Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଆଦିପୁସ୍ତକ 8-11

ବନ୍ୟା ଶେଷରେ

ପରମେଶ୍ୱର ନୋହ ଏବଂ ତାଙ୍କ ସହିତ ଜାହାଜରେ ଥିବା ସମସ୍ତ ଜୀବିତ ପ୍ରାଣୀକୁ ମନେ ପକାଇଲେ। ପରମେଶ୍ୱର ପୃଥିବୀ ଉପରେ ପବନ ବୁହାଇଲେ ଏବଂ ବନ୍ୟା ଜଳ କମିଗଲା।

ଆକାଶରୁ ବର୍ଷା ପଡ଼ିବା ବନ୍ଦ ହୋଇଗଲା ଏବଂ ଧରିତ୍ରୀ ତଳେ ଜଳସ୍ରୋତ ବନ୍ଦ ହୋଇଗଲା। ଆକାଶସ୍ଥ ଦ୍ୱାର ସକଳ ବନ୍ଦ ହୋଇଗଲା। 3-4 ପୃଥିବୀକୁ ଆଚ୍ଛାଦନ କରିଥିବା ପାଣି ତଳକୁ ତଳକୁ ଗ୍ଭଲିଗଲା। ଏବଂ 150 ଦିନ ପରେ ଜଳପତ୍ତନ ଧୀରେ ଧୀରେ କମିଗଲା। ଏହା ପରେ ସପ୍ତଦଶ ମାସର ସପ୍ତଦଶ ଦିନରେ ଆରାରଟ୍ ପର୍ବତ ଉପରେ ଜାହାଜ ଲାଗି ରହିଲା। ଏହିପରି ଦଶମ ମାସ ପର୍ଯ୍ୟନ୍ତ ଜଳ କ୍ରମଶଃ କମିଲା। ସେହି ଦଶମ ମାସର ପ୍ରଥମ ଦିନରେ ପର୍ବତଗଣର ଶୃଙ୍ଗ ଦେଖାଗଲା।

ଏହା ପରେ ଆହୁରି ଗ୍ଭଳିଶ୍ ଦିନ ଯିବାପରେ ନୋହ ଜାହାଜର ଝରକା ଫିଟାଇ ଦେଲେ। ତା'ପରେ ନୋହ ଏକ କାଉକୁ ଆକାଶ ଉପରେ ଉଡ଼ାଇ ଦେଲେ। ସେହି କାଉଟି ପାଣି ଛାଡ଼ି ଭୂମି ଶୁଖିବା ପର୍ଯ୍ୟନ୍ତ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଉଡ଼ିଲା। ପୁନଶ୍ଚ ନୋହ ଏକ କପୋତକୁ ଛାଡ଼ିଲେ, ଜାଣିବା ପାଇଁ ସବୁ ଜଳ ପୃଥିବୀରୁ ଶୁଖି ଗଲାଣି କି ନାହିଁ।

ସେହି କପୋତଟି କୌଣସିଠାରେ ବିଶ୍ରାମ ନେବାକୁ ସ୍ଥାନ ନ ପାଇ ଫେରି ଆସିଲା। କାରଣ ସେ ପର୍ଯ୍ୟନ୍ତ ପୃଥିବୀ ଉପରେ ଜଳରାଶି ବୁଡ଼ି କରିଥିଲା। ନୋହ ହାତ ବଢ଼ାଇ କପୋତକୁ ଧରି ଜାହାଜ ମଧ୍ୟକୁ ନେଲେ।

10 ସାତ ଦିନ ପରେ, ନୋହ ଜାହାଜରୁ ପୂନର୍ବାର କପୋତକୁ ପଠାଇଲେ। 11 ସେହି ଦିନ ସନ୍ଧ୍ୟା ସମୟରେ ସେହି କପୋତଟି ତା'ର ଥଣ୍ଟରେ ଏକ ତାଜା ଜୀତ ଅଲିଭ୍ ଗଛର ପତ୍ର ଧରି ଆସିଥିଲା। ନୋହ ଏଥିରୁ ଜାଣିଲେ ଯେ ପୃଥିବୀ ଉପରୁ ଜଳ କ୍ରମଶଃ ଛାଡ଼ି ଯାଇଅଛି। 12 ସାତ ଦିନ ଗଲାପରେ ନୋହ ଜାହାଜରୁ ପୂନର୍ବାର କପୋତକୁ ପଠାଇଲେ। କିନ୍ତୁ କପୋତ ଆଉ ଫେରିଲା ନାହିଁ।

13 ଏହା ପରେ, ନୋହ ଜାହାଜର ଦ୍ୱାର ଖୋଲିଲେ। ନୋହ ଦେଖିଲେ ଯେ, ଭୂମି ପୁରା ଶୁଖି ଯାଇଛି। ଏହା ଥିଲା ପ୍ରଥମ ମାସର ପ୍ରଥମ ଦିବସ। ନୋହଙ୍କୁ ସେତେବେଳେ 601 ବର୍ଷ ହୋଇଥିଲା। 14 ଦ୍ୱିତୀୟ ମାସର ଶତାଇଶ ଦିନ ବେଳକୁ ଭୂମି ପୁରା ଶୁଖି ଯାଇଥିଲା।

15 ଏହା ପରେ ପରମେଶ୍ୱର ନୋହଙ୍କୁ କହିଲେ, 16 “ଜାହାଜକୁ ପରିତ୍ୟାଗ କର, ତୁମ୍ଭେ ତୁମ୍ଭର ସ୍ତ୍ରୀ, ତୁମ୍ଭର ପୁତ୍ର ଓ ପୁତ୍ରବଧୂମାନଙ୍କୁ ବାହାରି ଆସିବାକୁ କୁହ 17 ତୁମ୍ଭ ସହିତ ସମସ୍ତ ପଶୁଗୁଡ଼ିକୁ ବାହାର କରିଆଣ। ସମସ୍ତ ପଶୁ, ସମସ୍ତ ପକ୍ଷୀ, ସମସ୍ତ ଭୂଚର ପ୍ରାଣୀ ସେମାନେ ପୃଥିବୀକୁ ପରିପୂର୍ଣ୍ଣ କରନ୍ତୁ। ପୁଣି ପୃଥିବୀ ଫଳବନ୍ତ ହେଉ।”

18 ତେଣୁ ନୋହ ତାଙ୍କର ସ୍ତ୍ରୀ, ତାଙ୍କର ପୁତ୍ର ଓ ପୁତ୍ରବଧୂମାନଙ୍କ ସହିତ ବାହାରକୁ ପଳାଇ ଆସିଲେ। 19 ସମସ୍ତ ପଶୁ ଏବଂ ଭୂମିରେ ଗୁରୁଣ୍ଡୁଥିବା ଜୀବିତ ପ୍ରାଣୀମାନେ ଏବଂ ସମସ୍ତ ପକ୍ଷୀ ତାଙ୍କର ପରିବାର ସହିତ ଜାହାଜରୁ ବାହାରି ଆସିଲେ।

20 ଏହା ପରେ ନୋହ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ସ୍ଥାପନ କଲେ। ନୋହ ସେଥିରେ ଶୁଚିପଶୁ ଓ ପକ୍ଷୀମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଦେଲେ।

21 ତହିଁରେ ସଦାପ୍ରଭୁ ସେମାନଙ୍କର ବଳିଦାନକୁ ଆଘ୍ରାଣ କଲେ ଏବଂ ନିଜେ ମନେ ମନେ ଚିନ୍ତା କଲେ, “ପୃଥିବୀକି ଅଭିଶାପ ଦେବା ନାହିଁ। ଯଦିଓ ବାଲ୍ୟକାଳରୁ ମନୁଷ୍ୟର ମନର ଅଭିପ୍ରାୟ ଓ ପ୍ରବଣତା ମନ୍ଦ, ତଥାପି ଆଉ କେବେହେଲେ ସମସ୍ତ ଜୀବଙ୍କୁ ବିନଷ୍ଟ କରିବି ନାହିଁ, ଯେପରି ମୁଁ ପୂର୍ବରୁ କଲି।

22 ଯେପର୍ଯ୍ୟନ୍ତ ପୃଥିବୀ ରହିଛି,
    ସେପର୍ଯ୍ୟନ୍ତ ବୁଣିବାର ସମୟ ଓ ଅମଳ କରିବାର ସମୟ,
    ଥଣ୍ଡା ଓ ଗରମ,
ପୁଣି ଗ୍ରୀଷ୍ମ ଓ ଶୀତକାଳ,
    ଦିବସ ଓ ରାତ୍ରି ଏସବୁ ପୃଥିବୀରେ ଗ୍ଭଲିଥିବ।”

ନୂତନର ଆରମ୍ଭ

ପରମେଶ୍ୱର ନୋହ ଏବଂ ତାଙ୍କର ପୁତ୍ରମାନଙ୍କୁ ଆଶୀର୍ବାଦ କଲେ। ପରମେଶ୍ୱର ସେମାନଙ୍କୁ କହିଲେ, “ବହୁ ସନ୍ତାନ ଜନ୍ମ କର, ଲୋକ ଦ୍ୱାରା ପୃଥିବୀକୁ ପୂର୍ଣ୍ଣ କର। ପୃଥିବୀରେ ସମସ୍ତ ପଶୁ, ଆକାଶର ସମସ୍ତ ପକ୍ଷୀ ଭୂଚର ସମସ୍ତ ପ୍ରାଣୀ, ଏବଂ ସମୁଦ୍ର ମଧ୍ୟରେ ଥିବା ସମସ୍ତ ମତ୍ସ୍ୟ ତୁମ୍ଭମାନଙ୍କୁ ଭୟ କରିବେ। ସମସ୍ତ ଜୀବ ତୁମ୍ଭ ନିୟନ୍ତ୍ରଣରେ ରହିବେ। ମୁଁ ତୁମ୍ଭକୁ ସବୁଜ ବୃକ୍ଷ ପରି ଦେଇଥିଲି। ବର୍ତ୍ତମାନ ପ୍ରତ୍ୟେକ ପଶୁ ତୁମ୍ଭର ଖାଦ୍ୟ ହେବ। ମୁଁ ଯାହାସବୁ ପୃଥିବୀରେ ଦେଇଛି ତାହା ସବୁ ତୁମ୍ଭର। କିନ୍ତୁ, ମୁଁ ତୁମ୍ଭମାନଙ୍କୁ ଏକ ନିର୍ଦ୍ଦେଶ ଦେବି। ତୁମ୍ଭେ କୌଣସି ପ୍ରାଣୀର ସରକ୍ତ ମାଂସ ଖାଇବ ନାହିଁ। କାରଣ ରକ୍ତରେ ଜୀବନ ଅଛି। ମୁଁ ରକ୍ତ ପାତ ଦ୍ୱାରା ଦଣ୍ଡିତ କରିବି, ତାହା ପ୍ରାଣୀ ଦ୍ୱାରା ହେଉ ବା ଲୋକମାନଙ୍କ ଦ୍ୱାରା। ଯଦି ଲୋକମାନେ ପରସ୍ପରକୁ ହତ୍ୟା କରନ୍ତି, ମୁଁ ରକ୍ତପାତ ଦ୍ୱାରା ଦଣ୍ଡିତ କରିବି।

“ପରମେଶ୍ୱର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ତିଆରି କରିଛନ୍ତି।
    ତେଣୁ ଯେକେହି ମନୁଷ୍ୟକୁ ହତ୍ୟା କରିବ, ସେ ନିଶ୍ଚିତ ଅନ୍ୟ ମନୁଷ୍ୟ ଦ୍ୱାରା ମରାଯିବ।

“ନୋହ, ତୁମ୍ଭର ଓ ତୁମ୍ଭ ପିଲାମାନଙ୍କର ନିଶ୍ଚୟ ବହୁତ ପିଲାପିଲି ହେବ। ତୁମ୍ଭେମାନେ ପୃଥିବୀକୁ ମନୁଷ୍ୟରେ ପରିପୂର୍ଣ୍ଣ କରିବ।”

ଏହା ପରେ ପରମେଶ୍ୱର ନୋହ ଏବଂ ତାଙ୍କର ପୁତ୍ରମାନଙ୍କୁ କହିଲେ, “ମୁଁ ବର୍ତ୍ତମାନ ତୁମ୍ଭ ପାଇଁ ଏବଂ ତୁମ୍ଭ ପରେ ରହୁଥିବା ଲୋକମାନଙ୍କ ପାଇଁ ପ୍ରତିଜ୍ଞା କରୁଛି। 10 ଆମ୍ଭେ ଆମ୍ଭର ପ୍ରତିଜ୍ଞା କରିବା ସମସ୍ତ ପକ୍ଷୀ, ସମଗ୍ର ଗୃହପାଳିତ ପଶୁ, ଏବଂ ସମସ୍ତ ପଶୁମାନେ ଯେଉଁସବୁ ତୁମ୍ଭ ସହିତ ଜାହାଜରୁ ବାହାରି ଥିଲେ। ଆମ୍ଭେ ଆମ୍ଭର ପ୍ରତିଜ୍ଞା ସମସ୍ତ ପୃଥିବୀସ୍ଥ ଜୀବନ୍ତ ପ୍ରାଣୀଙ୍କ ପାଇଁ କରିବା। 11 ଏହା ଆମ୍ଭର ତୁମ୍ଭମାନଙ୍କ ପାଇଁ ପ୍ରତିଜ୍ଞା ସମସ୍ତ ଜୀବନ ପୃଥିବୀ ଉପରିସ୍ଥ ବନ୍ୟାରେ ଧ୍ୱଂସ ପାଇଥିଲା। କିନ୍ତୁ ଏପରି ପ୍ରଳୟ ଆଉ ପୁନରାୟ ହେବ ନାହିଁ। ଏହରି ବନ୍ୟା ଦ୍ୱାରା ଆଉ କଦାପି ପୃଥିବୀରୁ ଜୀବନ ସତ୍ତା ବିନାଶ ହେବ ନାହିଁ।”

12 ଏବଂ ପରମେଶ୍ୱର କହିଲେ, “ମୁଁ ତୁମ୍ଭମାନଙ୍କୁ କିଛି ପ୍ରମାଣ ଦେବି ଯେ ମୁଁ ତୁମ୍ଭମାନଙ୍କ ସହିତ ପ୍ରତିଜ୍ଞା କରିଅଛି। ଏହି ଚିହ୍ନ ତୁମ୍ଭକୁ ଦେଖାଇବ ଯେ ମୁଁ ତୁମ୍ଭମାନଙ୍କ ସହିତ ଏବଂ ପ୍ରତ୍ୟେକ ଜୀବନ୍ତ ପ୍ରାଣୀମାନଙ୍କ ସହିତ ନିୟମ କରିଅଛି। ଏହି ନିୟମ ସବୁଦିନ ପାଇଁ ସ୍ଥାୟୀ ହେବ। ଏହା ହିଁ ତୋରଣ ପ୍ରମାଣ। 13 ମୁଁ ମୋହର ମେଘଧନୁ ମେଘରେ ସ୍ଥାପନ କରିଅଛି। ତାହା ପୃଥିବୀ ସହିତ ମୋର ଚୁକ୍ତିର ଚିହ୍ନ ହେବ। 14 ଯେତେବେଳେ ମୁଁ ପୃଥିବୀ ଉପରେ ମେଘ ସଞ୍ଚାର କରିବି, ସେତେବେଳେ ସେହି ମେଘଧନୁ ମେଘରେ ଦେଖାଯିବ। 15 ମୁଁ ଯେତେବେଳେ ମେଘଧନୁକୁ ଦେଖେ ସେତେବେଳେ ମୁଁ ତୁମ୍ଭ ସହିତ ଓ ଅନ୍ୟାନ୍ୟ ସଜୀବ ପ୍ରାଣୀମାନଙ୍କ ସହିତ ହୋଇଥିବା ଚୁକ୍ତିକୁ ମନେ ପକାଇବି। ସେହି ଚୁକ୍ତି କହେ ଯେ, ଭବିଷ୍ୟତରେ ଏପରି ବନ୍ୟାରେ ସମସ୍ତେ ବିନାଶ ହେବେ ନାହିଁ। 16 ପୁଣି ମେଘଧନୁ ହେଲେ, ଆମ୍ଭେ ତାହା ପ୍ରତି ଦୃଷ୍ଟିପାତ କରିବା। ତହିଁରେ ପୃଥିବୀସ୍ଥ ସମସ୍ତ ସଜୀବ ପ୍ରାଣୀ ସହିତ ପରମେଶ୍ୱରଙ୍କର ଯେଉଁ ଅନନ୍ତକାଳସ୍ଥାୟୀ ନିୟମ ଅଛି, ତାହା ମୁଁ ସ୍ମରଣ କରିବି।”

17 ତେଣୁ ସଦାପ୍ରଭୁ ନୋହଙ୍କୁ କହିଲେ, “ପୃଥିବୀସ୍ଥ ମାଂସ ବିଶିଷ୍ଟ ସମସ୍ତ ପ୍ରାଣୀ ସହିତ ଆମ୍ଭେ ଯେଉଁ ଚୁକ୍ତି ସ୍ଥିର କରିଅଛୁ, ତହିଁରେ ମେଘଧନୁ ଏହି ଚିହ୍ନ ହେବ।”

ପୁଣି ସମସ୍ୟାମାନ ଦେଖାଗଲା

18 ନୋହଙ୍କର ପୁତ୍ରମାନେ ତାଙ୍କୁ ଧରି ଜାହାଜରୁ ବାହାରିଲେ। ସେମାନଙ୍କର ନାମ ଶେମ, ହାମ ଓ ଯେଫତ୍ (ହାମ ଥିଲେ କିଣାନର ପିତା) 19 ସେହି ତିନି ଜଣ ଯାକ ନୋହଙ୍କର ପୁତ୍ର ଥିଲେ। ଏବଂ ପୃଥିବୀର ସମସ୍ତ ଲୋକ ଏହି ତିନି ଜଣଙ୍କଠାରୁ ଜନ୍ମ ନେଲେ।

20 ନୋହ କୃଷକ ହେଲେ। ସେ କ୍ଷେତ୍ରରେ ଦ୍ରାକ୍ଷା ବୃକ୍ଷ ରୋପଣ କଲେ। 21 ନୋହ ତହିଁରୁ ଦ୍ରାକ୍ଷାରସ ପ୍ରସ୍ତୁତି କରି ପାନ କଲେ। ସେ ଦ୍ରାକ୍ଷାରସ ପାନ କରି ମତ୍ତ ହୋଇ ତାଙ୍କର ଲୁଗାପଟା ଖୋଲିଦେଇ ତାଙ୍କର ତମ୍ବୁରେ ପଡ଼ି ରହିଲେ। ସେ କୌଣସି ବସ୍ତ୍ର ପରିଧାନ କରି ନ ଥିଲେ। 22 କିଣାନର ପିତା ହାମ ଆପଣା ପିତାଙ୍କର ଉଲଗ୍ନତା ଦେଖି ବାହାରେ ଆପଣା ଦୁଇ ଭାଇଙ୍କୁ ସମାଗ୍ଭର ଦେଲେ। 23 ସେତେବେଳେ ଶେମ ଓ ଯେଫତ୍ କାନ୍ଧରେ ବସ୍ତ୍ର ଘେନି ପଶ୍ଚାତ୍ ଗତି କରି ଆପଣାମାନଙ୍କର ପିତାଙ୍କର ଉଲଗ୍ନତା ଆଚ୍ଛାଦନ କଲେ। ସେମାନେ ପଛ କରି ଯାଇଥିବାରୁ ପିତାଙ୍କର ଉଲଗ୍ନତା ଦିଖି ପାରିଲେ ନାହିଁ।

24 ଏହା ପରେ ନୋହ ଉଠିଲେ (ସେ ମଦ୍ୟ ପାନକରି ଶୋଇଥିଲେ)। ସେ ଜାଣିଲେ ଯେ ତାଙ୍କର ସାନପୁଅ ତାଙ୍କ ପାଇଁ କ’ଣ କରିଛନ୍ତି। 25 ତେଣୁ ନୋହ କହିଲେ,

“କିଣାନ ଶାପଗ୍ରସ୍ତ ହେଉ!
    ସେ ଆପଣା ଭାତୃଗଣର ଦାସାନୁଦାସ ହେବ।”

26 ନୋହ ମଧ୍ୟ ଏପରି କହିଲେ,

“ଶେମ ଆଶୀର୍ବାଦ ପ୍ରାପ୍ତ ସଦାପ୍ରଭୁ ପରମେଶ୍ୱରଙ୍କ ଦ୍ୱାରା
    କିଣାନ ଶେମର ଦାସ ହେଉ।
27 ପରମେଶ୍ୱର ଯେଫ‌‌‌ତ୍‌‌‌କୁ ବହୁତ ଜମି ଦିଅନ୍ତୁ।
    ସେ ଶେମର ତମ୍ବୁରେ ବାସ କରୁ।
    କିଣାନ ତାହାର ଦାସ ହେଉ।”

28 ବନ୍ୟା ପରେ ନୋହ ତିନିଶହ ପଗ୍ଭଶ୍ ବର୍ଷ ବଞ୍ଚିଲେ। 29 ଏହିପରି ନୋହ ମୋଟରେ 950 ବର୍ଷ ବଞ୍ଚିଲେ। ଏହା ପରେ ମୃତ୍ୟୁବରଣ କଲେ।

ଜାତିମାନଙ୍କର ବୃଦ୍ଧି ଓ ବିସ୍ତାର ହେଲା

10 ନୋହଙ୍କର ପୁତ୍ରମାନେ ଥିଲେ, ଶେମ, ହାମ ଏବଂ ଯେଫତ୍। ବନ୍ୟା ପରେ ଏହି ତିନି ଜଣଙ୍କର ସନ୍ତାନସନ୍ତତି ଜନ୍ମ ନେଇଥିଲେ।

ଯେଫତଙ୍କର ବଂଶାବଳୀ

ଯେଫ‌‌‌ତ୍‌‌‌ଙ୍କର ପୁତ୍ରମାନେ ହେଲେ, ଗୋମର, ମାଗୋଗ୍, ମାଦୟ, ତୁବଲ, ଯବନ, ମେଶକ ଓ ତିରସ।

ଅସ୍କିନସ୍, ରୀଫତ୍ ଓ ତୋଗର୍ମ ଏମାନେ ଥିଲେ ଗୋମରର ସନ୍ତାନ।

ପୁଣି ଇଲୀଶା, ତର୍ଶୀଶ, କିତ୍ତୀମ ଓ ଦୋଦାନୀମ ଏମାନେ ଯବନର ସନ୍ତାନ ଥିଲେ।

ଏମାନଙ୍କଠାରୁ ଅନ୍ୟ ଦେଶୀୟମାନଙ୍କର ଦ୍ୱୀପନିବାସୀଗଣ ଆପଣାମାନଙ୍କ ପାଇଁ ଦେଶ ବିଦେଶରେ ନିଜ ନିଜ ଭାଷାନୁଯାୟୀ ବ୍ୟାପ୍ତ ହୋଇ ନିଜ ନିଜ ବଂଶ ଓ ଗୋଷ୍ଠୀ ଅନୁସାରେ ବିଭକ୍ତ ହେଲେ!

ହାମର ବଂଶାବଳୀ

ହାମର ସନ୍ତାନଗଣ ଥିଲେ, କୂଶ୍, ମିଶର, ପୂଟ୍ ଓ କିଣାନ।

ସବା, ହବୀଲା, ସପ୍ତା, ରୟମା ଓ ସପ୍ତକା ଏମାନେ ଥିଲେ କୂଶର ସନ୍ତାନ। ଶିବା ଓ ଦନାନ ଏମାନେ ରୟମାର ସନ୍ତାନ।

ନିମ୍ରୋଦ୍ କୂଶର ପୁତ୍ର। ସେ ପୃଥିବୀ ମଧ୍ୟରେ ପରାକ୍ରମି ହେବାକୁ ଲାଗିଲା। ସେ ସଦାପ୍ରଭୁଙ୍କ ସାକ୍ଷାତରେ ପରାକ୍ରାନ୍ତ ବ୍ୟାଧ ହେଲା। ସଦାପ୍ରଭୁଙ୍କ ସାକ୍ଷାତରେ ପରାକ୍ରାନ୍ତ ବ୍ୟାଧ ନିମ୍ରୋଦ୍ ତୁଲ୍ୟ ଥିଲେ ବୋଲି ଲୋକମାନେ କହୁଥିଲେ, “ସେ ବ୍ୟକ୍ତି ନିମ୍ରୋଦ୍ ସଦୃଶ ସଦାପ୍ରଭୁଙ୍କ ସମ୍ମୁଖରେ ଗୋଟିଏ ପରାକ୍ରାନ୍ତ ବ୍ୟାଧ।”

10 ଶିନିୟର ଦେଶରେ ବାବିଲ୍, ଏରକ୍, ଏକ୍କଦ୍ ଓ କଲନୀ ଏହିସବୁ ନଗର ତାହାର ପ୍ରଥମ ରାଜ୍ୟ ହେଲା। 11 ସେହି ଦେଶରୁ ଅଗ୍ରିୟା ବାହାରି ନୀନିବୀ ରହୋବୋତ୍ ପୁରୀ ଓ କେଲହ 12 ଏବଂ ନୀନିବୀ ଓ କେଲହର ମଧ୍ୟସ୍ଥିତ ରେଷନ ନଗର ସ୍ଥାପନ କଲା। (ରେଷନ ଏକ ପ୍ରଧାନ ନଗର ଥିଲା)।

13 ମିଶରୀୟମ ଲୂଦୀୟ, ଅନାମୀୟ, ଲହାବୀୟ ଓ ନପ୍ତୁହୀୟ ଲୋକମାନଙ୍କର ପିତା ଥିଲା। 14 ପଥ୍ରୋଷୀୟ, କ‌ସ୍‌ଲୁହୀୟ ଓ କପ୍ତୋରିୟ (ଏହି ପଲେଷ୍ଟୀୟ ଲୋକମାନେ କ‌ସ୍‌ଲୁହୀୟରୁ ଆସିଲେ।)

15 ସୀଦୋନର ପିତା ଥିଲା କିଣାନ, ସିଦୋନ ଥିଲା କିଣାନର ପ୍ରଥମ ପୁତ୍ର। କିଣାନ ମଧ୍ୟ ହେତର ପିତାଥିଲା। ହେତର ହେଲେ ଦୀଟାତୀୟମାନଙ୍କର ପିତା। 16 କିଣାନ ମଧ୍ୟ ଯିବୂଷୀୟ, ଇମୋରୀୟ ଓ ଗିର୍ଗାଶୀୟର ପିତା ଥିଲା। 17 ହିବ୍ବୀୟ, ଅର୍କୀୟ ଓ ସୀନିୟ 18 ଅର୍ବଦୀୟ, ସାମରୀୟ ଓ ହମାତୀୟ,

ଏହିପରି କିଣାନୀୟମାନଙ୍କର ବଂଶ ବ୍ୟାପିଲା। 19 ତହିଁରେ ସୀଦୋନଠାରୁ ଗରାର ଦିଗକୁ ହସା ପର୍ଯ୍ୟନ୍ତ ପୁଣି ସଦୋମ, ହମୋରା ଓ ଅଦ୍ମା, ସବୟୀମ ଦିଗରେ ଲେଶା ପର୍ଯ୍ୟନ୍ତ କିଣାନୀୟମାନଙ୍କ ବସତିର ସୀମା ଥିଲା।

20 ନିଜ ନିଜ ଦେଶ ଓ ଗୋଷ୍ଠୀରେ ସେମାନଙ୍କ ବଂଶ ଓ ଭାଷାନୁସାରେ ଏ ସମସ୍ତ ହାମର ସନ୍ତାନ।

ଶେମର ବଂଶାବଳୀ

21 ଯେଫତର ବଡ଼ଭାଇ ଶେମଙ୍କର ମଧ୍ୟ ସନ୍ତାନସନ୍ତତି ଥିଲେ, ସେହି ଏବର ଯେଫତର ବଡ଼ଭାଇ ହିବ୍ରୁ ବଂଶଧରମାନଙ୍କ ଆଦିପୁରୁଷ ଥିଲା।

22 ଶେମର ଏହିସବୁ ସନ୍ତାନ: ଏଲମ୍ ଓ ଅଶୂର ଓ ଅର୍ଫ‌କ୍‌ଷଦ ଓ ଲୂଦ୍ ଓ ଅରାମ୍।

23 ଏହି ଅରାମର ସନ୍ତାନ ଊଷ୍, ହୂଲ, ଗେଥର ଓ ମଶ୍।

24 ଏବଂ ଅର୍ଫ‌କ୍‌ଷଦର ସନ୍ତାନ ଶେଲହ,

ଓ ଶେଲହର ସନ୍ତାନ ଏବର।

25 ଏହି ଏବରର ଦୁଇ ପୁତ୍ର, ପ୍ରଥମର ନାମ ପେଲଗ୍, କାରଣ ସେହି ସମୟରେ ପୃଥିବୀ ବିଭକ୍ତ ହେଲା। ତାହାର ଭ୍ରାତାର ନାମ ଯକ୍ତନ।

26 ଏବଂ ଯକ୍ତନର ପୁତ୍ର ଅଲମୋଦଦ୍ ଓ ଶେଲପ୍, ହ‌ତ୍‌ସର୍ମାବତ ଓ ଯେରହ। 27 ହଦୋରାମ ଓ ଊଷଲ ଓ ଦିକ୍ଳ। 28 ଓବଲ ଓ ଅବୀମାୟେଲ୍ ଓ ଶିବା। 29 ଓଫୀର, ହବୀଲା ଓ ଯୋବବ୍, ଏହି ସମସ୍ତ ଯକ୍ତନର ସନ୍ତାନ। 30 ମେଷା ଅବଧି ପୂର୍ବ ଦିଗର ସଫାର ପର୍ବତ ପର୍ଯ୍ୟନ୍ତ ସେମାନଙ୍କର ବସତି ଥିଲା।

31 ଆପଣା ଦେଶରେ ସେମାନଙ୍କର ବଂଶ ଓ ଭାଷା ଓ ଗୋଷ୍ଠୀ ଅନୁସାରେ ଏ ସମସ୍ତେ ଶେମର ସନ୍ତାନ।

32 ନିଜ ନିଜ ଗୋଷ୍ଠୀରେ ସେମାନଙ୍କ ବଂଶାବଳୀ ଅନୁସାରେ ଏମାନେ ନୋହଙ୍କର ସନ୍ତାନଗଣର ବଂଶ ଥିଲେ। ପୁଣି ଜଳପ୍ଳାବନ ପରେ ଏମାନଙ୍କଠାରୁ ଉତ୍ପନ୍ନ ନାନା ଗୋଷ୍ଠୀ ପୃଥିବୀରେ ବିଭକ୍ତ ହେଲେ।

ପୃଥିବୀ ଭାଗ ଭାଗ ହେଲା

11 ବନ୍ୟା ପରେ ପୃଥିବୀରେ ଏକ ପ୍ରକାର ଭାଷା କହୁଥିଲେ। ସମସ୍ତ ଲୋକ ଏକ ପ୍ରକାର ଶବ୍ଦ ବ୍ୟବହାର କରୁଥିଲେ। ଲୋକମାନେ ପୂର୍ବ ଦିଗରେ ଭ୍ରମଣ କରୁ କରୁ ସେମାନେ ଶିନିୟର ଦେଶରେ ଏକ ସମତଳ ଭୂମି ପାଇଲେ। ଲୋକମାନେ ସେଠାରେ ବସତି ଆରମ୍ଭ କଲେ। ଲୋକମାନେ କହିଲେ, “ଆସ ଆମ୍ଭେ ଇଟା ପୋଡ଼ି ଟାଣ କରିବା।” ତେଣୁ ଲୋକମାନେ ପଥର ବ୍ୟବହାର ନ କରି ଇଟାକୁ ଘର କରିବା ପାଇଁ ବ୍ୟବହାର କଲେ। ଏବଂ ସେମାନେ ମାଟିଆ ତେଲକୁ ଚୂନ ସ୍ୱରୂପ ବ୍ୟବହାର କଲେ।

ଏହା ପରେ ଲୋକମାନେ କହିଲେ, “ଆସ, ଆମ୍ଭ ପାଇଁ ଏକ ନଗର ଓ ଏକ ଗଗନସ୍ପର୍ଶୀ ଅଟ୍ଟାଳିକା ନିର୍ମାଣ କରିବା, ଆମ୍ଭେମାନେ ଅତି ଜଣାଶୁଣା ହେବା। ତା'ହେଲେ ଆମ୍ଭେମାନେ ପୃଥିବୀର ଗ୍ଭରିଆଡ଼େ ବିକ୍ଷିପ୍ତ ହେବା ନାହିଁ।”

ସଦାପ୍ରଭୁ ଲୋକମାନଙ୍କ ଦ୍ୱାରା ତିଆରି ହେଉଥିବା ନଗର ଏବଂ ଦୁର୍ଗ ଦେଖିବା ପାଇଁ ଓହ୍ଲାଇ ଆସିଲେ। ସଦାପ୍ରଭୁ କହିଲେ, “ଏହି ସମସ୍ତ ଲୋକ ଏକ ଓ ସେମାନଙ୍କର ଭାଷା ଏକ, ସେମାନେ ଏହି କାମ କରିବାକୁ ଏକତ୍ରିତ ହୋଇଛନ୍ତି। ଏହା ତାଙ୍କର ଆରମ୍ଭ ମାତ୍ର। ସେମାନେ ଯେତେବେଳେ ଯାହା ଗ୍ଭହିଁବେ ତାହା କରିବେ। ତେଣୁ ଆସ, ତଳକୁ ଯିବା ଏବଂ ସେମାନଙ୍କ ମଧ୍ୟରେ ବିଭିନ୍ନ ଭାଷା[a] ତିଆରି କରିବା। ତେଣୁ ସେମାନେ ପରସ୍ପର ଭାଷା ବୁଝିପାରିବେ ନାହିଁ।”

ଏହିପରି ଭାବରେ ସଦାପ୍ରଭୁ ପୃଥିବୀର ଲୋକମାନଙ୍କୁ ଛିନ୍ନ ବିଛିନ୍ନ କରି ପକାଇଲେ। ତେଣୁ ସେହି ଲୋକମାନେ ନଗର ନିର୍ମାଣ ଶେଷ କରି ପାରିଲେ ନାହିଁ। ସେହି ସ୍ଥାନର ନାମ ବାବିଲ୍ ହେଲା। ଯେହେତୁ ସଦାପ୍ରଭୁ ସେସ୍ଥାନରେ ସମସ୍ତ ପୃଥିବୀର ଭାଷାର ଭେଦ ଜନ୍ମାଇଲେ ଏବଂ ସେସ୍ଥାନରୁ ଲୋକମାନଙ୍କୁ ଛିନ୍ନ ବିଛିନ୍ନ କରାଇଲେ।

ଶେମର ବଂଶାବଳୀ

10 ଏହା ହେଉଛି ଶେମ ପରିବାରର ବିବରଣୀ, ଯେତେବେଳେ ଶେମକୁ ଏକ ଶହ ବର୍ଷ ହୋଇଥିଲା ଏବଂ ବନ୍ୟାର ଦୁଇ ବର୍ଷ ପରେ ସେ ଅର୍ଫ‌କ୍‌ଷଦର ପିତା ହେଲା। 11 ଏହା ପରେ ଅର୍ଫ‌କ୍‌ଷଦର ଜନ୍ମ ପରେ ଶେମ 500 ବର୍ଷ ବଞ୍ଚିଲା ଓ ପୁତ୍ର ଏବଂ କନ୍ୟାଗଣର ପିତା ହେଲା।

12 ଅର୍ଫ‌କ୍‌ଷଦ ପଞ୍ଚତିରିଶ୍ ବର୍ଷ ବୟସରେ ଶେଲହର ପିତା ହେଲା। 13 ଶେଲହର ପିତା ହେଲା ପରେ, ଅର୍ଫ‌କ୍‌ଷଦ 403 ବର୍ଷ ବଞ୍ଚିଲା ଏବଂ ପୁତ୍ର ଓ କନ୍ୟାଗଣ ଲାଭ କଲା।

14 ଶେଲହକୁ ତିରିଶ୍ ବର୍ଷ ବୟସରେ ସେ ଏବରର ପିତା ହେଲା। 15 ଏବର ଜନ୍ମ ହେବାପରେ ଶେଲହ 403 ବର୍ଷ ବଞ୍ଚିଲା। ସେହି ସମୟ ମଧ୍ୟରେ ସେ ପୁତ୍ରକନ୍ୟାଙ୍କୁ ଜନ୍ମ ଦେଲେ।

16 ଏବରକୁ 34 ବର୍ଷ ପରେ ତା'ର ଏକ ପୁତ୍ର ଜନ୍ମିଲା ଯାହାର ନାମ ପେଲଗ। 17 ପେଲଗର ଜନ୍ମ ପରେ, ଏବର 430 ବର୍ଷ ବଞ୍ଚିଲା। ସେହି ସମୟ ମଧ୍ୟରେ ତା'ର ଅନ୍ୟ ସନ୍ତାନସନ୍ତତିମାନେ ଜନ୍ମ ନେଲେ।

18 ପେଲଗକୁ ତିରିଶ୍ ବର୍ଷ ବୟସରେ ରିୟୁ ନାମକ ଏକ ପୁତ୍ରକୁ ଜନ୍ମ ହେଲା। 19 ରିୟୁର ଜନ୍ମ ପରେ ପେଲଗ 209 ବର୍ଷ ବଞ୍ଚିଲା। ସେହି ସମୟରେ ତା'ର ଅନ୍ୟ ପୁତ୍ର ଓ କନ୍ୟାମାନ ଜନ୍ମ ନେଲେ।

20 ରିୟୁକୁ ବତିଶ ବର୍ଷ ବୟସରେ ତା'ଠାରୁ ସରୁଗ ଜନ୍ମ ହେଲା। 21 ସରୁଗର ଜନ୍ମ ପରେ ରିୟୁ 207 ବର୍ଷ ବଞ୍ଚିଲା। ସେହି ସମୟ ମଧ୍ୟରେ ତା'ଠାରୁ ଆହୁରି ପୁତ୍ର ଓ କନ୍ୟାଗଣ ଜନ୍ମ ନେଇଥିଲେ।

22 ସରୁଗ ତିରିଶ୍ ବର୍ଷ ବୟସରେ ନାହୋରର ପିତା ହେଲା। 23 ନାହୋରର ଜନ୍ମ ପରେ ସରୁଗ 200 ବର୍ଷ ଅଧିକ ବଞ୍ଚିଲା। ସେହି ସମୟ ମଧ୍ୟରେ ତା'ଠାରୁ ଅନ୍ୟ ପୁତ୍ରକନ୍ୟାମାନ ଜନ୍ମ ନେଲେ।

24 ନାହୋର ଅଣତିରିଶ୍ ବର୍ଷ ବୟସରେ ତେରହକୁ ଜନ୍ମ ଦେଲା। 25 ତେରହର ଜନ୍ମ ପରେ ନାହୋର 119 ବର୍ଷ ବଞ୍ଚିଲା। ସେହି ସମୟରେ ତା'ଠାରୁ ଅନ୍ୟ ପୁତ୍ରକନ୍ୟାମାନେ ଜନ୍ମ ହେଲେ।

26 ତେରହର ସତୁରି ବର୍ଷ ବୟସରେ ତା'ର ପୁତ୍ର ଅବ୍ରାମ, ନାହୋର ଓ ହାରଣ ଜନ୍ମ ହେଲେ।

ତେରହର ବଂଶାବଳୀ

27 ଏହା ଅଟେ ତେରହର ବଂଶାବଳୀ। ତେରହ ଥିଲା ଅବ୍ରାମ, ନାହୋର ଓ ହାରୋଣର ପିତା। ହାରୋଣ ଲୋଟକୁ ଜନ୍ମ କଲା। 28 ହାରୋଣ ଆପଣା ପିତା ତେରହର ସାକ୍ଷାତରେ କଲଦୀୟମାନଙ୍କ ଊର୍ ନାମକ ଆପଣା ଜନ୍ମ ଦେଶରେ ମଲା। 29 ଏହା ପରେ ଅବ୍ରାମ ଓ ନାହୋର ଉଭୟ ବିବାହ କଲେ। ଅବ୍ରାମଙ୍କ ସ୍ତ୍ରୀର ନାମ ସାରୀ ଏବଂ ନାହୋରର ସ୍ତ୍ରୀ ମି‌ଲ୍‌କା, ହାରୋଣର କନ୍ୟା। ହାରୋଣର ଅନ୍ୟ ଝିଅର ନାମ ଯିସ୍କା। 30 ସାରୀ ବନ୍ଧ୍ୟା ଥିଲେ। ତାଙ୍କର କୌଣସି ସନ୍ତାନ ନ ଥିଲେ।

31 ତେରହ ଆପଣା ପୁତ୍ର ଅବ୍ରାମଙ୍କୁ ଓ ହାରଣର ପୁତ୍ର ଲୋଟ ନାମକ ପୌତ୍ରକୁ ଏବଂ ଅବ୍ରାମଙ୍କ ସ୍ତ୍ରୀ ସାରୀ ପୁତ୍ରବଧୁଙ୍କୁ ସଙ୍ଗରେ ନେଲା। ଏବଂ ସେ ସମସ୍ତେ କଲଦୀୟମାନଙ୍କ ଊରଠାରୁ କିଣାନ ଦେଶ ଉଦ୍ଦେଶ୍ୟରେ ଯାତ୍ରା କରି ହାରଣ ନଗରରେ ବସତି ସ୍ଥାପନ କଲେ। 32 ତେରହ ହାରଣ ନଗରରେ ଥାଇ 205 ବର୍ଷରେ ମଲା।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center