Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 17-19

ପଶୁ ଉପରେ ନାରୀ

17 ସାତଦୂତଙ୍କ ମଧ୍ୟରୁ ଯେଉଁମାନେ ସାତୋଟି ପାତ୍ର ଧାରଣ କରିଥିଲେ, ସେମାନଙ୍କ ମଧ୍ୟରୁ ଜଣେ ମୋ’ ନିକଟକୁ ଆସି ମୋତେ କହିଲେ, “ଆସ ପ୍ରସିଦ୍ଧ ବେଶ୍ୟାକୁ କ’ଣ ଦଣ୍ଡ ଦିଆଯିବ, ତାହା ମୁଁ ତୁମ୍ଭକୁ ଦେଖାଇବି। ସେ ବହୁତ ଜଳରାଶି ଉପରେ ବସିଛି। ପୃଥିବୀର ରାଜାମାନେ ତା'ସହିତ ଯୌନପାପ (ବ୍ୟଭିଗ୍ଭର) କରିଛନ୍ତି। ପୃଥିବୀର ଲୋକମାନେ ତା'ର ବ୍ୟଭିଗ୍ଭର ରୂପ ସୁରାରେ ମାତାଲ୍ ହୋଇଛନ୍ତି।”

ତା'ପରେ ଦୂତ ମୋତେ ଆତ୍ମା ଦ୍ୱାରା ମରୁଭୂମିକୁ ବହି ନେଇଗଲେ। ସେଠାରେ ମୁଁ ଗୋଟିଏ ନାରୀକୁ ଲାଲ ରଙ୍ଗର ପଶୁ ଉପରେ ବସିଥିବାର ଦେଖିଲି। ସେ ପଶୁର ସର୍ବାଙ୍ଗ ଶରୀର ଉପରେ ଈଶ୍ୱରଙ୍କ ନିନ୍ଦା କରୁଥିବା ନାମସବୁ ଲେଖା ଯାଇଥିଲା। ସେହି ପଶୁର ସାତୋଟି ମସ୍ତକ ଓ ଦଶଟି ଶିଙ୍ଗ ଥିଲା। ସେହି ସ୍ତ୍ରୀଲୋକଟି ବାଇଗଣି ଓ ଲାଲ ରଙ୍ଗର ବସ୍ତ୍ର ପିନ୍ଧିଥିଲା। ସେ ପିନ୍ଧିଥିବା ସୁନା, ଅଳଙ୍କାର ଓ ମଣିମୁକ୍ତା ଯୋଗୁଁ ଝଲକୁଥିଲା। ତା’ ହାତରେ ଗୋଟିଏ ସୁବର୍ଣ୍ଣ ପାତ୍ର ଥିଲା। ସେହି ପାତ୍ରଟି ଘୃଣ୍ୟ ବିଷୟ ଗୁଡ଼ିକରେ ଓ ତା'ର ନିଜର ଯୌନଗତ ପାପର ଆବର୍ଜନାରେ ପୂର୍ଣ୍ଣ ଥିଲା। ତା'ର କପାଳରେ ଏକ ଗୁପ୍ତ ଅର୍ଥ ଥିବା ଉପାଧି ଲେଖା ହେଲା:

ମହାନ୍ ବାବିଲ, ବେଶ୍ୟାମାନଙ୍କର

ଓ ପୃଥିବୀର ସବୁ ଘୃଣ୍ୟ

ବିଷୟସକଳର ମାତା।

ମୁଁ ସେହି ସ୍ତ୍ରୀଲୋକକୁ ପରମେଶ୍ୱରଙ୍କର ପବିତ୍ର ଲୋକଙ୍କର ରକ୍ତ ଓ ଯୀଶୁଙ୍କ ବିଷୟରେ ସେମାନଙ୍କର ସାକ୍ଷ୍ୟ ଦେଇଥିବା ଲୋକମାନଙ୍କର ରକ୍ତ ପିଇଥିବାର ଦେଖିଲି।

ମୁଁ ସେହି ସ୍ତ୍ରୀଲୋକକୁ ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଗଲି। ତା'ପରେ ସେ ଦୂତ ମୋତେ କହିଲେ, “ତୁମ୍ଭେ କାହିଁକି ଆଶ୍ଚର୍ଯ୍ୟ ହେଉଛ? ମୁଁ ତୁମ୍ଭକୁ ଏହି ସ୍ତ୍ରୀଲୋକର ରହସ୍ୟ କହିବି ଓ ସପ୍ତ ମସ୍ତକ ଓ ଦଶଶିଙ୍ଗ ବିଶିଷ୍ଟ ତା'ର ବାହନ ପଶୁ ବିଷୟରେ ମଧ୍ୟ କହିବି। ତୁମ୍ଭେ ଯେଉଁ ପଶୁକୁ ଦେଖିଲ, ସେ ଆଗରୁ ଥିଲା, କିନ୍ତୁ ବର୍ତ୍ତମାନ ସେ ଜୀବିତ ନାହିଁ। କିନ୍ତୁ ସେ ବଞ୍ଚିବ ଏବଂ ଗଭୀର ଗହ୍ୱରରୁ ଉଠି ଆସି ଧ୍ୱଂସ ପାଇବ। ଜଗତ ଆରମ୍ଭରୁ ଯେଉଁ ଲୋକମାନଙ୍କର ନାମ ଜୀବନ ପୁସ୍ତକରେ ଆଦୌ ଲେଖା ହୋଇ ନାହିଁ, ସେହି ଲୋକମାନେ ତାହାକୁ ଦେଖି ଆଶ୍ଚର୍ଯ୍ୟ ହେବେ, କାରଣ ସେ ଅତୀତରେ ଥିଲା, ବର୍ତ୍ତମାନ ନାହିଁ କିନ୍ତୁ ପୁଣି ବଞ୍ଚିବ।

“ଏହାକୁ ବୁଝିବା ପାଇଁ ଜ୍ଞାନଯୁକ୍ତ ମନ ଆବଶ୍ୟକ। ଏହି ପଶୁର ସାତୋଟିମସ୍ତକ ହେଉଛି ସାତୋଟି ପର୍ବତ, ଯାହା ଉପରେ ସେ ବସେ। ତାହା ସାତ ଜଣ ରାଜାଙ୍କୁ ମଧ୍ୟ ବୁଝାଏ। 10 ଏହା ଭିତରୁ ପାଞ୍ଚ ଜଣ ରାଜା ମରିସାରିଲେଣି। ଜଣେ ରାଜା ବର୍ତ୍ତମାନ ବଞ୍ଚିଛନ୍ତି ଏବଂ ଶେଷ ରାଜା ଆସୁଛନ୍ତି। ସେ ଯେତେବେଳେ ଆସିବେ, ସେ ଅଳ୍ପ ସମୟ ପାଇଁ ରହିବେ। 11 ଯେଉଁ ପଶୁ କେବେ ଜୀବିତ ଥିଲା, ବର୍ତ୍ତମାନ ନାହିଁ, ସେ ଅଷ୍ଟମ ରାଜା। ସେ ପ୍ରଥମ ସାତ ଜଣ ରାଜାଙ୍କ ମଧ୍ୟରୁ ଜଣେ। ସେ ମଧ୍ୟ ଧ୍ୱଂସ ପାଇବ।

12 “ତୁମ୍ଭେ ଯେଉଁ ଦଶଶିଙ୍ଗ ଦେଖିଲ, ତାହା ଦଶ ଜଣ ରାଜା। ଏହି ଦଶ ଜଣ ରାଜା ଏ ପର୍ଯ୍ୟନ୍ତ ରାଜ ଭଳି ରାଜ୍ୟ ପାଇ ନାହାନ୍ତି। କିନ୍ତୁ ସେମାନେ ସେହି ପଶୁ ସହିତ ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ଶାସନ କରିବା ପାଇଁ କ୍ଷମତା ପାଇବେ। 13 ଏହି ଦଶ ଜଣ ରାଜାଙ୍କର ଉଦ୍ଦେଶ୍ୟ ସମାନ। ସେମାନେ ସେମାନଙ୍କର କ୍ଷମତା ଓ ଅଧିକାର ସେହି ପଶୁକୁ ଦେବେ। 14 ସେମାନେ ମେଷପାଳକଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ। କିନ୍ତୁ ମେଷଶାବକ ସେମାନଙ୍କୁ ପରାସ୍ତ କରିବେ। କାରଣ ସେ ପ୍ରଭୁମାନଙ୍କର ପ୍ରଭୁ ଓ ରାଜାମାନଙ୍କର ରାଜା। ସେ ଡାକିଥିବା ଲୋକମାନଙ୍କୁ ଅର୍ଥାତ୍ ତାହାଙ୍କର ମନୋନୀତ ଓ ବିଶ୍ୱସ୍ତ ଅନୁଗାମୀମାନଙ୍କ ସହିତ ମିଶି ସେମାନଙ୍କୁ ପରାସ୍ତ କରିବେ।”

15 ତା'ପରେ ସେ ସ୍ୱର୍ଗଦୂତ ମୋତେ କହିଲେ, “ତୁମ୍ଭେ ଯେଉଁ ଜଳରାଶୀ ଉପରେ ବେଶ୍ୟା ବସୁଥିବାର ଦେଖିଲ, ସେହି ଜଳରାଶୀ ହେଉଛି ବିଭିନ୍ନ ଲୋକ, ବିଭିନ୍ନ ଦେଶ ଓ ଭାଷାମାନ। 16 ତୁମ୍ଭେ ଯେଉଁ ପଶୁ ଓ ଦଶ ଶିଙ୍ଗ ଦେଖିଲ, ସେମାନେ ସେହି ବେଶ୍ୟାକୁ ଘୃଣା କରିବେ। ସେମାନେ ତା'ର ସବୁ ନେଇଯିବେ ଓ ତାହାକୁ ଉଲଗ୍ନ କରି ଛାଡ଼ି ଦେବେ। ସେମାନେ ତାହାର ଶରୀରର ମାଂସ ଖାଇବେ ଓ ତାହାକୁ ଅଗ୍ନିରେ ପୋଡ଼ି ଦେବେ। 17 ସେମାନେ ତାହାଙ୍କର ଶାସନ କ୍ଷମତା ସେହି ପଶୁକୁ ଦେବା ପାଇଁ ଯେପରି ରାଜି ହୁଅନ୍ତି, ଏଥିନିମନ୍ତେ ପରମେଶ୍ୱର ସେମାନଙ୍କ ମନରେ ଏକ ଇଚ୍ଛା ଦେବେ। ଏହା ଦ୍ୱାରା ପରମେଶ୍ୱର କହିଥିବା ବାକ୍ୟ ସଫଳ ହେବା ପର୍ଯ୍ୟନ୍ତ ସେମାନେ ଶାସନ କରିବେ। 18 ତୁମ୍ଭେ ଯେଉଁ ସ୍ତ୍ରୀକୁ ଦେଖିଲ, ସେ ପୃଥିବୀର ରାଜାମାନଙ୍କ ଉପରେ ରାଜତ୍ୱ କରୁଥିବା, ସେହି ମହାନଗରୀକୁ ବୁଝାଏ।”

ବାବିଲର ଧ୍ୱଂସ

18 ତା'ପରେ ମୁଁ ସ୍ୱର୍ଗରୁ ଆଉ ଜଣେ ଦୂତଙ୍କୁ ଓହ୍ଲାଇବାର ଦେଖିଲି। ସେହି ଦୂତଙ୍କର ବହୁତ କ୍ଷମତା ଥିଲା। ତାହାଙ୍କର ମହିମା ପୃଥିବୀରେ ପ୍ରକାଶିତ ହେଲା। ସେ ଦୂତ ବହୁତ ଉଚ୍ଚ ସ୍ୱରରେ ପାଟିକରି କହିଲେ:

“ତା'ର ପତନ ହେଲା।
    ମହାନଗରୀ ବାବିଲର ପତନ ହୋଇଗଲା।
ତାହା ଭୂତମାନଙ୍କର ବାସସ୍ଥଳୀ ହେଲା।
    ତାହା ପ୍ରତ୍ୟେକ ଭୂତାତ୍ମା,
ପ୍ରତ୍ୟେକ ପ୍ରକାରର ଶୁଚି ପକ୍ଷୀ
    ଏବଂ ପ୍ରତ୍ୟେକ ଅଶୁଚି ତଥା ଘୃଣ୍ୟ ପଶୁଙ୍କ ଆଶ୍ରୟସ୍ଥଳ ହେଲା।
ପୃଥିବୀର ସବୁ ଲୋକମାନେ
    ତା'ର ବ୍ୟଭିଗ୍ଭର ପାପର ଓ ପରମେଶ୍ୱରଙ୍କର କ୍ରୋଧର ସୁରାପାନ କରିଛନ୍ତି।
ପୃଥିବୀର ରାଜାମାନେ ତା'ସହିତ ବ୍ୟଭିଗ୍ଭର ପାପ କାର୍ଯ୍ୟ କରିଛନ୍ତି।
    ସଂସାରର ବ୍ୟବସାୟୀମାନେ ତାହାର ଧନରେ ଧନବାନ୍ ହୋଇଛନ୍ତି।”

ତା'ପରେ ମୁଁ ସ୍ୱର୍ଗରୁ ଆଉ ଏକ ସ୍ୱର ଶୁଣିଲି

“ହେ ମୋର ଲୋକମାନେ, ତୁମ୍ଭେମାନେ ସେହି ନଗରରୁ ବାହାରି ଆସ,
    ତୁମ୍ଭେମାନେ ବାହାରି ଆସିଲେ, ତା'ର ପାପରେ ଭାଗୀଦାର ହେବ ନାହିଁ ଓ ତାହାର କ୍ଳେଶର ସହଭାଗୀ ହେବ ନାହିଁ।
ସ୍ୱର୍ଗ ଯେତେ ଉଚ୍ଚ, ତହାର ପାପକାର୍ଯ୍ୟ ସେତିକି ଉଚ୍ଚ ହେଲାଣି।
    ପରମେଶ୍ୱର ତା'ର ଭୁଲ୍ କାମଗୁଡ଼ିକ ଭୁଲି ନାହାନ୍ତି।
    ସେ ତା'ର କୁକର୍ମ ସବୁ ମନେ ପକାଇଲାଣି।
ସେ ନଗର ଅନ୍ୟମାନଙ୍କର ଯେପରି କ୍ଷତି କରିଛି, ତାହାର ସେହି ପ୍ରକାର କ୍ଷତି ହେବ।
    ତା'ର କୁକର୍ମ ପାଇଁ ତାହାକୁ ଦୁଇ ଗୁଣ ଅଧିକ ପ୍ରତିଫଳ ଦିଆଯିବ।
ସେ ନଗର ଅନ୍ୟମାନଙ୍କୁ ଯେପରି ସୁରା ଦେଇଛି,
    ତା'ନିମନ୍ତେ ତା’ ଅପେକ୍ଷା ଦୁଇଗୁଣ ଅଧିକ ନିଶାଯୁକ୍ତ ସୁରା ପ୍ରସ୍ତୁତ କରାଯିବ ଓ ତାହାକୁ ପାନ କରିବାକୁ ଦିଆଯିବ।
ସେ ଯେପରି ନିଜେ ଭୋଗବିଳାସ ଓ ଆମୋଦ ପ୍ରମୋଦରେ ଜୀବନ ବିତାଇଛି,
    ସେହିପରି ତାହାକୁ ଅଧିକ ପରିମାଣରେ ଯନ୍ତ୍ରଣା ଓ ବ୍ୟଥା ଭୋଗିବାକୁ ଦିଆଯିବ।
ସେ ନିଜେ ଗର୍ବରେ କହେ, ‘ମୁଁ ରାଣୀ ପରି ସିଂହାସନରେ ବସିଛି।
    ମୁଁ ବିଧବା ନୁହେଁ,
    ମୁଁ କେବେ ଶୋକ କରିବି ନାହିଁ।’
ସେଥିପାଇଁ ଗୋଟିଏ ଦିନ ଭିତରେ ଏହି କ୍ଳେଶ ତାକୁ ଆକ୍ରମଣ କରିବ:
    ମୃତ୍ୟୁ, ଦୁଃଖଦାୟକ କ୍ରନ୍ଦନ, ମହା କ୍ଷୁଧା।
ସେ ଅଗ୍ନିରେ ଜଳିଯିବ,
    କାରଣ ପ୍ରଭୁ ପରମେଶ୍ୱର ତା'ର ବିଗ୍ଭର କରିଛନ୍ତି ଏବଂ ସେ ସର୍ବଶକ୍ତିମାନ ଅଟନ୍ତି।

“ଜଗତର ଯେଉଁ ରାଜାମାନେ ତା’ ସହିତ ବ୍ୟଭିଗ୍ଭର ପାପ କାର୍ଯ୍ୟରେ ଲିପ୍ତ ଥିଲେ ଓ ତା'ଧନରେ ଭାଗୀଦାର ଥିଲେ, ସେମାନେ ଯେତେବେଳେ ତାହାର ଦହନର ଧୂଆଁ ଦେଖିବେ, ସେମାନେ ତା'ର ମୃତ୍ୟୁ କାରଣରୁ କାନ୍ଦିବେ ଓ ଦୁଃଖିତ ହେବେ। 10 ସେହି ରାଜାମାନେ ଯେତେବେଳେ ତାହାର ଯନ୍ତ୍ରଣା ଦେଖିବେ, ସେତେବେଳେ ସେମାନେ ଭୟ କରିବେ ଏବଂ ତା'ଠାରୁ ବହୁତ ଦୂରରେ ରହିବେ। ସେମାନେ କହିବେ:

“ହେ ମହାନଗରୀ, ହେ ଶକ୍ତିଶାଳୀ ନଗରୀ ବାବିଲ!
    ଏହା ଭୟାନକ! ଏହା ଭୟାନକ!
ଘଣ୍ଟାକ ମଧ୍ୟରେ ତୁମ୍ଭ ପାଇଁ ଦଣ୍ଡ ଆସିଲା।”

11 “ଏହି ଜଗତର ବ୍ୟବସାୟୀମାନେ ତା’ ପାଇଁ ବିଳାପ ଓ ଦୁଃଖ କରିବେ। ସେମାନେ ଦୁଃଖ ଅନୁଭବ କରିବେ, କାରଣ ସେମାନଙ୍କର ବାଣିଜ୍ୟଦ୍ରବ୍ୟ ଏହା ପରେ କେହି କିଣିବେ ନାହିଁ। 12 ସେମାନେ ସୁନା, ରୂପା, ମୂଲ୍ୟବାନ ପଥର, ମୁକ୍ତା, ସୂକ୍ଷ୍ମ ରେଶମବସ୍ତ୍ର, ବାଇଗଣି ରଙ୍ଗର ବସ୍ତ୍ର; ରେଶମୀ ଓ ଲାଲ ବସ୍ତ୍ର; ପ୍ରତ୍ୟେକ ପ୍ରକାରର ଚନ୍ଦନ ଆଦି ସୁବାସିତ କାଠ ଜିନିଷ; ହାତୀ ଦାନ୍ତର ପଦାର୍ଥମାନ, ମୂଲ୍ୟବାନ୍ କାଠ, ପିତ୍ତଳ, ଲୌହ ଓ ମର୍ମର ପଥରରେ ନିର୍ମିତ ଶିଳ୍ପଦ୍ରବ୍ୟ; 13 ଦାରୁଚିନି ପ୍ରଭୃତି ସୁଗନ୍ଧି ମସଲା; ଅତର, ଧୂପ, ମଲମ, ସୁଗନ୍ଧି ଧୂପ, ମଦ୍ୟ, ଜୀତତୈଳ, ମଇଦା, ଗହମ, ଗୃହପାଳିତ ତୃଣଭୋଜୀ ପଶୁ, ମେଷ, ଘୋଡ଼ା, ରଥ, ଏବଂ ମନୁଷ୍ୟମାନଙ୍କର ଶରୀର ଓ ପ୍ରାଣ ସବୁ ବିକ୍ରୀ କରନ୍ତି। ତେଣୁ ବ୍ୟବସାୟୀମାନେ କାନ୍ଦିବେ ଓ କହିବେ:

14 ‘ହେ ବାବିଲ! ତୁମ୍ଭେ ଯେଉଁ ଉତ୍ତମ ଜିନିଷ ଗ୍ଭହୁଁଥିଲ,
ସେସବୁ ତୁମ୍ଭଠାରୁ ଗ୍ଭଲିଯାଇଛି।
ତୁମ୍ଭର ସବୁ ସୌଖିନ ଓ ମନୋହରୀ ଦ୍ରବ୍ୟମାନ ତୁମ୍ଭଠାରୁ ଉଭେଇ ଯାଇଛି।
    ତୁମ୍ଭେ ସେସବୁ ଆଉ କେବେ ପାଇବ ନାହିଁ।’

15 “ବ୍ୟବସାୟୀମାନେ ତା'ର ଦୁଃଖ ଯନ୍ତ୍ରଣା ଦେଖି ଭୟ କରିବେ ଓ ତା'ଠାରୁ ବହୁ ଦୂରରେ ଠିଆ ହେବେ। ସେହି ଲୋକମାନେ ତାହାକୁ ସେହି ମୂଲ୍ୟବାନ୍ ଜିନିଷ ବିକ୍ରିକରି ଧନୀ ହୋଇଥିଲେ। ତେଣୁ ସେମାନେ କାନ୍ଦିବେ ଓ ଦୁଃଖ କରିବେ। 16 ସେମାନେ କହିବେ:

‘ହେ ମହାନଗରୀ! ଭୟାନକ! ତୁମ୍ଭ ପାଇଁ ଏହା କେତେ ଭୟାନକ:
    ଯେଉଁ ମହାନଗରୀ ସୂକ୍ଷ୍ମ ରେଶମ, ବାଇଗଣି ଓ ଘନଲାଲ ବର୍ଣ୍ଣର ବସ୍ତ୍ର ପିନ୍ଧିଥିଲା,
    ସୁନା, ମଣି ଓ ମୁକ୍ତାରେ ଝଟକୁଥିଲା,
17 ଘଣ୍ଟାକ ମଧ୍ୟରେ ଏହି ସମସ୍ତ ବିଶାଳ ସମ୍ପତ୍ତି ନଷ୍ଟ କରି ଦିଆଗଲା।’

“ସମସ୍ତ ସମୁଦ୍ର କପ୍ତାନ, ସମୁଦ୍ର ଯାତ୍ରୀ, ନାବିକ, ନୌବାଣିଜ୍ୟ କରୁଥିବା ସମସ୍ତ ଲୋକ ବାବିଲଠାରୁ ଦୂରରେ ଠିଆ ହେଲେ। 18 ସେମାନେ ତା'ର ଜଳୁଥିବାର ଧୂଆଁ ଦେଖିଲେ। ସେମାନେ ଉଚ୍ଚ ସ୍ୱରରେ କହିଲେ, “ଏହି ମହାନଗରୀ ପରି ଅନ୍ୟ କୌଣସି ନଗରୀ ନାହିଁ।” 19 ସେମାନେ ନିଜ ନିଜ ମସ୍ତକ ଉପରେ ଧୂଳି ଫିଙ୍ଗିଲେ। ସେମାନେ କାନ୍ଦିଲେ ଓ ବହୁତ ଦୁଃଖିତ ହେଲେ। ସେମାନେ ଉଚ୍ଚ ସ୍ୱରରେ କହିଲେ:

‘ହେ ମହାନଗରୀ! ଭୟାନକ! ତୁମ୍ଭ ପାଇଁ ଏହା କେତେ ଭୟାନକ!
    ଏହି ମହାନଗରୀର ଧନରେ ସମୁଦ୍ରରେ ବାଣିଜ୍ୟ, ବ୍ୟବସାୟ କରୁଥିବା ଲୋକମାନେ ଧନୀ ହୋଇଥିଲେ।
    କିନ୍ତୁ ଘଣ୍ଟାକ ମଧ୍ୟରେ ସେ ଧ୍ୱଂସ ହୋଇଗଲା।
20 ହେ ସ୍ୱର୍ଗ! ହେ ପରମେଶ୍ୱରଙ୍କର ପବିତ୍ର ଲୋକମାନେ,
    ଭବିଷ୍ୟ‌‌ଦ୍‌‌‌‌ବକ୍ତାଗଣ ଏବଂ ପ୍ରେରିତଗଣ!
    ମହାନଗରୀର ଧ୍ୱଂସରେ ଆନନ୍ଦ ଉଲ୍ଲାସ କର।
ସେ ତୁମ୍ଭକୁ ଯେଉଁ କଷ୍ଟ ଦେଇଛି, ସେଥିପାଇଁ ପରମେଶ୍ୱର ତାହାକୁ ଦଣ୍ଡ ଦେଇଛନ୍ତି।’”

21 ତା'ପରେ ଜଣେ ଶକ୍ତିଶାଳୀ ଦୂତ ଗୋଟିଏ ପ୍ରକାଣ୍ଡ ପଥର ଉଠାଇଲେ। ଏହି ପଥରଟି ଗୋଟିଏ ଚକିପଥର ପରି ବହୁତ ବଡ଼। ସେହି ଦୂତ ଜଣକ ପଥରଟିକୁ ସମୁଦ୍ର ଭିତରକୁ ଫିଙ୍ଗି ଦେଲେ ଏବଂ କହିଲେ:

“ଏହିପରି ଭାବରେ ମହାନଗରୀ ବାବିଲକୁ ତଳକୁ ନିକ୍ଷେପ କରାଯିବ।
    ତାହାକୁ ଆଉ କେବେ କେହି ଦେଖି ପାରିବେ ନାହିଁ।
22 ତୋ’ଠାରେ କେହିହେଲେ ଆଉ ଲୋକମାନଙ୍କର ବୀଣାର ସଙ୍ଗୀତ ଓ ବଂଶୀ, ତୂରୀ ଭଳି
    ଅନ୍ୟ ବାଦ୍ୟଯନ୍ତ୍ର ଶୁଣିବେ ନାହିଁ।
ତୋ’ଠାରେ କୌଣସି ଶିଳ୍ପର କାରିଗରମାନେ
    ଆଉ ଦେଖାଯିବେ ନାହିଁ।
ତୋ’ଠାରେ ଚକିପେଷାର ଶବ୍ଦ
    ଆଉ କେବେ ହେଲେ ଶୁଣାଯିବ ନାହିଁ।
23 ତୋ’ ପାଖରେ ଦୀପର ଆଲୋକ
    ଆଉ ଜଳିବ ନାହିଁ।
ତୋ’ ପାଖରେ ବରକନ୍ୟାଙ୍କର ଆନନ୍ଦର ଧ୍ୱନି
    ଆଉ କେବେ ହେଲେ ଶୁଣାଯିବ ନାହିଁ।
ତୋ’ର ବ୍ୟବସାୟୀମାନେ ପୃଥିବୀର ବହୁତ ମହାନ୍ ଲୋକ ଥିଲେ।
    ସମସ୍ତ ଦେଶଗୁଡ଼ିକ ତୋ’ର ଯାଦୁ ଶକ୍ତି ଦ୍ୱାରା ପଥଭ୍ରଷ୍ଟ ହୋଇଥିଲେ।
24 ସେ (ବାବିଲ) ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କର ଓ ପରମେଶ୍ୱରଙ୍କର ପବିତ୍ର ଲୋକମାନଙ୍କର
    ଏବଂ ପୃଥିବୀରେ ମାରି ଦିଆଯାଇ ଥିବା ସମସ୍ତ ଲୋକଙ୍କ ରକ୍ତ ପାଇଁ ଦାୟୀ ଅଟେ।”

ସ୍ୱର୍ଗବାସୀମାନଙ୍କର ପରମେଶ୍ୱରଙ୍କୁ ପ୍ରଶଂସା

19 ତା'ପରେ ମୁଁ ସ୍ୱର୍ଗରେ ଅନେକ ଲୋକମାନଙ୍କର ସ୍ୱର ଭଳି ଏକ ସ୍ୱର ଶୁଣିଲି। ସେମାନେ କହୁଥିଲେ:

“ହାଲ୍ଲିଲୂୟା!
ବିଜୟ, ମହିମା ଓ କ୍ଷମତା ଆମ୍ଭମାନଙ୍କ ପରମେଶ୍ୱରଙ୍କର ଅଟେ।
    ତାହାଙ୍କର ବିଗ୍ଭରଗୁଡ଼ିକ ସତ୍ୟ ଓ ଯଥାର୍ଥ।
ସେ ମହା ବେଶ୍ୟାକୁ ଦଣ୍ଡ ଦେଇଛନ୍ତି।
    ସେହି ବେଶ୍ୟା ତା'ର ଯୌନଗତ ପାପରେ ପୃଥିବୀକୁ ଭ୍ରଷ୍ଟ କରି ଦେଇଅଛି।
ପରମେଶ୍ୱର ତାହାଙ୍କ ସେବକମାନଙ୍କର ରକ୍ତ ହେତୁ ତାହାକୁ ଦଣ୍ଡ ଦେଇଛନ୍ତି।”

ସେମାନେ ପୁଣି କହିଲେ:

“ହାଲ୍ଲିଲୂୟା!
    ସେ ବେଶ୍ୟା ଜଳି ଯାଉଛି।
    ତାହାର ଧୂଆଁ ସର୍ବଦା ଉପରକୁ ଉଠୁଥିବ।”

ତା'ପରେ ଚବିଶ ଜଣ ପ୍ରାଚୀନ ଓ ଗ୍ଭରି ଜଣ ଜୀବିତ ପ୍ରାଣୀ ସିଂହାସନରେ ଉପବିଷ୍ଟ ପରମେଶ୍ୱରଙ୍କ ଆଗରେ ନଇଁଲେ ଓ ତାହାଙ୍କର ଉପାସନା କଲେ। ସେମାନେ କହିଲେ:

“ଆମେନ୍! ହାଲ୍ଲିଲୂୟା!”

ତା'ପରେ ସିଂହାସନ ମଧ୍ୟରୁ ଗୋଟିଏ ଉଚ୍ଚ ଧ୍ୱନି ଆସିଲା। ସେହି ଧ୍ୱନି କହିଲା:

“ହେ ପରମେଶ୍ୱରଙ୍କର ସେବକମାନେ!
    ତୁମ୍ଭେମାନେ ସମସ୍ତେ ଆମ୍ଭମାନଙ୍କର ପରମେଶ୍ୱରଙ୍କର ପ୍ରଶଂସା କର!
ହେ କ୍ଷୁଦ୍ର ଓ ମହାନ୍ ଲୋକମାନେ!
    ତୁମ୍ଭେମାନେ ସମସ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କର ପ୍ରଶଂସା କର ଓ ତାହାଙ୍କୁ ସମ୍ମାନ ଦିଅ।”

ତା'ପରେ ମୁଁ ଅନେକ ଲୋକମାନଙ୍କର ସ୍ୱର ଶୁଣିଲି। ଏହା ଜଳପ୍ରପାତର ଧ୍ୱନିପରି ଏବଂ ବିରାଟ ମେଘ ଗର୍ଜନର ଶବ୍ଦ ପରି ଥିଲା। ସେମାନେ କହୁଥିଲେ:

“ହାଲ୍ଲିଲୂୟା!
    ଆମ୍ଭମାନଙ୍କର ପ୍ରଭୁ ପରମେଶ୍ୱର ରାଜତ୍ୱ କରୁଛନ୍ତି।
    ସେ ସର୍ବଶକ୍ତିମାନ।
ଆସ, ଆମ୍ଭେମାନେ ଆନନ୍ଦ ଉଲ୍ଲାସ କରିବା
    ଓ ପରମେଶ୍ୱରଙ୍କୁ ଗୌରବ ଦେବା!
ଯେହେତୁ ମେଷଶାବକଙ୍କର ବିବାହ ଉତ୍ସବର ସମୟ ଆସି ଉପସ୍ଥିତ
    ଓ ତାହାଙ୍କର କନ୍ୟା ନିଜକୁ ପ୍ରସ୍ତୁତ କରି ସାରିଛି; ତେଣୁ ଆମ୍ଭେମାନେ ତାହାଙ୍କୁ ଗୌରବ ଦେବା।
କନ୍ୟାକୁ ପିନ୍ଧିବା ପାଇଁ ସୂକ୍ଷ୍ମ, ଶୁଭ୍ର
    ଓ ପରିଷ୍କାର ବସ୍ତ୍ର ଦିଆଯାଇଛି।”

(ସୂକ୍ଷ୍ମ ବସ୍ତ୍ରର ଅର୍ଥ ହେଉଛି, ପରମେଶ୍ୱରଙ୍କ ପବିତ୍ର ଲୋକମାନଙ୍କର ଉତ୍ତମ କାର୍ଯ୍ୟ, ଯାହାସବୁ ସେମାନେ କରିଥିଲେ।)

ତା'ପରେ ଦୂତ ମୋତେ କହିଲେ, “ଏହା ଲେଖ: ମେଷଶାବକଙ୍କ ବିବାହ ଭୋଜିକୁ ନିମନ୍ତ୍ରିତ ବ୍ୟକ୍ତିମାନେ ଧନ୍ୟ!” ସେ ଦୂତ ପୁଣି କହିଲେ, “ପରମେଶ୍ୱରଙ୍କର ବାକ୍ୟ ସତ୍ୟ ଅଟେ।”

10 ତା'ପରେ ମୁଁ ଦୂତଙ୍କୁ ପ୍ରଣାମ କରିବା ପାଇଁ ତାହାଙ୍କ ପାଦତଳେ ପଡ଼ିଗଲି। କିନ୍ତୁ ସେ ମୋତେ କହିଲେ, “ମୋତେ ପ୍ରଣାମ କର ନାହିଁ। ମୁଁ ତୁମ୍ଭର ଓ ତୁମ୍ଭ ଖ୍ରୀଷ୍ଟ ବିଶ୍ୱାସୀ ଓ ଯୀଶୁଙ୍କର ସାକ୍ଷୀ ଭାଇମାନଙ୍କ ପରି ପରମେଶ୍ୱରଙ୍କର ଜଣେ ସେବକ ମାତ୍ର। ତେଣୁ ପରମେଶ୍ୱରଙ୍କୁ ଉପାସନା କର! କାରଣ ଯୀଶୁଙ୍କ ପାଇଁ ସାକ୍ଷ୍ୟ ହେଉଛି ଭବିଷ୍ୟ‌‌ଦ୍‌‌‌‌ବାଣୀର ମୂଳ ଆତ୍ମା ସ୍ୱରୂପ।’’

ଶ୍ୱେତ ଅଶ୍ୱର ଆରୋହୀ

11 ତା'ପରେ ମୁଁ ସ୍ୱର୍ଗ ଖୋଲିଯିବାର ଦେଖିଲି। ସେଠାରେ ଗୋଟିଏ ଶ୍ୱେତ ଅଶ୍ୱ, ଠିଆ ହୋଇଥିଲା। ଅଶ୍ୱାରୋହୀଙ୍କ ନାମ ‘ବିଶ୍ୱସ୍ତ’ ଓ ‘ସତ୍ୟବାନ’। ସେ ନ୍ୟାୟପୂର୍ଣ୍ଣ ଭାବରେ ବିଗ୍ଭର କରନ୍ତି ଓ ଲଢ଼ନ୍ତି। 12 ତାହାଙ୍କର ଚକ୍ଷୁ ଦୁଇଟି ଜ୍ୱଳନ୍ତ ଅଗ୍ନି ସଦୃଶ। ତାହାଙ୍କ ମସ୍ତକରେ ଅନେକ ଗୁଡ଼ିଏ ମୁକୁଟ ଅଛି। ତାହାଙ୍କ କପାଳରେ ଗୋଟିଏ ନାମ ଲେଖା ଯାଇଥିଲା, କିନ୍ତୁ ତାହାଙ୍କ ବ୍ୟତୀତ ଅନ୍ୟ କେହି ସେ ନାମ ଜାଣି ନ ଥିଲେ। 13 ସେ ରକ୍ତଭିଜା ଗୋଟିଏ ରାଜ ପୋଷାକ ପିନ୍ଧିଥିଲେ। ତାହାଙ୍କ ନାମ ‘ପରମେଶ୍ୱରଙ୍କ ବାକ୍ୟ’। 14 ସ୍ୱର୍ଗର ସେନାବାହିନୀଗଣ ତାହାଙ୍କର ଅନୁଗମନ କରୁଥିଲେ। ସେମାନେ ମଧ୍ୟ ଶ୍ୱେତଅଶ୍ୱ ଉପରେ ବସିଥିଲେ। ସେମାନେ ସୂକ୍ଷ୍ମ ପରିଷ୍କୃତ, ଶୁଭ୍ରବସ୍ତ୍ର ପିନ୍ଧିଥିଲେ। 15 ସେହି ଅଶ୍ୱାରୋହୀଙ୍କ ମୁଖରୁ ଗୋଟିଏ ତୀ‌କ୍ଷ୍‌ଣ ଖଣ୍ଡା ବାହାରି ଥିଲା। ସେ ଜାତିଗଣଙ୍କୁ ଦମନ କରିବା ପାଇଁ ଏହି ଖଣ୍ତାର ପ୍ରୟୋଗ କରିବେ। ସେ ଲୌହଦଣ୍ଡରେ ସେମାନଙ୍କୁ ଶାସନ କରିବେ। ସେ ସର୍ବଶକ୍ତିମାନ୍ ପରମେଶ୍ୱରଙ୍କର କ୍ରୋଧରୂପ ଦ୍ରାକ୍ଷାପେଷା କୁଣ୍ଡକୁ ଦଳି ପକାଇବେ। 16 ତାହାଙ୍କ ପୋଷାକ ଓ ଜଘଂଦେଶରେ ଏହା ଲେଖାଥିଲା:

ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ

17 ତା'ପରେ ମୁଁ ଜଣେ ଦୂତଙ୍କୁ ସୂର୍ଯ୍ୟ ମଧ୍ୟରେ ଠିଆ ହେବାର ଦେଖିଲି। ସେ ଆକାଶରେ ଉଡ଼ୁଥିବା ସବୁ ପକ୍ଷୀମାନଙ୍କୁ ଉଚ୍ଚସ୍ୱରରେ କହିଲେ, “ଆସ, ପରମେଶ୍ୱରଙ୍କର ମହା ଭୋଜି ପାଇଁ ଏକାଠି ହୁଅ। 18 ଆସ, ତୁମ୍ଭେମାନେ ଏକାଠି ହୋଇ ରାଜା, ସେନାପତି ଓ ପ୍ରସିଦ୍ଧ ଲୋକମାନଙ୍କ ଶରୀରର ମାଂସ ତଥା ଅଶ୍ୱ ଓ ସେମାନଙ୍କର ଆରୋହୀଙ୍କର ଓ ସ୍ୱାଧୀନ ଓ ପରାଧୀନ, ସାନ ଓ ବଡ଼, ସବୁ ଲୋକମାନଙ୍କର ମାଂସ ଖାଇବ।”

19 ତା'ପରେ ମୁଁ ସେହି ପଶୁ ଓ ପୃଥିବୀର ରାଜାମାନଙ୍କୁ ଦେଖିଲି। ସେମାନଙ୍କର ସେନାବାହିନୀଗଣ, ଅଶ୍ୱାରୋହୀ ଓ ସେମାନଙ୍କର ସେନାବାହିନୀ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଏକତ୍ର ହେଲେ। 20 କିନ୍ତୁ ସେହି ପଶୁ ବନ୍ଦୀ ହେଲା ଏବଂ ଭଣ୍ଡ ଭବିଷ୍ୟ‌‌ଦ୍‌‌‌‌ବକ୍ତା ମଧ୍ୟ ବନ୍ଦୀ ହେଲା। ଏହି ଭଣ୍ଡ ଭବିଷ୍ୟ‌‌ଦ୍‌‌‌‌ବକ୍ତା ସେହି ପଶୁ ପାଇଁ ବହୁତ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଥିଲା। ଏହି ପଶୁ, ଯିଏ କି ପଶୁର ଚିହ୍ନ ଧାରଣ କରିଥିବା ଓ ତାହାର ପ୍ରତିମାକୁ ପୂଜା କରିଥିବା ଲୋକମାନଙ୍କୁ ଭ୍ରାନ୍ତ କରିଥିଲା, ସେ ବନ୍ଦୀ ହେଲା। ସେହି ଭଣ୍ଡ ଭବିଷ୍ୟ‌‌ଦ୍‌‌‌‌ବକ୍ତା ଓ ପଶୁଙ୍କୁ ଗନ୍ଧକ ଜଳୁଥିବା ଅଗ୍ନିପୂର୍ଣ୍ଣ ହ୍ରଦରେ ଜୀବନ୍ତ ଫିଙ୍ଗି ଦିଆଗଲା। 21 ସେମାନଙ୍କର ସେନାବାହିନୀଗଣ ଅଶ୍ୱାରୋହୀଙ୍କ ମୁଖରୁ ବାହାରିଥିବା ଖ‌‌ଡ଼୍‌ଗରେ ନିହତ ହେଲେ। ସମସ୍ତ ପକ୍ଷୀଗଣ ସେମାନଙ୍କର ଏହି ଶରୀରଗୁଡ଼ିକୁ ପେଟ ପୁରିବା ପର୍ଯ୍ୟନ୍ତ ଖାଇଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center