କ ପାଇଁ। ତାହା ଏହି, ପ୍ରତ୍ୟେକ ଜନ୍ମ ହେବା ପୁରୁଷକୁ ନିଶ୍ଚୟ ସୁନ୍ନତ କରାଯିବ। 11 ତୁମ୍ଭେମାନେ ନିଶ୍ଚୟ ସୁନ୍ନତ[b] ହେବ। ଏହା ତୁମ୍ଭମାନଙ୍କର ନିୟମର ଚିହ୍ନ ହେବ। 12 ତୁମ୍ଭର ପୁତ୍ରମାନଙ୍କୁ ଯେତେବେଳେ ଆଠଦିନ ହେବ, ତୁମ୍ଭେ ସେତେବେଳେ ସେମାନଙ୍କୁ ସୁନ୍ନତ କରିବ। ତୁମ୍ଭମାନଙ୍କର ଓ ତୁମ୍ଭମାନଙ୍କ ଦାସମାନଙ୍କର, ତୁମ୍ଭର ଘରେ ଯେଉଁମାନେ ଜନ୍ମ ହୋଇଛନ୍ତି, ଯେଉଁମାନେ ବିଦେଶରୁ କିଣା ଯାଇଅଛନ୍ତି, ସମସ୍ତ ପୁତ୍ରଗଣଙ୍କୁ ସୁନ୍ନତ କରାଯିବ। 13 ସେଥିପାଇଁ ତୁମ୍ଭର ସମସ୍ତ ପୁରୁଷ ସେବକଗଣ ନିଶ୍ଚୟ ସୁନ୍ନତ ହେବେ ଓ ତୁମ୍ଭମାନଙ୍କର ଶରୀରରେ, ଚୁକ୍ତି ହିସାବରେ ମୋର ଚିରନ୍ତନ ଚିହ୍ନ ରହିବ। 14 ଯେଉଁ ମନୁଷ୍ୟମାନଙ୍କର ସୁନ୍ନତ ହୋଇ ନାହିଁ, ସେମାନଙ୍କୁ ତା'ର ଲୋକମାନଙ୍କଠାରୁ ବାସନ୍ଦ କରାଯିବ। କାରଣ ସେ ମୋର ଚୁକ୍ତି ଭଙ୍ଗ କରିଛି।”
ଇସ୍ହାକ-ପ୍ରତିଜ୍ଞାର ପୁତ୍ର
15 ପରମେଶ୍ୱର ଅବ୍ରହାମଙ୍କୁ କହିଲେ, “ମୁଁ ତୁମ୍ଭ ସ୍ତ୍ରୀ ସାରୀର ଏକ ନୂତନ ନାମକରଣ କରିବି। ତାଙ୍କର ନୂତନ ନାମ ସାରା ହେବ। 16 ମୁଁ ତାଙ୍କୁ ଆଶୀର୍ବାଦ କରିବି। ମୁଁ ତାଙ୍କ କୋଳରେ ଏକ ପୁତ୍ର ଦେବି। ଏବଂ ତୁମ୍ଭେ ତା'ର ପିତା ହେବ। ସେ ବହୁ ଜାତିର ଆଦିମାତା ହେବ। ଜାତିଗଣର ରାଜାମାନେ ତାଙ୍କଠାରୁ ଜନ୍ମ ନେବେ।”
17 ଅବ୍ରହାମ ମୁହଁ ତଳକୁ କରି ଭୂମିରେ ପଡ଼ିଲେ ଓ ହସିଲେ। ସେ ନିଜକୁ କହିଲେ, “କ’ଣ ଜଣେ 100 ବର୍ଷର ଲୋକ କୌଣସି ସ୍ତ୍ରୀକୁ ଗର୍ଭବତୀ କରାଇପାରିବ? କ’ଣ ସାରା ନବେ ବର୍ଷରେ ପିଲା ଧାରଣ କରି ପାରିବ?”
18 ଏହା ପରେ ଅବ୍ରହାମ ପରମେଶ୍ୱରଙ୍କୁ କହିଲେ, “ମୁଁ ଇଚ୍ଛା କରୁଛି ଯେ, ତୁମ୍ଭେ ଇଶ୍ମାଏଲକୁ ଅନୁଗ୍ରହ କରିବ।”
19 ପରମେଶ୍ୱର କହିଲେ, “ନାଁ, ମୁଁ କହିଲି, ତୁମ୍ଭର ସ୍ତ୍ରୀ ସାରା, ପୁତ୍ର ଜନ୍ମ କରିବ। ତୁମ୍ଭେ ତା'ର ନାମ ଇସ୍ହାକ ରଖିବ। ମୁଁ ତାଙ୍କ ସହିତ ଚୁକ୍ତି କରିବି। ସେହି ଚୁକ୍ତି ତୁମ୍ଭର ବଂଶଧରମାନଙ୍କ ପାଇଁ ଚିରକାଳସ୍ଥାୟୀ ହେବ।
20 “ମୁଁ ଇଶ୍ମାଏଲ ବିଷୟରେ ତୁମ୍ଭର ଅନୁରୋଧ ଶୁଣିଛି। ମୁଁ ତାଙ୍କୁ ଆଶୀର୍ବାଦ କରିବି। ତା'ର ବହୁ ସନ୍ତାନ ଜନ୍ମ ହେବେ। ତାହାଠାରୁ ବାର ଜଣ ଅଧିପତି ଜନ୍ମ ନେବେ ତାଙ୍କର ପରିବାର ଏକ ବିରାଟ ଜାତି ହେବ। 21 କିନ୍ତୁ ମୋର ଚୁକ୍ତି ଇସ୍ହାକ ସହିତ ହେବ। ସାରା ଇସ୍ହାକକୁ ଜନ୍ମ ଦେବ। ଆସନ୍ତା ବର୍ଷ ଏହି ସମୟରେ ଇସ୍ହାକ ଜନ୍ମ ନେବ।”
22 ପରମେଶ୍ୱର ଅବ୍ରହାମଙ୍କ ସହିତ କଥା ହୋଇ ସାରିବା ପରେ ସ୍ୱର୍ଗକୁ ଗ୍ଭଲିଗଲେ। 23 ତା'ପରେ ଠିକ୍ ସେହି ଦିନ ଅବ୍ରହାମ ଇଶ୍ମାଏଲ ଓ ତାଙ୍କର ସମସ୍ତ ସେବକଗଣଙ୍କୁ ଏବଂ ଦାସଗଣଙ୍କୁ ଏକତ୍ରିତ କଲେ। ଅବ୍ରହାମ ମଧ୍ୟ କ୍ରୀତଦାସମାନଙ୍କୁ ଏକତ୍ରିତ କଲେ। ଅବ୍ରହାମ ପରିବାରର ସମସ୍ତ ପୁରୁଷଗଣ ଏକତ୍ରିତ ହେଲେ। ଏବଂ ସମସ୍ତେ ସୁନ୍ନତ ହେଲେ। ପରମେଶ୍ୱରଙ୍କ ବାକ୍ୟାନୁସାରେ ଅବ୍ରହାମ ସେମାନଙ୍କୁ ସୁନ୍ନତ କରାଇଲେ।
24 ଅବ୍ରହାମ ଅନେଶ୍ୱତ ବର୍ଷ ବୟସରେ ସୁନ୍ନତ ହେଲେ। 25 ଇଶ୍ମାଏଲଙ୍କୁ ଯେତେବେଳେ ତେର ବର୍ଷ ବୟସ ହୋଇଥିଲା ସେତେବେଳେ ସେ ସୁନ୍ନତ ହେଲେ। 26 ଅବ୍ରହାମ ଏବଂ ତାଙ୍କର ପୁତ୍ର ଇଶ୍ମାଏଲ ସେହି ଗୋଟିଏ ଦିନରେ ସୁନ୍ନତ ହେଲେ। 27 ଯଦିଓ ଅବ୍ରହାମଙ୍କ ପରିବାର ସମସ୍ତ ଲୋକ ସେହିଦିନ ସୁନ୍ନତ ହେଲେ। ସମସ୍ତ ଦାସ ଏବଂ କ୍ରୀତଦାସମାନେ ମଧ୍ୟ ସୁନ୍ନତ ହେଲେ।
ତିନି ପରିଦର୍ଶକ
18 ଏହା ପରେ, ପୁନର୍ବାର ସଦାପ୍ରଭୁ ଅବ୍ରହାମଙ୍କୁ ମମ୍ରିର ଅଲୋନବୃକ୍ଷ ନିକଟରେ ଦେଖାଦେଲେ। ମଧ୍ୟାହ୍ନ ସମୟରେ ଅବ୍ରହାମ ତାଙ୍କର ତମ୍ବୁର ଦ୍ୱାର ଦେଶରେ ବସିଥିଲେ। 2 ଅବ୍ରହାମ ଦେଖିଲେ ତିନି ଜଣ ଲୋକ ତାଙ୍କ ସମ୍ମୁଖରେ ଛିଡ଼ା ହୋଇଥିଲେ। ଅବ୍ରହାମ ଏହା ଦେଖିବାପରେ ସେମାନଙ୍କ ପାଖକୁ ଧାଇଁଗଲେ ଓ ଭୂମିଷ୍ଠ ହେଲେ। 3 ଅବ୍ରହାମ କହିଲେ, “ମହାଶୟଗଣ, ଯଦି ତୁମ୍ଭେମାନେ ମୋ’ ଉପରେ ସନ୍ତୁଷ୍ଟ, ଦୟାକରି ତୁମ୍ଭର ଦାସ ନିକଟରେ କିଛି କ୍ଷଣ ରୁହ। 4 ମୁଁ କିଛି ଜଳରେ ଆପଣମାନଙ୍କୁ ପଦଧୌତ କରିବି ଓ ଆପଣମାନେ ଏହି ବୃକ୍ଷମୂଳରେ ଟିକେ ବିଶ୍ରାମ କରନ୍ତୁ। 5 ମୁଁ ଆପଣମାନଙ୍କୁ ତୃପ୍ତ କରିବା ପାଇଁ କିଛି ଖାଦ୍ୟ ଦେବି। ତା'ପରେ ଆପଣମାନେ ଯାତ୍ରା କରିବେ।”
ସେହି ତିନି ଜଣ କହିଲେ, “ତାହା ଉତ୍ତମ, ଯାହା କହିଲ ତାହା କର।”
6 ଅବ୍ରହାମ ଶୀଘ୍ର ତମ୍ବୁ ଭିତରକୁ ପ୍ରବେଶ କରି ସାରାକୁ କହିଲେ, “ତିନି ସେର ଉତ୍ତମ ମଇଦା ନେଇ ଛାଣି ଶୀଘ୍ର ରୋଟୀ ପ୍ରସ୍ତୁତ କର।” 7 ଏହା ପରେ ଅବ୍ରହାମ ଗୁହାଳକୁ ଦୌଡ଼ିଲେ। ଅବ୍ରହାମ ତାଙ୍କର ଏକ ସୁନ୍ଦର ବାଛୁରି ଆଣିଲେ ଓ ତାଙ୍କର ଦାସକୁ ନିର୍ଦ୍ଦେଶ ଦେଲେ, ଶୀଘ୍ର ଏହାକୁ ଖାଦ୍ୟ ପ୍ରସ୍ତୁତ କର। 8 ଅବ୍ରହାମ କିଛି ରନ୍ଧା ମାଂସ, କିଛି ରୋଟୀ, ଦୁଗ୍ଧ କିଛି ଛେନା ଆଣି ସେହି ତିନି ଲୋକଙ୍କ ସମ୍ମୁଖରେ ରଖିଲେ। ଅବ୍ରହାମ ତାଙ୍କ ନିକଟରେ ଛିଡ଼ା ହୋଇ ଖାଇବାକୁ ନିବେଦନ କଲେ। ସେମାନେ ସେହି ବୃକ୍ଷମୂଳେ ତାହା ଭୋଜନ କଲେ।
9 ଏହା ପରେ ସେହି ଲୋକମାନେ ପଗ୍ଭରିଲେ, “ତୁମ୍ଭର ସ୍ତ୍ରୀ ସାରା କେଉଁଠାରେ?”
ଅବ୍ରହାମ ଉତ୍ତର ଦେଲେ, “ସେ ଏହି ତମ୍ବୁରେ ଅଛି।”
10 ତହୁଁ ସେ କହିଲେ, “ବସନ୍ତ ସମୟରେ ଆମ୍ଭେ ପୁନରାୟ ତୁମ୍ଭ ତମ୍ବୁକୁ ଆସିବୁ। ଏହି ସମୟରେ ତୁମ୍ଭ ସ୍ତ୍ରୀ ଏକ ପୁତ୍ର ସନ୍ତାନ ଜନ୍ମ ଦେବ।”
ସାରା ତମ୍ବୁରେ ରହି ଏହିକଥା ଶୁଣୁଥିଲେ। 11 ବର୍ତ୍ତମାନ ଅବ୍ରହାମ ଓ ସାରା ବହୁତ ବୃଦ୍ଧ ହେଲେ। ସାରାର ପିଲା ଜନ୍ମ କରିବା ବୟସ ଅତିକ୍ରମ ହୋଇଥିଲା। 12 ତେଣୁ ସାରା ଶୁଣିଥିବା କଥାକୁ ବିଶ୍ୱାସ କରି ପାରିଲେ ନାହିଁ। ସେ ନିଜକୁ ନିଜେ ହସିଲେ ଏବଂ କହିଲେ, “ମୁଁ ଏବଂ ମୋର ସ୍ୱାମୀ ବାର୍ଦ୍ଧକ୍ୟରେ ଉପନୀତ। ପିଲା ଜନ୍ମ କରିବା ପାଇଁ, ଆମ୍ଭେ ବହୁତ ବୁଢ଼ା ବୁଢ଼ି ହୋଇଯାଇଛୁ।”
13 ଏହା ପରେ ସଦାପ୍ରଭୁ ଅବ୍ରହାମଙ୍କୁ କହିଲେ, “ସାରା ହସି କହୁଛି ସେ ପିଲା ଜନ୍ମ କରିବା ପାଇଁ ବେଶି ବୁଢ଼ି ହୋଇଯାଇଛି। 14 ସଦାପ୍ରଭୁଙ୍କ ପାଇଁ କ’ଣ କିଛି କଷ୍ଟସାଧ୍ୟ? ନାଁ! ମୁଁ ନିଶ୍ଚିତ ଏହି ବସନ୍ତରେ ପୁନରାୟ ଏଠାକୁ ଆସିବି, ମୁଁ କହୁଛି ପୁନରାୟ ଆସିବି। ଏବଂ ତୁମ୍ଭର ସ୍ତ୍ରୀ ସାରା ଏକ ପୁତ୍ରସନ୍ତାନ ଜନ୍ମ ଦେବ।”
15 କିନ୍ତୁ ସାରା ଅସ୍ୱୀକାର କରି କହିଲେ, “ମୁଁ ହସି ନ ଥିଲି!” ସେହିପରି ଭୟରେ କହିଥିଲି।
କିନ୍ତୁ ସଦାପ୍ରଭୁ କହିଲେ, “ମୁଁ ଜାଣେ ଏହା ସତ୍ୟ ନୁହେଁ। ତୁମ୍ଭେ ହସିଥିଲ!”
16 ଏହା ପରେ ସେହି ତିନି ଜଣ ଯିବା ପାଇଁ ଉଠିଲେ, ସେମାନେ ସଦୋମ ଆଡ଼େ ମୁହାଁଇଲେ। ଏବଂ ସେମାନେ ସେହି ବାଟେ ଯିବାକୁ ଆରମ୍ଭ କଲେ। ଅବ୍ରହାମ ତାଙ୍କୁ ବାଟେଇ ଦେଲେ।
ଅବ୍ରହାମଙ୍କ ମୂଲଚୂଲ
17 ସଦାପ୍ରଭୁ ନିଜକୁ ନିଜେ କହିଲେ, “ମୁଁ ଯାହା କରିବାକୁ ଉଦ୍ୟତ ଅଟେ, ତାହା କ’ଣ ଅବ୍ରହାମଙ୍କୁ କହିବି? 18 ଅବ୍ରହାମଠାରୁ ଏକ ମହାନ ଓ ବଳଶାଳୀ ଗୋଷ୍ଠୀ ଉତ୍ପନ୍ନ ହେବ ଓ ପୃଥିବୀର ଯାବତୀୟ ଗୋଷ୍ଠୀ ତାହାଠାରୁ ଆଶୀର୍ବାଦ ପ୍ରାପ୍ତ ହେବେ। 19 ମୁଁ ତାଙ୍କୁ ମନୋନୀତ କରିଛି। ମୁଁ ଏପରି କଲି, ସେଥିପାଇଁ ସେ ତାଙ୍କର ପିଲାମାନଙ୍କୁ ଓ ବଂଶଧରଙ୍କୁ ନିର୍ଦ୍ଦେଶ ଦେବେ, ଯେଉଁପରି ଭାବରେ ମୁଁ ସେମାନଙ୍କୁ ଜୀବନଧାରଣ କରିବାକୁ ଏବଂ ଯାହା ନ୍ୟାୟ ଓ ଯଥାର୍ଥ ତାହା କରିବାକୁ ଗ୍ଭହେଁ। ତା'ପରେ ମୁଁ ସଦାପ୍ରଭୁ, ଯାହା ପ୍ରତିଜ୍ଞା କଲି ତାହା ମୁଁ କରିବି।”
20 ଏହା ପରେ ସଦାପ୍ରଭୁ କହିଲେ, “ମୁଁ ଅନେକ ଅଭିଯୋଗ ଶୁଣିଅଛି, ସଦୋମ ଓ ଗୋମରାର ଲୋକମାନଙ୍କ ବିରୁଦ୍ଧରେ, ସେମାନେ ବହୁତ ପାପ କରିଛନ୍ତି। 21 ତେଣୁ ମୁଁ ସେଠାକୁ ଯିବି ଏବଂ ଦେଖିବି, ଯଦି ସେମାନେ ସେପରି କରିଅଛନ୍ତି, ଯାହା ମୁଁ ଶୁଣିଛି। ଯଦି ନାହିଁ, ମୁଁ ଜାଣିବାକୁ ଗ୍ଭହେଁ।”
22 ଦୁଇ ଜଣ ଲୋକ ସଦୋମ ଆଡ଼କୁ ଗଲେ, ଯେତେବେଳେ ସଦାପ୍ରଭୁ ଅବ୍ରହାମଙ୍କ ସହିତ ରହିଲେ। 23 ଏହା ପରେ ଅବ୍ରହାମ ସଦାପ୍ରଭୁଙ୍କର ନିକଟବର୍ତ୍ତୀ ହେଲେ ଏବଂ କହିଲେ, “ହେ ସଦାପ୍ରଭୁ, ଆପଣ କ’ଣ ନିରୀହ ଲୋକମାନଙ୍କୁ ଦୁଷ୍ଟ ଲୋକଙ୍କ ସହିତ ଧ୍ୱଂସ କରିବା ପାଇଁ ଯୋଜନା କରିଅଛନ୍ତି?” 24 ଯଦି ପଗ୍ଭଶ୍ ଜଣ ଧାର୍ମିକ ଲୋକ ସେହି ନଗରରେ ଥା’ନ୍ତି, ଆପଣ କ’ଣ କରିବେ? ଆପଣ କ’ଣ ସମ୍ପୂର୍ଣ୍ଣ ରୂପେ ସେହି ଦେଶକୁ ଧ୍ୱଂସ କରିବେ? ପଗ୍ଭଶ୍ ଜଣ ଧାର୍ମିକଙ୍କ ସକାଶେ କ’ଣ ସେହି ସ୍ଥାନ ରକ୍ଷା ନ କରି ସଂହାର କରିବେ? 25 ନିଶ୍ଚୟ ଆପଣ ଭଲ ଲୋକଙ୍କୁ ଦୁଷ୍ଟ ଲୋକଙ୍କ ସହିତ ଧ୍ୱଂସ କରିବେ ନାହିଁ। ଯଦି ଏହା ହୁଏ, ତେବେ ଦୁଷ୍ଟ ଓ ଧାର୍ମିକ ଲୋକ ସମାନ ଭାବରେ ଗଣାଯିବେ। କ’ଣ ସାରା ପୃଥିବୀର ବିଗ୍ଭରକର୍ତ୍ତା ଯାହା ନ୍ୟାୟ, ତାହା କରିବେ ନାହିଁ?”
26 ଏହା ପରେ ସଦାପ୍ରଭୁ କହିଲେ, “ମୁଁ ଯଦି ପଗ୍ଭଶ୍ ଜଣ ଭଲ ବ୍ୟକ୍ତି ସଦୋମରେ ଦେଖିବି, ମୁଁ ସେହି ସହରକୁ ଧ୍ୱଂସ କରିବି ନାହିଁ।”
27 ଏହା ପରେ ଅବ୍ରହାମ କହିଲେ, “ସଦାପ୍ରଭୁ ଆପଣଙ୍କ ତୁଳନାରେ ମୁଁ କେବଳ ଧୂଳି ଓ ପାଉଁଶ। କିନ୍ତୁ ମୋତେ କ୍ଷମା କରନ୍ତୁ ମୁଁ ଏତେ ସାହସୀ ହୋଇ ଆଉ ଏକ ପ୍ରଶ୍ନ ପଗ୍ଭରୁଅଛି। 28 ହୋଇପାରେ ସେହି ପଗ୍ଭଶ୍ ଜଣଙ୍କ ମଧ୍ୟରୁ ପାଞ୍ଚ ଜଣ ଊଣା ହୋଇପାରନ୍ତି, ଆପଣ କ’ଣ ଏହି ପାଞ୍ଚ ଜଣଙ୍କ କାରଣରୁ ସେହି ସହରକୁ ଧ୍ୱଂସ କରିବେ କି?”
ସଦାପ୍ରଭୁ କହିଲେ, “ଯଦି ମୁଁ ସେଠାରେ ପଇଁଗ୍ଭଳିଶ ଜଣ ଧାର୍ମିକ ଲୋକ ଦେଖେ ତେବେ ସେ ନଗରକୁ ଧ୍ୱଂସ କରିବି ନାହିଁ।”
29 ଅବ୍ରହାମ ପୁଣି କହିଲେ, “ଆପଣ ଯଦି ସେଠାରେ ଗ୍ଭଳିଶ୍ ଜଣ ଉତ୍ତମ ଲୋକ ଦେଖନ୍ତି ତେବେ କ’ଣ ଆପଣ ନଗରଟିକୁ ଧ୍ୱଂସ କରିବେ?”
ସଦାପ୍ରଭୁ ଉତ୍ତର ଦେଲେ, “ଯଦି ମୁଁ ସେଠାରେ ଗ୍ଭଳିଶ୍ ଜଣ ଧାର୍ମିକ ଲୋକ ଦେଖେ ଦେବେ ମୁଁ ସେହି ନଗରକୁ ଧ୍ୱଂସ କରିବି ନାହିଁ।”
30 ଏହା ପରେ ଅବ୍ରହାମ କହିଲେ, “ହେ ସଦାପ୍ରଭୁ, ମୋ’ ପ୍ରତି କ୍ରୋଧ କରନ୍ତୁ ନାହିଁ। ଆପଣଙ୍କୁ ଏହି କଥା ପଗ୍ଭରିବାକୁ ଦିଅନ୍ତୁ। ଯଦି ତିରିଶ୍ ଜଣ ଧାର୍ମିକ ଲୋକ ଥା’ନ୍ତି, ତେବେ କ’ଣ ସେହି ନଗର ଧ୍ୱଂସ କରିବେ?”
ସଦାପ୍ରଭୁ ଉତ୍ତର ଦେଲେ, “ଯଦି ମୁଁ ତିରିଶ୍ ଜଣ ଧାର୍ମିକ ଲୋକ ପାଏ, ତେବେ ମୁଁ ସେହି ନଗର ଧ୍ୱଂସ କରିବି ନାହିଁ।”
31 ଏହା ପରେ ଅବ୍ରହାମ କହିଲେ, “ମୁଁ ଆପଣଙ୍କୁ କଷ୍ଟ ଦେଇ ପୁନର୍ବାର ପଗ୍ଭରିବି କି? ଯଦି କୋଡ଼ିଏ ଜଣ ଧାର୍ମିକ ଲୋକ ଥା’ନ୍ତି, ତେବେ କ’ଣ ଆପଣ ନଗରକୁ ଧ୍ୱଂସ କରିବେ?”
ସଦାପ୍ରଭୁ ଉତ୍ତର ଦେଲେ, “ଯଦି କୋଡ଼ିଏ ଜଣ ଧାର୍ମିକ ଲୋକ ଥା’ନ୍ତି, ତେବେ ମୁଁ ନଗରକୁ ଧ୍ୱଂସ କରିବି ନାହିଁ।”
32 ଏହା ପରେ ଅବ୍ରହାମ କହିଲେ, “ସଦାପ୍ରଭୁ ମୋ’ ଉପରେ କ୍ରୋଧ କରନ୍ତୁ ନାହିଁ। ମୋତେ ଶେଷ ଥର ପାଇଁ ଅନୁମତି ମିଳୁ। ଯଦି ଆପଣ ସେଠାରେ ଦଶ ଜଣ ଉତ୍ତମ ଲୋକ ଦେଖନ୍ତି ତେବେ କ’ଣ ଆପଣ ଏପରି କରିବେ?”
ସଦାପ୍ରଭୁ କହିଲେ, “ଯଦି ଦଶ ଜଣ ଉତ୍ତମ ଲୋକ ଥା’ନ୍ତି ତେବେ ସେହି ସହରକୁ ବିନଷ୍ଟ କରିବି ନାହିଁ।”
33 ସଦାପ୍ରଭୁ ଅବ୍ରହାମଙ୍କ ସହିତ କଥା ଶେଷ କଲାପରେ, ସଦାପ୍ରଭୁ ସେଠାରୁ ବିଦାୟ ନେଲେ ଓ ଏହା ପରେ ଅବ୍ରହାମ ତାଙ୍କ ତମ୍ବୁକୁ ଫେରିଲେ।
2010 by World Bible Translation Center